spot_img
Home Blog Page 6908

ଡରାଇଲା ଭଳି ଖବର : ଭାରତରେ ୨୧ ଲକ୍ଷ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା, ପ୍ରତି ୧୩ ଦିନରେ ଡବଲ ହେଉଛି ମାମଲା

ନୂଆଦିଲ୍ଲୀ: ଭାରତ ପାଇଁ ଖରାପ ଖବର । ଦୁଇ ମାସ ଧରି ଯେଉଁ କରୋନାକୁ ଭାରତ ଅଟକାଇବାରେ ସଫଳ ହୋଇଥିଲା ଲାଗୁଛି ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ଆକାଶ ଛୁଇଁବ । ଏକ ଅଧ୍ୟୟନ ଅନୁସାରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ହେବ । ମିଶିଗନ ବିଶ୍ୱବିଦ୍ୟାଳୟ ଓ  ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ କରୋନା ମଡେଲ ଜରିଆରେ ଭାରତକୁ ଏହି ଚେତାବନୀ ଦେଇଛନ୍ତି ।

ଭାରତ ଏବେ ଦୁନିଆର କରୋନା ହଟସ୍ପଟ୍ ଭିତରୁ ଗୋଟିଏ ପାଲଟିଛି । ଆଜିସୁଧା ଭାରତରେ ୧ ଲକ୍ଷ ୩୮ ହଜାର ୫ଶହ କରୋନା ସଂକ୍ରମିତ ରହିଛନ୍ତି । କରୋନା ୪ ହଜାର ୨୪ ଜଣଙ୍କ ଜୀବନ ନେଇ ସାରିଛି । ମିଶିଗନ ଓ ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର କରୋନା ମଡେଲ ଅନୁସାରେ ଜୁଲାଇ ପ୍ରଥମ ସପ୍ତାହ ସୁଧା ଭାରତରେ ୨୧ ଲକ୍ଷ କରୋନା ସଂକ୍ରମିତ ଥିବେ ।

https://twitter.com/BhramarBioStat/status/1263937431809728513

ମିଶିଗନ ବିଶ୍ୱବିଦ୍ୟାଳୟର ବାୟୋଷ୍ଟାଟେଷ୍ଟିକ୍ସ ଓ ମହାମାରୀ ବିଶେଷଜ୍ଞ ପ୍ରଫେସର ଭ୍ରମର ମୁଖାର୍ଜୀଙ୍କ ଅନୁସାରେ ଏହି ସ୍ଥିତି ଆହୁରି ଅଧିକ ଗମ୍ଭୀର ହେବାର ସମ୍ଭାବନା ରହିଛି । ସେ କହିଛନ୍ତି ଯେ, ଭାରତରେ ସଂକ୍ରମିତଙ୍କ ସଂଖ୍ୟା କମିବା ଆରମ୍ଭ ହୋଇନାହିଁ । ସରକାରୀ ହିସାବ ଅନୁସାରେ ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ପ୍ରତି ୧୩ ଦିନରେ ଡବଲ ହୋଇଛି । ଏମିତିରେ ସରକାର ଲକଡାଉନ୍ ପ୍ରତିବନ୍ଧକରେ ଯେଉଁ ରିହାତି ଦେଉଛନ୍ତି ତାହା ଆଗକୁ ଅଧିକ ମୁସ୍କିଲ ସୃଷ୍ଟି କରିବ ।

Corona

ଭ୍ରମର ମୁଖାର୍ଜୀଙ୍କ କଥା ସତ ହୋଇଛି

ଏହା ପୂର୍ବରୁ ପ୍ରଫେସର ଭ୍ରମର ମୁଖାର୍ଜୀଙ୍କ ଟିମ୍ ଏପ୍ରିଲ ମାସରେ ହିଁ କହିଥିଲେ ଯେ, ମେ’ ମାସରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିବ । ଏବେ ଏହି ଟିମର ଅନୁମାନ ଯେ, ଜୁଲାଇ ପ୍ରଥମ ସପ୍ତାହରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷରୁ ୨୧ ଲକ୍ଷ ହେବ । ତେବେ ଭାରତ ସରକାରଙ୍କ ପକ୍ଷରୁ ଏହା ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ । ଭାରତରେ ମୋଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ପଞ୍ଚମ ଭାଗ ମୁମ୍ବାଇରେ ରହୁଛନ୍ତି ।

ଭେଣ୍ଟିଲେଟର ଚିନ୍ତା

ଏହି ଟିମ୍ ଭାରତରେ ଭେଣ୍ଟିଲିଟର ଅଭାବକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ସରକାରୀ ହିସାବ ଅନୁସାରେ ଭାରତରେ ଏବେ ୭ ଲକ୍ଷ ୧୪ ହଜାର ହସ୍ପିଟାଲ ବେଡ ରହିଛି । ୨୦୦୯ରେ ଏହି ସଂଖ୍ୟା ୫ ଲକ୍ଷ ୪୦ ହଜାର ଥିଲା । କରୋନା ସଂକ୍ରମଣ ମାମଲରେ ଭାରତ ଟପ୍ ଟେନ୍ ତାଲିକାରେ ରହିଛି । ଏହି ତାଲିକାରେ ସଭା ଉପରେ ଆମେରିକା ରହିଛି । ଆମେରିକା ପରେ ଯଥାକ୍ରମେ ବ୍ରାଜିଲ,ବ୍ରିଟେନ୍,ସ୍ପେନ୍,ଇଟାଲି,ଫ୍ରାନ୍ସ,ଜର୍ମାନୀ ଓ ତୁର୍କୀ ରହିଛନ୍ତି ।

