spot_img
Home Blog Page 6902

ପବ୍‌ଜି ନିଶାରେ ମଜିଯାଇଥିଲେ ଯୁବକ, ଟ୍ରେନ୍‌ ଟ୍ରାକ୍‌ରେ ଚାଲିଗଲା ଜୀବନ

ନୂଆପଡ଼ା:  ଖେଳ ହେଲା କାଳ । ପ୍ରାଣ ନେଲା ପବ୍‌ଜି । ଖେଳ ନିଶାରେ ଏମିତି ହଜିଯାଇଥିଲେ ଯୁବକ ଯେ, ଜାଣିପାରିଲେନି ସେ କେତେବେଳେ ଟ୍ରେନ୍ ଟ୍ରାକ୍‌ ନିକଟରେ ଆସି ପହଞ୍ଚିଲେ । ଆଉ ଟ୍ରେନ୍‌ ଧକ୍କାରେ ଚାଲିଗଲା ଜୀବନ। ନୂଆପଡା ଜିଲ୍ଲା ସଦର ଥାନା ସିଆଲଲଟି ଗାଁରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମୃତକ ହେଉଛନ୍ତି କ୍ଷୀରମୋହନ ମାଝୀ ଓ ତାଙ୍କ ବୟସ ୨୧ ବର୍ଷ। ଗତକାଲି ସଂଧ୍ୟାରେ କ୍ଷୀରମୋହ କାନରେ ଇୟର ଫୋନ୍‌ ଲଗାଇ ପବଜି ଗେମ୍‌ ଖେଳୁଥିଲେ।

https://www.facebook.com/NandighoshaTV/videos/554428788780649/

ଖେଳୁ ଖେଳୁ ସେ ଗାଁ ଦେଇ ଯାଇଥିବା ଟ୍ରେନ୍‌ ଲାଇନ୍‌ ନିକଟକୁ ଚାଲିଆସିଥିଲେ। ଫଳରେ ରାୟପୁରରୁ ଟିଟିଲାଗଡ଼ ଅଭିମୁଖେ ଯାଉଥିବା ସ୍ୱତନ୍ତ୍ର ପ୍ରବାସୀ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ କ୍ଷେତ୍ରମୋହନଙ୍କ ମୃତ୍ୟୁ ହୋଇଥିଲା। ପରେ ରେଲଓ୍ୱେ ପୋଲିସ କ୍ଷୀରମୋହନଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି ।

ଟ୍ରାନ୍ସଫର୍ମର ଉପରେ ଚଢ଼ିଗଲା ପୁଅ, ହେଲେ କରେଣ୍ଟ ନଥିଲା

କଣ୍ଟେନମେଣ୍ଟ ଜୋନ୍‌ରେ ଉତ୍ତେଜନା: ବ୍ୟାରିକେଡ୍‌ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକ

ରାଉରକେଲା: ସୁଧୁରୁ ନାହାଁନ୍ତି ଅମାନିଆ । ରାଉରକେଲା କଣ୍ଟେନମେଣ୍ଟ ଜୋନ୍‌ରେ ପୁଣି ଉତ୍ତେଜନା । ବ୍ୟାରିକେଡ୍‌ ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକ । ଘଟଣାସ୍ଥଳରେ ପୋଲିସ ଓ ସାଧାରଣ ଲୋକ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଏବଂ ଏହାର ମୁକାବିଲା ପାଇଁ ସରକାର ମଧ୍ୟ ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି । କିନ୍ତୁ କେତେକ ଅମାନିଆଙ୍କ ପାଇଁ ସବୁ ପ୍ରକାର ପ୍ରୟାସ ବିଫଳ ହେଉଛି । ଏମିତି ଏକ ଘଟଣା ରାଉରକେଲାରେ ଦେଖା ଦେଇଛି । କଣ୍ଟେନମେଣ୍ଟ ଜୋନରେ ଉତ୍ତେଜନା ଏହାର ଜ୍ୱଳନ୍ତ ଉଦାହରଣ ।

ଉତ୍ତ୍ୟକ୍ତ ଲୋକ ଭଙ୍ଗାରୁଜା ଓ ଜଳାପୋଡ଼ା କରିଛନ୍ତି । ରାସ୍ତାରେ ଯାଉଥିବା ଲୋକଙ୍କୁ ବି ଉତ୍ତ୍ୟକ୍ତ ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ ଜଣେ ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏସ୍‌ପି ଏବଂ ଡିଆଇଜି ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ତେବେ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । କଣ୍ଟେନମେଣ୍ଟ ଅଞ୍ଚଳର କିଛି ଲୋକ ଉଦ୍ଦେଶ୍ୟ ମୂଳକ ଭାବେ ଏହି ଉତ୍ତେଜନା କରୁଛନ୍ତି । ଏବଂ ଅନ୍ୟପଟେ ଏହି କଣ୍ଟେନମେଣ୍ଟ ଜୋନର ଆଉ କିଛି ଲୋକ ଏହି ଉତ୍ତେଜନାକୁ ନେଇ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରୁଛନ୍ତି ।

