spot_img
Home Blog Page 6929

କରନ ଜୋହରଙ୍କ ଶୋ’ “କଫି ୱିଥ୍ କରନ୍” ବିରୋଧରେ ଏମିତି କହିଲେ ରଣବୀର କପୁର… ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବଲିଉଡ ପ୍ରଯୋଜକ କରନ ଜୋହରଙ୍କ ଟକ୍ ଶୋ’ କଫି ୱିଥ୍ କରନ ଦର୍ଶକଙ୍କ ମଧ୍ୟରେ ବହୁତ ଫେମସ୍ । କିଛି ଅଭିନେତା ଓ ଅଭିନେତ୍ରୀଙ୍କ ପାଇଁ ଏହି ଶୋ’ ବିବାଦର କାରଣ ମଧ୍ୟ ହୋଇଛି । ସେଲିବ୍ରିଟିମାନେ ଏହି ଶୋ’କୁ ଆସି ସବୁ ସତ୍ୟ ରହସ୍ୟ ବିଷୟରେ ଆଲୋଚନା କରନ୍ତି । ଯେମିତିକି କ୍ରିକେଟ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ଏହି ଶୋ’କୁ ଆସି ଅନେକ ଆପତ୍ତିଜନକ କଥାବାର୍ତ୍ତା କରିଥିଲେ । ଏହା ପରେ ହାର୍ଦ୍ଦିକଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଇଥିଲା ।

https://www.instagram.com/p/CBiVY_KjHUb/?utm_source=ig_embed&utm_campaign=embed_video_watch_again

ଏବେ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ସୋନମ କପୁରଙ୍କ କିଛି ପୁରୁଣା ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ସେମାନେ ସୁଶାନ୍ତ ସିଂହ ରାଜପୁତଙ୍କ ବିଷୟରେ କହୁଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।  ଏବେ ପୁଣି ଏହି ଚ୍ୟାଟ୍ ଶୋ’ର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ରଣବୀର କପୁର କରନଙ୍କର ଏହି ଶୋ’ ବିଷୟରେ କଥା ହେଉଛନ୍ତି ।

ଭିଡିଓରେ ରଣବୀର କରନଙ୍କ ଏହି ଶୋ’ ବିପକ୍ଷରେ କହୁଛନ୍ତି । କରନଙ୍କର ଏହି ଶୋ’କୁ ଯିବା ପାଇଁ ରଣବୀରଙ୍କୁ ଜବରଦସ୍ତି ଡକାଯାଇଥିଲା । ସିଜିନ୍ ୫ରେ ରଣବୀର ଓ ଅନୁସ୍କା ଶର୍ମାଙ୍କୁ କଫି ୱିଥ୍ କରନରେ ଦେଖିବାକୁ ମିଳିଥିଲା । ରଣବୀରଙ୍କ କହିବା ଅନୁସାରେ ଏହି ଶୋ’ରେ ରଣବୀର ଓ ଅନୁସ୍କାଙ୍କ ନାଁ ନେଇ ଟଙ୍କା ଆୟ କରାଯାଇଥିଲା । କେବଳ ସେତିକି ନୁହେଁ ରଣବୀର ଶୋ’ ବିରୋଧରେ ମଧ୍ୟ ଏହି ଭିଡିଓରେ କହିଛନ୍ତି ।

ଜୁନ ମାସ ୧୪ ତାରିଖ ସକାଳେ ସୁଶାନ୍ତ ସିଂହ ରାଜପୁତ ନିଜ ଘରେ ଆତ୍ମହତ୍ୟା କରିଥିଲେ । ଏହା ପରଠୁ ବଲିଉଡ ଇଣ୍ଡଷ୍ଟ୍ରିରେ ନେପୋଟିଜମ୍ ଯୁଦ୍ଧ ଜାରି ରହିଛି । ସଲମାନ ଖାନ୍, ଆଲିୟା ଭଟ୍ଟ, ଓ କରନ ଜୋହରଙ୍କ ଫିଲ୍ମ ବିହାରରେ ବ୍ୟାନ କରାଦିଆଯାଇଛି । ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ନେପୋଟିଜମ୍ ନେଇ ୨ଟି ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଇଣ୍ଡଷ୍ଟ୍ରିର ସତ ବିଷୟରେ କହିଛନ୍ତି ।

ଟଳିଗଲା ବଡ଼ ବିପଦ: ପୃଥିବୀର ନିକଟରୁ ଚାଲିଗଲା ଉଲ୍‌କାପିଣ୍ଡ

ନୂଆଦିଲ୍ଲୀ: ଟଳିଗଲା ବଡ଼ ବିପଦ । ବଡ଼ ଧରଣର ଧ୍ୱସଂରୁ ଅଳ୍ପକେ ବର୍ତ୍ତିଲା ପୃଥିବୀ । ଘଣ୍ଟାପ୍ରତି ୪୬ ହଜାର ୫୦୦ କିଲୋମିଟର ସ୍ପିଡ୍‌ରେ ଆସୁଥିବା ଉଲ୍‌କାପିଣ୍ଡ ପୃଥିବୀ ପାର୍ଶ୍ୱରେ ଚାଲିଗଲା । ଦିଲ୍ଲୀର କୁତୁବମୀନାରରୁ ୪ ଗୁଣ ଓ ଆମେରିକାର ଷ୍ଟାଚ୍ୟୁ ଅଫ୍‌ ଲିବର୍ଟିଠାରୁ ୩ ଗୁଣା ବଡ଼ ହେଉଛି ଏହି ଉଲକାପିଣ୍ଡ ଆମେରିକାରେ ଥିବା  ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି ୩୧୦ ଫୁଟ ଏବଂ କୁତବମୀନାର ୨୪୦ ଫୁଟ ଲମ୍ୱା ହୋଇଥିବା । ବେଳେ ଏହି ଉଲ୍‌କାପିଣ୍ଡଟି ୧ହଜାର ୧୭ ଫୁଟ୍ ଲମ୍ୱା ।

