spot_img
Home Blog Page 6900

ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ

ରାଉରକେଲା: ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ମାମଲା କ୍ରାଇମବ୍ରାଞ୍ଚ ତଦନ୍ତ  ଆରମ୍ଭ । ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମ ଓ ପରେ ଗର୍ଭପାତ କରାଯାଇଥିବା ନେଇ ହୋଇଥିଲା ମାମଲା । କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ହେବା ପରେ କ୍ରାଇମବ୍ରାଞ୍ଚର ଜଣେ ଡିଏସପି ଙ୍କ ନେତୃତ୍ୱରେ ମଙ୍ଗଳବାର ଠାରୁ ତଦନ୍ତ ଆରମ୍ଭ ।

Police arrests 3 PLFI members in Sundergarh

ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଥିବା ତଥା ନିଜ କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ ବୀରମିତ୍ରପୁର ଥାନା ଆଇଆଇସିଙ୍କୁ ଗତ ୨୬ ତାରିଖରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ବୀରମିତ୍ରପୁର ଥାନାର ବଡ଼ବାବୁଙ୍କ ସହ ଅନ୍ୟ ଜଣେ ପୋଲିସ, ସାଵତ ଵାପା ଓ ଦୁଇ ଜଣ ଯୁବକ ଦୁଷ୍କର୍ମ କରିଥିବା ରାଏବୋଗା ଥାନାରେ ଗତ ୨୩ତାରିଖରେ ଅଭିଯୋଗ ହୋଇଥିଲା। ତେବେ ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି ।

Gujarat: Tantrik, Associate Rape Minor Girl In Ashram While ...

ଦୁଷ୍କର୍ମ ପରେ ନାଵାଳିକା ଗର୍ଭବତୀ ହୋଇଥିବା CWC  ନିକଟରେ ନାଵାଳିକା ଅଭିଯୋଗ କରିଥିଲେ । ବୀରମିତ୍ରପୁର ଥାନାରେ ମାମଲା ରୁଜୁ କରାନଯାଇ ଗତ ୧୫ ତାରିଖ  ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାବାଳିକାଙ୍କ ଗର୍ଭପାତ କରାଯାଇଥିବା  ଅଭିଯୋଗ ହୋଇଥିଲା।

୫୯ ଚାଇନିଜ ଆପକୁ ଭାରତ ବ୍ୟାନ କଲା ପରେ ଜାଣନ୍ତୁ କଣ କହୁଛି ଚୀନ ଗଣମାଧ୍ୟମ

ବେଜିଂ: ଲଦାଖର ଗଲବାନ୍ ଉପତ୍ୟକାରେ ଭାରତ-ଚୀନ୍ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ସୋମବାର ଦିନ ଭାରତ ସରକାର ଚୀନ୍‌ରୁ ୫୯ ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଆପଗୁଡ଼ିକରେ ଟିକଟକ୍, ୟୁସି ବ୍ରାଉଜର, ହେଲୋ ଏବଂ ସେୟାର୍ ଭଳି ବହୁ ଲୋକପ୍ରିୟ ଆପ୍ ଅନ୍ତର୍ଭୁକ୍ତ । ଭାରତ ଯୁକ୍ତି କରିଛି ଯେ ଏହି ଚାଇନା ଆପ୍ ଗୁଡ଼ିକର ସର୍ଭର ଭାରତ ବାହାରେ ଅଛି ଏବଂ ବ୍ୟବହାରକାରୀଙ୍କ ତଥ୍ୟ ସେମାନଙ୍କ ମାଧ୍ୟମରେ ଚୋରି ହେଉଛି। ଅନ୍ୟପକ୍ଷରେ, ଚୀନ୍ ସରକାର ଏ ବାବଦରେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ ମଧ୍ୟ ଚୀନ୍ ସରକାରୀ ଗଣମାଧ୍ୟମ ଭାରତର ପଦକ୍ଷେପକୁ ଆମେରିକାର ନକଲ ବୋଲି ବର୍ଣ୍ଣନା କରିଛି। ଚୀନ୍‌ର ସରକାରୀ ଖବରକାଗଜରେ କୁହାଯାଇଛି ଯେ, ଚୀନ୍ ସାମଗ୍ରୀକୁ ବଏକଟ୍ କରିବା ପାଇଁ ଭାରତ ମଧ୍ୟ ଆମେରିକା ଭଳି ବାହାନା ଖୋଜୁଛି ।

