spot_img
Home Blog Page 6842

ସୁନ୍ଦରଗଡ଼ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ… ୨ ଅଭିଯୁକ୍ତ ଅଟକ

ସୁନ୍ଦରଗଡ଼: ସୁନ୍ଦରଗଡର ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଜଣେ ୧୩ ବର୍ଷ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ପୁଣି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ଯାହା ଏକ ଲଜ୍ଜାର ବିଷୟ । ସୁନ୍ଦରଗଡ ରାଜଗାଙ୍ଗପୁର ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଗତ ରବିବାର ଦିନ ୨ଜଣ ଯୁବକ ଜଣେ ୧୩ ବର୍ଷ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି ।

ଜଙ୍ଗଲ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଗଣଦୁଷ୍କର୍ମ କରାଯାଇଛି । ଏହି ଘଟଣା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଏହି ଘଟଣାରେ ରାଜଗାଙ୍ଗପୁର ଥାନାରେ ୨ ଅଭିଯୁକ୍ତଙ୍କୁ ଅଟକ ରଖି ତନାଘନା ଚଳାଇଛି ପୋଲିସ। ମାମଲାର ତଦନ୍ତ ଓ ପୀଡିତାଙ୍କ ବୟାନ ପରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରଖିଛି ପୋଲିସ ।

ବଲରେ ଖେଳାଳି ଲଗାଇ ପାରିବେ ନାହିଁ ଲାଳ ବା ଛେପ…

ନୂଆଦିଲ୍ଲୀ: ବିଶ୍ୱବ୍ୟାପି କରୋନା ଯୋଗୁଁ ସମଗ୍ର ଦେଶରେ ଅନେକ ନିୟମରେ ପରିବର୍ତ୍ତନ କରାଯାଇଛି । କାରଣ ଦିନକୁ ଦିନ କାୟା ବିସ୍ତାର କରୁଛି ମହାମାରୀ କରୋନା ଭୂତାଣୁ । ସେଥିପାଇଁ ଏହି ସବୁ ନିୟମ ଅବଲମ୍ବନ କରିବାକୁ ସରକାର ପରାମର୍ଶ ମଧ୍ୟ ଦେଇଛି । ତେବେ କରୋନା ସଂକ୍ରମଣକୁ ଆଖିରେ ରଖି ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନ୍‌ସିଲ୍‌ ବା ଆଇସିସି ସାମୟିକ ଭାବେ ନିୟମ ପରିବର୍ତ୍ତନ କରିଛି। ଏନେଇ ଆଇସିସି ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ନୂଆ ନିୟମ ଅନୁସାରେ ବଲରେ ଖେଳାଳି ଆଉ ଲାଳ ବା ଛେପ ଲଗାଇ ପାରିବେ ନାହିଁ ।

ନିୟମ ନମାନିଲେ ପୂରା ଟିମ୍‌କୁ ଦଣ୍ଡବିଧାନ କରାଯିବ। ପ୍ରତି ଇନିଂସରେ ଗୋଟିଏ ଦଳକୁ ଲାଳ ଲଗାଇଲେ ଅମ୍ପାୟାର ୨ଥର ଓ୍ବାର୍ଣ୍ଣିଂ ଜାରି କରିବେ। ତେବେ ବାରମ୍ବାର ବଲରେ ଛେପ ଲଗାଇଲେ ଟିମ୍‌ ଉପରେ ୫ ରନ୍‌ର ପେନାଲ୍‌ଟି ଲାଗୁ କରାଯିବ। ସେହିପରି ଟେଷ୍ଟ ମ୍ୟାଚ୍‌ରେ ବଦଳ ଖେଳାଳି ନିୟମ ବି ଆସିଛି। ଯଦି କୈାଣସି ଟେଷ୍ଟ ମ୍ୟାଚ୍‌ରେ ଖେଳାଳିଙ୍କଠାରେ କରୋନା ଲକ୍ଷଣ ଦେଖାଯାଏ, ତେବେ ଅମ୍ପାୟାରଙ୍କ ଅନୁମତିକ୍ରମେ ତାଙ୍କୁ ଟିମ୍‌ ପକ୍ଷରୁ ବଦଳା ଯାଇପାରିବ। ଅମ୍ପାୟାର ହିଁ ଏନେଇ ଚୂଡାନ୍ତ ନିଷ୍ପତ୍ତି ନେବେ। ତେବେ ଦିନିକିଆ ଓ ଟି-୨୦ରେ ବଦଳ ନିୟମ ଲାଗୁ ହେବ ନାହିଁ ।

ଦେଶରେ ବିପଦଜନକ ହେଉଛି କରୋନା ସ୍ଥିତି… ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କାୟା ବିସ୍ତାର କରୁଛି ମହାମାରୀ କରୋନା ଭୂତାଣୁ । ଗତ ୨୪ ଘଣ୍ଟାରେ ୯ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଶହରୁ ଅଧିକ ଜଣଙ୍କ ଜୀବନ ନେଇଛି କରୋନା । ସେହିଭଳି ୫ ହଜାର ପାର କରିଛି ସୁସ୍ଥ ସଂଖ୍ୟା । ଏବେ ସାରା ଦେଶରେ ୧ ଲକ୍ଷ ୩୨ ହଜାର ରୁ ଉର୍ଦ୍ଧ୍ୱ ଆକ୍ଟିଭ କେସ୍‌ ଥିବାବେଳେ ୧ ଲକ୍ଷ ୩୩ ହଜାରରୁ ଅଧିକ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୭ ହଜାର ପାର କରିସାରିଛି । ସେହିଭଳି ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨ ଲକ୍ଷ ୭୪ ରୁ ଅଧିକ ।  ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅଧିକ ରହିଛି ।

