spot_img
Home Blog Page 6990

ଯାଜପୁରରେ ପୁଣି ଜଣେ କରୋନା ପଜିଟିଭ୍‌, ୪୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ବାସୁଦେବପୁର ଅଞ୍ଚଳର ଜଣେ ୩୫ ବର୍ଷୀୟ ମହିଳା । ଯାଜପୁରର ଏକ କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ମହିଳାଙ୍କୁ ଚିହ୍ନଟ କରାଯାଇଛି । ତେବେ ଉକ୍ତ ମହିଳାଙ୍କୁ ମିଶାଇ ଯାଜପୁରରେ ୪୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା । ସେହିଭଳି ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪୯ରେ ପହଞ୍ଚିଥିବା ବେଳେ ୫୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି ।

ରାଜ୍ୟରେ ବଢ଼ିବାକୁ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତିଦିନ ରାଜ୍ୟରେ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି । ପ୍ରବାସୀଙ୍କ ଚିନ୍ତାରେ ଘାଣ୍ଟି ହେଉଛି ପୁରା ରାଜ୍ୟ ।  ସେ ଯାଜପୁର ହେଉ କି ବାଲେଶ୍ୱର, ଅଧିକାଂଶ ସଂକ୍ରମିତଙ୍କ ମଧ୍ୟରେ କଲିକତା ଲିଙ୍କ୍‌ ରହୁଛି । ଆଜି ବାଲେଶ୍ୱର, ବଲାଙ୍ଗିର ଓ ଯାଜପୁରରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟର ସମସ୍ତ ଜିଲ୍ଲାକୁ ପଠାଗଲା PPE କିଟ୍‌: କ୍ୱାରେଣ୍ଟାଇନ ହୋମରେ ପହଞ୍ଚିବ କାଳି

ଭୁବନେଶ୍ୱର: କୋଭିଡ ଯୁଦ୍ଧରେ ଡାକ୍ତରୀ ଦଳଙ୍କ କବଚ ସାଜିଛି ପିପିଇ କିଟ । କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବେଳେ ଡାକ୍ତରୀ ଦଳଙ୍କୁ ସୁରକ୍ଷା ଯୋଗାଉଛି ଏହି କିଟ । ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରରୁ ପଠାଗଲା ଲକ୍ଷାଧିକ ପିପିଇ କିଟ । ତାହା ସାଙ୍ଗକୁ ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଜିଲ୍ଲା ମୁଖ୍ୟାଳୟକୁ ପଠାଗଲା କାଳି ବାକ୍ସ ।

ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ ବଢିଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା ।  କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏହି ୩ଟି ଜିଲ୍ଲାକୁ ରେଡ ଜୋନରେ ରଖିଛି । ଏଥିପାଇଁ ଏହି ୩ଟି ଜିଲ୍ଲା ଉପରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଫୋକସ ରହିଛି ।   ଗୋଟିଏ ପଟେ କରୋନା ପଜିଟିଭଙ୍କ ସଂଖ୍ୟା ବଢୁଥିବାବେଳେ କ୍ୱାରେଣ୍ଟାଇନ ହୋମରେ ବି ସଂଖ୍ୟା ବଢିବାରେ ଲାଗିଛି ।  ଏଥିପାଇଁ ଡାକ୍ତରୀ ଦଳଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଜିଲ୍ଲାକୁ ପଠାଯାଇଛି ପିପିଇ କିଟ ।  ପ୍ରଥମ ପର୍ଯ୍ୟାରେ ୧ ଲକ୍ଷ ୧୨ ହଜାର  କିଟ୍ ପଠାଯାଇଛି ।  ଭୁବନେଶ୍ୱରସ୍ଥିତ SIRD କାର୍ଯ୍ୟାଳୟରୁ ସମସ୍ତ ଜିଲ୍ଲା ମୁଖ୍ୟାଳୟକୁ ପଠାଯାଉଛି କିଟ୍‌ ।

