spot_img
Home Blog Page 6956

ଦୁନିଆରୁ ସମସ୍ତ ଭାଇରସ୍ ଗାଏବ ହୋଇଗଲେ କଣ ହେବ ?

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଭାଇରସ୍ ଯୋଗୁଁ ଏବେ ଯାଏଁ ୪ ଲକ୍ଷ ୪୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଏହା ପୂର୍ବରୁ ମାନବ ଇତିହାସରେ କିଛି ଭାଇରସ୍ ମଧ୍ୟ ଲକ୍ଷ, କୋଟି ଲୋକଙ୍କ ଜୀବନ ନେଇଛନ୍ତି । କିନ୍ତୁ, ଏବେ ପ୍ରଶ୍ନ ଉଠୁଛି ଯଦି ସବୁ ଭାଇରସ୍ ଦୁନିଆରୁ ଗାଏବ ହୋଇଯିବେ ତାହାଲେ କଣ ହେବ ? କଣ ଆମେ ଶୃଙ୍ଖଳିତ ଭାବେ ବଞ୍ଚିପାରିବା ନା ଅସ୍ଥିର ହୋଇ ମରିବା ? ବିଜ୍ଞାନ ଅନୁସାରେ କଣ ହେବ ଓ କାହିଁକି ? ତାହା ଆପଣଙ୍କ ଆଶ୍ଚର୍ଯ୍ୟ କରିପାରେ ।

ସ୍ୱାଇନ୍ ଫ୍ଲୁ, ସ୍ମଲପକ୍ସ, ଏଚ୍ଆଇଭି ପରେ କରୋନା ହେଉଛି ମାରାତ୍ମକ ଭୂତାଣୁର ସ୍ୱିକେଲ । କରୋନା ଭାଇରସ୍ ପ୍ରଭାବରେ ଜୀବନଶୈଳୀ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି । ତେବେ ଯଦି କୁହାଯିବ ଆପଣ ଚାହିଁଲେ ଦୁନିଆରୁ ସବୁ ଭାଇରସ୍ ଯାଦୁରେ ଗାଏବ ହୋଇଯିବେ ? ସମସ୍ତଙ୍କ ମୁହଁରୁ ଗୋଟିଏ ଶବ୍ଦ ଆସିବ ହଁ । ଯଦି ଏହି ଜବାବରେ ସତରେ ଯାଦୁ ହୋଇଗଲା ତେବେ ଆପଣ କିଛି ସମୟ ପାଇଁ ଅତିଥି ହୋଇଯିବେ ।

ଭାଇରସ୍ ବିନା ବଞ୍ଚିପାରିବ କି ଦୁନିଆ ?

ଭାଇରସଙ୍କ ସଂଖ୍ୟାଠାରୁ ଅଧିକ ଭାଇରସ୍ ଅଛନ୍ତି ଯେଉଁମାନେ ମଣିଷ ଶରୀରରେ ରୋଗ ସୃଷ୍ଟି କରନ୍ତି ନାହିଁ । ବରଂ ଆମର ଶରୀରକୁ ସୁସ୍ଥ ରଖନ୍ତି । ଏହାବ୍ୟତୀତ କିଛି ଆମ ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ଉଦ୍ଭିଦଙ୍କ ଠାରୁ କୀଟ ଓ ମନ୍ୟୁଷ ଯାଏଁ ଜୀବନ ସନ୍ତୁଳନ ପାଇଁ ଭାଇରସ୍ ମୁଖ୍ୟ ଅଟେ । ମେକ୍ସିକୋର ଏକ ୟୁନିଭରସିଟିର ଭାୟରୋଲୋଜିଷ୍ଟ ସୂଜୈନା ଲୋପେଜଙ୍କ ଅନୁଯାୟୀ ଭାଇରସ୍ ବିନା ଜୀବନ ଅସମ୍ଭବ ।

ଭୂତାଣୁ ବିଷୟରେ କେତେ ଜାଣନ୍ତି ବୈଜ୍ଞାନିକ ?

ଭାଇରୋଲୋଜିଷ୍ଟ ଅନୁସନ୍ଧାନକାରୀମାନେ ପ୍ରକୃତରେ ଭାଇରସ୍ ବିଷୟରେ ବହୁତ କିଛି ଜାଣନ୍ତି ନାହିଁ । ହଜାର ହଜାର ଭୂତାଣୁ ବର୍ଗୀକୃତ ହୋଇଖିବା ବେଳେ ଲକ୍ଷ ଲକ୍ଷ ଭୂତାଣୁଙ୍କୁ ବୈଜ୍ଞାନିକ ଏବେ ବି ଜାଣନ୍ତି ନାହିଁ । କାହିଁକି ? ଭୂତାଣୁ ଇକୋଲୋଜିଷ୍ଟ ମ୍ୟାରିଲିନ ରୁସିଂକଙ୍କ ମତରେ ବିଜ୍ଞାନ କେବଳ ସେହି ଭାଇରସ୍ ମାନଙ୍କ ଅଧ୍ୟୟନ କରେ ଯେଉମାନେ ରୋଗାକ୍ରାନ୍ତ କରନ୍ତି । କିନ୍ତୁ ବୈଜ୍ଞାନିକମାନେ ଏହା ଜାଣନ୍ତି ନାହିଁ କେତେ ପ୍ରତିଶତ ଭାଇରସ୍ ମନ୍ୟୁଷ ପାଇଁ କ୍ଷତିକାରକ ।

