spot_img
Home Blog Page 6847

ସାବଧାନ ! ୪ କୋଟି ଲୋକଙ୍କ ଫୋନରେ ଅଛି ୨୦୨୦ର ସବୁଠୁ ଭୟଙ୍କର ଆପ୍,ତୁରନ୍ତ କରନ୍ତୁ ଡିଲିଟ୍

ବିଭିନ୍ନ ଆପରେ ଭାଇରସ ଆସିବା କଥା ତ ଆପଣମାନେ ଜାଣିଛନ୍ତି । ଗୋଟିଏ ନୂଆ ରିପୋର୍ଟରେ କୁହାଯାଇଛି ଯେ, ମେଲିସିୟସ ମୋବାଇଲ ଆପର ସମୁଦାୟ ସଂଖ୍ୟା ଗତ ବର୍ଷ ପ୍ରଥମ କ୍ୱାର୍ଟର  ତୁଳନାରେ ୨୦୨୦ର ପ୍ରଥମ ତିନି ମାସରେ ଦ୍ୱିଗୁଣିତ ହୋଇଛି । କେବେଳ ଏତିକି ନୁହେଁ ରିପୋର୍ଟରେ ଏହାଠାରୁ ବି ଅଧିକ ଭୟଙ୍କର ତଥ୍ୟର ଖୁଲାସା କରାଯାଇଛି । ସାଇବର ସିକ୍ୟୁରିଟି ଫର୍ମ ଅଫ୍ ଷ୍ଟ୍ରିମ ସିଷ୍ଟମ ତା ରିପୋର୍ଟରେ କହିଛି ଯେ, ୨୦୨୦ର ସବୁଠୁ ଭୟଙ୍କର ଆପ୍ ସ୍ନାପଟ୍ୟୁବକୁ ୪୦ମିଲିୟନ ଲୋକ ଡାଉନଲୋଡ଼ କରିଛନ୍ତି ।

ସ୍ନାପଟ୍ୟୁବକୁ ଚୀନର ଏକ କମ୍ପାନୀ ମୋବିସ୍ପେସ୍ ତିଆରି କରିଛି । ସୂଚନା ଅନୁସାରେ ଏହି ଆପ୍ ଫୋନରେ ଡାଉନଲୋଡ଼ ହେବା ପରେ ବିନା ଅନୁମତିରେ ହିଁ ଉପଭୋକ୍ତାଙ୍କୁ ପ୍ରିମିୟମ ସର୍ଭିସ ପାଇଁ ସାଇନ ଅପ୍ କରିଦେଇଥାଏ । ଏହା ବ୍ୟତୀତ ଆଡ୍ କ୍ଲିକ୍ ଆକ୍ଟିଭେଟ ମଧ୍ୟ କରିପଥାଏ, ଯେଉଁଥିରେ ସେ ବିଜ୍ଞାପନକୁ ନିଜେ ଡାଉନଲୋଡ଼ କରିବା ସହ କ୍ଲିକ ମଧ୍ୟ କରିଦେଇଥାଏ ।

ଆପଟି ଏହି ଫୋନର ଗ୍ୟାଲେରିରେ ପୂର୍ବରୁ ହିଁ  ରହିଥାଏ

ଏହି ଆପରେ ଉପଭୋକ୍ତା ଲୋକପ୍ରିୟ ଭିଡ଼ିଓ ଓ ଅଡ଼ିଓ ଷ୍ଟ୍ରିମିଂ ସାଇଟ୍  ୟୁଟୁବ୍ ଏବଂ ଫେସବୁକର ଭିଡ଼ିଓ ଏବଂ ଅଡ଼ିଓ ଡାଉନଲୋଡ଼ କରିପାରିବେ । ଜଣାପଡ଼ିଛି ଯେ, ସ୍ନାପଟ୍ୟୁବରେ ନିଜର ୱେବସାଇଟ୍ ମଧ୍ୟ ରହିଛି । ଏହି ୱେବସାଇଟ ଅନୁସାରେ ଆପକୁ ବିଶ୍ୱରେ ୩୦କୋଟି ଉପଭୋକ୍ତା ଡାଉନଲୋଡ଼ କରିଛନ୍ତି । ଏହାସହ ଆପ ହୁବାବେର ଆପ୍ ଗାଲେରୀ ମଧ୍ୟ ଏହ ରହିଥିବା ଜଣା ପଡିଛି ।

ରିପୋର୍ଟରେ କୁହାଯାଇଛି ଯେ, ଗତବର୍ଷ ୭କୋଟିରୁ ଅଧିକ ଠକେଇ ଟ୍ରାଞ୍ଜାକ୍ସନ ସ୍ନାପଟ୍ୟୁବ୍ ଜରିଆରେ ହିଁ ହୋଇଥିଲା । ଏହାସହ ଚଳିତ ବର୍ଷ ଏମିତି ୩କୋଟିରି ଅଧିକ ଠକେଇ ସାମ୍ନାକୁ ଆସି ସାରିଛି, ଯେଉଁଥିରେ ସେକ୍ୟୁର-ଡ଼ି ପ୍ଲାଟ ଫର୍ମ ବ୍ଲକ କରିଥିଲା ।

ପ୍ଲେ ଷ୍ଟୋରରେ ଏହି ଆପର ଦିଆଯାଇନାହିଁ

ଆପଣଙ୍କୁ କହି ରଖୁଛୁ ଯେ, ଗୁଗୁଲ ଏହି ଆପକୁ ପ୍ଲେ ଷ୍ଟୋର ପୂର୍ବରୁ ହିଁ ହଟାଇ ଦେଇଥିଲା, କିନ୍ତୁ ଉପଭୋକ୍ତା ଏବେ  ବି ଏହାକୁ ଉପଭୋକ୍ତା ଅନ୍ୟ ସୋର୍ସ ମାଧ୍ୟମରେ ଡାଉନଲୋଡ଼ କରୁଛନ୍ତି । ଯଦି ଆପଣ ଆଣ୍ଡ୍ରୋଏଡ୍ ଉପଭୋକ୍ତା ତେବେ ଆପଣଙ୍କ ଫୋନରେ ଏହି ଆପ୍ ଅଛି,ତେବେ ଏହାକୁ ଆପଣ ଜଲଦି ହଟାଇ ଦିଅନ୍ତୁ ।

