spot_img
Home Blog Page 6824

ରାଜ୍ୟରେ ସୁସ୍ଥ ହେଲେ ୩୯୦ କରୋନା ରୋଗୀ, ଗଞ୍ଜାମରୁ ସର୍ବାଧିକ ୧୦୬ ଜଣ ସୁସ୍ଥ

ଭୁବନେଶ୍ୱର: କରୋନା ସଂକ୍ରମଣ ସହ କରୋନା ସୁସ୍ଥତା ହାର ପାଦରେ ପାଦ ମିଶାଇ ଚାଲିଛି । ରାଜ୍ୟରେ ଦିନକୁ ଦିନ ସୁସ୍ଥତା ହାର  ବଢ଼ିବାରେ ଲାଗିଛି । ରବିବାର ପୁଣି ୩୯୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହା ସହ ରାଜ୍ୟରେ ସୁସ୍ଥତା ହାର ୮ ହଜାର ୭୫୦ରେ ପହଞ୍ଚିଛି । ସୁସ୍ଥ ସଂଖ୍ୟା ମଧ୍ୟରେ ୨୦ଟି ଜିଲ୍ଲା ରହିଛି ।

 

ଗଞ୍ଜାମରୁ ସର୍ବାଧିକ ୧୦୬ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । କଟକରୁ ୭୧, ମୟୂରଭଞ୍ଜର ୩୮, ସୁନ୍ଦରଗଡ଼ରୁ ୩୮, ଯାଜପୁରରୁ ୨୫, ନବରଙ୍ଗପୁର ୨୪, ସମ୍ବଲପୁର ୨୨, ଖୋର୍ଦ୍ଧା ୧୫, ବାଲେଶ୍ୱର ୯, ବରଗଡ଼ରୁ ୬ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସହିଭଳି ଅନୁଗୁଳ, କଳାହାଣ୍ଡି, କେନ୍ଦ୍ରାପଡ଼ାରୁ ୫ ଜଣ ଲେଖାଏଁ ରୋଗୀ ସୁସ୍ଥ ହୋଇଛନ୍ତି । ଭଦ୍ରକ, ବୌଦ୍ଧ, କେନ୍ଦୁଝରରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ନୟଗଡ଼ ଏବଂ ପୁରୀରେ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ତେବେ ରବିବାର ୫୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୩୯୪ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୦୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୨୧ରେ ପହଞ୍ଚିଛି । ୩ ଲକ୍ଷ ୩୪ ହଜାର ୫୨୭ ଜଣଙ୍କ କରୋନା ଟେଷ୍ଟିଂ କରାଯାଇଛି । ଏବେ ରାଜ୍ୟରେ ୪୩୬୮ଟି ମାମଲା ସକ୍ରିୟ ରହିଛି ।

ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ: ସମସ୍ୟା ଯଥା ପୂର୍ବଂ ତଥା ପରଂ

ଧର୍ମଗଡ଼: ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି କରାଗଲା ସୌର ଜଳ ଯୋଗାଣ ପ୍ରକଳ୍ପ  । ହେଲେ ଅଧପନ୍ତରିଆ କାମ ଯୋଗୁ ଖତ ଖାଉଛି ପ୍ରକଳ୍ପ  । ଆଉ ଏବେ ବି କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକର ୨୮ ପଂଚାୟତର ୧୧୮ଟି ଗାଁ ଫ୍ଲୋରାଇଡ୍ ପ୍ରଭାବିତ ହୋଇ ରହିଛି  । ଲୋକ ବାଧ୍ୟ ହୋଇ ଦୂଷିତ ପାଣି ବ୍ୟବହାର କରି ରୋଗରେ ପଡୁଛନ୍ତି  ।

କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକର ୨୮ ପଞ୍ଚାୟତର ୧୧୮ଟି ଗାଁ ଫ୍ଲୋରାଇଡ୍ ପ୍ରଭାବିତ  । ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଆରମ୍ଭ ହୋଇଥିଲା ସୌର ଜଳ ଯୋଗାଣ ପ୍ରକଳ୍ପ  । ପ୍ରାୟ ଦୁଇ ଲକ୍ଷ ୫୦ ହଜାର ବ୍ୟୟରେ ଏହି ଗାଁ ଗୁଡିକରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇଥିଲା  ।

ହେଲେ ଏତେ ସବୁ ପରେ ମଧ୍ୟ ଏହା ଲୋକଙ୍କ କାମରେ ଲାଗିପାରୁ ନାହିଁ  । ସେପଟେ ଗ୍ରାମବାସୀ ବାଧ୍ୟ ହୋଇ ଫ୍ଲୋରାଇଡ୍ ମିଶା ନଳକୂଅ ପାଣି ବ୍ୟବହାର କରୁଛନ୍ତି  । ଦୂଷିତ ପାଣି ବ୍ୟବହାର କରିବାରୁ ବିଭିନ୍ନ ରୋଗରେ ପଡୁଥିବା ଅଭିଯୋଗ କରିଛନ୍ତି  ।

