spot_img
Home Blog Page 6827

ଚକୋଲେଟ୍‌ ଲୋଭ ଦେଖାଇ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲେ ଟ୍ୟୁସନ୍‌ ସାର୍‌ ! ଆଉ ତା’ପରେ…

ରାୟଗଡ଼ା: ରାଜ୍ୟରେ ବଢ଼ି ଚାଲିଛି ନାବାଳିକା ଦୁଷ୍କର୍ମ ଘଟଣା । ଏହାରି ମଧ୍ୟରେ ପୁଣି ଏକ କଳଙ୍କିତ ଗୁରୁଙ୍କ ଚରିତ୍ର ସାମ୍ନାକୁ ଆସିଛି । ଗୁରୁ-ଶିଷ୍ୟ ସଂପର୍କରେ ଲାଗିଛି କଳଙ୍କ । ଜଣେ ୬ ବର୍ଷର ନାବାଳିକାଙ୍କୁ ଟ୍ୟୁସନ ସାର୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲାରୁ ।

Minor rape In Raygadaରାୟଗଡା ଜିଲ୍ଲା ପୁଟାସିଂ ଥାନା ଜଲତାରର ଏଭଳି ଲଜ୍ୟା ଜନକ ଘଟଣା ଘଟିଛି । ଏନେଇ ପୀଡ଼ିତା ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଅଭିଯୋଗ ପରେ ଅଭିଯୁକ୍ତ ଟ୍ୟୁସନ୍‌ ସାରଙ୍କୁ ପୋଲିସ ଅଟକ ରଖିଛି ।

Minor rape In Raygada

ନାବାଳିକାଙ୍କୁ ଚକୋଲେଟର ପ୍ରଲୋଭନ ଦେଖାଇ ଟ୍ୟୁସନ୍‌ ଶିକ୍ଷକ ଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ଦେହରେ କ୍ଷତ ଚିହ୍ନ ଥିବାରୁ ତାଙ୍କ ମା’ ପ୍ରଥମେ ସନ୍ଦେହ କରିଥିଲେ । ପରେ ଝିଅକୁ ପଚରାଉଚରା କରିବାରୁ ଝିଅ ଶିକ୍ଷକ‌ଙ୍କ କଳାକାର୍‌ନାମା କଥା କହିଥିଲା । ଏହା ପରେ ସାମ୍ନାକୁ ଆସିଥିଲା ଶିକ୍ଷକଙ୍କ କଳିଙ୍କିତ ଚେହେରା ।

Minor rape In Raygada

ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗକୁ ଭିତ୍ତିକରି ପୋଲିସ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ପୀଡ଼ିତାଙ୍କ ଡାକ୍ତରୀ ମାଇନା ମଧ୍ୟ କରାଇଛି ପୋଲିସ । ତେବେ ଏଭଳି କଳଙ୍କିତ ଶିକ୍ଷକଙ୍କୁ କଠୋଦ ଦଣ୍ଡ ମିଳିବା ଉଚିତ୍‌ ବୋଲି ପରିବାର ଓ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

ରାଜନୈତିକ ହିଂସାକାଣ୍ଡ, ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ପୁରୀ: ରାଜନୈତିକ ହିଂସାକାଣ୍ଡ । ରାଜନୈତିକ ଶତ୍ରୁତାକୁ ନେଇ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଏଭଳି ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା କଣାସ ଅଞ୍ଚଳରୁ ।

ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି କଣାସରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୋଟିଏ ଗୋଷ୍ଠୀର କିଛି ଲୋକ ଅନ୍ୟ ଗୋଷ୍ଠୀର ଲୋକଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି । ଏଥିରେ ୪ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । 

Kanasଶନିବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ପରେ ଏହି ବଚସା ଉଗ୍ର ରୂପ ନେଇଥିଲା । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା । ଗୋଟିଏ ଗୋଷ୍ଠୀ ମାରଣାସ୍ତ୍ର ଧରି ଅନ୍ୟ ଗୋଷ୍ଠୀକୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିବାକୁ ଚେଷ୍ଟା କରିଥିଲା । 

