spot_img
Home Blog Page 6891

କୋଭିଡ୍ କଟକଣା ଭିତରେ କଟକ ସହରର ହୁଗୁଳା ଆଇନ ବ୍ୟବସ୍ଥା, ପୋଲିସର ଅବହେଳା…

0

କଟକ ସହରରେ କୋଭିଡ୍ କଟକଣା ହୁଗୁଳା ହୋଇ ପଡିଛି । ପୋଲିସ ଦାୟିତ୍ୱସମ୍ପୂର୍ଣ୍ଣ ନହେବା ହେତୁ ଏଭଳି ସ୍ଥିତି ଦେଖିବାକୁ ମିଳୁଛି । ପୋଲିସର ଚରମ ଅବହେଳା ସାମ୍ନାକୁ ଆସିଛି । ସହରର ୭୫ରୁ ଅଧିକ ସ୍ଥାନରେ ଚେକିଂ ପଏଣ୍ଟ କରାଯାଇଥିଲା  । କିଛି ପଏଣ୍ଟରେ ପୋଲିସ ନଥିବାବେଳେ ଆଉ କିଛି ପଏଣ୍ଟରେ ଦୁଇ ତିନି ଘଣ୍ଟା ଚେକିଂ କରି ମୋବାଇଲ କିମ୍ବା ପରସ୍ପର ମଧ୍ୟରେ ଆଳାପରେ ମଜ୍ଜି ଯାଉଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ହାଇକୋର୍ଟ ଛକରେ ପୋଲିସ ସ୍ୱାସ୍ଥ୍ୟ କର୍ମୀ ବିନା କାରଣରେ ହଇରାଣ ମଧ୍ୟ କରିବାର ଚିତ୍ର ସାମ୍ନାକୁ ଆସିଛି ।

ଚିଠା ଓ ଗାଡି କାଗଜ ପତ୍ର ଠିକ ଥାଇ ମଧ୍ୟ ଲାଞ୍ଚ ନେବା ପରେ ଯିବାକୁ ଅନୁମତି ଦେଉଛି ପୋଲିସ  ।  ଏହାବ୍ୟତୀତ ସହରର ପେଟ୍ରୋଲିଂ ବରିଷ୍ଠ ଅଧିକାରୀମାନଙ୍କୁ ଦେଖିବାକୁ ମିଳୁନି । ଯାହା ଫଳରେ ଅନେକ ପୋଲିସ କର୍ମଚାରୀ ଛକ ଛକରେ ବସି ଖଟି କରୁଛନ୍ତି । ଅଳ୍ପ ସମୟ ଡ୍ୟୁଟି କରି ବାର୍ତ୍ତାଳାପରେ ମାତୁଛନ୍ତି । ଏହାବ୍ୟତୀତ କଟକ ସହରର ଅନେକ ସ୍ଥାନରେ ବେଆଇନ ଚାଲାଣ ମଧ୍ୟ କଟା ଯାଉଛି ।

ଅପରପାର୍ଶ୍ୱରେ ପୋଲିସ ଭ୍ୟାନ୍ ଓ ପିସିଆର୍ କର୍ମଚାରୀମାନେ ବିନା ସିଟ୍ ବେଲ୍ଟରେ ବୁଲୁଥିବା ବେଳେ ସେମାନଙ୍କ ଉପରେ ଫାଇନ ଲାଗୁ ହୋଇନାହିଁ । ଏଭଳି ପକ୍ଷପାତକୁ ନେଇ ବିରୋଧ କରିଛନ୍ତି କଟକ ସହର ବାସିନ୍ଦା । ପୋଲିସ ଓ ସାଧାରଣ ଲୋକଙ୍କ ପାଇଁ ଆଇନ କଣ ପୃଥକ ବୋଲି ପ୍ରଶ୍ନ କରିଛନ୍ତି ।

