spot_img
Home Blog Page 6903

ପଶ୍ଚିମବଙ୍ଗପରେ ମହାରାଷ୍ଟ୍ରରେ ବଢ଼ିଲା ଲକ୍‌ଡାଉନ୍‌ ଅବଧି: ଜାଣନ୍ତୁ କ’ଣ ରହିଛି ନୂଆ ନିୟମ

ମୁମ୍ୱାଇ: ପୁଣି ମହାରାଷ୍ଟ୍ରରେ ବଢ଼ିଲା ଲକ୍‌ଡାଉନ୍‌ ଅବଧି । ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ହଟିବ ନାହିଁ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସୂଚନା ଦେଇଥିବା ଆଜି ସ୍ପଷ୍ଟ କରିଛନ୍ତି । ଜୁଲାଇ ୩୧ ଯାଏଁ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି । ଏହାପୂର୍ବରୁ ୩୦ ଜୁନ୍ ପର୍ଯ୍ୟନ୍ତ ଲକ୍‌ଡାଉନ୍ ବୃଦ୍ଧି କରାଯାଇଥିଲା। ଲକ୍‌ଡାଉନ୍‌ ବୃଦ୍ଧି କରାଯିବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଅଜୟ ମେହେଟ୍ଟା ସୂଚନା ଦେଇଛନ୍ତି ।

Farm loan waiver: Bank unions seek Maha CM intervention | Deccan ...

ଏହି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ, ରାଜ୍ୟରେ କରୋନା ଭୂତାଣୁ କାୟା ମେଲାଉଥିବାରୁ ରାଜ୍ୟରେ ବିପଦ ରହିଛି । ଏଣୁ ପରିସ୍ଥିତି ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଏପିଡେମିକ୍‌ ଆକ୍ଟ ୧୮୯୭ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ର ଧାରା -୨ ଅନୁଯାୟୀ, ମହାରାଷ୍ଟ୍ରରେ ଲକ୍‌ଡାଉନ୍‌କୁ ଜୁଲାଇ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

How India Plans to Lock Down 1.3 Billion People in a Democracy ...

ମହାରାଷ୍ଟ୍ରରେ କେମିତି ରହିବ ଲକ୍‌ଡାଉନ୍‌

ଲକଡାଉନ୍ ସମୟରେ ଏପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ (କ୍ଷୀର, ଔଷଧ) ଖୋଲାରହିବ । ଏତଦ୍‌ବ୍ୟତୀତ ଅନ୍ୟ ଦୋକାନଗୁଡ଼ିକ ମଧ୍ୟ ଯୁଗ୍ମ-ଅଯୁଗ୍ମ ଦିନରେ ଖୋଲାଯାଇପାରିବ | ଏହା ସହିତ ଅଫିସରେ ସୀମିତ ସଂଖ୍ୟକ କର୍ମଚାରୀ ରହିବେ | ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Supply of essential goods sufficient during MCO - Che Abdullah ...

ମୁଖ୍ୟ ଶାସନ ସଚିବଙ୍କ ତରଫରୁ ଜାରି କରାଯାଇଥିବା ଆଦେଶରେ ଦର୍ଶାଯାଇଛି ଯେ ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ସମ୍ପୃକ୍ତ ଜିଲ୍ଲା ଜିଲ୍ଲାପାଳ, ମ୍ୟୁନିସିପାଲିଟି କର୍ପୋରେସନର କମିଶନର ଆବଶ୍ୟକ ପ୍ରତିବନ୍ଧକ ଲଗାଇପାରନ୍ତି। ଏଥିରେ ଭୂତାଣୁର ବିସ୍ତାରକୁ ରୋକିବା ପାଇଁ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇପାରିବ।

