spot_img
Home Blog Page 6975

୨୪ ଘଣ୍ଚାରେ ୧୦୮ ନୂଆ ସଂକ୍ରମିତ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୧୬୩କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରେ ୧୦୮ଟି ନୂତନ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଗତକାଲି ୧୪୬ ସଂକ୍ରମିତ ଚିହ୍ନଟ ହୋଇଛି । ତେବେ ଆଜି ଚିହ୍ନଟ ହୋଇଥିବା ସମୁଦାୟ ୧୦୮ ସଂକ୍ରମିତଙ୍କ ମଧ୍ୟରୁ ୯୫ ମାମଲା କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩ଟି ସ୍ଥାନୀୟ ସଂକ୍ରମିତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୧୬୩ରେ ପହଞ୍ଚିଛି ।

ଅମ୍ଫାନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିବା ୧୬ଜଣ ଆଗ୍ନିକଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ ୧୫, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରୁ ୯ଜଣ ଲେଖାଏଁ, ଗଞ୍ଜାମରୁ ୮, ଖେର୍ଦ୍ଧା ଓ ଗଜପତିରୁ ୭ ଲେଖାଏଁ , କେଉଁଝରରୁ ୫, ବାଲେଶ୍ୱରରୁ ୪, ସୁନ୍ଦରଗଡ଼ରୁ ୨  ଅନୁଗୁଳ, କଟକ, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡି ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୧୬୩ରେ ପହଞ୍ଚିଛି । ଏବଂ ଏବେ ସୁଦ୍ଧାରେ ରାଜ୍ୟରେ ୨୮୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ୧୨୯୫ ଜଣ ସଂକ୍ରମିତ ସକ୍ରିୟ ଅଛନ୍ତି ଏବଂ ସେମାନଙ୍କ ଚିକିତ୍ସା ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କରାଯାଉଛି ।

ପରିବାରର ୫ଜଣଙ୍କ ଦାନାରେ ବିଷ ଦେଲା ବାପା

ମାଲକାନଗିରି: ନିଶାରେ ମାତାଲ ହୋଇ ପରିବାରଙ୍କୁ ବିଷ ଦେଲା ବାପା । ଦାନାରେ ବିଷ ଦେଇ ମାରିବାକୁ ବାପାର ପ୍ରୟାସ । ଖାଇବା ଭାତରେ ବିଷ ଦେଇ ମାରିବାକୁ ପଛାଇଲାନି ବାପା । ତେବେ ନିଶାସକ୍ତ ଅବସ୍ଥାରେ ପରିବାରର ୫ଜଣଙ୍କୁ ବାପା ବିଷ ଦେଇଥିବା ସୂଚନା ମିଳିଛି । ମାଲକାନଗିରି ମାଥିଲି କାଳିଆ ନାୟକଗୁଡ଼ା ଗାଁରେ ଏଭଳି ଅଘଟଣ ଘଟିଛି ।

ନିଶାସକ୍ତ ଅବସ୍ଥାରେ ପୂରା ପରିବାରକୁ ମାରିବା ପାଇଁ ନରସିଂହ ମାଝୀ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପରିବାରର ୫ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ନରସିଂହଙ୍କ ପତ୍ନୀ ପୂର୍ଣ୍ଣା ମାଝୀ, ୨ ଝିଅ ଗୌରୀ ଓ ସୁମିତ୍ରା, ପୁଅ ବାସୁଦେବ ଓ ପୁତୁରା ବନ୍ଧୁ ନାୟକ ଗୁରୁତର ହୋଇଛନ୍ତି । ଗାଁ ଲୋକେ ଆମ୍ବୁଲାନ୍‌ସ ଡକାଇ ସେମାନଙ୍କୁ ମେଡିକାଲ ପଠାଇଥିଲେ । ମାଥିଲି ମେଡିକାଲରେ ସେମାନଙ୍କ ଚିକିତ୍ସା ଚାଲିଛି ।