ଦେଶରେ ଆଉ ୫୪ ହଜାର ୭୩୬ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୫୪ହଜାର ୭୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ୮୫୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଲିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ଲକ୍ଷ ଟପିଛି । ଆକ୍ଟିଭ୍ କେସ୍ ରହିଛି ୫ଲକ୍ଷ ୬୭ହଜାର ୭୩୦ । ସୁସ୍ଥ ହେଲେଣି ୧୧ଲକ୍ଷ ୪୫ହଜାର ୬୩୦ । ଦେଶରେ କରୋନା ମୃତ୍ୟୁସଂଖ୍ୟା ୩୭ହଜାର ୩୬୪କୁ ବୃଦ୍ଧି ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୪ଲକ୍ଷ ୩୧ହଜାର ୭୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୫ହଜାର ୩୧୬କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁରେ ୨ଲକ୍ଷ ୫୧ହଜାର ୭୩୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେ ୪ହଜାର ୩୪ଜଣହ୍କ ମୃତ୍ୟୁ ହୋଲାଣି । ଆନ୍ଧ୍ରପ୍ରଦେଶରେ ଲକ୍ଷେ ୫୦ହଜାର ୨୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋିଥିବା ବେଳେ ୧୪ଶହ ୭ଜଣଙ୍କ ମୃତ୍ୟୁ ହୋଲଣି । ଦିଲ୍ଲୀରେ ଲକ୍ଷେ୩୬ହଜାର ୭୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯୮୯ଜଣଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ଲକ୍ଷେ ୨୯ହଜାର ୨୮୭ଜଣ ଚିହ୍ନଟ ହୋଇଥିବା ବେଳେ୨୪ଶହ ୧୨ଜଣଙ୍କ ମୃତ୍ୟୁ ହୋଇଛି । ୟୁପିରେ କରୋନା ଗ୍ରାଫ୍ ବଢ଼ିବାରେ ଲାଗିଛି । ଲକ୍ଷେ ପାଖାପାଖି ହେଲାଣି କ୍ରନା୍ତ ଆକ୍ରାନ୍ତଙ୍କ ସଂଖ୍ୟା ମୃତ୍ୟୁସଂଖ୍ୟା ୧୬ଶହ ୭୭ ।

ବିରାଟ କୋହଲୀ ଓ ତମନ୍ନା ଭାଟିଆଙ୍କ ନାଁରେ ମକଦ୍ଦମା ଚଳାଇବାକୁ ଆବେଦନ

ଆଜିଠୁ ରାଜଧାନୀରେ ମଲ୍ ଖୋଲିଲା, ସାମାଜିକ ଦୂରତ୍ୱକୁ ଧ୍ୟାନରେ ରଖି ହେବ କିଣାବିକା….

କଟକଣା ଭିତରେ ରାଜଧାନୀରେ ଖୋଲିଲା ସପିଂମଲ । ତେବେ ମଲ ମଧ୍ୟରେ ଥିବା ଫୁଡ୍ କୋର୍ଟ ଖୋଲିବାକୁ ମନାକରାଯାଇଛି । ସିନେମା ହଲ, ପିଲାଙ୍କ ପାଇଁ ଖେଳିବା ଜୋନ୍ ବନ୍ଦ ରହିବ । ମଲ ପରିସରରେ କୌଣସି ଏକତ୍ରୀକରଣକୁ ବାରଣ କରାଯାଇଛି । ମଲ ଭିତରେ ସୋସିଆଲ ଡିଷ୍ଟାନ୍ସକୁ ବାଧ୍ୟତାମୂଳକ କରାଯାଇଛି । ପରସ୍ପର ମଧ୍ୟରେ ୬ ଫୁଟର ଦୂରତା ରଖିବା ବାଧ୍ୟତାମୂଳକ । ଦୋକାନୀ ଓ ଗ୍ରାହକଙ୍କ ପାଇଁ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ ରହିବ ।

ଆରୋଗ୍ୟ ସେତୁ ଆପ ଡାଉନଲୋଡ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବୟସ୍କ, ଗର୍ଭବତୀ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଘରେ ରହି କାମ କରିବେ । ସପିଂ ମଲ ମଧ୍ୟରେ ଛେପ ପକାଇବା ଦଣ୍ଡନୀୟ ଅପରାଧ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।କରୋନା କଟକଣା ମଧ୍ୟରେ ଜୀବନ ଜୀବିକା ଠପ୍ ହୋଇଯାଇଥିବା ବେଳେ ଆର୍ଥିକ ଗତିବିଧିକୁ ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ।

କରୋନା କଟକଣା ମଧ୍ୟରେ ଜୀବକ ଉପାର୍ଜନର ପନ୍ଥାକୁ ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କରୋନା କଟକଣା ଯୋଗୁଁ ଲୋକଙ୍କ ଜୀବିକା ଠପ୍ ହୋଇଯାଇଥିବାରୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଣୁ କଟକଣା ମଧ୍ୟରେ ଆର୍ଥିକ କାରବାରକୁ ସ୍ୱାଭାବିକ କରାଯାଉଛି । ଏହି କ୍ରମରେ ସପିଂ ମଲ୍‌ ଖୋଲାଯିବା ନେଇ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ବଲିଉଡ୍ ମାଫିଆଙ୍କ ଚାପରେ ସୁଶାନ୍ତଙ୍କ ଦୋଷୀଙ୍କୁ ବଞ୍ଚାଉଛନ୍ତି ଠାକ୍‌ରେ: ସୁଶୀଲ ମୋଦି

