spot_img
Home Blog Page 6845

ପୁଣି ଆଧାର କାର୍ଡ ବୈଧତା ନେଇ ଦ୍ୱନ୍ଦ୍ୱ, ସୁପ୍ରିମକୋର୍ଟରେ ହେବ ଶୁଣାଣି…

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ୨୬ ଡିସେମ୍ବର୨୦୧୮ରେ ଆଧାର କାର୍ଡର ବୈଧାନିକତାକୁ ନେଇ ଦାୟର କରାଯାଇଥିବା ଆବେଦନର ଶୁଣାଣି କରିଥିଲେ । ସେତେବେଳେ ସୁପ୍ରିମ୍‌କୋର୍ଟ ଆଧାର କାର୍ଡର ବୈଧାନିକତାକୁ କାୟମ ରଖିଥିଲେ । ଏବେ ପୁଣି ଥରେ ସେହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟରେ ପିଟିସନ୍‌ ଦାଖଲ କରାଯାଇଛି । ଏହାକୁ ନେଇ ମଙ୍ଗଳବର ଶୁଣାଣି କରିବେ ସୁପ୍ରିମ୍‌କୋର୍ଟର ସ୍ୱତନ୍ତ୍ର ୫ ଜଣିଆ ଖଣ୍ଡପୀଠ । ପୂର୍ବରୁ ଆଧାରକାର୍ଡର ବୈଧତା ବିରୋଧରେ ଏକ ପିଟିସନ୍‌ ଦାଖଲ କରାଯାଇଥିଲା ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ୍ ବୋବଡେଙ୍କ ନେତୃତ୍ୱରେ ଏହି ୫ ଜଣିଆ ଖଣ୍ଡପୀଠ ଗଠନ କରାଯାଇଛି । ଏଥିରେ ଜଷ୍ଟିସ ଏ ଏମ୍ ଖାନୱାଲିକର, ଡି ବାଇ ଚନ୍ଦ୍ରଚୂଡ, ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ୍‌ ଏଲ ନାଗେଶ୍ୱର ସାମିଲ ଅଛନ୍ତି ।

ସୂଚନାଯୋଗ୍ୟ, ଜଷ୍ଟିସ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ଏମ୍ ଖାନୱିଲକର ପୂର୍ବରୁ ସେହି ଖଣ୍ଡପୀଠରେ ସାମିଲ ଥିଲେ, ଯେଉଁ ଖଣ୍ଡପୀଠ ତତ୍‌କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦିପକ ମିଶ୍ରକଙ୍କ ଅଧ୍ୟକ୍ଷତାରେ ଆଧାର କାର୍ଡକୁ ସାମ୍ବିଧାନିକ ବୋଲି ରାୟ ଶୁଣାଇଥିଲେ ।

ହେଲେ ଜଷ୍ଟିସ ଚନ୍ଦ୍ରଚୂଡ଼ ସେହି ସମୟରେ କହିଥିଲେ ଯେ, ଆର୍ଥିକ ବିଲ୍‌ ଭଳି ଆଧାର ବିଲକୁ ପାସ୍‌ କରିବା ଉଚିତ୍‌ ନୁହେଁ । ଏହା ସମ୍ବିଧାନକୁ ଧୋକା ଦେବା ସଦୃଶ ।

ଜଷ୍ଟିସ୍‌ ଏକେ ସିକ୍ରି ଓ ଜଷ୍ଟିସ ଅଶୋକ ଭୂଷଣ ମଧ୍ୟ ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଖଣ୍ଡପୀଠରେ ସାମିଲ ଥିଲେ । ସରକାରୀ ସେବା ପାଇବା ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରିବା ବିରୋଧରେ ଦାଖଲ ହୋଇଥିବା ୨୭ଟି ଆବେଦନ ଉପରେ ୩୮ ଦିନ ପର୍ଯ୍ୟନ୍ତ ଶୁଣାଣି ହୋଇଥିଲା । ପରେ ସୁପ୍ରିମକୋର୍ଟ ଆଧାର କାର୍ଡକୁ ସାମ୍ବିଧାନିକ ବୋଲି ରାୟ ଶୁଣାଇଥିଲେ । ଏବେ ପୁଣି ଥରେ ସେହି ସୁପ୍ରିମ୍‌କୋର୍ଟରେ ଏହି ରାୟ ବିରୋଧରେ ପିଟିସନ୍‌ ଦାଖଲ କରାଯାଇଛି ।

ଦେଶର ନିରୀହ ଜନତାଙ୍କୁ ଖାଲି ସୁନେଲି ସ୍ୱପ୍ନ ଦେଖାଉଛନ୍ତି ଶାହା: ନିରଞ୍ଜନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଦଶବାସୀଙ୍କୁ କେବଳ ଗପ କହୁଛନ୍ତି । କହିଥିଲେ ୨୧ ଦିନରେ କରୋନାକୁ ସମୂଳେ ଧ୍ୱଂଶ କରିବେ ହେଲେ ଆଜି କି ୭୫ ଦିନ ବିତିଲାଣି, କିଛି ଫରକ ପଡ଼ିଲାନି । ଏଭି କଟୁ କଥା କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନାକ କରିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ।

ସେ କହିଛନ୍ତି ଗତ ମାର୍ଚ୍ଚ ୨୪ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନାରସରେ କହିଥିଲେ ମହାଭାରତ ୧୮ ଦିନରେ ସରିଥିଲା, ହେଲେ ସେ ମହାମାରୀ କରୋନାକୁ ୨୧ ଦିନରେ ଦେଶରୁ ମୁକ୍ତ କରିଦେବେ । ହେଲେ ଆଜିକୁ ୭୫ ଦିନରୁ ଅଧିକ ହୋଇଗଲାଣି, ଆଉ କରୋନା ମୁକ୍ତ ହେବା ବଦଳରେ ଦେଶ ଏବେ କରୋନା ସଂକ୍ରମଣ କରିବାରେ ବିଶ୍ୱରେ ପଂଚମ ସ୍ଥାନରେ ପଂହଚିଛି । ଆଉ ଏସିଆ ମହାଦେଶରେ ପ୍ରଥମ ସ୍ଥାନରେ ପଂହଚିଲାଣି । ଏହି ମହାମାରୀରେ ହଜାର ହଜାର ଲୋକ ମୃତ୍ୟୁବରଣ କଲେଣି ।

ପ୍ରବାସୀମାନେ ନିଜ ରାଜ୍ୟକୁ ଫେରିବା ପାଇଁ ଅକଥନୀୟ ଯନ୍ତ୍ରଣା ଭୋଗୁଥିବା ସହ ରାସ୍ତାଘାଟରେ ମୃତ୍ୟୁବରଣ କରୁଛନ୍ତି । ଏନେଇ ଭାରତର ସର୍ବୋଚ୍ଚ ନ୍ୟାୟଳୟ ପ୍ରବାସୀ ମାନଙ୍କୁ ନିଜ ରାଜ୍ୟକୁ ଶୀଘ୍ର ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏବେ ସୁଦ୍ଧା ଲକ୍ଷ ଲକ୍ଷ ପ୍ରବାସୀମାନେ ଆସିବାର ସୁବିଧା ନପାଇ ବହୁ ଦୟନୀୟ ଭାବରେ ଦିନ କାଟୁଛନ୍ତି ।