ବାଂଲାଦେଶ ପ୍ରତିରକ୍ଷା ସଚିବଙ୍କର କରୋନାରେ ଦେହାନ୍ତ

ମହାରାଷ୍ଟ୍ରରେ 1.64 ଲକ୍ଷରୁ ଅଧିକ ମାମଲା ସକ୍ରିୟ

ମହାରାଷ୍ଟ୍ରରେ କରୋନା ଭୂତାଣରେ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଛୁଇଁଛି । ରବିବାର ଦିନ ରାଜ୍ୟରେ କୋଭିଡ -୧୯ର ୫ ହାଜର୪୯୩ଟି ନୂଆ ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ କରୋନା ଭୂତାଣ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୬୪ ହଜାର୬୨୬କୁ ବୃଦ୍ଧି ପାଇଛି। ଏଥିସହ କରୋନା ସଂକ୍ରମଣ ହେତୁ ୧୫୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି କାରଣରୁ ରାଜ୍ୟରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୭ ହଜାର ୪୨୯ ରେ ପହଞ୍ଚିଛି ।

ପଶ୍ଚିମବଙ୍ଗରେ କରୋନା କହର: ଜୁଲାଇ ୩୧ ଯାଏଁ ଲକ୍‌ଡାଉନ୍‌ ବୃଦ୍ଧି କଲେ ମମତା

କରୋନା କବଳରେ ତେଲେଙ୍ଗାନା ଗୃହ ମନ୍ତ୍ରୀ

ତେଲେଙ୍ଗାନା ଗୃହ ମନ୍ତ୍ରୀ ମହମ୍ମଦ ମହମୁଦ୍ଦ ଅଲ୍ଲୀ କରୋନା ସଂକ୍ରମଣର ଶୀକାର ହୋଇଛନ୍ତି । ରବିବାର ବିଳମ୍ୱିତ ରାତ୍ରିରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ନିକଟରେ କରୋନା ସଂକ୍ରମଣଜନିତ ଅନେକ ଲକ୍ଷଣ ପରିଲିଖିତ ହେଉଥିଲା ।

ଜ୍ୱର, ଥଣ୍ଡା, ଶ୍ୱାସରୁଦ୍ଧ ଓ କଫ ଭଳି ଅସୁସ୍ଥତା ଲକ୍ଷଣ ଗତ କିଛି ଦିନ ହେବ ତାଙ୍କଠାରେ ଦେଖିବାକୁ ମିଳୁଥିଲା । ତେବେ ଏବେ ସୋମବାର ସକାଳୁ ସେ କରୋନା ସଂକ୍ରମଣର ଶୀକାର ହୋଇଥିବା ନେଇ ସ୍ପଷ୍ଟତା ଉକ୍ତ ଘରୋଇ ଡାକ୍ତରଖାନା ତରଫରୁ ପ୍ରକାଶ ପାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମହମ୍ମଦଙ୍କ ୪ଜଣ ସୁରକ୍ଷାକର୍ମୀ ପଜଟିଭି ଆସି ଡାକ୍ତରଖାନାରେ ଭର୍ତ୍ତି ହୋଇ ସାରିଛନ୍ତି ।

ଗଜପତି ଫେରନ୍ତା ୧୪ନୁହେଁ ଏଣିକି ୨୧ ଦିନ ଅସ୍ଥାୟୀ କ୍ୟାମ୍ପରେ ରହିବେ, ଜାଣନ୍ତୁ ସମ୍ପୂର୍ଣ୍ଣ ବିଷୟ…….

