spot_img
Home Blog Page 6968

ହାତ ଗୋଡ଼ରେ ବନ୍ଧା ହୋଇଛି ଶିକୁଳି: ଅର୍ଥାଭାବରୁ ଚିକିତ୍ସା କରାଇପାରୁନି ବିଧବା ମାଆ

ଯାଜପୁର: ମାନସିକ ବିକୃତ ପୁଅ ଝିଅଙ୍କ ଚିନ୍ତାରେ ବିଧବା ମାଆ  । ଛୁଆଙ୍କ ଉପରୁ ବାପାଙ୍କ ହାତ ଉଠିଯାଇଥିବା ବେଳେ ନିଜେ ମୁଲ ଲାଗି ଛୋଟରୁ ବଡ଼ କରିଛନ୍ତି  । ହେଲେ ନିଜେ ପିଲା କାମ ଧନ୍ଦା କରି ଘର ଚଳାଇବା ବୟସରେ ଘରେ ଶିକୁଳିରେ ବନ୍ଧା ହୋଇ ରହିଛନ୍ତି  ।

ଅନ୍ୟପେଟ ଅର୍ଥାଭାବରୁ ଚିକିତ୍ସା ବି ହୋଇପାରୁନାହିଁ  । ଯାଜପୁର ଜିଲ୍ଲା ସଦର ବ୍ଲକ୍ କମାଗଡର ଲତା ଜେନା ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି  । ପରିବାର କହିଲେ ୩ ପ୍ରାଣୀ କୁଟୁମ୍ବ । ହେଲେ ଘରର ଏହି ଚାରିକାନ୍ଥ ଭିତରେ ଲୁଚି ରହିଛି ଅନେକ ଦୁଃଖ । ସ୍ୱାମୀ ଚାଲିଗଲା ପରେ ଏକୁଟିଆ ଛୋଟରୁ ବଡ କରିଛନ୍ତି ଦୁଇ ଛୁଆଙ୍କୁ  । ହେଲେ ପୁଅ ଝିଅ ଦୁଇଜଣ ମାନସିକ ବିକୃତ  ।

ରୋଜଗାରିଆ ପୁଅ ବି ମାନସିକ ବିକୃତ ହୋଇ ଘରେ ପଡିରହିଥିବା ବେଳେ ଏବେ ଘର ଚଳାଇବା କଷ୍ଟକର ହୋଇପଡିଛି  ।  ଯାଜପୁର ଜିଲ୍ଲା ସଦର ବ୍ଲକ୍ କମାଗଡର ଲତା ଜେନାଙ୍କ ଉପରେ ସତେ ଯେମିତି ଦୁଃଖର ପାହାଡ ପଡିଛି  । ଗତ ୧୨ ବର୍ଷ ହେଲା ଦୁଇ ପିଲାଙ୍କୁ ନେଇ ଦୁଃଖ କଷ୍ଟରେ ଚଳୁଛନ୍ତି ଲତା  ।

ଉଭୟଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ଶିକୁଳିରେ ବାନ୍ଧି ଘରେ ରଖିବାକୁ ପଡୁଛି  ।  ସରକାରୀ ସହାୟତାରୁ ମଧ୍ୟ ବାଦ୍ ପଡିଛନ୍ତି ଏହି ପରିବାର  । ଏପରିକି ପୁଅକୁ ଭତା ମିଳୁନି କି ରାସନ କାର୍ଡ ବି ନାହିଁ। ଘର ଖଣ୍ଡିଏ ନଥିବା ବେଳେ ଝାଟିମାଟି ଘରେ ଜୀବନ ବିତୁଛି  । ଏହା ସାଙ୍ଗକୁ ଦୁଇ ଛୁଆଙ୍କ ଏଭଳି ଅବସ୍ଥା ବୋଝ ଉପରେ ନଳିତା ବିଡା ସଦୃଶ  । ଏନେଇ ପ୍ରଶାସନ ପକ୍ଷରୁ ଏହି ପରିବାରକୁ ସହାୟତା ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକ  ।

https://www.facebook.com/NandighoshaTV/videos/289639412475850/

କୋଭିଡ କଟକଣାକୁ ଖୋଲାଖୋଲି ଉଲ୍ଲଂଘନ: ସଂକଟ ସମୟରେ ବି ସୁଧୁରୁନାହାନ୍ତି ଅମାନିଆ

ବାସୁଦେବପୁର: ଦେଶରେ ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମଣ । ହେଲେ ବି ସୁଧୁରୁ ନାହାନ୍ତି ଅମାନିଆ । ଖୋଲାଖୋଲି ଭାବେ ନିୟମ ଉଲ୍ଲଘଂନ କରୁଥିବା ବେଳେ ସାମାଜିକ ଦୂରତା ଭୁଲିଯାଉଛନ୍ତି  । ବାସୁଦେବପୁର ବ୍ଲକ ବ୍ରାହ୍ମଣ ଗାଁରେ ନିୟମ ଭାଙ୍ଗି ବେଖାତିର ଭାବେ କୋଚିଂ ସେଣ୍ଟରରେ ପାଠପଢା ଯାଉଥିବା ଦେଖିବାକୁ ମିଳିଛି  ।

ଜଣେ କି ଦୁଇ ଜଣ ନୁହେଁ ଏକାଠି ବସିଛନ୍ତି ୨୦ରୁ ଅଧିକ ପିଲା । ଗୋଟିଏ ଛୋଟ ଜାଗାରେ ସମସ୍ତେ ଖୁନ୍ଦା ଖୁନ୍ଦା ହୋଇ ବସିଛନ୍ତି । ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବ୍ରାହ୍ମଣ ଗାଁର ।

କୋଭିଡ୍ ଗାଇଡଲାଇନ୍‌ର ଖୋଲା ଉଲ୍ଲଂଘନ କରି ଏଠି ଚାଲିଛି କୋଚିଂ ସେଣ୍ଟର । ସାମାଜିକ ଦୂରତାକୁ ଫୁ କରି ପିଲାମାନେ ପାଠ ପଢୁଛନ୍ତି । ଆଉ ଆମ କ୍ୟାମେରା ଟିମ୍ ପହଞ୍ଚିବାରୁ ପିଲାଙ୍କୁ ପଳାଇ ଯିବାକୁ କହିଥିଲେ ଶିକ୍ଷକ ।

