spot_img
Home Blog Page 6839

ରାଜସ୍ୱ ବିପର୍ଯ୍ୟୟ ଓ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସ ଗିରଫ

ଭୁବନେଶ୍ୱର: ରାଜସ୍ୱ ବିପର୍ଯ୍ୟୟ ଓ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କୁ ଗିରଫ କରିଛି ପୋଲିସ । ବୁଧବାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ଚଢ଼ାଉ କରିଥିଲା । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ତାଙ୍କୁ ଗିରଫ କରାଯାଇଛି ।

ବୁଧବାର ସକାଳୁ ସକାଳୁ ୫ଟି ଟିମ ରେଡ୍‌ କରିଛି । ଅଜୟଙ୍କ ଘର ସମେତ ୬ଟି ସ୍ଥାନରେ ଛାପା ମାରିଥିଲା ଭିଜିଲାନ୍ସ । ଟଙ୍କପାଣି ରୋଡ଼ ରତ୍ନାକର ବାଗ ଲେନରେ ଥିବା ପୈତୃକ ଓ ଆବାସିକ ଘରେ ଚଢ଼ାଉ କରିଥିଲା । ସେହିପରି ପଟିଆରେ ଥିବା ଫ୍ଲାଟ, ନୂଆଗାଁରେ ଥିବା ଆଉଟ ହାଉସ, ବାଲେଶ୍ୱରରେ ଥିବା ଦୁଇ ମହଲା ଘରେ ମଧ୍ୟ ଚଢ଼ାଉ କରିଥିଲା ଟିମ୍‌ । ତାଙ୍କ ନାଁରେ ଥିବା ୩ଟି ଫ୍ଲାଟକୁ ଠାବ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱରରେ ୨ଟି ଓ ପୁରୀରେ ଗୋଟେ ଫ୍ଲାଟ ରହିଛି । ତାଙ୍କର ୩ଟି ଯାକ ଫ୍ଲାଟକୁ ଜବତ କରାଯାଇଛି ।

VIGIlance Raid

ସବୁଠାରୁ ବଡ଼ କଥା ହେଲା ଆଉ ଦୁଇ ମାସପରେ ଅବସର ନେଇଥାନ୍ତେ ସଚିବ ଅଜୟ ଦାସ । ତେବେ କେମିତି ସେ ଏତେ ଟଙ୍କାର ଅଧିକାରୀ ହେଲେ ତାକୁ ନେଇ ତଦନ୍ତ କରୁଛି ଭିଜିଲାନ୍ସ । ଭୁବନେଶ୍ୱରରେ ଥିବା ବ୍ୟାଙ୍କ ଲକରକୁ ମଧ୍ୟ ନିଜ ତଦନ୍ତର ଅଧିନକୁ ନେଇଥିଲା । ବିଭିନ୍ନ ଦିଗରୁ ତଦନ୍ତ କରିବା ପରେ ଗୁରୁବାର ତାଙ୍କୁ ଗିରଫ କରିଛି ପୋଲିସ ।

ଫେରୁଛି ଟିକଟକ୍‌! କେଉଁ ଭାରତୀୟ କମ୍ପାନୀ ଟେକ୍ ଓଭର ରେସରେ ଅଛି,ଜାଣନ୍ତୁ

ଟିକଟକ ଆପ୍ ଭାରତରେ ବ୍ୟାନ ହୋଇଯିବା ଘଟଣା ଅନେକ ବ୍ୟବହାରକାରୀଙ୍କୁ କଷ୍ଟ ଦେଇଛି । କେବଳଯେ ଏହା ଲୋକଙ୍କ ମନୋରଞ୍ଜନ କରୁଥିଲା ତାହା ନୁହେଁ ବରଂ ଅଧିକାଂଶଙ୍କ ପାଇଁ ଏହା ରୋଜଗାରର ଏକ ମାଧ୍ୟମ ଥିଲା । ଯଦି ପୁଣିଥରେ ଟିକଟକ ଫେରେ ତେବେ ଅଗଣିତ ଲୋକଙ୍କ ମୁହଁରେ ହସ ଫୁଟିଯିବ । ଏହା କହିବା ପଛର କାରଣ ହେଉଛି ଲୋକ କେଉଁଭଳି ପାଗଳ ଭାବରେ ଏହି ଆପକୁ ପସନ୍ଦ କରନ୍ତି ତାହା ଟିକଟକ ବ୍ୟାନ ହେବାପରେ ଜଣା ପଡ଼ିଥିଲା । ଖବର ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଟିକଟକର ଭାରତୀୟ ବ୍ୟବସାୟକୁ କିଣି ପାରନ୍ତି । ଟିକଟକର ପ୍ୟାରେଣ୍ଟ କମ୍ପାନୀ ବାଇଟଡ୍ୟାନ୍ସ ଏବଂ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ମଧ୍ୟରେ ଆଲୋଚନା ଜାରି ରହିଛି । ଅବଶ୍ୟ ଅନ୍ୟ କୌଣସି କମ୍ପାନୀ ଏପର୍ଯ୍ୟନ୍ତ ଏହାକୁ କିଣିବା ପାଇଁ ଆଗକୁ ଆସି ନାହାଁନ୍ତି । ଏହାକୁ ନେଇ ରିଲାଏନ୍ସ ଏବଂ ଟିକଟକ ତରଫରୁ କୌଣସି ମତ ସାମ୍ନାକୁ ଆସିନାହିଁ ।