ଗଜପତି ଜିଲ୍ଲା ପ୍ରଶାସନ କ୍ୱାରେଣ୍ଟାଇନ ଅବଧି ବଢାଇଛି । ସାରା ରାଜ୍ୟରେ କ୍ୱାରେଣ୍ଚାଇନ୍ ଅବଧି ଏବେ ୧୪ ଦିନ ସ୍ଥିର କରାଯାଇଥିବା ବେଳେ ଗଜପତି ଜିଲ୍ଲାରେ କ୍ୱାରେଣ୍ଟାଇନ ଅବଧି ଏବେ ୨୧ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ । ଯେ କୌଣସି ପ୍ରବାସୀ ଗଜପତି ଫେରିଲେ ଏଣିକି ୨୧ ଦିନର ବାଧ୍ୟତାମୂଳକ କ୍ୱାରେଣ୍ଚାଇନରେ ରହିବେ । ସେହିଭଳି ୨୧ ଦିନ ପରେ ସଂକ୍ରମଣଜନିତ ଲକ୍ଷଣ ଦେଖା ନଗଲେ ୧ହଜାର ଟଙ୍କା ନେଇ କ୍ୱାରେଣ୍ଚାଇନ ସେଣ୍ଚରରୁ ଘରକୁ ଯିବେ । ତେବେ ଘରକୁ ଯିବା ପରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୭ଦିନର ଧରି ହୋମ୍ କ୍ୱାରେଣ୍ଚାଇନରେ ରହିବାକୁ ପଡିବ । ହୋମ୍ କ୍ୱାରେଣ୍ଚାଇନ୍ ସରିବା ନେଇ ସୂଚନା ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିବା ପରେ ଆଉ ହଜାର ଟଙ୍କା ସମ୍ପୃକ୍ତ ବ୍ୟକ୍ତିଙ୍କୁ ମିଳିବ ।

ତେବେ ପ୍ରଶାସନ ଦ୍ୱାରା ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କ୍ୟାମ୍ପରେ ଥିବା ବେଳେ ଜଣେ ବ୍ୟକ୍ତି ନେଗେଟିଭ ଆସନ୍ତି ତେବେ ମଧ୍ୟ ତାଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କାମ୍ପ ଛାଡିବାକୁ ଅନୁମତି ମିଳିବ ନାହିଁ । ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହା ସବିଶେଷ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଜିଲ୍ଲାକୁ ଫେରୁଥିବା ପ୍ରବାସୀଙ୍କୁ  ୧୪ ଦିନ କ୍ୟାରେଣ୍ଚାଇନ ପରିୟଡରେ ରଖିବା ପରେ ମଧ୍ୟ କରୋନା ପଜଟିଭ୍ ଚିହ୍ନଟ ହେଉ ନାହିଁ । ୧୪ରୁ ୨୧ ଦିନ ମଧ୍ୟରେ ଅନେକ ରୋଗୀ ପଜିଟିଭ୍ ଚିହ୍ନଟ ହେଲେଣି । ଏଣୁ ଏବେ କ୍ୱାରେଣ୍ଚାଇନ୍ ଅବଧିକୁ ୨୧ ଦିନ ବାଧ୍ୟତାମୂଳକ କରାଯିବା ସହ ୭ଦିନର ହୋମ୍ କ୍ୱାରେଣ୍ଚାଇନଙ୍କୁ ମଧ୍ୟ ସାମିଲ କରାଯାଇଛି ।

ବାଂଲାଦେଶ ପ୍ରତିରକ୍ଷା ସଚିବଙ୍କର କରୋନାରେ ଦେହାନ୍ତ

ବାଂଲାଦେଶ ପ୍ରତିରକ୍ଷା ସଚିବ ଅବଦ୍ଦୁଲା ଅଲ୍ ମୋହସିନ ଚୌଧୁରୀ କରୋନାରେ ମୃତ୍ୟୁବରଣ କରିଛନ୍ତି । ଆଜି ସକାଳ ୯ଟା ୩୦ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଜୁନରେ ସେ କରୋନା ପଜଟିଭ ବୋଲି ରିପୋର୍ଟ ଆସିଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଜୁନ 18 ତାରିଖରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା  ।ହେଲେ ଆଜି ସକାଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରଶାସନିକ ଅଧିକାରୀ ଏମଡି ଭସାନି ମିର୍ଜା । ଉଲ୍ଲେଖଯୋଗ୍ୟ ଯେ, ଏବେ ବାଂଲାଦେଶରେ କୋଭିଡ୍-୧୯ ମହାମାରୀ ସକ୍ରିୟ ହେବାରେ ଲାଗିଛି । ବାଂଲାଦେଶରେ ଏବେ  ୧ ଲକ୍ଷ ୩୭ ହଜାର କରୋନା ରୋଗୀ ଅଛନ୍ତି । ମୃତ୍ୟୁ ସଂଖ୍ୟା ୧୭୩୮ରେ ପହଞ୍ଚିସାରିଛି  ।

୨୫ ଲକ୍ଷ ଟଙ୍କାର ବାଇକ୍‌ ଚଢ଼ିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି?