ଅମ୍ଳଜାନ ସହ ଭାଇରସର ସମ୍ପର୍କ

ପରିବେଶ ପାଇଁ ଭୂତାଣୁ ଜରୁରୀ । କାରଣ ଭାଇରସ୍ ବିପଜ୍ଜନକ ବ୍ୟାକ୍ଟେରିଆକୁ ନଷ୍ଟ କରି ଦେଇଥାଏ । ଭାଇରସ୍ ଦୁନିଆରୁ ଗାଏବ ହୋଇଗଲେ ବ୍ୟାକ୍ଟେରିଆ ବିସ୍ଫୋରଣ ହେବ ଅର୍ଥାତ୍ ବ୍ୟାକ୍ଟେରିଆଙ୍କ ସଂଖ୍ୟା ଅଚାନକ ବଢ଼ିଯିବ । ବାସ୍ତବରେ ସମୁଦ୍ର ଗର୍ଭରେ ଥିବା ୯୦ ପ୍ରତିଶତ ସୂକ୍ଷ୍ମ ଜୀବଙ୍କ କାରଣରୁ ପୃଥିବୀ ଦରକାର କରୁଥିବା ଅଧା ଅମ୍ଳଜାନ ମିଳିଥାଏ । ଅମ୍ଳଜାନ ପ୍ରସ୍ତୁତି ପ୍ରକ୍ରିୟା ଭାଇରସ୍ ଜରିଆରେ ସଞ୍ଚାଳିତ ହୁଏ । ଭାଇରସ୍ ପ୍ରତିଦିନ ୨୦ ପ୍ରତିଶତ ସାମୁଦ୍ରିକ ସୂକ୍ଷ୍ମଜୀ ବ ଓ ୫୦ ପ୍ରତିଶତ ସାମୁଦ୍ରିକ ବ୍ୟାକ୍ଟେରିଆକୁ ନଷ୍ଟ କରି ଦେଇଥାଏ ।

ଭୂତାଣୁ ବିନା କ୍ଷୀର ମିଳିବନି

କେବଳ ସାମୁଦ୍ରିକ ଜୀବ କାହିଁକି ସୂକ୍ଷ୍ମ ଜୀବଙ୍କ ଜୀବନଚକ୍ର ସହ ଅନେକ ପ୍ରକାର ଜୀବଙ୍କ ଜୀବନରେ ଭାଇରସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବୈଜ୍ଞାନିକଙ୍କ ମତରେ ଗାଈ ଭଳି କ୍ଷୀର ଦେଉଥିବା ଅନ୍ୟ ଜନ୍ତୁ ଘାସରୁ ସେଲ୍ୟୁଲୋଜକୁ ଚିନିରେ ପରିଣତ କରନ୍ତି । ଏହାର ମେଟାବାଲିଜମ୍ ପରେ ଦୁଗ୍ଧରେ ପରିଣଚ ହୋଇଥାଏ । କେତକତ ଜୀବଙ୍କ ସହିତ ମଣିଷ ଶରୀରରେ ଉପକାରୀ ସୂକ୍ଷ୍ମ ଜୀବଙ୍କୁ ବଞ୍ଚାଇ ରଖିବାକୁ ଭାଇରସ୍ ସହାୟକ ହୋଇଥାନ୍ତି ।

ଭାଇରସ୍ ଆମ ସୁରକ୍ଷା କବଚ ?ମଣିଷ ଶରୀରରେ ରୋଗ ସହିତ ଲଢ଼ିବାରେ କେତକ ଭଲ ଭାଇରସ୍ ସହାୟତା କରନ୍ତି । ଉଦାହରଣ ସ୍ୱରୁପ- ମଣିଷ ଶରୀରରେ ରକ୍ତରେ ଥିବା ଜିବି ଭାଇରସ୍ ସି, ବେଷ୍ଟ ନାଇଲ୍ ଭାଇରସ ହେଉଛି ଡେଙ୍ଗୁ ଭାଇରସ୍ ପ୍ରଜାତିର । କିନ୍ତୁ ଏହା ମଣିଷ ଶରୀରରେ ରୋଗ ନୁହେଁ ବରଂ ଲାଭକାରୀ ଅଟେ । ଏହାଦ୍ୱାରା ଏଚ୍ଆଇଭି ରୋଗୀଙ୍କ ଠାରେ ଏଡସ୍ ବିଳମ୍ବରେ ହୋଇଥାଏ । ଏହି ଭାଇରସ୍ ଯୋଗୁଁ ଇବୋଲା ସଂକ୍ରମଣରେ ମୃତ୍ୟୁ ଆଶଙ୍କା କମିଥାଏ ।

ଶରୀରରେ ଭାଇରସର ଘର କେତେ ବଡ଼ ?