ପାଟଣା: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସୁଶୀଲ ମୋଦିଙ୍କ ଗୁରୁତର ଅଭିଯୋଗ । ବଲିଉଡ୍ ମାଫିଆଙ୍କ ଚାପରେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ସେ ଆହୁରୀ କହିଛନ୍ତି ଯେ, ରାଜପୁତଙ୍କ ଲିଭ୍‌-ଇନ୍-ପାର୍ଟନର ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ମଧ୍ୟ ମୁମ୍ୱାଇ ପୋଲିସ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି ସୁଶୀଲ ମୋଦି ।

            କଂଗ୍ରେସ ପୃଷ୍ଠପୋଷକତାରେ ଥିବା ବଲିଉଡ୍ ମାଫିଆଙ୍କ ଯୋଗୁଁ ଉଦ୍ଧବ ଠାକ୍‌ରେ ଚାପରେ ଅଛନ୍ତି । ତେଣୁ ସେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଦାୟୀ ସମସ୍ତଙ୍କୁ ଉଦ୍ଧାର କରିବାକୁ ଆଗ୍ରହୀ ଅଟନ୍ତି । ଏଥିସହିତ ବିହାର କଂଗ୍ରେସ କିପରି ଲୋକଙ୍କୁ ମୁହଁ ଦେଖାଇବ ବୋଲି ଟ୍ୱିଟ୍ କରି ପ୍ରଶ୍ନ ପଚାରିଛନ୍ତି ମୋଦି । ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ଶେଷରେ ବିହାର ବିଧାନସଭା ନିର୍ବାଚନ ହେବାର ଅଛି । ବିହାରରେ କଂଗ୍ରେସ ଦଳ ବିରୋଧୀ ଦଳର ଏକ ଅଂଶ ହୋଇଥିବାରୁ ମୋଦୀଙ୍କ ମନ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ ।

Uddhav Thackeray - Coronavirus pandemic: Leaders don face-covering ...

ଅପରପକ୍ଷରେ ସୁଶୀଲ ମୋଦିଙ୍କ ଅଭିଯୋଗର ଜବାବ ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ । ସେ ମୁମ୍ୱାଇ ପୋଲିସର କାର୍ଯ୍ୟକଳାପକୁ ଠିକ୍ ଦର୍ଶାଇବା ସହ ସୁଶାନ୍ତ ମୃତ୍ୟୁ  ମାମଲାରେ କାହା ପାଖରେ କୌଣସି ପ୍ରକାର ପ୍ରମାଣ ଥିଲେ ଆଗକୁ ଆସି ପ୍ରଦାନ କରିବାକୁ କହିଛନ୍ତି ଠାକ୍‌ରେ  ।  ଏଥିସହିତ ଏହି ମାମଲାକୁ ବିହାର ଓ ମହାରାଷ୍ଟ୍ରମଧ୍ୟରେ ବିବାଦର କାରଣ ନ କରିବାକୁ  ଦାବି କରିଛନ୍ତି ।

ବିରାଟ କୋହଲୀ ଓ ତମନ୍ନା ଭାଟିଆଙ୍କ ନାଁରେ ମକଦ୍ଦମା ଚଳାଇବାକୁ ଆବେଦନ

ସଂକ୍ରମଣ ଥମୁନି, ରୋକିବା ପାଇଁ ଅଗଷ୍ଟ ୧୪ ଯାଏଁ କୋରାପୁଟ ଜିଲ୍ଲା ଲକଡାଉନ୍

କୋରାପୁଟ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଠାରୁ ଅଗଷ୍ଟ ୧୪ ଯାଏଁ ଲକଡାଉନ ଘୋଷଣା କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣ ଚେନ୍ ବ୍ରେକ୍ ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଲୋକେ ପ୍ରଶାସନର ନିୟମ ମାନି ଜରୁରୀ କାମ ଥିଲେ ଘରୁ ବାହାରନ୍ତୁ, କାମ ନଥିଲେ ଘରୁ ନାବାହାରିବାକୁ କୁହାଯାଇଛି ।

ଜିଲ୍ଲାରେ ୧୫ହଜାର ୫୫୩ ଜଣଙ୍କ ସ୍ୱାବ ଟେଷ୍ଟ  କରାଯାଇଥିବା ବେଳେ ସେଥିରୁ ୮୮୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ୩୮୧ ଜଣ ସୁସ୍ଥ ହୋଇ ଫେରିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଏବେ ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି । ଏଥିପାଇଁ ସକାଳ ୬ଟା ରୁ ଦିନ ୧ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସାଧାରଣ ଲୋକେ ଘରୁ ବାହାରି ପାରିବେ । ଅନ୍ୟ ସମୟରେ ବିନା ଜରୁରୀକାଳୀନ କାର୍ଯ୍ୟରେ ବାହାରକୁ ଆସିପାରିବେ ନାହିଁ ।

