ଆଜିଠୁ ବନ୍ଦ ରହିବ ଭୁବନେଶ୍ୱର ଏମ୍ସ ଓପିଡି । କରୋନା ସଂକ୍ରମଣ ପରେ କର୍ମଚାରୀ ଅଭାବରୁ ଓପିଡି ବନ୍ଦ ରହିବା ନେଇ ସୂଚନା ।
ଉତ୍ତରପ୍ରଦେଶର ୧ ନମ୍ବର ଅପରାଧୀ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୃତ୍ୟୁ STFର ଏନକାଉଣ୍ଟରରେ ହୋଇଛି । ପୋଲିସ ସହ ଗୁଳିବିନିମୟ ବେଳେ ଗମ୍ଭୀର ଭାବେ ଆଘାତ ହୋଇଥିବା ବିକାଶ ଦୁବେର ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି ।
ଉତ୍ତରପ୍ରଦେଶର ୧ ନମ୍ବର ଅପରାଧୀ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୃତ୍ୟୁ STFର ଏନକାଉଣ୍ଟରରେ ହୋଇଛି । ପୋଲିସ ସହ ଗୁଳିବିନିମୟ ବେଳେ ଗମ୍ଭୀର ଭାବେ ଆଘାତ ହୋଇଥିବା ବିକାଶ ଦୁବେର ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି ।
STFର ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ମୃତ
ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ମୃତ । ଉତ୍ତରପ୍ରଦେଶର ୧ ନମ୍ବର ଅପରାଧୀ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ମୃତ୍ୟୁ STFର ଏନକାଉଣ୍ଟରରେ ହୋଇଛି । ପୋଲିସ ସହ ଗୁଳିବିନିମୟ ବେଳେ ଗମ୍ଭୀର ଭାବେ ଆଘାତ ହୋଇଥିବା ବିକାଶ ଦୁବେର ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି । ଏନେଇ ସୂଚନା ଦେଇଛି କାନପୁର ପୋଲିସ । ତେବେ, ଏହି ଗୁଳିବିନିମୟରେ କେତେ ଜଣ ପୋଲିସ ଆହତ ହୋଇଛନ୍ତି ଜଣାପଡ଼ିନାହିଁ । ବିକାଶ ଦୁବେ ଶରୀରରେ କେତେ ରାଉଣ୍ଡ ଗୁଳି ବାଜିଛି ଜଣାପଡ଼ିନାହିଁ ।
Gangster Vikas Dubey arrested for killing 8 policemen, dead,confirms police. pic.twitter.com/tG8Jb7GJTz
— ANI UP/Uttarakhand (@ANINewsUP) July 10, 2020
ଜୁଲାଇ ୩ରେ କାନପୁର ପୋଲିସର ଏକ ଟିମ୍ ବିକାଶ ଦୁବେକୁ ଧରିବାକୁ ରେଡ୍ କରିଥିଲା । ବିଳମ୍ବିତ ରାତିରେ ହୋଇଥିବା ଏହି ରେଡ୍ ବେଳେ ବିକାଶ ଦୁବେ ସହଯୋଗୀଙ୍କ ସହ ପୋଲିସ୍ ଉପରେ ଆକ୍ରମଣ କରିଥିଲା । ଏଥିରେ ଡେପୁଟି ଏସପିଙ୍କ ସମେତ ୮ ପୋଲିସ ସହିଦ ହୋଇଥିଲେ । ତାପରେ ଖସି ଯାଇଥିଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ । ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଥିଲା ।
Gangster Vikas Dubey attempted to flee after the car overturned. Police tried to make him surrender, during which he fired at the policemen. He was injured in retaliatory firing by police. He was later rushed to the hospital: SP Kanpur West pic.twitter.com/iiwM0tcELb
— ANI UP/Uttarakhand (@ANINewsUP) July 10, 2020
୨ ଦିନ ମଧ୍ୟରେ ଉତ୍ତରପ୍ରଦେଶ ପୋଲିସ ବିକାଶ ଦୁବେର ୩ ସହଯୋଗୀଙ୍କୁ ଏନକାଉଣ୍ଟର କରିଥିଲା । ଗୁରୁବାର ଜୁଲାଇ ୯ ତାରିଖରେ ବିକାଶ ଦୁବେକୁ ଉଜ୍ଜୟିନୀରୁ ଗିରଫ କରିଥିଲା ମଧ୍ୟପ୍ରଦେଶ ପୋଲିସ । ପରେ ବିକାଶ ଦୁବେକୁ ମଧ୍ୟପ୍ରଦେଶ ପୋଲିସ ଉତ୍ତରପ୍ରଦେଶ STFକୁ ହସ୍ତାନ୍ତର କରିଥିଲା । ଆଜି ଭୋରରୁ ୟୁପି STF କଡ଼ା ସୁରକ୍ଷା ଭିତରେ ମୋଷ୍ଟ ୱାଣ୍ଟେଡ୍ ବିକାଶ ଦୁବେକୁ କାନପୁର ଅଣାଯାଉଥିଲା ।

ପ୍ରବଳ ବର୍ଷା ମଧ୍ୟରେ STFର କଡ଼ା ସୁରକ୍ଷା ଭିତରେ ଆଜି ଭୋରରୁ ବିକାଶ ଦୁବେକୁ କାନପୁର ଅଣାଯାଉଥିଲା । କାନପୁର ଟୋଲ୍ ଗେଟ ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ବିକାଶ ଦୁବେ ବସିଥିବା STF ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାର ସୁଯୋଗ ନେଇ ବିକାଶ ଦୁବେ ପୋଲିସ ଠାରୁ ରିଭରବଲ ଛଡ଼ାଇ ଖସିଯିବାକୁ ଉଦ୍ୟମ କରିଥିଲା । ପୋଲିସ ତାକୁ ଘେରିଯିବା ପରେ ଗୁଳିବିନିମୟ ହୋଇଥିଲା । ପ୍ରାୟ ୪ କିଲୋମିଟର ପୋଲିସ ବିକାଶ ଦୁବେର ପିଛା କରିଥିଲା ।