ଏହି ସମୟରେ ସାଧାରଣ ଲୋକଙ୍କ ଜୀବନ ଜୀବିକା କଥା ଚିନ୍ତା ନକରି ଦେଶର ଗୃହମନ୍ତ୍ରୀ ତଥା ବିଜେପି ଦଳର ନେତା ଅମିତ ଶାହା ଯେଉଁ ଭର୍ଚୁଆଲ ର‌୍ୟାଲି କରିଛନ୍ତି, ତାହା ରାଜ୍ୟ କିମ୍ବା ଦେଶର ହିତ ଉଦ୍ଦେଶ୍ୟରେ ନଥିଲା ବୋଲି ଜଣାପଡ଼ୁଛି । କେବଳ ନିରୀହ ଜନତାଙ୍କୁ ସୁନେଲି ସ୍ୱପ୍ନ ଦେଖାଇ ଏବଂ ନିଜ ଦଳର ବାହାଦୁରି ବଖାଣିବା ଓ ପ୍ରଚାର ପ୍ରସାର କରିବା ତାଙ୍କର ଉଦ୍ଦେଶ୍ୟ ଥିଲା ବୋଲି ସ୍ପଷ୍ଟ ବାରି ହୋଇ ପଡ଼ିଛି । ଏହି ସବୁ କାର୍ଯ୍ୟକ୍ରମ କେବଳ ଗାଦିରେ ବସି ଶାସନ କରିବାର ଅଭିଳାଷ ପୂର୍ଣ୍ଣ କରିବାକୁ ଚେଷ୍ଠିତ ବୋଲି କହିଛନ୍ତି ନିରଞ୍ଜନ ।

ଅମିତ ଶାହା ଗତ ତିିନିମାସ ଧରି କୁଆଡ଼େ ଥିଲେ । ପ୍ରବାସୀ ଶ୍ରମିକ ମାନଙ୍କର ଦୁଃଖ ଦୁର୍ଦ୍ଦଶା ବେଳେ କ’ଣ ତାଙ୍କୁ ଦେଖାଯାଉ ନଥିଲା ତାଙ୍କ ରାଜ୍ୟ ଗୁଜୁରାଟରେ ଓଡ଼ିଆ ଶ୍ରମିକ ପୋଲିସ୍ ଲାଠିର ଶିକାର ହୋଇ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ଅନେକ ଶ୍ରମିକ ପୋଲିସ ମାଡ଼ରେ ଆହତ ହୋଇଛନ୍ତି । କଳକାରଖାନାର ମାଲିକମାନେ ଶ୍ରମିକମାନଙ୍କୁ କୌଣସୀ ସାହାଯ୍ୟ ନକରିବାରୁ ଭୋକ ଉପାସ ସହି ନପାରି ଲକ୍ଷାଧିକ ଶ୍ରମିକ ସାଇକେଲରେ, ଚାଲିଚାଲି, ଟ୍ରେନ୍‌ରେ, ବସରେ ନିଜ ବ୍ୟବସ୍ଥାରେ ଆସି ଗାଁ ଭୂମିରେ ପହଂଚିଛନ୍ତି ବୋଲି କହିଛନ୍ତି ନିରଞ୍ଜନ ।

ନିରଞ୍ଜନ ଆହୁରି ପ୍ରଶ୍ନ କରିଛନ୍ତି ଯେ, ବିଜେପି କାର୍ଯ୍ୟକର୍ତାମାନେ ୧୧ କୋଟି ଲୋକଙ୍କୁ ଭୋଜନ କରାଇଥିବାର ତଥ୍ୟ କେଉଁଠୁ ଆଣିଲେ ଶାହା ? ଏବେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଦେଶର ଦୁର୍ଗତି ସମୟରେ ଅତ୍ୟାଧୁନିକ ବ୍ୟବସ୍ଥାରେ ଭର୍ଚୁଆଲ ର‌୍ୟାଲିର ଆୟୋଜନ ଏ ଦେଶର କୋଟି କୋଟି ଗରିବଙ୍କ ପ୍ରତି ଉପହାସ ଛଡ଼ା ଆଉ କିଛି ନୁହେଁ । ଏଭଳି ଶସ୍ତା ରାଜାନୀତି ଓ ହୀନ ଚକ୍ରାନ୍ତ କରି କ୍ଷମତାରେ ରହିବାର ଭାରତ ଇତିହାସରେ କେବେ ଦେଖିବାକୁ ମିଳିନଥିଲା ବୋଲି କହିଛନ୍ତି ନିରଞ୍ଜନ ।

ନିଜେ ନୟମ କରି ସରକାର କରୋନା ସମୟରେ କୌଣସି ରାଜନୈତିକ ସଭା ସମିତି, ଉତ୍ସବ, ଦେବଦର୍ଶନ ଓ ସ୍କୁଲରେ ପାଠପଢ଼ା ଆଦି କାର୍ଯ୍ୟକୁ ନିଷିଧ କରିଛନ୍ତି । ହେଲେ ଏଭଳି ଭର୍ଚୁଆଲ ର‌୍ୟାଲି କରୋନା ନିୟନ୍ତ୍ରଣରେ କଣ ସହାୟକ ହେବ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି । ଏ ଦେଶ ଓ ରାଜ୍ୟକୁ କେବଳ ମହାପ୍ରଭୁ ଶ୍ରୀ ଜଗନ୍ନାଥ ହିଁ ଭରଷା ବୋଲି  କହିଛନ୍ତି  ।

ଦେଶରେ ବଢ଼ିଚାଲିଛି କରୋନା ଗ୍ରାଫ୍‌… ୨ ଲକ୍ଷ ୬୫ ହଜାର ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନାର ପ୍ରକୋପ ଜାରି ରହିଛି । ୨୧୩ ରାଷ୍ଟ୍ରରେ କରୋନା କାୟା ବିସ୍ତାର କରିଛି । ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୭୦ ଲକ୍ଷ ଟପିଥିବା ବେଳେ ୪ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଛି କରୋନା । ସେହିଭଳି ପ୍ରାୟ ୩୪ ଲକ୍ଷରୁ ଅଧିକ ଲୋକେ ସୁସ୍ଥ ହୋଇଛନ୍ତି । କେବଳ ୧୫ ଟି ଦେଶରୁ ଆସିଛି ୭୭ ପ୍ରତିଶତ କେସ୍‌ । ୮ଟି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଛି । ଆମେରିକାରେ ସର୍ବାଧିକ କରୋନା ସଂକ୍ରମିତ ରହିଛନ୍ତି । ଏଠାରେ ଆକ୍ରାନ୍ତ ସଂଖ୍ୟା ୨୦ ଲକ୍ଷ ଟପିଛି । ସେହିପରି ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ । ସେଠାରେ ୭ ଲକ୍ଷରୁ ଅଧିକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୭ ହଜାର ଟପିଛି ।

