spot_img
Home Blog Page 6918

ତାଇବାନ୍‌ ପ୍ରସଂଗରେ ଆମେରିକାକୁ ଧମକାଇଲା ଚୀନ, ପଢ଼ନ୍ତୁ କାହଁକି

ବେଜିଂ: ଚୀନ୍‌ ବିଦେଶ ମନ୍ତ୍ରାଳୟ ବୁଧବାର ତାଇବାନ୍ ପ୍ରସଂଗରେ ଆମେରିକାକୁ ଧମକ ଦେଇଛି । ଆମେରିକା ବିଦେଶମନ୍ତ୍ରୀ ମାଇକ୍‌ ପୋମ୍ପିଓ ଟ୍ୱିଟ୍ କରି ତାଇବାନର ରାଷ୍ଟ୍ରପତି ସାଇ ଇଙ୍ଗ୍‌ ଓ୍ୱେନ୍‌ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହି ଟ୍ୱିଟକୁ ନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଯେଉଁଥିରେ ଏ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

चीन ने दी धमकी, कहा- अमेरिका अब अंजाम भुगतने के लिए तैयार रहे

ଚୀନର ବିଦେଶ ମନ୍ତ୍ରାଳୟ କହିଛି କି ଆମେରିକା ବିଦେଶ ମନ୍ତ୍ରୀ ମାଇକ ପମ୍ପିଓ   ତାଇବାନ୍ ଅଞ୍ଚଳର ଶାନ୍ତି ଓ ସ୍ଥିରତା ସହିତ ଆମେରିକା-ଚୀନ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରୁଛି । ଚୀନ୍ ଏନେଇ ଜରୁରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ ଆମେରିକାକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି କୁହାଯାଇଛି ।

ଆମେରିକା ବିଦେଶ ମନ୍ତ୍ରୀ ପମ୍ପିଓ ଟ୍ୱିଟ୍ କରିଥିଲେ ଯେ, ତାଇବାନ୍ ରାଷ୍ଟ୍ରପତି ନିଜ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ସାଇ ଇଙ୍ଗ୍‌ ଓ୍ୱେନ୍‌ଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତାଇବାନରେ ବିକଶିତ ହେଉଥିବା ଗଣତନ୍ତ୍ର ସମଗ୍ର ବିଶ୍ୱ ଏବଂ ଅନ୍ୟ ଅଞ୍ଚଳ ପାଇଁ ପ୍ରେରଣା । ରାଷ୍ଟ୍ରପତି ସାଇଙ୍କ ନେତୃତ୍ୱରେ ତାଇବାନ ସହିତ ଆମର ସମ୍ପର୍କ ମଜବୁତ ହେବ ।

चीन ने दी धमकी, कहा- अमेरिका अब अंजाम भुगतने के लिए तैयार रहे

ଚୀନ ୧୯୪୯ରେ ଗୃହ ଯୁଦ୍ଧର ସମାପ୍ତି ପରେ ତାଇବାନ ନିଜକୁ ସ୍ୱତନ୍ତ୍ର ରାଷ୍ଟ୍ରଭାବେ ନିଜକୁ ଘୋଷିତ କରିଆସୁଛି । କିନ୍ତୁ ଚୀନ୍ ହଂକଂ ଭଳି ତାଇବାନ ଉପରେ ମଧ୍ୟ ଗୋଟିଏ ଦେଶ ୨ଟି ବ୍ୟବସ୍ଥା ଲାଗୁ କରିବାକୁ ଚାହୁଁଛି । ଏଭଳି କି ତାଇବାନ ଉପରେ ଚୀନ ବଳପୂର୍ବକ ଅକ୍ତିଆର କରିବ ବୋଲି କହିଛି । ଏଣୁ କୌଣସି ଦେଶ ଯଦି ତାଇବାନକୁ ସମର୍ଥନ କରେ ଚୀନ ସେହି ଦେଶକୁ ଧମକାଇଥାଏ ।