କେବଳ ଗୋଟିଏ ଜାଗାରେ ନୁହେଁ ବ୍ରାହ୍ମଣ ଗାଁର ପ୍ରାୟ ୫ଟି ସ୍ଥାନରେ ଏଭଳି କୋଚିଂ ସେଣ୍ଟର ଚାଲିଛି । ପ୍ରତି ସେଣ୍ଟରରେ ୩୦ରୁ ଅଧିକ ଛାତ୍ରଛାତ୍ରୀ ଟ୍ୟୁସନ୍ ହେଉଛନ୍ତି । ଅଧିକାଂଶ ସ୍ଥାନରେ କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଦେଖିବାକୁ ମିଳୁଛି । ପ୍ରଶ୍ନ ଉଠୁଛି,  କରୋନା ସଂକ୍ରମଣ ବଢୁଥିବା ବେଳେ ଏଭଳି ବେଖାତିର ବଡ଼ ସଂକଟ ଆଣିବନି ତ?  ସଂକ୍ରମଣ ରୋକିବାକୁ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଉଛି, ହେଲେ ଘରୋଇ ଶିକ୍ଷକମାନେ ଏହାକୁ ବେଖାତିର କରୁଥିବା ଦେଖିବାକୁ ମିଳୁଛି ।

https://www.facebook.com/NandighoshaTV/videos/3083813868401698/

ପାଇଲଟଙ୍କୁ କିଛି ଦିନର ମହଲତ, ୨୧ ଜୁଲାଇ ପର୍ଯ୍ୟନ୍ତ ନୋଟିସ ଉପରେ ରୋକ୍

ଜୟପୁର: ରାଜସ୍ଥାନରେ ଜାରି ରହିଛି ରାଜନୈତିକ ଲଢେଇ । ଏହା ମଧ୍ୟରେ ସଚୀନ ପାଇଲଟ ଗ୍ରୁପ୍ ପକ୍ଷରୁ ଦାଏର ଆବେଦନ ଉପରେ ରାଜସ୍ଥାନ ହାଇକୋର୍ଟରେ ଶୁଣାଣି ଚାଲିଛି । ଶୁଣାଣି କାଳରେ ହାଇକୋର୍ଟ ସଚିନ ପାଇଲଟଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତୀ ମିଳିଛି । ରାଜସ୍ଥାନ ହାଇକୋର୍ଟ ୨୧ ଜୁଲାଇ ପର୍ଯ୍ୟନ୍ତ ନୋଟିସ ଉପରେ ରୋକ୍ ଲଗାଇଛନ୍ତି । ଏହି ମାମଲାରେ ଆଗାମୀ ଶୁଣାଣି ସୋମବାର ଦିନ ହେବ ।

ସୋମବାର ସକାଳ ୧୦ଟାରୁ ମାମଲାର ଶୁଣାଣି ପୁଣି ଥରେ ଆରମ୍ଭ ହେବ । ଏହା ସହ ହାଇକୋର୍ଟ ନୋଟିସ ଉପରେ ୨୧ ଜୁଲାଇ ପର୍ଯ୍ୟନ୍ତ ସ୍ଥଗିତାଦେଶ ଲାଗୁ କରିଛନ୍ତି । ହାଇକୋର୍ଟଙ୍କ ରାୟ ପରେ ଏବେ ରାଜସ୍ଥାନ ବାଚସ୍ପତି ଜୁଲାଇ ୨୧ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ । ୨୦ ତାରିଖରେ ଅଭିଶେକ ମନୁସିଂଘବୀ ନିଜ ପକ୍ଷ ରଖିବେ ।

ସଚୀନଙ୍କ ପକ୍ଷରୁ ଅଦାଲତରେ ଆଜି ଯୁକ୍ତି କରିଥିଲେ ହରିଶ ସାଲଭେ । ସାଲଭେ,ପାଇଲଟଙ୍କ ତରଫରୁ ପକ୍ଷ ରଖି କହିଥିଲେ ଯେ, ମୁଁ ସରକାର ଭାଙ୍ଗୁଥିଲି କିମ୍ବା ନିଜ ପରିସୀମା ଉଲ୍ଲଂଘନ କରି କୌଣସି ପାପ କରୁଥିଲି ତାହା ବୁଝା ପଡୁଛି । କିନ୍ତୁ ଯଦି ମୁଁ ମୋ ସ୍ୱର ଉତ୍ତୋଳନ କରୁଛି ତେବେ ଏହା ଆମର ସ୍ୱାଧୀନ ଅଭିବ୍ୟକ୍ତିର ଅଧିକାର ଯାହା ସମ୍ବିଧାନର ଧାରା ୧୯ ଅନ୍ତର୍ଗତରେ ମୋତେ ମିଳିଥାଏ ।

ସାଲଭେ କହିଥିଲେ ଯେ, ସ୍ୱାଧିନ ଅଭିବ୍ୟକ୍ତିର ଅଧିକାର ଆମ ସମ୍ବିଧାନର ଅଙ୍ଗ । ତେଣୁ ଏହି ନୋଟିସକୁ ତୁରନ୍ତ ରଦ୍ଦ କରାଯାଉ । ଯଦି କୌଣସି ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନିତୀ ଓ ଏକଛତ୍ରବାଦ ବିରୋଧରେ ସ୍ୱରଉତ୍ତୋଳନ କରେ ,ନିଜ କେନ୍ଦ୍ରୀୟ ନେତୃତ୍ୱକୁ ଏନେଇ ଅବଗତ କରାଏ ,ତେବେ ଏହା ସ୍ୱାଧିନ ଅଭିବ୍ୟକ୍ତି,ବିଦ୍ରୋହ ନୁହେଁ ।