ସେହିଭଳି ଭାରତରେ ମଧ୍ୟ ବଢୁଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ଅଢେଇ ଲକ୍ଷ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ହଜାର ପାର ହୋଇଛି । କରୋନାରେ ସର୍ବାଧିକ ସଂକ୍ରମିତ ୫ ଦେଶରେ ନୂଆ ମାମଲାର ବର୍ଦ୍ଧିତ ହାର ମଧ୍ୟରୁ ୨ ପ୍ରତିଶତରୁ କମ୍‌ ରହିଛି । ସେପଟେ ବ୍ରାଜିଲ୍‌ ଓ ଭାରତରେ ୪ ପ୍ରତିଶତରୁ ଅଧିକ ହାରରେ ସଂକ୍ରମଣ ବଢୁଛି ।

ଅମ୍ଫାନ୍‌ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଥିଲେ ସାଙ୍ଗରେ କରୋନା ନେଇ ଫେରିଲେ

ଏପ୍ରିଲ ପ୍ରଥମ ସପ୍ତାହରେ ହିଁ ଭାରତର ସଂକ୍ରମଣ ହାର ଆମେରିକା ଓ ବ୍ରିଟେନ୍‌ଠାରୁ ଅଧିକ ରହିଥିଲା । ଆଇସିଏମ୍‌ଆର ତଥ୍ୟ ଅନୁସାରେ ଭାରତରେ ପ୍ରତିଦିନ ୧.୪ ଲକ୍ଷ ଟେଷ୍ଟ ହେଉଛି । ମହାରାଷ୍ଟ୍ରରେ ସର୍ବାଧିକ ୮୫ ହଜାର ୫ ଶହରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୩ ହଜାରରୁ ଅଧିକଙ୍କ ମୃତ୍ୟୁ ହୋଇଛି । କରୋନାର ମୁକାବିଲା କରିବା ପାଇଁ ସମସ୍ତ ସ୍ତରରେ ପ୍ରସ୍ତୁତି ଜାରି ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଠାରୁ ଆରମ୍ଭ କରି ସମସ୍ତ ଦେଶ କରୋନା ମୁକାବିଲା କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ବିୟର ପିଇବା ପରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ…

ନୂଆଦିଲ୍ଲୀ: ମଦ ଓ ବିୟର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ତଥାପି ଅଭ୍ୟସ୍ତ ଲୋକେ ବିୟର ପିଇବା ଛାଡିପାରନ୍ତି ନାହିଁ । ବିୟର ଓ ମଦ ପିଇବା ଆଜିକାଲିର ଟ୍ରେଣ୍ଡ ପାଲଟିଯାଇଛି । ଏହା ଯୁବପିଢୀଙ୍କ ପାଇଁ ବେଶ କୁଲ୍ ।  ଏହା ପିଇବା ଯେମିତି ଆଜିକାଲି ଲାଇଫଷ୍ଟାଇଲର ନିୟମ୍ । କେବଳ ଯୁବବର୍ଗ ନୁହଁନ୍ତି ବରଂ ଏହା କିଛି ବୟସ୍କ ଲୋକଙ୍କ ଜୀବନର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ । ଆଧୁନିକ ଜୀବନଶୈଳୀରେ ଅଧିକାଂଶ ଲୋକଙ୍କ ଜୀବନରେ ମଦର ଏକ ବିଶେଷ ସ୍ଥାନ ରହିଛି । କୈାଣସି ପାର୍ଟି ବିୟର ବା ମଦ ବିନା ଜମିନଥାଏ। ବିୟର ସହ ପିଜା,ବର୍ଗର,ବାଦାମ୍, ଚିପ୍ସ ଭଳି ମସଲାଯୁକ୍ତ ଖାଦ୍ୟକୁ ମଧ୍ୟ ପସନ୍ଦ କରାଯାଏ। କେବଳ ସେତିକି ନୁହେଁ କିଛି ଲୋକେ ବିୟର ସହ ଅଙ୍ଗୁର ଓ କମଳା ଭଳି ଖଟା ଫଳ ଖାଇବା ପସନ୍ଦ କରନ୍ତି । କିନ୍ତୁ ଏହା ଶରୀର ପ୍ରତି ଅତ୍ୟନ୍ତ ହାନିକାରକ ହୋଇଥାଏ।

ଲୋକେ ବିୟର ସହ ଚାଖିବା ପାଇଁ ଯାହା ପାଆନ୍ତି ଖାଇ ଦିଅନ୍ତି ସତ କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ମରଣାନ୍ତକ ପ୍ରମାଣ ହୋଇପାରେ । ବିୟର ସହ ଖଟା ଫଳ ଖାଇବା ଉଭୟ ହୃଦୟ ଏବଂ ପେଟ ପାଇଁ ସାଂଘାତିକ ପ୍ରମାଣିତ ହୋଇପାରେ । ଏହି କାରଣରୁ, ମଦ୍ୟପାନ ପରେ ଖଟା ଫଳ ଖାଇବା ଅନୁଚିତ୍ । କେବଳ ସେତିକି ନୁହେଁ, ବିଳମ୍ବିତ ରାତିରେ ବିୟର ପିଉଥିବା ବ୍ୟକ୍ତିମାନେ ମଧ୍ୟ ଫଳ ଖାଇବାଠୁ ଦୂରେଇ ରହିବା ଉଚିତ । କାରଣ ଏହା ଶରୀରର ଗ୍ୟାସ୍ ସମସ୍ୟାକୁ ବଢାଇଥାଏ । ବହୁତ କମ ଲୋକେ ଜାଣିଥାନ୍ତି ଯେ, ମଦ୍ୟପାନ ସହ ଫଳ ଖାଇବା ଶରୀର ପାଇଁ ଅତ୍ୟନ୍ତ ବିପଦଜ୍ଜନକ ହୋଇଥାଏ । ଏଥି ସହିତ, ଖଟା ଫଳଗୁଡିକ ସକାଳୁ ଉଠିବା ପରେ ତୁରନ୍ତ ଖାଇବା ଉଚିତ୍ ନୁହେଁ । କାରଣ ଏହା ପରେ ଏସିଡ୍ ସମସ୍ୟାର ଆଶଙ୍କା ରହିଥାଏ ।