Kanas

ଫଳରେ ଉଭୟ ପକ୍ଷରୁ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ୪ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ପ୍ରଥମେ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଭୁବନେଶ୍ୱରରେ ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଖବର ପାଇ କଣାସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କରୋନା ପଜିଟିଭ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର, ଆଇସୋଲେସନ ୱାର୍ଟରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ଅବସ୍ଥା ଏବେ ସ୍ଥିର ରହିଛି । ମୁମ୍ବାଇର ନାନାବତୀ ହସ୍ପିଟାଲ ଏକ ବୟାନ ଜାରି କରି କହିଛି ଯେ, ଅମିତାଭଙ୍କର କରୋନା ଜୀବାଣୁଙ୍କର ଲକ୍ଷଣ ସାମାନ୍ୟ ରହିଛି ଏବଂ ତାଙ୍କୁ ଡାକ୍ତରଖାନାର ଆଇସୋଲେସନ ୱାର୍ଡରେ ରଖାଯାଇଛି । ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଉପରେ ନିରନ୍ତର ନଜର ରଖିଛନ୍ତି । ଅମିତାଭ ବଚ୍ଚନ ହସ୍ପିଟାଲ ପ୍ରଶାସନକୁ କହିଛନ୍ତି ଯେ ସେ ଟ୍ୱିଟର ମାଧ୍ୟମରେ ନିରନ୍ତର ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ପ୍ରଦାନ କରିବେ ।

ଅନ୍ୟପଟେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେ କହିଛନ୍ତି ଯେ, ଉଭୟ ଅମିତାଭ ଏବଂ ଅଭିଷେକଙ୍କର କରୋନାର ସାମାନ୍ୟ ଲକ୍ଷଣ ରହିଛି । ଯେତେବେଳେ ସେମାନଙ୍କର ରାରିଡ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା ସେତେବେଳେ ଉଭୟେ କୋଭିଡ୍ ପଜିଟିଭ୍ ବୋଲି ଜଣାପଡିଥିଲେ । ଏହା ପରେ ତାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାଜେଶ ତୋପେ କହିଛନ୍ତି ଯେ ବର୍ତ୍ତମାନ ଚିନ୍ତା କରିବାର କିଛି ନାହିଁ ଏବଂ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।

ଜୁଲାଇ ୧୧ ରେ, ଅର୍ଥାତ୍ ଶନିବାର ବିଳମ୍ବିତ ରାତିରେ ବିଗ୍ ବି ଟ୍ୱିଟର ମାଧ୍ୟମରେ ତାଙ୍କ କରୋନା ସଂକ୍ରମିତ ହେବା ବିଷୟରେ ସୂଚନା ଦେଇଥିଲେ। ଅମିତାଭ ବଚ୍ଚନ ଏକ ଟୁଇଟରେ କହିଛନ୍ତି ଯେ, ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି, ଏହା ପରେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଛି। ମୋର ପରିବାର ସଦସ୍ୟ ଏବଂ କର୍ମଚାରୀମାନେ ମଧ୍ୟ କରୋନା ପରୀକ୍ଷା କରିଛନ୍ତି, ଫଳାଫଳକୁ ଅପେକ୍ଷା କରାଯାଇଛି ।

ଗ୍ରୀଷ୍ମ ନୁହେଁ ବର୍ଷାରେ ବି ଜଳ କଷ୍ଟ, ପୋଖରୀ ପାଣି ପିଇ କଟୁଛି ଦିନ…

ଭୁବନେଶ୍ୱର: ଗ୍ରୀଷ୍ମ ନୁହେଁ, ବର୍ଷାରେ ବି ଜଳ କଷ୍ଟ । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଦିନରେ ବି ଦେଖିବାକୁ ମିଳିଛି ପାଣି ସମସ୍ୟା । କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ପଞ୍ଚାୟତର ଲୋକେ ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପୁରା ଗାଁ ଗୋଟିଏ ହିଁ ନଳକୂପ ଉପରେ ନିର୍ଭର କରୁଛି ।