धरती के बगल से गुजर गई आफत, 37 लाख KM दूर से निकला उल्कापिंड

ତେବେ ବୁଧବାର ଦିନ ୧୨ଟା ୧୫ରେ ପୃଥିବୀ ପାର୍ଶ୍ୱ ଦେଇ ଏହି ଉଲ୍‌କାପିଣ୍ଡଟି ଚାଲିଯାଇଛି । ଆମେରିକାର ମହାକାଶ ବିଜ୍ଞାନ ସଂସ୍ଥା ନାସାର ସୂଚନା ଅନୁଯାୟୀ ଏହା ପୃଥିବୀରୁ ୩୭ ଲକ୍ଷ କିଲୋମିଟରର ଦୂରରୁ ଚାଲିଗଲା । ତେବେ ମହାକାଶରେ ଏହା କୌଣସି ବଡ଼ ଦୂରତା ନୁହେଁ । ନାସା ବୈଜ୍ଞାନିକ ସେ ସମସ୍ତ ଉଲକାପିଣ୍ଡକୁ ପୃଥିବୀ ପ୍ରତି ବିପଦ ଭାବରେ ବିବେଚନା କରନ୍ତି ଯାହା ପୃଥିବୀଠାରୁ ୭୫ ଲକ୍ଷ କିଲୋମିଟରର ଦୂରତା ଦେଇ ଗତିକରିଥାଏ ।

धरती के बगल से गुजर गई आफत, 37 लाख KM दूर से निकला उल्कापिंड

ସୂର୍ଯ୍ୟ ଚାରିପାଖେ ବୁଲୁଥିବା ଛୋଟ ଛୋଟ ଖୋଗଲିୟ ପିଣ୍ଡ ଆଷ୍ଟ୍ରୋଏଡ୍‌ ବା କ୍ଷୁଦ୍ରଗ୍ରହ ବୋଲି କୁହାଯାଏ । ଏହା ମୁଖ୍ୟତଃ ମଙ୍ଗଳ ଏବଂ ବୃହସ୍ପତି ଗ୍ରହ ମଧ୍ୟବର୍ତ୍ତୀ ଆଷ୍ଟ୍ରୋଏଡ୍‌ ବେଲ୍ଟରେ ଦେଖିବାକୁ ମିଳେ । ବହୁ ଥର ଏମାନଙ୍କ ଦ୍ୱାରା ପୃଥିବୀ କ୍ଷତି ହୋଇଥାଏ । ତେବେ ଜୁନ୍ ମାସରେ ତୃତୀୟ ଥର ପାଇଁ ଆଷ୍ଟ୍ରୋଏଡ୍‌‌ ପୃଥିବୀର ଅତି ନିକଟରୁ ଗତି କରିଛି ।

ପ୍ରଥମ ଆଷ୍ଟ୍ରୋଏଡ୍‌ ୬ ଜୁନ୍‌ରେ ପୃଥିବୀ ପାର୍ଶ୍ୱ ଦେଇ ଗତି କରିଛି । ଯାହାର ବ୍ୟାସାର୍ଦ୍ଧ ୫୭୦ ମିଟର ଥିଲା । ଏବଂ ଏହା ପୃଥିବୀଠାରୁ ୪୦ହଜାର ୧୪୦ କିଲୋମିଟର ପ୍ରତି ଘଣ୍ଟା ଗତିରେ ଯାଇଥିଲା । ଏହା ପୂର୍ବରୁ ୮ ଜୁନ୍ ଆଷ୍ଟ୍ରୋଏଡ୍‌ ୨୦୧୩ ଏକ୍ସ ୨୦୧୩ ଏକ୍ସ ୨୨ ଏଷ୍ଟ୍ରୋରୟଡ୍ ପୃଥିବୀ ନିକଟରୁ ଗତି କରିଛି । ଯାହାର ଗତି ୨୪ ହଜାର ୫୦ କିଲୋମିଟର ପ୍ରତି ଘଣ୍ଟା ରହିଥିଲା ।

ସମବାୟ ବ୍ୟାଙ୍କ,ଶିଶୁ ଋଣଠାରୁ ମହାକାଶ..ମୋଦି କ୍ୟାବିନେଟ୍ ନେଲେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ବସିଥିବା କ୍ୟାବିନେଟ୍ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଯେ, ମହାକାଶ ବିଜ୍ଞାନ ଓ ବ୍ୟାଙ୍କ ସଂସ୍କାରକୁ ନେଇ ବୃହତ ସୁଧାର ପାଇଁ ଅଧ୍ୟାଦେଶକୁ ମଂଜୁରୀ ଦିଆଯାଇଛି । ବର୍ତ୍ତମାନଠାରୁ ସମବାୟ ବ୍ୟାଙ୍କଗୁଡିକ ରିଜର୍ଭ ବ୍ୟାଙ୍କର ନୀରିକ୍ଷଣରେ କାମ କରିବେ ।

୧୪୮୨ଟି ସହରାଂଚଳ ସମବାୟ ବ୍ୟାଙ୍କ ଓ ୫୮ଟି ବହୁ ରାଜ୍ୟ ସମବାୟ ବ୍ୟାଙ୍କ ସମେତ ସରକାରୀ ବ୍ୟାଙ୍କଙ୍କୁ ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କର ସୁପରଭିଜନ ମଧ୍ୟକୁ ଅଣାଯିବ । ଆରବିଆଇ ସମବାୟ ବ୍ୟାଙ୍କ ଉପରେ ନିଜ କ୍ଷମତା ପ୍ରୟୋଗ କରିପାରିବ ।

କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କ ଅନୁସାରେ ଆରବିଆଇ ନୀରିକ୍ଷଣ ମଧ୍ୟକୁ ସମବାୟ ବ୍ୟାଙ୍କ ଆସିବା ଦ୍ୱାରା ଏହିସବୁ ବ୍ୟାଙ୍କର ଗ୍ରାହକ ମାନେ ଲାଭାନ୍ୱିତ ହେବେ । ଏଭଳି ବ୍ୟାଙ୍କର ୮.୬ କୋଟି ଜମାକାରୀଙ୍କ ୪.୮୪ ଲକ୍ଷ କୋଟି ଟଙ୍କା ଏହା ଦ୍ୱାରା ସୁରକ୍ଷିତ ବୋଲି ସନ୍ଦେଶ ଯିବ ।ଜାବଡେକରଙ୍କ ଅନୁସାରେ କ୍ୟାବିନେଟରେ ଅନେକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ବଡ ଧରଣର ସଂସ୍କାର ଅଣାଯାଇଛି ।

ଶିଶୁ ଲୋନ୍ ସୁଧରେ ଦୁଇ ପ୍ରତିଶତ ଛାଡ

କ୍ୟାବିନେଚ୍ ମୁଦ୍ରା ଲୋନ୍ ଅନ୍ତର୍ଗତରେ ଶିଶୁ ଲୋନର ସୁଧରେ ଦୁଇ ପ୍ରତିଶତ ହ୍ରାସ କରଛନ୍ତି । ଏହାଦ୍ୱାରା ୯ କୋଟି ୩୭ ଲକ୍ଷ  ଲାଭାନ୍ୱିତ ହେବେ । ମୁଦ୍ରା ଲୋନ୍ ଅନ୍ତର୍ଗତରେ ୫୦ ହଜାର ଟଙ୍କାର ଲୋନ୍ ଶିଶୁ ଋଣରେ ଯାଇଥାଏ । ଏହି ଯୋଜନା ୧ ଜୁନରୁ ଆରମ୍ଭ ହୋଇ ମେ’ ୨୦୨୧ ପର୍ଯ୍ୟନ୍ତ ଚାଲିବ । ଏଥିରେ ୧୫୪୬ କୋଟି ଟଙ୍କା ଖର୍ଚ୍ଚ ହେବ ।

 

.

ରାଜଧାନୀରେ ପୁଣି ୨୨ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରୁ ୨୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ହୋମ୍‌ କ୍ୱାରେଣ୍ଟାଇନରୁ ୩ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ ସଂକ୍ରମିତ ୧୯ ଜଣ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରୁ ଆଜି ୧୫ଜଣ ସୁସ୍ଥ ହୋଇଥିବା ବିଏମସି ପକ୍ଷରୁ ସୂଚନା ମିଳିଛି। ୧୯ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ ଏକ ଘରୋଇ ଡାକ୍ତରଖାନା କର୍ମଚାରୀ ବୋଲି ସ୍ପଷ୍ଟ କରିଛି ବିଏମସି । ଏହି ୧୬ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ କର୍ମଚାରୀ ଥିବା ବେଳେ ୧୩ ଜଣ ମହିଳା ଅଛନ୍ତି । ସେହିଭଳି ଚନ୍ଦ୍ରଶେଖରପୁର ନିଳାଦ୍ରୀବିହାରରୁ ୨ଟି ଲୋକାଲ କେସ ସାମ୍ନାକୁ ଆସିଛି ।

ହୋମ୍‌ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଚନ୍ଦ୍ରଶେଖରପୁର ମୈତ୍ରୀବିହାରର। ସେ କୋଲକାତାରୁ ଫେରିଥିଲେ। ଅନ୍ୟଜଣେ ଦିଲ୍ଲୀ ଫେରନ୍ତା ରେଲୱେ କର୍ମଚାରୀ ହୋମ୍‌ କ୍ୱାରେଣ୍ଟାଇନରେ ଥିଲେ। ତାଙ୍କଠାରେ କରୋନା ଚିହ୍ନଟ ହୋଇଛି। ସେହିପରି ତୃତୀୟ ଜଣକ ଭିଏସଏସ ନଗରର ବୋଲି ସୂଚନା ମିଳିଛି। ଅନ୍ୟ ୨ପଜିଟିଭ୍‌ କେସ୍‌ ନିଳାଦ୍ରୀ ବିହାର ଚନ୍ଦ୍ରଶେଖରପୁରର। ବାକି ଜଣେ ଶୈଳେଶ୍ରୀବିହାରର ବୋଲି ସୂଚନା ମିଲିଛି।

ଏହା ପୂର୍ବରୁ ଆଜି ରାଜ୍ୟରେ ୨୮୨ଟି ପଜିଟିଭ ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୨୫୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ମାତ୍ର ୨୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହି ୨୮୨ ଟି ପଜିଟିଭ୍ କେସ ମଧ୍ୟରେ ୧୭ଟି ଜିଲ୍ଲା ସହ ଏନ୍‌ଡିଆରଏଫ୍‌ ମଧ୍ୟ ଯବାନ ରହିଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ସର୍ବାଧିକ ଗଜପତି ଏବ ଗଞ୍ଜାମରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କରୋନା କାଳରେ ’ଭ୍ୟାକ୍ସିନ୍ କିଙ୍ଗ’ଙ୍କ ଆୟ ଆକାଶ ଛୁଇଁଲା, ବିଶ୍ୱର ଟପ୍ ୧୦୦ କୋଟିପତି ତାଲିକାରେ ହେଲେ ସାମିଲ