ଗୁଣି ସନ୍ଦେହରେ ବାପା-ଝିଅଙ୍କୁ ଗଛରେ ବାନ୍ଧି ପିଟିଲେ ସ୍ଥାନୀୟ ଲୋକ

ବାଲେଶ୍ୱର: ଏବେ ବି ଜୀବିତ ଅଛି ଅନ୍ଧବିଶ୍ୱାସ । ଗୁଣି କରିଥିବା ସନ୍ଦେହ କରି ବାପ-ଝିଅଙ୍କୁ ଦେଇଛନ୍ତି ନିର୍ଯାତନା । ଗୁଣି ସନ୍ଦେହରେ ବାଲେଶ୍ୱର ନୀଳଗିରି କାହାଳିଆ ପୋଖରୀ ସାହିରେ ଅଭାବନୀୟ ଘଟଣା। ବାପା-ଝିଅଙ୍କୁ ଗଛରେ ବାନ୍ଧି ପିଟିଲେ । କେବଳ ସେତିକିରେ ମନ ମାନିଲାନି ଯେ, ପ୍ରାୟଶ୍ଚିତ କରିବାକୁ ଗୋବର ପାଣି ପିଆଇଦେଲେ କିଛି ବ୍ୟକ୍ତି। ପୋଲିସରେ ଏତଲା ଦେବା ପରେ ୩ଜଣଙ୍କୁ ଅଟକ ରଖି ପୋଲିସ।

ଅଭିଯୋଗ ଅନୁସାରେ ପୋଖରୀସାହିର ପର୍ଶୁରାମ ବାରିକ ଗୁଣିଗାରେଡି କରି ପଡୋଶୀଙ୍କୁ ହଇରାଣ କରୁଥିବା ଶୁଣିବାକୁ ମିଳିଥିଲା। ରାଗିଯାଇ ସ୍ଥାନୀୟ ୪ଜଣ ଲୋକ ପର୍ଶୁରାମଙ୍କ ଘରକୁ ଯାଇ ତାଙ୍କୁ ମାଡ଼ ମାରିଥିଲେ । ୩ ଅଟକ ଅଭିଯ଼ୁକ୍ତ ବି ଥାନୋରଏତଲା ଦେଇଛନ୍ତି । ଜମି ଜମା ଗଣ୍ଡଗୋଳକୁ ନେଇ ଏପରି ଘଟିଥିବା ସେମାନେ କହିଛନ୍ତି। ପୋଲିସ ଘଟଣାର ଯାଞ୍ଚ କରୁଛି।

ସୁଶାନ୍ତଙ୍କ ମୃତ୍ୟୁରେ ଦୁଃଖି ଭାଉଜ ବି ବୁଜିଲେ ଆଖି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର, ପ୍ରଶଂସକ ଏବଂ ବି ଟାଉନ୍ ରେ ଶୋକର ଛାୟା । ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଯେ, ତାଙ୍କ ପରିବାରର ଜଣେ ସଦସ୍ୟ ସୁଶାନ୍ତଙ୍କ ମୃତ୍ୟୁ ସହି ପାରିନପାରି ମୃତ୍ୟୁ ବରଣ କରିଛନ୍ତି । ସେ ହେଉଛନ୍ତି ସୁଶାନ୍ତଙ୍କ ଭାଉଜ । ଦିଅର ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ପାଇବା ପରେ ଗତ କାଲି ବିହାରର ପୂର୍ଣ୍ଣିୟା ଜିଲ୍ଲାରେ ତାଙ୍କ ଗ୍ରାମରେ ରହୁଥିବା ତାଙ୍କ ଭାଉଜ ସୁଧା ଦେବୀଙ୍କର ମୃତ୍ୟୁ ହୋଇଛି ।

ସୁଶାନ୍ତ ସିଂ ରାଜପୁତଙ୍କ ଜନ୍ମ ପୁର୍ନିଆ ଜିଲ୍ଲାର ମାଲଡିହା ଗାଁରେ ହୋଇଥିଲା । ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଗାଁରେ ପହଞ୍ଚିବା ମାତ୍ରେ ତାଙ୍କ ସମ୍ପର୍କୀୟ ଭାଉଜ ସୁଧା ଦେବୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ସେ ମଧ୍ୟ ଅବସାଦର ଶିକାର ହୋଇଥିଲେ। ସେ ଖାଇବା ପିଇବା ବନ୍ଦ କରିଦେଇଥିଲେ । ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ସେପଟେ, ସୁଧା ଦେବୀଙ୍କ ମୃତ୍ୟୁ ଖବର ଆସିଥିଲା।

