ବିଶ୍ୱରେ ୭୫ ଲକ୍ଷ ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ହାର ସାଢ଼େ ୪ ଲକ୍ଷ ଛୁଇଁବ
ବିଶ୍ୱରେ ତୁହାକୁ ତୁହା ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦିନକୁ ଦିନ କରୋନା ଗ୍ରାଫରେ ଉପର ମୁହାଁ ହେଉଛି ସଂକ୍ରମଣ । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ବିଶ୍ୱର ମୋଟ କରୋନା ସଂକ୍ରମଣ ୭୫ ଲକ୍ଷ ଅତିକ୍ରମ କରିଛି । ଏଥିରେ ୪ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି କରୋନା ଦ୍ୱାରା ବିଶ୍ୱରେ ବର୍ତ୍ତମାନ ୧୮୮ ଟି ଦେଶ କରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

ସେଥିମଧ୍ୟରୁ ସବୁଠୁ ପ୍ରଭାବଶାଳୀ ରାଷ୍ଟ୍ର ଆମେରିକା କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି । ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ହେଉଛି ୨୦ ଲକ୍ଷ ୨୨ ହଜାର ୪୮୮ । ଯେଉଁଥିରେ ୧ ଲକ୍ଷ ୧୩ ହଜାର ୮୦୩ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ନ୍ୟୁୟର୍କରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ଏଠାରେ ୩୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଦୁଇ ନମ୍ବର ହେଉଛି ନ୍ୟୁ ଜର୍ସି ସହର, ଯେଉଁଠାରେ ୧୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।
ଆମେରିକା ପରେ ବ୍ରାଜିଲ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି । ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ୮ ଲକ୍ଷ ଅତିକ୍ରମ କରିଛି ଏବଂ ୪୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଋଷିଆ ତୃତୀୟ ସ୍ଥାନରେ ଅଛି, ଯେଉଁଠାରେ ମୋଟ ରୋଗୀଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ ଏବଂ ୬୫୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ବ୍ରିଟେନ କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ଅଛି । ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୯୨ ହଜାରରୁ ଅଧିକ ଏବଂ ୪୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଭାରତ ପଞ୍ଚମ ସ୍ଥାନରେ ଅଛି, ଯେଉଁଠାରେ ମୋଟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୮୬ ହଜାରରୁ ଅଧିକ ଏବଂ ୮ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।
