spot_img
Home Blog Page 6955

ଜ୍ୟୋତିରାଦିତ୍ୟ ଓ ଦିଗ୍‌ବିଜୟ ରାଜ୍ୟସଭାକୁ ନିର୍ବାଚିତ

ଭୋପାଳ: ମଧ୍ୟପ୍ରଦେଶରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନର ଫଳାଫଳ ଘୋଷଣା ସରିଛି । ମଧ୍ୟପ୍ରଦେଶରେ ଗୋଟିଏ ସିଟ୍‌ରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ଅନ୍ୟ ୨ଟି ସିଟରେ ବିଜେପି ବିଜୟୀ ହୋଇଛି । ବିଜେପି ପକ୍ଷରୁ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସୁମେର ସିଂହ ସୋଲାଙ୍କି ।

बीजेपी से ज्योतिरादित्य सिंधिया जीते (फाइल फोटो-पीटीआई)

ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଗୋଟିଏ ରାଜ୍ୟସଭା ଆସନ ହାତେଇବାରେ ସକ୍ଷମ ହୋଇଛି । କଂଗ୍ରେସ ପ୍ରାର୍ଥୀଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା  ଦିଗବିଜୟ ସିଂହ । ମଧ୍ୟପ୍ରଦେଶରେ ମୋଟ ୩ ଟି ଆସନ ନେଇ ଭୋଟଗ୍ରହଣ ହୋଇଥିବା ବେଳେ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ୨ ଜଣ ଲେଖାଏଁ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିଲେ ।

Congress' Digvijaya Singh, BJP's Jyotiraditya Scindia and Sumer ...

କାହାକୁ ମିଳିଲା କେତେ ଭୋଟ?

ରାଜ୍ୟସଭା ନିର୍ବାଚନରେ ବିଜେପିର ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ୫୬ ଭୋଟ ମିଳିଥିବା ବେଳେ ସୁମେର ସିଂହ ସୋଲାଙ୍କିଙ୍କୁ ୫୫ ଭୋଟ ପାଇଛନ୍ତି । ଏତଦ୍‌ ବ୍ୟତୀତ କଂଗ୍ରେସ ଦିଗବିଜୟ ସିଂହ ୫୭ ଖଣ୍ଡ ଭୋଟ ପାଇଛନ୍ତି । ଅପରପକ୍ଷରେ ଫୁଲ ସିଂହ ବରେୟାଙ୍କୁ ୩୬ ଖଣ୍ଡ ଭୋଟ ମିଳିଛି । ଏବଂ ୨ଟି ଭୋଟ ନାକଚ ହୋଇଛି ।

ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା: ରିୟା ଚକ୍ରବର୍ତ୍ତୀଙ୍କୁ ପୋଲିସର ମାରାଥନ ଜେରା, ଅଭିନେତ୍ରୀ କଲେ ଅନେକ ଖୁଲାସା

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ କଡ଼ା ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ପୋଲିସ ସମୁଦାୟ ୧୨ ଜଣଙ୍କ ବୟାନ ରେକର୍ଡ କରିଛି । ଗୁରୁବାର ଦିନ ମୁମ୍ବାଇ ପୋଲିସ ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ଜରା କରିଥିଲା । ଜେରା ସମୟରେ ପୋଲିସ ରିୟାଙ୍କ ଠାରୁ ବହୁତ କିଛି ପ୍ରମାଣ ଯୋଗାଡ଼ କରିଛି । ଯାହା ସୁଶାନ୍ତଙ୍କୁ ଆତ୍ମ ହତ୍ୟା କରିବା ପାଇଁ ଖୁରାକ ଯୋଗାଇଥିଲା । ରିୟାଙ୍କୁ ପୋଲିସ ବିଭିନ୍ନ କ୍ଷେତ୍ରକୁ ନେଇ ଗୋଳେଇ ଘାଣ୍ଟି ଜେରା କରିଥିଲା ।

ଜେରା ସମୟରେ ରିୟା ପୋଲିସକୁ କହିଛନ୍ତି ଯେ ପ୍ରାୟ ଏକ ବର୍ଷ ପୂର୍ବରୁ ସୁଶାନ୍ତ ୟଶ ରାଜ ବ୍ୟାନରରେ ଫିଲ୍ମ କରିବେନି ବୋଲି କହୁଥିଲେ । ସୁଶାନ୍ତ ମଧ୍ୟ ରିୟାଙ୍କୁ ୟଶ ରାଜ ଫିଲ୍ମ ଛାଡ଼ି ଦେବାକୁ କହିଥିଲେ । ରିୟା ସୁଶାନ୍ତଙ୍କୁ ଏପରି କାହିଁକି କହୁଛନ୍ତି ବୋଲି ପଚାରିବାରୁ ସୁଶାନ୍ତ ଅଧିକ କିଛି ନକହି ଖାଲି ଛାଡ଼ି ଦେବାକୁ କହିଥିଲେ । କିନ୍ତୁ ରିୟା ଫିଲ୍ମ ଛାଡ଼ି ନଥିଲେ ବୋଲି ପୋଲିସ ଆଗରେ ବୟାନ ରଖିଛନ୍ତି ।

