ନୂଆଦିଲ୍ଲୀ: ଚାଇନା କମ୍ପାନୀ ଶାଓମି ଗ୍ଲୋବାଲ ମାର୍କେଟ୍ ରେ ଏକକାଳୀନ ୯ଟି ଫୋନ୍ ଲଞ୍ଚ କରିଛି । ଏଥିରେ MI ସ୍ମାର୍ଟ ବ୍ୟାଣ୍ଡ ୫, ଇଲେକ୍ଟ୍ରିକ୍ ସ୍କୁଟର, TV ଷ୍ଟିକ୍ ସମେତ ତିନୋଟି ନୂତନ ସ୍ମାର୍ଟଫୋନ୍ ମଧ୍ୟ ସାମିଲ ଅଛି । କମ୍ପାନୀ ରେଡମି ୯ ସିରିଜ୍ ସ୍ମାର୍ଟଫୋନ୍ ରେଡମି ୯, ରେଡମି ୯A ଏବଂ ରେଡମି ୯C ଲଞ୍ଚ କରିଛି । ପାୱାରଫୁଲ୍ ପ୍ରସେସର ଏବଂ ପ୍ରିମିୟମ୍ ଫିଚର୍ସ ସହିତ ଏହି ତିନୋଟି ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି । ରେଡମି ୯A ର ଦାମ ୮,୫୦୦ ଟଙ୍କା, ରେଡମି ୯C ର ଦାମ ୧୦,୨୦୦ ଟଙ୍କା) ଏବଂ ରେଡମି ୯ ର ଦାମ ୧୨,୮୦୦ ଟଙ୍କା ରହିଛି ।

ରେଡମି ୯ ସ୍ମାର୍ଟଫୋନରେ ୬.୫୩ ଇଞ୍ଚ ଫୁଲ୍ HD + ଡିସପ୍ଲେ ରହିଛି । ଏହି ଫୋନରେ ମିଡିଆଟେକ ହେଲିଓ G80 ପ୍ରୋସେସର ଏବଂ ୫୦୨୦mAh ବ୍ୟାଟେରୀ ଅଛି ଯାହା ୧୮W ଫାଷ୍ଟ ଚାର୍ଜିଂ ସପୋର୍ଟ କରେ । ଏହାର ଦୁଇଟି ମଡେଲରେ ୩GB + ୩୨GB ଏବଂ ୪GB + ୬୪GB ରହିଛି । ଫଟୋଗ୍ରାଫି ପାଇଁ ଫୋନରେ ୧୩ ମେଗାପିକ୍ସେଲ କ୍ୱାଡ ରିୟର କ୍ୟାମେରା ସେଟଅପ୍ ରହିଛି ।

ରେଡମି ୯C ସ୍ମାର୍ଟଫୋନରେ ୬.୫୩ -ଇଞ୍ଚର ଡିସପ୍ଲେ ରହିଛି । ଫୋନରେ ମିଡିଆ ଟେକ୍ ହେଲିଓ G୩୫ ପ୍ରୋସେସର ଏବଂ ୫୦୦୦mAh ବ୍ୟାଟରୀ ରହିଛି । ଏହାର ଦୁଇଟି ମଡେଲରେ ୨GB + ୩୨GB ଏବଂ ୩ GB + ୬୪ GB ରହିଛି । ଫଟୋଗ୍ରାଫି ପାଇଁ ଫୋନରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ରହିଛି ।

ରେଡମି ୯A ସ୍ମାର୍ଟଫୋନରେ ୬.୫୩ ଇଞ୍ଚ ଫୁଲ୍ HD + ଡିସପ୍ଲେ ରହିଛି । ଏହି ଫୋନ୍ ରେ ମିଡିଆଟେକ୍ ହେଲିଓ G୨୫ ପ୍ରୋସେସର ଏବଂ ୫୦୦୦mAh ବ୍ୟାଟରୀ ରହିଛି । ଏହି ସ୍ମାର୍ଟଫୋନର ଆଉ ଏକ ମଡେଲ୍ ୨GB + ୩୨GB ଆସେ । ଫଟୋଗ୍ରାଫି ପାଇଁ ଫୋନରେ ୧୩MP ରିୟର କ୍ୟାମେରା ସେଟଅପ୍ ରହିଛି ।





ତେବେ ଶିଶୁଟି ବଞ୍ଚିଛି ବୋଲି ଜାଣିବାକୁ ପାଇବା ପରେ ଆମ୍ବୁଲାନ୍ସ ଡକାଯାଇଥିଲା । ଏହା ପରେ ଆମ୍ବୁଲାନ୍ସ ଯୋଗେ ଶିଶୁ କନ୍ୟାଟିକୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି । ସେଠାରେ ଶିଶୁଟିର ଚିକିତ୍ସା କରିବା ପରେ ଡାକ୍ତର ତାକୁ ସୁସ୍ଥ ଥିବା କହିଛନ୍ତି ।


ତେଣୁ ବୁଧବାର ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଓ ଗୁଣୁପୁର ଉପଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବନ୍ଦର ମେଡିକାଲ୍ ଓ ଆଦର୍ଶ ବିଦ୍ୟାଳୟ କୋଭିଡ ସେଣ୍ଟର ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାପରେ ମେଡିକାଲ୍ ସୁପରିଟେଣ୍ଡଣ୍ଟଙ୍କ ସହ କରୋନା ସଂକ୍ରମଣ ସ୍ଥିତି ନେଇ ଆଲୋଚନା କରିଛନ୍ତି । ମେଡିକାଲ୍ରେ ଜରୁରିକାଳିନ ସେବା ଚାଲିବ । ହେଲେ ଓଟି, ଲେବର୍ ରୁମ୍, ବର୍ହି ବିଭାଗକୁ ୭୨ ଘଣ୍ଟା ପାଇିଁ ବନ୍ଦ କରାଯାଇଛି ।