चीन ने दी धमकी, कहा- अमेरिका अब अंजाम भुगतने के लिए तैयार रहे

ତାଇବାନ ରାଷ୍ଟ୍ରପତି  ସାଇ ଇଙ୍ଗ୍‌ ଓ୍ୱେନ୍‌ ‌ କରୋନା ଭାଇରସ ବିରୋଧରେ ଯେଉଁଭଳି ଭାବେ କାମ କରିଛନ୍ତି, ତାକୁ ନେଇ ସାରା ବିଶ୍ୱ ତାଇବାନକୁ ପ୍ରଶଂସା କରୁଛି । ଯେତେବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାର୍ଷିକ ବୈଠକରେ ତାଇବାନକୁ ମଧ୍ୟ ସାମିଲ କରିବା ପ୍ରସ୍ତାବକୁ ଚୀନ ବିରୋଧ କରିଛି । ଚୀନ ପକ୍ଷରୁ କୁହାଯାଇଛି ଯେ, ତାଇବାନକୁ ଗୋଟିଏ ଦେଶର ମାନ୍ୟତା ଦିଆଯାଇପାରିବ ନାହିଁ । ସାଇ ଇଙ୍ଗ୍‌ ଓ୍ୱେନ୍‌ ତାଇବାନକୁ ଏକ ସାର୍ବଭୌମ୍ୟ ଦେଶ । ଏବଂ ସେ ଚୀନର ଅଂଶ ନୁହେଁ । ଆମେ ଗୋଟିଏ ଦେଶ ୨ଟି ବ୍ୟବସ୍ଥା ଆଳରେ ଚୀନର ଆଧିପତ୍ୟ ଗ୍ରହଣ କରିବୁନାହିଁ  ।

चीन ने दी धमकी, कहा- अमेरिका अब अंजाम भुगतने के लिए तैयार रहे

ଟ୍ରେନ୍, ବସ୍ ପରେ ଆରମ୍ଭ ହେବାକୁ ଯାଉଛି ବିମାନ ସେବା

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ସହ ଦେଶରେ ଆରମ୍ଭ ହେବାକୁ ଯାଉଛି ବିମାନ ସେବା । ଟ୍ରେନ୍, ବସ୍ ପରେ ବିମାନ ସେବା ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ୨୫ ତାରିଖରୁ ଦେଶରେ ଆଂଶିକ ଭାବେ ବିମାନ ସେବା ଆରମ୍ଭ ହେବ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି ।

ପ୍ରାଥମିକ ପର୍ଯ୍ୟାୟରେ ମେ ୨୫ରୁ ଦେଶ ଭିତରେ ବିମାନ ଉଡ଼ାଣ କରିବ । ଏଥିପାଇଁ ସମସ୍ତ ବିମାନବନ୍ଦର ଓ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ବିମାନ ଚଳାଚଳ ବେଳେ ବିମାନବନ୍ଦର ଓ ବିମାନ ଭିତରେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବାକୁ ପଡ଼ିବ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏସଓପି ଜାରି କରିବ ।

ମେ’ ୧୫ ସୁଦ୍ଧା ଆରମ୍ଭ ହୋଇପାରେ ଘରୋଇ ବିମାନ ଚଳାଚଳ

ଲକଡାଉନ୍ ରିହାତି: ସର୍ତ୍ତ ସହ CBSE, ICSEର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ଅନୁମତି

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଲାଗୁ ହେବା ସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି । ଦେଶରେ ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଥିବା ବେଳେ ପରୀକ୍ଷା ହେବ । ବାର୍ଷିକ ବୋର୍ଡ ପରୀକ୍ଷା ପାଇଁ ଗୃହ ମନ୍ତ୍ରାଳୟ ଗ୍ରୀନ୍ ସିଗନାଲ ଦେଇଛି । ସିବିଏସଇ ଓ ଆଇସିଏସ୍ଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ ।

ଏନେଇ ଗହ ବିଭାଗ ଅନୁମତି ଦେଇଛି । ଅଧିକାଂଶ ଛାତ୍ରଛାତ୍ରୀଙ୍କ ଏବେ ପରୀକ୍ଷା ହେବା ଚାହୁଁଥିବାରୁ ଏ ନିଷ୍ପତ୍ତି ନିଆଯାଇଛି । ତେବେ, ପରୀକ୍ଷା ବେଳେ କେତକ ବିଶେଷ ଦିଗକୁ ଧ୍ୟାନ ଦେବାକୁ ପଡ଼ିବ । ଏନେଇ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶାବଳୀ ଜାରି କରିଛି ।

୧) କଣ୍ଟେନମେଣ୍ଟ ଜୋନରେ କୌଣସି ପରୀକ୍ଷା ହେବନାହିଁ

୨) ଶିକ୍ଷକ, କର୍ମଚାରୀ ଓ ପରୀକ୍ଷାର୍ଥୀ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ

୩) ପରୀକ୍ଷା ସେଣ୍ଟରରେ ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ ହେବ । ସାନିଟାଇଜର ଉପଲବ୍ଧ କରାଇବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପଡ଼ିବ