ରିୟା ତାଙ୍କର ଲଭ ଲାଇଫ କେମିତି ଆରମ୍ଭ ହେଲା ସେନେଇ ମଧ୍ୟ ସୂଚନା ଦେଇଛନ୍ତି । ସୁଶାନ୍ତ ଯେତେବେଳେ ୟଶ ରାଜ ବ୍ୟାନରର ସୁଧ ଦେଶୀ ରୋମାନ୍ସ ସୁଟିଂ କରୁଥିଲେ ସେତେବେଳେ ୟଶ ରାଜ ବ୍ୟାନରର ମେରେ ଡାଡ୍‌ କି ମାରୁତିର ସୁଟିଂ କରୁଥିଲେ ରିୟା । ଇଣ୍ଡଷ୍ଟ୍ରି ପାର୍ଟୀରେ ଦୁହିଁଙ୍କ ମଧ୍ୟରେ ସାକ୍ଷାତ ହେବା ପରେ ବନ୍ଧୁ ହୋଇଥିଲେ । ତା’ପରେ ୨୦୧୯ ମସିହାରେ ସୁଶାନ୍ତ ରିୟାଙ୍କ ପ୍ରେମ ପାଇଁ ପ୍ରସ୍ତାବ ଦେଇଥିଲେ ବୋଲି ରିୟା ପୋଲିସ ଆଗରେ ବୟାନ ରଖିଛନ୍ତି । ସୁଶାନ୍ତ ମୋତେ କହିଥିଲେ, ‘ମୁଁ ତୁମକୁ ପରୋକ୍ଷରେ କହି ପାରିବି ନାହିଁ, ସେଥିପାଇଁ ମୁଁ ତୁମକୁ ସିଧାସଳଖ କହୁଛି । ମୁଁ ତୁମକୁ ପସନ୍ଦ କରେ ମୁଁ ତୁମକୁ ମୋର ଗର୍ଲଫ୍ରେଣ୍ଡ କରିବାକୁ ଚାହୁଁଛି । ”ରିୟା ମଧ୍ୟ ସୁଶାନ୍ତଙ୍କ ହଁରେ ହଁ ଭରିଲା ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ ସମ୍ପର୍କ ।

ରିୟା ପୋଲିସକୁ ଆହୁରି ମଧ୍ୟ କହିଛନ୍ତି ଯେ । ସେପ୍ଟେମ୍ବର ୨୦୧୯ ରେ ଦିଲ୍ ଗରିବ ଫିଲ୍ମ ସମାପ୍ତ କରିବା ପରେ ସୁଶାନ୍ତଙ୍କ ପାଖରେ ଡିପ୍ରେସନର କିଛି ଲକ୍ଷଣ ଆରମ୍ଭ ହୋଇଥିଲା । ଆରମ୍ଭରେ, ସୁଶାନ୍ତ ତାଙ୍କୁ ଅଣଦେଖା କରିବାକୁ ଲାଗିଲେ କିନ୍ତୁ ଧୀରେ ଧୀରେ ଡିପ୍ରେସନର ଅସୁବିଧା ବଢ଼ିବାକୁ ଲାଗିଲା । ରିୟାଙ୍କ କହିବା ଅନୁଯାୟୀ ସେ ସୁଶାନ୍ତଙ୍କୁ ଡାକ୍ତରଙ୍କ ନିକଟକୁ ନେଇ ସୁଶାନ୍ତଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଏବଂ ସୁଶାନ୍ତ ଔଷଧ ମଧ୍ୟ ଖାଉଥିଲେ । ସେତେବେଳେ ରିୟା ସୁଶାନ୍ତଙ୍କ ସହିତ ରହି ସୁଶାନ୍ତଙ୍କର ଯତ୍ନ ନେଉଥିଲେ ବୋଲି ରିୟା ପୋଲିସକୁ କହିଛନ୍ତି । କିନ୍ତୁ ଦିନେ ସୁଶାନ୍ତରେ ରିୟାଙ୍କୁ କିଛି ଦିନ ପାଇଁ ତାଙ୍କ ପାଖରୁ ଚାଲିଯିବାକୁ କହିଥିଲେ। ସେ କିଛି ଦିନ ଏକୁଟିଆ ରହିବାକୁ ଚାହୁଁଛନ୍ତି ବୋଲି ସୁଶାନ୍ତ ରିୟାଙ୍କୁ କହିଥିଲେ ବୋଲି ରିୟା ବୟାନରେ ଦେଇଛନ୍ତି । ସୁଶାନ୍ତ ରିୟାଙ୍କୁ ବାରମ୍ବାର ଚାଲିଯିବାକୁ କହିବାରୁ ରିୟା ସୁଶାନ୍ତଙ୍କ ଘରୁ ଚାଲିଯାଇଥିଲେ ।

ରିୟା ଏବଂ ସୁଶାନ୍ତ ରୁମି ଜାଫରୀଙ୍କ ନିର୍ଦ୍ଦେଶନାରେ ଏକ ଫିଲ୍ମ କରିବାକୁ ଯାଉଥିଲେ । ଯାହାକୁ ଭାସୁ ଭାଗ୍ନାନୀ ପ୍ରଡ୍ୟୁସ କରିଥାନ୍ତେ । ଫେବୃଆରୀରେ ଫିଲ୍ମ ଫ୍ଲୋରରେ ଯିବାକୁ ସ୍ଥିର ହୋଇଥିଲା, ତା’ପରେ ସୁଟିଂ ମେ’ରୁ ଆରମ୍ଭ ହେବାର ସ୍ଥିର କରାଯାଇଥିଲା । କିନ୍ତୁ ଲକଡାଉନ କାରଣରୁ ଏହାର ସୁଟିଂ ହୋଇପାରିନଥିଲା ।

ପୋଲିସ ସୂଚନା ପାଇଛି ଯେ ୟଶ ରାଜ ବ୍ୟାନରର ଚଳଚ୍ଚିତ୍ର ଔରଙ୍ଗଜେବ ପାଇଁ ସୁଶାନ୍ତଙ୍କୁ ଅଫର କରାଯାଇଥିଲା । କିନ୍ତୁ ସୁଶାନ୍ତ ସେହି ଫିଲ୍ମ କରିବାକୁ ମନା କରିଦେଇଥିଲେ । ଯାହାପରେ ଚଳଚ୍ଚିତ୍ରଟି ପୁଣି ଅର୍ଜୁନ କପୁରଙ୍କୁ ଦିଆଯାଇଥିଲା । ଫିଲ୍ମ ଔରଙ୍ଗଜେବ  ଦସ୍ତଖତ ନକରିବାରୁ ୟଶ ରାଜ ସୁଶାନ୍ତଙ୍କ ଉପରେ ଅସନ୍ତୁଷ୍ଟ କି ନାହିଁ ତାହା ପୋଲିସ ଜାଣିବାକୁ ତଦନ୍ତ ଚଲାଇଛି ।