 

ଦୁଇ ମାସ ପରେ ଉଡ଼ିଲା ବିମାନ : କରୋନା କାଳରେ ଏମିତି ବେଶରେ ଗଲେ ଯାତ୍ରୀ ଓ ଏୟାର ହଷ୍ଟେସ,ଦେଖନ୍ତୁ ବିମାନ ଭିତରର ଚିତ୍ର

ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ପୂରା ଦେଶରେ ଜାରି ହୋଇଛି ଲକଡାଉନ  ଏବଂ ଏଥି ପାଇଁ ବିମାନ ଚଳାଚଳ ଏକପ୍ରକାର ବନ୍ଦ କରିଦିଆଯାଇଥିଲା କିନ୍ତୁ ଦୀର୍ଘ ୨ମାସ ପରେ ଘରୋଇ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଆଜି କାର୍ଯ୍ୟକାରୀ ହୋଇଛି ବିମାନରେ ବସିବା ପୂର୍ବରୁ ଯାତ୍ରୀମାନଙ୍କର ଥର୍ମାଲ ଟେଷ୍ଟ ମଧ୍ୟ କରାଯାଇଛି । ସମସ୍ତ ଯାତ୍ରୀଙ୍କୁ ବିମାନରେ ଫେସ୍ କଭର କରିବାକୁ ମାସ୍କ ଦିଆଯାଇଥିଲା  ।

ସୋମବାର ୨୫ ମେ’ରୁ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକୁ ଘରୋଇ ବିମାନ ସେବା ଆରମ୍ଭ ହୋଇଛି । ପ୍ରଥମ ବିମାନ ଦିଲ୍ଲୀ ବିମାନବନ୍ଦରରୁ ପୁନେ ଅଭିମୁଖେ ଯାତ୍ରା କରିଛି । ଏବଂ ଅନ୍ୟପଟେ ମୁମ୍ବାଇ ବିମାନବନ୍ଦରରୁ ପ୍ରଥମ ବିମାନ ସକାଳ ୬: ୪୫ରେ ପାଟନା ଅଭିମୁଖେ ଯାତ୍ରା କରିଥିଲା ।

ଦୁଇମାସ ପରେ ଘରୋଇ ବିମାନ ଉଡ଼ାଣ ଆରମ୍ଭ ହୋଇଛି, ତେଣୁ ବିମାନ ଉଡ଼ାଣ ଏବଂ ଅବତରଣ ପାଇଁ ବିମାନବନ୍ଦରରେ ମଧ୍ୟ ବିଶେଷ ପ୍ରସ୍ତୁତି କରାଯାଇଛି । ନୂଆ ଗାଇଡଲାଇନ ଅନୁଯାୟୀ ବିମାନବନ୍ଦରରେ ଅନେକ ବ୍ୟବସ୍ଥା ପରିବର୍ତ୍ତନ କରାଯାଇଛି । କରୋନା ସଂକ୍ରମଣକୁ ଏଡାଇବା ପାଇଁ ବିମାନବନ୍ଦରରେ ଦୁଇ ମିଟର ଦୂରତା ଅନୁସରଣ କରିବା ବାଧ୍ୟତାମୂଳକ କରାଯାଇଛି ଏବଂ ସ୍ପର୍ଶହୀନ ସିଷ୍ଟମ ଅନୁସରଣ କରାଯାଉଛି । ଏହା ବ୍ୟତୀତ ରାଜ୍ୟ ସରକାର ମଧ୍ୟ ବିମାନ ଯାତ୍ରା ସମ୍ବନ୍ଧରେ ନିଜ ନିଜ ରାଜ୍ୟ ପାଇଁ କିଛି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ସୋମବାର ଦିନ ଜୟପୁର ବିମାନ ବନ୍ଦରକୁ ୨୦ଟି ବିମାନ ଚଳାଚଳ ପାଇଁ ଧାର୍ଯ୍ୟ କରାଯାଇଛି । ବିମାନବନ୍ଦର ନିର୍ଦ୍ଦେଶକଙ୍କ ଅନୁଯାୟୀ ମୁମ୍ବାଇ ଏବଂ ପୁନେ ବିମାନ ଉଡ଼ାଣ ବାତିଲ ହୋଇପାରେ । ଏଥି ସହିତ ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ମୋଟ ୩୬ଟି ବିମାନ ପ୍ରଥମ ଦିନରେ କାର୍ଯ୍ୟକ୍ଷମ ହେବ । ଯେଉଁଥିରେ ଲକ୍ଷ୍ନୌରୁ ୧୫ ଟି ବିମାନ ଉଡ଼ିବ । ତେବେ ଆସନ୍ତା ୨୫ ତାରିଖରୁ ବିଜୟୱାଡା ଏବଂ ବିଶାଖାପାଟନମରେ ବିମାନ ସେବା ଆରମ୍ଭ ହେବ ।