Water Scarcity

ଗୋଟିଏ ହିଁ ନଳକୂପ ପୁରା ଗାଁକୁ ପାନୀୟ ଜଳ ଯୋଗାଉଛି । ତେଣୁ ନଳକୂପ ନିକଟରେ ପାଣି ପାଇଁ ଭିଡ଼ ଜମୁଛି । ଗରା, ମାଠିଆ, ବାଲଟି ଧରି ପାଣି ପାଇଁ ଏଠାରେ ଚାଲେ ଅଘୋଷିତ ପ୍ରତିଯୋଗିତା । ଦୁର୍ଭାଗ୍ୟର ବିଷୟ ହେଲା ଯେ, ବର୍ଷା ଦିନରେ ହିଁ କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଏଠାରେ ପାଣି ପାଇପ୍‌ ଲାଇନ ଅଛି, ହେଲେ ସେଥିରେ ପାଣି ଆସୁନି । ଅଚଳ ହୋଇ ପଡ଼ିରହିଛି ସବୁ ପାଇପ୍‌ ଲାଇନ୍‌ । ଫଳରେ ପାଇପ୍‌ଗୁଡ଼ିକରେ କଳଙ୍କି ଲାଗିଲାଣି । ପିଇବା ପାଣି ଟୋପାଏ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି ।

Water Scarcity

ତେଣୁ ଓଭର ହେଡ୍‌ ଟାଙ୍କି ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ୩ଟି ଓ୍ୱାର୍ଡ଼ର ଲୋକ । ଆଉ ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନର ରୂପ ନେବ ପୁଞ୍ଜିଭୂତ ଅସନ୍ତୋଷ । ସେପଟେ ଓଭର ହେଡ଼୍ ଓ୍ୱାଟର ଟ୍ୟାଙ୍କର ନେଇ କେନ୍ଦ୍ରାପଡ଼ା ସାଂସଦ ଓ ବିଧାୟକଙ୍କୁ ସରପଞ୍ଚ ଚିଠି ମାଧ୍ୟମରେ ଅବଗତ କରିଥିବା ସୂଚନା ଦେଇଛନ୍ତି ।

Water Scarcity

ସେହିଭଳି ପୁରୀ ଜିଲ୍ଲା କଣାସ ବ୍ଲକରେ ମଧ୍ୟ ସମାନ ଚିତ୍ର । ଜଳ କଷ୍ଟରେ ଜୀବନ କାଟୁଛନ୍ତି ଲୋକେ । ପାଖାପାଖି ୨୮ଟି ପଞ୍ଚାୟତର ଲୋକେ ବର୍ଷ ତମାମ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପନ୍ଦରଶହରୁ ଅଧିକ ଲୋକଙ୍କ ଶୋଷ ମେଣ୍ଟାଉଛି ଗାଁରେ ଥିବା ଦୁଇଟି ଦୂଷିତ ପୋଖରୀ ।

Water Scarcity

କଚ୍ଛପ ଗତିରେ ପାଣି ପାଇଁ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇଛି । ଜାଣି ଅଜଣା ପାଲଟିଛନ୍ତି ପ୍ରଶାସକଙ୍କଠାରୁ ଆରମ୍ଭ କରି ଜନ ପ୍ରତିନିଧି । ପାଣି ସଙ୍କଟକୁ ସ୍ୱୀକାର କରିବା ସହ ଟ୍ୟାଙ୍କର ମାଧ୍ୟମରେ ଲୋକଙ୍କୁ ଜଳ ଯୋଗାଇ ଦିଆଯାଉଥିବା କହିଛନ୍ତି ବିଭାଗୀୟ ଅଧିକାରୀ ।

 

(କେନ୍ଦ୍ରାପଡା-ନୟନମଣି ସାମଲ)
(କଣାସ- ବିଦ୍ୟାଧର ପରିଡ଼ା)