ସେହିପରି କରୋନା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ହୁଅନ୍ତୁ ବା ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତି । ଏବେ ସମସ୍ତଙ୍କୁ ଚିହ୍ନଟ କରାଯାଇ କ୍ୱାରେଣ୍ଟାଇନ ହୋମ ଓ Temporary Medical Camp ରେ ରଖାଯାଉଛି । ଯେଉଁମାନେ ଏହି ଅସ୍ଥାୟୀ ଶିବିରରେ ରହିବେ ସେମାନଙ୍କ ଡାହାଣ ହାତର ବୁଢ଼ା ଆଙ୍ଗୁଳିରେ କାଳି ଲଗାଯିବ । ଭୋଟ ଦାନ ସମୟରେ ଯେଉଁ କାଳି ବାମ ହାତର ଆଙ୍ଗୁଳିରେ ଲଗାଯାଉଥିଲା ଏବେ ସେହି କାଳିକୁ ଡାହାଣ ହାତର ବୁଢା ଆଙ୍ଗୁଳିରେ ଲଗାଯିବ । ଏହି କାଳି ବ୍ୟବହାର କରିବା ପାଇଁ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି । ତେବେ ପୂର୍ବରୁ ରାଜ୍ୟ ବା ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଚିହ୍ନଟ ପାଇଁ  ପାପୁଲିର ଉପର ଅଂଶରେ ଷ୍ଟାମ୍ପ ଲଗାଯାଉଥିଲା । କିନ୍ତୁ ୭୨ ଘଣ୍ଟା ମଧ୍ୟରେ ତାହା ଲିଭିଯାଉଥିବାରୁ କେବଳ ଏହି କାଳି ବ୍ୟବହାର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

ରୋଡ୍ କିମ୍ୱା ଟ୍ରେନ୍ ଯୋଗେ ଫେରିପାରିବେ ପ୍ରବାସୀ: ଯେଉଁ ରାଜ୍ୟରୁ ଫେରିବେ ସେଠାରୁ ପାସ୍ ଆଣିବେ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁଯାୟୀ ଏଣିକି ଓଡ଼ିଶା ଫେରିପାରିବେ ପ୍ରବାସୀ ଓଡ଼ିଆ । ରୋଡ୍ କିମ୍ୱା ଟ୍ରେନ୍ ମାଧ୍ୟମରେ ଫେରିପାରିବେ । ତେବେ ଏ ନେଇ ସେଠାକାର ପ୍ରଶାସନର ଅନୁମତି ନେବା ବାଧ୍ୟତାମୂଳକ । ଏଥିସହିତ ବସ୍‌ ଯାତ୍ରା କିମ୍ୱା ଟ୍ରେନ୍ ଯାତ୍ରା ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ମଧ୍ୟ ବାଧ୍ୟତାମୂଳକ ।  ସେଠାକାର ପ୍ରଶାସନ ପକ୍ଷରୁ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ସମସ୍ତ ତଥ୍ୟ ସଂଗ୍ରହ କରିବା ସହ ତାଙ୍କ ପ୍ରତିପକ୍ଷ ଅଧିକାରୀଙ୍କୁ ସେମାନଙ୍କ ଯାତ୍ରା ସମ୍ପର୍କରେ ଅବଗତ କରାଇବେ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ।

୧୧ଟି ଚେକ୍‌ ପଏଣ୍ଟ ଦେଇ ଓଡ଼ିଶାରେ ପ୍ରବେଶ କରିପାରିବେ ପ୍ରବାସୀ ଓଡ଼ିଆ

ଓଡ଼ିଶା ଆସୁଥିବା ବସ୍‌ ଗୁଡ଼ିକ କିଛି ନିର୍ଦ୍ଦିଷ୍ଟ ଚେକ୍‌ ପଏଣ୍ଟ ଦେଇ ହିଁ ରାଜ୍ୟ ମଧ୍ୟକୁ ପ୍ରବେଶ କରିପାରିବ । ସେଗୁଡ଼ିକ ହେଲେ ଗଞ୍ଜାମ- ଗିରିସୋଲା, ସୁନ୍ଦରଗଡ଼-ବୀରମିତ୍ରପୁର, କେନ୍ଦୁଝର-ଚମ୍ପୁଆ, କୋରାପୁଟ-ଚାନ୍ଦିଲି, ମୟୂରଭଞ୍ଜ -ଜାମସୋଲା, ବାଲେଶ୍ୱର-ଲକ୍ଷ୍ମଣନାଥ,  ରାୟଗଡ଼-କେରଡ଼ା, ନୂଆପଡ଼ା-ଖରିଆରରୋଡ଼, ମାଲକାନଗିରି-ମୋଟୁ, କୋରାପୁଟ-ସୁମକି, ବରଗଡ଼-ଲୁହାରଚଟି  । ଏହି ସବୁ ଚେକ୍ ପଏଣ୍ଟ ଦେଇ ଲୋକେ ବସ୍‌, କାର୍ ଯୋଗେ ଓଡ଼ିଶା ମଧ୍ୟକୁ ପ୍ରବେଶ କରିପାରିବେ । 

ଟ୍ରେନ୍ କିମ୍ୱା ରାସ୍ତା ଦେଇ ଓଡ଼ିଶା ପ୍ରବେଶ କରିବା ପୂର୍ବରୁ ସେମାନେ ରାଜ୍ୟ ସରକାରଙ୍କ କୋଭିଡ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି କି ନାହିଁ ସେ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିଶ୍ଚିତ କରାଯିବ । ପାସ୍ ପ୍ରଦାନ କରିବାକୁ ପୂର୍ବରୁ ଏହା କରିବା ବାଧ୍ୟତାମୂଳକ ।