କହିରଖୁଛୁ ଗତ ଜୁଲାଇ ମାସରେ ଭାରତ ସରକାର ଟିକଟକ ସମେତ ୫୯ଟି ଆପକୁ ବ୍ୟାନ କରି ଦେଇଥିଲେ । ବ୍ୟାନ ସମୟରେ ଟିକଟକର ୩୦ ପ୍ରତିଶତ ବ୍ୟବହାରକାରୀ ଭାରତୀୟ ଥିଲେ । ଟିକଟକ ୧୦ ପ୍ରତିଶତ ରୋଜଗାର ଭାରତରୁ କରୁଥିଲା । ଅପ୍ରେଲ ୨୦୨୦ ପର‌୍ୟ୍ୟନ୍ତ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପଲ ଏପ ଷ୍ଟୋରରୁ ଟିକଟକକୁ ୨ ଆରବ ଡାଉନଲୋଡ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୩୦.୩ ପ୍ରତିଶତ ବା ୬୧.୧ କୋଟି ଡାଉନଲୋଡ ଭାରତରେ ହୋଇଥିଲା ।

ମୋବାଇଲ ଇଣ୍ଟଲିଜେନ୍ସ ଫର୍ମ ସେନ୍ସର ଟାଓ୍ୱାର ଅନୁସାରେ ଟିକଟକ ଡାଉନଲୋଡ ଭାରତରେ ଚୀନ ଠାରୁ ଅଧିକ ହୋଇ ସାରିଛି । ଚୀନରେ ଟିକଟକ ଡାଉନଲୋଡ କେବଳ ୧୯.୬୬ କୋଟି । ଗତ ସପ୍ତାହରେ ଆମେରିକା ମଧ୍ୟ ଚୀନ ଏପ ଟିକଟକ ଉପରେ ବ୍ୟାନ ପାଇଁ ଅନୁମତି ଦେଇ ସାରିଛି । ଅବଶ୍ୟ ଆମେରିକା ବାଇଟଡ୍ୟାନ୍ସକୁ ଟିକଟକର ଆମେରିକା କାରବାର କୌଣସି ଆମେରିକା କମ୍ପାନୀକୁ ବିକ୍ରି କରିବା ପାଇଁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ଦେଇଛି । ଟିକଟକର ଆମେରିକା କାରବାର କିଣିବା ପାଇଁ ମାଇକ୍ରୋସଫ୍ଟ ଏବଂ ଟ୍ୱିଟର ରେସରେ ଅଛନ୍ତି ।

ଡାକ୍ତର ସୁନ୍ଦର ଅକ୍ଷରରେ ପ୍ରେସ୍‌କ୍ରିପ୍‌ସନ୍ ଲେଖନ୍ତୁ, ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟଙ୍କ ପରାମର୍ଶ

ଭୁବନେଶ୍ୱର: ଡାକ୍ତରମାନେ ଏଣିକି କ୍ୟାପିଟାଲ ଲେଟରରେ ପରିଷ୍କାର ଭାବେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବେ । ହାଇକୋର୍ଟ ଏହି ପରାମର୍ଶ ଦେଇଛନ୍ତି । ଅନେକ ସମୟରେ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି  । ଡାକ୍ତର କଣ ପରାମର୍ଶ ଦେଇଛନ୍ତି ବା ଔଷଧ ଲେଖିଛନ୍ତି, ତାହା ଜଣାପଡୁନାହିଁ । କିଛି ଡାକ୍ତରଙ୍କ ଅକ୍ଷର ସାଧାରଣତଃ ଲୋକ ବୁଝିବା କଷ୍ଟକର । ଅନେକ ସମୟରେ ଦୋକାନୀ ଅନୁମାନ କରି ଔଷଧ ଦେଉଛନ୍ତି । ଯାହାକି ଅନେକ ସମୟରେ ବିପଦପୂର୍ଣ୍ଣ ହେଉଛି ।

ତେଣୁ ଡାକ୍ତର ପ୍ରେସ୍‌କ୍ରିପ୍‌ସନ୍‌ କ୍ୟାପିଟାଲ ଲେଟରରେ ପରିଷ୍କାର ଭାବେ ଲେଖିବା ପାଇଁ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଏମ୍‌ସିଆଇ ଗାଇଡ୍‌ଲାଇନ୍‌ ଅନୁସାରେ ମୁଖ୍ୟ ଶାସନ ସଚିବ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ । ଏହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି।

ଇଣ୍ଡିଆନ ମେଡିକାଲ ଆସୋସିଏସନ-ଏମ୍‌ସିଆଇର ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ଅଛି ଯେ ହସ୍ତାକ୍ଷର ଭଲ ନଥିବା ଡାକ୍ତରମାନେ ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟ ଏବଂ ଔଷଧ ଦୌକାନୀ ବୁଝିଲା ଭଳି ଅକ୍ଷରରେ ଲେଖିବେ । ନଚେତ ଡିଜିଟାଲ ପ୍ରେସ୍‌କ୍ରିପ୍‌ସନ୍‌ ଦେଇପାରିବେ । ଏହାକୁ ଲାଗୁ କରିବାକୁ ହେଲେ ଉଭୟ ସରକାରୀ ଓ ବେସରକାରୀ ମେଡିକାଲଗୁଡ଼ିକର ଭିତ୍ତିଭୂମି ବିକାଶ କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି  ।

 

