spot_img
Home Blog Page 6986

ଲକଡାଉନ ଭିତରେ କୋଟି କୋଟି ହିତାଧିକାରୀଙ୍କ ଖାତାକୁ ସରକାର ପଠାଇଲେ ୫୦୦ ଟଙ୍କା, ଜାଣନ୍ତୁ କେବେ ଓ କେମିତି ଉଠାଇବେ ଟଙ୍କା

ନୂଆଦିଲ୍ଲୀ: କରୋନା ସଙ୍କଟରୁ ଦେଶକୁ ରକ୍ଷା କରିବା ପାଇଁ ସରକାର ଲକଡାଉନକୁ ମେ ୧୭ ଯାଏଁ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଲକଡାଉନ ଯୋଗୁଁ ସବୁଠୁ ଅଧିକ ଗରୀବ ପରିବାର ମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବର୍ତ୍ତମାନ ସେହି ଗରୀବ ପରିବାରର ମହିଳା ମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଜନଧନ ଖାତାରେ ପ୍ରତ୍ୟେକ ମାସ ୫୦୦ ଟଙ୍କା ଡିପୋଜିଟ କରିବ । ଏହି ସାହାଯ୍ୟ ୩ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସରକାର ସୂଚନା ଦେଇଛନ୍ତି । ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ସରକାର ମହିଳା ଜନଧନ ଯୋଜନା ଆଧାରରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫୦୦ ଟଙ୍କା ପଠାଇବା ଆରମ୍ଭ କରିଦେଲେଣି ।

କିନ୍ତୁ, ଆଶଙ୍କା ରହୁଛି ଯେ, ଲୋକଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର କରିସାରିବା ପରେ ବ୍ୟାଙ୍କର ବ୍ରାଞ୍ଚରେ ଟଙ୍କା ଉଠାଇବା ପାଇଁ ଭିଡ଼ ଜମିପାରେ ।  ଏହି କାରଣରୁ ବ୍ୟାଙ୍କ ଟଙ୍କା ଉଠାଇବା ପାଇଁ ଏକ ଉପାୟ ବାହାର କରିଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ଏକ ଟାଇମ ଟେବୁଲ ପ୍ରସ୍ତୁତ କରିଛନ୍ତି ଯାହା ଆଧାରରେ ହିତାଧିକାରୀ ଖାତାରୁ ଟଙ୍କା ଉଠାଇ ପାରିବେ ।

ଏହି ଉପାୟରେ ବାହାର କରିପାରିବେ ଟଙ୍କା-

ସରକାରଙ୍କ ଅନୁରୋଧ କରିଛନ୍ତି ଯେ ହିତାଧିକାରୀ ମାନେ ନିଜ ଆଖପାଖ ଅଞ୍ଚଳରେ ଥିବା ଏଟିଏମରୁ ଟଙ୍କା ଉଠାଇ ପାରିବେ । ହିତାଧିକାରୀଙ୍କୁ ବ୍ୟାଙ୍କ ଆଗରେ ଭିଡ଼ ଜମାଇବାକୁ ମନା କରିଛନ୍ତି ସରକାର ।

ମେ’ ୯ ତାରିଖ ଭିତରେ ସବୁ ଆକାଉଣ୍ଟକୁ ଆସିଯିବ ପ୍ରଥମ କିସ୍ତି ଟଙ୍କା-

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ମହିଳାଙ୍କ ଜାନଧନ ଆକାଉଣ୍ଟରେ ତିନିମାସ ପାଇଁ ପ୍ରତି ମାସରେ ୫୦୦ ଟଙ୍କା ପ୍ରଦାନ କରାଯିବ। ସେମାନଙ୍କ ଆକାଉଣ୍ଟ ନମ୍ବରର ଶେଷ ଅଙ୍କ ଅନୁଯାୟୀ, ବିଭିନ୍ନ ଦିନରେ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯିବ । ଯାହାଦ୍ୱାରା କୌଣସି ବ୍ୟାଘାତ ସୃଷ୍ଟି ହେବନାହିଁ ।

ସମୟ ସାରଣୀ ଉପରେ ଆଧାର କରି ଟଙ୍କା ପ୍ରତ୍ୟାହାର କରିବାକୁ ସମର୍ଥ ହେବ-

ବର୍ତ୍ତମାନ, କରୋନାଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡିକ ସାମାଜିକ ଦୂରତାକୁ ଧ୍ୟାନରେ ରଖିଛନ୍ତି । ବ୍ୟାଙ୍କଗୁଡିକ ଆକାଉଣ୍ଟଧାରୀମାନଙ୍କୁ ସେମାନଙ୍କ ଆକାଉଣ୍ଟ ନମ୍ବର ଉପରେ ଆଧାର କରି ଏକ ଟାଇମ୍ ଟେବୁଲ୍ ଜାରି କରିଛନ୍ତି, ଯାହା ଆଧାରରେ ହିତାଧିକାରୀମାନେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ । କେବଳ ମେ’ ମାସ ପାଇଁ ବ୍ୟାଙ୍କଗୁଡିକର ଏହି ଟାଇମ ଟେବୁଲ ପ୍ରଯୁଜ୍ୟ ରହିବ ।