ଏ ସମସ୍ୟା ଏହି ସବୁ ଅଞ୍ଚଳରେ ଆାଜିର ନୁହେଁ  । ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି  । ଲୋକଙ୍କ ସୁବିଧା ପାଇଁ ଜଳ ଯୋଗାଣ କାର୍ଯ୍ୟ ଆାରମ୍ଭ ହୋଇଥିଲେ ହେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକା ଯୋଗୁ ଅକାମି ହୋଇ ପଡିରହିଛି ପ୍ରକଳ୍ପ  ।

ଏନେଇ ଧର୍ମଗଡ଼ ସହକାରୀ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବାରୁ ସମସ୍ୟା ନେଇ ଅବଗତ ଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା କହି କଥାରୁ ଓହରି ଯାଇଛନ୍ତି  । ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପ୍ରକଳ୍ପ ସବୁ ତିଆାରି ହେଉଛି ସତ, ହେଲେ କିଛି ଦୁର୍ନୀତିଖୋର ଅଧିକାରୀଙ୍କ ପାଇଁ ସରକାରୀ ଟଙ୍କା ପାଣିରେ ପଡିବା ହି ସାର ହେଉଛି  ।

ପାଣି ଅଭାବରୁ ଅଧାରେ ପଡ଼ିଛି ଚାଷକାମ: ଚିନ୍ତାରେ ହାତ ବାନ୍ଧି ବସିଛନ୍ତି ଚାଷୀ

ଆରଡ଼ି: ପାଣି ଅଭାବରୁ ଅଧାରେ ପଡ଼ିଛି ଚାଷକାମ । ଶ୍ରାବଣ ମାସରେ ବି ବର୍ଷାର ଦେଖାନାହିଁ । ଚଳିତବର୍ଷ ଠିକ୍ ସମୟରେ ମୌସୁମୀ ଆସିଥିଲା, ଫଳରେ ଭଲ ଚାଷର ଆଶା ରଖିଥିଲେ ଚାଷୀ । ହେଲେ ଏବେ ପାଣି ଅଭାବରୁ ଚାଷଜମି ଫାଟି ଆଁ କଲାଣି । ଭଦ୍ରକ ଚାନ୍ଦବାଲି ବ୍ଲକରେ ପାଣି ଅଭାବ ଚାଷୀଙ୍କ ଚିନ୍ତା ବଢାଇଛି ।

ଆଷାଢ ଯାଇ ଶ୍ରାବଣ ହେଲାଣି ହେଲେ ବର୍ଷାର ଦେଖା ନାହିଁ  । ସଠିକ୍ ପରିମାଣରେ ବର୍ଷା ନହେବାରୁ ଏବେ ଅଧାରେ ପଡ଼ିରହିଛି ଚାଷ କାମ  । ପାଣି ଅଭାବରୁ ଚାଷ ଜମି ଫାଟି ଆଁ କଲାଣି  । ଭଦ୍ରକ ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ତେନ୍ତୁଳିଡିହ, ଓଳଗ, ସୁନାଦରପୁର, ମାଧପୁର, ଭୂଇଁବୃତି ଆଦି ସ୍ଥାନରେ ସମାନ ଅବସ୍ଥା ଦେଖିବାକୁ ମିଳିଛି  । ବର୍ତ୍ତମାନ ଧାନତଳି ରୋପଣ ହେବା କଥା,  ହେଲେ ଚାଷଜମିରେ ପାଣି ନଥିବାରୁ ତଳି ରୋପଣ କରିନପାରି ହାତବାନ୍ଧି ବସିଛନ୍ତି ଚାଷୀ  ।

କିଛି ସ୍ଥାନରେ ଚାଷୀ ମଟର ପମ୍ପ ସାହାଯ୍ୟରେ ତ ଆଉ କିଏ ପାଣି ଟେକି  ଚାଷଜମିରେ ପାଣି ମଡାଉଛନ୍ତି । ପୂର୍ବରୁ କରୋନା କଟକଣା ପାଇଁ ଚାଷୀ ଘରେ ବସିରହିଥିବା ବେଳେ ଏବେ ପୁଣି ବର୍ଷା ଅଭାବ ଚାଷୀଙ୍କ ଚିନ୍ତା ଦ୍ବିଗୁଣିତ କରିଛି  । ଏଭଳି ସ୍ଥିତିରେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ଚାଷୀକୂଳ  ।

ଧରା ଶ୍ରାବଣରେ ବର୍ଷାର ଦେଖାନଥିବା ବେଳେ ପାଣି ଅଭାବ ସମସ୍ୟା  ଦେଖାଦେଇଛି । ଏବେ ପ୍ରଶାସନ ପକ୍ଷରୁ ଚାଷୀଙ୍କ ଜମିକୁ ପାଣି ଯୋଗାଯିବା ବ୍ୟବସ୍ଥା କରାଯିବା ଜରୁରୀ ହୋଇପଡିଛି  ।

ରାଜଧାନୀରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ସିଲ୍‌ ହୋଇପାରେ ଏହିସବୁ ଅଞ୍ଚଳ !