ନିର୍ଦ୍ଦିଷ୍ଟ ଷ୍ଟେସନ୍‌କୁ ହିଁ ଆସିବ ଟ୍ରେନ

ସେହିଭଳି ଟ୍ରେନରେ ଫେରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ଷ୍ଟେସନ ସ୍ଥିର ହୋଇଛି । ସେଠାରୁ ଓହ୍ଲାଇଲା ପରେ ସେମାନେ ଯିବକୁ ଥିବା ସ୍ଥାନକୁ ଲୋକମାନଙ୍କୁ ସରକାରୀ ଖର୍ଚ୍ଚରେ ନିଆଯିବ ।  ଟ୍ରେନରେ ଆସିବା ପାଇଁ ପୂର୍ବରୁ ପଞ୍ଜୀକରଣ ବାଧ୍ୟତାମୂଳକ । ରାଜ୍ୟ ସରକାରଙ୍କ ବିନା ଅନୁମତିରେ କୈାଣସି ଟ୍ରେନ ଓଡିଶା ସୀମାକୁ ପ୍ରବେଶ କରିପାରିବ ନାହିଁ । ଟ୍ରେନରେ ବୋର୍ଡିଂ କରିବା ପୂର୍ବରୁ ପ୍ରତ୍ୟେକଟି ଯାତ୍ରୀଙ୍କ ସ୍କ୍ରିନିଂ କରାଯିବ ।  ଟ୍ରେନ ଓ ବସରେ ଫେରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ କ୍ୱାରେଣ୍ଟାଇନ୍‌ ବାଧ୍ୟତାମୂଳକ । ସହାରଞ୍ଚଳକୁ ଫେରୁଥିବା ବ୍ୟକ୍ତିଙ୍କୁ ଘରେ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପ୍ରାଥମିକତା ଦିଆଯାଉଛି ।

ହୋଟେଲ୍‌ରେ କ୍ୱାରେଣ୍ଟାଇନ୍‌ ରହିପାରିବେ

ସହରାଞ୍ଚଳରେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିପାରିବେ ପ୍ରବାସୀ । ସେମାନଙ୍କ ଘରେ ରହିବା ପାଇଁ ସୁବିଧା ଥିଲେ ଏବଂ ସେମାନଙ୍କ କୌଣସି ସ୍ୱାସ୍ଥ୍ୟଗତ ଅସୁବିଧା ନଥିଲେ କ୍ୱାରେଣ୍ଟାଇନ୍ ଅଧିକାରୀଙ୍କ ଅନୁମତିରେ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିପାରିବେ ।  ବିଭିନ୍ନ ସହରାଞ୍ଚଳରେ ୪୦ ହଜାର କ୍ୱାରେଣ୍ଟାଇନ୍ ବେଡ ପ୍ରସ୍ତୁତ କରାଯାଇଛି । ସେମାନେ ଚାହିଁଲେ ପଇସା ଦେଇ ବିଭିନ୍ନ ହୋଟେଲରେ ହୋଇଥିବା କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥାର ମଧ୍ୟ ସୁଯୋଗ ନେଇପାରିବେ । ଏଥିଲାଗି ସ୍ଥାନୀୟ ପ୍ରଶାସନ ପକ୍ଷରୁ ହୋଟେଲ, ଲଜ୍ ଚିହ୍ନଟ କରାଯାଇଛି । ଗ୍ରାମାଞ୍ଚଳକୁ ଫେରୁଥିବା ଲୋକେ ପଞ୍ଚାୟତରେ ହୋଇଥିବା କ୍ୱାରେଣ୍ଟାଇନ୍ ହୋମ୍‌ରେ ରହିବେ । ଏଥିପାଇଁ ୨ଲକ୍ଷ ୬୦ ହଜାର ବେଡ ପ୍ରସ୍ତୁତ ହୋଇଛି । ତେବେ ଗର୍ଭବତୀ ମହିଳା, ପ୍ରସୂତି, ଭିନ୍ନକ୍ଷମ ଓ କିନ୍ନରଙ୍କ ପାଇଁ ସ୍ଥାନୀୟ ସରପଂଚ ନିଜ ସ୍ତରରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବେ । ଏହାକୁ ନମାନିଲେ ବା କ୍ୱାରେଣ୍ଟାଇନ୍‌ ଉଲ୍ଳଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।

 

 

 

 

 

ଇଏ ବି ପ୍ରେମ: ପ୍ରେମିକର ସ୍ତ୍ରୀକୁ କହିଲେ, ‘ମୋର ସମ୍ପତ୍ତି ନିଅ ତୁମ ସ୍ୱାମୀକୁ ଦିଅ’

