spot_img
Home Blog Page 6825

ନକଲି ଡାକ୍ତରଙ୍କ ଚିକିତ୍ସା ପରେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ, ମହିଳାଙ୍କୁ ଇଞ୍ଜେକ୍ସନ ଦେବା ପରେ ଗୁରୁତର ହୋଇଥିଲା ସ୍ୱାସ୍ଥ୍ୟ।ବସ୍ଥା

ଉମରକୋଟ: ନକଲି ଡାକ୍ତରଙ୍କ ଚିକିତ୍ସା ପରେ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ। ନବରଙ୍ଗପୁର ରାଇଘର କଙ୍ଗାଧୋଗରି ଗାଁରେ ଏଭଳି ଅଘଟଣ ସାମ୍ନାକୁ ଆସିଛି । ମୃତକ ହେଉଛନ୍ତି ଉମରକୋଟ୍‌ ଜଡାଗୁଡା ଗାଁର ଗୋବର୍ଦ୍ଧନ ଗୌଡ଼ଙ୍କ ଦ୍ୱିତୀୟ  ପତ୍ନୀ ଅନିତା । ସେ ଅସୁସ୍ଥ ହେବା ପରେ ତାଙ୍କୁ ସେହି ଗାଁର ଜଣେ ଡାକ୍ତର ଆସି ଇଞ୍ଜକସନ ଦେଇଥିଲେ । ତାପରେ ତାଙ୍କର ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା ।

ପରେ ଆଶାକର୍ମି ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ତାଙ୍କର ମୃତ୍ୟୁ ପରେ ନକଲି ଡାକ୍ତର ତାଙ୍କୁ ଇଞ୍ଜେକସନ ଦେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ସମ୍ପର୍କିୟ ।

ସୂଚନା ଅନୁଯାୟୀ, ଗତ ରବିବାର ଜଡାଗୁଡା ଗାଁର ଗୋବର୍ଦ୍ଧନ ଗୌଡ଼ଙ୍କ ଦ୍ୱିତୀୟ  ପତ୍ନୀ ଅନିତା ଅସୁସ୍ଥ ହେବାରୁ ଡାକ୍ତର ଦେଖାଇଥିଲେ। ଡାକ୍ତର ତାଙ୍କୁ ଇଞ୍ଜକ୍ସନ ଦେଇଥିଲେ । କିନ୍ତୁ ଅନିତାଙ୍କ ଦେହ ଭଲ ହେବା ପରିବର୍ତ୍ତେ ଅଧିକ ଖରାପ ହେବାକୁ ଲାଗିଥିଲା । ପରେ ଅନିତାଙ୍କ ଦେହ ଭଲ ନହେବାରୁ ସେ ସୋମବାର ଗୁଣିଆ ଦେଖାଇଥିଲେ । ଏହାପରେ ତାଙ୍କୁ ସ୍ଥାନୀୟ ଆଶାକର୍ମୀ ରାଇଘର ମେଡିକାଲକୁ ନେଇଥିଲେ।

ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ।ବସ୍ଥା ବିଗିଡିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ରାଇଘର ପୋଲିସ ପହଞ୍ଚି ତଦନ୍ତ କରୁଛି । ତେବେ ନକଲି ସାର୍ଟିଫିକେଟ୍‌ ଦେଖାଇ ଡାକ୍ତର ଜଣକ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି ।

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା ସନ୍ଦେହ, ପୋଲିସର ତଦନ୍ତ ଆରମ୍ଭ

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଆତଙ୍କ ରାଜ । ଅପରାଧିଙ୍କର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି । କେତେବେ କିଡ଼ନାପିଂ ତ ପୁଣି କେବେଳେ ଛିନତାଇ । ଏହିଭଳି ଗୋଟେ ପରେ ଗୋଟେ କାଣ୍ଡ ଭିଆଇ ଚାଲିଛନ୍ତି ଅପରାଧି । କଛି ଦିନ ପୂର୍ବରୁ ଭୁବନେଶ୍ୱର ସୁନ୍ଦରପଦାରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ କିଛି ଦୁର୍ବୃତ୍ତ ଅପହରଣ ପରେ ମାଡ଼ ମାରି ଛାଡ଼ି ଦେଇଥିବା ଘଟଣା ଚର୍ଚ୍ଚାରକୁ ଆସିଥିଲା ।