ଭୁବନେଶ୍ୱର: ରାଜ୍ୟ ସହ ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତକାଲି ରାଜଧାନୀ ଭୁବନେଶ୍ୱରରୁ ୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ୩୬ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ସଂକ୍ରମିତଙ୍କ ଲୋକଲ କଣ୍ଟାକ୍ଟ ରହିଛି । ୧୩ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ସହ ରାଜଧାନୀରେ ଏବେ ମୋଟ ୭୦୭ ଜଣ ସଂକ୍ରମିତ ରହିଥିବା ବେଳେ ୩୨୭ ଜଣ ସୁସ୍ଥ ହୋଇଛନ୍ତି  । ସେପଟେ ଏବେ ଭୁବନେଶ୍ୱରରେ ୩୬୮ ଜଣ ସଂକ୍ରମିତ ସକ୍ରିୟ ରହିଛନ୍ତି ।

ଭୀମଟାଙ୍ଗିରୁ ୧, ଲକ୍ଷ୍ମୀସାଗରରୁ ୨, ସାଲିଆ ସାହିର ମହାବିର ନଗରରୁ ୩ ଜଣେ ଚିହ୍ନଟ ହୋଇଥିବା ବେଳେ ସେହି ସାଲିଆ ସାହିର ଶ୍ରୀରାମ ନଗରରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ସେପଟେ ଚକେଇସିଆଣିରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, ଭୋଇ ନଗରରୁ ୧, କରୋନା ହସ୍ପଟ ଜିଲ୍ଲାରୁ ଆସିଥିବା ୨ଜଣ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ସତ୍ୟନଗରରୁ ୨, ଭୋଇ ନଗର ସୁକ ବିହାରରୁ ୧, କଳିଙ୍ଗ ନଗରରୁ ୧, ପୋଖରିପୁଟର ଲିଙ୍ଗରାଜ ବିହାରରୁ ୧, ପୋଖରିପୁଟର କୋକିଳା ରିସର୍ଟରୁ ୧, ଡ଼ୁମୁଡ଼ୁମା ରଘୁନାଥ ନଗରରୁ ୪ ଜଣ, ମଞ୍ଚେଶ୍ୱରର ଧିରୁକୁଟି ସାହିରୁ ୨, ଆଚାର୍ଯ୍ୟବିହାର ସାଇନ୍ସପାର୍କରୁ ୧, ନୀଳାଦ୍ରି ବିହାରର ହରେକୃଷ୍ଣ ନଗରରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ଯଦି ଆମେ ଟିକେ ଭଲସେ ଦେଖିବା ତେବେ ଏମାନଙ୍କ ମଧ୍ୟରୁ କିଛି ଅଂଶ ଆଗକୁ ସିଲ ହୋଇପାରେ । ସାଲିଆସାହିର ଶ୍ରୀରାମ ନଗର, ସାଲିଆ ସାହିର ମହାବିର ନଗର, ଡ଼ୁମୁଡ଼ୁମାର ରଘୁନାଥ ନଗର ଆଗକୁ ସିଲ୍‌ ହୋଇପାରେ । କାରଣ ଏହି ସବୁ ଅଞ୍ଚଳରୁ ବାରମ୍ବା ପଜିଟିଭ ବାହାରୁଛନ୍ତି । ସେଥିପାଇଁ କରେନା ସଂକ୍ରମଣର ବୃଦ୍ଧିକୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ଆଗକୁ ହୋଇପାରେ ।

ରାଜ୍ୟରେ ଆଉ ୫୯୫ ନୂଆ ମାମଲା, ୨୦୧ ସ୍ଥାନୀୟ ଲୋକ ଆକ୍ରାନ୍ତ ! ଜାଣନ୍ତୁ କେଉଁଠୁ କେତେ ?

କେବଳ ଫୁସ୍‌ଫୁସ୍‌ ନୁହେଁ: ଶରୀରର ଏହି ସବୁ ଅଙ୍ଗକୁ ଆକ୍ରମଣ କରିଥାଏ କରୋନା, ଆସିଲା ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି  । ଏହା ସହ କରୋନା ତାର ରୂପକୁ ମଧ୍ୟ ବାରମ୍ବାର ପରିବର୍ତ୍ତନ କରୁଛି । ଯେଉଁଥି ପାଇଁ କରୋନା ଟିକା ତିଆରି ହୋଇ ପାରୁନଥିବାରେ ଏହା ଏକ ମୂଖ୍ୟ ଭୂମିକା ଗ୍ରହଣ କରିଛି । ସେପଟେ କିନ୍ତୁ କରୋନା ତାର କାୟା ବିସ୍ତାର କରିବାରେ ବ୍ୟସ୍ତ । ତେବେ ଏହି ମାରାତ୍ମକ ଭୂତାଣୁକୁ ନେଇ ଏବେ ଆଉ ଗୋଟିଏ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣ ପୁରା ଆଶ୍ଚର୍ଯ୍ୟ ହୋଇଯିବେ ।