୧୫ ଦିନ ମଧ୍ୟରେ ନିଜ ରାଜ୍ୟକୁ ଫେରିବେ ପ୍ରବାସୀ: ସୁପ୍ରିମକୋର୍ଟ

ସେହିଭଳି ଦିଲ୍ଲୀ, ମଧ୍ୟ ପ୍ରଦେଶ, ଗୁଜରାଟ, ତେଲେଙ୍ଗାନା, ୟୁପି, ପଞ୍ଜାବରେ ପଡିଛି କରୋନାର ଅଧିକ ପ୍ରଭାବ । ସେପଟେ  ସାରା ବିଶ୍ୱରେ ୭୨ ଲକ୍ଷ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୩୫ ଲକ୍ଷ ଲୋକ କରୋନାରେ ସୁସ୍ଥ ହୋଇଛନ୍ତି । ବିଶ୍ୱର ୬୦ ପ୍ରତିଶତ କେସ୍‌ ଆସିଛି କେବଳ ୭ଟି ଦେଶରୁ । ଏହି ୭ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ହେଉଛି ପ୍ରାୟ ୪୩ ଲକ୍ଷ । ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ବ୍ରାଜିଲ, ଋଷ, ସ୍ପେନ, ବ୍ରିଟେନ, ଭାରତ, ତୁର୍କୀ, ଜର୍ମାନୀ, ଇଟାଲୀ ଓ ପେରୁ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି ।

ଆଜି ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ… ଦିନ ୧୧ ଟା ବେଳେ ଭିଡିଓ କନଫରେନ୍ସିଂରେ ବସିବ ବୈଠକ

ଆଜି ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ… ଦିନ ୧୧ ଟା ବେଳେ ଭିଡିଓ କନଫରେନ୍ସିଂରେ ବସିବ ବୈଠକ

ଏହି ରାଶିର ଲୋକଙ୍କର ଆଜି କର୍ମ ଓ ଅର୍ଥକୁ ନେଇ ବଢିବ ଚିନ୍ତା … ଜାଣନ୍ତୁ

ଆଜିର ପଞ୍ଚାଙ୍ଗ

ଜୁନ୍‌ ୧୦, ୨୦୨୦, ବୁଧବାର

୧୪୨୭ସାଲ୍‌, ୧୯୪୨ ଶକାଦ୍ଦଃ , ୨୦୮୮ ସମ୍ବତ୍‌

ଆଷାଢ କୃଷ୍ଣପକ୍ଷ ୫ମୀ, ବୃଷ ୨୮ଦିନ

ମକର ରାଶିରେ ଚନ୍ଦ୍ର ରହିବେ ରାତି ୩ ଟା ୪୨ ପର୍ଯ୍ୟନ୍ତ

ଏହା ପରେ ଚନ୍ଦ୍ର ରହିବେ କୁମ୍ଭ ରାଶିରେ

ଶ୍ରବଣା ନକ୍ଷତ୍ର ଦିନ ୨ ଟା ୫୮ ପରେ ଧନିଷ୍ଠା ନକ୍ଷତ୍ର

ଘାତଚନ୍ଦ୍ର – ସିଂହ ରାଶିର

ଘାତବାର- କର୍କଟ ରାଶିର

ଯୋଗିନୀ ରହିବେ ଦକ୍ଷିଣେ ରାତି ୮ ଟା ୦୪ ପରେ ପଶ୍ଚିମେ

ପୁଷ୍କର ଦୋଷ ନାହିଁ

ଶୁଭ ସମୟ

ସକାଳ ୭ ଟା ୪୯ ରୁ ସକାଳ ୮ ଟା ୨୮

ଦିନ ୧୦ ଟା ୦୭ ରୁ ଦିନ ୧୧ ଟା ୧୯

ଅଶୁଭ ସମୟ

ସକାଳ ୮ ଟା ୨୮ ରୁ ସକାଳ ୧୦ ଟା ୦୭

ଦିନ ୧୧ ଟା ୪୬ ରୁ ଦିନ ୧ ଟା ୨୫

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର- ସ୍ନ।ନ ସମୟରେ କିଛି ହଳଦୀ ମିଶାଇ ସ୍ନ।ନ କରନ୍ତୁ ପରିବେଶରେ ଖୁସି ମିଳିବ

ଦ୍ୱିଜା- ବାପାଙ୍କର ଆର୍ଶିବାଦ୍‌ ନେଇ କାମ କରନ୍ତୁ, କର୍ମକ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସହାୟତା ମିଳିବ