ମଣିଷର ଜିନରେ ଅନୁମାନ ପ୍ରକାରେ ୮ ପ୍ରକାରର ଭାଇରଲ୍ ଉପାଦାନ ରହିଛି । ସେହିଭଳି ସ୍ତନପ୍ରାୟୀ ପ୍ରାଣୀଙ୍କ ଜିନରେ ସମାନ ରୂପରେ ଦେଖାଯାଉଥିବା ବେଳେ ୧ ଲକ୍ଷ ଅବଶେଷ ଭାଇରସ୍ ଉତ୍ପନ୍ନ ହୋଇଥାଏ । ୨୦୧୮ରେ ଭିନ୍ନ ଭିନ୍ନ ରିସର୍ଚ୍ଚ ହୈରତଅଙ୍ଗ୍ରେଜ୍ ଅନୁସାରେ ପ୍ରୋଟିନ୍ ପାଇଁ କୋଡେଡ୍ ଭାଇରସ୍ ସ୍ମୃତି ଶକ୍ତିକୁ ଦୀର୍ଘ ସମୟ ପାଇଁ ଜାବୁଡ଼ି ରଖିବାରେ ସକ୍ଷମ ହୁଏ । ଏହାଦ୍ୱାରା ସ୍ନାୟୁ କୋଷଗୁଡ଼ିକ ସମ୍ପର୍କ ସ୍ଥାପନ କରିଥାନ୍ତି ।

ବିଶେଷଜ୍ଞଙ୍କ ପ୍ରକାର କେବଳ ମଣିଷ କାହିଁକି ଜୀବନରେ କେତକ ସମୟରେ ଭାଇରସ୍ ମହତ୍ତ୍ୱପୂର୍ଣ୍ଣ । ଯଦିଓ ଭାଇରସ୍ ବାବଦରେ ଆମ ପାଖରେ କମ୍ ସୂଚନା ଅଛି । ବର୍ତ୍ତମାନ ଭାଇରସ୍ ବିଷୟରେ ଅଧିକ ଜାଣିବା ଓ ବୁଝିବା ଦରକାର । କେବଳ କ୍ଷତିକାରକ ନୁହେଁ ବରଂ ଉପକାରୀ ଭାଇରସ୍ ବିଷୟରେ ଅଧ୍ୟୟନ ଜରୁରୀ ।

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୩ ଜଣ କରୋନା ରୋଗୀ, ୩୨୦୦ ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର: ରଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ କରୋନାରୁ ସୁସ୍ଥ ହାର ମଧ୍ୟ ବଢ଼ିବାରେ ଲାଗିଛି । ଶୁକ୍ରବାର ରାଜ୍ୟରେ ଆଉ ୧୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୧୫୩ ଜଣ କରୋନା ସୁସ୍ଥଙ୍କ ମଧ୍ୟରୁ ସର୍ବାଧିକ ୪୩ ଜଣ କଟକରୁ ସୁସ୍ଥ ହୋଇଛନ୍ତି ଏହା ସହ ଜଗତସିଂହପୁରରୁ ୨୧ ଜଣ ସୁସ୍ଥ ହୋଇଛନ୍ତି । ସପଟେ କନ୍ଧମାଳରୁ ୧୮ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୨, ଭଦ୍ରକରୁ ୧୧, ଗଜପତିରୁ ୯ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି କଳାହାଣ୍ଡିରୁ ୭ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର, ଦେଓଗଡ଼, ଗଞ୍ଜାମ, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । କୋରାପୁଟରୁ ଜଣେ ରୋଗୀ ସୁସ୍ଥ ହୋଇଛନ୍ତି । ଏହା ସହ ରାଜ୍ୟରେ ୩୨୦୦ରେ ପହଞ୍ଚିଛି କରୋନା ସୁସ୍ଥଙ୍କ ସଂଖ୍ୟା ।

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର: ପ୍ଳାଜମା ଥେରାପି ଲାଗି ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ସତ୍ୟେନ୍ଦ୍ର ଜୈନ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ତାଙ୍କୁ ଅକ୍ସଜେନ୍ ସପୋର୍ଟରେ ରଖାଯାଇଛି | ସଦ୍ୟ ସୂଚନା ଅନୁଯାୟୀ, ସତ୍ୟେନ୍ଦ୍ର ଜୈନଙ୍କୁ ପ୍ଳାଜମା ଥେରାପି ଦେବା ପାଇଁ ପ୍ରସ୍ତୁତି ଚାଲିଛି।