କରୋନା ଭୂତାଣୁ କେବଳ ମଣିଷର ଫୁସଫୁସକୁ ଆକ୍ରମଣ କରିନଥାଏ । ବରଂ କିଡନୀ, ଯକୃତ, ହାର୍ଟ, ମସ୍ତିଷ୍କ, ସ୍ନାୟୁ, ଚର୍ମ ଏବଂ ପାକସ୍ଥଳୀକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ଏଭଳି ରିପୋର୍ଟ ଏବେ ଲୋକମାନଙ୍କ ମନରେ ଆହୁରି ଭୟ ସୃଷ୍ଟି କରିଛି । ନ୍ୟୁୟର୍କର ଡାକ୍ତରମାନେ ରୋଗୀଙ୍କ ରିପୋର୍ଟ ସମୀକ୍ଷା କରିବା ପରେ ଏହା କହିଛନ୍ତି । କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ସହରମାନଙ୍କ ମଧ୍ୟରେ ନ୍ୟୁୟର୍କ ଅନ୍ୟତମ । ନ୍ୟୁୟର୍କ ସହରର କଲମ୍ବିଆ ୟୁନିଭରସିଟି ଇରବିଙ୍ଗ ମେଡିକାଲର ଡାକ୍ତରଙ୍କ ଟିମ୍ ମଧ୍ୟ ସେମାନଙ୍କ ରୋଗୀ ତଥା ବିଶ୍ୱର ଅନ୍ୟ ମେଡିକାଲ୍ ଟିମ୍ ସହିତ ରିପୋର୍ଟର ସମୀକ୍ଷା କରିଥିଲେ।

କିଛି ମାସ ପୂର୍ବେ ବହୁ ସଂଖ୍ୟକ କରୋନା ରୋଗୀଙ୍କୁ ଇରବିଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କରୋନା ରୋଗୀଙ୍କ ରିପୋର୍ଟ ସମୀକ୍ଷା କରିବା ପରେ ଏକ ମାରାତ୍ମକ ତଥ୍ୟ ଡାକ୍ତରମାନେ ଜାଣିବାକୁ ପାଇଲେ । ମାରାତ୍ମକ ଭୂତାଣୁ ମଣିଷର ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଟାର୍ଗେଟ କରୁଛି । ସିଧାସଳଖ ରୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ କ୍ଷତି ପହଞ୍ଚାଏ ଏବଂ ରକ୍ତ ଶରୀର ମଧ୍ୟରେ ଜମାଟ ବାନ୍ଧିବାକୁ ଲାଗେ । ଧିରେ ଧିରେ ହୃଦସ୍ପନ୍ଦନ ବନ୍ଦ ହେବା ସହ କିଡନୀରୁ ରକ୍ତ ପ୍ରବାହିତ ହୋଇ ଦେହରେ ଦାଗ ପଡ଼ିବା ଆରମ୍ଭ ହୋଇଥାଏ ।

ଖାଲି ସେତିକି ନୁହେଁ, କରୋନା ଆକ୍ରାନ୍ତ ପରେ ରୋଗୀମାନଙ୍କର ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ମାଂସପେଶୀରେ ଯନ୍ତ୍ରଣା, ପେଟରେ ପ୍ରବଳ ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ସମସ୍ୟା ଆରମ୍ଭ ହୋଇଥାଏ । ଏହା ସହିତ ଫୁସଫୁସ ସଂକ୍ରମଣ ହେତୁ ଗଳାରେ କଫ ଜମିବା ସହ ଜ୍ୱର ମଧ୍ୟ ହୋଇଥାଏ । ସମୀକ୍ଷା ବୈଠକରେ ଥିବା କଲମ୍ବିଆ ୟୁନିଭରସିଟିର ହୃଦ୍‌ରୋଗ ବିଶେଷଜ୍ଞ ଡକ୍ଟର ଅକୃତି ଗୁପ୍ତା କହିଛନ୍ତି ଯେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରମାନେ ଏହା ମନେ ରଖିବା ଉଚିତ ଯେ ଏହା ଏକ ମଲ୍ଟି ସିଷ୍ଟମ ରୋଗ ।

ସେ କହିଛନ୍ତି ଯେ ସେଠାରେ ବହୁତ ସଂଖ୍ୟକ ରୋଗୀ ଅଛନ୍ତି ଯେଉଁମାନେ କିଡନୀ, ହୃଦୟ ଏବଂ ମସ୍ତିଷ୍କର ରୋଗରେ ଆକ୍ରାନ୍ତ । ତେଣୁ ଡାକ୍ତରମାନେ ଫୁସଫୁସ ସଂକ୍ରମଣର ଚିକିତ୍ସା କରିବା ସହିତ ବିଭିନ୍ନ ସମସ୍ୟା ପାଇଁ ମଧ୍ୟ ଚିକିତ୍ସା କରିବା ଉଚିତ୍ ।

