spot_img
Home Blog Page 6874

ନନ୍ଦିଘୋଷ ଟିଭି ମହାପ୍ରଭାବ : ବିବାହ ଶୋଭାଯାତ୍ରାରେ ନାଚିଥିଲେ ଶତାଧିକ ବରଯାତ୍ରୀ,ଏବେ ଦେବେ ଫାଇନ୍

ଗଞ୍ଜାମ: ବ୍ରହ୍ମପୁରରେ କୋଭିଡ ନିୟମର ଖୋଲଖୋଲି ଉଲଂଘନ । ବାହାଘରରେ ମାନିଲେନି ସାମାଜିକ ଦୂରତା, ପିନ୍ଧିଲେନି ମାସ୍କ । ବିବାହ ଶୋଭାଯାତ୍ରାରେ ନାଚିଲେ ଶତାଧିକ ବରଯାତ୍ରୀ । ବ୍ରହ୍ମପୁର ସହର ଏକ ବଡ଼ ହୋଟେଲ ମାଲିକଙ୍କ ପୁଅର ବିବାହରେ ଦେଖିବାକୁ ମିଳିଛି ଅମାନିଆଙ୍କ ଏଭଳି ଭିଡ଼ । କିନ୍ତୁ ନନ୍ଦିଘୋଷ ଟିଭିରେ ଏହି ବିବାହ ଶୋଭାଯାତ୍ରାର ଭିଡିଓ ପ୍ରସାରିତ ହେବା ପରେ ପ୍ରଶାସନର ନିଦ ଭାଙ୍ଗିଛି । ଆଉ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ ।

ତେବେ ପ୍ରଥମେ ଜାଣନ୍ତୁ ଘଟଣା କ’ଣ ଥିଲା ଓ କେମିତି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ହୋଇଥିଲା । ଶୁକ୍ରବାର ଦିନ ଗୋପାଳପୁର ସ୍ଥିତ ଏକ ପଞ୍ଚତାରକା ହୋଟେଲରେ ଏହି ବିବାଦୀୟ ବିବାହ ଅନୁଷ୍ଠିତ ହୋଇଥିବା ସୂଚନା ମିଳିଛି । ବିବାହ ସମୟରେ ହୋଟେଲ ମାଲିକଙ୍କ ପୁଅ ବଡ ପ୍ରୋସେସନରେ ବାହାରିଥିଲେ । ନିଜେ କାର ଉପରେ ଛିଡା ହୋଇ ନାଚୁଥିଲେ । ଆଉ ତାଙ୍କ ସହ ଥିବା ବରଯାତ୍ରୀ ମଧ୍ୟ କିଛି କମ ନଥିଲେ । ସେମାନେ ମଧ୍ୟ ସବୁ କରୋନା କଟକଣାକୁ ଫୁ’କରି ଖୁଲମଖୁଲା ବିନା ମାସ୍କରେ ନାଚୁଥିଲେ । ନାଥିଲା ସାମାଜିକ ଦୂରତା ନା କରୋନାର ଡର । ଲାଗୁଥିଲା ସବୁକିଛି ନର୍ମାଲ ଅଛି । ଲାଗୁଥିଲା ଏହା କରୋନା ପୂର୍ବର ବାହାଘର । ଅନ୍ୟ ପକ୍ଷରେ ଏହି ଭୋଜି କାର୍ଯ୍ୟକ୍ରମରେ ବ୍ରହ୍ମପୁର ନିକଟସ୍ଥ ବହୁ ଗ୍ରାମାଂଚଳରୁ ଲୋକେ ଆସି ଯୋଗ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