ଏଥି ସହିତ ସୁଶାନ୍ତଙ୍କ ମ୍ୟାନେଜର ଶ୍ରୁତି ମୋଦୀ କରଣ ଜୋହର ଏବଂ ସୁଶାନ୍ତଙ୍କ ମଧ୍ୟରେ ଏକ ପ୍ରକଳ୍ପ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ । ଶ୍ରୁତିଙ୍କ ଅନୁଯାୟୀ ସୁଶାନ୍ତ ଧର୍ମା ପ୍ରଡକ୍ସନ୍ ଫିଲ୍ମ ଡ୍ରାଇଭ ରେ କାମ କରିଥିଲେ । ସେହି ଫିଲ୍ମର ଡବିଂ ପାଇଁ ସୁଶାନ୍ତ ଡେଟ କରିନଥିଲେ । ଯେତେବେଳେ ଶ୍ରୁତି ସୁଶାନ୍ତଙ୍କ ସହ କଥା ହୋଇଥିଲେ ସେତେବେଳେ ସୁଶାନ୍ତ କହିଥିଲେ ଯେ ମୁଁ ତିନିଥର ଡବିଂ କରିବାର ତାରିଖ ଦେଇଛି କିନ୍ତୁ ସେ କିଛି କରିନାହାଁନ୍ତି । ଏହି ଚଳଚ୍ଚିତ୍ର ସଂପର୍କରେ ସୁଶାନ୍ତ ଏବଂ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ ମଧ୍ୟରେ କୌଣସି ମତଭେଦ ଅଛି କି ନାହିଁ ସେ ସମ୍ପର୍କରେ ପୋଲିସ ସୂଚନା ନେଉଛି।

ସୁଶାନ୍ତଙ୍କୁ ବ୍ୟବସ୍ଥିତ ଢଙ୍ଗରେ କରାଯାଉଥିଲା ଟର୍ଚର: ପ୍ରମାଣ ସହ ଭିଡିଓ ଜାରି କଲେ କଙ୍ଗନା

ମୁମ୍ୱାଇ: ବଲିଉଡ୍‌ କୁଇନ୍ କଙ୍ଗନା ରଣାଓ୍ୱତ ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ନେଇ ପୁଣି ଏକ ଭିଡିଓ ଜାର କରିଛନ୍ତି । ସେ ଏଥର ମିଡିଆକୁ ଆକ୍ଷେପ କରିଛନ୍ତି । କଙ୍ଗନା କିଛି ମିଡିଓ ରିପୋର୍ଟର ଉଦାହରଣ ଦେଇ ସୁଶାନ୍ତଙ୍କୁ ବ୍ୟବସ୍ଥିତ ଢଙ୍ଗରେ ବିରକ୍ତ କରାଯାଇଥିବା ସେ ଆଭିଯୋଗ ଆଣିଛନ୍ତି ।

Kangana Ranaut blasts Bollywood for not acknowledging Sushant's ...

ସୁଶାନ୍ତଙ୍କ ବାପା , ଅଙ୍କିତା ଲାଖୋଣ୍ଡେ, ନିର୍ଦ୍ଦେଶକ ଅଭିଷେକ କପୂରଙ୍କ ବୟାନକୁ ପଢ଼ି ଶୁଣାଇବା ସହ ସେମାନଙ୍କୁ ମଧ୍ୟ ସମାନ ବିଶ୍ୱାସ ଥିବା କହିଛନ୍ତି । ସୁଶାନ୍ତଙ୍କୁ ଧିରେ ଧିରେ ନିୟମିତ ଭାବେ ଟର୍ଚର କରାଯାଉଥିଲା । ଏଥିସହିତ ସୁଶାନ୍ତଙ୍କ ବିରୋଧରେ ଛପା ଯାଇଥିବା କିଛି ରିପୋର୍ଟ ସମ୍ପର୍କରେ ସୂଚିତ କରାଇଛନ୍ତି ।

Sushant Singh Rajput News: Ankita Lokhande snapped outside Ekta ...

ସେ କହିଛନ୍ତି କିଛି ରିପୋର୍ଟରେ ତାଙ୍କ ନାଁ ନନେଇ ତାଙ୍କ ବିରୋଧରେ ମିଛ ଖବର ଛାପାଯାଇଛି  । ଗୋଟିଏ ରିପୋର୍ଟରେ ସୁଶାନ୍ତ ଟ୍ରକ ଡ୍ରାଇଭର ଭଳି ଲାଗନ୍ତି ବୋଲି ପ୍ରକାଶ ପାଇଥିବା ବେଳେ ଅନ୍ୟ ଏକ ରିପୋର୍ଟରେ ସେ ଯେତେବେଳେ ଶାରିରୀକ ସମ୍ପର୍କ ରଖନ୍ତି ସେ କେବଳ  ନିଜ ଗୀତ ହିଁ ଶୁଣନ୍ତି ।

https://www.facebook.com/TeamKanganaRanautOfficial/videos/1177870719218828/?v=1177870719218828

ଏଭଳି କି ସୁଶାନ୍ତ ଜଣେ ସହଅଭିନେତ୍ରୀଙ୍କ ସହ ଦୁଷ୍କର୍ମ କରିଛନ୍ତି ଏବଂ ବର୍ତ୍ତମାନ ମି ଠୁ କ୍ୟାମ୍ପେନ ଚାଲିଥିବାରୁ ସେ ଖୁବଶୀଘ୍ର ଜେଲ୍‌ ମଧ୍ୟ ଯାଇପାରନ୍ତି, ଭଳି ମିଛ ଖବର ଛପାଯାଇଥିବା କହିଛନ୍ତି କଙ୍ଗନା । ତେବେ ସିଧାସଳଖ ତାଙ୍କ ନାମ ନିଆଯାଇନଥିବାରୁ ସେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତିନି ବୋଲି କହିଛନ୍ତି କଙ୍ଗନା ।

ବ୍ରହ୍ମପୁର କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟାକାଣ୍ଡର ପର୍ଦ୍ଦ।ଫାସ୍‌, ୩ ଜଣ ଗରିଫ ୨ଜଣ ଫେରାର