ଏଥିପାଇଁ ସେମାନଙ୍କୁ ସାକେତର ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୨ ଦିନ ପୂର୍ବରୁ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ତେବେ ସଦ୍ୟ ପ୍ରାପ୍ତ ସିଟି ସ୍କାନ୍‌ ରିପୋର୍ଟ ଅନୁଯାୟୀ ତାଙ୍କ ଫୁସଫୁସରେ ଏକ ପ୍ୟାଚ୍ ବୃଦ୍ଧି ପାଇଛି ଏବଂ ଏହା ସମସ୍ୟାକୁ ଆହୁରୀ ବଢ଼ାଇ ଦେଇଛି |

Plasma Therapy 'No Magic Bullet' Against COVID-19: Experts - The ...

ପ୍ଳାଜମା୍‌ ଥେରାପି ପାଇଁ ତାଙ୍କୁ ମ୍ୟାକ୍ସକୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ଏନେଇ ରାଜୀବ ଗାନ୍ଧୀ ଡାକ୍ତରଖାନା ପକ୍ଷରୁ ଅନୁମତି ଦିଆଯାଇନଥିଲା କିନ୍ତୁ ପରେ ପରିବାରର ଲୋକଙ୍କ ଅନୁରୋଧ କ୍ରମେ ତାଙ୍କୁ ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦେଶର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଭୂତାଣୁଠୁ ‘ଭୋଟ୍’ ଭୟ ଅଧିକ, ପିପିଇ କିଟ୍ ପିନ୍ଧି ଭୋଟ୍ ଦେଲେ ବିଧାୟକ

ଭୋପାଳ: କରୋନା ସଂକ୍ରମଣ କାଳରେ ନେତାଙ୍କ କ୍ଷମତା ପାଗଳାମୀ । ହଜାରେ ଜୀବନ ଯାଉ ପଛେ ଗୋଟିଏ ସିଟ୍ ମିଳିଯାଉ । ମଧ୍ୟପ୍ରଦେଶର ୧୧ଟି ରାଜ୍ୟସଭା ଆସନ ମଧ୍ୟରୁ ଖାଲିଥିବା ୩ଟି ଆସନ ପାଇଁ ଆଜି ମତଦାନ ହୋଇଛି । ସଦସ୍ୟ ଥିବା ୮ଟି ଆସନରୁ ୬ଟି ବିଜେପି ଓ ୨ଟି କଂଗ୍ରେସ ଅକ୍ତିଆରରେ ରହିଛି । କଳେବଳେ ଖାଲିଥିବା ୩ଟି ଆସନକୁ ହାତେଇବାକୁ ଉଦ୍ୟମ କରୁଛି କଂଗ୍ରେସ । ନିକଟରେ ଯଦିଓ ରାଜ୍ୟରେ କମଲନାଥଙ୍କ ନେତୃତ୍ୱର କଂଗ୍ରେସ ସରକାର କ୍ଷମତାରୁ ଯାଇଛି କିନ୍ତୁ ଲୋଭ କମିନି । ରାଜ୍ୟସଭା ପାଇଁ ଭୋଟିଂ ବେଳେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ । କରୋନା ସଂକ୍ରମିତ କଂଗ୍ରେସ ବିଧାୟକ ପିପିଇ କିଟ୍ ପିନ୍ଧି ପହଞ୍ଚିଥିଲେ ଭୋଟ୍ ଦେବାକୁ ।

ଶୁକ୍ରବାର ସକାଳୁ ଆରମ୍ଭ ହୋଇଥିଲା ଭୋଟିଂ । ଜଣକ ପରେ ଜଣେ କଂଗ୍ରେସ ଏବଂ ବିଜେପି ବିଧାୟକମାନେ ରାଜ୍ୟସଭା ନିର୍ବାଚନରେ ​​ଭୋଟ୍ ଦେଇଥିଲେ । ଅପରାହ୍ଣ ପ୍ରାୟ ୧ଟା ବେଳେ କରୋନା ଆକ୍ରାନ୍ତ କଂଗ୍ରେସ ବିଧାୟକ କୁନାଲ ଚୌଧୁରୀ ଭୋଟ୍ ଦେବା ପାଇଁ ପିପିଇ କିଟ୍ ପିନ୍ଧି ବିଧାନସଭା ଭବନରେ ପହଞ୍ଚିଥିଲେ । କିଛି ଦିନ ପୂର୍ବେ କରୋନା ଟେଷ୍ଟିଂରେ ତାଙ୍କ ନମୁନା ପଜିଟିଭ ଆସିଥିଲା ।