ବିବାହ କିମ୍ବା ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ସ୍ପଷ୍ଟ ନିୟମ ଥିବା ବେଳେ, ଏଭଳି ଆୟୋଜନ ପାଇଁ ଅନୁମତି କିଏ ଦେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ । ଅତ୍ୟାବଶ୍ୟକ କାର୍ଯ୍ୟ ନଥିଲେ ସହର ଆସିବା ଉପରେ ଜିଲ୍ଲାପାଳ ରୋକ ଲଗାଇଥିବା ବେଳେ, ପ୍ରଶାସନ ନାକତଳେ ଏଭଳି ଆୟୋଜନ ପୋଲିସ ପ୍ରଶାସନର ପାରିବା ପଣିଆ ଉପରେ ଅଙ୍ଗୁଳି ଉଠାଇଛି । ବିବାହ ଭିଡିଓ ଭାଇରାଲ ହେବା ପରେ ଓ ନନ୍ଦିଘୋଷ ଟିଭିରେ ଭିଡିଓ ପ୍ରସାରିତ ହେବା ପରେ ପ୍ରଶାସନର ନିଦ ଭାଙ୍ଗିଥିଲା ।

ନନ୍ଦିଘୋଷ ଟିଭିର ମହାପ୍ରଭାବ

ପ୍ରଶାସନ ନିଦ ଭାଙ୍ଗିବା ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ ।  ସାମାଜିକ ଦୂରତା ନରଖି ବିବାହ ଆୟୋଜନ କରିଥିବା ଅଭିଯୋଗରେ ଗୋପାଳପୁରର ପଂଚତାରକା ହୋଟେଲ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ଅଫିସ ତରଫରୁ କରାଯାଇଥିବା ଟ୍ୱିଟରେ ନନ୍ଦିଘୋଷ ଟିଭି ରିପୋର୍ଟ କଥା ଉଲ୍ଲେଖ କରାଯାଇ କୁହାଯାଇଛି ଯେ, ଉଭୟ ପକ୍ଷ ବିରୋଧରେ ମହାମାରୀ ଆଇନ୍ ଅନୁସାରେ ମାମଲା ରୁଜ୍ଜ ହେବା ସହ ଫାଇନ୍ ବାବଦରେ ୫୦ ହଜାର ଟଙ୍କା ଆଦାୟ କରାଯାଇଛି ।

ରାତି ପାହିଲେ ହୋଇଥାନ୍ତା ବାହାଘର କିନ୍ତୁ…

ହିନ୍ଦୋଳ: ହିନ୍ଦୋଳ ଫରେଷ୍ଟ ରେଞ୍ଜ ର ଦୁଦୁର କୋଟ ଗାଁ ରେ ଘରେ ପସିଲା ଦନ୍ତା ହାତୀ । ରାତି ଅଧିଆ ହାତୀ ଆକ୍ରମଣ ଗୋଟିଏ ପରିବାର ପାଇଁ ଆଣି ଦେଇଛି ଦୁଃଖ । ରାତି ପାହିଥିଲେ ହୋଇଥାନ୍ତା ଝିଅ ବାହାଘର କିନ୍ତୁ ଜଙ୍ଗଲି ହାତୀଙ୍କ ପାଇଁ ସବୁ ଖୁସୀ ଦୁଃଖରେ ବଦଳି ଯାଇଛି ।  ଶୁକ୍ରବାର ରାତିରେ ଦନ୍ତା ହାତୀ ନିଜ ଦଳର ୮ ହାତୀଙ୍କୁ ଧରି ଘରଦ୍ୱାର ଭାଙ୍ଗିବା ସହ ବାହା ବେଦୀ କୁ ମଧ୍ୟ ଭାଙ୍ଗିଦେଲା । ଗାଁରେ ପସି ହାତୀ ପହ୍ଲର ଏଭଳି ଆକ୍ରମଣ ଗାଁ ଲୋକଙ୍କ ମନରେ ଭୟ ଉତ୍ପନ କରିଛି ।

ହାତୀ- ମଣିଷ ଲଢେଇ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଜି ଏମିତିକା ଘଟଣା ସମସ୍ତ ଙ୍କୁ ହତବାକ୍ କରି ଦେଇଛି । ଗତ କାଲି ବିଳମ୍ବିତ ରାତିରେ ଗାଁର ସାନନ୍ଦୁ ନାୟକଙ୍କ ଘର ଭିତରେ ଝିଅ ବାହାଘର ପାଇଁ  ଫଳ ଆଉ ଉଖୁଡା ରଖାଯାଇଥିଲା । ଉଖୁଡ଼ା ଏବଂ ଫଳମୂଳ ବାସ୍ନାରେ ହାତୀ ପଲ ଗାଁ ଭିତରକୁ ଆସିଥିଲେ । ପରିବାର ସଦସ୍ୟ ଶୋଇଥିବା ବେଳେ ହଠାତ୍ ଘର ଭିତରେ ହାତୀ ପଲ ପଶି ସମସ୍ତ ଜିନିଷ ପତ୍ର ଭାଙ୍ଗିବା ସହ ଝିଅକୁ ଦେବାକୁ ଥିବା ସାମଗ୍ରୀ ଭାଙ୍ଗି ପକାଇଥିଲେ ।

