spot_img
Home Blog Page 6906

ରାଜ୍ୟରେ କମୁଛି ମାଓବାଦୀଙ୍କ ଉପଦ୍ରବ, ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଅଭୟଙ୍କ ଆହ୍ୱାନ୍‌

ଭୁବନେଶ୍ୱର: ରାଜ୍ୟରେ କମୁଛି ମାଓ କାର୍ଯ୍ୟକଳାପ । ଗତ ୫ ବର୍ଷ ହେବ ମାଓବାଦୀମାନେ କମ୍ ହିଂସା ଭିଆଇଛନ୍ତି । ଉପାନ୍ତ ଅଞ୍ଚଳର ବିକାଶମୂଳକ କାମ ସାଙ୍ଗକୁ ପୋଲିସ୍‌ର ଦୃଢ଼ ତଥା ଜବାବୀ ଯୋଜନା ପାଇଁ ମାଓ ହିଂସା କମିଛି । ଏଥିପାଇଁ ୫ଟି ଜିଲ୍ଲାକୁ ମାଓମୁକ୍ତ ଜିଲ୍ଲା ଭାବରେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାସହ ବାକି ୧୦ଟି ଜିଲ୍ଲାରେ ମାଓବାଦୀମାନେ ସକ୍ରିୟ ରହିଥିବାରୁ ହିଂସା ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପିଲ କରିଛନ୍ତି ପୋଲିସ୍ ଡିଜି ଅଭୟ ।

ଓଡିଶାରେ ୩ ଦଶନ୍ଧି ଧରି ମାଓ କାର୍ଯ୍ୟକଳାପ ଜାରି ରହିଛି । ୨୦୧୨ ମସିହାରେ ମାଓବାଦୀଙ୍କ କବଜାରେ ଥିଲା ଅଧା ଓଡିଶା । ୧୯ଟି ଜିଲ୍ଲାରେ ସକ୍ରିୟ ଥିଲେ ଲାଲବାହିନୀ । କିନ୍ତୁ ଉପଯୁକ୍ତ ପଦକ୍ଷେପ ଯୋଗୁଁ ୨୦୧୮ରେ ଏହି ସଂଖ୍ୟା ୧୩ କୁ ଖସି ଆସିଥିଲା । ଗଞ୍ଜାମ, ଗଜପତି, ଯାଜପୁର, ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ମାଓମୁକ୍ତ ହୋଇଥିଲା । ପୁଣିଥରେ ଅନୁଗୁଳ ଓ ବୌଦ୍ଧରେ ଦୁଇଟି ଜିଲ୍ଲାରେ ମାଓ କାର୍ଯ୍ୟକଳାପ ବଢ଼ି ୧୫ ଜିଲ୍ଲାରେ ଆତଙ୍କ ଖେଳାଇଥିଲେ ମାଓବାଦୀ । ତେବେ ୨୦୨୦ରେ ଅନୁଗୁଳ, ବୌଦ୍ଧ, ଦେଓଗଡ଼, ନୟାଗଡ଼ ଓ ସମ୍ବଲପୁର ଏପରି ୫ଟି ଜିଲ୍ଲା ମାଓମୁକ୍ତ ହୋଇଛି । ଗୁଇନ୍ଦା ସୂଚନା ଅନୁସାରେ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ମଡର୍ଣ୍ଣ ଟେକ୍‌ନୋଲୋଜି ପାଇଁ ନକ୍ସଲଙ୍କ ଉପରେ ଭାରି ପଡୁଛି ମିଳିତ ପୋଲିସ ଫୋର୍ସ ।

୨୦୧୮ ପରଠାରୁ ମାଓ ହିଂସାକାଣ୍ଡ ହ୍ରାସ ପାଇବା ଯୋଗୁଁ ଆଦିବାସୀଙ୍କ ପାଖରେ ପହଞ୍ଚୁଛି ସରକାରୀ ବିକାଶ ମୂଳକ ଯୋଜନା । ନକ୍ସଲଙ୍କ ହାତ ଛାଡ଼ି ସରକାରଙ୍କୁ ସମର୍ଥନ କରୁଛନ୍ତି ଆଦିବାସୀ ଓ ସ୍ଥାନୀୟ ଲୋକେ । ଚଳିତ ବର୍ଷ ଯେଉଁ ୫ଟି ଜିଲ୍ଲା ମାଓମୁକ୍ତ ହୋଇଛି ସେଠାରେ ଏସ୍‌ଆରଇ ଫଣ୍ଡ ବା ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ ବନ୍ଦ କରାଯାଇଛି । ଏହି ଯୋଜନା ମାଧ୍ୟମରେ ମାଓ ଅଧ୍ୟୁଷିତ ଜିଲ୍ଲା ମାନଙ୍କରେ ଦକ୍ଷତା ବୃଦ୍ଧି ଜନିତ କାର୍ଯ୍ୟକ୍ରମ କରାଯାଇଥାଏ । ଡିଜିପି କହିଛନ୍ତି, ଗତ ୨ ବର୍ଷ ଭିତରେ ଏହି ୫ଟି ଜିଲ୍ଲାରେ ସେଭଳି କୌଣସି ମାଓ ଗତିବିଧି ନ ଥିଲା । ପୋଲିସର ଦୃଢ଼ ତଥା ସୁରକ୍ଷା ଜବାବୀ ପଦକ୍ଷେପ ଓ ରାଜ୍ୟ ସରକାରଙ୍କ ଫଳପ୍ରଦ ନୀତି ଯୋଗୁଁ ଗତ ଦୁଇ ବର୍ଷରେ ରାଜ୍ୟରେ ୧୧ଟି ଜିଲ୍ଲାକୁ ମାଓବାଦୀ ମୁକ୍ତ ଘୋଷଣା କରାଯାଇଛି । ଯାହାକୁ କେନ୍ଦ୍ର ସରକାର ଭୂୟସୀ ପ୍ରଂଶସା କରିଛନ୍ତି ।