ବିଶ୍ୱ ସୁନ୍ଦରୀ ଐଶର୍ଯ୍ୟା ଏବଂ ତାଙ୍କ ଝିଅଙ୍କୁ କରୋନା : ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍

ଜୟପୁରରେ ବିଧାୟକଙ୍କ ସହ ଗେହଲୋଟଙ୍କ ବୈଠକ: ଯାହର ଫୋନ୍ ବନ୍ଦ ଅଛି…

ଜୟପୁର: ରାଜସ୍ଥାନ ରାଜନୀତିରେ ହଟଚମଟ । ସରକାର ଭାଙ୍ଗବା ଉଦ୍ୟମ ଅଭିଯୋଗରେ ୨ ଜଣ ବିଜେପି ନେତା ଗିରଫ ହେବା ପରେ କଂଗ୍ରେସ କ୍ୟାମ୍ପରେ ଏବେ କମ୍ପନ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ତାଙ୍କ ବାସଭବନରେ କଂଗ୍ରେସ ବିଧାୟକ ଏବଂ ମନ୍ତ୍ରୀମାନଙ୍କୁ ଜଣ ଜଣ କରି ଭେଟୁଛନ୍ତି । ସକାଳ ୧୦ଟାରୁ କଂଗ୍ରେସ ବିଧାୟକ ଓ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ପ୍ରକ୍ରିୟା ଜାରି ରହିଛି । କଂଗ୍ରେସ ସରକାରଙ୍କ ସମସ୍ତ ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ନିଜ ନିର୍ବାଚନମଣ୍ଡଳୀ ଛାଡି ଜୟପୁରରେ ପହଞ୍ଚିବାକୁ କୁହାଯାଇଥିଲା । ଆଉ ଏହା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ।

ରାଜସ୍ଥାନ ପରିବହନ ମନ୍ତ୍ରୀ ପ୍ରତାପ ସିଂ ଖାଚାରିୱାସଙ୍କ ଅନୁଯାୟୀ, ବୈଠକରେ ମୁଖ୍ୟମନ୍ତ୍ରୀ ଗେହଲୋଟ୍ କହିଛନ୍ତି ଯେ, ଯଦି କୌଣସି ବିଧାୟକ କିମ୍ବା ମନ୍ତ୍ରୀଙ୍କ ମୋବାଇଲ୍‌ ବନ୍ଦ ଆସେ ତାଙ୍କ ସହ ଯୋଗାଯୋଗ ହୋଇନପାରିଲେ ଭୟଭୀତ ହୁଅନ୍ତୁନାହିଁ । ସିଧାସଳଖ ଯାଇ ତାଙ୍କ ସହ ଯୋଗାଯୋଗ କରନ୍ତୁ। ସରକାରଙ୍କୁ ବଞ୍ଚାଇବାର ଦାୟିତ୍ୱ ସମସ୍ତଙ୍କ ଉପରେ ।

Punjab Kesari on Twitter:

ପ୍ରତାପ ସିଂହ ଖାଚାରିୱାସ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଦିଲ୍ଲୀ ଯାଇଥିବା ବିଧାୟକଙ୍କ ସହ ଯୋଗାଯୋଗରେ ଅଛନ୍ତି। ସଚିନ ପାଇଲଟ ଆମର ରାଜ୍ୟ ସଭାପତି। ଯଦି କୌଣସି ବିଧାୟକ ତାଙ୍କ ସହ ଯାଇଛନ୍ତି, ଏହାର ଅର୍ଥ ନୁହେଁ ଯେ ଅଶୋକ ଗେହଲୋଟଙ୍କ ବିରୁଦ୍ଧରେ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗାଯୋଗ କରିଛନ୍ତି।

How Sachin Pilot has given tension to Ashok Gehlot?

ପ୍ରତାପ ସିଂ ଖାଚାରିୱାସ କହିଛନ୍ତି ଯେ, ବିଜେପି କ୍ରମାଗତ ଭାବରେ ଟଙ୍କା ପ୍ରଲୋଭନ ଦେଖାଇ ଯୋଗାଯୋଗ କରିଆସୁଛି । କିନ୍ତୁ ସେମାନେ ସଫଳତା ପାଇନାହାଁନ୍ତି | ଏହି ସମୟରେ ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ ପକ୍ଷରୁ କଂଗ୍ରେସ ବିଧାୟକ, ସିଏମ୍, ଡେପୁଟି ସିଏମ୍‌ଙ୍କୁ ନୋଟିସ୍ ପଠାଇବା ଉପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସ୍ପଷ୍ଟୀକରଣ ଦେଇଛନ୍ତି।

Rajasthan deputy CM Sachin Pilot's supporters come to Gurugram ...