ଏହା ଦେଖି ଲୋକେ ଉପାୟ ଶୂନ୍ୟ ହୋଇ ଚିତ୍କାର କରିବାରୁ ଲୋକେ ଫରେଷ୍ଟ ବିଭାଗକୁ ଜଣାଇଥିଲେ। ୨ ଘଣ୍ଟା ପରିଶ୍ରମ କରିବା ପରେ ହାତୀ ପଲଙ୍କୁ ପାଖ ଜଙ୍ଗଲକୁ ଘଉଡ଼ାଇବାକୁ ସକ୍ଷମ ହୋଇଛନ୍ତି। ସେପଟେ ଝିଅର ବିଭାଘର ଆଜି ମନ୍ଦିରରେ ହେବାକୁ ନିଷ୍ପତି ହୋଇଛି।

ରାଜଧାନୀରେ ବୁଲୁଛି ଦନ୍ତାହାତୀ: ଆତଙ୍କିତ ଲୋକେ

ପେଟ୍ରୋଲ ଏବଂ ଡିଜେଲର ନୂଆ ଦାମ ଜାରି, ଜାଣନ୍ତୁ କେଉଁଠାରେ କେତେ ପ୍ରାଇସ୍

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି ତୈଳ ଦର । ପେଟ୍ରୋଲ ଏବଂ ଡିଜେଲ ଦର ଅନେକ ଦିନ ଧରି ଲଗାତାର ଭାବେ ବଢିଚାଲିଥିଲା । ଯେଉଁଥିରେ ସାଧାରଣ ଲୋକଙ୍କ ଅସୁବିଧା ମଧ୍ୟ ବଢିଚାଲିଛି । କିନ୍ତୁ ଗତ ପାଞ୍ଚ ଦିନ ହେବ ପେଟ୍ରୋଲ ଏବଂ ଡିଜେଲର ଦାମ ସ୍ଥିର ରହିଛି ।

ଯେଉଁଥିପାଇଁ ଲୋକମାନେ ଟିକେ ଆରାମ ପାଇଛନ୍ତି। ସରକାରୀ ଅଏଲ ମାର୍କେଟିଂ କମ୍ପାନୀ ଆଇଓସି ଆଜି ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି କରିନାହିଁ। ରାଜଧାନୀ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲର ଦାମ ୮୦.୪୩ ଟଙ୍କା ରହିଛି । ଏହା ସହିତ ଏକ ଲିଟର ଡିଜେଲ ପାଇଁ ୮୦.୫୩ ଟଙ୍କା ରହିଛି ।