ତାପରେ ପୋଲିସ ବିକାଶ ଦୁବେକୁ ଏନକାଉଣ୍ଟର କରିଥିଲା । ତୁରନ୍ତ ତାକୁ ରକ୍ତାକ୍ତ ଅବସ୍ଥାରେ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ମୃତ ଘୋଷଣା କରିଥିବା କାନପୁର ଏସପି ସୂଚନା ଦେଇଛନ୍ତି । ତେବେ, ଏହି ଗୁଳିବିନିମୟ ଓ ଦୁର୍ଘଟଣାରେ କେତେଜଣ ପୋଲିସ ଆହତ ହୋଇଛନ୍ତି ପୋଲିସ ସୂଚନା ଦେଇନାହିଁ ।
ସରକାରଙ୍କ ଏହି ସ୍କିମରେ କରୋନାର ମାଗଣା ଚିକିତ୍ସା ! ଲିଷ୍ଟରେ ଏମିତି ଯାଞ୍ଚ୍ କରିପାରିବେ ନିଜର ନାଁ…
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସର ବିସ୍ତାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ଚିକିତ୍ସା କରିବା ସାଧାରଣ ଲୋକଙ୍କ ପାଇଁ ବହୁ ମହଙ୍ଗା ପଡ଼ୁଛି । ସରକାରୀ ଡାକ୍ତରଖାନାଗୁଡ଼ିକରେ ଥିବା ସବୁ ସ୍ଥାନ ତଥା ଶଯ୍ୟା ପୂର୍ଣ୍ଣ ହୋଇସାରିଲାଣି । ଏଭଳି ପରିସ୍ଥିତିରେ କରୋନା ସଂକ୍ରମିତ ଘରୋଇ ଡାକ୍ତରଖାନା ଆଡକୁ ମୁହାଁଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ଘରୋଇ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା କରିବା ମହଙ୍ଗା ପଡୁଛି । ଏଭଳି ପରିସ୍ଥିତିରେ ଯଦି ଆପଣ ସରକାରଙ୍କୁ ଦେଖନ୍ତି ତେବେ କେନ୍ଦ୍ର ସରକାର ଆରମ୍ଭ କରିଥିବା ଆୟୁଷ୍ମାନ ଭାରତ ଯୋଜନା ଆପଣଙ୍କୁ ନିଶ୍ଚିତ ଭାବରେ ସାହାଯ୍ୟ କରିବ ।
ବର୍ଷକୁ ଥରେ ୫ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା
ଏହି ଯୋଜନା ପରି ପ୍ରତ୍ୟେକ ପରିବାରକୁ ବର୍ଷକୁ ଥରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା କରାଯାଏ । ଏଥିପାଇଁ ଲାଭ ହାସଲ କରୁଥିବା ହିତାଧିକାରୀଙ୍କୁ ଇ-କାର୍ଡ ଦିଆଯାଇଥାଏ । ଏହି କାର୍ଡ ମାଧ୍ୟମରେ ଆପଣ ସହଜରେ କ୍ୟାସଲେସ ସେବା ପାଇପାରିବେ । କିନ୍ତୁ ଆପଣଙ୍କୁ ଏହି ସୁବିଧା ସେତେବେଳେ ମିଳିବ ଯେତେବେଳେ ଏହି ଯୋଜନାରେ ଆପଣଙ୍କ ନାଁ ଲେଖାଯାଇଥିବ ।
ଜାଣନ୍ତୁ କିପରି ଚେକ୍ କରିବେ ନିଜର ନାଁ ?
ଆୟୁଷ୍ମାନ ଭାରତ ଯୋଜନାରେ ଆପଣଙ୍କ ନାମ ଯାଞ୍ଚ କରିବାକୁ ହେଲେ ସର୍ବ ପ୍ରଥମେ ଆପଣଙ୍କୁ ଅଫିସିଆଲ୍ ୱେବସାଇଟ୍ https://www.pmjay.gov.in/ ଦେଖିବାକୁ ପଡିବ । ଏହି ସାଇଟରେ ଆପଣଙ୍କୁ Am I Eligibleର ଏକ ଲିଙ୍କ୍ ଦେଖାଯିବ, ଯାହା ଉପରେ କ୍ଲିକ୍ କରିବାକୁ ପଡିବ । ଆପଣ ସେହି ଲିଙ୍କରେ କ୍ଲିକ୍ କରିବା ମାତ୍ରେ ଏକ ନୂଆ ପେଜ୍ ଖୋଲିବ । ଯେଉଁଥିରେ ମଗାଯାଇଥିବା ସଂପୂର୍ଣ୍ଣ ତଥ୍ୟକୁ ଦେବାକୁ ପଡିବ । ସଂପୂର୍ଣ୍ଣ ତଥ୍ୟର ସୂଚନା ଦେବା ପରେ, ଆପଣଙ୍କ ମୋବାଇଲରେ ଏକ OTP ଆସିବ । ଯାହାକୁ ପୂରଣ କରି ଦାଖଲ କରିବାକୁ ପଡିବ । ଏହା ପରେ ଆପଣ ଆପଣଙ୍କ ରାଜ୍ୟକୁ ବାଛିବେ ।
ତା’ପରେ କିଛି ଶ୍ରେଣୀ ବା ବର୍ଗ ନଜର ଆସିବ । ଯେଉଁ ଶ୍ରେଣୀରେ ଆପଣ ଆପଣଙ୍କ ନାଁ ଯାଞ୍ଚ କରିବାକୁ ଚାହୁଁଛନ୍ତି, ସେହି ବର୍ଗ ଉପରେ କ୍ଲିକ୍ କରନ୍ତୁ । ସେଥିରେ ନିଜର ନାଁ, HHD ନମ୍ବର, ରାସନ କାର୍ଡ ଏବଂ ମୋବାଇଲ୍ ନମ୍ବର ପାଇଁ ବିକଳ୍ପ ରହିବ । ଯେଉଁଥିରେ ଆପଣ ନିଜର ନାମ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କି ନାହିଁ କ୍ଲିକ୍ କରି ଜାଣିପାରିବ ।
ଯଦି ଆପଣ ଅନଲାଇନ୍ ଚେକ୍ କରିବାକୁ ଚାହୁଁନାହାଁନ୍ତି, ଆପଣ କଲ କରି ମଧ୍ୟ ଜାଣିପାରିବେ । ଏଥିପାଇଁ, ଆପଣ 14555 ଏବଂ 1800-111-565 କୁ କଲ କରି ଜାଣିପାରିବେ ଆପଣଙ୍କ ନାଁ ଏହି ଲିଷ୍ଟ ଅଛି କି ନାହିଁ ।
ଫେରାର୍ ବେଳେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ STFର ଏନକାଉଣ୍ଟର
ଲକ୍ଷ୍ନୌ: ଆଠ ପୋଲିସ କର୍ମଚାରୀଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେକୁ ଏନକାଉଣ୍ଟର । STF ବିକାଶ ଦୁବେକୁ ଉଜ୍ଜୟିନୀରୁ କାନପୁର ଆଣିବା ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ବିକାଶ ଦୁବେ ହତିଆର ନେଇ ଖସିଯିବାକୁ ଉଦ୍ୟମ କରିଥିଲା । ପରେ ସୁରକ୍ଷାକର୍ମୀ ଓ ବିକାଶ ଦୁବେଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁର୍ଘଟଣା ସ୍ଥଳରୁ ପ୍ରାୟ ୪ କିଲୋମିଟର ଖସିଯିବା ପରେ ବିକାଶ ଦୁବେକୁ STF ଏନକାଉଣ୍ଟର କରିଥିବା ସୂଚନା ମିଳିଛି ।

