spot_img
Home Blog Page 6866

ଆଦିବାସୀ ମହିଳାଙ୍କୁ ଲକ୍ଷ୍ନୌ ପୋଲିସର ହାଜିର ନୋଟିସ୍‌, ହେଲେ କାହିଁକି…?

ନବରଙ୍ଗପୁର: ଜଣେ ଗାଇ ଚରାଳିଙ୍କ ନାଁରେ ଆସିଛି ଲକ୍ଷ୍ନୌର ଏକ ଥାନାରୁ ନୋଟିସ୍‌ । ତାହା ପୁଣି ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ । ନିଜ ଜିଲ୍ଲା ବାହାରେ କେବେ ବି ପାଦ ଦେଇନଥିବା ଜଣେ ଗରିବ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମହିଳାଙ୍କ ନାଁରେ ଲକ୍ଷ୍ନୌରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଆଉ ଏଭଳି ନୋଟିସ୍‌ ପାଇବା ପରେ ମହିଳାଙ୍କ ପାଦ ତଳୁ ମାଟି ଖସିଯାଇଛି ।

ପ୍ରତିଦିନ ଗାଇ ଚରାଇଲେ ନିଜ ପେଟ ପାଇଁ ଦାନା ଯୋଗାଡ଼ କରନ୍ତି ଆଉ ନିଜର ପରିବାର ପ୍ରତିପାେଷଣ କରନ୍ତି ମହିଳା । ଦିନକ ପାଇଁ କେବେ ବି ସେ ନବରଙ୍ଗପୁର ଜିଲ୍ଲା ବାହାରେ ପାଦ ଥୋଇ ନାହାନ୍ତି । ହେଲେ ଗଞ୍ଜେଇ ଚୋରାଚାଳାଣ କରିଥିବା ଅଭିଯୋଗରେ ଲକ୍ଷ୍ନୌ ଡାଇରେକ୍ଟରେଟ୍‌ ଅଫ ରେଭେନ୍ୟୁ ଇଣ୍ଟେଲିଜେନ୍ସ ବିଭାଗ ପକ୍ଷରୁ ତାଙ୍କ ନାଁରେ ନୋଟିସ୍ ଆସିଛି । ଆଉ ନୋଟିସରେ କୁହାଯାଇଛି ଥାନାରେ ହାଜର ହେବାକୁ ।

ନବରଙ୍ଗପୁର ସନ୍ୟାସୀଗୁଡ଼ାର ଆଦିବାସୀ ମହିଳା ଗୋରିମଣି ଭଦ୍ରା । ବାହାରକୁ ଗାଇ ଚରାଇବାକୁ ଯାଇଥିବା ସମୟରେ ଘରକୁ ଆସିଥିଲା ନୋଟିସ୍‌ । ହେଲେ ପାଠ ପଢା ଜାଣିନଥିବାରୁ ଗୋରିମଣି ଓ ତାଙ୍କ ପରିବାର ଚିଠିରେ କ’ଣ ରହିଛି ତାହା ଜାଣିପାରି ନଥିଲେ । ନିକଟସ୍ଥ ଗାଁର ଜଣେ ଶିକ୍ଷକଙ୍କୁ ନେଇ ସେ ଚିଠିଟି ଦେଖାଇଥିଲେ । ଆଉ ଶିକ୍ଷକ ଜଣ ଚିଠି ପଢ଼ିବା ପରେ କହିଥିଲେ ଯେ, ୨୦୧୯ ମସିହାରେ ଗଞ୍ଜେଇ ଚାଲାଣ ନେଇ ମହିଳାଙ୍କ ନାଁରେ ଲକ୍ଷ୍ନୌରେ ହାଜର ହେବାକୁ ନିର୍ଦ୍ଦେଶ ଆସିଛି । ଏକଥା ଜାଣିବା ପରେ ଗାେରିମଣିଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

ତେବେ ଏଭଳି ନୋଟିସ୍‌ର କିଭଳି ମୁକାବିଲା କରିବେ ସେନେଇ ପୁରା ପରିବାର ଚିନ୍ତାରେ ପଡ଼ିଯାଇଛନ୍ତି । ଆଉ ଲକ୍ଷ୍ନୌରେ କିଭଳି ହାଜିର ହେବେ ସେ କଥା ଭାବି ଭାରାକ୍ରାନ୍ତ ହୋଇ ବସିଛନ୍ତି । ନବରଙ୍ଗପୁର ଜିଲ୍ଲା ଛାଡି କେବେ ବାହାରକୁ ଯାଇନଥିବା ମହିଳାଙ୍କ ନାଁରେ କିଭଳି ଓ କେଉଁ ପରିସ୍ଥିତିରେ ନୋଟିସ୍‌ ଆସିଲା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ବଡ଼ ପୁଅ ଚାଲିଗଲା ବୋଲି ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କଲା ପୁରା ପରିବାର…