ପରିବାର ସଦସ୍ୟଙ୍କ କହିବା ଅନୁସାରେ, ମୁମ୍ବାଇରେ ସୁଶାନ୍ତ ସିଂ ରାଜପୁତଙ୍କ ଅନ୍ତିମ ସଂସ୍କାର କରାଯାଉଥିବା ବେଳେ ସୁଧା ଦେବୀଙ୍କ ମୃତ୍ୟୁ ହୋଇଥିଲା। ସୁଶାନ୍ତଙ୍କ ମୃତ୍ୟୁ ପରେ, ଏବେ ତାଙ୍କ ସମ୍ପର୍କୀୟ ଭାଉଜଙ୍କ ନିଧନ ହେତୁ ପରିବାରରେ ଯେମିତି କଳା ବାଦଲ ଛାଇଯାଇଛି । ଗୋଟିଏ ପରିବାରର ଦୁଇ ଜଣ ସଦସ୍ୟଙ୍କ ମୃତ୍ୟୁ କେହି ସହିପାରୁ ନାହାନ୍ତି ।

ସୁଶାନ୍ତଙ୍କ ଅନ୍ତିମ ସଂସ୍କାରରେ ଅଭିନେତ୍ରୀ ଶ୍ରଦ୍ଧା କପୁର, ରିଆ ଚକ୍ରୋବର୍ତ୍ତି, ଅରୂନ ଶୌରୀ, ବିବେକ ଓବରୟ ସମେତ ଅନ୍ୟ ଫିଲ୍ମ ତାରକାମାନେ ମଧ୍ୟ ସାମିଲ ଥିଲେ । ଏହା ସହ ସୁଶାନ୍ତଙ୍କ ପରିବାରରୁ ତାଙ୍କ ବାପା ଓ ପରିଜନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେମାନଙ୍କ ପାଇଁ ଏହା ମାନିବା କଷ୍ଟକର ଥିଲା ଯେ, ତାଙ୍କ ପୁଅ ଆଉ ତାଙ୍କ ପାଖରେ ନାହିଁ ।

 

କଥାରେ ବିଭ୍ର।ନ୍ତ କରି ଝାମ୍ପିନେଲେ ସୁନା ଚେନ୍

ବାଲିଅନ୍ତା: ଲୁଟେରାଙ୍କ ଟାର୍ଗେଟରେ ବରିଷ୍ଠ ନାଗରିକ। ଲକଡାଉନ ବେଳେ ବରିଷ୍ଠନାଗରିକଙ୍କୁ ଏକାକି ପାଇ ଲୁଟ କରୁଛନ୍ତି ଦୁର୍ବୃତ୍ତ । ଠିକଣା କିମ୍ବା ଭଲମନ୍ଦ ପଚାରିବା ବାହାନାରେ ଝାମ୍ପି ନେଉଛନ୍ତି ଚେନ୍‌ । ବାଲିଅନ୍ତା ଥାନା ପାଟଣାରେ ୫୫ ବର୍ଷିୟ ମୁରଲିଧର ପରିଡାଙ୍କୁ ସେହିପରି କଥାରେ ବିଭ୍ର।ନ୍ତ କରି ନିମିଷକେ ସୁନା ଚେନ୍‌ ଝାମ୍ପି ନେଇଥିଲେ ଲୁଟେରା । ସ୍ପିଡ୍‌ ବାଇକରେ ଆସି ୨ ଲୁଟେରା ଘଟାଇଛନ୍ତି ଏପରି କାଣ୍ଡ । ଏ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

କିଛି ଦିନ ତଳେ ସମାନ ଢ଼ଙ୍ଗରେ ବାଲିଅନ୍ତା ଭିଙ୍ଗାରପୁର, ଡେରାସାହି, ପଦ୍ମପୁର ଓ ଗିରିଙ୍ଗୋରେ ଲୁଟ୍‌ ହୋଇଚାଲିଛି। ତେବେ ଲୁଟେରାଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇନି। ଲୁଟେରାଙ୍କୁ ପୋଲିସରେ ଦେଲେ ପରିଚୟ ଗୋପନ ରଖାଯିବା ସହ ପୁରସ୍କାର ଦିଆଯିବ ଓ ବୋଲି ଆଇଆଇସି ଲୋକଙ୍କ ଆହ୍ଵାନ ଦେଇଛନ୍ତି।

