spot_img
Home Blog Page 6927

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା, ଘଣ୍ଟା ପ୍ରତି ୬ କିମି ବେଗରେ ଆଗକୁ ବଢ଼ୁଛି

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅମ୍ଫାନ୍’ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୬ କିମି ଦିଗରେ ଗତି କରୁଛି । ରାତି ୨ଟା ୩୦ ସୁଦ୍ଧା ବାତ୍ୟା ପାରାଦୀପ ଠାରୁ ଦକ୍ଷିଣରେ ୧୦୦୦ କିମି ଦୂରରେ ରହିଛି । ସେହିଭଳି ପଶ୍ଚିମବଙ୍ଗ ଦୀଘାଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୧୧୬୦ କିମି ଦୂରରେ ଥିବାବେଳେ ବାଲାଂଦେଶ ଖେପୁରିଆ ଠାରୁ ‘ଅମ୍ଫାନ୍’ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ୧୨୬୦ କିମି ଦୂରରେ ରହିଛି ।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ‘ଅମ୍ଫାନ୍’ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ । ୧୮ ତାରିଖ ସକାଳେ ଏହା ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହାପରେ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତିକରି ୨୪ ଘଣ୍ଟାରେ ରିକର୍ଭ କରି ଉତ୍ତର ଉତ୍ତର-ପୂର୍ବ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଗତି କରିବ । ୧୮ରୁ ୨୦ ତାରଖି ମଧ୍ୟରେ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଦେଇ ‘ଅମ୍ଫାନ୍’ ଅତିକ୍ରମ କରିପାରେ ।

ଏଥିପାଇଁ ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ ଓ ବାଲେଶ୍ୱର ଜିଲ୍ଲା ସମେତ ୧୨ଟି ଜିଲ୍ଲାକୁ ଆଲର୍ଟ ରହିବାକୁ କୁହାଯାଇଛି । ୧୮ ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ୧୯ରେ ବର୍ଷା ପବନ ବଢ଼ିବା ସହିତ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ ରହିବ । ୨୦ରେ ପବନର ବେଗ ମଧ୍ୟ ବୃଦ୍ଧି ପାଇବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…

ଶରୀର ପ୍ରତି ବିପଦ ଥିବାରୁ ଯତ୍ନଶୀଳ ରୁହନ୍ତୁ, ବନ୍ଧୁଙ୍କ ସହଯୋଗ ମନୋବଳକୁ ଦୃଢ କରିବ

ମେ ୧୭, ୨୦୨୦ ମସିହା, ବୃଷ ୪ ଦିନ

୧୯୪୨ ଶକାଦ୍ଦ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଜ୍ୟୋଷ୍ଠ ମାସ, କୃଷ୍ଣପକ୍ଷ, ଦଶମୀ ତିଥି , ରବିବାର

ପୂର୍ବଭାଦ୍ର ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର ରହିବେ

ଦିନ ୧୨ ଟା ୪୫ ମିନିଟ୍‌ ଉତ୍ତର ଏବଂ ଦିନ ୧୨ଟା ୪୫ ମିନିଟ୍‌ ପରେ ଅଗ୍ନି କୋଣରେ ରହିବେ

ଅଗ୍ନି କୋଣକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର- ଧନୁ ରାଶି ପୁରୁଷ, କର୍କଟ, ତୁଳା ରାଶିର ମହିଳାଙ୍କ ପାଇଁ

ଘାତବାର-ମେଷ ରାଶି

ଅଶୁଭ ସମୟ- ଦିନ ୪ଟା ୩୦ ରୁ ସନ୍ଧ୍ୟା ୬ଟା ପଯ୍ୟନ୍ତ

ଶୁଭ ସମୟ-ଦିନ ୧୧ଟା ୧୫ ରୁ ଦିନ ୨ଟା ୪୫ ମିନିଟ୍‌ ପଯ୍ୟନ୍ତ

 

ମେଷରାଶି-

ଅଶ୍ୱିନୀ ନକ୍ଷତ୍ର- କର୍ମରେ ସଫଳତା ପାଇବା ସହ ପରିବାରରେ ସମୟ କାଟିବେ

ଦ୍ୱିଜା ନକ୍ଷତ୍ର- ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳ ରହିବେ

କୃତ୍ତିକା ନକ୍ଷତ୍ର- ଅର୍ଥକୁ ନେଇ ଚିନ୍ତାରେ ରହିବେ, ଦିନ ୨ଟା ପରେ ଶୁଭ ଫଳ ମିଳିବ

ପ୍ରତିକାର- ମହାଦେବଙ୍କୁ ଲାଲ ଫୁଲରେ ପୂଜା କରନ୍ତୁ

ବୃଷରାଶି-

କୃତ୍ତିକା ନକ୍ଷତ୍ର- ଶରୀର ପ୍ରତି ବିପଦ ଥିବାରୁ ଯତ୍ନଶୀଳ  ରୁହନ୍ତୁ

ରୋହିଣୀ ନକ୍ଷତ୍ର – ବନ୍ଧୁଙ୍କ ସହଯୋଗ ମନୋବଳକୁ ଦୃଢ କରିବ

ମୃଗଶିରା- କିଛି ନୂଆ ଯୋଜନା ପାଇଁ ଆଜି ଉପୟୁକ୍ତ ସମୟ ରହିଛି

ପ୍ରତିକାର- ବୃଷଭକୁ କିଛି ଶାଗ ଖାଇବାକୁ ଦିଅନ୍ତୁ

ମିଥୁନ ରାଶି-

ମୃଗଶିରା ନକ୍ଷତ୍ର- ପରିବାରରେ ସନ୍ତାନ କିମ୍ବା ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ

ଆଦ୍ରା ନକ୍ଷତ୍ର- ନିଜର କାର୍ଯ୍ୟ ପାଇଁ ଉଚ୍ଚ ପ୍ରଶଂସିତ ହେବେ

ପୁନର୍ବସୁ ନକ୍ଷତ୍ର- ନିଜର ଭୁଲ ପାଇଁ ଅପମାନଜନକ ପରିସ୍ଥିତି ସୃଷ୍ଟି ହେବ

ପ୍ରତିକାର-ଓଁ ନମଃ ଶିବାୟ ମନ୍ତ୍ରକୁ ୨୧ ଥର ଜପ କରନ୍ତୁ

କର୍କଟ ରାଶି-

ପୁନର୍ବସୁ ନକ୍ଷତ୍ର- ଅଚାନକ ବିନା କାରଣରେ ଖର୍ଚ୍ଚ ବୃଦ୍ଧି ଯୋଗୁଁ ହଇରାଣରେ ପଡିବେ

ପୁଷ୍ୟ। ନକ୍ଷତ୍ର -ପୂର୍ବ ଅପେକ୍ଷା କାର୍ଯ୍ୟ ଓ ଆର୍ଥିକସ୍ଥିତିରେ ପରିବର୍ତ୍ତନ ହେବ

ଅଶ୍ଲେଷା ନକ୍ଷତ୍ର- ପ୍ରତୀକ୍ଷାରେ ଥିବା କାର୍ଯ୍ୟରେ ସଫଳ ହେବେ

ପ୍ରତିକାର- ବ୍ରାହ୍ମଣଙ୍କୁ କଦଳୀ ଓ ଆମ୍ବ ଉପହାର ଭାବରେ ଦିଅନ୍ତୁ

ସିଂହ ରାଶି-

ମୃଘା ନକ୍ଷତ୍ର-ପରିବାରର ପୂର୍ଣ୍ଣ ସହଯୋଗ ଯୋଗଁ କାର୍ଯ୍ୟରେ ସଫଳତା ପାଇବେ

ପୂର୍ବା ଫାଲଗୁନୀ ନକ୍ଷତ୍ର-ଦେହ, ମନ ସୁସ୍ଥ ଯୋଗୁଁ ଦିନଟି ଭଲରେ କଟିବ

ଉତ୍ତରା ଫାଲଗୁନୀ ନକ୍ଷତ୍ର- ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ବଢିବ

ପ୍ରତିକାର- ହନୁମାନଙ୍କୁ ସିନ୍ଦୁର ଓ ଲାଲ ଫୁଲ ଅର୍ପଣ କରନ୍ତୁ

କନ୍ୟା ରାଶି-

ଉତ୍ତରା ଫାଲଗୁନୀ ନକ୍ଷତ୍ର- କୈାଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ

ହସ୍ତା ନକ୍ଷତ୍ର- ଆଶା ରଖୁଥିବା ଦିଗରୁ ଅର୍ଥ ଆସିବାର  ଯୋଗ

ଚିତ୍ରା ନକ୍ଷତ୍ର- ପାରବାରିକ ସୁଖ, ଶାନ୍ତି ମନକୁ ଦୃଢ କରିବ

ପ୍ରତିକାର- ଶ୍ରୀବିଷ୍ଣୁଙ୍କ ମନ୍ତ୍ର ୧୧ ଥର ପାଠ କରନ୍ତୁ

ତୁଳା ରାଶି-

ଚିତ୍ରା ନକ୍ଷତ୍ର-ବିଳମ୍ବରେ କାର୍ଯ୍ୟରେ ସଫଳତା ପାଇବେ

ସ୍ୱାତୀ ନକ୍ଷତ୍ର- ଦାମ୍ପତ୍ୟ ଜୀବନ ସୁଖ, ଶାନ୍ତିରେ କଟିବ

ବିଶାଖା ନକ୍ଷତ୍ର- ଆକସ୍ମିକ ବିପଦର ଯୋଗ ରହିଛି, ଜଗି ରଖି ଚଳନ୍ତୁ

ପ୍ରତିକାର- ଅସହାୟ ବ୍ୟକ୍ତିକୁ ଖାଦ୍ୟ, ଜଳ ଦାନ କରନ୍ତୁ

ବିଛା ରାଶି-

ବିଶାଖା ନକ୍ଷତ୍ର- ବ୍ୟବସାୟରେ ଅଧିକ କ୍ଷତି ହୋଇପାରେ, ଆର୍ଥିକ ସଙ୍କଟ ରହିବ

ଅନୁରାଧା ନକ୍ଷତ୍ର- ଅନ୍ୟକୁ ସାହାଯ୍ୟ,ସହଯୋଗ କରି ଆତ୍ମସନ୍ତୋଷ ମିଳିବ

ଜ୍ୟୋଷ୍ଠା ନକ୍ଷତ୍ର-ସ୍ତ୍ରୀଙ୍କ ପରାମର୍ଶରେ କାର୍ଯ୍ୟ କରନ୍ତୁ, ଦିନଟି ସୁଖମୟ ରହିବ

ପ୍ରତିକାର-୩ ଖଣ୍ଡ ହଳଦୀ ନିଜ ପାଖରେ ରଖନ୍ତୁ

ଧନୁରାଶି-

ମୂଳାନକ୍ଷତ୍ର- ମନରେ ଉତ୍ସାହ ଯୋଗ ଅନ୍ୟମାନଙ୍କୁ ସାହାଯ୍ୟରେ ମନ ବଳାଇବେ

ପୂର୍ବାଷାଢା ନକ୍ଷତ୍ର- ବିବାଦୀୟ କାର୍ଯ୍ୟରେ ସମାଧାନ ହୋଇଯିବ

ଉତ୍ତରଷାଢା-ମନ ଭଲ ରହିବ ନାହିଁ, ଆୟ ଅପେକ୍ଷା ବ୍ୟୟ ବଢିଯିବ

ପ୍ରତିକାର- ସକାଳ ସମୟରେ କିଛି ବାଦାମ ଖାଆନ୍ତୁ

ମକର ରାଶି-

ଉତ୍ତରାଷାଢା ନକ୍ଷତ୍ର- ଶରୀର ଅସୁସ୍ଥ ହେବାର ଯୋଗ ରହିଛି, ସତର୍କ ରୁହନ୍ତୁ

ଶ୍ରବଣା ନକ୍ଷତ୍ର- ପ୍ରତୀକ୍ଷାର ଅନ୍ତ ହେବା ସହ କାର୍ଯ୍ୟରେ ସଫଳତା ପାଇବେ

ଧନିଷ୍ଠା ନକ୍ଷତ୍ର- ପଡୋଶୀଙ୍କ ସହଯୋଗ ପାଇବେ, ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ

ପ୍ରତିକାର- ମା’ ଦୁର୍ଗାଙ୍କୁ ବେଲପତ୍ର, କଦଳୀ ଅର୍ପଣ କରନ୍ତୁ

କୁମ୍ଭ ରାଶି-

ଧନିଷ୍ଠା ନକ୍ଷତ୍ର- ଛୋଟ କଥାକୁ ନେଇ ପରିବାରରେ ଅଶାନ୍ତି ଦେଖାଦେବ

ଶତଭିଷା ନକ୍ଷତ୍ର- ଶାରିରୀକ ପୀଡା ଅନୁଭବ କରିପାରନ୍ତି, ଦିନ ୧୨ଟା ପରେ ପରିସ୍ଥିତିରେ ଉନ୍ନତି ହେବ

ପୂର୍ବାଭାଦ୍ରପଦ ନକ୍ଷତ୍ର- କାର୍ଯ୍ୟରେ ଆସୁଥିବା ବାଧା ଦୁର ହେବ, ପାରିବାରିକ ସ୍ଥିତିରେ ଉନ୍ନତି ହେବ

ପ୍ରତିକାର- ଗରିବ ବ୍ୟକ୍ତିକୁ ସାହାଯ୍ୟ କରନ୍ତୁ

ମୀନ ରାଶି-

ପୂର୍ବାଭାଦ୍ରପଦ ନକ୍ଷତ୍ର -କର୍ମ ଓ ବ୍ୟବସାୟକୁ ନେଇ ସମସ୍ୟା ରହୁଥିବାରୁ ଚିନ୍ତା ବଢିବ

ଉତ୍ତରାଭାଦ୍ରପଦ ନକ୍ଷତ୍ର-ଧର୍ମ ପ୍ରତି ବିଶ୍ୱାସ ବଢିବ, ଖୁସି ଖବର ପାଇବେ

ରେବତୀ ନକ୍ଷତ୍ର- ପୁରା ଦିନ ଆପଣଙ୍କ ସପକ୍ଷରେ ରହିବ, ଆତ୍ମବିଶ୍ୱାସ ବଢିବ

ପ୍ରତିକାର- ମା’ଙ୍କର କଥାମାନି ଚଳିଲେ ଆପଣଙ୍କ ପାଇଁ ଭଲ ରହିବ

 

ଜ୍ୟୋତିର୍ବିଦ୍‌ ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- ୯୯୩୮୫୭୧୯୩୫

 

ବଲାଙ୍ଗୀରରୁ ଚିହ୍ନଟ ହେଲେ ୨ କରୋନା ଆକ୍ରାନ୍ତ: ରାଜ୍ୟରେ ୭୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଲା  କରୋନାଗ୍ରାଫ୍‌ । ଏବେ ବଲାଙ୍ଗୀରରୁ ଚିହ୍ନଟ ହେଲେ ଦୁଇ ନୂଆ ଅକ୍ରାନ୍ତ । ଦୁହେଁ ସୁରତ ଫେରନ୍ତା ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଦୁଇ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିଥିବାରୁ ସଂକ୍ରମଣର ଭୟ ନଥିବା କହିଛି ସ୍ଥାନୀୟ ପ୍ରଶାସନ । ତେବେ ନୂଆ ଆକ୍ରାନ୍ତଙ୍କୁ ମିସାଇ ଆଜି ଦିନକରେ ୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ଯାଜପୁରର ୩୧, ଗଂଜାମର ୧୩, କଟକର ୬, କେନ୍ଦ୍ରାପଡ଼ାର ୪, ପୁରୀର ୪ , ଖୋର୍ଦ୍ଧାର ୩, ମୟୂରଭଂଜର ୨ ଏବଂ ନୟାଗଡ଼ର ୨ଟି ମାମଲା ରହିଛି ।  ଯାଜପୁରର ନୂଆ ୩୧ ମାମଲାକୁ ମିଶାଇ ୧୨୧ରେ ପହଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ଗଂଜାମରେ ୧୩ ମାମଲା ମିଶାଇ ୨୭୭ରେ ପହଞ୍ଚିଛ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ସମସ୍ତ ମାମଲାକୁ ମିଶାଇ ରାଜ୍ୟରେ  ୭୩୯କୁ ବଢିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ୫୭୦ ସକ୍ରିୟ ମାମଲା ଥିବା ବେଳେ ଆଜି ୩୦ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ସୁସ୍ଥ ରୋଗୀଙ୍କ ସଂଖ୍ୟା  ୧୯୬ରେ ପହଞ୍ଚିଛି । ଏବେ ସୁଦ୍ଧା ରାଜ୍ୟରେ କରୋନାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।

 

ତେଲ ଉପରେ ଭାଟ୍ ବଢ଼ାଇଲେ ରାଜ୍ୟ ସରକାର: ଏବେବି ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି ତୈଳ ଦର