ଯୋଗୀଙ୍କୁ ନେଇ ପାକିସ୍ତାନରେ ଚର୍ଚ୍ଚା, ଉତ୍ତରପ୍ରଦେଶ କରୋନା ରଣନୀତିକୁ ପାକ୍‌ ମିଡିଆରେ ପ୍ରଶଂସା

ଲକ୍ଷ୍ନୌ: ପାକିସ୍ତାନର ଇଂରାଜୀ ଖବରକାଗଜ ‘ଡନ୍’ର ସମ୍ପାଦକ ଫାହଦ ହୁସେନ୍ କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସେ ଯୋଗୀ ଏବଂ ପାକିସ୍ତାନର ଇମ୍ରାନ ଖାନ ସରକାରଙ୍କ କାର୍ଯ୍ୟକୁ ଟ୍ୱିଟରରେ ତୁଳନା କରିଛନ୍ତି ।  କରୋନା ଯୁଦ୍ଧରେ ଯୋଗୀଙ୍କ କାର୍ଯ୍ୟକୁ  ଇମ୍ରାନଙ୍କ କାର୍ଯ୍ୟ ସହ ତୁଳନା କରି କରୋନା ବିରୁଦ୍ଧରେ ଯୋଗୀଙ୍କ କାର୍ଯ୍ୟ ଇମ୍ରାନ ଖାନଙ୍କ କାର୍ଯ୍ୟଠାରୁ ବହୁ ଆଗରେ ବୋଲି କହିଛନ୍ତି ।

ୟୁପି କଠୋର ଭାବେ ଲକ୍‌ଡାଉନ୍ ଲାଗୁ କଲା, ଆମେ କରିପାରିଲୁ ନାହିଁ

ଫାହଦ ହୁସେନ୍ ଏକ ଗ୍ରାଫ୍ ଟ୍ୱିଟ୍ କରିଛନ୍ତି – ଏହି ଗ୍ରାଫକୁ ଭଲଭାବେ ଦେଖନ୍ତୁ। ପାକିସ୍ତନରେ ପ୍ରତି କିଲୋମିଟର ପିଛା ଜନସଂଖ୍ୟା ୟୁପିଠାରୁ ବହୁତ କମ୍‌ ଏବଂ ରୋଜଗାର ମଧ୍ୟ ବହୁ ଅଧିକ । ଏହା ସତ୍ୱେ ୟୁପି ତାଲା ବନ୍ଦକୁ କଡାକଡି ଭାବେ କାର୍ଯ୍ୟକାରୀ କରିଥିବାବେଳେ ଆମେ (ପାକିସ୍ତାନ) କରିପାରିଲୁ ନାହିଁ । ଯେଉଁଥିପାଇଁ ମୃତ୍ୟୁହାରର ପାର୍ଥକ୍ୟ ସ୍ପଷ୍ଟ ଭାବରେ ବାରିହାଇପଡୁଛି ।

ଫାହଦ ମଧ୍ୟ ମହାରାଷ୍ଟ୍ରର ତୁଳନା କରିଛନ୍ତି । ୟୁପିରେ ମୃତ୍ୟୁ ହାର ପାକିସ୍ତାନଠାରୁ କମ୍, ମହାରାଷ୍ଟ୍ରରେ ମୃତ୍ୟୁହାର ଅଧିକ ଥିବାବେଳେ ଯୁବ ଜନସଂଖ୍ୟା ଏବଂ ମୁଣ୍ଡପିଛା ଆୟ ଅଧିକ ବୋଲି କୁହାଯାଇଛି । ଆମେ ଜାଣିବା ଉଚିତ ଯେ ଉତ୍ତରପ୍ରଦେଶ କେଉଁ ସଠିକ୍ ନିଷ୍ପତ୍ତି ନେଇଛି ଏବଂ ମହାରାଷ୍ଟ୍ର କେଉଁ ଭୁଲ୍ କରିଛି ? ପାକିସ୍ତାନର ଜନସଂଖ୍ୟା ୨୦.୮୦ କୋଟି ହୋଇଥିବାବେଳେ ୟୁପିର ଜନସଂଖ୍ୟା ୨୨.୫୦ କୋଟି । କିନ୍ତୁ ଏଠାରେ ମୃତ୍ୟୁ ହାର ପାକିସ୍ତାନ ତୁଳନାରେ ବହୁତ କମ୍ ଅଟେ ।

ୟୁପି ଏବଂ ପାକିସ୍ତାନର ଜନସଂଖ୍ୟା ପ୍ରାୟ ସମାନ, କିନ୍ତୁ କରୋନା ଗ୍ରାଫରେ ବହୁତ ପାର୍ଥକ୍ୟ ଅଛି । ତଥ୍ୟ ଅନୁଯାୟୀ, ଉତ୍ତରପ୍ରଦେଶର ଜନସଂଖ୍ୟା ୨୩.୧୫ କୋଟି ଏବଂ ଏଠାରେ କେବଳ ୦.୦୦୪୫ ପ୍ରତିଶତ ଲୋକ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ, ୟୁପିରେ ୧୦୫୩୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ଯେତେବେଳେ କି, ପାକିସ୍ତାନରେ ଏହି ମହାମାରୀରେ ୯୮ ହଜାର ୯୪୩ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ପାକିସ୍ତାନରେ ୨୦୦୨ ମୃତ୍ୟୁ ଘଟିଛି, ଏପର୍ଯ୍ୟନ୍ତ ୟୁପିରେ ମୋଟ ୨୭୫ ଜଣଙ୍କର ମୃତ୍ୟୁ ଘଟିଛି ।

