spot_img
Home Blog Page 6947

ଏଣିକି ପିପିଲିକୁ ଗଡ଼ିବ ମୋ ବସ୍‌

ଭୁବନେଶ୍ୱର: ଏଣିକି ଭୁବନେଶ୍ୱରରୁ ପିପିଲିକୁ ଗଡ଼ିବ ମୋ ବସ୍‌ । ଆସନ୍ତା ୨୩ ତାରିଖ ଠାରୁ ଏହି ନୂଆ ରୁଟ୍‌ ଆରମ୍ଭ ହେବ । ଏନେଇ ପ୍ରଭନ୍ଧକ ଦିପ୍ତି ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅନେକ ଦିନରୁ ଲୋକଙ୍କ ଏହା ଦାବି ରହି ଆସିଥିଲା । ତେଣୁ ଲୋକଙ୍କ ଯାତାୟତ ସୁବିଧାକୁ ଆଖି ଆଗରେ ରଖି ଏହି ନୂଆ ରୁଟ୍‌ (୩୩ ନମ୍ବର)ରେ ବସ୍ ଗଡ଼ିବାକୁ ନିଷ୍ପତ୍ତି ନିଆଯାଇଛି । ମୋ ବସ୍‌ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଠାରୁ ଚାନ୍ଦୁଆ ସହର ପିପିଲି ପର୍ଯ୍ୟନ୍ତ ଗଡ଼ିବ । ଏହି ନିଷ୍ପତ୍ତି ଦ୍ୱାରା ପର୍ଯ୍ୟଟକଙ୍କୁ ମଧ୍ୟ ଅନେକ ସୁବିଧା ମିଳିବ ।

ସର୍ବମୋଟ୍‌ ୪ଟି ବସ୍‌ ୩୩ଟି ବସ୍‌ ଷ୍ଟପ୍‌ ମଧ୍ୟରେ ଯାତ୍ରା କରିବ । ପ୍ରଥମ ବସ୍‌ ସକାଳ ୭ଟାରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ବାହାରିବ ଏବଂ ଶେଷ ବସ୍‌ ସନ୍ଧ୍ୟା ୫.୫୦ରେ ପିପିଲି ଅଭିମୁଖେ ଯାତ୍ରା କରିବ । ଠିକ୍‌ ସେହିଭଳି ପିପିଲିରୁ ସକାଳ ୭.୪୫ରେ ପ୍ରଥମ ବସ୍‌ ବାହାରିବ ଏବଂ ଶେଷ ବସ୍‌ ସନ୍ଧ୍ୟା ୭ଟାରେ ବାହାରିବ ।

ତେବେ ୨୩ ତାରିଖ ପ୍ରଥମ ଦିନ ଗୋଟିଏ ବସ୍‌ ଏହି ରୁଟ୍‌ରେ ଗଡ଼ିବ ବୋଲି ଦିପ୍ତି ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଏହି ରୁଟ୍‌ରେ ସର୍ବାଧିକ ଟିକଟ ମୂଲ୍ୟ ୩୦ ଟଙ୍କା ରହିଛି । ଖାଲି ସେତିକି ନୁହେଁ ସମସ୍ତ ଯାତ୍ରୀଙ୍କୁ ସଠିକ୍‌ ଖୁଚୁରା ଟଙ୍କା ଦେବା ପାଇଁ ମଧ୍ୟ କୁହାଯାଇଛି । ନଚେତ୍‌ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରି ଡିଜିଟାଲ୍‌ ପେମେଣ୍ଟ କରିପାରିବେ ।

ତେବେ ଏହି ସୁବିଧା ଉପଲବ୍ଧ ହେଲେ ଅନେକ ଯାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି । କାରଣ ପିପିଲିରୁ ଅନେକ କର୍ମଜୀବୀ ନିୟମିତ ଭାବେ ଭୁବନେଶ୍ୱର ଆସିଥାନ୍ତି ଏବଂ ସନ୍ଧ୍ୟାରେ ପୁଣି ଘରକୁ ଫେରିଥାନ୍ତି । ତେବେ ସେହି ମାନଙ୍କ ପାଇଁ ଏହି ନିଷ୍ପତି ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ।