ଏହି ସବୁ ରାଶିର ଲୋକଙ୍କର ଆଜି ରହିଛି ଫାଇଦା… ଜାଣନ୍ତୁ

ଜୁନ୍‌ ୯ ,୨୦୨୦ ମସିହା, ବୃଷ ୨୭ ଦିନ,

୧୯୪୨ଶକାଦ୍ଦଃ,୧୪୨୭ ସାଲ୍‌,୨୦୭୭ ସମ୍ବତ୍‌

ଆଷାଢ ମାସ କୃଷ୍ଣପକ୍ଷ ଚତୁର୍ଥୀ

ଉତ୍ତରଷାଢା ନକ୍ଷତ୍ର, ମକର ରାଶିରେ ଚନ୍ଦ୍ର ରହୁଛନ୍ତି

ଘାତବାର- ମକର ରାଶିର

ଘାତଚନ୍ଦ୍ର- ସିଂହରାଶି ପୁରୁଷଙ୍କର

ଯୋଗିନୀ ରହିବେ ନୈରତେ ରାତି ୭ଟା ୪୨ ପର୍ଯ୍ୟନ୍ତ

ଏହା ପରେ ଯାଗିନୀ ରହିବେ ଦକ୍ଷିଣେ

ଶୁଭ ସମୟ- ସକାଳ ୮ଟା ୪୩ ରୁ ଦିନ ୧୧ ଟା ୨୦ମଧ୍ୟରେ

ଅଶୁଭ ସମୟ- ଦିନ ୩ଟା ୦୫ ରୁ ଦିନ ୪ ଟା ୪୪ ମଧ୍ୟରେ

ଆଜି ମୂଳା ଖାଇବା ମନା

ମେଷ ରାଶି

ଅଶ୍ୱିନୀ- ପୂର୍ବ ବିବାଦର ସମାଧାନ ହୋଇଯିବ

ଦ୍ୱିଜା- କୈାଣସି ତୀର୍ଥସ୍ଥାନକୁଯିବାର ଖବର ପାଇବେ

କୃତ୍ତିକା- ବ୍ୟବସାୟରେ ଆଶାଜନକ ଫଳ ପାଇପାରନ୍ତି

ତୁଳସୀ ଗଛ ମୂଳର ମାଟିକୁ ମଥାରେ ଲଗାନ୍ତୁ

ବୃଷ ରାଶି

କୃତ୍ତିକା- କୈାଣସି ସୂତ୍ରରୁ ଧନ ମିଳିବାର ସଙ୍କେତ ରହିଛି

ରୋହିଣୀ- ଦାମ୍ପତ୍ୟ ଜୀବନ ସୁଖମୟ ରହିବ

ମୃଗଶିରା- ଛାତ୍ରଛାତ୍ରୀଙ୍କ ପାଇଁ ଶୁଭ ଫଳ ମିଳିବ

ଦୁର୍ଗା କବଚ ପାଠ କରନ୍ତୁ

ମିଥୁନ ରାଶି

ମୃଗଶିରା- ରାଜନୀତି କରୁଥିବା ବ୍ୟକ୍ତିମାନେ ଅପମାନିତ ହୋଇପାରନ୍ତି

ଆର୍ଦ୍ରା- ପାରିବାରିକ ଶାନ୍ତି ଅନୁଭବ କରିବେ

ପୁନର୍ବସୁ- ସରକାରୀ ଚାକିରୀରେ ଥିଲେ ଲାଭବାନ୍‌ ହେବେ

ଗୋମାତାଙ୍କୁ କ୍ଷୀରି କିଛି ଦିଅନ୍ତୁ

କର୍କଟ ରାଶି

ପୁନର୍ବସୁ – କୋର୍ଟକଚେରୀ ମାମଲା ଲାଗି ରହିବ

ପୁଷ୍ୟା- ରାଜନୀତିରୁ ଶୁଭ ଫଳ ପାଇବେ

ଅଶ୍ଳେଷା- ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ହେବ

ସ୍ନ।ନ ସମୟରେ ଗଙ୍ଗା ଜଳ କିଛି ମିଶାଇ ସ୍ନ।ନ କରନ୍ତୁ

ସିଂହ ରାଶି

ମଘା- ବ୍ୟବସାୟୀମାନେ ଅଧିକ ଲାଭରୁ ବଞ୍ଚିତ ହେବେ

ପୂର୍ବାଫାଲଗୁନି- ଚାକିରୀରେ ନିଜର ସୁରକ୍ଷା ପାଇଁ ଉଦ୍ୟମ କରନ୍ତୁ

ଉତ୍ତରାଫାଲଗୁନି- ମାନସିକ ସୁସ୍ଥତା ପାଇବା ସହ ଖୁସିରେ କଟିବ ଦିନ

ନିଜ ମା’ଙ୍କୁ କିଛି ଉପହାର ଦିଅନ୍ତୁ

କନ୍ୟା ରାଶି

ଉତ୍ତରଫାଲଗୁନି- କିଛି ସମୟ କୈାଣସି ଧାର୍ମିକନୁଷ୍ଠାନରେ କଟାନ୍ତୁ

ହସ୍ତା- ନୂଆ ଗାଡି କିଣିବାର ଶୁଭ ଦିନ ରହିଛି

ଚିତ୍ରା- କୋର୍ଟକଚେରୀ ମାମଲା ଲାଗି ରହିବ

ସୂର୍ଯ୍ୟଦେବଙ୍କୁ ମହୁ ଜଳ କିଛି ଅର୍ପଣ କରନ୍ତୁ

 ତୁଳା ରାଶି

ଚିତ୍ରା – ଅର୍ଥ ସମସ୍ୟା କିଛି ପରିମାଣରେ ସୁଧୁରି ଯିବ

ସ୍ୱାତୀ- ବିବାହ ଜୀବନ ସୁଖମୟ ରହିବ

ବିଶାଖା- ପାରିବାରିକ କଳହରୁ ମୁକ୍ତି ପାଇବେ

ଗାୟତ୍ରୀ ମନ୍ତ୍ର ୯ ଥର ଜପ କରନ୍ତୁ

ବିଛା ରାଶି

ବିଶାଖା- ବ୍ୟବସାୟରେ ନିଜ ଯୋଜନାକୁ ଗୁପ୍ତ ରଖନ୍ତୁ

ଅନୁରାଧା- କୈାଣସି ବିବାଦ ଲାଗି ରହିଥିଲେ ସେଥିରେ ସମାଧାନ ମିଳିବ

ଜ୍ୟୋଷ୍ଠା- ରାଜନୀତି କରୁଥିଲେ ସେଥିରୁ ଫାଇଦା ପାଇବେ

କିଛି କଉଡି ପାଖରେ ରଖନ୍ତୁ

ଧନୁ ରାଶି

ମୂଳା- କଳା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନେ ପ୍ରତିଷ୍ଠା ପାଇବେ

ପୂର୍ବାଷାଢା- ଅଧିକ ପରିଶ୍ରମ କରିଲେ ହିଁ ସଫଳତା ପାଇବେ

ଉତ୍ତରାଷାଢା- ଜମିଜମା ବିବାଦ ଲାଗି ରହିବ

ହନୁମାନ ଚାଳିଶା ପାଠ କରିବା ଶୁଭଙ୍କର ରହିବ

ମକର ରାଶି

ଉତ୍ତରାଷାଢା – ରାଜନୀତିରେ ରହିଥିଲେ ସେଥିରେ ସଫଳତା ପାଇବେ

ଶ୍ରବଣା-ବହୁ ଦିନରୁ ଲାଗି ରହିଥିବା ବିବାଦ ଦୁର ହେବ