ଅଶୋକ ଗେହଲୋଟ୍ ଟୁଇଟ୍ କରି କହିଛନ୍ତି, ‘କଂଗ୍ରେସ ବିଧାନସଭା ପାର୍ଟିର ବିଜେପି ନେତାଙ୍କ ଦ୍ୱାରା SOG କୁ ଘୋଡା କାରବାର ଅଭିଯୋଗରେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚେତକ ଏବଂ ଅନ୍ୟ କେତେକ ମନ୍ତ୍ରୀ ଏବଂ ବିଧାୟକମାନେ ସାଧାରଣ ବିବୃତ୍ତି ଦେବାକୁ ନୋଟିସ ପାଇଛନ୍ତି।

ବିଶ୍ୱ ସୁନ୍ଦରୀ ଐଶର୍ଯ୍ୟା ଏବଂ ତାଙ୍କ ଝିଅଙ୍କୁ କରୋନା : ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍

ମୁମ୍ବାଇ: କରୋନା କବଳରେ ବଚ୍ଚନ ପରିବାର । ଜୟା ବଚ୍ଚନକୁ ବଦ୍‌ ଦେଲେ ପରିବାର ଅନ୍ୟ ୪ ଜଣ ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ । ଗତକାଲି ବଲିଉଡ୍ ମହାନାୟକ ଅମିତାଭ୍ ବଚ୍ଚନ ଓ ପୁତ୍ର ଅଭିଷେକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରବିବାର ଐଶର୍ଯ୍ୟା ରାୟ ବଚ୍ଚନ ଓ ଆରାଧ୍ୟା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ହେଲେ ସୌଭାଗ୍ୟ ବସତଃ କରୋନା କବଳରୁ ବର୍ତ୍ତି ଯାଇଛନ୍ତି ବିଗତ ଦିନର ଅଭିନେତ୍ରୀ ତଥା ବର୍ତ୍ତମାନର ସାଂସଦ ଜୟା ବଚ୍ଚନ ।

Aishwarya-Rai-Bachchan-Aaradhya-Bachchan

କିନ୍ତୁ ଗତକାଲି ଐାଶର୍ଯ୍ୟା ଏବଂ ଆରାଧ୍ୟାଙ୍କ ରିପୋର୍ଟ ନେଗେଟିଭ୍ ଆସିଲା ପରେ ଆଜି ପୁନଃ ପରୀକ୍ଷଣ କରାଯାଇଥିଲା ଏବଂ ସେମାନେ ଉଭୟ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏଣୁ ଜୟ ବଚ୍ଚନ ଆଗକୁ କରୋନା ପଜିଭିଟ୍ ଚିହ୍ନଟ ହୋଇନପାରନ୍ତି ଏଭଳି ଆାଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।

ଶନିବାର ବିଳମ୍ବିତ ରାତିରେ ତାଙ୍କ ଶ୍ୱଶୁର ତଥା ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଥିଲା । ତୁରନ୍ତ ତାଙ୍କୁ ନାନାବତୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପେ ଏଶ୍ୱର୍ଯ୍ୟାଙ୍କ ସ୍ୱାମୀ ଅଭିଷେକ ବଚ୍ଚନ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏନେଇ ଅଭିଷେକ୍‌ ଓ ଅମିତାଭ୍‌ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଥିଲେ ।

ତେବେ ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ ସ୍ୱାବ୍,‌ ଟେଷ୍ଟ ପାଇଁ ଦିଆଯାଇଥିବା ବେଳେ ଏବେ ସୁଦ୍ଧା କୌଣସି ରିପୋର୍ଟ ସାମ୍ନାକୁ ଆସି ନାହିଁ ।

ପୁଣି ଚର୍ଚ୍ଚାରେ ଅମିତାଭ-ରେଖା, ଜାଣନ୍ତୁ କାହିଁକି…

ମୁମ୍ବାଇ: ଅମିତାଭ ଓ ରେଖା  । ବଲିଉଡର ଦୁଇ ଜୀବନ୍ତ କିମ୍ବଦନ୍ତୀ । ସିନେମା ସୁମଧୂର ହିନ୍ଦୀ ସଙ୍ଗୀତ ଆଉ ନୃତ୍ୟକୁ ଭଲପାଉଥିବା ସବୁ ମଣିଷର ପ୍ରିୟ ଚରିତ୍ର ହେଉଛନ୍ତି ରେଖା ଓ ଅମିତାଭ । ରିଲ ହେଉ ଅବା ରିୟଲ ଲାଇଭ… ଅମିତାଭ ରେଖା ହିଁ ଖବରର ଶୀର୍ଷରେ ରହିଥାନ୍ତି । ନିଜର ପ୍ରଭାବଶାଳୀ ଅଭିନୟ ହେଉ ଅଥବା ଆଉ କେଉଁ କାରଣରୁ । ଖବର ଏମାନଙ୍କ ପିଛା ଛାଡ଼େନି । ରେଖାଙ୍କ ପଦିଏ କଥା ହେଉ କିମ୍ବା ଅମିତାଭଙ୍କ ଚ୍ୱିଟ… ତାହା ନ୍ୟୁଜରେ ଟ୍ରେଣ୍ଡ କରେ ।