ଦେଶରେ ଦିନକରେ ୫୨ହଜାର ସଂକ୍ରମିତ ଚିହ୍ନଟ, ସଂକ୍ରମିତ ସଂଖ୍ୟା ୧୫ଲକ୍ଷ ପାର୍

ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ୧୫ଲକ୍ଷ ଟପିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଦିନକରେ ୫୨ହଜାର ୧୨୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭୭୫ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫ଲକ୍ଷ ୮୩ହଜାର ୭୯୨ ଥିବା ବେଳେ ସୁସ୍ଥ ହେଲେଣି ୧୦ଲକ୍ଷ ୨୦ହଜାର ୫୮୨, ଆକ୍ଟିଭ୍ କେସ୍ ରହିଛି ୫ଲକ୍ଷ ୨୮ହଜାର ୨୪୨ ।

୧୦ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଭାରତରେ ଏପର୍ଯ୍ୟନ୍ତ ୧୫ ଲକ୍ଷ ୮୩ ହଜାର ୭୯୨ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୩୪,୯୬୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଲକ୍ଷ ୨୦ ହଜାର ୫୮୨ ଜଣ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି। ପାଞ୍ଚ ଲକ୍ଷ ୨୮ ହଜାର ଲୋକ ବିଭିନ୍ନ କୋଭିଡ଼ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଅର୍ଥାତ୍ ଦେଶରେ ୩୩.୩୫% ସକ୍ରିୟ ମାମଲା ରହିଛି, ୬୪.୪୩% ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି ଏବଂ ୨.୨୦% ଲୋକ ପ୍ରାଣ ହରାଇଛନ୍ତି।

କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ । ଆମେରିକା ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ ଭାରତ  । କିନ୍ତୁ ଯଦି ଆମେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ ସ୍ଥିତିରେ ରହିଛି । ଭାରତ ତୁଳନାରେ ଅଧିକ ମାମଲା ଆମେରିକାରେ ରହିଛି  । ଆମେରିକାରେ ୪,୫୬୮,୦୩୭ ଜଣ କୋରନା ଆକ୍ରାନ୍ତ ହୋଇଥିବା ବେଳେ ବ୍ରାଜିଲରେ 2,555,518 ୨,୫୫୫,୫୧୮ଜଣ ଚିହ୍ନଟ ହୋଇଛନ୍ତି । ତେବେ କରୋନା ସଂକ୍ରମଣ ବ୍ୟାପିବା ବ୍ୟାପିବା ଦୃଷ୍ଟିରୁ ଭାରତ ଦୁନିଆର ଦ୍ୱିତୀୟ ସ୍ଥାନରେ ରହିଛି ।

କରୋନାରେ ପ୍ରଭାଭିତ ଟପ୍ ୫ ରାଜ୍ୟ

ମହାରାଷ୍ଟ୍ରରୁ ସର୍ବାଧିକ ୪ଲକ୍ଷ ୬୫୦କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୪ହଜାର ୪୬୩ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁରେ ୨ଲକ୍ଷ ୩୪ହଜାର ୧୧୪ ଆକ୍ରାନ୍ତ ହୋଇଥିବା ବେଳେ ୩ହଜାର ୭୪୧ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଲକ୍ଷେ ୩୩ହଜାର ୩୧୦ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୩ହଜାର ୯୦୭ଜଣଙ୍କ ମୃତ୍ୟୁ ହୋଇଛି । ଆନ୍ଧ୍ରପ୍ରଦେଶରେ ଲକ୍ଷେ ୨୦ହଜାର ୩୯୦ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨ଶହ ୧୩ଜଣହ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ଲକ୍ଷେ ୧୨ହଜାର ୫୦୪ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୧ଶହ ୪୭ଜଣଙ୍କ ମୃତ୍ୟୁ ହେଲାଣି । ୟୁପିରେ ୭୭ହଜାରୁ  ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୬୫ହଜାରରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି ।

ରାଜ୍ୟରେ ୧୨୦୩ ନୂଆ ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ…

ରାଜ୍ୟରେ ଆଉ ୧୨୦୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ସେଣ୍ଟରରୁ ୭୫୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୪୫ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ୩୭୮ରେ ପହଞ୍ଚିଛି । ସେଥିମଧ୍ୟରୁ ସୁସ୍ଥ ହୋଇ ୧୮ ହଜାର ୯୩୮ ଜଣ ଘରକୁ ଫେରିଛନ୍ତି । ତେବେ ରାଜ୍ୟରେ ଏବେ ସୁଦ୍ଧା ୧୧ ହଜାର ୨୩୫ ମାମଲା ସକ୍ରିୟ ରହିଛି ।

