spot_img
Home Blog Page 6915

କରୋନା ସଂକ୍ରମଣ ପାଇଁ ବିଶ୍ୱରେ ୧୧ ନମ୍ବର ସ୍ଥାନରେ ରହିଛି ଦେଶ, ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ଟପିଲାଣି

ନୂଆଦିଲ୍ଲୀ: ଦେଶରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତକାଲି ସାଢେ ୫ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଧ୍ୟା ଲକ୍ଷେ ୧୫ହଜାର ଟପିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୩୦ରୁ ଅଧିକଙ୍କ ଜୀବନ ନେଇଛି ଭୂତାଣୁ । ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ସାଢେ ୩ହଜାର ପାର ହୋଇଛି ।

ମହାରାଷ୍ଟ୍ରରେ ସ୍ଥିତି ସାଂଘାତିକ ରହିଛି । ଗତକାଲି ରାଜ୍ୟରେ ୨୩ ଶହରୁ ଅଧିକ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମହାରାଷ୍ଟ୍ରରେ ମୋଟ୍‌ ସଂକ୍ରମିତଙ୍କ  ସଂଖ୍ୟା ୪୧ହଜାର ଟପିଛି । କେବଳ ମୁମ୍ବାଇରେ ଆକ୍ରାନ୍ତ ସଂଖ୍ୟା ୨୫ହଜାର ପାର ରହିଛି । ଗତ ୫ ଦିନ ମଧ୍ୟରେ ମହାରାଷ୍ଟ୍ରରେ ୧୦ହଜାରରୁ ଅଧିକ ନୂଆ ମାମଲା ସାମନାକୁ ଆସିଛି । ସେହିପରି ତାମିଲନାଡୁରେ ସଂଖ୍ୟା ୧୩ ହଜାର ଟପିଥିବା ବେଳେ ଗୁଜରାଟରେ ୧୨ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଶ୍ୱର କୋରାନ ସଂକ୍ରମିତ ଦେଶ ତାଲିକାରେ ଭାରତ ୧୧ନମ୍ବର ସ୍ଥାନରେ ରହିଛି।

ସାବିତ୍ରୀ ବ୍ରତରେ ମନ୍ଦିର ମନା… ଘରେ ରହି ସାବିତ୍ରୀ ପୂଜା କରିବାକୁ ନିର୍ଦ୍ଦେଶ… ପୂଜାପାଠ ପାଇଁ କଣ୍ଟା ସାଜିଛି ଭୂତାଣୁ

ନନ୍ଦିଘୋଷ ବ୍ୟୁରୋ: ଆଜି ହେଉଛି ସାବିତ୍ରୀ… । ସ୍ୱାମୀଙ୍କ ଦିର୍ଘାୟୁ ପାଇଁ ବ୍ରତ ପାଳନ କରିଥାନ୍ତି ସବୁ ସଧବା । ମନ୍ଦିର ଯାଇ ସାଢ଼ି ସଙ୍ଖା ସିନ୍ଦୂରକୁ ପୂଜା କରିଥାନ୍ତି । ମନ୍ଦିରରୁ ସ୍ତ୍ରୀ ଘରକୁ ଆସି ସ୍ୱାମୀଙ୍କ ପାଦ ସ୍ପର୍ଶ ପାଣି ପିଇ ଆଶୀର୍ବାଦ ନେଲା ପରେ ନିଜର ବ୍ରତ ଭାଙ୍ଗିଥାନ୍ତି । କିନ୍ତୁ ଏବେ ସାବିତ୍ରୀ ପୂଜାରେ ବାଧା ଆଣିଛି କରୋନା । କରୋନା ପାଇଁ ଏବେ ସବୁ ମନ୍ଦିର ବନ୍ଦ । ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ମନ୍ଦରରେ କଟକଣା କରାଯାଇଛି । ସ୍ତ୍ରୀ ମାନେ ମନ୍ଦରରେ ସାବିତ୍ରୀ ପୂଜା ନକରି ଘରେ କରିବାକୁ ସରକାରଙ୍କ ତରଫରୁ ଗାଇଡ଼ ଲାଇନ ଜାରି କରାଯାଇଛି ।

ସାବିତ୍ରୀ ଅମାବାସ୍ୟାକୁ ଆଖିରେ ରଖି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜା ମନ୍ଦିର ପରିସରରେ ୧୪୪ ଧାରା ରୁଜୁ କରିଛି ଜିଲ୍ଲା ପ୍ରଶାସନ । ସେହିପରି ଜଗତସିଂହପୁର ଜିଲ୍ଲାର ସବୁ ମନ୍ଦିରରେ ୧୪୪ ଧାରା ଲାଗୁ ହୋଇଛି । ମୟୂରଭଂଜରେ ଘରେ ସାବିତ୍ରୀ ପାଳିବାକୁ ପରାମର୍ଶ ଦେଇଛି ପ୍ରଶାସନ । ବାହାରେ ଯାଇ ଭିଡ଼ ନବଢ଼ାଇବାକୁ ପ୍ରଶାସନ ପରାମର୍ଶ ଦେଇଛି। ମହାମାରୀ କରୋନା ପାଇଁ କରାଯାଇଥିବା ଲକ୍‌ଡାଉନ୍‌ କଟକଣା ଯୋଗୁଁ ଧର୍ମାନୁଷ୍ଠାନରେ ଭିଡ ନଜମାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଦେବଗଡରେ ମହିଳାଙ୍କୁ ଘରେ ରହି ସାବିତ୍ରୀ ବ୍ରତ ପୂଜାର୍ଚ୍ଚନା କରିବାକୁ ଏସପି ପରାମର୍ଶ ଦେଇଛନ୍ତି । ମେ ୩୧ ତାରିଖ ଯାଏ ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଜାରି ହୋଇଥିବା ବେଳେ ମନ୍ଦିର ଓ ଧର୍ମାନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ ଓ ପୂଜାର୍ଚ୍ଚନା ଉପରେ କଟକଣା ଲଗାଯାଇଛି । ମନ୍ଦିର ଖୋଲିବ ତେବେ ଭକ୍ତଙ୍କ ପୂଜାର୍ଚ୍ଚନା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥିତିରେ ଆଜି ସାବିତ୍ରୀ ବ୍ରତ । ଏବଂ ବହୁ ସଂଖ୍ୟାରେ ମହିଳାମାନେ ମନ୍ଦିରକୁ ଯାଇ ପୂଜା କରିବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତି ନେଇଛି । ପରମ୍ପରା ବଜାୟ ରଖିବା ସହ ସମାଜକୁ ସୁରକ୍ଷିତ ରଖିବା ସମସ୍ତଙ୍କ କର୍ତବ୍ୟ ବୋଲି ପୋଲିସ ପ୍ରଶାସନ ବିଜ୍ଞପ୍ତି ଜାରି କରିଛି ।