ଆଜି ପୁଣି ଆଉ ଏକ ବଡ଼ ଧରଣର ରକ୍ତାକ୍ତ କାଣ୍ଡ ରଚାଇଛନ୍ତି ଦୁର୍ବୃତ୍ତ । ଜଣେ ଯୁବକଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ଆସିଛି । ଚନ୍ଦ୍ରଶେଖପୁର ଡମଣା ଅଞ୍ଚଳରେ ଘଟିଛି ଏବଳି ଘଟଣା । ଗତ ରାତିରେ ଜଣେ ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ସୂଚନା ମିଳିଛି । ହେଲେ କଣ ପାଇଁ ଏ ହତ୍ୟା ହୋଇଛି ଏବଂ କାହିଁ ହୋଇଛି ତାହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ମତକ ଜଣକ ଜଣେ ରାଜମିସ୍ତ୍ରୀ । ଅଭିଯୁକ୍ତ ତାଙ୍କୁ କାଠ ଫାଳିଆରେ ଆକ୍ରମଣ କରି ହତ୍ୟା କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ସନାତନ ମୁଣ୍ଡାଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରୁଛି ।

ତେବେ ପୂର୍ବ ଶତ୍ରୁତାକୁ ନେଇ ଏଭଳି ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ସନ୍ଧେହ କରାଯାଉଛି। ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଘଟଣା । ସେପଟେ ଘଟଣା ସ୍ଥଳରେ ଚନ୍ଦ୍ରଶେଖପୁର ଥାନା ପୋଲିସର ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ । ସବୁଠାରୁ ବଡ଼ କଥା ହେଉଛି ରାଜଧାନୀର ଛାତି ଉପରେ ଏଭଳି ହତ୍ୟା କାଣ୍ଡ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଚ ଆଣି ଦେଇଛି ।

ଆଜି ଏହି ରାଶିର ଲୋକଙ୍କ ପାଇଁ ହେବ ପରିବର୍ତ୍ତନର ଦିନ

ଆଜିର ପଞ୍ଚାଙ୍ଗ

ଆଜି ହେଉଛି ୧୨ ଜୁନ୍ , ୨୦୨୦ ମସିହା ଶୁକ୍ରବାର

୧୯୪୨ଶକାଦ୍ଦ, ୧୪୨୭ ସାଲ

୨୦୭୭ ସମ୍ବତ ବୃଷ ୩୦ଦିନ, ଆଷାଢ ମାସ, କୃଷ୍ଣ ପକ୍ଷ, ସପ୍ତମୀ ତିଥି ।

ଶୁକ୍ରବାର, ଶତଭିଷା ନକ୍ଷତ୍ର, କୁମ୍ଭ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି ।

ଯୋଗିନୀ- ବାୟବ୍ୟେ ଯୋଗିନୀ ଅବସ୍ଥାନ କରୁଥିବାରୁ ଆଜି ବାୟବ୍ୟେ ଯାତ୍ରା ନିଷେଧ

ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶି ପାଇଁ ଘାତଚନ୍ଦ୍ର

ଘାତବାର-ବିଛା, ଧନୁ, ମୀନ ରାଶି ପାଇଁ ଘାତବାର

ଶୁଭ ସମୟ- ଦିବା୧୨-୧୨ ମିନିଟ୍‌ ଠାରୁ ଦିବା ୩.୩୬ ମିନିଟ୍‌ ପର୍ଯ୍ୟନ୍ତ ଶୁଭସମୟ

ଅଶୁଭ ସମୟ- ଦିବା ୧୦.୩୦ମିନିଟଟ୍ ଠାରୁ ଦିବା ୧୨ଟା ପର୍ଯ୍ୟନ୍ତ ଅଶୁଭ ସମୟ

ମେଷ

ଅଶ୍ୱିନୀ – ଆଜି ଆପଣଙ୍କୁ ଶୁଭ ଖବର ମିଳିବ, କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ ।