ଆଜିଠୁ ଦୁଇ ଦିନ ଧରି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗତ ୨ ସପ୍ତାହ ଧରି ଦେଶରେ ବଢୁଛି କରୋନା ସଂକ୍ରମିତ ସଂଖ୍ୟା । ଆଜିଠୁ ଦୁଇ ଦିନ ଧରି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଅପରାହ୍ନ ୩ଟାରେ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟଙ୍କ ସହ ଭିଡିଓ କନଫରେନ୍‌ସିଂରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ବୋଲି ଅନୁମାନ କରାଯାଉଛି । ଦେଶରେ ଅନ୍‌ଲକ୍‌ ୧.୦ ଜାରି ରହିଥିବା ବେଳେ ଏହାର ଅବଧି ବୃଦ୍ଧି ହେବ କି ନାହିଁ ସେନେଇ ମଧ୍ୟ ଆଲୋଚନା ହୋଇପାରେ।

Modi Meeting
File pic

ଆଜି କେରଳ, ଆସାମ, ପଞ୍ଜାବ ସମେତ ସମସ୍ତ ପୂର୍ବୋତ୍ତର ରାଜ୍ୟ ସାମିଲ ହେବେ । ସେହିପରି ଆସନ୍ତାକାଲି ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, ଦିଲ୍ଲୀ ପରି ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ କାଲି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଜାମ୍ମୁକାଶ୍ମୀରରେ ପୁଣି ୩ ଆତଙ୍କୀ ନିହତ

ସୋପିଆଁ: ଜମ୍ମୁକାଶ୍ମୀରରେ ପୁଣି ସୁରକ୍ଷାବଳ ଓ ଆତଙ୍କୀ ମୁହାଁମୁହିଁ। ସୋପିଆଁ ଜିଲ୍ଲାର ତୁର୍କୱାନଗାମ ଅଞ୍ଚଳରେ ଆତଙ୍କୀ ଡେରା ପକାଇଥିବା ଖବର ପାଇ ସେନା ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା । ଏବଂ ସୁରକ୍ଷାବଳଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଯୋଜନାରେ ଫସି ଯାଇଥିଲେ ଆତଙ୍କୀ । ଏହାପରେ ସୁରକ୍ଷାବଳଙ୍କ ଗୁଳିରେ ହିଁ  ୩ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ଏବେବି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।

ପୂର୍ବରୁ ଜମ୍ମୁକାଶ୍ମୀରର ସୋପିଆଁ ପୁଲୱାମା, କୁଲଗାମ ଓ ଅନନ୍ତନାଗରେ ସୁରକ୍ଷାବଳ ଓ ଆତଙ୍କୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଇ କିଛିଦିନ ମଧ୍ୟରେ ପାଖାପାଖି ୨୦ କିମ୍ବା ତାଠାରୁ ଅଧିକ ଆତଙ୍କୀଙ୍କୁ ଏନକାଉଣ୍ଟର କରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ ।

ମହାପ୍ରଭୁଙ୍କ ଉପରେ ପ୍ରଭାବ ପକାଇବ ରାଜବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ଦଶମୂଳ ଔଷଧ  

ପୁରୀ: ଆଜି ସୁସ୍ଥ ହେବେ ମହାପ୍ରଭୁ । ଶ୍ରୀଜିଉଙ୍କ ଅନୁଷ୍ଠିତ ହେବ ଚକାବିଜେ ନୀତି । ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ଵାର ବନ୍ଦ କରାଯାଇ ବେହେରଣ ଦ୍ଵାର ଫିଟା ଯିବା ସହ ଅନବସର ନୀତି ଅନୁଷ୍ଠିତ ହେବ । ଦଇତାପତି ଓ ବିଦ୍ୟାପତି ମାନେ ଶ୍ରୀଜିଉମାନଙ୍କୁ ଚକା ଉପରେ ଚକା ବିଜେ କରାଇବା ସହ ଚକଟା ଓ ପଣା ଭୋଗ ଲାଗି କରିବେ ।

