spot_img
Home Blog Page 6858

୧୨ ଘଣ୍ଟା ହେଲା ମେଡିକାଲ ବେଡରେ ପଡ଼ିଛି ମୃତଦେହ, ଜଗିଛନ୍ତି ୨ ନାବାଳକ ପୁଅ

ବୁର୍ଲା: ସଂକ୍ରମଣ ଭୟରେ ହାତ ଛୁଉଁନି ଶବ । ନିର୍ବୋଦ୍ଧ ୨ ନାବାଳକ ପୁଅ ମାଆର ମୃତଦେହ ଜଗି ବସିଛନ୍ତି । ବୁଝି ପାରୁନାହାଁନ୍ତି କେମିତି କରିବେ ସତ୍କାର ? ହୃଦୟନତାର ଏ ଘଟଣା ହେଉଛି ସମ୍ବଲପୁର ଜିଲ୍ଲା ବୁର୍ଲା ଭୀମସାର ମେଡିକାଲର । ଯେଉଁଠି ମେଡିକାଲ୍ ବେଡରେ ଦୀର୍ଘ ୧୨ ଘଣ୍ଟା ହେଲା ମୃତଦେହ ପଡ଼ି ରହିଛି । ସମ୍ପର୍କୀୟ କି ପରିବାର ଲୋକ କେହି ଆସିନଥିବାରୁ ମୃତଦେହରୁ ମେଡିକାଲ ବେଡରୁ ଉଠିପାରୁନି ।

ଖବର ଅନୁସାରେ ବଲାଙ୍ଗିର ଜିଲ୍ଲା ସିଙ୍ଗଦବାହାଲି ଗାଁର ମହିଳା ଜଣଙ୍କ ଗତକାଲି ଅସୁସ୍ଥତା ଯୋଗୁଁ ବୁର୍ଲା ଭୀମସାର ମେଡିକାଲରେ ଭର୍ତ୍ତି ହୋଇଥିଲେ । ପୂର୍ବରୁ ସ୍ୱାମୀ ଚାଲି ଯାଇଥିବା ବେଳେ ସାହାରା ୨ ନାବାଳକ ପୁଅ ମାଆକୁ ଭଲ କରିବାକୁ ନେଇ ଆସିଥିଲେ ମେଡିକାଲ ।

କିନ୍ତୁ, ଭାଗ୍ୟ ସାଥ୍ ଦେଲାନି । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ମାଆ । ତାପରେ କଣ କରିବେ କିଛି ବୁଝିନପାରି ନାବାଳକ ପୁଅ ଦୁହେଁ ମାଆର ମୃତଦେହକୁ ଗତରାତିରୁ ଭୋକ ଉପାସରେ ଜଗି ବସିଛନ୍ତି । ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

୨୪ ଘଣ୍ଟାରେ ଦେଶରେ ୧୦ହଜାର ନୂଆ କରୋନା ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରାୟ ୧୦ହଜାର ନୂଆ ମାମଲା ସାମ୍ନାକୁ ଆସିଛି  । ଏହା ବ୍ୟତୀତ ଏକ ସମୟରେ ୨୭୩ ରୋଗୀଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨,୨୬,୭୭୦ରେ ପହଞ୍ଚିଛି । ଏଥି ସହିତ, ଏପର୍ଯ୍ୟନ୍ତ ୬୩୪୮ ଜଣଙ୍କର ମୃତ୍ୟୁ ହୋଇଛି । ଗତ ଗୋଟିଏ ଦିନରେ ୯୮୫୧ଟି ମାମଲା ସାମ୍ନାକୁ ଆସିଛି ।

ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ, ତାମିଲନାଡୁ ପରି ରାଜ୍ୟଗୁଡିକ କରୋନା ଭାଇରସ୍ ତାର ଭୟଙ୍କର ରୂପ ଦେଖାଇଛି । ମହାରାଷ୍ଟ୍ରରେ ୭୭,୭୯୩ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରୁ ୪୧୪୦୨ଜଣ ସକ୍ରିୟ ଏବଂ ୩୩୬୮୧ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ, ଏପର୍ଯ୍ୟନ୍ତ ୨୭୧୦ ଜଣଙ୍କର ମୃତ୍ୟୁ ହୋଇଛି । ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ୨୫୦୦୪ ମାମଲା ଚିହ୍ନଟ ହୋଇଛି, ସେଥିମଧ୍ୟରୁ ୧୪୪୫୬ଜଣ ସକ୍ରିୟ ଅଛନ୍ତି । ଏଥିସହିତ ୯୮୯୮ ଜଣ ଲୋକ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ୬୫୦ ରୋଗୀଙ୍କ ମୃତ୍ୟୁ ହୋଇଛି ।

ତାମିଲନାଡୁରେ କରୋନା ରୋଗୀଙ୍କ ସଂଖ୍ୟା ୨୭୨୫୬କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୧୨୧୩୪ ସକ୍ରିୟ ମାମଲା ଅଛି ଏବଂ ୧୪୯୦୨ ଜଣ ଲୋକ ଆରୋଗ୍ୟ ହୋଇଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ ୨୨୦ ଜଣଙ୍କର ମୃତ୍ୟୁ ହୋଇଛି। ଗୁଜୁରାଟରେ ୧୮୫୮୪ଟି କରୋନା ମାମଲା ରହିଛି, ଯେଉଁଥିରେ ୪୭୬୨ ସକ୍ରିୟ ରୋଗୀ ଅଛନ୍ତି। ଏହା ବ୍ୟତୀତ ରାଜ୍ୟରେ ୧୧୫୫ ଜଣଙ୍କର ମୃତ୍ୟୁ ହୋଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ୯୨୩୭ଟି ସକାରାତ୍ମକ ମାମଲା ଦେଖିବାକୁ ମିଳିଛି । ଏଥିମଧ୍ୟରୁ ୨୪୫ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ୩୫୫୩ ସକ୍ରିୟ ରୋଗୀ ଅଛନ୍ତି। ମଧ୍ୟପ୍ରଦେଶରେ କରୋନା ମାମଲା ସଂଖ୍ୟା ୮୭୬୨, ସେଥିମଧ୍ୟରୁ ୨୭୪୮ଟି ସକ୍ରିୟ ମାମଲା ଏବଂ ୫୬୩୭ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୩୭୭ ଜଣଙ୍କର ମୃତ୍ୟୁ ହୋଇଛି।

ଆୟୁଷ ହାନି କରୁଛି କୃତ୍ରିମ ଜଙ୍ଗଲ, କମିବାରେ ଲାଗିଛି ଅମ୍ଳଜାନ

ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ଯାହା ପାଇଁ ଆଜି ମଣିଷ ଜିଉଁଛି । ପରିବେଶ, ଯାହା ପାଇଁ ଜୀବନ ଜୀବିକା ସବୁ ସମ୍ଭବ ହୋଇପାରିଛି । ଏହାକୁ ନେଇ କାହିଁ କେତେ କଥା ଆମେ ଶୁଣି ଆସିଛେ । ପରିବେଶ କହିଲେ ଆମର ଛୋଟ ବେଳର ସେହି ଢଗ କଥା ମନେ ପଡ଼ିଯାଏ । ଯେମିତି ‘ପରିବେଶ ସୁରକ୍ଷା ଜୀବନ ରକ୍ଷା’ । ଏହି ଢଗ ଯଥେଷ୍ଟ ସତ୍ୟାସତ୍ୟ ମଧ୍ୟ ରହିଛି ।

ଗୋଟିଏ ଛୋଟ ଗଛ ବି ଆମକୁ ବଞ୍ଚିବାରେ ସାହାଯ୍ୟ କରିଥାଏ । କାରଣ ଆମର ପ୍ରତିଟି ପ୍ରଶ୍ୱାସର ଗଛରୁ ମିଳୁଥିବା ଅମ୍ଳଜାନକୁ ଆମେ ନେଇଥାଉ । ଏବଂ ଗୋଟିଏ ବୟସ୍କ ଗଛଟିଏ ବି କୋଟି କୋଟି ଟଙ୍କାର ଅକ୍ସିଜେନ ଦେଇଥାଏ ।

ଅମ୍ଳଜାନ ଆମକୁ ଚିନ୍ତା କରିବାକୁ ବାଧ୍ୟ କରେ ଯେ ଗଛଟିଏ ଆମ ଜୀବନ ପାଇଁ କେତେ ଉପଯୋଗୀ । ବିକାଶର ଦୌଡ଼ରେ କୁତ୍ରିମ ଜଙ୍ଗଲର ପରିସର ବୃଦ୍ଧି ପାଉଥିବା ବେଳେ ପ୍ରାକୃତିକ ଜଙ୍ଗଲର ପରିସର ଦ୍ରୁତ ଗତିରେ ସଂକୀର୍ଣ୍ଣ ହେଉଛି । ଏହାକୁ ନେଇବିଶେଷଜ୍ଞ କହିଛନ୍ତି ଯେ, ଏହି ଗଛଗୁଡ଼ିକ ଲୋକଙ୍କୁ କେତେ ସାହାଯ୍ୟ କରେ ତାହା ସେମାନେ ଜାଣନ୍ତି ନାହିଁ ।

ଏକ ବୟସ୍କ ବୃକ୍ଷ ଦୈନିକ ହାରାହାରି ୨୩୦ ଲିଟର ଅମ୍ଳଜାନ ଦେଇଥାଏ । ଏହି ସମୟ ମଧ୍ୟରେ ଏହା ବାୟୁମଣ୍ଡଳରେ ଉପସ୍ଥିତ ୪୮ ପାଉଣ୍ଡ କାର୍ବନ ଡାଇଅକ୍ସାଇଡ୍ ମଧ୍ୟ ଗ୍ରହଣ କରିଥାଏ | ଗଛ ଚାରିପାଖରେ ଅଳିଆ ଆବର୍ଜନା ଜାଳିବା ଦ୍ୱାର ଗଛର ଅମ୍ଳଜାନ ନିର୍ଗତ କରିବାର କ୍ଷମତା ଅଧା ହୋଇ ଯାଏ ।

ପ୍ରତ୍ୟେକ ବ୍ୟକ୍ତି ଦୈନିକ ୫୫୦ ଲିଟର ଅମ୍ଳଜାନ ଆବଶ୍ୟକ କରନ୍ତି । କିନ୍ତୁ ଆଜିର ପିଢି ଏହି ପରିବେଶକୁ ମୂଳରୁ ଶେଷ କରୁଛି । ଜଙ୍ଗଲକୁ ପଦା କରିବା ସହ ଅଜାଣନ୍ତରେ ନିଜ ଭବିଷ୍ୟତକୁ ଅନ୍ଧାରକୁ ଟାଣି ନେଉଛି ।

ସବୁଠୁ ଅଧିକ ଅମ୍ଳଜାନ ବରଗଛ, ନିମ୍ବ ଗଛ, ଆଉ ତୁଳସୀ ଗଛ ଦେଇଥାନ୍ତି । ଏମାନେ ହେଲେ ଜୀବନ ରକ୍ଷାକାରୀ ଗଛ । ଆପଣ ଜାଣନ୍ତି କି ୭୫୦ଲିଟର ଅମ୍ଳଜାନର ମୁଲ୍ୟ ୮୫୦୦ଟଙ୍କା ।

ଅନଲାଇନ୍ କମ୍ପାନୀଗୁଡିକ ୮୫୦୦ ଟଙ୍କାରେ ୭୫୦ ଲିଟର ଅମ୍ଳଜାନ ସିଲିଣ୍ଡର ଯୋଗାଉଛନ୍ତି । ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ବର୍ଷକୁ ୨୩ ଲକ୍ଷ ଟଙ୍କା ମୂଲ୍ୟର ଅମ୍ଳଜାନ ଗ୍ରହଣ କରେ । କେବଳ ସେତିକି ନୁହେଁ ଏମାନେ ଆଜମା ରୋଗକୁ ଦୂର କରିବାରେ ସହାୟତା କରିଥାଏ ।

ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: କରୋନା ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ବୃଦ୍ଧି ପାଉଥିବା ବେଳେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ କରୋନାରେ ଚତୁର୍ଥ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କରୋନା ଆକ୍ରାନ୍ତ ଜଣଙ୍କ ୬୩ ବର୍ଷୀୟ ପୁରୁଷ । ସେ ଡାଇବେଟିସ୍ ସହ ଅନ୍ୟ ରୋଗରେ ଆକ୍ରାନ୍ତ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଆକ୍ରାନ୍ତ ଜଣଙ୍କର ଚିକିତ୍ସା ଚାଲିଥିବା ବେଳେ କୋଭିଡ୍ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୦ଟି ନୂତନ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସଂକ୍ରମିତଙ୍କ ସଂଖ୍ୟା ୨୬୦୮ ଥିବାବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୧୧୭ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ୧୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଖୋର୍ଦ୍ଧାର ନୂଆ ମୃତ୍ୟୁକୁ ମିଶାଇ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି ।

ଦେଶରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ ୨୬୦୦ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୧୩୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୨୪ଟି ମାମଲା ଆସିଥିବା ବେଳେ ୬ଟି ହେଉଛି ସ୍ଥାନୀୟ ସଂକ୍ରମଣ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

କଟକରୁ ସର୍ବାଧିକ ୨୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୨୨ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୧୨, ସୁନ୍ଦରଗଡ଼ ଓ ଗଜପତିରୁ ୭ ଜଣ ଲେଖାଏଁ, କୋରାପୁଟ ୬, ବରଗଡ଼ ଓ ଭଦ୍ରକରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି ଓ ଯାଜପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ଢେଙ୍କାନାଳ, କେନ୍ଦୁଝର ଓ କେନ୍ଦ୍ରାପଡ଼ାରୁ ୨ଟି ଲେଖାଏଁ ନୂଆ ସଂକ୍ରମଣ ମାମଲା ଆସିଛି ।

ଅନୁଗୁଳ, ସୋନପୁର, ପୁରୀ, ରାୟଗଡ଼ା, ଜଗତସିଂହପୁର ଜିଲ୍ଲାରୁ ଗୋଟିଏ ଲେଖାଏଁ ନୂଆ ସଂକ୍ରମଣ ମାମଲା ଆସିଛି । ସଂକ୍ରମିତଙ୍କ ସଂଖ୍ୟା ରାଜ୍ୟରେ ୨୬୦୮କୁ ବୃଦ୍ଧି ପାଇଥିବା ବେଳେ ୧୪୮୧ ଜଣ ସୁସ୍ଥ ହୋଇଛନ୍ତି । ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୧୧୧୭ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି, ୮ ଜଣଙ୍କ ମୃତ୍ୟୁ ହୋଇଛି ।

ଦେଶରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ

ପୋଖରୀ ଖୋଳା ଚାଲିଥିବା ବେଳେ ଫୁଟିଲା ବୋମା, ୩ ଶ୍ରମିକ ଆହତ

ବ୍ରହ୍ମପୁର: ଗଞ୍ଜାମ କବିସୂର୍ଯ୍ୟନଗର ଥାନା ନୂଆପଲ୍ଲୀ ଗାଁରେ ଫୁଟିଲା ବୋମା । ପୋଖରୀ ଖୋଳା କାମ ଚାଲିଥିବା ବେଳେ ଅଘଟଣ ଘଟିଛି । ବିସ୍ଫୋରଣରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ପୋଲସରା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ତେବେ, ମନରେଗା କାମ ଚାଲିଥିବା ବେଳେ ବୋମା କିଏ ଓ କାହିଁକି ରଖିଥିଲା ସେନେଇ ପୋଲିସ ତଦନ୍ତ କରୁଛି। ଆହତମାନେ ନୂଆପଲ୍ଲୀ ଗାଁର ବୋଲି ଜଣାପଡ଼ିଛି ।

କରୋନା ସଂକଟ ଭିତରେ ଅର୍ଥନୀତିକୁ ନେଇ ମୋଦି ସରକାରର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ଲକଡାଉନ୍ ଯୋଗୁଁ ଅର୍ଥନୀତି ଏକପ୍ରକାର ଭୁଶୁଡ଼ି ପଡ଼ିଛି । ରାଜସ୍ୱ କ୍ଷତି ହେଉଛି, ସରକାରଙ୍କ ଖର୍ଚ୍ଚ ବଢ଼ୁଛି । ଏହାର ପ୍ରଭାବ ପଡ଼ିଛି ସରକାର ଆରମ୍ଭ କରିବାକୁ ଥିବା ନୂଆ ଯୋଜନା ଉପରେ । ଏବେ କେନ୍ଦ୍ର ସରକାର ଆରମ୍ଭ ହେବାକୁ ଥିବା ସମସ୍ତ ନୂଆ ଯୋଜନା ଉପରେ କଟକଣା ଜାରି କରିଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଓ ଅନ୍ୟ ବିଭାଗ ଦ୍ୱାରା ଜାରି ନିର୍ଦ୍ଦେଶ ପ୍ରକାରେ ଆସନ୍ତା ୯ ମାସ ଯାଏଁ କୌଣସି ନୂଆ ଯୋଜନା ଆରମ୍ଭ ହେବନାହିଁ । ଅର୍ଥାତ୍ ମାର୍ଚ୍ଚ ୨୦୨୦ ଯାଏଁ କୌଣସି ନୂଆ ଯୋଜନା ଆରମ୍ଭ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

modi

୨୦୨୦-୨୧ ଆର୍ଥିକ ବର୍ଷରେ କୌଣସି ନୂଆ ଯୋଜନା ଆରମ୍ଭ ହେବନାହିଁ । କରୋନା ବିରୋଧରେ ଲଢ଼ାଇ ଭିତରେ ଆର୍ଥିକ ଅବସ୍ଥା ଖରାପ ହୋଇଥିବାରୁ ଏଭଳି ନିଷ୍ପତ୍ତି ନେଇଛି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ । ଅନୁମୋଦିତ କିମ୍ବା ମୂଲ୍ୟାୟନ ବର୍ଗରେ ଥିବା ଯୋଜନା ସହ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ନୀତିଗତ ଅନୁମୋଦନ ପାଇଥିବା ଯୋଜନା ଉପରେ ପ୍ରତିବନ୍ଧକ ଲାଗିବ ।

ଆତ୍ମନିର୍ଭର ଭାରତ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ବିଭିନ୍ନ ମନ୍ତ୍ରାଳୟ ନୂଆ ଯୋଜନା ଆରମ୍ଭ ନକରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଥିସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଓ ଆତ୍ମନିର୍ଭର ଭାରତ ଅଭିଯାନରେ ଘୋଷଣା କରାଯାଇଥିବା ଯୋଜନା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।

ଜୁନ୍ ୪ରେ ଅର୍ଥ ମନ୍ତ୍ରାଳୟ ଜାରି କରିଥିବା ଆଦେଶ ପ୍ରକାରେ, ମହାମାରୀ କରୋନା ପାଇଁ ସର୍ବସାଧାରଣ ସମ୍ପତ୍ତି ଉପରେ ଚାହିଦା ରହିଛି । ବଦଳୁଥିବା ସମୟ ଓ ଆବଶ୍ୟକତା ଦୃଷ୍ଟିରୁ ସମ୍ବଳର ଉପଯୋଗ ହେବା ଦରକାର ।  ସ୍ଥାୟୀ ଅର୍ଥ ସମିତି ପ୍ରସ୍ତାବ (୫୦୦ କୋଟି ଉପରେ ଯୋଜନା) ସହିତ ୨୦୨୦-୨୧ ଆର୍ଥିକ ବର୍ଷ ପୂର୍ବରୁ ସ୍ୱୀକୃତ ବା ଅନୁମୋଦିତ ନୂଆ ଯୋଜନା ବର୍ଷେ ଯାଏଁ ହେବନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି ।

ସରକାରଙ୍କ ରାଜସ୍ୱ ଆୟ କମ୍ ହେଉଛି । ରିପୋର୍ଟ ଅନୁସାରେ, ୨୦୨୦ ଏପ୍ରିଲରେ ୨୭ ହଜାର ୫୪୮ କୋଟି ଟଙ୍କା ରାଜସ୍ୱ ଆୟ ହୋଇଛି । ଯାହାକି ବଜେଟ୍ ଅନୁଦାନର ୧.୨ ପ୍ରତିଶତ । ଯେତେବେଳେ କି ସରକାର ୩.୦୭ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଯାହାକି ବଜେଟ ଅନୁମାନର ୧୦ ପ୍ରତିଶତ ।

RBIର ବଡ ଘୋଷଣା: ରେପୋ ରେଟ୍ ହ୍ରାସ ହେତୁ ଶସ୍ତା ହୋଇପାରେ ଲୋନ୍‌,ଇଏମ୍‌ଆଇ ପାଇଁ ଆଉ ୩ ମାସ ମହଲତ

ଗାଁରେ ସହର ଠାରୁ ଅଧିକ କରୋନା ସଂକ୍ରମଣ ମାମଲା, ଜାଣନ୍ତୁ ଦେଶର ସ୍ଥିତି

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ ମାମଲା ପ୍ରଥମେ ବିଦେଶରୁ ଫେରିଥିବା ଲୋକଙ୍କଠାରେ ମିଳିଥିଲା । ଧିରେ ଧିରେ କରୋନା ସଂକ୍ରମଣ ବଢ଼ିବା ସହ ଗାଁଠୁ ସହରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିଲା । ଗାଁ ପର୍ଯ୍ୟନ୍ତ କରୋନା ପହଞ୍ଚିବାର ଅର୍ଥ ସଂକ୍ରମଣ ବ୍ୟାପିବାକୁ ରୋକିବା ମୁସ୍କିଲ୍ ହେବା । ସଂକ୍ରମଣ ରୋକିବାକୁ ଲକଡାଉନ୍ କରାଗଲା । ୨ ମାସରୁ ଅଧିକ ସମୟ ଧରି କଡ଼ା ଲକଡାଉନ୍ ହେଲା । ଏହାରି ମଧ୍ୟରେ ଅନ୍ୟ ରାଜ୍ୟରେ ରହୁଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ପାଦରେ ଚାଲି ଚାଲି ଭିଟାମାଟି ଅଭିମୁଖେ ବାହାରି ପଡ଼ିଲେ । ସେମାନେ ଗାଁରେ ପହଞ୍ଚିବା ସହ ଗ୍ରାମାଞ୍ଚଳରେ ବଢି ଚାଲିଲା କରୋନା ସଂକ୍ରମଣ । ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଓଡ଼ିଶାର ଗ୍ରାମାଞ୍ଚଳରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି । ରାଜସ୍ଥାନର ଗ୍ରାମାଞ୍ଚଳରେ ସହରଠାରୁ ଅଧିକ କରୋନା ମାମଲା ଚିହ୍ନଟ ହୋଇଛି ।

ବଢ଼ୁଛି ସଂକ୍ରମଣ

କେତେକ ରାଜ୍ୟରେ ପ୍ରବାସୀ ଫେରିବା ପରେ କରୋନା ପଜିଟିଭ ସଂଖ୍ୟା ୩୦ରୁ ୮୦ ପ୍ରତିଶତ ଯାଏଁ ବୃଦ୍ଧି ପାଇଛି । ପ୍ରବାସୀ ଘରକୁ ଆସିବା ପରେ ରାଜସ୍ଥାନର ଗ୍ରାମୀଣ ଇଲାକାରେ କରୋନା ମାମଲା ସହରଠାରୁ ଅଧିକ ।

ଗାଁ ମୁହାଁ କରୋନା

କରୋନାରେ ଦେଶରେ ସର୍ବାଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରର ଗ୍ରାମୀଣ ଇଲାକାରେ ପୂର୍ବରୁ କରୋନା ସଂକ୍ରମଣ ମାମଲା କମ୍ ଥିଲା । ଏବେ ସହର ଅପେକ୍ଷା ଗାଁରେ ମାମଲା ବଢ଼ିବାରେ ଲାଗିଛି । ସେହିଭଳି ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ମେ ୨ ଯାଏଁ କୌଣସି ସଂକ୍ରମଣ ଚିହ୍ନଟ ହୋଇନଥିବା ବେଳେ ଜୁନ୍ ୪ ସୁଦ୍ଧା ୫୨୧ ଜଣ ସଂକ୍ରମିତ ହୋଇଥିବା ବେଳେ ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

୭୦ ପ୍ରତିଶତ ପ୍ରବାସୀ

ଉତ୍ତରପ୍ରଦେଶରେ ପାଖାପାଖି ୩୦ ଲକ୍ଷ ପ୍ରବାସୀ ଶ୍ରମିକ ଅନ୍ୟ ରାଜ୍ୟରୁ ଫେରିଛନ୍ତି । ପ୍ରବାସୀ ଫେରିବା ପରେ ସଂକ୍ରମଣ ବଢ଼ିଛି । ରାଜ୍ୟରେ ସଂକ୍ରମିତ ସଂଖ୍ୟାର ୭୦ ପ୍ରତିଶତ ହେଉଛନ୍ତି ପ୍ରବାସୀ । ଆନ୍ଧ୍ରପ୍ରଦେଶରେ ଗୋଟିଏ ମାସ ପୂର୍ବରୁ କରୋନା ସଂକ୍ରମଣର ୯୦ ପ୍ରତିଶତ ମାମଲା ସହରାଞ୍ଚଳରୁ ଥିଲା । ଏବେ ଗ୍ରାମାଞ୍ଚଳରେ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇଛି ।

ପ୍ରତିଦିନ ନୂଆ ରେକର୍ଡ

ବିଗତ ୨୪ ଘଣ୍ଟାରେ ଗୁରୁବାର ଦେଶରେ ୯ ହଜାର ୩୦୪ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ବୁଧବାର ୮ ହଜାର ୯୦୯ ମାମଲା ଆସିଥିଲା । ଜୁନ୍ ୧ରୁ ପ୍ରତିଦିନ ୮ ହଜାରରୁ ଅଧିକ ନୂଆ ମାମଲା ଆସୁଛି । ଚଳିତମାସର ପ୍ରଥମ ୪ ଦିନରେ ୩୪ ହଜାର ୭୮୧ ନୂଆ ସଂକ୍ରମଣ ମାମଲା ଆସିଛି ।

ଦେଶରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କରୋନା ପଜିଟିଭ୍ ଚିହ୍ନଟ

ଅଯଥା ସନ୍ଦେହ ମନକୁ ଭାରାକ୍ରାନ୍ତ କରିଦେବ, ଚାକିରି ହେଉ କିମ୍ବା ବ୍ୟବସାୟରେ ସଂପୂର୍ଣ୍ଣ ସତର୍କ ରହିବେ

ମେଷ –

ଅଶ୍ୱିନୀ ନକ୍ଷତ୍ର –

– ପୁରୁଷ ମାନଙ୍କର ପେଟ ଜନିତ ଆସୁବିଧା ରହିବ ଏବଂ ମହିଳା ମାନଙ୍କର ଋତୁଚକ୍ର ଜନିତ ବ୍ୟତିକ୍ରମ ହେବ॥

ଦ୍ୱିଜା ନକ୍ଷତ୍ର –

– ଆଜି ଚାକିରି ହେଉ କିମ୍ବା ବ୍ୟବସାୟରେ ସଂପୂର୍ଣ୍ଣ ସତର୍କ ରହିବେ ଦଣ୍ଡିତ ହୋଇପାରନ୍ତି ॥

କୃତ୍ତିକା ନକ୍ଷତ୍ର –

– ଆଜି ରିଷ୍ଟପୂର୍ଣ୍ଣ ଦିବସ ରହିଛି ଘରୁ ବାହାରିଲା ବେଳେ କିଛି ଦହି ଖାଇକି ବାହାରନ୍ତୁ   ॥

ଶୁଭ ରଙ୍ଗ – ନିଳ

– ଗୃହରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଯଥାବିଧି ପୂଜାର୍ଚ୍ଚନା କରି ସପରିବାରେ ବସି ୨୭ଥର ଓଁ ନିଳାଚଳ ନିବାସାୟ ଶରଣଂ ପାଠ କରିବେ ॥

ବୃଷ –

କୃତ୍ତିକା ନକ୍ଷତ୍ର –

– ଆଜି କୌଣସି ଆର୍ଥିକ କ୍ଷତି ହେବ ଏବଂ ନିଚ୍ଚଲୋକ ଠାରୁ ଅପମାନିତ ହେବେ ମଥାରେ ଚନ୍ଦନ ଲଗାନ୍ତୁ॥

ରୋହିଣି ନକ୍ଷତ୍ର –

– ସ୍ୱାମୀ ସ୍ତ୍ରୀ କିମ୍ବା ପ୍ରେମୀଯୁଗଳଙ୍କ ମଧ୍ୟରେ ମତାନ୍ତର ସହିତ ମନ ବିଚଳିତ ରହିବ, କିଛି ଖାଦ୍ୟ ଦାନ କରନ୍ତୁ॥

ମୃଗଶିରା ନକ୍ଷତ୍ର –

– ପିତାଙ୍କ ସହିତ ମତଭେଦ ହେବ ଏବଂ ଆଜି ଅଯଥା ଖର୍ଚ୍ଚାନ୍ତ ହେବେ॥

ଶୁଭ ରଙ୍ଗ – ହଳଦିଆ ରଙ୍ଗ

– ଗୃହରେ ଶ୍ରୀଜଗନ୍ନାଥଙ୍କୁ ଚନ୍ଦନ ଲାଗି କରିବେ, ଛେନା ନୈବେଦ୍ୟ ଅର୍ପଣ କରିବେ ॥

ମିଥୁନ –

ମୃଗଶିରା ନକ୍ଷତ୍ର –

– ଅଶୁଭ ବୃହଷ୍ପତି ଏବଂ ଶନି ଆଜି ସାଧାରଣ କଥାକୁ ନେଇ ପାରିବାରିକ  ବିଶୃଙ୍ଖଳା କରିବେ ଫଳରେ ମନ ଦୁର୍ବଳ ରହିବ ॥

ଆଦ୍ରା ନକ୍ଷତ୍ର –

– ଆଜି ଅଚାନକ କାହା ସହିତ ଅଯଥା ମତାନ୍ତର ହେବ ତେଣୁ କୌଣସି ତରବରିଆ ନିଷ୍ପତି ନେବେ ନାହିଁ ନହେଲେ ନିଜର କ୍ଷତି ହେବ ॥

ପୂନର୍ବସୁ ନକ୍ଷତ୍ର –

– ଅଯଥା ସନ୍ଦେହ ମନକୁ ଭାରାକ୍ରାନ୍ତ କରିଦେବ, ମିତ୍ର ଆଜି ଶତୃ ପାଲଟିଯିବ ॥

ଶୁଭ ରଙ୍ଗ – ଧଳା

– ଓଁ କ୍ଲିଂ କୃଷ୍ଣାୟ ଗୋବିନ୍ଦାୟ ଗୋପିଜନ ବଲ୍ଲବାୟ ନମଃ ୧୦୮ଥର ପାଠ କରନ୍ତୁ ଓ ୧୦୮ ତୁଳସି ଚଢାଇବେ ॥

କର୍କଟ –

ପୂନର୍ବସୁ ନକ୍ଷତ୍ର –

– ପ୍ରତି କାମ ବିଳମ୍ବରେ ହାସଲ ହେବ, ପ୍ରତି ମୂହୁର୍ତ୍ତରେ ମନ ଭିତରେ ଅଜଣା ଡର ରହିବ॥

ପୂଷ୍ୟା ନକ୍ଷତ୍ର –

– ଆଜି ମନ ସନ୍ଦେହ ଭିତରେ ରହିବ ତେଣୁ ଚାକିରି ହେଉ କିମ୍ବା ବ୍ୟବସାୟ ବିଭିନ୍ନ ସମସ୍ୟା ଉପୁଜିବ ॥

ଅଶ୍ଲେଷା ନକ୍ଷତ୍ର –

– କିଛି କିଛି ବାଧାବିଘ୍ନ ପୂର୍ଣ୍ଣ ଦିନଟି ରହିବ॥

ଶୁଭ ରଙ୍ଗ – ପିତାମ୍ବରି

– ଭଗବାନ ଶ୍ରୀଜଗନ୍ନାଥଙ୍କର ବ୍ରତ ଦିନଭରି ରଖନ୍ତୁ॥

ସିଂହ –

ମଘା ନକ୍ଷତ୍ର –

– ଅଚାନକ ଗୋଡପିଡା ହେବା କିମ୍ବା ଗଣ୍ଠିମଜ୍ଜା ପିଡାହେବା ଭଳି ସ୍ଥିତି ଉପୁଜିବ ଅଯଥା ଟଙ୍କା ବ୍ୟୟ ହେବ ମୁକ୍ତି ନିମନ୍ତେ ଆଗରୁ ରୋଷେଇ ରୁ ବଳିଥିବା ପୋଡାତେଲ ବହିଯାଉଥିବା ଜଳରେ ଭସେଇ ଦିଅନ୍ତୁ ॥

ପୂର୍ବାଫାଲଗୁନି ନକ୍ଷତ୍ର –

– ଆଜି ଚିନି ଏବଂ ବେଶନ ରାଧାକୃଷ୍ଣ କିମ୍ବା ଜଗନ୍ନାଥ ମନ୍ଦିର ପୂଜକଙ୍କୁ ଦାନ କରନ୍ତୁ ଅଟକିଥିବା କାମ ପୁରଣ ହେବ॥

ଉତ୍ତରାଫାଲଗୁନୀ ନକ୍ଷତ୍ର –

– କୌଣସି ଦ୍ରବ୍ୟ ଲାଭ ହେବ ଏବଂ  କୌଣସି ସମସ୍ୟାରୁ ମୁକ୍ତି ପାଇବେ, ନିଜ ଗୃହର ପଶ୍ଚିମ ଦିଗରେ ଜଳପୂର୍ଣ୍ଣ ପାତ୍ର ରଖନ୍ତୁ॥

ଶୁଭରଙ୍ଗ – କମଳା

– ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା ତେଣୁ ଭଗବାନ ଶ୍ରୀଜଗନ୍ନାଥଙ୍କୁ ପୂର୍ଣ୍ଣ ସମର୍ପଣ ଭାବର ସହିତ କରନ୍ତୁ ଜପ

“ଜଗଦାନନ୍ଦ କନ୍ଦାୟ ପ୍ରଣତାର୍ତ୍ତି ହରାୟତେ,ନୀଳାଚଳ ନିବାସାୟ ଜଗନ୍ନାଥାୟତେ ନମଃ” ॥

କନ୍ୟା –

ଉତ୍ତରାଫାଲଗୁନୀ ନକ୍ଷତ୍ର –

– ଗଛିତ ଅର୍ଥ ବଢିବ ଫଳରେ ମନ ଉତ୍ସାହିତ ରହିବ ମାତ୍ର କିଛି  ଭୁଲ ନିଷ୍ପତି ନେଇ ଅପମାନିତ ହେବେ॥

ହସ୍ତା ନକ୍ଷତ୍ର –

– ଉଚ୍ଚ ଶିକ୍ଷାରେ ଋଚି ବଢିବ,ନୂଆନୂଆ କାର୍ଯ୍ୟପନ୍ଥା ଆପଣାଇ ସଫଳ ହେବେ॥

ଚିତ୍ରା ନକ୍ଷତ୍ର –

– ପୁଞ୍ଜିନିବେଶରୁ ଲାଭ ହେବ ମାତ୍ର ସ୍ୱାସ୍ଥ୍ୟପ୍ରତି ସତର୍କ ରହିଥିବେ ॥

ଶୁଭ ରଙ୍ଗ – ହଳଦିଆ

– ଗୃହରେ ନିଷ୍ଠାର ସହିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅତିପ୍ରିୟ ତୁଳସି ଏବଂ ମୟୁର ଚନ୍ଦ୍ରିକା ଅର୍ପଣ କରନ୍ତୁ ଏବଂ ଶ୍ରୀଜଗନ୍ନାଥଷ୍ଟକ ପାଠ କରନ୍ତୁ କିମ୍ବା ଶୁଣନ୍ତୁ ॥

ତୁଳା –

ଚିତ୍ରା ନକ୍ଷତ୍ର –

– ସରକାରଙ୍କର କୌଣସି ଯୋଜନାରେ ଲାଭାନ୍ୱିତ ହେବେ, ପାରିବାରିକ ଶାନ୍ତି ମିଳିବ, ଭାଇଭାଇ ଭାବ ନିବିଡ଼ତା ବଢିବ॥

ସ୍ୱାତୀ ନକ୍ଷତ୍ର –

– ପିଲାମାନଙ୍କ ମଧ୍ୟରେ ଆତ୍ମବଳ ବଢିବ, ଜିବନର କୌଣସି ଲକ୍ଷ ପୂର୍ଣ୍ଣ ହେବ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ବଢିବ॥

ବିଶାଖା ନକ୍ଷତ୍ର –

– ଆଜି ଘରୁ ବାହାରିଲା ବେଳେ ଖଣ୍ଡେ ଅନ୍ନପୂର୍ଣ୍ଣା ପତ୍ର ନିଜ ପାଖରେ ରଖି ବାହାରନ୍ତୁ ସବୁ କାମରେ ଜୟ ହେବ॥

ଶୁଭ ରଙ୍ଗ – କ୍ଷିର ରଙ୍ଗ ଧଳା

– ପଶୁପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ଆର୍ଶିବାଦ ପ୍ରାପ୍ତ ହେବ ॥

ବିଛା –

ବିଶାଖା ନକ୍ଷତ୍ର –

– ଆର୍ଥିକ ଅବନତି ସହିତ କର୍ମକ୍ଷେତ୍ରରେ ଅଶୁଭ ସୂଚନା ବଢିବ ଯୋଜନାରେ ଅସଫଳ ହେବେ॥

ଅନୁରାଧା ନକ୍ଷତ୍ର –

– ପାରିବାରିକ ମାନସିକଚାପ ବଢିବ,  ଆର୍ଥିକ ଅନାଟନ ବଢିବ ॥

ଜ୍ୟେଷ୍ଠା ନକ୍ଷତ୍ର –

– ଜିବନ ଯୁର୍ଦ୍ଧରେ ସଂଘର୍ଷ ବଢିବ, ଆର୍ଥିକ ଦୁର୍ବଳତା ପରିଲିକ୍ଷିତ ହେବ, ମନ ଚିନ୍ତାଗ୍ରସ୍ତ ରହିବ ॥

ଶୁଭ ରଙ୍ଗ – ଧଳା

– ତୁଳସି କାଠି ଘୋରି ଭଗବାନ ଶ୍ରୀଜଗନ୍ନାଥଙ୍କୁ ଲଗାନ୍ତୁ ଏବଂ ନିଜେ ମଥାରେ ଲଗାଇ ଦିନ କାଟନ୍ତୁ ॥

ଧନୁ –

ମୂଳା ନକ୍ଷତ୍ର –

– ନିଜଲୋକ ଠାରୁ ଦୁରରେ ରହି ମନସ୍ତାପ ବଢିବ, ଭବିଷ୍ୟତ ଚିନ୍ତା ଦ୍ୱିଗୁଣିତ ହେବ ॥

ପୂର୍ବାଷାଢା ନକ୍ଷତ୍ର –

– କୌଣସି ଅତିପରିଚିତ ବା ନିଜ ଲୋକଠାରୁ ଧୋକା ମିଳିବ, ଅଚାନକ ମନସ୍ତାପ ବଢିବ॥

ଉତ୍ତରାଷାଢା ନକ୍ଷତ୍ର –

– ମାନସିକ ଚାପ ବଢିବ, ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ପରିଲିକ୍ଷିତ ହେବ ॥

ଶୁଭ ରଙ୍ଗ – ଲାଲ ରଙ୍ଗ

– କିଛି ତୁଳସି ପତ୍ର ଖାଇ ଗୃହରୁ ବାହାରିବେ ॥

ମକର –

ଉତ୍ତରାଷାଢା ନକ୍ଷତ୍ର –

– ଅର୍ଥର ଅଭାଵ ରହିବ ତେଣୁ ନିଜର ଯାନବାହାନ କିମ୍ବା ଗୃହର କିଛି ଆସବାବ ବିକ୍ରି କରିବାଭଳି ପରିସ୍ଥିତି ଉପୁଯିବ ॥

ଶ୍ରବଣା ନକ୍ଷତ୍ର –

– କାମ ଗୁଡିକ ବିଗିଡି ଯିବ ଏବଂ ନିଜଲୋକ ଠାରୁ ଧୋକା ମିଳିବ କିମ୍ବା ଅଯଥା ଅପବାଦ ମିଳିବ॥

ଧନିଷ୍ଠା ନକ୍ଷତ୍ର –

– ଅକଷ୍ମାକ ଦୁର୍ଘଟଣା ସ୍ଥିତି ରହିବ, ଗୃହରୁ ବାହାରନ୍ତୁ ନାହିଁ ଏବଂ ଗଛ କିମ୍ବା ଯାନବାହାନ ଚଢନ୍ତୁ ନାହିଁ ॥

ଶୁଭ ରଙ୍ଗ –  ସବୁଜ ଏବଂ ଧଳା

– ଓଁ କ୍ଲିଂ କୃଷ୍ଣାୟ ଗୋବିନ୍ଦାୟ ଗୋପିଜନ ବଲ୍ଲବାୟ ନମୋ ନମଃ, ୨୭ଥର ଜପ କରନ୍ତୁ॥

କୁମ୍ଭ –

ଧନିଷ୍ଠା ନକ୍ଷତ୍ର –

– କାହା ସହିତ ମତାନ୍ତର ହେବ, ଟଙ୍କାପଇସାର ଅଭାବ ହେବ॥

ଶତଭିଷା –

– ପାଦତଳ ପିଡା ହେବ, ଜୀବନସାଥିର ଅସହଯୋଗ ମିଳିବ ଫଳରେ ଚିନ୍ତାଗ୍ରସ୍ତ ରହିବେ ॥

ପୂର୍ବଭାଦ୍ର ନକ୍ଷତ୍ର –

– ଯାନବାହାନ ଭୟ ରହିବ, ଅଯଥା ଗଣ୍ଡଗୋଳିଆ ପରିସ୍ଥିତି ଷୃଷ୍ଟି ହେବ॥

ଶୁଭ ରଙ୍ଗ – ଧଳା

– ମହାପ୍ରଭୁଙ୍କୁ ସମର୍ପି ଆଜି ଚଢେଇ ମାନଙ୍କୁ ଖାଇବାକୁ ଦିଅନ୍ତୁ ॥

ମୀନ –

ପୂର୍ବାଭାଦ୍ର ନକ୍ଷତ୍ର –

– ବିନା ଦୋଷରେ ଅପମାନିତ ହେବେ, ବିଶୃଙ୍ଖଳାର ଶିକାର ହେବେ ତେଣୁ ଆଜି ସତର୍କ ରହିବେ॥

ଉତ୍ତରଭାଦ୍ର ନକ୍ଷତ୍ର –

– ସମୟ ଏତେ ଅନୁକୂଳ ରହିବ ନାହିଁ, ଆୟ ଠାରୁ ବ୍ୟୟ ଅଧିକ ହେବ ଏବଂ ମାନସିକ ଅଶାନ୍ତି ରହିବ॥

ରେବତୀ ନକ୍ଷତ୍ର –

– ଆଜି ମହାପ୍ରଭୂ ଶ୍ରୀଜଗନ୍ନାଥ ଙ୍କର ଗଜାନନ ବେଷ କୁ ମନେ ମନେ ସ୍ମରଣ କରନ୍ତୁ ମନୋବାଞ୍ଛିତ ଫଳ ପ୍ରାପ୍ତ ହେବ ॥

ଶୁଭ ରଙ୍ଗ – ଫିକା ଗୋଲାପି

– ବିଷ୍ଣୁ ସହସ୍ରନାମ ଶୁଣନ୍ତୁ କଲ୍ୟାଣ ହେବ॥

ଜ୍ୟୋତିର୍ବିଦ୍ -‌ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ     

ଦକ୍ଷିଣ ଭାରତରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । କର୍ଣ୍ଣାଟକର ହମ୍ପିରେ ୪.୦ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

ଦକ୍ଷିଣ ଭାରତରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । କର୍ଣ୍ଣାଟକର ହମ୍ପିରେ ୪.୦ ତୀବ୍ରତାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।