ଏନକାଉଣ୍ଟରରେ ବିକାଶ ଦୁବେର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାନପୁର ଟୋଲ ଗେଟରୁ ପ୍ରାୟ ୨୫ କିଲୋମିଟର ଦୂରରେ STF ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ପୋଲିସ, STF ବିକାଶ ଦୁବେକୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ, ପୋଲିସ ତରଫରୁ ବିକାଶ ଦୁବେର ମୃତ୍ୟୁ ନେଇ କୌଣସି ସୂଚନା ଦିଆଯାଇନାହିଁ ।

ଗତ ଶୁକ୍ରବାର ରାତିରେ ବିକାଶ ଦୁବେ ଓ ତାର ସହଯୋଗୀ ୮ ପୋଲିସ କର୍ମଚାରୀଙ୍କୁ ଗୁଳିମାରି ହତ୍ୟା କରିଥିଲେ । ପୋଲିସ ବିକାଶ ଦୁବେକୁ ଗିରଫ କରିବାକୁ ଯାଇଥିବା ବେଳେ ଗ୍ୟାଙ୍ଗଷ୍ଟର ବିକାଶ ଆକ୍ରମଣ କରିଥିଲା । ଅଧରାତିରେ ପୋଲିସ କରିଥିବା ରେଡରେ ଗ୍ୟାଙ୍ଗଷ୍ଟର ଦୁବେ ୮ ଜଣ ସୁରକ୍ଷାକର୍ମୀଙ୍କୁ ହତ୍ୟା କରି ଖସି ପଳାଇଥିଲା । ଜୁଲାଇ ୯ରେ ଉଜ୍ଜୟିନୀରୁ ବିକାଶ ଦୁବେ ଧରା ପଡ଼ିଥିଲା ।
ଘରେ ଠିକ୍ ହେଉଛନ୍ତି ୮୦ ପ୍ରତିଶତ କରୋନା ସଂକ୍ରମିତ
ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ପ୍ରାୟ ୧୦ ପ୍ରତିଶତରୁ କମ ଓ ଆରୋଗ୍ୟ ହାର ୭୫ ପ୍ରତିଶତରେ ପହଞ୍ଚିଛି । କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୨୦ ପ୍ରତିଶତଙ୍କୁ ଚିକିତ୍ସା ସେବା ଜରୁରୀ । ଏଥିପାଇଁ ଦିଲ୍ଲୀରେ କୋଭିଡ୍ ହସ୍ପିଟାଲରେ ଏବେ ୫ ହଜାରରୁ କମ୍ ଆକ୍ରାନ୍ତ ଅଛନ୍ତି । ଘରୋଇ ହସ୍ପିଟାଲରେ ୧୦୦ରୁ ୨୦୦ ବେଡ୍ ଖାଲି ଅଛି । ଦିଲ୍ଲୀରେ ମୋଟ ୧୫ ହଜାର ବେଡରୁ ୧୦ ହଜାରରୁ ଅଧିକ ବେଡ୍ ଖାଲି ରହିଛି ।