୨୦ ସୈନିକ ସଦିଦ ହେବା ପରେ ଚୀନ ସହ ଲଢ଼ିବାକୁ ବାହାରିଲେ ୧୦ ଜଣ ନାବାଳକ, ଭାଇରାଲ ହେଲା ଭିଡିଓ

ଦେଶରେ ଏବେ ପ୍ରତିଶୋଧର ବହ୍ନି ଜଳୁଛି । ଚୀନ ବିରୁଦ୍ଧରେ ଦେଶବାସୀ ରକ୍ତମୁଖା ପାଲିଟିଛନ୍ତି । ଗଲଓ୍ୱାନା ଘାଟିରେ ୨୦ ଜଣ ଜଓ୍ୱାନ ସହିଦ ଦେଶବାସୀଙ୍କ ହୃଦୟକୁ ଯେମିତି ଦୋହଲାଇ ଦେଇଛି । ନାଥୁ ଲାରେ ୧୯୬୭ ମସିହାରେ ହୋଇଥିବା ସଂଘର୍ଷ ପରେ ଏହା ହେଉଛି  ଦୁଇ ଦେଶଙ୍କ  ମଧ୍ୟରେ ସବୁଠାରୁ ବଡ ଘଟଣା । ସେତେବେଳେ ଭାରତର ୮୦ ଜଣ ଜଓ୍ୱାନ ସହିଦ ହୋଇଥିବା ବେଳେ ଚୀନର ୩୦୦ ସୈନିକଙ୍କର ମୃତ୍ୟୁ ହୋଇଥିଲା । ସୀମାରେ ଯୋଦ୍ଧା ତୟାର ପ୍ରତିଶୋଧ ପାଇଁ  । ଏପଟେ ଚୀନର ସବୁ ସାମଗ୍ରୀକୁ ବୟକଟ କରିବାକୁ ଚାଲିଛି ଯୋରଦାର ପ୍ରସ୍ତୁତି । ଏହି ଭିତରେ ରକ୍ତକୁ ଗରମ କରିଦେଲା ଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ।

ସହିଦ ହୋଇଥିବା ଜଓ୍ୱାନଙ୍କ ପ୍ରତିଶୋଧ ନେବା ପାଇଁ ଏବେ ଦେଶର ବାଳକ ବି ପଛାଉ ନାହାନ୍ତି । ଯେଉଁଠି ଛୋଟ ପିଲା ଖାଇ ପିଇ ଖେଳ ରେ ମସଗୁଲ ସେଠି ଦେଶର ୧୦ ବାଳକ ଯୁଦ୍ଧ କରି ବାହାରିଛନ୍ତି । ଯେଉଁ ବୟସରେ ହାତରେ ବ୍ୟାଟ ବଲ ରହିବା କଥା ସେହି ବୟଷରେ ସାହାସକୁ ବନ୍ଧୁ ମନକୁ ଗୁଳି କରି ବାହାରି ଛନ୍ତି ଚୀନ ସହ ଲଢ଼ିବା ପାଇଁ । ମନରେ ଅଦମ୍ୟ ସାହସ ଏବଂ ଦେଶ ପ୍ରେମ ତାଙ୍କୁ ଏ ରାସ୍ତାରେ ଆଣି ଆଗେଇ ଆଗେଇ ନେଉଛି ।

ଏହା ଆମେ କହୁନୁ ଭାଇରାଲ ହୋଇଥିବା ଏକ ଭିଡିଓ କହୁଛି । ଉତ୍ତରପ୍ରଦେଶର ଦଶ ଜଣ ପିଲା ବାହାରିଛନ୍ତି ଚାଇନା ସହ ଯୁଦ୍ଧ କରିବାକୁ । ସହିଦ ହୋଇଥିବା ୨୦ ଜଣ ଜଓ୍ୱାନଙ୍କ ପାଇଁ ପ୍ରତିଶେଧ ନେବାକୁ ।  ଯେତେବେଳେ ପୋଲିସ ରାସ୍ତାରେ ଅଟକାଇ ପଚାରିଥିଲେ କୁଆଡ଼େ ଯାଉଛ ବୋଲି ଉତ୍ତରରେ ଆସିଥିଲା ଆମେ ଲଢ଼ିବାକୁ ଯାଉଛୁ । ଏହାପରେ ପୋଲିସ ତାଙ୍କୁ ବୁଝାଇବା ପରେ ସମସ୍ତ ୧୦ ଜଣଙ୍କୁ ଘରକୁ ପଠାଇଥିଲା ।

ଭୟଭୀତ କରିପାରିଲାନି ଭୂତାଣୁ: ମେଡିକାଲ ସାନିଟାଇଜ୍ କଲେ ସରପଞ୍ଚ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ହେବାକୁ ଲାଗିଛି । ଏହି ଅଦୃଶ୍ୟ ମହାମାରୀ କରୋନା ଯୁଦ୍ଧରେ ଲଢ଼ୁଥିବା ଯୋଦ୍ଧା ବି ଆକ୍ରାନ୍ତ ହୋଇ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଜିଲ୍ଲାର ସାନଖେମୁଣ୍ଡି ବ୍ଲକରେ ଚା’ ଦୋକାନୀ ଠୁ ନେଇ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ନର୍ସ, ଡ୍ରାଇଭର ଆଟେଣ୍ଡାଣ୍ଟ ସମେତ ସଙ୍ଘରୋଧର ପ୍ରବାସୀଙ୍କୁ ଖାଦ୍ୟ ପରସୁଥିବା ରୋଷେୟା ଏବଂ ପରିବାର ଆକ୍ରାନ୍ତ ହେବା ପରେ ସାନଖେମୁଣ୍ଡି ଆଡପଡା ଖଲିଙ୍ଗି କଙ୍କରଡ଼ା ଅଞ୍ଚଳ ଭୟଭିତ ଅବସ୍ଥାରେ ମେଡିକାଲକୁ ମଧ୍ୟ କେହି ରୋଗୀ ଆସୁନାହାନ୍ତି ।