ଦେଶରେ କେଉଁଠାରେ ପେଟ୍ରୋଲ ଏବଂ ଡିଜେଲର ଦାମ କେତେ ଜାଣନ୍ତୁ

ଦିଲ୍ଲୀ- ପେଟ୍ରୋଲ ହେଉଛି ୮୦.୪୩ ଟଙ୍କା ଏବଂ ୮୦.୫୩ ଟଙ୍କା

ମୁମ୍ବାଇ – ପେଟ୍ରୋଲର ଦାମ ୮୭.୧୯ ଟଙ୍କା ଏବଂ ଡିଜେଲର ଦାମ ୭୮.୮୩ ଟଙ୍କା

କୋଲକାତା – ପେଟ୍ରୋଲର ଦାମ ୮୨.୧୦ ଟଙ୍କା ଏବଂ ଡିଜେଲ ୭୫.୬୪ ଟଙ୍କା

ଚେନ୍ନାଇ – ପେଟ୍ରୋଲର ଦାମ ୮୩.୬୩ ଟଙ୍କା ଏବଂ ଡିଜେଲର ଦାମ ୭୭.୭୨ ଟଙ୍କା।

ନୋଏଡା- ପେଟ୍ରୋଲର ଦାମ ୮୧.୦୮ ଟଙ୍କା ଏବଂ ଡିଜେଲ ୭୨.୫୯ ଟଙ୍କା।

ଗୁରୁଗ୍ରାମ – ପେଟ୍ରୋଲର ଦାମ ୭୮.୬୪ ଟଙ୍କା ଏବଂ ଡିଜେଲ ୭୨.୭୭ ଟଙ୍କା

ଲକ୍ଷ୍ନୌ – ପେଟ୍ରୋଲର ଦାମ ୮୦.୯୮ ଟଙ୍କା ଏବଂ ଡିଜେଲ ହେଉଛି ୭୨.୪୯ ଟଙ୍କା

ପାଟନା- ପେଟ୍ରୋଲର ଦାମ ୮୩.୩୧ ଟଙ୍କା ଏବଂ ଡିଜେଲ ୭୭.୪୦ ଟଙ୍କା

ଭୋପାଳ- ପେଟ୍ରୋଲର ଦାମ ୮୮.୦୮ ଟଙ୍କା ଏବଂ ଡିଜେଲ ୭୯.୯୫ ଟଙ୍କା

ଜୟପୁର- ପେଟ୍ରୋଲର ଦାମ ୮୭.୫୭ ଟଙ୍କା ଏବଂ ଡିଜେଲ ୮୧.୩୨ ଟଙ୍କା

ଚଣ୍ଡିଗଡ଼ – ପେଟ୍ରୋଲ ୭୭.୪୧ ଟଙ୍କା ଏବଂ ଡିଜେଲ ୭୧.୯୮ ଟଙ୍କା

ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲର ଦାମ ବଦଳିଥାଏ । ସକାଳ ୬ଟାରେ ହିଁ ନୂଆ ଦାମ ଲାଗୁ ହୁଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦୁଇଗୁଣିତ ହୁଏ |

ରାଜ୍ୟରେ ଆଉ ୫ କରୋନା ସଂକ୍ରମିତଙ୍କ ମୃତ୍ୟୁ, ଏଯାବତ୍ କରୋନା ନେଲାଣି ୩୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୫ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ୩, ଖୋର୍ଦ୍ଧାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ୩୪ଜଣଙ୍କ ମୃତ୍ୟୁ ହେଲାଣି ।

ଅନ୍ୟପଟେ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୯୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୫୫ , ଲୋକାଲ୍ କେସ୍ ୧୪୦ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୮୬୦୧କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ୍ ଆକ୍ଟିଭ୍ କେସ୍ ୨୮୫୩ ରହିଛି । ୨୪ ଜିଲ୍ଲାରୁ ୪୯୫ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୬ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ୫୦, ସୁନ୍ଦରଗଡ଼ରୁ ୩୬, ମୟୂରଭଞ୍ଜରୁ ୨୮,ଅନୁଗୁଳରୁ ୨୪, ପୁରୀରୁ ୧୮, ବାଲେଶ୍ବର ଓ କଟକରୁ ୧୩ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଭଦ୍ରକ ଓ ଜଗତସିଂହପୁରରୁ ୧୨ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ କେନ୍ଦାରପଡ଼ା ଓ ନବରଙ୍ଗପୁରରୁ ୧୧ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ, ୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ରେକର୍ଡ ଭାଙ୍ଗୁଛି କରୋନା, ମୋଟ ଆକ୍ରାନ୍ତ ସଂଖ୍ୟା ୮ହଜାର ୬୦୦ ପାର

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ଉପରେ ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା ସଂକ୍ରମଣ । ଆଜି ଗୋଟିଏ ଦିନରେ ଚିହ୍ନଟ ହେଲେ ସଂକ୍ରମିତ ୪୯୫ କରୋନା ସଂକ୍ରମିତ । ୪୯୫ଟି ପଜିଟିଭ୍ ମାମଲା ଆସିଥିବା ବେଳେ ୩୫୫ଟି କେସ୍ କ୍ୱାରେଣ୍ଟାଇନରୁ ଓ ଅବଶିଷ୍ଟ ୧୪୦ଟି ମାମଲା ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।