ନାଗପୁର: ହାର୍ଲି-ଡେଭିଡ୍‌ସନ୍‌ ବାଇକ୍‌ରେ ବସିଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌ଏ ବବଡେ । କଥାଟା ଆଡ଼ୁଆ ଲାଗୁଥିବ ନିଶ୍ଚୟ । କାରଣ ତାଙ୍କର ଏଭଳି ଫଟୋ ଆଗରୁ ବୋଧ ହୁଏ କେବେ ଭାଇରାଲ ହୋଇନଥିଲା । ଦେଶବାସୀ ଚିଫ୍‌ ଜଷ୍ଟିସ୍‌ଙ୍କ ଏଭଳି ଫଟୋ ଆଗରୁ କେବେ ଦେଖିନଥିଲେ ।

ତେବେ ଏହି ଫଟୋଟି ହେଉଛି ନାଗପୁର ଅଞ୍ଚଳର । ଲକ୍‌ଡାଉନ୍‌ କାରଣରୁ ସେ ଏବେ ଘରେ ରହିଛନ୍ତି । ଆଉ ନାଗପୁରସ୍ଥିତ ତାଙ୍କ ବାସଭବନରୁ ସେ ସୁପ୍ରିମ୍‌କୋର୍ଟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରୁଛନ୍ତି ।

ରବିବାର ସକାଳୁ ସେ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଉଥିବା ବେଳେ ତାଙ୍କ ନଜରରେ ଏହି ବାଇକ୍‌ଟି ପଡ଼ିଥିଲା । ସେ ବାଇକ୍‌ ପାଖକୁ ଯାଇଥିଲେ ଏବେ ତାପରେ ସେଥିରେ ବସିଥିଲେ । ଏବଂ ବାଇକ୍‌କୁ କିଛି ବାଟ ଚଲାଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କ ଫଟୋ ଉଠାଇଥିଲେ । ବାସ୍ତବରେ ଫଟୋଗ୍ରାଫି ଏବଂ ବହି ପଢ଼ିବାକୁ ଭଲପାଉଥିବା, ଜଷ୍ଟିସ୍‌ ବୋବ୍‌ଡ଼େ ବାଇକ୍ ଚଲାଇବାର ସୌକ ମଧ୍ୟ ରଖନ୍ତି ।

 

ରାଜ୍ୟ ଶିକ୍ଷା ବିକାଶ ପାଇଁ ସହାୟତା ଦେବ ବିଶ୍ୱବ୍ୟାଙ୍କ

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହ ସରକାରୀ ସ୍କୁଲକୁ ଉନ୍ନତମାନର ଅଭିଜ୍ଞତା ଦେବା ପାଇଁ ବିଶ୍ୱ ବ୍ୟାଙ୍କ ଆର୍ଥିକ ସହଯୋଗ କରିବ  । ତେବେ କେବଳ ଓଡିଶା ନୁହେଁ, ଦେଶର ୬ଟି ରାଜ୍ୟରେ ଶିକ୍ଷା କ୍ଷେତ୍ରକୁ ଆର୍ଥିକ ସହାୟତା ଦେବା ପାଇଁ ବିଶ୍ୱ ବ୍ୟାଙ୍କ ପ୍ରସ୍ତୁତ ହୋଇଛି । ରାଜ୍ୟଗୁଡିକ ହେଲେ,  ଓଡିଶା ହିମାଚଳପ୍ରଦେଶ, କେରଳ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର । ବିଶ୍ୱ ବ୍ୟାଙ୍କ ଏହି ପ୍ରୋଜେକ୍ଟର ନାମ ଷ୍ଟାର୍ସ ରଖିଥିବା ବେଳେ ଏହା ମାଧ୍ୟମରେ ୫ଶହ ମିଲିୟନ୍ ଡଲାର ଅର୍ଥରାଶିକୁ ମଞ୍ଜୁରୀ ଦେଇଛି । ଏହି ଅର୍ଥ ୧୫ ଲକ୍ଷ ବିଦ୍ୟାଳୟର ସାମଗ୍ରିକ ବିକାଶ ନିମନ୍ତେ ଖର୍ଚ୍ଚ ହେବ । ତେବେ ବିଶ୍ୱ ବ୍ୟାଙ୍କ ୧୯୯୪ରୁ ଦେଶର ବିଭିନ୍ନ ରାଜ୍ୟକୁ ଶିକ୍ଷା କ୍ଷେତ୍ରରେ ପ୍ରଗତି ପାଇଁ ସହଯୋଗ କରି ଆସୁଛି ।