ଭୋପାଳ: ୫୭ ବର୍ଷିୟା ଜଣେ ମହିଳା ସରକାରୀ ଅଫିସଙ୍କର ନିଜ ୪୫ ବର୍ଷିୟ ଜୁନିୟରଙ୍କ ସହ ଏମିତି ପ୍ରେମ ହେଲା ଯେ ସେ ତାଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କୁ କହିଲେ, ‘ମୋର ସବୁ ସମ୍ପତ୍ତି ନେଇଯାଅ ଏବଂ ତମ ସ୍ୱାମୀକୁ ମତେ ଦେଇଦିଅ ।’ ଏହି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଭୋପାଳ ସହରରେ ।  

ଏହି ମାମଲା ଭୋପାଳର ଫ୍ୟାମିଲି କୋର୍ଟକୁ ୧୭ ଅପ୍ରେଲ ପରେ କାଉନସିଲ ପାଇଁ ଆସିଥିଲା । କାଉନସିଲିଂ କରୁଥିବା କାଉନସିଲର ସରିତା ରାଜାନୀ ଏହି ମାମଲାର ବିଷୟରେ ସୂଚନା ଦେଇଥିଲେ ।

ରାଜାନୀଙ୍କ ସୂଚନା ମୁତାବକ, ମଧ୍ୟପ୍ରଦେଶର ସରକାରୀ ବିଭାଗରେ ଏକ ମୁଖ୍ୟ ପଦରେ ପଦସ୍ଥ ମହିଳା ସରକାରୀ ଅଫିସରଙ୍କ ସ୍ୱାମୀ ୧୦ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ । ଏହାପରେ ମହିଳାଙ୍କ ପୁଅ ବୋହୁ ମଧ୍ୟ ତାଙ୍କୁ ତିରସ୍କାର କରିବା ଭଳି ବ୍ୟବହାର କରିବା ଆରମ୍ଭ କରିଦେଲେ । ଏପରି ପରିସ୍ଥିତିରେ ତାଙ୍କ ସହ କାମ କରୁଥିବା ୪୫ ବର୍ଷିୟ ସହକର୍ମୀଙ୍କ ସହ ତାଙ୍କ ସଂପର୍କ ବଢ଼ିବାକୁ ଲାଗିଲା ।

କରୋନା ଭାଇରସ ପାଇଁ ଦେଶରେ ଜାରି ରହିଥିବା ଲକଡାଉନ କାରଣରୁ ୨୫ ମାର୍ଚ୍ଚରୁ ଏକା ରହୁଥିବା ମହିଳା ଜଣଙ୍କୁ ନିଜ ପ୍ରେମିକାଙ୍କ ଅନୁପସ୍ଥିତି ଅନୁଭବ ହେଲା  । ତେଣୁ ସେ ନିଜ ପ୍ରେମିକଙ୍କ ଘରକୁ ପହଞ୍ଚିଗଲେ । ଘରେ ପହଞ୍ଚି ସେ ପ୍ରେମିକର ସ୍ତ୍ରୀକୁ କହିଲେ ଯେ, ‘ମୋର ସବୁ ସମ୍ପତ୍ତି ନେଇଯାଇ ଆଉ ତମ ସ୍ୱାମୀ ମତେ ଦେଇଦିଅ ।’ ବାସ ଏଇ ଗୋଟେ ପଦ କଥା ପରେ  ଘରେ ଆରମ୍ଭ ହୋଇଗଲା ହଙ୍ଗାମା । ଘଟଣାର ଖବର ପାଇ ମହିଳା ଜଣଙ୍କର ପୁଅ ବୋହୂ ମଧ୍ୟ ସେଠାରେ ପହଞ୍ଚିଥିଲେ । ତାପରେ ଏହି ମାମଲା ଫ୍ୟାମିଲି କୋର୍ଟକୁ କାଉନସିଲିଂ ପାଇଁ ପଠାଗଲା ।

ଏହି ମାମଲା ସେତେବେଳେ ଆହୁରି ବିଗିଡ଼ି ଗଲା ଯେତେବେଲେ ସ୍ୱାମୀ ଜଣଙ୍କ ନିଜ ସ୍ତ୍ରୀକୁ କହିଲେ ଯେ, ସେ ଏପରି ଅବସ୍ଥାରେ ମହିଳା ଜଣଙ୍କୁ ଏକୁଟିଆ ଛାଡ଼ିପାରିବେ ନାହିଁ । ତେବେ ୧୪ ବର୍ଷ ପରେ ସ୍ୱାମୀ ଧୋକା ଦେଇଛନ୍ତି ବୋଲି ସ୍ତ୍ରୀ ମତ ପ୍ରକାଶ କରିଛନ୍ତି ।