ଲଦାଖରେ ମାନୁନି ଡ୍ରାଗନ, ଆମେରିକା ପଠାଇଲା ଘାତକ ପରମାଣୁ ବୋମାବର୍ଷକ

ଭାରତ ଓ ଚୀନ ମଧ୍ୟରେ ଲଦାଖରେ ଜାରି ଗତିରୋଧ ଉପରେ ବିରମା ଲାଗୁନାହିଁ । ଡ୍ରାଗନର ଜିଦ ଓ ବିସ୍ତାରବାଦୀ ଚିନ୍ତାଧାର ଏସିଆର ଦୁଇ ପରମାଣୁ ଶକ୍ତିଙ୍କୁ ମୁହାଁମୁହିଁ କରିଛି ।  ଦୁଇ ଦେଶର ଶୀର୍ଷ ସାମରିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ବି ଚୀନ୍ ପୈଙ୍ଗାଙ୍ଗ୍ ହ୍ରଦ ଓ ଦେପସାଙ୍ଗ୍ ଅଂଚଳରୁ ପଛକୁ ହଟୁନାହିଁ । କେବଳ ଏତିକି ନୁହେଁ ଚୀନ ଭାରତକୁ ଲାଗିଥିବା ସୀମାରେ ବିମାନ ଘାଟି ତିଆରି କଲାଣି । ଲଦାଖଠାରୁ ୫ଶହ କିଲୋମଟିର ଦୂରରେ ନିଜ ସୀମା ଭିତରେ ପିପୁଲସ ଲିବରେସନ୍ ଆର୍ମୀ ପରମାଣୁ ମିଶାଇଲ DF-26କୁ ମୁତୟନ କରିସାରିଛି । ଚୀନର ଏଭଳି ଦୁଃସାହସର ଜବାବ ଦେବାକୁ ଆମେରିକା ଆଗକୁ ଆସିଛି । ଭାରତ ପଛରେ ଆମେରିକା ଛିଡା ହୋଇଛି ଏହି ସନ୍ଦେଶ ଦେବାକୁ ୱାଂସିଂଟନ ଏମିତି କିଛି କରିଛି ଯାହା ଚୀନର ଗ୍ରେ଼ଟ୍ ୱାଲକୁ ଦୋହଲାଇ ଦେବ । ଆମେରିକା ଭାରତ ନିକଟରେ ଥିବା ନିଜ ସାମରିକ ଆଡ୍ଡା ଡିୟାଗୋ ଗାର୍ସିୟାରେ ପରମାଣୁ ବୋମା ବର୍ଷକ ବିମାନ B-2କୁ ଓହ୍ଲାଇଛି ।

୨୯ ଘଣ୍ଟା ଉଡାଣ ପରେ ପହଂଚିଲା B-2

b-2

ଆମେରିକାର ଇଣ୍ଡୋ-ପେସିଫିକ୍ କମାଣ୍ଡ ତରଫରୁ ଜାରି ବୟାନରେ କୁହାଯାଇଛି ଯେ, ତିନୋଟି B-2 ସ୍ପ୍ରିଟ୍ ଷ୍ଟିଲ୍ଥ ବମରକୁ ଡିୟାଗୋ ଗର୍ସିଆରେ ମୁତୟନ କରାଯାଇଛି । ଏହି ବିମାନ ପ୍ରାୟ ୨୯ ଘଣ୍ଟାର ଯାତ୍ରା କରି ଆମେରିକାର ମିସୋରି ଏୟାରଫୋର୍ସ ବେସରୁ ଡିୟାଗୋ ଗର୍ସିୟାରେ ପହଂଚିଥିଲା । ଆମେରିକା ପକ୍ଷରୁ କୁହାଯାଇଛି ଯେ, ୨୯ ଘଣ୍ଟାର ଏହି ଯାତ୍ରା ଦର୍ଶାଉଛି ଯେ,ଆମେରିକା ତାର ବନ୍ଧୁ ଓ ସହଯୋଗୀଙ୍କୁ ସହଯୋଗ କରିବା ପାଇଁ ଅତ୍ୟନ୍ତ ଘାତକ ଓ ଲମ୍ବା ଦୂରତା ପର୍ଯ୍ୟନ୍ତ ଯେକୌଣସି ସମୟ ଓ କେଉଁଠାରେ ମଧ୍ୟ ଆକ୍ରମଣ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ । ଆମେରିକା ବାୟୁସେନା କମାଣ୍ଡର କର୍ଣ୍ଣଲ ଖ୍ରିଷ୍ଟୋଫର କୋନାନ୍ତ କହିଛନ୍ତି ଯେ, ଆମେ ଡିୟାଗୋ ଗର୍ସିୟା ଭଳି ସ୍ଥାନକୁ ଆସି ଅତ୍ୟନ୍ତ ରୋମାଞ୍ଚିତ ଅନୁଭବ କରୁଛୁ ।

କରୋନା ପରେ ଆମେ ବନ୍ଧୁମାନଙ୍କୁ ସାହାଯ୍ୟ କରିବାକୁ ପ୍ରତିବଦ୍ଧ

bb3

କମାଣ୍ଡର ଖ୍ରୀଷ୍ଟୋଫର କହିଛନ୍ତି ଯେ, ଏହି ବୋମାବର୍ଷକ ଟାସ୍କ ଫୋର୍ସ ଆମ ଜାତୀୟ ପ୍ରତିରକ୍ଷା ରଣନୀତିର ଅଙ୍ଗ । ଆମେ (ଭାରତ ମହାସାଗରରେ) ନିଜ ବନ୍ଧୁ ଓ ସହଯୋଗୀଙ୍କ ସହ ସଂପର୍କ ମଜବୁତ କରିବା ସହ ନିଜର ଆକ୍ରମଣ କରିବାର ଧାରକୁ ଅଧିକ ଧାରଦାର ଓ ତିବ୍ର କରୁଛୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନା ସଂକଟ ପରେ ମଧ୍ୟ ବାୟୁସେନା ଇଣ୍ଡୋ-ପେସିଫିକ ଅଂଚଳରେ ସହଯୋଗ କରିବା ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ଲକ୍ଷ୍ୟକୁ ହାସଲ କରିବା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ । ସୂଚନାଯୋଗ୍ୟ ଯେ, ଆମେରିକାର ରଣନୀତିକ କମାଣ୍ଡ ପ୍ରାୟ ସବୁବେଳେ ବି-୨କୁ  ବିପଦ ଓ ଆବଶ୍ୟକତା ହିସାବରେ ବିଶ୍ୱର ଭିନ୍ନଭିନ୍ନ ସ୍ଥାନରେ ମୁତୟନ କରିଥାଏ ।