ହିନ୍ଦୁ ମାନେ ନଦୀରେ କ’ଣ ପାଇଁ ଟଙ୍କା ପକାନ୍ତି ? ଜାଣନ୍ତୁ ଏହା ପଛର ଧାର୍ମିକ ମାନ୍ୟତା…

ନଦୀରେ ଟଙ୍କା ପକାଇବାର ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି । ଆମେ କେବେ ଜାଣିବାକୁ ଚେଷ୍ଟା କରିଛେ କି ଆମେ କାହିଁକି ନଦୀରେ ଟଙ୍କା ପକାଉ ? ଏହି ପ୍ରଥା ପଛରେ ଏକ ବଡ଼ କାରଣ ଅଛି । ବାସ୍ତବରେ, ସେହି ସମୟରେ ଯେତେବେଳେ ନଦୀରେ ଟଙ୍କା ପକାଇବାର ପ୍ରଥା ଆରମ୍ଭ ହୋଇଥିଲା, ସେହି ସମୟରେ ଷ୍ଟିଲ ମୁଦ୍ରା ବଦଳରେ ତମ୍ବାର ମୁଦ୍ରା ବ୍ୟବହୃତ ହେଉ ଥିଲା, ଏବଂ ତମ୍ବା ଜୀବନ ଏବଂ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ, ଆପଣ ହୁଏତ ଭଲ ଭାବରେ ଜାଣିଥିବେ ।

ଅତୀତରେ ନଦୀଗୁଡ଼ିକ ଜଳର ମୁଖ୍ୟ ଉତ୍ସ ଥିଲା । ଲୋକମାନେ ପ୍ରତ୍ୟେକ କାର୍ଯ୍ୟରେ କେବଳ ନଦୀର ପାଣିଙ୍କୁ ହିଁ ବ୍ୟବହାର କରୁଥିଲେ । ଯେହେତୁ ଜଳକୁ ଶୁଦ୍ଧ କରିବାରେ ତମ୍ବା ଅତ୍ୟନ୍ତ ଉପକାରୀ, ତେଣୁ ଲୋକମାନେ ଯେତେବେଳେ ନଦୀ କିମ୍ବା ପୋଖରୀ ଦେଇ ଯାଉଥିଲେ, ସେମାନେ ତମ୍ବା ମୁଦ୍ରା ପକାଉଥିଲେ । ଆଜି, ତମ୍ବା ମୁଦ୍ରା ନାହିଁ, ତଥାପି ଲୋକମାନେ ସେହି ପୂର୍ବରୁ ପ୍ରଚଳିତ ପ୍ରଥାକୁ ଏବେ ବି ମାନୁଛନ୍ତି । ଆସନ୍ତୁ ଜାଣିବା ଅନ୍ୟ ହିନ୍ଦୁ ପରମ୍ପରା ….

ଚୁଡ଼ିର ମହତ୍ତ୍ୱ

ପୁରାତନ ଯୁଗରେ, ଅଧିକାଂଶ ମହିଳା ସୁନା ଓ ରୂପାର ଚୁଡ଼ି ପିନ୍ଧୁଥିଲେ । ବିଶ୍ୱାସ କରାଯାଏ ଯେ ସୁନା ଓ ରୂପାର ଘର୍ଷଣରେ ଶରୀରକୁ ଏହାର ଶକ୍ତିଶାଳୀ ତତ୍ତ୍ୱ ପ୍ରାପ୍ତ ହୋଇଥାଏ । ଯାହା ମହିଳାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ କମାଇବାରେ ଉପକାରୀ ହୋଇଥାଏ । ମହିଳାମାନେ ପୁରୁଷଙ୍କ ଅପେକ୍ଷା ଦୁର୍ବଳ । କିନ୍ତୁ ଚୁଡ଼ି ସେମାନଙ୍କର ହାତକୁ ମଜବୁତ୍ ଏବଂ ଶକ୍ତିଶାଳୀ କରିଥାଏ ।

ସିନ୍ଦୁର ଲଗାଇବା

ସିନ୍ଦୁର ହଳଦି, ଲେମ୍ବୁ ଏବଂ ମର୍କରର ମିଶ୍ରଣରୁ ସିନ୍ଦୁର ପ୍ରସ୍ତୁତ ହୋଇଥାଏ । ସିନ୍ଦୁର ମହିଳାଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ । ଏହା ବ୍ୟତୀତ ସିନ୍ଦୂର ମଧ୍ୟ ମହିଳାମାନଙ୍କୁ ଚାପରୁ ଦୂରେଇ ରଖିଥାଏ ।

ପିଲାମାନଙ୍କର କାନ ଫୋଡ଼ିବା

ବିଜ୍ଞାନ କହୁଛି ଯେ କାନ ଫୋଡ଼ିବା ଫଳରେ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ସଠିକ୍ ଭାବରେ ହୋଇଥାଏ ।  ପିଲାମାନଙ୍କ ଚେହେରାରେ ଚମକ ଆଣିଥାଏ । ଏହି କାରଣରୁ, ପିଲାମାନେ ଉତ୍ତମ ଜ୍ଞାନ ପ୍ରାପ୍ତ କରିନିଅନ୍ତି ।

ବଡ଼ମାନଙ୍କର ପାଦ ଛୁଇଁବା

ପାଦ ଛୁଇଁବା ବେଳେ ବଦ୍ୟୁତିକ ଚୁମ୍ବକୀୟ ଶକ୍ତି ଶକ୍ତି ଆମ ଶରୀରକୁ ନୂତନ ଶକ୍ତି ପ୍ରଦାନ କରେ ଏବଂ ଆମକୁ ଶକ୍ତିଶାଳୀ, ସୁସ୍ଥ ଏବଂ ସକରାତ୍ମକ ଚିନ୍ତାଧାରାରେ ପରିପୂର୍ଣ୍ଣ କରେ | ସୁଖାସାନା ସାହାଯ୍ୟରେ ସମଗ୍ର ଶରୀରରେ ରକ୍ତ ସଞ୍ଚାଳନ ସମାନ ଭାବରେ ଆରମ୍ଭ ହୁଏ, ଯାହା ଶରୀରକୁ ଅଧିକ ଶକ୍ତିଶାଳୀ କରିଥାଏ  ।

ହାତ ମେହେନ୍ଦୀ ଲଗାଇଲେ କଣ ହୁଏ ?

