spot_img
Home Blog Page 6841

ସେଦିନ ରାତିରେ ଆଦିତ୍ୟଙ୍କ ସାଙ୍ଗ କାହିଁକି ପୋଲିସକୁ ଦେଇନଥିଲେ ଡାଏରୀ ?

ଭୁବନେଶ୍ୱର: ସମୟ ବିତିବା ସହ ଆଦିତ୍ୟଙ୍କ ମୃତ୍ୟୁ ନେଇ ରହସ୍ୟ ବଢ଼ୁଛି । ଆଦିତ୍ୟଙ୍କ ମୃତ୍ୟୁକୁ ୩ ଦିନ ବିତିଥିବା ବେଳେ ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ସ୍ତ୍ରୀଙ୍କ ସହ ସାମାନ୍ୟ ମନୋମାଳିନ୍ୟ ପରେ ପ୍ରଥମେ ପତ୍ନୀ ବାହାରକୁ ଯାଇଥିଲେ । ତା’ପରେ ବିଦ୍ୟାଶ୍ରୀ, ଆଦିତ୍ୟଙ୍କ ବନ୍ଧୁ ବିକାଶଙ୍କୁ ଫୋନ୍ କରି ଘରକୁ ଯାଇ ଭାଇଙ୍କ ସହ କଥାହେବାକୁ କହିଥିଲେ । ସାଙ୍ଗମାନେ ଘରେ ଆଦିତ୍ୟ ନଥିବା କହିବା ସହ ଚାବି ପଡ଼ିଥିବା କହିଥିଲେ । ତେବେ, ସାଙ୍ଗମାନେ ଘର ଚାବି କେଉଁଠୁ ପାଇଲେ ? ଆଦିତ୍ୟଙ୍କ ସାଙ୍ଗ ଘର ଖୋଲିବା ସହ ଫ୍ରିଜରୁ ଚାବି ଓ ୨ଟି ଫୋନ୍ ପାଇଥିବା କହିଛନ୍ତି ବିଦ୍ୟାଶ୍ରୀ ।

ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟ

ଫୋନ୍ ପାଇବା ପରେ ଆଦିତ୍ୟଙ୍କ ସାଙ୍ଗ ଫୋନର ପାସୱାର୍ଡ ମାଗିଥିବା ବେଳେ ବିଦ୍ୟାଶ୍ରୀ ଦେଇନଥିଲେ । ତେବେ, ଗୋଟିଏ ଫୋନର ପାସୱାର୍ଡ ସେମାନେ ଜାଣିଥିବା ବିଦ୍ୟାଶ୍ରୀ କହିଛନ୍ତି । ସୋମବାର ରାତି ୧୦ଟାରେ ଆଦିତ୍ୟଙ୍କ ସାଙ୍ଗ ଏକ ଡାଏରୀ ମଧ୍ୟ ପାଇଥିଲେ । ସେଦିନ ରାତିରେ କିନ୍ତୁ ବିକାଶ ଡାଏରୀକୁ ପୋଲିସକୁ ଦେଇନଥିଲେ । ପରେ ବିଦ୍ୟାଶ୍ରୀ ଡାଏରୀକୁ ନେଇ ପୋଲିସକୁ ଦେଇଥିଲେ । ଯାହାକୁ ନେଇ ଆଦିତ୍ୟଙ୍କ ସାଙ୍ଗମାନଙ୍କ(ସହଯୋଗୀ) ଉପରେ ବିଦ୍ୟାଶ୍ରୀଙ୍କ ସନ୍ଦେହ ସୃଷ୍ଟି ହୋଇଛି ।

ମିଳିଲା ଆଦିତ୍ୟଙ୍କ ଆତ୍ମହତ୍ୟା ପୂର୍ବର ହାତଲେଖା, ‘ମୋ ମୃତ୍ୟୁ ପାଇଁ…’

ସ୍ୱାମୀ, ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ଥିବାବେଳେ ସଙ୍ଗଠନର ସଦସ୍ୟଙ୍କୁ ଆଦିତ୍ୟ ଦାମ୍ପତ୍ୟ ଜୀବନ ଖରାପ ଥିବା ସଦସ୍ୟ କହୁଛନ୍ତି । ଯାହାକୁ ବିଦ୍ୟାଶ୍ରୀ ମିଛ କହିବା ସହ ସେମାନେ ଡରିକି ଏଭଳି କହୁଥିବା କହିଛନ୍ତି । ତେବେ, ସବୁଠୁ ବଡ଼ ପ୍ରଶ୍ନ ଛିଡ଼ା କରିଛି ଆଦିତ୍ୟଙ୍କ ଡାଏରୀ । ପ୍ରକୃତରେ ଡାଏରୀରେ ଲେଖା କାହାର ? ଏହାକୁ ଆଦିତ୍ୟ ଲେଖିଛନ୍ତି ନା ଆଉ କିଏ ? ଆଦିତ୍ୟଙ୍କ ବନ୍ଧୁ ବିକାଶ ଡାଏରୀ ପାଇବା ପରେ କାହିଁକି ପୋଲିସକୁ ଦେଇନଥିଲେ ? ଏଭଳି କିଛି ପ୍ରଶ୍ନ ସାଙ୍ଗମାନଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଘରୁ ଯିବା ପରେ ହ୍ୱାଟ୍ସଆପରେ ଆଦିତ୍ୟ କେମିତି ଆସୁଥିଲେ ଅନଲାଇନ୍ ?