ବ୍ରହ୍ମପୁରର: ବ୍ରହ୍ମପୁରର ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନୀ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦ।ଫାସ୍‌ । ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ତଥା ଡ୍ରାଇଭର ରୂପେଶକୁ ଗିରଫ କରିଛି ପୋଲିସ ।  ହତ୍ୟାକାଣ୍ଡ ପୂର୍ବରୁ ଷ୍ଟେସନ୍‌ ରୋଡରେ ହତ୍ୟାକାରୀମାନେ ଯୋଜନା କରୁଥିବା ସିସିଟିଭି ଭିଡିଓ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ଲୁଟ୍‌ ସମୟରେ ଲୁଟେରାମାନେ ଗାମୁଛାରେ ତଣ୍ଟି ଚିପି ହତ୍ୟା କରି ଲୁଟି ନେଇଥିଲେ ନଗଦ ୬ଲକ୍ଷ ଟଙ୍କା ଓ ସୁନାଗହଣା ।

ପ୍ରମାଣ ଲୁଚାଇବାକୁ ଯାଇ ସିସିଟିଭି କ୍ୟାମେରା ସହ ହାର୍ଡଡିସ୍କକୁ ମଧ୍ୟ ନେଇ ଯାଇଥିଲେ ଲୁଟେରା । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତାରେ ବ୍ରହ୍ମପୁର ପୋଲିସର ସ୍ୱତନ୍ତ୍ର ଟିମ୍‌ କରିଛି ହତ୍ୟାକାଣ୍ଡର ପର୍ଦ୍ଦ।ଫାସ୍‌ ।

ସିସିଟିଭି ନଜରରୁ ଖସି ଯାଇଥିଲେ ବି ପୋଲିସ ନଜରରୁ ଖସିପାରି ନାହାନ୍ତି ହତ୍ୟାକାରୀ । ପୋଲିସର ସନ୍ଦେହ ଘେରକୁ ନଆସିବା ପାଇଁ ଘଟଣା ପରଠାରୁ ପୋଲିସ ପାଖରେ ହିଁ ରହିଥିଲା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଡ୍ରାଇଭର ।

ଘଟଣା ରାତିରେ ରୁପେଶ ଲମ୍ବୋଦରଙ୍କ ଘର ଠାରୁ ଦୂରରେ ରହି ମୋବାଇଲରେ କରୁଥିଲା ଅପରେଟ୍‌ । ରୁପେଶକୁ ଅଟକ ରଖି ଜେରା କରିବା ପରେ ପୋଲିସକୁ ମିଳିଥିଲା ସୁରାକ । ତେବେ ଘଟଣାରେ ଫେରାର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ  ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍‌.ପି ।

୧୦ ଯବାନଙ୍କୁ ମୁକ୍ତ କଲା ଚୀନ: କଥାବାର୍ତ୍ତା ପାଇଁ ଆରମ୍ଭ ହୋଇପାରେ ପ୍ରକ୍ରିୟା

ଲଦାଖ: ଭାରତ-ଚୀନ ମଧ୍ୟରେ କଥାବାର୍ତ୍ତା ଆଗକୁ ନେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗଲଓ୍ୱାନ ଘାଟିର ପାଟ୍ରୋଲିଂ ପଏଣ୍ଟ ୧୪ ନିକଟରେ ସୋମବାର ଉତ୍ତେଜନା ପ୍ରକାଶ ପାଇଥିଲା । ଯେଉଁଥିରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ୧୦ ଭାରତୀୟ ଯବାନଙ୍କୁ ନିଜ ବନ୍ଧକ ରଖିଥିଲା ଚୀନ । ଏହାପରଠୁ ସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ିଥିଲା ।

10 Army soldiers, including 4 officers, held captive by China ...

ମେଜର ଜେନରାଲ ସ୍ତରରେ କଥାବାର୍ତ୍ତା ପରେ ୧୦ ଭାରତୀୟ ଯବାନଙ୍କୁ ଚୀନ ଗୁରୁବାର ଅର୍ଥାତ ଘଟଣାର ୩ ଦିନ ପରେ ଛାଡ଼ିଦେଇଛି । ବନ୍ଧକ ଥିବା ଯବାନଙ୍କ ମଧ୍ୟରେ ୨ ସେନା ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । ହିଂସା ଘଟଣା ପରେ ୨ ଦେଶର ମେଜର ଜେନରାଲ ଲଗାତାର ୩ ଦିନ ଯାଏଁ ବୈଠକ ହୋଇଥିଲା ଏବଂ ବନ୍ଧକ ରଖାଯାଇଥିବା ସୈନିକଙ୍କୁ ମୁକ୍ତ କଲା ଚୀନ ।

10 Indian soldiers detained by Chinese during Galwan Valley clash ...

ତେବେ କେଉଁ ସର୍ତ୍ତରେ ସେମାନଙ୍କୁ ମୁକ୍ତ କରାଯାଇଛି ସେ ନେଇ କୌଣସି ସୂଚନା ମିଳିନାହିଁ । ୧୦ ଭାରତୀୟ ଯବାନଙ୍କ ଫେରିବା ପରେ ବି ଗଲଓ୍ୱାନ ଘାଟିରେ ସ୍ଥିତି ଅଶାନ୍ତ ରହିଛି । ଗଲଓ୍ୱାନ ଘାଟି ଏବଂ ପେଙ୍ଗଙ୍ଗ୍‌ ହ୍ରଦ ପାଖରେ ୨ ଦେଶ ପକ୍ଷରୁ ଅତିରିକ୍ତ ସୈନିକଙ୍କୁ ମୁତୟନ କରାଯାଇଛି । ଯେଉଁଠାରେ ୫ ମଇରେ ୨ ଦେଶର ସେନା ମୁହାଁମୁହିଁ ହୋଇଥିଲେ ।

China releases 10 Indian Army personnel after intense Major ...

