spot_img
Home Blog Page 6985

ଦେଶରେ କରୋନା କାୟା, ଦିନକରେ ୯୯ ମୃତ, ୨୫୬୪ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଲକଡାଉନ ଭଳି କଡ଼ା ପଦକ୍ଷେପ ପରେ ବି ଭାରତରେ ମହାମାରୀ କରୋନା ଥମୁନି । ଶନିବାର ଦେଶରେ ୨୫୬୪ଟି ନୂଆ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଗତକାଲି ୯୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ସଂଖ୍ୟା ଦେଶରେ ଗୋଟିଏ ଦିନରେ ସର୍ବାଧିକ । ଏଥିସହ କରୋନାରେ ଦେଶରେ ଏଯାଏଁ ୧୩୨୦ ଜଣଙ୍କ ମୃତ୍ୟୁ ହେଲାଣି ।

ଦେଶରେ ପ୍ରଥମ ପାଇଁ ଗୋଟିଏ ଦିନରେ ୨୫୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ସଂଖ୍ୟା ୪୦ ହଜାର ଠାରୁ ମାତ୍ର ୨୧୧ ମାମଲା ଦୂରରେ ରହିଛି । ବର୍ତ୍ତମାନ ଯାଏଁ ୧୦ ହଜାର ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଶନିବାର ଦିଲ୍ଲୀରେ ୩୮୪ଟି ନୂଆ ସଂକ୍ରମଣ ମାମଲା ଆସିଥିବା ବେଳେ ମହାରାଷ୍ଟ୍ରରେ ୭୯୦ଟି ମାମଲା ଚିହ୍ନଟ ହୋଇଛି । ଗୁଜରାଟରେ ୩୩୩, ତାମିଲନାଡ଼ୁରେ ୨୩୧, ପଞ୍ଜାବ ୧୮୭, ଉତ୍ତରପ୍ରଦେଶ ୧୫୯, ପଶ୍ଚିମବଙ୍ଗ ୧୨୭, ରାଜସ୍ଥାନରେ ୧୦୬ ଜଣ ଗତକାଲି ଚିହ୍ନଟ ହୋଇଛନ୍ତି ।

୯୯ ଜଣ ଗତକାଲି ମୃତ୍ୟୁବରଣ କରିଥିବା ବେଳେ ଏଥିରେ ମହାରାଷ୍ଟରୁ ୩୬ ଜଣ ରହିଛନ୍ତି । କେବଳେ ମୁମ୍ବାଇରେ ଦିନକରେ ୨୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ୩, ଗୁଜରାଟ ୨୬, ପଶ୍ଚିମବଙ୍ଗ ୧୫, ମଧ୍ୟପ୍ରଦେଶ ଓ ରାଜସ୍ଥାନ ୬ ଜଣ ଲେଖାଏଁ, କର୍ଣ୍ଣାଟକ ଓ ଉତ୍ତରପ୍ରଦେଶରେ ୩ ଜଣେ ଲେଖାଏଁଙ୍କ ମୃତ୍ୟୁ ହୋଇଛି ।

ଝାରସୁଗୁଡ଼ାରେ ଆଉ ଜଣେ ପଜିଟିଭ, ଗଞ୍ଜାମରୁ ଚିହ୍ନଟ ୨ ସୁରତ ଫେରନ୍ତା

 

ଭୁବନେଶ୍ୱର: ଗଞ୍ଜାମରୁ ଚିହ୍ନଟ ହୋଇଥିବା ୨ ପଜିଟିଭ୍ ସୁରତ ଫେରନ୍ତା । ସଂକ୍ରମିତଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ଉଭୟ ପୁରୁଷ, ବୟସ-୧୭ ଓ ୨୨ ବର୍ଷ । ଝାରସୁଗୁଡ଼ାରୁ ଚିହ୍ନଟ ସଂକ୍ରମିତ ଜଣଙ୍କ ୪୦ ବର୍ଷୀୟ ମହିଳା । ସେ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସମ୍ପର୍କୀୟ ।

ଭୁବନେଶ୍ୱର: ଗଞ୍ଜାମରୁ ଚିହ୍ନଟ ହୋଇଥିବା ୨ ପଜିଟିଭ୍ ସୁରତ ଫେରନ୍ତା । ସଂକ୍ରମିତଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ଉଭୟ ପୁରୁଷ, ବୟସ-୧୭ ଓ ୨୨ ବର୍ଷ । ଝାରସୁଗୁଡ଼ାରୁ ଚିହ୍ନଟ ସଂକ୍ରମିତ ଜଣଙ୍କ ୪୦ ବର୍ଷୀୟ ମହିଳା । ସେ ପୂର୍ବରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସମ୍ପର୍କୀୟ ।