 ଏହି ଘଟଣାଟି ୧୯୯୭ରେ ରିଲିଜ ହୋଇଥିବା ଫିଲ୍ମ ‘ଜୁଦାଇ’କୁ ମନେ ପକାଇଦେଉଛି । ଯେଉଁଥିରେ ଉର୍ମିଳା ମାତୋଣ୍ଡକର ନିଜ କଂପାନୀର ଜଣେ ବିବାହିତ କର୍ମଚାରୀ ଅନିଲ କପୁରଙ୍କ ସହ ପ୍ରେମ କରିବସନ୍ତି । ଅନିଲ କପୁରଙ୍କ ସ୍ତ୍ରୀ ଶ୍ରୀଦେବୀଙ୍କୁ ସଂମ୍ପତ୍ତି ବଦଳରେ ତାଙ୍କ ସ୍ୱାମୀ ମାଗିଥିଲେ ଯେଉଁଥିରେ ଶ୍ରୀଦେବୀ ରାଜି ହୋଇଥିଲେ ।

 

କରୋନା କାଳ : ଭୋକିଲା ପିଲାଙ୍କୁ ବୁଝାଇବାକୁ ରାନ୍ଧିବାର ଅଭିନୟ କଲା ମାଆ !

ନାଇରୋବି: କରୋନା ମହାମାରୀ ପାଇଁ ଏବେ ହନ୍ତସନ୍ତ ଧନଜୀବନ । କେଉଁଠି ଘରକୁ ଫେରୁଥିବା ବେଳେ ପ୍ରବାସୀ ପ୍ରାଣ ହରାଉଛନ୍ତି ତ , କେଉଁଠି ପେଟକୁ ଦାନା ନପାଇ ଡହଳବିକଳ ହେଉଛନ୍ତି ପିଲା । ପ୍ରତିଦିନ ଏହି ଭଳି ଦୁଃଖଦ ଘଟଣାର ସାମ୍ନାକୁ ଆସୁଛି । କେନିଆରୁ  ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ,  ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହେବେ ।

କେନିଆର ମୋମ୍ବାସା କାଉଣ୍ଟିର କାସୌନିର ଜଣେ ଶ୍ରମିକ ଶ୍ରେଣୀର ମାଆଟି ଯେତେବେଳେ ଛୁଆମାନଙ୍କୁ ଖାଦ୍ୟ ଦେବାକୁ ଅକ୍ଷମ ହେଲା ସେତେବେଳେ ସେ ଯାହା କଲା ତାକୁ ଦେଖି ଆପଣଙ୍କ ଆଖି ଓଦା ହୋଇଯିବ ।  ପେନିହା ନାମ୍ନି ଏହି ମହିଳା ଭୋକରେ ପୀଡିତ ପିଲାମାନଙ୍କୁ ଖାଦ୍ୟ ଯୋଗାଇ ପାରିନଥିଲେ, ସେ ସେମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ପଥରକୁ ରାନ୍ଧିବା ଆରମ୍ଭ କରିଥିଲେ । ଯାହାକୁ ଦେଖାଇ ସେ ଛୁଆଙ୍କୁ ବାରମ୍ବାର ଖାଇବା ରନ୍ଧା ହେଉଥିବା କହୁଥିଲେ ।

ମାଆ ପେନିହା କିଟାଓଙ୍କ ଆଠଟି ସନ୍ତାନ । ସ୍ୱାମୀଙ୍କ ହତ୍ୟା ପରେ ସେ ଏକାକୀ ଘରକୁ ସମ୍ଭାଳନ୍ତି । ପେନିହା  ଗଣମାଧ୍ୟମକୁ କହିଛନ୍ତି ଯେ ସେ ନିଜ ପିଲାମାନଙ୍କ ସାମ୍ନାରେ ପଥର ଫୁଟାଇ ଖାଦ୍ୟ ରାନ୍ଧିବା ଭଳି ଅଭିନୟ କରୁଛନ୍ତି ଯାହା ଦ୍ୱାରା ସେମାନେ ଶାନ୍ତ ହୋଇ କିଛି ସମୟ ପରେ ଶୋଇ ପାଡ଼ିବେ । ପେନିହା କହିଛନ୍ତି ଛୁଆମାନେ ନିରନ୍ତର କାନ୍ଦୁଥିଲେ ଏବଂ  ଶୋଇବାକୁ ବି ଯାଉ ନଥିଲେ । ସେଥିପାଇଁ ମୁଁ ଏହି ଉପାୟକୁ ଆପଣେଇଲି । ମୁଁ ୨ ଥର ପଥରକୁ ପାଣିରେ ଫୁଟାଇଲି ଯେମିତି ଛୁଆମାନଙ୍କୁ ଲାଗିବକି ମୁଁ କିଛି ଗୋଟେ ରାନ୍ଧୁଛି ଏବଂ ସେମାନେ ଅପେକ୍ଷା କରି କରି ଶୋଇପଡ଼ିବେ । ପେନିହା କହିଲେ ଯେତେବେଳେ ଦ୍ୱିତୀୟ ଦିନ ମୁଁ ଛୁାଆଙ୍କ ପାଇଁ ପଥରକୁ ଆଉଥରେ ରାନ୍ଧିବାକୁ ବସିଲି ସେତେବେଳେ ଅଧା ରାତିରୁ ହିଁ ଛୁଆମାନେ ଉଠିଗଲେ । ଏବଂ ୮ଜଣଙ୍କ ଭିତରୁ ଜଣେ କହିଲା ମାଆ ତମେ ଆମକୁ ମିଛ କହୁଛ ତୁମେ ରୋଷେଇ ନ କରି ଗୋଟିଏ ପଥରକୁ ପାଣିରେ ଫୁଟାଉଛ ।