ଦେଶରେ ସାଢ଼େ ୭ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା: ‘ହୋଇନି ଗୋଷ୍ଠୀ ସଂକ୍ରମଣ’

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ମୋଟ କରୋନା ସଂକ୍ରମିତଙ୍କ  ସଂଖ୍ୟା ୭.୫ ଲକ୍ଷ ଅତିକ୍ରମ କରିଛି | ଏହି ସମୟରେ କେନ୍ଦ୍ର ସରକାର କ୍ରମାଗତ ଭାବରେ ଦାବି କରୁଛନ୍ତି ଯେ, ଦେଶରେ କୌଣସି ପ୍ରକାର ସାମାଜିକ ସଂକ୍ରମଣ ହୋଇନାହିଁ । ଶୁକ୍ରବାର ପୁଣିଥରେ ଦେଶର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏହା ଦୋହରାଇଛନ୍ତି।

union heath minister harsh vardhan ani twitter pic

ସେ କହିଛନ୍ତି, ‘ଆଜି ଆମର ଆଲୋଚନା ସମୟରେ ବିଶେଷଜ୍ଞମାନେ ପୁଣିଥରେ କହିଛନ୍ତି ଯେ, ଭାରତରେ କୌଣସି ପ୍ରକାର ସାମାଜିକ ସଂକ୍ରମଣ ହୋଇନାହିଁ । କିଛି ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ଅଧିକ ହୋଇଥାଇପାରେ, କିନ୍ତୁ ଦେଶରେ କୌଣସି ପ୍ରକାର ସାମାଜିକ ସଂକ୍ରମଣ ହୋଇନାହିଁ ।

No Community Transmission of COVID-19 in India Yet; Virus Spread ...

‘ ସେ ଆହୁରି କହିଛନ୍ତି ଯେ, ଆମର ଆରୋଗ୍ୟ ହାର ୬୨.୦୮ ପ୍ରତିଶତ, ଆମର ମୃତ୍ୟୁ ହାର ବିଶ୍ୱରେ ସର୍ବନିମ୍ନ 2.75 ପ୍ରତିଶତ। ଆମର ସଂକ୍ରମିତ ସଂଖ୍ୟା ଡବଲ୍ ହାର ହେଉଛି 21.8 ଦିନ | ବିଶେଷଜ୍ଞମାନେ କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ଭାରତରେ କୌଣସି ସାମାଜିକ ସଂକ୍ରମଣ ହୋଇନାହିଁ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୨୪ ହଜାର ୮୭୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ଏହି ବିଶ୍ୱ ମହାମାରୀରେ ୪୮୭ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୬୭ ହଜାର ୨୯୬ ରହିଛି । ଏଯାବତ୍‌ ୪ ଲକ୍ଷ ୭୬ ହଜାର ୩୭୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏବଂ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।  ତେବେ କରୋନା ଭାଇରସ୍ ଯୋଗୁଁ ଦେଶରେ ସମୁଦାୟ ୨୧ ହଜାର ୧୨୯ ଜଣଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ରେକର୍ଡ ସଂଖ୍ୟକ ସୁସ୍ଥ: ଗୋଟିଏ ଦିନରେ ସୁସ୍ଥ ହେଲେ ୪୦୧ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ସୁସ୍ଥ । ଗୋଟିଏ ଦିନ ସୁସ୍ଥ ହେଲେ ୪୦୧ କରୋନା ସଂକ୍ରମିତ । ଏଥିସହିତ ରାଜ୍ୟରେ ମୋଟ ୭ ହଜାର ୪ଶହ ୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଗଞ୍ଜାମ ୧୦୦ ଜଣ, ଗଜପତି ୬୭, କଟକ ୪୨, ଯାଜପୁର ୩୨, ଦେବଗଡ଼ ୧୯, କୋରାପୁଟ ୧୮, ଖୋର୍ଦ୍ଧା ୧୫, ବରଗଡ଼ ୧୪, ଭଦ୍ରକ ୧୪, ବାଲେଶ୍ୱର ୧୨,