ରାଜଧାନୀରୁ ଆଉ ୧୨୪ କରୋନା ସଂକ୍ରମିତ ଚିହ୍ନଟ, ହଜାରେ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।  ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରୁ ହୋଇଥିବା ବେଳେ ୫୨ ଜଣ ସ୍ଥାନୀୟ ସଂକ୍ରମିତ ।  ଏଥିସହିତ ଆଜିର ସଂକ୍ରମିତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ୱର ୧ ହଜାର ଟପିଛି ସଂକ୍ରମିତଙ୍କ ସଂଖ୍ୟା ।

ଶୁକ୍ରବାର ପ୍ରକାଶିତ ସଂକ୍ରମିତଙ୍କ ୫୨  ଲୋକାଲ୍ ସଂକ୍ରମିତଙ୍କ ମଧ୍ୟରୁ ଲକ୍ଷ୍ମୀବିହାର ବସ୍ତିରେ ରହୁଥିବା ଏକ ପ୍ରାଇଭେଟ୍ ମେଡିକାଲର ଜଣେ କର୍ମଚାରୀ, ଶୈଳଶ୍ରୀ ବିହାରରୁ ୨ ଜଣ, ଡୁମ୍‌ଡୁମା ମା’ ମଙ୍ଗଳା ବସ୍ତିରୁ ଜଣେ, ଇଷ୍ଟକୋଷ୍ଟ ରେଲଓ୍ୱେ କଲୋନୀରୁ ଜଣେ ଶହୀଦନଗରରୁ ଜଣେ, ଗଙ୍ଗନଗରରୁ ଜଣେ, ନୟାପଲ୍ଲୀ ବେହେରା ସାହିରୁ ଜଣେ, ନୟାପଲ୍ଲୀ ନୂଆସାହିରୁ ୨ ଜଣ, ପାତ୍ରପନା ଫୁଲେଶ୍ୱର ବସ୍ତିରୁ ଜଣେ, ସାଲିଆ ସାହିରୁ ୨ ଜଣ, ସରକାରୀ ହସ୍ପିଟାଲର ଜଣେ ଡ୍ରାଇଭର, ସହିଦ ନଗରରୁ ୨ଜଣ, ରସୁଲଗଡ଼ ପାଲା ମଣ୍ଡପରୁ ଜଣେ, ପଳାଶୁଣୀରୁ ଜଣେ, ଆଇଆରସି ତ୍ରିନାଥ ବସ୍ତିରୁ ଜଣେ, ଓଲଡ୍ ଟାଉନ୍ ବଡ଼ଦଣ୍ଡା ସାହିରୁ ଜଣେ, ଏକ ପ୍ରାଇଭେଟ୍‌ ମେଡିକାଲର ଜଣେ କର୍ମଚାରୀ ଓ ତାଙ୍କ ପରିବାରରୁ ଦୁଇ ଜଣ, ଚକେସିଆଣିରୁ ଜଣେ, ଗଜପତି ନଗର ଅଞ୍ଚଳରେ ରହୁଥିବା ଏକ ଘରୋଇ ମେଡିକାଲର ଜଣେ କର୍ମଚାରୀ, ନୟାପଲ୍ଲୀରୁ ଜଣେ ଲକ୍ଷ୍ମୀସାଗରରୁ ଜଣେ, ୟୁନିଟ୍ ୪ ଅଞ୍ଚଳରୁ ଜଣେ, ପ୍ରାଇଭେଟ୍ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ମହିଳା, ଆଇଆରସି ଭିଲେଜରୁ ଜଣେ, ବୁଦ୍ଧେଶ୍ୱର କଲୋନୀ ଅଞ୍ଚଳରୁ ଜଣେ, ପଟିଆ ଶିଶୁ ବିହାର ଅଞ୍ଚଳରୁ ଜଣେ, ୟୁନିଟ-୧ ଅଞ୍ଚଳରୁ ଜଣେ, ଡୁମ୍‌ଡୁମା ରଘୁନାଥ ଅଞ୍ଚଳରୁ ୨ ଜଣ, ଖଣ୍ଡଗିରି କୋଳଥିଆରୁ ଜଣେ, ରସୁଲଗଡ଼ ପାଲାମଣ୍ଡପ ଅଞ୍ଚଳରୁ ଜଣେ, ସେଣ୍ଟ୍ରାଲ ହସ୍ପିଟାଲର ଜଣେ ସିକ୍ୟୁରିଟି ଗାର୍ଡ ନୟାପଲ୍ଲୀରୁ ଜଣେ, ଡେଲ୍‌ଟା କଲୋନୀରୁ ଜଣେ ସୂର୍ଯ୍ୟନଗର ବସ୍ତିରୁ ଜଣେ ସିଲିଆ ସାହି  ନୀଳାଚକ୍ରନଗରରୁ ଜଣେ ଓ ସେଣ୍ଟ୍ରାଲ ସରକକାରୀ ମେଡିକାଲର ୨ ଜର କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାଛଡ଼ା କ୍ୱାରେଣ୍ଟାଇନ୍‌ରେ ଥିବା ୭୨ ଜଣ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପକ୍ଷରେ ଆଜି ୫୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ।

ନଗଦରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ଭେଟିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେମିତି କରିବେ ଦେଖା

ନୂଆଦିଲ୍ଲୀ: ଆମ ଦେଶରେ କରୋନା ସଂକ୍ରମଣର ଦ୍ରୁତ ଗତିରେ ବୃଦ୍ଧି ପାଉଛି । କିନ୍ତୁ ଏହା ସହିତ କରୋନା ରୋଗୀ ପ୍ରାୟ ସମାନ ଅନୁପାତରେ ମଧ୍ୟ ସୁସ୍ଥ ହେଉଛନ୍ତି । ସଂକ୍ରମିତ ବ୍ୟକ୍ତି ଏବଂ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ ପ୍ରତ୍ୟେକ ଦିନ ଏକ ନୂତନ ଅଧ୍ୟୟନ ସାମ୍ନାକୁ ଆସୁଛି । କରୋନାରୁ ଭଲ ହୋଇଥିବା ବ୍ୟକ୍ତିଙ୍କୁ କିପରି ଦେଖା କରିବେ ତାଙ୍କର ପରିବାର ଲୋକ ସେ ନେଇ ମଧ୍ୟ ନୂଆ ଅଧ୍ୟୟନ ସାମ୍ନାକୁ ଆସିଛି ।

