ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଗତ ଏକ ବର୍ଷ ଭିତରେ କରିଥିବା କାମର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି । l ତେବେ ନିଜ ଟିମରେ ଯେଉଁମାନଙ୍କୁ ସେ ନିଜର ୱାର୍ଡ ପ୍ରତିନିଧି ଭାବେ ବାଛିଛନ୍ତି ସେମାନେ ସମସ୍ତଙ୍କ କ୍ରାଇମ ରେକର୍ଡ ବେଶ ଲମ୍ବା । ଆଶ୍ଚର୍ଯ୍ୟଜନକ ଭାବେ ରାଜନୀତିରେ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ଏହି ନେତ୍ରୀ ନିଜ କାର୍ଯ୍ୟକୁ ସମାଜ ସୁଧାରର ନାଁ ଦେଇଛନ୍ତି । କେବଳ ଏତିକି ନୁହେଁ, ନିର୍ବାଚନ ସମୟରେ ସେ ମହିଳାଙ୍କୁ ନାରୀ ସଶକ୍ତିକରଣ ନାଁରେ ବେଶ କିଛି ସ୍ୱପ୍ନ ଦେଖାଇଥିଲେ । ହେଲେ ସେସବୁ ଦିଗରେ କାମ କରିବା ପରିବର୍ତ୍ତେ ରାଜନୀତିକୁ ଅପରାଧିକରଣ କରିବାରେ ବ୍ୟସ୍ତ ଅଛନ୍ତି ।
ସେ ଦେଇଥିବା ୧୪ ୱାର୍ଡ ପ୍ରତିନିଧିଙ୍କ ବିରୋଧରେ ୨୪ଟି ଅପରାଧିକ ମାମଲା ରହିଛି । ଏମାନଙ୍କ ମଧ୍ୟରୁ ଧବଳେଶ୍ୱର ମୂର୍ତ୍ତି, ରାଜେନ୍ଦ୍ର ନାୟକ, ବିଭୁ ପ୍ରସାଦ ନନ୍ଦ, ଶିବ ପ୍ରସାଦ ବେହେରା, ବିଜୟାନନ୍ଦ ପରିଡ଼ା, ମନୋଜ କୁମାର ଜେନା, ସନ୍ତୋଷ କୁମାର ଜେନା, ବି. ଶିବା, ସିଦ୍ଧାନ୍ତ ପ୍ରଧାନ, ଦୁଷ୍ମନ୍ତ ପରିଜା ଓ ପ୍ରଭାତ କୁମାର ପରିଡ଼ାଙ୍କ ବିରୋଧରେ ରହିଛି ହିଂସାକାଣ୍ଡ ଓ ଆକ୍ରମଣ ଅଭିଯୋଗ । ତେବେ ଏହି ଅପରାଧୀଙ୍କ ପାଇଁ ଅପରାଜିତା ଓକିଲାତି କରିବାକୁ ମଧ୍ୟ ପଛାଉ ନାହାନ୍ତି । ତେବେ ତାଙ୍କ ପ୍ରତିନିଧିଙ୍କ ମଧ୍ୟରେ ପ୍ରମୁଖ ଭାବେ ଜଣାଶୁଣା ଦେବାଶିଷ ନାୟକ, ଓରଫ ଜିମ୍ ବାପି । ତାଙ୍କ ବିରୋଧରେ ୨୦ଟି ମାମଲା ଥିବାବେଳେ ତାଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ବି ଲାଗୁ ହୋଇଛି ।

ଏପରିକି ଦେବାଶିଷ ଓ ତାଙ୍କ ତିନି ଜଣ ସହଯୋଗୀ ଦାଦାବଟି ମାଗିବା ଅଭିଯୋଗରେ ଦୁଇ ବର୍ଷ ତଳେ ଗିରଫ ହୋଇଥିଲେ । କେବଳ ଏତିକି ନୁହେଁ, ଏକ ଇଂଜିନିୟରିଂ କଲେଜ ମାଲିକଙ୍କୁ ବ୍ଲାକମେଲିଂ କରୁଥିବା ନେଇ ଗିରଫ ମଧ୍ୟ ହୋଇଥିଲେ। ହେଲେ ସେହି ଦେବାଶିଷ ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରାଜନୈତିକ କ୍ୟାରିଅରର ପୋଷ୍ଟର ବୟ ପାଲଟିଛନ୍ତି । ଅନ୍ୟପକ୍ଷରେ ମହିଳାଙ୍କୁ ସଶକ୍ତ କରିବା ସ୍ଲୋଗାନ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ଅପରାଜିତା । ସେମାନଙ୍କୁ ମାଇକ୍ରୋ ଉଦ୍ୟୋଗୀ କରିବାକୁ ପ୍ରତିଶୃତି ଦେଇଥିଲେ। ହେଲେ ଆଜି ଅପରାଜିତା ଯେଉଁ ୫୬ ପୃଷ୍ଠାର ରିପୋର୍ଟ କାର୍ଡ ଦେଇଛନ୍ତି, ସେଥିରେ ଏହି ପ୍ରସଙ୍ଗର ଚିହ୍ନ ବର୍ଣ୍ଣ ନାହିଁ । ଏ ଦିଗରେ ଗତ ବର୍ଷକ ମଧ୍ୟରେ କାଣିଚାଏ ବି କାମ ହୋଇନଥିବା ବେଳେ ନିକଟରେ କିଛି ବ୍ୟାଙ୍କ ସହ ଆଲୋଚନା ହୋଇଥିବା ସଫେଇ ଦେଇଛନ୍ତି ।










