spot_img
Home Blog Page 6899

ଚୀନରେ ଜନ୍ମନେଲା ଆଉ ଏକ ଭାଇରସ,ଜାଣନ୍ତୁ ଦୁନିଆ ପାଇଁ ଏହା କେତେ ବିପଜ୍ଜନକ…

ବେଜିଂ: ଲାଗୁଛି ଚୀନ୍ ଭାଇରସ ଫ୍ୟାକ୍ଟ୍ରି ହୋଇସାରିଲାଣି । ଗୋଟିଏ ପରେ ଗୋଟିଏ ଭାଇରସ ଚୀନାବାସୀଙ୍କ ଖାଦ୍ୟ ଅଭ୍ୟାସ କାରଣରୁ ଜନ୍ମ ନେବାରେ ଲାଗୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍ କରୋନା ଭାଇରସ କେମିତି ଜନ୍ମ ନେଲା ଜାଣିବାକୁ ଚୀନ୍ ଯାଉଛି,ଏହାରି ଭିତରେ ଚୀନର ଭାଇରସ ଅନ୍ତୁଡିଶାଳାରୁ ଜନ୍ମ ନେଇଛି ଆଉ ଗୋଟିଏ ଭାଇରସ । ଯାହା ବୈଜ୍ଞାନିକଙ୍କ ଚିନ୍ତା ବଢାଇ ଦେଇଛି । ଏହି ନୂଆ ଭାଇରସ ଦ୍ୱାରା ମହାମାରୀ ସୃଷ୍ଟି ହେବା ଆଶଙ୍କା ଅଧିକ ବୋଲି ବୈଜ୍ଞାନିକ କହୁଛନ୍ତି । କାରଣ ମାନବ ଶରିରରେ ଏହାର ପ୍ରତିରୋଧକ ଶକ୍ତି ନାହିଁ । ଜାଣନ୍ତୁ ଏହି ଭାଇରସର ନାମ କ’ଣ ଓ ଏହା କାହିଁକି ଏତେ ବିପଜ୍ଜନକ


ଭାଇରସର ନାମ କ’ଣ ?

ଏହି ଭାଇରସକୁ G4 EA H1N1  ନାମ ଦିଆଯାଇଛି । ବିଶେଷଜ୍ଞଙ୍କ ଆଶଙ୍କା ଯେ, ଏହି ଭାଇରସ ଅଧିକ ମ୍ୟୁଟେଟ୍ ହୋଇ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟଜଣଙ୍କୁ ବ୍ୟାପି ପାରେ । ଦୁନିଆ ପାଇଁ ଚିନ୍ତାଜନକ ଖବର ହେଉଛି ଇନଫ୍ଲୁଏଂଜାର ଏହି ନୂଆ ଭାଇରସ ସେହିସବୁ ଶୀର୍ଷ ରୋଗ ମଧ୍ୟରେ ସାମିଲ ଅଛି ଯାହା ଉପରେ ବିଶେଷଜ୍ଞଙ୍କ ନଜର ରହିଛି । ଯେତେବେଳେ ଦୁନିଆ କରୋନା ଭାଇରସକୁ ଶେଷ କରିବା ପାଇଁ ଯୁଦ୍ଧ ଲଢୁଛି ସେତେବେଳେ ଏହି ନୂଆ ଭାଇରସ ଚିନ୍ତା ବଢାଇ ଦେଇଛି ।

new virus in china

 

କେତେ ବିପଜ୍ଜନକ ଏହି ଭାଇରସ ?

G4 EA H1N1  ଭାଇରସ ଦ୍ୱାରା ଦୁନିଆରେ ମହାମାରୀ ସୃଷ୍ଟି ହେବାର ସମ୍ଭାବନା ରହିଛି । ଚୀନ୍ ବୈଜ୍ଞାନିକଙ୍କ ଅନୁସାରେ ଏହି ଫ୍ଲୁ ଭାଇରସରେ ସେ ସମସ୍ତ ଲକ୍ଷଣ ରହିଛି ଯାହା ମାନବକୁ ସଂକ୍ରମିତ କରିପାରେ । ଏହି ଭାଇରସର ନୀରିକ୍ଷଣ ଆବଶ୍ୟକ । ଯେହେତୁ ଏହି ଭାଇରସ ନୂଆ ତେଣୁ ଲୋକଙ୍କଠାରେ ଏହାର ପ୍ରତିରୋଧକ ଶକ୍ତି କମ ଥିବ କିମ୍ବା ବିଲକୁଲ ନଥିବ ।