ନୂଆ ୧୨୦୩ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୦, ବରଗଡ଼ରୁ ୧୨, ଭଦ୍ରକରୁ ୫୩, ବଲାଙ୍ଗିରରୁ ୬, ବୌଦ୍ଧରୁ ୩, କଟକରୁ ୯୭, ଦେଓଗଡ଼ରୁ ୮, ଢ଼େଙ୍କାନାଳରୁ ୩, ଗଜପତିରୁ ୭୨ ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଗଞ୍ଜାମରୁ ସର୍ବାଧିକ ୨୫୦ ଜଣ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରରୁ ୮ ଜଣ, ଯାଜପୁରରୁ ୪୬, କଳାହାଣ୍ଡିରୁ ୪, କନ୍ଧମାଳ ଓ କେନ୍ଦ୍ରାପଡ଼ାରୁ ୧୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କେନ୍ଦୁଝରରୁ ୧୧, ଖୋର୍ଦ୍ଧାରୁ ୨୨୦, କୋରାପୁଟରୁ ୬୬, ମାଲକାନଗିରିରୁ ୬୫, ମୟୂରଭଞ୍ଜରୁ ୧୬, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୨୪, ପୁରୀରୁ ୯, ରାୟଗଡ଼ାରୁ ୪୫, ସମ୍ବଲପୁରୁ ୪୦, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଅଙ୍କିତାଙ୍କୁ ଚାଟ୍ ମାଧ୍ୟମରେ ଏମିତି ଲେଖିଥିଲେ ସୁଶାନ୍ତ ! ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସୁଶାନ୍ତଙ୍କ ପରିବାର

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ବିହାରରେ ତାଙ୍କ ପିତା ଅଭିଯୋଗ କରିଥିଲେ । ଏହା ପରେ ତଦନ୍ତ ପାଇଁ ମୁମ୍ବାଇରେ ପହଞ୍ଚିଛି ବିହାର ପୋଲିସ ଏବଂ ମାମଲା ସମ୍ବନ୍ଧରେ ସୁଶାନ୍ତଙ୍କ ଭଉଣୀ ମିତୁ ସିଂଙ୍କ ବୟାନ ରେକର୍ଡ କରିଛି। ଏହାସହ ବିହାର ପୋଲିସ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟାଚକ୍ରବତିଙ୍କ ଘରକୁ ମଧ୍ୟଯାଇଥିଲେ । କିନ୍ତୁ ରିୟା ତାଙ୍କ ଘରେ ନଥିଲେ । ସୂଚନା ଅନୁସାରେ ଏହାପରେ ହିଁ ପୋଲିସ ସୁଶାନ୍ତଙ୍କ ଭଉଣୀ ସହ ଭେଟିଥିଲେ ।

ସୁଶାନ୍ତଙ୍କ ପିତା କେ.କେ ସିଂ ଆତ୍ମହତ୍ୟା କରିବାକୁ ଉସକାଇବା ଅଭିଯୋଗରେ ପାଟଣାର ରାଜୀବ ନାଗର ପୋଲିସ ଷ୍ଟେସନରେ ରିୟା ଚକ୍ରବର୍ତ୍ତୀଙ୍କ ସହ ଆଉ ୪ଜଣଙ୍କ ନାଁରେ ଏଫଆଇଆର କରିଛନ୍ତି। ରିୟାଙ୍କ ସହ ତାଙ୍କ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ମାତା ସାନ୍ଧ୍ୟା ଚକ୍ରବର୍ତ୍ତୀ ଏବଂ ଭାଇ ସୌଭିକ ଚକ୍ରବର୍ତ୍ତୀ ନାଁରେ ମଧ୍ୟ ଅଭିଯୋଗ କରିଛନ୍ତି ସୁଶାନ୍ତଙ୍କ ପିତା ।

ଅଙ୍କିତାଙ୍କ ବୟାନ 

ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତା ମଧ୍ୟ ସୁଶାନ୍ତଙ୍କ ମୁମ୍ବାଇ ଘରେ ତାଙ୍କ ପରିବାର ସହ ଭେଟିଥିଲେ । ଅଙ୍କିତା ଏବଂ ସୁଶାନ୍ତଙ୍କ ପିତାଙ୍କ ମଧ୍ୟରେ ଏକ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲା । ସୂଚନାନୁସାରେ, ଏହା ପରେ ସୁଶାନ୍ତଙ୍କ ପିତା ପ୍ରଥମ ଥର ପାଇଁ ପୋଲିସକୁ କହିଥିଲେ ଯେ ରିୟାଙ୍କ ସତ୍ୟତା ଉପରେ ଅନୁସନ୍ଧାନ କରାଯାଉ। ଅଙ୍କିତା ମଧ୍ୟ ପାଟନା ଯାଇଥିବା ଖବର ଆସିଥିଲା। ବିହାର ପୋଲିସ ସୂତ୍ର ଅନୁଯାୟୀ, ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ଅଙ୍କିତା ଲୋଖଣ୍ଡେ ଦୁଇଥର ପାଟନା ଯାଇଥିଲେ।