ଝାରସୁଗୁଡ଼ାରେ ଆଉ ଜଣେ ପଜିଟିଭ, ଗଞ୍ଜାମରୁ ଚିହ୍ନଟ ୨ ସୁରତ ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଫେରନ୍ତାଙ୍କ ଚିନ୍ତାରେ ଘାଣ୍ଟି ହେଉଛି ପୁରା ରାଜ୍ୟ । ଆଜି ପ୍ରଥମ ଥର ପାଇଁ ଗଞ୍ଜାମରେ ୨ଟି କରୋନା ଚିହ୍ନଟ ହେବା ପରେ ପୁଣି ଥରେ ଝାରସୁଗୁଡ଼ାରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି  ।

ଏହାକୁ ମିସାଇ ଝାରସୁଗୁଡ଼ାରେ ସଂକ୍ରମିତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ସଂକ୍ରମିତ ହେଉଛନ୍ତି ଜଣ  ମହିଳା ତାଙ୍କର ବୟସ ହେଉଛି ୪୦ ବର୍ଷ । ମହିଳା ଜଣକ ପୂର୍ବ ସଂକ୍ରମିତଙ୍କ ସଂଶ୍ପର୍ଷ ଆସିଥିଲେ । ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲାରେ ଏପ୍ରିଲ ୨୯ ତାରିଖରେ ଜଣେ ଚିହ୍ନଟ ହୋଇଥିଲେ ।

ସେ କୋଲକାତା ଫେରନ୍ତା ବୋଲି ଜଣାପଡ଼ିଥିଲା । ଗଞ୍ଜାମରୁ ଚିହ୍ନଟ ହୋଇଥିବା ୨ ପଜିଟିଭ୍ ସୁରତ ଫେରନ୍ତା । ସଂକ୍ରମିତଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ଉଭୟ ପୁରୁଷ, ବୟସ-୧୭ ଓ ୨୨ ବର୍ଷ ।

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାରୁ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨କୁ ବୃଦ୍ଧି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଞ୍ଚିଲା ।

ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାରୁ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨କୁ ବୃଦ୍ଧି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ରେ ପହଞ୍ଚିଲା ।

ଲକ୍‌ଡାଉନ୍‌ ପରେ ବଦଳିବ ସ୍କୁଲ ଚିତ୍ର, ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି ସରକାର

ଦେଶରେ କରୋନା ସ୍ଥିତି ଦୁର୍ବଳ ହେବା ପରେ ତଥା ଲକ୍‌ଡାଉନ୍‌ ଖୋଲିବା ପରେ, ସମସ୍ତ ସ୍କୁଲ ଖୋଲାଯିବ । ପିଲାମାନେ ପୁଣି ସ୍ୱଭାବିକ୍‌ ଭାବେ ସ୍କୁଲକୁ ପାଠ ପାଢ଼ିବା ପାଇଁ ଯିବେ । ହେଲେ ପିଲାଙ୍କ ପାଇଁ ସ୍କୁଲର ରୁପ ଢ଼ଙ୍ଗ ବଦଳି ଯାଇଥିବ । ପିଲାଙ୍କ ପାଇଁ ସ୍କୁଲ ଆଉ ପୂର୍ବଭଳି ନଥିବ । ଖାଲି ସେତିକି ନୁହେଁ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅନ୍ୟ କର୍ମଚାରୀଙ୍କ ପାଇଁ ମଧ୍ୟ ସ୍କୁଲ ନୂଆ ଲାଗିବ । ସ୍କୁଲରେ ଅନେକ ପରିବର୍ତ୍ତନ ଦେଖାଯିବ । ଛାତ୍ର ଏବଂ ଶିକ୍ଷକମାନଙ୍କୁ ଏହି ପରିବର୍ତ୍ତନଗୁଡିକୁ ଗ୍ରହଣ କରିବାକୁ ପଡିବ । ଏଥିପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଗତ ସପ୍ତାହରେ ସବୁ ରାଜ୍ୟର ଶିକ୍ଷାମନ୍ତ୍ରୀମାନଙ୍କ ସହ ହୋଇଥିବା ଏକ ବୈଠକରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖ୍‌ରିଆଲ ନିଶଙ୍କ ଏନେଇ ଆଲୋଚନା କରିଥିଲେ ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଦ୍ୱାରା ସ୍କୁଲଗୁଡ଼ିକରେ ପରିବର୍ତ୍ତନ ନେଇ ନୂଆ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି । ଖୁବ୍‌ଶୀଘ୍ର ତାହା ପ୍ରକାଶ ପାଇବ ।

ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ମୁଖ୍ୟତଃ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ବସିବା ବ୍ୟବସ୍ଥା, ସାମାଜିକ ଦୂରତା ଏବଂ ବିଦ୍ୟାଳୟରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ଏହି ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯାଉଛି । ଥରେ ଏହି ନିର୍ଦ୍ଦେଶାବଳୀ ଚୂଡ଼ାନ୍ତ ହେବା ପରେ ସେଗୁଡିକ ଦେଶର ବିଦ୍ୟାଳୟଗୁଡ଼ିକ ପାଇଁ ଲାଗୁ କରିଦିଆଯିବ ।

ମନ୍ତ୍ରଣାଳୟ କହିଛି ଯେ ଯେତେବେଳେ ସ୍କୁଲ ଏବଂ କଲେଜ ଖୋଲାଯିବ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ ସାମାଜିକ ଦୂରତା ନିୟମର ସମ୍ପୂର୍ଣ୍ଣ ଯତ୍ନ ନେବା ଦିଗରେ ବିଶେଷ ଗୁରୁତ୍ୱ ଦିଆଯିବ । ସୂଚନାଯୋଗ୍ୟ ଯେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିଛି ।

ପରୋପକାର କାର୍ଯ୍ୟ କରିବାର ସୁଯୋଗ ପାଇବେ, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ

ମେଷ

ଅଶ୍ୱିନୀ ମେଷ-ନିଜର ସକରାତ୍ମକ ଚିନ୍ତାଧାରା ଅନ୍ୟଙ୍କୁ ପ୍ରଭାବିତ କରିବ

ଦ୍ୱିଜା ମେଷ-ନିଜର କର୍ମକୁ ନେଇ ଅଶାନ୍ତି ବଢିବ

କୃତ୍ତିକା ମେଷ-ଆର୍ଥିକସ୍ଥିତିରେ ପରିବର୍ତ୍ତନ ଆସିବ

ପକ୍ଷୀମାନଙ୍କୁ ମସୁର ଡାଲି ଖାଇବାକୁ ଦିଅନ୍ତୁ

ବୃଷ

କୃତ୍ତିକା- ଆପଣଙ୍କ ପାଇଁ କିଛି ପରିବର୍ତ୍ତନ ଆସିପାରେ

ରୋହିଣୀ-ଅନେକ ଦିନରୁ ପ୍ରତୀକ୍ଷାରେ ଥିବା ବିଷୟକୁ ନେଇ ଶୁଭ ସୂଚନା ମିଳିବ

ମୃଗଶିରା-ବାପା,ମାଙ୍କର ଆଶିର୍ବାଦ‌ ଦ୍ଵାରା ସଫଳତା ପାଇବେ

ମା’ମଙ୍ଗଳାଙ୍କୁ ଲାଲ ସିନ୍ଦୁର ଅର୍ପଣ କରନ୍ତୁ

ମିଥୁନ

ମୃଗଶିରା-ବୟସ୍କ ବ୍ୟକ୍ତିଙ୍କର ପରାମର୍ଶ ହିଁ ସମସ୍ୟାର ସମାଧାନ କରିବ

ଆଦ୍ରା ମିଥୁନ-କୈାଣସି ନୂଆ କାମକୁ ନେଇ ଯୋଜନା ଆରମ୍ଭ କରିପାରନ୍ତି

ପୁର୍ନବସୁ-କିଛି ଶୁଭ ଖବର ପାଇବେ, ଅର୍ଥ ମଧ୍ୟ ମିଳିପାରେ

ପିମ୍ପୁଡିକୁ କିଛି ବୁଟ ଡାଲି  ଓ ଚିନି ଖାଇବାକୁ ଦିଅନ୍ତୁ

କର୍କଟ

ପୁର୍ନବସୁ-ଅଟକି ଥିବା କାର୍ଯ୍ୟ ଆଜି ସହଜରେ ହୋଇଯିବ

ପୁଷ୍ୟ। କର୍କଟ-ଗୁରୁଜନଙ୍କର ପରାମର୍ଶ ମାନି ସବୁ କାମ କରନ୍ତୁ , ଶୁଭ ରହିବ

ଅଶ୍ଲେଷା-ଆଜି ଦିନରେ ଧ୍ୟାନପୂର୍ବକ ସବୁ କାମ କରନ୍ତୁ

ପୂଜା ଗୃହରେ ମହାଦେବଙ୍କୁ କିଛି ମିଶ୍ରି ଭୋଗ ଅର୍ପଣ କରନ୍ତୁ

ସିଂହ

ମୃଘା-ଆର୍ଥିକସ୍ଥିତି ପୂର୍ବାପେକ୍ଷା ଭଲ ରହିବ, ପିତା,ମାତାଙ୍କର ସହଯୋଗ ପାଇବେ

ପୂର୍ବାଫାଲଗୁନି-ନିଜ କାର୍ଯ୍ୟ ଓ ପରିବାରକୁ ନେଇ ଚିନ୍ତା ବଢିବ

ଉତ୍ତରାଫାଲ୍‌ଗୁନି-ମନର ଭାବନାକୁ ନିଜର ଜୀବନସାଥୀଙ୍କୁ କୁହନ୍ତୁ, ଶାନ୍ତି ପାଇବେ

ମା’ଙ୍କୁ ପ୍ରଣାମ କରି ଦିନର କାର୍ଯ୍ୟ ଆରମ୍ଭ କରନ୍ତୁ

କନ୍ୟା

ଉତ୍ତରାଫାଲଗୁନି-ଘରୋଇ କ୍ଷେତ୍ରରେ କାମ କରୁଥିଲେ କିଛି ଶୁଭ ଖବର ପାଇପାରନ୍ତି

ହସ୍ତା କନ୍ୟା-ଦିନ ୧୨ଟା ପରେ କିଛି ଭଲ ଖବର ପାଇପାରନ୍ତି

ଚିତ୍ରା କନ୍ୟା-ଖର୍ଚ୍ଚ ବୃଦ୍ଧି ଆପଣଙ୍କର ମୁଣ୍ଡ ବିନ୍ଧାର କାରଣ ହୋଇପାରେ

ଆଜି ରୋଷେଇ ଘରେ କର୍ଯ୍ୟର, ଲବଙ୍ଗ ଜଳାନ୍ତୁ , ଶାନ୍ତି ପାଇବେ

ତୁଳା

ଚିତ୍ରା -ସମୟ ଠିକ୍‌ ରହିବ ନାହିଁ, କାର୍ଯ୍ୟ ସବୁ ଅଟକି ଯିବ

ସ୍ୱାତୀ ନକ୍ଷତ୍ର-ନୂଆ କାମ କିଛି ଆରମ୍ଭ କରନ୍ତୁ, ଶୁଭ ରହିବ

ବିଶାଖା ନକ୍ଷତ୍ର-ସନ୍ତାନଙ୍କ ସ୍ୱାସ୍ଥ୍ୟ, ପାରିବାରିକ ଶାନ୍ତି ମନରେ ଆନନ୍ଦ ଦେବ

ଗରିବଙ୍କୁ ଅଟା ବା ଚାଉଳ ଦାନ କରନ୍ତୁ

ବିଛା

ବିଶାଖା-ନୂଆ ଯୋଜନା ପ୍ରସ୍ତୁତ ପାଇଁ ସମୟ ଅନୁକୁଳ ରହିଛି

ଅନୁରାଧା-ଆପଣଙ୍କର ମାନସିକ ସ୍ଥିତିରେ ପରିବର୍ତ୍ତନ ଆସିପାରେ,ଅଧୁରା କାର୍ଯ୍ୟ ପୁରା ହେବ

ଜ୍ୟେଷ୍ଠା-ମାନସମ୍ମାନ ହାନୀ ହେବାର ଯୋଗ ରହିଛି, ଜଗିରଖି ଚଳନ୍ତୁ

ଭଗବାନ ହନୁମାନଙ୍କୁ ପ୍ରଣାମ କରି କାର୍ଯ୍ୟ ଆରମ୍ଭ କରନ୍ତୁ

ଧନୁ

ମୂଳା ନକ୍ଷତ୍ର-ସମୟ ଭଲ ରହିଛି,ସହକର୍ମୀଙ୍କର ସହଯୋଗ ପାଇବେ

ପୂର୍ବାଷାଢା-ଘରୋଇ ହିଂସା ଆପଣଙ୍କୁ ବିଚଳିତ କରିପାରେ,ଶାନ୍ତିରେ କାମ କରନ୍ତୁ

ଉତ୍ତରାଷାଢା-ନିଜ କାର୍ଯ୍ୟଧାରାରେ କିଛି ପରିବର୍ତ୍ତନ ଆସିପାରେ

୧୧ ଥର ଗାୟତ୍ରୀ ପାଠ କରନ୍ତୁ, ମନରେ ଶାନ୍ତି ଆସିବ

ମକର

ଉତ୍ତରାଷାଢା-ନିଜର ନିସ୍ୱାର୍ଥପର କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ଶ୍ରବଣା-ଦିନଟି ସଂଘର୍ଷପୂର୍ଣ୍ଣ ରହିବ, ପରିଶ୍ରମର ଫଳ ମିଳିବ ନାହିଁ