ଦ୍ୱିଜା- କର୍ମ କ୍ଷେତ୍ରକୁ ନେଇ ଚିନ୍ତା ବଢିବ, ଶରୀର ପ୍ରତି ବିପଦ ଥିବାରୁ ଧ୍ୟାନରେ ଚଳନ୍ତୁ ।

କୃତ୍ତିକା- ମନରେ ଆତ୍ମ ବିଶ୍ୱାସ ରହୁଥିବାରୁ ସମୟ ପୂର୍ବରୁ କାର୍ଯ୍ୟ ସଫଳ ହେବ ।

ଉପାୟ: ଠାକୁର ଘରେ ହନୁମାନଙ୍କ ପାଖରେ କର୍ପୂର ଜଳାନ୍ତୁ ସମସ୍ୟା ଦୂର ହେବ ।

ବୃଷରାଶି

କୃତ୍ତିକା – ଆଜି ଆପଣଙ୍କ ପାଇଁ ଲାଭର ଦିନ, ଅଟକିଥିବା କାର୍ଯ୍ୟ ସଫଳ ହେବ, ଶରୀର ଓ ମନ ସୁସ୍ଥ ରହିବ ।

ରୋହିଣୀ- ଘରୋଇ ହିଂସା ଆପଣଙ୍କୁ ବିଚଳିତ କରିବ । କ୍ଷମାଶୀଳ ହୋଇ ସମୟ କାଟନ୍ତୁ, ସମୟ ଆପଣଙ୍କ ସପକ୍ଷରେ ରହିବ ।

ମୃଗଶିରା- ଉତ୍ତମ ବ୍ୟବହାର ଦ୍ଵାରା କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ, ମାନସିକ ଚାପରୁ ଆଜି ମୁକ୍ତି ମିଳିବ ।

ଉପାୟ:  ଭଗବାନ ଶ୍ରୀବିଷ୍ଣୁଙ୍କ ସହସ୍ର ନାମ ଶ୍ରବଣ କରନ୍ତୁ, ସମସ୍ତ ବାଧା ଦୂର ହେବ

ମିଥୁନ ରାଶି

ମୃଗଶିରା- ସମାଜରେ ପ୍ରଷ୍ଠାତି ବଢିବ, ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ ।

ଆଦ୍ରା-  ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖି ଚଳନ୍ତୁ । କୈାଣସି କ୍ଷେତ୍ରରେ ଧନ ନିବେଶ କରନ୍ତୁ ନାହିଁ ।

ପୁନର୍ବସୁ- ବନ୍ଧୁଙ୍କ ସହଯ଼ୋଗ ମିଳିବ । ପରିବାରରେ ଆନନ୍ଦ ଉଲ୍ଲାସରେ ସମୟ କଟିବ । କର୍ମକ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ ।

ଉପାୟ:  – ଭଗବାନ ଶ୍ରୀକୃଷ୍ଣଙ୍କ ନାମକୁ ୧୦୮ଥର ପାଠ କରନ୍ତୁ , ଓଁ କୃଷ୍ଣାୟ ନମଃ

 କର୍କଟ ରାଶି

ପୁନର୍ବସୁ –  ଲମ୍ବା ସମୟ ପର୍ଯ୍ୟନ୍ତ ଚାଲୁଥିବା ସମସ୍ୟାର ସମାଧାନ ହେବ, ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ପୁଷ୍ୟ।-  ଲଭ ଲାଇଫକୁ ନେଇ ଖୁସୀ ରହିବେ । ପୁରା ଦିନ ଭଲରେ କଟିବ ।

ଅଶ୍ଳଷା- ନିଜ ଲୋକ ଶତ୍ରୁ ପରି ବ୍ୟବହାର କରିଥାନ୍ତି । ଫଳତଃ ପାରିବାରିକ ପରିସ୍ଥିତିକୁ ନେଇ ଚିନ୍ତା ବଢିବ ।