କେନ୍ଦୁଝର ୧୦, ମାଲକାନଗିରି ୧୦, ଜଗତସିଂହପୁର ୯, ଝାରସୁଗୁଡ଼ା ଏବଂ ମୟୂରଭଞ୍ଜରୁ ୭ ଜଣ ଲେଖାଏଁ, କନ୍ଧମାଳରୁ ୬, ନୟାଗଡ଼ ଓ ସମ୍ୱଲପୁରରୁ ୫ ଜଣ ଲେଖାଏଁ, ନବରଙ୍ଗପୁରରୁ ୪, କେନ୍ଦ୍ରାପଡ଼ାରୁ ୩ ଏବଂ ଢେଙ୍କାନାଳରୁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଏନେଇ ରଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ରାଜ୍ୟରୁ ଆଉ ୫୭୭ କରୋନା ପଜିଟିଭ ଚିହ୍ନଟ… କ୍ୱାରେଣ୍ଟାଇନ କେନ୍ଦ୍ରରୁ ୪୧୬, ଲୋକାଲ୍ କେସ ୧୬୧

 

କାହାକୁ ମିଳିବ ବିକାଶ ଦୁବେ ଉପରେ ଥିବା ୫ ଲକ୍ଷ ଟଙ୍କାର ପୁରସ୍କାର ?

ଭୋପାଳ : ଉତ୍ତର ପ୍ରଦେଶର ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ବିକାଶ ଦୁବେ ଗୁରୁବାର ଧରା ପଡିଛି । ତେବେ ଏବେ ପ୍ରଶ୍ନ ଉଠୁଛି ବିକାଶ ଦୁବେ ମୁଣ୍ଡ ଉପରେ ଥିବା ୫ ଲକ୍ଷ ଟଙ୍କାର ପୁରସ୍କାର କାହାକୁ ମିଳିବ । ଯଦି ବିକାଶ ଦୁବେ ୟୁପି ପୋଲିସ ହାତରେ ପଡିଥାନ୍ତା ତେବେ ତା’ର ଏନକାଉଣ୍ଟର ପକ୍କା ଥିଲା । କିନ୍ତୁ ବିକାଶ ପୁଣିଥରେ ୟୁପି ପୋଲିସକୁ ଚକମା ଦେବାରେ ସଫଳ ହୋଇଛି । କାରଣ ବିକାଶ ଚକମା ଦେଇ ମଧ୍ୟପ୍ରଦେଶ ପୋଲିସ ହାତରେ ଧରା ପଡିଛି କିମ୍ବା ଜାଣିଶୁଣି ଧରା ଦେଇଛି ।

୫ ଲକ୍ଷ ଉପରେ ପୋଲିସ ନଜର

ବିକାଶକୁ ମହାକାଳ ମନ୍ଦିର ପରିସରରୁ ଗିରଫ କରାଯାଇଥିଲା । ମହାକାଳ ଥାନା ତାକୁ ଗିରଫ କରିଛି । ଏମିତିରେ ମହାକାଳ ଥାନା ପୋଲିସ ପୁରସ୍କାର ରାଶି ପାଇବ ବୋଲି ଆଶା କରାଯାଉଛି । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ କହିସାରିଛନ୍ତି ଯେ, ରାଜ୍ୟ ପୋଲିସ ସତର୍କ ଥିଲା ,ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ତାକୁ ଗିରଫ କରିଥିଲା ।

ମନ୍ଦିର ସୁରକ୍ଷାକର୍ମୀ

ଏଣେ ମନ୍ଦିର ପରିସରରେ ଥିବା ପ୍ରାଇଭେଟ୍ ଗାର୍ଡ ମଧ୍ୟ ଦାବି କରୁଛନ୍ତି ଯେ, ସେ  ବିକାଶକୁ ଧରାଇଛନ୍ତି । ବିକାଶ ମନ୍ଦିର ଭିତରେ ବୁଲୁଥିବା ବେଳେ ତାକୁ ସେ ପରିଚୟ ପତ୍ର ମାଗିଥିଲେ । ପରିଚୟ ପତ୍ର ଦେଖାଇବା ବଦଳରେ ବିକାଶ ବାହନା କରିଥିଲା । ସୁରକ୍ଷାକର୍ମୀ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଆସି ତାକୁ ଗିରଫ କରିଥିଲା ।

bikash arrest

ମନ୍ଦିର ପୁଜାରୀ

ଏଣେ ମହାକାଳ ମନ୍ଦିର ପୂଜାରୀମାନେ ମଧ୍ୟ ଦାବି କରୁଛନ୍ତି ଯେ,ସେମାନଙ୍କ ପାଇଁ ବିକାଶ ଧରା ପଡିଲା । ମହେଶ ନାମକ ପୂଜାରୀଙ୍କ ଅନୁସାରେ ବିକାଶ ଉପରେ ସେମାନଙ୍କର ସନ୍ଦେହ ହୋଇଥିଲା । ସେମାନେ ପୋଲିସକୁ ତୁରନ୍ତ ଖବର ଦେଇଥିଲେ । ତା’ପରେ ବିକାଶ ଧରା ପଡିଥିଲା ।