କୃତ୍ତିକା ନକ୍ଷତ୍ର- ସ୍ନ।ନ ପରେ ପିତଳ ପାତ୍ରରେ ଜଳ ନେଇ ତୁଳସୀ ଚଉରାମୂଳରେ ଦିଅନ୍ତୁ, ଆତ୍ମଶାନ୍ତି ବୃଦ୍ଧି ହେବା ସହ ପାରିବାରିକ ସଂପର୍କରେ ଆନନ୍ଦ ମିଳିବ

ଧଳା ବସ୍ତ୍ର ପରିଧାନ କରି ଭଦ୍ରକାଳୀଙ୍କ ମନ୍ତ୍ର ଜପ କରନ୍ତୁ ୨୭ ଥର

ବୃଷ ରାଶି

କୃତ୍ତିକା ନକ୍ଷତ୍ର- କାମ ସବୁ ବିଗିଡିଯିବ, ଚକ୍ଷୁରେ କୈାଣସି ଅସୁବିଧା ଭୋଗ କରିପାରନ୍ତି

ଗୋଟିଏ ଲବଙ୍ଗ ପାଟିରେ ରଖି କାର୍ଯ୍ୟ କରନ୍ତୁ

ରୋହିଣୀ ନକ୍ଷତ୍ର- ସକାଳୁ ସ୍ନ।ନ ସାରି ଗୁରୁଜନମାନଙ୍କର ଆର୍ଶିବାଦ୍‌ ନିଅନ୍ତୁ, ଶୁଭ ଖବର ପାଇବେ

ମୃଗଶିରା – ପିତାମାତାଙ୍କ ସ୍ୱାସ୍ଥ୍ୟ ଚିନ୍ତା ବଢିବ, ସରକାରୀ ଚାକିରୀରେ ବାଦବିବାଦ ଭୋଗିବେ

ସ୍ନ।ନ ପରେ ଓଁ ହ୍ରୀଂ ହ୍ରୁଂ ସଃ ସୂର୍ଯ୍ୟାୟ ସଃ କହି ୭ ଥର ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦିଅନ୍ତୁ , ରିଷ୍ଟ ଖଣ୍ଡନ ହେବ

ମିଥୁନ ରାଶି

ମୃଗଶିରା- ଟଙ୍କାପଇସାକୁ ନେଇ ଚିନ୍ତା ବଢିବ, ଶ୍ୱା ସକ୍ରିୟାରେ କଷ୍ଟ ଅନୁଭବ କରିବେ

ଆର୍ଦ୍ରା- ମନ ଅସ୍ଥିର ରହିବ, ତେଣୁ ସତର୍କ ରହିଥିବେ, ଓଁ ନମଃ ଶିବାୟ ଜପ କରନ୍ତୁ

ପୁନର୍ବସୁ- ଦିନଟି ରିଷ୍ଟପୂର୍ଣ୍ଣ ରହିବ, ଚନ୍ଦନ ମଥାରେ ଲଗାନ୍ତୁ

କଳା ପିମ୍ପୁଡି ଏବଂ ଜନ୍ଦାଙ୍କୁ ଗୁଡ ଦିଅନ୍ତୁ

କର୍କଟ ରାଶି

ପୁନର୍ବସୁ – ବ୍ୟବସାୟରେ ଲାଭ ବଢିବ,ଖୁସିର ଦିନଟି କଟିବ

ପୁଷ୍ୟ।- ବୁଲା କୁକୁରକୁ ଖାଇବାକୁ ଦିଅନ୍ତୁ ଖୁସି ଖବର ମିଳିବ

ଅଶ୍ଳେଷା- ମନର ଯୋଜନାକୁ ସଫଳ କରିବା ପାଇଁ ୧୧ ଥର ଓଁ ଭୌମ୍ୟାୟ ନମଃ ଜପ କରନ୍ତୁ

ଘରେ ସୋରିଷ ତେଲର ଦୀପ ପଶ୍ଚିମ ଦିଗରେ ଶନିଦେବଙ୍କ ଉଦ୍ଦେଶ୍ୟରେ ଜାଳନ୍ତୁ

ସିଂହ ରାଶି

ମଘା – ମଥାରେ ରକ୍ତ ଚନ୍ଦନ ଲଗାନ୍ତୁ, ମନୋବାଞ୍ଚା ପୂରଣ ହେବ

ପୂର୍ବା ଫାଲଗୁନି- ଗୋଲାପି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଖୁସି ପରିବେଶରେ ଦିନ କଟିବ

ଉତ୍ତରାଫାଲଗୁନି- ପୂର୍ବରୁ ରହିଆସିଥିବା ସମସ୍ୟାରୁ ମୁକ୍ତି ପାଇବେ

ନିଜ ପ୍ରିୟ ଠାକୁରଙ୍କୁ ପାନ, ଗୁଆ, ଲାଲଚନ୍ଦନ ଅର୍ପଣ କରନ୍ତୁ

କନ୍ୟା ରାଶି

ଉତ୍ତରଫାଲଗୁନି -ଚାକିରୀ କିମ୍ବା ବ୍ୟବସାୟରେ ଭୁଲ୍‌ ବୁଝାମଣା ରହିବ

ହସ୍ତା- କୈାଣସି ଭୁଲ୍‌ ନିଷ୍ପତ୍ତିର ଶିକାର ହୋଇପାରନ୍ତି , ସତର୍କ ରହିବେ

ଚିତ୍ରା- ଦିନଟି ରିଷ୍ଟପୂର୍ଣ୍ଣ ରହିବ, ସକାଳୁ ସ୍ନ।ନ ସାରି ଦୁର୍ଗା ମାଙ୍କର ଚାଳିଶା ପାଠ କରନ୍ତୁ