ଦେଶହିତ ନିଷ୍ପତ୍ତି ସହ ବିଜେଡି ଦୃଢ଼ ଭାବେ ଛିଡା ହେବ : ପିନାକୀ ମିଶ୍ର

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାରେ ଆମ ଓଡ଼ିଶାର ୨ଜଣ ଯବାନଙ୍କୁ ମିଶାଇ ମୋଟ ୨୦ଜଣ ସୈନିକ ସହିଦ୍ ହୋଇଛନ୍ତି । ଦେଶ ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି  । ଏଥିପାଇଁ କେନ୍ଦ୍ର ସରକାରକୁ ଦୃଢ଼ ନିଷ୍ପତ୍ତି ନେବାକୁ  ପଡ଼ିବ । ଏନେଇ କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେବେ ତାକୁ ବିଜୁ ଜନତା ଦଳ ଦୃଢ଼ ସମର୍ଥନ କରିବ । ସୀମା ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡ଼ାକିଥିବା ସର୍ବଦଳୀୟ ବୈଠକ ପୂର୍ବରୁ ବିଜେଡ଼ିର ପ୍ରତିନିଧି ପିନାକୀ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି  । ପିନାକୀ ମିଶ୍ର କହିଛନ୍ତି, କେନ୍ଦ୍ର ରାଜନୈତିକ, ସାମରିକ ଓ ଅର୍ଥନୈତିକ ଦୃଷ୍ଟିରୁ ଯେଉଁ ନିଷ୍ପତ୍ତି ନେବ, ବିଜୁ ଜନତା ଦଳ ସମର୍ଥନ କରିବ  । ଏ ସମୟ, ସରକାରଙ୍କ ଉପରେ ଅଭିଯୋଗ ନ ଆଣି ସମସ୍ତ ବିରୋଧି ଦଳ ଏକଜୁଟ୍ ହୋଇ ଚାଲିବା  । ଆମେ ଏକାଧିକ ପରିସ୍ଥିତିରେ  ଫସିଯାଇଛେ  । ତେଣୁ ଏବେ ଏକମତ ହୋଇ କଥା ହୋଇ ନିଷ୍ପତ୍ତି ନେବା ଆବଶ୍ୟକ ଏବଂ ଏହା ହିଁ ବିଜୁ ଜନତା ଦଳର ମତ  ।

all party meeting

ସାଂସଦ ମିଶ୍ର ସହିଦ୍ ହୋଇଥିବା ୨୦ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି  । ପିନାକୀ କହିଛନ୍ତି, ୨ ଓଡ଼ିଆଙ୍କୁ ମିଶାଇ ଦେଶର ୨୦ଜଣ ସୁପୁତ୍ର ସହିଦ୍ ହୋଇଛନ୍ତି  । ସେମାନଙ୍କ ପାଖରେ ଆମେ ନତମସ୍ତକ  । କଠିନ ପରିସ୍ଥିତିରେ ଯେଉଁମାନେ ସୀମାକୁ ସୁରକ୍ଷା ଦେଉଛନ୍ତି ତାଙ୍କୁ ପିନାକୀ ପ୍ରଣାମ ଜଣାଇଛନ୍ତି  ।

ଚାଇନା ସାମଗ୍ରୀକୁ ବୟକଟ୍ କରିବା ପ୍ରସଙ୍ଗରେ ପିନାକୀ ମିଶ୍ର କହିଛନ୍ତି, ମୁଁ ବ୍ୟକ୍ତିଗତ ଭାବରେ ଚାଇନା ସାମଗ୍ରୀ ବୟକଟକୁ ସମର୍ଥନ କରେ  । କିନ୍ତୁ ୨ କି ୫ଜଣ ଚାହିଁଲେ ଏହା ହେବ ନାହିଁ  । ଏଥିପାଇଁ ସରକାର ବିଭିନ୍ନ ଦିଗକୁ ଦୃଷ୍ଟି ଦେବାକୁ ପଡିବ  ।

 

ଦୁନିଆରୁ ସମସ୍ତ ଭାଇରସ୍ ଗାଏବ ହୋଇଗଲେ କଣ ହେବ ?

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଭାଇରସ୍ ଯୋଗୁଁ ଏବେ ଯାଏଁ ୪ ଲକ୍ଷ ୪୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଏହା ପୂର୍ବରୁ ମାନବ ଇତିହାସରେ କିଛି ଭାଇରସ୍ ମଧ୍ୟ ଲକ୍ଷ, କୋଟି ଲୋକଙ୍କ ଜୀବନ ନେଇଛନ୍ତି । କିନ୍ତୁ, ଏବେ ପ୍ରଶ୍ନ ଉଠୁଛି ଯଦି ସବୁ ଭାଇରସ୍ ଦୁନିଆରୁ ଗାଏବ ହୋଇଯିବେ ତାହାଲେ କଣ ହେବ ? କଣ ଆମେ ଶୃଙ୍ଖଳିତ ଭାବେ ବଞ୍ଚିପାରିବା ନା ଅସ୍ଥିର ହୋଇ ମରିବା ? ବିଜ୍ଞାନ ଅନୁସାରେ କଣ ହେବ ଓ କାହିଁକି ? ତାହା ଆପଣଙ୍କ ଆଶ୍ଚର୍ଯ୍ୟ କରିପାରେ ।

ସ୍ୱାଇନ୍ ଫ୍ଲୁ, ସ୍ମଲପକ୍ସ, ଏଚ୍ଆଇଭି ପରେ କରୋନା ହେଉଛି ମାରାତ୍ମକ ଭୂତାଣୁର ସ୍ୱିକେଲ । କରୋନା ଭାଇରସ୍ ପ୍ରଭାବରେ ଜୀବନଶୈଳୀ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି । ତେବେ ଯଦି କୁହାଯିବ ଆପଣ ଚାହିଁଲେ ଦୁନିଆରୁ ସବୁ ଭାଇରସ୍ ଯାଦୁରେ ଗାଏବ ହୋଇଯିବେ ? ସମସ୍ତଙ୍କ ମୁହଁରୁ ଗୋଟିଏ ଶବ୍ଦ ଆସିବ ହଁ । ଯଦି ଏହି ଜବାବରେ ସତରେ ଯାଦୁ ହୋଇଗଲା ତେବେ ଆପଣ କିଛି ସମୟ ପାଇଁ ଅତିଥି ହୋଇଯିବେ ।

ଭାଇରସ୍ ବିନା ବଞ୍ଚିପାରିବ କି ଦୁନିଆ ?