ଭୁବନେଶ୍ୱର: ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ବଢ଼ାଇଲେ ରାଜ୍ୟ ସରକାର । ପେଟ୍ରୋଲ ଉପରେ ୨୬%ରୁ ୩୨%କୁ ଭାଟ୍ ଦର ବୃଦ୍ଧି କରିଛନ୍ତି । ଏହା ପରେ ପଟ୍ରୋଲ ଦର ଲିଟର ପିଛା ୩ଟଙ୍କା ୧୧ ପଇସା ବୃଦ୍ଧି ଘଟିଛି । ୧୭ ତାରିଖ ଠାରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ । ଏହା ପରେ ଭୁବନେଶ୍ୱରେ ପେଟ୍ରୋଲ ପିଛା ୭୧ଟଙ୍କା ୬୯ ପଇସାରେ ପହଞ୍ଚିଛି ।

ସେହିପରି ଡିଜେଲ ଉପରେ ୨୬%ରୁ ୨୮%କୁ ଭାଟ୍ ବୃଦ୍ଧି । ଏହାଦ୍ୱାରା ଡିଜେଲ ଲିଟର ପିଛା ୧.୦୩ ପଇସା ବୃଦ୍ଧି ହୋଇଛି । ଏହାପରେ ଭୁବନେଶ୍ୱର ରିଟେଲ ମାର୍କେଟରେ ଡିଜେଲ ଦର ଲିଟର ପିଛା ୬୭ ଟଙ୍କା ୭୩ ପଇସାରେ ପହଞ୍ଚିଛି । ପୂର୍ବରୁ ଭାରତ ସରକାର ପଟ୍ରୋଲ ଉପରେ ସେସ୍‌ ଏବଂ ସ୍ୱତନ୍ତ୍ର ଏକ୍ସସାଇଜ୍‌ ଡ୍ୟୁଟି ବୃଦ୍ଧି କରିଛନ୍ତି । ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୧୩ ଟଙ୍କା ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୩୨ ଟଙ୍କା ୯୮ ପଇସା ଏବଂ ଡିଜେଲ ଲିଟର ପିଛା ୩୧.୮୩ ଆଦାୟ କରୁଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ତୁଳନାର କମ୍ ଟ୍ୟାକ୍ସ ଆଦାୟ କରୁଛନ୍ତି ରାଜ୍ୟ ସରକାର । ସଂଶୋଧିତ ଦର ଲାଗୁ ପରେ ରାଜ୍ୟ ସରକାର ପ୍ରତି ୧ ଲିଟର ପେଟ୍ରୋଲ ପିଛା ୧୬ ଟଙ୍କା ୬୦ ପଇସା ଏବଂ ଡିଜେଲ ବାବଦକୁ ୧୪.୩୪ ପଇସା ଆଦାୟ କରିବେ ।

ଅପରପକ୍ଷରେ ମାର୍ଚ୍ଚ, ଏପ୍ରିଲ ଓ ମଇ ମାସରେ ଆସାମ, ନାଗାଲାଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ, ହରିୟାଣା, ତାମିଲନାଡ଼ୁ ଏବଂ ଦିଲ୍ଳୀ ସରକାରଙ୍କ ପକ୍ଷରୁ ଭାଟ୍ ଓ ସେଲ୍ ଟ୍ୟାକ୍ସ ବୃଦ୍ଧି କରିଛନ୍ତି  ।

ବର୍ତ୍ତମାନ ଭୋପାଳରେ ପେଟ୍ରୋଲ ଦର ଲିଟର ପିଛା  ୭୭.୫୮ ପଇସା, ମୁମ୍ୱାଇ ୭୬.୩୧ପଇସା, କୋଲକାତା ୭୩.୩୦ ପଇସା, ହାଇଦ୍ରାବାଦରେ ୭୩.୯୭ ପଇସା, ଭିଶାଖାପାଟଣା ୭୩.୫୫ ପଇସା, ଚେନ୍ନାଇ୭୫.୫୪ ପଇସା, ବେଙ୍ଗାଲୁରୁ ୭୩.୫୫ ପଇସା, ଜୟପୁର ୭୬.୭୦ ପଇସା, ପାଟଣା ୭୪.୨୫ ପଇସା, ଗୌହାଟ୍ଟୀ ୭୭.୫୪ ପଇସା ରହିଛି ।

ସେହିପରି ଡିଜେଲ ଦର ପ୍ରତି ଲିଟର ପିଛା ଭୋପାଳରେ ୬୮.୨୯ ପଇସା, ମୁମ୍ୱାଇ ୬୬.୨୧ ପଇସା, ହାଇଦ୍ରାବାଦ ୬୭.୮୨ ପଇସା, ବିଶାଖାପାଟଣାରେ ୬୭.୪୯ ପଇସା, ଚେନ୍ନାଇ୬୮.୨୨, ଦିଲ୍ଲୀ ୬୯.୩୯ ପଇସା, ଜୟପୁର ୬୯.୮୨ ପଇସା, ଗୌହାଟ୍ଟୀ ୭୦.୫୦ ପଇସା ରହିଛି ।

ତେବେ ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ରାଜ୍ୟ ସରକାର ୫ ଜନୁଆରୀ ୨୦୧୬ରେ ଶେଷ ଥର ପାଇଁ ରାଜ୍ୟ ସରକାର ଭାଟ୍‌ ଦର ବୃଦ୍ଧି କରିଥିଲେ । ଭାଟ୍ ବାବଦକୁ ଆଦାୟ ହେବାକୁ ଥିବା ଅତିରିକ୍ତ ଆୟକୁ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟ ସାମାଜିକ କ୍ଷେତ୍ରରେ ବିନିଯୋଗ ହେବ ।

 

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସିଭିୟର ସାଇକ୍ଳୋନ୍‌ର ରୂପ ନେବ ‘ଅମ୍ପାନ’