ଧନିଷ୍ଠା-ଜରୁରୀ କାର୍ଯ୍ୟ ସଂପୂର୍ଣ୍ଣ ହେବ,ଜୀବନସାଥୀଙ୍କ ସହ ସଂପର୍କ ନିବିଡ ହେବ

ମା’ଦୁର୍ଗାଙ୍କୁ ଲାଲ ଫୁଲ,ସିନ୍ଦୁର ଅର୍ପଣ କରନ୍ତୁ

କୁମ୍ଭ

ଧନିଷ୍ଠା-ପରୋପକାର କାର୍ଯ୍ୟ କରିବାର ସୁଯୋଗ ପାଇବେ

ଶତଭିଷା-ପରିବାରର ବୟସ୍କ ବ୍ୟକ୍ତିଙ୍କର ପରାମର୍ଶକୁ ମାନି ଚଳନ୍ତୁ

ପୂର୍ବଭାଦ୍ରପଦ-ଆଜି ଦିନରେ ପରିବାରର ପୁରା ସହଯୋଗ ପାଇବେ

ଶ୍ରୀଗଣେଶ ଭଗବାନଙ୍କୁ କିଛି ମିଠା ଦ୍ରବ୍ୟ ଅର୍ପଣ କରନ୍ତୁ

ମୀନ

ପୂର୍ବଭାଦ୍ରପଦ-ଧାର୍ମିକ ପରିବେଶ ମଧ୍ୟରେ ସମୟ କଟିବ

ଉତ୍ତରଭାଦ୍ରପଦ-ପୂର୍ବ ଅପେକ୍ଷା ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ରହିବ

ରେବତୀ-ଛୋଟ କଥାକୁ ନେଇ ପରିବାର ମଧ୍ୟରେ  ମନାନ୍ତର ଘଟିବ

ଭଗବାନ ଶ୍ରୀବିଷ୍ଣୁଙ୍କୁ ୧୧ଟି ହଳଦୀ ରଙ୍ଗର ଫୁଲ ଅର୍ପଣ କରନ୍ତୁ

ଜ୍ୟୋତିର୍ବିଦ୍‌ ଡ.ଶ୍ୟାମସୁନ୍ଦର ବାଗ୍

ଯୋଗାଯୋଗ- 9938571935

କେମିତି ଥିଲା ବାତ୍ୟା ‘ଫନି’ ? ମନେ ପକାଇଲେ ଶିହିରୀ ଉଠୁଛି ଦେହ…

ଭୁବନେଶ୍ୱର: ବାତ୍ୟା, ପ୍ରାକୃତିକ ବିପର୍ଯ୍ୟୟ । ୧୯୯୯ରୁ ୨୦୧୯, ଦୁଇ ଦଶନ୍ଧି ଭିତରେ ଓଡ଼ିଶା ଅନେକ ମହାବାତ୍ୟା, ବାତ୍ୟାକୁ ସାମନା କରିଛି । ପୁଣି ଛାତିକୁ ଟାଣ କରି ଛିଡ଼ା ହୋଇଛି । ୨୦୧୯ ମସିହା ମେ ୩, ଆଜିକୁ ଠିକ୍ ବର୍ଷେ । ଓଡ଼ିଶା ଦେଖିଥିଲା ବାତ୍ୟା ‘ଫନି’ର କରାଳ ପ୍ରକୋପ । ସମୁଦ୍ର ତଟରୁ ଶ୍ମଶାନ, ରେଲୱେ ଷ୍ଟେସନରୁ ରାଜଧାନୀର କୋଣ ଅନୁକୋଣ । ସବୁଠି ତାଣ୍ଡବ ରଚିଥିଲା ‘ଫନି’ ।

ବାତ୍ୟା ‘ଫନି’

ଭାରତ ମହାସାଗରରେ ଏପ୍ରିଲ ୨୬ ତାରିଖରେ ସୃଷ୍ଟି ହୋଇଥିଲା ସାମୁଦ୍ରିକ ଝଡ଼ । ୩୦ ତାରିଖରେ ଏହା ରୂପ ଜଣାପଡ଼ିବା ସହ ଆଗକୁ ବଢ଼ିଥିଲା । ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ‘ଫନି’ । ପ୍ରଭାବରେ ମେ ୨ ତାରିଖ ରାତିରୁ ପବନ ସହ ବର୍ଷା ଲାଗି ରହିଥିଲା । ମେ ୩ ସକାଳ ଥିଲା ‘ଫନି’ର ।