ନୂଆଦିଲ୍ଲୀ: କରୋନାଭାଇରସ୍ କାରଣରୁ ଅନେକ ବ୍ୟବସାୟ ଠପ ହୋଇଯାଇଥିବା ବେଳେ ଏପରି ଜଣେ ବ୍ୟବସାୟୀ ଅଛନ୍ତି ଯିଏ କରୋନା କାଳରେ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି । ସୂଚନା ଅନୁଯାୟୀ, କରୋନା ସଙ୍କଟରେ ସାଇରସ୍ ପୁନାୱାଲାଙ୍କ କମ୍ପାନୀ ସୀରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବ୍ୟବସାୟିକ ସମ୍ଭାବନା ଦୃଢ଼ ହୋଇଛି । ପୁନାୱାଲା ବିଶ୍ୱର ଶ୍ରେଷ୍ଠ ୧୦୦ କୋଟିପତି ତାଲିକାରେ ସାମିଲ ହୋଇସାରିଛନ୍ତି ।

ଭାରତର କୋଟିପତି ମାନଙ୍କ ତୁଳନାରେ ତାଙ୍କର ସମ୍ପତ୍ତି ବୃଦ୍ଧି ପାଇଛି । ସାରା ବିଶ୍ୱରେ ଥିବା କୋଟିପତିଙ୍କ ବିଷୟରେ କହିବାକୁ ଗଲେ ଧନ ବୃଦ୍ଧି କ୍ଷେତ୍ରରେ ପୁନାୱାଲା ୫ମ ସ୍ଥାନରେ ଅଛନ୍ତି । ଭ୍ୟାକସିନ କିଙ୍ଗ୍ କୁହାଯାଉଥିବା ସାଇରସ୍ ପୁନାୱାଲାଙ୍କର ମେ ୩୧ ତାରିଖ ଶେଷ ସୁଦ୍ଧା ୪ ମାସ ମଧ୍ୟରେ  ନେଟ୍ ୱର୍ଥ ମୂଲ୍ୟ ୨୫ ପ୍ରତିଶତ ବୃଦ୍ଧି ପାଇଛି  ।

ସମ୍ପତ୍ତିରେ ହୋଇଛି ଏତିକି ବୃଦ୍ଧି

ରିସର୍ଚ୍ଚର ରିପୋର୍ଟ ଅନୁଯାୟୀ, କମ୍ପାନୀରେ ହୋଇଥିବା ଜବରଦସ୍ତ ବ୍ୟବସାୟ ତାଙ୍କ ସମ୍ପତ୍ତି ବୃଦ୍ଧିର କାରଣ ବୋଲି କୁହାଯାଇଛି । ରିପୋର୍ଟ ଅନୁସାରେ ମେ ୩୧, ୨୦୨୦ ସୁଦ୍ଧା କୋଟିପତିଙ୍କ ତାଲିକାରେ ପୁନାୱାଲା ୮୬ତମ ସ୍ଥାନରେ ଥିଲେ । ମହାମାରୀର ୪ ମାସ ମଧ୍ୟରେ ତାଙ୍କ ସମ୍ପତ୍ତି ୨୫ ପ୍ରତିଶତ ବଢ଼ିଥିବା ଉଲ୍ଲେଖ କରାଯାଇଛି ।

ସବୁଠୁ ବଡ଼ ଭ୍ୟାକସିନ ପ୍ରସ୍ତୁତ କରୁଥିବା କମ୍ପାନୀ-

ସୀରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବିଶ୍ୱର ସବୁଠୁ ବଡ଼ ଭ୍ୟାକସିନ ପ୍ରସ୍ତୁତ କରୁଥିବା କମ୍ପାନୀ । ଟୀକା ପ୍ରସ୍ତୁତ କରୁଥିବା କମ୍ପାନୀ ଏବଂ ବିତରଣ ସହ ଜଡ଼ିତ ବ୍ୟବସାୟ ହିଁ ମୁଖ୍ୟତଃ ପୁନାୱାଲାଙ୍କ ସମ୍ପତ୍ତି ବଢ଼ାଇବାର ମୁଖ୍ୟ କାରଣ ଅଟେ । ନିକଟରେ ତାଙ୍କ କମ୍ପାନୀ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ବିକସିତ କରୋନା ଭାଇରସର ୧ ଶହ କୋଟି ଟୀକା ଉତ୍ପାଦନ ପାଇଁ ଏଷ୍ଟ୍ରାଜେନେକ ସହିତ ଚୁକ୍ତି ସ୍ୱାକ୍ଷର କରିଛି ।

ହରୁନ ଲିଷ୍ଟରେ ଟପ୍ ୧୦୦ରେ ସାମିଲ ଏହି ଭାରତୀୟ-

ଟପ୍ ୧୦୦ କୋଟିପତିଙ୍କ ତାଲିକାରେ ପୁନାୱାଲାଙ୍କ ବ୍ୟତୀତ ଆଉ ୩ ଭାରତୀୟ ସାମିଲ ଅଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀ ସବୁଠୁ ଧନୀ ଭାରତୀୟ ଅଟନ୍ତି । ଅବଶ୍ୟ ତାଙ୍କ ସମ୍ପତ୍ତି କରୋନା ମହାମାରୀ ପାଇଁ ଏକ ପ୍ରତିଶତ ହ୍ରାସ ପାଇଛି କିନ୍ତୁ ଏହା ବ୍ୟତୀତ ବିଶ୍ୱ ରାଙ୍କିଂରେ ସେ ଅଷ୍ଟମ ସ୍ଥାନରେ ଅଛନ୍ତି । ଟପ୍ ୧୦୦ରେ HCLର ବିଶ୍ୱ ନାଦର ଏବଂ ଅଦାନୀ ବଂଶର ଗୌତମ ଅଦାନୀ ମଧ୍ୟ ଭାରତୀୟ ଭାବେ ସାମିଲ ଅଛନ୍ତି ।