ଭୁବନେଶ୍ୱର: ବାତ୍ୟା ‘ଅମ୍ପାନ’ର ରୂପ ନେଲା  ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଶନିବାର ସନ୍ଧ୍ୟାରେ ଏହା ବାତ୍ୟାର ରୂପ ନେଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା । ଏହା ବର୍ତ୍ତମାନ ପାରାଦୀପଠାରୁ ଦକ୍ଷିଣରେ ୧୦୪୦ ଓ ଦୀଘା ଠାରୁ ୧୨୦୦ କିମି ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ରହିଛି ।  ।

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ସିଭିୟର ସାଇକ୍ଳୋନ୍‌ର ରୂପ ନେବ । ୧୮ ତାରିଖ ସକାଳେ ଭେରି ସିଭିୟର ସାଇକ୍ଳୋନ୍‌ର ରୂପ ନେବ । ଏବଂ ୧୯ ତାରିଖ ବେଳକୁ ଏକ୍ସଟ୍ରିମଲି ସିଭିୟର ସାଇକ୍ଳୋନିକ୍‌ ଷ୍ଟ୍ରର୍ମର ରୂପ ନେବ । ତେବେ କେଉଁଠି ଲ୍ୟାଣ୍ଡଫଲ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । କିନ୍ତୁ ଆସନ୍ତା ୨୦ ତାରିଖ ଅପରାହ୍ନରେ ଲ୍ୟାଣ୍ଡଫଲ କରିବ ବୋଲି ଅନୁମାନ କରାଯାଉଛି । ତେବେ ୧୭ ତାରିଖ ବେଳକୁ ‘ଅମ୍ପାନ’ ଦିଗ ପରିବର୍ତ୍ତନ କରି ଉତ୍ତର ଉତ୍ତର-ପୂର୍ବ ଦିଗକୁ ଯିବ ବୋଲି ଅନୁମାନ କରାଯାଉଛି । ପରେ ପୁଣି ଦିଗ ପରିବର୍ତ୍ତନ କରି ଏହା ଉତ୍ତର-ପୂର୍ବ ଦିଗରେ ବଙ୍ଗୋପସାଗର ଆଡ଼କୁ ଗତି କରିବ । ଏବଂ ଓଡ଼ିଶା ଉପକୂଳରେ ୧୮ରୁ ୨୦ ଭିତରେ ଏହାର ପ୍ରଭାବରେ ବର୍ଷା ଜାରି ରହିବ । ଏଣୁ ଉପକୂଳ ଜିଲ୍ଲାଗୁଡ଼ିକରେ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।   ୧୭ ତାରିଖରେ ଘଣ୍ଟ ପବନର ବେଗ ସର୍ବାଧିକ ୧୨୫ କି.ମି ରହିପାରେ । ୧୮ ବେଳକୁ ଏହା ଘଣ୍ଟା ପ୍ରତି ୧୭୦ କିମିକୁ ବଢ଼ିପାରେ । ୧୯ରେ ଆହୁରି ଅଧିକ ବେଗରେ ବହିବ ପବନ । ଏବଂ ଘଣ୍ଟା ପ୍ରତି ବେଗ ସର୍ବାଧିକ ୧୯୦ କିମି ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ  ।

ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…

ଏସ୍‌ବିଆଇ ଫାଉଣ୍ଡେସନ୍ ପକ୍ଷରୁ ଦିଆଯିବ ୪୪ଟି ଭେଣ୍ଟିଲେଟର

ଭୁବନେଶ୍ୱର: ଷ୍ଟେଟ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଫାଉଣ୍ଡେସନ୍‌ର କର୍ମଚାରୀମାନଙ୍କ ପରିବାର ରାଜ୍ୟର କୋଭିଡ ମୁକାବିଲାରେ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । କର୍ମଚାରୀମାନେ ସେମାନଙ୍କ ପରିବାର ପକ୍ଷରୁ ସଂଗୃହୀତ ଅର୍ଥ ତଥା ଏସ୍‌ବିଆଇ ଫାଉଣ୍ଡେସନ୍‌ ପାଣ୍ଠିରୁ ମିଳିତ ଭାବରେ ରାଜ୍ୟ ସରକାରଙ୍କୁ କୋଭିଡ ମୁକାବିଲା ପାଇଁ ୪୪ଟି ପୋର୍ଟେବଲ ଭେଣ୍ଟିଲେଟର ଯୋଗାଇ ଦିଆଯି ବୋଲି ଷ୍ଟେଟ୍ ବ୍ୟାଙ୍କର ଚିପ୍‌ ଜେନେରାଲ ମ୍ୟାନେଜଣ ପ୍ରବୀଣା କାଲା ଜଣାଇଛନ୍ତି । ଏଥିମଧ୍ୟରୁ ୧୧ଟି ଭେଣ୍ଟିଲେଟର ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନକୁ ଚଳିତ ମାସରେ ପ୍ରଦାନ କରାଯିବ । ବାକ ୩୩ଯି ସଂଗ୍ରହ କରାଯାଇ ଜୁନ୍‌ ମାସରେ ଦିଆଯିବ ବୋଲି ଶ୍ରୀମତି କାଲା କହିଛନ୍ତି ।

ଲ୍ୟାଣ୍ଡଫଲ୍ ବେଳକୁ ପବନର ବେଗ ହୋଇପାରେ ସର୍ବାଧିକ ଘଣ୍ଟା ପ୍ରତି ୧୯୦ କି.ମି

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବାତ୍ୟା ଅମ୍ପାନ ନେଇ ସତର୍କ ସୂଚନା ଜାରି କରିଛି । ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଆଗାମୀ ୨ ଦିନ ମଧ୍ୟରେ ଏହା ସାମୁଦ୍ରିକ ଝଡ଼ର ରୂପ ନେବା । ତେବେ ଏଯାଏଁ ଏହାର ଗତି କେଉଁ ଆଡ଼କୁ ରହିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଆସନ୍ତୁ ଜାଣିବା ସମ୍ଭାବ୍ୟ ବାତ୍ୟା ଅମ୍ପାନ ନେଇ ୧୦ ବଡ଼ କଥା ।