ରେଖାଙ୍କ ଷ୍ଟାଫ୍ କରୋନା ପଜିଟିଭ, ଅଭିନେତ୍ରୀଙ୍କ ବଙ୍ଗଳା ସିଲ୍ କଲା ବିଏମ୍‌ସି

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନ କରୋନା ପଜିଟିଭ୍ ଖବର ଆସିବା ପରେ ବଲିଉଡର ଏଭର ଗ୍ରୀନ୍ ଅଭିନେତ୍ରୀ ରେଖାଙ୍କ ଘରର ଜଣେ ସଦସ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି, ଯାହା ପରେ ଅଭିନେତ୍ରୀଙ୍କ ବଙ୍ଗଳାକୁ ସିଲ୍ କରାଯାଇଛି।ଜଣାଇ ରଖୁଛୁ ଯେ, ଦୁଇଜଣ ସୁରକ୍ଷା କର୍ମୀ ସର୍ବଦା ରେଖାଙ୍କ ବଙ୍ଗଳା ବାହାରେ ରହିଆସୁଥିଲେ, ସେମାନଙ୍କ ମଧ୍ୟରୁ ଜଣେ ବର୍ତ୍ତମାନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏଥି ସହିତ, ଅଭିନେତ୍ରୀଙ୍କ ଷ୍ଟାଫ୍ ସଂକ୍ରମିତ ହେବା ପରେ ବିଏମସି ଦ୍ୱାରା ତାଙ୍କ ବଙ୍ଗଳାକୁ ସିଲ୍ କରାଯାଇଛି ଏବଂ ଏହି ବିଜ୍ଞପ୍ତି ସହିତ ବଙ୍ଗଳା ବାହାରେ ନୋଟିସ୍ ଲଗାଯାଇଛି ଏବଂ ଏହି ଅଞ୍ଚଳକୁ ଏକ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି ।

ସୁରକ୍ଷା କର୍ମୀମାନେ ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ରେଖାଙ୍କ ଘରକୁ ସାନିଟାଇଜ ମଧ୍ୟ କରାଯାଇଛି । ତେବେ ତାଙ୍କ କର୍ମଚାରୀଙ୍କ ସଂକ୍ରମିତ ଖବର ଉପରେ ଏପର୍ଯ୍ୟନ୍ତ ରେଖାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଜଣାଇ ରଖୁଛୁ ଯେ, ରେଖାଙ୍କ ବଙ୍ଗଳା ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡରେ ଅଛି ଏବଂ ଏହାର ନାମ ହେଉଛି ‘ Sea Springs’ । ଜଣାଇ ରଖୁଛୁ ଯେ, ଦେଶରେ କରୋନାଭାଇରସ୍ ରୋଗ କ୍ରମାଗତ ଭାବେ ବୃଦ୍ଧି ପାଉଛି, ସଂକ୍ରମଣରେ ମୁମ୍ବାଇ ଏକ ନମ୍ବର ସ୍ଥାନରେ ରହିଛି ।

 

ଏହାପୂର୍ବରୁ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାର କରୋନା ଦ୍ୱାରା ଆକ୍ରାନ୍ତ ହୋଇସାରିଛନ୍ତି । କରିମ ମୋରାନି ଏବଂ ତାଙ୍କର ଦୁଇ ଝିଅ କରୋନାରେ ସଂକ୍ରମିତ ହୋଇଥିଲେ। ଅଭିନେତା କିରଣ କୁମାର ମଧ୍ୟ ଏହି ବିପଜ୍ଜନକ ଜୀବାଣୁ ସଂକ୍ରମିତ ହୋଇଥିଲେ, ଯାହା ପରେ ସେ ଘରେ ଆଇସୋଲେସନରେଥିଲେ। ଗାୟକ ତଥା ସଙ୍ଗୀତଜ୍ଞ ୱାଜିଦ୍ ଖାନଙ୍କର ମଧ୍ୟ ଗତ ମାସରେ ଦେହାନ୍ତ ହୋଇଛି, ତାଙ୍କ ରିପୋର୍ଟ ମଧ୍ୟ କରୋନା ପଜିଟିଭ ଆସିଥିଲା।