ସେହିଭଳି ଏହା ବ୍ୟତୀତ ସ୍ପେନରେ ୨ ଲକ୍ଷ ୪୨ ହଜାରରୁ ଅଧିକ ନିଶ୍ଚିତ ମାମଲା ଏବଂ ୨୭ ହଜାରରୁ ଅଧିକ ରୋଗୀଙ୍କର ମୃତ୍ୟୁ ହୋଇଛି । ଇଟାଲୀରେ ୨ ଲକ୍ଷ ୩୬ ହଜାରରୁ ଅଧିକ ସଂକ୍ରମିତଙ୍କ ମାମଲା ଆସିଥିବା ବେଳେ ୩୪ ହଜାରରୁ ଅଧିକ ରୋଗୀଙ୍କର ମୃତ୍ୟୁ ହୋଇଛି ପେରୁରେ ୨ ଲକ୍ଷ ୧୪ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ୬ ହଜାରରୁ ଅଧିକ ମୃତ୍ୟୁ ହୋଇଛି । ସେହିଭଳି ଫ୍ରାନ୍ସରେ ୧ ଲକ୍ଷ ୯୨ ହଜାରରୁ ଅଧିକ କରୋନା ମାମଲା ଆସିଥିବାବେଳେ ୨୯ ହଜାରରୁ ଅଧିକ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି ।
ରଜ ପାଇଁ ୩ ଘଣ୍ଟା କୋହଳ ହେଲା କର୍ଫ୍ୟୁ, ୭ଟା ପରିବର୍ତ୍ତେ ୧୦ ଟାରେ ହେବ ଦୋକାନ ବନ୍ଦ
ଭୁବନେଶ୍ୱର: ରଜ ପାଇଁ କୋହଳ ହେଲା କର୍ଫ୍ୟୁ । ରବିବାର ପହିଲି ରଜକୁ ଦୃଷ୍ଟିରେ ରଖି ସରକାର କର୍ଫ୍ୟୁ କୋହଳ କରିଛନ୍ତି । କରୋନା ପାଇଁ ରାତି ୭ ରୁ ସକାଳ ୭ ପର୍ଯ୍ୟନ୍ତ ୧୧ଟି ଜିଲ୍ଲାରେ ସଟ୍ଡାଉନ ଘୋଷଣା କରାଯାଇଥିଲା । କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । କିନ୍ତୁ ରବିବାର ପହିଲି ରଜ ଥିବାରୁ ସଟ୍ଡାଉନରେ କିଛି ମାତ୍ରାରେ କୋହଳ କରାଯାଇଛି ।

ରାତି ୭ ରେ ବନ୍ଦ ହେଉଥିବା ଦୋକାନ ସବୁ ଆଜି ରାତି ୧୦ ପର୍ଯ୍ୟନ୍ତ ଖୋଲା ରହିବ । କହିବାକୁ ଗଲେ ରଜପାଇଁ ଲୋକଙ୍କର କିଣାବିକାକୁ ଦୃଷ୍ଟିରେ ରଖି ରାତି ୧୦ ପର୍ଯ୍ୟନ୍ତ ସବୁ ଦୋକାନ ବଜାର ଖୋଲା ରହିବ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଶନି ଏବଂ ରବି ବାର ୧୧ ଜିଲ୍ଲାରେ କରୋନା ପାଇଁ କର୍ଫ୍ୟୁ କରାଯାଇଛି । ସପେଟେ ପୁରା ରାଜ୍ୟରେ ସନ୍ଧ୍ୟା ୭ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଯାଇଛି । ତେବେ ରଜ ଆଗକୁ ପଡ଼ୁଥିବାରୁ ଶୁକ୍ରବାର ରାଜ୍ୟ ସରକାର କର୍ଫ୍ୟୁରେ କୋହଳ କରିଛନ୍ତି । ଯେଉଁଥି ପାଇଁ ରାଜ୍ୟବାସୀ କିଛି ମାତ୍ରାରେ ଆଶ୍ୱସ୍ତ ହୋଉଛନ୍ତି ।
କଟକ ଆସୁଥିବା ବେଳେ ଜନନୀ ଏକ୍ସପ୍ରେସ ଗାଡି ଦୁର୍ଘଟଣାଗ୍ରସ୍ତ