୧. ସକାଳ ସାଢ଼େ ୮ଟାରେ ପାଣିପାଗ ବିଭାଗ ପକ୍ଷରୁ ଅପଡେଟ୍ ସୂଚନା ଜାରି ହୋଇଥିଲା । ଏହା ଅନୁଯାୟୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପାରାଦୀପ ଠାରୁ ୧୦୬୦ କିଲୋମିଟ ଏବଂ ପଶ୍ଚିମବଙ୍ଗର ଦୀଘା ଠାରୁ ୧୩୧୦ କିଲୋମିଟର ଦୂରରେ ରହିଛି ।

୨.ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ସାମୁଦ୍ରିକ ଝଡ଼ର ରୂପ ନେବ । ଏହାପରେ ଆସନ୍ତା ୨୪ ଘଣ୍ଟାରେ ଭୟଙ୍କର ବାତ୍ୟାରେ ପରିବର୍ତ୍ତନ ହେବ । ବର୍ତ୍ତମାନର ଅନୁମାନ ଅନୁଯାୟୀ ୨୦ ତାରିଖ ବେଳକୁ ପଶ୍ଚିମବଙ୍ଗ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ ।

୩. ୧୯୦ କିମି ପ୍ରତି ଘଣ୍ଟାର ବେଗରେ ପବନ ବହିପାରେ । ୧୯ ମଇ ବେଳକୁ ଓଡ଼ିଶାରେ ୬୫ କିଲୋମିଟର ପ୍ରତି ଘଣ୍ଟାର ସ୍ପିଡ୍‌ରେ ପବନ ବହିପାରେ । ଏହାପରେ ପବନର ବେଗ ଲଗାତାର ଭାବେ ବଢ଼ିପାରେ । ଏବଂ ଲ୍ୟାଣ୍ଡଫଲ୍‌ ବେଳକୁ ୧୯୦ କି.ମି ବେଗରେ ପବନ ବହିପାରେ ।
୪.  ଦକ୍ଷିଣ-ପୂର୍ବ ବଙ୍ଗୋସାଗରରେ ସୃଷ୍ଟ ଲଘୁଚାପ ଫଳେରେ ଆଣ୍ଡାମାନ ଓ ନିକୋବରର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି । ସୋମବାର ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । ପଶ୍ଚିମବଙ୍ଗରେ ରବିବାର ଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ।

୫. ଏହାର ପ୍ରଭାବରେ ଆଗାମୀ ୫ରୁ ୬ ଦିନ ଯାଏଁ ପାଣିପାଗ ମେଘୁଆ ରହିବ । ଆଣ୍ଡାମାନ ସାଗର ଏବଂ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଆସନ୍ତା ୫ରୁ ୬ ଦିନ ପର୍ଯ୍ୟ ପାଗ ମେଘୁଆ ରହିବ । ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ ସମୁହ ଓଡ଼ିଶା, ପଶ୍ଚିମବଙ୍ଗ ଅଞ୍ଚଳରେ ମଧ୍ୟମ ବର୍ଷା ହେବ ।

୬. ଓଡ଼ିଶାର ୧୨ ଜିଲ୍ଲାକୁ ଆଲର୍ଟ : ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ରାଜ୍ୟର ୧୨ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ୧୨ ଉପକୂଳବର୍ତ୍ତୀ ଜିଲ୍ଲାକୁ ଏ ନେଇ ସତର୍କ କରାଯାଇଛି ।

୭. ସ୍ୱତନ୍ତ୍ର ରିଲିଫ କମିଶନର ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ସହ ବାତ୍ୟାର ସ୍ଥିତି ନେଇ ଆଲୋଚନା କରିଛନ୍ତି । ରାଜ୍ୟ ପ୍ରତି ଏହାର ବିପଦ ନେଇ  ସମୀକ୍ଷା କରିଛନ୍ତି ।

୮. ପାଣିପାଗ ବିଭାଗର ସୂଚନା ମୁତାବକ ଘୂର୍ଣିଝଡ଼ ନିଜ ଦିଗ ବଦଳାଇ ଉତ୍ତର ଉତ୍ତର ପୂର୍ବ ଦିଗକୁ ଗତି କରିବ ଏବଂ ପୁଣି ବଙ୍ଗୋପସାଗର ଆଡ଼କୁ ମୁହାଇବ ।

୯. ଏନ୍‌ଡିଆରଏଫ୍ ଏବଂ ଫାୟାର ବ୍ରିଗେଡକୁ ଆର୍ଲଟ ରହିବାକୁ କୁହାଯାଇଛି  । ଅଗ୍ନିଶମ ସେବା ସମେତ ଅନ୍ୟ ବାହିନୀଙ୍କୁ ନିୟୋଜିତ କରାଯାଇପାରେ । ଏହା ସହିତ ଅନ୍ୟମାନଙ୍କୁ ଆଲର୍ଟରେ ରଖାଯାଇଛି ।

୧୦. ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଗତ ୨ରୁ ୩ ଦିନ ମଧ୍ୟରେ ସମୁଦ୍ରକ ଯାଇଥିବା ବୋଟ, ଟ୍ରଲରକୁ ଫେରାଇଅଣାଯାଇଛି । ଏବଂ ଅନ୍ୟ କାହାକୁ ସମୁଦ୍ରକୁ ଯିବାକୁ ଦିଆଯାଉନାହିଁ ।