ମହିନ୍ଦ୍ରାର ୩ ଇଲେକ୍ଟ୍ରିକ୍ ଗାଡି ହେବ ଲଞ୍ଚ

ନୂଆ ଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ମହିନ୍ଦ୍ରାର ୩ ଟି ଇଲେକ୍ଟ୍ରିକ୍ ଗାଡି ଲଞ୍ଚ ହେବ । ଏଥିମଧ୍ୟରେ ମହିନ୍ଦ୍ରା eKUV100, ଏଟମ୍ କ୍ୱାଡ୍ରିସାଇକଲ ଏବଂ ଟ୍ରେଓ Zor କାର୍ଗୋ ଥ୍ରୀ-ହ୍ୱିଲର୍ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର ଇଲେକ୍ଟ୍ରିକ୍ ଗାଡି (EV) ଡିଭିଜନ୍ ମହିନ୍ଦ୍ରା ଇଲେକ୍ଟ୍ରିକ୍ ୩ ଟି ନୂଆ ଗାଡି ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଏହି ଇଲେକ୍ଟ୍ରିକ୍ ଗାଡିଗୁଡିକୁ ଆର୍ଥିକ ବର୍ଷ ଶେଷ ସୁଦ୍ଧା କମ୍ପାନୀ ଏହି ଲଞ୍ଚ କରିବ । ତାହା ହେଉଛି, ୨୦୨୧ ମସିହା ମାର୍ଚ୍ଚ ମାସ ୩୧ ତାରିଖ ପୂର୍ବରୁ ଏହା ବଜାରକୁ ଅଣାଯାଇପାରିବ । ଏହି ଇଲେକ୍ଟ୍ରିକ୍ ଗାଡି ମଧ୍ୟରେ ମାଇକ୍ରୋ ଏସୟୁଭି ମହିନ୍ଦ୍ରା eKUV100, ଏଟମ କ୍ୱାଡ୍ରିସାଇକଲ ଓ ଟ୍ରେଓ Zor କାର୍ଗୋ ଥ୍ରୀ-ହ୍ୱିଲର୍ ସାମିଲ ରହିଛି । ଦେଶରେ ଇଲେକ୍ଟ୍ରିକ୍ ବଜାରରେ ମହିନ୍ଦ୍ରା ଇଲେକ୍ଟ୍ରିକ୍ ହେଉଛି ଏକ ଅଗ୍ରଣୀ କମ୍ପାନୀ ।

ମାଇକ୍ରୋ SUV ଗୁଡିକରେ ମହିନ୍ଦ୍ରା eKUV100, ଏଟମ କ୍ୱାଡ୍ରିସାଇକଲ ଏବଂ ଟ୍ରେଓ ଜୋର କାର୍ଗୋ ଥ୍ରୀ-ହ୍ୱିଲର୍ ସାମିଲ ରହିଛି । ଗତ ବର୍ଷ କମ୍ପାନୀ ଦେଶରେ ୧୪୦୦ ଇଲେକ୍ଟ୍ରିକ୍ ଗାଡି ବିକ୍ରି କରିଥିଲା। କମ୍ପାନୀର ବିକ୍ରିରେ ଏକ ବଡ଼ ଅଂଶ ପାଇଁ ଟ୍ରେଓ ଏବଂ ଇ-ଅଲଫା ଥ୍ରୀ ହ୍ୱିଲର୍ସ ହିସାବ କରିଥିଲେ । ମହିନ୍ଦ୍ରା ଇଲେକ୍ଟ୍ରିକ୍ ଅଟୋ ଏକ୍ସପୋ ୨୦୨୦ ରେ ନିଜ ପ୍ରଡକ୍ଟର ପ୍ରଦର୍ଶନ କରିଥିଲା ​​। ଏହା ବ୍ୟତୀତ କମ୍ପାନୀ ମହୀନ୍ଦ୍ର eXUV300 କୁ ଏକ୍ସପୋରେ ଏକ କନସେପ୍ଟ ଭାବରେ ପ୍ରଦର୍ଶନ କରିଥିଲା । ଅଲ-ଇଲେକ୍ଟ୍ରିକ୍ ସବ୍ କମ୍ପାକ୍ଟ କ୍ରସଓଭର ଭାରତୀୟ ବଜାରରେ ଟାଟା ନକ୍ସନ୍ ଇଭି ସହିତ କମ୍ପିଟ୍ କରିବ ।

୨୦୨୦ ମସିହାରେ ଅଟୋ ଏକ୍ସପୋରେ ମହିନ୍ଦ୍ରା eXUV100 ର ଦାମ ପ୍ରକାଶ ହୋଇସାରିଛି । EXUV100 ର ଦାମ ହେଉଛି ୮.୨୫ ଲକ୍ଷ ଟଙ୍କା । ମହିନ୍ଦ୍ରା eXUV100 ରେ ୪୦kW ଇଲେକ୍ଟ୍ରିକ୍ ମୋଟର ଦିଆଯାଇଛି । ଏହି ମୋଟର ୧୨୦Nm ଟର୍କ ସୃଷ୍ଟି କରେ । କମ୍ପାନୀ ଦାବି କରିଛି ଯେ, ଫୁଲ ଚାର୍ଜରେ ଏହା ୧୪୫ କିଲୋମିଟର ଯାଏଁ ଚାଲିବ । ଡିସି ଫାଷ୍ଟ ଚାର୍ଜର ବ୍ୟବହାର କରି ଏହାର ବ୍ୟାଟେରୀର ୮୦ ପ୍ରତିଶତ ପ୍ରାୟ ୧ ଘଣ୍ଟା ମଧ୍ୟରେ ଚାର୍ଜ ହୋଇପାରିବ ।