ଏହି ପରିସ୍ଥିତିରେ ଆମ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ କୋଭିଡ -19 ଦ୍ୱାରା ଆରୋଗ୍ୟ ହୋଇଥିବା ଆମ ପ୍ରିୟ ବ୍ୟକ୍ତିଙ୍କୁ ଆମେ କେତେ ଦିନ ବ୍ୟବଧାନରେ ଭେଟି ପାରିବା ? ଏକାସାଙ୍ଗରେ ଭେଟିବାବେଳେ କେଉଁ ଜିନିଷ ଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍ ଯାହାଦ୍ୱାରା ଆମର ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ସ୍ୱାସ୍ଥ୍ୟରେ କୌଣସି ପ୍ରକାରେ ଅସୁବିଧା ହେବ ନାହିଁ ।

କରୋନା ସଂକ୍ରମଣ ହେବାର ଆଶଙ୍କା ଆମ ସମସ୍ତଙ୍କ ମନରେ ରହିଛି । ଯେତେବେଳେ ଆମକୁ କୌଣସି ରୋଗ ହୁଏ ସେହି ସମୟରେ ଆମ  ପରିବାର ଆମ ସହିତ ରହିବା ଆବଶ୍ୟକ ବୋଲି ମନେ କରିଥାଉ । ଯାହାଫଳରେ ଆମେ ମାନସିକ ସ୍ତରରେ ଦୃଢ଼ ରହିଥାଉ ଏବଂ ଏହି ରୋଗକୁ ପରାସ୍ତ କରିଥାଉ । କିନ୍ତୁ କୋଭିଡ୍ -19 ହେଉଛି ଏକ ରୋଗ ଯେଉଁଥିରେ ରୋଗୀକୁ ଏକାକୀ ରହିବାକୁ ପଡ଼ିଥାଏ । ଏହି ରୋଗ ସହିତ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିଥାଏ । କାରଣ ଯଦି ଜଣେ ସୁସ୍ଥ ବ୍ୟକ୍ତି ପୂର୍ଣ୍ଣ ସତର୍କତା ବିନା ଏପରି ରୋଗୀଙ୍କ ସଂସ୍ପର୍ଶରେ ଆସନ୍ତି, ତେବେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ସମସ୍ତ ସମ୍ଭାବନା ଅଛି ।

ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଦ୍ୱାରା ପ୍ରକାଶିତ ସର୍ବଶେଷ କରୋନା ସୂଚନା ଅନୁଯାୟୀ, ଯଦି ଆପଣଙ୍କର କୌଣସି ପରିବାର କିମ୍ବା ବନ୍ଧୁ ଏହି ରୋଗରୁ ମୁକ୍ତି ପାଇଛନ୍ତି, ତେବେ ଆପଣ ସେମାନଙ୍କ ସଂସ୍ପର୍ଶରେ ଆସିବା ପୂର୍ବରୁ କିଛି  ସତର୍କତା ଅବଲମ୍ବନ କରିବାକୁ ପଡିବ । ଯେମିତି…

ଯଦି ଜଣେ ବ୍ୟକ୍ତିଙ୍କର କରୋନା ଲକ୍ଷଣ ଥାଏ କିମ୍ବା ସେ କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇସାରିଛନ୍ତି  ଓ ବର୍ତ୍ତମାନ ସେ ତାଙ୍କ ପରିବାରକୁ ଭେଟିବାକୁ ଚାହୁଁଛନ୍ତି । ତେବେ ସେ ପ୍ରତ୍ୟେକ ପରିସ୍ଥିତିରେ ତିନୋଟି ବିଶେଷ ଜିନିଷର ଯତ୍ନ ନେବା ଉଚିତ୍‌ ।

ପ୍ରଥମ ସର୍ତ୍ତଟି ହେଉଛି ଭେଟିବାକୁ ଚାହୁଁଥିବା ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ଅତି କମରେ ୩ ଦିନ ମଧ୍ୟରେ ଜ୍ୱର ହୋଇ ନଥିବ । ଦ୍ୱିତୀୟ ସର୍ତ୍ତ ହେଉଛି ତାଙ୍କର କାଶ ବା ନିଶ୍ୱାସ ନେବାରେ କୌଣସି ଅସୁବିଧା ହେଉନଥିବ । ଯଦି ବ୍ୟକ୍ତିଙ୍କର ଏହି ସମସ୍ୟା ନଥିବ ତେବେ ତାଙ୍କର ପରିବାର କିମ୍ବା ବନ୍ଧୁଙ୍କୁ ସାକ୍ଷାତ କରିବାରେ କିଛି ମଧ୍ୟ ସମସ୍ୟା ନାହିଁ ।

ତୃତୀୟ ଏବଂ ଅନ୍ତିମ ଅବସ୍ଥା ହେଉଛି ଯେଉଁ ବ୍ୟକ୍ତିଙ୍କର କରୋନା ଲକ୍ଷଣ ଥିଲା,  ଲକ୍ଷଣ ଦେଖାଯିବା ଦିନଠାରୁ ସେ  ଆଗାମୀ ୧୦ ଦିନ ପାଇଁ ସମ୍ପୂର୍ଣ୍ଣ ଭାବେ କ୍ୱାରେଣ୍ଟାଇନରେ ରହିଛନ୍ତି କି ନାହିଁ ତାହା ଦେଖିବାକୁ ପଡିବ । ଏହି ତିନୋଟି ସର୍ତ୍ତ ପୂରଣ କରିବା ପରେ ହିଁ, ଯଦି କେହି କରୋନାରୁ ସୁସ୍ଥ ହୋଇଥିବେ ତେବେ ତାଙ୍କ ପରିବାରକୁ ଭେଟି ପାରିବେ  । ଏମିତି ହେଲେ  ତାଙ୍କ ପରିବାର ସଂକ୍ରମଣର ଶିକାର ହେବା ସମ୍ଭାବନା ବହୁତ କମିଯାଏ ।

 