ଜୁଲାଇରେ ସଂକ୍ରମଣ ବୃଦ୍ଧି ପାଇବା ନେଇ ପୂର୍ବରୁ ଅନୁମାନ କରାଯାଇଥିଲା । ତେବେ, ଅନୁମାନ ଠାରୁ ବର୍ତ୍ତମାନ ଦିଲ୍ଲୀର ସ୍ଥିତି ଭଲ ଅଛି । ସଂକ୍ରମଣ ଯୋଗୁଁ ମେଡିକାଲରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଯାହାକି ଦିଲ୍ଲୀ ପାଇଁ ଆଶ୍ୱସ୍ତିର ବିଷୟ । ପୂର୍ବରୁ ଦିଲ୍ଲୀର ହସ୍ପିଟାଲ ଗୁଡ଼ିକରେ ବେଡ୍ ଅଭାବ ଦେଖା ଦେଇଥିଲା । ବେଡ୍ ଖଣ୍ଡିଏ ପାଇଁ ହସ୍ପିଟାଲରୁ ହସ୍ପିଟାଲ ଘୁରି ବୁଲିଥିଲେ ରୋଗୀ ।

ବୁଧବାରର ରିପୋର୍ଟ ଅନୁସାରେ ଦିଲ୍ଲୀର କୋଭିଡ୍ ହସ୍ପିଟାଲରେ ଏବେ ୫ ହଜାରରୁ କମ୍ ଆକ୍ରାନ୍ତ ଅଛନ୍ତି । ଯେଉଁମାନେ କି ଚିକିତ୍ସା ପାଇଁ ଅଲଗା ଅଲଗା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଜୁନ୍ ୧ରେ ଦିଲ୍ଲୀର ହସ୍ପିଟାଲରେ ୨୭୪୮ ଜଣ ଆକ୍ରାନ୍ତ ଥିବାବେଳେ ଜୁନ୍ ୧୦ରେ ସଂଖ୍ୟା ୪ ହଜାର ୮୮୮ରେ ପହଞ୍ଚିଥିଲା । ଏହାପରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଦିଲ୍ଲୀ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ।

ଗୁରୁବାର ଦ୍ୱିପ୍ରହର ଯାଏଁ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି । ଏବେ ୪ ହଜାର ୭୫୮ ଜଣ ଆକ୍ରାନ୍ତ ବେଡରେ ଚିକିତ୍ସିତ ହେଉଥିବା ବେଳେ ୧୦ ହଜାର ୩୧୬ ବେଡ୍ ଖାଲି ପଡ଼ିଛି । ଦିଲ୍ଲୀରେ ଏବେ ୨୩ ହଜାର ୪୫୩ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଅର୍ଥାତ୍ ଆକ୍ଟିଭ୍ କେସର ମାତ୍ର ୨୦.୭୧ ପ୍ରତିଶତ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ୮୦ ପ୍ରତିଶତ ଆକ୍ରାନ୍ତଙ୍କ ପାଖରେ କୌଣସି ଲକ୍ଷଣ ନାହିଁ ତେଣୁ ସେମାନଙ୍କ ଚିକିତ୍ସା ଜରୁରୀ ନୁହେଁ ।
ଆଦିତ୍ୟ ଆଜି ପାଳିଥାନ୍ତେ ବିବାହର ପ୍ରଥମ ମାସ …
ଭୁବନେଶ୍ୱର: ଆଜି ବୋଧେ ଆସିଥାନ୍ତା ଆଉ ଗୋଟିଏ ଭିଡିଓ । ଦୁନିଆକୁ ବୋଧେ ପୁଣିଥରେ ବୁଝାଇଥାନ୍ତେ କେମିତି ବୈବାହିକ ଜୀବନକୁ ସୁଖମୟ କରିହେବ । ସ୍ୱାମୀ ସ୍ତ୍ରୀଙ୍କ ମୋଟିଭେସନାଲ ଭିଡିଓକୁ ଦେଖି ହୋଇଥାନ୍ତେ କେତେ ଯୁବପିଢ଼ି ମୋଟିଭେଟ୍ । କାରଣ ଗୁରୁବାର ପାଳିଥାନ୍ତେ ବୈବାହିକ ଜୀବନର ପ୍ରଥମ ମାସ । କଟିଥାନ୍ତା କେକ୍, ଓଲ୍ଡ ଏଜ୍ ହୋମ୍ର ବୁଢ଼ା ବାପା ମାଆ ଦେଇଥାନ୍ତେ ଆଶିର୍ବାଦ । ଜୁନ ୯ ତାରିଖରେ ଆଦିତ୍ୟ ବାନ୍ଧି ହୋଇଥିଲେ ବିବାହ ବନ୍ଧନରେ । ଦୁହେଁ ମିଶି ଜୀବନର ଆକାଶରେ ଉଡ଼ିଥାନ୍ତେ ପୂରା କରିଥାନ୍ତେ ଅଧୁରା ସ୍ୱପ୍ନକୁ । ସେଥିପାଇଁ ତ ବିଦ୍ୟାଶ୍ରୀଙ୍କ ହାତ ଧରିଥିଲେ ଆଦିତ୍ୟ । କଟକର ଖପୁରିଆରେ ବାହା ହୋଇଥିଲେ।