ସେହିପରି କୋଲକାତାରେ ମେ ୨୮ ରୁ ବିମାନ ସେବା ଆରମ୍ଭ ହେବ । ତାମିଲନାଡୁ ମହାରାଷ୍ଟ୍ର ଭଳି ଅଳ୍ପ ସଂଖ୍ୟକ ବିମାନ ଉଡ଼ାଣରୁ କୋଲକାତାରେ ବିମାନ ସେବା ଆରମ୍ଭ ହେବ । ଏହାସହ ଯାତ୍ରୀଙ୍କ ସହ ବିମାନ ସେବା ଯୋଗାଯୋଗରେ ଅଛି । ଏବଂ ଯଦି ବିମାନ ବାତିଲ ହୁଏ ତେବେ ଯାତ୍ରୀମାନଙ୍କୁ ଟଙ୍କା ଫେରସ୍ତ କରାଯିବ କିମ୍ବା ଯାତ୍ରାକୁ ପୁନ ସ୍ଥିର କରିବେ ।

କରୋନା ଭୂତାଣୁର ସଂକ୍ରମଣ ନେଇ ନୂଆ ତଥ୍ୟ: ୧୧ ଦିନ ପରେ ସଂକ୍ରମିତଙ୍କ ଠାରୁ ନାହିଁ ସଂକ୍ରମଣର ଭୟ

ନୂଆଦିଲ୍ଲୀ: କରୋନା ଭୂତାଣୁର ସଂକ୍ରମଣ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏକ ଅଧ୍ୟାୟନରୁ ବୈଜ୍ଞାନକଙ୍କୁ ଜଣାପଡ଼ିଛି ଯେ, କରୋନା ସଂକ୍ରମିତ ବ୍ୟକ୍ତି ଜଣଙ୍କ ସଂକ୍ରମିତ ହେବାର ୧୧ ଦିନ ପରେ ଅନ୍ୟକୁ ସଂକ୍ରମିତ କରନ୍ତି ନାହିଁ ।

पॉजिटिव मरीजों से 11 दिन के बाद नहीं फैलता कोरोना, स्टडी में पता चला

ପଜିଟିଭ ବ୍ୟକ୍ତି ଜଣଙ୍କ ସଂକ୍ରମିତ ହେବାର ୧୧ ଦିନ ପରେ ସୁସ୍ଥ ହୋଇନଥିଲେ ସୁଦ୍ଧା ସେମାନେ ଅନ୍ୟକୁ ସଂକ୍ରମିତ କରନ୍ତି ନାହିଁ । ସିଙ୍ଗାପୁର ନ୍ୟାସନାଲ ସେଣ୍ଟର ଫର୍‌ ଇନ୍‌ଫେକସନ୍‌ ଡିଜିଜେସ୍ ଏବଂ ଏକାଡେମୀ ଅଫ୍ ମେଡିସିନର ଜାରି ସଦ୍ୟ ରିସର୍ଚ୍ଚ ରିପୋର୍ଟରେ ଏ ବିଷୟରେ ସୂଚନା ରହିଛି ।

पॉजिटिव मरीजों से 11 दिन के बाद नहीं फैलता कोरोना, स्टडी में पता चला

ପୂର୍ବରୁ ଧାରଣା ଥିଲା କରୋନା ପଜିଟିଭ୍‌ ଜଣଙ୍କ ସୁସ୍ଥ ନହେବା ଯାଏଁ ସେ ଅନ୍ୟକୁ ସଂକ୍ରମିତ କରିପାରନ୍ତି । ଅପରପକ୍ଷରେ ଲକ୍ଷଣ ଦେଖାଯିବାର ୨ ଦିନ ପୂର୍ବରୁ ମଧ୍ୟ ଅନ୍ୟ ଜଣଙ୍କୁ ସଂକ୍ରମିତ କରିପାରନ୍ତି ।

पॉजिटिव मरीजों से 11 दिन के बाद नहीं फैलता कोरोना, स्टडी में पता चला

କିନ୍ତୁ ସିଙ୍ଗାପୁର ନ୍ୟାସନାଲ ସେଣ୍ଟର ଫର୍ ଇନ୍‌ଫେକସନ୍‌ ଡିଜିଜେସ୍ ପକ୍ଷରୁ ୭୩ କରୋନା ସଂକ୍ରମିତଙ୍କ ଉପରେ ରିସର୍ଚ୍ଚ ପରେ ଏହି ନୂଆ ତଥ୍ୟ ସମ୍ପର୍କରେ ଅବଗତ ହୋଇଛନ୍ତି । ରିସର୍ଚ୍ଚରୁ ମିଳିଥିବା ତଥ୍ୟ ମୁତାବକ ୧୧ ଦିନ ପରେ ସଂକ୍ରମିତ ବ୍ୟକ୍ତି ଅନ୍ୟ ଜଣଙ୍କୁ ସଂକ୍ରମିତ କରନ୍ତିନାହିଁ  ।

पॉजिटिव मरीजों से 11 दिन के बाद नहीं फैलता कोरोना, स्टडी में पता चला

ଆମେରିକା ସମେତ ପ୍ରାୟ ସାରା ବିଶ୍ୱରେ ସଂକ୍ରମିତ ବ୍ୟକ୍ତିଙ୍କ କୋଭିଡ ଟେଷ୍ଟ ୨ ଥର ନେଗେଟିଭ୍‌ ଆସିବା ପରେ ହିଁ ସେମାନଙ୍କୁ ସୁସ୍ଥ ଘୋଷଣା କରାଯାଇଥାଏ ।