ହନୁମାନ ଚାଳିଶା ପାଠ କରନ୍ତୁ, ରିଷ୍ଟ ଖଣ୍ଡନ ହେବ

ତୁଳା ରାଶି

ଚିତ୍ରା- ପୁଞ୍ଜିନିବେଶରୁ ଲାଭ ପାଇପାରନ୍ତି,କିନ୍ତୁ ସ୍ୱାସ୍ଥ୍ୟପ୍ରତି ସତର୍କ ରୁହନ୍ତୁ

ସ୍ୱାତୀ- କର୍ମ ନିଯୁକ୍ତିର ସୁଯୋଗ ପାଇବେ, ଜୀବନର କୈାଣସି ଲକ୍ଷ୍ୟ ପୂର୍ଣ୍ଣ ହେବ

ବିଶାଖା- କାହା କଥାରେ ମୁଣ୍ଡ ପୁରାନ୍ତୁ ନାହିଁ, ନଚେତ ହଇରାଣ ହେବେ

କଳା ଗାଈକୁ ରୁଟି, ଗୁଡ ଖାଇବାକୁ ଦିଅନ୍ତୁ

ବିଛା ରାଶି

ବିଶାଖା – ମନର ଆଶା ପୂରଣ ହେବ ନାହିଁ,ମାନସିକ ଅଶାନ୍ତି ବଢିପାରେ

ଅନୁରାଧା- କର୍ମ ଓ ଅର୍ଥକୁ ନେଇ ଚିନ୍ତା ବଢିବ, ଘରୁ ବାହାରିବା ବେଳେ ମହୁ ଖାଆନ୍ତୁ

ଜ୍ୟେଷ୍ଠା- କୈାଣସି ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହେବ, ଆର୍ଥିକ ଦୁର୍ବଳତା ରହିବ

ଓଁ ରାଂ ରାହବେ ନମଃ ୨୭ ଥର ଜପ କରନ୍ତୁ

ଧନୁ ରାଶି

ମୂଳା- ଯଦି ଇଛାକୁ ପୁରଣ କରିବା ପାଇଁ ଚାହୁଁଛନ୍ତି ତେବେ ମଥାରେ ଚନ୍ଦନର ଟିକା ଲଗାନ୍ତୁ

ପୂର୍ବାଷାଢା- ଗୋବରରେ ଆଜି ତିନୋଟି ଗାର ପକାଇ ନିଜ ଇଷ୍ଟଙ୍କୁ ସ୍ମରଣ କରନ୍ତୁ

ଉତ୍ତରାଷାଢା- ଅର୍ଥ ଯୋଗୁ ମନ ଅଶାନ୍ତ ରହିବ, ସଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ

ଓଁ କ୍ଳୀଂ, କ୍ଳୀଂ, କ୍ଳୁଂ ସଃ କେତବେ ନମଃ ୨୭ ଥର ପାଠ କରନ୍ତୁ

ମକର ରାଶି

ଉତ୍ତରାଷାଢା – କିଛି ଅଟା କୈାଣସି ଦିବ୍ୟାଙ୍ଗକୁ ଦାନ କରନ୍ତୁ

ଶ୍ରବଣା- ବନ୍ଧୁ ପରିଜନରେ ସାହାଯ୍ୟ ପାଇବେ, ସବୁ ଉଦ୍ୟମ ପୁରଣ ହେବ

ଧନିଷ୍ଠା- ଅନୁକୁଳ ସମୟ ରହିଛି, ଶୁଭଫଳ ପାଇବେ

ମଥାରେ ଚନ୍ଦନ ଟିକା ଲଗାନ୍ତୁ

କୁମ୍ଭ ରାଶି

ଧନିଷ୍ଠା- କୈାଣସି ପ୍ରକାରର ଧୋକା ପାଇପାରନ୍ତି, ୭ଟି ମନ୍ଦାର ଫୁଲ କୁଳ ଦେବତାଙ୍କୁ ଅର୍ପଣ କରନ୍ତୁ

ଶତଭିଷା- ଲାଲ ରଙ୍ଗର କିଛି ବି ବ୍ୟବହାର କରନ୍ତୁ ନାହିଁ, ମସୁର ଡାଲି ଖାଆନ୍ତୁ

ପୂର୍ବଭାଦ୍ରପଦ- ଶୁଭ ଦିନଟି ରହିବ, ଚେଷ୍ଟା ଅନୁଯାୟୀ ଫଳ ପାଇବେ

ଘରର ବାୟୁକୋଣରେ ବସି ମହାଦେବଙ୍କ ମନ୍ତ୍ର ପାଠ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ- କାର୍ଯ୍ୟସିଦ୍ଧି ସହିତ ଆତ୍ମଶାନ୍ତି ପାଇବେ, ଲଙ୍କା ଖାଇବେ ନାହିଁ