ଅନ୍ୟପଟେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ମହିଳାଙ୍କ ପାଇଁ ସାବିତ୍ରୀ ସଜ ପଠାଇଲେ ସରପଞ୍ଚ । ଗଞ୍ଜାମ ପୁରୁଷୋତ୍ତମପୁର ବ୍ଲକ ଚୁଙ୍ଗୁଡ଼ିଘାଇ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ କ୍ୱାରେଣ୍ଟାଇନ୍‌ କେନ୍ଦ୍ରର ମହିଳାଙ୍କ ପାଇଁ ନୂଆ ଶାଢୀ ଓ ପୂଜା ସାମଗ୍ରୀ ପଠାଇଛନ୍ତି । କରୋନା ସଂକ୍ରମଣ ରୋକିବାକୁ ବାହାର ରାଜ୍ୟରୁ ଆସୁଥିବା ମହିଳାମାନେ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ରହୁଛନ୍ତି। ତେଣୁ ସେମାନେ ସାବିତ୍ରୀ ବ୍ରତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଦେଇଛନ୍ତି ସରପଞ୍ଚ । ଚୁଙ୍ଗୁଡ଼ିଘାଇ ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ ସବୁଠି ପ୍ରଶଂସା ମିଳିଛି । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।

ରାଜ୍ୟର ୨୪ ଜିଲ୍ଲାରେ କାୟା ବିସ୍ତାର କରଛି କରୋନା…ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଗତକାଲି ୫୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୧୦୩ ଓ ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ ୨୪ ଜିଲ୍ଲାରେ କରୋନା କାୟା ବିସ୍ତାର କରଛି । ଅନ୍ୟପଟେ ୪ଟି ଜିଲ୍ଲା କରୋନା ମୁକ୍ତ ସହିତ ୬ ଜିଲ୍ଲା ଏବେ ଗ୍ରୀନ୍‌ ଜୋନ୍‌ରେ ରହିଛି । ସେପଟେ ଗୁରୁବାର ଗୋଟିଏ ଦିନରେ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇ ୩୯୩ ରେ ପହଁଞ୍ଚିଛି । ଗଞ୍ଜାମରୁ ସର୍ବାଧିକ ୨୨ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱରରୁ ୧୫ଜଣ, ଭଦ୍ରକରୁ ୫ ଜଣ ଯାଜପୁର ଓ ବୌଦ୍ଧ ଜିଲ୍ଲାରୁ ୩ ଜଣ ଲେଖାଏଁ, ମୟୂରଭଞ୍ଜ ଓ ରାଉରକେଲାରୁ ଜଣେ ଲେଖାଏଁ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ହଜାରେ ପାର ହେଲା ସଂକ୍ରମିତଙ୍କ ସଂଖ୍ୟା, କରୋନା ମ୍ୟାପରେ ମାଲକାନଗିରି

ସେହିପରି ଚିହ୍ନଟ ହୋଇଥିବା ୫୧ ଜଣ ପଜିଟିଭଙ୍କ ମଧ୍ୟରୁ ନୟାଗଡ଼ ଓ କଳାହାଣ୍ଡିରୁ ସର୍ବାଧିକ ୧୧ ଜଣ ଲେଖାଏଁ, କଟକରୁ ୯ ଜଣ, ଯାଜପୁରରୁ ୫, ଗଞ୍ଜାମରୁ ୪, ମୟୁରଭଞ୍ଜରୁ ୩, ସମ୍ବଲପୁର, ଜଗତସିଂପୁର ଓ ଅନୁଗୁଳରୁ ୨ ଜଣ ଲେଖାଏଁ,  ପୁରୀ ଓ ମାଲକାନାଗିରିରୁ ଜଣେ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ତେବେ ଚିହ୍ନଟ ମୋଟ ୫୧ ଜଣ ପଜିଟିଭଙ୍କ ମଧ୍ୟରୁ ୪୮ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୩ ଜଣ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି। ଅନ୍ୟପଟେ ଜଣେ କରୋନା ସଂକ୍ରମିତଙ୍କର ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।

ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା,୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

୮୫ ବର୍ଷୀୟ ମତକ ଜଣକ ଗଞ୍ଜାମ ଜିଲ୍ଲାର । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଜଗତସିଂପୁର ଜିଲ୍ଲାରେ ଚିହ୍ନଟ ୨ ପଜିଟିଭ୍‌ କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ବାହାରିଥିବା ଜଣାପଡିଛି । ସେହିଭଳି ଅନୁଗୁଳ ଜିଲ୍ଲାରୁ ଚିହ୍ନଟ ଦୁଇ ପଜିଟିଭ୍‌ ପ୍ରବାସୀ ଓଡିଆ । ଜଣେ ତାମିଲନାଡୁରୁ ଓ ଅନ୍ୟ ଜଣେ ଆନ୍ଧ୍ରପ୍ରଦେଶରୁ ଆସି କ୍ୱାରେଣ୍ଟାଇନ୍‌ରେ ଥିଲେ । ସମ୍ବଲପୁର ସହରାଞ୍ଚଳରେ ନୂଆ ପଜିଟିଭ୍‌ ଚିହ୍ନଟ ହେବା ପରେ ଏସଏମସି ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରାଯିବା ସହିତ ସାନିଟାଇଜ୍‌ କରାଯାଇଛି ।

ଦିଦିଙ୍କ ଅନୁରୋଧ ରଖିଲେ ମୋଦି…ଆଜି ବାତ୍ୟା ସ୍ଥିତି ପରିଦର୍ଶନ କରିବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ…ପୂର୍ବାହ୍ନରେ ପଶ୍ଚିମବଙ୍ଗ, ଅପରାହ୍ନରେ ବୁଲିବେ ଓଡ଼ିଶା…କ୍ଷୟକ୍ଷତିର କରିବେ ଅନୁଧ୍ୟାନ