 

ବୋଟଲିଂ ପ୍ଳାଣ୍ଟ ଓ ବିୟର ଫ୍ୟାକ୍ଟ୍ରି ଖୋଲିବା ନେଇ ବିଚାର କରିବାକୁ ଚିଠି

ଭୁବନେଶ୍ୱର: ରାଜ୍ୟରେ ବଟଲିଂ ପ୍ଲାଣ୍ଟ ଓ ବିୟର ଫ୍ୟାକ୍ଟ୍ରି ଖୋଲିବାକୁ ଚିଠି । ଏ ସମ୍ପର୍କରେ ବିଚାର କରିବାକୁ ଅବକାରୀ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଛନ୍ତି ଅବକାରୀ କମିଶନର । ଲକଡାଉନ ନିୟମ କୋହଳ ପରେ ଗ୍ରୀନ୍ ଜୋନ୍‌ରେ ମଦ ଦୋକାନ ଗୁଡିକ ଖୋଲିବ । ମଦ ଦୋକାନ ଆଉ ଗୋଦାମରେ ଯେତିକି ଷ୍ଟକ୍ ଉପଲବ୍ଧ ଅଛି ସେସବୁ ବହୁତ ଶୀଘ୍ର ସରିଯିବ । ତେଣୁ ଦୋକାନ ଗୁଡିକର ଚାହିଦା ପାଇଁ ମଦ ତିଆରି ହେଉଥିବା ଫ୍ୟାକ୍ଟ୍ରି ଖୋଲିବାକୁ ପଡ଼ିବ ବୋଲି ଯୁକ୍ତି ବାଢ଼ିଛନ୍ତି କମିଶନର ।

ରାଜ୍ୟ ସରକାର ଅନୁମତି ଦେଲେ ଏବେଠାରୁ ଫ୍ୟାକ୍ଟ୍ରି ଖୋଲାଯାଇ ଉତ୍ପାଦନ କରାଯାଇପାରିବ । ଯଦି ଖୋଲିବା ପାଇଁ ଅନୁମତି ମିଳେ ତେବେ ସମାଜିକ ଦୂରତା ଅବଲମ୍ବନ କରି, ୫୦% କର୍ମଚାରୀ ନିୟୋଜନ ସହ ମାସ୍କ, ସାନିଟାଇଜେସନ ଇତ୍ୟାଦି କୋଭିଡ୍ ନିୟମକୁ ପାଳନ କରି ଫ୍ୟାକ୍ଟ୍ରି ଗୁଡିକ କାର୍ଯ୍ୟକରିପାରିବ । କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ରାଜ୍ୟରେ ଥିବା ୧୨ ବଟଲିଂ ପ୍ଲାଣ୍ଟ, ୫ ବ୍ରିଉରିଜ୍ ଏବଂ ୨ଟି ଡିଷ୍ଟଲିରିଜ୍ ଗତ ମାର୍ଚ୍ଚ ୨୫ ତାରିଖରୁ ବନ୍ଦ ଅଛି।

ଲକଡାଇନ 3.0: ମେ’ ୪ରୁ ଅରେଞ୍ଜ୍ ଓ ଗ୍ରୀନ ଜୋନରେ ଖୋଲିବ ସେଲୁନ ଏବଂ ବ୍ୟୁଟି ପାର୍ଲର

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା କରିଛନ୍ତି । ଏହା ଅଧୀନରେ, ମେ ୩ ରେ ଶେଷ ହେଉଥିବା ଲକଡାଉନ୍ ବର୍ତ୍ତମାନ ମେ ୧୭ ପର୍ଯ୍ୟନ୍ତ ଜାରି ରହିବ । ଏହା ସହିତ ଗୃହମନ୍ତ୍ରଣାଳୟ ଦେଶର ମୋଟ ୭୩୩ଟି ଜିଲ୍ଲାର କରୋନା ମାମଲା ଆଧାରରେ ରେଡ, ଗ୍ରୀନ ଏବଂ ଅରେଞ୍ଜ ଜୋନକୁ ବିଭକ୍ତ କରିଛି । ସେଲୁନ୍ ଏବଂ ପାର୍ଲର ଦୋକାନ ଖୋଲିବାକୁ ଏପର୍ଯ୍ୟନ୍ତ କୌଣସି ଜୋନ୍ ଅନୁମତି ଦିଆଯାଇ ନଥିଲା, କିନ୍ତୁ ବର୍ତ୍ତମାନ ଗୃହ ମନ୍ତ୍ରଣାଳୟ ଶନିବାର ସ୍ପଷ୍ଟ କରିଛନ୍ତି ଯେ ଆସନ୍ତା ୪ ତାରିଖରୁ ଲକଡାଉନ୍ ର ତୃତୀୟ ପର୍ଯ୍ୟାୟରେ ଅରେଞ୍ଜ ଏବଂ ଗ୍ରୀନ୍ ଜୋନ୍ ରେ ପାର୍ଲର ଏବଂ ସେଲୁନ୍ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ।