ଉତ୍ତରଭାଦ୍ରପଦ- ପଶ୍ଚିମ ଦିଗରେ ହନୁମାନଙ୍କ ନାମରେ ଘରେ ଦୀପ ଜାଳନ୍ତୁ

ରେବତୀ- ସମସ୍ତଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ

ଶନିଦେବଙ୍କର ମନ୍ତ୍ରକୁ ୮ ଥର ଜପ କରନ୍ତୁ

 

ଗର୍ଗ ଜ୍ୟୋତିଷ ଶ୍ରୀପତି ଆଚାର୍ଯ୍ୟ

ଯୋଗାଯୋଗ ନମ୍ବର- 9438389039

ମୟୂର ପୁଚ୍ଛର ମାହାତ୍ମ୍ୟ, ମୟୂର ପୁଚ୍ଛକୁ କେମିତି କରିବେ ବ୍ୟବହାର

ମୟୂର ପୁଚ୍ଛ ଏହା ଦେଖିବାକୁ ଖୁବ୍ ସୁନ୍ଦର । ଏ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ସବୁଠୁ ପ୍ରିୟ । ଏହା ଦେଖିବାକୁ ଯେମିତି ସୁନ୍ଦର, ମାହାତ୍ମ୍ୟ ମଧ୍ୟ ସେତିକି ହୃଦୟସ୍ପର୍ଶୀ । ଏହାକୁ ଘରେ ରଖିବା ଦ୍ୱାରା ଏକ ଶାନ୍ତ ପରିବେଶ ସୃଷ୍ଟି କରିଥାଏ । କେବଳ ସେତିକି ନୁହେଁ ଆସନ୍ତୁ ଜାଣିବା ଏହି ମୟୂର ପୁଚ୍ଛର ଉପକାରିତା ବିଷୟରେ…

ଘରର ମୁଖ୍ୟ ଦ୍ୱାରରେ ମୟୂର ପୁଚ୍ଛ ଲଗାଇଲେ ଶୁଭ ଫଳ ମିଳେ । ଏହାସହ ନକାରତ୍ମକ ଶକ୍ତି ଏବଂ ଜୀବଜନ୍ତୁ ଘରେ ପ୍ରବେଶ କରନ୍ତି ନାହିଁ । ଏଥିପାଇଁ ୩ଟି ମୟୂର ପୁଚ୍ଛ ଲଗାଇ ‘ଓଁ ଦ୍ୱାରପାଳାୟ ନମଃ ଜାଗ୍ରୟ ସ୍ଥାପୟୌ ଶ୍ୱାହା’ ମନ୍ତ୍ର ଲେଖନ୍ତୁ ଏବଂ ତଳେ ଗଣେଶଙ୍କ ମୂର୍ତ୍ତି ଲଗାନ୍ତୁ ।

ଆର୍ଥିକ ଲାଭ ପାଇଁ, ଏକ ମନ୍ଦିରକୁ ଯାଇ ମୟୂର ପୁଚ୍ଛ ରାଧା କୃଷ୍ଣଙ୍କ ମୁକୁଟରେ ଲଗାନ୍ତୁ ଏବଂ ଏହାର ୪୦ ଦିନ ପରେ ଏହାକୁ ଆଣି ନିଜ ଟ୍ରେଜେରିରେ ରଖନ୍ତୁ ।

ପିଲାମାନଙ୍କୁ ନଜର ନ ଲାଗିବା ପାଇଁ, ଏକ ନବଜାତ ଶିଶୁକୁ ମୟୂର ପୁଚ୍ଛକୁ ଏକ ରୂପା ତାବିଜରେ ପୁରାଇ ପିନ୍ଧିବାକୁ ଦିଅନ୍ତୁ ।

ଯଦି ଆପଣଙ୍କର ପିଲା ବହୁତ କାନ୍ଦୁଛି, ଚିଡ଼ୁଛି କିମ୍ବା ଜିଦଖୋର ହେଉଛି, ତେବେ ଛାତର ପଙ୍ଖାରେ ମୟୂର ପୁଚ୍ଛ ଲଗାନ୍ତୁ ଫଳରେ ପିଲାର ଜିଦ୍ କମିଯିବ ।

ଯଦି ତୁମେ ଶତ୍ରୁମାନଙ୍କ ଦ୍ୱାରା ଅସୁବିଧାରେ ପଡୁଛନ୍ତି ତେବେ ଆପଣ ମୟୂର ପୁଚ୍ଛରେ ହନୁମାନଙ୍କ ମଥାର ସିନ୍ଦୁର, ମଙ୍ଗଳବାର ଏବଂ ଶନିବାର ଦିନ ତାଙ୍କ ନାଁ ନେଇ ଲଗାନ୍ତୁ ଏବଂ ତାପରଦିନ ସକାଳେ ମୁହଁ ନ ଧୋଇ ତାହାକୁ ଚଲାପାଣିରେ ପାଣିରେ ଭସାଇ, ଧୋଇ ଦିଅନ୍ତୁ |