ଏବେତ କୋଭିଡ ସମୟ… ନା ଫିଲ୍ମ ଅଛି ନା ଫିଲ୍ମ ହଲ ଚାଲୁଛି । ଏହି ଦୁଇ ଜଣଙ୍କର କୌଣସି ସିନେମା ମଧ୍ୟ ଦୀର୍ଘ ଦିନ ହେଲା ଆସିନି, ହେଲେ ଚର୍ଚ୍ଚା ଆସିଛି । ଜୁଲାଇ ୧୧, ୨୦୨୦ ରାତି ପାହି ଆସୁଥାଏ । ଏକ ଖବର ସମସ୍ତଙ୍କ ପାଇଁ ଅସ୍ୱାଭାବିକ ଥିଲା । ଶତାବ୍ଦୀର ମହାନାୟକ ତଥା ଅଶୀ ଦଶକର ଆଙ୍ଗ୍ରି ୟଙ୍ଗ ମ୍ୟାନ ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇଛନ୍ତି । ଏହି କଥା ସେ ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ । ଏହା ପରେ ସବୁ ମହଲରୁ ଛୁଟି ଆସିଥିଲା ବିଗ ବିଙ୍କର ଆସୁ ଆରୋଗ୍ୟର କାମନା । ଏହାର କିଛି ସମୟ ପରେ ଜୁନିୟର ବଚ୍ଚନ ମଧ୍ୟ କରୋନା ପଜିଟିଭ ହୋଇଥିବା ସୂଚନା ଆସିଥିଲା । ବର୍ତ୍ତମାନ କୋଭିଡର ଦ୍ୱିତୀୟ ଟେଷ୍ଟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଝିଅ ଆରାଧ୍ୟା ବଚ୍ଚନଙ୍କ ରିପୋର୍ଟ ପଜିଟିଭ ଆସିଛି ।

ହେଲେ ଏସବୁ ମଧ୍ୟରେ ରେଖା କଣ ପାଇଁ ଖବରକୁ ଆସିଗଲେ ? ଅମିତାଭ କରୋନା ପଜିଟିଭ ଆସିବା ସହ ରେଖାଙ୍କର କଣ ସଂପର୍କ ରହିଛି ? ଏହି ପ୍ରଶ୍ନ ସମସ୍ତଙ୍କ ମନକୁ ଆନ୍ଦେଳିତ କରୁଥିବ । ଜଣାଇ ରଖୁଛୁ ଯେ, ରେଖା ସଂମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି… ହେଲେ ସେ ରହୁଥିବା ବଙ୍ଗଳା  Sea Sripngs କୁ ସିଲ କରାଯାଇଛି । ବଙ୍ଗଳାକୁ ସିଲ କରିବା ସହ କଣ୍ଟେନମେଣ୍ଟ ଅଞ୍ଚଳ ମଧ୍ୟ ଘୋଷଣା କରାଯାଇଛି  । କାରଣ ଏହି ବଙ୍ଗଳାର ସିକ୍ୟୁରିଟି ଗାର୍ଡଙ୍କୁ କରୋନା ହେଇଥିଲା । ତେଣୁ ଗୋଟିଏ ଦିନରେ ଅମିତାଭ- ରେଖାଙ୍କ ନାଁ ପୁଣି ଟ୍ରେଣ୍ଡିଂ କରୁଛି ।

 

ପୁଣି ଦୁଇ ହାର୍ଡକୋର‌୍‌ ମାଓବାଦୀଙ୍କ ସରେଣ୍ଡର…

ମାଲକାନଗିରି: ପୁଣି ୨ ହାର୍ଡକୋର୍‌ ମାଓବାଦୀ ସାମିଲ ହେଲେ ମୁଖ୍ୟ ସ୍ରୋତରେ । ମାଲକାନଗିରି ପୋଲିସ୍‌ ନିକଟରେ ୨ ହାର୍ଡକୋର୍‌ ମାଓବାଦୀଙ୍କ ଆତ୍ମସମର୍ପଣ କରିବା ପରେ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ଜଣେ ମହିଳା ଲାକେ ପୁନେମ ଓ ଜଣେ ପୁରୁଷ କାନା ମାଡ଼ି ଆତ୍ମସମର୍ପଣ କରିଛନ୍ତି । ଏମାନେ ଦୀର୍ଘଦିନ ଧରି ମାଓ ସଙ୍ଗଠନରେ ରହି ବହୁ ପ୍ରମୁଖ କାର୍ଯ୍ୟ ତୁଲାଉ ଥିଲେ । କାନା ମାଡ଼ି ଏସିଏମ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