ଧନିଷ୍ଠା- କର୍ମ କ୍ଷେତ୍ରରେ ପଦୋନ୍ନତି ମିଳିବାର ସୂଚନା

ଘରେ ଶ୍ରୀବିଷ୍ଣୁଙ୍କ ପାଖରେ ପାନ,ଗୁଆ କିଛି ଅର୍ପଣ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଅର୍ଥ ବୃଦ୍ଧି ହେବାର ଶୁଭ ସଙ୍କେତ ପାଇବେ

ଶତଭିଷା-କୈାଣସି ଜିନିଷ ଚୋରି ହେବାର ସମ୍ଭାବନା ରହିଛି

ପୂର୍ବଭାଦ୍ରପଦ- ନିଜର ପ୍ରତିଟି ଜିନିଷ ନିୟନ୍ତ୍ରଣରେ ରଖନ୍ତୁ

ବଜରଙ୍ଗ ବାଣ ପାଠ କରିବା ଶୁଭ ରହିବ

ମୀନ ରାଶି

ପୂର୍ବଭାଦ୍ରପଦ- ଶରୀର ଅସୁସ୍ଥ ହୋଇପାରେ, ସତର୍କ ରହିବେ

ଉତ୍ତରଭାଦ୍ରପଦ- ଭାଇଙ୍କ ସହଯୋଗରେ କିଛି ରୋଜଗାର ପାଇପାରନ୍ତି

ରେବତୀ- କୋର୍ଟକଚେରୀ ମାମଲାର ସମାଧାନ ହୋଇପାରେ

ଅପରାଜିତା ଗଛ ମୂଳରେ କ୍ଷୀର କିଛି ଅର୍ପଣ କରନ୍ତୁ

 

ଜ୍ୟୋତିର୍ବିଦ୍‌ ପ୍ରଜ୍ଞା ତ୍ରିପାଠୀ

ଯୋଗାଯୋଗ- 8984684801

 

ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲଂଘନ, ଭାରତୀୟ ସେନାର କଡ଼ା ଜବାବ..

ନୂଆଦିଲ୍ଲୀ: ପାକିସ୍ତାନ ପକ୍ଷରୁ ଲଗାତାର ତୃତୀୟ ଥର ପାଇଁ ସୀମାରେ ଅସ୍ତ୍ରବିରତି ନିୟମ ଉଲଂଘନ କରାଯାଇଛି । ଜୁନ୍ ୮ ତାରିଖ ସନ୍ଧ୍ୟାରେ ପୁଞ୍ଚ ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଗୁଳି ଚାଳନା କରଯାଇଥିଲା । ଏହି ଗୁଳି ଚାଳନା ମଧ୍ୟ ପାକିସ୍ତାନ ପକ୍ଷରୁ ମୋର୍ଟାର ମାଡ଼ ମଧ୍ୟ କରାଯାଇଥିଲା । ପାକିସ୍ତାନର ଅସ୍ତ୍ରବିରତି ନିୟମ ଉଲଂଘନର କଡ଼ା ଜବାବ ମଧ୍ୟ ଦେଇଛି ଭାରତ । ଜୁନ୍‌ ୮ ତାରିଖରେ ଲଗାତାର ଭାବେ ତୃତୀୟ ଥର ପାଇଁ ଏହି ଅସ୍ତ୍ରବିରତି ନିୟକ ଉଲଂଘନ କରିଥିଲା ପାକିସ୍ତାନ ।

ଏହା ପୂର୍ବରୁ ଜୁନ୍ ୭ ରେ ପାକିସ୍ତାନ ପକ୍ଷରୁ ଜାମ୍ମୁ କାଶ୍ମୀରର କିରେନ୍‌ ଓ ରାମପୁର ସେକ୍ଟରରେ ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରାଯାଇଥିଲା । ରବିବାର ସକାଳ ୧୧ଟା ଓ ୧୨.୪୦ରେ ପାକିସ୍ତାନ ପକ୍ଷରୁ ବିନା କାରଣରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି । ପାକିସ୍ତାନୀ ସେନା ଉତ୍ତର କାଶ୍ମୀରର ବାରାମୁଲ୍ଲା ଅଞ୍ଚଳର ଉରି ସେକ୍ଟରରେ ମଧ୍ୟ ମୋର୍ଟାର ମାଡ଼ ମଧ୍ୟ କରିଥିଲା ।

ଗୁରୁବାର ପାକିସ୍ତାନ ସେନାର ଗୁଳିରେ ହାବିଲଦାର ମାଥିଆଝଗନ ଆହତ ହୋଇଥିଲେ । ତାଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିଲା । ହାମିଲଦାର ମାଥିଆ, ତାମିଲନାଡୁର ସାଲେମ ଜିଲ୍ଲାର ବୋଲି ଜଣାପଡ଼ିଛି ।

ଅଗଷ୍ଟ ୧୫ ଯାଏ ବନ୍ଦ ରହିବ ବିଶ୍ୱବିଦ୍ୟାଳୟ…

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କଡ଼ାନିର୍ଦ୍ଦେଶ । କ୍ୟାମ୍ପସରେ ରହୁଥିବା ସମସ୍ତ ଛାତ୍ରଙ୍କୁ ଯଥା ଶୀଘ୍ର ନିଜ ଘରକୁ ଯାଅ । କରୋନା ଭାଇରସ୍‌ ସଂକ୍ରମଣ ଯେଭଳି ଭାବେ ବୃଦ୍ଧି ପାଇବାରେ ଲାଗିଛି, ଏହାକୁ ଦୃଷ୍ଟିରେ ରଖି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ ଏଖ ସର୍କୁଲାର ଜାରି କରିଛନ୍ତି । ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷାନୁଷ୍ଠାନ ଅଗଷ୍ଟ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଏହି ସର୍କୁଲାରେ ଦର୍ଶାଯାଇଛି । ତେଣୁ ସମସ୍ତ ଛାତ୍ରମାନଙ୍କୁ କ୍ୟାମ୍ପସ ଛାଡ଼ି ନିଜ ନିଜ ଘରକୁ ଫେରିବାକୁ କୁହାଯାଇଛି । 