ଝାରସୁଗୁଡ଼ା: ପୁଅକୁ ହରାଇ ଭାଙ୍ଗି ପଡିଲା ପୁରା ପରିବାର । ମା’ ସହ ୩ ଭଉଣୀ ଓ ସାନ ଭାଇର ଆତ୍ମହତ୍ୟା ଉଦ୍ୟମ । ମୋ ବଡ଼ ପୁଅତ ମରିଗଲା ମୁଁ ଆଉ କାହା ପାଇଁ ବଞ୍ଚିବି । ଆମ ବଡ଼ ଭାଇ ଚାଲିଗଲା, ଆମେ ବି ତାଙ୍କ ପାଖକୁ ଚାଲିଯିବୁ । ଏଭଳି ଭାବନାକୁ ନେଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ପୁରା ପରିବାର । ବଡ଼ ପୁଅର ମୃତ୍ୟୁ ପରେ ଏଭଳି ପ୍ରାଣ ହାରିବାକୁ ଚେଷ୍ଟା କରିଛି ପୁରା ପରିବାର । ହେଲେ ଦଇବଙ୍କ ଲେଖନୀରେ ବୋଧେ  କିଛି ଅଲଗା ଲେଖା ଥିଲା । ବିପଦ ମୁହଁରୁ ଉଦ୍ଧାର କରି ସମସ୍ତ ଜୀବନ ବଞ୍ଚାଇବାରେ ସଫଳ ହେଲା ପୋଲିସ । ଝାରସୁଗୁଡା ବେହେରାମାଲ ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା । ଭାଇର ମୃତ୍ୟୁ ପରେ ୨ ଭଉଣୀ, ଭାଇ ଓ ମାଆ ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେହିପରି ଅନ୍ୟ ଜଣେ ଭଉଣୀ ଦଉଡ଼ି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପୋଲିସ ଉଦ୍ଧାର କରିଛି ।

ଝାରସୁଗୁଡା ଲହଣ୍ଡାବୁଡୁରେ ରହୁଥିଲେ ଦୀପକ ବିଶ୍ୱାଳଙ୍କ ପରିବାର । ବାପା ଗୋଲକ ବିହାରୀଙ୍କ ଦେହାନ୍ତପରେ ପୁରା ପରିବାର ଏଠାରେ ରହି ଆସୁଥିଲେ । ହସ ଖୁସିରେ ଚାଲିଥିବା ଜୀବନ । ହେଲେ ୨୦୧୮ ନଭେମ୍ବର ୨୦ରେ ପରିବାର ଉପରକୁ ମାଡ଼ି ଆସିଲା ଦୁଃଖର ସାଗର । ସଡ଼କ ଦୁର୍ଘଟଣାରେ ଦୀପକ କୋମାକୁ ଚାଲିଗଲେ । ଜିଲ୍ଲା ଚିକିତ୍ସାଳୟରୁ ରାଜଧାନୀ, ସବୁଠି ଚାଲିଲା ଚିକିତ୍ସା । ଦୁଇ ବର୍ଷର ଚିକତ୍ସା, ୩୦ ଲକ୍ଷ ଖର୍ଚ୍ଚ ପରେବି ସୁସ୍ଥ ହେଲେନି ଦୀପକ । ଗତ ସୋମବାର ସେ ଆରପାରିକୁ ଚାଲିଗଲେ । ଦୀପକଙ୍କ ଦେହାନ୍ତରେ ହିତାହିତ ଜ୍ଞାନ ଭୁଲି ବିଷ ଓ ଦଉଡି ସାହାର୍ଯ୍ୟରେ ଜୀବନ ହାରିବାକୁ ଚେଷ୍ଟା କଲେ ମା’ ପୁଷ୍ପବତୀ, ସାନ ପୁଅ ଶ୍ରୀକାନ୍ତ ଓ ଦୁଇ ଝିଅ ପିଙ୍କି ଓ ବନ୍ଦିତା ।

ପଡ଼ୋଶୀଙ୍କ ଠାରୁ ସୂଚନା ପାଇବା ପରେ ପୁରା ପରିବାରକୁ ଉଦ୍ଧାର କରିଥିଲା ପୋଲିସ । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ବେଳ ଜଣକର ଅବସ୍ଥା ଗରୁତର ରହିଛି । ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।ପୋଲିସ ଓ ସାଇଣ୍ଟିଫିକ୍‌ ଟିମ ଘଟଣା ସ୍ଥଳରେ ତଦନ୍ତ ଚଳାଇଛି ।

ବିଶ୍ୱ କରୋନା ସଂକ୍ରମିତ ତାଲିକାର ୭ ନମ୍ବରରେ ଭାରତ, କମ୍ ରହିଛି ମୃତ୍ୟୁହାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଲଗାତାର ବଢ଼ିବାରେ ଲାଗିଛି । କିନ୍ତୁ, ଏଥିଯୋଗୁଁ ଡରିବାର ଆବଶ୍ୟକତା ନାହିଁ । ନିଜେ ନିଜ ସୁରକ୍ଷା ପାଇଁ ଉପାୟ ବାହାର କରିବା ଦରକାର । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ଯଦିଓ ଭାରତ ସଂକ୍ରମଣ ତାଲିକାର ୭ ନମ୍ବରରେ ଅଛି । କିନ୍ତୁ, ଏହାକୁ ନେଇ କରାଯାଉଥିବା ବିଶ୍ଲେଷଣ ଠିକ୍ ନୁହେଁ । କାରଣ ଅନ୍ୟ ଦେଶ ତୁଳନାରେ ଭାରତର ଜନସଂଖ୍ୟା ଅଧିକ । ଦେଶରେ ଆରୋଗ୍ୟ ହାର ବଢ଼ୁଥିବା ବେଳେ ଅନ୍ୟ ଦେଶେ ଅପେକ୍ଷା ମୃତ୍ୟୁହାର କମ୍ ରହିଛି । ଆଜି ସୁଦ୍ଧା ୯୫ ହଜାର ୫୨୭ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଆରୋଗ୍ୟ ହାର ୪୮.୦୭ ପ୍ରତିଶତ ରହିଛି ।

