spot_img
Home Blog Page 6872

ଅଗ୍ନିଶମ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ ମହାନ୍ତି

ଭୁବନେଶ୍ୱର: ସୁନିଲ ରାଏଙ୍କ ସ୍ଥାନ ନେଲେ ସତ୍ୟଜିତ ମହାନ୍ତି । ଅଗ୍ନିଶମ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ ମହାନ୍ତି । ସେ ଗୁଇନ୍ଦା ବିଭାଗ ସହ ଅଗ୍ନିଶମ ବିଭାଗ ସମ୍ଭାଳିବେ । ଅଗ୍ନିଶମ ଡିଜି ସୁନିଲ ରାଏ ରବିବାର ଅବସର ନେଇସାରିଛନ୍ତି ।  ଏ ନେଇ ଗତ ଶନିବାର ଆଇପିଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଥିଲେ ସରକାର । ରବିବାର ଅବସର ନେବାକୁ ଥିବା ୧୯୮୭ ବ୍ୟାଚର ଅଫିସର ତଥା ଅଗ୍ନିଶମ ଡିଜି ସୁନୀଲ ରଏଙ୍କ ସ୍ଥାନରେ ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ଡିଜି ଅତିରିକ୍ତ ଦାୟିତ୍ୱ ମିଳିଥିଲା । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଧବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

କ୍ୱାରେଣ୍ଟାଇନ ସେଣ୍ଟର ବାହାରେ ପ୍ରବାସୀଙ୍କ ମୃତ୍ୟୁ, ପାଚେରୀ ଡ଼େଇଁ ପଳାଉଥିବା ସନ୍ଦେହ

କଟକ: କଟକ ଜିଲ୍ଲା ବଡ଼ମ୍ବା ଥାନା କୃଷ୍ଣଚନ୍ଦ୍ରପୁର ଗାଁରେ ଥିବା ଟିଏମସି ସେଣ୍ଟରରେ ଜଣେ ପ୍ରାଣ ହରାଇଛନ୍ତି । ମୃତକ ୪୨ ବର୍ଷୀୟ ବ୍ରଜବନ୍ଧୁ ରଣା । ସକାଳୁ ସକାଳୁ ପଚେରି ପାଖରେ ମୃତ ଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ପ୍ରବାସୀ ଜଣଙ୍କ ନାମ ହେଉଛି ବ୍ରଜବନ୍ଧୁ ରଣା । ଗଲା ୨୬ ତାରିଖରେ ମୁମ୍ବାଇରୁ ଆସି କୃଷ୍ଣଚନ୍ଦ୍ରପୁର ଟିଏମସିରେ ରହୁଥିଲେ । ତେବେ ଗତ ରାତିରେ ପାଚେରୀ ଡ଼େଇଁ ଖସି ପଳାଇଥିଲେ ବୋଲି ସାଙ୍କର ବନ୍ଦୁ ମାନେ କହିଥିଲେ ।

ଆଜି ସକାଳୁ ସ୍କୁଲ ପାଚେରୀ ବାହାରେ ତାଙ୍କ ମର ଶରୀର ପଡ଼ିଥିବା ଦେଖିବାକୁ ମିଳିଛି । ପାଚେରୀ ଡେଇଁ ଚାଲିଯାଉଥିଲେ ବୋଲି ସନ୍ଦେହ କରାଯାଉଛି । ପୋଲିସ ପହଞ୍ଚି ଘଟଣା ସ୍ଥଳରେ ଛାନଭିନ୍‌ ଚଳାଇଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

 

ଭାରତରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା: ନ୍ୟାସନାଲ ଟାସ୍କ ଫୋର୍ସ

ନୂଆଦିଲ୍ଲୀ: ଆଜିଠାରୁ ଦେଶର ଆରମ୍ଭ ହୋଇଛି ଲକଡାଉନ୍ ୫.୦ ବା ଅନ୍‌ଲକ୍ ୧.୦  । ଏଭଳି ପରିସ୍ଥିତିରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ପ୍ରକଟ କରିଛନ୍ତି ବିଶେଷଜ୍ଞ । କରୋନା ସଂକ୍ରମଣ ରୋକିବା ନେଇ ଗଠିତ ନ୍ୟାସନାଲ ଟାସ୍କ ଫୋର୍ସର ବିଶେଷଜ୍ଞ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ଯେ,  ଭାରତରେ ଗୋଷ୍ଠୀ ସଂକ୍ରମଣ ହେଉଛି । ଏଣୁ ବର୍ତ୍ତମାନ ସମୟରେ କରୋନା ଉପରେ କାବୁ କରିହେବ ସେ ନେଇ ଦୃଢ଼ ଭାବେ କହିହେବନି ।

Community transmission well-established in India: Epidemiologists ...