ଭାରତ-ଚୀନ ଉତ୍ତେଜନା,ଭାରତ ମହାସାଗରେ ବି-ଟୁ ବମର

bb5

ଆମେରିକା ବାୟୁସେନା ଅନୁସାରେ ଏହା ପୂର୍ବରୁ ଜାନୁଆରି ୨୦୧୯ ରେ ଶେଷଥର ପାଇଁ ବି-୨ ବମରକୁ ଭାରତ ମହାସାଗରର ହାୱାଇ ଦ୍ୱିପରେ ମୁତୟନ କରାଯାଇଥିଲା । ଏହା ସହିତ ପ୍ରାୟ ୨୦୦ ବାୟୁ ସୈନିକଙ୍କ ମୁତୟନ କରାଯାଇଥିଲା । ଦେଢ ବର୍ଷ ପରେ ଏହି ପରମାଣୁ ଆକ୍ରମଣ ସକ୍ଷମ ଷ୍ଟେଲ୍ଥ ବିମାନକୁ ମୁତୟନ କରି ଆମେରିକା ଚୀନ୍ ଓ ଇରାନକୁ ବଡ ସନ୍ଦେଶ ଦେବାକୁ ଚାହୁଁଛି । ଏହି ବିମାନ ସେହି ସମୟରେ ପହଂଚିଛି ଯେତେବେଳେ ହିମାଳୟ ତଳେ ଭାରତ ଓ ଚୀନ୍ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଚୀନ୍ ଭାରତକୁ ମୁହଁ ଫୁଟାଣି ଦେଖାଇବାକୁ ଚାହୁଁଛି । ନିଜ ପରମାଣୁ ମିଶାଇଲର ଡର ଦେଖାଉଛି ଡ୍ରାଗନ । ଏମିତିରେ ଡ୍ରାଗନ ମନରେ ବି ବି-ଟୁର ଛନକା ପସିବଣି ସେଥିରେ ସନ୍ଦେହ ନାହିଁ । କାରଣ ବି-ଟୁର କୌଣସି ମୁକାବିଲା କାହା ପାଖରେ ନାହିଁ । କାରଣ ବି-ଟୁ ହେଉଛି ଆକାଶର ରାଜା । କାରଣ ବି ଟୁ ହେଉଛି ଏମିତି ଅସ୍ତ୍ର ଯାହାକୁ ଶତ୍ରୁ ରଡାର ଦେଖିପାରେନା କିନ୍ତୁ ସିଏ ଶତ୍ରୁକୁ କ୍ଷଣକରେ ମାଟିରେ ମିଶାଇପାରେ ।କିଛିଦିନ ତଳେ ଆମେରକା ଏୟାରକ୍ରାଫ୍ଟ କ୍ୟାରିୟର ମଲକା ଷ୍ଟ୍ରେଟ୍ ପାର କରି ଭାରତୀୟ ନୌସେନା ସହ ଆଣ୍ଡାମାନ ନିକୋବରରେ ଯୁଦ୍ଧାଭ୍ୟାସ କରିଥିଲା ।

ଜାଣନ୍ତୁ ,କାହିଁକି ଦୁନିଆର ସବୁଠୁ ଘାତକ ବୋମା ବର୍ଷକ ହେଉଛି  B-2 ସ୍ପ୍ରିଟ୍

b-2 attack

ପ୍ରତିରକ୍ଷା ବିଶେଷଜ୍ଞ ବି-୨କୁ ଦୁନିଆର ସବୁଠାରୁ ଭୟଙ୍କର ଓ ଘାତକ ବୋମା ବର୍ଷକ ଭାବେ ବିବେଚନା କରନ୍ତି । ଏହି ବୋମାବର୍ଷକ ଏକାଥରକେ ୧୬ ବି୬୧-୭ ପରମାଣୁ ବୋମା ନେଇ ପାରିବ ।ନିକଟେର ଏଥିରେ ଆଉ ଗୋଟିଏ ନୂଆ ମଡେଲର ପରମାଣୁ ବୋମା ବି-୬୧-୧୨କୁ ସାମିଲ କରାଯାଇଛି । ଏହି ପରମାଣୁ ବୋମାକୁ ରଡାର ଧରି ପାରେନା ଓ ଏହା ଶତ୍ରୁର ଅଜାଣତରେ ଆକ୍ରମଣ କରିଥାଏ । ଏହା ମଧ୍ୟ ଶତ୍ରୁର ବାୟୁ ପ୍ରତିରକ୍ଷା ସିଷ୍ଟମକୁ ଧୋକା ଦେଇ ତା’ ଇଲାକାରେ ପ୍ରବେଶ କରିପାରେ ।  ଏହି ବିମାନରେ ପାରମ୍ପରିକ ଏକ ହଜାର କିଲୋର ପରମାଣୁ ବୋମା ମଧ୍ୟ ନିଆଯାଇପାରେ । ଶତ୍ରୁଦେଶର ମାଟି ଉପରେ ଆକ୍ରମଣ କରିବାରେ ଏହା ମାହିର ।୧୯୯୭ ମସିହାରେ ଗୋଟିଏ ବି-୨ ସ୍ପ୍ରିଟ୍ ବମରର ଦାମ୍ ଥିଲା ୨ଶହ କୋଟି ଡଲାର ।  ଏହା ୫୦ ହଜାର ଫୁଟ ଉଚ୍ଚତାର ଉଡାଣ ଭରି ୧୧ ହଜାର କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷଭେଦ କରିପାରିବ । ଥରେ ଇନ୍ଧନ ଭରିବା ପରେ ଏହା ୧୯ ହଜାର କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିପାରେ । ଇରାନ,ଆଫଗାନିସ୍ତାନ ଓ ଲିବିଆରେ ଏହା ନିଜର ସାମର୍ଥ୍ୟ ଦେଖାଇ ସାରିଛି ।

ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଡିୟାଗୋ ଗର୍ସିୟା ନୌସେନା ଘାଟି

diego garcia

ଡିୟାଗୋ ଗର୍ସିୟା କେବଳ ଭାରତ ନୁହେଁ ବଂର ସମଗ୍ର ଭାରତ ମହାସାଗର ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତ ମହାସାଗର ମଧ୍ୟଭାଗରେ ଥିବା ଚାଗୋସ ଦ୍ୱିପପୁଂଜରେ ପ୍ରାୟ ୬୦ ଦ୍ୱିପ ରହିଛି । ଏହାର ସବୁଠାରୁ ବଡ ଦ୍ୱିପ ହେଉଛି ଡିୟାଗୋ ଗର୍ସିୟା । ଯାହା ଏବେ ଇଂଲଣ୍ଡ୍ ଅଧିକାରରେ ଅଛି । ଇଂଲଣ୍ଡ ଏହାକୁ ଆମେରିକାକୁ ନୌସେନା ଘାଟି ପାଇଁ ଦେଇଛି ।  ଏହି ଦ୍ୱୀପର କ୍ଷେତ୍ରଫଳ ପ୍ରାୟ ୬୦ ବର୍ଗ କିଲୋମିଟର  । ଏହି ଦ୍ୱୀପର ପୂର୍ବରେ ସୁମାତ୍ରା ଓ ପଶ୍ଚିମରେ ସୋମାଲିଆ ରହିଛି । ଭାରତଠାରୁ ଏହା ପ୍ରାୟ ୧ ହଜାର କିଲୋମିଟର ସାମୁଦ୍ରିକ ଦୂରତାରେ ଅବସ୍ଥିତ ।

ଡିୟାଗୋ ଗର୍ସିୟାରୁ ଅନେକ ଯୁଦ୍ଧ ଲଢିଛି ଆମେରିକା

b-2 sprit bomber

ଡିୟାଗୋ ଗର୍ସିଆ ସମୁଦ୍ର ମଧ୍ୟରେ ସୁରକ୍ଷିତ । ତେଣୁ ଏହାକୁ ଆମେରିକା ତା’ର ନୌସେନା ଘାଟି ପାଇଁ ବାଛିଥିଲା । ଆମେରିକା ପାଇଁ ରଣନୈତିକ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଦ୍ୱୀପରୁ ଭାରତର ଦକ୍ଷୀଣ ଉପକୂଳ ୯୭୦ ନଟିକାଲ ମାଇଲ(ସାମୁଦ୍ରିକ ମାଇଲ)  । ଏହି ଦ୍ୱୀପରେ ଆମେରିକାର ୧୭ଶହ ନୌସୈନିକ ଓ ୧୫ଶହ ବେସାମରିକ କଣ୍ଟ୍ରାକ୍ଟର ରୁହନ୍ତି ।  ସେଠାରେ ମଧ୍ୟ ୫୦ ବ୍ରିଟିଶ ନୌସେନିକ ମୁତୟନ ଅଛନ୍ତି । ଏହି ଘାଟିକୁ ଆମେରିକାର ବାୟୁସେନା ଓ ନୌସେନା ବ୍ୟବହାର କରନ୍ତି । ୧୯୯୧ର ଉପସାଗରୀୟ ଯୁଦ୍ଧ,୧୯୯୮ର ଇରାକ ଯୁଦ୍ଧ ଓ ୨୦୦୧ର ଆଫଗାନିସ୍ତାନ ଯୁଦ୍ଧ କାଳରେ ଏହି ଘାଟି ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ଆମେରିକା ଏଇଠାରୁ ଚୀନ ଗତିବିଧି ଉପରେ ନଜର ରଖୁଛି ।

ସ୍କୁଲରେ ସ୍ୱାଧିନତା ଦିବସ ପାଳନ ବେଳେ ରହିବେନି ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ପାଇଁ ଏବେ ସ୍କୁଲ କଲେଜ ସବୁ ବନ୍ଦ ରହିଛି । ଅନଲକ ୩.୦ ରେ କିଛି ମାତ୍ରାରେ କଟକଣା କୋହଳ ହୋଇଥିଲେ ମଧ୍ୟ ଶିକ୍ଷାନୁଷ୍ଠାନ ମାନଙ୍କରେ କଟକଣା କଡ଼ାକଡ଼ି ରରହିଛି । ତେବେ ଚଳିତ ବର୍ଷ କଟକଣାରେ ସ୍ୱାଧିନତା ଦିବସ ଦେଶରେ ପାଳନ କରାଯାଉଛି । କୋଭିଡ କଟକଣାକୁ ପାଳନ କରି ଏ ବର୍ଷ ପାଳନ ହେଉଛି ସ୍ୱାଧିନତା ଦିବସ ।

ତେବେ ଚଳିତ ବର୍ଷ ସ୍କୁଲରେ କରୋନା କଟକଣାରେ ହେବ ସ୍ୱାଧୀନତା ଦିବସ । ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ହେବା ସମୟରେ ଯୋଗଦେବେନି  ଛାତ୍ରଛାତ୍ରୀ । ପତାକା ଉତ୍ତଳନ ବେଳେ କେବଳ ପ୍ରଧାନ ଶିକ୍ଷକ, VEC ଓ ଶିକ୍ଷକ ଶିକ୍ଷୟିତ୍ରୀ ସ୍ୱାଧୀନତା ଦିବସ ପାଳନ କରିବେ । ଯେଉଁଠି VEC ନଥିବେ, ସେଠି ପ୍ରଧାନ ଶିକ୍ଷକ ପତାକା ଉତ୍ତୋଳନ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

କରୋନା ଏବେ ସ୍ଥିର ରହିଛି, ଆମକୁ ଆହୁରି ସତର୍କ ରହିବାକୁ ପଡ଼ିବ: ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢ଼ିଚାଲିଛି । ଏହାରି ମଧ୍ୟରେ ଗୁରୁବାର ସର୍ବାଧିକ ୧୯୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ସ୍ଥିତିକୁ ନେଇ ଆରଏମ୍‌ଆର୍‌ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି ଯେ, ‘ଗଞ୍ଜାମରେ ୩ ସପ୍ତାହ ତଳେ ଯାହା ପରିସ୍ଥିତି ଥିଲା, ତାହା ଏବେ ନାହିଁ । ବିଭିନ୍ନ ଜିଲ୍ଲାରେ ସିରୋ ସର୍ଭେ ଆରମ୍ଭ କରାଯାଇଛି । ୩ ରୁ ୭ ଅଗଷ୍ଟ ମଧ୍ୟରେ ବ୍ରହ୍ମପୁରରେ ସେରୋ ସର୍ଭେ ହୋଇଥିଲା । ୨୮୩୦ ଜଣଙ୍କ ଆଣ୍ଡିବଡି ଟେଷ୍ଟଂ କରାଯାଇଥିଲା । ଏକ ତୃତୀୟାଂଶ ଲୋକଙ୍କ ପାଖରେ ଆଣ୍ଡିବଡି ସୃଷ୍ଟି ହୋଇସାରିଛି ।’