पॉजिटिव मरीजों से 11 दिन के बाद नहीं फैलता कोरोना, स्टडी में पता चला

ଅବ୍ୟଶ ସିଙ୍ଗାପୁରରେ କରାଯାଇଥିବା ଏହି ସାମ୍ପଲ ସାଇଜ୍ ଛୋଟ ହୋଇଥିବାରୁ ଏହା ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ଗ୍ରହଣୀୟ ହୋଇନପାରେ । କିନ୍ତୁ ଏହି ତଥ୍ୟ ଅଧାରରେ ଅଧିକ ରିସର୍ଚ୍ଚ କରିବାର ଆବଶ୍ୟକତା ରହିଛି ଏବଂ ଏହା ଡାକ୍ତରଙ୍କୁ ଅଧିକ ସହୟାକ ହୋଇପାରିବ  ।

पॉजिटिव मरीजों से 11 दिन के बाद नहीं फैलता कोरोना, स्टडी में पता चला

ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା ବର୍ଷଣରୁ ବଞ୍ଚିଯାଇଥିବା କୁମ୍ଭୀର ମୃତ

ମସ୍କୋ: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବର୍ଲିନ ଉପରେ ଆମେରିକା ଓ ମିତ୍ରରାଷ୍ଟ୍ରଙ୍କ ପକ୍ଷରୁ ହୋଇଥିବା ଭୀଷଣ ବୋମା ବର୍ଷଣରୁ  ବଞ୍ଚିଯାଇଥିବା ୮୪ ବର୍ଷୀୟ କୁମ୍ଭୀରର ମସ୍କୋରେ ମୃତ୍ୟୁ ହୋଇଛି । ମସ୍କୋ  ପ୍ରାଣୀ ଉଦ୍ୟାନର ଅଧିକାରୀମାନେ ଶନିବାର ଦିଏ ଏନେଇ ଘୋଷଣା କରିଛନ୍ତି । ମୃତ୍ୟୁବରଣ କରିଥିବା ଏହି  କୁମ୍ଭୀରଟି ନାଜି ଲିଡର ଆଡଲୋଫ ହିଟଲରଙ୍କ ପୋଷା କୁମ୍ଭୀର ଥିଲା  ବୋଲି ସେତେବେଳେ ଗୁଜବ ଉଠିଥିଲା ।

ପ୍ରାଣୀ ଉଦ୍ୟାନରୁ କୁହାଯାଇଛି ଯେ, “ଗତକାଲି ସକାଳେ ଆମର ମିସିସିପି କୁମ୍ଭୀର ସଟର୍ନ ବୃଦ୍ଧାବସ୍ଥାରେ ମୃତ୍ୟୁ ହୋଇଛି । ତାଙ୍କୁ ପ୍ରାୟ ୮୪ ବର୍ଷ ବୟସ ହୋଇଥିଲା – ଅତ୍ୟନ୍ତ ସମ୍ମାନଜନକ ବୟସ ବୋଲି ସେ ଏହି ବିବୃତ୍ତିରେ କହିଛନ୍ତି । କୁମ୍ଭୀରଟି ଆମେରିକାରେ ଜନ୍ମ ହେବାର କିଛି ସମୟ ପରେ ୧୯୩୬ ମସିହାରେ କୁମ୍ଭୀର ସଟର୍ନକୁ ବର୍ଲିନ ପ୍ରାଣୀ ଉଦ୍ୟାନକୁ ଉପହାର ଦିଆଯାଇଥିଲା ।

ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୪୩ ମସିହାରେ ପ୍ରାଣୀ ଉଦ୍ୟାନ ଉପରେ ବୋମା ଆକ୍ରମଣ ହୋଇଥିଲା, ସେତେବେଳେ ସଟର୍ନ ଖସିଯିବାରେ ସଫଳ ହୋଇଥିଲା ଏବଂ ମାତ୍ର ତିନି ବର୍ଷ ପରେ ବ୍ରିଟିଶ ସୈନିକମାନେ ତାକୁ ପାଇଥିଲେ । ସଟର୍ନଙ୍କୁ ସୋଭିଏତ ସଂଘକୁ ଉପହାର ଦିଆଯାଇଥିଲା – ଯେଉଁଠାରେ ସେ ଜୀବନର ଅବଶିଷ୍ଟ ସମୟ ମସ୍କୋ ପ୍ରାଣୀ ଉଦ୍ୟାନରେ ଅତିବାହିତ କରିଥିଲା । ପ୍ରାଣୀ ଉଦ୍ୟାନ ଏକ ବିବୃତ୍ତିରେ କହିଛି ଯେ ମସ୍କୋ ପ୍ରାଣୀ ଉଦ୍ୟାନ ୭୪ ବର୍ଷ ଧରି ସଟର୍ନକୁ ରଖିଥିବାରୁ ଗର୍ବ କରୁଛି ।

ମସ୍କୋ ପ୍ରାଣୀ ଉଦ୍ୟାନ ପୂର୍ବରୁ ସଟର୍ନ ବର୍ଲିନ ପ୍ରାଣୀ ଉଦ୍ୟାନରେ ନୁହେଁ ବରଂ ହିଟଲରଙ୍କ ବ୍ୟକ୍ତିଗତ ସଂଗ୍ରହର ଅଂଶ ଗୁଜବକୁ ଖାରଜ କରିଦିଆଯାଇଛି । ତେବେ ଏମିତି ଗୁଜବ କିଏ ଓ କାହିଁକି ଆରମ୍ଭ କରିଛି ତାହା ସ୍ପଷ୍ଟ ହୋଇନାହିଁ।