୪) ଏକାଧିକ ବୋର୍ଡର ପରୀକ୍ଷା ହେବାକୁ ଥିବାରୁ ଏହା ପର୍ଯ୍ୟାୟ ଭିତ୍ତିକ ହେବ

୫) ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରିବେ

ତେବେ, ଗୃହ ମନ୍ତ୍ରାଳୟ ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ପରବର୍ତ୍ତୀ ସମୟରେ ସିବିଏସଇ ଓ ଆଇସିଏସ୍ଇ ପକ୍ଷରୁ ପରୀକ୍ଷା ସୂଚୀ ପ୍ରକାଶ ପାଇବ ।

ଅନେଶତ ବାତ୍ୟା ଭଳି କରାଳ ରୂପ ଦେଖାଇବ ଅମ୍ଫାନ । ଅପରାହ୍ନରେ ପଶ୍ଚିମବଙ୍ଗର ସୁନ୍ଦରବନରେ କରିବ ଲ୍ୟାଣ୍ଡଫଲ୍‌ । ସମୁଦ୍ରରେ ୧୧ କିମି ବେଗରେ ଆସୁଛି ମାଡି…ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ରହିବ ୧୫୫ ରୁ ୧୬୫ କିଲୋମିଟର ।

ଅନେଶତ ବାତ୍ୟା  ଭଳି କରାଳ ରୂପ ଦେଖାଇବ ଅମ୍ଫାନ  । ଅପରାହ୍ନରେ ପଶ୍ଚିମବଙ୍ଗର ସୁନ୍ଦରବନରେ କରିବ ଲ୍ୟାଣ୍ଡଫଲ୍‌ । ସମୁଦ୍ରରେ ୧୧ କିମି ବେଗରେ ଆସୁଛି ମାଡି…ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ରହିବ ୧୫୫ ରୁ ୧୬୫ କିଲୋମିଟର ।

ଭୂମିକମ୍ପ ନା ଆଉ କିଛି ? ବେଙ୍ଗାଲୁରୁରେ ଶୁଣିବାକୁ ମିଳିଲା ଅଜବ ସ୍ୱର, ବାୟୁସେନାକୁ ଆଲର୍ଟ କଲେ ଅଧିକାରୀ

ବେଙ୍ଗାଲୁରୁ: ଦେଶରେ ଗୋଟେ ପଟେ କରୋନା ଭାଇରସର ବିପର୍ଯ୍ୟୟ ଚାଲିଥିବା ବେଳେ ଏବଂ ଅନ୍ୟପଟେ ବାତ୍ୟା ଅମ୍ଫାନର ପ୍ରକୋପ ପୂର୍ବ ଭାରତ ରାଜ୍ୟମାନଙ୍କରେ ରହିଛି। ଏହି ସମୟରେ କର୍ଣ୍ଣାଟକର ବେଙ୍ଗାଲୁରୁରୁ ଏକ ଆଶ୍ଚର୍ଯ୍ୟଜନକ ତଥା ବିବ୍ରତ ଖବର ସାମ୍ନାକୁ ଆସିଛି। ବୁଧବାର ଅପରାହ୍ନରେ ବେଙ୍ଗାଲୁରୁରେ ଏକ ଅଜବ ସ୍ୱର ଶୁଣିବାକୁ ମିଳିଛି । ଯାହା ପରେ କଳ୍ପନାଯଳ୍ପନାର ବଜାର ଗରମ ଏବଂ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ବୁଧବାର ଅପରାହ୍ନରେ ବେଙ୍ଗାଲୁରୁରେ ଲୋକମାନେ ଏକ ଉଚ୍ଚ ସ୍ୱର ଶୁଣିବାକୁ ପାଇଥିଲେ । ଲୋକମାନେ କୁହନ୍ତି ଯେ ଏହା ଏକ ଉଚ୍ଚ ଭୂମିକମ୍ପ କିମ୍ବା ଝଟକା ଭଳି ଥିଲା | ଲୋକଙ୍କ କହିବାନୁସାରେ, ଏହି ସ୍ୱର ପ୍ରାୟ ପାଞ୍ଚ ସେକେଣ୍ଡ ପର୍ଯ୍ୟନ୍ତ ପ୍ରତିଧ୍ୱନିତ ହେଉଥିଲା। କର୍ଣ୍ଣାଟକ ରାଜ୍ୟ ବିପର୍ଯ୍ୟୟ ନିରୀକ୍ଷଣ କେନ୍ଦ୍ର ପକ୍ଷରୁ ଏକ ବିବୃତ୍ତି ଦିଆଯାଇଛି ଯେ ଏହା କୌଣସି ଭୂକମ୍ପର ଶବ୍ଦ ନୁହେଁ । ଭୂମିରେ କୌଣସି କମ୍ପନ ଦେଖାଯାଇ ନାହିଁ,  କିନ୍ତୁ ସେଠାରେ ଥିବା ସ୍ୱର ସଂପୂର୍ଣ୍ଣ ଅଲଗା ଥିଲା ।