‘ସଂସଦ ରତ୍ନ’ ସମ୍ମାନ ପାଇବେ ଭର୍ତ୍ତୃହରି

 

ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ ‘ସଂସଦ ରତ୍ନ’ ପୁରସ୍କାର ପାଇବେ କଟକ ସାଂସଦ ଭର୍ତ୍ତୃହରି ମହତାବ । ତାଙ୍କ ସହିତ ଲୋକସଭାର ୮ ଏବଂ ରାଜ୍ୟସଭାର ୨ ଜଣ ସାଂସଦ ଚଳିତ ବର୍ଷ ପାଇଁ ସଂସଦ ରତ୍ନ ଆଓ୍ୱର୍ଡ ପାଇବେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ସେମାନେ ପୁରସ୍କୃତ ହେବେ । ୧୭ ତମ ଲୋକସଭାର ପ୍ରଥମ ବର୍ଷରେ ସେମାନଙ୍କ ପ୍ରଦର୍ଶନ ଆଧାରରେ ପୁରସ୍କୃତ ହେବେ । ଏନେଇ ପ୍ରାଇମ୍ ପଏଣ୍ଟ ଫାଉଣ୍ଡେସନ୍‌ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି ।

ଉଲ୍ଲେଖ ଯୋଗ୍ୟ ଯେ,  ଭର୍ତ୍ତୃହରି ଲଗାତାର ୬ ଥର ସାଂସଦକୁ ନିର୍ବାଚିତ ହୋଇଛନ୍ତି । ୧୯୯୮, ୧୯୯୯,୨୦୦୪,୨୦୦୯,୨୦୧୪ ଓ ୨୦୧୯ରେ ସେ ସଂସଦକୁ ନିର୍ବାଚିତ ହୋଇଛନ୍ତି । ତେବେ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ୍ କଲାମଙ୍କ ଆଗ୍ରହକ୍ରମେ ଗତ ୨୦୧୦ ଠାରୁ ସଂସଦରେ ଭଲ ପ୍ରଦର୍ଶନ କରିଥିବା ସଂସଦଙ୍କୁ ପ୍ରାଇମ୍‌ ପଏଣ୍ଟ ଫାଉଣ୍ଡେସନ୍‌ ସାଂସଦ ରତ୍ନ  ଆଓ୍ୱର୍ଡ ପ୍ରଦାନ କରିଆସୁଛି । ପ୍ରଥମଥର ପାଇଁ ଡ. କଲାମ୍‌ ହିଁ ୨୦୧୦ ମସିହାରେ ଏହାକୁ ଆରମ୍ଭ କରିଥିଲେ ।

ହରଭଜନ୍ ସିଂହ ସେୟାର କଲେ କ୍ରିକେଟ୍ ତାରକାଙ୍କ ଲେଡିଜ୍ ଭର୍ସନ୍ କୋଲାଜ୍… ମଜେଦାର କମେଣ୍ଟ ଦେଲେ ସୌରଭ ଗାଙ୍ଗୁଲି

ମୁମ୍ବାଇ: ଭାରତୀୟ କ୍ରିକେଟ୍ ତାରକା ହରଭଜନ୍ ସିଂହ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ୍ ରୁହନ୍ତି । ହରଭଜନ୍ ନିଜ ଫ୍ୟାନ୍ସଙ୍କ ପାଇଁ ଅନେକ ଫଟୋ ଓ ଭିଡିଓ ସେୟାର କରନ୍ତି । ନିକଟରେ ସେ ନିଜ ଇନଷ୍ଟାରେ ଏକ କୋଲାଜ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସବୁ କ୍ରିକେଟରଙ୍କ ଲେଡିଜ୍ ଅବତାର ଦେଖିବାକୁ ମିଳିଛି । ଏହି ଫଟୋରେ ସମସ୍ତେ ମହିଳାଙ୍କ ଅବତାରରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଫଟୋରେ ସେ ଫ୍ୟାନ୍ସମାନଙ୍କୁ ପଚାରିଛନ୍ତି ଯେ, “କାହା ସହ ଡେଟ୍ ରେ ଯିବା ପସନ୍ଦ କରିବେ?”

https://www.instagram.com/p/CBxfLF0BVYl/?utm_source=ig_embed

ହରଭଜନ୍ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିବା ପୋଷ୍ଟରେ ସଚୀନ ତେନ୍ଦୁଲକର, ପୂର୍ବତନ ଖେଳାଳୀ ବିରେନ୍ଦର ସେହୱାଗ ଓ ଗୌତମ ଗମ୍ଭୀର ମଧ୍ୟ ନଜର ଆସିଛନ୍ତି । ସବୁ କ୍ରିକେଟ ତାରକା ଲେଡିଜ୍ ଲୁକ୍ ରେ ନଜର ଆସିଛନ୍ତି । ତେବେ ହରଭଜନଙ୍କର ଏହି ପ୍ରଶ୍ନର ଅନେକ ତାରକା ଉତ୍ତର ଦେଇଛନ୍ତି । ଭାରତୀୟ ଟିମ୍ ର ପୂର୍ବତନ କ୍ୟାପଟେନ୍ ଓ ବିୟିୟିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିଜ ଫଟୋକୁ ଇଙ୍ଗିତ କରି ଲେଖିଛନ୍ତି ଯେ, ତାଙ୍କୁ କୋଲାଜରେ ମଝିରେ ଥିବା ଝିଅଙ୍କ ଫଟୋ ସବୁଠୁ ଅଧିକ ଭଲ ଲାଗୁଛି ।

https://www.instagram.com/p/CBvaAqQjTen/?utm_source=ig_embed

ଯିଏ ଚସମା ପିନ୍ଧିଛନ୍ତି । ତେବେ ସେହି ମଝି ଝିଅ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ନିଜେ ସୌରଭ ଗାଙ୍ଗୁଲି । ତେବେ କିଏ କାହା ସହ ଡେଟ୍ ରେ ଯିବାକୁ ଚାହାଁନ୍ତି ସେନେଇ କୌଣସି କମେଣ୍ଟ ଆସିନାହିଁ । ୩୯ ବର୍ଷୀୟ ହରଭଜନ୍ ଟେଷ୍ଟ କ୍ରିକେଟ୍ ରେ ୪୧୭, ୱାନଡେରେ ୨୬୯ ଓ ଟି-୨୦ ଇଣ୍ଟରନ୍ୟାଶନାଲରେ ୨୫ ୱିକେଟ କରିଛନ୍ତି ।

ଲୋକଙ୍କ ଉପରେ ପଡ଼ିବ ମହଙ୍ଗା ମାଡ଼, ସେଞ୍ଚୁରୀ ମାରିପାରେ ପେଟ୍ରୋଲ- ଡିଜେଲ ଦାମ

ନୂଆଦିଲ୍ଲୀ: ଦିଲ୍ଲୀରେ ଡିଜେଲର ମୂଲ୍ୟ ପେଟ୍ରୋଲ ଠାରୁ ଅଧିକ ହୋଇଛି । ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରାୟ ୧୮ ଦିନ ଧରି କ୍ରମାଗତ ଭାବେ ବୃଦ୍ଧି ପାଉଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଏହି ଗତି ଜାରି ରହେ ତେବେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିପାରେ ।
ବୁଧବାର ଦିନ ଡିଜେଲର ମୂଲ୍ୟ ୪୮ ପଇସା ବୃଦ୍ଧି ପାଇଛି । ବର୍ତ୍ତମାନ ଦିଲ୍ଲୀରେ ଗୋଟିଏ ଲିଟର ଡିଜେଲର ମୂଲ୍ୟ ଲିଟର ପିଛା ୭୯.୮୮ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ହେଉଛି କ୍ରମାଗତ ୧୮ତମ ଦିନ ଯେଉଁଥିରେ କି ଡିଜେଲ ଦର ବୃଦ୍ଧି ପାଇଛି ।

କାହିଁକି ବଢ଼ୁଛି ମୂଲ୍ୟ-

ବିଶେଷଜ୍ଞଙ୍କ ଅନୁସାରେ ଅଶୋଧିତ ତୈଳ ବ୍ୟାରେଲ ପିଛା ପ୍ରାୟ ୧୯ ଡଲାର ଥିବାବେଳେ ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇବା ଆରମ୍ଭ କରିଛି । ତେଣୁ ବର୍ତ୍ତମାନ ଅଶୋଧିତ ତୈଳର ହାର ବୃଦ୍ଧି ପାଉଛି । ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ ୪୦ ଡଲାରରେ ପହଞ୍ଚିଛି ।

କମ୍ପାନୀଗୁଡିକ ପାଖରେ ଯେଉଁ ଷ୍ଟକ୍ ରହିଛି ସେଥିରେ ବି ତାଙ୍କୁ କ୍ଷତି ସହିବାକୁ ପଡ଼ୁଛି । ଚାହିଦା ହ୍ରାସ ପାଇଛି ଏବଂ ସେମାନଙ୍କର ମାର୍ଜିନ ମାଇନସ୍ କୁ ଆସିଛି । ତେଣୁ ସେମାନେ ସେମାନଙ୍କର ମାର୍ଜିନ ବୃଦ୍ଧି କରି ଏହି କ୍ଷତି ପାଇଁ କ୍ଷତିପୂରଣ ଦେବେ । ସରକାର ଏକ୍ସାଇଜ୍ ଡ୍ୟୁଟି ପ୍ରାୟ ୧୩ ଟଙ୍କା ବୃଦ୍ଧି କରିଛନ୍ତି। ଏହାର ସମ୍ପୂର୍ଣ୍ଣ ଭାର ମଧ୍ୟ ଗ୍ରାହକଙ୍କୁ ଦିଆଯାଇ ନାହିଁ । ଏଭଳି ପରିସ୍ଥିତିରେ ଅଧିକ ଦର ବୃଦ୍ଧି କରିବା ସ୍ୱାଭାବିକ। ଯଦି ଏହି ଗତି ଜାରି ରହେ ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିବ ।

ଆଗକୁ ଆହୁରି ବଢ଼ିବ ମୂଲ୍ୟ-

ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ତୈଳ କମ୍ପାନୀଗୁଡିକ ମୂଲ୍ୟ ବୃଦ୍ଧି କରୁଛନ୍ତି । ଏହା ପରେ ରାଜ୍ୟ ସରକାର ଏହା ଉପରେ ଭ୍ୟାଟ୍ ବୃଦ୍ଧି କରିବେ। ଲକଡାଉନ ଯୋଗୁଁ ଅର୍ଥନୀତିର ଅବସ୍ଥା ଖରାପ ଥିବାରୁ ସେମାନେ ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ବୃଦ୍ଧି କରିବାର ସୁଯୋଗ ମଧ୍ୟ ଖୋଜୁଛନ୍ତି ।