କିନ୍ତୁ ସବୁଥିରେ ପୂର୍ଣ୍ଣଛେଦ ପଡ଼ିଛି । ଜୀବନର ଲମ୍ୱା ରାସ୍ତାରେ ହାରିଯାଇଛନ୍ତି ଦୁନିଆରେ ସ୍ନେହ ବାଣ୍ଟୁଥିବା ଆଦିତ୍ୟ । ଯୁବ ସମାଜକୁ ମୋଟିଭେଟ୍ କରୁଥିବା ଆଦିତ୍ୟ ଡିମୋଟିଭେଟ୍ ହୋଇଛନ୍ତି ବଞ୍ଚିବାର ରାସ୍ତାରେ । ଆଉ କିଛି ସେଲିବ୍ରେଟ ହେବନି, କି ବୃଦ୍ଧାଶ୍ରମରେ ବୟଷର ଅପରାହ୍ନରେ ଖିଲି ଖିଲି ହସ ସୁଭିବନି । କାରଣ ତାଙ୍କ ଜୀବରେ ଜଳୁଥିବା ଆଦିତ୍ୟ ସ୍ନେହର ଶିଖା ଏବେ ଲିଭି ଯାଇଛି । ଆରପାରିକୁ ଚାଲିଯାଇଛନ୍ତି ଅସହାୟକୁ ଆଶ୍ରୟ ଦେଇଥିବା ବିଶାଳ ହୃଦୟ ରଖିଥିବା ଆଦିତ୍ୟ ।

ବିବାହର ମାତ୍ର ୩ ସପ୍ତାହ ପରେ ଟ୍ରେନ୍ ଲାଇନ୍ କଡ଼ରୁ ମିଳିଥିଲା ଆଦିତ୍ୟଙ୍କ ମୃତ ଦେହ । କେହି କେହି ଏହାକୁ ଆତ୍ମହତ୍ୟା କରିଥିବା କହୁଥିବା ବେଳେ କେହି ଏହାକୁ ଏକ ପ୍ରିପ୍ଲାନ୍ ମର୍ଡର ବୋଲି କହୁଛନ୍ତି । ପ୍ରଶ୍ନ ଘରରେ ଏବେ ଆଦିତ୍ୟଙ୍କ ସିନ୍ଦୁରକୁ ନିଜ ମଥାରେ ସ୍ଥାନ ଦେଇଥିବା ବିଦ୍ୟାଶ୍ରୀ ।

କାରଣ ଆଦିତ୍ୟଙ୍କ ଅନ୍ତରଙ୍ଗ ବନ୍ଧୁ କିଛି କ୍ଷେତ୍ରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ବିଦ୍ୟାଶ୍ରୀଙ୍କ ବୟାନରେ ତାଳମେଳ ରହୁନାହିଁ । କିନ୍ତୁ ଏଠି ସବୁ ଆଦିତ୍ୟ ପ୍ରେମୀଙ୍କ ମନରେ ପ୍ରଶ୍ନ ଉଠୁଛି ଜୀବନ ବଞ୍ଚିବାର ରାହା ଦେଖାଉଥିବା ଆଦିତ୍ୟ କଣ ଆତ୍ମହତ୍ୟା କରିପାରେ ? …
https://youtu.be/HtrxevxwUew
ମଧ୍ୟପ୍ରଦେଶ ପଳାଇ ଯାଇ ଏନକାଉଣ୍ଟରରୁ ବର୍ତ୍ତିଗଲା କି ବିକାଶ ଦୁବେ ?
ନୂଆଦିଲ୍ଲୀ: କାନପୁରରେ ୮ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ । ଏହି ଅପରାଧ କରିବା ପରେ ଜୁଲାଇ ୨ରୁ ୩ ତାରିଖ ରାତିରେ ବିକାଶ ଦୁବେ ଖସି ପଳାଇଥିଲା । ଜୁଲାଇ ୯ ତାରିଖ ସକାଳେ ବିକାଶ ଦୁବେକୁ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ଧରାପଡ଼ିଛି । ସେବେଠାରୁ ଏହା ଆତ୍ମସମର୍ପଣ ନା ଗିରଫ ବୋଲି ଏକ ବିତର୍କ ଚାଲିଛି ? ଏହି ପ୍ରସଙ୍ଗରେ ପୂର୍ବତନ ୟୁପି ଡିଜିପି ବିକ୍ରମ ସିଂ ପ୍ରତିକ୍ରିୟା ରଖିଛନ୍ତି । ଆତ୍ମସମର୍ପଣ ଏବଂ ଗିରଫ ମଧ୍ୟରେ ପାର୍ଥକ୍ୟ ରହିଛି । ଆସନ୍ତୁ ଜାଣିବା ପାର୍ଥକ୍ୟ କ’ଣ ?
ଗିରଫଦାରୀ
ଉତ୍ତର ପ୍ରଦେଶର ପୂର୍ବତନ ଡିଜିପି ବିକ୍ରମ ସିଂଙ୍କ ଅନୁଯାୟୀ, ସାଧାରଣତଃ କୋର୍ଟ ସମ୍ମୁଖରେ ଆତ୍ମସମର୍ପଣ କରାଯାଇଥାଏ । ପୋଲିସ ନିକଟରେ ଆତ୍ମସମର୍ପଣ କରିବାର କୌଣସି ବ୍ୟବସ୍ଥା ନାହିଁ । ପୋଲିସ ସାମ୍ନାରେ ଗିରଫ କରାଯାଇଛି । ଗିରଫଦାରୀ ତିନି ପ୍ରକାରର । କହିକି ଗିରଫ କରିବା, ଛୁଇଁ କି ଗିରଫ କରିବା ଓ ଜୋର ଜବରଦସ୍ତ ଗିରଫ କରିବ ।