ଗାଇଡଲାଇନ ମୁତାବକ, ଅଧ୍ୟାପକ ମାନେ ସର୍ବାଧିକ ୩୨ ଜଣ ଛାତ୍ର ଛାତ୍ରୀଙ୍କୁ ନେଇ ହ୍ୱାଟ୍ସଆପ୍ କିମ୍ବା ଇମେଲ୍ ଗ୍ରୁପ୍ କରି ପାଠ ପଢ଼ାଇବେ। ସମସ୍ତ ପାଠ୍ୟ ପୁସ୍ତକ ମଧ୍ୟ ଅନଲାଇନରେ ମିଳିବ । କଲେଜ୍ କ୍ୟାମ୍ପସରେ ରହି ଗୁଗୁଲ ମିଟ୍, ଜୁମ୍ , ସ୍କାଇପି ଭଳି ଆପ ଜରିଆରେ ଦିନକୁ ୨ରୁ ୩ ଘଣ୍ଟାଏ ଲେଖାଏଁ ସପ୍ତାହକୁ ୩ଦିନ ପାଠ ପଢାଇବେ । ଅନଲାଇନ୍ କ୍ଲାସ୍ ସମୟରେ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ରଖାଯିବ। ଅନଲାଇନ୍ କ୍ଲାସ୍ ଲାଗି ଟାଇମ୍ ଟେବୁଲ୍ ପ୍ରସ୍ତୁତ କରିବେ କଲେଜ୍ କର୍ତ୍ତୃପକ୍ଷ। ଅଧ୍ୟକ୍ଷ ମାନେ ଅନଲାଇନ କ୍ଲାସ୍ କିପରି ଚାଲିଛି ତାହାର ତଦାରଖ କରିବେ। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନେ କଲେଜକୁ ଅଚାନକ ଗ୍ରସ୍ତ କରି ସ୍ଥିତି ଯାଞ୍ଚ କରିବାକୁ ମଧ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।
ସେ କହିଛନ୍ତି ଯେ, କରୋନା ସମୟରେ ଯେଉଁମାନେ ଖାଦ୍ୟ ସୁରକ୍ଷା ସାମିଲ ହୋଇପାରିନାହାଁନ୍ତି ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀ କହିଛନ୍ତି । କରୋନା ଭଳି ଘଢିସନ୍ଧି ମୁହୁର୍ତ୍ତରେ ଗରିବ ଲୋକମାନେ କଷ୍ଟରେ ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଗରିବକଲ୍ୟାଣ ଯୋଜନା ସେମାନଙ୍କ ପାଇଁ ସଞ୍ଜିବନୀ ସଦୃଶ୍ୟ । ଏହାବ୍ୟତୀତ ଜନଧନ ଯୋଜନାରେ ୧୬ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କଖାତାରେ ୬ହଜାର ୩ଶହ କୋଟି ଟଙ୍କା ଡିପୋଜିଟ କରାଯାଇଛି ଓ ୧୨ଲକ୍ଷ ରୁପେ କାର୍ଡ ଇସ୍ୟୁ କରାଯାଇଛି । ସେହିଭଳି ଗତ ୩ ମାସ ମଧ୍ୟରେ ପାଖାପାଖି ୨୦ ଲକ୍ଷ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଛନ୍ତି । ସେମାନଙ୍କୁ ରୋଜଗାର ଯୋଗାଇଦେବା ପାଇଁ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରାଯାଇଛି । ସେମାନଙ୍କୁ ନିଜ ଗ୍ରାମରେ ଭିନ୍ନ ଭିନ୍ନ ୨୫ ଟି କାମରେ ରୋଜଗାର ଯୋଗାଇ ଦିଆଯିବ । ଏହା ଦ୍ୱାରା ଓଡିିଶା ଭଳି ରାଜ୍ୟରେ ଥିବା ଲକ୍ଷାଧିକ ପ୍ରବାସୀ ଶ୍ରମିକ ଏହାର ଲାଭ ଉଠାଇ ପାରିବେ । ପ୍ରଧାନମନ୍ତ୍ରୀ ଜୀବନ ଏବଂ ଜୀବିକାକୁ ଗୁରୁତ୍ୱ ଦେଇ ଚାଲିଛନ୍ତି । ଦେଶର କୃଷକ ଓ କରଦାତାଙ୍କ ନିଷ୍ଠା ଏବଂ କଠିନ ପରିଶ୍ରମ ଯୋଗୁଁ ଭାରତ ଗରିବ ତଥା ସମାଜର ସବୁ ସ୍ତରର ଲୋକଙ୍କୁ ସାହାଯ୍ୟ ଓ ସଶକ୍ତିକରଣ କରିବାର ପ୍ରୟାସକୁ ସଫଳତାର ସହ ଆୟୋଜନ କରାଯାଇଛି । ଲୋକାଲ ପାଇଁ ଭୋକାଲ ହୋଇ ଆମେ ଆତ୍ମନିର୍ଭର ଭାରତ ପାଇଁ ସଂକଳ୍ପ କରିବା ଏବଂ ଆଗକୁ ବଢିବା ପାଇଁ ଶ୍ରୀ ମହାନ୍ତି କହିଛନ୍ତି ।