ରାଜ୍ୟଗୁଡ଼ିକର ମୂଲ୍ୟରେ କାହିଁକି ପାର୍ଥକ୍ୟ ରହିଛି-

ଇଣ୍ଡିଆନ୍ ଅଏଲ୍ ଅନୁଯାୟୀ, ଯେଉଁଠାରେ ପେଟ୍ରୋଲର ମୂଳ ମୂଲ୍ୟ ଲିଟର ପିଛା ୨୨.୧୧ ଟଙ୍କା, ଡିଜେଲର ମୂଳ ମୂଲ୍ୟ ଲିଟର ପିଛା ୨୨.୯୩ ଟଙ୍କା ରହିଛି । ଏହାର ଅର୍ଥ ଡିଜେଲର ମୂଲ୍ୟ ଟିକେ ଅଧିକ ରହିଛି । ଯେଉଁ ରାଜ୍ୟରେ ଡିଜେଲର ଟ୍ୟାକ୍ସ ଅଧିକ ରହିଛି ସେଠାରେ ବର୍ତ୍ତମାନ ଡିଜେଲ ହାର ବୃଦ୍ଧି କରାଯାଇଛି । ୟୁପି ପରି କୃଷି ଭିତ୍ତିକ ରାଜ୍ୟରେ ଡିଜେଲ ଉପରେ ଭାଟ୍ କମ୍, ତେଣୁ ସେଠାରେ ଡିଜେଲ ଦର କମ୍ ରହିଛି ।

କଣ ରହିବ ଏହାର ପ୍ରଭାବ-

ଗତ ୧୮ଦିନ ମଧ୍ୟରେ ଡିଜେଲର ମୂଲ୍ୟ ଲିଟର ପିଛା ୧୦.୪୮ ଟଙ୍କା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲ ମଧ୍ୟ ୮.୫୦ ଟଙ୍କା ବ୍ୟୟବହୁଳ ହୋଇଛି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଐତିହାସିକ ସ୍ତରକୁ ବୃଦ୍ଧି ହେତୁ ଆଗାମୀ ଦିନରେ ଜନସାଧାରଣଙ୍କୁ ଦରଦାମ ବୃଦ୍ଧିର ଜୋରଦାର ଝଟକା ଲାଗିବ । ବିଶେଷକରି ଡିଜେଲର ହାର ବୃଦ୍ଧି କରିବା ଅଧିକ କ୍ଷତିକାରକ । ଭାରତରେ ଡିଜେଲ କୃଷି, ପରିବହନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟବହୃତ ହୁଏ |
ଡିଜେଲ ଦର ବୃଦ୍ଧି ସହିତ କୃଷି ଉତ୍ପାଦନ ହାର ବୃଦ୍ଧି ପାଇବ ଏବଂ ସମସ୍ତ ସାମଗ୍ରୀର ପରିବହନ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ । ଟ୍ରକର ମାଲ ପରିବହନ ଭଡା ବୃଦ୍ଧି ପାଇବ । ଏହି କାରଣରୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

ରଥଯାତ୍ରା ପରେ ୫୦୦ ପୋଲିସ୍‌ ଅଧିକାରୀଙ୍କର ହେଲା କୋଭିଡ ଟେଷ୍ଟ

ପୁରୀ: କରୋନା କଟକଣା ଭିତରେ ହେଲା ରଥଯାତ୍ରା । ନିଳାଦ୍ରୀନାଥ ଜଗନ୍ନାଥଙ୍କ ସହ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ଶୁଭଦ୍ରା ଯାଇ ପହଞ୍ଚିଛନ୍ତି ସରଧାବାଲିରେ । ସନ୍ଧ୍ୟାରେ ଆଡ଼ପ ମଣ୍ଡପକୁ ବିଜେ ହେବେ ଚତୁର୍ଦ୍ଧା ମୂରତ୍ତି । ତେବେ ଓଡ଼ିଶାରେ କରୋନା ସ୍ଥିତି ଭଲ ଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରଥଯାତ୍ରା ହୋଇଛି । କୋଭିଡ ୧୯ ନିୟମକୁ ବଳବତର ରଖି ସବୁ କାର୍ଯ୍ୟ ସମ୍ପାଦନ ହୋଇଛି ।

ରଥଯାତ୍ରା ପରେ ଆରମ୍ଭ ହୋଇଛି କରୋନା ଟେଷ୍ଟ । ପୁରୀରେ ପୋଲିସ କର୍ମଚାରୀଙ୍କର ହେଉଛି କରୋନା ଟେଷ୍ଟ । ଯେଉଁ ମାନେ ରଥ ଟଣା କାର୍ଯ୍ୟରେ ଲିପ୍ତ ଥିଲେ ସେମାନଙ୍କର କରୋନା ଟେଷ୍ଟ ହେଉଛି । ପ୍ରାଥମିକ ପର୍ଯ୍ୟାୟରେ ରଥଯାତ୍ରାରେ ନିୟୋଜିତ ଥିବା ୫ଶହ ପୋଲିସଙ୍କ କରୋନା ଟେଷ୍ଟ ହୋଇଛି ।

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର କୋଭିଡ୍‌ ହେଲ୍ଥ ସେଣ୍ଟରରେ ପୋଲିସଙ୍କ କରୋନା ଟେଷ୍ଟ ହୋଇଛି । ଆଗାମୀ ଦିନରେ ସବୁ କର୍ମଚାରୀଙ୍କ ନମୁନା ପରୀକ୍ଷା ହେବ । ଏନେଇ ପୂର୍ବରୁ ପୁରୀ ଏସ୍‌ପି ଉମାଶଙ୍କର ଦାଶଙ୍କ ସୂଚନା ଦେଇଥିଲେ ।