କରୋନା ପାଇଁ ଆଦୌ ଡରିବା ନାହିଁ । ରାଜ୍ୟ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ପୂର୍ବ ଅପେକ୍ଷା କରୋନା ସଂକ୍ରମଣ ଏବେ ସ୍ଥିର ରହିଛି । ଆଗକୁ ଏହା କମିବ ବୋଲି ଆଶା କରାଯାଉଛି । କରୋନାରୁ ରକ୍ଷା ପାଇବାକୁ ହେଲେ ଆମକୁ ଆହୁରି ସତର୍କ ରହିବାକୁ ପଡ଼ିବ । ଏନେଇ ସୂଚନା ଦେଇଛନ୍ତି ଆର୍‌ଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ।

https://www.facebook.com/NandighoshaTV/videos/2735463816774421/

ପ୍ରଥମେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୁରୀରେ ସେରୋ ସର୍ଭେ ଆରମ୍ଭ ହୋଇଥିଲା । ଏହା ପରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସେରୋ ସର୍ଭେ କରାଯାଇଥିଲା । ପରେ ବ୍ରହ୍ମପୁର ମଧ୍ୟ ସେରୋ ସର୍ଭେ କରାଯାଇଛି । ତେବେ ଆଗାମୀ ଦିନରେ ଏମିତି ଅନେକ ସହରରେ ସେରୋ ସର୍ଭେ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଏକ ତୃତିୟାଂଶ ଲୋକଙ୍କ ମଧ୍ୟରେ ଆଣ୍ଟି ବଡି ସୃଷ୍ଟି ହୋଇସାରିଛି । ଅର୍ବାନ୍‌ ସ୍ଲମ୍‌ରେ ୩୫ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି ବୋଲି କହିଛନ୍ତି ସଂଘମିତ୍ରା ।

ଅଟୋ ନୁହେଁ ଘର ! ମୂଲ୍ୟ ମାତ୍ର ୧ ଲକ୍ଷ ଟଙ୍କା

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏଭଳି ଏକ ନିଆରା ଘରର ଫଟୋ ଯାହାର ମୂଲ୍ୟ ୧ ଲକ୍ଷ ଟଙ୍କା । ଖାସ କଥା ହେଉଛି ଏହି ଘରକୁ ନିଜ ଇଛା ମୁତାବକ ସ୍ଥାନକୁ ଅତି ସହଜରେ ନେବା ଆଣିବା କରି ପାରିବେ । ଏକ ଅଟୋ ରିକ୍ସାକୁ ମୋଡିଫାଇ କରାଯାଇ ଏହି ଘରକୁ ତିଆରି କରାଯାଇଛି । ଘରେ ମିଳୁଥିବା ସମସ୍ତ ପ୍ରକାରର ମୌଳିକ ସୁବିଧା ଏଠାରେ ଉପଲବ୍ଧ । ଏହି ନିଆରା ଘରର ନିର୍ମାଣ ତାମିଲନାଡୁର ୨୩ ବର୍ଷୀୟ ଅରୁଣ ପ୍ରଭୁ ନାମକ ଜଣେ ବ୍ୟକ୍ତି କରିଛନ୍ତି । ଘରେ ସମସ୍ତ ପ୍ରକାରର ସୁବିଧା ଯେପରି ବେଡରୁମ, କିଚେନ,ଲିଭିଂ ରୁମ ସହିତ ଟଏଲେଟ ମଧ୍ୟ ରହିଛି । ଏହି ଘରେ ଦୁଇଜଣ ଲୋକ ରହି ପାରିବେ । ଖାଲି ସେତିକି ନୁହେଁ ଖୋଲା ପବନର ମଜା ନେବାକୁ ଏକ ଆରାମଦାୟକ ଚେୟାର ପକାଇ ଛାତ ଉପରେ ବସିବାର ସୁବିଧା ମଧ୍ୟ ରହିଛି । ୩୬ ବର୍ଗ ଫୁଟରେ ନିର୍ମିତ ଏହି ଘରେ ୨୫୦ ଲିଟରର ଓ୍ୱାଟର ଟ୍ୟାଙ୍କ୍‌, ୬୦୦ ଓ୍ୱାଟର ସୋଲା ପ୍ୟାନେଲ ଲଗାଯାଇଛି । ଘରର ଦ୍ୱାରବନ୍ଧ ରହିବା ସହିତ ଛାତ ଉପରକୁ ଯିବା ପାଇଁ ସିଢୀ ମଧ୍ୟ ରହିଛି ।

 

 

View this post on Instagram

 

Super stoked to finally reveal a project that has been in the works! SOLO 01. A stunning, utilitarian design of a Portable / Detachable housing system. This ingenious small space design transforms a customized 3 wheeler into a comfy Mobile home / Commercial space.We’ve maximized the total 6’x6’ to give you value that isn’t minimalist but fully utilitarian.The concept is the fruit of research into actual needs; we’ve outwitted complex challenges with simple solutions. Unveiling our first prototype ! As Clare Booth said “Simplicity is the ultimate sophistication” #thebillboardscollective #billboards #tinyarchitecture #portablehouse #autorickshawhouse #desicaravan #compactliving #slumhousing #smallscalearchitecture #india #architecture #design #sustainable #nomad #hippies #affordablefashion #vanlife #vanlifediaries #vanlifeindia #campervan #autolife #vanlifecamper #vanlifejournal #vanlifedistrict