ବେଙ୍ଗାଲୁରୁର ହ୍ୱାଇଟଫିଲ୍ଡ ଅଞ୍ଚଳରେ, ଯେଉଁଠାରେ ଏହି ସ୍ୱର ଶୁଣାଗଲା, ସେଠାରେ ଅଧିକାରୀମାନେ ସକ୍ରିୟ ହୋଇଗଲେ | ବାୟୁସେନା, HAL ର କମ୍ପାନୀ ସହିତ ଯୋଗାଯୋଗ କରାଯାଉଛି ଏବଂ ସେମାନଙ୍କର ଉତ୍ତରର ଅପେକ୍ଷା କରାଯାଇଛି ।

ବେଙ୍ଗାଲୁରୁ ପୋଲିସ କମିଶନର ଭାସ୍କର ରାଓ କହିଛନ୍ତି ଯେ ଏହି ସ୍ୱର ପ୍ରାୟ ଏକ ଘଣ୍ଟା ପୂର୍ବରୁ ଆସିଥିଲା, ଏହା କେଉଁଠାରୁ ଆସିଛି ତାହା କେହି ଜାଣି ନାହାଁନ୍ତି । କିନ୍ତୁ କୌଣସି କ୍ଷୟକ୍ଷତି ହୋଇନାହିଁ । ଏହି ସ୍ୱର ପ୍ରାୟ ୨୧ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଛି ।

ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ‘ଅମ୍ଫାନ’

ଭୁବନେଶ୍ୱର: ବାତ୍ୟା ଅମ୍ଫାନର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ପଶ୍ଚିମବଙ୍ଗର ସୁନ୍ଦରବନରେ ସ୍ଥଳଭାଗ ଛୁଇଁଲା ଅମ୍ଫାନ । ବାତ୍ୟାର ବାହ୍ୟ ଅଂଶ ଏବେ ପଶ୍ଚିମବଙ୍ଗରେ ପ୍ରବେଶ କରୁଛି । ପ୍ରାୟ ୪ ଘଣ୍ଟା ଧରି ଲାଗି ରହିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଏହାର ପ୍ରଭାବରେ ଓଡ଼ିଶାର ବାଲେଶ୍ୱରରେ ସର୍ବାଧିକ ଘଣ୍ଟା ପ୍ରତି ୯୧ କି.ମି ବେଗରେ ପବନ ବହୁଛି । ଲ୍ୟାଣ୍ଡଫଲ୍‌ ସ୍ଥଳରେ ପବନର ବେଗ ଘଣ୍ଟାପ୍ରତି ୧୬୦ରୁ ୧୭୦ କିଲୋମିଟର ରହିଛି ।  ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସୁନ୍ଦରବନରେ ହିଁ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ଅମ୍ପାନ ।