ଉପାୟ:  – ଅସହାୟ ବ୍ୟକ୍ତିକୁ ଖାଦ୍ୟ ଦାନ କରନ୍ତୁ, ପରିସ୍ଥିତିରେ ସୁଧାର ଆସିବ

 ସିଂହରାଶି

ମଘା – ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ସରକାରୀ ସ୍ତରରୁ ଶୁଭଖବର ମିଳିବା ସହ କିଛି ସହଯୋଗ ମିଳିବ ।

ପୂର୍ବା ଫାଲଗୁନି- କର୍ମ କ୍ଷେତ୍ରକୁ ନେଇ କିଛି ସମସ୍ୟାର ସମ୍ମୁଖୀନ ହେବେ । ଶରୀର ପ୍ରତି ବିପଦ ଥିବାରୁ ସତର୍କ ରୁହନ୍ତୁ ।

ଉତ୍ତରାଫାଲଗୁନି- ପୁରା ଦିନ ମନରେ ଉତ୍ସାହ ରହିବ, ଲୋକପ୍ରିୟତା ବଢିବ, କର୍ମକ୍ଷେତ୍ରରେ ଶୁଭ ଫଳ ।

କନ୍ୟାରାଶି

ଉତ୍ତରଫାଲଗୁନି –  କର୍ମ ଓ ପରିବାରକୁ ନେଇ ଖୁସୀ ରହିବେ । କିଛି ଭଲ ଖବର ମିଳିଛି  । ଦିନଟି ଭଲରେ ଭଲରେ କଟିବ ।

ହସ୍ତା- କର୍ମ ଓ ପରିବାରକୁ ନେଇ ଖୁସୀ ରହିବେ  । ଖର୍ଚ୍ଚ ବଢିବ, କିନ୍ତୁ ରୋଜଗାର ବଢିବ ନାହିଁ ।

ଚିତ୍ରା-  ଆଜି ଆପଣଙ୍କ ପାଇଁ ପରିବର୍ତ୍ତନର ଦିନ । ନିଜ ପ୍ରଫେସନକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ।

ଉପାୟ:  କୁକୁରକୁ ଖାଦ୍ୟ ଦିଅନ୍ତୁ ଶୁଭ ଖବର ମିଳିବ ।

  ତୁଳାରାଶି

ଚିତ୍ରା –  ମନରେ ଉତ୍ସାହ ରହୁଥିବାରୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ଏବଂ ନିଜ ଚେଷ୍ଟାରେ ସଫଳ ହେବେ ।

ସ୍ୱାତୀ-  ଆକସ୍ମିକ ବିପଦ ରହୁଥିବାରୁ ସତର୍କ ହୋଇ ଚଳନ୍ତୁ । ଶିଘ୍ର କୈାଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଗଚ୍ଛିତ ଅର୍ଥ ଖର୍ଚ୍ଚ ହେବ ।

ବିଶାଖା-   ପରିବାର ସହ ଖୁସୀରେ ସମୟ କଟିବ, ଅଧା ଥିବା କାର୍ଯ୍ୟର ସଫଳତା ମିଳିବ ।

ଉପାୟ:  – ଗୋସେବା କରନ୍ତୁ, ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ବିଛାରାଶି

ବିଶାଖା – ଆଜି ପୂରାଦିନ ଆପଣଙ୍କ ମନ ଭଲ ରହିବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ପରିବାରର ସହଯୋଗ ମିଳିବ ।

ଅନୁରାଧା- ଗୁରୁଜନଙ୍କ ଆଶିର୍ବାଦ ମିଳିବ, ଦିନଟି ଭଲରେ କଟିବ । ପରିବାରରେ ଖୁସିର ମାହୋଲ ରହିବ

ଜ୍ୟୋଷ୍ଠା – ପୁରାଦିନ ଅସ୍ଥିରତା ମଧ୍ୟରେ କଟିବ । ଶରୀର ପୀଡା ଏବଂ ଅର୍ଥକୁ ନେଇ ଚିନ୍ତା ବଢିବ ।

ଉପାୟ:  – ଭଗବାନ ଗଣେଷଙ୍କୁ ଦୁର୍ବା ଅର୍ପଣ କରନ୍ତୁ ।

ଧନୁରାଶି

ମୂଳା –  କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ, ଶରୀର ସୁସ୍ଥ ରହିବ, କର୍ମ କ୍ଷେତ୍ରରେ ସଫଳତା ମିଳିବ ।