ପ୍ରଥମେ ପୋଲିସ ଅଭିଯୁକ୍ତକୁ ସ୍ପର୍ଶ ନକରି କହିବ ଯେ ତୁମେ ଗିରଫ ହୋଇଛ । ବିକ୍ରମ ସିଂଙ୍କ ଅନୁଯାୟୀ, ଏହା ପରେ ପୋଲିସ ଅଭିଯୁକ୍ତକୁ ସ୍ପର୍ଶ କରିବ ଏବଂ କହିବ ଯେ ଆମେ ଆପଣଙ୍କୁ ଗିରଫ କରିଛୁ ଏବଂ ଛୁଇଁବା ପରେ ଛାଡ଼ିଦେବ । କିନ୍ତୁ ଯଦି ଅଭିଯୁକ୍ତ ଶୁଣେ ନାହିଁ, ତେବେ ପୋଲିସ ବଳ ପ୍ରୟୋଗ କରି ତାଙ୍କୁ ଗିରଫ କରିପାରିବ । ଏହି ତିନୋଟି ପଦ୍ଧତି ମଧ୍ୟରୁ ଯେ କୌଣସି ଦ୍ୱାରା ଗିରଫ କରାଯାଇଥାଏ ଏବଂ ଏହା ପରେ ଆଇନ୍ ଅନୁଯାୟୀ ଅଭିଯୁକ୍ତଙ୍କୁ ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର ହେବାକୁ ପଡ଼ିବ ।
ଆତ୍ମସମର୍ପଣ
ପୂର୍ବତନ ଡିଜିପି ବିକ୍ରମ ସିଂଙ୍କ ଅନୁଯାୟୀ, କିଛି ଅଭିଯୁକ୍ତ ପୋଲିସ ଷ୍ଟେସନକୁ ଯିବାକୁ ଏଡ଼ାଇଥାନ୍ତି । ସେମାନଙ୍କ କହିବା କଥା ପୋଲିସ ଥାନାରେ ପିଟାପିଟି କରିଥାନ୍ତି । ତେଣୁ ସେମାନେ କୋର୍ଟକୁ ଯାଆନ୍ତି । ଏହାକୁ ସ୍ପଟ୍ କୋର୍ଟ କୁହାଯାଏ । ଏହି କୋର୍ଟର ଅର୍ଥ ହେଉଛି ଅଭିଯୁକ୍ତ କୋର୍ଟରେ ହାଜର ହେବ । ଏହି ସମୟରେ ପୋଲିସ କୋର୍ଟ ସମ୍ମୁଖରେ କହିପାରେ ଆମକୁ ତଦନ୍ତ କରିବାକୁ ପଡ଼ିବ । ଅଭିଯୁକ୍ତକୁ ପୋଲିସ ହେପାଜତ ବା ରିମାଣ୍ଡରେ ଦିଅନ୍ତୁ । ପୋଲିସର ଆବେଦନ ଅନୁଯାୟୀ କୋର୍ଟ ୩, ୭ କିମ୍ବା ୧୪ ଦିନର ରିମାଣ୍ଡ ଅନୁମତି ଦେଇଥାନ୍ତି । ଏହା ପରେ ଅଭିଯୁକ୍ତଙ୍କୁ ପଚରାଉଚରା ସହ ଡାକ୍ତରୀ ପରୀକ୍ଷା କରାଯାଏ । ପରେ ପୋଲିସ ପୁନର୍ବାର ଅଭିଯୁକ୍ତକୁ କୋର୍ଟକୁ ଆଣେ । ଏହି ସମୟରେ ଅଭିଯୁକ୍ତଙ୍କ ଦେହରେ କୌଣସି ଚିହ୍ନ ଥିଲେ ତାହାକୁ ଗଣ୍ଡଗୋଳରେ ଆଘାତ ବୋଲି କୁହାଯାଏ । କାରଣ ଆକ୍ରମଣକୁ ଅନୁମତି ଦିଆଯାଇନଥାଏ, କିନ୍ତୁ ଅଭିଯୁକ୍ତଙ୍କ ସହ ଏହି ଆକ୍ରମଣ ନିଶ୍ଚିତ ଭାବରେ ପୋଲିସ ଦ୍ୱାରା କରାଯାଇଥାଏ ।

ପୂର୍ବତନ ଡିଜିପି ବିକ୍ରମ ସିଂଙ୍କ ଅନୁଯାୟୀ, ‘କିଛି ପୋଲିସ କର୍ମଚାରୀ ଅଛନ୍ତି ଯେଉଁମାନେ ମାଡ଼ ମାରିବାକୁ ଚାହାଁନ୍ତି ନାହିଁ । ତା’ପରେ ସେମାନେ ଅଭିଯୁକ୍ତଙ୍କୁ କୁହନ୍ତି ଯେ ଆମେ ଆପଣଙ୍କୁ ଛୁଇଁବୁ ନାହିଁ, ଆପଣଙ୍କୁ ହଇରାଣ କରିବୁ ନାହିଁ, ତୁମେ ଆତ୍ମସମର୍ପଣର ଡ୍ରାମା କର । ଏହା ମଧ୍ୟ ଆଇନଗତ, କିନ୍ତୁ ଏହା ଯଥାର୍ଥ ନୁହେଁ କାରଣ ଏହା ଆତ୍ମସମର୍ପଣ ହୋଇଥିଲେ ମଧ୍ୟ ଗିରଫ କରାଯାଇଥାଏ । ଯାହାକି ବିକାଶ ଦୁବେଙ୍କ କ୍ଷେତ୍ରରେ ହୋଇଛି ।
ଆତ୍ମସମର୍ପଣରେ ଅଭିଯୁକ୍ତଙ୍କ ପାଇଁ କ’ଣ ଲାଭ?
ବିକ୍ରମ ସିଂ କହିଛନ୍ତି ଯେ, ଯଦି ଅଭିଯୁକ୍ତ ଆତ୍ମସମର୍ପଣ କରିବା ଦ୍ୱାରା ତାକୁ ତୁରନ୍ତ ଜେଲ ପଠାଇ ଦିଆଯାଏ । ମାଡ଼ପିଟରୁ ବଞ୍ଚି ମଧ୍ୟ ଯାଏ । ନିଜ ମକଦ୍ଦମା ପରିଚାଳନା କରିଥାଏ । ଏନକାଉଣ୍ଟର ଶିକାର ହେବାର କମ୍ ସମ୍ଭାବନା ରହିଥାଏ ।