କରୋନା ହୋଇଥିବା ବ୍ୟକ୍ତି ସମସ୍ତଙ୍କ ଠାରୁ ଦୂରେଇ ରହିବା ସହ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଭୋଟ୍ ହେତୁ ବିଧାୟକ ସମସ୍ତ ସତର୍କତା ଅବଲମ୍ବନ କରି ବିଧାନସଭାରେ ପହଞ୍ଚିଥିଲେ ଭୋଟ ଦେବା ପାଇଁ । ସେପଟେ ବିଧାୟକ ଭୋଟ୍ ଦେବା ପରେ ସମଗ୍ର ଅଞ୍ଚଳକୁ ସାନିଟାଇଜ କରାଯାଇଥିଲା । ଭୋଟ୍ ସ୍ଥାନ ଏବଂ ସମଗ୍ର ମୁଖ୍ୟ ଫାଟକକୁ ସାନିଟାଇଜ କରାଯାଇଥିଲା ।

ତେବେ, ପ୍ରଶ୍ନ ଉଠୁଛି ନେତାଙ୍କ ପାଇଁ ଜୀବନ ଆଗ ନା କ୍ଷମତା । ଯଦିଓ ଗୋଟିଏ ଭୋଟ୍ ହାରଜିତ୍ ପାଇଁ ନିର୍ଣ୍ଣାୟକ ତେବେ ଏଥିପାଇଁ ସର୍ବସାଧାରଣଙ୍କ ଜୀବନକୁ ବିପନ୍ନ କରିବା କେତେଦୂର ଠିକ୍ ? ପିନ୍ଧିଥିବା ସୁରକ୍ଷା ଉପକରଣ ସତ୍ତ୍ୱେ କରୋନା ବ୍ୟାପିଲେ ଦାୟୀ ରହିବେ ତ ବିଧାୟକ ?

ଆମେ ହାତୀ ମାରିଛୁ, ଦାନ୍ତ କିଏ ନେଲା ଜାଣିନୁ

କେନ୍ଦୁଝର: ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୬ ଜଣଙ୍କୁ ଗିରଫ କଲା କେନ୍ଦୁଝର ବନ ବିଭାଗ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବନାଞ୍ଚଳର ବୈତରଣୀ ସଂରକ୍ଷିତ ଜଙ୍ଗଲ ଗୁରୁବେଡ଼ାରେ ୨ହାତୀ ମୃତ୍ୟୁ ଘଟଣାରେ ୩ ଶିକାରୀ ଗିରଫ ସହ ତେଲକୋଇ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ଘଟଣାରେ ମଧ୍ୟ ୩ଜଣଙ୍କୁ ଗିରଫ କଲା ବନ ବିଭାଗ । ଏମାନଙ୍କଠାରୁ ଦେଶୀ ବନ୍ଧୁକ ସହ ବହୁ ହାତୀ ଶିକାର ସାମଗ୍ରୀ ଜବତ କରାଯାଇଛି ।

ଜଙ୍ଗଲ ଭିତରେ ଶୀକାର କରିବାର ପାଇଁ ବାନ୍ଧି ଥିଲେ କରେଣ୍ଟର ଫାସ । ଯେଉଁଥିରେ ଦୁଇଟି ହାତୀଙ୍କର ମୃତ୍ୟୁ ହୋଇଥିଲା । ତେବେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବନବିଭାଗର ପକ୍ଷରୁ ୨ଦିନ ତଳେ କାର୍ଯାନୁଷ୍ଠାନ ଆରମ୍ଭ କରାଯାଇଥିଲା । ୬ ଦିନ ପରେ ଶୁକ୍ରବାର ଦିନ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନବିଭାଗ ।  ଗିରଫ୍ ୩ ଅଭିଯୁକ୍ତ ହେଲେ  ଭୋଳବେଡ଼ା ଗାଁର ଶ୍ରୀଧର ମୁଣ୍ଡା, ବିନ୍ଦରାଇ ମୁଣ୍ଡା, ମାତଲୁ ମୁଣ୍ଡା ।

ସେପଟେ କିନ୍ତୁ ହାତୀ ଦାନ୍ତ ସେମାନେ ନେଇ ନାହାନ୍ତି ବୋଲି କହିଛନ୍ତି । ସେମାନେ ବାରହା ଶିକାର ପାଇଁ ତାର ଲଗାଇଥିଲେ କିନ୍ତୁ ସକାଳୁ ଦେଖିଲା ବେଳକୁ ହାତୀ ମରିଯାଛି  । ଏହା ଦେଖି ସେମାନେ ଦଉଡ଼ି ପଳାଇଥିଲେ ବୋଲି ବୟାନରେ କହିଛନ୍ତି । ଅନ୍ୟପଟେ ବନବିଭାଗ ସେମାନଙ୍କୁ ରଖି ଅଧିକ ପଚରାଉଚରା କରୁଛି ।