ପୂର୍ବାଷାଢ-  ହେବାକୁ ଥିବା କାର୍ଯ୍ୟ ଅଟକିଯିବ, ମନରେ ବ୍ୟସ୍ତତା ବଢିବ, ପରିଶ୍ରମ ଅନୁସାରେ ସଫଳତା ମିଳିବ ନାହିଁ ।

ଉତ୍ତରାଷାଢ-  ପୁରାଦିନ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଅନେକ ଦିନରୁ ପ୍ରତିକ୍ଷାରେ ଥିବା କାମଟି ସଂପୂର୍ଣ୍ଣ ହେବ ।

ଉପାୟ:  -ଡାଲଚିନି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ, ଦିନଟି ଭଲରେ କଟିବ ।

ମକର ରାଶି

ଉତ୍ତରାଷାଢ –  ଆଜି ନିଜ କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ, ଗବେଷଣାରତ ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଲାଭ ଦାୟକ ହେବ ।

ଶ୍ରବଣା-  ଆକସ୍ମିକ ଭାବରେ କୈାଣସି ସମସ୍ୟା ଆସିପାରେ, ଅସ୍ଥିରତା ବଢିବ, କର୍ମକ୍ଷେତ୍ର ନେଇ ଚିନ୍ତା ବଢିପାରେ  ।

ଧନିଷ୍ଠା- ଆଜି ଆର୍ଥକ ସ୍ଥିତିରେ ସୁଧାର ଆସିବ, ଜୀବନସାଥୀଙ୍କ ପ୍ରେମପୂର୍ଣ୍ଣ ବ୍ୟବହାର ଦ୍ଵାରା ମନରେ ପ୍ରଶନ୍ନତା ରହିବ ।

ଉପାୟ:  -ରବି ମହାଗ୍ରହଙ୍କ ମନ୍ତ୍ରକୁ ୨୧ଥର ଜପ କରନ୍ତୁ , କର୍ମ ଚିନ୍ତାରୁ ମୁକ୍ତି ମିଳିବ ।

 କୁମ୍ଭରାଶି

ଧନିଷ୍ଠା-  ନୂଆ ବନ୍ଧୁଙ୍କ ସାକ୍ଷାତ ଦ୍ଵାରା ମନରେ ଖୁସି ଦୁଇ ଗୁଣ ହେବ,ପ୍ର ତ୍ୟକଟି କାର୍ଯ୍ୟରେ ସଫଳତା ମିଳିବ ।

ଶତଭିଷା- ବଡ ବିପଦରୁ ଆଜି ଅଳ୍ପକେ ରକ୍ଷା ପାଇଯିବେ ।

ପୂର୍ବଭାଦ୍ରପଦ-  ଧାର୍ମିକ କାର୍ଯ୍ୟରେ ସମୟ କଟିବ, ଆର୍ଥିକ କ୍ଷେତ୍ରରେ ଆଶ୍ୱସ୍ତି ମିଳିବ

ଉପାୟ:  – ମିଠା ଦହି ଖାଇ ପାଣି ପିଅନ୍ତୁ, ଖୁସୀ ଖବର ମିଳିବ ।

ମୀନରାଶି

ପୂର୍ବଭାଦ୍ରପଦ-  କର୍ମ କ୍ଷେତ୍ରରେ ବଡ ଧରଣର ପରିବର୍ତ୍ତନ ଆସିବ, ପରୋପକାର କାର୍ଯ୍ୟ ପାଇଁ ପ୍ରଶଂସିତ ହେବେ ।