ଗୃହ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଅରେଞ୍ଜ ଏବଂ ଗ୍ରୀନ ଜୋନ୍ ରେ ଇ- କମର୍ସ କମ୍ପାନୀଗୁଡିକ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଗୃହ ମନ୍ତ୍ରଣାଳୟ ରେଡ ଜୋନରେ ୧୩୦ଟି ଜିଲ୍ଲା, ଅରେଞ୍ଜ ଜୋନରେ ୨୮୪ ଟି ଜିଲ୍ଲା ଏବଂ ସବୁଜ ଜୋନରେ ୩୧୯ ଟି ଜିଲ୍ଲା ରହିଛି । ପାର୍ଲର, ସେଲୁନ୍ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବା ତଥା ସାମଗ୍ରୀ ଯୋଗାଉଥିବା ଅନୁଷ୍ଠାନଗୁଡ଼ିକ ମଧ୍ୟ ଗ୍ରୀନ୍ ଜୋନ୍ ଜିଲ୍ଲାଗୁଡିକରେ ମେ ୪ ରୁ ଖୋଲିବ ।

ଗ୍ରୀନ ଜୋନରେ ଉପଲବ୍ଧ ହେବ ଏହି ସବୁ ରିହାତି

ଏହା ବ୍ୟତୀତ, ଗ୍ରୀନ ଜୋନ ଅଞ୍ଚଳରେ ଜାତୀୟ ସ୍ତରରେ ଲାଗିଥିବା କଟକଣା ବ୍ୟତୀତ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ । ସମସ୍ତ ପ୍ରକାର ଅର୍ଥନୈତିକ କାର୍ଯ୍ୟକଳାପ ଏଠାରେ ସମ୍ପୂର୍ଣ୍ଣ ଛାଡ କରାଯିବ | ୫୦ ପ୍ରତିଶତ ଯାତ୍ରୀଙ୍କ ସହ ବସ୍ ଚଲାଇବାକୁ ଏଠାରେ ଅନୁମତି ଦିଆଯାଇଛି । ଗ୍ରୀନ ଜୋନ୍ ରେ ରହୁଥିବା ଲୋକମାନେ ଅନ୍ୟ ଗ୍ରୀନ ଜୋନ ଅଞ୍ଚଳକୁ ଯିବା ଆସିବା କରିପାରିବେ ।

ଲକଡାଉନ୍ ୩: ଘରକୁ ଫେରୁଥିବା ଶ୍ରମିକଙ୍କ ରେଳଭଡା କିଏ ଦେବ ? ଜାଣନ୍ତୁ ରେଳବାଇର ଉତ୍ତର କଣ

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ଦେଶରେ ଲକଡାଉନର ଅବଧି ମଧ୍ୟ ବଢିବାରେ ଲାଗିଛି । ମେ ୩ରେ ସରିବାକୁ ଥିବା ଲକଡାଉନର ଅବଧି ଏବେ ମେ ୧୭ରେ ସରିବାକୁ ଯାଉଛି । ଏହି ମଧ୍ୟରେ ଭାରତ ସରକାର ଗତ ଶୁକ୍ରବାରଠୁ ଦେଶର ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ର ଏବଂ ପର୍ଯ୍ୟଟକଙ୍କ ପାଇଁ ବିଶେଷ ଟ୍ରେନ ଚଳାଚଳାର ଅନୁମତି ଦେଇଛନ୍ତି । ଦେଶର କିଛି ନିଶ୍ଚିତ କରାଯାଇଥିବା ରୁଟ୍ ଦେଇ ଟ୍ରେନ ଚଳାଚଳ କରାଯାଇଛି ।

 ଟ୍ରେନରେ ଯାତ୍ରା କରିବାକୁ କାହାକୁ ମଧ୍ୟ ଟିକଟ୍ କାଟିବାର ଆବଶ୍ୟକ ପଡ଼ୁନାହଁ । ଅର୍ଥାତ୍ ଫସି ରହିଥିବା ଲୋକଙ୍କଠାରୁ ଟିକେଟ ପାଇଁ ଟଙ୍କା ନିଆଯାଉନାହିଁ । ଏହା ବ୍ୟତୀତ ଟ୍ରେନରେ ଖାଇବା ପିଇବାର ସୁବିଧା ବିନା ଶୁଳ୍କରେ ଦିଆଯାଉଛି । ଏନେଇ ଏବେ ପ୍ରଶ୍ନ ଉଠୁଛି ଯେ, ରେଲୱେର ଖର୍ଚ୍ଚ ହେଉଥିବା ଟଙ୍କା କିଏ ଦେବ ? ଏହାର ଉତ୍ତରରେ ରେଲୱେ କହିଛି ଯେ, ଯାତ୍ରାର ଭଡ଼ା ରାଜ୍ୟ ସରକାର ବହନ କରିବେ ।