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଲେ ସୁଶାନ୍ତଙ୍କ ମୃତ୍ୟୁରେ ସିବିଆଇ ତଦନ୍ତର ଆବଶ୍ୟକ ନାହିଁ

ନୂଆଦିଲ୍ଲୀ: ବଲିଉଡର ଜଣେ ଆଗଧାଡ଼ିର ଚେହେରା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାକୁ ନେଇ ସସ୍‌ପେନ୍ସ ଏବେବି ଜାରି ରହିଛି । ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ହତ୍ୟା କରାଯାଇଛି ବୋଲି ଅନେକ କହୁଛନ୍ତି । ସୁଶାନ୍ତଙ୍କ ବନ୍ଧୁ ଏବଂ ତାଙ୍କ ପରିବାର ଲୋକ ତାଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ କରନ୍ତୁ ବୋଲି ଦାବି କରିଛନ୍ତି । ନିକଟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ମଧ୍ୟ ଅମିତ ଶାହାଙ୍କୁ ଟ୍ୱିଟ୍‌ କରି ଏନେଇ ସିବିଆଇ ତଦନ୍ତ କରିବାକୁ  ଅନୁରୋଧ କରିଥିଲେ ।

କିନ୍ତୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏକ ଭିନ୍ନ ଧରଣର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ । ମୁମ୍ବାଇ ପୋଲିସ ଏହି ମାମଲାର ତଦନ୍ତ କରିବାରେ ସକ୍ଷମ । ସେ କହିଛନ୍ତି ଯେ ‘ବ୍ୟବସାୟୀକ ପ୍ରତିଦ୍ୱନ୍ଦ୍ୱିତା’ ଏଙ୍ଗଲରୁ ମଧ୍ୟ ଏହି ଘଟଣାର ଅନୁସନ୍ଧାନ କରୁଛି ପୋଲିସ ବୋଲି ସେ କହିଛନ୍ତି । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗୁରୁବାର ଦିନ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅଭିନେତା ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତର ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା କରି ଦେଶମୁଖ କହିଛନ୍ତି ଯେ ମୁମ୍ବାଇ ପୋଲିସ୍ ଅଭିନେତାଙ୍କ ମୃତ୍ୟୁ ଘଟଣାର ବିସ୍ତୃତ ଅନୁସନ୍ଧାନ କରାଯାଉଛି  । ଅନେକ ଲୋକଙ୍କ ବିବୃତ୍ତି ରେକର୍ଡ କରାଯାଇଛି । ଏହି ମାମଲାକୁ ସିବିଆଇର ହସ୍ତାନ୍ତର କରିବା କୌଣସି ଆବଶ୍ୟକତା ନାହିଁ। ଆମର ପୋଲିସ ଅଧିକାରୀମାନେ ସଠିକ୍ ଦିଗରେ ଘଟଣାର ଅନୁସନ୍ଧାନ କରିବାରେ ସକ୍ଷମ ଅଟନ୍ତି । ସେ କହିଛନ୍ତି ଯେ ବ୍ୟବସାୟରେ ଶତ୍ରୁତା ଦୃଷ୍ଟିରୁ ଏଭଳି ହୋଇଥାଇପାରେ ବୋଲି ପୋଲିସ ମଧ୍ୟ ଘଟଣାର ତଦନ୍ତ କରୁଛି । ମୁମ୍ବାଇ ପୋଲିସ ଏପର୍ଯ୍ୟନ୍ତ ରିୟା ଚକ୍ରବର୍ତ୍ତୀ, ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନସାଲୀ, ବଲିଉଡ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ, ଛାବ୍ରା ଏବଂ ରାଜପୁତଙ୍କ ପରିବାର ସଦସ୍ୟଙ୍କ ସମେତ ଦୁଇ ଡର୍ଜନରୁ ଅଧିକ ଲୋକଙ୍କୁ ପଚରାଉଚରା କରିଛି।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ସେ ଡିପ୍ରେସନ ପାଇଁ ଚିକିତ୍ସିତ ହେଉଥିଲେ । ସର୍ବସାଧାରଣରେ ନିଜକୁ ପ୍ରଥମ ଥର ପାଇଁ ରାଜପୁତଙ୍କ “ଗର୍ଲଫ୍ରେଣ୍ଡ” ବୋଲି ସମ୍ବୋଧନ କରି ଚକ୍ରବର୍ତ୍ତୀ କହିଛନ୍ତି ଯେ ସରକାରଙ୍କ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଏବଂ ସିବିଆଇ ଯାଞ୍ଚ ଏହି ମାମଲାରେ ନ୍ୟାୟ ଆଣିବାରେ ସହାୟକ ହେବ ।

ଚଳିତ ମାସ ଶେଷ ଯାଏଁ ଟ୍ୱିନ୍ ‌ସିଟିରୁ ହଟିଲା ସାପ୍ତାହିକ ସଟ୍‌ଡାଉନ୍‌

ଭୁବନେଶ୍ୱର: ଟ୍ୱିନ୍‌ସିଟିରୁ ହଟିଲା ସାପ୍ତାହିକ ସଟ୍‌ଡାଉନ୍ । ଏଣିକି ଶନିବାର ଓ ରବିବାରରେ ବନ୍ଦ ହେବନି ରାଜଧାନୀ ଭୁବନେଶ୍ୱର ଓ କଟକ । ଭୁବନେଶ୍ୱର ଓ କଟକରେ ଲକ୍‌ଡାଉନ୍ ଲାଗୁ ହେବା ପରେ ସଟଡାଉନ୍ ଉଠାଯିବାକୁ ନେଇ ଘୋଷଣା କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । ଏହାପରେ ଶନିବାର ଓ ରବିବାର ସକାଳ ୬ଟାରୁ ଦିନ ୧ଟା ଯାଏଁ ତେଜରାତି ଦୋକାନ, କ୍ଷୀର ଦୋକାନ ଓ ମାଂସ ଦୋକାନମାନ ଖୋଲାରହିବ ।