ଭାରତରେ କମ୍ୟୁନିଟି ଟ୍ରାନ୍ସମିସନ୍‌ର ପ୍ରମାଣ ହୁଏତ ପୂର୍ବରୁ ମଧ୍ୟ ମିଳିଛି । ଅପ୍ରେଲ ମାସରେ ଭାରତର ମେଡିକାଲ ରିସର୍ଚ୍ଚ ସଂସ୍ଥା ଆଇସିଏମ୍‌ଆର ଏ ନେଇ ଇସାରା କରିଛି । କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସେତେବେଳେ ଏହାକୁ ଅଣଦେଖା କରିଥିଲେ । ଅପ୍ରେଲ ମାସରେ କରୋନା ମହାମାରୀ ଉପରେ ନଜର ରଖିବାକୁ ଗଠିତ ହୋଇଥିଲା ନ୍ୟାସନାଲ ଟାସ୍କ ଫୋର୍ସ ।

coronavirus hospital in odisha Videos: Watch coronavirus hospital ...

ଏମ୍ସ, ବିଏଚ୍‌ୟୁ ଏବଂ ଜେନେୟୁ ବିଶେଷଜ୍ଞ ପିଏମ୍‌ଙ୍କୁ ଲେଖିଲେ ଚିଠି

ନ୍ୟାସନାଲ ଟାସ୍କ୨୫ ମଇରେ ମେଡିକାଲ କ୍ଷେତ୍ର ସହ ଜଡ଼ିତ ନାମି ସଂସ୍ଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କରେନା ମହାମାରୀ ନିୟନ୍ତ୍ରଣ ନେଇ ଆପଣା ଯାଇଥିବା ଉପାୟ ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପତ୍ର ଲେଖିଥଇବା ସ୍ୱାସ୍ଥ୍ୟମନ୍ତ୍ରାଳୟର ପୂର୍ବ ପରାମର୍ଶଦାତା, ଏମ୍ସ, ବିଏଚୟୁ, ଜେଏନ୍‌ୟୁର ପୂର୍ବତନ ଏବଂ ବର୍ତ୍ତମାନ ସମୟରେ କାର୍ଯ୍ୟରତ ପ୍ରଫେସର ମଧ୍ୟ ସାମିଲ ଅଛନ୍ତି ।

ଶ୍ରମିକଙ୍କୁ ଘରକୁ ଯିବାକୁ ନେଇ ଅନୁମତି ମିଳିବାର ଥିଲା

ପ୍ରଧାନମନ୍ତ୍ରୀଙ୍କୁ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଯଦି ଏହି ମହାମାରୀର ଆରମ୍ଭରୁ ଏହାର ଗତି କମ୍ ରହିଥିଲା । ସେତେବେଳେ ଶ୍ରମିକଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯିବା କଥା । ସହରରୁ ଫେରୁଥିବା ଶ୍ରମିକ ଗ୍ରାମଞ୍ଚଳଗୁଡ଼ିକ ଭୂତାଣୁ ନେଇଯାଉଛନ୍ତି । ପୂର୍ବରୁ ଯଦି ଭାରତ ସରକାର ବିଶେଷଜ୍ଞଙ୍କ ମତ ନେଇଥାନ୍ତେ ତା’ହେଲେ ସ୍ଥିତି ଉପରେ ଅଧିକ ଅଙ୍କୁଶ ଲାଗିପାରନ୍ତା ।

୧୫୬ ନୂଆ କରୋନା ପଜିଟିଭ ଚିହ୍ନଟ : ଦୁଇ ମାସରେ ହଜାରେ,୧୨ ଦିନରେ ୧୦୦୦ରୁ ଅଧିକ !