Mao Surrender

ସେହିପରି ଲାକେ ପୁନେମ ମାଓ ସଂଗଠନର ସଦସ୍ୟା ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ନାଁରେ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ସ୍ୱାଭିମାନ ଅଞ୍ଚଳରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବା ପରେ ଓ ପୋଲିସର କାର୍ଯ୍ୟକ୍ରମ ଦେଖି ଏମାନେ ମାଓ ସଂଗଠନ ଛାଡ଼ି ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ଏହି ଦୁଇ ମାଓବାଦୀଙ୍କ ଆତ୍ମସମର୍ପଣ ମାଓ ସଙ୍ଗଠନ ପାଇଁ ଶକ୍ତ ଝଟ୍‌କା ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ମାଓବାଦୀ ସଂଗଠନ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଲକାନଗିରି ଏସ୍‌ପି ଅପିଲ କରିଛନ୍ତି ।

’କ୍ଷୀର ପ୍ୟାକେଟ୍‌ ଆଣିବାକୁ ପାସ୍ ଆବଶ୍ୟକ, କେରଳରୁ କର୍ଣ୍ଣାଟକରେ ପହଞ୍ଚିଲେ ସୁନା ତସ୍କର’

କେରଳ: ସୁନା ସ୍ମଗଲିଂ ମାମଲାର ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନା ସୁରେଶ ବନ୍ଧା ହେବ ପରେ ପିନାରାୟୀ ବିଜୟନ୍‌ ସରକାର ଏବେ କାଠଗଡ଼ାରେ । ସ୍ୱପ୍ନାଙ୍କ ସହ ସମାନ ମାମଲାରେ ସନ୍ଦୀପ ନାୟରଙ୍କୁ ମଧ୍ୟ ଅଟକ ରଖିଛି ଏନ୍ଆଇଏ । ସେମାନେ ମାମଲା ପ୍ରକଟ ହେବା ପରଠାରୁ ପେରାର ଥିବା ବେଳେ ବେଙ୍ଗାଲୁରୁରୁ ଠାବ କରିଛି ଏନ୍‌ଆଇଏ ।

Kerala gold smuggling case: NIA detains key accused Swapna Suresh ...

ତେବେ ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ସେମାନେ କିଭଳି ବର୍ଡର ଅତିକ୍ରମ କରି କର୍ଣ୍ଟାଟକରେ ପହଞ୍ଚିଲେ ଏ ନେଇ ପ୍ରଶ୍ନ ଉଠାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ସେମାନଙ୍କୁ ଫେରାର କରାଇବାରେ କିଛି ବରିଷ୍ଠ ପୋଲିସ ଅଧିକାରଙ୍କ ହାତ ଥିବା ଅଭିଯୋଗ ଆଣିଛନ୍ତି ଏହି ୨ ରାଜନୈତିକ ଦଳ । ଏଥିସହିତ ରାଜ୍ୟରେ ଲକ୍‌ଡାଉନ୍‌ କଟକଣାକୁ ପାଳନ କରାଯିବାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ତେବେ ସ୍ୱପ୍ନା କେରଳ ସରକାର ଆଇଟି ମନ୍ତ୍ରାଳୟର ବୈଷୟକ ପରାମର୍ଶଦାତା  ।

Kerala gold smuggling case: Key accused Swapna Suresh, Sandeep ...

ଜୁଲାଇ ୫ରେ କେରଳର ଥିରୁଭନନ୍ତପୁରମ ଏୟାରପୋର୍ଟରୁ ଡିପ୍ଲୋମାଟିକ କନସାଇମେଣ୍ଟରେ ୩୦ କେଜିର ସୁନା ଆସିଥିଲା। କଷ୍ଟମ ବିଭାଗ ରେଡ୍ କରି ଏହି ସୁନା ଜବତ କରିଥିଲା। ଯାହାକି ବେଆଇନ୍। ଏହା ପରେ ସୁନା ସ୍ମଗଲିଂକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା।

Kerala gold smuggling: Brother not in talking terms with accused ...

ଜବତ ହୋଇଥିବା ସୁନା ୟୁଏଇ ଦୂତାବାସ ନାଁରେ ପଞ୍ଜୀକରଣ ହୋଇଥିଲା। ଏହାପରେ କଷ୍ଟମ ଡିର୍ପାଟମେଣ୍ଟ ଦୂତାବାସର ଜଣେ ପୂର୍ବତନ କର୍ମଚାରୀ ସରିତା ନାୟରଙ୍କୁ ନିଜ ହେପାଜତକୁ ନେଇଛି। ସରିତାଙ୍କୁ ପଚରା ଉଚରା କରିବା ପରେ ସୁନା ସ୍ମଗଲିଂ ମାମଲାର ମାଷ୍ଟର ମାଇଣ୍ଡ  ସ୍ୱପ୍ନା ସୁରେଶ ଜାଣିବାକୁ ପାଇଥିଲା । ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ତାଙ୍କୁ ପଦବୀରୁ ବିଦା କରିଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ଆଉ ଜଣେ ଆଇଏଏସ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନଙ୍କ ମୁଖ୍ୟ ସଚିବ ଏମ ଶିବଶଙ୍କରଙ୍କର ସଂପୃକ୍ତି ଥିବା ନେଇ ଅଭିଯୋଗ ଆସିବା ପରେ ଶିବଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ନିଲମ୍ୱନ କରିଛନ୍ତି।