ପେନିହାଙ୍କ ପଡ଼ୋଶୀ ପ୍ରିସ୍କା ନ୍ୟାକରଗିୟୋ କହିଛନ୍ତି ଯେ ଦିନେ  ସେ ତାଙ୍କ ପଡ଼ୋଶୀଙ୍କ ଘରେ କାନ୍ଦିବାର ଶବ୍ଦ ଶୁଣିଥିଲେ । ତା’ପରେ ସେମାନେ ପେନିହାଙ୍କ ଅବସ୍ଥା ବିଷୟରେ ପଚାରିବାକୁ ତାଙ୍କ ପାଖକୁ ଯାଇଥିଲେ । ପ୍ରିସ୍କା ପେନିହାଙ୍କୁ ସହାୟତା ସୋସିଆଲ ମିଡ଼ିଆରେ କହିଛନ୍ତି । ମୁଁ ମଧ୍ୟ ଜଣେ ମା ଏବଂ ତାଙ୍କ ଯନ୍ତ୍ରଣା ଅନୁଭବ କରୁଛି । ସେଥିପାଇଁ ମୁଁ ତାଙ୍କୁ ସାହାଯ୍ୟ କରିବାକୁ ଚିନ୍ତା କଲି । ଏହି ଘଟଣା ସମ୍ପର୍କରେ ଜାଣି ବର୍ତ୍ତମାନ ପେନିହାଙ୍କୁ ସାହାଯ୍ୟ କରିବାକୁ ଅନେକ ଲୋକ ଆଗକୁ ଆସୁଛନ୍ତି ।

ପେନିହା କହିଛନ୍ତି ଯେ  ଚୋରମାନେ ତାଙ୍କ ଘରେ ଆକ୍ରମଣ କରି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ । ସେ ସେହି ସମୟରେ ଦୁଇମାସ ଗର୍ଭବତୀ ହୋଇଥିଲେ । ଏହି ପରିସ୍ଥିତିରେ ପେନିହା ପେଷାକ ଧୋଇବାର କାମ ଆରମ୍ଭ କରିଥିଲେ। କିନ୍ତୁ ଦେଶରେ କରୋନା ଭାଇରସର ପ୍ରଥମ ମାମଲା ଦେଖାଯିବା ପରେ ହିଁ ସବୁକିଛି ବଦଳିଗଲା । କେନିଆରେ, କରୋନା ସଙ୍କଟରେ ଥିବା ସମସ୍ତ ପରିବାର ଦୁଇ ଓଳି ଦୁଇ ମୁଠା ଖାଇବା ବର୍ତ୍ତମାନ ଅସମ୍ଭବ ହୋଇପଡ଼ିଛି ।

କୋଟାରୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ପଠାଗଲା ୪୦ ବସ୍, ଫେରିବା ପରେ କ୍ୱାରେଣ୍ଟାଇନରେ ରହିବେ ୧୪ ଦିନ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ରାଜଧାନୀ ଦିଲ୍ଲୀର ସ୍ଥିତିକୁ ନେଇ ସାମ୍ବାଦିକ ସମ୍ମୀଳନୀ ରଖିଥିଲେ । ସାମ୍ବାଦିକ ସମ୍ମୀଳନୀରେ ସେ ରଖିଛନ୍ତି ଯେ, ‘ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ମାମଲା ବଢ଼ିବାକୁ ଲାଗୁଛି, କିନ୍ତୁ ସ୍ଥିତି ଏବେବି ନିୟନ୍ତ୍ରଣରେ ରହିଛି । ଏଯାବତ ୧୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲଣି । ମୃତକଙ୍କ ସଂଖ୍ୟା ଅନ୍ୟ ଦେଶ କିମ୍ବା ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ ରହିଛି ।’

 