ସମ୍ଭାବ୍ୟ ବାତ୍ୟା ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାରଙ୍କ ସହ ସହଯୋଗ କରନ୍ତୁ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅମ୍ପାନ’ ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ଏହାକୁ ଦୃଷ୍ଟିରେ ରଖି ମୁକାବିଲା ଯୋଜାନା ପ୍ରସ୍ତୁତ କରାଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଓଡ଼ିଶାବାସୀ ମହାବାତ୍ୟା ଠାରୁ ଆରମ୍ଭ କରି ଫୋନି, ତିତିଲି, ବୁଲବୁଲ, ଫାଇଲିନ୍‌, ହୁଡହୁଡ ଆଦି ଅନେକ ବାତ୍ୟାର ସପଳତାର ସହ ମୁକାବିଲା କରିଆସିଛନ୍ତି । ତେଣୁ ଆତଙ୍କିତ ନହୋଇ ଅମ୍ପାନର ମୁକାବିଲା କରିବା ପାଇଁ ସରକାରଙ୍କ ସହ ସହଯୋଗ କରବାକ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏନ୍‌ଡିଆରଏଫ୍ ଓ ଓଡିଆରଏଏଫ୍‌ ଓ ଅଗ୍ନିଶମ ବାହିନୀ ସଜାଗ ରଖିବା ସହ ବିପଦସଂକୁଳ ଅଞ୍ଚଳର ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ପ୍ରସ୍ତୁତି ସହ ବାତ୍ୟା ପରେ ପରେ ରାସ୍ତା, ବିଜୁଳି ଓ ପାନୀୟଜଳ ଯୋଗାଣ ସ୍ୱାଭାବକି କରିବା ପାଇଁ ବିକଳ୍ପ ବ୍ୟବସ୍ଥା ରାସ୍ତା, ବିଜୁଳି ଓ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବା ପାଇଁ ବିକଳ୍ପ  ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପୂର୍ତ୍ତ, ଶକ୍ତି, ପଞ୍ଚାୟତିରାଜ  ଓ ପାନୀୟ ଜଳ ଯୋଗାଣ ଏବଂ ନଗର ଉନ୍ନୟନ ବିଭାଗ ସମନ୍ୱୟ ରଖି କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହି ସମୟରେ ମାଛ ଧରା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ବାତ୍ୟା ଯୋଗୁଁ ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଥିବା ୪ ଜିଲ୍ଲାରେ ଏକ ଲକ୍ଷ ହେକ୍ଟର ରବି ଫସଲ ଓ ପନିପରିବା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ତେଣୁ ଚାଷୀମାନଙ୍କୁ ଏ ସମ୍ପର୍କରେ ବ୍ୟାପକଭାବେ ସଚେତନ କରାଯିବା ଉପରେ ବୈଠକରେ ଗୁରୁତ୍ୱରୋପ  କରାଯାଇଥିଲା ।

ବାତ୍ୟା ‘ଅମ୍ପାନ’ର ମୁକାବିଲା ପାଇଁ ୧୧ ଲକ୍ଷ ଲୋକ ରହିପାରିବା ଭଳି ୫୬୭ ବାତ୍ୟା ଅସ୍ଥାୟୀସ୍ଥଳ ଏବଂ ୭ହଜାର ପକ୍କା ଘର ପ୍ରସ୍ତୁତ ରଖାଯାଇଛି । ଏହାସହିତ ୩ଟି ଏନଡିଆରଏଫ୍‌ ଓ ୧୨ଟି ଓଡିଆରଏଏଫ୍‌ ଟିମ୍‌ ଏବଂ ୩୫୫ ୟୁନିଟ ଅଗ୍ନିଶମସେବା ବାହିନୀ ମୁତୟନ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥିଲା ଯେ, ଅମ୍ପାନ ପ୍ରଭାବରେ ମଇ ୧୮ରୁ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବା ସହିତ ୧୯ ଓ ୨୦ ଦୁଇ ଦିନ ଧରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ଏହାସହିତ ପବନର ବେଗ ଘଣ୍ଟାକୁ ୯୫ କିମି ଏବଂ ସ୍ଥଳ ବିଶେଷରେ ଏହାଠାରୁ ଅଧିକ ହୋଇପାରେ ବୋଲି ସୂଚନା ଦିଆଯାଇଥିଲା । ଏହି ବାତ୍ୟାରେ ରାଜ୍ୟର ୧୨ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି  ।

ଅନ୍ୟାନ୍ୟ ବିଷୟମାନଙ୍କ ମଧ୍ୟରେ ଡାକ୍ତରଖାନା ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ମାନଙ୍କରେ ବିଦ୍ୟୁତ ସରବରାହ ଜାର ରଖାଯିବ, ସହରାଞ୍ଚଳମାନଙ୍କରେ ଜଳ ଆବଦ୍ଧ ଭଳି ସମସ୍ୟାର ଦୂରୀକରଣ ଆଦି ବିଷୟରେ ଆଲୋଚନା କରାଯାଇଥିଲା ।

ଏହି ଭିଡ଼ିଓ କନ୍‌ଫରେନ୍ସିଂରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର, ପୋଲିସ ମହାନିର୍ଦ୍ଦେଶକ, ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ସଚିବ , ଶାସନ ସଚିବ ଏବଂ ପ୍ରଭାବିତ ଜିଲ୍ଲାମାନଙ୍କର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ ।

ରାଜ୍ୟରେ ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ୍‌ ମୁକାବିଲା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ଏହି ସୂଚନା ଦେଇଛନ୍ତି । ତେବେ ଏହି ୩୦ ନୂଆ ସୁସ୍ଥଙ୍କୁ ମିଶାଇ ଏବେ ରାଜରେ ମୋଟ ୧୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହିତ ମୋଟ ୫୩୮ଟି ମାମଲା ସକ୍ରିୟ ରହିଛି ।

ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୭୩୭ରେ ପହଞ୍ଚିଲାଣି । ସେଥିମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଗଞ୍ଜାମରେ ସବୁଠାରୁ ଅଧିକ ୨୭୭ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଦ୍ୱିତୀୟରେ ଯାଜପୁରରେ ୧୨୧ ଆକ୍ରାନ୍ତ ରହିଥିବା ବେଳେ ତୃତୀୟରେ ବାଲେଶ୍ୱରରେ ୧୦୨ ଆକ୍ରାନ୍ତ ଓ ଚତୁର୍ଥରେ ଭଦ୍ରକରେ ୫୬ ଆକ୍ରାନ୍ତ ରହିଛନ୍ତି ।

ଆମେରିକା କମ୍ପାନୀର ଦାବି: ଆମ ପାଖରେ ଅଛି କରୋନା ଔଷଧ,ଦରକାର ନାହିଁ ସାମାଜିକ ଦୂରତା !