କ’ଣ ଆଉ ଏକ ମହାମାରୀର ବିପଦ ରହିଛି ?

new virus

କରୋନା ଭାଇରସ ପୂର୍ବରୁ ଦୁନିଆରେ ଶେଷଥର ପାଇଁ ୨୦୦୯ରେ ଫ୍ଲୁ ମହାମାରୀ ବ୍ୟାପିଥିଲା । ସେତେବେଳେ ଏହାକୁ ସ୍ୱାଇନ୍ ଫ୍ଲୁ କୁହାଯାଇଥିଲା । ମେକ୍ସିକୋରୁ ଆରମ୍ଭ ହୋଇଥିବା ସେହି ଭାଇରସ ଏତେ ଶକ୍ତିଶାଳୀ ନଥିଲା । ବର୍ତ୍ତମାନ କରୋନା କାରଣରୁ ବିଶ୍ୱରେ ୧ କୋଟି ସଂକ୍ରମିତ ହୋଇଛନ୍ତି । ଏମିତିରେ ନୂଆ ଭାଇରସ ଯଦି ବ୍ୟାପେ ତେବେ ତାକୁ ରୋକିବା ଅସମ୍ଭବ ହୋଇ ପଡିବ ।

ଭାଇରସ ବିରୋଧରେ ବର୍ତ୍ତମାନର ଭ୍ୟାକ୍ସିନ୍ କେତେ ସକ୍ଷମ ?

flue virus corona

G4 EA H1N1  ଭାଇରସର ନିଜ କୋଶିକାକୁ ଅନେକ ଗୁଣ ବଢାଇବାର କ୍ଷମତା ରହିଛି । ବୈଜ୍ଞାନିକ ଚୀନ୍ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି । ଫ୍ଲୁ ପାଇଁ ବର୍ତ୍ତମାନ ଉପଲବ୍ଧ ଭ୍ୟାକ୍ସିନ ଏହି ନୂଆ ଭାଇରସ ବିରୋଧରେ ସକ୍ଷମ ନୁହେଁ । ପ୍ରଫେସର ଚାଙ୍ଗ୍ କହିଛନ୍ତି ଯେ, ଆମେ ବର୍ତ୍ତମାନ କରୋନା ସଂକଟ ଭିତରେ ଅଛେ କିନ୍ତୁ ଏବେ ମଧ୍ୟ ଆମେ ସମ୍ଭାବିତ ବିପଦ ଉପରେ ନଜର ରଖିଛୁ ।

ଚୀନ କେମିତି ଭାଇରସ ଫ୍ୟାକ୍ଟ୍ରି ବନି ଯାଇଛି ତାହା ଜାଣିବାକୁ ତଳେ ଦିଆଯାଇଥିବା ଲିଙ୍କ୍ କ୍ଲିକ୍ କରି ପଢନ୍ତୁ ଆଉ ଗୋଟିଏ ଭୟଙ୍କର ଭାଇରସ ବାବଦରେ ,ଯାହା କରୋନା ଭିତରେ ମୁଣ୍ଡ ଟେକିଥିଲା । ଚୀନ୍ ସେତେବେଳେ ଏହା ବାବଦରେ କିଛି କହିନଥିଲା….ସେହି ଭାଇରସର ନାମ ହେଉଛି ହନ୍ତା…

ଅନୀଲ, ରାଜୁ, ସେଠ ଜି ଏବଂ ରାମୁ ପାଖରୁ ଜାଣନ୍ତୁ କରୋନାର ତୃତୀୟ ପର୍ଯ୍ୟାୟକୁ କାହିଁକି ଭୟ କରିବା ଉଚିତ୍ ?

ହୋଟେଲ ତାଜ୍ ଉପରକୁ ବୋମା ମାଡ଼ ନେଇ ଲସ୍କର ଇ ତୋଇବାର ଧମକ

ମୁମ୍ବାଇ :ପୁଣି ଆତଙ୍କବାଦୀଙ୍କ ଟାର୍ଗେଟରେ ମୁମ୍ୱାଇ ପ୍ରସିଦ୍ଧ ହୋଟେଲ ତାଜ । ଏହି ହୋଟେଲ୍‌କୁ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି ଆତଙ୍କବାଦୀ । ସୋମବାର ରାତି  ୧୨ଟା ସମୟରେ ପାକିସ୍ତାନରୁ କେହି ଜଣେ ଫୋନ୍‌ କରି ଏହାକୁ ଉଡ଼ାଇ ଦେବାକୁ ଧମକ ଦେଇଛି । ଏହାପରେ ହୋଟେଲ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Mumbai: Lashkar-e-Taiba threatens to bomb Taj Mahal Palace, Taj ...