Xiaomiର ଦୁଇଟି ଶସ୍ତା ଫୋନ୍ Redmi9 ଓ Redmi9A ଆଜି ହେବ ଲଞ୍ଚ… ୪ଟି କ୍ୟାମେରା ସହ ମିଳିବ ଏହି ସବୁ ଦମଦାର୍ ଫିଚର୍ସ

ନୂଆଦିଲ୍ଲୀ: Xiaomi ଆଜି ରେଡମି ୯ ସ୍ମାର୍ଟଫୋନ୍ ଲଂଚ କରିବ । କମ୍ପାନୀ ଏହି ଫୋନ୍ ର ଗ୍ଲୋବାଲ ମଡେଲ ପ୍ରଥମରୁ ଲଞ୍ଚ କରିସାରିଛି । ଏହା ୩ଟି ଭ୍ୟାରିଏଣ୍ଟରେ ଆସେ । ଏଥିମଧ୍ୟରୁ ଇଣ୍ଡିୟାନ୍ ଟିପ୍ସଟର ସୁଧାନ୍ସୁ ନିଜ ଟୁଇଟରରେ ପୋଷ୍ଟ କରିଛନ୍ତି ଯେ, କମ୍ପାନୀ ଏହି ଫୋନ୍ ସହ ରେଡମି 9A ମଧ୍ୟ ଲଂଚ କରିପାରେ । ଏହା କମ୍ପାନୀର ଏଣ୍ଟ୍ରି ଲେଭଲ ଫୋନ୍ ହେବ । ଏହାକୁ ବଜେଟ୍ ସେଗମେଣ୍ଟରେ ଲଂଚ କରାଯିବ । ଏବେ ଏହି ଫୋନ୍ ଚୀନ୍ ରେ ଲଂଚ ହେବ ।

ଭାରତରେ ଏହି ଫୋନ୍ ଲଂଚ ହେବା ନେଇ କୌଣସି ଘୋଷଣା କରାଯାଇନାହିଁ । ଏହି ଫୋନ୍ ରେ ମିଡିୟାଟେକ୍ ହେଲିୟୋ G80 SOC ପ୍ରୋସେସର ଓ ପାୱର ପାଇଁ ଦମଦାର ୮୦୨୦ mahର ବ୍ୟାଟରୀ ରହିଛି । ଯାହା ୧୮w ଫାଷ୍ଟ ଚାର୍ଜିଂ ସ୍ପୋର୍ଟ ସହ ଆସୁଛି । ରେଡମି ୯ରେ A1 ଫେସ୍ ଅନଲକ୍ ରିୟର ଫିଙ୍ଗରପ୍ରିଣ୍ଟ ସେଂସର ରହିଛି । ସ୍ମାର୍ଟଫୋନର ରିୟର ପ୍ୟାନଲରେ କ୍ୱାଡ କ୍ୟାମେରା ସେଟଅପ ରହିଛି ।

ଏଥିରେ ୧୩ ମେଗାପିକ୍ସଲର ପ୍ରାଇମେରୀ ସେନ୍ସର ବ୍ୟତୀତ ୮ ମେଗାପିକ୍ସଲ, ୫ ମେଗାପିକ୍ସଲ ଓ ୨ ମେଗାପିର୍ସଲର ସେନ୍ସର ରହିଛି । ଏହାର ଦାମ ପାଖାପାଖି ୧୨,୮୦୦ରୁ ଆରମ୍ଭ। 4GB ରାମ + 64GB ଷ୍ଟୋରେଜ୍ ର ଦାମ ପାଖାପାଖି ୧୫,୩୦୦ରୁ ଆରମ୍ଭ । ଏହି ଫୋନ୍ ୩ଟି ରଂଗରେ ଉପଲବ୍ଧ ହେବ । ଅପସେନ୍ସ ଗ୍ରୀନ୍, ସନସେଟ୍ ପର୍ପଲ ଓ କାର୍ବନ ଗ୍ରେ ରଂଗରେ ବଜାରରେ ଉବଲବ୍ଧ ହେବ ।

ରିପୋର୍ଟ ଅନୁସାରେ ଫୋନ୍ ଆପ୍ରୁଭାଲ ପାଇଁ ଏହାକୁ ୟୁଏସ୍ ର ଫେଡରାଲ କମ୍ୟୁନିକେଶନ୍ କମିଶନ୍(FCC) ପଠାଯାଇଛି । FCC ଲିଷ୍ଟିଂରୁ ଫୋନ୍ ର କିଛି ଫିଚର୍ସ ବିଷୟରେ ମଧ୍ୟ ଜଣାପଡିଛି । ଏହି ଫୋନ୍ ର ଖାସ କଥା ହେଉଛି 4,900mAhର ଦମଦାର ବ୍ୟାଟରୀ ଓ ଏହାର ଦାମ । ଫୋନ୍ ରେ ୧୩ ମେଗାପିକ୍ସଲର ସିଙ୍ଗଲ ରିୟର କ୍ୟାମେରା ଦିଆଯାଇଛି । ସେଲ୍ଫି ପାଇଁ ଫୋନ୍ ରେ ୫ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ରେଡମିର 9A ଫୋନ୍ ରେ 4900mAhର ବ୍ୟାଟରୀ ରହିବ ଯାହା 10W ଫାଷ୍ଟ ଚାର୍ଜିଂ ସହ ଆସିବ । ଏହା ସହ ଏହି ଫୋନ୍ ୪ଜି ନେଟୱାର୍କ ସପୋର୍ଟ ସହ ଲଞ୍ଚ କରାଯିବ ।