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ୍‌-ଉଲ୍-ଫିତର ଶୁଭେଚ୍ଛା

ଭୁବନେଶ୍ୱର: ଆଜି ମୁସଲମାନ ଭାଇ ଭଉଣୀମାନଙ୍କ ପବିତ୍ର ପର୍ବ ଇଦ୍‌-ଉଲ୍-ଫିତର । ଏହି ପବିତ୍ର ଅବସରରେ ରାଜ୍ୟର ସମସ୍ତ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ କରୋନା ପ୍ରତିରୋଧ କରିବା ପାଇଁ ସାମାଜିକ ଦୂରତ୍ୱ କଡ଼ାକଡ଼ି ପାଳନ କରିବା ସହ ସମସ୍ତଙ୍କ ସହଯୋଗର ଏହି ଯୁଦ୍ଧରେ ନିଶ୍ଚୟ ବିଜୟୀ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଟ୍ୱିଟ୍ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ରାଜ୍ୟର ସମସ୍ତ ମୁସଲମାନ ଭାଇ ଓ ଭଉଣୀମାନଙ୍କୁ ପବିତ୍ର ପର୍ବ ଇଦ୍‌-ଉଲ୍-ଫିତର ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି । ଏବଂ କରୋନା ବିରୋଧରେ ଓଡ଼ିଶାର ଲଢେଇ ରେ ଏକ ମନ ଏକ ପ୍ରାଣ ହୋଇ ସାମିଲ ହେବାକୁ ଆହ୍ନାନ ଦେଇଛନ୍ତି।

 

ନନ୍ଦିଘୋଷ ଟିଭି ପ୍ରଭାବ: ଅଣ୍ଡା ଦୁର୍ନୀତିର ପର୍ଦ୍ଧାଫାସ ପରେ ବଦଳିଲେ ସିଡିପିଓ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ ଅଣ୍ଡା ଦୁର୍ନୀତିକୁ ନେଇ  ଜିଲ୍ଲାପାଳଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ । ସିଡିପିଓ ଯଶୋବନ୍ତୀ ସାହୁଙ୍କୁ ବଦଳି କଲେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏଣିକି ସିଡିପଓଙ୍କ ଦାୟିତ୍ୱରେ ରହିବେ ଦିଗପହଣ୍ଡି ବ୍ଲକ ଅଧିକାରୀ । ସମ୍ପୃକ୍ତ ସିଡିପିଓଙ୍କୁ ସମାଜମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟରେ ବଦଳି କରାଯାଇଛି ।

ଅଣ୍ଡା ଦୁର୍ନୀତି ଖବର ପ୍ରଥମେ ନନ୍ଦିଘୋଷ ଟିଭିରେ ପ୍ରସାରିତ ହୋଇଥିଲା । ପ୍ରସାରଣର କିଛି ଦିନପରେ ଘଟଣାର ତଦନ୍ତ କରି  ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।  ସରକାରୀ ନିୟମ ଅନୁସାରେ, ପଞ୍ଜୀକରଣ କରିବା ପରଠାରୁ ଶିଶୁ ଜନ୍ମର ୬ ମାସ ପର୍ଯ୍ୟନ୍ତ ମହିଳାଙ୍କୁ ମାସକୁ ୧୨ଟି ଅଣ୍ଡା ମିଳିବା କଥା । ସେହିପରି ପ୍ରି- ସ୍କୁଲ ଶିଶୁଙ୍କୁ ମାସକୁ ୨୦ଟି ଅଣ୍ଡା ମିଳିବାର ନିୟମ ରହିଛି ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ଆସିଛି ସାଂଘାତିକ ଅଭିଯୋଗ: ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ନାଁରେ ଚାଲିଛି ହରିଲୁଟ

ବର୍ତ୍ତମାନ ପରିସ୍ଥିତିରେ ପିଲାଙ୍କୁ ରନ୍ଧାଖାଦ୍ୟ ନଦେଇ ଚାଉଳ, ଡାଲି, ତେଲ ଓ ପରିବା ଦିଆଯିବା କଥା । ହେଲେ ଦିଗପହଣ୍ଡି ବ୍ଲକ୍‌ରେ ପଞ୍ଜୀକୃତ ମୃହିଳାଙ୍କୁ ମାସକୁ ୧୨ଟି ଅଣ୍ଡା ବଦଳରେ ମିଳୁଛି ମାତ୍ର ୩ରୁ ୫ ଟି ଓ ପିଲାଙ୍କୁ ୨୦ଟି ଅଣ୍ଡା ବଦଳରେ ମାତ୍ର ୬ଟି ଅଣ୍ଡା ମିଳୁଥିବା ଅଭିଯ଼ୋଗ ହୋଇଥିଲା । ଖବର ପଦାକୁ ଆସିବା ପରେ ଗାଉଣ୍ଡ ଜିରୋକୁ ଯାଇ ଖବର ସଂଗ୍ରହ କରିଥିଲା ନନ୍ଦିଘୋଷ ଟିଭି । ଘଟଣାର ସତ୍ୟାସତ୍ୟକୁ ନେଇ ଖବର ପ୍ରସାରଣ କରିଥିଲା ନନ୍ଦିଘୋଷ ଟିଭି । ଏନେଇ ଆଜି ଜିଲ୍ଲାପାଳ ଘଟଣାର ତଦନ୍ତ କରି ସିଡିପିଓଙ୍କୁ ବଦଳି କରିଛନ୍ତି ।

୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ,୧୪ଶହ ଟପିଲା ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ  ୧୪୦୦ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଗୋଟିଏ ଦିନରେ ସର୍ବାଧିକ ୧୦୧ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ୧୦୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ୧୦୩ ଜଣ ନୂତନ ସଂକ୍ରମିତଙ୍କ ମଧ୍ୟରୁ ୯୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ । ଏବଂ ଅନ୍ୟ ୭ ଜଣ ସ୍ଥାନୀୟ ଲୋକ ପଜିଟିଭ ଆସିଛନ୍ତି।

୧୦୩ଜଣ ପଜିଟିଭଙ୍କ ମଧ୍ୟରୁ ଦେବଗଡ଼ରୁ ୨୨, କେନ୍ଦ୍ରାପଡାରୁ ୧୫ ଓ ଜଗତସିଂହପୁରରୁ ୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମାଲକାନଗିରିରୁ ୯ଜଣ , ଭଦ୍ରକ ଓ ବଲାଙ୍ଗିରରୁ ୮ଜଣ ଲେଖାଏଁ ଆକ୍ରାନ୍ତ ଆସିଛନ୍ତି ।

 

ରାଜ୍ୟରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଥିବା ବେଳେ ୪୯୭ ଜଣ ସୁସ୍ଥ ହୋଇଛନ୍ତି । ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୮୮୧ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି । ଏବଂ ଏପର୍ଯ୍ୟନ୍ତ ସୁଦ୍ଧା ୫୫୦ଜଣ ସୁସ୍ଥ ହୋଇଛନ୍ତି । ସର୍ବାଧିକ ୩୪୮ ସଂକ୍ରମିତଙ୍କ ସହ ଗଞ୍ଜାମ ଲିଷ୍ଟର ଉପରେ ଥିବାବେଳେ ୨୩୯ ସଂକ୍ରମିତଙ୍କ ଦ୍ୱିତୀୟରେ ରହିଛି ଯାଜପୁର ଜିଲ୍ଲା ।

ଦୂର ଯାତ୍ରା କରିପାରନ୍ତି… ଶତ୍ରୁ ବିବାଦ ଦେଖାଦେବ

ଆଜିର ପଞ୍ଚାଙ୍ଗ

ମେ ୨୫,୨୦୨୦ ମସିହା, ବୃଷ ୧୨ ଦିନ,

୧୯୪୨ ଶକାଦ୍ଦଃ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଜ୍ୟେଷ୍ଠ ମାସ, ଶୁକ୍ଳପକ୍ଷ, ତୃତୀୟା ତିଥି, ସୋମବାର

ମୃଗଶିରା ନକ୍ଷେତ୍ର, ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଯୋଗିନୀ ଆଗ୍ନେୟ କୋଣରେ ରହିବେ ରାତି ୧ ଟା ୨୧ ପର୍ଯ୍ୟନ୍ତ