ଭାଇରସଙ୍କ ସଂଖ୍ୟାଠାରୁ ଅଧିକ ଭାଇରସ୍ ଅଛନ୍ତି ଯେଉଁମାନେ ମଣିଷ ଶରୀରରେ ରୋଗ ସୃଷ୍ଟି କରନ୍ତି ନାହିଁ । ବରଂ ଆମର ଶରୀରକୁ ସୁସ୍ଥ ରଖନ୍ତି । ଏହାବ୍ୟତୀତ କିଛି ଆମ ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ଉଦ୍ଭିଦଙ୍କ ଠାରୁ କୀଟ ଓ ମନ୍ୟୁଷ ଯାଏଁ ଜୀବନ ସନ୍ତୁଳନ ପାଇଁ ଭାଇରସ୍ ମୁଖ୍ୟ ଅଟେ । ମେକ୍ସିକୋର ଏକ ୟୁନିଭରସିଟିର ଭାୟରୋଲୋଜିଷ୍ଟ ସୂଜୈନା ଲୋପେଜଙ୍କ ଅନୁଯାୟୀ ଭାଇରସ୍ ବିନା ଜୀବନ ଅସମ୍ଭବ ।

ଭୂତାଣୁ ବିଷୟରେ କେତେ ଜାଣନ୍ତି ବୈଜ୍ଞାନିକ ?

ଭାଇରୋଲୋଜିଷ୍ଟ ଅନୁସନ୍ଧାନକାରୀମାନେ ପ୍ରକୃତରେ ଭାଇରସ୍ ବିଷୟରେ ବହୁତ କିଛି ଜାଣନ୍ତି ନାହିଁ । ହଜାର ହଜାର ଭୂତାଣୁ ବର୍ଗୀକୃତ ହୋଇଖିବା ବେଳେ ଲକ୍ଷ ଲକ୍ଷ ଭୂତାଣୁଙ୍କୁ ବୈଜ୍ଞାନିକ ଏବେ ବି ଜାଣନ୍ତି ନାହିଁ । କାହିଁକି ? ଭୂତାଣୁ ଇକୋଲୋଜିଷ୍ଟ ମ୍ୟାରିଲିନ ରୁସିଂକଙ୍କ ମତରେ ବିଜ୍ଞାନ କେବଳ ସେହି ଭାଇରସ୍ ମାନଙ୍କ ଅଧ୍ୟୟନ କରେ ଯେଉମାନେ ରୋଗାକ୍ରାନ୍ତ କରନ୍ତି । କିନ୍ତୁ ବୈଜ୍ଞାନିକମାନେ ଏହା ଜାଣନ୍ତି ନାହିଁ କେତେ ପ୍ରତିଶତ ଭାଇରସ୍ ମନ୍ୟୁଷ ପାଇଁ କ୍ଷତିକାରକ ।

ଅମ୍ଳଜାନ ସହ ଭାଇରସର ସମ୍ପର୍କ

ପରିବେଶ ପାଇଁ ଭୂତାଣୁ ଜରୁରୀ । କାରଣ ଭାଇରସ୍ ବିପଜ୍ଜନକ ବ୍ୟାକ୍ଟେରିଆକୁ ନଷ୍ଟ କରି ଦେଇଥାଏ । ଭାଇରସ୍ ଦୁନିଆରୁ ଗାଏବ ହୋଇଗଲେ ବ୍ୟାକ୍ଟେରିଆ ବିସ୍ଫୋରଣ ହେବ ଅର୍ଥାତ୍ ବ୍ୟାକ୍ଟେରିଆଙ୍କ ସଂଖ୍ୟା ଅଚାନକ ବଢ଼ିଯିବ । ବାସ୍ତବରେ ସମୁଦ୍ର ଗର୍ଭରେ ଥିବା ୯୦ ପ୍ରତିଶତ ସୂକ୍ଷ୍ମ ଜୀବଙ୍କ କାରଣରୁ ପୃଥିବୀ ଦରକାର କରୁଥିବା ଅଧା ଅମ୍ଳଜାନ ମିଳିଥାଏ । ଅମ୍ଳଜାନ ପ୍ରସ୍ତୁତି ପ୍ରକ୍ରିୟା ଭାଇରସ୍ ଜରିଆରେ ସଞ୍ଚାଳିତ ହୁଏ । ଭାଇରସ୍ ପ୍ରତିଦିନ ୨୦ ପ୍ରତିଶତ ସାମୁଦ୍ରିକ ସୂକ୍ଷ୍ମଜୀ ବ ଓ ୫୦ ପ୍ରତିଶତ ସାମୁଦ୍ରିକ ବ୍ୟାକ୍ଟେରିଆକୁ ନଷ୍ଟ କରି ଦେଇଥାଏ ।

ଭୂତାଣୁ ବିନା କ୍ଷୀର ମିଳିବନି

କେବଳ ସାମୁଦ୍ରିକ ଜୀବ କାହିଁକି ସୂକ୍ଷ୍ମ ଜୀବଙ୍କ ଜୀବନଚକ୍ର ସହ ଅନେକ ପ୍ରକାର ଜୀବଙ୍କ ଜୀବନରେ ଭାଇରସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବୈଜ୍ଞାନିକଙ୍କ ମତରେ ଗାଈ ଭଳି କ୍ଷୀର ଦେଉଥିବା ଅନ୍ୟ ଜନ୍ତୁ ଘାସରୁ ସେଲ୍ୟୁଲୋଜକୁ ଚିନିରେ ପରିଣତ କରନ୍ତି । ଏହାର ମେଟାବାଲିଜମ୍ ପରେ ଦୁଗ୍ଧରେ ପରିଣଚ ହୋଇଥାଏ । କେତକତ ଜୀବଙ୍କ ସହିତ ମଣିଷ ଶରୀରରେ ଉପକାରୀ ସୂକ୍ଷ୍ମ ଜୀବଙ୍କୁ ବଞ୍ଚାଇ ରଖିବାକୁ ଭାଇରସ୍ ସହାୟକ ହୋଇଥାନ୍ତି ।