A post shared by The BILLBOARDS® Collective. (@the.billboards.collective) on

ପୁରୁଣା ଜିନିଷର ପୁନଃଚକ୍ରଣ କରି ଏହି ଘରକୁ ନିର୍ମାଣ କରିଛନ୍ତି ତାମିଲନାଡୁର ଅରୁଣ । ୫ ମାସରେ ନିର୍ମାଣ ହୋଇଥିବା ଏହି ଘରର ଗଠନ ଶୈଳୀକୁ ସମସ୍ତେ ବେଶ୍ ପସନ୍ଦ କରୁଛନ୍ତି । ତାମିଲନାଡୁରେ ରହୁଥିବା ଅରୁଣ ବେଙ୍ଗାଲୁରୁର ଡିଜାଇନ ଏବଂ ଆର୍କିଟେକ୍ଟ କମ୍ପାନୀ ବିଲବୋର୍ଡ ସହିତ ମିଶି ଏହି ଘରକୁ ତିଆରି କରିଛନ୍ତି ।

ଶୂନ ଫଳ ପାଇଁ ୧୫ କଲେଜକୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର: ଶୂନ୍ୟ ଫଳାଫଳ ହୋଇଥିବା ୧୫ଟି ଯୁକ୍ତ ଦୁଇ ବିଜ୍ଞାନ ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍‌ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ନୋଟିସ କରାଯାଇଛି । ୭ ଦିନ ମଧ୍ୟରେ ଏହାର ଜବାବ ରଖିବାକୁ କଡ୍ଡା ନିର୍ଦ୍ଦେଶ ରହିଛି । ଅନ୍ୟଥା ୭ ଦିନରେ ସ୍କୁଲର ସ୍ୱୀକୃତି ପ୍ରତ୍ୟାହାର ପାଇଁ ଚେତାବନୀ ଦେଇଛି ଉଚ୍ଚ ଶିକ୍ଷା ବିଭାଗ । ଯେଉଁ ସ୍କୁଲ ଗତ ବର୍ଷ ଓ ଚଳିତ ବର୍ଷ ଶୂନ୍ୟ ଫଳାଫଳ ଦେଇଛନ୍ତି, ସେମାନଙ୍କ ସ୍ୱୀକୃତି ତୁରନ୍ତ ପ୍ରତ୍ୟାହାର ହେବ । ୩୧ଟି ସ୍କୁଲ ଯେଉଁଠି ମାଟ୍ରିକ ଫଳ ଶୂନ୍ୟ ଆସିଛି, ସେମାନଙ୍କୁ ବି କାରଣ ଦର୍ଶାଓ ମଗାଯିବ ।

ସୂଚନା ଅନୁଯାୟୀ, ଗତକାଲି +୨ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ତେବେ ୨୦ଟି କଲେଜରେ ପିଲା ଶହେ ପ୍ରତିଶତ ରେଜଲ୍ଟ କରିଥିବା ବେଳେ ୧୫ଯି ସ୍କୁଲରେ ପରୀକ୍ଷା ଫଳ ଶୂନ ରହିଛି ।

ଆସ୍ୱସ୍ତି, ବିଏସ୍‌-IV ମଡେଲ୍‌ ଗାଡ଼ି ରେଜିଷ୍ଟ୍ରେସନ୍‌ ପାଇଁ ଅନୁମତି ଦେଲେ ସୁପ୍ରିମ୍‌କୋର୍ଟ

ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଆସିଲା ବଡ଼ ନିଷ୍ପତ୍ତି । ମାର୍ଚ୍ଚରେ ବିଏସ-IV ଗାଡି କିଣିଥିବା ଲୋକଙ୍କୁ ମିଳିଲା ଆସ୍ୱସ୍ତି । ଲକ୍‌ଡାଉନ୍‌ କାରଣରୁ ପଞ୍ଜିକୃତ କରିପାରିନଥିବା ଗାଡ଼ି ଏବେ ହୋଇପାରିବ ପଞ୍ଜିକୃତ । ଲକ୍‌ଡାଉନ୍‌ ପୂର୍ବରୁ ଯେଉଁମାନେ ବିଏସ୍‌-IV ମଡେଲର ଗାଡ଼ି କିଣିଥିଲେ ହେଲେ ପଞ୍ଜିକୃତ କରିପାରି ନଥିଲେ, ସେମାନଙ୍କ ପାଇଁ ଆସ୍ୱସ୍ତି ପ୍ରଦାନ କରିଛନ୍ତି ସୁପ୍ରିମ୍‌କୋର୍ଟ । ଏଣିକି ସେମାନେ ପଞ୍ଜିକୃତ କରିପାରିବେ ବୋଲି କହିଛନ୍ତି କୋର୍ଟ ।

ତେବେ କେବଳ ସେହିମାନଙ୍କୁ ଏହି ଅନୁମତି ଦିଆଯାଇଛି ଯେଉଁମାନେ ଲକ୍‌ଡାଉନ୍ ପୂର୍ବରୁ ଗାଡ଼ି କିଣିଥିଲେ ଏବଂ ଲକ୍‌ଡାଉନ୍‌ ଯୋଗୁଁ ଧାର୍ଯ୍ୟ ତାରିଖ ପୂର୍ବରୁ ରେଜିଷ୍ଟ୍ରେସନ୍‌ କରିପାରିନଥିଲେ । ଲକଡାଉନ୍ ପରେ ବିକ୍ରି ହୋଇଥିବା BS-IV ଗାଡ଼ିଗୁଡିକର ପଞ୍ଜୀକରଣ ଉପରେ ପ୍ରତିବନ୍ଧକ ସେହିଭଳି ରହିବ ବୋଲି ଜଣାପଡ଼ିଛି ।