ଗତ ରବିବାର ଜେଏନୟୁରେ କରୋନା ଭାଇରସର ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଜେଏନୟୁ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଫାର୍ମାସିଷ୍ଟ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ କରୋନା ସଂକ୍ରମଣର ଏହା ପ୍ରଥମ ମାମଲା ଥିଲା । ଏହା ପରେ ଜେଏନୟୁ ପ୍ରଶାସନ ପକ୍ଷରୁ ଏନେଇ ସ୍ପଷ୍ଟିକରଣ ଦିଆଯାଇଥିଲା । ପରେ ଏକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇ ସମସ୍ତ ଷ୍ଟାଫ୍‌ ଓ ଛାତ୍ର ମାନଙ୍କୁ କୁହାଯାଇଥିଲା ଯେ, ଯଦି କାହା ନିକଟରେ କରୋନା ଜନିତ କୌଣସି ଲକ୍ଷଣ ଦେଖାଯାଉଛି ତେବେ, ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ସରକାରୀ ଡାକ୍ତରଖାନାରେ ଯୋଗାଯୋଗ କରନ୍ତୁ ।

ଅନ୍ୟପଟେ ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦେହରେ କରୋନା ଲକ୍ଷଣ ଦେଖାଯାଇଥିଲା । ଫଳରେ ସେ ଏବେ ନିଜକୁ ଆଇସୋଲେସନ୍‌ରେ ରଖିଛନ୍ତି । ମଙ୍ଗଳବାର ତାଙ୍କ କୋଭିଡ-୧୯ ପରୀକ୍ଷା କରାଯିବ ।

ସାବଧାନ ! ୪ କୋଟି ଲୋକଙ୍କ ଫୋନରେ ଅଛି ୨୦୨୦ର ସବୁଠୁ ଭୟଙ୍କର ଆପ୍,ତୁରନ୍ତ କରନ୍ତୁ ଡିଲିଟ୍

ବିଭିନ୍ନ ଆପରେ ଭାଇରସ ଆସିବା କଥା ତ ଆପଣମାନେ ଜାଣିଛନ୍ତି । ଗୋଟିଏ ନୂଆ ରିପୋର୍ଟରେ କୁହାଯାଇଛି ଯେ, ମେଲିସିୟସ ମୋବାଇଲ ଆପର ସମୁଦାୟ ସଂଖ୍ୟା ଗତ ବର୍ଷ ପ୍ରଥମ କ୍ୱାର୍ଟର  ତୁଳନାରେ ୨୦୨୦ର ପ୍ରଥମ ତିନି ମାସରେ ଦ୍ୱିଗୁଣିତ ହୋଇଛି । କେବେଳ ଏତିକି ନୁହେଁ ରିପୋର୍ଟରେ ଏହାଠାରୁ ବି ଅଧିକ ଭୟଙ୍କର ତଥ୍ୟର ଖୁଲାସା କରାଯାଇଛି । ସାଇବର ସିକ୍ୟୁରିଟି ଫର୍ମ ଅଫ୍ ଷ୍ଟ୍ରିମ ସିଷ୍ଟମ ତା ରିପୋର୍ଟରେ କହିଛି ଯେ, ୨୦୨୦ର ସବୁଠୁ ଭୟଙ୍କର ଆପ୍ ସ୍ନାପଟ୍ୟୁବକୁ ୪୦ମିଲିୟନ ଲୋକ ଡାଉନଲୋଡ଼ କରିଛନ୍ତି ।

ସ୍ନାପଟ୍ୟୁବକୁ ଚୀନର ଏକ କମ୍ପାନୀ ମୋବିସ୍ପେସ୍ ତିଆରି କରିଛି । ସୂଚନା ଅନୁସାରେ ଏହି ଆପ୍ ଫୋନରେ ଡାଉନଲୋଡ଼ ହେବା ପରେ ବିନା ଅନୁମତିରେ ହିଁ ଉପଭୋକ୍ତାଙ୍କୁ ପ୍ରିମିୟମ ସର୍ଭିସ ପାଇଁ ସାଇନ ଅପ୍ କରିଦେଇଥାଏ । ଏହା ବ୍ୟତୀତ ଆଡ୍ କ୍ଲିକ୍ ଆକ୍ଟିଭେଟ ମଧ୍ୟ କରିପଥାଏ, ଯେଉଁଥିରେ ସେ ବିଜ୍ଞାପନକୁ ନିଜେ ଡାଉନଲୋଡ଼ କରିବା ସହ କ୍ଲିକ ମଧ୍ୟ କରିଦେଇଥାଏ ।

ଆପଟି ଏହି ଫୋନର ଗ୍ୟାଲେରିରେ ପୂର୍ବରୁ ହିଁ  ରହିଥାଏ

ଏହି ଆପରେ ଉପଭୋକ୍ତା ଲୋକପ୍ରିୟ ଭିଡ଼ିଓ ଓ ଅଡ଼ିଓ ଷ୍ଟ୍ରିମିଂ ସାଇଟ୍  ୟୁଟୁବ୍ ଏବଂ ଫେସବୁକର ଭିଡ଼ିଓ ଏବଂ ଅଡ଼ିଓ ଡାଉନଲୋଡ଼ କରିପାରିବେ । ଜଣାପଡ଼ିଛି ଯେ, ସ୍ନାପଟ୍ୟୁବରେ ନିଜର ୱେବସାଇଟ୍ ମଧ୍ୟ ରହିଛି । ଏହି ୱେବସାଇଟ ଅନୁସାରେ ଆପକୁ ବିଶ୍ୱରେ ୩୦କୋଟି ଉପଭୋକ୍ତା ଡାଉନଲୋଡ଼ କରିଛନ୍ତି । ଏହାସହ ଆପ ହୁବାବେର ଆପ୍ ଗାଲେରୀ ମଧ୍ୟ ଏହ ରହିଥିବା ଜଣା ପଡିଛି ।

ରିପୋର୍ଟରେ କୁହାଯାଇଛି ଯେ, ଗତବର୍ଷ ୭କୋଟିରୁ ଅଧିକ ଠକେଇ ଟ୍ରାଞ୍ଜାକ୍ସନ ସ୍ନାପଟ୍ୟୁବ୍ ଜରିଆରେ ହିଁ ହୋଇଥିଲା । ଏହାସହ ଚଳିତ ବର୍ଷ ଏମିତି ୩କୋଟିରି ଅଧିକ ଠକେଇ ସାମ୍ନାକୁ ଆସି ସାରିଛି, ଯେଉଁଥିରେ ସେକ୍ୟୁର-ଡ଼ି ପ୍ଲାଟ ଫର୍ମ ବ୍ଲକ କରିଥିଲା ।