ମହିନ୍ଦ୍ରା ରେଗୁଲାର KUV100 ଡିଜେଲ ଭ୍ୟାରିଏଣ୍ଟକୁ ବନ୍ଦ କରାଯାଇଛି । ବର୍ତ୍ତମାନର ୨୦୨୦MY ମହିନ୍ଦ୍ରା KUV100 ମଡେଲ୍ କେବଳ ୧.୨ ଲିଟର ପେଟ୍ରୋଲ୍ ଇଞ୍ଜିନ୍ ସହିତ ଆସୁଛି, ଯାହା ୮୨ bhp ପାୱାର ଏବଂ ୧୧୫Nm ଟର୍କ ଜେନେରେଟ୍ କରେ । ଏଥିରେ ୫ ଟି ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ଦିଆଯାଇଛି ।

ଭରା ନଦୀରେ ବିପଦପୂର୍ଣ୍ଣ ଜଳଯାତ୍ରା, ଝୁଲା ଦଉଡ଼ିରେ ଝୁଲୁଛି ଲୋକଙ୍କ ଭାଗ୍ୟ…

ବାଲେଶ୍ୱର: ସରୁନି ପୋଲ ତିଆରି କାମ । ପ୍ରଶାସନିକ ଅବହେଳା ଯୋାଗୁଁ ଅଧାପନ୍ତରିଆ ହୋଇ ପଡ଼ିରହିଛି । ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି ଲୋକେ । ଗ୍ରାମବାସୀ ଯେତେ ଗୁହାରୀ କଲେ ବି ଶୁଣିବାକୁ କେହି ନାହିଁ । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ଆଳୁମେଦା ପଞ୍ଚାୟତରୁ । Balasore Bridge ଭରା ନଦୀରେ ବିପଦପୂର୍ଣ୍ଣ ଜଳଯାତ୍ରା । ଝୁଲା ଦଉଡିରେ ଝୁଲୁଛି ଲୋକଙ୍କ ଭାଗ୍ୟ । ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଲୋକେ । ରାସ୍ତା ଅଛି, ହେଲେ ନଦୀ କାଟୁଛି ବାଟ । ପୋଲ ନଥିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ଡଙ୍ଗାରେ ନଦୀ ପାର ହେଉଛନ୍ତି ଲୋକେ । ବାଲେଶ୍ୱର ଜିଲ୍ଲା ଆଳୁମେଦା ପଞ୍ଚାୟତ ଡୁବୁଡୁବି ଘାଟ ଉପରେ ୧୧ଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି । ଛୋଟ ଛୁଆଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ଏପରିକି ଯାନ ବାହାନ ସହ ଲୋକଙ୍କୁ ଡଙ୍ଗାରେ ନଦୀ ପାର ହେବାକୁ ପଡୁଛି ।

Balasore Bridge

ଦୀର୍ଘ ଦିନର ଦାବି ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଡୁବୁଡୁବି ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ କାମ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା । କିନ୍ତୁ ୩ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା କାମ କେବଳ ନଦୀ ଭିତରେ ପିଲର ଉଠି ସରିଯାଇଛି ।

Balasore Bridge

ଦେଢ ବର୍ଷ ମଧ୍ୟରେ ଏହି ପୋଲ କାମ ସରିବ ବୋଲି ଯୋଜନା କରି ଆରମ୍ଭ ହୋଇଥିଲେ ମଧ୍ୟ ଏଠାରେ କେବଳ ପିଲର କାମ ସରିଛି । ତାପରେ ନା’ ଠିକାଦାରଙ୍କ ଦେଖା ମିଳୁଛି ନା ସରକାରୀ ଅଧକାରୀଙ୍କ ।

Balasore Bridge

ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧି କେହି ବି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଏନେଇ ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ହେଲେ କେହି ତାଙ୍କ କଥା ଶୁଣିବାକୁ ନାରାଜ । ସେପଟେ ଠିକାଦାରଙ୍କୁ ବାରମ୍ୱାର କାରଣ ଦର୍ଶାଅ ନୋଟିସ ଜାରି କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