ଜଣାଇ ରଖୁଛୁ ଯେ, ଭାରତ ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହି ଆପସ୍ ଦ୍ୱାରା ଦେଶର ସୁରକ୍ଷା ଏବଂ ଏକତା ପ୍ରତି ବିପଦ ସୃଷ୍ଟି ହୋଇଛି, ସେଥିପାଇଁ ସେମାନଙ୍କୁ ବ୍ୟାନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା 69A ଅନୁଯାୟୀ ସରକାର ଏହି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ସୂଚନା ମନ୍ତ୍ରଣାଳୟ ଗ୍ରହଣ କରିଥିବା ଅଭିଯୋଗରେ କୁହାଯାଇଛି ଯେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ କିଛି ଚାଇନିଜ୍ ମୋବାଇଲ୍ ଆପ୍ ଅପବ୍ୟବହାର କରାଯାଉଛି। ଏହି ଆପଗୁଡ଼ିକ ଗୁପ୍ତ ଏବଂ ବେଆଇନ ଭାବେ ୟୁଜର୍ ଡାଟା ଚୋରି କରି ଭାରତ ବାହାରେ ଥିବା ସର୍ଭରକୁ ପଠାଉଥିଲା । ଏହା ବ୍ୟତୀତ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର, ଗୃହ ମନ୍ତ୍ରଣାଳୟକୁ ମଧ୍ୟ ଏହିପରି ବିପଜ୍ଜନକ ଆପକୁ ତୁରନ୍ତ ନିଷିଦ୍ଧ କରିବାକୁ ସୁପାରିଶ ପଠାଯାଇଛି ।

ପ୍ରତିକ୍ରିୟାଶୀଳ ହେଲା ଚୀନ ଗଣମାଧ୍ୟମ

ଭାରତର ଏହି ପଦକ୍ଷେପ ଚୀନ୍‌ର ସରକାରୀ ଗଣମାଧ୍ୟମକୁ କ୍ରୋଧିତ କରିଛି । ଚୀନ୍‌ର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଭାରତର ଏହି ପଦକ୍ଷେପକୁ ଆମେରିକାର ନିକଟତରତା ବୋଲି ବର୍ଣ୍ଣନା କରିଛି । ଖବରକାଗଜ ଅଭିଯୋଗ କରିଛି ଯେ ମାଲୱେୟାର, ଟ୍ରୋଜନ୍ ହୋର୍ସ ଏବଂ ଜାତୀୟ ସୁରକ୍ଷା ପ୍ରତି ବିପଦ ଭାବରେ ଚୀନ୍ ପକ୍ଷରୁ ଏଭଳି ପ୍ରତିବନ୍ଧକ ଲଗାଯାଇଛି। ଖବରକାଗଜ ଅନୁଯାୟୀ ଆମେରିକା ମଧ୍ୟ ଜାତୀୟତା ନାମରେ ଚୀନ୍‌ର ସାମଗ୍ରୀକୁ ଟାର୍ଗେଟ କରିବା ଆରମ୍ଭ କରିଛି। ଚୀନ୍ ଗଣମାଧ୍ୟମ ପୁଣିଥରେ ଦୋହରାଇଛି ଯେ ଏଭଳି ପଦକ୍ଷେପ କେବଳ ଭାରତର ଅର୍ଥନୀତିକୁ କ୍ଷତି ପହଞ୍ଚାଇବ। ଶକ୍ତି ମନ୍ତ୍ରୀ ଆର.କେ ସିଂଙ୍କ ବିବୃତ୍ତି ସମ୍ପର୍କରେ ଖବରକାଗଜ କହିଛି ଯେ ଚୀନ୍‌ରୁ ଭାରତ ୪୨ ମିଲିୟନ ଡଲାରର ସୋଲର ମଡ୍ୟୁଲ ଆମଦାନୀ କରୁଛି। ଏଥିସହ ଚୀନ୍ ଦ୍ୱାରା ନିର୍ମିତ ଯନ୍ତ୍ରପାତି ମାଧ୍ୟମରେ ଭାରତୀୟ ଶକ୍ତି କମ୍ପାନୀଗୁଡିକ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ବଏକଟ୍ କଲ୍ ଅତ୍ୟନ୍ତ କଷ୍ଟକର ମନେହୁଏ |