NDRFର ପ୍ରସ୍ତୁତି ନେଇ ଡିଜି ଏସ୍ଏନ୍ ପ୍ରଧାନଙ୍କ ସୂଚନା

ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ବାତ୍ୟା ପରେ ହିଁ ଏନ୍‌ଡିଆରଏଫ୍‌ର କାମ ଆରମ୍ଭ ହୋଇଥାଏ । ଲୋକଙ୍କୁ ଉଦ୍ଧାର ରାସ୍ତାଘାଟ ସଫା କରିବା ଏନ୍‌ଡିଆରଏଫ୍‌ର କାମ । ଓଡ଼ିଶାରେ ଥିବା ୨୦ ଟିମ୍‌ ଏବଂ ଅନ୍ୟ ରିଜର୍ଭ ଟିମ୍ ଗ୍ରାଉଣ୍ଡରେ କାମ କରୁଛନ୍ତି । ବାଲେଶ୍ୱର, ଜଗତସିଂହପୁର ଓ ପୁରୀରେ ଏନ୍‌ଡିଆରଏଫ୍‌ ଟିମ୍‌ କାମ ଆରମ୍ଭ ହୋଇସାରିଛି । ସମସ୍ତ ଟିମ୍‌ ପାଖରେ ସାଟେଲାଇଟ୍ ଫୋନ୍‌ ରହିଛି । କୌଣସି ପ୍ରକାର ଯୋଗାଯୋଗର ସମସ୍ୟାର ସମ୍ମୁଖୀନ ହେବନାହିଁ । ପଶ୍ଚିମବଙ୍ଗରେ ମଧ୍ୟରେ ଆମ ଟିମ୍ କାମ କରୁଛି । ମୋଟ ୧୯ଟି ଟିମ୍‌ କାମ କରୁଛି ଏବଂ ୨ ଟିମ୍‌ ଷ୍ଟାଣ୍ଡବାଇରେ ରହିଛି । ଫୋନି ବେଳର ଅନୁଭୂତି ଅନୁଯାୟୀ ଆମେ ଅଧିକ ସଂଖ୍ୟକ ଟ୍ରି କଟର ରଖିଛୁ । ଏବଂ ଏହା କାମରେ ଆସିଛି । ପଶ୍ଚିମବଙ୍ଗ ସରକାରଙ୍କ ସୂଚନା ଅନୁଯାୟୀ ୫ଲକ୍ଷର ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେହିଭଳି ଓଡ଼ିଶାରେ ୧ଲକ୍ଷ ୫୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲା ଆଉ ୩୬ କରୋନା ଆକ୍ରାନ୍ତ । ସେମାନଙ୍କ କୋଭିଡ ଟେଷ୍ଟିଂ ନେଗେଟିଭ୍‌ ଆସିଛି । ସେମାନଙ୍କ ମଧ୍ୟରୁ ୨୩ ଜଣ ଗଞ୍ଜାମର ହୋଇଥିବାବେଳେ, ୫ ଯାଜପୁରର, ୩ ଜଣ ମୟୂରଭଞ୍ଜର, ପୁରୀ ଓ ଭଦ୍ରକ ୨ ଜଣ ଲେଖାଏଁ ଏବଂ ଭଦ୍ରକ ଜଣେ ରୋଗୀ ସୁସ୍ଥ ହୋଇଛନ୍ତି ।

ଏଥିସହିତ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୩୪୩ରେ ପହଞ୍ଚିଛି । ତେବେ ଏଯାବତ୍ ରାଜ୍ୟରେ ମୋଟ ୧୦୫୨ ଜଣ କରେନା ସଂକ୍ରମତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହି ମୃତକ ଓ ସୁସ୍ଥ ହୋଇଥିବା ୩୪୩ ଜଣଙ୍କୁ ବାଦ ଦେଲେ ମୋଟ ୭୦୩ ଜଣ ସଂକ୍ରମିତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ରାଜ୍ୟରେ ହଜାରେ ପାର ହେଲା ସଂକ୍ରମିତଙ୍କ ସଂଖ୍ୟା, କରୋନା ମ୍ୟାପରେ ମାଲକାନଗିରି

କରୋନାରେ ପ୍ରାଣ ହରାଇଲେ ଇମ୍ରାନଙ୍କ ଦଳର ନେତ୍ରୀ, ଡାକ୍ତରଖାନା ଯାଇ କରୋନାରେ ସଂକ୍ରମିତ ହୋଇଥିଲେ

ନୂଆଦିଲ୍ଲୀ: ପଡୋଶୀ ଦେଶ ପାକିସ୍ତାନରେ କରୋନା ଭାଇରସ ହଇଚଇ ସୃଷ୍ଟି କରିଛି । ବୁଧବାର ଦିନ ପାକିସ୍ତାନର ପଞ୍ଜାବ ପ୍ରଦେଶର ବିଧାନସଭାର ସଦସ୍ୟା ଶାହିନ ରଜା କରୋନା ଯୋଗୁଁ ମୃତ୍ୟୁ କରିଛନ୍ତି । ଦୁଇ ଦିନ ପୂର୍ବରୁ ଶାହିନଙ୍କ କରୋନା ଭାଇରସ୍ ପରୀକ୍ଷା ପଜିଟିଭ୍ ଆସିଥିଲା ​। କରୋନା ଭାଇରସ କାରଣରୁ ପାକିସ୍ତାନରେ ନିର୍ବାଚିତ ପ୍ରତିନିଧିଙ୍କ ଏହା ପ୍ରଥମ ମୃତ୍ୟୁ।

ପଞ୍ଜାବ ବିଧାନସଭା ସଦସ୍ୟ ଶାହିନ ରଜା ପାକିସ୍ତାନ ତେହରିକ-ଏ-ଇନସାଫ ଦଳର ସଦସ୍ୟା ଥିଲେ । ପିଟିଆଇ ହେଉଛି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ, ଯାହାର ବର୍ତ୍ତମାନ ପାକିସ୍ତାନରେ ସରକାର ଅଛି । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ଶାହିନ ରାଜା ଅତୀତରେ ଏକ ଡାକ୍ତରଖାନା ପରିଦର୍ଶନ କରିଥିଲେ। ସେଠାରେ ସେ କରୋନା ଭାଇରସ ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ। ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାବ୍‌ ଟେଷ୍ଟ ପରେ ତାଙ୍କର କରୋନା ପରୀକ୍ଷାରେ ପଜିଟିଭ୍ ଆସିଥିଲା ।