ଏଭଳି ଅବସ୍ଥାରେ ଜଣେ ସାହସୀ କରୋନା ଯୋଦ୍ଧା ତଥା ଆଡପଡା ପଞ୍ଚାୟତର ଯୁବ ସରପଞ୍ଚ ନୀଳମାଧଵ ରାଉତ ନିଜ ପଞ୍ଚାୟତରେ ଥିବା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ସମେତ ପଞ୍ଚାୟତ ଏବଂ ସଙ୍ଘରୋଧ କେନ୍ଦ୍ରକୁ କାନ୍ଧରେ ସାନିଟାଇଜ ମେସିନ ଧରି ବୁଲି ବୁଲି ସାନିଟାଇଜ କରିଛନ୍ତି ।

ଅଞ୍ଚଳର ହଜାର ହଜାର ଲୋକେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଡାକ୍ତରଖାନାରୁ ପଜିଟିଭ ବାହାରିବା ଫଳରେ ସମସ୍ତେ ଭୟଭୀତ ସହ ଋତୁ ପରିବର୍ତ୍ତନରୁ ବହୁ ଗ୍ରାମର ଲୋକେ ଏବେ ଜ୍ୱର ଥଣ୍ଡା କାଶରେ ଆକ୍ରାନ୍ତ ଥିବା ବେଳେ ମେଡିକାଲକୁ ଆସୁନାହାନ୍ତି ଏହି ସମୟେ ସରପଞ୍ଚ ନିଜେ ସାହସ ଜୁଟାଇ କରିଛନ୍ତି ସାନିଟାଇଜ୍‌ । ସରପଞ୍ଚଙ୍କ ଏଭଳି କାର୍ଯ୍ୟକୁ  ବିଭିନ୍ନ ମହଲରେ ପ୍ରସଂସା କରାଯାଇଛି ।

ରାଜ୍ୟରେ ଆଉ ୨ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୋଟ୍ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

‘ମତେ ବି କହିଥିଲେ ପରିସ୍ଥିତି ଏମିତି କରିବେ, ଯେମିତି ମୁଁ ସୁଇସାଇଡ୍‌ କରିବାକୁ ବାଧ୍ୟ ହେବି’

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସମଗ୍ର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଅନେକ ପ୍ରଶ୍ନ ଉଠିଛି । ନେପୋଟିଜିମ୍‌ ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତ୍‌, ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ ଶକ୍ତ ଚାପୁଡ଼ା ମାରିଥିଲେ । ହେଲେ ଏବେ କଙ୍ଗନା ନିଜ ଫିଲ୍ମି କ୍ୟରିୟର କଥା କହିଛନ୍ତି ଏବଂ ତାଙ୍କ ସଂଘର୍ଷମୟ କାହାଣୀ ସମସ୍ତଙ୍କ ଆଗରେ ବଖାଣିଛନ୍ତି । ସେ କହିଛନ୍ତି ଦିନେ ଜାଭେଦ୍‌ ଅଖ୍‌ତର ତାଙ୍କୁ ଏଭଳି କଥା କହିଥିଲେ ଯେ, ସେଥିପାଇଁ ସେ ଆତ୍ମହତ୍ୟା କରିଥାନ୍ତେ !

କଙ୍ଗନାଙ୍କ କହିବାନୁଯାୟୀ, ଜାଭେଦ ଅଖତର ଥରେ ତାଙ୍କୁ ଘରକୁ ଡାକି କହିଥିଲେ ଯେ, ‘ରାକେଶ ରୋଶନ ଏବଂ ତାଙ୍କ ପରିବାର ବହୁତ ବଡ଼ ଲୋକ । ଯଦି ତୁମେ ସେମାନଙ୍କୁ କ୍ଷମା ମାଗିବ ନାହିଁ, ତେବେ ପସ୍ତେଇବ । ଆବଶ୍ୟକ ପଡ଼ିଲେ ସେମାନେ ତମକୁ ଜେଲ୍‌ରେ ମଧ୍ୟ ପୁରାଇ ଦେବେ । ଶେଷରେ ତୁମ ପାଖରେ କିଛି ନଥିବା କେବଳ ଗୋଟିଏ ରାସ୍ତା ହେଉଛି ଆତ୍ମହତ୍ୟା । ତୁମର ବିନାଶ ହୋଇଯିବ ।’