ଏହା ପରେ ଯୋଗିନୀ ନୈଋତ କୋଣରେ ରହିବେ

କନ୍ୟା ରାଶି ପୁରୁଷ ଓ ବିଛା, କୁମ୍ଭ ରାଶିର ମହିଳାଙ୍କ ପାଇଁ ଘାତଚନ୍ଦ୍ର

ମିଥୁନ ରାଶିର ଘାତବାର

ଶୁଭ ସମୟ- ସକାଳ ୬ ଟା ୫୪ ମଧ୍ୟରେ ଓ ଦିନ ୮ ଟା ୪୦ରୁ  ଦିନ ୧୧ ଟା ୧୭ ମଧ୍ୟରେ

ଅଶୁଭ ସମୟ- ସକାଳ ୬ ଟା ୪୮ ରୁ ଦିନ ୮ ଟା ୨୬ ମଧ୍ୟରେ

ଆଜି ପୋଟଳ ଖାଇବେ ନାହିଁ

ମେଷ ରାଶି

ଅଶ୍ୱିନୀ- ସ୍ଥାନ ପରିବର୍ତ୍ତନର ଯୋଗ ରହିଛି

ଦ୍ୱିଜା- ପୁରୁଣା ବନ୍ଧୁଙ୍କଠାରୁ କିଛି ସାହାଯ୍ୟ ମିଳିବ

କୃତ୍ତିକା- ମାଆଙ୍କ ଠାରୁ କୈାଣସି ଖୁସି ଖବର ମିଳିପାରେ

ବୃଷ ରାଶି

କୃତ୍ତିକା- ନିଜର ସାହାସିକତାର ପରିଚୟ ଦେବେ

ରୋହିଣୀ- ସାହାସର ସହ କିଛି କାର୍ଯ୍ୟ କରିବାରୁ ପ୍ରଶଂସା ମିଳିବ

ମୃଗଶିରା- ଫୋନ ଦ୍ଵାରା ସବୁ କାର୍ଯ୍ୟ ହେବ

ମିଥୁନ ରାଶି

ମୃଗଶିରା- ପାରିବାରିକ କଳହ ଓ ନିଜ ବ୍ୟକ୍ତିଙ୍କଠାରୁ କଷ୍ଟ

ଆର୍ଦ୍ରା- ବାଣୀକୁ ନିୟନ୍ତ୍ରଣ ରଖନ୍ତୁ

ପୁନର୍ବସୁ- ମାଲି ମକଦମାରେ ପଶନ୍ତୁ ନାହିଁ

କର୍କଟ ରାଶି

ପୁନର୍ବସୁ- ବହୁତ ଖୁସି ରହିବେ

ପୁଷ୍ୟା- ବହୁତ କିଛି ପ୍ଲାନିଂ କରିବେ

ଅଶ୍ଳେଷା- ନୂଆ କାର୍ଯ୍ୟ କିଛି କରିବେ

ସିଂହରାଶି

ମଘା- ଧର୍ମ କାର୍ଯ୍ୟରେ ପଇସା ଖର୍ଚ୍ଚ କରିବେ

ପୂର୍ବା ଫାଲଗୁନି- ହଜିଯିବାର ସମ୍ଭାବନା ରହିଛି । କିଛି ବି ଜିନିଷ ଦାୟିତ୍ୱରେ ରଖନ୍ତୁ

ଉତ୍ତରାଫାଲଗୁନି- ସଂପର୍କରେ କିଛି ତିକ୍ତତା ଆସିବ

କନ୍ୟା ରାଶି

ଉତ୍ତରଫାଲଗୁନି- ଅନେକ ଦିଗରୁ ଲାଭବାନ ହେବେ

ହସ୍ତା- ଔଷଧର ବ୍ୟବସାୟ ଥିଲେ କିଛି ଆଶାଠାରୁ ଅଧିକ ଲାଭ ମିଳିବ

ଚିତ୍ରା- ଉପହାର ମିଳିବ

ତୁଳା ରାଶି

ଚିତ୍ରା- ଆଜି ନିଜ ପସନ୍ଦର କାମ କରିବେ

ସ୍ୱାତୀ- ବହୁତ ଦିଗରୁ ଅଫର ଆସିବ

ବିଶାଖା- ନୂତନ କର୍ମ ପ୍ରାପ୍ତିର ଯୋଗ ଅଛି

ବିଛା ରାଶି

ବିଶାଖା- ବିଦେଶରୁ ଖୁସି ଖବର ମିଳିବ

ଅନୁରାଧା- ଗୁରୁଙ୍କଠାରୁ ଢେର ଆଶିର୍ବାଦ ମିଳିବ

ଜ୍ୟୋଷ୍ଠା- ଦୁର ଯାତ୍ରା କରିପାରନ୍ତି

ଧନୁ ରାଶି

ମୂଳା- ମନରେ କ୍ରୋଧ ରାଗ ଆସିବ

ପୂର୍ବାଷାଢ- ଶତ୍ରୁ ସହିତ ସାମ୍ନାସାମ୍ନି ହେବେ

ଉତ୍ତରାଷାଢା- କଷ୍ଟ ଅଛି, ଥଣ୍ଡା ଜନିତ ସମସ୍ୟା ଦେଖାଦେବ

ମକର ରାଶି

ଉତ୍ତରାଷାଢା- ବ୍ୟବସାୟରୁ ଅନେକ କଷ୍ଟ ମିଳିବ ।

ଶ୍ରବଣା- ବୈବାହିକ ଜୀବନ ବହୁତ ଭଲ ରହିବ । ସବୁ ବିବାଦ ତୁଟିଯିବ

ଧନିଷ୍ଠା- ବିବାହ ପ୍ରସ୍ତାବ ଲାଗିଥିଲେ ଏହା କିଛି ନୂଆମୋଡ ନେବ

କୁମ୍ଭ ରାଶି

ଧନିଷ୍ଠା- ଥଣ୍ଡା ସମସ୍ୟା ଲାଗିରହିବ

ଶତଭିଷା- ଶତ୍ରୁ ବିବାଦ ଦେଖାଦେବ

ପୂର୍ବଭାଦ୍ରପଦ- ନାରୀଙ୍କଠାରୁ ଦୂରେଇ ରୁହନ୍ତ

ମୀନରାଶି

ପୂର୍ବଭାଦ୍ରପଦ- ବିଦ୍ୟାର୍ଥି ମାନଙ୍କ ପାଇଁ ଦିନଟି ବହୁତ ଭଲ ରହିବ

ଉତ୍ତରଭାଦ୍ରପଦ- ସନ୍ତାନ ମାନଙ୍କଠାରୁ କିଛି ଖୁସି ମିଳିବ

ରେବତୀ- ନୂଆ ବନ୍ଧୁ ଜୀବନରେ ଆସିବେ

 

ଜ୍ୟୋତିର୍ବିଦ୍‌ ପ୍ରଜ୍ଞା ତ୍ରିପାଠୀ

ଯୋଗାଯୋଗ- 8984684801

ଅନଲାଇନ୍ ମଦ ବିକ୍ରି ହେବାର ଥିଲା କିନ୍ତୁ ଲୋକ ସକାଳୁ ସକାଳୁ ଦୋକାନରୁ ବୋହିଲେ ମଦ !