ବିଜ୍ଞାନ କହିଛି ଯେ ମେହେନ୍ଦୀ ଅତ୍ୟଧିକ ଥଣ୍ଡା ଏବଂ ଏହାର ପ୍ରୟୋଗ ମନକୁ ଥଣ୍ଡା ରଖେ ଏବଂ ଚାପକୁ ମଧ୍ୟ ହ୍ରାସ କରିଥାଏ, ତେଣୁ ବର କନ୍ୟାମାନେ ବିବାହ ଦିନ ମେହେନ୍ଦି ଲଗାଇଥାନ୍ତି । ଯାହା ଦ୍ୱାରା ସେମାନେ ବିବାହ ଦ୍ୱାରା ଚାପଗ୍ରସ୍ତ ନ ହୁଅନ୍ତୁ ।

ଭୋଜନ ଶେଷରେ ମିଠା ଖାଇଲେ କଣ ହୁଏ ?

ଯେତେବେଳେ ଆମେ କିଛି ମସଲାଯୁକ୍ତ ଖାଦ୍ୟ ଖାଇଥାଉ, ଆମ ଏସିଡିଟି ହେବାକୁ ଲାଗେ ଫଳରେ ଆମର ଖାଦ୍ୟ ହଜମ ହୁଏ ନାହିଁ । ଖାଇବା ଶେଷରେ ମିଠା ଖାଇବା ଦ୍ୱାରା ଏଭଳି ସମସ୍ୟା କମିଥାଏ ।

ତୁଳସୀ ଗଛକୁ କାହିଁକି ପୂଜା କରାଯାଏ?

ତୁଲସୀରେ ଉପସ୍ଥିତ ରାସାୟନିକ ପଦାର୍ଥ ସେତିକି ଗୁଣକାରୀ ଯେତିକି ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ଏହା ଏକ କୀଟନାଶକ, ଯାହା ଭୟଙ୍କର ଜୀବାଣୁକୁ ନାସ କରିବାରେ ସହାୟକ ହୁଏ । ଆନାଫିଲିସ୍ ପ୍ରଜାତିର ମଶାମାନଙ୍କ ବିରୁଦ୍ଧରେ ଏହାର କୀଟନାଶକ ପ୍ରଭାବ ଉଲ୍ଲେଖନୀୟ ।

ଓସ୍ତ ଗଛକୁ କାହିଁକି ପୂଜା କରାଯାଏ ?

ଓସ୍ତ ଗଛର ଉପଯୋଗିତାକୁ  ଉଭୟ ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ ଜଗତ ସ୍ୱୀକାର କରିଥାଏ । ଏହି ଗଛ ଅନ୍ୟ ଗଛ ଅପେକ୍ଷା ବାୟୁମଣ୍ଡଳରେ ଅଧିକ ପରିମାଣର ଅମ୍ଳଜାନକୁ ପ୍ରୋତ୍ସାହିତ କରେ । ଏହା ପ୍ରଦୂଷିତ ବାୟୁକୁ ସଫା କରିଥାଏ ଏବଂ ଆଖପାଖ ପରିବେଶରେ ସତ୍ତ୍ୱିକତାକୁ ମଧ୍ୟ ବଢିଥାଏ  ।

ପାକିସ୍ତାନରୁ ବିନା ନିମନ୍ତ୍ରଣରେ ଭାରତ ଆସିଥିବା କୀଟଙ୍କ ପାଇଁ IAFର ପ୍ଲାନିଂ

ନୂଆଦିଲ୍ଲୀ: ପାକିସ୍ତାନରୁ ପବନରେ ଭାରତ ଉଡ଼ି ଆସିଥିବା ପଙ୍ଗପାଳଙ୍କ ଠାରୁ କେମିତି ରକ୍ଷା ପାଇବ ଭାରତ । ଲକ୍ଷ ଲକ୍ଷ ହେକ୍ଟର ଫସଲ ନଷ୍ଟ କରି ଦେବେ କି ପଙ୍ଗପାଳ ? ଉତ୍ତର ଓ ପୂର୍ବ ଭାରତର ଅଧିକାଂଶ ରାଜ୍ୟର ଚାଷୀ ଏବେ ପଙ୍ଗପାଳ ଚିନ୍ତାରେ । ରାଜସ୍ଥାନ ଓ ହରିୟାଣାରେ ପଙ୍ଗପାଳ ଏବେ ଫସଲ ନଷ୍ଟ କରିବା ଆରମ୍ଭ କରି ସାରିଲେଣି । ଏପରି ସ୍ଥିତିରେ ପଙ୍ଗପାଳଙ୍କୁ ରୋକିବାକୁ କୃଷି ବିଭାଗ ନୂଆ ରଣନୀତି ଆପଣାଇଛି । ଆକାଶ ମାର୍ଗରୁ ପଙ୍ଗପାଳଙ୍କୁ ବାୟୁ ସେନା ହେଲିକପ୍ଟରରୁ ଆକ୍ରମଣ କରାଯିବ ।