ଏହାସହ ଆଜି ଦଶମୀ ମଳ ଅବସରରେ ରାଜବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଦଶମୂଳ ଔଷଧ ଶ୍ରୀମନ୍ଦିରକୁ ଯିବ । ଅନ୍ୟପଟେ ଗତକାଲି ତିନି ରଥର ଦୁଆର ବେଢା ଯୋଖା ଯାଇଥିବା ବେଳେ ଆଜି କଳସ, ବେଦୀ ସିଂହାସନ, ପାର୍ଶ୍ୱ ଦେବାଦେବୀ ରଥରେ ଯୋଖାଯିବ ।

ଦେଶରେ ୩ ଲକ୍ଷ ୩୮ ହଜାର ପାର ଆକ୍ରାନ୍ତଙ୍କ ସଂଖ୍ୟା… ମୃତ୍ୟୁ ସଂଖ୍ୟା ୯ ହଜାର ୬ ଶହ ଟପିଲା

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଗ୍ରାଫ । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୫୦୨ ସଂକ୍ରମିତ ହୋଇଥିବା ବେଳେ ୩୨୫ ଜଣ ପ୍ରାଣ ହରାଇଛନ୍ତି । ଆଉ ଦୁଇ ଦିନ ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ଦିନକୁ ୧୨ ହଜାର ଟପିବ ବୋଲି ଅନୁମାନ କରାଯାଉଛି । ଦେଶରେ ଏବେ କରୋନା ମୃତ୍ୟୁ ସଂଖ୍ୟା ୯ ହଜାର ୬ ଶହ ଟପିଛି। ସେହିପରି ମୋଟ୍‌ ସଂକ୍ରମିତ ୩ ଲକ୍ଷ ୩୮ ହଜାର ପାର ହୋଇଛି।

ଦେଶରେ ବଢୁଛି କରୋନା… ମହାରାଷ୍ଟ୍ରରେ ଲକ୍ଷେରୁ ଅଧିକ ସଂକ୍ରମିତ

ଆକ୍ଟିଭ ମାମଲା ୧ ଲକ୍ଷ ୫୫ ରୁ ଅଧିକ ରହିଥିବା ବେଳେ ୧ ଲକ୍ଷ ୭୩ ହଜାରରୁ ଅଧିକ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ କରୋନା ସ୍ଥିତି ସାଂଘାତିକ ରହିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧ ହଜାର ୬୬୬ ଓ ଦିଲ୍ଲୀରେ ୧ ହଜାର ୬୪୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୮ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ହଜାର ପାଖାପାଖି ପହଞ୍ଚିଛି । ତାମିଲନାଡୁ ଆକ୍ରାନ୍ତ ସଂଖ୍ୟା ୪୬ ହଜାର ଓ ଦିଲ୍ଲୀରେ ୪୨ ହଜାର ପାର କରିଛି ।

ଏହି ରାଶିର ଲୋକମାନଙ୍କର ବଢିପାରେ ପାରିବାରିକ ଚିନ୍ତା… ପ୍ରେମୀ ଯୁଗଳଙ୍କ ପାଇଁ ଆଜି ଦିନଟି ଅଶୁଭ

ଜୁନ ୧୬, ୨୦୨୦ ମସିହା, ମିଥୁନ ୨ ଦିନ,

୧୯୪୨ ଶକାବ୍ଦ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଆଷାଢ ମାସ କୃଷ୍ଣପକ୍ଷ ଦଶମୀ