କଙ୍ଗନା କହିଛନ୍ତି ଯେ, ‘ଏହି ଶବ୍ଦଗୁଡ଼ିକ ତାଙ୍କର ଥିଲା । କିନ୍ତୁ କାହିଁକି ତାଙ୍କୁ ଏଭଳି କୁହାଗଲା ? ସେ କାହିଁକି ଭାବିଲେ ଯେ ଯଦି ମୁଁ ହ୍ରିତିକ ରୋଶନଙ୍କୁ କ୍ଷମା ମାଗିବି ନାହିଁ, ତେବେ ମୋତେ ଆତ୍ମହତ୍ୟା କରିବାକୁ ପଡ଼ିବ ? ସେ ମୋ ଉପରେ ଚିତ୍କାର କରୁଥିଲେ । ମୁଁ ତାଙ୍କ ଘରେ ଥିଲି ଏବଂ ପୁରା ଡରି ଯାଇଥିଲି ।’

kangna-ranaut

ତେବେ ସୁଶାନ୍ତ ମଧ୍ୟ ଏଭଳି ପରିସ୍ଥିତି ଦେଇ ଗତି କରୁଥିଲେ କି ? ତାଙ୍କୁ ମଧ୍ୟ ଲୋକମାନେ ଡାକି ଏଭଳି କଥା କହିଥିଲେ କି ? ତାଙ୍କ ମୁଣ୍ଡରେ ଏସବୁ ଧାରଣା ପୁରାଯାଇଥିଲା କି ? ଏବିଷୟରେ ସେ କିଛି ଜାଣି ନାହାନ୍ତି କିନ୍ତୁ ସୁଶାନ୍ତ ମାନସିକ ଅଶାନ୍ତି ଦେଇ ଗତି କରୁଥିଲେ ଏହା ସତ ।

kangna-ranaut

ସୁଶାନ୍ତ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ନେପୋଟିଜିମ୍‌ ଏବଂ ପ୍ରତିଭା ଗୋଟିଏ ଯାଗାରେ ରହିପାରିବେ ନାହିଁ । କାରଣ ସେ ଉପଯୁକ୍ତ ପ୍ରତିଭାକୁ ଆଗକୁ ଆସିବାର ସୁଯୋଗ ଦିଅନ୍ତି ନାହିଁ । କଙ୍ଗନା ମଧ୍ୟ ଏଭଳି ପରିସ୍ଥିତିକୁ ସାମ୍ନା କରିବେ ତେଣୁ ସେ ଏଭଳି ପ୍ରଶ୍ନ ଉଠାଇଛନ୍ତି ବୋଲି କହିଛନ୍ତି । ଏହି ସବୁ ପଛରେ କିଏ ରହିଛି, କିଏ ଡିସାଇଡ୍‌ କରୁଛି କିଏ ଆଗକୁ ଯିବା ଉଚିତ୍‌ ଆଉ କିଏ ନଯିବା ଉଚିତ୍‌ ? ଏନେଇ ମଧ୍ୟ କଙ୍ଗନା ପ୍ରଶ୍ନ କରିଛନ୍ତି । 

ସୂର୍ଯ୍ୟ ପରାଗ ପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ

ପୁରୀ: ରାହୁଗ୍ରସ୍ତ ଚୂଡ଼ାମଣି ସୂର୍ଯ୍ୟ ପରାଗ ପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି । ଅନ୍ୟ ମନ୍ଦିରରେ ପରାଗ ସମୟରେ ନୀତି ବନ୍ଦ ଥିବା ବେଳେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହେବାର ପରମ୍ପରା ରହିଛି । ଆଜି ସକାଳ ୧୦ ଟା ୩୮ ମିନିଟ୍‌ରେ ପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରରେ ପାକତ୍ୟାଗ ସହିତ ଦେବନୀତି ବନ୍ଦ ରହିଥିଲା ।

ଗତକାଲି ରାତି ୧୦ ଟା ୩୫ ସୁଦ୍ଧା ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସବୁ ନୀତି ସରିଥିଲା । ତେବେ ବନ୍ଦ ରହିଥିଲା ପହୁଡ଼ ନୀତି । ଆଜି ସକାଳ ୧୦ ଟା ୩୮ ରେ ପରାଗ ସ୍ପର୍ଶ ପରେ ବିଧି ପରମ୍ପରା ଅନୁସାରେ ଶ୍ରୀଜିଉଙ୍କର ଉତ୍ତରୀ ମଇଲମ ନୀତି ସହ ଗ୍ରହଣ ମହାସ୍ନ।ନ ଓ ମଇଲମ ବେଶ କରାଯାଇ ଦିନ ଗୋଟାଏ ସୁଦ୍ଧା ମଙ୍ଗଳ ଆଳତି ସରିଥିଲା ।

ଅନ୍ୟନୀତି ପରେ ସ୍ୱତନ୍ତ୍ର ଭାବେ ଗ୍ରହଣ ଖଇକୋରା ଭୋଗ, ସକାଳ ଧୂପ, ଭୋଗ ମଣ୍ଡପ, ମଧ୍ୟାହ୍ନ ଧୂପ କରାଯିବାର ପରମ୍ପରା ରହିଛି । ସଂଧ୍ୟା ଧୂପ ପରେ ଶ୍ରୀଜିଉଙ୍କ ବନକ ଲାଗି ପାଇଁ ଶ୍ରୀମନ୍ଦିରରେ ଦତ୍ତ ମହାପାତ୍ର ସେବାୟତ ପ୍ରବେଶ କରିବେ । ଆସନ୍ତାକାଲି ଉଭାଯାତ୍ରା ସହ ରଥଯାତ୍ରା ପାଇଁ ଆଜ୍ଞାମାଳ ବିଜେ ପରମ୍ପରା ରହିଛି ।