ଭାଇରସ୍ ଆମ ସୁରକ୍ଷା କବଚ ?ମଣିଷ ଶରୀରରେ ରୋଗ ସହିତ ଲଢ଼ିବାରେ କେତକ ଭଲ ଭାଇରସ୍ ସହାୟତା କରନ୍ତି । ଉଦାହରଣ ସ୍ୱରୁପ- ମଣିଷ ଶରୀରରେ ରକ୍ତରେ ଥିବା ଜିବି ଭାଇରସ୍ ସି, ବେଷ୍ଟ ନାଇଲ୍ ଭାଇରସ ହେଉଛି ଡେଙ୍ଗୁ ଭାଇରସ୍ ପ୍ରଜାତିର । କିନ୍ତୁ ଏହା ମଣିଷ ଶରୀରରେ ରୋଗ ନୁହେଁ ବରଂ ଲାଭକାରୀ ଅଟେ । ଏହାଦ୍ୱାରା ଏଚ୍ଆଇଭି ରୋଗୀଙ୍କ ଠାରେ ଏଡସ୍ ବିଳମ୍ବରେ ହୋଇଥାଏ । ଏହି ଭାଇରସ୍ ଯୋଗୁଁ ଇବୋଲା ସଂକ୍ରମଣରେ ମୃତ୍ୟୁ ଆଶଙ୍କା କମିଥାଏ ।

ଶରୀରରେ ଭାଇରସର ଘର କେତେ ବଡ଼ ?

ମଣିଷର ଜିନରେ ଅନୁମାନ ପ୍ରକାରେ ୮ ପ୍ରକାରର ଭାଇରଲ୍ ଉପାଦାନ ରହିଛି । ସେହିଭଳି ସ୍ତନପ୍ରାୟୀ ପ୍ରାଣୀଙ୍କ ଜିନରେ ସମାନ ରୂପରେ ଦେଖାଯାଉଥିବା ବେଳେ ୧ ଲକ୍ଷ ଅବଶେଷ ଭାଇରସ୍ ଉତ୍ପନ୍ନ ହୋଇଥାଏ । ୨୦୧୮ରେ ଭିନ୍ନ ଭିନ୍ନ ରିସର୍ଚ୍ଚ ହୈରତଅଙ୍ଗ୍ରେଜ୍ ଅନୁସାରେ ପ୍ରୋଟିନ୍ ପାଇଁ କୋଡେଡ୍ ଭାଇରସ୍ ସ୍ମୃତି ଶକ୍ତିକୁ ଦୀର୍ଘ ସମୟ ପାଇଁ ଜାବୁଡ଼ି ରଖିବାରେ ସକ୍ଷମ ହୁଏ । ଏହାଦ୍ୱାରା ସ୍ନାୟୁ କୋଷଗୁଡ଼ିକ ସମ୍ପର୍କ ସ୍ଥାପନ କରିଥାନ୍ତି ।

ବିଶେଷଜ୍ଞଙ୍କ ପ୍ରକାର କେବଳ ମଣିଷ କାହିଁକି ଜୀବନରେ କେତକ ସମୟରେ ଭାଇରସ୍ ମହତ୍ତ୍ୱପୂର୍ଣ୍ଣ । ଯଦିଓ ଭାଇରସ୍ ବାବଦରେ ଆମ ପାଖରେ କମ୍ ସୂଚନା ଅଛି । ବର୍ତ୍ତମାନ ଭାଇରସ୍ ବିଷୟରେ ଅଧିକ ଜାଣିବା ଓ ବୁଝିବା ଦରକାର । କେବଳ କ୍ଷତିକାରକ ନୁହେଁ ବରଂ ଉପକାରୀ ଭାଇରସ୍ ବିଷୟରେ ଅଧ୍ୟୟନ ଜରୁରୀ ।

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୩ ଜଣ କରୋନା ରୋଗୀ, ୩୨୦୦ ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର: ରଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ କରୋନାରୁ ସୁସ୍ଥ ହାର ମଧ୍ୟ ବଢ଼ିବାରେ ଲାଗିଛି । ଶୁକ୍ରବାର ରାଜ୍ୟରେ ଆଉ ୧୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୧୫୩ ଜଣ କରୋନା ସୁସ୍ଥଙ୍କ ମଧ୍ୟରୁ ସର୍ବାଧିକ ୪୩ ଜଣ କଟକରୁ ସୁସ୍ଥ ହୋଇଛନ୍ତି ଏହା ସହ ଜଗତସିଂହପୁରରୁ ୨୧ ଜଣ ସୁସ୍ଥ ହୋଇଛନ୍ତି । ସପଟେ କନ୍ଧମାଳରୁ ୧୮ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୨, ଭଦ୍ରକରୁ ୧୧, ଗଜପତିରୁ ୯ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି କଳାହାଣ୍ଡିରୁ ୭ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର, ଦେଓଗଡ଼, ଗଞ୍ଜାମ, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । କୋରାପୁଟରୁ ଜଣେ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ସହ ରାଜ୍ୟରେ ୩୨୦୦ରେ ପହଞ୍ଚିଛି କରୋନା ସୁସ୍ଥଙ୍କ ସଂଖ୍ୟା ।

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର: ପ୍ଳାଜମା ଥେରାପି ଲାଗି ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ସତ୍ୟେନ୍ଦ୍ର ଜୈନ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ତାଙ୍କୁ ଅକ୍ସଜେନ୍ ସପୋର୍ଟରେ ରଖାଯାଇଛି | ସଦ୍ୟ ସୂଚନା ଅନୁଯାୟୀ, ସତ୍ୟେନ୍ଦ୍ର ଜୈନଙ୍କୁ ପ୍ଳାଜମା ଥେରାପି ଦେବା ପାଇଁ ପ୍ରସ୍ତୁତି ଚାଲିଛି।

ଏଥିପାଇଁ ସେମାନଙ୍କୁ ସାକେତର ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୨ ଦିନ ପୂର୍ବରୁ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ତେବେ ସଦ୍ୟ ପ୍ରାପ୍ତ ସିଟି ସ୍କାନ୍‌ ରିପୋର୍ଟ ଅନୁଯାୟୀ ତାଙ୍କ ଫୁସଫୁସରେ ଏକ ପ୍ୟାଚ୍ ବୃଦ୍ଧି ପାଇଛି ଏବଂ ଏହା ସମସ୍ୟାକୁ ଆହୁରୀ ବଢ଼ାଇ ଦେଇଛି |

Plasma Therapy 'No Magic Bullet' Against COVID-19: Experts - The ...

