spot_img
Home Blog Page 6869

ସୌର ଶକ୍ତିରେ ଚାଲିବ ପୁରା ବିଧାନସଭା, ସଞ୍ଚୟ ହେବ ୧ ଲକ୍ଷ ୧୮ ହଜାର ବିଦ୍ୟୁତ୍‌ ୟୁନିଟ୍

ଭୁବନେଶ୍ୱର: ଏଣିକି ସୌରଶକ୍ତିରେ ଚାଲିବ ବିଧାନସଭା । ବିଧାନସଭା ଛାତ ଉପରେ ଲାଗିବ ସୋଲାର ସିଷ୍ଟମ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ପ୍ଲାଣ୍ଟ ଛାତର ବର୍ଖ ଅନୁସାରେ ୯୦ କିଲୋଓ୍ୱାଟ୍‌ର ପ୍ୟାନେଲ ଲାଗିବ ବୋଲି ସ୍ଥିର ହୋଇଛି । ସମ୍ପୂର୍ଣ୍ଣ ବିଧାନସଭା ସୌରଶକ୍ତି ଦ୍ୱାରା ପରିଚାଳିତ ହେବ । ଏହା ଦ୍ୱାରା ସରକାରଙ୍କର ବାର୍ଷିକ ୧ ଲକ୍ଷ ୧୮ ହଜାର ବିଦ୍ୟୁତ୍‌ ୟୁନିଟ୍‌ ସଂଚୟ ହେବ ।

ତେବେ ଏହି ସୋଲାର ସିଷ୍ଟମ୍‌ ଲଗାଇବା ପାଇଁ ମୋଟ୍‌ ୧୨୦ ଦିନର ସମୟ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି କାମ ସାରିବାକୁ କଡ଼ା ନିର୍ଦ୍ଦେଶ ରହିଛି । ବୈଠକରେ ଅନେକ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆସନ୍ତା ସେପ୍ଟେମ୍ବର ଶେଷ ସୁଧା ପୁରା ବିଧାନସଭା ସୌରଶକ୍ତି ଚାଳିତ ହେବ ବୋଲି କୁହାଯାଇଛି । ଏହି ସୋଲାର ସିଷ୍ଟମ ପ୍ରକଳ୍ପରେ ମୋଟ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି । ଏହାର ଦାୟିତ୍ୱ ଶାନ୍ତି ଆସୋସିଏଟ୍ସକୁ ଦିଆଯାଇଛି ।

ତେବେ ସୌରଶକ୍ତିରେ ଚାଳିତ ହେବା ପରେ ବହୁଳ ମାତ୍ରାରେ ବିଧାନସଭାର ବିଦ୍ୟୁତ୍‌ ବାବଦ ଦେୟ ମଧ୍ୟ ସଂଚୟ ହେବ ।

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ଆଉ ୧୧୯ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨୪୫ରେ ପହଞ୍ଚିଛି ।

କେରଳ ଛୁଇଁଲା ମୌସୁମୀ, ଏଥର ସ୍ୱାଭାବିକଠାରୁ ଅଧିକ ବର୍ଷା…

ନୂଆଦିଲ୍ଲୀ: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ । କେନ୍ଦ୍ର ପାଣିପାଗ ବିଭାଗର ପୂର୍ବାନୁମାନ ସତ ହୋଇଛି । ସୋମବାର ମୌସୁମୀ କେରଳ ଛୁଇଁଥିବା ବେଳେ ଆଗାମୀ ୧୦ ଦିନ ମଧ୍ୟରେ ଓଡ଼ିଶାରେ ପହଞ୍ଚିବ ବୋଲି ପୂର୍ବରୁ ଅନୁମାନ କରାଯାଇଛି । ତେବେ ଚଳିତବର୍ଷ ମୌସୁମୀ ପ୍ରଭାବରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି । ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣିବାରେ ସଫଳ ହୋଇଛି । ଲଗାତର ୪୮ ଘଣ୍ଟା ପର୍ଯ୍ୟନ୍ତ କେରଳର ୬୦ ପ୍ରତିଶତ ଅଞ୍ଚଳରେ ବର୍ଷା ଲାଗିରହିଛି ।

ସେପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ । ଉତ୍ତର ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ । ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ କହିଛି ।

ମୌସୁମୀ ପାଇଁ ପରିବେଶ ଅନୁକୂଳ ରହିଛି । ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ୧୦୨% ବର୍ଷା ହେବ ବୋଲି ଆକଳନ କରାଯାଇଛି । ସେହିପରି ଉତ୍ତର-ପଶ୍ଚିମାଞ୍ଚଳରେ ୧୦୭%, କେନ୍ଦ୍ରାଞ୍ଚଳରେ ୧୦୩%, ଦକ୍ଷିଣାଞ୍ଚଳରେ ୧୦୨% , ଉତ୍ତରପୂର୍ବାଞ୍ଚଳରେ ୯୬% ବର୍ଷା ହେବା ନେଇ ଆକଳନ କରାଯାଇଛି ।

 

୧୧ ଜିଲ୍ଲାରେ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ, ଜୁନ୍ ୩୦‌ ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ରହିବ ଧର୍ମାନୁଷ୍ଠାନ ଏବଂ ସପିଂମଲ୍‌

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଆଜିଠାରୁ ଆରମ୍ଭ ହୋଇଛି ଅନ୍‌ଲକ୍‌ ୧.୦ । ଲକ୍‌ଡାଉନ୍‌ ନିୟମରେ ଦେଶରେ କିଛି ମାତ୍ରାରେ କୋହଳ କରାଯାଇଛି । ଯେଉଁଥିରେ ଉଲ୍ଲେଖ ରହିଥିଲା କି ଜୁନ୍‌ ୮ ତାରିଖରୁ ଦେଶରେ ସମସ୍ତ ଧର୍ମାନୁଷ୍ଠାନ ଏବଂ ସପିଂମଲ୍‌ରେ ତାଲା ଖୋଲାଯିବ । କିନ୍ତୁ, ଏହା ଉପରେ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ । ଏହାକୁ ଆଧାରକ କରି ସୋମବାର ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏକାଧିକ ଗୁରୁତ୍ୱପୂର୍ଣ ଘୋଷଣା କରିଛନ୍ତି ।

ଅସିତ୍ ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟରେ ଏବେ ଖୋଲିବନି ମନ୍ଦିର, ସପିଂମଲ । ଜୁନ୍‌ ୩୦ ପର୍ଯ୍ୟନ୍ତ ରାଜ୍ୟରେ ମନ୍ଦିର, ସପିଂ ମଲ୍‌ ସବୁ ବନ୍ଦ ରହିବ । ଏହା ସହ ରାଜ୍ୟରେ ଜୁନ୍‌ ୩୦ ଯାଏଁ ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ, ଧାର୍ମିକ, ରାଜନୈତିକ ସଭା ସମିତି ମଧ୍ୟ ବନ୍ଦ ରହିବ ।  ସେପଟେ ଅନ୍‌ଲକ୍‌ ୧.୦ରେ ମଧ୍ୟ ରାଜ୍ୟରେ ଲକ୍‌ ରହିବ ହଲ୍‌, ଜିମ୍‌ ଏବଂ ବାର । ତେବେ, ରାଜ୍ୟରେ ଜୁଲାଇ ୩୧ ପରେ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ଖୋଲିବ ।

ଏକା ଥରକେ ୧୨୯ ପଜିଟିଭ୍‌ ଚିହ୍ନଟ..

ସେପଟେ ରାଜ୍ୟରେ ପଜିଟିଭ ସଂଖ୍ୟା ବଢ଼ୁଥିବା ଯୋଗୁଁ ୧୧ଟି ଜିଲ୍ଲାରେ ୨ଦିନ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଜାରି କରାଯାଇଛି । ଗଞ୍ଜାମ, ପୁରୀ, ନୟାଗଡ଼,  ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, କଟକ, ଯାଜପୁର, ବାଲେଶ୍ୱର, ବଲାଙ୍ଗିର ଜିଲ୍ଲାରେ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ ଜାରି କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏଁ ୧୧ ଜିଲ୍ଲା ପ୍ରତି ଶନିବାର, ରବିବାର ସଟଡାଉନ୍ ରହିବ । ମାସ୍କ, ସାନିଟାଇଜର ସହ ସାମାଜିକ ଦୂରତା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରେସମିଟରେ କୁହାଯାଇଛି । ଛେପ ପକାଇଲେ ଜରିମାନାକୁ ବାଧ୍ୟତାମୂଳକ କରାଯାଇଛି । ପ୍ରଥମ ୩ଥର ପାଇଁ ୫ଶହ ଟଙ୍କା ଓ ପରେ ହଜାରେ ଟଙ୍କା ଆଦାୟ ହେବ ଜରିମାନା । ସେପଟେ ନିୟମ କଡାକଡ଼ି ପାଳନ ନେଇ ଡିଜିପି ଚେତାବନୀ ଦେଇଛନ୍ତି । କର୍ଫ୍ୟୁ ନିୟମକୁ ବାରମ୍ବାର ଭାଙ୍ଗିଲେ ଗିରଫ ହେବେ । ଆଜି ରାତିରୁ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ପାଳନ ନେଇ ସୂଚନା ଦେଇଛନ୍ତି ଡିଜିପି ।

ଭଉଣୀଙ୍କୁ ବଞ୍ଚାଇବାକୁ ଯାଇ ଭଉଣୀମାନଙ୍କ ସହ ଚାଲିଗଲେ ଦୁଇଭାଇ

ଢ଼େଙ୍କାନାଳ: ଚାହୁଁ ଚାହୁଁ ଚାଲିଗଲା କୋମଳମତି ଶିଶୁଙ୍କର ଜୀବନ । ଦୁନିଆକୁ ଟିକେ ଭଲରେ ଜାଣିବା ପୂର୍ବରୁ ଲିଭିଗଲା ଧିମି ଧିମି ହୋଇ ଜଳିବାକୁ ଆରମ୍ଭ କରୁଥିବା ଜୀବନ ଦିପ । ଜଣେ ନୁହେଁ କି ଦୁଇଜଣ ନୁହେଁ,  ପୋଖରୀରେ ବୁଡ଼ି ଏକାଥରକେ ୪ ଜଣଙ୍କର ମୃତ୍ୟୁ ହୋଇଛି ।  ହାତ ଧରାଧରି ହୋଇ ଚାଲିଗଲେ ଦୁଇ ଭାଇ ଆଉ ଦୁଇ ଭଉଣୀ । ସାଙ୍ଗ ହୋଇ ଖେଳୁଥିଲେ ଆଉ ଏବେ ସାଙ୍ଗହୋଇ ଆରପାରିକୁ ମଧ୍ୟ ଚାଲିଗଲେ । ବୋଧେ ଏମାନଙ୍କ କୋମଳ ଜୀବନ ଉପରେ କାଳର କଳା ନଜର ପଡ଼ିଥିଲା । ଯେଉଁଥି ପାଇଁ ପୋଖରୀରେ ଜଗି ବସିଥିଲା ଯମ । ଗାଧୋଇଲା ବେଳେ ଦୁଇ ଭଇଣୀ ଏବଂ ଦୁଇ ଭାଇ ଦୁନିଆରୁ ବିଦାୟ ନେଲେ ।

ରାଖି ବାନ୍ଧି ଭଉଣୀକୁ ସବୁ ସମୟରେ ରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିବା ଭାଇ ଆଜି ତା ଭଉଣୀର ପ୍ରତିଶ୍ରୁତିକୁ ରକ୍ଷା କରିଛି । କିନ୍ତୁ ପ୍ରତିଶ୍ରୁତିକୁ ରକ୍ଷା କରୁ କରୁ ହାରି ଦେଇଛି ନିଜ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ସଦର ଥାନା ଗୋବିନ୍ଦପୁର ବାରବାଙ୍କ ସବର ସାହିରେ । ଘରେ ଲାଇନ ନଥିବାରୁ ଘର ପଛପଟେ ଥିବା ଏକ ପୋଖରୀକୁ ଗଧୋଇବାକୁ ଯାଇଥିଲେ । କିନ୍ତୁ ସବୁଦିନ ଠାରୁ ଆଜି ବୋଧେ କିଛି ଅଲଗା ଲେଖା ଥିଲା ସେମାନଙ୍କର ଭାଗ୍ୟରେ । ଗାଧୋଇବା ବେଳେ ଦୁଇଜଣ ନାବାଳିକାଙ୍କର ଗୋଡ଼ ଖସିଯାଇଥିଲା ।

ଦୁଇ ଭଉଣୀ ପାଣିରେ ବୁଡ଼ୁଥିବାର ଦେଖି ପାଣିକୁ ଡ଼େଇଁପଡ଼ିଥିଲେ ଦୁଇ ଭାଇ । ଫଳରେ ପାଣିରେ ବୁଡ଼ି ୪ ଜଣଙ୍କର ଜୀବନ ଚାଲିଯାଇଛି । ମୃତକ ମାନେ ହେଉଛନ୍ତି  ଗୋଟିଏ କୁଟୁମ୍ବର । ତୃପ୍ତିମୟୀ ଦେହୁରୀ ୧୬ ବର୍ଷ, ତୃପ୍ତିବାଳା ଦେହୁରୀ ୧୩ ବର୍ଷ, ନେହାଲ ଦେହରୁୀ ୮ ବର୍ଷ ଏବଂ ରାଜେଶ ଦେହୁରୀ ୧୦ ବର୍ଷ । ଘରର ରତ୍ନମାନଙ୍କୁ ହରାଇ ଶୋକରେ ଫାଟିପଡ଼ୁଛି ପରିବାର ।

ଅପହରଣ ମାମଲାରେ ନୂଆ ଟ୍ୱିଷ୍ଟ୍: ସିସିଟିଭିରୁ ଜଣାପଡ଼ିଲା ସତ

ଦିଗପହଣ୍ଡି: ଘରେ ଭିତରେ ପଶି ଝିଅଙ୍କୁ ଉଠାଇନେଲେ ଯୁବକ । ଯୁବତୀଙ୍କୁ ବାଇକ୍‌ରେ ବସାଇ ଚମ୍ପଟ ମାରିଲେ । ଘର ଲୋକଙ୍କ ଉପସ୍ଥିତିରେ ଏଭଳି କରିଥିଲେ ୨ ଯୁବକ । ଚେଷ୍ଟା ସତ୍ତ୍ୱେ ସେମାନଙ୍କୁ ଅଟକାଇପାରିନଥିଲେ ପରିବାର ଲୋକେ । ପରେ ଏ ନେଇ ପରିବାର ଲୋକଙ୍କ ପକ୍ଷରୁ ଦିଗପହଣ୍ଡି ଥାନାରେ ଅପହରଣ ଅଭିଯୋଗ ହୋଇଥିଲା । ତେବେ ଯୁବତୀଙ୍କୁ ନେଇ ଯିବା ବେଳର ସିସିଟିଭି ଫୁଟେଜ ଏବେ ସୋସିଆଲ୍‌ ମିଡିଆରେ ଘୁରି ବୁଲିଛି । ଯାହା ଅପହରଣ ଅଭିଯୋଗରେ ଆଣିଛି ନୂଆ ଟ୍ୱିଷ୍ଟ । ଭିଡିଓରେ ଯୁବତୀ ଜଣଙ୍କ ନିଜ ଇଚ୍ଛାରେ ଯୁବକଙ୍କ ସହ ବାଇକ୍‌ରେ ବସି ଫେରାର ହେଉଥିବା ଦେଖିବାକୁ ମିଳିଛି । ଉଭୟ ଯୁବକ ଓ ଯୁବତୀ ଘରୁ ବାହାରକୁ ଦୌଡ଼ି  ଆସି ଗାଡ଼ିରେ ବସି ଚମ୍ପଟ ମାରିଥିଲେ । ଏଯାଏଁ ଯୁବକ ଓ ଯୁବତୀଙ୍କ କୌଣସି ପତ୍ତା ମିଳିନି । ଏବଂ ଅପରହଣ କରାଯାଇଥିବା ନେଇ ଯେଉଁ ସନ୍ଦେହ କରାଯାଉଥିଲା ତାହା ଉପରୁ ମଧ୍ୟ ପରଦା ହଟିଛି ।

ମଦ ପିଇ କ୍ୱାରେଣ୍ଟାଇନ ସେଣ୍ଟର ସାମ୍ନାରେ ହଙ୍ଗାମା କଲେ ଅନ୍ତେବାସୀ

ଉମରକୋଟ: କ୍ୱାରେଣ୍ଟାଇନ ସେଣ୍ଟର ସାମ୍ନାରେ ମଦୁଆଙ୍କ ମାତାଲି ଆକ୍ସନ । ସାର୍ଟ ଖୋଲି ହାତରେ ମଦ ବୋତଲ ଧରି ଚାଲିଛି ଗୋଟେ ପରେ ଗୋଟେ ଆକ୍ସନ । ହିରୋ ଭଳି କେତେବଳେ ପିସିଆରକୁ ଅଟକାଉଛି ତ ପୁଣି କେତେବଳେ ଗୁଡ଼ି କାନି ଖାଇଲା ଭଳି ଏପଟୁ ଯାଇ ସେପଟେ ପଡ଼ୁଛି । କରୋନା ପାଇଁ ପ୍ରତ୍ୟେକ ଜିଲ୍ଲାରେ କ୍ୱାରେଣ୍ଟାଇନ ସେଣ୍ଟରମାନ ତିଆରି କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କ ପାଇଁ ଏହି ସବୁ ସେଣ୍ଟର ପ୍ରସ୍ତୁତ କରାଯାଇଛି । କରୋନା ସର୍ବସାଧାରଣ ସ୍ଥାନରେ ନ ବ୍ୟାପିବା ପାଇଁ ଏଭଳି ନିଷ୍ପତି ନେଇଉନ୍ତି ରାଜ୍ୟ ସରକାର ।

କିନ୍ତୁ କିଛି ଅମାନିଆଙ୍କ ପାଇଁ ବାରମ୍ବାର ବଦନାମ ହେଉଛି କ୍ୱାରେଣ୍ଟାଇନ ସେଣ୍ଟର । ମଦୁଆମାନେ ବାରମ୍ବାର ସରକାରୀ ନିୟମକୁ ଅବମାନନା କରୁଥିବା ଖବର ବାରମ୍ବାର ସାମ୍ନାକୁ ଆସୁଛି ।  କିଛି ଲୋକଙ୍କ ପାଇଁ ନିଜ ଜୀବନ ଠାରୁ ଅଧିକ ମୂଲ୍ୟବାନ ହେଉଛି ମଦ । । ଯେଉଁଥିପାଇଁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ବାହାରି ଯାଇ ମଦ ପିଇବା ପାଇଁ ପଛାଉନହାନ୍ତି ମଦୁଆ । ଏମିତି ଏକ ମଦୁଆଙ୍କ କାରନାମ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ରେ ।  ଯାହାର ଏକ ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମ ରେ ଭାଇ ରାଲ୍ ହେବାରେ ଲାଗିଛି ।

ruckus-at-quarantine-center-by-drunk-migrant-labour-in-umerkote

ମଦୁଆ ଜଣକ କ୍ୱାରେଣ୍ଟିନ୍ ସେଣ୍ଟର ଆଗରେ ମାତାଲ ହୋଇ ପ୍ରଶାସନକୁ ନାକେଦମ୍ କରୁଥିବା ନଜର ଆସିଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ  ମହାବିଦ୍ୟାଳୟର ଟିଏମସି କେନ୍ଦ୍ରର ଜଣେ ଅନ୍ତେବାସୀ ଶ୍ରମିକ ଆଜି ସକାଳୁ ମଦ ପିଇ ଉନ୍ମତ କାଣ୍ଡ ଘଟାଇଛନ୍ତି ।  ଟିଏମସି କେନ୍ଦ୍ର ସମ୍ମୁଖ ରାସ୍ତା ଉପରେ ଛିଡା ହୋଇ ଯାତାୟତ କରୁଥିବା ସାଧାରଣ ଲୋକ ଏବଂ ଗାଡି ଉପରକୁ ଟେକା ପଥର ମାରିବା ସହ ଗାଡ଼ି ସାମ୍ନାରେ ଆସି ହଇରଣ ହରକତ କରିଛନ୍ତି । ବହୁ ସମୟ ଧରି ନିଜର ତାଣ୍ଡବ ଲୀଳା ଦେଖାଇଥିଲେ ମଦୁଆ ଜଣକ ।

ruckus-at-quarantine-center-by-drunk-migrant-labour-in-umerkote

ପରେ ଟିଏମସି ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଠାରୁ ସୂଚନା ପାଇ ଝରିଗାଁ ପୋଲିସ୍ ପହଞ୍ଚି ବହୁ ସମୟ ଧରି ନାକେଦମ୍ ହେବା ପରେ ପ୍ରବାସୀ ଶ୍ରମିକଙ୍କୁ କାବୁ କରିବାରେ ସଫଳ ହୋଇଥିବା ଜଣାପଡିଛି । ଉକ୍ତ ଶ୍ରମିକ ଜଣକଙ୍କ ଘର ଝରିଗାଁ ଅଞ୍ଚଳର ବୋଲି ଜଣା ପଡିଥିବାବେଳେ ସେ ପ୍ରତିଦିନ ଏଭଳି କରୁଥିବା ସୂଚନା ମିଳିଛି । ଶ୍ରମିକ ଜଣକ ଜଗତସିଂପୁର ଜିଲ୍ଲାରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇଥିଲେ ଏବଂ କିଛି ଦିନ ତଳେ ସେଠାରୁ ଫେରି ଏହି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଅନ୍ତେବାସୀ ଭାବେ ରହି ଆସୁଥିବା ଜଣାପଡ଼ିଛି ।

ହ୍ୱାଇଟ୍‌ ହାଉସ୍‌ ବାହାରେ ପଥର ମାଡ଼: ଅଣ୍ଡରଗ୍ରାଉଣ୍ଡ ହେଲେ ଟ୍ରମ୍ପ

ଓ୍ୱାସିଂଟନ: ଆମେରିକାର ୨ଡଜନରୁ ଅଧିକ ସହରରେ କୃଷ୍ଣକାୟ ନାଗରିକଙ୍କ ମୃତ୍ୟୁକୁ ନେଇ ଗତ କିଛି ଦିନ ଧରି ତୀବ୍ର ବିରୋଧ ହୋଇଆସୁଛି । ନ୍ୟୁଜ୍ ଏଜେନ୍ସର ସୂଚନା ମୁତାବକ ଓ୍ୱାସିଂଟନ ହ୍ୱାଇଟ୍ ହାଉସର ବାହାରେ ବହୁ ସଂଖ୍ୟାରେ ଲୋକେ  ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

व्हाइट हाउस के बाहर चल रहे थे पत्थर, ट्रंप को जाना पड़ा अंडरग्राउंड बंकर में

ପରିସ୍ଥିତିକୁ ଦେଖି ରାଷ୍ଟ୍ରପତିଙ୍କୁ ଅଣ୍ଡରଗ୍ରାଉଣ୍ଡ ବଙ୍କର ମଧ୍ୟକୁ ଯିବାକୁ ପଡ଼ିଲା । ଆବଶ୍ୟ ପରବର୍ତ୍ତୀ ସମୟରେ ଅଧିକାରୀଙ୍କ ପକ୍ଷରୁ କୁହାଗଲା ରାଷ୍ଟ୍ରପତିଙ୍କ ପ୍ରତି ସେଭଳି କିଛି ବିପତ୍ତି ନଥିଲା । ସୂଚନା ମୁତାବକ, ଶୁକ୍ରବାର ସିକ୍ରେଟ ସର୍ଭିସ ଏଜେନ୍ସିର ପରାମର୍ଶ ପରେ ଟ୍ରମ୍ପ ବଙ୍କରକୁ ନିଆଯାଇଥିଲେ ।

व्हाइट हाउस के बाहर चल रहे थे पत्थर, ट्रंप को जाना पड़ा अंडरग्राउंड बंकर में

ପାଖାପାଖି ଘଣ୍ଟାଏ ସେ ବଙ୍କରରେ ରହିଥିଲେ । ଆବଶ୍ୟ ନାଗରିକଙ୍କ ମୃତ୍ୟୁକୁ ବିରୋଧ କରୁଥିବା ପ୍ରଦର୍ଶନକାରୀ ହିଂସ୍ର ହୋଇଯାଇଥିଲେ । ସେମାନେ ଗୁଡ଼ାଏ ସ୍ଥାନରେ ବିଲ୍ଡିଂରେ ନିଆଁ ଲଗାଇବା ସହିତ  ଦୋକାନ ଲୁଟ୍‌ କରିଥିଲେ । ହ୍ୱାଇଟ୍ ହାଉସ୍‌ ବାହାରେ ମଧ୍ୟ ପ୍ରଦର୍ଶନକାରୀ ପଥର ଫୋପାଡ଼ୁଥିବା ଦେଖିବାକୁ ମିଳୁଥିଲା ।

व्हाइट हाउस के बाहर चल रहे थे पत्थर, ट्रंप को जाना पड़ा अंडरग्राउंड बंकर में

ହ୍ୱାଇଟ ହାଉସ ବାହାରେ ବହୁ ସଂଖ୍ୟାରେ ପ୍ରଦର୍ଶନକାରୀ ଏକଜୁଟ ହୋଇଥିଲେ । ଯେଉଁଥିପାଇଁ ସୁରକ୍ଷାକର୍ମୀଙ୍କୁ ନାକେଦମ ହେବାକୁ ପଡ଼ିଥିଲ । ପ୍ରଦର୍ଶନକାରୀ ଗେଟ୍ ପର୍ଯ୍ୟନ୍ତ ପଥର ଫୋପାଡ଼ିବାରେ ଲାଗିଥିଲେ । ରବିବାର ବେଳକୁ ପ୍ରଦର୍ଶନକାରୀ ହ୍ୱାଇଟ୍ ହାଉସ୍‌ ନିକଟରେ ପହଞ୍ଚିଥିଲେ । ସୁରକ୍ଷା ଦୃଷ୍ଟିରୁ ମେୟର ରାତି ୧୧ ପରେ କର୍ଫ୍ୟୁ ଘୋଷଣା କରିଥିଲେ ।

व्हाइट हाउस के बाहर चल रहे थे पत्थर, ट्रंप को जाना पड़ा अंडरग्राउंड बंकर में

ପୋଲିସ କଷ୍ଟଡିରେ କୃଷ୍ଣକାୟ ନାଗରିକ ଜଜ୍ ଫ୍ଳାୟର୍ଡଙ୍କ ମୃତ୍ୟୁ ହୋଇଛି । ସେମାନଙ୍କୁ ନ୍ୟାୟ ଦେବା ପାଇଁ ପ୍ରଦର୍ଶନ ଆରମ୍ଭ ହୋଇଛି । ଆମେରିକାରେ ଦୀର୍ଘ ସମୟ ଧରି କୃଷ୍ଣକାୟ ଭେଦଭାବର ଶିକାର ହେଉଛନ୍ତି । ଜଜ୍‌ ଫ୍ଳୟାର୍ଡ ମାମଲା ପୂରା ବ୍ୟବସ୍ଥାରେ ପରିବର୍ତ୍ତନ ଦାବି କରୁଛି ।

व्हाइट हाउस के बाहर चल रहे थे पत्थर, ट्रंप को जाना पड़ा अंडरग्राउंड बंकर में

ସୂଚନା ଯୋଗ୍ୟ ଯେ,  ହ୍ୱାଇଟ୍ ହାଉସ୍‌ରେ ଜରୁରୁୀକାଳୀନ ସମୟରେ ବିଶେଷ ସୁରକ୍ଷା ପାଇଁ ବଙ୍କର ନିର୍ମାଣ କରାଯାଇଛି । ଆତଙ୍କବାଦୀ ଆକ୍ରମଣ ଭଳି ଘଟଣାରେ ସୁରକ୍ଷିତ ରହିବା ପାଇଁ ଏହାକୁ ବ୍ୟବହାର କରିଥାନ୍ତି ।

କରୋନା ଦୁନିଆକୁ ବଦଳାଇ ଦେବ, ଭାରତୀୟ ଡାକ୍ତରଙ୍କ ଉପରେ ବିଶ୍ୱର ନଜର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ କର୍ଣ୍ଣାଟକର ରାଜିବ ଗାନ୍ଧି ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସିଲଭର ଜୁବୁଲି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଦୁନିଆ ବଦଳିଯିବା ଭଳି କରୋନା ପରେ ବିଶ୍ୱ ବଦଳିଯିବ ।

କରୋନା ମୁକାବିଲାରେ ଫ୍ରଣ୍ଟଲାଇନରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଅବଦାନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ସ୍ୱାସ୍ଥ୍ୟକର୍ମୀ ସୈନିକ ଭଳି କାର୍ଯ୍ୟ କରୁଛନ୍ତି ଓ ଦେଶ ପାଇଁ ଯୁଦ୍ଧ ଲଢୁଛନ୍ତି । କରୋନା ଭାଇରସ ଦେଖାଯାଉନି କିନ୍ତୁ କରୋନା ଯୋଦ୍ଧାଙ୍କ ପରିଶ୍ରମ ଦେଖିବାକୁ ମିଳୁଛି । ସମଗ୍ର ଦୁନିଆର ନଜର ଏବେ ଭାରତୀୟ ଡାକ୍ତରଙ୍କ ଉପରେ ରହିଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମିଶନ ଇନ୍ଦ୍ରଧନୁଷ,ଆୟୁଷ୍ମାନ ଭାରତ ଯୋଜନା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଦେଶର ସ୍ୱାସ୍ଥ୍ୟ ସିଷ୍ଟମରେ ନୂଆ କ୍ରାନ୍ତି ଆଣିଛି । ମେକ୍ ଇନ୍ ଇଣ୍ଡିଆ ଅନ୍ତର୍ଗତରେ ମିଳୁଥିବା ସ୍ୱାସ୍ଥ୍ୟ ସୁବିଧାକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ,ଆଜି ଦେଶରେ ପିପିଇ କିଟ୍,ଏନ୍-୯୫ ମାସ୍କ ତିଆରି ହେଲାଣି । ଦେଶରେ ତିଆରି ହୋଇଥିବା ଆରୋଗ୍ୟ ସେତୁ ଆପକୁ ଏପର୍ଯ୍ୟନ୍ତ ୧୨ କୋଟି ଲୋକ ଡାଉନଲୋଡ୍ କରିସାରିଲେଣି ।

ଦେଶରେ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ ସେ କହିଥିଲେ ଯେ, ଏସବୁକୁ ବରଦାସ୍ତ କରାଯାଇ ପାରିବ ନାହିଁ । ଯିଏ ବି ଏମିତି କରିବ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ସହ ସ୍ୱାସ୍ଥ୍ୟକର୍ମୀଙ୍କୁ ବୀମା ସୁବିଧା ଦିଆଯାଇଥିବା କଥା ମଧ୍ୟ ସେ କହିଥିଲେ ।