ଏହି ସମୟରେ ଅଙ୍କିତା ସୁଶାନ୍ତ ସିଂଙ୍କ ଭଉଣୀ ଶ୍ୱେତାଙ୍କୁ ଭେଟିଥିଲେ। ଯେହେତୁ ଶ୍ୱେତା ଏବଂ ଅଙ୍କିତା ପରସ୍ପରକୁ ଦୀର୍ଘ ଦିନରୁ ଜାଣିଥିଲେ ଏବଂ ଦୁହିଁଙ୍କର ଭଲ ସମ୍ପର୍କ ଥିଲା, ତେଣୁ ଅଙ୍କିତା ଏହି ଏବଂ ସୁଶାନ୍ତ ସିଂଙ୍କ ମଧ୍ୟରେ ହୋଇଥିବା ଚାଟକୁ ଶ୍ୱେତାଙ୍କୁ ଦେଖାଇଥିଲେ |

ସୁଶାନ୍ତ ସିଂ ଅଙ୍କିତାଙ୍କୁ କହିଛନ୍ତି ଯେ “ଏହି ସମ୍ପର୍କରେ ସେ ଅତ୍ୟନ୍ତ ବିବ୍ରତ, ସେ ଏହାକୁ ଶେଷ କରିବାକୁ ଚାହୁଁଛନ୍ତି । କାରଣ ରିୟା ଚକ୍ରବର୍ତ୍ତୀ ତାଙ୍କୁ ବହୁତ ହଇରାଣ କରୁଛନ୍ତି।” ଏହି ଚାଟ୍ ବିହାର ପୋଲିସର ତଦନ୍ତର ଏକ ଅଂଶ ହୋଇପାରିଛି ।

ଏହି ଚାଟ୍ ଦେଖିବା ପରେ ହିଁ ରିୟା ଏବଂ ତାଙ୍କ ପରିବାର ଉପରେ ସୁଶାନ୍ତଙ୍କ ପରିବାରର ସନ୍ଦେହ ବଢିଥିଲା । ବର୍ତ୍ତମାନ ବିହାର ପୋଲିସ ମଧ୍ୟ ଏହି ମାମଲାରେ ଅଙ୍କିତା ଲୋଖଣ୍ଡେଙ୍କୁ ପଚରାଉଚରା କରିବାକୁ ଯାଉଛି ।

ଏହି ରାଶିର ବ୍ୟକ୍ତି ସାବଧାନ ! ରହିଛି ବିପଦ…

୧. ମେଷ ରାଶି: – ଆଜି ମେଷ ରାଶିର ଲୋକେ ପରିବାର କାମ କାର୍ଯ୍ୟରେ ବ୍ୟସ୍ତ ରହିବ । ଅନେକ ପୁରୁଣା ବନ୍ଧୁଙ୍କ ସହ ଆଜି ଯୋଗାଯୋଗ କରିବାର ଯୋଗ ରହିଛି । ଆଜିର ଆର୍ଥିକ ବିନିଯୋଗ ଲାଭଦାୟକ ହେବ । ଟଙ୍କା ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ ହେବ । ମାନସିକ ଶାନ୍ତି ମିଳିବା ସହ ପରିବାରରେ ଖୁସିର ମାହୋଲ ରହିବ ।

୨. ବୃଷ ରାଶି: – ଏହି ରାଶିର ଲୋକଙ୍କର ବ୍ୟବସାୟରେ ଲାଭ ହେବ । ଅନ୍ୟମାନଙ୍କ ଜୀବନଶୈଳୀ ଦେଖି ନିଜ ଜୀବନରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ । ଜୀବନସାଥୀଙ୍କ ସହ ସମୟ ବିତାଇବା ପାଇଁ ସୁଯୋଗ ମିଳିବ । ପରଉପକାର କରିବା ସହ ଦାନ କଲେ ମାନସିକ ସୁଖ ମିଳିବ ।

୩. ମିଥୁନ ରାଶି: – ମିଥୁନ ରାଶିର ଲୋକେ ନିଜ କାର୍ଯ୍ୟ ପ୍ରଣାଳୀରେ ପରିବର୍ତ୍ତନ ଆଣିବା ଜରୁରୀ । ଆଜି ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ନୂଆ ଯୋଜନା ଆରମ୍ଭ ହେବ । ପ୍ରେମ ଜୀବନରେ ଅନେକ ଖୁସି ମିଳିବ ।

୪. କର୍କଟ ରାଶି:- କର୍କଟ ରାଶିର ଲୋକଙ୍କ ପାଇଁ ଆଜି ଦିନଟି ଖୁବ ଭଲ । ବ୍ୟବସାୟରେ ଲାଭ ହେବା ସହ ମାନ ସମ୍ମାନରେ ବୃଦ୍ଧି ହେବ ।  ସରକାରୀ କାର୍ଯ୍ୟରେ ମଧ୍ୟ ସଫଳତା ମିଳିବ । ଆଜି ଅନ୍ୟମାନଙ୍କ ସୁବିଧା ପାଇଁ ସର୍ବଦା ପ୍ରସ୍ତୁତ ରହିବେ ।