Balasore Bridge

ତେବେ ପୋଲ କାମ କେବେ ଶେଷ ହେବ ? ଆଉ ଗାଁ ଲୋକଙ୍କ ସ୍ୱପ୍ନ ପୂରା ହେବ । ନିରାପଦରେ ଯାତୟତ କରିବେ ଲୋକେ । ଏହା ଦେଖିବାକୁ ବାକି ରହିଲା ।

ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କୁ କରୋନା: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ରିପୋର୍ଟ ଆସିଲା ନେଗେଟିଭ

ନୁଆଦିଲ୍ଲୀ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏହାର ସୂଚନା ଖୋଦ୍ ଅଭିନେତା ନିଜର ଟ୍ୱିଟର ଯୋଗେ ଦେଇଛନ୍ତି । ଅମିତାଭଙ୍କ ସହ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ସେ ନିଜେ ସୂଚନା ଦେଇଛନ୍ତି । ବର୍ତ୍ତମାନ ଅମିତାଭ ବଚ୍ଚନଙ୍କୁ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅନ୍ୟପଟେ ଏହା ମଧ୍ୟ ଖବର ମିଳୁଛି ଯେ, ବଚ୍ଚନ ପରିବାରରେ କେବଳ ଅମିତାଭ ଏବଂ ଅଭିଷେକ ହିଁ କରୋନା ସଂକ୍ରମିତ ହୋଇଛନ୍ତି । ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି । ଅନ୍ୟପଟେ ସ୍ୱାବ ଟେଷ୍ଟର ଅପେକ୍ଷା କରାଯାଉଛି ।

ଅମିତାଭ ବଚ୍ଚନଙ୍କ ପରିବାର ବ୍ୟତୀତ ତାଙ୍କ କର୍ମଚାରୀଙ୍କ ପରୀକ୍ଷା ରିପୋର୍ଟ ମଧ୍ୟ ଖୁବ ଶୀଘ୍ର ଆସିବ। ଜଣାଇ ରଖୁଛୁ ଯେ, ଅମିତାଭ ବଚ୍ଚନ ଟ୍ୱିଟ କରି କହିଛନ୍ତି, ‘ମୁଁ କରୋନା ସଂକ୍ରମିତ ହୋଇସାରିଛି। ମୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛି ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଉଛନ୍ତି । ପରିବାର ଏବଂ କର୍ମଚାରୀଙ୍କୁ ପରୀକ୍ଷା କରାଯାଇଛି, ଯାହାର ରିପୋର୍ଟକୁ ଅପେକ୍ଷା କରାଯାଇଛି। ଯେଉଁମାନେ ଗତ ୧୦ ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି ସେମାନଙ୍କୁ ସେମାନଙ୍କର ପରୀକ୍ଷା ଶେଷ କରିବାକୁ ଅନୁରୋଧ କରାଯାଇଛି ।

ଜଣାଇ ରଖୁଛୁ ଯେ, ଅଭିଷେକ ବଚ୍ଚନ ମଧ୍ୟ ଟ୍ୱିଟ କରି କହିଛନ୍ତି, “ଆଜି ମୋ ବାପାଙ୍କ କୋଭିଡ -୧୯ ପରୀକ୍ଷା ପଜିଟିଭ ଆସିଛି । ଆମ ଦୁହିଁଙ୍କର ବହୁତ ସାମାନ୍ୟ ଲକ୍ଷଣ ଥିଲା ଏବଂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆମେ ସମସ୍ତେ ଚିନ୍ତିତ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଛୁ ଏବଂ ଆମ ପରିବାର ଏବଂ କର୍ମଚାରୀଙ୍କୁ ମଧ୍ୟ ପରୀକ୍ଷା କରାଯାଇଛି। ମୋର ସମସ୍ତଙ୍କୁ ଅନୁରୋଧ ଶାନ୍ତି ବଜାୟ ରଖନ୍ତୁ ଏବଂ ବିଚଳିତ ହୁଅନ୍ତୁ ନାହିଁ । ଧନ୍ୟବାଦ। ”