ଫୁଲ ଦୋକାନୀ

ମନ୍ଦିର ପାଖରେ ଥିବା ଫୁଲ ଦୋକାନୀ ମଧ୍ୟ ବିକାଶ ତାଙ୍କ ପାଇଁ ଧରା ପଡିଛନ୍ତି ବୋଲି ଦାବି କରିଛନ୍ତି । ତାଙ୍କ ଅନୁସାରେ ବିକାଶ ଫୁଲ କିଣିବା ବେଳେ ମାସ୍କ କାଢିଥିଲା । ବିକାଶକୁ ଦେଖି ତାଙ୍କର ସନ୍ଦେହ ହୋଇଥିଲା । ସେ ପୋଲିସକୁ ଖବର ଦେଇଥିଲେ

bikash mahakal
ମହାକାଳ ମନ୍ଦିର ପରିସରରେ ବିକାଶ,ମାସ୍କ ପିନ୍ଧି ଦର୍ଶନ

ସ୍ଥାନୀୟ ମିଡିଆ,ପୋଲିସ ପାଖରେ ଆଗରୁ ଥିଲା ସୂଚନା !

କୁହାଯାଉଛି ଯେ, ଉଜ୍ଜୈନର ସ୍ଥାନୀୟ ମିଡିଆ ଓ ପୋଲିସ ପାଖରେ ବିକାଶକୁ ନେଇ ଆଗରୁ ଖବର ଥିଲା । ବିକାଶକୁ ଯେମିତି ମନ୍ଦିର ବାହାରକୁ ଅଣାଗଲା,ସେମିତି ସେ ‘ମୁଁ ବିକାଶ ଦୁବେ ଏମାନେ ମୋତେ ଧରିନେଲେ ’ ବୋଲି ଚିଲାଇ ଥିଲା । ଏଥିରୁ ଜଣା ପଡୁଛି ଯେ,ସବୁକିଛି ପୂର୍ବ ପ୍ରାୟୋଜିତ ଥିଲା ।

ଉତ୍ତର ପ୍ରଦେଶ ପୋଲିସ କାହାକୁ ଦେବ ପୁରସ୍କାର ?

ମଧ୍ୟପ୍ରଦେଶରୁ ବିକାଶ ଧରା ପଡିବା ପରେ ୫ ଲକ୍ଷ ଟଙ୍କା କାହାକୁ ମିଳିବ ବୋଲି ଉତ୍ତରପ୍ରଦେଶ ଏଡିଜି ପ୍ରଶାନ୍ତ କୁମାରଙ୍କୁ ପଚରା ଯାଇଥିଲା । ଉତ୍ତରରେ ପ୍ରଶାନ୍ତ କହିଥିଲେ ‘‘ ଇଏ ଆଗ କଥା,ଦେଖିବା କ’ଣ ହେଉଛି’

 

ଘରୁ ଯିବା ପରେ ହ୍ୱାଟ୍ସଆପରେ ଆଦିତ୍ୟ କେମିତି ଆସୁଥିଲେ ଅନଲାଇନ୍ ?

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟଙ୍କ ସନ୍ଦେଜନକ ମୃତ୍ୟୁ ଉପରୁ ପରଦା ହଟୁନି । ଡାଏରୀର ହାତଲେଖା ସେ ସୁଇସାଇଡ୍ କରିଥିବା କହୁଛି । ହେଲେ ଅଭିଯୋଗ ହେଉଛି ତାଙ୍କୁ ହତ୍ୟା କରାଯାଇଛି । ଏପରିକି ଜିଆରପିକୁ ମିଳିଥିବା ପୋଷ୍ଟମର୍ଟମ ରିପୋର୍ଟ କହୁଛି ଆଦିତ୍ୟଙ୍କ ମୁଣ୍ଡରେ ଲାଗିଥିଲା ଗଭୀର ଆଘାତ । ସୁଇସାଇଡ୍ ନା ମର୍ଡର ସସପେନ୍ସ ଭିତରେ ଆଦିତ୍ୟଙ୍କ ମୃତ୍ୟୁର କାରଣ ଖୋଜୁଛି ପୋଲିସ । ଏହାରି ଭିତରେ ଆଦିତ୍ୟଙ୍କ ମୋବାଇଲକୁ ନେଇ ହେଉଥିବା ଚର୍ଚ୍ଚା ଥମୁନି ।