ରେଲୱେ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଯାତ୍ରା ପାଇ ସ୍ଲିପର ସିଟ୍  ଟିକେଟର ମୁଲ୍ୟ, ୩୦ ଟଙ୍କାର ସୁପରଫାଷ୍ଟ୍ ଶୁଳ୍କ ଏବଂ ପ୍ରତି ଯାତ୍ରୀଙ୍କ ଖାଇବା ବ୍ୟତୀତ ପାଣି ପାଇଁ ୨୦ ଟଙ୍କା ନିଆଯିବ । ଯାହାକୁ ରାଜ୍ୟ ସରାକାର ବହନ କରିବେ ।

ରେଲୱେ ସ୍ପଷ୍ଟ ରୂପେ କହିଛି ଯେ, ୧୦୦୦ରୁ ୧୨ଶହ ଯାତ୍ରୀଙ୍କୁ ହିଁ ଟ୍ରେନରେ ଯାତ୍ରା କରିବାର ଅନୁମତି ଅଛି । ଏବଂ ରେଲୱେ ତରଫରୁ ଟ୍ରେନରେ ସାମାଜିରକ ଦୂରତା ଏବଂ ସାନିଟାଇଜିଂର ପୂର ଧ୍ୟାନ ଦିଆଯିବ । ଯଦିଓ ରାଜ୍ୟସରକାର ନିଷ୍ପତ୍ତି ନେବେ କେଉଁ ଲୋକ ଟ୍ରେନରେ ଯାତ୍ରା କରିପାରିବେ । ଆପଣଙ୍କୁ କହି ରଖୁଛୁ ଯେ, ୨୫ ମାର୍ଚ୍ଚରୁ ଲକଡାଉନ୍ ଲାଗୁହେବା ପରେ ହଜାରେ ପ୍ରବାସୀ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ଘରକୁ ଫେରିବାକୁ କୌଣସି ସୁବିଧା ନଥିବାରୁ ଲୋକମାନେ ଚାଲିଚାଲି ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ ।

ଭୁବନେଶ୍ୱରରେ ଆରମ୍ଭ ହେଲା ଟ୍ରାଫିକ ନିୟନ୍ତ୍ରଣ ସେବା

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହେଲା ଟ୍ରାଫିକ ନିୟନ୍ତ୍ରଣ ସେବା । ଆଜି ବିଭିନ୍ନ ଛକରେ ଟ୍ରାଫିକ ପୋଷ୍ଟରେ ଟ୍ରାଫିକ ପୋଲିସ ଡ୍ୟୁଟି ଆରମ୍ଭ କରିଛନ୍ତି । ଲକଡାଉନ ଘୋଷଣା ପରଠାରୁ ଟ୍ରାଫିକ ନିୟନ୍ତ୍ରଣ ସେବା ବନ୍ଦ ରହିଥିଲା ।

ଆଜି ରାଜଧାନୀର ପ୍ରମୁଖ ଛକମାନଙ୍କରେ ଏହା ଆରମ୍ଭ ହୋଇଥିବାବେଳେ ପର୍ଯ୍ୟାୟକ୍ରମେ ପୂର୍ବଭଳି ସବୁ ଟ୍ରାଫିକ ଛକ କାର୍ଯ୍ୟ କରିବ । ଲକଡାଉନରେ ଟ୍ରାଫିକ କର୍ମଚାରୀ ବ୍ଲକିଂ କାମରେ ନିୟୋଜିତ ହୋଇଥିଲେ ।

କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…

ଗାମୁଛାରେ କେତେଦିନ ଆକ୍ଟିଭ ରହେ କରୋନା ଭାଇରସ ? ଜାଣନ୍ତୁ ଏହାକୁ କେମିତି ଧୋଇବେ…

ଭାରତରେ କରୋନାଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି ଯେଉଁଥିପାଇଁ ଦେଶରେ ଲକ୍‌ଡାଉନ ଜାରି ରହିଛି । ଏହି ଭୁତାଣୁ ବିସ୍ତାର ହେତୁ ଲୋକମାନେ ଏତେ ଭୟଭୀତ ହେଲେ ଯେ ମାସ୍କ, ସାନିଟାଇଜର ଭଳି ଜିନିଷ ଦୋକାନରୁ ବୋହି ନେଇଥିଲେ । ଇତି ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦୀ ନିଜର ଗାମୁଛାକୁ ମାସ୍କ ଭାବରେ ବ୍ୟବହାର କରିବାର ଏକ ଉପାୟ ଦେଇଛନ୍ତି । ଅନେକ ଲୋକ ଘରେ ମାସ୍କ ତିଆରି କରି ଯାହା ସେମାନେ ବାରମ୍ବାର ଧୋଇବା ପରେ ପିନ୍ଧନ୍ତି | କିନ୍ତୁ ପ୍ରଶ୍ନ ଉଠିଛି ଏହା କେତେ ସୁରକ୍ଷିତ ? ଆପଣ ଜାଣିଛନ୍ତି କି ପୋଷାକ ଉପରେ କେତେ ଦିନ କରୋନା ଭାଇରସ୍‌ ଆକ୍ଟଭ ରହିଥାଏ ? ଏବଂ ଆପଣ ଏହାକୁ କିପରି ଧୋଇବେ ? ତବେ ଆଜି ଆମେ ଆପଣଙ୍କର ଏସବୁ ପ୍ରଶ୍ନର ଉତ୍ତର ଦେବୁ ।