ରାଜ୍ୟରେ ବଢ଼ିବ ବର୍ଷା ପରିମାଣ, ଏହି ସବୁ ଜିଲ୍ଲାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା । ଦୁଇ ଦିନ ହେବ ରାଜ୍ୟରେ ବର୍ଷା କମ୍‌ ରହିଥିଲେ ମଧ୍ୟ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଗତ ୨ ଦିନ ହେଲା ଲଘୁଚାପ ଦୁର୍ବଳ ହୋଇଥିବାରୁ ବର୍ଷା କମ୍‌ ହୋଇଛି । ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ କଟକ ଓ ଭୁବନେଶ୍ୱର ବ୍ୟତିତ ଅନ୍ୟ ଜିଲ୍ଲାରେ ମଧ୍ୟ ସ୍ୱଳ୍ପ‌ ବର୍ଷା ହୋଇଛି । ଅପେକ୍ଷାକୃତ ବର୍ଷାର ପରିମାଣ କମ୍‌ ରହିଛି ।  Heavy rain in Odishaତେବେ ରବିବାରଠାରୁ ପୁଣି ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ସୋମବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯ଼ାଇଛି । ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଓ କେନ୍ଦୁଝରର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ, ଚାଲିଗଲା ବାପ ପୁଅଙ୍କ ଜୀବନ…

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଦର୍ଲିମୁଣ୍ଡା ଗାଁରେ ଲୋମହର୍ଷଣକାରୀ ଘଟଣା । ଗାଁ ମୁଣ୍ଡରେ ଗୋଡାଇ ଗୋଡାଇ ବାପ ପୁଅଙ୍କୁ ହତ୍ୟା । ଜମିବାଡ଼ି ଓ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିିଥିବା କୁହାଯାଉଛି । ମୃତକ ହେଲେ ମୋତିଲାଲ ଓ ମଝିଆଁ ପୁଅ ଛନ୍ଦମଣୀ ବନ୍‌ଛୋର ।

Bolangir Double Murder

କିଛି ଦିନ ପୂର୍ବେ ଦର୍ଲିମୁଣ୍ଡା ଗାଁର ବନଛୋର୍‌ ଓ ରାଉତ ପରିବାର ମଧ୍ୟରେ ବଚସା ହୋଇଥିଲା । ପରେ ସନ୍ଧ୍ୟାରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ଧାରଣ କରିଥିଲା । ଏଥିରେ ରାଉତ ପରିବାର ପକ୍ଷରୁ ପ୍ରଥମେ ଧାରୁଆ ଅସ୍ତ୍ର ଓ ଠେଙ୍ଗାରେ ଆକ୍ରମଣ କରାଯାଇଥିଲା । ଫଳରେ ଘଟଣାସ୍ଥଳରେ ବାପା ମୋତିଲାଲ ଓ ମଝିଆଁ ପୁଅ ଛନ୍ଦମଣୀ ବନ୍‌ଛୋରଙ୍କ ମୃତ୍ୟୁ ଘଟିଛି ।

Bolangir Double Murder

ସେହିଭଳି ଏହି ଘଟଣାରେ ମୋତିଲାଙ୍କ ବଡ଼ପୁଅ ହେମନ୍ତ ଓ ସାନପୁଅ ମଧ୍ୟ ଗୁରୁତର ହୋଇଛନ୍ତି । ହେମନ୍ତଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Bolangir Double Murder

ଅନ୍ୟପଟେ ଆକ୍ରମଣକାରୀ ରାଉତ ପରିବାରର ମଧ୍ୟ ୫ ରୁ ୭ ଜଣ ଆହତ ହୋଇଥିବା ଜଣାପଡ଼ିିଛି । ସେମାନଙ୍କ ମଧ୍ୟରୁ ବାଲ୍ମିକୀ ରାଉତ ଓ ଫକୀର ରାଉତ ନାମକ ଦଇ ଜଣ ବ୍ୟକ୍ତଙ୍କୁ ବଲାଙ୍ଗିର ଡାକ୍ତରଖାନାରେ ଭର୍ତି କରାଯାଇଛି । ବେଲପଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ମୃତକଙ୍କ ପରିବାର ଓ ସଂପର୍କୀୟମାନେ ଦାବି କରିଛନ୍ତି ।

Bolangir Double Murder

ଅନ୍ୟପଟେ ମୃତକ ବନ୍‌ଛୋର୍‌ ପରିବାର ପ୍ରଥମେ ଆସି ଆକ୍ରମଣ କରିଥିବା ନେଇ ରାଉତ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।  ଅକ୍ରମଣକାରୀ ମଙ୍ଗଳୁ ରାଉତକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

Bolangir Double Murder