ଗଞ୍ଜାମରୁ ସର୍ବାଧିକ ୨୧୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହିତ, ଅନୁଗୁଳରୁ ୨୪, ବାଲେଶ୍ୱରରୁ ୧୩, ବରଗଡ଼ରୁ ୨, ଭଦ୍ରକରୁ ୧୨, କଟକରୁ ୧୩, ଢେଙ୍କାନାଳରୁ ୧, ଗଜପତିରୁ ୭, ଜଗତସିଂହପୁରରୁ ୧୨, ଯାଯପୁରରୁ ୧, ଝାରସୁଗୁଡ଼ାରୁ ୮, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୫୦, କୋଟାପୁଟରୁ ୫, ମାଲାକନଗିରିରୁ ୫, ମୟୂରଭଞ୍ଜରୁ ୨୮, ନବରଙ୍ଗପୁରରୁ ୧୧, ନୟାଗଡ଼ରୁ ୧, ପୁରୂରୁ ୧୮, ସମ୍ବଲପୁରରୁ ୬, ସୋନପୁରରୁ ୨ ଏବଂ ସୁନ୍ଦରଗଡ଼ରୁ ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୪୦ଟି ସ୍ଥାନୀୟ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ରାଜ୍ୟରେ ମୋଟ ୮ ହଜାର ୬୦୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ହଜାର ୭୦୫ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୮୫୩ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି ।

ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ, ୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ପୋଲିସ କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ନାହାନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍ସ, ଜୋର ଧରିଲା ନ୍ୟାୟ ଦାବି

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୧୫ ଦିନ ବିତିଯାଇଛି । ପୋଲିସର କାର୍ଯ୍ୟାନୁଷ୍ଠାନ ମଧ୍ୟ ବୃଦ୍ଧି ପାଇଛି ଏବଂ ଅନେକ ଲୋକଙ୍କୁ ପଚରାଉଚରା ମଧ୍ୟ କରାଯାଇଛି। ପୋଷ୍ଟ ମର୍ଟମ ରିପୋର୍ଟରେ ଏହା ଆତ୍ମହତ୍ୟା ମାମଲା ବୋଲି ବର୍ଣ୍ଣନା କରାଯାଇଛି । କିନ୍ତୁ ତଥାପି ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଶଂସକମାନେ ତଦନ୍ତରେ ସନ୍ତୁଷ୍ଟ ନୁହଁନ୍ତି । ସେ ଏପର୍ଯ୍ୟନ୍ତ ନିଶ୍ଚିତ ନୁହଁନ୍ତି ଯେ ସୁଶାନ୍ତ ଆତ୍ମହତ୍ୟା କରିପାରିବେ । କିନ୍ତୁ ପ୍ରଶଂସକଙ୍କ ନଜରରେ  କଥା ତାଙ୍କ ଆଖିରେ ଆଉ କିଛି ।

ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି-

#BreakTheSilenceForSushant ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ସୁଶାନ୍ତଙ୍କୁ ନ୍ୟାୟ ପାଇବା ପାଇଁ ସମସ୍ତେ ସ୍ୱର ଉତ୍ତୋଳନ କରୁଛନ୍ତି । ସମସ୍ତେ ସିବିଆଇ ତଦନ୍ତ ଦାବି କରୁଛନ୍ତି । ଦୀର୍ଘ ଦିନ ଧରି ସୁଶାନ୍ତ ମାମଲାରେ ସିବିଆଇ ତଦନ୍ତ ପାଇଁ ଦାବି ଜୋର ଧରିଛି । ସୁଶାନ୍ତଙ୍କ ପ୍ରଶଂସକମାନେ ଏହି ଦାବିକୁ ଆହୁରି ଅଧିକ ବଢ଼ାଇଛନ୍ତି ଏବଂ ଚାପକୁ ହ୍ରାସ କରିବାକୁ ଦେଇନାହାଁନ୍ତି । ଗତ କିଛି ଦିନ ହେବ ବିଭିନ୍ନ ହ୍ୟାସଟ୍ୟାଗ ମାଧ୍ୟମରେ ସୁଶାନ୍ତଙ୍କୁ ନ୍ୟାୟ ମିଳିବାର ଦାବି ରହିଛି ।