କ’ଣ ଲାଭ ପାଇଲେ ବିକାଶ ଦୁବେ ?
ବିକ୍ରମ ସିଂଙ୍କ ଅନୁଯାୟୀ, ବିକାଶ ଦୁବେଙ୍କ ପାଇଁ ସବୁଠାରୁ ବଡ଼ ଲାଭ ହେଉଛି ଯେ ମଧ୍ୟପ୍ରଦେଶରେ ତାଙ୍କୁ ମିଥ୍ୟା ଏନକାଉଣ୍ଟରରେ ହତ୍ୟା କରାଯାଇ ନାହିଁ । କାରଣ ଅନ୍ୟ ରାଜ୍ୟର ପୋଲିସ-ଅଭିଯୁକ୍ତଙ୍କ ସହ ମୁହାଁମୁହିଁ କୌଣସି ଉଦାହରଣ ନାହିଁ । ଅନ୍ୟ ରାଜ୍ୟର ପୋଲିସ ସର୍ବଦା ଭାବନ୍ତି କାହିଁକି ସେମାନେ ମୁଣ୍ଡକୁ ଏତେ ଅସୁବିଧା ନେବେ ? ତେବେ, ମୋଷ୍ଟ ୱାଣ୍ଟେଡ୍ ଅପରାଧୀ କିମ୍ବା ପୁରସ୍କାର ରାଶି ଥିବା ଅପରାଧୀକୁ ଦେଶର କୌଣସି ପୋଲିସ ଗିରଫ କରିବାର ଅଧିକାର ରହିଛି । ଅର୍ଥାତ୍ ବିକାଶ ଦୁବେ ଉତ୍ତରପ୍ରଦେଶର କୌଣସି ସ୍ଥାନରେ ଆତ୍ମସମର୍ପଣ କରିବାକୁ ଚାହିଁଥିଲେ ପରିଣାମ ଅଲଗା କିଛି ହୋଇଥାନ୍ତା ।
କେଉଁ ଆଧାରରେ କରେ ପୋଲିସ ଏନକାଉଣ୍ଟର ?
ବିକ୍ରମ ସିଂଙ୍କ ଅନୁଯାୟୀ, ଆଇପିସିର ଧାରା ୯୪ରୁ ୧୦୬ରେ ସେଲ୍ଫ ଡିଫେନ୍ସ ବା ଆତ୍ମରକ୍ଷା ଅଧିକାର ଦିଆଯାଇଛି । ପୋଲିସ ମଧ୍ୟ ଏହି ଅଧିକାର ବ୍ୟବହାର କରେ । ପୋଲିସ କୌଣସି ଅଭିଯୁକ୍ତକୁ ହତ୍ୟା କରିବାକୁ ଚାହୁଁଥିଲେ ଆତ୍ମରକ୍ଷା ନାଁରେ ଗୁଳି କରିଥାଏ । ପୂର୍ବତନ ଡିଜିପି ଏହା ମଧ୍ୟ କହିଛନ୍ତି- ଟ୍ରାଞ୍ଜିଟ୍ ରିମାଣ୍ଡରେ ମଧ୍ୟ ପୋଲିସ ଏନକାଉଣ୍ଟର କରେ । ଉଦାହରଣ ପ୍ରକାରେ ଉଜ୍ଜୟିନୀ ପୋଲିସ ବିନା କୌଣସି କେସ୍ ରୁଜୁ କରି ବିକାଶ ଦୁବେକୁ ୟୁପି ଏସଟିଏଫକୁ ହସ୍ତାନ୍ତର କରିଛି ।
Lockdown: ଜୁଲାଇ ୧୩ ତାରିଖ ଯାଏଁ ଲକଡାଉନ୍ ବୃଦ୍ଧି କଲେ ସରକାର
ଲକ୍ଷ୍ନୌ: ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପୁଣି କଟକଣା ଜାରି କଲେ ସରକାର । ଉତ୍ତରପ୍ରଦେଶରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ରୋକିବାକୁ ଲକଡାଉନ୍ ଘୋଷଣା ହୋଇଛି । ଶୁକ୍ରବାର ରାତି ୧୦ଟାରୁ ଜୁଲାଇ ୧୩ ତାରିଖ ଅର୍ଥାତ୍ ସୋମବାର ସକାଳ ୫ଟା ଯାଏଁ ଲକଡାଉନ୍ ନେଇ ଯୋଗୀ ଆଦିତ୍ୟନାଥଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି ।
Uttar Pradesh Government imposes lockdown in the State from 10 pm tomorrow till 5 am on 13th July. pic.twitter.com/KISyWekCW8
— ANI UP/Uttarakhand (@ANINewsUP) July 9, 2020
ସମ୍ପୂର୍ଣ୍ଣ ରାଜ୍ୟରେ ଲକଡାଉନ୍ ଲାଗୁ ହେବ । ଉତ୍ତରପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୧ ହଜାର ପାର ହୋଇଥିବା ବେଳେ ୮୪୫ ଲୋକଙ୍କ ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୯ ହଜାର ୯ ଶହରୁ ଅଧିକ ସକ୍ରିୟ ମାମଲା ରହିଛି । ୨୦ ହଜାରରୁ ଅଧିକ ସଂକ୍ରମିତ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି ।