ପୁଣି ୭୯ କରୋନା ସଂକ୍ରମିତ ଚିହ୍ନଟ: ସୋନପୁରକୁ ଛୁଇଁଲା କରୋନା

ଭୁବନେଶ୍ୱର: ରାଜ୍ୟରେ ପୁଣି ଚିହ୍ନଟ ହେଲେ କରୋନା ସଂକ୍ରମିତ । ଗୋଟିଏ ଦିନରେ ୭୯ କରୋନା ସଂକ୍ରମିତ ଚିହ୍ନଟ । ଏଥିସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୧୭ରେ ପହଞ୍ଚିଛି । ତେବେ ଏମାନଙ୍କ ମଧ୍ୟରୁ ୬୪୯ ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏବଂ ସକ୍ରିୟ ଥିବା ୮୬୧ ମାମଲା ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ପ୍ରଥମ ଥର ପାଇଁ ସୋନପୁରରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ କରି ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୫ ଜଣ, ଯାଜପୁର୨, ବାଲେଶ୍ୱର୪, ଖୋର୍ଦ୍ଧା ୪, ପୁରୀ ୪, କଟକ ୧୬, କେନ୍ଦ୍ରାପଡ଼ା ୬, ନୟାଗଡ଼ା ୩, ବଲାଙ୍ଗୀର ୧୪, ଅନୁଗୁଳ ୧, କେନ୍ଦୁଝର ୮, କନ୍ଧମାଳ ୭, ଢେଙ୍କାନାଳ ୩, ଝାରସୁଗୁଡ଼ା ୧, ସୋନପୁର୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମାଟ୍ରିକ୍‌ ଖାତା ଦେଖା ଆରମ୍ଭ… ୪୫ ଦିନ ଭିତରେ ମାଟ୍ରିକ ଫଳାଫଳ ବାହାର କରିବା ଟାର୍ଗେଟ

ଭୁବନେଶ୍ୱର: ମାଟ୍ରିକ ଖାତା ଦେଖା ଆରମ୍ଭ ହୋଇଛି । ରାଜ୍ୟର ୬୦ଟି କେନ୍ଦ୍ରରେ ଖାତାଦେଖା ହେଉଛି। କରୋନା ପାଇଁ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ବାତିଲ ହେବା ପରେ ଆଜିଠୁ ପୁଣି ଆରମ୍ଭ ହୋଇଛି ମୂଲ୍ୟାୟନ। ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖାତା ଦେଖା ହେବ।

ପ୍ରଥମ ପର୍ଯ୍ୟାୟରେ ଇଂରାଜୀ, ଗଣିତ, ଇତିହାସ ଓ ଭୂଗୋଳ ଖାତା ଦେଖା ହେଉଛି। ଅନ୍ୟ ବିଷୟଗୁଡ଼ିକ ଦ୍ୱିତୀୟ ପର୍ଯ୍ୟାୟରେ ଖାତାଦେଖା ହେବ। ଏଥିପାଇଁ ପୂର୍ବରୁ ମୂଲ୍ୟାୟନ କେନ୍ଦ୍ର ସାନିଟାଇଜ କରାଯାଇଛି । ୪୫ ଦିନ ଭିତରେ ମାଟ୍ରିକ ଫଳାଫଳ ବାହାର କରିବା ଟାର୍ଗେଟ ନେଇ ମୂଲ୍ୟାୟନ ଆରମ୍ଭ ହେଉଛି । ତେବେ ଲକଡାଉନ ନିୟମ, ମାସ୍କ ବ୍ୟବହାର, ସାନିଟାଇଜରର ବନ୍ଦୋବୋସ୍ତ ଓ ସାମାଜିକ ଦୂରତା ରକ୍ଷା କରି ମୂଲ୍ୟାୟନ ହେବ।

ପୂର୍ବରୁ ମାର୍ଚ୍ଚ ୧୯ତାରିଖରେ ଗୋଟିଏ ଦିନ ପାଇଁ ମୂଲ୍ୟାୟନ ହୋଇଥିଲା । ତେବେ ଲକ୍‌ଡାଉନ୍‌ ଯୋଗୁଁ ଏହା ସେହିଦିନଠାରୁ ସ୍ଥଗିତ ରଥିଲା । ଏହାପରେ ମେ’ ୨୦ରେ ଖାତା ଦେଖା ପାଇଁ ସ୍ଥିର ହୋଇଥିଲା । ତେବେ କିଛି ଅଞ୍ଚଳ ବାତ୍ୟାରେ ପ୍ରଭାବିତ ହୋଇଥିବାରୁ ତାହା ମଧ୍ୟ ସମ୍ଭବ ହୋଇନଥିଲା ।

ଟ୍ରାନ୍ସଫର୍ମର ଉପରେ ଚଢ଼ିଗଲା ପୁଅ, ହେଲେ କରେଣ୍ଟ ନଥିଲା

ଯାଜପୁର: କୋରାଇ ଥାନା ରଗଡ଼ି ଛକ ନିକଟରେ ସୋମବାର ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା। ବିଦ୍ୟୁତ୍ ଟ୍ରାନ୍ସଫର୍ମର ଖୁଣ୍ଟି ଉପରେ ଛିଡ଼ା ହୋଇଥିଲେ ଏକ ଶିଶୁ । ଯାହାର ବୟସ ୫ କି ୬ ବର୍ଷ ହେବ। ଏହା ଦେଖି ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ଏପରି ଦୃଶ୍ୟ ଦେଖି ଲୋକଙ୍କ ଲୋମ ଟାଙ୍କୁରି ଉଠିଥିଲା। ଶିଶୁଟି କିପରି ଏଭଳି ବିପଦପୂର୍ଣ୍ଣ ସ୍ଥାନରେ ପହଞ୍ଚିଲା, ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ସେଠାରେ ଥିବା ଲୋକେ ଡାକିବା ପରେ ଶିଶୁଟି ତଳକୁ ଓହ୍ଲାଇ ଆସିଥିଲା। ହେଲେ ସୌଭାଗ୍ୟର କଥା ଛୁଆଟି ଟ୍ରାନ୍ସଫର୍ମର ଉପରେ ଛିଡ଼ାହୋଇଥିବା ସମୟରେ କରେଣ୍ଟ ନଥିଲା। ଫଳରେ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛି ଛୁଆ ।

https://www.facebook.com/NandighoshaTV/videos/239887297308744/

ତେବେ ଛୁଆଟି କାହିଁକି ଓ କେମିତି ସେଠାକୁ ଗଲା ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା । ପିଲାଟିକୁ ଏନେଇ ପଚାରିବୁଝିବ ପରେ ଯାହା ଉତ୍ତର ମିଳିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପିଲାଟି ନିୟମିତ ଭାବେ ସେହି ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ଗତକାଲି ରାସ୍ତାରେ ଯାତାୟତ କରୁଥିବା ଗାଡ଼ି ଦେଖିବାକୁ ଟ୍ରାନ୍ସଫର୍ମରରେ ଚଢ଼ି ଯାଇଥିବା ସେ କହିଛି ।

ପୁଣି ପ୍ରବାସୀଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ: ୩ ଆହାତ

ଫୁଲବାଣୀ: ପୁଣି ପ୍ରବାସୀ ଓଡ଼ିଆଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ । କନ୍ଧମାଳ, ତୁମୁଡିବନ୍ଧର ମୁଣ୍ଡିଗଡ଼ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପ୍ରବସୀ ଓଡ଼ିଆଙ୍କୁ ନେଇ ଗୋଆରୁ ଆସୁଥିବା ବେଳେ ମୁଣ୍ଡିଗଡ଼ରେ ଟ୍ରକ ସହ ମୁହାମୁହି ଧକ୍କା l ୩ ଜଣ ଜଣ ଆହତ ଡ୍ରାଇଭର ଗୁରୁତର ସହ ୧୦ ଜଣ ଆହତ । ୩ ଜଣ ଗୁରୁତରଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଛି l  ପ୍ରବାସୀ ଓଡ଼ିଆ ଗୋଆରୁ ଟ୍ରେନ୍ ଯୋଗେ ଭବାନୀପାଟଣାରେ ଓହ୍ଲାଇବା ପରେ ଗୋଟିଏ ବସ ସାହାଯ୍ୟରେ ଗଞ୍ଜାମ ଜିଲ୍ଲା ଅଭିମୁଖେ ଆସୁଥିଲେ କିନ୍ତୁ ତୁମୁଡ଼ିବନ୍ଧର ମୁଣ୍ଡିଗଡ଼ରେ ମୁହାମୁହିଁ ଗୋଟଏ ଟ୍ରକ୍ ସହ ଧକ୍କା ହୋଇଛି । ବସ୍‌ରେ ୪୭ ପ୍ରବାସୀ ଯାତ୍ରୀ ଥିବା ସୂଚନ । ସମସ୍ତଙ୍କୁ ତୁମୁଡିବନ୍ଧ ଡାକ୍ତର ଖାନା ରେ ଭର୍ତି ପରେ ସ୍ଥାନୀୟ ସଙ୍ଗରୋଧ କେନ୍ଦ୍ର କୁ ସ୍ଥାନାନ୍ତର କରାଯାଇଛି ।

ଆଜିଠୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ… ପୂର୍ବାହ୍ନ ୧୦ଟାରୁ ୩ଟା ଯାଏଁ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା… ୪୫ ଦିନରେ ରେଜଲଟ୍‌ ବାହାର କରିବାକୁ ରାଜ୍ୟ ସରକାରଙ୍କ ମିଶନ

ଆଜିଠୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ… ପୂର୍ବାହ୍ନ ୧୦ଟାରୁ ୩ଟା ଯାଏଁ ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା… ୪୫ ଦିନରେ ରେଜଲଟ୍‌ ବାହାର କରିବାକୁ ରାଜ୍ୟ ସରକାରଙ୍କ ମିଶନ