ଟ୍ୟୁସନ୍ ପଇସାରେ କିଣିଥିଲେ ପ୍ରଥମ ବାଇକ୍

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏବେ ତାଙ୍କ ଜୀବନୀକୁ ନେଇ ଚାରିଆଡେ ଚର୍ଚ୍ଚା । ଅଭିନେତାଙ୍କ ମୃତ୍ୟୁ କେହି ବି ଗ୍ରହଣ କରିପାରୁ ନାହାଁନ୍ତି । ଅନେକ ସଂଘର୍ଷ ପରେ ଏମିତି ଏକ ସ୍ଥାନରେ ପହଞ୍ଚିପାରିଥିବା ଏହି ଅଭିନେତାଙ୍କ ମୃତ୍ୟୁରେ ସମସ୍ତେ ମର୍ମାହତ । ଜୁନ ୧୪ ହେଉଛି ଏମତି ଏକ ଦିନ ଯାହା ବଲିଉଡ଼ ପାଇଁ ଥିଲା କଳଙ୍କିତ ଦିନ । ମାତ୍ର ୩୪ ବର୍ଷ ବୟସରେ ଏହି ଯୁବ ଅଭିନେତାଙ୍କ ମୃତ୍ୟୁରେ ପୂରା ବଲିଉଡ଼ ସ୍ତବ୍ଦ ହୋଇଯାଇଥିଲା । ସୁଶାନ୍ତା ବାନ୍ଦ୍ରାସ୍ଥିତ ତାଙ୍କ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଯାହା ଏଭଳି ଜଣେ ବ୍ୟକ୍ତିଙ୍କ ଠାରୁ ଆସାକରାଯାଇ ନଥିଲା । ଯାହାକୁ ତାଙ୍କ ପ୍ରସଂଶକ ଗ୍ରହଣ କରିପାରି ନଥିଲେ ।

https://www.facebook.com/SushantSinghRajput/photos/a.377483425777360/495780030614365/?type=3&theater

ସୁଶାନ୍ତ ସିଂ ରାଜପୁତ ଅଭିନୟ ଜଗତରେ ନିଜ କ୍ୟାରିୟର କରିବା ପାଇଁ ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟର ସ୍କଲାରସିପକୁ ମଧ୍ୟ ଛାଡ଼ି ଦେଇଥିଲେ । ଅଭିନେତାଙ୍କ ମୃତ୍ୟୁ ପରେ ତାଙ୍କର ଅନେକ ପୁରୁଣା ଫଟୋଗୁଡ଼ିକ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗୁଛି । ତେବେ ଏହି ମଧ୍ୟରେ ରହିଛି ସୁଶାନ୍ତ ସିଂଙ୍କ ଫେସବୁକ୍ ପେଜରେ ତାଙ୍କର ଥ୍ରୋ ବ୍ୟାକ୍ ବହୁତ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସୁଶାନ୍ତ ବାଇକରେ ବସି ପୋଜ୍ ଦେଉଥିବାର ନଜର ଆସିଛନ୍ତି ।

ସୋସିଆଲ ମିଡ଼ିଆରେ ସକ୍ରିୟ ରହୁଥିବା ଏହି ଅଭିନେତା ୨୦୦୬ରେ ନିଜର ଏକ ଫଟୋ ପୋଷ୍ଟ କରିଥିଲେ ଏବଂ ପ୍ରସଂଶକଙ୍କୁ କହିଥିଲେ ଯେ, ସେ ଇଞ୍ଜିନୟର ଛାତ୍ରମାନଙ୍କୁ ଟ୍ୟୁସନ କରି ଯେଉଁ ଟଙ୍କା ରୋଜଗାର କରିଥିଲେ ସେଥିରେ ହିଁ ସେ ଏହି ବାଇକ କିଣିଛନ୍ତି । ଆପଣଙ୍କୁ କହି ରଖୁଛୁ ସୁଶାନ୍ତ ସବୁବେଳ ପାଇଁ ଜଣେ ପ୍ରତିଭାବାନ ବ୍ୟକ୍ତି ଥିଲେ ।