ରାଜ୍ୟରେ କମିଛି ବର୍ଷା : ୧୭ ପ୍ରତିଶତ ବର୍ଷା କମିଛି, ୪ସୁଦ୍ଧା ଲଘୁଚାପ ସମ୍ଭାବନା

0

ଶ୍ରାବଣରେ ଶୁଖିଲା ପଡିଛି ଧରା । ଜୁନରୁ ଅଗଷ୍ଟ ଯାଏଁ ଓଡ଼ିଶାରେ ୧୭୮.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ଠାରୁ ୧୭ ପ୍ରତିଶତ କମ୍ । ଏହାରି ଭିତରେ ଓଡ଼ିଶାର ୧୩ଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର, କଟକ,  ଖୋର୍ଦ୍ଧା, ଜଗତସିଂହପୁର,  ପୁରୀ, ମୟୁରଭଞ୍ଜ, କେନ୍ଦୁଝର, ନୟାଗଡ, ବଲାଙ୍ଗିର  ଏବଂ ସୋନପୁର ଠାରେ ସ୍ୱାଭାବିକ ବର୍ଷା ଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି ।

ଅବଶିଷ୍ଟ ୧୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ପୁରୀ ଜିଲ୍ଲାରେ ସ୍ୱାଭାବିକ ବର୍ଷାଠାରୁ ୫୨ପ୍ରତିଶତ କମ ବର୍ଷା ହୋଇଛି । ନୂଆପଡା ଜିଲ୍ଲାରେ ସ୍ୱାଭାବିକ ବର୍ଷା ଠାରୁ ସର୍ବୋଚ୍ଚ ୧୩ ପ୍ରତିଶତ  ଅଧିକ ବର୍ଷା ରେକର୍ଡ କରାଯାଇଛି । ୪୦ ପ୍ରତିଶତ କିମ୍ବା ତା’ ଠାରୁ କମ ରେକର୍ଡ ହୋଇଥିବା ଜିଲ୍ଲାଗୁଡିକ ମଧ୍ୟରେ ରହିଛି ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଯାଜପୁର, କଟକ ଏବଂ ବାଲେଶ୍ୱର । ତେବେ ଅଗଷ୍ଟ ୪ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ସହ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଏବଂ କନ୍ଧମାଳ ଜିଲ୍ଲାରେ ଗୋଟିଏ ରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ବନ୍ଧୁତ୍ୱ ଦିବସ: ଅନଲାଇନରେ ପାଳୁଛି ସାରା ଓଡ଼ିଶା…

ଜୁଲାଇ ୩୦ । ସାରା ବିଶ୍ୱ ଏହି ଦିନଟିକୁ ଫ୍ରେଣ୍ଡ ସିପ୍ ଡେ ଭାବେ ପାଳୁଛି । ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ମାନ୍ୟତା ପାଇବା ପରେ ଦିନଟିର ମହତ୍ତ୍ୱ ବିଶ୍ୱ ସ୍ତରରେ ବଢିଛି । ତେବେ ବନ୍ଧୁତ୍ୱ ଦିବସ ପାଳନ କରିବାର କାରଣ ହେଉଛି, ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ସହଯୋଗକୁ ବଢାଇବା । ଅନ୍ୟପକ୍ଷରେ ଆନ୍ତର୍ଜାତିକ ବନ୍ଧୁତ୍ୱ ଦିବସ ସମେତ ଅନ୍ୟ ଏକ ଦିନକୁ ଭାରତୀୟମାନେ ବନ୍ଧୁତ୍ୱ ଦିବସ ଭାବେ ପାଳନ୍ତି । ତାହା ହେଉଛି ଅଗଷ୍ଟ ମାସର ପ୍ରଥମ ରବିବାର । ଚଳିତ ଥର ଏହା ଅଗଷ୍ଟ ୨ ତାରିଖରେ ପଡ଼ିଛି । ଭାରତରେ ବନ୍ଧୁତ୍ୱ ଦିବସର ଲୋକ ପ୍ରିୟତା ଓ ବିଶେଷ ଭାବେ ଯୁବବର୍ଗଙ୍କ ଏହି ଦିନ ପ୍ରତି ଗୁରୁତ୍ୱ ଅହେତୁକ ଭାବେ ବଢିଛି ।