ଗଲଓ୍ୱାନ ହିଂସା: ଶହୀଦଙ୍କ ସହ ହୋଇଥିଲା ବର୍ବରତା, ପୋଷ୍ଟମର୍ଟମ ରିପୋର୍ଟରୁ ସାମ୍ନାକୁ ଆସିଲା ସତ

ଲଦାଖ: ଗଲଓ୍ୱାନ ଘାଟିରେ ଚୀନ ସୈନିକଙ୍କ ସହ ଲଢ଼େଇରେ ୨୦ ଭାରତୀୟ ସୈନିକ ଶହୀଦ ହୋଇଛନ୍ତି । ବୀର ଯବାନଙ୍କ ବଳିଦାନକୁ ନେଇ ପୂରା ଦେଶକୁ ଦୋହଲାଇ ଦେଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ କିଛି ଶହୀଦଙ୍କ ଶୀରରେ କିଛି ଗଭୀର କ୍ଷତ ହୋଇଥିଲା ଓ ଅନ୍ୟ କିଛି ଯବାନ ହତାହତି ହୋଇଥିବା ଯୋଗୁଁ ଶହୀଦ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଯବାନ ତପମାତ୍ରା ଖୁବ୍ କମ୍ ହୋଇଥିବା ଯୋଗୁଁ ଶହୀଦ ହୋଇଛନ୍ତି । ଲେହ ସ୍ଥିତ ଏସ୍‌ଏନ୍‌ଏମ୍‌ ହସ୍ପିଟାଲରେ ଶହୀଦ ଯବାନଙ୍କ ପୋଷ୍ଟମର୍ଟମ ହୋଇଥିଲା ।

Tension mounts in Ladakh as China brings in more troops; India ...

ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ମୁତାବକ ଶହୀଦଙ୍କ ଶରୀର ବହୁ ଜାଗାରେ ଗଭୀର ଆଘାତ ଲାଗିଛି । ଯେଉଁଥିରୁ ଜଣାପଡ଼ୁଛି ଯବାନଙ୍କ ସହିତ ଅତ୍ୟନ୍ତ ବର୍ବରତା ଆଚରଣ କରାଯାଇଛି । ସୂଚନା ଯୋଗ୍ୟ ଚୀନ ସେନା ଭାରତୀୟ ସୈନିକଙ୍କ ଉପରୁ ଲୁହା କଣ୍ଟା ଯୁକ୍ତ ଲାଠିରେ ଆକ୍ରମଣ କରିଥିଲେ ।

India-China border news live updates: At least 20 Indian soldiers ...

ପ୍ରାୟ ୧୭ ଯବାନଙ୍କ ଶରୀରରେ ଗଭୀର ଆଘାତର ଚିହ୍ନ ରହିଛି  । ଅଧିକାରୀ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି ଏବଂ ସେନାଙ୍କ ଫଟୋ ନଉଠାଇବାକୁ କୁହାଯାଇଛି । କିନ୍ତୁ ପ୍ରାରମ୍ଭିକ ରିପୋର୍ଟରେ ସାମ୍ନାକୁ ଆସିଛି ଯେ, ସନ୍ତୋଷ ବାବୁ ସମେତ ୩ ଯବାନଙ୍କ ଶରୀରରେ ଆଘାତର କୌଣସି ଚିହ୍ନ ନଥିଲା କିନ୍ତୁ ତାଙ୍କ ମୁଣ୍ଡରେ ଜୋରଦାର ଆଘାତ ଲାଗିଥିଲା । ଅନ୍ୟ ଏକ ଅଧିକାରୀଙ୍କ କହିବା ହେଲା ଯେ, ୩ ଯବାନଙ୍କ ମୃତ୍ୟୁ ହୁଏତ ବୁଡ଼ିବା ଯୋଗୁଁ ହୋଇଥାଇପାରେ । କିନ୍ତୁ ଅନ୍ୟ ଯବାନ ଶରୀରରେ ମୁନିଆ ଅସ୍ତ୍ରରେ ଆଘାତ କରାଯାଇଥିବାର ଚିହ୍ନ ରହିଛି । ଅପରପକ୍ଷରେ ଯବାନଙ୍କ ଚେହେରାରେ ମଧ୍ୟ କ୍ଷତ ବିକ୍ଷତର ଚିହ୍ନ ରହିଛି ।