ଏଥିପାଇଁ କୃଷି ବିଭାଗ ୟୁରୋପୀୟ ସଂଘ ଠାରୁ କେମିକାଲ ଓ ଉପକରଣ ଆମଦାନୀ କରୁଛି । ଭାରତୀୟ ବାୟୁ ସେନାର ୫ଟି ଏମ୍ଆଇ-୧୭ ହେଲିକପ୍ଟର ପଙ୍ଗପାଳଙ୍କ ଉପରେ ଆକ୍ରମଣ କରିବ । ଏହାଦ୍ୱାରା ଚାଷ ଜମିରେ କୌଣସି କ୍ଷତି ହେବ ନାହିଁ ବୋଲି କୁହାଯାଉଛି । ମିଳିଥିବା ସୂଚନା ମୁତାବକ ପାକିସ୍ତାନରୁ ଆସିଥିବା ପଙ୍ଗପାଳ ବେଶୀ ବିପଜ୍ଜନକ । ଯଦି ସେମାନଙ୍କୁ ସମୟ ପୂର୍ବରୁ ରୋକା ନଯାଏ ତେବେ କୃଷକଙ୍କର ବର୍ଷକର ସବୁ ପରିଶ୍ରମ ବ୍ୟର୍ଥ ଯିବ ।

ପଙ୍ଗପାଳଙ୍କୁ ମାରିବା ପାଇଁ ୟୁରୋପୀୟ ସଂଘରୁ ଉପକରଣ ମଗାଯାଉଛି । କୁହାଯାଉଛି ବିଗତ ୨୭ ବର୍ଷ ମଧ୍ୟରେ ପଙ୍ଗପାଳ କେବେ ବି ଏମିତି ଆକ୍ରମଣ କରିନଥିଲେ । ମାମଲାର ଗମ୍ଭୀରତାକୁ ଦେଖି ବିଭିନ୍ନ ମନ୍ତ୍ରାଳୟ, ଆଇଏଏଫ ଏକଜୁଟ୍ ହୋଇ ସମାଧାନର ରାସ୍ତାରେ ଲାଗିଛନ୍ତି । ହେଲିକପ୍ଟର ଜରିଆରେ ପଙ୍ଗପାଳଙ୍କୁ ମାରିବା ପାଇଁ ଆଲୋଚନା ଚାଲିଛି ।

ଡିଜିସିଏର ଅନୁମତ ପରେ ପଙ୍ଗପାଳଙ୍କୁ ମାରିବା ପାଇଁ ହେଲିକପ୍ଟର ମୁତୟନ କରାଯିବ । ପୂର୍ବରୁ ପଙ୍ଗପାଳଙ୍କୁ ମାରିବା ପାଇଁ ସାମରିକ ବିମାନ ମନ୍ତ୍ରାଳୟ କୃଷି ମନ୍ତ୍ରାଳୟକୁ ସ୍ପ୍ରେ ଡ୍ରୋନ୍ ବ୍ୟବହାର ପାଇଁ ଅନୁମତି ଦେଇଥିଲା । ଏଥିପାଇଁ ୫ଟି ଡ୍ରୋନ୍ କମ୍ପାନୀଙ୍କୁ ବଛା ଯାଇଥିଲା । ଆଗାମୀ ସପ୍ତାହରୁ ଡ୍ରୋନ୍ ଗୁଡ଼ିକ ପଙ୍ଗପାଳଙ୍କୁ ମାରିବା କାର୍ଯ୍ୟରେ ନିୟୋଜିତ ହେବେ ବୋଲି ସୂଚନା ମିଳିଛି ।

ଇତିହାସରେ କେବେ ଓଡ଼ିଶା ଆସିନାହାନ୍ତି ପଙ୍ଗପାଳ, ଯଦି ଆସନ୍ତି ତେବେ ଆପଣାନ୍ତୁ ଏହି ଉପାୟ…

ବିନା ମାସ୍କରେ ନଜର ଆସିଲେ ସୈଫ୍, ଭାଇରାଲ ହେଲା ଫଟୋ

କରିନା କପୁର ରବିବାର ଦିନ ସନ୍ଧ୍ୟାରେ ସ୍ୱାମୀ ସୈଫ୍ ଅଲ୍ଲି ଖାନ୍ ଏବଂ ପୁଅ ତୈମୁର ସହ ବାହାରିପଡ଼ିଥିଲେ ମେରାଇନ ଡ୍ରାଇଭରେ । ଅନଲକର ୧.୦କୁ ନେଇ ସାଧାରଣ ଲୋକଙ୍କ ସହ ବଲିଉଡ଼ର ସିଲେବଙ୍କ ମଧ୍ୟରେ ବହୁତ ଉତ୍ସାହ ଥିଲା । କିନ୍ତୁ ଯେତେବେଳେ ତାଙ୍କର ଏହି ଡ୍ରାଇଭ୍ ସମୟର ଫଟୋ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଯାହାକୁ ସିନେପ୍ରେମୀ ପସନ୍ଦ କରି ନାହାଁନ୍ତି ।

ତେବେ ସୋସିଆଲ ମିଡ଼ିଆରେ ସୈଫ୍, ତୈମୁର ଏବଂ କରିନାଙ୍କ ଫଟୋ ଜୋରସୋରରେ ଭାଇରାଲ ହେଉଛି ।ଏହି ଫଟୋକୁ ମେରାଇନ ଡ୍ରାଇଭ ସମୟରେ ଉଠାଯାଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଛି । ଏହି ଫଟୋରେ କରିନା କପୁର ମାସ୍କ ପିନ୍ଧିଥିବାର ଦେଖାଯାଇଥିବା ବେଳେ ସୈଫ ବିନା ମାସ୍କରେ ନଜର ଆସିଥିଲେ । ଯାହାକୁ ନେଇ ସୈଫଙ୍କୁ ଖୁବ୍ ଟ୍ରୋଲ କରିଛନ୍ତି ସିନେ ପ୍ରେମୀ ।

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ନେଇପାରେ ବାତ୍ୟା ‘ଗତି’ର ରୂପ

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା କ୍ରମଶଃ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ । ଏହା ବାତ୍ୟାର ରୂପ ନେଲେ ଏହାର ନାମ ‘ଗତି’ ରହିବ । ବାତ୍ୟାରେ ପରିଣତ ହେଲେ ଏହାର ପ୍ରଭାବ ‘ଅମ୍ଫାନ’ ଠାରୁ ବହୁତ୍ କମ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହାଦ୍ୱାରା ସେତେ ଧନ ଜୀବନ ମଧ୍ୟ କ୍ଷତି ହେବନାହିଁ ।

ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଘନୀଭୂତ ହେଉଛି । ଏହା ମିଆଁମାର ଉପକୂଳରେ ସୃଷ୍ଟି ହେବ । ତେବେ, ଏହା ବାତ୍ୟାର ରୂପ ନେବାର ସମ୍ଭାବନା କମ୍ ରହିଛି । ତେବେ ଏହା ପ୍ରଭାବରେ ବଙ୍ଗୋପସାଗର ଉପକଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୩ ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏଥିପାଇଁ ପାଣିପାଗ ବିଭାଗ ୧୦ ତାରିଖ ଯାଏଁ ବର୍ଷା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି କରିବା ସହ ୧୧ ଜୁନ୍ ଯାଏଁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ସିକ୍କିମ୍ ଓ ପୂର୍ବୋତ୍ତରର କିଛି ରାଜ୍ୟରେ ବର୍ଷା ହେବ । ମୌସୁମୀ ମଧ୍ୟ ୧୧ରୁ ୧୨ ତାରିଖ ମଧ୍ୟରେ ଛୁଇଁପାରେ ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ, ୪୮ ଘଣ୍ଟା ଭିତରେ ହେବ ଘନୀଭୂତ

୪୫ ବର୍ଷ ବୟସରେ ୧୬ ବର୍ଷର ଜଲୱା… ଜାଣନ୍ତୁ ଏହି ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟର ରାଜ

ମୁମ୍ବାଇ:  ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟ୍ଟୀ ଆଜି ନିଜ ୪୫ତମ ଜନ୍ମଦିନ ସେଲିବ୍ରେଟ୍ କରୁଛନ୍ତି । ବାଜିଗର ଚଳଚ୍ଚିତ୍ରରୁ ସେ ନିଜ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କ ପ୍ରଥମ ଫିଲ୍ମରୁ ହିଁ ସେ ଲୋକଙ୍କ ଦିଲରେ ରାଜ କରିଥିଲେ । ଶିଲ୍ପା ବ୍ୟାକ୍ ଟୁ ବ୍ୟାକ୍ ବଲିଉଡକୁ ହିଟ୍ ଫିଲ୍ମ ଦେଇଛନ୍ତି । ତେବେ ବିବାହ ବନ୍ଧନରେ ବାନ୍ଧିହେବା ପରେ ସିନେମା ଜଗତରୁ ଦୂରେଇ ଯାଇଥିବା ଅଭିନେତ୍ରୀ ଶିଲ୍ପା ସେଟ୍ଟୀ ଏବେ ରିଆଲିଟି ସୋରେ ଅଧିକ ଦେଖିବାକୁ ମିଳନ୍ତି। ହେଲେ ତଥାପି ଫ୍ୟାନ୍ସ ତାଙ୍କ ବିଷୟରେ ଜାଣିବା ପାଇଁ ସବୁବେଳେ ଉତ୍ସୁକ ଥାଆନ୍ତି । ସେଥିପାଇଁ ଶିଲ୍ପା ତାଙ୍କ ରିଅଲ ଲାଇଫରେ କଣ ଚାଲିଛି ସେହି ବିଷୟରେ ସୋସିଆଲ ମିଡିଆ ମାଧ୍ୟମରେ ଦର୍ଶକଙ୍କୁ ଜଣାନ୍ତି । ତାଙ୍କ ଫିଟନେସ ଭିଡିଓର ବହୁତ ଫ୍ୟାନ୍ସ ଅଛନ୍ତି ।

ଶିଲ୍ପା କେବଳ ଜଣେ ଚର୍ଚ୍ଚିତ ଅଭିନେତ୍ରୀ ନୁହଁନ୍ତି ବରଂ ସେ ସେତିକି ସୁନ୍ଦର ଓ ଫିଟ୍ ମଧ୍ୟ । ତାଙ୍କ ବୟସରେ ମହିଳାମାନେ ନିଜର ଏତେ ଯତ୍ନ ରଖିପାରନ୍ତି ନାହିଁ । ହେଲେ, ଶିଳ୍ପାଙ୍କ ଚେହେରା ଏହି ବୟସରେ ମଧ୍ୟ ଖୁବ ଗ୍ଲୋ କରେ । ଶିଲ୍ପା ନିଜ ସୌନ୍ଦର୍ଯ୍ୟ ଓ ଫିଟନେସ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ନିଜ ଫିଟନେସ୍ ସହ ନିଜ ସ୍କିନ୍ ଓ ତ୍ୱଚା ବହୁତ ଯତ୍ନ ନିଅନ୍ତି । ଯେଉଁଥିପାଇଁ ଦର୍ଶକମାନେ ମଧ୍ୟ ଆଶ୍ଚର୍ଯ୍ୟ । ତେବେ ଶିଲ୍ପାଙ୍କ ବ୍ୟୁଟି ଟିପ୍ସ ଉପରେ ନଜର ପକାନ୍ତୁ ।

୧- ଶିଲ୍ପାଙ୍କ ଅନୁସାରେ ସୁସ୍ଥ ଖାଦ୍ୟ ଖାଇବା ଏବଂ ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ । ସେ ପ୍ରଚୁର ପାଣି ପିଅନ୍ତି, ଯାହା ଶରୀରର ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ନିଜ ସ୍କିନ୍ ଏବଂ କେଶ ପାଇଁ ଅଁଳା ବ୍ୟବହାର କରିବା ଜରୁରୀ । ସେ ବିଶ୍ୱାସ କରନ୍ତି ଯେ ସୁନ୍ଦର ଦେଖାଯିବା ପାଇଁ ସବୁବେଳେ ନଡ଼ିଆ ପାଣ ପିଇବା ଆବଶ୍ୟକ କାରଣ ଏହା ଶରୀରକୁ ହାଇଡ୍ରେଟ୍ ଏବଂ ସୁସ୍ଥ ରଖେ ।

୨- ତାଙ୍କ ଅନୁସାରେ ଉଜ୍ଜ୍ୱଳ ତ୍ୱଚା ପାଇଁ ସ୍କିନ୍ ମଇଚ୍ସରାଇଜ୍ କରିବା ଜରୁରୀ ।

୩- ଶିଲ୍ପା ସେଟ୍ଟୀ ଶୋଇବା ପୂର୍ବରୁ ପ୍ରତିଦିନ ଚେହେରା କ୍ଲିନ୍ କରି ଶୁଅନ୍ତି । ସ୍କିନ୍ ରେ ସବୁବେଳେ ମେକ୍ଅପ୍ ରହିଲେ ଏହା ତ୍ୱଚାର କୋମଳତାକୁ କମ କରେ । ଏହା ସହ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇପାରେ । ତେଣୁ ପ୍ରତି ଚେହେରା କ୍ଲିନ୍ କରିବା ଜରୁରୀ ।

୪- ସେ ପ୍ରତି ଦିନ ସନସ୍କ୍ରିନ୍ ଲଗାଇ ଘରୁ ବାହାରନ୍ତି । ଯେଉଁଥିପାଇଁ ସୂର୍ଯ୍ୟ କିରଣରୁ ତାଙ୍କ ତ୍ୱଚା ସୁରକ୍ଷିତ ରୁହେ ।

୫- ଶିଲ୍ପା ନିଜ କେଶରେ କେବେ ହିଟ୍ ଟ୍ରିଟମେଣ୍ଟ ବ୍ୟବହାର କରନ୍ତି ନାହିଁ । ସେ ନିଜ କେଶର ଖୁବ ଯତ୍ନ ନିଅନ୍ତି ।

୬- ସେ ନିଜ ଚେହେରାରେ କେବେ ସାବୁନ୍ ଲଗାନ୍ତି ନାହିଁ ।

 

 

ମିଶନ୍ ଏୟାର ଲିଫ୍ଟ: ରେଳ ପରେ ଏବେ ବିମାନରେ ପ୍ରବାସୀଙ୍କୁ ଆଣୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର:  କୋଭିଡ-୧୯ ମହାମାରୀ ପାଇଁ ପ୍ରବାସୀଙ୍କ ସମସ୍ୟାକୁ ସମାଧାନ କରିବାକୁ ସବୁ ପ୍ରକାର ପ୍ରୟାସ କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାର ଦେଶର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ପ୍ରବାସୀଙ୍କୁ ନିରାପଦରେ ରାଜ୍ୟକୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି । ଦୁର୍ଗମ ପ୍ରାନ୍ତରେ ଫସି ରହିଥିବା ପ୍ରବାସୀମାନଙ୍କୁ ଆଣିବାକୁ ଯଥା ସମ୍ଭବ ପ୍ରୟାସ କରାଯାଉଛି ।  ଯେଉଁଠାରେ ରେଳ ସେବା ଉପଲବ୍ଧ ନାହିଁ ବା ଯାନବାହନ ଦ୍ୱାରା ସ୍ଥାନାନ୍ତରିତ କରିବା ସମ୍ଭବପର ନୁହେଁ, ସେମାନଙ୍କୁ ବିମାନ  ଦ୍ୱାରା ରାଜ୍ୟକୁ ଅଣାଯାଉଛି । ଏହି ପରିପ୍ରେକ୍ଷିରେ ଶ୍ରମିକ ଟ୍ରେନ ଯୋଗେ ୩ ଲକ୍ଷରୁ ଅଧିକ ପ୍ରବାସୀଙ୍କୁ ଅଣାଯାଇଥିବା ବେଳେ ବହୁ ସଂଖ୍ୟକ ପ୍ରବାସୀଙ୍କୁ ସଡକ ପଥରେ ଅଣାଯାଇଛି ।

ସେହିପରି ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ, ଆସାମ, ହିମାଚଳ ପ୍ରଦେଶ ଏବଂ ଜାମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଫସି ରହିଥିବା ୬୦୦ ରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡିଆଙ୍କୁ ବିମାନ ଯୋଗେ ସ୍ଥାନାନ୍ତରଣ କରାଯାଇଛି । ତେବେ ଆଜି ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ୧୮୦ ଜଣ ଓଡିଆ ପ୍ରବାସୀଙ୍କୁ ଏୟାର ଏସିଆର ସ୍ୱତନ୍ତ୍ର ବିମାନରେ ସ୍ଥାନାନ୍ତରଣ କରାଯାଉଛି । ଏହି ବିମାନ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଦଳ  ସମ୍ପୃକ୍ତ ରାଜ୍ୟ ସରକାର ଏବଂ ଫେରୁଥିବା ପ୍ରବାସୀ ଓଡିଆମାନଙ୍କ ସହ ବ୍ୟାପକ ଯୋଗାଯୋଗ କରିବା ସହ କୋଭିଡ୍-୧୯ ନିୟମାବଳୀ ଅନୁଯାୟୀ ଆବଶ୍ୟକ ସମସ୍ତ ଔପଚାରିକତା ସମ୍ପନ୍ନ କରୁଛନ୍ତି ।  ସେହିଭଳି ଆଣ୍ଡାମାନ ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କୁ ସ୍ୱତନ୍ତ୍ର ବିମାନରେ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ଉଦ୍ୟମ କରିଥିଲେ ।  ଦେଶରେ ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ସମସ୍ତ ପ୍ରବାସୀ ଓଡିଆଙ୍କୁ ନିରାପଦରେ ରାଜ୍ୟକୁ ଫେରାଇ ଅଣାଯିବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରୀ ରହିବ ବୋଲି କହିଛନ୍ତି  ରାଜ୍ୟ ସରକାର ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିଗିଡ଼ିଲା ସ୍ୱାସ୍ଥ୍ୟ, କାଲି ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ । ଗତକାଲି ଠାରୁ କେଜ୍ରିୱାଲଙ୍କୁ ହାଲକା ଜର ଲାଗି ରହିବା ସହ ତଣ୍ଟି ଦରଜ ହୋଇଛି । ଏବେ ତାଙ୍କର କରୋନା ଟେଷ୍ଟ ହେବ । କେଜ୍ରିୱାଲ ସମସ୍ତ ବୈଠକ ବାତିଲ୍ କରିବା ସହ ଏବେ ଆଇସୋଲେସନରେ ଅଛନ୍ତି ।

ଗତକାଲି କେଜ୍ରିୱାଲ ସରକାର ଦିଲ୍ଲୀ ହସ୍ପିଟାଲରେ କିଏ ଚିକିତ୍ସିତ ହେବ ସେ ନେଇ ନିଷ୍ପତ୍ତି ନେଇଥିଲେ । ସରକାରୀ ହେଉ କି ଘରୋଇ ଏଣିକି ଦିଲ୍ଲୀର ଯେ କୌଣସି ହସ୍ପିଟାଲରେ କେବଳ ଦିଲ୍ଲୀବାସୀଙ୍କ ଚିକିତ୍ସା ହେବ । ଦିଲ୍ଲୀରେ ଥିବା କେନ୍ଦ୍ର ସରକାରଙ୍କ ଚିକିତ୍ସାଳୟରେ ଦିଲ୍ଲୀ ବାହାରବାସୀଙ୍କ ଚିକିତ୍ସା ହୋଇପାରିବ ।

ଗତକାଲି କେଜ୍ରିୱାଲ ପ୍ରେସମିଟରେ ଏହି ସୂଚନା ଦେଇଥିଲେ । ଯାହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ଦିଲ୍ଲୀ ସରକାର ଏବେ କେବଳ ଲକ୍ଷଣ ଥିବା ଲୋକଙ୍କ କରୋନା ଟେଷ୍ଟ କରାଉଛନ୍ତି । ଲକ୍ଷଣ ନଥିଲେ ଦିଲ୍ଲୀରେ ଟେଷ୍ଟ କରାଯାଉନାହିଁ ।ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି । ସୋମବାର ସକାଳ ସୁଦ୍ଧା ଦିଲ୍ଲୀରେ ପ୍ରାୟ ୨୯ ହଜାର କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଥିରୁ ୧୦ ହଜାରରୁ ଅଧିକ ସଂକ୍ରମିତ ଏବେ ସୁସ୍ଥ ହୋଇ ସାରିଲେଣି । ୮୧୨ ଜଣଙ୍କ ମୃତ୍ୟୁ ହୋଇଛି ।

ଭାରତରେ ଅନଲକ୍ ୧.୦, ପ୍ରଥମ ପର୍ଯ୍ୟାୟରେ ଖୋଲିବ ଧାର୍ମିକ ସ୍ଥଳ ଓ ସପିଂ ମଲ୍

ଯାନ୍ତ୍ରିକ ତ୍ରୁଟି ନା ଅସାବଧାନତା ? କାରଣ ଖୋଜୁଛି ପୋଲିସ

ଢେଙ୍କାନାଳ: କାମାକ୍ଷାନଗର ବିରାଶାଳ ଏୟାରଷ୍ଟ୍ରିପରେ କେମିତି ଖସିଲା ପ୍ରଶିକ୍ଷଣ ବିମାନ ? ଏହାର ଖୋଳତାଡ଼ ପାଇଁ ଏୟାରଷ୍ଟ୍ରିପରେ ପହଞ୍ଚିଛନ୍ତି ଢେଙ୍କାନାଳ ଏସପି ଅନୁପମା ଜେମ୍ସ । ଦୁର୍ଘଟଣା କିଭଳି ହେଲା ପୋଲିସ ତାର ତଦନ୍ତ କରୁଛି । ଘଟଣା ନେଇ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।

ଆଜି ସକାଳେ ବିରାଶାଳ ଏୟାରଷ୍ଟ୍ରିପରେ ଟ୍ରେନି ପାଇଲଟଙ୍କୁ ନେଇ ପ୍ରଶିକ୍ଷଣ ବିମାନ ଉଡ଼ାଣ ଭରିଥିଲା । ଗୋଟିଏ ରାଉଣ୍ଡ ଉଡ଼ାଣ ପରେ ଦ୍ୱିତୀୟ ରାଉଣ୍ଡ ଉଡ଼ାଣ ଭରିବା ବେଳେ ଦୁର୍ଘଟଣା ଘଟିଥିଲା । ଭୂମିଠାରୁ ୧୫ରୁ ୨୦ ଫୁଟ୍‌ ଉପରକୁ ଉଠିବା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟି ତଳକୁ ଖସି ପଡ଼ିଥିବା ଅନୁମାନ କରାଯାଉଛି ।

ତେବେ, ଦୁର୍ଘଟଣାର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନି । ବିମାନରେ ପ୍ରଶିକ୍ଷକ ସନ୍ଦୀପ ଝା ଓ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ମନୀଷା ଫତିମା ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ବିରାଶାଳରେ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