ପୋଷାକ ଉପରେ ଭୁତାଣୁ ବଞ୍ଚିବା ଉପରେ କୌଣସି ପରୀକ୍ଷା ହୋଇନାହିଁ

ପୋଷାକରେ ଥିବା ଭୁତାଣୁ କେତେ ଦିନ ଜୀବିତ ରହିପାରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସାଧାରଣତଃ, ଓଦା ଥିବା ସ୍ଥାନରେ ଭୂତାଣୁ ସକ୍ରୀୟ ହୋଇଥାଏ । ପୋଷାକରେ ଝାଳ କିମ୍ବା ବର୍ଷା ଦ୍ୱାରା ଆର୍ଦ୍ରତା ସୃଷ୍ଟି କରିପାରେ। ମୁହଁରେ ବନ୍ଧା ହୋଇଥିବା ଗାମୁଛା କିମ୍ବା ମାସ୍କରେ ଆମର ନିଜ ନିଶ୍ୱାସ ଯୋଗୁଁ ଆର୍ଦ୍ରତା ରହିଥାଏ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ମାସ୍କ, କିମ୍ବା ଅନ୍ୟାନ୍ୟ କପଡ଼ା କରୋନା ଜୀବାଣୁ ଦ୍ୱାରା ସଂକ୍ରମିତ ହୁଏ, ତେବେ କେତେ ଦିନ ଜୀବାଣୁ ଜୀବନ୍ତ ରହିପାରିବେ ତାହା ଏକ ବଡ ପ୍ରଶ୍ନ ।

କରୋନା ୨୪ ଘଣ୍ଟା ପର୍ଯ୍ୟନ୍ତ ପୋଷାକ ଉପରେ ରହିପାରିବ !

ନିକଟରେ ନ୍ୟୁୟର୍କ ଟାଇମ୍ସରେ ତାରା ପାର୍କରଙ୍କ ଦ୍ୱାରା ଲିଖିତ ଏକ ଆର୍ଟିକଲ ଥିଲା ଯେଉଁଥିରେ ସେ ଜଣେ ଡାକ୍ତର, ବୈଜ୍ଞାନିକ ଏବଂ ଶିଶୁ ସଂକ୍ରମଣ ବିଶେଷଜ୍ଞଙ୍କ ସହ କଥା ହୋଇଥିଲେ । ସେହି ଆର୍ଟିକିଲ୍ ଅନୁଯାୟୀ, କାର୍ଡବୋର୍ଡ ଏବଂ କପଡା ମଧ୍ୟରେ ବହୁ ସାମଞ୍ଜସ୍ୟ ରହିଛି ।  କାରଣ ଉଭୟଙ୍କର ମଧ୍ୟରେ ଫାଇବର ମାତ୍ରା ରହିଛି । ଅର୍ଥାତ୍, କରୋନା ଭାଇରସ୍ କାର୍ଡବୋର୍ଡରେ କେତେ ଯେତିକି ଦିନ ଜୀବିତ ରହିପାରେ, ସେତିକି ଦିନ ପୋଷାକ ଉପରେ ମଧ୍ୟ ଜୀବିତ ରହିପାରେ । ଯଦି ଆମେ କହିବା ୨୪ ଘଣ୍ଟା ପର୍ଯ୍ୟନ୍ତ ଭୁତାଣୁ କପଡ଼ା ଉପରେ ରହିପାରିବ ।  ତଥାପି, ଏ ବିଷୟରେ କୌଣସି ଅଧ୍ୟୟନ କରାଯାଇ ନାହିଁ, ଏହା କେବଳ ଏକ ଅନୁମାନ  ।