ଦେଶରେ  ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବିଶ୍ଲେଷଣ ଦ୍ୱନ୍ଦ୍ୱାତ୍ମକ ତଥ୍ୟ ଦେଉଛି । ଆମ ଜନସଂଖ୍ୟା ସହିତ ଏହାର ତୁଳନା କରିବା ଦରକାର । ଅନ୍ୟ ଦେଶ ଅପେକ୍ଷା ଭାରତର ସ୍ଥିତି ଭଲ୍ ରହିଛି । ଆଜିର ତଥ୍ୟ ମୁତାବକ ୧୪ଟି ଦେଶର  ଜନସଂଖ୍ୟା ଆମ ସହ ପାଖାପାଖି ସମାନ । ସେଠାରେ ୨୨ ପ୍ରତିଶତ ଅଧିକ୍ ମାମଲା ଆସିଛି । ଏବଂ ସେହି ଦେଶଗୁଡ଼ିକରେ ୫୫ ପ୍ରତିଶତ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ଭାରତରେ ମୃତ୍ୟୁହାର ୨.୮୨%

ଶୀଘ୍ର ସଂକ୍ରମିତଙ୍କୁ ଚିହ୍ନଟ କରି ଚିକିତ୍ସା କରିବା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି । ପ୍ରୟାସ ଫଳରେ ଏପ୍ରିଲ୍ ୧୫ ଯାଏଁ ମୃତ୍ୟୁଦର ୩.୧୫ ପ୍ରତିଶତ ଥିଲା । ଏବେ ଏହା ହ୍ରାସ ପାଇ ୨.୮୨% ହୋଇଛି । ଯାହାକି ଦୁନିଆରେ ସବୁଠୁ କମ୍ । ଦୁନିଆରେ ଏମିତି ଦେଶ ରହିଛି ଯେଉଁଠି ମୃତ୍ୟୁହାର ୧୯ ପ୍ରତିଶତରୁ ଅଧିକ ।

ଆଖି ବୁଜୁଛନ୍ତି ବୟସ୍କ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ବୟସ୍କ ଓ ଅନ୍ୟ ରୋଗରେ ପୀଡ଼ିତ ଲୋକଙ୍କ ଧ୍ୟାନ ଅଧିକ ରଖିବା ଉଚିତ୍ । କରୋନାରେ ମୃତ୍ୟୁବରଣ କରୁଥିବା ୩୮ ପ୍ରତିଶତ ଲୋକଙ୍କ ବୟସ ୬୦ରୁ ୭୪ ବର୍ଷ । ଯେଉଁଥିରେ ୧୨ ପ୍ରତିଶତ ୭୦ ବର୍ଷ ବୟସ୍କଙ୍କ ମୃତ୍ୟୁ ହେଉଛି ।

ଅଧିକାଂଶ ମୃତ୍ୟୁ ଅନ୍ୟ ରୋଗ ସହ ବୟସାଧିକ ଯୋଗୁଁ ହେଉଛି । ଏମିତି ଦେଖିଲେ ବୟସ୍କ ଲୋକଙ୍କ ପାଇଁ ବିପଦ ଅଧିକ । ଡାଇବେଟିସ୍, ଶ୍ୱାସରୋଗ ଥିବା ଲୋକଙ୍କ ପାଇଁ କରୋନା ଅଧିକ ବିପଦପୂର୍ଣ୍ଣ । ସେମାନେ ସାମାଜିକ ଦୂରତା ରକ୍ଷା କରିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ ଓ ଇମ୍ୟୁନିଟି ଶକ୍ତି ବଢ଼ାନ୍ତୁ ।

‘କରୋନା ସହ ବଞ୍ଚିବା’

ଅଯଥା ବାହାରକୁ ଯାଆନ୍ତୁ ନାହିଁ । ଟେକ୍ନୋଲୋଜି ପ୍ରୟୋଗ କରାଯାଉଛି । ଏହାଦ୍ୱାରା ଆମେ କୋଭିଡ୍ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛେ କି ନାହିଁ ଜାଣି ହେଉଛି । କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଜାଗ୍ରତ ରହିବା ସହ ନିଜ ସୁରକ୍ଷା ଉପରେ ଧ୍ୟାନ ଦିଅନ୍ତୁ । ସମୟରେ ଚିକିତ୍ସା କରନ୍ତୁ । ବର୍ତ୍ତମାନ ଯାଏଁ ସୁରକ୍ଷା ପାଇଁ ଆମ ପ୍ରୟାୟ ଜାରି ରହିଛି । ଆମେ ଅନଲକ୍ ସ୍ଥିତିରେ ଅଛେ, ଭାଇରସ୍ ସହ ବଞ୍ଚିବାକୁ ପଡ଼ିବ ।

୨୧ ଜୁନ୍ ପରେ କଣ ହେବ ? ୨୦୨୦ରେ ୧୯୬୨ର ସଂଯୋଗ, ଚୀନ ଖେଳୁଛି କପଟା ପଶା !