ଏହାପୂର୍ବରୁ ପଞ୍ଜାବ ବିଧାନସଭାର ଡେପୁଟି ବାଚସ୍ପତି ମଧ୍ୟ କରୋନା ଭାଇରସ ଦ୍ୱାରା ପଜିଟିଭ୍ ଆସିଥିଲେ । ଯଦିଓ ସେ ନିଜକୁ ଏକ ଘରୋଇ କ୍ୱାରେଣ୍ଟାଇନ୍ କରିଥିଲେ । ପାକିସ୍ତାନର ଅନେକ ନେତା ନିଜକୁ କ୍ୱାରେଣ୍ଟାଇନ୍ କରିଛନ୍ତି । ଯଦି ଆପଣ ସମଗ୍ର ଦେଶର ପରିସଂଖ୍ୟାନକୁ ଦେଖନ୍ତି, ବୁଧବାର ପର୍ଯ୍ୟନ୍ତ, ଏଠାରେ ସମୁଦାୟ ମାମଲା ୪୫ ହଜାର ସଂଖ୍ୟା ଅତିକ୍ରମ କରିଛି  । ପ୍ରାୟ ଏକ ହଜାର ଲୋକ ପ୍ରାଣ ହରାଇଛନ୍ତି ।

ପାକିସ୍ତାନରେ ଦିନକୁ ଦିନ କରୋନା ବୃଦ୍ଧି ପାଉଥିବା ସତ୍ତ୍ୱେ ଏଠାରେ ତାଲା ପଡିଛି । ଇଦ୍ କୁ ଦେଖି ବଜାର ପୁଣି ଥରେ ଖୋଲିଛି ଏବଂ ଲୋକମାନେ ବାହାରକୁ ଯାଉଛନ୍ତି । ସାତ ଦିନ ପାଇଁ ସମସ୍ତ ବଜାର ଖୋଲିବାକୁ ପାକିସ୍ତାନୀ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାପୂର୍ବରୁ ଅନେକ ପ୍ରଦେଶ ସେମାନଙ୍କ ସ୍ତରରେ ଲକଡାଉନ୍ ଲାଗୁ କରିଥିଲେ।

 

ବସ୍ ରାଜନୀତି: ନିଜ ଦଳକୁ ସମାଲୋଚନା କଲେ କଂଗ୍ରେସ ବିଧାୟିକା

ଲକ୍ଷ୍ନୌ: ଶ୍ରମିକମାନଙ୍କ ପାଇଁ ବସ୍ ବ୍ୟବସ୍ଥାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ଯୁଦ୍ଧରେ ଏକ ନୂଆ ମୋଡ଼ ଆସିଛି । ରାୟବରେଲୀର ବିଦ୍ରୋହୀ କଂଗ୍ରେସ ବିଧାୟକ ଆଦିତି ସିଂହ ଏହି ପ୍ରସଙ୍ଗରେ ତାଙ୍କ ଦଳର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି। ଏହା ଏକ ନିଷ୍ଠୁର ପରିହାସ ବୋଲି ଆଦିତି ସିଂ କହିଛନ୍ତି ।

ଆଦିତି ସିଂହ ଟ୍ୱିଟରେ କରି ଲେଖିଛନ୍ତି ଯେ, ‘ବିପର୍ଯ୍ୟୟ ସମୟରେ ଏଭଳି ନିମ୍ନ ରାଜନୀତିର ଆବଶ୍ୟକତା କ’ଣ…, ଏକ ହଜାର ବସର ତାଲିକା ପଠାଇଲେ, ଯେଉଁଥିରେ ଅଧାରୁ ଅଧିକ ବସ୍ ନକଲି, ୨୯୭ଟି ଅବ୍ୟବହୃତ ବସ୍, ୯୮ଟି ଅଟୋ ରିକ୍ସା ଏବଂ ଆମ୍ବୁଲାନ୍ସ ଭଳି ଗାଡ଼ି, ୬୮ଟି ବିନା କାଗଜପତ୍ରର ଗାଡ଼ି, ଏହା କେତେ ନିଷ୍ଠୁର ଉପହାସ, ଯଦି ବସ୍ ଥିଲା ତେବେ ଆପଣ ଏହାକୁ ରାଜସ୍ଥାନ, ପଞ୍ଜାବ, ମହାରାଷ୍ଟ୍ରରେ କାହିଁକି ରଖିଲେ ନାହିଁ ?