ଫ୍ରେଣ୍ଡ ସିପ୍ ବ୍ୟାଣ୍ଡର କନସେପ୍ଟ ମଧ୍ୟ ଏଇଠୁ ଆରମ୍ଭ ହୋଇଥିଲା । ପ୍ରାୟ ୨୦୦୦ ମସିହା ପରେ ଆସ୍ତେ ଆସ୍ତେ ଭାରତୀୟ ଯୁବ ବର୍ଗଙ୍କ ମଧ୍ୟରେ ଏଭଳି ଏକ ନୂଆ କଥା ଦେଖିବାକୁ ମିଳିଥିଲା । କଲେଜ ପଢୁଆ ଟିନ୍ ଏଜର୍ସ ନିଜ ନିଜ ଭିତରେ ପରସ୍ପରକୁ ବ୍ୟାଣ୍ଡ ବାନ୍ଧି ଏହାକୁ ଉତ୍ସବରେ ପରିଣତ କରିବା ପାଇଁ ଉଦ୍ୟମ କଲେ । ପରେ ନଜର ହେଲା, ଗଲା ୧୦ ବର୍ଷ ହେବ ଏହା ଭାରତୀୟଙ୍କ ସହ ଭାରି ସକ୍ରିୟ ଭାବେ ଜୋଡି ହୋଇଛି । କେବଳ ଯୁବବର୍ଗଙ୍କ ମଧ୍ୟରେ ସୀମିତ ନରହି ବିଭିନ୍ନ ବର୍ଗର ଲୋକଙ୍କୁ ଆକର୍ଷଣ କରିବାରେ ସଫଳ ହୋଇଛି । ଏଥିପାଇଁ ଦେଶ ତଥା ରାଜ୍ୟରେ କର୍ମବର୍ଦ୍ଧିଷ୍ଣୁଂ ସାମାଜିକ ଗଣମାଧ୍ୟମକୁ ମଧ୍ୟ ଅନେକାଂଶରେ ସାବାସୀ ମିଳିବା କଥା । ବୋଧ ହୁଏ, ବିନା ସାମାଜିକ ଗଣମାଧ୍ୟମରେ ଫ୍ରେଣ୍ଡସିପ ଡେକୁ ଆଜି ଯେଉଁ ଆକାର ଓ ପ୍ରକାରରେ ଦେଖୁଛେ, ତାହା ଦେଖିବା ସମ୍ଭବପର ହୋଇ ନଥାନ୍ତା ।

୧୯୫୮ରୁ ଆମେରିକା କଂଗ୍ରେସର ପ୍ରସ୍ତାବ ପରେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡେ ଭାବେ ପାଳନ ହେଉଥିଲା । ପରେ ଏହି ପରମ୍ପରା ଅନ୍ୟ ଦେଶଗୁଡିକୁ ମଧ୍ୟ ବ୍ୟାପିଥିଲା । ବିଭିନ୍ନ ଦେଶର ଜୁଲାଇ ୩୧ର ଫ୍ରେଣ୍ଡସିପ୍ ଡେ ବ୍ୟତୀତ ଏଇ ପ୍ରଥମ ରବିବାରକୁ ମଧ୍ୟ ବନ୍ଧୁତ୍ୱ ଦିବସ ଭାବେ ପାଳନ କରୁଛନ୍ତି । ତେବେ ଏ ଦିନ ଏବେ ଲୋକ ପ୍ରିୟତାର ଶୀର୍ଷ । ପର୍ବ କିମ୍ୱା ଉତ୍ସବର କେତେ ବଡ଼, ତାହା ଲୋକଙ୍କ ଉତ୍ସାହ ନିର୍ଦ୍ଧାରଣ କରେ । ଏକଥା ଏହି ବନ୍ଧୁତ୍ୱ ଦିବସ ଅଳ୍ପେ ବହୁତ ପ୍ରମାଣ କରିଛି । ଭାରତୀୟମାନେ ବନ୍ଧୁତ୍ୱ ଦିବସକୁ ଏଇ କିଛି ବର୍ଷ ହେବେ ଏକ ଭଲ ପାର୍ବଣ ଦିବସ ଭାବେ ମାନିଲେଣି । ଏ ଦିନରେ ପୂରୁଣା ବନ୍ଧୁଙ୍କୁ କଲ୍ ଯାଉଛି, ନହେଲେ ଅତିକମରେ ହ୍ୱାଟସ୍ ଆପରେ ମେସଜରେ ଶୁଭେଚ୍ଛା ପହଞ୍ଚୁଛି । ସାଙ୍ଗମାନେ ଏକାଠି ହୋଇ ଭୋଜି କରୁଛନ୍ତି ଓ ପରସ୍ପର ସହ ସମୟ ଅତିବାହିତ କରିବାକୁ ପସନ୍ଦ କରୁଛନ୍ତି । ଏସବୁ ଏଦିନର ଗୁରୁତ୍ୱ ବଢାଇବା ସହ ସମର୍କକୁ ଟାଣ କରିଛି । ତେବେ ଏଥରର କରୋନା ମହାମାରୀ ଏ ଦିନକୁ ଫିକା କରିଛି । ସାମାଜିକ ଦୂରତ୍ୱ କଟକଣା ଯୋଗୁଁ ବଣଭୋଜିର ଆୟୋଜନ କିମ୍ୱା ପରସ୍ପରକୁ ଆଲିଙ୍ଗନ ଟିକାଏ କରିବାର ଇଚ୍ଛା ମଧ୍ୟ ଫିକା ପଡିଛି  । ତଥାପି ଅନଲାଇନ ଦୁନିଁଆରେ ରାଜ୍ୟ ତଥା ଦେଶ ପାଳୁଛି ବନ୍ଧୁତ୍ୱ ଦିବସ । ପରସ୍ପରକୁ ଶୁଭେଚ୍ଛା, ଅଭିନନ୍ଦନ ଦେଉଛନ୍ତି ଓ ବନ୍ଧୁତ୍ୱର ଡୋରକୁ ଆହୁରି ମଜଭୁତ୍ କରୁଛନ୍ତି ।