Weekend Shutdown: People Adhere To Norms, Stay Indoors In Odisha

ଆଗାମୀ ୧୪ ଦିନ ପାଇଁ ଲକ୍‌ଡାଉନ୍ ଲାଗୁ ହେଉଥିବା ବେଳେ ଏହା ମଧ୍ୟରେ ୨ ଥର ସାପ୍ତାହିକ ସଟ୍‌ଡାଉନ୍ ହେବାର ଥିଲା । ରାଜ୍ୟରେ ସଂକ୍ରମଣର ସ୍ଥିତିକୁ ନେଇ ଚଳିତ ମାସ ଶେଷ ଯାଏଁ ଏହି କଟକଣା ଲାଗୁ କରାଯାଇଥିଲା ।

ତେବ ଆଗାମୀ ଦିନରେ ଲକ୍‌ଡାଉନ୍ ହଟାଯିବା ପରେ ପୁନଃ ସଟଡାଉନ୍ ଲାଗୁ ହେବ କି ନାହିଁ ସେ ନେଇ କୌଣସି ସୂଚନା ଦିଆଯାଇନାହିଁ । ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟ ସମେତ ଦେଶରେ ଅନଲକ୍ ୨.୦ ଜାରି ରହିଛି ।

Complaint Filed Against Twin City Police Commissioner

ତେବେ ରାଜ୍ୟର କିଛି ନିର୍ଦ୍ଦିଷ୍ଟ ଜିଲ୍ଲାର ସଂକ୍ରମିତ ସଂଖ୍ୟାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍ ନିଷ୍ପତ୍ତି ନିଆଯାଇଛି । ଏହି ଲକ୍‌ଡାଉନକୁ ବିଜ୍ଞାନ ସମ୍ମତ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ । ଏବଂ ଏହି ସମୟରେ ସର୍ଭିଲାନ୍ସ କରାଯିବ । ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସ୍କ୍ରନିଂ କରାଯାଇପାରିବ । ଏବଂ ଏହାର ସୁଫଳ ଲୋକେ ପାଇପାରିବେ ବୋଲି ମୁଖ୍ୟ ସଚିବ ସୂଚତି କରିଛନ୍ତି ।

ଚଳିତ ମାସ ଶେଷ ଯାଏଁ ଟ୍ୱିନ୍ ‌ସିଟିରୁ ହଟିଲା ସାପ୍ତାହିକ ସଟ୍‌ଡାଉନ୍‌

ଆସିଲା ଟ୍ରେନ୍‌ ଡ୍ରାଇଭରଙ୍କ ବୟାନ, କହିଲେ ସେଦିନ ପୁରୁଷାେତ୍ତମ ଏକ୍ସପ୍ରେସ୍‌ରେ କୌଣସି ଦୁର୍ଘଟଣା ହୋଇନାହିଁ

ଭୁବନେଶ୍ୱର: ଆଦିତ୍ୟ ଦାସ ମୃତ୍ୟ ଘଟଣା । ୧୦ ଦିନ ପରେ ବି ଜାରି ରହିଛି ସସପେନସ୍ । ଗୋଟେ ପରେ ଗୋଟେ ସତ ସାମ୍ନାକୁ ଆସିବାରେ ଲାଗିଛି । ଯୁଦ୍ଧକାଳୀନ ଭିତ୍ତିରେ ଯାଞ୍ଚ କରୁଛି ଜିଆାରପିର ଏକ  ଟିମ୍‌ । ସେପଟେ ଆଦିତ୍ୟଙ୍କ ମୁଖ୍ୟ ସହଯୋଗୀ ପପୁ, ବିକାଶଙ୍କର ବି ବୟାନ ରେକର୍ଡ ହୋଇଛି । ୬ ତାରିଖ ସନ୍ଧ୍ୟା ୭ ଟା ସମୟରୁ ଘରୁ ବାହାରିଥିଲେ ଆଦିତ୍ୟ ବୋଲି ସୂଚନା ଦେଇଥିଲା ପୋଲିସ ।

ବୃଦ୍ଧାଶ୍ରମ ଠାରୁ ଷ୍ଟେସନ ପର୍ଯ୍ୟନ୍ତ ସିସିଟିଭି ଜବତ କରିଥିଲା । ଆଦିତ୍ୟଙ୍କ ଘର ପାଖରେ ଥିବା ଏକ ପେଟ୍ରୋଲ ପମ୍ପରୁ ସିସିଟିଭି ଜବତ କରିଥିଲା ପୋଲିସ । ସେଥିରୁ ଆଦିତ୍ୟ ଏକୁଟିଆ ଯାଉଥିବା ଦେଖିବାକୁ ମିଳିଛି । ତେବେ ପୁରୁଷୋତ୍ତମ ଏକ୍ସପ୍ରେସ ଦୁର୍ଘଟଣାରେ ଆଦିତ୍ୟର ମୃତ୍ୟୁ ହୋଇଥିବା ପୂର୍ବରୁ ଯାହା ସନ୍ଦେହ କରାଯାଉଥିଲା ସେଥିରେ ଏବେ ବ୍ରେକ୍‌ ଲାଗିଛି । ରାତି ୮ ରୁ ୯ ଟା ୩୦ ମଧ୍ୟରେ ଦୁର୍ଘଟଣା ହୋଇଥିବା ପୋଲିସ ସୂଚନା ଦେଇଥିଲା ।