ଆତଙ୍କର ମୁହୂର୍ତ୍ତ

ମେ ୩ ସକାଳୁ ପବନର ବେଗ ବଢ଼ିବା ସହ ବଢ଼ିଥିଲା ବର୍ଷା । ରାଜ୍ୟର ସବୁ ସମୁଦ୍ର କୁଳିଆ ଅଞ୍ଚଳରେ ପବନର ବେଗ ବେଶ୍ ଅଧିକ ଥିଲା । ସକାଳ ପ୍ରାୟ ୮ଟା ୪୦ ମିନିଟରେ ପୁରୀରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ‘ଫନି’ । ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ସମୁଦ୍ର କୂଳରେ ଥିବା ନୋଳିଆ ବସ୍ତି । ଘଣ୍ଟା ପ୍ରତି ୨୦୦ କିମି ବେଗରେ ବହୁଥିବା ପବନ ନିମିଷକେ ସବୁ କିଛି ଛାରଖାର କରି ଦେଇଥିଲା । ଉଜୁଡ଼ି ଯାଇଥିଲା ହୋଟେଲ ଶିଳ୍ପ, ହରିଣଙ୍କ କୋଳାହଳରେ କମ୍ପୁଥିବା ବାଲୁଖଣ୍ଡ ଅଭୟାରଣ୍ୟ ବି ବାଦ୍ ପଡ଼ିନଥିଲା । ହରିଣ ସବୁ ଗାଏବ ହୋଇଯିବା ସହ ନିଶ୍ଚିହ୍ନ ହୋଇଯାଇଥିଲା ଜଙ୍ଗଲ । ପୁରୀ ଜିଲ୍ଲାର ସମସ୍ତ ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ବ୍ରହ୍ମଗିରି, ସାତପଡ଼ା ଅଞ୍ଚଳର ଦୃଶ୍ୟ ଥିଲା ବେଶ୍ ହୃଦୟ ବିଦାରକ ।

ବାତ୍ୟା ରୂପ ଦେଖିଥିଲା ରାଜଧାନୀ

ସବୁବେଳେ ବାତ୍ୟା କଥା ଶୁଣି ହସରେ ଉଡ଼ାଇ ଦେଉଥିବା ରାଜଧାନୀବାସୀ ଦେଖିଥିଲେ ‘ଫନି’ର କରାଳ ରୂପ । ରାଜଧାନୀର ସବୁଜିମା ଧରାଶାୟୀ ହେବା ସହ ଭୂମିରେ ଲୋଟି ପଡ଼ିଥିଲା ଇଲେକ୍ଟ୍ରି ଖୁଣ୍ଟ, ବଡ଼ ବଡ଼ ହୋର୍ଡିଂ । ବସ୍ତି ଗୁଡ଼ିକୁ ଛାରଖାର୍ କରି ଦେଇଥିଲା ୩ ଘଣ୍ଟାର ବର୍ଷା ଓ ପବନ । ‘ଫନି’ ଲ୍ୟାଣ୍ଡଫଲ୍ ପରର ଚିତ୍ରକୁ ଆଖିରେ ଦେଖି ବିଶ୍ୱାସ କରି ହେଉନଥିଲା ।

ପ୍ରଭାବିତ ହୋଇଥିଲା ୧୪ ଜିଲ୍ଲା

ବାତ୍ୟା ‘ଫନି’ ଯୋଗୁଁ ଅଧା ଓଡ଼ିଶା ପ୍ରଭାବିତ ହୋଇଥିଲା । ପୁରୀ, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଜଗତସିଂହପୁର ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା । ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼ ଜିଲ୍ଲା ବାତ୍ୟାରେ ପ୍ରଭାବିତ ହୋଇଥିଲା ।

କ୍ଷୟକ୍ଷତି

ବାତ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ଲକ୍ଷ ୪୦ ହଜାର ହେକ୍ଟର ଫସଲ ନଷ୍ଟ ହୋଇଥିଲା । ୫ ଲକ୍ଷ ୫୬ ହଜାର ଘର କ୍ଷତିଗ୍ରସ୍ତ ହୋଇଥିଲା । ୬, ୨୮୧ ଗୃହ ପାଳିତ ପଶୁଙ୍କ ଜୀବନ ଯାଇଥିଲା । ୧ ଲକ୍ଷ ୪୮ ହଜାର ୬୬୩ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ବେଳେ ୬ ହଜାର ୪୧୬ ବୋଟ୍, ୮ ହଜାର ୮୨୮ ଜାଲ ନଷ୍ଟ ହୋଇଥିଲା । ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ଭିତ୍ତିଭୂମି । ରାସ୍ତା, ବିଦ୍ୟୁତ୍, ରେଲୱେ, ଟେଲି କମ୍ୟୁନିକେସନ୍ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ରାଜଧାନୀ ପ୍ରାୟ ୧୫ ଦିନ ଅନ୍ଧାରରେ ରହିଥିବା ବେଳେ ପ୍ରଭାବିତ ଅଞ୍ଚଳରେ ମାସେ ଯାଏଁ ବିଦ୍ୟୁତ୍ ଯୋଗାଣ ସମ୍ଭବ ହୋଇପାରି ନଥିଲା ।