୨୧ ଜୁନରେ ସୂର୍ଯ୍ୟ ପରାଗ । ଏହି ପରାଗର ଭାରତ ଓ ଚୀନ ସମ୍ପର୍କ ଉପରେ କେମିତି ପ୍ରଭାବ ରହିବ ? କାରଣ ସ୍ୱାଧୀନ ଭାରତ ଜାତକରେ ମଙ୍ଗଳ ରହିଛି । ବୃଷ ଲଗ୍ନର ସ୍ୱାଧୀନ ଭାରତ ଜାତକରେ ମଙ୍ଗଳ ଯୁଦ୍ଧ ସ୍ଥାନର ସ୍ୱାମୀ ହୋଇ ଧନ ସ୍ଥାନ ଅର୍ଥାତ ଦ୍ୱିତୀୟ ଘର ମିଥୁନ ରାଶିରେ ବସିଛନ୍ତି । ବର୍ତ୍ତମାନ ଭାରତ ଓ ଚୀନ ମଧ୍ୟରେ ଲଦାଖକୁ ନେଇ ଚାଲିଥିବା ଉତ୍ତେଜନା ଦୃଷ୍ଟିକୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ । ୨୬ ଡିସେମ୍ବର ୨୦୧୯ରେ ଧନୁ ରାଶିରେ ସୂର୍ଯ୍ୟ ପରାଗ ପରେ କରୋନା ମହାମାରୀ ଆସିଥିଲା । ଯାହା ଲକ୍ଷାଧିକ ଲୋକଙ୍କ ଜୀବନ ନେଇଛି । ଏବେ ଆମେରିକା ଓ ଚୀନ ମଧ୍ୟର ଶୀତଳ ଯୁଦ୍ଧ ଯୋଗୁ ବିଶ୍ୱ ରାଜନୀତିରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେଉଛି । ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଦୃଷ୍ଟିରୁ ଜୁନ୍ ୨୧ରେ ହେବାକୁ ଥିବା ସୂର୍ଯ୍ୟ ପରାଗ କିଛି ଶୁଭ ସଙ୍କେତ ଦେଉନାହିଁ । ଆସନ୍ତୁ ଜାଣିବା ଏହି ପରାଗର କଣ ପ୍ରଭାବ ଭାରତ ଓ ଚୀନ ସମ୍ପର୍କ ଉପରେ ପଡିବ ? ଏହା କଣ ଆଉ ଗୋଟିଏ ଯୁଦ୍ଧ ଆଡକୁ ଦୁଇ ଦେଶଙ୍କୁ ଟାଣି ନେବ ? କାରଣ ୧୯୬୨ ମସିହା ଚୀନ୍-ଭାରତ ଯୁଦ୍ଧ ବେଳେ ଗ୍ରହ ନକ୍ଷତ୍ରଙ୍କ ସ୍ଥିତି ସମାନ ଥିଲା..

୨୧ଜୁନ୍ ପରେ ଅଧିକ ବିଗିଡି ପାରେ ସ୍ଥିତି

ଜୁନ୍ ୨୧ ତାରିଖରେ ମିଥୁନ ରାଶିରେ ପଡୁଥିବା ସୂର୍ଯ୍ୟ ପରାଗ ଆମେରିକାର ଜନ୍ମ ବେଳା ସୂର୍ଯ୍ୟକୁ ପୀଡିତ କରି କଷ୍ଟ ଦେବ । ଅନ୍ୟପକ୍ଷରେ ମକର ଲଗ୍ନର ଚୀନର ଜାତକରେ ଏହା ଯୁଦ୍ଧ ସ୍ଥାନରେ ରହି ଡ୍ରାଗନକୁ ଅଧିକ ଉଗ୍ର କରିବ । ଏଣେ ମିଥୁନ ରାଶିରେ ପଡୁଥିବା ପରାଗ ପାଇଁ ଭାରତକୁ ଯୁଦ୍ଧ କାରଣରୁ କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ । ଆଶଙ୍କା କରାଯାଉଛି ଯେ, ଆମେରିକା ଓ ଭାରତ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କରେ ଉତକ୍ଷିପ୍ତ ହୋଇ ଚୀନ୍ ଭାରତ ଉପରେ ଆକ୍ରମଣ କରିପାରେ ।

ଶନି ଚୀନକୁ ଛଳ କପଟରେ କରିବ ନିପୁଣ !

ଜାତକ ତତ୍ୱମ ନାମକ ଜ୍ୟୋତିଷ ଗ୍ରନ୍ଥ ଅନୁସାରେ ପାପ ଗ୍ରହ ଦ୍ୱାରା ପୀଡିତ ବୁଧ ନବମ ସ୍ଥାନରେ ଥିବା ଓ ଚତୁର୍ଥ ସ୍ଥାନର ସ୍ୱାମୀ ଯଦି ପୀଡିତ ହୋଇଥିବ ତେବେ କପଟ ଯୋଗର ନିର୍ମାଣ ହେବ । ଚୀନର ଜାତକ ୧ ଅକ୍ଟୋବର ୧୯୪୯ ମକର ଲଗ୍ନର, ଯେଉଁଠି ବୁଧ ନବମ ସ୍ଥାନରେ ପାପ ଗ୍ରହ ସୂର୍ଯ୍ୟ ଓ କେତୁ ଦ୍ୱାରା ପୀଡିତ । ଚତୁର୍ଥ ସ୍ଥାନର ସ୍ୱାମୀ ମଙ୍ଗଳ ଯୁଦ୍ଧସ୍ଥାନ ଅର୍ଥାତ ସପ୍ତମ ସ୍ଥାନର ଚନ୍ଦ୍ରମାକୁ ପୀଡିତ କରି ସମ୍ପୂର୍ଣ୍ଣ ଭାବେ କପଟ ଯୋଗ ନିର୍ମାଣ କରୁଛି । ଏହି ଯୋଗ ସହ ରହସ୍ୟ ସ୍ଥାନ ଅର୍ଥାତ ଅଷ୍ଟମ ସ୍ଥାନର ଥିବା ଶନି ଚୀନକୁ କପଟତା ଓ ଛଳନାରେ ନିପୂଣ କରୁଛି ।

ଚୀନ ନିଜ ବିନାଶକୁ ନିମନ୍ତ୍ରଣ କରୁଛି ?

ଗ୍ରହ ନକ୍ଷତ୍ରଙ୍କ ଏହି ସ୍ଥିତି କାରଣରୁ ଚୀନ ଏହି ସମୟରେ ବଡ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନର ଦୁଃସାହସ କରିପାରେ । ଜୁନ୍ ୨୧ର ସୂର୍ଯ୍ୟ ପରାଗ ପରେ ଏଭଳି ସ୍ଥିତି ଉତ୍ପନ ହୋଇପାରେ ବୋଲି କୁହାଯାଉଛି । ୧୯୬୨ ମସିହା ଭାରତ-ଚୀନ ଯୁଦ୍ଧ କାଳରେ ସମାନ ସ୍ଥିତିରେ ଗ୍ରହ –ନକ୍ଷତ୍ର ଥିଲେ । ସେ ସମୟରେ ମଙ୍ଗଳ-ଶନି ଦଶାରେ ଚୀନ ଭାରତ ଉପରେ ଛଳନା କରି ଆକ୍ରମଣ କରିଥିଲା ।

୧୯୬୨ ଭଳି ଗ୍ରହଙ୍କ ସଂଯୋଗ,ଜାଣନ୍ତୁ କ’ଣ ହେବ

ସ୍ୱାଧୀନ ଭାରତର ବୃଷ ଲଗ୍ନ ଜାତକରେ ଶନି ଦଶା ଭାରତ ପାଇଁ ଶୁଭଙ୍କର ନୁହେଁ ।  ୧୯୬୨ ମସିହା ଭଳି ଶନି ମକରରେ ଗୋଚର କରୁଛନ୍ତି । ଶନି ଓ ଗୁରୁ ଚନ୍ଦ୍ରମାଠାରୁ ସପ୍ତମ ସ୍ଥାନରେ ରହି ଯୁଦ୍ଧ ବେଳା ସୃଷ୍ଟି କରୁଛନ୍ତି ।  ଜୁନ୍ ୨୧ ତାରିଖରେ ପଡୁଥିବା ସୂର୍ଯ୍ୟ ପରାଗ ସ୍ୱାଧୀନ ଭାରତ ଜାତକରେ ଆକ୍ରାମକ ଭାବ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତକର ଲଗ୍ନଠାରୁ ଅଷ୍ଟମ ସ୍ଥାନକୁ ପୀଡିତ କରି ଯୁଦ୍ଧ ଓ ପ୍ରାକୃତିକ ବିପଦ କାରଣରୁ ଧନ ଜୀବନ ହାନିର କାରଣ ହୋଇପାରେ । ଗ୍ରହଙ୍କ ଏହି ସ୍ଥିତିର ପ୍ରଭାବ ତିନି ମାସ ପର୍ଯ୍ୟନ୍ତ ରହିବ ।

କରୋନା କାଳରେ ଇବୋଲା ସଂକ୍ରମଣ, ୪ ମୃତ

ସେନେଗାଲ: କେନ୍ଦ୍ରୀୟ ଆଫ୍ରିକାର କୋଙ୍ଗୋରେ ମାରାତ୍ମକ ଇବୋଲା ଭାଇରସ୍ ସଂକ୍ରମଣ ମାମଲା ସାମନାକୁ ଆସିଛି । କୋଙ୍ଗୋ କରୋନା ଭାଇରସ୍ ଯୁଝୁଥିବା ବେଳେ ଇବୋଲା ସଂକ୍ରମଣ ଚିନ୍ତା ଆହୁରି ବଢ଼ାଇ ଦେଇଛି । କଙ୍ଗୋର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ମାଣ୍ଡବାକାରେ ଇବୋଲା ଭାଇରସ ସଂକ୍ରମଣ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ୧.୨ ମିଲିୟନ୍ ଜନସଂଖ୍ୟା ବିଶିଷ୍ଟ ମାଣ୍ଡବାକା ସହରରେ ଇବୋଲା ସଂକ୍ରମଣକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO ମଧ୍ୟ ସ୍ୱୀକାର କରିଛି ।

୨ ମାସ ତଳେ କୋଙ୍ଗୋ ନିଜକୁ ଇବୋଲା ମୁକ୍ତ ଘୋଷଣା କରିଥିଲା । ୨ ବର୍ଷ ତଳେ ଇବୋଲାରେ କୋଙ୍ଗୋରେ ପ୍ରାୟ ୨ ହଜାର ୨୭୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ନୂଆ ସଂକ୍ରମଣ ମାମଲା ଆସିବା ପରେ ଏହା ସଂକ୍ରମଣର ଅନ୍ତିମ ପର୍ଯ୍ୟାୟ ବୋଲି କୁହାଯାଉଛି ।

କୋଙ୍ଗା ରାଜଧାନୀ କିନ୍ସହାସାରେ ୩ ହଜାର ୪୯ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୭୧ ଜଣଙ୍କ ମୃତ୍ୟୁ ହୋଇଛି । ତେବେ, ଟେଷ୍ଟିଂ ହାର କମ୍ ଥିବାରୁ ସଂକ୍ରମିତ ମାମଲା ଅଳ୍ପ ରହିଛି ।

ଥାନାକୁ ନେଇଯିବାକୁ କହି ଅଧାରାସ୍ତାରୁ ଅପହରଣ ଏବଂ ପରେ ଅସଦାଚରଣ…

ଭୁବନେଶ୍ୱର: ଅଭିଯୋଗ ଆସିଛି ଅଭିଯୋଗ ରଖୁଥିବା ବ୍ୟକ୍ତିଙ୍କ ନାମ ରେ  । ମାନେ ପୋଲିସ ଉପରେ ଲାଗିଛି ସାଙ୍ଘାତିକ ଅଭିଯୋଗ । ପ୍ରଥମେ ଅପହରଣ ଏବଂ ପରେ ମହିଳାଙ୍କୁ ଅସଦାଚରଣ କରୁଥିବା ଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଖୋଦ ଭୁବନେଶ୍ୱରରେ ଘଟିଛି ଏଭଳି ଘଟଣା । ମହିଳାଙ୍କୁ ଅସଦାଚରଣ ଓ ଅପହରଣ ମାମଲାରେ ୩ଜଣଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ଗିରଫଙ୍କ ମଧ୍ୟରେ ଜଣେ ଓଡ଼ିଶା ଅଗଜୁଲାରୀ ପୋଲିସ ଫୋର୍ସର କନଷ୍ଟେବଳ ରହିଛନ୍ତି । ସେ ଖଣ୍ଡଗିରି ଥାନାରେ କାମ କରୁଥିଲେ । ମହିଳାଙ୍କୁ ଥାନାକୁ ନେବାକୁ କହି ଅଟୋରେ ଏଣେତେଣେ ବୁଲାଇବା ସହ ନିଶାସକ୍ତ ଅବସ୍ଥାରେ କନଷ୍ଟେବଳଙ୍କ ସମେତ ୩ଜଣ ସମ୍ପୃକ୍ତ ମହିଳାଙ୍କୁ ଅସଦାଚରଣ କରିଥିଲେ।

ସୂଚନା ଅନୁଯାୟୀ, ଗତ ରାତିରେ ଜଣେ ମହିଳା ସହିଦ ନଗର ଥାନାରେ ନିଜର ଏତାଲା ପାଇଁ ଏକୁଟିଆ ଯାଉଥିଲେ । ସେହି ସମୟରେ ଅଟୋରେ ଜଣେ କନେଷ୍ଟପଳଙ୍କ ସହ ତିନିଜଣ ବ୍ୟକ୍ତି ମହିଳାଙ୍କା ପାଖରେ ପହଞ୍ଚିଥିଲେ । ସେଠାରୁ ମହିଳାଙ୍କୁ ଅଟୋରେ ଥାନାକୁ ନେଇଜିବା ପାଇଁ କହିଥିଲେ । ସେଥିରେ ଜଣେ କନେଷ୍ଟବଳ ଥିବାରୁ ମହିଳା ଜଣକ ବିଶ୍ୱାସ କରି ସେହି ଅଟୋରେ ବସିଥିଲେ । କିନ୍ତୁ ଅଟୋ ଥାନା ରାସ୍ତାରେ ନଗଡ଼ି ଚନ୍ଦକା ଏବଂ ଖଣ୍ଡଗିରି ଭଳି ନିଛାଟିଆ ରାସ୍ତାରେ ବୁଲାଇଥିଲେ ।

ମହିଳା ଜଣକ ମୋତେ ଏ ରାସ୍ତାରେ କାହିଁକି ଆଣୁଛ କହିବାରୁ ମହିଳାଙ୍କୁ ଗାଳି ଦେବା ସହ ୩ ଜଣ ମିଶି ଅସଦାଚରଣ କରରିବାକୁ ଲାଗିଥିଲେ । ଏହାପରେ ଅଟୋ ସହିଦନଗର ଥାନା ପାଖ ହେବାରୁ ମହିଳା ଜଣକ ଅଟୋରୁ ତଳକୁ ଡ଼େଇଁ ଚିତ୍କାର କରିଥିଲେ । ଏହା ଶୁଣି ଥାନାରୁ ପୋଲିସ ଅଧିାକାରୀ ମାନେ ଆସି କନେଷ୍ଟବଳଙ୍କ ସମେନ ୩ ଜଣଙ୍କୁ ଗିରଫ କରିଛି ।

ସାନିଟାଇଜ୍ ନାଁରେ ଲୁଟିନେଲେ ୮ ଲକ୍ଷ ଟଙ୍କା

ଚେନ୍ନାଇ: କରୋନା ସହ ଲଢ଼ୁଛି ଦେଶ । ସାନିଟାଇଜେସନ୍ ବା ବିଶୋଧନ ଉପରେ ଗୁରୁତ୍ୱ ଦିଆଯାଉଛି । ଦେଶର ଅନ୍ୟତମ ବ୍ୟସ୍ତବହୁଳ ସହର ଚେନ୍ନାଇରେ ବିଶୋଧନ କରିବାକୁ ଆସିଥିବା ଅପରିଚିତ ବ୍ୟକ୍ତି ବଡ଼ ଧରଣର ଲୁଟ୍ କରିଛନ୍ତି । ଏକ ଘରୋଇ ବ୍ୟାଙ୍କର ଏଟିଏମରେ ବିଶୋଧକ ସିଞ୍ଚନ କରିବାକୁ ଯାଇ ଲୁଟି ନେଇଛନ୍ତି ୮ ଲକ୍ଷରୁ ଅଧିକ ଟଙ୍କା ।

ଅପରିଚିତ ବ୍ୟକ୍ତି ଜଣକ ଏକ ଅଟୋରିକ୍ସାରେ ବ୍ୟାଗ ଓ ସ୍ପ୍ରେ ଟ୍ୟୁବ୍ ଧରି ଏଟିଏମରେ ପହଞ୍ଚିଥିଲେ ।ଏଟିଏମରେ ନିୟୋଜିତ ୬୫ ବର୍ଷୀୟ ସୁରକ୍ଷାକର୍ମୀଙ୍କୁ କହିଥିଲେ ସେ MMDAରୁ ଆସିଛନ୍ତି । ମହାନଗର ନିଗମ ପକ୍ଷରୁ ଏଟିଏମକୁ ବିଶୋଧନ କରିବାକୁ ନିର୍ଦ୍ଦେଶ ରହିଛି । ଏହାପରେ ଚୋର ଜଣକ ଏଟିଏମ ଭିତରକୁ ଯାଇଥିବା ବେଳେ ସୁରକ୍ଷାକର୍ମୀ ଦୂରରୁ ଥାଇ ନିରୀକ୍ଷଣ କରୁଥିଲେ ।

ଜଣେ ଗ୍ରାହକ ଏଟିଏମକୁ ଟଙ୍କା ଉଠାଇବାକୁ ଆସିଥିବା ବେଳେ ସନ୍ଦିଗ୍ଧ ଜଣଙ୍କ କରେନ୍ସି ଚେଷ୍ଟର ପାସୱାର୍ଡ ଦେଉଥିଲେ । ପଚାରିବାରୁ ନିଜକୁ ବ୍ୟାଙ୍କ ଅଧିକାରୀ ପରିଚୟ ଦେଇଥିଲେ । ଗ୍ରାହକ ଜଣଙ୍କ ବାହାରକୁ ଆସି ପୋଲିସକୁ ସୂଚନା ଦେଇଥିଲେ ।

୧୦ ମିନିଟ୍ ଭିତରେ ଅପରିଚିତ ବ୍ୟକ୍ତି ଜଣଙ୍କ ବ୍ୟାଗ୍ ସହ ବାହାରକୁ ଆସିଥିଲେ । ଅପେକ୍ଷା କରିଥିବା ଅଟୋ ନିକଟରୁ ଦୌଡ଼ିଥିଲେ । ଗ୍ରାହକ ଜଣକ ସୁରକ୍ଷାକର୍ମୀଙ୍କୁ ଜଣାଇବା ସହ ସନ୍ଦିଗ୍ଧଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ତଥାପି କୌଶଳକ୍ରମେ ଖସି ଯାଇଥିଲା ଚୋର ଜଣକ ।

ପରେ ବ୍ୟାଙ୍କ ମ୍ୟାନେଜର ଆସି ଦେଖିବା ପରେ ଏଟିଏମରେ ଥିବା ୮ ଲକ୍ଷ ୨୦ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡ଼ିଥିଲା । ଏନେଇ ମଦୁରାଭୋୟାଲ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ୬ ଜଣଙ୍କୁ ଅଟକ ରଖି ପଚରାଉଚାର କରୁଛି । ତେବେ, ଚୋର ଜଣଙ୍କ କରେନ୍ସି ଚେଷ୍ଟର ଚାବି ଓ ଠିକ୍ ପାସୱାର୍ଡରେ ଲୁଟ୍ କରିଥିବାରୁ ଏହା ପଛରେ ବ୍ୟାଙ୍କ କର୍ମଚାରୀଙ୍କ ହାତଥିବା ସନ୍ଦେହ କରାଯାଉଛି ।

ରାଜଧାନୀରୁ ଜବତ ହେଲା ୧ କୋଟି ଟଙ୍କାର ବ୍ରାଉନ୍‌ସୁଗାର

ଭୁବନେଶ୍ୱର: ରାଜଧାନୀରେ ଧଳାଜହର କାରବାର । ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରୁ ଏକ କେଜି ୮ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି ଏସଟିଏଫ୍‌ । ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ । ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ହୋଇଯାଇଛି । ଗିରଫ ୨ଜଣ ହେଲେ ଜଙ୍କିଆର ଅଜୟ ମହାପାତ୍ର ଓ ବିଭୁତି ଭୂଷଣ ।

ଫେରାର ବ୍ୟବସାୟୀ ଜଙ୍କିଆର ବାପି ମଙ୍ଗରାଜ। ବେଙ୍ଗାଳୁରୁରୁ ବାଲେଶ୍ୱର ଦେଇ ଭୁବନେଶ୍ୱରକୁ ଆସୁଥିବା ଓ ଏହି ଧଳାଜହର । ବିଭିନ୍ନ ଏଜେଣ୍ଟ ଜରିଆରେ ବିଭିନ୍ନ ଜିଲ୍ଲାକୁ ହେଉଥିଲା ସପ୍ଲାଏ । ଚଳିତ ବର୍ଷ ଆରମ୍ଭରୁ ଆଜି ଯାଏଁ ପ୍ରାୟ ୭କେଜି ୮ଶହ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍‌ ।

ଜାନୁଆରୀରେ ଆସିବ କରୋନା ଭ୍ୟାକ୍ସିନ୍‌, ଆମେରିକୀୟ କମ୍ପାନୀ ଦେଲା ଆଶା…

କରୋନା ଭାଇରସ୍ ଟିକା ଖୋଜିବା ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି । ଆମେରିକାର ଏକ କମ୍ପାନୀ ଭ୍ୟାକ୍ସିନ୍‌ ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି । ସେହିଭଳି ଚାଇନାରେ ଏକ ଭ୍ୟାକ୍ସିନ୍‌ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ସମାପ୍ତ ହୋଇସାରିଛି । ଏହା ଆସନ୍ତା ବର୍ଷ ଆରମ୍ଭରୁ ବଜାରରେ ଉପଲବ୍ଧ ହୋଇପାରେ । ଚାଇନାରେ ଏବେ ସୁଦ୍ଧା ମଣିଷ ଉପରେ ପାଞ୍ଚଟି ଭ୍ୟାକ୍ସିନ୍‌ ପରୀକ୍ଷା କରାଯାଇ ସାରିଛି, ଯାହା ଅନ୍ୟ ଦେଶ ଅପେକ୍ଷା ସର୍ବାଧିକ । ସେଠାରେ ଥିବା ଅନ୍ୟ ଏକ କମ୍ପାନୀ, ସିନୋଭାକ୍ ବାୟୋଟେକ୍ ଦାବି କରିଛି ଯେ, ତା’ର ଭ୍ୟାକ୍ସିନ୍‌ ୯୯% କରୋନା ଭୂତାଣୁକୁ ନଷ୍ଟ କରିବାରେ ସଫଳ । ସେପଟେ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ରୁଷ ନିଜ ଭ୍ୟାକ୍ସିନ୍‌ର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିବ । ଆସନ୍ତା ସପ୍ତାହରୁ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସାରେ ଆଭିଫାଭିର ନାମକ ଏକ ଔଷଧ ବ୍ୟବହାର କରାଯିବ ।

କରାେନା ଭ୍ୟାକ୍ସିନ୍‌ ପ୍ରସ୍ତୁତ କରିବାରେ ରେସ୍‌ ଲାଗିଛି

ସାରା ବିଶ୍ୱରେ କରୋନା ଭ୍ୟାକ୍ସିନ୍‌ ତିଆରି କରିବାରେ ଏକ ପ୍ରତିଯୋଗୀତା ଚାଲିଛି । ପ୍ରାୟ ୧୨୦ଟି ଭ୍ୟାକ୍ସିନ୍‌ ଉପରେ ଏବେ ରିସର୍ଚ୍ଚ ଚାଲିଛି । ସେଥିମଧ୍ୟରୁ ପ୍ରାୟ ୧୦ଟି ଭ୍ୟାକ୍ସିନ୍‌ ଏମିତି ରହିଛି ଯାହା ମାନବ ପରୀକ୍ଷଣ ପର୍ଯ୍ୟାୟରେ ପହଞ୍ଚି ସାରିଛି । ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୬୪ ଲକ୍ଷକୁ ଛୁଇଁ ସାରିଲାଣି । ଆଉ ସେଥିମଧ୍ୟରୁ ପ୍ରାୟ ୩.୭୭ ଲକ୍ଷ ଲୋକ ମୃତ୍ୟୁ ବରଣ କରିସାରିଲେଣି ।

ଏଥିପାଇଁ ଯଥାଶୀଘ୍ର ଭ୍ୟାକ୍ସିନ୍‌ ପାଇବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରମାଣିତ ହୋଇଥିବା ଏହି ଟିକା ଚୀନରେ କାନସିନୋ ଆଡେନୋଭାଇରସ୍ ଭ୍ୟାକ୍ସିନ୍‌, ଅକ୍ସଫୋର୍ଡ ୟୁନିଭରସିଟିର ଆଡେନୋଭାଇରସ୍ ଭ୍ୟାକ୍ସିନ୍, ମୋଡର୍ନାର mRNA ଭ୍ୟାକ୍ସିନ୍‌ ଏବଂ ନୋଭାଭ୍ୟାକ୍ସକୁ ଅନ୍ତର୍ଭୁକ୍ତ କରିଛି । ଏଗୁଡିକ ବ୍ୟତୀତ, ଅନେକ ଭ୍ୟାକ୍ସିନ୍‌ର ପ୍ରାରମ୍ଭିକ ପରୀକ୍ଷଣ ମଧ୍ୟ ଅତ୍ୟନ୍ତ ସଫଳ ହୋଇଥିବା ଜଣାପଡ଼ିଛି ।

ଆମେରିକୀୟ ଟିକା କମ୍ପାନୀ ଆଶା ଦେଖାଇଛି

ଆମେରିକାର ମୋଡେର୍ଣ୍ଣା କମ୍ପାନୀର ଭ୍ୟାକ୍ସିନ୍‌ ଏବେ ସାରା ବିଶ୍ୱ ପାଇଁ ଆଶାର ଆଲୋକ ଦେଖାଇଛି । ଦ୍ୱିତୀୟ ପର୍ଯ୍ୟାୟରେ, ଭିନ୍ନ ଭିନ୍ନ ବୟସ ଗୋଷ୍ଠୀର ପ୍ରାୟ ୫୦୦ ଆକ୍ରାନ୍ତଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଛି । କମ୍ପାନୀ SARS-CoV-2 ଭୂତାଣୁରୁ ଜେନେଟିକ୍ ସାମଗ୍ରୀ ବ୍ୟବହାର କରି ଏହି mRNA ଟିକା ପ୍ରସ୍ତୁତ କରିଛି । ଏହି ଭ୍ୟାକ୍ସିନ୍‌ ମାନବ ଶରୀରରେ ଭୂତାଣୁ ବିରୋଧରେ ରୋଗ ପ୍ରତିଷେଧକ ଶକ୍ତିକୁ ବୃଦ୍ଧି କରିବ ।

ରାଜ୍ୟରେ ସୁସ୍ଥ ହେଲେ ୮୦ କରୋନା ସଂକ୍ରମିତ, ୧୫ଟି ଜିଲ୍ଲାରେ ସୁସ୍ଥ ହାର ବଢ଼ିଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂଖ୍ୟା ବାରମ୍ବାର ବଢ଼ିବାରେ  ଲାଗିଛି । ଏବେ ଦୈନିକ ଏକ ଶହରୁ ଅଧିକ କରୋନା ସଂକ୍ରମିତି ଚିହ୍ନଟ ହେଉଛନ୍ତି । ଏଇ ଭିତରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ମଙ୍ଗଳବାର ପୁଣି ୮୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ୍‌ ସୁସ୍ଥ ସଂଖ୍ୟା ୧୩୨୫ ରେ ପହଞ୍ଚିଛି । ୧୫ଟି ଜିଲ୍ଲାରୁ ୮୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହି ୮୦ ଜଣଙ୍କ ମଧ୍ୟରୁ ପୁରୀରେ ୧୭ ଜଣ, କଟକରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨୨ଶହ ପାର

ସେହିଭଳି କେନ୍ଦ୍ରାପଡ଼ା ଓ ମାଲକାନଗିରିରୁ ୧୬ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ନୟାଗଡ଼, ସୋନପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାରୁ ୩ ଜଣ ଲେଖାଏଁ କରୋନା ପଜିଟିଭ ସୁସ୍ଥ ହୋଇଛନ୍ତି । ସେପଟେ ଗଞ୍ଜାମ, କନ୍ଧମାଳ ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗିର, ଜଗତସିଂହପୁର, ନବରଙ୍ଗପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ସଂଖ୍ୟା ଏବେ ୨୨୪୫ ରେ ପହଞ୍ଚିଥିବା ବେଳେ ସକ୍ରିୟ ରହିଛନ୍ତି ୯୧୧ ଜଣ । ଏହାସହ ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୩୨୫ ଏବଂ ୭ ଜଣଙ୍କର ମୃତ୍ୟୁ ହୋଇଛି ।