ଦିଦିଙ୍କ ଅନୁରୋଧ ରଖିଲେ ମୋଦି…ଆଜି ବାତ୍ୟା ସ୍ଥିତି ପରିଦର୍ଶନ କରିବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ…ପୂର୍ବାହ୍ନରେ ପଶ୍ଚିମବଙ୍ଗ, ଅପରାହ୍ନରେ ବୁଲିବେ ଓଡ଼ିଶା…କ୍ଷୟକ୍ଷତିର କରିବେ ଅନୁଧ୍ୟାନ

ଆର୍ଥିକସ୍ଥିତିରେ ଉନ୍ନତି ହେବ…ପ୍ରେମ ସମ୍ପର୍କ ଖରାପ ହୋଇପାରେ

ମେ, ୨୨, ୨୦୨୦ ମସିହା, ବୃଷ ୯ ଦିନ,

୧୯୪୨ ଶକାଦ୍ଦଃ , ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଜ୍ୟେଷ୍ଠ ମାସ,କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ଶୁକ୍ରବାର

କୃତ୍ତିକା ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଯୋଗିନୀ ଐଶାନ୍ୟ କୋଣରେ ରହୁଥିବାରୁ ଐଶାନ୍ୟ କୋଣକୁ ଯାତ୍ରା ନିଷେଧ

ବିଛା ରାଶି ପୁରୁଷଙ୍କ ପାଇଁ ଘାତଚନ୍ଦ୍ର

ବିଛା, ଧନୁ, ମୀନ ରାଶି ପାଇଁ ଘାତବାର

ଶୁଭ ସମୟ- ଦିନ ୧୨ଟା ଠାରୁ ଦିନ ୩ ଟା ୪୨

ଅଶୁଭ ସମୟ- ଦିନ ୧୦ଟା ୩୦ ରୁ ଦିନ ୧୨ଟା

ଆମିଷ ଓ ତୈଳ ବର୍ଜନୀୟ

ମେଷ ରାଶି

ଅଶ୍ୱନୀ- ଆପଣଙ୍କ ବିଚାରଧାରାରେ ଅନ୍ୟମାନେ ପ୍ରଭାବିତ ହେବେ

ଦ୍ୱିଜା- ଶରୀର ସୁସ୍ଥ ରହିବା ସହ ଆର୍ଥିକସ୍ଥିତିରେ ଉନ୍ନତି ହେବ

କୃତ୍ତିକା- କୈାଣସି ସମସ୍ୟାକୁ ନେଇ ମନରେ ଆଶଙ୍କା ରହିପାରେ, ଧୈର୍ଯ୍ୟ ରଖିବେ

ପ୍ରତିକାର- ଶ୍ରୀଜଗନ୍ନାଥଙ୍କ ନିକଟରେ ତୁଳସୀ, ଫଳଭୋଗ ସମର୍ପିତ କରନ୍ତୁ

ବୃଷ ରାଶି

କୃତ୍ତିକା ବୃଷ- ନିଜର ଅଂହଭାବ ଯୋଗୁଁ ସମସ୍ୟାର ସମ୍ମୁଖୀନ ହେବେ

ରୋହିଣୀ- ସ୍ୱାସ୍ଥ୍ୟ ବିଭାଗରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଭଲ ଦିନ

ମୃଗଶିରା- ଜୀବନସାଥିଙ୍କ ସହ ସଂପର୍କ ଆହୁରି ଦୃଢ ହେବ

ପ୍ରତିକାର- ତୁଳସୀ ଚଉରା ମୂଳରେ ହଳଦୀ ମିଶ୍ରିତ ଜଳ ଅର୍ପଣ କରନ୍ତୁ

ମିଥୁନ ରାଶି

ମୃଗଶିରା ମିଥୁନ- ପରିବାରର ସଂପୂର୍ଣ୍ଣ ସହଯୋଗ ପାଇବେ

ଆର୍ଦ୍ରା- ସଞ୍ଚୟ କ୍ଷେତ୍ରରେ ବାଧା ଆସିବ,ପରିବାରରେ ମନାନ୍ତର ରହିବ

ପୁନର୍ବସୁ- ପରିବାରର ସୁରକ୍ଷା ପାଇଁ ଯତ୍ନଶୀଳ ରହିବେ

ପ୍ରତିକାର- ୫ ଗୋଟି ଲବଙ୍ଗ ଭଗବାନ ଶ୍ରୀଗଣେଶଙ୍କୁ ଅର୍ପଣ କରନ୍ତୁ

କର୍କଟ ରାଶି

ପୁନର୍ବସୁ – ଦୀର୍ଘଦିନର ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ

ପୁଷ୍ୟ।- ପ୍ରେମ ସମ୍ପର୍କ ଖରାପ ହୋଇପାରେ,ଜଗିରଖି ଚଳନ୍ତୁ

ଅଶ୍ଳେଷା- ନୂଆ କାର୍ଯ୍ୟ ପାଇଁ ଶୁଭ ସମୟ ରହିଛି, ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ

ପ୍ରତିକାର- ଗାୟତ୍ରୀ ମନ୍ତ୍ର ୨୭ ଥର ପାଠ କରନ୍ତୁ, ସମସ୍ତ ବାଧା ଦୂର ହେବ

ସିଂହ ରାଶି

ମଘାସିଂହ- ଗୁପ୍ତଶତୃମାନେ କାର୍ଯ୍ୟରେ ବାଧା କରିପାରନ୍ତି, ସତର୍କ ରୁହନ୍ତୁ

ପୂର୍ବାଫାଲ୍‌ଗୁନୀ- ବ୍ୟବସାୟ ବୃଦ୍ଧି ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି

ଉତ୍ତରଫାଲ୍‌ଗୁନୀ- ସରକାରୀ କର୍ମଚାରୀଙ୍କ ପାଇଁ ଲାଭର ଦିନ

ପ୍ରତିକାର-ହନୁମାନଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ,ପରିସ୍ଥିତିରେ ସୁଧାର ଆସିବ