ବିଜେପି ନେତାଙ୍କୁ ଗୁଳି ମାଡ଼: ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର

ପାଟଣା: ଦାନାପୁରରେ ଦୁଇ ମୋଟରସାଇକେଲ ଆରୋହୀ ଦୁର୍ବୃତ୍ତ ବିଜେପି ନେତା ତଥା ପିଏସିଏସ୍‌ ସଭାପତି କବିନ୍ଦ୍ର ଯାଦବଙ୍କୁ ଗୁଳି କରି ହତ୍ୟା କରିଛନ୍ତି । କୁହାଯାଉଛି ଯେ, ସେ ଦାନାପୁର ବିଧାୟକ ଆଶା ସିହ୍ନାଙ୍କ ସମ୍ପର୍କୀୟ । ଆହତ କବିନ୍ଦ୍ର ଯାଦବଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନା ମୁତାବକ ଶାହାପୁର ପୋଲିସ ଷ୍ଟେସନ ଅଞ୍ଚଳର ଶିୱାଲା ଠାରେ ସାରାରି ପଞ୍ଚାୟତିରାଜ ବିଭାଗର ମୁଖ୍ୟ କବିନ୍ଦ୍ର ଯାଦବଙ୍କୁ ଦୁଇ ମୋଟରସାଇକେଲ ଆରୋହୀ ହତ୍ୟା କରିଛନ୍ତି । କବିନ୍ଦ୍ରଙ୍କ ଶରୀରରେ ପାଞ୍ଚଟି ଗୁଳି ବାଜିଛି । ଏଣୁ ସେ ଗୁରୁତର ହୋଇପଡ଼ିଥିଲେ । ଚିକିତ୍ସା ପାଇଁ ଏକ ଘରୋଇ ନର୍ସିଂହୋମକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

पटना में दिनदहाड़े पैक्स अध्यक्ष को गोलियों से भूना, हथियार लहराते अपराधी फरार

ଗୁଳି ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ

୨ଜଣ ଅପରାଧୀମାନେ ମୋଟରସାଇକେଲରେ ଆସି ଗୁଳି ଚଳାଇବା ପରେ ପଳାଇ ଯାଇଥିଲେ। ଚିକିତ୍ସା ସମୟରେ ଡାକ୍ତରଖାନାରେ ବିଜେପି ନେତାଙ୍କ ମୃତ୍ୟୁ ଘଟିଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ତେବେ ଏହି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ କ୍ରୋଧ ରହିଛି । ଏହି ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କୁ ଗିରଫ କରିବାକୁ ଲୋକମାନେ ଦାବି କରୁଛନ୍ତି । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପାଟଣା ୱେଷ୍ଟର ସିଟି ଏସପି ଅଶୋକ ମିଶ୍ର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ କରୁଛନ୍ତି। ପୋଲିସର ସୂଚନାନୁସାରେ, କବିନ୍ଦ୍ର ଯାଦବଙ୍କୁ ପାଞ୍ଚଟି ଗୁଳି ମିଳିଥିଲା। ପୋଲିସ ସିସିଟିଭି ଖୋଜୁଛି। ଯଦିଓ ହତ୍ୟାକାଣ୍ଡର କାରଣ କ’ଣ, ତାହା କହିବା କଷ୍ଟକର | ବର୍ତ୍ତମାନ ମାମଲାର ତଦନ୍ତ ଆରମ୍ଭ ହୋଇଛି ।