ଜମ୍ମୁ କାଶ୍ମୀରରେ ପୁଣି ଯବାନ ଓ ଆତଙ୍କବାଦୀ ଗୁଳିବିନିମୟ… ୪ ଆତଙ୍କୀ ନିହତ

ସୋପିଆନ୍‌: ଜମ୍ମୁ କାଶ୍ମୀରରେ ପୁଣି ଭାରତୀୟ ଯବାନ ଓ ଆତଙ୍କବାଦୀ ଗୁଳି ବିନିମୟ । ଏନକାଉଣ୍ଟର ଅପରେସନରେ ଗଡିଲା ୪ ଆତଙ୍କବାଦୀଙ୍କ ମୁଣ୍ଡ । ସୋପିଆନ୍ ଓ ଶ୍ରୀନଗରରେ ଆଜି ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଯାହାଫଳରେ ସୋପିଆନରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ ଶ୍ରୀନଗରରେ ୩ ଆତଙ୍କବାଦୀର ଜୀବନ ଯାଇଛି ।

ରାଜ୍ୟରେ ଆଉ ୨ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୋଟ୍ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ଉଭୟ ସ୍ଥାନରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ପାଇ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା ସେନା । ଯାହାଫଳରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ବାରମ୍ବାର ସୀମାରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବାବେଳେ ସେନା ଦେଉଛନ୍ତି ଉଚିତ ଯବାବ ।

ଗତ ଗୁରବାର ଓ ଶୁକ୍ରବାର ଦକ୍ଷିଣ କାଶ୍ମିରରେ ଭାରତୀୟ ସେନା ଗୁଳିଲେ ନିହତ ହୋଇଥିଲେ ୮ ଆତଙ୍କବାଦୀ ।

ଲଦାଖରେ ଉତ୍ତେଜନା ଜାରି: ଚୀନକୁ ଜବାବ ଦେବାକୁ ପ୍ରସ୍ତୁତି ଚୂଡ଼ାନ୍ତ

ଲଦାଖ: ଗଲଓ୍ୱାନ ଘାଟିରେ ସ୍ଥିତି ଖୁବଶୀଘ୍ର ସ୍ୱାଭାବିକ ନହେଲେ ଯୁଦ୍ଧ ଭଳି ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବନାହିଁ । ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ହେଲା  ଯେ, ଗଲଓ୍ୱାନ ଘାଟିରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ସ୍ଥିତି ବହୁତ ଉତ୍ତେଜନାପୂର୍ଣ୍ଣ ରହିଛି । ତେଣୁ ପୁଣି  ଥରେ ସେନା ମୁହାଁମୁହିଁ ହେବେ ଏଭଳି ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବନାହିଁ, ଏଭଳି ସ୍ଥିତିରେ କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ ବାହର କରିବା ଏକାନ୍ତ ଆବଶ୍ୟକ ।.

India-China face-off in Ladakh: Indian Army officer, 2 soldiers killed

ବିଗତ ବୁଝାମଣାର ପାଳନ ବର୍ତ୍ତମାନ ସମ୍ଭବ ନୁହେଁ

ବିଗତ ଦିନମାନଙ୍କରେ ଗଲଓ୍ୱାନ ଘାଟିରେ ଯାହା କିଛି ହେଲା ତାହା ଗତ ୪୫ ବର୍ଷ ପରେ ଦେଖିବାକୁ ମିଳୁଛି । ଏତେବର୍ଷରେ ସେଠାରେ କେବେ ଗଳୁ ଫୁଟିନଥିଲା କି କୌଣସି ଯବାନ ଶହୀଦ ହୋଇନଥିଲା । ଏହା କେବଳ ୨ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଯୋଗୁଁ ସମ୍ଭବ ହୋଇପାରିଛି । ଯେଉଁଥିରେ ଯବାନ ଏଲ୍‌ଏସିରେ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିପାରିବେ ନାହିଁ ବୋଲି ବୁଝାମଣାରେ ସ୍ୱାକ୍ଷର ହୋଇଛି ।

China declines queries on face-off with India, damming Galwan ...

ତେବେ ଗଲଓ୍ୱାନ ହିଂସାରେ ଭାରତର ୨୦ ଯବାନ ଶହୀଦ ହୋଇଥିବା ବେଳେ ଚୀନ ସୈନିକ ମଧ୍ୟ ନିହତ ହୋଇଛନ୍ତି । ଏଭଳି ସ୍ଥିତିରେ ପୂର୍ବ ସନ୍ଧିକୁ ପାଳନ ସମ୍ଭବ ନୁହେଁ । ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ ସେନା ପୁଣି ମୁହାଁମୁହିଁ ହେଲେ ସ୍ଥିତି କେଉଁ ଆଡକୁ ଯିବ କହିହେବନି । ସେନାଙ୍କ ମନରେ କ୍ରୋଧ ମନୋଭାବ ଭରିରହିଥିବାରୁ  ଛୋଟ ଘଟଣା ବି ବଡ଼ ରୂପ ନେଇପାରେ
India-China face-off at Galwan Valley: Army engineers work ...