ୟୁପି ସରକାରଙ୍କ ପାଇଁ ଅଧିକ ଚିନ୍ତାର କାରଣ ହୋଇଛି ନୋଏଡ଼ା । ଦିଲ୍ଲୀ ସୀମାକୁ ଲାଗି ରହିଥିବା ନୋଏଡ଼ାରେ ସଂକ୍ରମଣ ବ୍ୟାପକ ଭାବେ ବଢ଼ି ଚାଲିଛି । ସଂକ୍ରମଣ ରୋକିବାକୁ ଗୌତମବୁଦ୍ଧନଗର ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଇଥିବା ବେଳେ କଣ୍ଟେନମେଣ୍ଟ ଜୋନ୍ ମଧ୍ୟ କରାଯାଉଛି ।
ଭରାନଈର ପ୍ରଖରସ୍ରୋତ ଡେଇଁ ସଜାଡ଼ିଲେ ବିଦ୍ୟୁତ୍
ମାଲକାନଗିରି: ଭୂତାଣୁ ସହ ଲଢୁଛି ସାରା ବିଶ୍ୱ । ଦିନରାତି ଏକ କରି କରୋନା ସହ ଲଢୁଛନ୍ତି ଯୋଦ୍ଧା । କିଏ ବାଜି ଜିତୁଛି, କାହାକୁ ବନ୍ଦୀ ସଜାଉଛି ଭୂତାଣୁ । ଏ କୋଳାହଳ ଭିତରେ ଏମାନେ ବି ଜଣେ ଜଣେ ଯୋଦ୍ଧା । ଯିଏ କେବଳ ବାଜି ଜିତିନାହାନ୍ତି, ଅନ୍ଧାରୀ ରାଇଜର ଲୋକଙ୍କ ଜୀବନରେ ଦେଖାଇଛନ୍ତି ଆଶାର ଆଲୋକ । ପ୍ରତିକୂଳ ପରିସ୍ଥିତିରେ ୨୦ ଗାଁକୁ ଆଲୋକିତ କରିଛନ୍ତି ।

କିଏ ରୋଗ ସହ ଲଢୁଛି, କିଏ ଦାୟିତ୍ୱବୋଧ ପାଇଁ ବାଜିରେ ଲଗାଉଛି ଜୀବନ । ହେଲେ ଆଜିର ଏ ଯୋଦ୍ଧା ମାନଙ୍କ କାହାଣୀ କିଛି ଭିନ୍ନ । ଆଗଧାଡ଼ିର ଯୋଦ୍ଧା ନହେଲ ବି ଉତ୍ସର୍ଗୀକୃତ ସେବା ସେମାନଙ୍କୁ ସଜାଇଛି ଯୋଦ୍ଧା । ଉପାନ୍ତର ଅପନ୍ତରା ଗାଁରୁ ସେମାନେ ଦୂର କରିଛନ୍ତି ଅନ୍ଧାର । ଭରାନଈର ପ୍ରଖରସ୍ରୋତ ଡେଇଁ ବିଦ୍ୟୁତ ସମସ୍ୟାର ସମଧାନ କରିଛନ୍ତି । ମାଲକାନଗିରି ଜିଲ୍ଲା ଏମଭି-7 ଫିଡର ଅନ୍ତର୍ଗତ ଏମଭି-16 ଗାଁ ଦୁଇ ଦିନ ହେଲା ଗଛପଡ଼ି ବିଦ୍ୟୁତ ତାର ଛିଣ୍ଡିପଡ଼ିଥିଲା । ଅନ୍ଧାରରେ ରହିଥିଲା ୨୦ ଖଣ୍ଡ ଗାଁ । ଏ ସଂପର୍କରେ ଖବର ପାଇବା ପରେ ସାଉଥକୋ ଶଙ୍କର ପାତ୍ର, ତ୍ରିଲୋଚନ ସାହୁ, ଏମ୍.ମନ୍ମଦ ଓ ଶୁକ୍ରା ଶିଶା ସମସ୍ୟାର ସମାଧାନ ପାଇଁ ଲାଗିପଡ଼ିଥିଲେ । ଭରା ନଈ ଡେଇଁ ସଜାଡିଥିଲେ ଛିଣ୍ଡା ତାର ।

ଗୋଟିଏ ପଟେ ସଂକ୍ରମଣର ଭୟ, ଅନ୍ୟପଟେ ଅନ୍ଧାରୀ ମୂଲକର ଚିନ୍ତା । ଯାହା ଏ ଯୋଦ୍ଧାମାନଙ୍କୁ ଜୀବନକୁ ବାଜିରେ ଲଗାଇବାକୁ ଯୋଗାଇଥିଲା ଖୋରାକ । ସେପଟେ ଯୋଦ୍ଧାଙ୍କ ମହତ କାମକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି । ଦିନେ ନା ଦିନେ କରୋନା ପଳାଇବ । ଭୂତାଣୁ ମୁକ୍ତ ହୋଇଯିବ ସାରାଦେଶ । ମାତ୍ର ଯୋଦ୍ଧାଙ୍କ ଏ ଉତ୍ସର୍ଗୀକୃତ ସେବାକୁ ସବୁଦିନେ ମନେରଖିବ ଉପାନ୍ତର ଏ ଅପନ୍ତରା ଗାଁ ।
(ମାଲକାନଗିରିରୁ ଈଶ୍ୱର ପଟ୍ଟନାୟକ)