ପ୍ଲେ ଷ୍ଟୋରରେ ଏହି ଆପର ଦିଆଯାଇନାହିଁ

ଆପଣଙ୍କୁ କହି ରଖୁଛୁ ଯେ, ଗୁଗୁଲ ଏହି ଆପକୁ ପ୍ଲେ ଷ୍ଟୋର ପୂର୍ବରୁ ହିଁ ହଟାଇ ଦେଇଥିଲା, କିନ୍ତୁ ଉପଭୋକ୍ତା ଏବେ  ବି ଏହାକୁ ଉପଭୋକ୍ତା ଅନ୍ୟ ସୋର୍ସ ମାଧ୍ୟମରେ ଡାଉନଲୋଡ଼ କରୁଛନ୍ତି । ଯଦି ଆପଣ ଆଣ୍ଡ୍ରୋଏଡ୍ ଉପଭୋକ୍ତା ତେବେ ଆପଣଙ୍କ ଫୋନରେ ଏହି ଆପ୍ ଅଛି,ତେବେ ଏହାକୁ ଆପଣ ଜଲଦି ହଟାଇ ଦିଅନ୍ତୁ ।

ହିନ୍ଦୁ ମାନେ ନଦୀରେ କ’ଣ ପାଇଁ ଟଙ୍କା ପକାନ୍ତି ? ଜାଣନ୍ତୁ ଏହା ପଛର ଧାର୍ମିକ ମାନ୍ୟତା…

ନଦୀରେ ଟଙ୍କା ପକାଇବାର ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି । ଆମେ କେବେ ଜାଣିବାକୁ ଚେଷ୍ଟା କରିଛେ କି ଆମେ କାହିଁକି ନଦୀରେ ଟଙ୍କା ପକାଉ ? ଏହି ପ୍ରଥା ପଛରେ ଏକ ବଡ଼ କାରଣ ଅଛି । ବାସ୍ତବରେ, ସେହି ସମୟରେ ଯେତେବେଳେ ନଦୀରେ ଟଙ୍କା ପକାଇବାର ପ୍ରଥା ଆରମ୍ଭ ହୋଇଥିଲା, ସେହି ସମୟରେ ଷ୍ଟିଲ ମୁଦ୍ରା ବଦଳରେ ତମ୍ବାର ମୁଦ୍ରା ବ୍ୟବହୃତ ହେଉ ଥିଲା, ଏବଂ ତମ୍ବା ଜୀବନ ଏବଂ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ, ଆପଣ ହୁଏତ ଭଲ ଭାବରେ ଜାଣିଥିବେ ।

ଅତୀତରେ ନଦୀଗୁଡ଼ିକ ଜଳର ମୁଖ୍ୟ ଉତ୍ସ ଥିଲା । ଲୋକମାନେ ପ୍ରତ୍ୟେକ କାର୍ଯ୍ୟରେ କେବଳ ନଦୀର ପାଣିଙ୍କୁ ହିଁ ବ୍ୟବହାର କରୁଥିଲେ । ଯେହେତୁ ଜଳକୁ ଶୁଦ୍ଧ କରିବାରେ ତମ୍ବା ଅତ୍ୟନ୍ତ ଉପକାରୀ, ତେଣୁ ଲୋକମାନେ ଯେତେବେଳେ ନଦୀ କିମ୍ବା ପୋଖରୀ ଦେଇ ଯାଉଥିଲେ, ସେମାନେ ତମ୍ବା ମୁଦ୍ରା ପକାଉଥିଲେ । ଆଜି, ତମ୍ବା ମୁଦ୍ରା ନାହିଁ, ତଥାପି ଲୋକମାନେ ସେହି ପୂର୍ବରୁ ପ୍ରଚଳିତ ପ୍ରଥାକୁ ଏବେ ବି ମାନୁଛନ୍ତି । ଆସନ୍ତୁ ଜାଣିବା ଅନ୍ୟ ହିନ୍ଦୁ ପରମ୍ପରା ….

ଚୁଡ଼ିର ମହତ୍ତ୍ୱ

ପୁରାତନ ଯୁଗରେ, ଅଧିକାଂଶ ମହିଳା ସୁନା ଓ ରୂପାର ଚୁଡ଼ି ପିନ୍ଧୁଥିଲେ । ବିଶ୍ୱାସ କରାଯାଏ ଯେ ସୁନା ଓ ରୂପାର ଘର୍ଷଣରେ ଶରୀରକୁ ଏହାର ଶକ୍ତିଶାଳୀ ତତ୍ତ୍ୱ ପ୍ରାପ୍ତ ହୋଇଥାଏ । ଯାହା ମହିଳାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ କମାଇବାରେ ଉପକାରୀ ହୋଇଥାଏ । ମହିଳାମାନେ ପୁରୁଷଙ୍କ ଅପେକ୍ଷା ଦୁର୍ବଳ । କିନ୍ତୁ ଚୁଡ଼ି ସେମାନଙ୍କର ହାତକୁ ମଜବୁତ୍ ଏବଂ ଶକ୍ତିଶାଳୀ କରିଥାଏ ।

ସିନ୍ଦୁର ଲଗାଇବା

ସିନ୍ଦୁର ହଳଦି, ଲେମ୍ବୁ ଏବଂ ମର୍କରର ମିଶ୍ରଣରୁ ସିନ୍ଦୁର ପ୍ରସ୍ତୁତ ହୋଇଥାଏ । ସିନ୍ଦୁର ମହିଳାଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଏହା ବ୍ୟତୀତ ସିନ୍ଦୂର ମଧ୍ୟ ମହିଳାମାନଙ୍କୁ ଚାପରୁ ଦୂରେଇ ରଖିଥାଏ ।

ପିଲାମାନଙ୍କର କାନ ଫୋଡ଼ିବା

ବିଜ୍ଞାନ କହୁଛି ଯେ କାନ ଫୋଡ଼ିବା ଫଳରେ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ସଠିକ୍ ଭାବରେ ହୋଇଥାଏ ।  ପିଲାମାନଙ୍କ ଚେହେରାରେ ଚମକ ଆଣିଥାଏ । ଏହି କାରଣରୁ, ପିଲାମାନେ ଉତ୍ତମ ଜ୍ଞାନ ପ୍ରାପ୍ତ କରିନିଅନ୍ତି ।

ବଡ଼ମାନଙ୍କର ପାଦ ଛୁଇଁବା

ପାଦ ଛୁଇଁବା ବେଳେ ବଦ୍ୟୁତିକ ଚୁମ୍ବକୀୟ ଶକ୍ତି ଶକ୍ତି ଆମ ଶରୀରକୁ ନୂତନ ଶକ୍ତି ପ୍ରଦାନ କରେ ଏବଂ ଆମକୁ ଶକ୍ତିଶାଳୀ, ସୁସ୍ଥ ଏବଂ ସକରାତ୍ମକ ଚିନ୍ତାଧାରାରେ ପରିପୂର୍ଣ୍ଣ କରେ | ସୁଖାସାନା ସାହାଯ୍ୟରେ ସମଗ୍ର ଶରୀରରେ ରକ୍ତ ସଞ୍ଚାଳନ ସମାନ ଭାବରେ ଆରମ୍ଭ ହୁଏ, ଯାହା ଶରୀରକୁ ଅଧିକ ଶକ୍ତିଶାଳୀ କରିଥାଏ  ।

ହାତ ମେହେନ୍ଦୀ ଲଗାଇଲେ କଣ ହୁଏ ?