ପ୍ରାପ୍ତ ସୂଚନା ମୁତାବକ ରାତି ସାଢେ ୧୨ଟା ସମୟରେ ତାଜର କର୍ମଚାରୀଙ୍କ ନିକଟକୁ ଏହି ଫୋନ ଆସିଥିଲା । ସଂପୃକ୍ତ ବ୍ୟକ୍ତି ନିଜକୁ ଲସ୍କର-ଇ-ତୋଇବାର ସଦସ୍ୟ କହୁଥିଲା ଏବଂ ୨୦୦୮ ପରି ତାଜକୁ ଉଡ଼ାଇଦେବାକୁ ଧମକ ଦେଇଥିଲା । ଏହାର କିଛି ସମୟ ପରେ ବାନ୍ଦ୍ରାସ୍ଥିତ ତାଜଲାଣ୍ଡସ ହୋଟେଲକୁ ଆଉ ଏକ ଫୋନ ଆସି ସମାନ ଧରଣର ଧମକ ଆସିଥିଲା । ଏହା ପରେ ହୋଟେଲ ସରୁକ୍ଷା ବଢ଼ାଯିବା ସହ ପୋଲିସକୁ ଏସମ୍ପର୍କରେ ଅବଗତ କରାଯାଇଛି ।

American arrested at JFK airport for trying to join Lashkar-e-Taiba

ପ୍ରାଥମିକ ତଦନ୍ତର ରିପୋର୍ଟ ଅନୁଯାୟୀ ମୁମ୍ୱାଇ ପୋଲିସ କହିବା ହେଲା ଯେ, ସମ୍ପୃକ୍ତ ନମ୍ୱର ପାକିସ୍ତାନର କରାଚୀ ଅଞ୍ଚଳର । ଏବଂ ବ୍ୟକ୍ତି ଜଣଙ୍କ ଲସ୍କର  ଇ ତୋଇବାର ସଦସ୍ୟ । ତେବେ ଏବେ ମଧ୍ୟ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ସୂଚନା ଯୋଗ୍ୟ ୨୬ ନଭେମ୍ବର ୨୦୦୮ ମସିହାରେ ପାକିସ୍ତାନୀ ଆତଙ୍କବାଦୀମାନେ ତାଜ ହୋଟେଲ ସହ ମୁମ୍ବାଇର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ । ତାଜରେ ବନ୍ଧକ ଥିବା ପର୍ଯ୍ୟଟକଙ୍କୁ ଏନଏସଜି କମାଣ୍ଡୋ ମୁକ୍ତ କରିଥିଲେ ।

ବ୍ୟାନ୍ ପରେ ଆସିଲା TikTokର ପ୍ରତିକ୍ରିୟା,କହିଲା ଚୀନକୁ ଦିଆ ଯାଇନାହିଁ ଭାରତୀୟ ୟୁଜର୍ସଙ୍କ ସୂଚନା

ନୂଆଦିଲ୍ଲୀ. ଭାରତ ସରକାରଙ୍କ ଦ୍ୱାରା ଟିକଟକକୁ ପ୍ରତିବନ୍ଧିତ କରାଯିବା ପରେ ପ୍ରଥମ ଥର ପାଇଁ କଂପାନୀ ତରଫରୁ ପ୍ରତିକ୍ରିୟା ଦିଆଯାଇଛି । କଂପାନୀ କହିଛି ଯେ, ଆମେ କୌଣସି ଭାରତୀୟ ୟୁଜରଙ୍କ ତଥ୍ୟ କୌଣସି ବିଦେଶୀ ସରକାର କିମ୍ବା ଚୀନ ସରକାରଙ୍କୁ ଦେଇନାହୁଁ । ଟିକଟକ୍ ଇଣ୍ଡିଆ ମୁଖ୍ୟ ନିଖିଲ ଗାନ୍ଧୀ କହିଛନ୍ତି ଯେ, ଆମକୁ ନିଜ ସ୍ପଷ୍ଟୀକରଣ ରଖିବାକୁ ସମ୍ବନ୍ଧିତ ସରକାରୀ ବିଭାଗ ପକ୍ଷରୁ ଆମନ୍ତ୍ରଣ କରାଯାଇଛି । ସୂଚନାଯୋଗ୍ୟ ଯେ, ଗତକାଲି ଭାରତ ସରକାର ଟିକଟକ୍ ସମେତ ୫୯ଟି ଚୀନ ଆପ୍ ଉପରେ ପ୍ରତିବନ୍ଧକ ଲାଗୁକରିଛନ୍ତି । ବ୍ୟାନ୍ ପରେ ଏହି ସବୁ ଆପ୍ ଗୁଗୁଲ ପ୍ଲେ’ ଷ୍ଟୋରରୁ ହଟିଯାଇଛି ।