ଜଗତସିଂହପୁର: ଜଗତସିଂହପୁର-କଟକ ରାସ୍ତା ହଜିପୁର ଛକ ନିକଟରେ ଜନନୀ ଏକ୍ସପ୍ରେସ ଗାଡି ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ଜଗତସିଂପୁରରୁ ଜନନୀ ଏକ୍ସପ୍ରେସ ଗାଡି କଟକ ଆସୁଥିବା ବେଳେ ଭାରସାମ୍ୟ ହରାଇ ଏକ ଜଳଖିଆ ଦୋକାନ ଭିତରକୁ ଧସେଇ ପଶିଥିଲା ।

ଦୋକାନରେ ଥିବା କ୍ଷୀର ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ବିରିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗାଡି ଚାଳକ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ବିରିଡି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
ଟେଷ୍ଟ ଡେବ୍ୟୁରେ ଅଷ୍ଟ୍ରେଲିଆ ବିରୋଧରେ ଶତକ ମାରିଥିଲେ,ଏବେ ନିର୍ମାଣ ଶ୍ରମିକ
ନୂଆଦିଲ୍ଲୀ: ଭାଗ୍ୟ କେବେ ଯେ କାହାର ବଦଳିଯିବ ତାହା କାହାକୁ ଜଣାନଥାଏ । କେବେ କିଏ ରାଜା ରଙ୍କ ପାଲଟେ ତ’ କେବେ ରଙ୍କ ପାଲଟି ଯାଏ ରାଜା । । ଠିକ୍ ସେହିଭଳି କ୍ରିକେଟ ର ଜଣେ ପ୍ରତିଷ୍ଠିତ ତାରକାଙ୍କ ଭାଗ୍ୟରେ ଏମିତି ପରିବର୍ତ୍ତନ ହୋଇଥିଲା ଯାହା କେହି ବିଶ୍ୱାସ କରିପାରନ୍ତି ନାହିଁ । ଲୁଉ ଭିନସେଣ୍ଟ ଜଣେ ଏମିତି ଖେଳାଳି ଯିଏ ନ୍ୟୁଜିଲାଣ୍ଡ ପାଇଁ ୨୩ଟେଷ୍ଟ ମ୍ୟାଚ୍, ୯ଟି ଟି୨୦ ଓ ୧୦୨ଟି ୱାନଡେ ଖେଳିଛନ୍ତି । ଲଉ ଭିନସେଣ୍ଟ ନିଜ ଆନ୍ତର୍ଜାତୀୟ କ୍ୟାରିୟରରେ ୬ ଶତକ ରେକର୍ଡ କରିଥିଲେ । ଲୁଉ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ବିରୋଧରେ ଶତକ କରିଥିଲେ । କେବଳ ସେତିକି ନୁହେଁ ୨୦୦୫ ମସିହାରେ ଭିନସେଣ୍ଟ ଜିମ୍ବାୱେ ବିରୋଧରେ ୧୭୨ ରନ ସହିତ ୧୧୮ ଟି ଛକା ଓ ଚୌକା କରିଥିଲେ । ଏତେ ହିଟ୍ ତାରକା ହେବା ସତ୍ତ୍ୱେ ଆଜି ଏହି ଖେଳାଳି ଦିନ ମଜରିଆ ଭାବେ ଜୀବନଯାପନ କରୁଛନ୍ତି ।

ଲୁଉ ଭିନସେଣ୍ଟ ନ୍ୟୁଜିଲାଣ୍ଡର ୱାର୍କୱର୍ଥରେ ଜନ୍ମ ହୋଇଥିଲେ। ସେ ପ୍ରସିଦ୍ଧ କ୍ରୀଡା ସାମ୍ବାଦିକ ମାଇକ୍ ଭିନସେଣ୍ଟଙ୍କ ପୁଅ ଥିଲେ। ଯେତେବେଳେ ଭିନ୍ସେଣ୍ଟ ୧୫ ବର୍ଷର ଥିଲେ, ସେତେବେଳେ ତାଙ୍କ ପିତାମାତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହା ପରେ ସେ ଆଡିଲେଡକୁ ପଳାଇଥିଲେ । ସେଠାରେ ସେ କ୍ରିକେଟ୍ ଖେଳୁଥିଲେ କିନ୍ତୁ ତାଙ୍କୁ ସେଠାରେ ଭଲ ସୁଯୋଗ ମିଳିନଥିଲା । ସେଥିପାଇଁ ୧୮ ବର୍ଷ ବୟସରେ ସେ ନ୍ୟୁଜିଲାଣ୍ଡକୁ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ନ୍ୟୁଜିଲାଣ୍ଡ ଫେରିବା ପରେ ୧୯୯୮ ମସିହାରେ ତାଙ୍କୁ ନ୍ୟୁଜିଲାଣ୍ଡ ପାଇଁ ଅଣ୍ଡର ୧୯ ବିଶ୍ୱକପରେ ଖେଳିବାକୁ ସୁଯୋଗ ମିଳିଥିଲା । କେବଳ ସେତିକି ନୁହେଁ ତାଙ୍କୁ ଅକଲାଣ୍ଡରେ ଟିମରେ ମଧ୍ୟ ଏଣ୍ଟ୍ରି ମିଳିଥିଲା । ସେଠାରେ ସେ ଫାଷ୍ଟ କ୍ଲାସ କ୍ରିକେଟ ଖେଳିଥିଲେ । ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୨୦୦୧ ମସିହାରେ ଭିନସେଣ୍ଟ ନ୍ୟୁଜିଲ୍ୟାଣ୍ଡ ଦଳରେ ନିଜ ସ୍ଥାନ ହାସଲ କରିଥିଲେ । ଏବଂ ସେ ଖେଳ ଟିମ୍ ପାଇଁ ସଫଳତା ଜିତିଥିଲେ। ତେବେ ଭିନସେଣ୍ଟ ଜଣେ ପ୍ରତିଷ୍ଠିତ ଓ ଲୋକପ୍ରିୟ ଖେଳାଳି ଥିଲେ ।

ସାରା ଜୀବନ କ୍ରିକେଟ୍ ଖେଳିଥିବା ଲୁଉ ଭିନସେଣ୍ଟ ଏବେ ବଞ୍ଚିବା ପାଇଁ ଏକ କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ । ସେଠାରେ ସେ ବିଲ୍ଡିଂ ରିପେୟାରିଂର କାମ କରୁଥିଲେ । ରିପୋର୍ଟ ଅନୁସାରେ ଭିନସେଣ୍ଟ ପ୍ଲାଟିନମ୍ ହୋମ୍ସ କମ୍ପାନୀ ସହ ଜଡିତ ଥିଲେ । ମ୍ୟାଚ୍ ଫିକ୍ସି ଅଭିଯୋଗରେ ତାଙ୍କ ଉପରେ ଆଜୀବନ ବାସନ୍ଦ ଲାଗୁ ହୋଇଥିଲା । କେବଳ କ୍ରିକେଟ୍ ଖେଳିବା ଉପରେ ନୁହେଁ କ୍ରିକେଟ୍ ସହ ସଂପର୍କିତ କୌଣସି କାମ ସେ କରିପାରିବେ ନାହିଁ ବୋଲି ଆଦେଶରେ କୁହାଯାଇଥିଲା । ଏପରିକି ଷ୍ଟାଡିୟମ ମଧ୍ୟକୁ ତାଙ୍କ ପ୍ରବେଶ ବର୍ଜିତ । କ୍ରିକେଟରୁ ବାସନ୍ଦ ହେବା ପରେ ତାଙ୍କ ପାଖରେ ଚଳିବା ପାଇଁ ଟଙ୍କା ନଥିଲା । ତେଣୁ ସେ ବାଧ୍ୟ ହୋଇ ନିର୍ମାଣ ଶ୍ରମିକ ପାଲଟି ଯାଇଥିଲେ । ଏହାକୁ ହିଁ କୁହନ୍ତି କର୍ମଫଳ ।
ଲଦାଖରେ ଏବେବି ଅଛନ୍ତି ଦଶ ହଜାର ଚୀନ ସୈନିକ, ଆଜି ପୁଣି ଦୁଇ ଦେଶ ସେନାଧିକାରୀଙ୍କ ମଧ୍ୟରେ ବୈଠକ
ନୂଆଦିଲ୍ଲୀ, ୧୧/୦୬: ଲଦାଖରେ ଚୀନ ସୈନିକ ୨ରୁ ତିନି କିଲୋମିଟର ପଛକୁ ଘୁଂଚିଛନ୍ତି । କିନ୍ତୁ ଏବେବି ଚୀନର ୧୦ହଜାର ସୈନ୍ୟ ଏଲଏସି ବା ବାସ୍ତବିକ ନିୟନ୍ତ୍ରଣ ରେଖରେ ମୁତ୍ତୟନ ଅଛନ୍ତି । ତେବେ ଏହାର ଅର୍ଥ ନୁହେଁ ଭାରତୀୟ ସେନା ସେଠାରେ ନାହାନ୍ତି । ଚୀନ ସୈନିକଙ୍କୁ ଜବାବ ଦେବାପାଇଁ ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ । ଏଲଏସିରେ ଭାରତର ଦଶରୁ ବାର ହଜାର ସୈନ୍ୟ ଉପସ୍ଥିତ ଅଛନ୍ତି । ଚୀନ୍ ଲଦାଖରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲକୁ ଅକ୍ତିଆର କରିବାକୁ ଚାହୁଁଛି । ଏନେଇ ଭାରତ ଓ ଚୀନ ମଧ୍ୟରେ ଅନେକ ଆଲୋଚନା ଆଗକୁ ବଢିଛି। ବୁଧବାର ୪ ଘଣ୍ଟା ଧରି ଭାରତ ଓ ଚୀନ ମଧ୍ୟରେ ମେଜର ଜେନେରାଲ୍ ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଥିଲା | ଚୀନ୍ ସହିତ ଆଜି ମଧ୍ୟ ଆଲୋଚନା ହେବ । କିନ୍ତୁ ଏପର୍ଯ୍ୟନ୍ତ ଆଲୋଚନାର ସ୍ଥାନ ସ୍ଥିର ହୋଇନାହିଁ। ତେବେ ଗତକାଲିର ବାର୍ତ୍ତାଳାପ ସକରାତ୍ମକ ଥିଲା ବୋଲି ସେନା ସୂତ୍ରରୁ ପ୍ରକାଶ ।
ସୂଚନା ଯୋଗ୍ୟ ଯେ ଚୀନ୍ ପଛକୁ ଫେରିଛି, କିନ୍ତୁ ଏହାର ୧୦ ହଜାରରୁ ଅଧିକ ସୈନ୍ୟ ଏଲଓସିରେ ଏବେବି ନିୟୋଜିତ ଅଛନ୍ତି । ଚୀନ୍ ସୈନ୍ୟଙ୍କୁ ସାମନା କରିବାପାଇଁ ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ । ଚୀନ୍ ନିଜର ସେନା ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଭାରତୀୟ ସେନା ମଧ୍ୟ ପଛକୁ ଯିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି । ଚୀନର କର୍ଣ୍ଣେଲ, ବ୍ରିଗେଡିୟର୍ ଏବଂ ମେଜର ଜେନେରାଲଙ୍କ ସହିତ ପେଟ୍ରୋଲିଂ ପଏଣ୍ଟ ୧୪, ୧୫ ଏବଂ ୧୭ ଉପରେ ଉପରେ ଆଲୋଚନା ହେବ ।
ବୁଧବାର ଅନୁଷ୍ଠିତ ଏକ ବାର୍ତ୍ତାଳାପରେ ମୁଖ୍ୟ ଜେନେରାଲ୍ ସ୍ତରର ଅଧିକାରୀମାନେ ମୁହାଁମୁହିଁ ବସିଥିଲେ । ଜୁନ୍ ୬ରେ ଦୁଇ ଦେଶ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା କିନ୍ତୁ ଚୀନର ମନୋଭାବରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି କାରଣରୁ, ପୈଂଗାଁନ୍ଗ ହ୍ରଦରେ ଉତ୍ତେଜନା ରହିଆସିଛି । ପୈଂଗାଁନ୍ଗ ହ୍ରଦ ନିକଟ ଫିଙ୍ଗର ଅଞ୍ଚଳରେ ଭାରତୀୟ ପାର୍ଶ୍ୱରେ ଏକ ରାସ୍ତା ନିର୍ମାଣ କରିବାକୁ ଚୀନ୍ ରାଜି ନାହିଁ। କେବଳ ଏତିକି ନୁହେଁ, ଗାଲଭାନ ଉପତ୍ୟକାର ଡାରବୁକ୍-ଶାୟୋକ-ଦୌଲତା ବାଗ ଓଲଡି ରାସ୍ତାକୁ ସଂଯୋଗ କରୁଥିବା ଅନ୍ୟ ଏକ ରାସ୍ତା ନିର୍ମାଣରେ ମଧ୍ୟ ଚୀନ ଅସନ୍ତୁଷ୍ଟ ଅଛି ।
ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ । ରାଜ୍ୟ ପରିବହନ ମନ୍ତ୍ରୀଙ୍କ ସୂଚନା । ଖୁବ୍ଶୀଘ୍ର ଏନେଇ ଜାରି ହେବ ଏସ୍ଓପି । ୧୮ରୁ DL ଓ ୨୯ରୁ LL ପାଇଁ ଆରମ୍ଭ ହେବ ଟେଷ୍ଟ ।
ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ । ରାଜ୍ୟ ପରିବହନ ମନ୍ତ୍ରୀଙ୍କ ସୂଚନା । ଖୁବ୍ଶୀଘ୍ର ଏନେଇ ଜାରି ହେବ ଏସ୍ଓପି । ୧୮ରୁ DL ଓ ୨୯ରୁ LL ପାଇଁ ଆରମ୍ଭ ହେବ ଟେଷ୍ଟ ।