ଆଗ୍ନେୟ କୋଣରେ ମୟୂର ପୁଚ୍ଛ ଲଗାଇବା ଫଳରେ ଘରର ବାସ୍ତୁ ଦୋଷ ରୁହେ ନାହିଁ । ଏହା ବ୍ୟତୀତ ଐଷାନ କୋଣରେ ଭଗବାନ କୃଷ୍ଣଙ୍କ ଫଟୋ ସହିତ ଏକ ମୟୂର ପୁଚ୍ଛ ଲଗାନ୍ତୁ ।

ଗ୍ରହମାନଙ୍କର ଅଶୁଭ ପ୍ରଭାବ ପଡ଼ିଲେ, ମୟୂର ପୁଚ୍ଛ ଉପରେ ୨୧ ଥର ଗ୍ରହର ମନ୍ତ୍ର ବୋଲି ସାରି ପାଣି ଛିଞ୍ଚି ଦିଅନ୍ତୁ ଏବଂ ଏହାକୁ ସର୍ବୋତ୍ତମ ସ୍ଥାନରେ ରଖନ୍ତୁ । ଯେଉଁଠାରେ ଏହା ଦେଖାଯିବ ବା ଆପଣଙ୍କ ଦୃଷ୍ଟିରେ ରହିବ ।

ଭିଡିଓ କନଫରେନ୍ସିଂ ଜରିଆରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥାହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହେଉଛନ୍ତି ଫ୍ରଣ୍ଟଲାଇନର କୋଭିଡ୍ ଯୋଦ୍ଧା । କଟକ, ବାଲେଶ୍ୱର, ରାଉରକେଲା, ନୟାଗଡ଼ ପରେ ଭୁବନେଶ୍ୱର ଏମ୍ସର ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୋଦ୍ଧାଙ୍କ ପ୍ରତି ଚିନ୍ତାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ବୁଧବାର ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିବେ ।ବିଶେଷକରି କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା, କେସ୍ ଟ୍ରେସିଂ ଆଦି କାର୍ଯ୍ୟରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀ କିଭଳି ଭାବେ ସୁରକ୍ଷିତ ରହିବେ । ସେମାନଙ୍କୁ ସୁରକ୍ଷିତ ରଖିବାକୁ କଣ ପଦକ୍ଷେପ ନିଆଯାଇ ପାରିବ ସେନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।

ଏହି କର୍ମଶାଳାରେ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ମେଡିକାଲ କଲେଜ କର୍ମଚାରୀ ଓ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ବରିଷ୍ଠ କର୍ମଚାରୀମାନେ ଯୋଗଦେବେ ବୋଲି ଜଣାପଡ଼ିଛି ।

କରୋନା ଯୋଦ୍ଧାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ, ଦେଲେ ସୁରକ୍ଷା ଓ ସମ୍ମାନର ପ୍ରତିଶ୍ରୁତି

ନାଲି କୋଠାକୁ ରେଡ୍‌ ସିଗନାଲ୍‌, ସଂକ୍ରମଣ ପାଇଁ କମି ଯାଇଛି କୋର୍ଟ ସମୟ

ଭୁବନେଶ୍ୱର: ମହାମାରୀ କରୋନା ଜୀବନ ଜୀବିକା ଉଜାଡ଼ି ଦେଇଛି । କେବଳ ସେତିକି ନୁହେଁ ଦୋହଲି ଯାଇଛି ନ୍ୟାୟିକ ବ୍ୟବସ୍ଥା । କୋର୍ଟ କଚେରୀ ଉପରେ ପଡ଼ିଛି କରୋନାର ପ୍ରଭାବ । ଶେଷ ପର୍ଯ୍ୟାୟରେ ଶହ ଶହ ମାମଲା ରହିଥିବା ବେଳେ ବାଧକ ସାଜିଛି କରୋନା । ନା ହେଉଛି ବିଚାର ନା ମିଳୁଛି ମୁକ୍ତି ।

୨୦୧୩ ସେପ୍ଟେମ୍ବର ୧୪ ତାରିଖ । ରସୁଲଗଡ଼ ଅଞ୍ଚଳରେ ଘଟିଥିଲା ବହୁଚର୍ଚ୍ଚିତ ବଚନସୁଧା ହତ୍ୟାକାଣ୍ଡ । ବହୁ ବର୍ଷର ତର୍ଜମା ପରେ ବିଚାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଥିଲା । ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ସରକାରୀ ଓକିଲ ଓ ପ୍ରତିପକ୍ଷ ଓକିଲଙ୍କ ମଧ୍ୟରେ ଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ଏପ୍ରିଲ ଶେଷରେ ରାୟ ପ୍ରକାଶ ପାଇଥାନ୍ତା । କିନ୍ତୁ କରୋନା କାଳ ସାଜିଲା ।୨୦୧୮ରେ ରାଜଧାନୀ ତମାଣ୍ଡୋ ଥାନା ଅଞ୍ଚଳରେ ଘଟିଥିଲା ନାବାଳିକା ଦୁଷ୍କର୍ମ ଘଟଣା । ହେଲେ କରୋନା ପାଇଁ ପୋକସୋ କୋର୍ଟରେ ବୟାନ ରେକର୍ଡ ହୋଇପାରି ନାହିଁ ତଦନ୍ତକାରୀ ଅଧିକାରୀଙ୍କର । ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ଟିଟୋ ଘଟଣା ଓ ନୟାପଲ୍ଲୀ ଥାନା ଅଞ୍ଚଳରେ ସ୍ତ୍ରୀକୁ ୩ଶହ ଖଣ୍ଡ କରି ମାରିବା ଘଟଣାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆର୍ମି ଡାକ୍ତର ଘଟଣାର ପୁନଃ ଶୁଣାଣିକୁ ଅଟକାଇଛି ଲକ୍‌ଡାଉନ୍‌ ।