https://twitter.com/AjChauhanMech/status/1279067132345581568

ଜଣେ ଉପଭୋକ୍ତା ଲେଖିଛନ୍ତି – ସୁଶାନ୍ତ ହତ୍ୟା ମାମଲାରେ ଆମକୁ ସିବିଆଇ ଅନୁସନ୍ଧାନ ଆବଶ୍ୟକ । ସେ ନ୍ୟାୟ ଦାବି କରୁଛନ୍ତି । ସମଗ୍ର ଦେଶ ସୁଶାନ୍ତଙ୍କ ପାଇଁ ନ୍ୟାୟ ଚାହୁଁଛନ୍ତି । ବର୍ତ୍ତମାନ ଏଠାରେ ଉପଭୋ କ୍ତା ମର୍ଡର ଶବ୍ଦ ଉପରେ ଧ୍ୟାନ ଦେଇଛନ୍ତି, ଏହାର ଅର୍ଥ ଏହା ସ୍ପଷ୍ଟ ଯେ ସେମାନେ ଏହାକୁ ଆତ୍ମହତ୍ୟା ବୋଲି ଭାବନ୍ତି ନାହିଁ। ଏଥି ସହିତ, ଅନ୍ୟ ଉପଭୋକ୍ତାମାନେ ଲେଖନ୍ତି – ଜଣେ ସେଲିବ୍ରିଟିଙ୍କୁ ହତ୍ୟା କରାଯାଏ ଏବଂ ଏତେ ପ୍ରମାଣ ଥାଇ ମଧ୍ୟ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହୁଛି | ଏହିପରି ପ୍ରତିଭାବାନ ଏବଂ ସକରାତ୍ମକ ଅଭିନେତାମାନେ ଆତ୍ମହତ୍ୟା କରିପାରିବେ ନାହିଁ । ଜଣେ ଉପଭୋକ୍ତା ମଧ୍ୟ ଥିଲେ ଯିଏ ସୁଶାନ୍ତଙ୍କ ଏକ ପୁରୁଣା ଭିଡିଓ ସେୟାର କରିଥିଲେ । ସେହି ଭିଡିଓ ମାଧ୍ୟମରେ କୁହାଯାଇଥିଲା ଯେ ସୁଶାନ୍ତ ସିଂ ରାଜପୁତ ସର୍ବଦା ମହିଳା ସଶକ୍ତିକରଣକୁ ସମର୍ଥନ କରନ୍ତି ।

ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଆନ୍ତର୍ଜାତିକ ବାଣିଜ୍ୟିକ ବିମାନ ଚଳାଚଳକୁ ରଦ୍ଦ କଲା ଡିଜିସିଏ

ନୂଆଦିଲ୍ଲୀ: ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ଆନ୍ତର୍ଜାତିକ ବାଣିଜ୍ୟିକ ବିମାନ ଚଳାଚଳକୁ ରଦ୍ଦ କରିଛି ଡିଜିସିଏ । ଏ ସମ୍ପର୍କରେ ଡିଜିସିଏ ପକ୍ଷରୁ ଏକ ନୂତନ ଅଧିସୂଚନା ଜାରି କରାଯାଇଛି । ଏହି ଅଧିସୂଚନା ଅନୁସାରେ ୩୧ ଜୁଲାଇ ପର୍ଯ୍ୟନ୍ତ ନିର୍ଧାରିତ ବିମାନ ଚଳାଚଳକୁ ରଦ୍ଦ କରାଯାଇଛି ।

ଦେଶରେ କ୍ରମାଗତ ଭାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ତେବେ ଏହି ଅବଧି ମଧ୍ୟରେ କିଛି ନିର୍ଦ୍ଦିଷ୍ଟ ଅନ୍ତ୍ରର୍ଜାତୀୟ ମାର୍ଗରେ ଜରୁରୀ ଆବଶ୍ୟକତା ନିମନ୍ତେ ବିମାନ ଚଳାଚଳକୁ ଅନୁମତି ଦିଆଯିବ ।

ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୩ ମାର୍ଚ୍ଚରୁ ଦେଶରୁ ସମସ୍ତ ଆନ୍ତର୍ଜାତୀକ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ପୂର୍ବରୁ ୨୬ ଜୁନରେ ଡିଜିସିଏ ଜୁଲାଇ ୧୫ ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଅଙ୍କୁଶ ଲଗାଇଥିଲା । ଏବେ ଏହାକୁ ସଂଶୋଧନ କରି ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯ଼ାଇଛି ।

ମେ ୩ ଯାଏଁ ଉଡିପାରିବେନି ବିମାନ, ଗଡ଼ିପାରିବନି ବସ୍ କି ଟ୍ରେନ୍

ଭୁବନେଶ୍ୱର ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱର ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ନୂଆଗାଁରେ ଗୋଟିଏ ପରିବାରରୁ ୪ଜଣ ସଦସ୍ୟଙ୍କ ସମେତ ୫ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି ।

ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ସେପଟେ ଭୁବନେଶ୍ୱରରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ହୋଇଛି ଆଡଭାଇଜରୀ । ରାଜଧାନୀର ଏକ ଶିଳ୍ପ ପ୍ରତିଷ୍ଠାନରେ ନିୟୋଜିତ ଥିବା ରାଜ୍ୟ ବାହାରର ଶ୍ରମିକଙ୍କ ମଧ୍ୟରୁ ୩୪ଜଣ ପଜିଟିଭ୍‌ ଚିହ୍ନଟ ହେବାପରେ ନିଆଯାଇଛି ପଦକ୍ଷେପ ।

ଏଣିକି ରାଜ୍ୟ ବାହାରର ଶ୍ରମିକଙ୍କୁ ବିଏମ୍‌ସି ଇଲାକାରେ ପ୍ରବେଶ ଉପରେ ଲଗାଯାଇଛି କଟକଣା । ଯେଉଁମାନେ ଆସିଯାଇଛନ୍ତି ସେମାନଙ୍କୁ ୧୪ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ଦିଆଯାଇଛି ନିର୍ଦେଶ । ସେହିଭଳି ରାଜ୍ୟର ୫ଟି ହଟ୍‌ସ୍ପଟ୍‌ ଜିଲ୍ଲା ଗଂଜାମ, ଗଜପତି, ବାଲେଶ୍ୱର, କଟକ ଓ ଯାଜପୁର ଆଦିରୁ ଶ୍ରମିକଙ୍କୁ ଆଣି କାର୍ଯ୍ୟରେ ନିୟୋଜିତ କରିବା ଉପରେ ମଧ୍ୟ ଲାଗିଛି କଟକଣା ।

ଏହି କଟକଣା ଆସନ୍ତା ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସେପଟେ କୋଭିଡ କଟକଣା ଭିତରେ ବେଆଇନ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଅଭିଯୋଗରେ ବିଭିନ୍ନ ରାଜନୈତିକ ଦଳ ବିରୋଧରେ ୪ଟି ଥାନାରେ ୫ଟି ମାମଲା ରୁଜୁ କରାଯାଇଛି ।

ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ, ୮ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ସୁଶାନ୍ତଙ୍କ କେସ୍ ରେ ନୂଆ ମୋଡ୍… ଏକ୍ସ ମ୍ୟାନେଜର ଦିଶାଙ୍କର ସୁରଜଙ୍କ ସହ ଥିଲା ସମ୍ପର୍କ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଖବର ବଲିଉଡ ସହ ସାରା ବିଶ୍ୱକୁ ଚକିତ କରିଦେଇଛି। ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଯେ ସୁଶାନ୍ତ ଆତ୍ମହତ୍ୟା ଭଳି ବଡ ପଦକ୍ଷେପ ନେବା ପଛରେ କାରଣ କ’ଣ ଥିଲା? ଏଭଳି ପରିସ୍ଥିତିରେ ତାଙ୍କ ପ୍ରଶଂସକମାନେ ଚାହୁଁଛନ୍ତି ଯେ ସୁଶାନ୍ତଙ୍କୁ ନ୍ୟାୟ ମିଳୁ। ସେଥିପାଇଁ ଏବେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପାଇଁ ସିବିଆଇ ତଦନ୍ତ କରାଯିବା ନେଇ ଦାବି କରାଯାଉଛି । ତାଙ୍କ ପରିବାର ଲୋକେ ମଧ୍ୟ ଏଯାଏଁ ଗ୍ରହଣ କରିପାରୁନାହାନ୍ତି ଯେ, ସୁଶାନ୍ତ ତାଙ୍କ ଗହଣରେ ଆଉ ନାହାନ୍ତି ।