ଉତ୍ତରଭାଦ୍ରପଦ-  ପୂରାଦିନ ଭଲରେ କଟିବ, ଆକସ୍ମିକ ଭାବରେ କିଛି ଖୁସି ଖବର ମିଳିବ ।

ରେବତୀ- ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ପାଇବ, ଲଭ ଲାଇଫ ପାଇଁ ସମୟ ଭଲ ରହୁନଥିବାରୁ ସତର୍କ ହୋଇ ଚଳନ୍ତୁ । ମାନ ସମ୍ମାନ ହାନି ଯୋଗ ରହିଛି ।

ଉପାୟ:  -ତୁଳସୀ ପତ୍ର ନିଜ ପାଖରେ ରଖନ୍ତୁ, ମନରେ ଶାନ୍ତି ମିଳିବ

ବିଶ୍ୱରେ ୭୫ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ହାର ସାଢ଼େ ୪ ଲକ୍ଷ ଛୁଇଁବ

ବିଶ୍ୱରେ ତୁହାକୁ ତୁହା ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ କରୋନା ଗ୍ରାଫରେ ଉପର ମୁହାଁ ହେଉଛି ସଂକ୍ରମଣ । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ବିଶ୍ୱର ମୋଟ କରୋନା ସଂକ୍ରମଣ ୭୫ ଲକ୍ଷ ଅତିକ୍ରମ କରିଛି । ଏଥିରେ ୪ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି କରୋନା ଦ୍ୱାରା ବିଶ୍ୱରେ ବର୍ତ୍ତମାନ ୧୮୮ ଟି ଦେଶ କରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି  ।

ସେଥିମଧ୍ୟରୁ ସବୁଠୁ ପ୍ରଭାବଶାଳୀ ରାଷ୍ଟ୍ର ଆମେରିକା କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି । ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ହେଉଛି ୨୦ ଲକ୍ଷ ୨୨ ହଜାର ୪୮୮ । ଯେଉଁଥିରେ ୧ ଲକ୍ଷ ୧୩ ହଜାର ୮୦୩ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ନ୍ୟୁୟର୍କରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ଏଠାରେ ୩୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଦୁଇ ନମ୍ବର ହେଉଛି ନ୍ୟୁ ଜର୍ସି ସହର, ଯେଉଁଠାରେ ୧୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ଆମେରିକା ପରେ ବ୍ରାଜିଲ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି । ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ୮ ଲକ୍ଷ ଅତିକ୍ରମ କରିଛି ଏବଂ ୪୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଋଷିଆ ତୃତୀୟ ସ୍ଥାନରେ ଅଛି, ଯେଉଁଠାରେ ମୋଟ ରୋଗୀଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ ଏବଂ ୬୫୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ବ୍ରିଟେନ କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ଅଛି । ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୯୨ ହଜାରରୁ ଅଧିକ ଏବଂ ୪୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଭାରତ ପଞ୍ଚମ ସ୍ଥାନରେ ଅଛି, ଯେଉଁଠାରେ ମୋଟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୮୬ ହଜାରରୁ ଅଧିକ ଏବଂ ୮ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।

ସେହିଭଳି ଏହା ବ୍ୟତୀତ ସ୍ପେନରେ ୨ ଲକ୍ଷ ୪୨ ହଜାରରୁ ଅଧିକ ନିଶ୍ଚିତ ମାମଲା ଏବଂ ୨୭ ହଜାରରୁ ଅଧିକ ରୋଗୀଙ୍କର ମୃତ୍ୟୁ ହୋଇଛି ।  ଇଟାଲୀରେ ୨ ଲକ୍ଷ ୩୬ ହଜାରରୁ ଅଧିକ ସଂକ୍ରମିତଙ୍କ ମାମଲା ଆସିଥିବା ବେଳେ  ୩୪ ହଜାରରୁ ଅଧିକ ରୋଗୀଙ୍କର ମୃତ୍ୟୁ ହୋଇଛି ପେରୁରେ ୨ ଲକ୍ଷ ୧୪ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୬ ହଜାରରୁ ଅଧିକ ମୃତ୍ୟୁ ହୋଇଛି । ସେହିଭଳି ଫ୍ରାନ୍ସରେ ୧ ଲକ୍ଷ ୯୨ ହଜାରରୁ ଅଧିକ କରୋନା ମାମଲା ଆସିଥିବାବେଳେ ୨୯ ହଜାରରୁ ଅଧିକ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି ।