ଭୁବନେଶ୍ୱର: ରାଜଧାନୀରେ ଖୋଲାଖୋଲି ମଦ କାରବାର। ବାପୁଜୀନଗର କାଉଣ୍ଟର ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ସରକାର ଅନୁମତି ଦେଇଛନ୍ତି । ତେବେ କାଉଣ୍ଟରରୁ ମଦ କିଣିବାକୁ ଲୋକଙ୍କ ଭିଡ଼ ଜମିଥିଲା। ଭୁବନେଶ୍ୱର ବାପୁଜୀନଗରରେ ବେଆଇନ୍‌ ଭାବେ ମଦ କାରବାର ଚାଲିବା ଦେଖିବାକୁ ମିଳିଥିଲା । ଏହାପରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଦୋକାନ ବନ୍ଦ କରାଯାଇଛି । ସେହିପରି ଡମଣାରେ ମଧ୍ୟ ମଦ ଦୋକାନ ଆଗରେ ପ୍ରବଳ ଗହଳି ଲାଗିଛି। ସାମାଜିକ ଦୂରତାର ଖୋଲା ଉଲ୍ଲଂଘନ ଦେଖିବାକୁ ମିଳିଛି ।

ତେବେ ଗତକାଲି ଅନ୍‌ ଲାଇନ୍‌ରେ ମଦ ବିକ୍ରି ନେଇ କିଛି ନିୟମରେ ପରିବର୍ତ୍ତନ ପରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ରାଜି ହୋଇଥିଲେ କଟକ ମଦ ବ୍ୟବସାୟୀ ସଂଘ । ଆଜିଠାରୁ ଆରମ୍ଭ ହେବ ଅନ୍‌ଲାଇନ୍‌ରେ ବିକ୍ରି । କୌଣସି ଅନ୍‌ଲାଇନ୍‌ ସଂସ୍ଥା ଦ୍ୱାରା ନୁହେଁ ବରଂ ମଦ ଦୋକାନ ଦ୍ୱାରା ନିଯୁକ୍ତି କର୍ମଚାରୀଙ୍କ ଦ୍ୱାରା ମଦର ଡେଲିଭରୀ କରାଯିବ ।  ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ଯାଏଁ ଅର୍ଡର ଗ୍ରହଣ କରାଯିବ । ଏବଂ ଦିନ ଗୋଟଏ ଠାରୁ ସନ୍ଧ୍ୟା ୬ଟା ଯାଏଁ ମଦର ଡେଲିଭରୀ କରାଯିବ । ମଦ ଡେଲିଭରୀ ବେଳେ ଆବଶ୍ୟକ ସୁରକ୍ଷା ପୋଲିସ ଯୋଗଇ ଦେବ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

 

 

ଲକଡାଉନ୍‌ ପାଇଁ ଆରଟିଓ ନିୟମରେ ପରିବର୍ତ୍ତନ… ରିନୁଆଲ୍‌ ଆବେଦନ ଉପରେ ଲାଗିବନି ବିଳମ୍ବିତ ଶୁଳ୍କ

ନୂଆଦିଲ୍ଲୀ: ଦେଶରେ ଟ୍ରାଫିକ ନିୟମ ଉଲ୍ଲଂଘନ ଲାଗି ଅନେକ ନୀତି ନିୟମରେ ପରିବର୍ତ୍ତନ ହୋଇଥିଲା । ହେଲେ ଏବେ ଲକଡାଉନ୍ ପାଇଁ ପୁଣି ମୋଟର ଯାନ ଶୁଳ୍କ ପୈଠ ଓ ସମୟ ଅବଧି ବୃଦ୍ଧି କରାଯାଇଛି । ଜୁଲାଇ ୩୧ ଯାଏଁ କରିହେବ ଲାଇସେନ୍ସର ନବୀକରଣ। କୋଭିଡ ୧୯ ଲକଡାଉନକୁ ଦୃଷ୍ଟିରେ ରଖି ସଡକ ପରିବହନ ଓ ରାଜପଥ ମନ୍ତ୍ର।ଳୟ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିୟମ ଅନୁଯାୟୀ, ନବୀନକଣ ସମେତ ବିଭିନ୍ନ କାର୍ଯ୍ୟ ପାଇଁ ଫେବୃଆରୀ ପହିଲା କିମ୍ବା ଏହା ପରେ ଦାଖଲ କରାଯାଇଥିବା ଶୁଳ୍କର ପ୍ରକ୍ରିୟା କରଣ ହୋଇ ନପାରିଲେ, ଏହାର ବୈଧତା ବଜାୟ ରହିବ ।

ଏସବୁ କାଗଜପତ୍ର ପାଇଁ ଜୁଲାଇ ୩୧ ପର୍ଯ୍ୟନ୍ତ କୈାଣସି ବିଳମ୍ବିତ ବା ଅତିରିକ୍ତ ଶୁଳ୍କ ଲାଗୁ କରାଯିବ ନାହିଁ । ପୂର୍ବରୁ ଗାଡିଗୁଡିକର କାଗଜପତ୍ରର ବୈଧତା ବୃଦ୍ଧି ଲାଗି ମାର୍ଚ୍ଚ ୩୦ରେ ଏକ ମାର୍ଗଦର୍ଶିକା ଜାରି କରାଯାଇଥିଲା । ଲକଡାଉନ ଅବଧି ମଧ୍ୟରେ କାଗଜପତ୍ରର ବୈଧତା ସରିଯାଇଥିଲେ କିମ୍ବା କେହି ଏଥିପାଇଁ ଆବେଦନ କରିପାରି ନଥିଲେ ଜୁନ୍‌ ୩୦ ତାରିଖ ମଧ୍ୟରେ କୈାଣସି ବିଳମ୍ବିତ ଫି ନଦେଇ କରାଯାଇ ପାରିବ ବୋଲି କୁହାଯାଇଥିଲା । ପୁଣି ଏହି ବୈଧତାକୁ ଜୁଲାଇ ୩୧ ଯାଏ ବୃଦ୍ଧି କରିଛି ପରିବହନ ବିଭାଗ ।