ପ୍ଳାଜମା୍‌ ଥେରାପି ପାଇଁ ତାଙ୍କୁ ମ୍ୟାକ୍ସକୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ଏନେଇ ରାଜୀବ ଗାନ୍ଧୀ ଡାକ୍ତରଖାନା ପକ୍ଷରୁ ଅନୁମତି ଦିଆଯାଇନଥିଲା କିନ୍ତୁ ପରେ ପରିବାରର ଲୋକଙ୍କ ଅନୁରୋଧ କ୍ରମେ ତାଙ୍କୁ ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦେଶର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଭୂତାଣୁଠୁ ‘ଭୋଟ୍’ ଭୟ ଅଧିକ, ପିପିଇ କିଟ୍ ପିନ୍ଧି ଭୋଟ୍ ଦେଲେ ବିଧାୟକ

ଭୋପାଳ: କରୋନା ସଂକ୍ରମଣ କାଳରେ ନେତାଙ୍କ କ୍ଷମତା ପାଗଳାମୀ । ହଜାରେ ଜୀବନ ଯାଉ ପଛେ ଗୋଟିଏ ସିଟ୍ ମିଳିଯାଉ । ମଧ୍ୟପ୍ରଦେଶର ୧୧ଟି ରାଜ୍ୟସଭା ଆସନ ମଧ୍ୟରୁ ଖାଲିଥିବା ୩ଟି ଆସନ ପାଇଁ ଆଜି ମତଦାନ ହୋଇଛି । ସଦସ୍ୟ ଥିବା ୮ଟି ଆସନରୁ ୬ଟି ବିଜେପି ଓ ୨ଟି କଂଗ୍ରେସ ଅକ୍ତିଆରରେ ରହିଛି । କଳେବଳେ ଖାଲିଥିବା ୩ଟି ଆସନକୁ ହାତେଇବାକୁ ଉଦ୍ୟମ କରୁଛି କଂଗ୍ରେସ । ନିକଟରେ ଯଦିଓ ରାଜ୍ୟରେ କମଲନାଥଙ୍କ ନେତୃତ୍ୱର କଂଗ୍ରେସ ସରକାର କ୍ଷମତାରୁ ଯାଇଛି କିନ୍ତୁ ଲୋଭ କମିନି । ରାଜ୍ୟସଭା ପାଇଁ ଭୋଟିଂ ବେଳେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ । କରୋନା ସଂକ୍ରମିତ କଂଗ୍ରେସ ବିଧାୟକ ପିପିଇ କିଟ୍ ପିନ୍ଧି ପହଞ୍ଚିଥିଲେ ଭୋଟ୍ ଦେବାକୁ ।

ଶୁକ୍ରବାର ସକାଳୁ ଆରମ୍ଭ ହୋଇଥିଲା ଭୋଟିଂ । ଜଣକ ପରେ ଜଣେ କଂଗ୍ରେସ ଏବଂ ବିଜେପି ବିଧାୟକମାନେ ରାଜ୍ୟସଭା ନିର୍ବାଚନରେ ​​ଭୋଟ୍ ଦେଇଥିଲେ । ଅପରାହ୍ଣ ପ୍ରାୟ ୧ଟା ବେଳେ କରୋନା ଆକ୍ରାନ୍ତ କଂଗ୍ରେସ ବିଧାୟକ କୁନାଲ ଚୌଧୁରୀ ଭୋଟ୍ ଦେବା ପାଇଁ ପିପିଇ କିଟ୍ ପିନ୍ଧି ବିଧାନସଭା ଭବନରେ ପହଞ୍ଚିଥିଲେ । କିଛି ଦିନ ପୂର୍ବେ କରୋନା ଟେଷ୍ଟିଂରେ ତାଙ୍କ ନମୁନା ପଜିଟିଭ ଆସିଥିଲା ।

କରୋନା ହୋଇଥିବା ବ୍ୟକ୍ତି ସମସ୍ତଙ୍କ ଠାରୁ ଦୂରେଇ ରହିବା ସହ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଭୋଟ୍ ହେତୁ ବିଧାୟକ ସମସ୍ତ ସତର୍କତା ଅବଲମ୍ବନ କରି ବିଧାନସଭାରେ ପହଞ୍ଚିଥିଲେ ଭୋଟ ଦେବା ପାଇଁ । ସେପଟେ ବିଧାୟକ ଭୋଟ୍ ଦେବା ପରେ ସମଗ୍ର ଅଞ୍ଚଳକୁ ସାନିଟାଇଜ କରାଯାଇଥିଲା । ଭୋଟ୍ ସ୍ଥାନ ଏବଂ ସମଗ୍ର ମୁଖ୍ୟ ଫାଟକକୁ ସାନିଟାଇଜ କରାଯାଇଥିଲା ।

ତେବେ, ପ୍ରଶ୍ନ ଉଠୁଛି ନେତାଙ୍କ ପାଇଁ ଜୀବନ ଆଗ ନା କ୍ଷମତା । ଯଦିଓ ଗୋଟିଏ ଭୋଟ୍ ହାରଜିତ୍ ପାଇଁ ନିର୍ଣ୍ଣାୟକ ତେବେ ଏଥିପାଇଁ ସର୍ବସାଧାରଣଙ୍କ ଜୀବନକୁ ବିପନ୍ନ କରିବା କେତେଦୂର ଠିକ୍ ? ପିନ୍ଧିଥିବା ସୁରକ୍ଷା ଉପକରଣ ସତ୍ତ୍ୱେ କରୋନା ବ୍ୟାପିଲେ ଦାୟୀ ରହିବେ ତ ବିଧାୟକ ?