କିନ୍ତିୁ ଏବେ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣା ଅଧିକ ସନ୍ଦେହ ଘେରକୁ ଯିବାକୁ ଲାଗିଛି । କାରଣ ପ୍ରତିକ୍ରିୟା ରଖିଛନ୍ତି ପୁରୁଷୋତ୍ତମ ଏକ୍ସପ୍ରେସ ଡ୍ରାଇଭର ବିଷ୍ଣୁ ଚରଣ ସେଠୀ । ତାଙ୍କ ପ୍ରତିକ୍ରିୟା ପରେ ଏବେ ଆଦିତ୍ୟଙ୍କ ମୃତ୍ୟୁ ସନ୍ଦେହ ଅଧିକ ଛନ୍ଦି ହେବାରେ ଲାଗିଛି । ପୁରୁଷୋତ୍ତମ ଏକ୍ସପ୍ରେସ ଦ୍ୱାରା କୌଣସି ଦୁର୍ଘଟଣା ଘଟିନଥିବା ଡ଼୍ରାଇଭର କହିଛନ୍ତି । ୬ ତାରିଖ ରାତି ସାଢେ ୮ଟାରେ ଭୁବନେଶ୍ୱର ଷ୍ଟେସନ୍‌ରେ ପୁରୁଷୋତ୍ତମ ଏକ୍ସପ୍ରେସ ପହଞ୍ଚିଥିଲା । ଟ୍ରେନ୍ ଆସିବା ସମୟରେ ରେତଙ୍ଗରୁ ଭୁବନେଶ୍ୱର ମଧ୍ୟରେ କୌଣସି ଦୁର୍ଘଟଣା ଘଟିନଥିବା ଟ୍ରେନ୍ ଡ୍ରାଇଭର ବିଷ୍ଣୁ ଚରଣ ସେଠୀ କହିଛନ୍ତି ।

ତେବେ ସେଦିନ  ସେହି ରେଳ ଧାରଣା ଦେଇ ଯାଇଥିଲା ୩ଟି ଗାଡ଼ି  । ସେଥିମଧ୍ୟରୁ ମାତ୍ର ଗୋଟିଏ ଗାଡ଼ି ଉପରେ ଜିଆରପିର ସନ୍ଦେହ ହୋଇଥିଲା । ଏବଂ ଶୁକ୍ରବାର ସେ ସନ୍ଦେହ ମଧ୍ୟ ଦୂର ହୋଇଛି । ଏଠି ପ୍ରଶ୍ନ ଉଠୁଛି ଯଦି ସେଦିନ ପୁରୁଷୋତ୍ତମ ଏକ୍ସପ୍ରେସରେ କୌଣସି ଦୁର୍ଘଟଣା ହୋଇନି ତେବେ ଆଦିତ୍ୟଙ୍କ ମୃତ୍ୟୁ ହେଲା କେମିତି ? ଏହା ଏକ ହତ୍ୟା ନୁହେଁ ତ ? ଆଦିତ୍ୟଙ୍କୁ କେହି ମାରି ଆତ୍ମହତ୍ୟାର ରୂପ ଦେବାକୁ ଚାହୁଁ ନାହାନ୍ତି ତ ? ଏଭଳି ଅନେ ପ୍ରଶ୍ନ ଏବେ ଆଦିତ୍ୟଙ୍କ ମୃତ୍ୟୁ ନେଇ ସୃଷ୍ଟି ହେବାରେ ଲାଗିଛି ।

ପୂର୍ବାପେକ୍ଷା କଠୋର ହେବ କଟକଣା: ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ

ଭୁବନେଶ୍ୱର: ୪ ଜିଲ୍ଲା ଓ ଗୋଟିଏ ମ୍ୟୁନସିପାଲଟି କର୍ପୋରେସନକୁ ଫେରିଛି ଲକ୍‌ଡାଉନ୍ । ଏହି ସମୟରେ ସମ୍ପୃକ୍ତ ଅଞ୍ଚଳରେ ଜୁଲାଇ ୩୧ ଯାଏଁ ଲକଡାଉନ୍ ବଳବତ୍ତର ରହିବ । ଏହି ସମୟରେ କମିଶନରେଟ୍ ପୋଲିସ ଅଞ୍ଚଳରେ କିଭଳି ରହିବ କଟକଣା ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

ଲକ୍‌ଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ, ମେଡିସିନ ଷ୍ଟୋର ଓ ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ ଖୋଲାରହିବ । ରାସନ ସାମଗ୍ରୀ ପାଇଁ ଗାଡ଼ି ନେଇ ଯାଇପାରିବେ ନାହିଁ ଲୋକେ । ନିକଟସ୍ଥ ତେଜରାତି ଦୋକାନକୁ ଚାଲି ଚାଲି ଯାଇ ଆବଶ୍ୟକୀୟ ସାମଗ୍ରୀ କିଣିପାରିବେ । ଏଥିସହିତ ହୋମ୍ ଡେଲିଭରୀର ସେବାକୁ ମଧ୍ୟ ଅନୁମତି ଦିଆଯାଇଛି । ଏମାନଙ୍କ ସହଯୋଗରେ ଲୋକେ ଖାଦ୍ୟ ସାମଗ୍ରୀ ଅର୍ଡର କରିପାରିବେ ।

More checkpoints will help police enforce lockdown - The Hindu

ତେବେ ଚଳିତ ଲକ୍‌ଡାଉନ୍ ପାଇଁ ପୋଲିସ ପକ୍ଷରୁ କୌଣସି ପାସ୍‌ ଦିଆଯିବନାହିଁ । ଅନୁମତିପ୍ରାପ୍ତ ସରକାରୀ ଓ ବେସରକାରୀ ସଂସ୍ଥା ସୀମିତ ସଂଖ୍ୟକୁ କର୍ମଚାରୀଙ୍କୁ ନେଇ କାମ କରିପାରିବେ । ଲକ୍‌ଡାଉନ୍ ସମୟରେ ବ୍ୟାଙ୍କ ଖୋଲାରହିବ । ୨୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିପାରିବେ ବ୍ୟାଙ୍କ । ସେହିଭଳି ଆଇଟି ସଂସ୍ଥାରେ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟକରିପାରିବେ ।

Working from home because of COVID-19? Here are 10 ways to spend ...