ଅଶ୍ୱିନୀ ନକ୍ଷତ୍ର, ମୀନ ରାଶିରେ ଚନ୍ଦ୍ର ରହୁଛନ୍ତି

ଘାତବାର- ମକର ରାଶିର

ଘାତଚନ୍ଦ୍ର- ମେଷ ରାଶିର ଘାତଚନ୍ଦ୍ର

ଯୋଗିନୀ ଉତ୍ତରେ ରହିବେ ସକାଳ ୫ ଟା ୪୩ ପର୍ଯ୍ୟନ୍ତ

ଏହା ପରେ ଯୋଗିନୀ ରହିବେ ଆଗ୍ନେୟ କୋଣରେ

ଶୁଭ ସମୟ- ସକାଳ ୮ ଟା ୪୪ ପରେ ଦିନ ୧୧ ଟା ୨୧ ମଧ୍ୟରେ

ଅଶୁଭ ସମୟ-ଦିନ ୩ ଟା ୦୪ ମିନିଟ୍‌ ରୁ ଦିନ ୪ ଟା ୪୬ ମଧ୍ୟରେ

ଆଜି ଶିମ୍ବ ଖାଇବା ମନା

ମେଷ ରାଶି

ଅଶ୍ୱିନୀ – ବ୍ୟବସାୟରେ ବାଧା,ବିଘ୍ନ ସବୁ ଦୁର ହୋଇଯିବ

ଦ୍ୱିଜା- ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ

କୃତ୍ତିକା- ଅନେକ ସମସ୍ୟାର ସମାଧାନ ହେବାର ଯୋଗ ରହିଛି

ଡାଲିଚିନି ପାଖରେ ରଖି କାର୍ଯ୍ୟ କରନ୍ତୁ

ବୃଷ ରାଶି

କୃତ୍ତିକା – ମହିଳାମାନଙ୍କର ସମସ୍ୟାର ଦିନ, ଚିନ୍ତାରେ ଦିନ କାଟିବେ

ରୋହିଣୀ- ମୁଣ୍ଡରେ କୈାଣସି ସ୍ଥାନରେ ଆଘାତ ଲାଗିପାରେ

ମୃଗଶିରା- ମାନସିକ ଚିନ୍ତା ଦିନ ସାରା ଲାଗି ରହିପାରେ

କିଛି ତେଜପତ୍ର ମନ୍ଦିରରେ ଦାନ କରନ୍ତୁ

ମିଥୁନ ରାଶି

ମୃଗଶିରା- ବଡଭାଇଙ୍କର ଆର୍ଥିକ ସାହାଯ୍ୟରେ କାମ ସଫଳ ହେବ

ଆର୍ଦ୍ରା- ମାନସମ୍ମାନ ବୃଦ୍ଧି ପାଇବା ସହ ଦିନଟି ଭଲରେ କଟିବ

ପୁନର୍ବସୁ- ମହିଳାମାନେ ଆଜି ଦିନରେ ଧର୍ମପ୍ରତି ମନ ବଦଳାଇବେ

ମସୁର ଡାଲି ସ୍ରୋତ ନଦୀରେ ବସାଇ ଦିଅନ୍ତୁ

କର୍କଟ ରାଶି

ପୁନର୍ବସୁ – ଚାକିରୀ କ୍ଷେତ୍ରରେ ଉନ୍ନତି ଘଟିବ

ପୁଷ୍ୟ।- ଅଟକି ରହିଥିବା ଅର୍ଥ ଆଜି ମିଳିବାର ସମ୍ଭାବନା

ଅଶ୍ଳେଷା- କର୍ମକ୍ଷେତ୍ରରେ କଠିନ ପରିଶ୍ରମ ଦ୍ଵାରା ସଫଳତା ପାଇବେ

ବେସଲରେ ଲଡୁ କରି ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ

ସିଂହ ରାଶି

ମଘା- ଜ୍ୟୋତିଷ ବିଦ୍ୟା ପ୍ରତି ଆଗ୍ରହ ବଢିବ

ପୂର୍ବା ଫାଲଗୁନି- ଗୁରୁଜନଙ୍କ ଠାରୁ ଆର୍ଶିବାଦ୍‌ ପାଇବେ, ଦିନଟି ଶୁଭରେ କଟିବ

ଉତ୍ତରାଫାଲଗୁନି- ପିତାଙ୍କ ସାହାଯ୍ୟରେ କର୍ମ,ବ୍ୟବସାୟରେ ଲାଭ

ଓଁ ମନ୍ତ୍ରକୁ ୧୦୮ ଥର ପାଠ କରନ୍ତୁ

କନ୍ୟା ରାଶି

ଉତ୍ତରଫାଲଗୁନି- ଅଗ୍ନିପ୍ରତି ବିପଦ ରହିଛି, ସତର୍କ ରୁହନ୍ତୁ