ସୋମବାର ସନ୍ଧ୍ୟାରେ ପତି, ପତ୍ନୀଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ପରେ ଆଦିତ୍ୟ ଘରୁ ବାହାରକୁ ଚାଲି ଯାଇଥିଲେ । ମଙ୍ଗଳବାର ସକାଳୁ ଲିଙ୍ଗରାଜ ରୋଡ୍ ଷ୍ଟେସନ ନିକଟରୁ ଆଦିତ୍ୟଙ୍କ ରକ୍ତାକ୍ତ ମୃତଦେହ ମିଳିଥିଲା । ତେବେ, ସନ୍ଧ୍ୟାରୁ ଘରୁ ବାହାରି ଯାଇଥିବା ଆଦିତ୍ୟ ରାତି ୧୧ଟା ପରେ କେମିତି ହ୍ୱାଟ୍ସଆପରେ ଆସୁଥିଲେ ଅନଲାଇନ୍ ? ଯାହାକି ନୂଆ ସସପେନ୍ସ ସୃଷ୍ଟି କରିଛି ।

ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ । ମୋ ମୋବାଇଲରେ ଭିଡିଓ କ୍ଲାରିଟି ଭଲ । ଆମ ଆଦଶ୍ରୀ ପ୍ରଡକ୍ସନ ପାଇଁ ସେ ମୋ ମୋବାଇଲରେ ତାଙ୍କ ସିମ୍, ତାଙ୍କ ଫୋନରେ ମୋ ସିମ୍ ପଡ଼ିଥିଲା । ଫୋନ୍, ସିମ୍ ସବୁ ପରିବର୍ତ୍ତନ ହୋଇଥିବା ବେଳେ ତାଙ୍କ ମୋବାଇଲରେ ମୋ ଫେସବୁକ୍, ହ୍ୱାଟ୍ସଆପ୍ ଥିଲା । ସେହିପରି ମୋ ମୋବାଇଲରେ ତାଙ୍କ ଫେସବୁକ୍, ହ୍ୱାଟ୍ସଆପ ଥିଲା । ତା’ଛଡ଼ା ଆଉ ଏକ ମୋବାଇଲ ମଧ୍ୟ ଥିଲା । ସେ ଘରୁ ପଳାଇଥିବାରୁ ମୁଁ ବାରମ୍ବାର ଫୋନ୍ କରିବା ସହ ହ୍ୱାଟ୍ସଆପ ଚେକ୍ କରୁଥିଲି, ସେ ଅନଲାଇନ୍ ଆସୁଛନ୍ତି କି ନାହିଁ । କିନ୍ତୁ, ସେ ଅନଲାଇନ୍ ଆସିନଥିଲେ କି ଫୋନ୍ ରିସିଭ୍ କରୁନଥିଲେ ବୋଲି କହିଛନ୍ତି ବିଦ୍ୟାଶ୍ରୀ ।

ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟ

ତେବେ ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ପତ୍ନୀ । ଆଇନ୍ ଉପରେ ଭରସା ଅଛି । ମୁଁ କି ମାଆ ନୁହେଁ ଦୁନିଆ ଚାହୁଁଛି ତାଙ୍କୁ ନ୍ୟାୟ ମିଳୁ । ଦୃଢ଼ ତଦନ୍ତ ଦାବି କରିଛନ୍ତି ବିଦ୍ୟାଶ୍ରୀ । ସେହିଭଳି ଆଦିତ୍ୟଙ୍କ ମାଆ ପୁଅ କେବେ ସୁଇସାଇଡ୍ କରିନଥିବ ବୋଲି କହିବା ସହ ତାକୁ ମାରି ଦିଆଯାଇଛି ବୋଲି କହିଛନ୍ତି । ତାର ଅନେକ ଶତ୍ରୁ ଥିଲେ । ଆମକୁ କିଛି ଦରକାର ନାହିଁ, ପୁଅକୁ ନ୍ୟାୟ ମିଳୁ ବୋଲି ମାଆ କହିଛନ୍ତି ।

(ଭୁବନେଶ୍ୱରରୁ ଅନୁଜଙ୍କ ରିପୋର୍ଟ)

https://www.youtube.com/watch?v=Cfo3jkT25UM

ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼

ସାଲେପୁର: କଟକ ଜିଲ୍ଲା ସାଲେପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତରଙ୍କୁ ମାଡ଼ । ରୋଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ । ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ଗାଳିଗୁଲଜ ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଡାକ୍ତର ଅଭିଯୋଗ କରିଛନ୍ତି, କିଛି କାରଣ ନଥାଇ କୋଭିଡ ନିୟମ ଭାଙ୍ଗି ଆକ୍ରମଣକାରୀ ଡାକ୍ତରଖାନାରେ ପଶିଥିଲେ । ବେଆଇନ ଭାବେ ମୋବାଇଲରେ ଫଟୋ ଉଠାଇବାକୁ ବିରୋଧ କରିବାରୁ ତାଙ୍କୁ ପେଲାଠେଲା କରି ମରାଧାର କରିଥିବା ଡାକ୍ତର ଦେବାଂଶୁ ସରକାର କହିଛନ୍ତି। ଏନେଇ ସାଲେପୁର ପୋଲିସକୁ ଏକ ଲିଖିତ ଏତଲା ଦେଇଛନ୍ତି ଡାକ୍ତର ଦେବାଂଶୁ ସରକାର । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ

ଭୁବନେଶ୍ୱର: ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ । ତାଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ। ଆଜି ମହିଳା ଥାନାରେ ହାଜର ହୋଇଥିଲେ ଆୟୁଷ ନିର୍ଦ୍ଦେଶକ। ହାଜର ହେବା ନେଇ ମହିଳା ଥାନା ପକ୍ଷରୁ ନୋଟିସ ହୋଇଥିଲା। ନିଜ ଅଫିସର ଜଣେ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ମ୍ୟାସେଜ ଓ ଅଶ୍ଳୀଳ ଭିଡ଼ିଓ ପଠାଇବା ସହ ପ୍ରେମ ନିବେଦନ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଯାହାଫଳରେ ଆଜି ମହିଳା ଥାନାରେ ହାଜର ହୋଇଥିଲେ ଆୟୁଷ ନିର୍ଦ୍ଦେଶକ। ପୂର୍ବରୁ ଅଭିଯୋକାରିଣୀ ଯୁବତୀଙ୍କ ବୟାନ ରେକର୍ଡ କରିଛି ପୋଲିସ।

https://www.facebook.com/NandighoshaTV/videos/726093694819878/

ସୂଚନା ଯୋଗ୍ୟ ଯେ, ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଏହି ଓଏଏସ୍‌ । ଯଦି ଶାରିରୀକ ସମ୍ପର୍କ ନ ରଖନ୍ତି ତାହାଲେ ଚାକିରି ଚାଲିଯିବାର ଧମକ ମଧ୍ୟ ଦେଇଛନ୍ତି । କାର୍ଯ୍ୟକ୍ଷେତ୍ରରେ ଜଣେ ଯୁବତୀଙ୍କୁ ହ୍ୱାଟ୍ସଆପରେ ଅଶ୍ଳୀଳ ଭିଡିଓ ଓ ମେସେଜ୍ ପଠାଉଛନ୍ତି ଅଧିକାରୀ । ଏଥିସହ ଶାରିରୀକ ସମ୍ପର୍କ ପାଇଁ ନିବେଦନ କରିଥିବା ନେଇ ମହିଳା ଥାନାରେ ଅଭିଯୋଗ କିରଛନ୍ତି ଯୁବତୀ । ସମ୍ପୃକ୍ତ ଓଏଏସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଯୁବତୀ । କେବଳ ସେତିକି ନୁହେଁ ସବୁବେଳେ ହ୍ୱାଟ୍ସଆପ ମାଧ୍ୟମରେ ହଇରାଣ କରୁଥିବାର ଅଭିଯୋଗ ଆଣିଥିଲେ ଯୁବତୀ ଜଣଙ୍କ । ସୂଚନା ଅନୁସାରେ ଉକ୍ତ ୨୫ବର୍ଷିୟା ଯୁବତୀ ଜଣଙ୍କ ଆୟୁଷ ନିର୍ଦ୍ଦେଶାଳୟରେ ଆକାଉଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ଏହି ସମୟରେ ଆୟୁଷ୍ ନିର୍ଦ୍ଦେଶାଳୟର ଓଏଏସ୍‌ ଅଧିକାରୀ ଜଣଙ୍କ ଯୁବତୀଙ୍କୁ ବାରମ୍ବାର ହଇରାଣ କରୁଥିଲେ । କେବଳ ସେତି ନୁହେଁ ତାଙ୍କୁ ହ୍ୱାଟସଆପ ମାଧ୍ୟମରେ ଅଶ୍ଳୀଳ ଭିଡ଼ିଓ ପଠାଇବା ସହ ତାଙ୍କୁ ଶାରିରୀକ ସମ୍ପର୍କ ରଖିବାକ ବାଧ୍ୟ କରିଥିଲେ । ତେବେ ଏନେଇ ଯୁବତୀ ଜଣଙ୍କ ପ୍ରମାଣ ସ୍ୱରୂପ ହ୍ୱାଟସଆପ ମ୍ୟାସେଜ ପୋଲିସକୁ ହସ୍ତାନ୍ତର କରିଥିଲେ । ତେବେ ଏନେଇ ଯୁବତୀ ଜଣଙ୍କ କହିଛନ୍ତି ଯେ, ଯେତେବେଳେ ସେ ହ୍ୱାଟସଆପର ଏଭଳି ଅଶ୍ଳିଳ ମେସେଜ ଦେଖି ତାଙ୍କୁ ବ୍ଲକ୍ କରିଥିଲେ ତାପରେ ଅଧିକାରୀ ଜଣଙ୍କ ତାଙ୍କୁ ଫୋନ କରି ଦୁର୍ବ୍ୟବହାର କରିବାକୁ ଲାଗିଥିଲେ । ଯାହାର ଅଡ଼ିଓ ମଧ୍ୟ ପୋଲିସ ହାତରେ ଲାଗିଛି । ଯାହାକୁ ନେଇ ପୋଲିସ ତଦନ୍ତ ଜାରି କରିଥିଲା ।