କନ୍ୟା ରାଶି

ଉତ୍ତରାଷାଢା- ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ନଚେତ ବିବାଦୀୟ ପରିସ୍ଥିତି ହେବ

ହସ୍ତା- କୈାଣସି କାର୍ଯ୍ୟ ଆରମ୍ଭ ପୂର୍ବରୁ ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ

ଚିତ୍ରା-  ଆପଣଙ୍କର ବିଚାରଧାରା ସକରାତ୍ମକ ଯୋଗୁ କାର୍ଯ୍ୟରେ ସଫଳ ହେବେ

ପ୍ରତିକାର- ଗାଈକୁ ରୁଟି, ଗୁଡ ଖାଇବାକୁ ଦିଅନ୍ତୁ, ଶୁଭ ଖବର ପାଇବେ

ତୁଳା ରାଶି

ଚିତ୍ରା – ଧୈର୍ଯ୍ୟ ସହ କାର୍ଯ୍ୟ କରିଚାଲନ୍ତୁ

ସ୍ୱାତୀ- ସାବଧାନତା ପୂର୍ବକ ଚଳନ୍ତୁ, କିଛି ଜିନିଷ ଚୋରି ହୋଇପାରେ

ବିଶାଖା- ନିଜର ସଫଳତା ପାଇଁ ମନରେ ଉତ୍ସାହ ବଢିବ

ପ୍ରତିକାର- ପିତାମାତାଙ୍କୁ କିଛି ଉପହାର ଦିଅନ୍ତୁ

ବିଛା ରାଶି

ବିଶାଖା ବିଛା- ସମାଜରେ ନିଜର ପ୍ରତିଷ୍ଠା ବଢିବ,ଧନଲାଭର ସୁଯୋଗ ରହିଛି

ଅନୁରାଧା- ସନ୍ତାନଙ୍କ ବ୍ୟବହାର ମନକୁ ଅଶାନ୍ତ କରିଦେବ, ଧୈର୍ଯ୍ୟରେ କାମ କରନ୍ତୁ

ଜ୍ୟେଷ୍ଠା- ପ୍ରେମ ସଂପର୍କ ଆହୁରି ନିବିଡ ରହିବ

ପ୍ରତିକାର- ହନୁମାନ ଚାଳିଶା ୫ ଥର ପାଠ କରନ୍ତୁ

ଧନୁ ରାଶି

ମୂଳା- ପୁରୁଣା କଥାକୁ ନେଇ ମନ ଅଶାନ୍ତ ରହିବ

ପୂର୍ବାଷାଢା- ଅନୁଭବ ବ୍ୟକ୍ତିଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ରହିବ

ଉତ୍ତରାଷାଢା- ପାରିବାରିକ ଜୀବନରେ ସୁଖ, ଶାନ୍ତି ବୃଦ୍ଧି ହେବ

ପ୍ରତିକାର- ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଦାନ କରନ୍ତୁ, ମନରେ ଶାନ୍ତି ପାଇବେ

ମକର ରାଶି

ଉତ୍ତରାଷାଢା- କାର୍ଯ୍ୟ ଚାପ ଯୋଗୁ ସ୍ୱାସ୍ଥ୍ୟ ଖରାପ ରହିପାରେ, ସତର୍କ ରହିବେ

ଶ୍ରବଣା-  କାମରେ ପୂର୍ଣ୍ଣାଙ୍ଗ ସଫଳତା ଯୋଗୁ ମନ ଖୁସି ରହିବ

ଧନିଷ୍ଠା- ଭାଗ୍ୟ ସପକ୍ଷରେ ରହୁଥିବାରୁ ପ୍ରତିଟି କାର୍ଯ୍ୟ ସଫଳ ରହିବ

ପ୍ରତିକାର- ଅସହାୟ ରୋଗଗ୍ରସ୍ତ ବ୍ୟକ୍ତିଙ୍କୁ କିଛି ଔଷଧ ଦାନ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା – ରୋଜଗାର ବଢିବ,ପିତା,ମାତାଙ୍କ ସହଯୋଗ ପୁରା ପାଇବେ

ଶତଭିଷା- ପୁରୁଣା କାମକୁ ନେଇ ପୁରା ଦିନ ବ୍ୟସ୍ତ ରହିବେ

ପୂର୍ବଭାଦ୍ରପଦ- ଭାଗ୍ୟ ସପକ୍ଷରେ ରହୁଥିବାରୁ ସମସ୍ୟାର ସମାଧାନ ହେବ

ପ୍ରତିକାର- ଗାୟତ୍ରୀ ମନ୍ତ୍ର ୧୦୮ ଥର ପାଠ କରନ୍ତୁ, ନିଜ ପାଖରେ ୫ଟି ଲବଙ୍ଗ ରଖନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ – ନିଜ ପରିଶ୍ରମ ଦ୍ଵାରା ଅଧା ରହିଥିବା କାର୍ଯ୍ୟ ସଫଳ ରହିବ

ଉତ୍ତରାଭାଦ୍ରପଦ- ବନ୍ଧୁଙ୍କ ବ୍ୟବହାର  ଆପଣଙ୍କ ମନୋବଳକୁ ଦୁର୍ବଳ କରିପାରେ

ରେବତୀ- ନିଜ କାମ ପାଇଁ ପ୍ରଶଂସା ପାଇବେ, ଆର୍ଥିକସ୍ଥିତିରେ ବଡ ପରିବର୍ତ୍ତନ

ପ୍ରତିକାର- କଳା,ନୀଳ ରଙ୍ଗ ବସ୍ତ୍ର ପିନ୍ଧନ୍ତୁ ନାହିଁ

ଆଜିର ମହାଉପାୟ

ପ୍ରତ୍ୟେକ ବିବାହିତ ମହିଳାଙ୍କ ପାଇଁ ଏହି ବ୍ରତ ସୌଭାଗ୍ୟର ପ୍ରତୀକ

ଏହି ବ୍ରତ ନିଷ୍ଠାର ସହ କରିଲେ ଜୀବନରେ ମିଳିଥାଏ ସୁଖ,ସମୃଦ୍ଧି

ଏହି ବ୍ରତକୁ ପାଳନ କରିବା ପାଇଁ

ଶୁଭ ସମୟ ହେଉଛି ଦିନ ୧୨ଟା ଠାରୁ ଦିନ ୨ଟା ୪୫ମିନିଟ୍‌ ପର୍ଯ୍ୟନ୍ତ

ବ୍ରତ କରିବା ପୂର୍ବରୁ ପ୍ରଥମେ ଘରର ଗୁରୁଜନଙ୍କର ଆର୍ଶିବାଦ୍ ନିଅନ୍ତୁ

ବ୍ରତ ଦିନ କେବଳ ଗୋଟିଏ ଥର ଫଳ ଆହାର କରିବା ଉଚିତ୍‌

ବ୍ରତ ଦିନ ଅନ୍ନ ଗ୍ରହଣ କରନ୍ତୁ ନାହିଁ

ବ୍ରତ ସମାପନ ପରେ  ସ୍ବାମୀ, ଗୁରୁଜନ,ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ

ଏହା ପରେ ନିଜର କୁଳ ପୁରୋହିତ କିମ୍ବା ବ୍ରାହ୍ମଣଙ୍କୁ

ନୂତନ ବସ୍ତ୍ର,ଫଳ,ପରିବା , ଦକ୍ଷିଣା ଦାନ କରନ୍ତୁ

ଏହି ବ୍ରତରେ କଳା ରଙ୍ଗର ଚୁଡି କିମ୍ବା କଳାବସ୍ତ୍ର ଧାରଣ କରନ୍ତୁ ନାହିଁ

ନିଜେ ଲଗାଉଥିବା ସିନ୍ଦୁର,ଏବଂ ଅଳତାକୁ  ଅନ୍ୟ କାହାକୁ ଦେବେ ନାହିଁ

ଏହି ଦିନରେ ତେଲ ଲଗାଇବା ସଂପୂର୍ଣ୍ଣ ନିଷେଧ ଅଟେ

 

ଭୁବନେଶ୍ୱରରୁ କେଉଁ ସହରକୁ ଉଡ଼ିବାକୁ ଦେବାକୁ ହେବ କେତେ ଟଙ୍କା ଜାଣନ୍ତୁ…

ଭୁବନେଶ୍ୱର: ଆସନ୍ତା ୨୫ ତାରଖରୁ ଦେଶରେ ଆରମ୍ଭ ହେବ ଘରୋଇ ବିମାନ ସେବା । ବର୍ତ୍ତମାନ ବିମାନ ଚଳାଚଳ ସମୟ ଅନୁସାରେ ଯାତ୍ରା ସମୟ ଆଧାରରେ ରୁଟକୁ ୭ଟି ସେକ୍ସନରେ ବଣ୍ଟାଯାଇଛି । ପ୍ରତି ରୁଟ୍ ପାଇଁ ସର୍ବନିମ୍ନ ଓ ସର୍ବାଧିକ ଦର ସ୍ଥିର କରିଛନ୍ତି କେନ୍ଦ୍ର ସରକାର । ସର୍ବନିମ୍ନ ଟିକେଟ୍ ମୂଲ୍ୟ ୨ ହଜାର ଟଙ୍କା ରଖାଯାଇଥିବା ବେଳେ ସର୍ବାଧିକ ୧୮ ହଜାର ୬୦୦ ଟଙ୍କା ରହିଛି । ତେବେ, ୪୦ ପ୍ରତିଶତ ଟିକେଟ୍ ସର୍ବନିମ୍ନ ଓ ସର୍ବାଧିକ ଦର ମଧ୍ୟରେ ବିକ୍ରି ହେବ ।

ଯଦି ଗୋଟିଏ ରୁଟରେ ଟିକେଟର ସର୍ବନିମ୍ନ ମୂଲ୍ୟ ୨ ହଜାର ଓ ସର୍ବାଧିକ ମୂଲ୍ୟ ୬ ହଜାର ଟଙ୍କା ହୁଏ । ତେବେ, ୪୦ ପ୍ରତିଶତ ଟିକେଟ (୨୦୦୦+୬୦୦୦/୨=୪୦୦୦) ୪ ହଜାର ଟଙ୍କା ମୂଲ୍ୟରେ ବିକ୍ରି ହେବ । କେନ୍ଦ୍ର ସରକାର ଜାରି କରିଥିବା ଏହି ଦର ଅଗଷ୍ଟ ୨୪ ତାରିଖ ଯାଏଁ ବଳବତ୍ତର ରହିବ ।

ଆସନ୍ତୁ ଜାଣିବା ଭୁବନେଶ୍ୱରରୁ କେଉଁ ସହରକରୁ ବିମାନରେ ଗଲେ କେତେ ଟଙ୍କା ଦେବାକୁ ପଡ଼ିବ ?

୧) ୪୦ ମିନିଟରୁ କମ୍ ସମୟ ଉଡ଼ାଣକୁ ରୁଟ୍ ‘ଏ’ରେ ରଖାଯାଇଛି । ‘ଏ’ ରୁଟରେ ସର୍ବନିମ୍ନ ଟିକେଟ୍ ଦର ୨ ହଜାର ଟଙ୍କା ଥିବାବେଳେ ସର୍ବାଧିକ ୬ ହଜାର ଟଙ୍କା ରହିଛି । ଏହି ରୁଟରେ କୋଲକାତା-ଭୁବନେଶ୍ୱର ଆସୁଛି ।

୨) ୪୦ ମିନିଟରୁ ୬୦ ମିନିଟର ଉଡ଼ାଣକୁ ରୁଟ୍ ‘ବି’ରେ ରଖାଯାଇଛି । ‘ବି’ ରୁଟରେ ସର୍ବନିମ୍ନ ଟିକେଟ୍ ଦର ୨,୫୦୦ ଟଙ୍କା ଥିବାବେଳେ ସର୍ବାଧିକ ୭,୫୦୦ ହଜାର ଟଙ୍କା ରହିଛି । ଏହି ରୁଟରେ ଭୁବନେଶ୍ୱର-ରାଞ୍ଚି ଆସୁଛି ।