 ତେବେ ୬ଟି ରାଜ୍ୟ ମଧ୍ୟରୁ ବିଶ୍ୱ ବ୍ୟାଙ୍କର ପ୍ରାଥମିକତାରେ ରହିଛି ଓଡିଶା । ୨୦୦୪ରୁ ୨୦୧୯ ମଧ୍ୟରେ ରାଜ୍ୟ ଏହି କାର୍ଯ୍ୟକ୍ରମ ଆଧାର ବେଶ ପ୍ରଗତି କରୁଛି ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ଏହି ଅର୍ଥ ରାଜ୍ୟର ଶିକ୍ଷା କ୍ଷେତ୍ରର ବିକାଶ ଓ ନବୀକରଣ ଦିଗରେ ବିନିଯୋଗ ହେବ । ଓଡିଶାରେ ଥିବା ସ୍କୁଲଗୁଡିକର ପରିଚାଳନା କମିଟିକୁ ବିକେନ୍ଦ୍ରୀକରଣ କରାଯିବ । କ୍ଲାସରୁମ ନବୀକରଣ କାର୍ଯ୍ୟ କରାଯିବ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହା ଯେ ଶିକ୍ଷାକୁ ଚାକିରୀ ଉପଯୋଗୀ କରାଯିବ ।

ବିଶ୍ୱ ବ୍ୟାଙ୍କର କହିବା କଥା ଯେ ସାରା ଦେଶରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ପାଠ ପଢା ସାରି ନିଯୁକ୍ତି ଅଭାବରେ ବେକାର ରହୁଛନ୍ତି । ଏଭଳି ହେବା ଦ୍ୱାରା ଶିକ୍ଷାର ମୂଲ୍ୟବୋଧ କମିବା ସହ ଯୁବଶ୍ରେଣୀ ମଧ୍ୟରେ ପ୍ରତିଯୋଗୀ ମନୋଭବ ମଧ୍ୟ କମୁଛି । ଶିକ୍ଷା ମଧ୍ୟରେ ପ୍ରଶିକ୍ଷଣ ବ୍ୟବସ୍ଥା ସଂପ୍ରତି ପ୍ରଚଳିତ ହେଉଥିଲେ ମଧ୍ୟ ଏହା ବିକଶିତ ଓ ପ୍ରଭାବଶାଳୀ ନୁହେଁ । ତେଣୁ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥାର ଆବଶ୍ୟକତା ରହିଥିବା ବିଶ୍ୱ ବ୍ୟାଙ୍କ ଅନୁଭବ କରୁଛି  ।

 