ସେ ଆଉ ମଧ୍ୟ କହିଛନ୍ତି ଯେ, ‘ଯେଉଁ ଛାତ୍ରଛାତ୍ରୀ ମାନେ ଆଇଆଇଟି ପଢ଼ିବା ପାଇଁ କୋଟା ଯାଇଥିଲେ, ସେମାନେ ସେଠାରେ ଫସିଯାଇଛନ୍ତି । ସେମାନେ ବାରମ୍ବାର ନିଜ ଘରକୁ ଫେରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସରକାର ଏଥିପ୍ରତି କିଛି କରିପାରୁନଥିଲା । କିନ୍ତୁ ବର୍ତ୍ତମାନ ୪୦ଟି ବସ୍ କୋଟା ଯାଉଛି ଏବଂ ଆଶା କରାଯାଉଛି କାଲି ସେହି ଛାତ୍ରଛାତ୍ରୀ ମାନେ ବସ ଯୋଗେ ଦିଲ୍ଲୀରେ ପହଞ୍ଚିବେ ।’ ଛାତ୍ରଛାତ୍ରୀ ଫେରିବା ପରେ ସମସ୍ତଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ ବେଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

ମେ’୩ ପରେ କ’ଣ ରହିବ ରଣନୀତି, ମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ…

ଋଷି କପୁରଙ୍କ ପାକ୍‌ କନେକ୍‌ସନ୍‌, ପାକିସ୍ତାନରେ ଅଛି କପୁର ପରିବାରର ୧୦୨ ବର୍ଷ ପୁରୁଣା ମହଲ…

ମୁମ୍ବାଇ: ମହାନ ଅଭିନେତା ଋିଷି କପୁର ଆଉ ଆମ ଗହଣରେ ନାହାଁନ୍ତି । ୬୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ତେବେ ସେ ଯେଉଁ ପରିବାରରେ ଜନ୍ମଗ୍ରହଣ କରିଥିଲେ, ସେହି ପରିବାରର ରକ୍ତରେ ଅଭିନୟ ଦୌଡ଼ୁଛି ବୋଲି କୁହାଯାଏ । ଯଦିଓ ଋିଷି କପୁର ଦୁନିଆରୁ ବିଦାୟ ନେଇସାରିଛନ୍ତି, କିନ୍ତୁ ତାଙ୍କ ସହ ଜଡିତ ସମସ୍ତ ସ୍ମୃତି ଏବଂ କିଛି ଐତିହ୍ୟ ସର୍ବଦା ଜୀବନ୍ତ ରହିବ । ସେଥିମଧ୍ୟରୁ ପାକିସ୍ତାନର ପେଶୱାର ସହରସ୍ଥିତ ‘କପୁର ହାଭେଲି’ ହେଉଛି ଅନ୍ୟତମ । ଆସନ୍ତୁ ଜାଣିବା ଏହି ମହଲ ବିଷୟରେ । କ’ଣ ରହିଛି ଏହାର ଇତିହାସ ।

ଭାରତୀୟ ସିନେମାର ଶୋମ୍ୟାନ୍ କୁହାଯାଉଥିବା ପୃଥ୍ୱୀରାଜ କପୁର ପାକିସ୍ତାନର ଏହି ପୈତୃକ ମହଲରେ ଜନ୍ମଗ୍ରହଣ କରିଥିଲେ । ଏହି ମହଲ ‘କପୁର ହଭେଲି’ ଭାବେ ଜଣାଶୁଣା । ଏହି ମହଲଟି ପେଶାଓ୍ୱରର କିସା ଖୱାନୀ ବଜାରରେ ଅବସ୍ଥିତ । ଋିଷି କପୁରଙ୍କ ପିତା ରାଜ କପୁର ମଧ୍ୟ ଏଠାରେ ଜନ୍ମଗ୍ରହଣ କରିଥିଲେ ।

୨୦୧୮ ମସିହାରେ ଋିଷି କପୁର ତାଙ୍କ ପୈତୃକ ମହଲକୁ ସଂଗ୍ରହାଳୟରେ ପରିଣତ କରିବାକୁ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଥିଲେ । ଏହା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ତାଙ୍କ ଅନୁରୋଧ ଗ୍ରହଣ କରିଥିଲେ ।

ଭାରତ ଏବଂ ପାକିସ୍ତାନର ବିଭାଜନ ପୂର୍ବରୁ କପୁର ହାଭେଲି ନିର୍ମାଣ କରାଯାଇଥିଲା । ମହଲଟି ୧୯୧୮ ରୁ ୧୯୨୨ ମଧ୍ୟରେ ନିର୍ମିତ ହୋଇଥିଲା । ଏହାକୁ ରାଜ କପୁରଙ୍କ ଜେଜେବାପା ତଥା ପୃଥ୍ୱୀରାଜ କପୁରଙ୍କ ପିତା ଦେୱାନ ବିଶେଶ୍ୱରନାଥ ନିର୍ମାଣ କରିଥିଲେ । ସେବେଠାରୁ ଏହା ‘କପୁର ହାଭେଲି’ ଭାବେ ପରିଚିତ ।