ବିରାଟ କୋହଲୀ ଓ ତମନ୍ନା ଭାଟିଆଙ୍କ ନାଁରେ ମକଦ୍ଦମା ଚଳାଇବାକୁ ଆବେଦନ

ଚେନ୍ନାଇ: ଟିମ୍‌ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲୀ ଏବଂ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ବିରୋଧରେ ମାମଲା ରୁଜୁ ସହ ମକଦ୍ଦମା ଚଲାଇବା ପାଇଁ ମାଡ୍ରାସ ହାଇକୋର୍ଟରେ ପିଟିସନ୍ ଦାଖଲ । ଅନ୍‌ଲାଇନ୍ ଜୁଆ ଖେଳକୁ ପ୍ରୋତ୍ସାହିତ କରୁଥିବା ଦର୍ଶାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଚେନ୍ନାଇର ଜଣେ ଆଇନଜୀବୀ ତଥା ସାମାଜିକ କର୍ମୀ ଏ.ପି ସୂର୍ଯ୍ୟପ୍ରକାଶମ୍ ଏହି ପିଟିସନ୍ ଦାଖଲ କରିଛନ୍ତି । ବିରାଟ ଓ ତମନ୍ନାଙ୍କୁ ଗିରଫ କରିବା ସହିତ ଅନ୍‌ଲାଇନ୍ ଜୁଆକୁ ବ୍ୟାନ୍ କରିବାକୁ ସେ କୋର୍ଟ ନିକଟରେ ପ୍ରାର୍ଥନା କରିଛନ୍ତି । ଏଥିସହିତ ସବୁ ପ୍ରକାର ଗେମ୍ୱିଂ ଓ୍ୱେବସାଇଟ୍ ଓ ଆପସ୍‌କୁ ବନ୍ଦ କରିବାକୁ ସେ ଅନୁରୋଧ କରିଛନ୍ତି । ସେ ଆହୁରୀ କହିଛନ୍ତି ଯେ, ଯୁବପିଢ଼ି  ଅନ୍‌ଲାଇନ୍ ଜୁଆ ଖେଳ ଅଭ୍ୟାସରେ ପଡ଼ୁଛନ୍ତି । ଅନ୍‌ଲାଇନ୍ ଜୁଆ ଖେଳ ଚଳାଇଥିବା କମ୍ପାନୀ ଗୁଡ଼ିକ ବିରାଟ ଓ ତମନ୍ନାଙ୍କ ଭଳି ସେଲିବ୍ରିଟିମାନଙ୍କ ଜରିଆରେ  ଯୁବକଯୁବତୀଙ୍କ ବ୍ରେନ୍ ଓ୍ୱାସ୍ କରୁଛନ୍ତି । ସେମାନଙ୍କ ଭଳି ଷ୍ଟାରମାନେ ଏଭଳି ଓ୍ୱେବସାଇଟ ଓ ଆପସ୍ର ପ୍ରୋମସନ୍ କରୁଛନ୍ତି, ଯାହା ଏକ ଅପରାଧ ।

ସୂଚନା ଯୋଗ୍ୟ ଯେ, ଜୁଆ ଖେଳ ଭାରତରେ ବେଆଇନ୍ । ଏହା ସତ୍ତ୍ୱେ ଲୋକେ ବିଭିନ୍ନ ଅନ୍‌ଲାଇନ୍ ଆପସ୍ ଓ ଓ୍ୱେବସାଇଟ୍ ମାଧ୍ୟମରେ ଜୁଆ ଖେଳି ଧରାପଡ଼ିବାର ନଜିର ରହିଛି । ଏହାରି ମଧ୍ୟରେ ଏଭଳି କିଛି ଆପସ୍‌ର ପ୍ରୋମସନ୍ କରି ଅଡ଼ୁଆରେ ପଡ଼ିଛନ୍ତି ବିରାଟ କୋହଲୀ ଓ ତମନ୍ନା ଭାଟିଆ । ସାଧାରଣ ଜନତାଙ୍କ ମଧ୍ୟରେ ବେଶ ଲୋକପ୍ରିୟ ଏହି ସେଲିବ୍ରିଟିଙ୍କୁ ଯୁବପିଢ଼ିଙ୍କୁ ପ୍ରଭାବିତ କରିବା କ୍ଷମତା ରହିଛି । ସେମାନଙ୍କ ଏଭଳି ଆପସ୍‌ର ପ୍ରମୋସନ୍ ଯୁବପିଢ଼ିଙ୍କୁ ଭୁଲ୍ ମାର୍ଗରେ ନେଇଯିବ  । ଯାହା କୁପ୍ରଭାବ ସ୍ୱରୂପ ଏଭଳି ଜୁଆ ଖେଳି ସର୍ବସ୍ୱାନ୍ତ ହେଉଥିବା ମଧ୍ୟ ଦେଖିବାକୁ ମଳିଛି ।