 

ଜୁଲାଇ ୧୧ରେ ପ୍ରକାଶ ପାଇବନାହିଁ CBSE ଫଳାଫଳ: ଭୁଲ ଖବର ଦେଇଥିଲା ANI

ଜୁଲାଇ ୧୧ରେ ଦ୍ୱାଦଶ ଓ ଜୁଲାଇ ୧୩ରେ ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଫଳାଫଳ ପ୍ରକାଶ ପାଇବ । ଟ୍ୱିଟ୍ ମାଧ୍ୟମରେ କିଛି ଏଭଳି ସୂଚନା ଦେଇଥିଲା ଖବର ସରବରାହ ସଂସ୍ଥା ଏଏନ୍‌ଆଇ । ଏବଂ ଏଥିସହିତ ସେଣ୍ଟାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍‌ର ପ୍ରେସ ବିଜ୍ଞପ୍ତିକୁ ମଧ୍ୟ ଦର୍ଶାଇଥିଲା । ତେବେ ପରେ ଏହି ଖବର ନେଇ ସ୍ପଷ୍ଟୀକରଣ ରଖିଛି ଏଏନ୍‌ଆଇ । ଟ୍ୱିଟ୍ ସଂଲଗ୍ନ ପ୍ରେସ୍ ବିଜ୍ଞପ୍ତିଟି ଭୁଲ ବୋଲି ପୁଣି ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି ଏନ୍ଆଇ ।

ସୁପ୍ରିମକୋର୍ଟ ମାମଲାକୁ ଯିବା ପରେ ପରୀକ୍ଷା ବାତିଲ ହୋଇଥିଲା

ବୋର୍ଡ ଅଧିକାରୀଙ୍କ ଅନୁଯାୟୀ, ଦ୍ୱାଦଶ ପାସ୍ ପରେ ଉଚ୍ଚଶିକ୍ଷାରେ ଆଡମିଶନ ପାଇଁ ଛାତ୍ର ଏବଂ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ଏକ ସମୟ ସୀମା ରହିଛି। ସେହି ସମୟସୀମା ମଧ୍ୟରେ ଫଳାଫଳ ପ୍ରକାଶ ପାଇବ । ଜୁନ୍ ୨୭ରେ ବୋର୍ଡ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପରୀକ୍ଷା ୧ ରୁ ୧୫ ଜୁଲାଇ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଅଛି ।

ଚାକିରି କରାଇଦେବା ନାଁରେ ଘରୋଇ ଇଞ୍ଜିନିୟରିଂ କଲେଜରେ ଦୁଷ୍କର୍ମ ଅଭିଯୋଗ

ମେଣ୍ଢାଶାଳ: ମହାମାରୀ କରୋନା ପାଇଁ ଠପ୍ ହୋଇଯାଇଛି ରୋଜଗାର । ବଢ଼ି ଯାଇଛି ଆର୍ଥିକ ସମସ୍ୟା । ଏହାର ଫାଇଦା ନେଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ରାଜଧାନୀ ଉପକଣ୍ଠ ମେଣ୍ଢାଶାଳ ଅଞ୍ଚଳର ଆରିସଲ ଗାଁର ପ୍ରଶାନ୍ତ ଜେନା ସ୍ଥାନୀୟ ଏକ ଘରୋଇ ଇଞ୍ଜିନିୟରିଂ କଲେଜକୁ ମହିଳାଙ୍କୁ ଡାକିଥିଲେ । ସାଥିରେ ପୁଅକୁ ଧରି କଲେଜରେ ପହଞ୍ଚିଥିଲେ ମହିଳା । ପୁଅକୁ ବାହାରେ ଛାଡ଼ି ଭିତରକୁ ମହିଳାଙ୍କୁ ଏକାକୀ ଯିବାକୁ ସିକ୍ୟୁରିଟି ଗାର୍ଡ ଜଣଙ୍କ କହିଥିଲେ ।