ମାନବ ସମ୍ୱଳକୁ ନେଇ ସାରା ରାଜ୍ୟରେ ଅଦ୍ଭୁଦପୂର୍ବ ସୁଯୋଗ ରହିଛି । ମାତ୍ର ମାନବସମ୍ୱଳକୁ ସଠିକ ଭାବେ ନିୟୋଜିତ କରିବା ପାଇଁ ମୂଳଦୁଆ ସ୍ତରରୁ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶକୁ ନେଇ ଏବେ ମଧ୍ୟ ସମସ୍ୟା ରହିଛି । ତେବେ ଷ୍ଟାର୍ସ ପ୍ରୋଜେକ୍ଟ ମାଧ୍ୟମରେ ବିଶ୍ୱ ବ୍ୟାଙ୍କ ତୃଣମୂଳ ସ୍ତରରୁ ଛାତ୍ରଛାତ୍ରୀଙ୍କର ବୌଦ୍ଧିକ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ନେବେ  । ସେହିଭଳି ବ୍ୟକ୍ତିଗତ ସ୍ତରରେ ପ୍ରତି ଛାତ୍ରଛାତ୍ରୀ କିମ୍ୱା ଶିକ୍ଷକମାନଙ୍କ ମଧ୍ୟରେ ପେଶାଗତ ସମସ୍ୟା ଭିନ୍ନ ଭିନ୍ନ ରହିଥିବା ହେତୁ ଏସବୁର ସମାଧାନ ପାଇଁ  ସେମାନଙ୍କ ସହ ପୃଥକ ଭାବେ ଆଲୋଚନା କରାଯିବ । ବିଶ୍ୱ ବ୍ୟାଙ୍କ ଏସବୁ ଦିଗ ଉପରେ ମଧ୍ୟ ଧ୍ୟାନ ଦେବେ ବୋଲି ନିଜ ଘୋଷଣାରେ ଜଣାଇଛି ।

 

ଭଲ ଖବର: ଓଡ଼ିଶା ପହଞ୍ଚିଲା କରୋନା ଔଷଧ, ଜାଣନ୍ତୁ କେଉଁ ମାନେ ଖାଇପାରିବେ…

ଭୁବନେଶ୍ୱର: ଓଡ଼ିଶା ପାଇଁ ଶୁଭ ଖବର । ରାଜ୍ୟରେ ପହଞ୍ଚିଛି କରୋନା ଔଷଧ ବା ପ୍ରତିଷେଧକ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦିପ୍ତ ମହାପାତ୍ର । ରେମଡେସିଭିର ନାମକ କରୋନା ପ୍ରତିଷେଧକ ଓଡ଼ିଶାର ସବୁ ହସ୍ପିଟାଲରେ ପହଞ୍ଚିଥିବା କହିଛନ୍ତି ଶ୍ରୀ ମହାପାତ୍ର । ସେ କହିଛନ୍ତି ସବୁ ହସ୍ପିଟାଲକୁ ଏହି ଔଷଧ ପହଞ୍ଚି ସାରିଛି ବୋଲି ଡ୍ରଗ୍ସ କଣ୍ଟୋଲର ସ୍ପଷ୍ଟ କରି ସାରିଛନ୍ତି ।

Corona Medicine

ହେଲେ ଏହି ଔଷଧ ସ୍ୱଳ୍ପ ପରିମାଣର ରହିଛି । ଅଧିକ ଷ୍ଟକ୍‌ ଆସି ନାହିଁ ।  ତେଣୁ ଯେଉଁ କରୋନା ରୋଗୀ ଅଧିକ ଗୁରୁତର ଥିବେ ସେମାନଙ୍କୁ ଏହି ଔଷଧ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି । ରେମଡେସିଭିର ନାମକ ଏହି ଔଷଧକୁ ଆସିଏମ୍‌ଆର୍‌ ପକ୍ଷରୁ ଅନୁମତି ଦିଆଯାଇଛି । କରୋନା ରୋଗୀଙ୍କୁ ଏହି ଔଷଧ ଦିଆଯାଇପାରିବ ।