ଅନ୍ତରୀକ୍ଷରୁ ଫେରୁଛନ୍ତି ମହାକାଶଚାରୀ: ସମୁଦ୍ରରେ କରିବେ ଅବତରଣ

ଫ୍ଳୋରିଡା:  ସ୍ପେସ୍ ଏକ୍ସ (Space X) ଏବଂ ନାସା(NASA)ର ଦୁଇ ମହାକାଶଚାରୀ ଆଜି ପୃଥିବୀକୁ ଫେରୁଛନ୍ତି । ମହାକାଶଚାରୀ ରବର୍ଟ ବେହେଙ୍କେନ୍ ଏବଂ ଡଗଲାସ୍ ହର୍ଲି ସ୍ପେସ୍ ଷ୍ଟେସନ୍ ଛାଡି ପୃଥିବୀ ଆଡକୁ ମୁହାଁଇଛନ୍ତି । ସ୍ପେସ୍ ଏକ୍ସ ଏବଂ ନାସା ୪୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ମହାକାଶଚାରୀଙ୍କୁ ସିଧାସଳଖ ସମୁଦ୍ରରେ ଅବତରଣ କରିବାକୁ ଯାଉଛନ୍ତି |ସ୍ପେସ୍ ଏଜେନ୍ସି ନାସା ଟ୍ୱିଟ୍ କରି କହିଛି ଯେ, ସ୍ପେସ୍ ଏକ୍ସ ଡ୍ରାଗନ୍ ଏଣ୍ଡେଭର୍ ସ୍ପେସ୍ ଛାଡି ପୃଥିବୀକୁ ଆସୁଛି । ଆହୁରି ମଧ୍ୟ, ନାସା ପୁନର୍ବାର ଟ୍ୱିଟ୍ କରି କହିଛି ଯେ, ଡ୍ରାଗନ୍ ଏଣ୍ଡେଭେଭର୍ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନର ଚାରିପାଖରେ ଥିବା ଆପ୍ରୋଚ ଏପିଲସାଇଡର ପରଧି ମଧ୍ୟରୁ ବାହାରି ଆସି ଏକ ସୁରକ୍ଷିତ ସ୍ଥାନରେ ଅଛି । ଏଥିସହିତ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରି ନାସା ଲେଖିଛି, ସ୍ପେସ୍ ଏକ୍ସ ଡ୍ରାଗନ୍ ଏଣ୍ଡେଭର୍ କ୍ରମାଗତ ଭାବରେ ତଳକୁ ଗତି କରୁଛି ଏବଂ ସ୍ପେସ୍ ଷ୍ଟେସନର କକ୍ଷପଥ ଆଗରେ ଅଛି ।

ଫ୍ଲୋରିଡା ଆଡ଼କୁ ଗତି କରୁଥିବା ସାଇକ୍ଲୋନ୍ ଇସିଆସ୍

ଶନିବାର ସକାଳେ ବାହାମାସରେ ସାଇକ୍ଲୋନିକ୍ ଇସିଆସ୍‌ ହଇଚଇ ସୃଷ୍ଟି କରିଥିଲା ​​ଏବଂ ବର୍ତ୍ତମାନ ଫ୍ଲୋରିଡା ଆଡ଼କୁ ଗତି କରିଛି। ଘୂର୍ଣ୍ଣିବଳୟ ଯୋଗୁଁ ମହାକାଶଚାରୀମାନେ ଅବତରଣ କରିବାରେ କିଛି ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ଏହାକୁ ଦୃଷ୍ଟିରେ ରଖି ଫ୍ଲୋରିଡାର ପୂର୍ବ ଉପକୂଳରେ ହିଟ୍ କରିବାର ଆଶଙ୍କା କରାଯାଉଛି ।

2011 ପରଠାରୁ ଆମେରିକାର ପ୍ରଥମ ମହାକାଶ ମିଶନ

୨୦୧୧ ପରେ ପ୍ରଥମ ଥର ପାଇଁ ଆମେରିକାର ମାନବ ମିଶନ ମହାକାଶକୁ ଯାଇଛି । ନାସା ମେ’ ୩୦ ରେ କେନେଡି ସ୍ପେସ୍ ସେଣ୍ଟରରୁ ଏହି ମିଶନ ଛାଡିଥିଲେ। ମହାକାଶଚାରୀମାନେ ମେ’ ୩୧ ତାରିଖରୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଅଛନ୍ତି । ଏହି ସମୟ ମଧ୍ୟରେ, ମହାକାଶରେ ଚାଲିବା ବ୍ୟତୀତ ସେ ଅନେକ ପରୀକ୍ଷଣ ମଧ୍ୟ କରିଛନ୍ତି  ।