ଏବେ ପ୍ରଶ୍ନ ହେଉଛି ଏହାକୁ କିପରି ଧୋଇବେ

ବାସ୍ତବରେ, ଅଧିକାଂଶ ଲୋକ ସର୍ଫରେ ପୋଷାକ ଧୋଇଥା’ନ୍ତି । ଲୋକେ ଭାବନ୍ତି ଯେ ସର୍ଫ ଦ୍ୱାରା ସଫା କଲେ ଭୂତାଣୁ ସହ ମଇଳା ମଧ୍ୟ ବାହାରିଯାଇଥାଏ । କିନ୍ତୁ କରୋନା କ୍ଷେତ୍ରରେ ଏହା ହୋଇନଥାଏ । ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ଆପଣଙ୍କ ପୋଷାକ କିପରି ଧୋଇବ ତାହା ବର୍ଣ୍ଣନା କରିଛି । ଏହି ଅନୁଯାୟୀ, ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆପଣ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି, ତେବେ ଆପଣଙ୍କୁ ପୋଷାକକୁ ଗରମ ପାଣିରେ ଧୋଇବାକୁ ପଡିବ  । ଗରମ ଅର୍ଥ ପୁରା ଗରମ ନୁହେଁ ମାନେ ଯେତିକି ଗରମ ପୋଷାକ ସହିପାରିବ । ଯଦି ଆପଣଙ୍କୁ କୌଣସି କାରଣରୁ ଡାକ୍ତରଖାନା ଯିବାକୁ ପଡିବ, ତେବେ ସେଠାରୁ ଫେରି ଗରମ ପାଣିରେ ପୋଷାକ ଧୋଇ ଦିଅନ୍ତୁ ।

ମାସ୍କ କିମ୍ବା ଗାମୁଛାକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ

ଆମେ ମାସ୍କ ବ୍ୟବହାର ପରେ ଆମେ ଏହାକୁ ପକାଉ ନାହୁଁ । ବରଂ ଏହାକୁ ବାରମ୍ବାର ବ୍ୟବହାର କରୁ  । ଯେତେବେଳେକି ମାସ୍କକୁ ଥରେ ବ୍ୟବହାତ କରିବା ଉଚିତ୍  । ଏପରି ପରିସ୍ଥିତିରେ, ଗାମୁଛା ଏବଂ ଘରେ ତିଆରି ମାସ୍କ ସଂକ୍ରମଣର କାରଣ ହୋଇପାରେ । ତେଣୁ ସିଡିସି ନିର୍ଦ୍ଦେଶ ଅନୁଯାୟୀ କପଡ଼ା ମାସ୍କକୁ ଗରମ ପାଣିରେ ଧୋଇ ଦିଅନ୍ତୁ  । ଏହା ମଧ୍ୟ ମନେରଖନ୍ତୁ ଯେ ସେହି ପୋଷାକକୁ ସଠିକ୍ ଭାବରେ ଖରାରେ ୫ରୁ ୬ଘଣ୍ଟା ପର୍ଯ୍ୟନ୍ତ ଶୁଖାନ୍ତୁ  ।

ଆତଙ୍କବାଦୀ ଆକ୍ରମଣରେ ଦୁଇ ଯବାନଙ୍କ ସହିଦ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ପୁଲଓ୍ୱାମାର ଡାଙ୍ଗରପୋରାରେ ୨ରୁ ୩ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ପାଇବା ପରେ ବିଏସ୍‌ଏଫ୍‌ ଯବାନ, ସିଆରପିଏଫ୍‌ ଯବାନ ଓ ପୋଲିସ ବାହୀନିର ମିଳିତ ଚଢାଉ ଜାରି ରହିଛି । ଉଭୟ ପଟୁ ଫାଇରିଙ୍ଗ ହେଉଛି ।

କୋଭିଡ୍ ବାହାନାରେ ଡାଏଲିସିସ୍‌, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ

ସାରା ଦେଶ ଲକଡାଉନ ଭିତରେ ଥିବାବେଳେ ସୀମାରେ ବାରମ୍ବାର ଆତଙ୍କବାଦୀମାନେ ଅସ୍ତ୍ରବିରତି ଭଲ୍ଲଂଘନ କରୁଛନ୍ତି । ଆଜି ବାରାମୁଲା ଜିଲ୍ଲାରେ ପାକିସ୍ତାନ ପଟୁ ହୋଇଥିବା ଫାଇରିଙ୍ଗରେ ଦୁଇ ଜଣ ବୀର ଯବାନ ସହିଦ ହୋଇଛନ୍ତି । ସୀମାରେ ଆତଙ୍କବାଦୀଙ୍କୁ ଉଚିତ ଯବାବ ଦେଉଛନ୍ତି ବୀର ଯବାନମାନେ ।

ଲକଡାଉନ୍ : ମଦ ଦୋକାନ କେଉଁଠି ଖୋଲିବ,କଣ ଏହାକୁ ନେଇ ନିୟମ,ଜାଣନ୍ତୁ ସବୁ ପ୍ରଶ୍ନର ଉତ୍ତର

ନୂଆଦିଲ୍ଲୀ:   ଲକଡାଉନ ୩.୦ରେ ଯଦି କୌଣସି ପ୍ରଶ୍ନର ଅଧିକ ଉତ୍ତର ଖୋଜାଯାଉଛି ତେବେ ତାହା ହେଉଛି ମଦ । ସୋସିଆଲ ମିଡିଆରେ ଲୋକେ ପରସ୍ପରକୁ ପଚାରୁଛନ୍ତି ଯେ, ୪ ମେ’ ପରେ ତାଙ୍କ ଅଂଚଳରେ ମଦ ମିଳିବ କି ନାହିଁ । ଲକଡାଉନ୍ ଭିତରେ ମଦ ମିଳିବ କି ନାହିଁ ତାକୁ ନେଇ ସୃଷ୍ଟି ହୋଇଥିବା କନଫ୍ୟୁଜନ ଦୁର କରିବା ଏହା ଖବରର ଲକ୍ଷ୍ୟ ।