ନିଖିଲ କହିଛନ୍ତି ଯେ, ସରକାର ୫୯ ଆପ୍ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି । ଯାହା ମଧ୍ୟରେ ଟିକଟକ୍  ମଧ୍ୟ ସାମିଲ ଅଛି । ଏହି ବ୍ୟାନକୁ ନେଇ ଆମେ ଖୁବଶୀଘ୍ର ସରକାରଙ୍କ ସହ ଆଲୋଚନା କରିବୁ । ଟିକଟକ୍ ସବୁବେଳେ ଡାଟା ଓ ପ୍ରାଇଭେସିକୁ ନେଇ ପ୍ରତିବଦ୍ଧ ରହି ଆସିଛି । ଆମେ ଭାରତୀୟ ୟୁଜର୍ସଙ୍କ ଡାଟା କେବେ ମଧ୍ୟ ଚୀନ କିମ୍ବା ଅନ୍ୟ ସରକାରଙ୍କୁ ଦେଇନାହୁଁ ।

https://twitter.com/TikTok_IN/status/1277811841364668416/photo/1

ଗୁଗୁଲ ପ୍ଲେ’ଷ୍ଟୋରରୁ ହଟିଲା ଟିକଟକ୍

ଏହାଭିତରେ ଗୁଗୁଲ ପ୍ଲେ’ ଷ୍ଟୋରରୁ ଟିକଟକକୁ ହଟାଇ ଦିଆଯାଇଛି ।ଟିକଟକ୍ ତରଫରୁ କୁହାଯାଇଛି ଯେ, ଟିକଟକ୍ ୧୪ ଭାରତୀୟ ଭାଷାରେ କଣ୍ଟେଣ୍ଟ୍ ଉପଲବ୍ଧ କରାଇ ଇଣ୍ଟରନେଟର ଗଣତାନ୍ତ୍ରିକରଣ କରିଥିଲା । ଅନେକ ଟିକଟକ୍ ଜରିଆରେ ଇଣ୍ଟରନେଟର ଦୁନିଆକୁ ପ୍ରବେଶ କରିଥିଲେ ।

ଟିକଟକ୍ ମୁଖପାତ୍ର କହିଛନ୍ତି ଯେ, ଭାରତ ସରକାର ୫୯ ଆପ୍ ଉପରେ ବ୍ୟାନ୍ ପାଇଁ ଅନ୍ତରୀଣ ଆଦେଶ ଦେଇଛନ୍ତି । ବାଇଟଡାନ୍ସ ଟିମର ୨ ହଜାର କର୍ମଚାରୀ ଭାରତରେ ଦେଶର ନିୟମ ଅନୁସାରେ କାମ କରୁଛନ୍ତି । ଭାରତରେ ଥିବା ଲକ୍ଷାଧିକ ୟୁଜର୍ସଙ୍କ ପାଇଁ ଆମେ ଗର୍ବିତ ।

ଭାରତୀୟ କଂପାନୀଙ୍କ ସ୍ୱାଗତ

ଅନ୍ୟପକ୍ଷରେ ଭାରତୀୟ କଂପାନୀ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ଟିକଟକର ପ୍ରତିଦ୍ୱନ୍ଦ୍ୱି ଭିଡିଓ ଆପ୍ ରୋପେସୋର ମୁଳ କଂପାନୀ ଇନମୋବି ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି । ସେହିଭଳି ବୋଲୋ ଇଣ୍ଡିଆ କହିଛି ଯେ, ଟିକଟକ୍ ଉପରେ ପ୍ରତିବନ୍ଧକ ସେମାନଙ୍କ ପାଇଁ ବଜାର ଖୋଲିଦେବ ।

 

ଆନ୍ଧ୍ରପ୍ରଦେଶରେ ପୁଣି ବିଷାକ୍ତ ଗ୍ୟାସ୍ ଲିକ୍: ୨ ମୃତ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପୁଣି ଗ୍ୟାସ୍ ଲିକ୍ । ଏଥିରେ ୨ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି । ୪ ଗୁରୁତରଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପରଓ୍ୱାଡାର ଏକ ଔଷଧ ଉତ୍ପାଦନକାରୀ କମ୍ପାନୀରେ ଗତକାଲି ବିଳମ୍ବିତ ରାତିରେ ଗ୍ୟାସ ଲିକ ହୋଇଥିଲା । ବେଞ୍ଜି ମେଡିଜୋଲ ନାମକ ଏକ ବିଷାକ୍ତ ଗ୍ୟାସ ଲିକ ହୋଇଥିଲା । ଏହାର ପ୍ରଭାବରେ ୨ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣ ଗୁରୁତର ହୋଇଛନ୍ତି ।

Andhra Pradesh: Gas leak at Sainor Life Sciences in Visakhapatnam ...