ପେଙ୍ଗଙ୍ଗ୍‌ ହ୍ରଦ ନିକଟରେ  ହିଂସାର ପ୍ରଭାବ

ବର୍ତ୍ତମାନ ସୈନିକଙ୍କ ମଧ୍ୟ ପେଙ୍ଗଙ୍ଗ୍ ହ୍ରଦରେ ଉତ୍ତେଜନାର ଆଶଙ୍କା ଅଧିକ ରହିଛି । ଅପରପକ୍ଷରେ ଚୀନର ପିଏଲ୍‌ଏ ୮କି.ମି ଅଞ୍ଚଳକୁ ବ୍ଳକ୍ କରିଦେଇଛି । ସୂଚନା ଯୋଗ୍ୟ ଗଲଓ୍ୱାନ ପୂର୍ବର ଏଠାରେ ବି ସୈନିକଙ୍କ ମଧ୍ୟରେ ହିଂସା ଦେଖାଯାଇଥିଲା ।

କିନ୍ତୁ ବର୍ତ୍ତମାନ ଯବାନ ଶହୀଦ ହୋବା ପରେ ସେନା ମୁହାଁମୁହିଁ ହେଲେ ସେମାନେ ହତାହାତି ଓ ପଥରମାଡ଼ରେ ହିଁ ନିଜକୁ ସୀମିତ ରଖିବେ । ବର୍ତ୍ତମାନ ଗଲଓ୍ୱାନ ଘାଟିରେ ଭାରତୀୟ ସେନା ସମ୍ପୂର୍ଣ୍ଣ ସତର୍କ ରହିଛି । ସ୍ଥଳ ଏବଂ ବାୟୁ ସେନାକୁ ହାଇ ଆଲର୍ଟରେ ରଖାଯାଇଛି । ଚୀନର ଯୋକୌଣସି ଭୁଲର ଜବାବ ସେନାଙ୍କୁ ମୋଦି ସରକାରଙ୍କ ପକ୍ଷରୁ ପୂରା ସ୍ୱତନ୍ତ୍ରତା ଦିଆଯାଇଛି ।

ଇଣ୍ଡେ।-ତିବେତିଆନ ବର୍ଡରରେ ଯବାନଙ୍କ ଯୋଗାଭ୍ୟାସ

ଘର ମାଲିକଙ୍କ ତିନି ପୁଅଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ନାବାଳିକା

କୋୟମ୍ବଟୁର: ତାମିଲନାଡୁ କୋୟମ୍ବଟୁର ପୋଲିସ ଦୁଇ ଜଣ ପୁଅ ବିରୋଧରେ ପସ୍କୋ ଆକ୍ଟ ଅଧିନରେ ଦୁଇଟି କେସ ଫାଇଲ କରିଛି । ଦୁଅ ପୁଅଙ୍କ ବିରୋଧରେ ଅଭିଯୋଗ କହିଛି ଯେ ସେମାନେ ଜଣେ ୧୦ ବର୍ଷର ଝିଅ ସହ ଅନେକ ଥର ଦୁଷ୍କର୍ମ କରିଛନ୍ତି ।

ରିପୋର୍ଟ ମୁତାବକ ପୀଡ଼ିତା ନିଜ ବାପାଙ୍କ ସହିତ ରହୁଥିଲେ ।  ଟିଭି ଦେଖିବା ପାଇଁ ଅନେକ ଥର ସେ ନିଜ ଘର ମାଲିକଙ୍କ ଘରକୁ ଯିବା ଆସିବା କରୁଥିଲେ । ନିକଟରେ ସେ ପେଟରେ କଷ୍ଟ ଅନୁଭବ କରୁଥିବା କହିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ।

ଯାଞ୍ଚ ପାଇଁ ଯେତେବେଳେ ପୀଡିତାଙ୍କୁ ଡାକ୍ତରଖାନାକୁ ନିଆଗଲା ସେତେବେଳେ ଡାକ୍ତର ତାଙ୍କ ଅବସ୍ଥା ବିଷୟରେ ଜାଣି ଆଶ୍ଟର୍ଯ୍ୟ ହୋଇପଡ଼ିଥିଲେ । ସେଠାରେ ଜାଣିବାକୁ ମିଳିଲା ଯେ, ଝିଅ ସହିତ ଅନେକ ଥର ଦୁଷ୍କର୍ମ ହୋଇଛି । ଡାକ୍ତର ସଙ୍ଗେସଙ୍ଗେ ଘଟଣା ସମ୍ବନ୍ଧରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ନିଜ ଯାଞ୍ଚରୁ ଜାଣିବାକୁ ପାଇଲେ ଯେ, ଝିଅକୁ ଘର ମାଲିକର ପୁଅ ଏବଂ ତାର ଦୁଇ ସାଙ୍ଗ ମିଶି ଦୁଷ୍କର୍ମ କରିଛନ୍ତି । ଏହି ଘଟଣା ପୂର୍ବ କିଛି ଦିନ ହେବ ଘଟି ଆସୁଥିଲା । ଏ ଘଟଣା ବାବଦରେ କାହାକୁ ନକହିବା ପାଇଁ ଅଭିଯୁକ୍ତ ମାନେ ପୀଡିତାକୁ ଧମକ ଦେଇଥିଲେ । ଦୁଷ୍କର୍ମ ପରେ ପୀଡିତା ଏତେ ଡରି ଯାଇଥିଲେ ଯେ ସେ କାହାକୁ ନିଜ ପାଖକୁ ଆସିବାକୁ ଦେଉନଥିଲେ ।