ଜଣାଇ ରଖୁଛୁ ଯେ, ଆଦିତି ସିଂହ ଦୀର୍ଘ ଦିନ ଧରି କଂଗ୍ରେସ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଥିଲେ । ଗତ ବର୍ଷ ଦଳର ହ୍ୱିପ୍ କୁ  ଉଲ୍ଲଂଘନ କରି ଅଦିତି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଯୋଗଦେବାକୁ ଆସିଥିଲେ। ଏହା ପରେ ତାଙ୍କୁ ଦଳ ପକ୍ଷରୁ ଏକ କାରଣ ନୋଟିସ ମଧ୍ୟ ଦିଆଯାଇଥିଲା । କାଶ୍ମୀରରୁ ଧାରା ୩୭୦ ହଟାଇବା ପ୍ରସଙ୍ଗରେ ମଧ୍ୟ ଆଦିତି କଂଗ୍ରେସ ଠାରୁ ଭିନ୍ନ ନିଜର ମତ ରହିଥିଲେ । ନିକଟରେ ସେ କରୋନା ଯୋଦ୍ଧା ପାଇଁ ପିଏମ ମୋଦୀଙ୍କ ଆବେଦନକୁ ମାନି ଦୀପ ମଧ୍ୟ ଜାଳିଥିଲେ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରଶଂସା

ଯୋଗୀ ସରକାରଙ୍କ ଷ୍ଟାଣ୍ଡକୁ ସମର୍ଥନ କରି ଗାନ୍ଧୀ ପରିବାରର ଘନିଷ୍ଠ ସହଯୋଗୀ ତଥା ରାୟବରେଲୀ ସଦରଙ୍କ ବିଧାୟକ ଆଦିତି ସିଂହ ମଧ୍ୟ କୋଟା ଉପରେ ପ୍ରଶ୍ନ କରିଛନ୍ତି । ଅନ୍ୟ ଏକ ଟ୍ୱିଟରେ ଆଦିତ୍ୟ ଲେଖିଛନ୍ତି ଯେ, ‘ତଥାକଥିତ ବସ୍ କେଉଁଠି ଥିଲା ଯେତେବେଳେ କୋଟାରେ ହଜାର ହଜାର ୟୁପି ପିଲା ଫସି ରହିଥିଲେ, ସେତେବେଳେ କଂଗ୍ରେସ ସରକାର ଏହି ପିଲାମାନଙ୍କୁ ଘରେ ଛାଡିବା ଦୂରର କଥା ସେମାନଙ୍କୁ ସୀମାରେ ସୁଦ୍ଧା ଛାଡି ପାରିଲେ ନାହିଁ । ଏହାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାତାରାତି ବସ୍ ଲଗାଇ ଏହି ପିଲାମାନଙ୍କୁ ଘରେ ପହଞ୍ଚାଇଥିଲେ । ଖୋଦ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ପ୍ରଶଂସା କରିଥିଲେ ।

କ’ଣ ଥିଲା ପୁରା ବିବାଦ?

ଲକଡାଉନର ସମ୍ମୁଖୀନ ହେଉଥିବା ଶ୍ରମିକ ମାନେ ନୋଏଡା-ଗାଜିଆବାଦର ୟୁପି ସୀମାରେ ଫସି ରହିଛନ୍ତି। ଏହି ଶ୍ରମିକମାନଙ୍କୁ ନିଜ ଘରକୁ ଆଣିବା ପାଇଁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଯୋଗୀ ସରକାରଙ୍କୁ ୧୦୦୦ ବସ୍ ଚଲାଇବା ପାଇଁ ଏକ ପ୍ରସ୍ତାବ ପଠାଇଥିଲେ। ଯୋଗୀ ସରକାର ଏହାକୁ ଅନୁମୋଦନ କରି ବସର ସମ୍ପୂର୍ଣ୍ଣ ତାଲିକା ମାଗିଥିଲେ। ଏହି ତାଲିକା ଆଧାରରେ ଯୋଗୀ ସରକାର କହିଛନ୍ତି ଯେ ଏହି ତାଲିକାରେ ବସ୍ ସ୍ଥାନରେ ଦୁଇ ଚକିଆ ଏବଂ ତିନି ଚକିଆ ଯାନ ରହିଛି ।