୫. ସିଂହ ରାଶି:- ସିଂହ ରାଶିର ଲୋକଙ୍କ ପାଇଁ ଆଜି ଦିନଟି ଅଶୁଭ  । କିନ୍ତୁ ବନ୍ଧୁମାନଙ୍କ ସମର୍ଥନ ମିଳିବା ସହ ସମ୍ପୂର୍ଣ୍ଣ ସହଯୋଗ ମିଳିବ ।  ରାଜନୀତିରେ ଅସୁବିଧା ହୋଇପାରେ । ଶତ୍ରୁମାନଙ୍କଠାରୁ ବଞ୍ଚି ରହିବା ଜରୁରୀ । ଆଜି ପ୍ରତ୍ୟେକ କାର୍ଯ୍ୟ ନିଜ ଯୋଜନା ଅନୁଯାୟୀ ହେବ ।

୬. କନ୍ୟା ରାଶି: – କନ୍ୟା ରାଶିର ଲୋକଙ୍କ ପାଇଁ ଦିନଟି ଶୁଭ ରହିବ । ପରିବାରରେ ଉତ୍ସବର ପରିବେଶ ରହିବ । ବାହାର ଲୋକଙ୍କଠାରୁ ସତର୍କ ରହିବା ଜରୁରୀ । ବ୍ୟକ୍ତିଗତ ଜୀବନରେ ବ୍ୟସ୍ତତା ରହିବ । ନିଜ ପ୍ରିୟ ଲୋକଙ୍କୁ ସନ୍ଦେହ କରିବା ଅନୁଚିତ୍ ।

୭. ତୁଳା ରାଶି: – ଆଜି ତୁଳା ରାଶିର ଲୋକେ ଅଧିକ ଚିନ୍ତିତ ରହିବେ । ନୂତନ କାର୍ଯ୍ୟରେ ଭାବି ଚିନ୍ତି ଯୋଗ ଦେବା ଉଚିତ୍ । ପାରିବାରିକ ଦାୟିତ୍ୱ ଭଲ ଭାବେ ପୂରଣ କରିବେ । କର୍ମକ୍ଷେତ୍ରରେ ମନ ଅସନ୍ତୁଷ୍ଟ ରହିବ ।

୮. ବିଚ୍ଛା ରାଶି: – ଆଜି ଏହି ରାଶିର ଲୋକଙ୍କୁ ଖୁସି ଖବର ମିଳିବ । ହେଲେ ଆଜି ଅନାବଶ୍ୟକ ଖର୍ଚ୍ଚ କରିପାରନ୍ତି । ନିଜ ସାଙ୍ଗସାଥୀଙ୍କ ସହ ବାହାରକୁ ଯିବାର ଯୋଗ ରହିଛି । ବ୍ୟବସାୟରେ ଲାଭ ହେବ ।

୯. ଧନୁ ରାଶି: – ଆଜି ଆର୍ଥିକ ଅବସ୍ଥାରେ ସୁଧାର ଆସିବ । ସାମାଜିକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବେ ଧନୁ ରାଶିର ଲୋକେ । କର୍ମକ୍ଷେତ୍ରରେ ଏକ ନୂତନ ଯୋଜନା ଉପରେ ଆଲୋଚନା ହେବ ।

୧୦. ମକର ରାଶି: – ମକର ରାଶିର ଲୋକେ ଆଜି ସେମାନଙ୍କ କଥା ଦ୍ୱାରା ଅନ୍ୟମାନଙ୍କୁ ଆକର୍ଷିତ କରିବେ ।  ପ୍ରେମୀ ଯୁଗଳଙ୍କ ପାଇଁ ଆଜି ଏକ ଭଲ ଦିନ । ବ୍ୟବସାୟରେ କ୍ଷତି ହୋଇପାରେ । ପାରିବାରିକ ଖୁସି ମିଳିବ ।

୧୧. କୁମ୍ଭ ରାଶି: – ଚାକିରିରେ ପଦୋନ୍ନତି ହୋଇପାରେ । ପାରିବାରିକ ସୁଖ ଏବଂ ଧନ ବୃଦ୍ଧି ପାଇବ । ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ।

୧୨. ମୀନ ରାଶି: – ମୀନରାଶିର ଲୋକଙ୍କ ପାଇଁ ଆଜି ଦିନଟି ଶୁଭ ରହିଛି । କର୍ମକ୍ଷେତ୍ରରେ ସମସ୍ତଙ୍କ ସହଯୋଗ ମିଳିବ । ବ୍ୟକ୍ତିଗତ ଜୀବନର ନିଷ୍ପତ୍ତି ନେବାରେ ଅସୁବିଧା ହେବ । ଆଜି ପାରିବାରିକ ସୁଖ ଏବଂ ଧନ ବୃଦ୍ଧି ପାଇବ ।

 

ବଦଳିବ ସ୍ୱର୍ଗଦ୍ୱାର ଚିତ୍ର, ବନ୍ଧୁ ପରିଜନଙ୍କୁ ମିଳିବ ଆତିଥ୍ୟ…

ପୂରୀ: ବଦଳିବ ସ୍ୱର୍ଗଦ୍ୱାର ଚେହେରା । ନୂଆ ରୂପରେ ନଜର ଆସିବ ପୁରୀ ସ୍ୱର୍ଗଦ୍ୱାର । ମୃତଦେହ ପୋଡ଼ିବା ନେଉଥିବା ପରିବାର ଓ ବନ୍ଧୁ ପରିଜନ ଓ ଲୋକଙ୍କୁ ମିଳିବ ଆତିଥ୍ୟ । ଏଭଳି ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ପ୍ରଶାସନ । ଶ ବଦାହ ପାଇଁ ଆସୁଥିବା ବନ୍ଧୁ ପରିଜନଙ୍କ ନିମନ୍ତେ ମିଳିବ ବିଶେଷ ସୁବିଧା ଓ ସେବା । ସ୍ୱର୍ଗଦ୍ୱାର ପୁନଃ ଉଦ୍ଧାର ସହ ଚତୁଃପାର୍ଶ୍ୱରେ ହେବ ସୌନ୍ଦର୍ଯ୍ୟକରଣ । ଦେଖଣାହାରୀଙ୍କ ପାଇଁ ହେବ ଏକ ସୁନ୍ଦର ସ୍ଥାନ । ଜିଲ୍ଲପାଳ ବଲଓ୍ୱନ୍ତ ସିଂ ବୁଧବାର ସ୍ୱର୍ଗଦ୍ୱାର ବୁଲି ଦେଖିବା ସହ ଜାରି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ସିଙ୍ଗଲ ଓ୍ୱିଣ୍ଡୋ ବ୍ୟବସ୍ଥା ମାଧ୍ୟମରେ ଗୋଟିଏ ସ୍ଥାନରେ ସମସ୍ତ ସୁବିଧା ଉପଲବ୍ଧ ହେବ । ଏଥିପାଇଁ ସ୍ୱତନ୍ତ୍ର ଅଫିସ୍‌ ଖୋଲାଯାଇ ପେଶାଦାର ମାନଙ୍କୁ ନିଯୁକ୍ତ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଶବଦାହ ପାଇଁ ଆସୁଥିବା ବ୍ୟକ୍ତିମାନେ ଯେପରି ଉତ୍ତମ ବ୍ୟବହାର ଓ ଆତିଥେୟତା ପାଇ ଭଲ ଅନୁଭୂତି ନେଇ ଫେରିବେ ଏଥିପ୍ରତି ଦୃଷ୍ଟି ଦିଆଯିବ । ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହେବ ।

ପରେ ଅପରାହ୍ନରେ ଗାନ୍ଧୀଘାଟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶବଦାହକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ସେମାନଙ୍କ ଜୀବିକା ଉପାର୍ଜନ ମାନରେ ଉନ୍ନତି ସହ ପରିବାର ସଦସ୍ୟଙ୍କୁ ବୀମାଭୁକ୍ତ କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରାଯାଇଛି ।

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବହୁ ଜଲଦି ରହସ୍ୟର ଉପରୁ ପରଦା ଉଠିପାରେ । ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାକୁ ଆହୁରି କଡ଼ାକଡ଼ା ଭାବେ ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ପୋଲିସ  ଡିଜି । ଆଦିତ୍ୟଙ୍କ ମୃତ୍ୟୁକୁ ମାସେ ପାଖାପାଖି ହୋଇଯାଇଥିଲେ ମଧ୍ୟ ମୃତ୍ୟୁର ରହସ୍ୟ ଏବେ ବି ଅନ୍ଧାରରେ । ପ୍ରକୃତରେ ସେଦିନ ରାତିରେ କଣ ହୋଇଥିଲେ ଆଦିତ୍ୟ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରୁନାହିଁ ।

ପୂର୍ବରୁ ମାମଲାର ତଦନ୍ତ କରୁଥିବା ଭୁବନେଶ୍ୱର ଜିଆରପି ହାତରେ ଯଦିଓ କିଛି ସୁରାଗ ଲାଗିଥିଲା ସେଥିରୁ ସ୍ପଷ୍ଟ ହୋଇ ନଥିଲା ଯେ ଆଦିତ୍ୟଙ୍କୁ ହତ୍ୟା କରାଯାଇଛି ନା ଆତ୍ମହତ୍ୟା କରିଛନ୍ତି । ପୂର୍ବରୁ ଆଦିତ୍ୟଙ୍କ ଡାଏରୀକୁ ନେଇ ତନାଘନା ଚାଲିଥିବା ବେଳେ ଡାଏରୀରେ ତାଙ୍କ ହାତଲେଖାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା । ଯଦିଓ ସେ ଡାଏରୀରେ ଲେଖା ଆଦିତ୍ୟଙ୍କ ହାତ ଲେଖା ବୋଲି ଜଣାପଡ଼ିଥିଲା । ଏହାପରେ ଆଦିତ୍ୟ ଏକା ଏକା ଚାଲି ଚାଲି ଯାଉଥିବାର ମଧ୍ୟ ସିସିଟିଭି ରେକର୍ଡିଂ ସାମ୍ନାକୁ ଆସିଥିଲା । ଯାହା ଆଦିତ୍ୟ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଥିଲା ।

କିନ୍ତୁ ଏହାପରେ ଗତକାଲିର ତଥ୍ୟ ସମସ୍ତଙ୍କୁ ପୁଣି ଅନ୍ଧାରକୁ  ଠେଲି ଦେଇଛି । ଗତକାଲି ଲୋକୋ ପାଇଲଟଙ୍କ ବୟାନ ପୁଣି ଏହି ମାମଲା ଟ୍ୱିଷ୍ଟ ଆଣିଥିଲା । କାରଣ ଯେଉଁ ଟ୍ରାକରେ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ସେ ଟ୍ରାକ୍ ଦେଇ ଯାଇଥିବା ଆଉ ଦୁଇ ଟ୍ରେନର ଲୋକୋ ପାଇଲଟ ବୟାନ ରେକର୍ଡ କରାଯାଇଥିଲା । ଯେଉଁଥିରେ ସେ ସ୍ପଷ୍ଟ ସୂଚନା ଦେଇଥିଲେ ଯେ ସେଦିନ ଟ୍ରେନ ଆଗକୁ କେହି ଡେଇଁ ନଥିଲେ କି ଟ୍ରେନ କାହାରିକୁ ଧକ୍କା ଦେଇ ନଥିଲା ।

ତେବେ ଏତେ ସବୁ ତନାଘନା ପରେ ସତ ସାମ୍ନାକୁ ଆସୁ ନଥିବାରୁ ଆଜି ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ଅଭୟ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।

କଟକଣା ଭିତରେ ପାଳନ ହେବ ସ୍ୱାଧୀନତା ଦିବସ, ଟିଭିରେ ଆସିବ ପୁରା କାର୍ଯ୍ୟକ୍ରମ

ଭୁବନେଶ୍ୱର: କୋଭିଡ୍‌ କଟକଣା ମଧ୍ୟରେ ପାଳିତ ହେବ ସ୍ୱାଧୀନତା ଦିବସ । ସାରା ବିଶ୍ୱରେ ଏବେ କରୋନା କାୟା ବିସ୍ତାର କରିଥିବା ବେଳେ ଦେଶ ତଥା ରାଜ୍ୟରେ ମଧ୍ୟ କରୋନାର କାୟା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ କୌଣସି ସ୍ଥାନରେ ଏକାଠି ହେବା ପାଇଁ କଟକଣା ଲାଗୁ କରାଯାଇଛି । କାରଣ ଏକାଧିକ ଲୋକ ଏକାଠି ହେଲେ କରୋନା ସଂକ୍ରମଣର ଅଧିକ ଆଶଙ୍କା ରହିଥାଏ । ଏହି କରୋନା ସଂକ୍ରମଣ ଭୟରେ ଦେଶରେ ତଥା ରାଜ୍ୟରେ ବଡ଼ ବଡ଼ ପାରମ୍ପରିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି । ଏମିତିକି ବିନା ଭକ୍ତରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନେକ କଟକଣା ସହ ସମାପନ କରଯାଇଛି । ସେହି କରାେନା କାୟାକୁ ଦୃଷ୍ଟିରେ ରଖି ଏବେ କେନ୍ଦ୍ର ସରକାର ତଥା ରାଜ୍ୟ ସରକାର କଟକଣା ମଧ୍ୟରେ ସ୍ୱାଧୀନତା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଚଳିତବର୍ଷ କୋଭିଡ୍ କଟକଣା ଭିତରେ ପାଳିତ ହେବ ସ୍ୱାଧୀନତା ଦିବସ । କଟକଣା ଅନୁପାଳନ ଭିତରେ ପ୍ରସ୍ତୁତି ଚୁଡାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ସ୍ୱାଧୀନତା ଦିବସ ପ୍ରସ୍ତୁତି ନେଇ ଲୋକସେବା ଭବନରେ ଏକ ବୈଠକ ବସିଥିଲା । ଜନ ସ୍ୱାସ୍ଥ୍ୟ ଉପରେ କରୋନାର ପ୍ରଭାବକୁ କମ୍ କରିବା ପାଇଁ ସ୍ୱତନ୍ତ୍ର ନିୟମ ଓ କଟକଣାମାନ ଜାରି କରାଯାଇଛି ।

ସ୍ୱାଧୀନତା ଦିବସ ଏକ ଗୌରବମୟ ଜାତୀୟ ଦିବସ ହୋଇଥିବାରୁ କଟକଣା ମଧ୍ୟରେ ଏହାର ପାଳନ ପାଇଁ ବୈଠକରେ ସ୍ଥିର ହୋଇଛି । ପ୍ରସ୍ତୁତି ଓ ପାଳନ ସମୟରେ ଯଥା ସମ୍ଭବ ସାମାଜିକ ଦୂରତା ଓ ସ୍ୱଚ୍ଛତାର ନିୟମ ଅନୁପାଳନ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ଭୁବନେଶ୍ୱର ୩ ନମ୍ବର ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ପାଳନ କରାଯିବ । କରୋନା କଟକଣା ଦୃଷ୍ଟିରୁ ପୂର୍ବ ବର୍ଷମାନଙ୍କ ପରି ପ୍ୟାରେଡ୍ ପ୍ରଦର୍ଶନୀ ଅନୁଷ୍ଠିତ ହେବନାହିଁ । ପୋଲିସ୍ ବ୍ୟାଣ୍ଡ ପାର୍ଟି ଜାତୀୟ ସଂଗୀତ ପରିବେଷଣ କରିବେ । ବ୍ୟାଣ୍ଡ ପାର୍ଟି ସହ ୩ ଟି ପୋଲିସ୍ ବାହିନୀର ଟ୍ରୁପ୍ ମାନେ ଜାତୀୟ ପତାକା ଏବଂ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ । କୋଭିଡ୍ ଯୋଦ୍ଧାମାନଙ୍କ ସହ ସୀମିତ ସଂଖ୍ୟକ ଲୋକଙ୍କୁ ସାମିଲ କରି ଏହି ଦିବସ ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ପ୍ୟାରେଡ୍ ବେଳର ଦୃଶ୍ୟ ଟିଭିରେ ଦେଖିପାରିବ ଦର୍ଶକ । ଅନୁଷ୍ଠିତ ବୈଠକରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜିବ ଚୋପ୍ରା ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ଶାସନ ସଚିବ ସଂଜୟ କୁମାର ସିଂ ଉପସ୍ଥିତ ରହିଥିଲେ ।

ଚଳିତ ବର୍ଷ ସ୍ୱାଭାବିକ ଠାରୁ ୧୨ ପ୍ରତିଶତ କମ ବର୍ଷା ରେକର୍ଡ

ଭୁବନେଶ୍ୱର: ଚଳିତ ବର୍ଷ ଗାଏବ ହୋଇଛି ବର୍ଷା । ବର୍ଷାର ଅପେକ୍ଷା ଚାଷି କିନ୍ତୁ ସମସ୍ତଙ୍କ ଧୋକା ଦେଇଛି ବର୍ଷା । ସ୍ୱଳ୍ପ ପରିମାଣର ବର୍ଷା ହେବେ କାଳ ହେଉଛି । ଜୁନର ଦ୍ୱିତୀୟ ସପ୍ତାହରୁ ମୌସୁମି ଓଡ଼ିଶା ଛୁଇଁ ଥିଲା  । ସେହି ସମୟରେ ସାମାନ୍ୟ ବର୍ଷା ପରେ ଏବେ କେଉଁ ଆଡ଼େ ଗାଏବ ହୋଇଯାଇଛି ବର୍ଷା । କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେଉଥିଲେ ହେଁ କିଛି ସ୍ଥାନରେ ବର୍ଷାର ବାସ୍ନା ଟିକେ ପାଇଁ ଡହଳ ବିକଳ ହେଲାଣି ଚାଷି ପରିବାର ।

ତେବେ ଏମଧ୍ୟରେ ରାଜ୍ୟରେ ପୁଣି କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବା ନେଇ ଆଞ୍ଚଳିକା ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ରାଜ୍ୟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଂଜାମ, ଏବଂ  ସୁନ୍ଦରଗଡ  ଜିଲ୍ଲାରେ କିଛି-କିଛି ଅଂଚଳରେ  ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବାକି ଜିଲ୍ଲା ଗୁଡିକରେ  ଗୋଟିଏ ରୁ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ସହ ୩୧ ରୁ  ୨ ତାରିଖ ଯାଏ ବିଜୁଳି-ଘଡଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଲିଛି । କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | ଜୁନ୍ ପହିଲାରୁ ୨୯ ଜୁଲାଇ ୨୦୨୦ ମଧ୍ୟରେ ଓଡ଼ିଶାରେ ୪୭୩.୦  ମିମି ବର୍ଷା ରେକର୍ଡ ହୋଇଛି  । ଯାହା ସ୍ୱାଭାବିକ ବର୍ଷା ୫୩୮.୦  ମିମି ଠାରୁ ୧୨ ପ୍ରତିଶତ କମ ରେକର୍ଡ କରାଯାଇଛି |

ପିଣ୍ଟୁଙ୍କ ନାଁରେ ଅଭିଯୋଗ କଲେ ଯୁବତୀ…

ଭୁବନେଶ୍ୱର: ପୁଣି ଜଣେ ଓଲିଉଡ୍‌ କଳାକାରଙ୍କ ନାଁରେ ଥାନାରେ ଏତଲା । ଯୁବତୀ ଆଣିଲେ ସଙ୍ଗିନ ଅଭିଯୋଗ । କହିଲେ ମତେ ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି ଅଭିନେତା ।

ତେବେ ଏଭଳି ସଙ୍ଗିନ୍‌ ଅଭିଯୋଗ ଆସିଛି ଓଲିଉଡ୍‌ ଜଗତର ବହୁ ପୁରୁଣା କଳାକାର ପିଣ୍ଟୁ ନନ୍ଦଙ୍କ ନାଁରେ । ଜଣେ ଯୁବତୀଙ୍କୁ ସେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଫିଲ୍ମ ସୁଟିଂ ବିଳମ୍ବ ହେବା କାରଣକୁ ନେଇ ଅଭିନେତା ପିଣ୍ଟୁ ନନ୍ଦ ଏଭଳି କାଣ୍ଡ ଭିଆଇଛନ୍ତି ।

Pintu Nanda

ନୟାପଲ୍ଲୀ ଥାନାରେ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ପିଣ୍ଟୁଙ୍କୁ ଥାନାକୁ ଡାକିଥିଲା । ପରେ ପୋଲିସ ତାଙ୍କୁ ଏକ ନୋଟିସ୍ ଛାଡ଼ିଦେଇଥିବା ଜଣାପଡ଼ିଛି ।