China's Claim On Galwan Valley Exaggerated, Untenable, Says India

ନଦୀରେ ପଡ଼ିଯାଇଥିଲେ କିଛି ଯବାନ

ଅଧିକାରୀଙ୍କ ସୂଚନା ମୁତାବକ ଯବାନଙ୍କୁ ନଖରେ ମଧ୍ୟ କ୍ଷତ ବିକ୍ଷତ କରାଯାଇଛି । ସେମାନଙ୍କ ପାଖରେ ଚାକୁ ମଧ୍ୟ ରହିଛି । କିଛି ଯବାନ ନଦୀରେ ମଧ୍ୟ ପଡ଼ିଯାଇଥିଲେ । ପ୍ରାୟ ୧୪ ହଜାର ଫୁଟ ଉଚ୍ଚରେ ଥିବା ଗଲଓ୍ୱାନ ଘାଟି ଯେଉଁଠାରେ ଛାତିକୁ ଥରାଇଦେଲା ଭଳି ଥଣ୍ଡା । ଏବଂ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଅନ୍ୟ ସୈନିକଙ୍କ ଠାରୁ ସହାୟତା ମିଳିନପାରିଥିବାରୁ ମଧ୍ୟ ସେମାନେ ପ୍ରାଣ ହରାଇଥିବା କୁହାଯାଉଛି ।

ସୁଶାନ୍ତଙ୍କ ଆତ୍ମହତ୍ୟା ନେଇ ମହେଶ ଭଟ୍ଟଙ୍କୁ କରାଗଲା ଦାୟୀ, କାହିଁକି ଜାଣନ୍ତୁ

ଦକ୍ଷିଣ କାଶ୍ମୀରରେ ସେନାକୁ ବଡ଼ ସଫଳତା, ୨୪ ଘଣ୍ଟାରେ ଟଳିଲେ ୮ ଆତଙ୍କବାଦୀ

ସେପଟେ ଚୀନ୍‌ ଆଉ ଏପଟେ ଆତଙ୍କୀ । ସୀମାରେ ଭାତର ଉପରେ ବାରମ୍ବାର ହାମଲା କରିବାରେ ବ୍ୟସ୍ତ । କିନ୍ତୁ ସୀମାରେ ଶକ୍ତ ଭାବରେ ଛିଡ଼ା ହୋଇଛି ଭାରତୀୟ ସେନା । ଭାରତ ଉପରକୁ ତିଳେ ମାତ୍ରବି ଆଞ୍ଚ ଆସିବାକୁ ଦେଉନାହିଁ । ତେବେ ପୁଣି ଜମ୍ମୁ କାଶ୍ମୀରରେ ଫୁଟିଲା ଗୁଳି  । ୨୪ ଘଣ୍ଟାରେ ଟଳିଲେ ୮ ଆତଙ୍କବାଦୀ । ଦକ୍ଷିଣ କାଶ୍ମୀରରେ ସେନାକୁ ବଡ଼ ସଫଳତା ।

ଆତଙ୍କୀ ଲୁଚିଥିବା ସୂଚନା ପାଇ ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ ଘେରି ଯାଇଥିଲେ। ପରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସୋପିଆଁରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବାବେଳେ ପାମ୍ପୋରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

ଲଗାତାର ଭାବେ ସୀମାରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବାବେଳେ ଭାରତୀୟ ସେନା ଦେଉଛନ୍ତି ଉଚିତ ଜବାବ । ଗତ କିଛି ଦିନ ଧରି ସୀମାରେ ଆତଙ୍କବାଦୀମାନେ ଏଭଳି ହରକତ୍‌ କରୁଛନ୍ତି ।

ଛତିଶଗଡ଼ ଓ ମଧ୍ୟପ୍ରଦେଶ ସୀମାନ୍ତରେ ପଙ୍ଗପାଳଙ୍କ ନୂଆ ଦଳ, ଓଡ଼ିଶା ପ୍ରତି ଟଳିନି ବିପଦ

ଛତିଶଗଡ଼ ଓ ମଧ୍ୟପ୍ରଦେଶ ସୀମାନ୍ତରେ ପଙ୍ଗପାଳଙ୍କ ନୂଆ ଦଳ। ଏଥିରୁ ଗୋଟିଏ ଦଳ କୋରିଆରୁ ଆସି ଜଙ୍ଗଲ ଆଡକୁ ଚାଲିଯାଇଛନ୍ତି। ଅନ୍ୟ ଦଳଟି ଛତିଶଗଡ଼ର ଖାରାରେ ଥିବା ବେଳେ ସେମାନଙ୍କୁ ଦମନ କରାଯାଇଛି। ଏହା ସତ୍ତ୍ୱେ ବି ଓଡିଶା ପ୍ରତି ବିପଦ ଟଳିଥିବା କହିହେବନି ।

କାରଣ ଗତ ୨ ମାସରୁ ଅଧିକ ସମୟ ହେଲାଣି ପଙ୍ଗପାଳ ଛତିଶଗଡ଼ରେ ଅଛନ୍ତି। କେନ୍ଦ୍ରରୁ ସୂଚନା ନଆସିବା ଯାଏଁ ବିପଦ ଟଳିଥିବା କହିହେବନି ବୋଲି କହିଛନ୍ତି ଓୟୁଏଟି ଡିନ୍‌ ଏକ୍ସଟେନ୍‌ସନ୍‌ ଏଜୁକେସନ୍‌ ଲଳିତମୋହନ ଗଡନାୟକ ।

 

 

ଲଗାତାର ୧୩ ଦିନ ଧରି ଦେଶରେ ବଢିଚାଲିଛି ପେଟ୍ରୋଲ୍‌ ଓ ଡିଜେଲ ଦର, ପେଟ୍ରୋଲ ଲିଟର ପିଛା ୫୬ ପଇସା ବୃଦ୍ଧି

ନୂଆଦିଲ୍ଲୀ: ପୁଣି ବଢିଲା ତୈଳ ଦର । ଲଗାତାର ୧୩ ଦିନ ଧରି ଦେଶରେ ବଢିଚାଲିଛି ପେଟ୍ରୋଲ୍‌ ଓ ଡିଜେଲ ଦର । ଆଜି ପେଟ୍ରୋଲ ଲିଟର ପିଛା ୫୬ ପଇସା ଓ ଡିଜେଲ୍‌ ଲିଟର ପିଛା ୬୩ ପଇସା ବୃଦ୍ଧି ପାଇଛି । ଏହି ୧୩ ଦିନରେ ପେଟ୍ରୋଲ ୭ ଟଙ୍କା ୧୧ ପଇସା ବଢିଥିବାବେଳେ ଡିଜେଲ ୭ ଟଙ୍କା ୬୯  ପଇସା ବୃଦ୍ଧି ପାଇଛି ।

ଏହି ବର୍ଦ୍ଧିତ ଦର ପରେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଏବେ ୭୮ ଟଙ୍କା ୩୭ ପଇସାରେ ପହଞ୍ଚିଛି ସେହିଭଳି ଡିଜେଲ୍‌ ଦର ୭୭ ଟଙ୍କା ୬ ପଇସା ରହିଛି । ଦିଲ୍ଲୀ, ସମେତ ମୁମ୍ବାଇ, ଚେନ୍ନାଇ, କୋଲକାତା, ପାଟନା, ଲକ୍ଷ୍ନୌରେ ମଧ୍ୟ ବଢିଛି ତୈଳ ଦର । ବଢୁଥିବା ଦରକୁ ନେଇ ଚିନ୍ତା ଜାହିର କରିଛନ୍ତି ଗ୍ରାହକ ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମାନି ଏବର୍ଷ ହେବନି ରଥଯାତ୍ରା: ଗଜପତି ମହାରାଜା

ପୁରୀ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମାନି ଏବର୍ଷ ହେବନି ରଥଯାତ୍ରା । ବଡ଼ଦାଣ୍ଡରେ ଗୁଣ୍ଡିଚା, ବାହୁଡ଼ା ଯାତ୍ରା, ସୁନାବେଶ, ନୀଳାଦ୍ରି ବିଜେ ହେବନି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି । କୋଭିଡ ୧୯ ଯୋଗୁଁ ଯାତ୍ରା ଉପରେ ରୋକ୍‌ ଲଗାଇଛନ୍ତି ସର୍ବୋଚ୍ଚ କୋର୍ଟ। ଦୁଃଖର ସହ ଏଭଳି ନିଷ୍ପତ୍ତି ନିଆଯାଇଥିବା ଗଜପତି କହିଛନ୍ତି ।

ଶ୍ରୀମନ୍ଦିର ଭିତରେ ଯାହା ରୀତିନୀତି ହେବ ସେନେଇ ପରିଚାଳନା କମିଟି ନିଷ୍ପତ୍ତି ନେବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଯାହା ହେବ ମନ୍ଦିର ମଧ୍ୟରେ ହେବ, ବାହାରେ କିଛି ହେବନି । ତେବେ ସଂଧ୍ୟା ୬ରେ ଛତିଶା ନିଯୋଗ ସହ ଆଲୋଚନା କରି ପରମ୍ପରା ସମ୍ମତ ଓ ଶାସ୍ତ୍ରସମ୍ମତ ବ୍ୟବସ୍ଥା ସ୍ଥିର କରାଯିବ।

ବୈଠକରେ ନିଯୋଗ ପ୍ରତିନିଧିଙ୍କ ସହ ପରିଚାଳନା କମିଟି ସଦସ୍ୟ ରହିବେ। ଏଥିରେ ଯାହା ନିଷ୍ପତ୍ତି ନିଆଯିବ ସେନେଇ ପରେ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ହେବ। ସମସ୍ତଙ୍କ ସହ ପରାମର୍ଶ ପରେ କାଲି ସକାଳେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଗଜପତି କହିଛନ୍ତି।