 

ବ୍ୟବସାୟ ୩୦% ହ୍ରାସ ପାଇବ, ଚୀନ୍ ଅସନ୍ତୁଷ୍ଟ

ଗ୍ଲୋବାଲ ଟାଇମ୍ସର ଅନ୍ୟ ଏକ ଆର୍ଟିକିଲରେ ଭାରତରୁ ହ୍ରାସ ପାଉଥିବା ବ୍ୟବସାୟକୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ବାଣିଜ୍ୟ ହ୍ରାସ ହେତୁ ଚୀନ୍ କ୍ରମାଗତ ଭାବରେ କହିଛି ଯେ ଭାରତ ଅଧିକ ଅସୁବିଧାରେ ପଡିଛି, କିନ୍ତୁ ଚୀନ୍ ନିଜେ ଭୟଭୀତ ଅଛି । ଚୀନ୍ ଗଣମାଧ୍ୟମ ସ୍ୱୀକାର କରିଛି ଯେ ଉତ୍ତେଜନା ପରେ ଏବଂ କୋଭିଡ -୧୯ କାରଣରୁ ଭାରତ-ଚୀନ୍ ବାଣିଜ୍ୟ ଚଳିତ ବର୍ଷ ୩୦% ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ଚୀନ୍ ଅନୁଯାୟୀ ବାଣିଜ୍ୟ ଅନେକ କ୍ଷେତ୍ରରେ ହ୍ରାସ ପାଇବାରେ ଲାଗିଛି, ଯାହା ଉଭୟ ଦେଶ ପାଇଁ ଏକ ମହଙ୍ଗା ଚୁକ୍ତି ବୋଲି ପ୍ରମାଣିତ ହେବାକୁ ଯାଉଛି। ଖବରକାଗଜ ଅଭିଯୋଗ କରିଛି ଯେ ଜୁନ୍ ୨୨ ରୁ ଚୀନ୍ ଯାଉଥିବା ମାଲ ଉପରେ ଭାରତ ଅତିରିକ୍ତ କଷ୍ଟମ୍ ଡ୍ୟୁଟି ଲାଗୁ କରିବା ଆରମ୍ଭ କରିଛି, ଯାହା ଆପଲ୍, ସିସ୍କୋ ଏବଂ ଡେଲ ଭଳି ବଡ କମ୍ପାନୀ ଉପରେ ପ୍ରଭାବ ପକାଇବ।

ସରକାରୀ ଡାକ୍ତରଖାନାରେ ଶୋଷଣ: ରୋଗୀଙ୍କ ଠାରୁ ରକ୍ତ ବାବଦରେ ନିଆଯାଉଛି ମାତ୍ରାଧିକ ଟଙ୍କା

ସମ୍ୱଲପୁର: ବୁର୍ଲା ଭିମସାର ମେଡିକାଲ ବିରୋଧରେ ଅଭିଯୋଗ । ରକ୍ତ ବଦଳରେ ରୋଗୀଙ୍କଠାରୁ ନିଆଯାଉଛି ଟଙ୍କା । ଶୋଷଣର ଶିକାର ହେଉଛନ୍ତି ରୋଗୀ ଓ ସଂପର୍କୀୟ । ସେପଟେ ସନ୍ତୋଷଜନକ ଉତ୍ତର ରଖୁନାହାନ୍ତି ରକ୍ତ ଭଣ୍ଡାର ଅଧିକାରୀ ।

ପୁଣି ବିବାଦରେ ବୁର୍ଲା ମେଡିକାଲ । ଭିମସାର ରକ୍ତ ଭଣ୍ଡାରରେ ଦୁର୍ନୀତି ଅଭିଯୋଗ । ରୋଗୀଙ୍କଠାରୁ ରକ୍ତ ବାବଦରେ ମାତ୍ରାଧିକ ଅର୍ଥ ନିଆଯାଉଥିବା ଅଭିଯୋଗ ହୋଇଛି । ରସିଦ ଯାଉନାହିଁ । କିଛି ରସିଦରେ ଲେଖା ଯାଇଥିବା ଅର୍ଥଠାରୁ ଅଧିକ ଅର୍ଥ ଆଦାୟ ହେଉଛି । ଦିଆଯାଉଥିବା ରସିଦରେ ୟୁନିଟ୍ ନମ୍ବର ମଧ୍ୟ ଲେଖା ଯାଉନଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।

ଭିମସାରରେ ରୋଗୀଙ୍କୁ ରକ୍ତ ବଦଳରେ ମାଗଣାରେ ରକ୍ତ ଦେବାର ବ୍ୟବସ୍ଥା ଅଛି । ବେସରକାରୀ ନର୍ସିଂ ହୋମ୍ ରୋଗୀଙ୍କୁ ରକ୍ତ ଦେବା ପାଇଁ ୨୦୦ ଟଙ୍କା ନିଆଯିବ । କିନ୍ତୁ ଭିମସାରରେ ଏହି ନିୟମ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି ।

ଉଭୟ ଭିମସାର ଓ ବାହାର ରୋଗୀଙ୍କଠାରୁ ମାତ୍ରାଧିକ ଅର୍ଥ ନିଆଯାଉଥିବା ଅଭିଯୋଗ ହେଉଛି । ରୋଗୀଙ୍କୁ ବଞ୍ଚାଇବା ପାଇଁ ସ୍ୱେଚ୍ଛାସେବୀମାନେ ରକ୍ତଦାନ କରନ୍ତି । କିନ୍ତୁ ସେହି ରକ୍ତ ବିକି କିଛି ଲୋକ ମାମଲାମାଲ ହେଉଥିବା ଅଭିଯୋଗର ତଦନ୍ତ ପାଇଁ ସବୁ ମହଲରେ ଦାବି ହେଉଛି ।

 

ମାତୃଭୂମି ପ୍ରେସ୍‌ରେ ଅଗ୍ନିକାଣ୍ଡ: କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ

କଟକ: ଦରଘାବଜାରରେ ସ୍ଥିତ ପୁରାତନ ମାତୃଭୂମି ପ୍ରେସରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ରାତି ସାଢେ ୩ଟାରେ ହଠାତ ପ୍ରେସର ତଳ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ଏନେଇ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀର ୬ଟି ଟିମ୍‌ । ଏହା ପରେ ନିଆଁକୁ ଆୟତ୍ତ କରିବା କାମରେ ଲାଗିଥିଲେ।

ତ୍ୱରିତ ପଦକ୍ଷେପ ଯୋଗୁ ଏବେ ନିଆଁ ଆୟତ୍ତ ହୋଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ଏବେବି ୨ଟି ଦମକଳ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପ୍ରେସରେ ଥିବା ଲୋକଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀ ସୁରକ୍ଷିତ ଉଦ୍ଧାର କରିଛନ୍ତି । କୌଣସି ବ୍ୟକ୍ତିଙ୍କ ମୃତାହତ ନେଇ ମଧ୍ୟ କୌଣସି ସୂଚନା ନାହିଁ ।

ଅନ୍‌ଲକ୍‌ ୨.୦ ପାଇଁ ଗାଇଡଲାଇନ୍ ଜାରି: ଜାଣନ୍ତୁ କ’ଣ ରହିଛି ନୂଆ ନିୟମ

ଭୁବନେଶ୍ୱର: ଆଜି ସରୁଛି ଅନ୍‌ଲକ୍‌ ଇଣ୍ଡିଆ ୧.୦ । ତା’ପୂର୍ବରୁ ଅନଲକ୍‌-୨ ଗାଇଡଲାଇନ୍‌ ଜାରି କରିଛନ୍ତି କେନ୍ଦ୍ର ସରକାର । ଅନଲକ୍-୨ରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଅନୁସାରେ ଆନ୍ତର୍ଜାତିକ ବିମାନ ସେବା ବନ୍ଦ ରହିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତାଲିମ ଅନୁଷ୍ଠାନରେ SOP ପାଳନ ହେବ।

Lockdown 2.0: Hotspots in focus as India explores decentralized ...

ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସ୍କୁଲ କଲେଜ । ସେହିପରି ଜୁଲାଇ ୧୫ ପରେ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକରେ ତାଲିମ ଆରମ୍ଭ ହେବ । ମେଟ୍ରୋ ଟ୍ରେନ୍‌, ଜିମ୍‌, ସିନେମା ହଲ , ସୁଇମିଂ ପୁଲ, ପାର୍କ, ବାର୍‌ ବନ୍ଦ ରହିବ । ସେହିପରି ଜୁଲାଇ ୩୧ ଯାଏଁ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍‌ ଜାରି ରହିବ । ସଂକ୍ରମଣକୁ ଦେଖି ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବ ।

Fresh guidelines issued for lockdown 2.0, govt bars all public ...

କଣ୍ଟେନମେଣ୍ଟ ଜୋନ୍ ଉପରେ ରାଜ୍ୟ ସରକାର ନଜର ରଖିବେ । ଧାର୍ମିକ ସଭା ଓ ସାମାଜିକ କାର୍ଯ୍ୟକ୍ରମ ବନ୍ଦ ରହିବ । ଅନଲାଇନରେ ସମସ୍ତ ପ୍ରକାର ଶିକ୍ଷା କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି । ଯାତ୍ରୀବାହୀ ଟ୍ରେନ୍‌ ଓ ଦେଶ ଭିତରେ ବିମାନ ଚଳାଚଳକୁ ଅନୁମତି । ଶ୍ରମିକ ସ୍ୱତନ୍ତ୍ର ଟ୍ରେନର ଚଳାଚଳକୁ ଅନୁମତି ଦିଆଯାଇଛି । କର୍ଫ୍ୟୁ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ହୋଇପାରିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସାମାଜିକ, କ୍ରୀଡା, ମନୋରଞ୍ଜନ ଭିତ୍ତିକ ସମାବେଶ ବନ୍ଦ ରହିବ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା ସହ ଆରୋଗ୍ୟ ସେତୁ ଆପ୍‌କୁ ବ୍ୟବହାର କରିବା ବାଧ୍ୟତାମୂଳକ ବନ୍ଦ ରହିବ ।

ଆଜି ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ

ଆଜି ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ । ପ୍ରତିବର୍ଷ ଜୁନ୍ ମାସ ୩୦ ତାରିଖକୁ ଅର୍ନ୍ତଜାତୀୟ ଗ୍ରହାଣୁ ଦିବସ ଭାବେ ପାଳନ କରାଯାଏ । ୨୦୧୬ ମସିହା ଡିସେମ୍ବରେର ଜାତିସଂଘ ସାଧାରଣ ଅଧିବେଶନ ସବର୍ସମ୍ମତି ଦ୍ୱାରା  ଏହି ଦିବସ ପାଳନ ପାଇଁ ଅନୁମୋଦନ ମିଳିଥିଲା । ଗ୍ରହାଣୁ ମାଡ଼ରୁ ପୃଥିବୀକୁ କିପରି ରକ୍ଷା କରାଯାଇପାରିବ ସେନେଇ ବିଭିନ୍ନ ଦେଶର ବୈଜ୍ଞାନିକ ଜାତିସଂଘ ଦ୍ୱାରା ପରିଚାଳିତ ହୋଇ ପୃଥିବୀ ନିକଟରେ ଥିବା ଗ୍ରହ ଗୁଡିକର ତାଲିକା ପ୍ରସ୍ତୁତ କରିଛନ୍ତି ।

ତେବେ ଆଜକୁ ପ୍ରାୟ ୪୫୦ କୋଟି ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲା ଚନ୍ଦ୍ର । ପୃଥିବୀ ସହ ବିରାଟ ଏକ ପିଣ୍ଡର ଧକ୍କା ଫଳରେ ଚନ୍ଦ୍ରର ସୃଷ୍ଟି । ପୃଥିବୀର ଏକ ଚତୁର୍ଥାଂଶ ଭାଙ୍ଗି ଚନ୍ଦ୍ର ସୃଷ୍ଟି ହୋଇଥିବା ବୈଜ୍ଞାନିକ ମତ ଦିଅନ୍ତି । ସେହିଭଳି ଅନେକ ବର୍ଷ ପୂର୍ବେ ଏକ ଗ୍ରହାଣୁ ପୃଥିବୀ ପୃଷ୍ଠରେ ପଡ଼ିବା ପରେ ପୃଥିବୀ ଅଗ୍ନି ପିଣ୍ଡରୁ ଶୀତଳ ଗ୍ରହରେ ପରିଣତ ହୋଇଥିଲା ।

ପୃଥିବୀରେ ଅନେକ ଥର ଗ୍ରହପିଣ୍ଡ ଧକ୍କା ହୋଇ ଗର୍ତ୍ତ ସୃଷ୍ଟି ହୋଇଥିବା ନଜିର ରହିଛି । ଭାରତର ମହାରାଷ୍ଟ୍ରରେ ଥିବା ଲୋନା ସରୋବର ଓ ଆଜିଜେନାଠାରେ ଏକ ବିରାଟ ଗର୍ତ୍ତ ଗ୍ରହାଣୁ ଧକ୍କା ଦ୍ୱାରା ସୃଷ୍ଟି ହୋଇଛି ।

ଜୁଲାଇ ରଣନୀତି ପାଇଁ ଜିଲ୍ଲାପାଳ ଓ ଏସ୍ ପିଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍‌ସିଂ ଆଲୋଚନା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ  ଜରିଆରେ ଜୁଲାଇ ମାସର କୋଭିଡ ରଣନୀତି ସଂପର୍କରେ ବରିଷ୍ଠ ଅଫିସର, ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କ ସହିତ ଆଲୋଚନା କରିଛନ୍ତି। କୋଭିଡ ପରିଚାଳନାରେ ଜିଲ୍ଲାପାଳ ଓ ଏସ୍‌.ପି ମାନେ ସେମାନଙ୍କର ଗତ  ତିନି ମାସର ଅଭିଜ୍ଞତା ବର୍ଣ୍ଣନା କରିବା ସହିତ ଜୁଲାଇ ମାସରେ କୋଭିଡ ମୁକାବିଲା ପାଇଁ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଛନ୍ତି।  ସେମାନଙ୍କ ମତାମତ ଭିତ୍ତିରେ ରାଜ୍ୟ ସରକାର କୋଭିଡ ପରିଚାଳନା ପାଇଁ ବିସ୍ତୃତ ରଣନୀତି ନିର୍ଦ୍ଧାରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବୈଠକରେ ଜିଲ୍ଲାପାଳ, ଏସ୍‌.ପି ଓ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କୋଭିଡ ଯୋଦ୍ଧାଙ୍କ ସ୍ୱାସ୍ଥ୍ୟର ଯତ୍ନ ଉପରେ ଗୁରୁତ୍ୱାରୋପ କରିଥିଲେ । ଲୋକଙ୍କ ସୁରକ୍ଷା ପାଇଁ  ସେମାନେ ଅନେକ ତ୍ୟାଗ କରୁଛନ୍ତି।  ତେଣୁ ସେମାନଙ୍କୁ ନିଜର ସୁରକ୍ଷା ସଂପର୍କରେ ସଚେତନ କରାଯିବା ଦରକାର ଓ ଏହା ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ନିଜେ ସଂକ୍ରମିତ କୋଭିଡ ଯୋଦ୍ଧା ମାନଙ୍କ ସହିତ ଫୋନ୍‌ରେ କଥା ହୋଇ ସେମାନଙ୍କ ଭଲମନ୍ଦ ବୁଝୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କର ପ୍ରତିକ୍ରିୟା ବହୁତ ଭଲ ଅଛି। ବରିଷ୍ଠ ଅଧିକାରୀମାନେ ମଧ୍ୟ ସେହିଭଳି ଭାବେ ସଂକ୍ରମିତ କୋଭିଡ ଯୋଦ୍ଧାଙ୍କ ସହିତ ଆଲୋଚନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ଯୋଦ୍ଧା ମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ସେ ମତ ଦେଇଥିଲେ । ବିଭିନ୍ନ ସରକାରୀ ଅଫିସ ଗୁଡିକ ଯେପରି ସଂକ୍ରମଣମୁକ୍ତ ରହିବ, ତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । କୋଭିଡ ନିୟମର କଡାକଡି ଅନୁପାଳନ କରି ସରକାରୀ କାର୍ଯ୍ୟାଳୟ ଗୁଡିକୁ ଶୂନ୍ୟ ସଂକ୍ରମଣ ଅଞ୍ଚଳ (Zero Infection Zone) କରି ରଖିବା, କର୍ମଚାରୀ ମାନେ କଣ କରିବେ, କଣ ନ କରିବେ (Do’s & Dont’s) ସେ ସଂପର୍କରେ ବ୍ୟାପକ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ। ସବୁ କାର୍ଯ୍ୟାଳୟର ମୁଖ୍ୟ (Head of Office)  ଏଥିପାଇଁ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରି ଦେଇଛନ୍ତି।

କୋଭିଡ ସଂକ୍ରମଣ ରୋକିବାରେ ମାସ୍କର ବିଶେଷ ଗୁରୁତ୍ୱ ରହିଛି। ତେଣୁ ମାସ୍କର ଉପଯୁକ୍ତ ବ୍ୟବହାର ଓ ସାମାଜିକ ଦୂରତା ନିୟମର କଡାକଡି ପାଳନ ସହିତ ଉଲଙ୍ଘନ କ୍ଷେତ୍ରରେ କଡା କାର୍ଯ୍ୟାନୁଷ୍ଠାନ କରିବା ପାଇଁ  ମୁଖ୍ୟମନ୍ତ୍ରୀ ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ମଧ୍ୟରେ ପ୍ରାୟ ତିନି ମାସ ବିତିଗଲାଣି ଏବଂ ବର୍ତ୍ତମାନ ଏସବୁ ଉଲଙ୍ଘନ ଘଟଣାରେ ଅଧିକ କଠୋର ହେବାକୁ ପଡିବ। ଗାଁ କଲ୍ୟାଣ ସମିତି ସ୍ତରରେ କୋଭିଡ କେୟାର କମିଟି ଗଠନ କରିବା, ସେମାନଙ୍କୁ ପାଣ୍ଠି ଓ କ୍ଷମତା ପ୍ରଦାନ କରିବା, ସେମାନଙ୍କ ପ୍ରଶିକ୍ଷଣ ସହିତ ସେମାନଙ୍କର କାର୍ଯ୍ୟକ୍ରମକୁ ମନିଟରିଂ କରିବା ପାଇଁ ଏକ ବିଧିବଦ୍ଧ ବ୍ୟବସ୍ଥା ସୃଷ୍ଟି, ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍‌ ସ୍ଥାପନ ଏବଂ କେତେକ ପଞ୍ଚାୟତକୁ ନେଇ TMC  ଗଠନ, ସେମାନଙ୍କୁ ପାଣ୍ଠି ଯୋଗାଣ ଓ ସେବା ପ୍ରଦାନ ବ୍ୟବସ୍ଥା ଆଦି ବିଭିନ୍ନ ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି। ସୂଚନାଯୋଗ୍ୟ ଯେ ୱାର୍ଡ ସ୍ତରରେ କୋଭିଡ କୋର୍‌ କମିଟିର ୪.୭ ଲକ୍ଷ ସଦସ୍ୟଙ୍କୁ ତାଲିମ ଦେବାର ବ୍ୟବସ୍ଥା କରାଯାଇଛି।

ଘରୋଇ ହସ୍‌ପିଟାଲ ଗୁଡିକୁ ସଚେତନ କରିବା ଉପରେ ଗୁରୁତ୍ବ ଆରୋପ କରି ସେଗୁଡିକ ଠିକ୍‌ ଭାବରେ କୋଭିଡ ନିର୍ଦ୍ଦେଶାବଳୀ ପାଳନ କରୁଛନ୍ତି ନା ନାହିଁ, ସେ ସଂପର୍କରେ ବାରମ୍ବାର ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ହଟ୍‌ସ୍ପଟ୍‌ ଅଞ୍ଚଳ ଗୁଡିକରେ ଜିଲ୍ଲାପାଳମାନେ ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ରଣନୀତି କରିବା ସହିତ କୋଭିଡ ଯୁଦ୍ଧରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀ ସଚିବ (୫-ଟି), ବରିଷ୍ଠ ଅଧିକାରୀ ଓ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍‌.ପି ମାନେ ଯୋଗ ଦେଇଥିଲେ।