୩) ୬୦ ମିନିଟରୁ ୯୦ ମିନିଟର ଉଡ଼ାଣକୁ ରୁଟ୍ ‘ସି’ରେ ରଖାଯାଇଛି । ‘ସି’ ରୁଟରେ ସର୍ବନିମ୍ନ ଟିକେଟ୍ ଦର ୩ ହଜାର ଟଙ୍କା ଥିବାବେଳେ ସର୍ବାଧିକ ୯ ହଜାର ଟଙ୍କା ରହିଛି । ଏହି ରୁଟରେ ଭୁବନେଶ୍ୱରରୁ ଚେନ୍ନାଇ, ଗୌହାଟି, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ ଆସୁଛି । ସେହିପରି ଚେନ୍ନାଇରୁ ଭୁବନେଶ୍ୱର, ଗୌହାଟିରୁ ଭୁବନେଶ୍ୱର, ହାଇଦ୍ରାବାଦରୁ ଭୁବନେଶ୍ୱର ରହିଛି ।

୪) ୯୦ ମିନିଟରୁ ୧୨୦ ମିନିଟର ଉଡ଼ାଣକୁ ରୁଟ୍ ‘ଡି’ରେ ରଖାଯାଇଛି । ‘ଡି’ ରୁଟରେ ସର୍ବନିମ୍ନ ଟିକେଟ୍ ଦର ୩,୫୦୦ ଟଙ୍କା ଥିବାବେଳେ ସର୍ବାଧିକ ୧୦ ହଜାର ଟଙ୍କା ରହିଛି । ଏହି ରୁଟରେ ଅହମଦାବାଦ-ଭୁବନେଶ୍ୱର, ବେଙ୍ଗଳୁରୁ-ଭୁବନେଶ୍ୱର, ଭୁବନେଶ୍ୱର-ଦିଲ୍ଲୀ-ଭୁବନେଶ୍ୱର, ମୁମ୍ବାଇ-ଭୁବନେଶ୍ୱର ଆସୁଛି ।

୫) ୨ ଘଣ୍ଟାରୁ ଅଢ଼େଇ ଘଣ୍ଟାର ଉଡ଼ାଣକୁ ରୁଟ୍ ‘ଇ’ରେ ରଖାଯାଇଛି । ‘ଇ’ ରୁଟରେ ସର୍ବନିମ୍ନ ଟିକେଟ୍ ଦର ୪,୫୦୦ ଟଙ୍କା ଥିବାବେଳେ ସର୍ବାଧିକ ୧୩ ହଜାର ଟଙ୍କା ରହିଛି । ଏହି ରୁଟରେ ଭୁବନେଶ୍ୱର-ଗୌହାଟି ଆସୁଛି ।

୬) ଅଢ଼େଇ ଘଣ୍ଟାରୁ ୩ ଘଣ୍ଟାର ଉଡ଼ାଣକୁ ରୁଟ୍ ‘ଏଫ୍’ରେ ରଖାଯାଇଛି । ‘ଏଫ’ ରୁଟରେ ସର୍ବନିମ୍ନ ଟିକେଟ୍ ଦର ୫,୫୦୦ ଟଙ୍କା ଥିବାବେଳେ ସର୍ବାଧିକ ୧୩,୭୦୦ ଟଙ୍କା ରହିଛି ।

୭) ୩ ଘଣ୍ଟାରୁ ସାଢ଼େ ୩ ଘଣ୍ଟାର ଉଡ଼ାଣକୁ ରୁଟ୍ ‘ଜି’ରେ ରଖାଯାଇଛି । ‘ଜି’ ରୁଟରେ ସର୍ବନିମ୍ନ ଟିକେଟ୍ ଦର ୬,୫୦୦ ଟଙ୍କା ଥିବାବେଳେ ସର୍ବାଧିକ ୧୮,୬୦୦ ଟଙ୍କା ରହିଛି ।

ମେ’ ୧୫ ସୁଦ୍ଧା ଆରମ୍ଭ ହୋଇପାରେ ଘରୋଇ ବିମାନ ଚଳାଚଳ

‘ଅମ୍ଫାନ’ କ୍ଷୟକ୍ଷତି ନେଇ ଗଭୀର ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: କହିଲେ, ପଶ୍ଚିମବଙ୍ଗ ଲୋକଙ୍କ ସହ ଅଛନ୍ତି ଓଡ଼ିଶାବାସୀ

ଭୁବନେଶ୍ୱର: ଭୟଙ୍କର ବାତ୍ୟା କାରଣରୁ ପଶ୍ଚିମବଙ୍ଗରେ ହୋଇଥିବା କ୍ଷୟକ୍ଷତିକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ତ୍ତମାନର ବିପତ୍ତି ସମୟରେ ପଶ୍ଚିମବଙ୍ଗର ଲୋକଙ୍କ ସହିତ ଓଡ଼ିଶା ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କ ସହ ଓଡ଼ିଶାର ମୁଖ୍ୟ ଶାସନ ସଚିବ ସମ୍ପର୍କରେ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଯଥା ସମ୍ଭବ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ୪ଟି ଜିଲ୍ଲାରେ କ୍ଷୟକ୍ଷତି ସଂପର୍କରେ ଆକାଶମାର୍ଖରୁ ସ୍ଥିତିର ସମୀକ୍ଷା କରିଥିଲେ ।

ଭାଙ୍ଗିଲା ୫ହଜାର ୫ଶହ ଘର, ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି: ୨ ଜଣଙ୍କ ମୃତ୍ୟୁ

ସୂଚନା ଯୋଗ୍ୟ ଯେ, ‘ଅମ୍ଫାନ’ର କମ୍ପନରୁ ଅଳ୍ପକେ ବର୍ତ୍ତିଯାଇଛି ଓଡ଼ିଶା । ଉତ୍ତର ଓଡ଼ିଶାରେ ଘସି ହୋଇଗଲା କିନ୍ତୁ ଲ୍ୟାଣ୍ଡଫଲ କଲା ପଶ୍ଚିମବଙ୍ଗର ସୁନ୍ଦରବନରେ । ଆଉ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ରଚିଲା ତାଣ୍ଡବ ।  କିଛି ଘଣ୍ଟାରେ ଛାରଖାର ହୋଇଗଲା ସବୁ କିଛି । ଅକାଳରେ ଚାଲିଗଲା ୭୨ ଜୀବନ ।

ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ‘ଅମ୍ଫାନ’