ଅନ୍ୟମାନେ ଓ୍ୱାର୍କ ଫର୍ମ ହୋମ୍ କରିବେ । ଏଥିସହିତ ଜରୁରୀକାଳୀନ ସେବାରେ ଥିବା ସରକାରୀ ସଂସ୍ଥା ମଧ୍ୟ ସୀମିତ ସଂଖ୍ୟାକ କର୍ମଚାରୀଙ୍କୁ ନେଇ କାମକରିବେ । ଅନୁମତିପ୍ରାପ୍ତ ସମସ୍ତ ସଂସ୍ଥାର କର୍ମଚାରୀ ସେମାନଙ୍କ କର୍ମସଂସ୍ଥାନ ଦ୍ୱାର ପ୍ରଦତ୍ତ ପରିଚୟ ପତ୍ର ସହ ସଂସ୍ଥା ଦ୍ୱାରା ଅଫିସ୍ ଆସିବା ନେଇ ପ୍ରଦତ୍ତ ପାସ୍‌କୁ ସାଥିରେ ନେଇ ଯାଇପାରିବେ ।

ପୂର୍ବାପେକ୍ଷା କଠୋର ହେବ କଟକଣା: ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ

ସେହିପରି ଗଣମାଧ୍ୟମ କର୍ମଚାରୀ ମଧ୍ୟ  ସେମାନଙ୍କୁ ମିଳିଥିବା ପରିଚୟପତ୍ର ଓ ସଂସ୍ଥା ଦ୍ୱାରା ଦିଆଯାଇଥିବା ପାସ୍ ନେଇ କର୍ମସଂସ୍ଥାକୁ ଆସିପାରିବେ । କିନ୍ତୁ ପୂର୍ବରୁ ଗଣମାଧ୍ୟମରେ କାମ କରୁଥିବା କିଛି କର୍ମଚାରୀ ଏବେ ମଧ୍ୟ ପୂର୍ବ ପାସ୍ ନେଇ ଯାଆ ଆସ ହେଉଥିବା ଦେଖିବାକୁ ମିଳିଛି । ଆଗକୁ ଯଦି କେହି ଏଭଳି କରୁଥିବା ନଜରକୁ ଆସେ ତା’ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛି ପୋଲିସ କମିଶନର ।

Outside broadcasting - Wikipedia

ଜାତୀୟ ରାଜପଥ ପାର୍ଶ୍ୱରେ ଢାବା ଖୋଲାରହିବ । କେବଳ ପାର୍ସଲ ନେଇ ଯାଇପାରିବେ ଟ୍ରକ ଡ୍ରାଇଭର । ଏଥିସହିତ ହସ୍ପିଟାଲ ନିକଟବର୍ତ୍ତୀ କିଛି ଅଞ୍ଚଳରେ କିଛି ହୋଟଲେ ଖୋଲା ରହିବ ଯାହାଦ୍ୱାରା ରୋଗୀଙ୍କ ସମ୍ପର୍କୀୟଙ୍କୁ ସୁବିଧା ହେବ ।

କରୋନାରେ ଅଙ୍ଗନୱାଡ଼ି ଓ ଆଶାକର୍ମୀଙ୍କ ମୃତ୍ୟୁ ହେଲେ ନିକଟ ସଂପର୍କୀୟଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର: କରୋନା ପାଇଁ ଏବେ ପୁରା ରାଜ୍ୟ ଘାଣ୍ଟି ହେଉଛି । ଦିନକୁ ଦିନ ଏଥିରେ ସଂକ୍ରମିତଙ୍କ ସଂଖ୍ୟା  ବଢ଼ିବାରେ ଲାଗିଛି । କରୋନାରେ ଅନେକ ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଛି । ତେବେ ଏହି ସଂକ୍ରମଣରେ କେବଳ ସାଧାରଣ ଲୋକ ସଂକ୍ରମିତ ହେଉନାହାନ୍ତି । ଏଥିରେ ଆଗଧାଡ଼ିର ଯୋଦ୍ଧାମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି ।

ଖାଲି ସେତିକି ନୁହେଁ ଏଥିରେ ଅନେକ ଆଗଧାଡ଼ିର କରୋନା ଯୋନ୍ଧା, ଯେଉଁ ମାନେ ସବୁବେଳେ କରୋନା ସହ ଲଢ଼େଇ କରୁଛନ୍ତି ସେମାନଙ୍କର ମୃତ୍ୟୁ ହୋଇଛି । ଯୋଦ୍ଧାଙ୍କର ମୃତ୍ୟୁ ହେବା ପରେ ସେମାନଙ୍କର ପରିବାର ଆର୍ଥିକ ସଙ୍କଟର ଶିକାର ହେଉଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କ ପାଇଁ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ।  କୋଭିଡ ଯୋଦ୍ଧା ଅଙ୍ଗନଓ୍ୱାଡି ଓ ଆଶା କର୍ମୀଙ୍କ ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି ।

ଡ୍ୟୁଟି ସମୟରେ କରୋନା ଯୋଦ୍ଧା ଅଙ୍ଗନଓ୍ୱାଡ଼ି ଓ ଆଶା କର୍ମୀଙ୍କ କୋଭିଡ ୧୯ରେ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ମିଳିବ ଭତ୍ତା । କୌଣସି ଅଙ୍ଗନଓ୍ୱାଡି କର୍ମୀ କରୋନା କାର୍ଯ୍ୟରେ ନିୟୋଜିତ ଥିବାବେଳେ ତାଙ୍କର ମୃତ୍ୟୁ ହେଲେ ତାଙ୍କ ପରିବାରକୁ ମାସିକ ୭ ହଜାର ୫ ଶହ ଟଙ୍କା ଭତ୍ତା ପ୍ରଦାନ କରାଯିବ ।  ମୃତ ଅଙ୍ଗନୱାଡି କର୍ମଚାରୀଙ୍କ ଚାକିରିକାଳ ୬୦ ବର୍ଷ ହେବା ୟାଏଁ ତାଙ୍କ ପରିବାରକୁ ଏହି ଭତ୍ତା ମିଳିବ ବୋଲି ଘୋଷଣା କରାଯାଇଛି ।

ସେହିପରି କୌଣସି କୋଭିଡ ୧୯ ଯୋଦ୍ଧା କୌଣସି ଆଶା କର୍ମୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୫ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ । ୬୦ ବର୍ଷ ହେବା ପର୍ଯ୍ୟନ୍ତ ତାଙ୍କ ପରିବାରକୁ ଏହି ଭତ୍ତା ମିଳିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟାମନ୍ତ୍ରୀ ନବ କିଶୋର ଦାସ । ଆଗରୁ ରାଜ୍ୟ ସରକାର ଆଶା ଓ ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଘୋଷଣା କରିଥିଲେ ।