ରଜ ପାଇଁ ୩ ଘଣ୍ଟା କୋହଳ ହେଲା କର୍ଫ୍ୟୁ, ୭ଟା ପରିବର୍ତ୍ତେ ୧୦ ଟାରେ ହେବ ଦୋକାନ ବନ୍ଦ

ଭୁବନେଶ୍ୱର: ରଜ ପାଇଁ କୋହଳ ହେଲା କର୍ଫ୍ୟୁ । ରବିବାର ପହିଲି ରଜକୁ ଦୃଷ୍ଟିରେ ରଖି ସରକାର କର୍ଫ୍ୟୁ କୋହଳ କରିଛନ୍ତି । କରୋନା ପାଇଁ ରାତି ୭ ରୁ ସକାଳ ୭ ପର୍ଯ୍ୟନ୍ତ ୧୧ଟି ଜିଲ୍ଲାରେ ସଟ୍‌ଡାଉନ ଘୋଷଣା କରାଯାଇଥିଲା । କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । କିନ୍ତୁ ରବିବାର ପହିଲି ରଜ ଥିବାରୁ ସଟ୍‌ଡାଉନରେ କିଛି ମାତ୍ରାରେ କୋହଳ କରାଯାଇଛି ।

ରାତି ୭ ରେ ବନ୍ଦ ହେଉଥିବା ଦୋକାନ ସବୁ ଆଜି ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ । କହିବାକୁ ଗଲେ ରଜପାଇଁ ଲୋକଙ୍କର କିଣାବିକାକୁ ଦୃଷ୍ଟିରେ ରଖି ରାତି ୧୦ ପର୍ଯ୍ୟନ୍ତ ସବୁ ଦୋକାନ ବଜାର ଖୋଲା ରହିବ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

ରଜ ପାଇଁ ଖୁସି ଖବର, ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନବଜାର

ଶନି ଏବଂ ରବି ବାର ୧୧ ଜିଲ୍ଲାରେ କରୋନା ପାଇଁ କର୍ଫ୍ୟୁ କରାଯାଇଛି  । ସପେଟେ ପୁରା ରାଜ୍ୟରେ ସନ୍ଧ୍ୟା ୭ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯାଇଛି । ତେବେ ରଜ ଆଗକୁ ପଡ଼ୁଥିବାରୁ ଶୁକ୍ରବାର ରାଜ୍ୟ ସରକାର କର୍ଫ୍ୟୁରେ କୋହଳ କରିଛନ୍ତି । ଯେଉଁଥି ପାଇଁ ରାଜ୍ୟବାସୀ କିଛି ମାତ୍ରାରେ ଆଶ୍ୱସ୍ତ ହୋଉଛନ୍ତି ।

କଟକ ଆସୁଥିବା ବେଳେ ଜନନୀ ଏକ୍ସପ୍ରେସ ଗାଡି ଦୁର୍ଘଟଣାଗ୍ରସ୍ତ

ଜଗତସିଂହପୁର: ଜଗତସିଂହପୁର-କଟକ ରାସ୍ତା ହଜିପୁର ଛକ ନିକଟରେ ଜନନୀ ଏକ୍ସପ୍ରେସ ଗାଡି ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ଜଗତସିଂପୁରରୁ ଜନନୀ ଏକ୍ସପ୍ରେସ ଗାଡି କଟକ ଆସୁଥିବା ବେଳେ ଭାରସାମ୍ୟ ହରାଇ ଏକ ଜଳଖିଆ ଦୋକାନ ଭିତରକୁ ଧସେଇ ପଶିଥିଲା ।

ଦୋକାନରେ ଥିବା କ୍ଷୀର ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ବିରିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗାଡି ଚାଳକ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ବିରିଡି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।