ମଦ ବିକ୍ରିକୁ ନେଇ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରଣାଳୟର ଆଦେଶ କଣ ? ରେଡ୍,ଅରେଞ୍ଜ  ଓ ଗ୍ରୀନ ଜୋନ୍ ,ଏହି ତିନି ଜୋନ୍ ଭିତରୁ କେଉଁ ଜୋନରେ ମଦ ମିଳିବ ? ମେ’ ୪ ତାରିଖରୁ କଣ ସମଗ୍ର ଦେଶରେ ମଦ ଉପଲବ୍ଧ ହେବ ? ଏହା ଏମିତି ପ୍ରଶ୍ନ ଯାହାକୁ ନେଇ ସୋସିଆଲ ମିଡିଆରେ ଢେର ଚର୍ଚ୍ଚା ଚାଲିଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ଏହି ଆଦେଶ କାରଣରୁ ମଦ ବିକ୍ରିକୁ ନେଇ ଏଭଳି ସବୁ ପ୍ରଶ୍ନ ଉଠୁଛି ।

ଗତକାଲି ଅର୍ଥାତ ମେ’ ଏ୧ ତାରିଖ ଦିନ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ଆଦେଶ ସଂଖ୍ୟା ୪୦-୩/୨୦୨୦DM୧(A)ର ସଲଗ୍ନ ୧ରେ ସାର୍ବଜନିକ ସ୍ଥାନକୁ ନେଇ ଗାଇଡଲାଇନ୍ ଜାରି କରାଯାଇଛି । ଏହି ତାଲିକାର କ୍ରମାଙ୍କ ସଂଖ୍ୟା ୭ରେ କୁହାଯାଇଛି ଯେ, ସାର୍ବଜନିକ ସ୍ଥାନରେ ମଦ୍ୟପାନ ଓ ପାନ,ଗୁଟକା,ତମାଖୁ ଖାଇବା ପ୍ରତିବନ୍ଧିତ ।

ଏହାର ଠିକ୍ ନିମ୍ନରେ ଅର୍ଥାତ କ୍ରମାଙ୍କ ସଂଖ୍ୟା ୮ରେ କୁହାଯାଇଛି ଯେ, ସାମାଜିକ ଦୂରତା ସୁନିଶ୍ଚିତ କରିବା ମଦ ଦୋକାନ ଓ ପାନ ଦୋକାନୀଙ୍କ  ଦାୟିତ୍ୱ ହେବ । ସେମାନଙ୍କ ଦୋକାନ ଆଗରେ ଏକ ସମୟରେ ୫ରୁ ଅଧିକ ଗ୍ରାହକ ଛିଡା ହେବେ ନାହିଁ ଓ ଗ୍ରାହକଙ୍କ ମଧ୍ୟରେ ଦୂରତା ଅତିକମରେ ୬ ଫୁଟ ହେବ ।

ଏହିଠି ରହିଛି ସନ୍ଦେହର କାରଣ

ମଦ ଦୋକାନ କେଉଁ ଜୋନରେ ଖୋଲିବ ତାକୁ ନେଇ ସୃଷ୍ଟି ହୋଇଥିବା ସନ୍ଦେହ ଏହିଠାରୁ ସୃଷ୍ଟି ହୋଇଛି । କାରଣ ନିର୍ଦ୍ଦେଶରେ  ମଦ ଦୋକାନ କେଉଁ ଜୋନରେ ଖୋଲିବ ତାକୁ ନେଇ ସ୍ପଷ୍ଟ କରାଯାଇନାହିଁ । ଅର୍ଥାତ ମଦ ଦୋକାନ କେବଳ ଗ୍ରୀନ ଜୋନରେ ଖୋଲିବ କି ସବୁ ଜୋନରେ ଖୋଲିବ ତାକୁ ନେଇ ନିର୍ଦ୍ଦେଶରେ କିଛି ମଧ୍ୟ କୁହାଯାଇ ନାହିଁ । ତେଣୁ କିଛି ଏହି ଆଦେଶର ନିଜ ହିସାବରେ ଅର୍ଥ ବାହାର କରୁଛନ୍ତି । ଯେହେତୁ କେଉଁ ଜୋନରେ ମଦ ଦୋକାନ ଖୋଲିବ ତାକୁ ନେଇ ସ୍ପଷ୍ଟ ଭାବେ ଆଦେଶରେ କିଛି ମଧ୍ୟ କୁହାଯାଇ ନାହିଁ, ତେଣୁ ସବୁ ଜୋନ୍- ଗ୍ରୀନ,ଅରେଞ୍ଜ ଓ ରେଡ୍ ଜୋନରେ ମଦ ଦୋକାନ ଖୋଲିବ ବୋଲି କୁହାଯାଉଛି । ଅବଶ୍ୟ ଆଦେଶରେ ଗୋଟିଏ କଥା ସ୍ପଷ୍ଟ କରାଯାଇଛି ଯେ,କଣ୍ଟେନମେଣ୍ଟ ଏରିଆରେ ମଦ ଦୋକାନ ବିଲକୁଲ ଖୋଲିବ ନାହିଁ ।