ଗୋଟିଏ କିମ୍ବା ଦୁଇଟି ଘଟଣା ନୁହେଁ, ରାଜ୍ୟରେ ଏଭଳି ଶହଶହ ମାମଲା ବିଚରାଧୀନ ଅବସ୍ଥାରେ ପଡିରହିଛି । ୨୦୧୯ ନଭେମ୍ବର ୧୯ରେ ରାଜ୍ୟ ଆଇନ୍ ମନ୍ତ୍ରୀ ବିଧାନସଭାରେ ରଖିଥିବା ତଥ୍ୟ ଅନୁସାରେ ରାଜ୍ୟରେ ୧୫ ଲକ୍ଷ ୬୫ ହଜାର ମାମଲା ବିଭିନ୍ନ କୋର୍ଟରେ ବିଚାରାଧୀନ ରହିଛି । ସେହିଭଳି ଦୁଇ ମାସ ଭିତରେ ପୋକ୍ସୋ କୋର୍ଟରେ ୨୦ଟି ମାମଲା ବିଚରାଧିନ ଅବସ୍ଥାରେ ରହିଥିବା ବେଳେ ଏଥିରେ ବାଧକ ସାଜିଛି କରୋନା । ଲକଡାଉନ କୋହଳ ହେବା ପରେ କୋର୍ଟର ସମୟସୀମା ଦିନକୁ ମାତ୍ର ଦୁଇଘଣ୍ଟା ଧାର୍ଯ୍ୟ ହୋଇଛି । ଯେଉଁଥିପାଇଁ ମୁଦାଲାଙ୍କ ପରିବାରକୁ ଘୂରି ବୁଲିବାକୁ ପଡ଼ୁଛି । ଅନ୍ୟପଟେ ସାମାଜିକ ଦୂରତା ସହ କୋର୍ଟ ସମୟ ବୃଦ୍ଧି ପାଇଁ ଆଇନ୍‌ଜୀବୀ ପରାମର୍ଶ ଦେଇଛନ୍ତି ।

ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ଗାଇଲେ ସୁଭାଷ ଦାସ ଓ ତୃପ୍ତି ଦାସ

ଭୁବନେଶ୍ୱର: ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସରକାର ରାଜ୍ୟ ସଂଗୀତର ମାନ୍ୟତା ପରେ ଆଉ ଏକ ପଦକ୍ଷେପ ନିଆଯାଇଛି । ସରିଯାଇଛି ଗୀତର ରେକର୍ଡିଂ । କାନ୍ତକବିଙ୍କ କାଳଜୟୀ ଗୀତକୁ ସଂଗୀତ- ସୁଧାକର ବାଳକୃଷ୍ଣ ଦାସଙ୍କ ଶୈଳୀରେ ରେକର୍ଡିଂ କରାଯାଇଛି । ଏବେ ଆଉ କିଛି ଅସୁବିଧା ନାହିଁ । ଏବେ ‘ବନ୍ଦେ ଉତ୍କଳ ଜନନୀ’ର ଅଧିକ ପ୍ରଚାର ପ୍ରସାର ସହିତ ସହଜରେ ଏହା ଗାନ କରାଯାଇପାରିବ ।

ଲକ୍‌ଡାଉନ୍‌ରେ ‘ବନ୍ଦେ ଉତ୍କଳ ଜନନୀ’ ଓଡ଼ିଆ ଆତ୍ମାର ସଙ୍ଗୀତ । ସବୁ ଓଡ଼ିଆଙ୍କ ହୃଦୟରେ ଆସ୍ଥାନ ଜମାଇଥିଲା ଏହି ଗୀତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନକ୍ରମେ ସାରା ବିଶ୍ୱରେ ଓଡ଼ିଆମାନେ ଏକ ସମୟରେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଗାଇଲେ । ପରେପରେ ମିଳିଲା ରାଜ୍ୟ ସଂଗୀତର ମାନ୍ୟତା । ଏହି ଗୀତକୁ ବାଳକୃଷ୍ଣ ଦାସଙ୍କ ଗାୟନ ଶୈଳୀରେ ରେକର୍ଡିଂ କରାଯାଇଛି । କଣ୍ଠଦାନ କରିଛନ୍ତି ସୁଭାଷ ଦାସ ଓ ତୃପ୍ତି ଦାସ । ଏଥିପାଇଁ ନିଜକୁ ଧନ୍ୟ ମନେ କରୁଥିବା ତୃପ୍ତି ଦାସ କହିଛନ୍ତି ।

କଟକ ବିଜୁ ପଟ୍ଟନାୟକ ଏଫ୍‌ଟିଆଇରେ ଏହି ଗୀତ ରେକର୍ଡିଂ ହୋଇଛି । ଗୀତର ଅବଧି ରହିଛି ୨ ମିନିଟ୍‌ ୧୧ ସେକେଣ୍ଡ । କଣ୍ଠଦାନ କରିଥିବା ଶିଳ୍ପୀ ସୁଭାଷ ଦାସ ‘ବନ୍ଦେ ଉତ୍କଳ ଜନନୀ’ର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମୃହାପାତ୍ରଙ୍କ ଜନ୍ମମାଟି ଭଦ୍ରକର । ତାଙ୍କୁ ଏହି ଗୀତ ଗାଇବାର ସୁଯୋଗ ମିଳିଥିବାରୁ ସେ ଗର୍ବିତ ବୋଲି କହିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ଗୀତ ରେକର୍ଡିଂ କରାଯାଇଛି ।

ସଚିବାଳୟରୁ ସଡ଼କ, ସବୁଠି ଶୁଭିଲା ‘ବନ୍ଦେ ଉତ୍କଳ ଜନନୀ’

ଲକଡାଉନରେ ସ୍କୁଲ ବନ୍ଦ, ବନ୍ଦ ହୋଇନାହିଁ ପାଠପଢ଼ା

ଭୁବନେଶ୍ୱର: ଲକ୍‌ଡାଉନ୍‌ରେ ଜୀବନଯାତ୍ରା ଠପ୍‌ । ଅନ୍‌ଲକ୍‌ରେ ଶିକ୍ଷାନୁଷ୍ଠାନ ବି ବନ୍ଦ । କିନ୍ତୁ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାର ଦାୟିତ୍ୱ ନେଇଛନ୍ତି ରାଜ୍ୟ ସରକାର । ପାଠ ପଢ଼ାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରିଛି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ । ସ୍କୁଲ୍‌ ବନ୍ଦ ଥିଲେ ବି ଗାଁ ଗାଁ ବୁଲି ଶିକ୍ଷକ ଓ ଶିକ୍ଷୟିତ୍ରୀ ପିଲାଙ୍କୁ ପାଠ ପଢ଼ାଉଛନ୍ତି ।

ଲକ୍‌ଡାଉନ୍‌ରେ ସ୍କୁଲ ବନ୍ଦ । କିନ୍ତୁ ବନ୍ଦ ହୋଇନାହିଁ ପାଠପଢ଼ା । ବିକଳ୍ପ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଅନ୍‌ଲାଇନ୍‌ ଓ ଅଫ୍‌ଲାଇନରେ ଚାଲିଛି ପାଠପଢ଼ା । ଗାଁ ଗାଁ ବୁଲି ପଢ଼ାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ । ଲକ୍‌ଡାଉନ୍‌ରେ ଅଟକିନି ପାଠପଢ଼ା । ହତାଶ ହୋଇନାହାନ୍ତି ଛାତ୍ରଛାତ୍ରୀ । ତାଲାବନ୍ଦ ସମୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାର ଦାୟିତ୍ୱ ନେଇଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ୍‌ ମିଡିଆରେ ସୂଚନା ଦେଇଛନ୍ତି ।

ଗାଁରେ ଖୋଲିଛି ପାଠର ଆସର । ସ୍କୁଲ ବନ୍ଦ ଥିଲେ ବି ଗାଁ ଦାଣ୍ଡରେ ଚାଲିଛି ପାଠପଢ଼ା । ତାଲାବନ୍ଦ ଯୋଗୁଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ବିକଳ୍ପ ଶିକ୍ଷା ଓ ପରାମର୍ଶ ଶିକ୍ଷକ କାର୍ଯ୍ୟକ୍ରମ । ଏଥିପାଇଁ ପଞ୍ଚାୟତ ସ୍ତରରେ ନିୟୋଜିତ ହୋଇଛନ୍ତି ପରାମର୍ଶ ଶିକ୍ଷକ । ଏ ସମ୍ପର୍କରେ ରାଜ୍ୟ ସରକାର ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ।

ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ପାଠପଢ଼ା ହେଉଛି । ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟର ଭଲ ବ୍ୟବସ୍ଥା ନଥିବାରୁ ଗାଁ ଗାଁ ବୁଲି ଶିକ୍ଷକ ଓ ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି । ଅନ୍‌ଲାଇନ୍‌ରେ ବି ପାଠ ପଢ଼ା ଯାଉଛି । ଅନ୍‌ଲାଇନରେ ଚାଲୁଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ପାଠ ଅବୁଝା ରହିଲେ ଶିକ୍ଷକ ଘର ପାଖକୁ ଯାଇ ପିଲାଙ୍କୁ ବୁଝାଇ ଦେଉଛନ୍ତି ।

ଲକ୍‌ଡାଉନ୍‌ରେ ଶିକ୍ଷା ବ୍ୟବସ୍ଥା ଯେପରି ବାଧାପ୍ରାପ୍ତ ନ ହେବ, ସେଥିପାଇଁ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି । ରାଜ୍ୟର ୬ ଲକ୍ଷରୁ ଅଧିକ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାରେ ରାଜ୍ୟ ସରକାରଙ୍କ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହଯୋଗ କରୁଛି ।