ପୋଲିସ ୧୬ ଏବଂ ୧୭ ବର୍ଷର ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ହେପାଯତକୁ ନେଇଛି । ଅନ୍ୟପଟେ ତୃତୀୟ ଅଭିଯୁକ୍ତକୁ ପୋଲିସ ଖୋଜାଖୋଜି କରୁଛି । ଘଟଣାର ସୂଚନା ମିଳିବା ପରେ ତୃତୀୟ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିଲା ।

ଲାଲବାହିନୀରେ କରୋନା ଭୟ… ସଂକ୍ରମଣ ସନ୍ଦେହରେ ମାଓନେତ୍ରୀ ସୁମିତ୍ରାଙ୍କୁ ଛୁଟି

ଲାଲଗଡ: ଲାଲଗଡ଼ରେ କରୋନା ଭୟ । ମାଓ ନେତ୍ରୀଙ୍କୁ କରୋନା ସଂକ୍ରମଣ ସନ୍ଦେହ କରି ଘରକୁ ପଠାଇଲା ନକ୍ସଲ ସଙ୍ଗଠନ । କିନ୍ତୁ ଜଙ୍ଗଲରେ ଲୁଚି ରହିଥିବାବେଳେ ପୋଲିସ ହାବୁଡରେ ପଡିଲେ କୁଖ୍ୟାତ ମାଓ ନେତ୍ରୀ ସୁମିତ୍ରା । କୋର୍ଟ ଚାଲାଣ କରିବା ପୂର୍ବରୁ ତାଙ୍କୁ ସଙ୍ଗରୋଧରେ ରଖି ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛି ପୋଲିସ । ଛତିଶଗଡର ବିଜାପୁର ଜିଲ୍ଲା ମୋଦକପାଲ ଥାନା ଅଞ୍ଚଳରେ ଜଣେ ମହିଳା ସନ୍ଦିଗ୍ଧ ଅବସ୍ଥାରେ ବୁଲାବୁଲି କରୁଥିବା ନେଇ ପୋଲିସ ଖବର ପାଇଥିଲା । ସର୍ଚ୍ଚ ଅପରେସନ ସମୟରେ ମହିଳାଙ୍କୁ ଠାବ କରିଥିଲା ପୋଲିସ । ମହିଳାଙ୍କ ଠାରୁ ମିଳିଥିବା ତଥ୍ୟ ପୋଲିସକୁ ଚକିତ କରିଛି । ମୋଦିପାଲ ଗାଁର ଚିନ୍ନାବାଙ୍କ ଝିଅ ସୁମିତ୍ରା ୨୦୧୦ରୁ ନକ୍ସଲ ସଙ୍ଗଠନରେ ରହିଛନ୍ତି ।

ତେବେ ଗତ କିଛି ଦିନ ହେବ ଥଣ୍ଡା , କାଶ ଓ ଜ୍ୱର ହେବାରୁ ନକ୍ସଲ ସଙ୍ଗଠନ ତାଙ୍କୁ ଛୁଟି ଦେଇଛି । ଗାଁକୁ ଫେରି ସେ ଜଙ୍ଗଲରେ ଥିଲେ । କେବଳ ସୁମିତ୍ରା ନୁହଁ ତାଙ୍କ ଭଳି ଅନ୍ୟ ଯେଉଁ ମାଓବାଦୀଙ୍କୁ ଥଣ୍ଡା କାଶ ହେଉଛି ତାଙ୍କୁ ଛୁଟିରେ ପଠାଇ ଦିଆଯାଉଛି ବୋଲି ସୁମିତ୍ରା କହିଛନ୍ତି । ମାଓ କମାଣ୍ଡର ହିଡମା ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିବା ସୁମିତ୍ରା ପୋଲିସକୁ ସୂଚନା ଦେଇଛନ୍ତି । ସୁମିତ୍ରା ୨୮ ଦିନ ସଙ୍ଗରୋଧରେ ରହିବା ପରେ ପୋଲିସ ତାଙ୍କୁ ପଚରା ଉଚରା କରିବ ବୋଲି ପୋଲିସ ଆଇଜି ସୁନ୍ଦରରାଜ ବି ପ୍ରକାଶ କରିଛନ୍ତି । ଏହି ଘଟଣା ପରେ ସୀମାନ୍ତ ଓ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସଚେତନ କରିଛି ପୋଲିସ । ମାଓବାଦୀଙ୍କୁ ସହଯୋଗ ନ କରିବା ଏବଂ କୈାଣସି ଅଜଣା ଲୋକଙ୍କୁ ଗାଁରେ ନ ପଶାଇବାକୁ ପରାମର୍ଶ ଦେଇଛି ।