 

ଦେଶରେ ୧୨୨ ଯବାନଙ୍କୁ କରୋନା, ଏବେ ବି ଆହୁରି ୧୫୦ ଯବାନଙ୍କ ରିପୋର୍ଟକୁ ଅପେକ୍ଷା

ନୂଆଦିଲ୍ଲୀ: ସାରା ଦେଶକୁ ପ୍ରଭାବିତ କରିଛି କରୋନା । ଦିଲ୍ଲୀର ଅବସ୍ଥାରେ କୌଣସି ଉନ୍ନତି ହୋଇନାହିଁ । ଲଗାତାର ଏଠାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଡ଼ିବାରେ ଲାଗିଛି | ଏଥିରୁ ବାଦ ପଡି ନାହାଁନ୍ତି ଆମ ଦେଶର ବୀର ଯବାନମାନେ । ପୋଲିସ ପରେ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି ସିଆରପିଏଫ ଯବାନ । ଗତକାଲି ସିଆରପିଏଫର ୧୨ ଜଣ ଯବାନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।

କୋଭିଡ୍ ବାହାନାରେ ଡାଏଲିସିସ୍‌, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ

ଯାହାଫଳରେ ସାରା ଦେଶରେ ୧୨୨ ସିଆରପିଏଫ ଯବାନ ଏଯାବତ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ବି ଆହୁରି ୧୫୦ ସିଆରପିଏଫ ଯବାନଙ୍କ ରିପୋର୍ଟ ଆସିବା ବାକି ରହିଛି । ପଜିଟିଭ ରିପୋର୍ଟ ଆସିଥିବା ସମୃସ୍ତ ଯବାନ ଦିଲ୍ଲୀର ମୟୂର ବିହାର ସ୍ଥିତ ୩୧ ବାଟାଲିୟନରେ କାର୍ଯ୍ୟରତ ଥିଲେ । ଏବେ ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ୨୮ ତାରିଖରେ ୫୫ ବର୍ଷୀୟ ଜଣେ ସିଆରପିଏଫ ଯବାନ କରୋନାରେ ସହିଦ ହୋଇଥିଲେ, ଘଟଣାରେ ଅସନ୍ତୋଷ ଜାହିର କରିବା ସହ ସିଆରପିଏଫ ଡିଜିଙ୍କୁ ରିପୋର୍ଟ ମାଗିଥିଲା କେନ୍ଦ୍ର ଗୃହ ମନ୍ତ୍ର।ଳୟ ।

ଚିନ୍ତା ବଢ଼ାଉଛନ୍ତି ଲକ୍ଷଣହୀନ ସଂକ୍ରମଣ, ଆଉ ୨ କୋଲକାତା ଫେରନ୍ତା ପଜିଟିଭ୍

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସକାଳେ ୫ ଜଣଙ୍କ ନମୁନା ପଜିଟିଭ୍ ଆସିଥିବା ବେଳେ ଏବେ ପୁଣି ଆଉ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି ।

ସଂକ୍ରମିତ ୨ ଜଣ କୋଲକାତାରୁ ଫେରିଥିଲେ । ଉଭୟ ବରୀ ବ୍ଲକର ହୋଇଥିବା ବେଳେ ବୟସ ୪୮ ବର୍ଷ ପୁରୁଷ, ୫୫ ବର୍ଷୀୟ ପୁରୁଷ ବୋଲି ଜଣାପଡ଼ିଛି । ସେମାନଙ୍କ ଠାରେ କରୋନାର କୌଣସି ଲକ୍ଷଣ ମଧ୍ୟ ନାହିଁ । କୋଲକାତାରୁ ଫେରିବା ପରେ ଦୁହେଁ କ୍ୱାରେଣ୍ଟାଇନରେ ଥିଲେ ।

କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…

ଯାଜପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୭ରେ ପହଞ୍ଚିବା ସହ ଏହା ଖୋର୍ଦ୍ଧା ଜିଲ୍ଲା ସହିତ ସମକକ୍ଷ ହୋଇଛି । ରାଜ୍ୟରେ ଏବେ ୧୫୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୦୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ୫୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…