Women alleged Rape in Private Engineering College Building

ମହିଳା ଜଣଙ୍କ ଏକା ଭିତରକୁ ଯିବା ପରେ ପ୍ରଶାନ୍ତ ତାଙ୍କ କାମ ବିଷୟରେ ବୁଝାଇବା ସହ ବୁଲାଇ ଦେଖିଥିଲା । ପରେ କଲେଜର ୩ ମହଲାକୁ ନେଇ ହଠାତ୍ ଡୋର୍ ବନ୍ଦ କରିବା ସହ ଅସଦାଚରଣ କରିଥିଲା । ମହିଳା ଜଣଙ୍କ ଜୋରରେ ଚିତ୍କାର କରିଥିଲେ ବି କେହି ଶୁଣିନଥିଲେ । ଏ ବିଷୟରେ କାହାରିକୁ ନ କହିବା ପାଇଁ ପ୍ରଶାନ୍ତ ଧମକ ଦେଇଥିବା ନେଇ ପୀଡ଼ିତା ମେଣ୍ଢାଶାଳ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ପୋଲିସ ଏତଲା ଆଧାରରେ ତଦନ୍ତ କରୁଛି ।

(ମେଣ୍ଢାଶାଳରୁ ଚିତ୍ରସେନ ବାରିକ)

କେନ୍ଦୁଝରରେ ଜିଲ୍ଲାରେ ବଢ଼ୁଛି ସଂକ୍ରମଣ, ବଡ଼ବିଲରୁ ୩୪ ଲୋକାଲ୍ କେସ୍ ଚିହ୍ନଟ

କେନ୍ଦୁଝର: ଜିଲ୍ଲାରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଇଲାଣି । ଜିଲ୍ଲାରେ ଆଜି ୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୪ଟି ମାମଲା ହେଉଛି ବଡ଼ବିଲର । ବଡ଼ କଥା ହେଉଛି ୩୪ଟି ଯାକ ମାମଲା ସ୍ଥାନୀୟ ସଂକ୍ରମଣ । ଯାହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି । ବଡ଼ବିଲକୁ ସଟଡାଉନ୍ ଘୋଷଣା କରାଯାଇଛି । ସଦର ଓ ଝୁମ୍ପୁରା ବ୍ଲକରୁ ଜଣେ ଲେଖାଏଁ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି ।

ଏସବୁକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୬କୁ ବୃଦ୍ଧି ପାଇଛି ।୧୩୫ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୧ ଜଣଙ୍କ ଚିକିତ୍ସା କୋଭିଡ୍ ହସ୍ପିଟାଲରେ କରାଯାଉଛି । ଆଜି ୨ କରୋନା ଯୋଦ୍ଧା ଚିହ୍ନଟ ହେବା ପରେ ଝୁମ୍ପୁରାର କେତେକ ଅଂଶ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବିଶୋଧନ କରାଯାଇଛି ।

FILE

ଏଥି ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଓ ଶିଶୁ ମଙ୍ଗଳ ବିଭାଗ ବିଲ୍ଡିଂର ସ୍ତ୍ରୀ ଓ ପ୍ରସୂତୀ ବିଭାଗକୁ ସିଲ୍ କରାଯାଇଛି । ଏଥି ସହ ଏହି ବିଭାଗର ଆଉଟ୍ ଡୋର, ଇନ୍ ଡୋର, ଓଟି ଏବଂ ଲେବର ରୁମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ କୋଠାକୁ ସ୍ଥାନାନ୍ତର କରାଯାଇଛି । ଏଥିରେ କାର୍ଯ୍ୟରତ ପ୍ରାୟ ୪୦ ଜଣ କର୍ମଚାରୀଙ୍କୁ ସଙ୍ଗରୋଧ ରଖାଯାଇଛି । ଝୁମ୍ପୁରା ଓ କବିତ୍ରାର କିଛି ଅଞ୍ଚଳକୁ ସିଲ୍ କରିଛି ପ୍ରସାଶନ ।

କୋଭିଡ୍ ନିୟମ ଅନୁଯାୟୀ ମାସ୍କ ନପିନ୍ଧିବାରୁ ୧୬ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି । କେନ୍ଦୁଝର ଜିଲ୍ଲା କୋଭିଡ୍ ଡାକ୍ତରଖାନାରେ ନିୟମ ଭାଙ୍ଗି ଡାକ୍ତରଖାନା କର୍ମଚାରୀ ଓ ଭିତରର ଭିଡିଓ ସୁଟିଂ କରି ଭାଇରାଲ କରିବା ଅଭିଯୋଗରେ ଟାଉନ୍ ପୋଲିସ ୨ ଚିକିତ୍ସାଧୀନ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

(କେନ୍ଦୁଝରରୁ ମାନସ ତ୍ରିପାଠୀ)