ଏଥି ସହିତ ମୁମ୍ବାଇ ପୋଲିସ ମଧ୍ୟ ଏହି ଘଟଣାର ତଦନ୍ତ ଜାରି ରଖିଛି। ଏହି ସମୟ ମଧ୍ୟରେ, ଏପରି ଏକ ଜିନିଷ ପ୍ରକାଶ ପାଇଛି ଯାହା ସମସ୍ତଙ୍କୁ ଆଚମ୍ବିତ କରିଛି । ନିକଟରେ ଇନଷ୍ଟାଗ୍ରାମରେ ସୁଶାନ୍ତଙ୍କର ଏକ ଫ୍ୟାନ୍ ପେଜ୍ ରେ କିଛି ଖୁଲାସା ହୋଇଛି । ଏହି ପୋଷ୍ଟ ଅନୁସାରେ ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ସଲିଆନ ବଲିଉଡ ଅଭିନେତା ସୁରଜ ପାନଚୋଲିଙ୍କ ସହ ରିଲେସନଶିପ୍ ରେ ଥିଲେ । ଏହି ବିଷୟରେ କେହି ଜାଣି ନ ଥିଲେ। କେବଳ ସେତିକି ନୁହେଁ ଦିଶା ଗର୍ଭବତୀ ମଧ୍ୟ ଥିଲେ । ସେ ସୁରଜଙ୍କ ସନ୍ତାନର ମାଆ ହେବାକୁ ଯାଉଥିଲେ।

କିନ୍ତୁ ସୁରଜ ପୂର୍ବଥର ଭଳି ଏଥର ମଧ୍ୟ ପ୍ରସ୍ତୁତ ନଥିଲେ ଏବଂ ଦିଶାଙ୍କୁ ପିଲା ନଷ୍ଟ କରିବାକୁ କହିଥିଲେ। ହେଲେ ଦିଶା ପିଲା ନଷ୍ଟ କରିବାକୁ ଚାହୁଁନଥିଲେ । ସେଥିପାଇଁ ସେ ଜୀବନ ହରାଇବା ପାଇଁ ନିଷ୍ପତ୍ତି ନେଇ ଆତ୍ମହତ୍ୟା କରିଥିଲେ । ଅପରପକ୍ଷରେ ସୁଶାନ୍ତ ଏହି ସବୁ ବିଷୟରେ ଅବଗତ ଥିଲେ ଏବଂ ସେ ସବୁ ପରିସ୍ଥିତିରେ ସୁରଜ ପାଞ୍ଚୋଲିଙ୍କଠାରୁ ଦିଶାଙ୍କୁ ରକ୍ଷା କରିବାକୁ ଚାହୁଁଥିଲେ । କିନ୍ତୁ ଦୁଃଖର ବିଷୟ ଏହା ଯେ, ସୁଶାନ୍ତ ଦିଶାଙ୍କୁ ବଞ୍ଚାଇପାରିନଥିଲେ । ତେବେ ଯଦି ଏହି ସବୁ ତଥ୍ୟ ସତ, ତାହେଲେ ବଲିଉଡର ଅନେକ ବଡ ନାଁର ରାଜ ସାମ୍ନାକୁ ଆସିବା ଜରୁରୀ ଓ ସମସ୍ତଙ୍କୁ ନ୍ୟାୟ ମିଳିବା ଆବଶ୍ୟକ ।