ବାତ୍ୟା ମୁକାବିଲା

‘ଫନି’ ଆସିବା ସୂଚନା ପାଇବା ପରେ ରାଜ୍ୟ ସରକାର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିଥିଲା । ପାଣିପାଗ ବିଭାଗର ଅପଡେଟ୍ ଅନୁଯାୟୀ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବିଶେଷ କରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ ସରକାର । ସ୍ୱଳ୍ପ ସମୟ ମଧ୍ୟରେ ୧୫ ଲକ୍ଷ ୫୭ ହଜାର ୧୭୦ ଜଣଙ୍କୁ ସ୍ଥାନାନ୍ତର କରି ଓଡ଼ିଶା ରେକର୍ଡ କରିଥିଲା । ବାତ୍ୟାରେ ରାଜ୍ୟରେ ୫,୨୨୭.୬୮ କୋଟି ମୂଲ୍ୟର କ୍ଷତି ହୋଇଥିଲା ।

ଓଡ଼ିଶାକୁ ୫୫୨ କୋଟି ଟଙ୍କା ବାତ୍ୟା ‘ବୁଲବୁଲ୍’ ସହାୟତା

ଘୁଞ୍ଚିଥିଲା ଉପନିର୍ବାଚନ

ସାଧାରଣ ନିର୍ବାଚନ ଫଳାଫଳକୁ ନେଇ ରାଜନୈତିକ ଉଷ୍ମତା ଥିବାବେଳେ ବାତ୍ୟା ‘ଫନି’ ରୋକିଥିଲା ଉପନିର୍ବାଚନ । ପାଟକୁରା ବିଧାନସଭା ମଣ୍ଡଳିର ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ହେବାକୁ ଥିବା ଉପନିର୍ବାଚନକୁ ‘ଫନି’ ପାଇଁ ଘୁଞ୍ଚାଇ ଦିଆଯାଇଥିଲା ।

‘ଫନି’ ବାତ୍ୟାକୁ ସିନା ବର୍ଷେ ପୁରୁଛି ହେଲେ ଏଯାଏଁ କ୍ଷତ ଶୁଖିନି ।

କେମିତି ଥିଲା ମହାବାତ୍ୟା ?

ରେଡ୍‌ ଜୋନ୍‌ରେ ଖୋଲିବ ସରକାରୀ ମଦ ଦୋକାନ ! ଦିଲ୍ଲୀ ସରକାର ମାଗିଲେ ତାଲିକା..

ଦିଲ୍ଲୀ ଏକ୍ସାଇଜ୍ ବିଭାଗ L-6 ଏବଂ L-8 ଅର୍ଥାତ୍ ମଦ ଏବଂ ବିୟରର ସରକାରୀ ଷ୍ଟୋରଗୁଡିକର ତାଲିକା ମାଗିଛି । ତେବେ ଘରୋଇ ମଦ ଦୋକାନଗୁଡ଼ିକ ଖୋଲାଯିବାର କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି କୁହାଯାଉଛି । କାରଣ ଅଧିକାଂଶ ଘରୋଇ ଦୋକାନ ସପିଂ ମଲ୍ ଏବଂ ମାର୍କେଟରେ ରହିଛି । ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ସପିଂ ମଲ୍ ଏବଂ ମାର୍କେଟ କମ୍ପ୍ଲେକ୍ସ ଲକ୍‌ଡାଉନ୍‌ ଯୋଗୁଁ ଖୋଲିବାର ଅନୁମତି ନାହିଁ । ଏଭଳି ପରିସ୍ଥିତିରେ ଘରୋଇ ମଦ ଦୋକାନ ମଧ୍ୟ ଖୋଲିବ ନାହିଁ।

ତେବେ ସରକାରୀ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଯେଉଁ ମଦ ଦୋକାନ ଗୋଟିକିଆ ଭାବେ ରହିଥିବ ସେହି ଦୋକାନ ଖୋଲିପାରେ । ଅନ୍ୟପଟେ କଣ୍ଟେନମେଣ୍ଟ ଜୋନ୍‌ରେ କୌଣସି ପ୍ରକାରର ଦୋକାନ ଖୋଲାଯିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ରହିଛି । ବର୍ତ୍ତମାନ ଦିଲ୍ଲୀରେ ୯୬ଟି କଣ୍ଟେଣ୍ଟମେଣ୍ଟ ଜୋନ୍ ଅଛି ଏବଂ ଏହି ଜୋନ୍ ଗୁଡିକରେ କୌଣସି ବ୍ୟବସାୟିକ କାର୍ଯ୍ୟକଳାପ ଆରମ୍ଭ ହୋଇପାରିବ ନାହିଁ ବୋଲି କୁହାଯାଇଛି । କେବଳ ସରକାରୀ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇପାରେ । ବର୍ତ୍ତମାନ ପାଇଁ ଦିଲ୍ଲୀ ସରକାର ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି ।