ନ୍ୟୁୟର୍କ: ଆମେରିକାର ଏକ କମ୍ପାନୀ ଦାବି କରିଛି ଯେ, ସେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରି ସାରିଛି । ଆଉ ସେହି ଔଷଧ ଅନେକାଂଶରେ ସଫଳ ମଧ୍ୟ ହୋଇଛି । ଫକ୍ସ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, କାଲିଫର୍ଣ୍ଣିଆର ବାୟୋଟେକ୍ କମ୍ପାନୀ ସୋରେଣ୍ଟୋ ଥେରାପିଟିସ୍ କହିଛି ଯେ, ସେମାନେ STI-1499 ନାମକ ଏକ ଆଣ୍ଟିବଡି ପ୍ରସ୍ତୁତ କରିଛନ୍ତି । ଯାହା କରୋନାକୁ ନିପାତ କରିବାରେ ସଫଳ ହେବ ।

କମ୍ପାନୀ କହିଛି ପେଟ୍ରି ଡିସ୍ ପରୀକ୍ଷଣରେ ଏହା ଜଣାପଡିଛି ଯେ, STI-1499 ଆଣ୍ଟିବଡି କରୋନା ଜୀବାଣୁକୁ ମାନୁଷ୍ୟ କୋଷରେ ବିସ୍ତାର କରିବାରେ ଶତପ୍ରତିଶତ ରୋକିଥାଏ ।

ସୋରେଣ୍ଟୋ କମ୍ପାନୀ ନ୍ୟୁୟର୍କର ମାଉଣ୍ଟ ସାଇନା ସ୍କୁଲ ଅଫ୍ ମେଡିସିନ୍ ସହିତ ଅନେକ ଆଣ୍ଟିବଡି ଉତ୍ପାଦନ ପାଇଁ କାର୍ଯ୍ୟ କରୁଛି । ଯୋଜନା ହେଉଛି ଅନେକ ଆଣ୍ଟିବଡି ମିଶ୍ରଣ କରି ଔଷଧର କକ୍‌ଟେଲ ସୃଷ୍ଟି କରି ହେବ ।

ଡେଲି ମେଲ୍‌ ରିପୋର୍ଟ ଅନୁଯାୟୀ, ସୋରେଣ୍ଟୋ କମ୍ପାନୀ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛି ଯେ ଏକ ମାସ ମଧ୍ୟରେ ଏହା ୨ ଲକ୍ଷ ଡୋଜ୍‌ ଆଣ୍ଟିବଡି ଉତ୍ପାଦନ କରିପାରିବ । STI-1499 ଆଣ୍ଟିବଡି ବ୍ୟବହାର କରିବାକୁ ଅନୁମୋଦନ ପାଇଁ କମ୍ପାନୀ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) କୁ  ଆବେଦନ କରିଛି । ଜରୁରୀକାଳୀନ ଭିତ୍ତିରେ କମ୍ପାନୀ ଅନୁମୋଦନ ଲୋଡ଼ିଛି ।

ଏହି ଖବର ପରେ ପ୍ରଚାରିତ ପରେ କମ୍ପାନୀର ଷ୍ଟକ୍ ମୂଲ୍ୟରେ ୨୨୦ ପ୍ରତିଶତ ବୃଦ୍ଧି ପାଇଛି । ସୋରେଣ୍ଟୋ ସିଇଓ ଡକ୍ଟର ହେନେରୀ ଜି ଫକ୍ସ ନ୍ୟୁଜ୍‌କୁ କହିଛନ୍ତି  ଯେ, ଏହାର ଉପଶମ ଅଛି ଏବଂ ଏହି ଚିକିତ୍ସା ଶତପ୍ରତିଶତ ପ୍ରଭାବଶାଳୀ ଅଟେ |

ସିଇଓ ଡକ୍ଟର ହେନେରୀ କହିଛନ୍ତି ଯେ, ଯଦି ଆପଣଙ୍କ ଶରୀରରେ କରୋନା ଜୀବାଣୁକୁ ନିଷ୍କ୍ରିୟ କରିବା ପାଇଁ ଆଣ୍ଟି ବଡିଜ୍‌ ରହିବ ତେବେ ସାମାଜିକ ଦୂରତା ନିୟମ ମଧ୍ୟ ଅବଲମ୍ବନ କରିବାକୁ ପଡ଼ିବ ନାହିଁ । ବିନା ଭୟରେ ପ୍ରତିବନ୍ଧକ ହଟାଯାଇପାରିବ ।

ଅବଶ୍ୟ, ଏହି ଆଣ୍ଟିବଡି ଲ୍ୟାବ୍‌ରେ ଥିବା ମନୁଷ୍ୟ କୋଷ ଉପରେ ପରୀକ୍ଷା କରାଯାଇଛି । ହେଲେ ଏହା ସିଧାସଳଖ ମଣିଷ ଉପରେ ପରୀକ୍ଷା କରାଯାଇ ନାହିଁ । ଆଣ୍ଟିବଡିଗୁଡିକର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ବର୍ତ୍ତମାନ ସୁଦ୍ଧା ଜଣା ନାହିଁ । ଏହା ମାନବ ଶରୀରରେ କିପରି ଆଚରଣ କରିବ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ।

Coronavirus Testing Lab