ତେବେ ରେମଡେସିଭିର ସମ୍ପୂର୍ଣ୍ଣ ଭାବେ କରୋନା ଭୂତାଣୁକୁ ନଷ୍ଟ କରି ମଣିଷକୁ ସୁସ୍ଥ କରିବା ଭଳି ଔଷଧ ହୋଇନଥିଲେ ମଧ୍ୟ ଏହା କରୋନା ଭୂତାଣୁକୁ କିଛି ମାତ୍ରାରେ ନଷ୍ଟ କରିବାରେ ସଫଳ ହୋଇଛି । ଏନେଇ ପରୀକ୍ଷା କରାଯିବା ପରେ ଏହି ଔଷଧକୁ ରୋଗୀଙ୍କୁ ଦିଆଯିବା ନେଇ ଅନୁମତି ଦିଆଯାଇଛି । ଏହି ଔଷଧ ଦ୍ୱାରା ମୃତ୍ୟୁ ସଂଖ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । କରୋନା ସଂକ୍ରମଣକୁ ଏହା ରୋକିପାରିବ ନାହିଁ କିନ୍ତୁ କିଛି ମାତ୍ରାରେ ଗୁରୁତର ରୋଗୀଙ୍କୁ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି ।

ଖୁବ‌ଶୀଘ୍ର ଆରମ୍ଭ ହେବ ବୈଷୟିକ ଶିକ୍ଷାନୁଷ୍ଠାନର ଅନ୍‌ଲାଇନ୍‌ କ୍ଲାସ୍‌, ଜୁଲାଇ ୯ରୁ ବିପିୟୁଟି ପରୀକ୍ଷା

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ଘଟିଛି । ଛାତ୍ରଛାତ୍ରୀ ନା ସ୍କୁଲ ଯାଇ ପାରୁଛନ୍ତି ନା ଟ୍ୟୁସନ୍‌ ଯାଇ ପାରୁଛନ୍ତି । କରୋନା ସଂକ୍ରମଣ ଭୟ ସବୁଠି ରହିଛି । ତେବେ ଖାଲି ସ୍କୁଲ ଛାତ୍ରଛାତ୍ରୀ ନୁହେଁ କଲେଜ ପଢ଼ୁଆ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି । ଏବେ ସୁଦ୍ଧା ସବୁ କଲେଜ ଖୋଲିବା ସହ ନୂଆ ପାଠ୍ୟକ୍ରମ ଆରମ୍ଭ ହେବା କଥା । କିନ୍ତୁ ଲକ୍‌ଡାଉନ୍‌ କାରଣରୁ ତାହା ଆରମ୍ଭ ହୋଇପାରି ନାହିଁ ।

Online Class ତେବେ ପିଲାଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ସରକାର ଅନ୍‌ଲାଇନ୍‌ କ୍ଲାସ୍‌ର ବ୍ୟବସ୍ଥା କରିଛନ୍ତି । ଘରୋଇ ସ୍କୁଲମାନେ ନିଜ ନିଜର ପିଲାଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ପାଠ ପଢ଼ାଇବା ଆରମ୍ଭ କରିସାରିଥିବା ବେଳେ ଏବେ ରାଜ୍ୟ ସରକାର ମଧ୍ୟ ସ୍କୁଲ୍ ‌ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ପାଠ ଫଢ଼ାଇବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି । ମୋବାଇ ଆପ୍‌ ମାଧ୍ୟମରେ ଛାତ୍ରଛାତ୍ରୀ ଘରେ ବସି ଅନ୍‌ଲାଇନ୍‌ରେ ପାଠ ପଢ଼ିପାରିବେ ।

Online Class

ଏହି ପରିପ୍ରେଖିରେ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଅନ୍‌ଲାଇନ୍‌ରେ ପାଠ ପଢ଼ା ଆରମ୍ଭ କରିବା ନେଇ ଯୋଜନା କରିଛନ୍ତି । ଜୁଲାଇ ଦ୍ୱିତୀୟ ସପ୍ତାହ ସୁଦ୍ଧା ଅନ୍‌ଲାଇନ୍‌ କ୍ଲାସ୍‌ କେବେ ଆରମ୍ଭ ହେବ ତାହା ନିଷ୍ପତ୍ତି ନିଆଯିବ । ଏନେଇ ସୂଚନାଦ ଦେଇଛନ୍ତି ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ । କୋଭିଡ୍‌୧୯ କାରଣରୁ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ଏବେ ଖୋଲାଯିବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