ଦିଲ୍ଲୀ ପର୍ଯ୍ୟଟନ ଏବଂ ପରିବହନ ବିକାଶ ନିଗମ, ଦିଲ୍ଲୀ ରାଜ୍ୟ ଶିଳ୍ପ ଏବଂ ଭିତ୍ତିଭୂମି ବିକାଶ ନିଗମ, ଦିଲ୍ଲୀ ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଟେଡ୍ ଏବଂ ଦିଲ୍ଲୀ ଗ୍ରାହକ ସମବାୟ ହୋଲସେଲ ଷ୍ଟୋର୍ ଲିମିଟେଡ୍ ଠାରୁ ସରକାରୀ ମଦ ଏବଂ ବିୟର ଦୋକାନଗୁଡିକର ତାଲିକା ମଗାଯାଇଛି ।

ସୂଚନାଯୋଗ୍ୟ, ମେ’ ୪ରୁ ଆରମ୍ଭ ହେଉଥିବା ଲକଡାଉନ୍ ୩.୦ ଓ ଏନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ଗାଇଡ୍‌ଲାଇନ୍‌କୁ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ରୂପେ ଲଗୁ କରିବେ । ଦିଲ୍ଲୀର ସମସ୍ତ ୧୧ ଟି ଜିଲ୍ଲା ରେଡ୍ ଜୋନ୍‌ରେ ରହିଛି । ରେଡ୍ ଜୋନ୍ ପାଇଁ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ନିୟମ ଅନୁଯାୟୀ ଦୋକାନ ଏବଂ କାର୍ଯ୍ୟାଳୟ ଖୋଲିବା ବୋଲି ଦିଲ୍ଲୀ ସରକାର ନିଷ୍ପତ୍ତି ନେବେ ।

ଭାରତ ସମେତ ସମଗ୍ର ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତରେ ଏପର୍ଯ୍ୟନ୍ତ ୩୭ ହଜାର ୭୭୫ ରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ ୧୨୨୩ ଜଣଙ୍କର ମୃତ୍ୟୁ ହୋଇସାରିଛି ।

ଗଞ୍ଜାମରେ ୨ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୫୯କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଆସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ କରୋନା ରୋଗୀଙ୍କ ପଜିଟିଭ କେସ । ଗୋଟିଏ ଗୋଟିଏ ହୋଇ ରାଜ୍ୟର ୧୬ ଜିଲ୍ଲାରେ ପହଞ୍ଚିଛି କରୋନା ସଂକ୍ରମଣ ।

ଆଜି ପୁଣି ଆଉଗୋଟିଏ ନୂଆ ଜିଲ୍ଲାକୁ ନିଜ କବଳକୁ ନେଇଛି ଭୟଙ୍କର କରୋନା । ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ ୨ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଯଦି ଆମେ କହିବା ପୂର୍ବରୁ ଗଞ୍ଜାମ ଜିଲ୍ଲା ଗ୍ରୀନ ଜୋନରେ ରହିଥିଲା । ସୁରତରୁ ପ୍ରବାସୀ ଓଡ଼ିଆ ଆସିବା ପରେ ପ୍ରଥମ ଥର ପାଇଁ ସଂକ୍ରମଣର ଖବର ସାମନାକୁ ଆସିଛି ଗଞ୍ଜାମରୁ ।

ତେବେ ସୁରତ ଲିଙ୍କ୍‌ ଥିବା ସନ୍ଦେହ କରାଯାଉଛି । ଏବେ ରାଜ୍ୟରେ ୧୫୯ ଜଣ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୧୦୨ ଜଣ ଏବେ ସକ୍ରିୟ ରହିଛନ୍ତି । ସୁସ୍ଥ ହୋଇଛନ୍ତି ୫୬ ଜଣ ଏବଂ ଜଣଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାକୁ ଛୁଇଁଲା କରୋନା । ୨ ଜଣଙ୍କ ନମୁନା ପଜିଟିଭ୍ । ରାଜ୍ୟରେ ଆକ୍ରନ୍ତଙ୍କ ସଂଖ୍ୟା ୧୫୯କୁ ବୃଦ୍ଧି ।

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାକୁ ଛୁଇଁଲା କରୋନା । ୨ ଜଣଙ୍କ ନମୁନା ପଜିଟିଭ୍ । ରାଜ୍ୟରେ ଆକ୍ରନ୍ତଙ୍କ ସଂଖ୍ୟା ୧୫୯କୁ ବୃଦ୍ଧି ।