ଗତ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଲକ୍‌ ଡାଉନ୍‌ ସମୟରେ ବିଏସ- IV ଗାଡ଼ି ବିକ୍ରି ଉପରେ ପ୍ରଶ୍ନ କରିଥିଲେ । କୋର୍ଟ କହିଥିଲେ ଯେ ମାର୍ଚ୍ଚ ଶେଷ ସପ୍ତାହରେ ଲକ୍‌ ଡାଉନ୍‌ ଥିବାବେଳେ ପୂର୍ବ ଅପେକ୍ଷା ଅଧିକ ଗାଡି ବିକ୍ରି ହୋଇଥିଲା । ଏହା ସହିତ ସୁପ୍ରିମକୋର୍ଟ ମାର୍ଚ୍ଚ ମାସରେ ବିଏସ- IV ଗାଡି ବିକ୍ରୟ ଆକଳନ ପାଇଁ ମଧ୍ୟ କହିଥିଲେ ।

BS IV

ଅନ୍ୟପଟେ ଏହି ନିୟମ ଦିଲ୍ଲୀ NCRରେ ଲାଗୁ ହେବ ନାହଁ ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ୨୦୨୦ ମାର୍ଚ୍ଚ ୩୧ ଯାଏଁ BS-IV ଗାଡି ବିକ୍ରି କରିବା ପାଇଁ ଓ ପଞ୍ଜିକରଣ କରିବା ପାଇଁ ଅନୁମତି ଦେଇଥିଲେ । ତେବେ ମାର୍ଚ୍ଚ ୨୨ ରେ ଜନତା କର୍ପ୍ୟୁ ଓ ୨୫ ତାରିଖରୁ ଲକଡାଉନ୍‌ ଫଳରେ ପଞ୍ଜିକରଣ ଓ ଗାଡି ବିକ୍ରି ସମ୍ଭବ ହୋଇ ପାରିନଥିଲା । ଯାହାଫଳରେ ଏହାକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଡିଲର ସଙ୍ଘ ।

ଏହା ଉପରେ ସୁପ୍ରିମକୋର୍ଟ ଡିଲରମାନଙ୍କୁ BS-IV ଗାଡିର ୧୦ ପ୍ରତିଶତ ବିକ୍ରୟ କରିବାକୁ ଅନୁମତି ଦେଇଛନ୍ତି । ଏହା ପରେ ଜୁଲାଇ ୮ରେ ସୁପ୍ରିମକୋର୍ଟ ମାର୍ଚ୍ଚ ୨୭ ର ଆଦେଶ ପ୍ରତ୍ୟାହାର କରିନେଇଥିଲେ

କମିିଶନରେଟ ପୋଲିସର କଡ଼ା ନିର୍ଦ୍ଦେଶ, ଟ୍ୱିନ ସିଟିରେ ହେବନି ଗଣେଶ ପୂଜା

ଭୁବନେଶ୍ୱର: କରୋନା ପାଇଁ ଫିକା ପଡିଲା ପର୍ବ ପର୍ବାଣୀ । କରୋନାକୁ ନିୟନ୍ତ୍ରଣରେ ଆଣିବାକୁ ସବୁ ପ୍ରକାର ପ୍ରୟାସ ମଧ୍ୟରେ ବଳିପଡ଼ିଯାଉଛି ସଂସ୍କୃତି । ସେ ମୁସଲମାନ ହୁଅନ୍ତୁ କି ହିନ୍ଦୁ, ସମସ୍ତଙ୍କ ସଂସ୍କୃତିକୁ ଫିକା କରିଛି କରୋନା । ପୂର୍ବରୁ ବିଭିନ୍ନ ପର୍ବପର୍ବାଣୀ ଉପରେ କରୋନା ମାଡ଼ ପଡ଼ିଥିବା ବେଳେ ଏବେ ବିଘ୍ନ ହରତା ଅଗ୍ରପୂଜ୍ୟ ଦେବତା ଗଣେଶଙ୍କ ପୂଜା କଟକଣା ଭିତରକୁ ଚାଲି ଆସିଛି । ଚଳିତ ବର୍ଷ ବିଭିନ୍ନ ପର୍ବପର୍ବାଣୀକୁ କଟକଣା ମଧ୍ୟରେ ପାଳିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏବେ ଗଣେଶ ପୂଜାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

ଟ୍ୱିନ ସିଟିରେ ଗଣେଶ ପୂଜା ଉପରେ ରୋକ୍ ଲଗାଇଛି କମିଶନରେଟ ପୋଲିସ । ଏଥର ସର୍ବସାଧାରଣରେ ପାଳନ ହେବନି ବିଘ୍ନବିନାଶକଙ୍କ ପୂଜା । କୋଭିଡ ମହାମାରୀ ସ୍ଥିତି ନେଇ ପୂଜା ମଣ୍ଡପରେ ଚଳିତ ବର୍ଷ ପୂଜା ପାଇଁ ଅନୁମତି ଦିଆଯିବନି । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । କେବଳ ସେତିକି ନୁହେଁ ଚଳିତ ବର୍ଷ ମୁମ୍ବାଇରେ ମଧ୍ୟ ପ୍ରସିଦ୍ଧ ଗଣେଶ ପୂଜା ପାଳନ ହେବ ନାହିଁ । ଏବଂ ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ସମସ୍ତଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛି ।

ଆପଣଙ୍କୁ କହି ରଖୁଛୁ ଯେ, ମୁମ୍ବାଇର ଗଣେଶ ପୂଜା ଭାରତ ପ୍ରସିଦ୍ଧ । ଏବଂ କରୋନା କାୟାରେ ସବୁଠୁ ଅଧିକ ପ୍ରଭାଭିତ ମୁମ୍ବାଇ ହିଁ ହୋଇଛି । ବର୍ତ୍ତମାନ ମହାରାଷ୍ଟ୍ରରେ ସର୍ବାଧିକ ରହିଛି ସଂକ୍ରମିତଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ୫ଲକ୍ଷ ୪୮ହଜାର ୩୧୩ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୧୮ହଜାର ୬୫୦ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ।