spot_img
Home Blog Page 6860

୮ ମାସରେ ୬ ଜଣଙ୍କ ସ୍ତ୍ରୀ, ବାହାଘର ପିଛା ମିଳୁଥିଲା ୧୦ ହଜାର ଟଙ୍କା

ରାଜସ୍ଥାନ: ବାହାଘରର ଦୁଇ ଦିନ ପରେ ବୋହୂ ବାପଘରକୁ ଯିବାକୁ ଜିଦ୍ ଧରିଥିଲା । ବୋହୂ ସହ ବର ମଧ୍ୟ ତା ଘରକୁ ଯିବାକୁ କହିଲା । ମଝି ରାସ୍ତାରେ କିଛି ଗଡ଼ବଡ଼ ହେଉଥିବା ଜଣିବା ପୂର୍ବରୁ ତାର ହତ୍ୟାର ଷଡ଼ଯନ୍ତ୍ର ହୋଇସାରିଥିଲା । ତା ପର ଦିନ ଲୋକମାନଙ୍କୁ ଗଛରେ ଛୁଲୁଥିବା ବରର ମୃତ ଦେହ ମିଳିଥିଲା । ସୂଚନା ଅନୁଯାୟୀ ବ୍ୟକ୍ତି ଜଣକ ଜଣେ ଡକାୟତ ବୋହୂକୁ ବାହା ହେଇଥିଲେ ।

୭ ଦିନ ପୂର୍ବେ ରତଲାମ ଜିଲ୍ଲାର ସୌଲାନା ନିକଟରେ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ ଡକାୟତ ବୋହୂ ଗ୍ୟାଙ୍ଗର ପର୍ଦଫାସ କରିଛି । ଅଭିଯୁକ୍ତ ଯୁବତୀ ଜଣଙ୍କ ପୂର୍ବରୁ ରାଜସ୍ଥାନ, ଗୁଜୁରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶର ଅନେକ ଅଞ୍ଚଳରେ ମିଥ୍ୟା ବିବାହ କରିସାରିଛି । ସୌଲାନାରେ ୭ ଦିନ ପୂର୍ବେ  ବାଂଶବାଡାରେ ମହେନ୍ଦ୍ର  (୨୯) ଙ୍କ ମୃତ ଦେହ ମିଳିଥିଲା । ପ୍ରାରମ୍ଭିକ ତଦନ୍ତରୁ ଜଣା ପଡ଼ିଥିଲା ଯେ ଯୁବକଙ୍କ ସ୍ତ୍ରୀ ମୀନାକ୍ଷୀ ତାଙ୍କ ହତ୍ୟା କରିଛନ୍ତି । ମହେନ୍ଦ୍ରଙ୍କ ବାହଘରକୁ ମାତ୍ର ଦୁଇ ଦିନ ହୋଇଥିଲା । ହତ୍ୟା କରିବା ପରେ ଅଭିଯୁକ୍ତ ମୀନାକ୍ଷୀ ତା ଗ୍ୟାଙ୍ଗ ସହ ଫେରାର ହୋଇଯାଇଥିଲା ।

ମହେନ୍ଦ୍ର  ଏବଂ ମୀନାକ୍ଷୀଙ୍କ ବାହାଘର ବ୍ୟୁରୋ ମାଧ୍ୟମରେ ହୋଇଥିଲା । ବାହାଘର ପାଇଁ ମୀନାକ୍ଷୀଙ୍କ ନକଲି ଭାଇ ଦେଢ଼ ଲକ୍ଷ ଟଙ୍କା ନେଇଥିଲେ ଯାହାପରେ କୋର୍ଟ ଏବଂ ପରିବାରବର୍ଗଙ୍କ ସହମତିରେ ବିବାହ ହୋଇଥିଲା । ବାହାଘରର ଦୁଇଦିନ ପରେ ମୀନାକ୍ଷୀଙ୍କ ସଂପର୍କୀୟ ଭାବରେ ଚାରିଜଣ ଆସିଲେ ଏବଂ ମହେନ୍ଦ୍ରଙ୍କୁ ଗାଡ଼ିରେ ବସାଇ ନିଜ ସହ ନେଇଗଲେ । ତା’ ପରଦିନ ମେହେନ୍ଦ୍ରଙ୍କ ମୃତ ଦେହ ସୌଲାନା ପାଖ ଏକ ଗଛରେ ଛୁଲିଥିବା ଅବସ୍ଥାରେ ଦେଖିବାକୁ ମିଳିଥଲା । ମାମଲାର ଗମ୍ଭୀରତାକୁ ଦେଖି ପୋଲିସ ନିଜ ଗୁପ୍ତଚର ବ୍ୟବସ୍ଥା ଏବଂ ସାଇବର ସେଲ୍ ସକ୍ରିୟ କରି ଅନୁସନ୍ଧାନ ଆରମ୍ଭ କରିଥିଲା । ଯାଞ୍ଚ ସମୟରେ ପୋଲିସକୁ ମୀନାକ୍ଷୀର ବାପାଙ୍କ ମୋବାଇଲ ନମ୍ବର ଲୋକେସନ ମିଳିଥିଲା ଯାହା ଇନ୍ଦୋର, ବରୋଲୀ ଗାଁର ଥିଲା । ଏହାପରେ ପୋଲିସ ଲୋକେସନରେ ପହଞ୍ଚି ମୀନାକ୍ଷୀକୁ ଗିରଫ କରିଥିଲା ।

ମୀନାକ୍ଷୀ ପୋଲିସକୁ କହିଥିଲେ ଯେ, ସେ ତିନି ବର୍ଷ ପୂର୍ବେ ସ୍ୱାମୀଙ୍କୁ ଛାଡିବା ପରେ ତାଙ୍କ ପିତାମାତାଙ୍କ ସହ ରହୁଥିଲେ। ଏହି ସମୟରେ ମୀନାକ୍ଷୀ ମଧ୍ୟ ତାଙ୍କ ପରିବାର ସଦସ୍ୟଙ୍କ ସହ ଝଗଡା କରି ସେମାନଙ୍କଠାରୁ ଅଲଗା ରହିବା ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ ମୀନାକ୍ଷୀ ଉତ୍ତରପ୍ରଦେଶର ବାସିନ୍ଦା ପୁଷ୍ପେନ୍ଦ୍ର ଦୁବେ ନାମକ ଜଣେ ଯୁବକଙ୍କୁ ଭେଟିଥିଲେ । ପୁଷ୍ପେନ୍ଦ୍ର ବିବାହ ନାମରେ ଠକେଇରେ ଲିପ୍ତ ଥିଲେ । ମୀନାକ୍ଷୀ ତା ସହ ମିଶି ଠକେଇରେ ସାମିଲ ହୋଇଥିଲା । ପୁଷ୍ପେନ୍ଦ୍ର ଜରିଆରେ ହିଁ ସେ ମହେନ୍ଦ୍ରକୁ ଭେଟିଥିଲା ।

ମୀନାକ୍ଷା ପୋଲିସକୁ କହିଥିଲେ ଯେ, ତାକୁ ଗୋଟିଏ ବାହାଘର ପାଇଁ ୧୦ ହଜାର ଟଙ୍କା ମିଳୁଥିଲା । ମୀନାକ୍ଷା ଏଯାବତ ରାଜସ୍ଥାନ, ଗୁଜୁରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶର ଅନେକ ଅଞ୍ଚଳରେ ଏହି ମିଥ୍ୟା ବିବାହର ଷଡ଼ଯନ୍ତ୍ର ରଚିସାରିଛି । ୮ ମାସରେ ସେ ୬ ଥର ବିବାହ କରିସାରିଥିଲା । ଜୁଲାଇ ୨୮ ତାରିଖ ରାତିରେ ସାରିକା ଉର୍ଫ ସଙ୍ଗୀତା ନାମକ ଜଣେ ମହିଳା ଏବଂ ତାର ସ୍ୱାମୀ ହୋଇ ଆସିଥିବା ଜଣେ ଯୁବକ ଏବଂ ଗଜେନ୍ଦ୍ର ପୁରୋହିତ ମହେନ୍ଦ୍ରଙ୍କ ଘରେ ପହଞ୍ଚିଥିଲେ ଏବଂ ପରିବାରରେ କେହି ଜଣେ ଅସୁସ୍ଥ ଅଛନ୍ତି ବୋଲି କହି ମୀନାକ୍ଷୀଙ୍କୁ ଯିବାକୁ କହିଲେ । ଏହି ସମୟରେ ମହେନ୍ଦ୍ରକୁ ସନ୍ଦେହ ହେଲା ଏବଂ ସେ ମଧ୍ୟ ସାଙ୍ଗରେ ଯିବେ ବୋଲି କହିଲେ ।

ଏହାପରେ ସମସ୍ତେ ମହେନ୍ଦ୍ର ସହିତ ଇନ୍ଦୋର ଯିବା ପାଇଁ ବାହାରିପଡ଼ିଲେ । ମଝି ରାସ୍ତାରେ ମହେନ୍ଦ୍ର ନିଜ ସହ ହୋଇଥିବା ଧୋକା ବିଷୟରେ ଜାଣିସାରିଥିଲା । ଏହି କଥାକୁ ନେଇ ସମସ୍ତେ ମହେନ୍ଦ୍ରଙ୍କ ସହ ଝଗଡ଼ା କରିବାକୁ ଲାଗିଲେ ଏବଂ ହାତାହାତି ଆରମ୍ଭ ହୋଇଗଲା । ଏହାପରେ ଗଜେନ୍ଦ୍ର ଟୋଲ ଗେଟ ପାର ହେବା ପରେ ମହେନ୍ଦ୍ରକୁ ଗାଡ଼ି ବାହାରକୁ ଧକ୍କା  ଦେଇଥିଲା । ଗାଡିରୁ ମହେନ୍ଦ୍ର ପଡିବା ପରେ ସେମାନେ ଭ୍ୟାନ ଧରି ଚାଲିଯାଇଥିଲେ ।

ନିଜ ସହ ହୋଇଥିବା ଧୋକାରେ ହତାଶ ହୋଇ ମହେନ୍ଦ୍ର ତାଙ୍କ ସାର୍ଟ ସାହାଯ୍ୟରେ କିଛି ଦୂରରେ ଥିବା ଗଛରେ ଝୁଲି ଆତ୍ମହତ୍ୟା କରିଥିଲେ। ପୋଲିସ ପୂର୍ବରୁ ସନ୍ଦେହ କରିଥିଲା ​​ଯେ ଯୁବକଙ୍କୁ ହତ୍ୟା କରାଯାଇ ଗଛରେ ଫାଶୀ ଦିଆଯାଇଥିଲା, କିନ୍ତୁ ଘଟଣା ସ୍ଥଳରେ ଝୁଲିବା ପାଇଁ ବ୍ୟବହୃତ ପଥର ଏବଂ ପୋଷ୍ଟମର୍ଟମ ପରେ ଏହା ଆତ୍ମହତ୍ୟା ବୋଲି ଜଣା ପଡ଼ିଥିଲା । ଏହି ମାମଲାରେର ଆରମ୍ଭ ରାଜସ୍ଥାନର ବାଂଶବାଡାରେ ହୋଇଥିବାରୁ ରତଲାମ ପୋଲିସ ଅଭିଯୁକ୍ତ ମୀନାକ୍ଷୀକୁ ସଦର ଥାନା ବଂଶବାଡା ମହିଳା ପୋଲିସକୁ ହସ୍ତାନ୍ତର କରିଦେଲା ଯେଉଁଠି ମୀନାକ୍ଷୀ ଏବଂ ବିବାହ ଗ୍ୟାଙ୍ଗର ସଞ୍ଚାଳକ ମୁକେଶ ଜୋଶୀ ବିରୋଧରେ ଆଇପିସି ଧାରା ୩୬୫ ଆଧାରରେ ମାମଲା ଦାଖଲ କରାଯାଇଛି ।

କେରଳରେ କ୍ରାସ୍ ଲ୍ୟାଣ୍ଡିଂ ଟ୍ରାଜେଡି ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି

କେରଳରେ କ୍ରାସ୍ ଲ୍ୟାଣ୍ଡିଂ ଟ୍ରାଜେଡି ମୃତ୍ୟୁସଂଖ୍ୟା ୨୧କୁ ବୃଦ୍ଧି

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ସାଢେ ଆଠ ଘଣ୍ଟାର ମାରାଥନ ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ସାଢେ ଆଠ ଘଣ୍ଟାର ମାରାଥନ ଜେରା

ଦେଶର ନୂଆ ସିଏଜି ଭାବେ ଦାୟିତ୍ୱ ନେଲେ ଓଡ଼ିଆ ଆଇଏଏସ୍ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ

ଦେଶର ନୂଆ ସିଏଜି ଭାବେ ଦାୟିତ୍ବ ନେଲେ ଓଡ଼ିଆ ଆଇଏଏସ୍‌ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ

ମୃତ ବିମାନ ଯାତ୍ରୀ ପଜିଟିଭ୍ ଚିହ୍ନଟ: ଉଦ୍ଧାରକାରୀଙ୍କ ହେବ କରୋନା ଟେଷ୍ଟିଂ

 

ଥିରୁବନ୍ତପୁରମ୍: କୋଜିକୋଡ ହୋଇଥିବା ବିମାନ ଦୁର୍ଘଟଣାରେ ପ୍ରାଣାହରାଇଥିବା ଯାତ୍ରୀ କରୋନା ପଜିଟିଭ୍ । ୨ ଜଣ ପାଇଲଟଙ୍କ ସମେତ ୧୬ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମୃତକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Kozhikode plane crash

ଏହାପରେ ବିମାନ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ଭାଗ ନେଇଥିବା ସମସ୍ତ ଲୋକଙ୍କୁ କେରଳ ସରକାରଙ୍କ ପକ୍ଷରୁ  ସଙ୍ଗରୋଧରେ କେନ୍ଦ୍ରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଶନିବାର ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଜା ଉଦ୍ଧାର କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବ ସହ କୋଭିଡ ପ୍ରୋଟକୋଲ ପାଳନ ପାଇଁ କହିଛନ୍ତି ।  ଏଥିସହିତ ଅନ୍ୟ ସମସ୍ତ ଯାତ୍ରୀଙ୍କ କରୋନା ପରୀକ୍ଷା କରାଯାଉଥିବା ଅଧିକାରୀମାନଙ୍କ ପକ୍ଷରୁ କୁହାଯାଉଛି । ସ୍ଥାନୀୟ ବାସିନ୍ଦା, ବିମାନବନ୍ଦର କର୍ମଚାରୀ, ସ୍ୱେଚ୍ଛାସେବୀ, ସ୍ୱାସ୍ଥ୍ୟକର୍ମୀ, ପୋଲିସ ଓ ଅଗ୍ନିଶମ କର୍ମଚାରୀ, ଆମ୍ୱୁଲାନ୍ସ କର୍ମଚାରୀ, ଡ୍ରାଇଭର ଏବଂ ମିଡିଆ କର୍ମଚାରୀମାନେ ବିମାନ ଯାତ୍ରୀଙ୍କ ପ୍ରାଣ ବଞ୍ଚାଇବାକୁ ଏକାଠି କାମ କରିଥିଲେ । ସର୍ବାଧିକ ସଂଖ୍ୟକ ଯାତ୍ରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁଥିବାରୁ ସେମାନେ କୋଭିଡ ପ୍ରୋଟକୋଲ ଅନୁସରଣ କରିପାରିଲେ ନାହିଁ ।

ତାଳଚେରରେ ମିସ୍-୪୨୦: ମିଠା କଥା କହି ଲୁଟୁଥିଲେ,ଏବେ ପୋଲିସ ଜାଲରେ

ତାଳଚେର: ତାଳଚେର ପୋଲିସ୍ ଗିରଫ କରିଛି ଏମିତି ଜଣେ ସୁନ୍ଦରୀ ୪୨୦ଙ୍କୁ ଯିଏ ନିଜ ରୂପ ଜାଲ ଓ ମିଠା କଥାରେ ଫଶେଇ ଲୁଟୁଥିଲେ ଟଙ୍କା । ମିଠା ମିଠା କଥା କହି ସେ ଏକାଧିକ ଲୋକଙ୍କ ଠାରୁ ଠକି ନେଇଛନ୍ତି ଲକ୍ଷାଧିକ ଟଙ୍କା । ଠିକଣା ପରିଚୟ ବଦଳାଇ ସେ ଲୋକଙ୍କୁ ଲଗାଇଛନ୍ତି ଚୁନା । ସିରିଜ୍ ଠକେଇ ପରେ ଦୀପା ଓରଫ ସୁପ୍ରିୟା ସ୍ଵାଇଁଙ୍କୁ ଗିରଫ କରିଛି ତାଳଚେର ପୋଲିସ । ଆଉ ଖୋଳିବାକୁ ଚେଷ୍ଟା କରୁଛି ତାଙ୍କ ଠକେଇର ଗୁମରକୁ ।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ତାଳଚେର ଅଚଂଳରେ ଜଣେ ପରେ ଜଣେ ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଆଖି ପିଛୁଳାକେ ଖାଲି କରି ଦେଉଥିଲେ ଦୀପା ସାହୁ । ଏବେ ସେ ପୋଲିସ୍ କବ୍‌ଜାରେ । ଅବସରପ୍ରାପ୍ତ ଡାକ୍ତର ବିଜୟ କୁମାର ପ୍ରଧାନଙ୍କୁ ଫାଇନାନ୍ସ କମ୍ପାନୀର ଏଜେଣ୍ଟର ପରିଚୟ ଦେଇ ଆରମ୍ଭ କରିଥିଲେ ଲୁଟ୍‌ର ଅଭିଯାନ । ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରୁ ବିଭିନ୍ନ କିସ୍ତିରେ ସମୁଦାୟ ୪ ଲକ୍ଷ ୫୭ ହଜାର ୩୮୫ ଟଙ୍କା ଉଠାଇ ନେଇଥିଲେ । ତେବେ ଡାକ୍ତରଙ୍କ ଏତଲା ପରେ ସାମ୍ନାକୁ ଆସିଥିଲା ଗୋଟିଏ ପରେ ଗୋଟିଏ ଘଟଣା । ଦୀପାଙ୍କ ରୂପ ଓ ସୁନ୍ଦର କଥାର ଜାଲରେ ଫସି ଟଙ୍କା ହରାଇଥିବା ବ୍ୟକ୍ତିଙ୍କ ତାଲିକା ବଢିବାରେ ଲାଗିଛି । କାହାଠାରୁ ୧୨ଲକ୍ଷ ତ କାହା ଠାରୁ ୨୫ଲକ୍ଷ ଲୁଟି ନେଇଛନ୍ତି ଦୀପା ।

ଦୀପାଙ୍କ ବିରୋଧରେ ଏବେ ବିଭିନ୍ନ ଥାନାରେ ଏତଲା ଦିଆଯାଇଛି । ପୋଲିସ ଭିନ୍ନ ଭିନ୍ନ ମାମଲା ରୁଜୁ କରି ତଦନ୍ତ ମଧ୍ୟ ଆରମ୍ଭ କରିଛି । ତେବେ ଡାକ୍ତର ବିଜୟ ପ୍ରଧାନଙ୍କ ଅଭିଯୋଗକୁ ଭିତ୍ତି କରି ତାଳଚେର ପୋଲିସ ଘଟଣାର ତଦନ୍ତ କରିବା ସହ ଠକେଇ ଅଭିଯୋଗରେ ସୁପ୍ରିୟାକୁ ୪୨୦ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଛି ।

ଇସ୍ରୋର ଗଗନୟାନ ମିଶନ ଟ୍ରେନିଂ ସାରିଲେ ଓଡ଼ିଆ ପାଇଲଟ୍ ନିଖିଲ ରଥ

ଭୁବନେଶ୍ୱର : ଓଡ଼ିଆ ପାଇଲଟ୍ ତଥା ବାୟୁସେନାର ୱିଙ୍ଗ୍ କମାଣ୍ଡର ନିଖିଲ ରଥ ଭାରତର ପ୍ରଥମ ମାନବ ଚାଳିତ ମହାକାଶ ମିଶନ ଗଗନୟାନ୍ ୨୦୨୨ ଲାଗି ନିଜ ଟ୍ରେନିଂ ଶେଷ କରିଛନ୍ତି । ଋଷରେ ସେ ତାଙ୍କ ପ୍ରଶିକ୍ଷଣ ଶେଷ କରିଥିବା ଜଣା ପଡିଛି ।  ସେପ୍ଟେମ୍ବର ୨୦୧୯ରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ୱିଙ୍ଗ୍ କମାଣ୍ଡର ନିଖିଲ ରଥଙ୍କ ସମେତ ୨୫ ଜଣଙ୍କୁ ଟ୍ରେନିଂ ପାଇଁ ସର୍ଟ ଲିଷ୍ଟ୍ କରିଥିଲା । ସେମାନଙ୍କୁ ଋଷରେ ପ୍ରଶିକ୍ଷଣ ଦିଆଯାଉଥିଲା ।

ନିଖିଲଙ୍କ ଘର ବଲାଙ୍ଗିର । ସେ ଭାରତୀୟ ବାୟୁସେନାରେ କାର୍ଯ କରୁଛନ୍ତି ।  ୨୦୨୨ରେ ଇସ୍ରୋ ମିଶନ ଗଗନୟାନ୍ ଲଂଚ୍ କରିବ ।  ଯେଉଁଥିରେ ଇସ୍ରୋ ତିନି ଜଣ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବ । ଏହା ଭାରତରେ ପ୍ରଥମ ମାନବ ଚାଳିତ ମହାକାଶ ମିଶନ ହେବ ।

ରିପୋର୍ଟ ଅନୁସାରେ ମହାକାଶଚାରୀ ମାନେ ୩୦୦ରୁ ୪୦୦ କିଲୋମିଟର ଉଚ୍ଚତାରେ ଉଡାଣ ଭରିବେ । ମହାକାଶରେ ସେମାନେ ୭ ଦିନ ପର୍ଯ୍ୟନ୍ତ ରହିବେ । ଏହି ମିଶନ ପାଇଁ ଇସ୍ରୋ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବ ।

୨୦୨୨ରେ ଏହି ମିଶନ ସଫଳ ହେଲେ ଭାରତ ଚତୁର୍ଥ ଦେଶ ହେବ ଯିଏ ମହାକାଶକୁ ନିଜ ମହାକାଶଚାରୀ ପଠାଇବ । ପୂର୍ବରୁ ଆମେରିକା,ଚୀନ୍ ଓ ଋଷ ହିଁ ମହାକାଶକୁ ନିଜ ମହାକାଶଚାରୀଙ୍କୁ ପଠାଇ ପାରିଛନ୍ତି ।

ଦେଶରେ ମୋଦି ଯାଦୁ ଏବେବି ଅଛି କି ? ଜାଣନ୍ତୁ କ’ଣ କହୁଛି ଦେଶ..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ପ୍ରଦର୍ଶନ କେଉଁଭଳି ରହିଛି ? ୨୦୧୪ରୁ ଦେଶର ଲଗାମ ଧରିଥିବା ମୋଦିଙ୍କୁ ଏମିତିରେ ୨୦୧୯ରେ ବଡ ଜନାଦେଶ ମିଳିଥିଲା ତେବେ ରାଜନୀତିରେ ଗୋଟିଏ ବର୍ଷ ବଡ କାଳଖଣ୍ଡ । ଏମିତିରେ ଦେଶବାସୀ ୨୦୧୯ ଜନାଦେଶ ପରେ ମୋଦିଙ୍କୁ ନେଇ କ’ଣ ଭାବୁଛନ୍ତି ? ଏକଥା ଜାଣିବା ପାଇଁ ଆଜତକ୍ ଓ କାର୍ଭି ଇନସାଇଟସ ପକ୍ଷରୁ କରାଯାଇଥିବ ସର୍ଭେରୁ ମୋଦିଙ୍କ କାର୍ଯ୍ୟକାଳକୁ ନେଇ ଦେଶର ୭୮ ପ୍ରତିଶତ ନାଗରିକ ସନ୍ତୁଷ୍ଟ ଥିବା ଜଣା ପଡିଛି ।

୩୦ ପ୍ରତିଶତ ବହୁତ ଭଲ, ୪୮ ପ୍ରତିଶତଙ୍କ ନଜରରେ ଭଲ

ସର୍ଭେରେ ଲୋକଙ୍କୁ ପଚରା ଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ଭାବେ ଆପଣ ନରେନ୍ଦ୍ର ମୋଦିଙ୍କ କାମକୁ କେଉଁଭଳି ଦେଖୁଛନ୍ତି ? ଏହାର ଉତ୍ତରରେ ୩୦ ପ୍ରତିଶତ ତାଙ୍କ କାମ ବହୁତ ଭଲ ବୋଲି କହିଥିଲେ । ଅନ୍ୟପକ୍ଷରେ ୪୮ ପ୍ରତିଶତ ଭଲ ବୋଲି କହିଥିଲେ । ଅର୍ଥାତ ୭୮ ପ୍ରତିଶତ ମୋଦିଙ୍କ କାମକୁ ନେଇ ସନ୍ତୁଷ୍ଟ ଅଛନ୍ତି । ତେବେ ୧୭ ପ୍ରତିଶତଙ୍କ ନଜରରେ ମୋଦିଙ୍କ କାମ ସାମାନ୍ୟ । ଅର୍ଥାତ ନା ଭଲ ନା ଖରାପ । ସେହିଭଳି ୫ ପ୍ରତିଶତ ମନେ କରନ୍ତି ଯେ, ମୋଦି ପ୍ରଧାନମନ୍ତ୍ରୀ ଭାବେ ଭଲ କାମ କରୁନାହାନ୍ତି ।

pm modi

ଅଗଷ୍ଟ ୨୦୨୦ରେ କରାଯାଇଥିବା ଏହି ସର୍ଭରେ ମୋଦିଙ୍କ କାମକୁ କେବଳ ଦେଶର ସବୁ ଭାଗ ନୁହେଁ ଅଧିକନ୍ତୁ ସବୁ ସମ୍ପ୍ରଦାୟ ଓ ସହର ତଥା ଗ୍ରାମାଞ୍ଚଳରେ ପ୍ରଶଂସା କରାଯାଉଛି । ଉତ୍ତର ଭାରତରେ ୭୫ ପ୍ରତିଶତ ମୋଦିଙ୍କ କାମକୁ ଅତି ଉତ୍ତମ ବୋଲି କହୁଥିବା ବେଳେ ଦକ୍ଷୀଣ ଭାରତରେ ୭୩ ପ୍ରତିଶତ ମୋଦିଙ୍କ କାମ ଭଲ ବୋଲି କହିଛନ୍ତି । ପୂର୍ବ ଭାରତର ୭୯ ପ୍ରତିଶତ ନାଗରିକ ମୋଦିଙ୍କ କାମ ଉପରେ ମୋହର ମାରିଛନ୍ତି । ଅନ୍ୟପକ୍ଷରେ ପଶ୍ଚିମ ଭାରତର ୮୩ ପ୍ରତିଶତ ମୋଦିଙ୍କୁ ଥମସ୍ ଅପ୍ ସାଇନ୍ ଦେଇଛନ୍ତି ।

୪୨ ପ୍ରତିଶତ ମୁସଲିମ୍ ମୋଦିଙ୍କ କାମକୁ କରୁଛନ୍ତି ପସନ୍ଦ

ମୁସଲିମ ସମ୍ପ୍ରଦାୟ ମଧ୍ୟରେ ବି ମୋଦିଙ୍କ ଲୋକପ୍ରିୟତା ବଢିଛି ।  ଦେଶର ୮୩ ପ୍ରତିିଶତ ହିନ୍ଦୁ ମୋଦିଙ୍କ କାମକୁ ନେଇ ସନ୍ତୁଷ୍ଟ ଥିବା ବେଳେ ୪୨ ପ୍ରତିଶତ ମୁସଲିମ୍ ତାଙ୍କ କାମକୁ ଭଲ ବୋଲି ମାନିଛନ୍ତି ।  ହିନ୍ଦୁ ଓ ମୁସଲିମଙ୍କୁ ଛାଡିଦେଲେ ଅନ୍ୟ ସମ୍ପ୍ରଦାୟର ୫୮ ପ୍ରତିଶତ ମୋଦିଙ୍କ କାମକୁ ତାରିଫ କରୁଛନ୍ତି ।  ସହରାଂଚଳର ୮୦ ପ୍ରତିଶତ ଓ ଗ୍ରାମାଞ୍ଚଳର ୭୮ ପ୍ରତିଶତ ମୋଦିଙ୍କ କାମକୁ ନେଇ ଖୁସୀ ଅଛନ୍ତି ।

୪ ବର୍ଷରେ ବଢିଛି ୨୫ ପ୍ରତିଶତ ଲୋକପ୍ରିୟତା

ଏହି ସର୍ଭେରେ ୧୨ ହଜାର ୨୧ଜଣ ଭାଗ ନେଇଥିଲେ । ଏମାନଙ୍କ ମଧ୍ୟରୁ ୬୭ ପ୍ରତିଶତ ଗ୍ରାମୀଣ  ଓ ବାକି ୩୩ ପ୍ରତିଶତ ସହରାଂଚଳର । ୧୯ ରାଜ୍ୟର ୯୭ ଲୋକସଭା ଓ ୧୯୪ ବିଧାନସଭା ସିଟର ଭୋଟର ଏହି ସର୍ଭେରେ ଭାଗ ନେଇଥିଲେ ।

୬ ବର୍ଷରେ ଲୋକପ୍ରିୟତାର ଶୀର୍ଷରେ

ମୋଦି ୨୦୧୪ରୁ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଏଥର ସେ ସର୍ବାଧିକ ରେଟିଂ ପାଇଛନ୍ତି । ଜାନୁଆରି ୨୦୨୦ରେ ମୋଦି ସରକାରଙ୍କ କାର୍ଯ୍ୟକୁ ନେଇ ୬୮ ପ୍ରତିଶତ ସନ୍ତୁଷ୍ଟ ଥିଲେ । ଅଗଷ୍ଟରେ ଏହା ୭୮ ପ୍ରତିଶତ ହୋଇଛି ।  ଜାନୁଆରି ୨୦୧୯ରେ ଏହା ୫୪ ପ୍ରତିଶତ ଥିଲା । ଅଗଷ୍ଟ ୨୦୧୯ରେ ଥିଲା ୭୧ ପ୍ରତିଶତ । ସେହିଭଳି ଜାନୁଆରି ୨୦୧୮ରେ ଏହା ୬୧ ପ୍ରତିଶତ ଓ ଅଗଷ୍ଟ ୨୦୧୮ରେ ୫୫ ପ୍ରତିଶତ ଥିଲା ।  ୨୦୧୭ ଜାନୁଆରିରେ ଲୋକପ୍ରିୟତା ୬୯ ପ୍ରତିଶତ ଓ ଅଗଷ୍ଟରେ ୬୩ ପ୍ରତିଶତ ଥିଲା ।

ତେଜସ୍ୱୀଙ୍କ ସମେତ ୩୪ ବିଧାୟକଙ୍କୁ ମିଳିଲା ଜାମିନ: ଜାଣନ୍ତୁ କାହିଁକି

ପାଟଣା: ବିହାର ବିଧାନସଭାରେ ବିରୋଧୀଦଳର ନେତା ତେଜସ୍ୱୀ ଯାଦବଙ୍କ ସମେତ ୩୪ ଜଣ ବିଧାୟକ ଜାମିନ ପାଇଛନ୍ତି। ଏହି ଲୋକମାନେ ଲକଡାଉନ୍ ଆକ୍ଟ ଉଲ୍ଲଂଘନ କରିଥିବା ଏବଂ ୨୯ ମଇ ଦିନ ପାଟଣା ସଚିବାଳୟ ପୋଲିସ୍ ଷ୍ଟେସନରେ କେସ୍ ନମ୍ବର ୬୪/୨୦ ଅନୁଯାୟୀ ସାମାଜିକ ଦୂରତା ପାଳନ କରୁ ନ ଥିବା ଅଭିଯୋଗ ହୋଇଛି । ଏଥିରେ, ଆରଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂଙ୍କ ସମେତ ସମସ୍ତ ୩୪ ଆରଜେଡି ବିଧାୟକଙ୍କ ନାମ ରହିଛି । ଗୋପାଳଗଞ୍ଜରେ ହୋଇଥିବା ଟ୍ରିପଲ ମର୍ଡର ମାମଲାରେ ଗୋପାଳଗଞ୍ଜକୁ ଯିବା ପାଇଁ ୨୯ ମଇରେ ରାବଡି ଦେବୀଙ୍କ ବାସଭବନ ବାହାରେ ଧାରଣାରେ ବସିଥିଲେ । ୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଧାରଣା ସମୟରେ ପୋଲିସ କର୍ମଚାରୀଙ୍କ ସହ ମଧ୍ୟ ଧସ୍ତାଧସ୍ତି ହୋଇଥିବା ଅଭିଯୋଗ ।

ଜାଣନ୍ତୁ ରାବଡୀ ଦେବୀଙ୍କ ଘର ସାମ୍ନାରେ ଘଟିଥିବା ଘଟଣାର ପୂରା କାହାଣୀ

ଗୋପାଳଗଞ୍ଜରେ ଘଟିଥିବା ଟ୍ରିପଲ ମର୍ଡର ଘଟଣାର ଅଭିଯୁକ୍ତ ଜେଡିୟୁ ବିଧାୟକ ଅମରେନ୍ଦ୍ର ପାଣ୍ଡେଙ୍କୁ ଗିରଫ ଦାବି କରିବାକୁ ଗୋପାଳଗଞ୍ଜ ଯିବାର ଥିଲା । ଏନେଇ ତେଜସ୍ୱୀ ଯାଦବ ନିଜ ଦଳର ସହଯୋଗୀ ବିଧାୟକଙ୍କୁ ପାଟଣା ଆସିବାକୁ କହିଥିଲେ । ସେମାନଙ୍କ ସହ ମିଶି ପାଟଣାରୁ ଗୋପାଳଗଞ୍ଜ ଯିବାର ଥିଲା । ତେଜସ୍ୱୀଙ୍କ ଆହ୍ୱାନ କ୍ରମେ ଜଣ ଜଣ କରି ୩୪ ବିଧାୟକ ଆସି ରାବଡୀ ଆବାସ ନିକଟରେ ପହଞ୍ଚିଥିଲେ । ଏହାରି ମଧ୍ୟରେ ତେଜପ୍ରତାପ ମଧ୍ୟ ସେଠାରେ ପହଞ୍ଚିଥିଲେ ।

ଏହାପରେ ତେଜସ୍ୱୀ ନିଜ ବିଧାୟକଙ୍କ ସହ ମିଟିଂ କରିଥିଲେ । ଏବଂ ଏହାପରେ ନିଜ ନିଜ ଗାଡ଼ିରେ ବସି ଗୋପାଳଗଞ୍ଜ ଅଭିମୁଖେ ବାହାରିବାକୁ ତେଜସ୍ୱୀଙ୍କ ପକ୍ଷରୁ କୁହାଯାଇଥିଲା । ଏବଂ ବାହାରିବା ବାଟରେ ହିଁ ଠିକ୍ ରାବଡି ଦେବୀଙ୍କ ଘର ବାହାର ପୋଲିସ କର୍ମୀମାନେ ସେମାନଙ୍କୁ ଯିବାକୁ ବାରଣ କରିଥିଲେ । କାହିଁକି ନା ଏହା ଲକ୍‌ଡାଉନ୍‌ର ଉଲ୍ଲଂଘନ ଥିଲା । ଏହା ପରେ ଆରଜେଡିର ୫୦ରୁ ୬୦ ସମର୍ଥକ ଜେଜସ୍ୱୀ ଯାଦବ ତୁମ୍‌ ଆଗେ ବଢ଼ୋ ହମ୍ ଆପକେ ସାଥ୍ ହେଁ(ଆମେ ତୁମ ସାଥିରେ ଅଛୁ ତୁମେ ଅଗକୁ ବଢ଼) ବୋଲି ନାରା ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆଉ ପୋଲିସ-ଆରଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ ।