spot_img
Home Blog Page 6871

କୋଭାକ୍ସିନ୍‌ର ପ୍ରି-କ୍ଳିନିକାଲ୍ ଟ୍ରାଏଲ୍ ଶେଷ: ଏବେ ମନୁଷ୍ୟଙ୍କ ଉପରେ କରାଯିବ ପରୀକ୍ଷଣ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୫ରେ ଦେଶରେ ଲଞ୍ଚ ହୋଇପାରେ କରୋନା ଭ୍ୟାକ୍ସିନ୍ ‘କୋଭାକ୍ସିନ୍’ । ଫାର୍ମାସ୍ୟୁଟିକାଲ୍ କମ୍ପାନୀ ‘ଭାରତ ବାୟୋଟେକ୍’ ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅର୍ଥାତ୍ (ଆଇସିଏମ୍ଆର୍) ଦ୍ୱାରା ଏହି ଟିକାକୁ ଲଞ୍ଚ କରାଯାଇପାରେ । ତେବେ ଶନିବାର କରୋନା ଟିକା ସମ୍ପର୍କରେ ICMR ପକ୍ଷରୁ ବିବୃତି ଜାରି କରାଯାଇଛି ।

ICMR Fast Tracks Covaxin Trials, Wants Vaccine By August 15

ଜାରି ବିବୃତିରେ କୁହାଯାଇଛି ଯେ, ଟିକାର ପ୍ରି କ୍ଳିନିକାଲ୍‌ ଟ୍ରାଏଲ୍ ସଫଳତାର ସହ ଶେଷ ହୋଇଛି । ବର୍ତ୍ତମାନ ମଣିଷଙ୍କ ଉପରେ ଏହାକୁ ପରୀକ୍ଷଣ କରାଯିବ । ଏବଂ ଏହି ପରୀକ୍ଷଣ ୨ ଟି ପର୍ଯ୍ୟାୟରେ କରାଯିବ । ଆଇସିଏମ୍‌ଆର ପକ୍ଷରୁ ଆହୁରି କୁହାଯାଇଛି ଯେ, ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ନେଇ ସ୍ୱଦେଶୀ ଭ୍ୟାକ୍ସିନ୍‌ର ପରୀକ୍ଷଣ ଏକାନ୍ତ ଜରୁରୀ । ତେବେ ଭ୍ୟାକ୍ସିନ୍‌ ନେଇ ଆଇସିଏମ୍‌ଆର ପକ୍ଷରୁ ବିଶ୍ୱ ମାନଦଣ୍ଡ ଅନୁଯାୟ ସମସ୍ତ ପ୍ରକ୍ରିୟା କରାଯାଉଛି ।

Fact Check: Is this Bharat Biotech VP taking the first dose of ...

ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ, ଆମର ଉଦ୍ଦେଶ୍ୟ ହେଉଛି ଟୀକାକରଣର ପୂର୍ବରୁ ଯଥା ଶୀଘ୍ର ସମସ୍ତ ପ୍ରକ୍ରିୟା ପୂରା କରାଯିବ । ଆଇସିଏମ୍‌ଆର ପକ୍ଷରୁ ଜାରି ଏକ ଚିଠି ଅନୁଯାୟୀ ମାନବ ପରୀକ୍ଷା ପାଇଁ ନାମଲେଖା ଜୁଲାଇ ୭ରୁ ଆରମ୍ଭ ହେବ । ଏହା ପରେ, ଯଦି ସମସ୍ତ ପରୀକ୍ଷା ସଠିକ୍ ରୁହେ ତେବେ ଅଗଷ୍ଟ ୧୫ ସୁଦ୍ଧା ଭ୍ୟାକ୍ସିନ୍‌ ଲଞ୍ଚ ହୋଇପାରିବ । ତେବେ ସର୍ବପ୍ରଥମେ ଭାରତ ବାୟୋଟେକ୍‌ର ଭ୍ୟାକ୍ସିନ୍ ବଜାରକୁ ଆସିପାରେ ।

ICMR-Bharat Biotech COVID-19 vaccine trial results to be released ...

ନିକଟରେ ହାଇଦ୍ରାବାଦ ସ୍ଥିତ ଏହି ଫାର୍ମା କମ୍ପାନୀ ‘ଭାରତ ବାୟୋଟେକ’ ପକ୍ଷରୁ କୁହାଯାଇଛି ଯେ, କୋଭାକ୍ସିନ୍‌ର ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ୍‌ ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ଦିଆଯାଇଛି । ଏଥିସହିତ ଜୁଲାଇ ପ୍ରଥମ ସପ୍ତାହରୁ ଟ୍ରାଏଲ କାମ ଆରମ୍ଭ କରାଯିବ । ତେବେ ଭ୍ୟାକ୍ସିନ୍‌ ନିର୍ମାଣରେ ପୂର୍ବରୁ ‘ଭାରତ ବାୟୋଟେକ୍‌’ର ଅଭିଜ୍ଞତା ରହିଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନାଁରେ ଅଭିଯୋଗ, ଅବହେଳାରୁ ଗଲା ୨ ଜୀବନ

ଜଗତସିଂହପୁର: ଆଇସୋଲେସନ୍ ୱାର୍ଡରେ ସ୍ୱାମୀଙ୍କ ମୃତ୍ୟୁ, ସ୍ତ୍ରୀର ଆତ୍ମହତ୍ୟା ପାଇଁ ଦାୟୀ କିଏ ? ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ପାଇଁ ଚାଲିଗଲା କି ୨ ଜୀବନ ? ଜୁଲାଇ ୨ ତାରିଖର ଏ ଘଟଣା ଭିନ୍ନ ମୋଡ଼ ନେଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତରଙ୍କ ଅଣଦେଖା ଓ ଅବହେଳା କାରଣରୁ ସ୍ୱାମୀ, ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ଏନେଇ ମୃତ ନିର୍ଲିପ୍ତ ଭୋଳଙ୍କ ଭିଣୋଇ ମୁଖ୍ୟମନ୍ତ୍ରୀ, ଜଗତସିଂହପୁର ଜିଲ୍ଲାପାଳ, ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଅଭିଯୋଗରେ ଦର୍ଶାଯାଇଛି ନିର୍ଲିପ୍ତଙ୍କ ଦେହ ଖରାପ ହେବାରୁ ତାଙ୍କୁ ବୁଧବାର ରାତି ପ୍ରାୟ ୧୨ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କ ସ୍ତ୍ରୀ ସୁଭଦ୍ରା ଡାକ୍ତରଙ୍କୁ ବାରମ୍ବାର ଚିକିତ୍ସା ପାଇଁ ଅନୁରୋଧ କରିଥିଲେ ହେଁ କେହି ଶୁଣିନଥିଲେ । ଡାକିବା ସତ୍ତ୍ୱେ ଚିକିତ୍ସା ପାଇଁ ଆସିନଥିଲେ ସିଡିଏମଓ ଡାକ୍ତର ବିଜୟ ପଣ୍ଡା ଓ ଡାକ୍ତର ଅଜୟ ସ୍ୱାଇଁ । ଫଳରେ ଆଖି ବୁଜିଥିଲେ ନିର୍ଲିପ୍ତ । ଆଖି ଆଗରେ ସ୍ୱାମୀଙ୍କ ମୃତ୍ୟୁ ଦେଖି ସହି ପାରିନଥିଲେ ସୁଭଦ୍ରା । ମେଡିକାଲରେ ହିଁ ଆତ୍ମହତ୍ୟା କରିଥିଲେ ।

ସ୍ୱାମୀଙ୍କ ମୃତ୍ୟୁ ପରେ ଓ ଆତ୍ମହତ୍ୟା ପୂର୍ବରୁ ସୁଭଦ୍ରା କୋହଭରା କଣ୍ଠରେ ଏସବୁକୁ ରେକର୍ଡିଂ କରିଛନ୍ତି । ଡାକ୍ତରମାନେ ଚିକିତ୍ସା ନକରିବାରୁ ସ୍ୱାମୀଙ୍କ ମୃତ୍ୟୁ ହେଲା । ଏଥିପାଇଁ ଡାକ୍ତର ହିଁ ଦାୟୀ । ଆତ୍ମହତ୍ୟା ପୂର୍ବରୁ ସୁଭଦ୍ରା ଏଭଳି ଅଡିଓ ରେକର୍ଡିଂ କରି ବିଭିନ୍ନ ନମ୍ବରକୁ ପଠାଇଥିଲେ । ଯାହାକି ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି । କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ବ୍ୟକ୍ତିଙ୍କ ଚିକିତ୍ସା କରିବା ମନା କି ? ନା କ୍ୱାରେଣ୍ଟାଇନରେ ଥିବା ବ୍ୟକ୍ତି ଅଛୁଆଁ ? ସଂକ୍ରମଣ ଭୟରେ ଜୀବିତ ବ୍ୟକ୍ତିଙ୍କୁ କାହିଁକି ଛୁଇଁଲେନି ଡାକ୍ତର ? ଏମିତି ଅନେକ ପ୍ରଶ୍ନ ଉଠୁଛି ।

ସମ୍ପୂର୍ଣ୍ଣ ଘଟଣା କଣ ?
ହାଇଦ୍ରାବାଦର ଏକ ପଲିଥିନ କମ୍ପାନୀରେ କାମ କରୁଥିଲେ ଏରସମା ବ୍ଲକ କଟିଜଙ୍ଗା ଗାଁର ନିର୍ଲିପ୍ତ । ନିର୍ଲିପ୍ତ ଓ ତାଙ୍କ ସ୍ତ୍ରୀ ସୁଭଦ୍ରା ଜୁନ୍ ୩୦ ତାରିଖରେ ହାଇଦ୍ରାବାଦରୁ ଫେରି ଜଗତସିଂହପୁର ଏସଭିଏମ୍ କଲେଜ ଆର୍ଟସ ବ୍ଲକରେ ପହଞ୍ଚି ନାମ ପଞ୍ଜିକରଣ କରିଥିଲେ । ସେହିଦିନ ଉଭୟଙ୍କୁ ଏରସମାର ଏକ କ୍ୱାରେଣ୍ଟଟାଇନ୍ ସେଣ୍ଟରରେ ରଖିଥିଲା ପ୍ରଶାସନ । ଜୁଲାଇ ୧ ତାରିଖ ରାତିରେ ନିର୍ଲିପ୍ତଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟର ଆଇସଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା ।

ହେଲେ ଡାକ୍ତର ଚିକିତ୍ସା କଲେ ନାହିଁ । ଗୁରୁବାର ଜୁନ୍ ୨ ତାରିଖରେ ପୁଣି ନିର୍ଲିପ୍ତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ମଧ୍ୟ ଡାକ୍ତର ଆସିନଥିଲେ । ଦିନ ପ୍ରାୟ ୨ଟା ୩୦ରେ ନିର୍ଲିପ୍ତଙ୍କ ମୃତ୍ୟୁ ହୋଇଥିଲା । ଆଖି ଆଗରେ ସ୍ୱାମୀଙ୍କ ମୃତ୍ୟୁ ଓ ଚିକିତ୍ସା ଅବହେଳା ଦେଖି ସହିପାରି ନଥିଲେ ସୁଭଦ୍ରା । ନର୍ସଙ୍କ ସହ ଯୁକ୍ତିତର୍କ ପରେ ସେହିଠାରେ ବେକରେ ଲୁଗାଦେଇ ଆତ୍ମହତ୍ୟା କରିଥିଲେ ।

ସୁଭଦ୍ରାଙ୍କ ଆତ୍ମହତ୍ୟା ଅନେକ ପ୍ରଶ୍ନ ଛାଡ଼ି ଯାଇଛି । ନିର୍ଲିପ୍ତଙ୍କ ଭିଣୋଇଏସବୁ ପାଇଁ ଡାକ୍ତରଖାନା କର୍ମଚାରୀ ଓ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି । ଅଭିଯୋଗକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଖଣ୍ଡନ କରିଛନ୍ତି । ଅଭିଯୋଗ ପ୍ରକାରେ ତଦନ୍ତ ହେବ ବୋଲି କହିଛି ପୋଲିସ ।

https://youtu.be/KZVHkShp6Ec

କେଉଁଠି ଥିଲେ ଆହତ ଯବାନ: ଲେହରେ ପ୍ରଧାନମନ୍ତ୍ରୀ ସୈନିକଙ୍କୁ ଭେଟିଥିବା ଫଟୋର ସତ

ନୂଆଦିଲ୍ଲୀ: ଶୁକ୍ରବାର ଗଲଓ୍ୱାନ ଘାଟିରେ ଘଟିଥିବା ହିଂସାରେ ଆହତ ସୈନିକଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।    ଲେହ ଗସ୍ତ ସମୟରେ ସେଠାକାର ହସ୍ପିଟାଲକୁ ଯାଇ ଆହତ ସୈନିକଙ୍କୁ ଭେଟିଥିଲେ । ହେଲେ ଏହି ସାକ୍ଷାତ ସମୟର ଫଟୋକୁ ନେଇ ସୋସିଆଲ୍ ମିଡିଆରେ ଏବେ ନାନା ପ୍ରଶ୍ନ ।

NBT

ମୋଦି ଯାଇଥିବା ହସ୍ପିଟାଲରେ କାହିଁକି କୌଣସି ଚିକିତ୍ସା ଉପକରଣ ନାହିଁ । ପାଣି ବୋତଲ କେଉଁଠାରେ ଅଛି । ଏବଂ ଚପଲ ଦେଖିବାକୁ ମିଳୁନାହିଁ । ତେବେ ଏହି ପ୍ରସଙ୍ଗରେ ସେନା ପକ୍ଷରୁ ଉତ୍ତର ରଖାଯାଇଛି । ଏହି ଓ୍ୱାର୍ଡ ଜେନେରାଲ ହସ୍ପିଟାଲ କମ୍ପ୍ଲେକ୍ସର ଏକ ଅଂଶ ।

NBT

ପ୍ରଶ୍ନ: ଏହା ହସ୍ପିଟାଲ ଭଳି ଲାଗୁନାହିଁ

ସମସ୍ତ ଆର୍ମି ହସ୍ପିଟାଲରେ କୋଭିଡ୍ ନିୟମର ଅନୁପାଳନ କରାଯାଉଛି । ସାମାଜିକ ଦୂରତା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଏଣୁ ଅଧିକ ବେଡ୍ ରଖିବା ପାଇଁ ଅଡିଓ-ଭିଡିଓ ଟ୍ରେନିଂ ହଲ୍‌କୁ ସାମାଜିକ ଦୂରତା ବଜାୟ ରଖିବା ସହିତ ଚିକିତ୍ସା ପାଇଁ ହସ୍ପିଟାଲରେ ରୂପାନ୍ତର କରାଯାଇଛି । ଏଣୁ ଏହା ହସ୍ପିଟାଲ ପରି ଦେଖାଯାଏନି ।

NBT

ପ୍ରଶ୍ନ: କ’ଣ ଏହା ପ୍ରକୃତ ହସ୍ପିଟାଲ, ପ୍ରୋଜେକ୍ଟର କେଉଁ ଓ୍ୱାର୍ଡରେ ରହିଥାଏ

କୋଭିଡ ପୂର୍ବରୁ ଏହି ହଲ୍‌କୁ ଅଡିଓ-ଭିଡିଓ ଟ୍ରେନିଂ ହଲ୍ ଭାବରେ ବ୍ୟବହାର କରାଯାଇଥାଏ | ତେଣୁ ଫଟୋଗୁଡ଼ିକରେ ପ୍ରୋଜେକ୍ଟର ମଧ୍ୟ ଦେଖାଯାଇଛି । ଜଣେ ଅଧିକାରୀ କହିଛନ୍ତି ଯେ, ଏତେ ଭଲ ଡାକ୍ତରଖାନା ଦେଖି କିଛି ଲୋକଙ୍କ ମନରେ ସନ୍ଦେହ ଉପୁଜେ । କିନ୍ତୁ ସେ ସମସ୍ତଙ୍କୁ କହିଛନ୍ତି ଯେ, ସେନାର ସମସ୍ତ ମେଡିକାଲ ଦେଖିବାକୁ ଏହିଭଳି । ଦିଲ୍ଲୀ ନିଜେ ଏହାର କୋଭିଡ ରୋଗୀଙ୍କୁ କୌଣସି ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିବା ପରିବର୍ତ୍ତେ ସେମାନଙ୍କୁ ଆର୍ମି ବେସ୍‌ରେ ହସ୍ପିଟାଲରେ ଭର୍ତ୍ତି କରିଥିଲା।

NBT

ପ୍ରଶ୍ନ: କେଉଁଠି ମେଡିକାଲ ସରଞ୍ଜାମ ଦେଖିବାକୁ ମିଳୁନାହିଁ

ଆବଶ୍ୟକତା ଅନୁଯାୟୀ ଚିକିତ୍ସା ଉପକରଣକୁ ରଖାଯାଇଛି । ୧୫ ଜୁନ୍‌ରେ ଆହତ ସୈନିକ ଏବେ ଠିକ୍‌ ହୋଇଗଲେଣି । ଏବଂ ଖୁବ୍‌ଶୀଘ୍ର ୟୁନିଟ୍‌ରେ ସାମିଲଳ ହେବେ । ବର୍ତ୍ତମାନ କାହାକୁ ଆକ୍ସିଜନ ସେବାର ଆବଶ୍ୟକତା ନାହିଁ । ଏଥିସହିତ ସିକ୍ୟୁରିଟି ପ୍ରଟୋକଲ୍‌ ଅନୁଯାୟୀ ମଧ୍ୟ କିଛି ସାମଗ୍ରୀକୁ ହଟାଯାଏ ।

ବିକାଶ ଦୁବେଠାରୁ ବି ବଡ ଏହି ଅପରାଧୀ,ଯିଏ ୯୭ ଜଣ ପୋଲିସଙ୍କ ହତ୍ୟା କରିଥିଲା !

କାନପୁର ଏନକାଉଣ୍ଟର ଦେଶକୁ ଥରାଇ ଦେଇଛି । ରାଜନୀତି ଓ ଅପରାଧ ମିଶିଲେ କେମିତି ବିନାଶକାରୀ କକଟେଲ୍ ତିଆରି ହୁଏ ତାର ବଡ ଉଦାହରଣ ଆଜି ହୁଏତ ବିକାଶ ଦୁବେ ହୋଇପାରେ କିନ୍ତୁ ଭାରତରେ ଏମିତି ମଧ୍ୟ ଜଣେ ଅପରାଧୀ ଥିଲା ଯିଏ ଜଣେ ଦୁଇ ଜଣ ନୁହେଁ ୯୭ ଜଣ ପୋଲିସଙ୍କ ହତ୍ୟା କରିଥିଲା । ଗୋଟିଏ ଥରକେ ସେହି ଅପରାଧୀ ୨୨ ଜଣ ପୋଲିସଙ୍କୁ ବିସ୍ଫୋରଣରେ ଉଡାଇ ଦେଇଥିଲା । ସେହି ଅପରାଧୀର ନାମ ଥିଲା ବିରପ୍ପନ ।

ବିରପ୍ପନ : ୯୭ ଜଣ ପୋଲିସଙ୍କ ହତ୍ୟାକାରୀ

୧୬ ବର୍ଷ ତଳେ ବିରପ୍ପନର ଅନ୍ତ ହୋଇଥିଲା । ପୋଲିସ ପାଇଁ ସେ ଥିଲା ଚନ୍ଦନ ଓ ହାତୀ ଦାନ୍ତ ତସ୍କର । କାହାପାଇଁ ସେ ଥିଲା ରବିନହୁଡ୍ ତ’ କାହାପାଇଁ ନିର୍ଦ୍ଦୟୀ ହତ୍ୟାକାରୀ । ୧୬ ବର୍ଷ ତଳେ ୧୮ ଅକ୍ଟୋବର ୨୦୦୪ରେ ଏସଟିଏଫ୍ ତାକୁ ଶିକାର କରିଥିଲା । କିନ୍ତୁ ଜୀବନକାଳରେ କିମ୍ବଦନ୍ତୀ ପାଲଟିଥିବା ବିରପ୍ପନର ମୃତ୍ୟୁ ଖବରକୁ ଅନେକ ବିଶ୍ୱାସ କରିନଥିଲେ । ବିରପ୍ପନ ମରିଯିବା ସେମାନଙ୍କ ପାଇଁ ଅବିଶ୍ୱସନୀୟ ଥିଲା ।

VEERAPPAN

ହାତୀ ମାରିଥିଲା,ଚନ୍ଦନ ଗଛ କାଟିଥିଲା

ବିରପ୍ପନ ବାବଦରେ ଅନେକ କଥା କୁହାଯାଏ । କୁହାଯାଏ ଯେ, ସେ ଦାନ୍ତ ପାଇଁ ୨ ହଜାର ହାତୀ ମାରିଥିଲା । ହଜାର ହଜାର ଚନ୍ଦନ ଗଛ କାଟି ବିକ୍ରି କରିଥିଲା । ବିରପ୍ପନ ରବର ଯୋତାରେ ଟଙ୍କା ରଖି ତାକୁ ମାଟି ତଳେ ପୋତି ରଖୁଥିଲା । ଅପହରଣରୁ ଟଙ୍କା ଆଦାୟ କରୁଥିଲା । କନ୍ନଡ ସୁପରଷ୍ଟାର ରାଜକୁମାରଙ୍କ ଅପହରଣ ମଧ୍ୟ ବିରପ୍ପନ କରିଥିଲା । ତାମିଲନାଡୁ,କେରଳ ଓ କର୍ଣ୍ଣାଟକର ଜଙ୍ଗଲରେ ଚାଲୁଥିଲା ବିରପ୍ପନର ରାଜୁତି ।

VEERPAN THE BANDIT

୧୦ ବର୍ଷ ବୟସରେ ପ୍ରଥମ ଅପରାଧ

୧୯୬୨ ମସିହାରେ ବିରପ୍ପନକୁ ଯେତେବେଳେ ୧୦ ବର୍ଷ ହୋଇଥିଲା ସେତେବେଳ ସେ ପ୍ରଥମ ହତ୍ୟାକାଣ୍ଡ ଘଟାଇଥିଲା । ଜଣେ ଚନ୍ଦନ ସ୍ମଗ୍ଲରର ହତ୍ୟାରୁ ଆରମ୍ଭ ହୋଇଥିଲା ବିରପ୍ପନର କାହାଣୀ । ସେହି ସମୟରେ ବିରପ୍ପନ ତିନି ଜଣ ଫରେଷ୍ଟରଙ୍କୁ ମଧ୍ୟ ହତ୍ୟା କରିଥିଲା । ସେତେବେଳେ ତା’ ନାମ ଥିଲା ବିରୈୟା । ସେ ବହୁତ ଗରିବ ଥିଲା । ତା’ ଗାଁ ଲୋକଙ୍କ କହିବା ହେଉଛି ଜଙ୍ଗଲ ବିଭାଗର କିଛି ଅସାଧୁ ଅଫିସର ତାକୁ ଅପରାଧ ଭିତରକୁ ଟାଣିଥିଲେ । ସେହିମାନଙ୍କ ପ୍ରରୋଚନାରେ ସେ ଚନ୍ଦନ କାଠ ଚୋରାକାରବାର ଆରମ୍ଭ କରିଥିଲା । ବିରପ୍ପନର ନାଁ ବଡ ହେବା ସହ ରାଜନୈତିକ ନେତା,ପୋଲିସ ମଧ୍ୟ ତାକୁ ସାହାଯ୍ୟ କରିବାକୁ ଲାଗିଲେ । କିନ୍ତୁ ସେମାନେ କେବେ ମଧ୍ୟ ସ୍ୱପ୍ନରେ ଭାବିନଥିଲେ ଯେ, ଦିନେ ବିରପ୍ପନ ସେମାନଙ୍କଠାରୁ ମଧ୍ୟ ବଡ ହୋଇଯିବ । ବିରପ୍ପନ ସେମାନଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯିବ,ଏହା ସ୍ଥାନୀୟ ନେତା ଓ ପୋଲିସର କଳ୍ପନା ବାହାରେ ଥିଲା ।

ଅପରାଧ ଓ ରାଜନୀତିର ଅସାଧୁ ମେଣ୍ଟ

ବିରପ୍ପନକୁ ବିରପ୍ପନ କରିଥିଲା ଅସାଧୁ ରାଜନୀତି । ବିରପ୍ପନ ତା ଚୋରା କାରବାର ପାଇଁ ସମସ୍ତଙ୍କୁ ଟଙ୍କା ଦେଉଥିଲା । ବିରପ୍ପନର ତାଲିକାରେ ଥିଲେ ନେତା ଓ ପୋଲିସ ଅଧିକାରୀ ।  ବିରପ୍ପନ କିନ୍ତୁ ଯାହା ରୋଜଗାର କରୁଥିଲା ତା’ର ଅଧିକ ଭାଗ ମଧ୍ୟସ୍ତିଙ୍କୁ ଦେଉଥିଲା । କାରଣ ଜଙ୍ଗଲ ଭିତରେ ରହୁଥିବା ବିରପ୍ପନ ପାଖରେ ବାହାର ଦୁନିଆ ସହ ସୌଦା କରିବାର କୌଣସି ସୁଯୋଗ ନଥିଲା । ୧୯୯୭ରେ ବିରପ୍ପନ ସରକାରୀ ଅଧିକାରୀ ଭାବି ଦୁଇ ଜଣ ଫଟୋଗ୍ରାଫରଙ୍କ ଅପହରଣ କରିଥିଲା । ସେମାନେ ୧୪ ଦିନ ପର୍ଯ୍ୟନ୍ତ ଜଙ୍ଗଲରେ ବିରପ୍ପନ ସହ ରହିଥିଲେ । ସେହି ସମୟକୁ ନେଇ ଏହି ଦୁଇ ଫଟୋଗ୍ରାଫର ପରେ ‘ବାର୍ଡ୍ସ,ବିଷ୍ଟସ୍ ଆଣ୍ଡ୍ ବ୍ୟାଣ୍ଡିଟ୍’ ନାମରେ ପୁସ୍ତକ ଲେଖିଥିଲେ । ଏଥିରେ ସେମାନେ ବିରପ୍ପନକୁ ନେଇ ଅଲଗା କାହାଣୀ କହିଥିଲେ । ସେମାନଙ୍କ ଅନୁସାରେ ବିରପ୍ପନ ହାତୀଙ୍କୁ ନେଇ ବେସ ଭାବୁକ ଥିଲା । ସେ କହୁଥିଲା ଯେ, ଜଙ୍ଗଲରେ ଯାହାବି ହେଉଛି ତାକୁ ମୁଁ କରିଛି ବୋଲି ପ୍ରଚାର ହେଉଛି । ବିରପ୍ପନ ସେତେବେଳେ କହିଥିଲା ଯେ,ହାତୀ ଶିକାର ସେ ଅନେକ ଦିନ ହେବ ଛାଡି ଦେଇଛି । ଫ୍ରଣ୍ଟଲାଇନ୍ ପତ୍ରିକା ଅନୁସାରେ ବିରପ୍ପନ ୨ ହଜାର ହାତୀଙ୍କୁ ମାରିଥିବା ଖବର ମିଛ । ସେ ମୋଟ ୫ଶହ ହାତୀ ମଧ୍ୟ ମାରିନଥିଲା । ସେଥିରୁ ସେ ମୋଟ ୨.୫ କୋଟି ଟଙ୍କା ଆୟ କରିଥିଲା । ଯେଉଁଥିରୁ ବଡ ଭାଗ ମଧ୍ୟସ୍ଥୀ ଓ ନେତାଙ୍କୁ ସଂରକ୍ଷଣ ପାଇଁ ସେ ଦେଇଥିଲା

VEERAPAN WITH JOURNALIST

୯୭ ପୋଲିସଙ୍କ ହତ୍ୟାକାରୀ

୧୯୮୭ ମସିହାରେ ବିରପ୍ପନ ଚିଦାମ୍ବରମ ନାମକ ଫରେଷ୍ଟ ଅଫିସରଙ୍କ ଅପହରଣ କରିଥିଲା । ଏହି ଘଟଣା ସେତେବେଳେ ଦେଶବ୍ୟାପୀ ଚହଳ ସୃଷ୍ଟି କରିଥିଲା । ଏହାର କିଛି ଦିନ ପରେ ସେ ୨୨ ଜଣ ପୋଲିସ ଅଧିକାରୀଙ୍କ ହତ୍ୟା କରିଥିଲା । ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣ ଦ୍ୱାରା ସେ ଏହି ହତ୍ୟା କରିଥିଲା ।

VEERAPAN WITH RAJKUMAR

(କନ୍ନଡ ଅଭିନେତା ରାଜକୁମାରଙ୍କ ଅପହରଣ ସମୟର ଫଟୋ)

ରବିନହୁଡ୍ ବିରପ୍ପନ

ବିରପ୍ପନ ଗରିବଙ୍କୁ ସାହାଯ୍ୟ କରୁଥିଲା । ଲୋକଙ୍କ କହିବା ହେଲା ଯିଏ ଥରେ ତାକୁ ଭେଟୁଥିଲା ସେ ପ୍ରଭାବିତ ହେଉଥିଲା । ମଝିରେ ମଝିରେ ସେ ସରକାରଙ୍କୁ ଗରିବଙ୍କ କଲ୍ୟାଣ ପାଇଁ ସ୍କିମ୍ ତିଆରି କରନ୍ତୁ ବୋଲି ଦାବି କରୁଥିଲା ।

ଏମିତି ମରିଥିଲା ବିରପ୍ପନ

bijaya kumar
STF ମୁଖ୍ୟ ବିଜୟ କୁମାର,ଯିଏ ବିରପ୍ପନ କାହଣୀର ଅନ୍ତ କରିଥିଲେ

୧୮୪ ହତ୍ୟାକାଣ୍ଡରେ ସାମିଲ ଥିବା ବିରପ୍ପନ ୯୭ ଜଣ ପୋଲିସଙ୍କୁ ମଧ୍ୟ ମାରିଥିଲା । କିନ୍ତୁ ତା’ର ଅନ୍ତିମ ସଂସ୍କାରରେ ୨୦ ହଜାର ଲୋକ ସାମିଲ ହୋଇଥିଲେ । ତାମିଲନାଡୁ ଓ କର୍ଣ୍ଣାଟକ ସରକାର ବିରପ୍ପନର ମୁଣ୍ଡ ଉପରେ ୫.୫ କୋଟିର ପୁରସ୍କାର ରଖିଥିଲେ । ୨୦୦୩ରେ ତାମିଲନାଡୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିରପ୍ପନକୁ ମାରିବା ପାଇଁ ବିଜୟ ନାମକ ପୋଲିସ ଅଧିକାରୀଙ୍କୁ ଏସଟିଏଫ୍ ମୁଖ୍ୟ କରିଥିଲେ ।୧୯୯୩ର ମିଶନ ବିରପ୍ପନରେ ବିଜୟ ସାମିଲ ଥିଲେ କିନ୍ତୁ ତାଙ୍କୁ ସଫଳତା ମିଳିନଥିଲା । ବିଜୟ କୁମାର କୋକୁନ୍ ନାମରେ ଅପରେସନ ଆରମ୍ଭ କରିଥିଲେ । ସେ ନିଜର କିଛି ସାଥିଙ୍କୁ ବିରପ୍ପନର ଗ୍ୟାଙ୍ଗରେ ସାମିଲ କରିବାରେ ସଫଳ ହୋଇଥିଲେ । ବିରପ୍ପନକୁ ସେତେବେଳେ ୫୨ ବର୍ଷ ହୋଇଥିଲା । ଡାଇବେଟିସ କାରଣରୁ ତା’ସ୍ୱାସ୍ଥ୍ୟବସ୍ଥା ଖରାପ ରହୁଥିଲା । ଅନ୍ୟପକ୍ଷରେ ଦଳ ଭିତରେ ଫାଟ ସୃଷ୍ଟି ହୋଇଥିଲା । ବିରପ୍ପନ ଆଖି ଦେଖାଇବା ପାଇଁ ଯେଉଁ ଆମ୍ୱୁଲାନ୍ସରେ ଯାଉଥିଲା ତାକୁ ଏସଟିଏର ଜଣେ ଯବାନ ଚଳାଉଥିଲେ । ଆମ୍ବୁଲାନ୍ସ ପୋଲିସ ଗାଡି ପାଖରେ ପହଂଚିବା ମାତ୍ରେ ଆମ୍ୱୁଲାନ୍ସ ଚାଳକ ଗାଡି ବନ୍ଦ ସେଠାରୁ ଚାଲିଯାଇଥିଲେ । ଏହାପରେ ପୋଲିସ ଗୁଳିରେ ବିରପ୍ପନ ପ୍ରାଣ ହରାଇଥିଲା ।

ପୋଲିସ ଉପରେ ଅପରାଧୀଙ୍କ ହମଲା, ଡେପୁଟି ଏସପିଙ୍କ ସମେତ ୮ ସହିଦ

ଚୀନ୍‌କୁ ଲାଗିବ ଦ୍ୱିତୀୟ ବଡ଼ ଝଟକା, ମୋଦିଙ୍କ ଦେଶୀ ଆପ୍ ଆହ୍ୱାନ୍‌

ନୂଆଦିଲ୍ଲୀ: ଚୀନକୁ କଡ଼ା ଜବାବ ଦେବା ପାଇଁ ଭାରତ ସରକାର ଚୀନ୍‌ର ୫୯ଟି ଆପକୁ ଭାରତରୁ ବିଦା କରିଛନ୍ତି । ଯାହା ପରେ ଚାଇନାକୁ ବଡ଼ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି । ଆଉ ଏବେ ଭାରତକୁ ‘ଆତ୍ମନିର୍ଭରଶୀଳ’ କରିବାକୁ ଯୋଜନା ଆରମ୍ଭ କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଟ୍ୱିଟ୍ କରି କହିଛନ୍ତି ଯେ, ସେ ଆତ୍ମନିର୍ଭରଶୀଳ ଇଣ୍ଡିଆ ଆପ୍ ଇନୋଭେସନ୍ ଚ୍ୟାଲେଞ୍ଜ ଆରମ୍ଭ କରିବାକୁ ଯାଉଛନ୍ତି ।

ମୋଦୀ ଲେଖିଛନ୍ତି, ‘ମେଡ ଇନ୍ ଇଣ୍ଡିଆ ଆପ୍ ତିଆରି କରିବାକୁ ଟେକ୍‌ ଏବଂ ଷ୍ଟାର୍ଟଅପ୍  ମଧ୍ୟରେ ଅପାର ଉତ୍ସାହ ରହିଛି । ତେଣୁ @GoI_MeitY ଏବଂ @AIMtoInnovate ଏକତ୍ର ଏକ ଅଭିନବ ଚ୍ୟାଲେଞ୍ଜ ଆରମ୍ଭ କରୁଛନ୍ତି । ପିଏମ୍‌ ମୋଦି କହିଛନ୍ତି ଯେ ଯଦି ଆପଣଙ୍କର ଏପରି କରିବାର କ୍ଷମତା ରହିଛି ତେବେ ଟେକ କମ୍ୟୁନିଟିରେ ଯୋଗ ଦିଅନ୍ତୁ ।

ଲିଙ୍କଡଇନ ରେ ପ୍ରଧାନମନ୍ତ୍ରୀ ମୋଦି ଦେଶୀ ଆପ୍‌କୁ ନେଇ ନିଜର ଏହି ବିଚାର ରଖିଛନ୍ତି । ଭାରତ ସରକାର ଚାଇନାରେ ଏଭଳି ଅନେକ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଯାହା ଭାରତରେ ବହୁତ ଲୋକପ୍ରିୟ ହୋଇପାରିଛି ଏବଂ ବିପୁଳ ପରିମାଣରେ ରୋଜଗାର କରିଛି । ସୀମାରେ ଚୀନର ଅହଂକାର ଦେଖିବା ପରେ ସରକାର ଏହି ପଦକ୍ଷେପ ନେଇଥିଲେ ।

ବିକାଶ ଦୁବେର ଘରେ ବୁଲିଲା ବୁଲଡୋଜର: ବାପାଙ୍କୁ ଅନ୍ୟ ସ୍ଥାନକୁ କରାଗଲା ସ୍ଥାନାନ୍ତର

କାନପୁର: ବିକାଶ ଦୁବେର ଘରେ ବୁଲିଲା ବୁଲଡୋଜର୍ । କାନପୁର ସ୍ଥିତ ଘରକୁ ଜେସିବି ଲାଗାଇ ଭାଙ୍ଗିଦେଇଛି ପୋଲିସ । ଏଥିସହିତ ଘର ପରିସରରେ ଥିବା ଦାମୀ କାରଗୁଡ଼ିକୁ ମଧ୍ୟ ଭାଙ୍ଗି ଚୁରମାର୍ କରିଦିଆଯାଇଛି । ବିକାଶର ଘରେ ଥିଲା ଫର୍ଚୁନର୍ ଏବଂ ସ୍କର୍ପିଓ । ଏଥିମଧ୍ୟରୁ ଗୋଟିଏ ଗାଡ଼ି ବିକାଶଙ୍କ ନାମରେ ଥିବାବେଳେ ଅନ୍ୟ ଗାଡ଼ିଟି ଆମନ୍ ତିୱାରୀ ନାମରେ ରେଜିଷ୍ଟ୍ରର ହୋଇଛି ।  ତେବେ ଘର ଭଙ୍ଗାଯିବା ସମୟରେ ତାଙ୍କ ଘରେ ରହୁଥିବା ବିକାଶର ପିତାଙ୍କୁ ଅନ୍ୟ ଏକ ସ୍ଥାନକୁ ନିଆଯାଇଛି ।

 ସୂଚନା ଯୋଗ୍ୟ ଯେ, ପୋଲିସ ଟିମ୍‌ ଉପରେ ହୋଇଥିବା ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ବିକାଶ ଦୁବେ । ହିଷ୍ଟ୍ରୀ ସିଟର ବିକାଶ ଦୁବେକୁ ଧରିବାକୁ ଯାଇଥିବା ବେଳେ ପୋଲିସ ଉପରେ ହୋଇଥିଲା  ଆକ୍ରମଣ । ସର୍ଚ୍ଚ ଅପରେସନ୍ ବେଳେ ଅପରାଧୀ ପୋଲିସ ଟିମ୍ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ପୋଲିସ ସେଠାରେ ପହଞ୍ଚିବା କ୍ଷଣି ଛାତ ଉପରୁ ଅନ୍ଧାଧୁନ୍ ଗୁଳି ଚାଳନା କରିଥିଲେ ଅପରାଧୀ । ଅପରାଧୀ-ପୋଲିସ ଗୁଳି ବିନିମୟରେ ୮ ଜଣ ପୋଲିସ ସହିଦ ହୋଇଛନ୍ତି ।

Vikas Dubey: The Kanpur based history-sheeter behind attack on UP ...

ଗଣମାଧ୍ୟମ ପ୍ରତିନିଧିଙ୍କୁ ଘର ନିକଟକୁ ନଯିବାକୁ ନିର୍ଦ୍ଦେଶ

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ବିକାଶର ଘର ଭଙ୍ଗାଯାଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେଠାକୁ ଯିବାକୁ ଦିଆଯାଇନାହିଁ । ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପୋଲିସ ଉପରେ ଅପରାଧୀଙ୍କ ହମଲା, ଡେପୁଟି ଏସପିଙ୍କ ସମେତ ୮ ସହିଦ

ଚୈବେପୁର ଥାନା ପ୍ରଭାରୀ ନିଲମ୍ୱିତ

ବିକାଶ ଦୁବେ ମାମଲାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ  ଚୈବେପୁର ଥାନା ପ୍ରଭାରୀ ବିନୟ ତିୱାରୀଙ୍କୁ ନିଲମ୍ବିତ କରାଯାଇଛି । ସମଗ୍ର ମାମଲାରେ ବିନୟ ତିୱାରୀଙ୍କ ଭୂମିକା ସନ୍ଦେହଜନକ ବୋଲି ବିବେଚନା କରାଯାଇଛି ଏବଂ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଭାରତରେ ଟିକ୍‌ଟକ୍‌ ବ୍ୟାନ୍‌ ପରେ କମ୍ପାନୀର ପୁଣି ଫେରିବାକୁ ଚେଷ୍ଟା, କହିଲା ଚାଇନା ସରକାରଙ୍କୁ ଆମେ କୌଣସି ତଥ୍ୟ ଦେଇନାହୁଁ

ନୂଆଦିଲ୍ଲୀ: ଦେଶରେ ୫୯ ଟି ଚାଇନିଜ୍ ଆପ୍ ନିଷେଧ ହେବା ପରେ ଟିକ୍‌ଟକ୍ ନିଜକୁ ବେଜିଂ ଠାରୁ ଦୂରେଇ ଦେଇଛି । ଏଭଳି ସୂଚନା ଦେଇଛି ନ୍ୟୁଜ୍ ଏଜେନ୍ସି ରଏଟର୍ସ । ଟିକ୍‌ଟକ୍ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ୍ ମାୟର୍ ୨୮ ଜୁନ୍ ରେ ସରକାରଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ ଚୀନ୍ ସରକାର କେବେବି ଉପଭୋକ୍ତା ତଥ୍ୟ ମାଗି ନାହାଁନ୍ତି । ଯଦି ତଥ୍ୟ ମଗାଯାଏ ତେବେ କମ୍ପାନୀ ସେପରି କୌଣସି ସୂଚନା ଦେବ ନାହିଁ । ଶୁକ୍ରବାର ଦିନ ରଏଟର୍ସ ଏହି ଚିଠିକୁ ହସ୍ତଗତ କରିଛି ।

ଚାଇନାର କମ୍ପାନୀ ବାଇଟ ଡାନ୍ସର ମାଲିକାନାରେ ଥିବା ଟିକ୍‌ଟକ୍‌ ଏକ ସ୍ୱଳ୍ପ ଫର୍ମ ଭିଡିଓ ଆପ୍ ଚାଇନାରେ ଉପଲବ୍ଧ ନୁହେଁ । ବିଶ୍ୱ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ କମ୍ପାନୀ ଚାଇନାର ଠାରୁ ଦୂରେଇ ଯିବାକୁ ଚାହୁଁଛି । ଏହି ସପ୍ତାହ ଆରମ୍ଭରେ ଦେଶରେ ଚୀନ୍ ସହିତ ସୀମା ବିବାଦ ପରେ ଟିକ୍‌ ଟକ୍‌ ବ୍ୟତୀତ ଟେନସେଣ୍ଟ ହୋଲଡିଂସର ଓ୍ୱି ଚାଟ ଏବଂ ଆଲିବାବା ଗ୍ରୁପର ୟୁସି ବ୍ରାଉଜର ସମେତ ମୋଟ ୫୯ ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।

ଟିକ୍‌ଟକ୍ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ୍ ମାୟର୍ ସରକାରଙ୍କୁ ଲେଖିଥିବା ଏକ ପତ୍ରରେ ଲେଖିଛନ୍ତି ଯେ ‘ମୁଁ ନିଶ୍ଚିତ କରେ ଯେ ଚୀନ୍ ସରକାର ଆମଠାରୁ ଭାରତୀୟ ବ୍ୟବହାରକାରୀଙ୍କ ଟିକ୍‌ ଟକ୍‌ ତଥ୍ୟ ମାଗି ନାହାଁନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଭାରତୀୟ ବ୍ୟବହାରକାରୀଙ୍କ ତଥ୍ୟ ସିଙ୍ଗାପୁରର ସର୍ଭରରେ ଗଚ୍ଛିତ ଅଛି । ଭବିଷ୍ୟତରେ ଯଦି ଚୀନ ଆମଠାରୁ ଏପ ରି ଆଶା କରେ ତେବେ ଆମେ ତାହା ପୂରଣ କରିବୁ ନାହିଁ’  ।

ଏହି ମାମଲା ସହ ଜଡିତ ଏକ ସୂତ୍ର ରଏଟର୍ସକୁ ସୂଚନା ଦେଇଛି ଯେ ଆସନ୍ତା ସପ୍ତାହରେ ସରକାର ଏବଂ କମ୍ପାନୀ ମଧ୍ୟରେ ବୈଠକ ପୂର୍ବରୁ କମ୍ପାନୀ ଏହି ଚିଠି ପଠାଇଛି । ଏଥି ସହିତ, ଏହି ନିଷେଧାଦେଶ ଶୀଘ୍ର ଶେଷ ହେବ ନାହିଁ ବୋଲି ଏକ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି । ଆଇନ ଅନୁଯାୟୀ ଏହାକୁ ଜିତିବା ମଧ୍ୟ କଷ୍ଟସାଧ୍ୟ ବୋଲି ଆଇନଜୀବୀମାନେ କହିଛନ୍ତି । କାରଣ ଜାତୀୟ ସୁରକ୍ଷା ଦର୍ଶାଇ ଏହି ଆପ୍ ଉପରେ ଭାରତ ସରକାର ନିଷିଦ୍ଧ କରିଛନ୍ତି ।

ରାଜଧାନୀରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୫ ଜଣ ଆକ୍ରାନ୍ତ ରାଜଧାନୀ ଭୁବନେଶ୍ୱରରୁ । ୪୫ ସଂକ୍ରମିତରୁ ୩୭ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୮ଟି ସ୍ଥାନୀୟ ସଂକ୍ରମଣ ମାମଲା । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟାରେ ରାଜଧାନୀରୁ ୩୧ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ବରମୁଣ୍ଡା ଶକ୍ତି ଗେଷ୍ଟ ହାଉସ୍ ନିକଟରୁ ଜଣେ ୪୮ ବର୍ଷୀୟ ପୁରୁଷ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିଲେ । ରବି ଟକିଜ୍ ନିକଟ କେଦାର ଗୌରୀ ଅଞ୍ଚଳର ୫୬ ବର୍ଷୀୟ ପୁରୁଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାଲିଆସାହି ଶନି ମନ୍ଦିର ନିକଟରୁ ୨୭ ବର୍ଷୀୟ ମହିଳା, ଖଣ୍ଡଗିରି ଆମ୍ରି ହସ୍ପିଟାଲ ନିକଟରୁ ୨୯ ବର୍ଷୀୟ ପୁରୁଷ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଡୁମଡୁମା ସୁବାସ ନଗର ବସ୍ତିରୁ ୩୬ ବର୍ଷୀୟ ପୁରୁଷଙ୍କ ନମୁନା ପଜିଟିଭ୍ ଆସିଛି ।

ନୂଆ ରୂପରେ ଭୟଙ୍କର ହେଉଛି କରୋନା ଭୂତାଣୁ, ଯାହା ଲୋକଙ୍କୁ ଶୀଘ୍ର କରୁଛି ସଂକ୍ରମିତ

ଓଲ୍ଡ ଟାଉନ୍ ଜମ୍ବେଶ୍ୱର ପାଟଣାର ୪୫ ବର୍ଷୀୟ ପୁରୁଷ, ୟୁନିଟ-୪ ଏମଏଲଏ କଲୋନୀର ୭୨ ବର୍ଷୀୟ ବୃଦ୍ଧ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରର ୫୫ ବର୍ଷୀୟ ପୁରୁଷ କରୋନା ସଂକ୍ରମିତ ହୋଇଥିବା ବିଏସମି ସୂଚନା ଦେଇଛି । ରାଜଧାନୀ ଭୁବନେଶ୍ୱରରେ ମୋଟ୍ ୪୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ହୋଇଛି । ୨୪୭ ଜଣ ସଂକ୍ରମିତ ସୁସ୍ଥ ହୋଇ ଫେରିଥିବା ବେଳେ ୧୬୦ଟି ସକ୍ରିୟ ସଂକ୍ରମିତ ମାମଲା ରହିଛି । ସେମାନଙ୍କ ଚିକିତ୍ସା କୋଭିଡ୍ ହସ୍ପିଟାଲରେ ଚାଲିଛି ।

ନୂଆ ରୂପରେ ଭୟଙ୍କର ହେଉଛି କରୋନା ଭୂତାଣୁ, ଯାହା ଲୋକଙ୍କୁ ଶୀଘ୍ର କରୁଛି ସଂକ୍ରମିତ

ନୂଆଦିଲ୍ଲୀ: କରୋନା ପାଇଁ ଏବେ ସାରା ବିଶ୍ୱ ଥର ହର ହେଉଛି । କରୋନାକୁ ନେଇ ଭୟ ଏବ ସମସ୍ତଙ୍କ ମନରେ । କରୋନା ସଂକ୍ରମଣ ପୁରା ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ତେବେ କରୋନାକୁ ନେଇ ଆଉ ଏକ ବଡ଼ ତଥ୍ୟ ମିଳିଛି । ଅନୁସନ୍ଧାନ କାରୀମାନଙ୍କର ଏକ ଆନ୍ତର୍ଜାତୀୟ ଦଳ କରୋନା ଭୂତାଣୁ ବିଷୟରେ ନୂଆ ସୂଚନା ଗ୍ରହଣ କରିଛନ୍ତି । ବିଶ୍ୱ ସ୍ତରୀୟ ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନା ଭୂତାଣୁର ନୂଆ ରୂପ ଲୋକଙ୍କୁ ଶୀଘ୍ର ସଂକ୍ରମିତ କରିବାର କ୍ଷମତା ହାସଲ କରିଛି ।

ଅଧିକାଂଶ ଲୋକ ବର୍ତ୍ତମାନ ଏହି କରୋନାରେ ସଂକ୍ରମିତ ହେଉଛନ୍ତି । ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଅନୁସନ୍ଧାନ କାରୀମାନେ କହିଛନ୍ତି ଯେ ଏହି ନୂଆ ରୂପ ୟୁରୋପରୁ ଆମେରିକାରେ ଆସି ପହଞ୍ଚିଛି । କରୋନା ନୂଆ ରୂପରେ ସଂକ୍ରମଣ ପାଇଁ ଅଧିକ କ୍ଷମତା ଥିବା ସମ୍ଭାବନା ରହିଛି । ଅବଶ୍ୟ, କରୋନାର ନୂଆ ରୂପ ପୂର୍ବାପେକ୍ଷା ଲୋକଙ୍କୁ ଅଧିକ ଅସୁସ୍ଥ କରୁନାହିଁ ।

ବର୍ତ୍ତମାନ ଅନୁସନ୍ଧାନକାରୀ ମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ ଟିକା ସହିତ କରୋନା ନୂଆ ରୂପକୁ ନିୟନ୍ତ୍ରଣ କରାଯାଇପାରିବ କି ? ବର୍ତ୍ତମାନ ପର୍ଯ୍ୟନ୍ତ, ଏହି ଟିକା କରୋନା ଜୀବାଣୁର ପୁରୁଣା ସଂସ୍କରଣ ଆଧାରରେ ପ୍ରସ୍ତୁତ କରାଯାଇଛି । ଅନୁସନ୍ଧାନକାରୀ ମାନେ ନୂଆ ପରିବର୍ତ୍ତନକୁ G614 ଭାବରେ ନାମିତ କରିଛନ୍ତି । ଏହି ଅଧ୍ୟୟନ ‘ସେଲ୍’ ନାମକ ଏକ ପତ୍ରିକାରେ ପ୍ରକାଶିତ ହୋଇଛି ।

ଅଧ୍ୟୟନ ସମୟରେ ଏହା ଜଣାପଡିଛି ଯେ ନୂଆ ଲୋକ ସଂକ୍ରମିତ ହେବା ଦ୍ୱାରା କେବଳ ଭୂତାଣୁ ବରିବର୍ତ୍ତନ ହୁଏ । ବ୍ରିଟେନର ଡ୍ୟୁକ୍ ୟୁନିଭରସିଟିର ଡେଭିଡ ମଣ୍ଟିଫିଓରି କହିଛନ୍ତି ଯେ ଆମେ ଅନୁସନ୍ଧାନରେ ପାଇଲୁ ଯେ G614 ପୁରୁଣା D614 ତୁଳନାରେ ୩ ରୁ ୯ ଗୁଣ ଅଧିକ ସଂକ୍ରାମକ ଅଟେ ।

ଲସ୍ ଆଲମୋସ୍ ନ୍ୟାସନାଲ୍ ଲ୍ୟାବର ବାୟୋଲୋଜିଷ୍ଟ୍ ବେଟେ କର୍ବର୍ କହିଛନ୍ତି ଯେ ବିଶ୍ୱ ସ୍ତରୀୟ ତଥ୍ୟ ଦର୍ଶାଉଛି ଯେ G614 ନାମକ କରୋନା ଜୀବାଣୁ ପୁରୁଣା D614 ଅପେକ୍ଷା ଶୀଘ୍ର ବିସ୍ତାର କରୁଛି । ବୈଜ୍ଞାନିକମାନେ କହିଛନ୍ତି ଯେ ମାର୍ଚ୍ଚ ୧ ପୂର୍ବରୁ G614 ୟୁରୋପ ବାହାରେ ଦେଖାଯାଇ ନଥିଲା, କିନ୍ତୁ ବର୍ତ୍ତମାନ ଏହା ସମଗ୍ର ବିଶ୍ୱରେ ବ୍ୟାପିଛି ।

India-China Face off: ସମସ୍ୟାର ସମାଧାନ ପାଇଁ ଭାରତ ସମ୍ମୁଖରେ ୩ଟି ବିକଳ୍ପ

ନୂଆଦିଲ୍ଲୀ: ଗତ ୯ ସପ୍ତାହ ଧରି ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଭାରତ ଏବଂ ଚୀନ୍ ମଧ୍ୟରେ  ତିକ୍ତତା ଜାରି ରହିଛି । ଏଯାବତ୍ ୨ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ଫଳପ୍ରଦ ହୋଇନାହିଁ । ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ସରିଛି ।

India-China standoff: Mobilisation of troops continues along LAC ...

ସାମରିକ ଅଧିକାରୀଙ୍କ ମଧ୍ୟରେ ତିନି ରାଉଣ୍ଡ ଆଲୋଚନା ମଧ୍ୟ ହୋଇଛି। ଏହା ବ୍ୟତୀତ କୁଟନୈତିକ ସ୍ତରରେ ମଧ୍ୟ ଏହାର ସମାଧାନ ପାଇଁ ଉଦ୍ୟମ ଚାଲିଛି । ତେବେ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗର କୌଣସି ଠୋସ୍ ଫଳାଫଳ ପ୍ରକାଶ ପାଇନି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ, ସୀମାରେ ସ୍ଥିତି ସ୍ୱାଭାବିକ ରଖିବା ପାଇଁ ଭାରତ ନିକଟରେ କ’ଣ ବିକଳ୍ପ ରହିଛି?

Refrain From Any Action To Escalate Situation At LAC China On PM ...

ପ୍ରଥମ ବିକଳ୍ପ: LACରେ ଚୀନ ପକ୍ଷରୁ ନିର୍ମାର କରାଯାଇଥିବା ପ୍ରକଳ୍ପକୁ ହଟାଇବା

ଭାରତ ନିକଟରେ ଥିବା ପ୍ରଥମ ବିକଳ୍ପ ହେଉଛି ଗତ ୯ ସପ୍ତାହ ମଧ୍ୟରେ ଚୀନ ପକ୍ଷରୁ LAC ଉପରେ ନିର୍ମାଣ କରାଯାଇଥିବା ସମସ୍ତ ଇନର୍ଫାଷ୍ଟ୍ରକଚରକୁ ହଟାଇବା । ଏଥିପାଇଁ ଭାରତକୁ ସେନାକୁ ବ୍ୟବହାର କରିବାକୁ ପଡ଼ିପାରେ। ଏଭଳି ପରିସ୍ଥିତିରେ ସୀମାରେ ଯୁଦ୍ଧ ପରିସ୍ଥିତି ହୋଇପାରେ।

India Must Make No Compromise With China On LAC | Outlook India ...

୧୫ ଜୁନ୍‌ରେ ଗଲଓ୍ୱାନ ଭ୍ୟାଲିରେ ପ୍ରାୟ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା | ଭାରତୀୟ ସେନା ଚୀନ୍‌କୁ ସେଠାରୁ ପଛକୁ ହଟିବାକୁ କହିଥିଲା । କିନ୍ତୁ ଏହାର ସମ୍ଭାବନା ବହୁତ କମ୍‌ ଥିଲା । ଏଭଳି ହେଲେ ଯୁଦ୍ଧ ପରିସ୍ଥିତି ଉପୁଜିପାରେ ।

ଦ୍ୱିତୀୟ ବିକଳ୍ପ: ଭାରତ ନିକଟରେ ଥିବା ଦ୍ୱିତୀୟ ବିକଳ୍ପଟି ହେଉଛି ଭାରତ ମଧ୍ୟ ଏଲ୍‌ଏସିର କିଛି ଅଞ୍ଚଳ ଉପରେ କବ୍‌ଜା କରିବ । ଏଭଳି ସ୍ଥିତିରେ ଯେବେ ୨ ଦେଶ ମଧ୍ୟରେ କଥାବାର୍ତ୍ତା ଚାଲିଛି ସ୍ଥିତି ସ୍ୱାଭାବିକ ହୋଇପାରେ । ୨୦୧୩ ମସିହାରେ ଡେପସାଙ୍ଗ ଅଞ୍ଚଳରେ ଦ୍ୱିତୀୟ ବିକଳ୍ପ ଅନୁଯାୟୀ ମାମଲାର ସମାଧାନ ହୋଇଥିଲା । ଭାରତୀୟ ସେନା ଚୀନର ଚୁମାର ଅଞ୍ଚଳ ଆଡ଼କୁ ଅଗ୍ରସର ହୋଇଥିଲା ସେଠାରେ କିଛି କଷ୍ଟ୍ରକସନ୍‌ କାମ ଆରମ୍ଭ କରିଦେଇଥିଲା । ପରେ କଥାବାର୍ତ୍ତା ମାଧ୍ୟମରେ ମାମଲାର ସମାଧାନ ହୋଇଥିଲା ।

The Ladakh Stand-Off Between India And China Explained In Maps ...

ତୃତୀୟ ବିକଳ୍ପ: ଅନ୍ୟ ଏକ ବିକଳ୍ପ ହେଉଛି ୨ ଦେଶ ମଧ୍ୟରେ କଥାବାର୍ତ୍ତା ଜାରି ରହୁ । ଏଥିସହିତ ଭାରତୀୟ ସେନା ଅଧିକ ସଜାଗ ରହୁ ଯେଭଳି ଚୀନ ଆଉ ଆଗକୁ ନବଢ଼ୁ । ଅନ୍ୟପକ୍ଷରେ ଚୀନ ଉପରେ ଲଗାତାର ଆର୍ଥିନୀତି ଦୃଷ୍ଟିରୁ ବୟକଟ୍ ଜାରି ରଖୁ ।