ବିଜ୍ଞାନ କହିଛି ଯେ ମେହେନ୍ଦୀ ଅତ୍ୟଧିକ ଥଣ୍ଡା ଏବଂ ଏହାର ପ୍ରୟୋଗ ମନକୁ ଥଣ୍ଡା ରଖେ ଏବଂ ଚାପକୁ ମଧ୍ୟ ହ୍ରାସ କରିଥାଏ, ତେଣୁ ବର କନ୍ୟାମାନେ ବିବାହ ଦିନ ମେହେନ୍ଦି ଲଗାଇଥାନ୍ତି । ଯାହା ଦ୍ୱାରା ସେମାନେ ବିବାହ ଦ୍ୱାରା ଚାପଗ୍ରସ୍ତ ନ ହୁଅନ୍ତୁ ।

ଭୋଜନ ଶେଷରେ ମିଠା ଖାଇଲେ କଣ ହୁଏ ?

ଯେତେବେଳେ ଆମେ କିଛି ମସଲାଯୁକ୍ତ ଖାଦ୍ୟ ଖାଇଥାଉ, ଆମ ଏସିଡିଟି ହେବାକୁ ଲାଗେ ଫଳରେ ଆମର ଖାଦ୍ୟ ହଜମ ହୁଏ ନାହିଁ । ଖାଇବା ଶେଷରେ ମିଠା ଖାଇବା ଦ୍ୱାରା ଏଭଳି ସମସ୍ୟା କମିଥାଏ ।

ତୁଳସୀ ଗଛକୁ କାହିଁକି ପୂଜା କରାଯାଏ?

ତୁଲସୀରେ ଉପସ୍ଥିତ ରାସାୟନିକ ପଦାର୍ଥ ସେତିକି ଗୁଣକାରୀ ଯେତିକି ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ଏହା ଏକ କୀଟନାଶକ, ଯାହା ଭୟଙ୍କର ଜୀବାଣୁକୁ ନାସ କରିବାରେ ସହାୟକ ହୁଏ । ଆନାଫିଲିସ୍ ପ୍ରଜାତିର ମଶାମାନଙ୍କ ବିରୁଦ୍ଧରେ ଏହାର କୀଟନାଶକ ପ୍ରଭାବ ଉଲ୍ଲେଖନୀୟ ।

ଓସ୍ତ ଗଛକୁ କାହିଁକି ପୂଜା କରାଯାଏ ?

ଓସ୍ତ ଗଛର ଉପଯୋଗିତାକୁ  ଉଭୟ ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ ଜଗତ ସ୍ୱୀକାର କରିଥାଏ । ଏହି ଗଛ ଅନ୍ୟ ଗଛ ଅପେକ୍ଷା ବାୟୁମଣ୍ଡଳରେ ଅଧିକ ପରିମାଣର ଅମ୍ଳଜାନକୁ ପ୍ରୋତ୍ସାହିତ କରେ । ଏହା ପ୍ରଦୂଷିତ ବାୟୁକୁ ସଫା କରିଥାଏ ଏବଂ ଆଖପାଖ ପରିବେଶରେ ସତ୍ତ୍ୱିକତାକୁ ମଧ୍ୟ ବଢିଥାଏ  ।

ଅମ୍ଫାନ୍‌ ଉଦ୍ଧାର କାର୍ଯ୍ୟ ପାଇଁ ଯାଇଥିଲେ ସାଙ୍ଗରେ କରୋନା ନେଇ ଫେରିଲେ

ଭୁବନେଶ୍ୱର: କଟକ ମୁଣ୍ଡୁଳି ସ୍ଥିତ ଏନ୍‌ଡିଆର୍‌ଏଫ୍‌ ଯବାନଙ୍କୁ କରୋନା । ଜଣେ କି ଦୁଇଜଣ ନୁହେଁ, ଏକାଥରକେ ୫୦ ଜଣ ଯବାନ କରୋନା କବଳରେ ଆସିଛନ୍ତି । ୩ ଦିନ ପୂର୍ବରୁ ଜଣେ ଏନ୍‌ଡିଆାରଏଫ୍‌ ଯବାନଙ୍କ ରକ୍ତ ନମୂନା ପରୀକ୍ଷା ପରେ କରୋନାରେ ସଂକ୍ରମିତ ବୋଲି ଜଣାପଡ଼ିଥିଲା । ଏହାପରେ ସୋମବାର ପୁଣି ୪୯ ଜଣଙ୍କର କରୋନା ପଜିଟିଭ ଆସିଛି ।

୧୭୭ ଜଣ ଯବାନ ଅମ୍ଫାନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗକୁ ସାହାଯ୍ୟ ପାଇଁ  ଯାଇଥିଲେ । ତେବେ ଅନ୍ୟ ଯବାନ ମାନେ ମୁଣ୍ଡୁଳି ସ୍ଥିତ ଏନ୍‌ଡିଆର୍‌ଏଫ୍‌ ବାଟାଲିୟନରେ କ୍ୱାରେଣ୍ଟାଇନରେ ରହିଛନ୍ତି । ସେପଟେ ଯବାନ ମାନଙ୍କର ଚିକିତ୍ସା ପାଇଁ ୧୩ ଜଣଙ୍କୁ ଭୁବନେଶ୍ୱର ସ୍ଥତି କୋଭିଡ ହସ୍ପିଟାଲ କିମ୍ସକୁ ପଠାଯାଇଛି । ଅନ୍ୟ ୩୬ ଜଣଙ୍କୁ ଆସନ୍ତା କାଲି ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ ।

ସୂଚନା ଅନୁଯାୟୀ, କଟକ ସ୍ଥିତ ଏନ୍‌ଡିଆର୍‌ଏଫ୍‌ ର ୧୭୭ ଜଣ ଯବାନ ଅମ୍ଫାନ୍‌ ଉଦ୍ଧାର କାର୍ଯ୍ୟ ପାଇଁ ପଶ୍ଚିମବଙ୍ଗ ଯାଇଥିଲେ । ସେଠାରୁ ଫେରିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । ୧୭୭ ଜଣ ଯବାନଙ୍କର କୋଭିଡ ଟେଷ୍ଟ ପାଇଁ ସ୍ୱାବ ନିଆଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ପୂର୍ବରୁ ଜଣଙ୍କର ଜଣଙ୍କର କୋଭିଡ ପଜିଟିଭ ଥିବା ରିପୋର୍ଟ ଆସିଥିଲା । ପରେ ସୋମବାର ଅନ୍ୟ ୪୯ ଜଣଙ୍କର ପଜିଟିଭ ରିପୋର୍ଟ ଆସିଛି ।