ଭୁବନେଶ୍ୱର: ରାଜ୍ୟରେ ବାରମ୍ଭାର ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ କାଲି ଏକାଥରକରେ ୧୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୫୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୫୬ ଜଣଙ୍କ ମଧ୍ୟରୁ ୧୫୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

 

୧୬ ଟି ଜିଲ୍ଲାରୁ ଏହି ୧୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ ସର୍ବାଧିକ ୫୦ ଜଣ କରୋନା ଚିହ୍ନଟ ହୋଇଥିବେ ବେଳେ କଟକରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୧୧ ଜଣ, ଭଦ୍ରକରୁ ୭ ଜଣ , ଜଗତସିଂହପୁରରୁ ୧୪ ଜଣ , ବଲାଙ୍ଗିର ଏବଂ ସମ୍ବଲପୁରରୁ ୨ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଉଛନ୍ତି ।

ସେପଟେ ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ନୂଆପଡ଼ାରୁ ୩ ଜଣ ଲେଖାଏଁ କରୋନା ଚିହ୍ନଟ ହୋଇଥିବା ବେଳେ କନ୍ଧମାଳରୁ ୯ ଜଣ ଓ ସୋନପୁରରୁ ୩ କରୋନା ପଜିଟିଭ ଚିହ୍ନଟ ହୋଉଛନ୍ତି । ଯଦି ଆମେ ଦେଖିବା ୨ ମାସ ୪ ଦିନରେ ପୂର୍ବରୁ ଏକ ହଜାର ଜଣ କରୋନା ପଜିଟିଭ ରାଜ୍ୟରେ ଚିହ୍ନଟ ହୋଇଥିବା ବେଳେ ଏବେ ୧୨ ଦିନରେ ଆଉ ଏକ ହଜାର ଚିହ୍ନଟ ହୋଉଛନ୍ତି । ଏଥିରୁ ଜଣାପଡ଼ୁଛି କେଉଁଭଳି ଭାବରେ କରୋନା ତାର କାୟା ବିସ୍ତାର କରିଚାଲିଛି ରାଜ୍ୟ ଭିତରେ ।

ତେବେ ଆଶ୍ୱସ୍ତିକର ଖବର ହେଉଛି ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ କ୍ୱାରେଣ୍ଟାଇନ ସେଣ୍ଟରରୁ ହିଁ ଚିହ୍ନଟ ହେଉଛନ୍ତି । ଏହା ସହ ରାଜ୍ୟରେ କରୋନା ଗ୍ରାଫରେ ଉପର ମୁହାଁ ହୋଇଛି କରୋନା  । ରାଜ୍ୟରେ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ୨୧୦୪ ରେ ପହଞ୍ଚିଛି ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ରାଜ୍ୟରେ ୯୬୯ ଜଣ କରୋନା ସଂକ୍ରମଣ ମାମଲା ସକ୍ରିୟ ଥିବା ବେଳେ ୧୧୨୬ ଜଣ ସୁସ୍ଥ ହୋଇଛନ୍ତି । ୭ ଜଣଙ୍କର ମୃତ୍ୟୁ ହୋଇଛି ।

ଏକା ଥରକେ ୧୨୯ ପଜିଟିଭ୍‌ ଚିହ୍ନଟ..

 

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡ଼ିଲା ବିମାନ, ୧୨ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ ବିମାନବନ୍ଦରରୁ ଆରମ୍ଭ ହୋଇଛି ବିମାନ ସେବା । କୋଲକାତା-ଝାରସୁଗୁଡ଼ା, ଝାରସୁଗୁଡ଼ା-ଭୁବନେଶ୍ୱର ଓ ଝାରସୁଗୁଡ଼ା-କୋଲକାତାକୁ ଆରମ୍ଭ ହେଲା ଉଡ଼ାଣ । ଗଲା ୨୫ ତାରିଖରେ ଝାରସୁଗୁଡ଼ାରୁ ସ୍ଵାଇସ ଜେଟ୍‌  ଦିଲ୍ଲୀ ଓ ହାଇଦ୍ରାବାଦକୁ ଉଡ଼ିଥିଲା ।

ଯାନ୍ତ୍ରିକ ତୃଟି ଯୋଗୁଁ ଝାରସୁଗୁଡ଼ା-ଭୁବନେଶ୍ୱର-କୋଲକାତାକୁ ବିମାନ ସେବା ବନ୍ଦ ଥିଲା । କୋଲକାତାରୁ ୭ଯାତ୍ରୀଙ୍କୁ ନେଇ ୭ଟା ୩୫ରେ ଝାରସୁଗୁଡ଼ାରେ ପହଞ୍ଚିଥିଲା ବିମାନ। ପରେ ୮ଟା ୧୦ରୁ ୧୨ ଯାତ୍ରୀଙ୍କୁ ନେଇ ଉଡାଣ ଭରିଛି ଆଲାଏନ୍ସ ବିମାନ ।