ଏହି ବିବାଦ ପରେ କଂଗ୍ରେସ କହିଛି ଯେ ଯେଉଁ ବସ ଗୁଡ଼ିକ ସରକାରଙ୍କ ଯାଞ୍ଚ ପରେ ଠିକ ଅଛି ସେହି ବସ ଗୁଡ଼ିକୁ ଶ୍ରମିକମାନଙ୍କ ପାଇଁ ବ୍ୟବହାର କରାଯାଉ । ଇତିମଧ୍ୟରେ ୟୁପି କଂଗ୍ରେସ ସଭାପତି ଅଜୟ କୁମାର ଲଲ୍ଲୁଙ୍କୁ ମଙ୍ଗଳବାର ଦିନ ଆଗ୍ରାରେ ପୋଲିସ ଗିରଫ କରିଛି ।  ଅନ୍ୟପକ୍ଷରେ ଲକ୍ଷ୍ନୌ ଏବଂ ନୋଏଡାଠାରେ ପ୍ରିୟଙ୍କା ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି ।

WHOରେ ଭାରତକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ସ୍ଥାନ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ହେଲେ କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟାଳୟର ବାର୍ଷିକ ବୈଠକ ନେତୃତ୍ୱ କରିବାକୁ ଏବେ ଭାରତ ସଂପୂର୍ଣ୍ଣ ପ୍ରସ୍ତୁତ  । ଭାରତ ପକ୍ଷରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ୨୨ ମେ’ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ପଦ ସମ୍ଭାଳିବେ ।

ଡ. ହର୍ଷବର୍ଦ୍ଧନ ଜାପାନର ଡକ୍ଟର ହିରୋକି ନକାତାନୀଙ୍କ ସ୍ଥାନ ନେବେ ।  ଡ. ହିରୋକି ଏବେ ୩୪ ସଦସ୍ୟ ବିଶିଷ୍ଟ ବୋର୍ଡର ଅଧ୍ୟକ୍ଷ ଅଛନ୍ତି । ଉଲ୍ଲେଖନୀୟ ଯେ, ଏହାପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଠକରେ ଭାରତ ଡ. ହର୍ଷବର୍ଦ୍ଧନଙ୍କ ନାମ ଏହି ପଦବୀ ପାଇଁ ପେସ କରିଥିଲା । ଭାରତର ଏହି ପ୍ରସ୍ତାବକୁ ମେ’ ୧୯ ତାରିଖରେ ୧୯୪ ଦେଶ ସମର୍ଥନ କରିଥିଲେ ।

ସ୍ୱାସ୍ଥ୍ୟକ୍ଷେତ୍ରରେ ଉତ୍ତମ ରେକର୍ଡ ରଖୁଥିବା ୩୪ ଦେଶଙ୍କୁ ହିଁ କାର୍ଯ୍ୟକାରୀ ବୋର୍ଡର ସଦସ୍ୟ ଭାବେ ମନୋନିତ କରାଯାଇଥାଏ । କିନ୍ତୁ ପ୍ରଥମଥର ପାଇଁ ଏଥିରେ ଏଭଳି ଦେଶଙ୍କୁ ସାମିଲ କରାଯାଇଛି,ଯେଉଁମାନେ ଏହି କ୍ଷେତ୍ରରେ ବିଶେଷ ଆଗରେ ନାହାନ୍ତି ।

ଭାରତ ବ୍ୟତିତ ବୋତସୱାନା,କଲମ୍ବିଆ,ଘାନା,ଗିନି ଓ ବ୍ରିଟେନକୁ ବୋର୍ଡରେ ସ୍ଥାନ ମିଳିଛି । ରୁଷ ଓ ଦକ୍ଷିଣ କୋରିଆ ମଧ୍ୟ ବୋର୍ଡରେ ସ୍ଥାନିତ ହୋଇଛନ୍ତି ।

ଉଲ୍ଲେଖନୀୟ ଯେ, କାର୍ଯ୍ୟକାରୀ ଅଧ୍ୟକ୍ଷ ପଦବୀ ବର୍ଷକ ପାଇଁ ମିଳିଥାଏ  କିନ୍ତୁ ଗତ ବର୍ଷ ଡବ୍ଲୁଏଚଓର ଦକ୍ଷିଣ ପୂର୍ବ ଏସିଆ ସମୂହ ସର୍ବସମ୍ମତି କ୍ରମେ ଭାରତକୁ ତିନି ବର୍ଷ ପାଇଁ ଏହି ପଦବୀ ଦେବା ପାଇଁ ନିଷ୍ପତ୍ତି ନେଇଥିଲା ।