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଗ୍ୟାସ ଅନ୍ୟ ଆଡେ ବ୍ୟାପିନଥିବା ପୋଲିସ କହିଛି । ଘଟଣା ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ. ଏସ. ଜଗନରେଡ୍ଡୀ ସବିଶେଷ ରିପୋର୍ଟ ମାଗିଛନ୍ତି ।

ଦେଖନ୍ତୁ ଗ୍ୟାସ ଲିକର ଭୟଙ୍କର ଚିତ୍ର: ଯେତେବେଳେ ଅଚେତ ହୋଇ ନାଳରେ ପଡ଼ିବାକୁ ଲାଗିଲେ ଲୋକ

ଗତ ୨ ମାସ ତଳେ ବିଶାଖାପାଟଣାର ଏକ କେମିକାଲ ପ୍ଲାଣ୍ଟରୁ ଗ୍ୟାସ ଲିକ୍ ହୋଇ ୨ ଶିଶୁଙ୍କ ସମେତ ୧୧ଜଣ ପ୍ରାଣ ହରାଇଥିଲେ । ପ୍ରାୟ ଏକ ହଜାର ଲୋକ ବିଷାକ୍ତ ଗ୍ୟାସ ପ୍ରଭାବରେ ଅସୁସ୍ଥ ହୋଇଥିଲେ ।

ନଦୀକୁ ଡେଇଁ ମା’ ଝିଅ ନିଖୋଜ: ଆତ୍ମହତ୍ୟା ଅଭିଯୋଗ

ସମ୍ୱଲପୁର: ସମ୍ବଲପୁରରେ ମହାନଦୀକୁ ଡେଇଁ ମା’ ଝିଅ ନିଖୋଜ । ମା’ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଚାଉଁରପୁର ନିକଟରେ ମହାନଦୀର ଦ୍ବିତୀୟ ସେତୁ ଉପରୁ ଉଭୟ ପାଣିକୁ ଡେଇଁ ପଡ଼ିଛନ୍ତି । ଖବର ପାଇ ପୋଲିସ ପହଞ୍ଚି ଘଟଣାସ୍ଥଳରୁ ସ୍କୁଟି , ମୋବାଇଲ ଓ ଚପଲ ଜବତ କରିଛି । ସୂଚନା ଅନୁସାରେ ଧମା ଅଞ୍ଚଳର ମା ଝିଅ ଗତକାଲି ଦିନ ୧୨ଟାରେ ଘରୁ ବାହିରଥିଲେ । ଦୀର୍ଘ ସମୟଧରି ଘରକୁ ନଫେରିବାରୁ ପରିବାର ଲୋକେ ପୋଲିସରେ ଖବର ଦେଇଥିଲେ । ସକାଳୁ ଅଗ୍ନିଶମ ବାହିନୀ କର୍ମଚାରୀ ଦୁହିଁଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି ।

https://youtu.be/ar1ltLpBjOY

 

 

ଟିକଟକ୍ ବଦଳରେ ଏହି ଆପ୍ ମଧ୍ୟ ଆପଣ ବ୍ୟବହାର କରି ପାରିବେ ,ଜାଣନ୍ତୁ ଚାଇନା ଆପର ବିକଳ୍ପ ସବୁ କ’ଣ ?

ଭୁବନେଶ୍ୱର: ଭାରତ ସରକାର ଡ୍ରାଗନ ଉପରେ ଅର୍ଥନୈତିକ ସର୍ଜିକାଲ ଷ୍ଟ୍ରାଇକ୍ କରିଛନ୍ତି । ଗୋଟିଏ ରାତିରେ ୫୯ ଚାଇନିଜ୍ ଆପକୁ ଦେଶରେ ବ୍ୟାନ୍ କରିଛନ୍ତି ସରକାର । ଏମିତିରେ ଟିକଟକ୍ ଭଳି ଆପ୍ ବ୍ୟବହାର କରୁଥିବା ୟୁଜର୍ସଙ୍କ ମନ ଟିକେ ଉଣା । ତେବେ ଦେଶରୁ ଡାଟା ଚୋରି ରୋକିବା ପାଇଁ ଏହା ଜରୁରୀ ଥିଲା । କିନ୍ତୁ ତା’ର ଅର୍ଥ ନୁହେଁ ଏହି ସବୁ ଚାଇନିଜ୍ ଆପଙ୍କର କୌଣସି ବିକଳ୍ପ ନାହିଁ । ନିଶ୍ଚିତ ଭାବେ ଏହି ସବୁ ଆପଙ୍କର ବିକଳ୍ପ ରହିଛି । ଆସନ୍ତୁ ଜାଣିବା କେଉଁ ଚାଇନିଜ୍ ଆପ ବଦଳରେ ଆପଣ କ’ଣ ବ୍ୟବହାର କରିପାରିବେ

chinese aaps

ଟିକଟକ୍: ଟିକଟକ୍ ଥିଲା ସବୁ ଚାଇନିଜ୍ ଆପ୍ ଭିତରେ ଅଧିକ ପପୁଲାର । ସର୍ଟ ଭିଡିଓ,ଡ୍ୟାନସ୍ ଷ୍ଟେପ୍ ସେୟାର କରିବା ପାଇଁ ଏହା ଭାରତୀୟ ଯୁବବର୍ଗ ମଧ୍ୟରେ ସବୁଠୁ ଲୋକପ୍ରିୟ ଥିଲା । ତେବେ ଏହାର ବିକଳ୍ପ ମଧ୍ୟ ରହିଛି

ବିକଳ୍ପ-ସେୟାରଚାଟ୍

ଜେଣ୍ଡର ଓ ସେୟାର ଇଟ୍: ଫିଲ୍ମ ଓ ବଡ ଫାଇଲ ଟ୍ରାନ୍ସଫର ପାଇଁ ବ୍ୟବହୃତ ହେଉଥିଲା
ବିକଳ୍ପ: ଡ୍ରପବକ୍ସ କିମ୍ବା ଗୁଗଲ ଡ୍ରାଇଭ୍

କ୍ୱାଇ,ହେଲୋ,ଲାଇକି,ବିଗୋ ଲାଇଭ୍: ଭିଡିଓ ସେୟାରିଂ ଆପ୍

ବିକଳ୍ପ:ସେୟାର ଚାଟ୍ କିମ୍ବା ରୋପସୋ

କ୍ୟାମସ୍କାନର: ଦସ୍ତାବିଜର ଡିଜିଟାଲ ସ୍କାନିଂ ପାଇଁ ବ୍ୟବହୃତ ହେଉଥିଲା

ବିକଳ୍ପ: ଆଡୋବ୍ ସ୍କାନ୍,ମାଇକ୍ରୋସଫ୍ଟ ଅଫିସ ଓ ଗୁଗଲ ଡ୍ରାଇଭ୍

ୟୁସି ବ୍ରାଉଜର ଓ ଅପସ ବ୍ରାଉଜର: ଚାଇନିଜ୍ ସ୍ମାର୍ଟ ଫୋନ୍ ସହ ଆସୁଥିବା ବ୍ରାଉଜର

ବିକଳ୍ପ: ଗୁଗଲ କ୍ରୋମ୍,ବ୍ରେଭ୍ ଏବଂ ଆହୁରି ଅନେକ ଆପ୍ ଅଛନ୍ତି

ୟୁସି ନ୍ୟୁଜ୍: ଖବର,ଆର୍ଟିକଲ ସାଇଟ୍

ବିକଳ୍ପ: ଇନସର୍ଟ ଓ ଡେଲି ହଣ୍ଟ୍

ବାଇଡୁ ମ୍ୟାପ୍: ମ୍ୟାପ ସମ୍ବନ୍ଧିୟ ସୂଚନା

ବିକଳ୍ପ: ଗୁଗଲ ମ୍ୟାପ୍,ମ୍ୟାପମାଇଇଣ୍ଡିଆ

କ୍ଲବ୍ ଫ୍ୟାକ୍ଟ୍ରି ଓ ସେଇନ୍: ଭାରତୀୟ ଫେସନ୍ ବ୍ରାଣ୍ଡଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଚାଇନିଜ୍ ଆପ୍

ବିକଳ୍ପ: ଫ୍ଲିପକାର୍ଟ,ଆମାଜନ ଓ ମାଇନ୍ତ୍ରା ଭଳି ଆପ୍

ଭାଇରସ କ୍ଲିନର: ସ୍ମାର୍ଟଫୋନ୍ ପାଇଁ ଆଣ୍ଟି ଭାଇରସ ଆପ୍

ବିକଳ୍ପ: ଅନେକ ବିକଳ୍ପ ଉପଲବ୍ଧ,ଯେମିତି ଆଭସ୍ତ ଆଣ୍ଟିଭାଇରସ

ଭାରତର ପ୍ରଥମ କୋଭିଡ୍-୧୯ ଟିକାକୁ ମାନବ କ୍ଲିନିକାଲ ଟ୍ରାଏଲ ପାଇଁ ଡିସିଜିଆଇର ସବୁଜ ସଂକେତ

ହାଇଦ୍ରାବାଦ: ଦେଶର ପ୍ରଥମ ସମ୍ଭାବ୍ୟ କୋଭିଡ୍-୧୯ ଟିକାକୁ ଡ୍ରଗ୍ କଣ୍ଟ୍ରୋଲର ଜେନରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ପ୍ରଥମ ଓ ଦ୍ୱିତୀୟ ମାନବୀୟ ଟ୍ରାଏଲ ପାଇଁ ସବୁଜ ସଂକେତ ଦେଇଛି । ଜୁଲାଇରୁ ଦେଶ ବ୍ୟାପି ଏହାର ଟ୍ରାଏଲ ଆରମ୍ଭ ହେବ । ଏହି  ଟିକାର ନାମ କୋଭାକ୍ସିନ୍ ରଖାଯାଇଛି ।

Covid-19 vaccine by Bharat Biotech first to get human trials nod ...

ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ସହ ମିଳିତ ଭାବେ ଏହି ଟିକା ପ୍ରସ୍ତୁତ କରିଛି । ଏହା ସାରସ-କୋଭ୍-୨ ଭାଇରସର ଷ୍ଟ୍ରେନରୁ ପ୍ରସ୍ତୁତ ଏକ ନିଷ୍କ୍ରିୟ ଭ୍ୟାକ୍ସିନ୍ ଅଟେ । ପ୍ରାଥମିକ ପର୍ଯ୍ୟାୟରେ ଏହି ଭ୍ୟାକ୍ସିନ୍ ଭଲ ଫଳାଫଳ ଦେଖାଇଛି ।

ଅନ୍ୟପକ୍ଷରେ ବିଶ୍ୱସ୍ତରରେ ଆଷ୍ଟ୍ରାଜେନକାର ଭ୍ୟାକ୍ସିନ ଓ ମୋଡେର୍ଣ୍ଣା ଭ୍ୟାକ୍ସିନ ପ୍ରଥମେ କରୋନା ଟିକା ବଜାରକୁ ଆଣିବେ ବୋଲି ଆଶା କରାଯାଉଛି । ମୋଡେର୍ଣ୍ଣା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜୁଲାଇ ମଧ୍ୟଭାଗରୁ ଆରମ୍ଭ ହେବ । ଏଣେ  ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ମିଶି ଆଷ୍ଟ୍ରାଜେନକା ପ୍ରସ୍ତୁତ କରୁଥିବା ଟିକାର ବ୍ୟାପକସ୍ତରରେ ମାନବୀୟ ପରୀକ୍ଷଣ ଆରମ୍ଭ ହୋଇ ସାରିଛି । ସେପଟେ ଚୀନ୍ ମଧ୍ୟ କ୍ୟାନସିନୋ ବାୟୋଲଜିକ୍ସ ସହ ମିଶି ପ୍ରସ୍ତୁତ କରୁଥିବା ଟିକା ମଧ୍ୟ ଭଳ ଫଳାଫଳ ଦେଖାଉଛି ।

 

 

ରାଜ୍ୟରେ ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ କୋଭିଡ ଟେଷ୍ଟିଂ: ୨୦୬ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୦୬ କରୋନା ସଂକ୍ରମିତ । ସେମାନଙ୍କ ମଧ୍ୟରୁ ୧୯୨ ଜଣ କ୍ୱାରେଣ୍ଟାଇନ୍‌ରୁ ଓ ଅନ୍ୟ ୧୪ ଜଣ ସ୍ଥାନୀୟ ଅଞ୍ଚଳ ବା ଲୋକାଲ କଣ୍ଟାକ୍ଟ ।  ଏଥିସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ୬୫ରେ ପହଞ୍ଚିଛି । ନୂଆ କରି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ  ଅନୁଗୁଳ ୬, ବାଲେଶ୍ୱର ୫, ଭଦ୍ରକ ୪, ବଲାଙ୍ଗୀର ୧୬, ବୌଦ୍ଧ ୧, କଟକ ୧୭, ଦେବଗଡ଼ ୧୫, ଢେଙ୍କାନାଳ ୪, ଗଞ୍ଜାମ ୩, ଜଗତସିଂହପୁର ୧୭, ଯାଜପୁର ୨୮ ।

ଝାରସୁଗୁଡ଼ା ୩, କେନ୍ଦ୍ରାପଡ଼ା ୪, କେନ୍ଦୁଝର ୬, ଖୋର୍ଦ୍ଧା ୭, କୋରାପୁଟ ୧୮, ମାଲକାନଗିରିରୁ ୩୬, ମୟୂରଭଞ୍ଜରୁ ୭, ନୟାଗଡ଼ରୁ ୧, ପୁରୀରୁ ୧, ସମ୍ୱଲପୁର ୪, ଏବଂ ପଶ୍ଚିମବଙ୍ଗ ଫେରନ୍ତା ଜଣେ ଏନ୍‌ଡିଆରଏଫ୍ ଯବାନ ।

ତେବେ ରାଜ୍ୟରେ କରୋନା ଟେଷ୍ଟିଂ ବଢ଼ୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏଯାବତ୍ ରାଜ୍ୟରେ ମୋଟ ୨ଲକ୍ଷ ୬୫ ହଜାର ୪୩୧ କରୋନା ଟେଷ୍ଟିଂ ହୋଇଛି । ସେମାନଙ୍କ ମଧ୍ୟରୁ ୭ ହଜାର ୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୯୪୬ ଜଣ ସୁସ୍ଥ ହୋଇଘରକୁ ଫେରିଛନ୍ତି ଏବଂ ୨ହଜାର ୮୭ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ଆଜିଠାରୁ ୬ ଦିନ ପାଇଁ ଛତ୍ରପୁର ଏନ୍ଏସି ସଟ୍‌ଡାଉନ୍‌

ବ୍ରହ୍ମପୁର: ଆଜିଠୁ ୬ ଦିନ ଯାଏଁ ଛତ୍ରପୁର NAC ସଟଡାଉନ୍ । ଛତ୍ରପୁର NACର ୧୪ଟି ଓ୍ବାର୍ଡକୁ ସଟଡାଉନ୍ ଘୋଷଣା କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଛାଡ଼ି ଅନ୍ୟ ସବୁ ଦୋକାନ ବନ୍ଦ ରହିଛି । ଛତ୍ରପୁର ଏନଏସି ସଟଡାଉନ ନେଇ ଗତକାଲି ଗଞ୍ଜାମ ଜିଲ୍ଲାପାଳ ଘୋଷଣା କରିଥିଲେ । ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା

Collector & District Magistrate, Ganjam on Twitter:

ସୂଚନା ଯୋଗ୍ୟ ଯେ, ରାଜ୍ୟର ଅନ୍ୟ ଜିଲ୍ଳା ଅପେକ୍ଷା ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି । ଏହାକୁ ଦୃଷ୍ଟିରେ ରଖି ଭୂତାଣୁ ସଂକ୍ରମଣ ରୋକିବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଲଗାତାର ଭାବେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି ।  ଏହା ପୂର୍ବରୁ ବ୍ରହ୍ମପୁର ମହାନଗରକୁ ମଧ୍ୟ ସଟ୍‌ଡାଉନ୍‌ ଘୋଷଣା କରିଥିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ । ୪ ଦିନ ପାଇଁ ସଟଡାଉନ୍‌ କରାଯାଇଛି ।

Vijay IAS on Twitter:

ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ୍‌ ଥିବା ବେଳେ ସୋମବାର ଓ ମଙ୍ଗଳବାର ମଧ୍ୟ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି  । ଅର୍ଥାତ ଆଜି ହେଉଛି ବ୍ରହ୍ମପୁରରେ ସଟ୍‌ଡାଉନ୍‌ର ଶେଷ ଦିନ । ସଟଡାଉନ୍ ସମୟରେ ୭୦ ଟି ମେଡିକାଲ ଟିମ୍ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସଂକ୍ରମିତଙ୍କ ଚିହ୍ନଟ କରିଛି । ଏଥିସହିତ ଆବଶ୍ୟକସ୍ଥଳେ କିଛି ଅଞ୍ଚଳକୁ ସିଲ୍ ମଧ୍ୟ କରାଯାଇଛି । ଏଥିସହିତ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ମଧ୍ୟ ସିଲ୍ କରାଯାଇଛି ।