ହସ୍ତା- ଅର୍ଥ ଚିନ୍ତା ବ୍ୟସ୍ତ କରିଦେବ

ଚିତ୍ରା- ବିଦେଶରୁ କୈାଣସି ଦୁଃଖ ଖବର ପାଇପାରନ୍ତି

ସବୁଜ ରଙ୍ଗର ବସ୍ତ୍ର ଆଜି ଦିନରେ ଧାରଣ କରନ୍ତୁ

ତୁଳା ରାଶି

ଚିତ୍ରା – ବନ୍ଧୁଙ୍କର ସାହାଯ୍ୟରେ ନୂତନ ବ୍ୟବସାୟ ଆରମ୍ଭ କରିବେ

ସ୍ୱାତୀ- ଦୁର୍ଘଟଣା ପ୍ରତି ସାବଧାନ ରୁହନ୍ତୁ

ବିଶାଖା- ବ୍ୟବସାୟରୁ ଲାଭ ପାଇବେ

ଆଜି ଦିନରେ ତୁଳସୀ ବୃକ୍ଷ ମନ୍ଦିରରେ ରୋପଣ କରନ୍ତୁ

ବିଛା ରାଶି

ବିଶାଖା – ଶରୀରକୁ ନେଇ ଚିନ୍ତା ବଢିବ

ଅନୁରାଧା- ଶତ୍ରୁମାନେ ପରାଜିତ ହେବେ

ଜ୍ୟୋଷ୍ଠା- ପାରିବାରିକ ଚିନ୍ତା ବଢିପାରେ, ଜଗି ରଖି ଚଳନ୍ତୁ

କୈାଣସି ନାରୀକୁ କ୍ଷୀର ଦାନ କରନ୍ତୁ

ଧନୁ ରାଶି

ସନ୍ତାନମାନଙ୍କ କ୍ଷେତ୍ରରେ ଉନ୍ନତି ଯୋଗୁ ଖୁସିରେ ରହିବେ

ପୂର୍ବାଷାଢା- କିଛି ନୂଆ ଆଭୁଷଣ କିଣିବାର ସୁଯୋଗ ପାଇପାରନ୍ତି

ଉତ୍ତରାଷାଢା- ପ୍ରେମ ସଂପର୍କରେ ଝଗଡା ହୋଇପାରେ

ଅସହାୟ ବୃଦ୍ଧକୁ ମିଠା ଦହି ଦାନ କରନ୍ତୁ

ମକର ରାଶି

ଉତ୍ତରାଷାଢା – ମା’ଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ପଡିବେ

ଶ୍ରବଣା- ଆଜି କିଛି ଅଘଟଣ ଘଟିପାରେ, କଥାବାର୍ତ୍ତା ଠିକ୍‌ ରଖିବେ

ଧନିଷ୍ଠା- ଇଛା ବିରୁଦ୍ଧରେ କିଛି ବି କରନ୍ତୁ ନାହିଁ, ସମସ୍ୟାରେ ପଡିବେ

ମହୁ ଜଳ କିଛି ଶିବ ଲିଙ୍ଗରେ ଅର୍ପଣ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- କୈାଣସି କଥାକୁ ନେଇ ଅନୁତପ୍ତ ହୋଇପାରନ୍ତି

ଶତଭିଷା- ଭାଇଭଉଣୀଙ୍କ ଠାରୁ ଖୁସି ଖବର ପାଇପାରନ୍ତି

ପୂର୍ବଭାଦ୍ରପଦ- ବ୍ୟବସାୟକୁ ନେଇ ଅସନ୍ତୋଷ ବଢିପାରେ

ଚନ୍ଦନ ଟିକା ମଥାରେ ଧାରଣ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ- ଇଛା ନଥିଲେ ମଧ୍ୟ କୈାଣସି ଘଟଣାରେ ଫସିପାରନ୍ତି

ଉତ୍ତରଭାଦ୍ରପଦ- ନିଜର କଳାକୁ ନେଇ ପ୍ରଶଂସିତ ହେବେ

ରେବତୀ- ଗୁରୁଙ୍କ ଠାରୁ ଉଚ୍ଚ ପ୍ରଶଂସା ପାଇପାରନ୍ତି

କ୍ଷୀରଗୁଡକୁ ମିଶାଇ ଶିବ ଲିଙ୍ଗରେ ଅର୍ପଣ କରନ୍ତୁ

 

 

ଜ୍ୟୋତିର୍ବିଦ୍‌ ପ୍ରଜ୍ଞା ତ୍ରିପାଠୀ

ଯୋଗାଯୋଗ- 8984684801