ଭାଙ୍ଗିଲା ୫ ହଜାର ୫୦୦ ଘର । ଠପ୍‌ ହୋଇଗଲା ବିଦ୍ୟୁତ ସେବା ବନ୍ଦ ହୋଇଗଲା ଇଣ୍ଟରନେଟ୍ । ଶ୍ରୀହୀନ ହୋଇଗଲା ଐତିହାସିକ ନଗରୀ କୋଲକାତା । ବିମାନବନ୍ଦରରେ ଲହଡ଼ା ମାରିଲା ବର୍ଷା ପାଣି । ଏଭଳି କ୍ଷୟକ୍ଷତି ହୋଇଛି ଯେ, ଯାହା ଏଯାଏଁ ଆକଳନ ହୋଇପାରୁନାହିଁ । ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ମେଦିନିପୁର ଓ କୋଲକାତା ବେଶୀ ପ୍ରଭାବିତ ହୋଇଛି । ଏପରିସ୍ଥଳେ ପ୍ରଧାନମନ୍ତ୍ରୀଙ୍କୁ ପଶ୍ଚିମବଙ୍ଗ ଆସିବାକୁ ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଆଉ ମମତାଙ୍କ ଏହି ଦାବିକୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଗସ୍ତ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଚିବଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେଲା ରାଜ୍ୟ

ପଶ୍ଚିମବଙ୍ଗ ଗସ୍ତରେ ଯିବା ସହ ସେଠାକାର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ସମ୍ମିତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଶୁକ୍ରବାର ପଶ୍ଚିମବଙ୍ଗ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ ଅମ୍ଫାନ୍ କ୍ଷୟକ୍ଷତିର ଆକଳନ କରିବେ ବୋଲି  ପିଏମଓ  ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । । ଏଥିସହିତ ଓଡ଼ିଶା ଗସ୍ତରେ ଆସିବା ନେଇ ମଧ୍ୟ ଟ୍ୱିଟରେ ଉଲ୍ଲେଖ ରହିଛି ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ଆସିଛି ସାଂଘାତିକ ଅଭିଯୋଗ: ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ନାଁରେ ଚାଲିଛି ହରିଲୁଟ

ବ୍ରହ୍ମପୁର: ଗର୍ଭବତୀ, ପ୍ରସୂତି ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି ହେଲେ ଏଥିରେ ବାଧକ ସାଜିଛନ୍ତି ସମ୍ପୃକ୍ତ କର୍ମଚାରୀ ପ୍ରଶାସନିକ ସ୍ତରରେ ଅବହେଳାକୁ ମଧ୍ୟ ଏଥିପାଇଁ ଦାୟୀ କରାଯାଉଛି ଗଞ୍ଜାମ ଜିଲ୍ଲାର କିଛି ବ୍ଲକ୍ରେ ନିୟମକୁ ଫୁ’ କରି ଲକ୍ଷଲକ୍ଷ ଟଙ୍କା ଲୁଟ ହେଉଥିବା ନେଇ ନନ୍ଦିଘୋଷ ଟିଭି ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ଗର୍ଭବତୀ, ପ୍ରସୂତି ଶିଶୁଙ୍କ ନାଁରେ ହରିଲୁଟ୍ କାଗଜ କଲମରେ ଚାଲିଛି ପୁଷ୍ଟିକର ଖାଦ୍ୟ ଯ଼ୋଗାଣ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ

ଆଇସିଡିଏସ୍ଅଫିସ୍ ଚାରିଆଡ଼କୁ ଲମ୍ବିଛି ଦୁର୍ନୀତିର ଚେର ସରକାରୀ ନିୟମ ଅନୁସାରେ, ପଞ୍ଜୀକରଣ କରିବା ପରଠାରୁ ଶିଶୁ ଜନ୍ମର ମାସ ପର୍ଯ୍ୟନ୍ତ ମହିଳାଙ୍କୁ ମାସକୁ ୧୨ଟି ଅଣ୍ଡା ମିଳିବା କଥା ସେହିପରି ପ୍ରିସ୍କୁଲ ଶିଶୁଙ୍କୁ ମାସକୁ ୨୦ଟି ଅଣ୍ଡା ମିଳିବାର ନିୟମ ରହିଛି

ବର୍ତ୍ତମାନ ପରିସ୍ଥିତିରେ ପିଲାଙ୍କୁ ରନ୍ଧାଖାଦ୍ୟ ନଦେଇ ଚାଉଳ, ଡାଲି, ତେଲ ପରିବା ଦିଆଯିବା କଥା ହେଲେ ଦିଗପହଣ୍ଡି ବ୍ଲକ୍ରେ ପଞ୍ଜୀକୃତ ମୃହିଳାଙ୍କୁ ମାସକୁ ୧୨ଟି ଅଣ୍ଡା ବଦଳରେ ମିଳୁଛି ମାତ୍ର ୩ରୁ ଟି ପିଲାଙ୍କୁ ୨୦ଟି ଅଣ୍ଡା ବଦଳରେ ମାତ୍ର ୬ଟି ଅଣ୍ଡା ମିଳୁଥିବା ଅଭିଯୋଗ ହୋଇଛି

ଏହି ଅଭିଯୋଗ ପରେ ଜିଲ୍ଲାପାଳ ୩ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଙ୍ଗନବାଡି କର୍ମୀଙ୍କ ପାଖରେ ଆବଶ୍ୟକ ଅଣ୍ଡା ପହଞ୍ଚାଇବାକୁ ସିଡିପିଓଙ୍କୁ ଚିଠି ଲେଖିଥିଲେ

ହିତାଧିକାରୀଙ୍କ ତାଲିକା ଅନୁସାରେ ଅଣ୍ଡା ପ୍ରଦାନ କରିବାକୁ କୁହାଯାଇଥିଲା ଏହି ପାଇଲଟ ପ୍ରୋଜେକ୍ଟକୁ ଆସିକା ସାଂସଦ ଶୁଭାରମ୍ଭ କରିଥିଲେ ହେଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ସିଡିପିଓ ଏବଂ ଅଙ୍ଗନବାଡ଼ି କର୍ମୀ ନମାନି ନକଲି ବିଲ କରି ହରିଲୁଟ୍କରୁଥିବା ଆମ କ୍ୟାମେରାରେ ଧରା ପଡିଛି