Online Class

BPUT ପରୀକ୍ଷା ନେଇ ମଧ୍ୟ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆଗାମୀ ଜୁଲାଇ ୯ରୁ ୨୯ ମଧ୍ୟରେ ପରୀକ୍ଷା କରାଯିବ । ଅନ୍‌ଲାଇନ୍‌ରେ ପରୀକ୍ଷା ହେବ । ପରୀକ୍ଷାରେ ମଲ୍ଟିପୁଲ୍‌ ଚଏସ୍‌ର‌ ପ୍ରଶ୍ନ ଉତ୍ତର ରହିବ ।

ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ! ଗଞ୍ଜାମରେ ସର୍ବାଧିକ, ରାଜ୍ୟରେ କେତେ ?

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ରାଜ୍ୟରେ ୨୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଦୁଇ ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । ରାଜ୍ୟରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଥିବା ବେଳେ କେବଳ ଗଞ୍ଜାମରେ ସର୍ବାଧିକ ୧୨ ଜଣଙ୍କ ମୃତ୍ୟୁ ହୋଇଛି ।

Corona Virus

ସେହିଭଳି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ରେ ପହଞ୍ଚିଲାଣି । ସେଥିମଧ୍ୟରୁ ସୁସ୍ଥ ହୋଇ ୪୭୪୩ ଜଣ ଘରକୁ ଫେରିଛନ୍ତି । ୨୦୮୬ଟି ମାମଲା ସକ୍ରିୟ ରହିଛି ।

ଗଞ୍ଜାମରେ ସର୍ବାଧିକ ୧୩୬୭ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୮୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ସେହଭଳି ୪୬୩ଟି ମାମଲା ସକ୍ରିୟ ରହିଛି । ଗଞ୍ଜାମ ପରେ ଖୋର୍ଦ୍ଧା ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ ତାଲିକାରେ ରହିଛି । ଖୋର୍ଦ୍ଧାରେ ଏବେ ସୁଦ୍ଧା ୮୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜ୍ୟରେ ୨୪୫ ନୂଆ କରୋନା ପଜିଟିଭ୍‌, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ…

ରାଜ୍ୟରେ ୨୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୨୧୪ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୧ ଜଣ ଚିହ୍ନଟ ହୋଇଛନ୍ତି । ଏହି ୨୪୫ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ ଛୁଇଁଛି ।

୨୪୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ଦୁଇ ଜଣ, ବରଗଡ଼ରୁ ୧୦, ଭଦ୍ରକରୁ ୨, କଟକରୁ ୭, ଢ଼େଙ୍କାନାଳରୁ ୩, ଗଜପତିରୁ ୭, ଗଞ୍ଜାମରୁ ୯୬, ଜଗତସିଂହପୁରରୁ ୯, ଯାଜପୁରରୁ ୪୦, ଝାରସୁଗୁଡ଼ାରୁ ଜଣେ, କେନ୍ଦ୍ରାପଡ଼ାରୁ ୮ ଜଣ, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୨୮, ମୟୁରଭଞ୍ଜରୁ ୫, ନବରଙ୍ଗପୁରରୁ ୭, ନୟାଗଡ଼ରୁ ୩, ରାୟଗଡ଼ାରୁ ୧, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଏନ୍‌ଡିଆରଏଫ୍‌ ଓ ଓଡ୍‌ରାଫ୍‌ ଯବାନଙ୍କ ମଧ୍ୟରୁ ଦୁଇ ଜଣ କରୋନା ସଂକ୍ରମିତ ହୋଇଥିବା ମଧ୍ୟ ସୂଚନା ରହିଛି । ଏହି ଯବାନମାନେ ଅମ୍ଫାନ୍‌ ସମୟରେ ପଶ୍ଚିମବଙ୍ଗ ଯାଇଥିଲେ ଏବଂ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ରାଜ୍ୟରେ ଏବେ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ ଛୁଇଁଥିବା ବେଳେ ୨୦୮୬ଟି ମାମଲା ସକ୍ରିୟ ରହିଛି । ସେହିଭଳି ୪୭୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।