୯ଟା ୪୫ରେ ଭୁବନେଶ୍ୱରରେ ପହଞ୍ଚିବା ସହ ସେଠାରୁ ୯ଟା ୪୫ରୁ କୋଲକାତା ପାଇଁ ଟେକଅଫ୍‌ କରିବା ସୂଚନା ରହିଛି । ପ୍ରଥମ ଦିନରେ ଝାରସୁଗୁଡ଼ାରୁ ୧୨ ଯାତ୍ରୀ ଭୁବନେଶ୍ୱର ଆସିଥିବା ବେଳେ ୨୩ ଯାତ୍ରୀ ଝାରସୁଗୁଡ଼ା ଯିବେ ବୋଲି ସୂଚନା ମିଳିଛି।

ସାରା ରାଜ୍ୟରେ ଓଡ଼ିଶା ମୋଟର ଚାଳକ ସଂଘର ଧର୍ମଘଟ, ଆନ୍ଦୋଳନରେ ଡ୍ରାଇଭର, କଣ୍ଡକ୍ଟର ଓ ହେଲ୍ପରଙ୍କ ସମେତ ସବୁ କର୍ମଚାରୀ ସାମିଲ

ଭୁବନେଶ୍ୱର: ଆନ୍ଦୋଳନରେ ବସ୍‌ କର୍ମଚାରୀ । ସାରା ରାଜ୍ୟରେ ଓଡ଼ିଶା ମୋଟର ଚାଳକ ସଂଘର ଧର୍ମଘଟ ଆରମ୍ଭ ହୋଇଛି । ଡ୍ରାଇଭର, କଣ୍ଡକ୍ଟର ଓ ହେଲ୍ପର ସମେତ କର୍ମଚାରୀ ଧର୍ମଘଟରେ ସାମିଲ ହୋଇଛନ୍ତି । କରୋନା ଲକ୍‌ଡାଉନ ସମୟରେ ଆମେ ଆମର ରୋଜଗାର ହରାଉଛୁ । ସେଥିପାଇଁ ଆମକୁ ୩ ମାସର କ୍ଷତିପୂରଣ ଦିଆଯାଉ । କରୋନା ସମୟରେ ଆମେ ବସ୍‌ ଚଲାଇଲେ କରୋନା ସଂକ୍ରମଣ ହେବାର ବହୁତ ସମ୍ଭାବନା ରହିଛି  ।

ଯଦି ଆମର କିଛି ହୋଇଯାଏ ତେବେ ଆମ ପରିବାର କେମିତି ଚଳିବ । ସେଥିପାଇଁ ୫୦ ଲକ୍ଷ ଟଙ୍କାର ବୀମା କଲ୍ୟାଣ ପାଣ୍ଠି  ଓ ଶ୍ରମ ବିଭାଗ ଦ୍ଵାରା ପରିବହନ କର୍ମଚାରୀ ମାନ୍ୟତା ଦାବି ନେଇ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ଖାଲି ସେତିକି ନୁହେଁ  ଏହାସହ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଓ କୋଟିଏ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା ପାଇଁ ଦାବି ହୋଇଛି ।

ଲକଡାଉନ ପରେ ରାଜ୍ୟରେ ବସ୍‌, ଟ୍ରକ୍‌, ଡମ୍ଫର, ଟ୍ୟାଙ୍କର, ଟାକ୍ସି ଓ ଅଟୋ ଚାଳକମାନଙ୍କ ସ୍ଥିତି ଦୟନୀୟ ହୋଇଛି । ଦୁଇମାସ ଧରି ସେମାନେ ବସି ରହିଥିଲେ ସୁଦ୍ଧା ସେମାନଙ୍କ ପାଇଁ କୈାଣସି ସହାୟତା ଘୋଷଣା କରାଯାଇନଥିବାରୁ ପ୍ରତିବାଦରେ ଧର୍ମଘଟ କରାଯାଇଛି । ସରକାର ଦାବି ପୂରଣ କରିବା ପରେ ବସ୍‌ ଗଡିବ ବୋଲି ୟୁନିଅନ ଦାବି କରିଛି ।