ଏନେଇ ଦିଗପହଣ୍ଡି ସିଡିପିଓ ଏବଂ ଗଞ୍ଜାମ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲୁ ଏପରି ହୋଇଥିଲେ ବିଲ ବାବଦ ଅର୍ଥ ଦିଆଯିବ ନାହିଁ ବୋଲି ସେମାନେ କହିଛନ୍ତି ଦିଗପହଣ୍ଡି ବ୍ଲକ୍ରେ ୨୭୦ଟି ଅଙ୍ଗନବାଡି କେନ୍ଦ୍ର ଅଛି ୧୫୮୫ ଗର୍ଭବତୀ, ୧୮୧୮ ପ୍ରସୂତି ରୁ ବର୍ଷ ମଧ୍ୟରେ ୬୫୮୫ ଜଣ ଶିଶୁ ଅଛନ୍ତି ଏମାନଙ୍କୁ ଅଣ୍ଡା ପ୍ରଦାନ ନାଁରେ ଲକ୍ଷଲକ୍ଷ ଟଙ୍କାର ହରିଲୁଟ୍ଚର୍ଚ୍ଚାର ବିଷୟ ହୋଇଛି

https://www.facebook.com/NandighoshaTV/videos/249634352914964/

ରିଜର୍ଭେସନ୍ କାଉଣ୍ଟର ଓ ସିଏସସିରେ ସଂରକ୍ଷିତ ଟିକେଟ୍ ବୁକିଂ ସୁବିଧା

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଆଉ ଏକ ଖୁସି ଖବର । ଆଜିଠାରୁ ଆଇଆରସିଟିସି ୱେବସାଇଟ ଓ ଆପ୍ ମାଧ୍ୟମରେ ଅନଲାଇନ୍ ଟିକେଟ୍ ବୁକିଂ ଆରମ୍ଭ ହୋଇଛି । ଆସନ୍ତାକାଲି ଠାରୁ ରିଜର୍ଭେସନ୍ କାଉଣ୍ଟରରେ ମଧ୍ୟ ଟିକେଟ୍ ବୁକିଂ କରିହେବ । ରେଲୱେ ରିଜର୍ଭେସନ୍ କାଉଣ୍ଟର ସହ କମନ୍ ସର୍ଭିସ୍ ସେଣ୍ଟର୍ସରେ ଟିକେଟ୍ ବୁକିଂ କରି ହେବ । ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଦେଶରେ ଜୁନ୍ ପହିଲାରୁ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ୨୦୦ଟି ଟ୍ରେନ୍ ଚାଲିବ । ଏଥିପାଇଁ ଟିକେଟ୍ ବୁକିଂ ଆରମ୍ଭ ହୋଇଛି । ତେବେ, କେଉଁ ଷ୍ଟେସନରେ କେତୋଟି ରିଜର୍ଭେସନ୍ କାଉଣ୍ଟର ଖୋଲା ରହିବ ତାହା ଜୋନାଲ ରେଲୱେ ନିଷ୍ପତ୍ତି ନେବ ।

ତେବେ, ଟ୍ରେନ୍ ଯାତ୍ରାବେଳେ କେତେକ ନିୟମ ମାନିବାକୁ ପଡ଼ିବ । ବିଶେଷକରି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବେ । ଅସୁସ୍ଥ ବ୍ୟକ୍ତି ଟ୍ରେନରେ ଯାତ୍ରା କରିପାରିବେ ନାହିଁ । ୱେଟିଂ ଲିଷ୍ଟରେ ଥିବା ଯାତ୍ରୀଙ୍କୁ ଯାତ୍ରା ଅନୁମତି ମିଳିବ ନାହିଁ । ଯାତ୍ରା ପୂର୍ବରୁ ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ।

୨୦୦ ନୂଆ ଟ୍ରେନ୍ : ରିଜର୍ଭେସନ୍ କରାଇବାକୁ ଚାହୁଁଛନ୍ତି କି ? ପ୍ରଥମେ ଜାଣି ନିଅନ୍ତୁ ଟିକେଟ୍ ବୁକିଂ ଓ ଯାତ୍ରାର ୧୦ ନିୟମ

ବାତ୍ୟା ପରର ସ୍ଥିତି ପରଖିଲେ ବିଜେଡି ପର୍ଯ୍ୟବେକ୍ଷକ

ବାରିପଦା: ବାତ୍ୟାର ସ୍ଥିତି ପରଖିବା ପାଇଁ  ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକଙ୍କର ମାରାଥନ ଗସ୍ତ । ମୟୂରଭଞ୍ଜ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମୟୁରଭଞ୍ଜରେ ବାତ୍ୟା ପୀଡ଼ିତଙ୍କ ପାଖରେ ପହଁଚିଛନ୍ତି ।

ଏଥି ସହ ଅମ୍ଫାନର ପରବର୍ତ୍ତୀ କ୍ଷୟକ୍ଷତି ଆକଳନ ପାଇଁ ୬ ଟି ବ୍ଲକରେ ସ୍ଥିତି ସମୀକ୍ଷା କରିବା ସହ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଣବ । ଗୁରୁବାର ପ୍ରଣବ ପ୍ରଥମେ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାଠାରେ ପହଁଚିଥିଲେ । ସେଠାରୁ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଦଳୀୟ କର୍ମୀଙ୍କୁ ବାତ୍ୟା ପ୍ରଭାବିତଙ୍କ ନିକଟରେ ପହଁଚି ସେମାନଙ୍କର ସୁଖ ଓ ଦୁଃଖରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ ।

ଏହା ପରେ କପ୍ତିପଦା, ଗୋପବନ୍ଧୁ ନଗର, ବଡ଼ ସାହି, ବେତନଟୀ,ମୋରଡ଼ା, ରାସଗୋବିନ୍ଦପୁର ଠାରେ ବିଜେଡ଼ି କର୍ମୀଙ୍କ ସହ ଆଲୋଚନା କରିଥିଲେ ପ୍ରଣବ । ପ୍ରଣବଙ୍କ ଗସ୍ତ ସମୟରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବିଜେଡି ନେତା ଦେବାଶିଷ ମାରାଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ, ରାଜ୍ୟସଭା ସାଂସଦ ମମତା ମହାନ୍ତ ଉପସ୍ଥିତ ଥିଲେ ।