୧୯୪୭ ମସିହାରେ ଇଣ୍ଡୋ-ପାକ୍ ବିଭାଜନ ପରେ କପୁର ପରିବାର ସେମାନଙ୍କ ପୈତୃକ ମହଲ ଛାଡି ମୁମ୍ବାଇ ଚାଲି ଆସିଥିଲେ । ଏହାପରେ ଏଠାରେ ସେ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ ।

୨୦୧୬ ମସିହାରେ, ଋିଷି କପୁର ସେହି ପୈତୃକ ମହଲର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ଲେଖାଥିଲା, “କେହି ଜଣେ ଏହାକୁ ମୋ ପାଖକୁ ପଠାଇଛନ୍ତି, ମୁଁ ଏବଂ ରାଣଧୀର ଏହି ମହଲ ବାହାରେ ଠିଆ ହୋଇଥିବା ଦେଖାଯାଉଛି ଏବଂ ଆମକୁ ସ୍ୱାଗତ କରାଯାଉଛି ।”

୨୦୧୭ ମସିହାରେ ଋିଷି ଏକ ଟୁଇଟ୍ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ “ମୋର ବୟସ ୬୫ ଛୁଇଁଲାଣି, ତେଣୁ ମୁଁ ମରିବା ପୂର୍ବରୁ ପାକିସ୍ତାନକୁ ଦେଖିବାକୁ ଚାହେଁ । ମୁଁ ଚାହେଁ ମୋର ପିଲାମାନେ ମଧ୍ୟ ସେମାନଙ୍କର ପୂର୍ବପିଢ଼ିର ସନ୍ତକ ଦେଖନ୍ତୁ । ମୋ ମନ ସ୍କାମନା ପୁରଣ କରନ୍ତୁ । ଜୟ ମାତା ଦି।”

୨୦ ବର୍ଷ ପୂର୍ବେ ଭୁମି କମ୍ପ କାରଣରୁ ହଭେଲିର ଉପର ଭାଗରେ ଫାଟ ସୃଷ୍ଟି ହୋଇଥିଲା । ତେଣୁ ଉପର ତିନିମହଲାକୁ ଭାଙ୍ଗି ଦିଆଯାଇଥିଲା । ଏହି ମହଲକୁ ଏବେ ବ୍ୟବସାୟୀକ ସଂସ୍ଥାମାନେ ଘେରି ରହିଛନ୍ତି ।

ପାପା ତୁମେ ମୋର ବହୁତ ମନେପଡୁଛ । ତୁମେ ପୁଣି ଫେରି ଆସନା ?

ମୁମ୍ବାଇ: ଗୁରୁବାର ଦିନ ୭୦ଦଶକର ଅଭିନେତା ଋଷି କପୁରଙ୍କ ଦେହାନ୍ତ ହୋଇଛି । ଋଷି କପୁରଙ୍କ ବିୟୋଗରେ ବଲିଉଡ଼ରେ ଶୋକର ଛାୟା । ଦୁନିଆ କପୁର ପରିବାରର ଆଉ ଜଣେ ଲୋକପ୍ରିୟ ଅଭିନେତାଙ୍କୁ ହରାଇଛି । ଗୁରୁବାର ଦିନ ଋଷି କପୁରଙ୍କୁ ୨୫ଜଣଙ୍କ ଉପସ୍ଥିତିରେ ଅନ୍ତିମ ବିଦାୟ ଦିଆଯାଇଥିଲା । ଲକଡାଉନ୍ ଯୋଗୁଁ ତାଙ୍କ ଝିଅ ରିଦ୍ଧିମା କପୁର  ଅନ୍ତିମ ସଂସ୍କାରରେ ପହଞ୍ଚିପାରିନଥିଲେ ।

ତେବେ ଦିଲ୍ଲୀ ପୋଲିସ ମୁମ୍ବାଇ ଯିବାକୁ ଅନୁମତି ଦେଇଥିଲା। କିନ୍ତୁ ଦିଲ୍ଲୀରୁ ମୁମ୍ବାଇରେ ପହଞ୍ଚିବାକୁ ସମୟ ଲାଗୁଥିବାରୁ ରିଦ୍ଧିମା ଶେଷ ଥର ପାଇଁ ତାଙ୍କ ପିତାଙ୍କୁ ଦେଖିପାରିନଥିଲେ । ବର୍ତ୍ତମାନ ସେ ଶୀଘ୍ର ମୁମ୍ବାଇରେ ପହଞ୍ଚିବାକୁ ଯାଉଛନ୍ତି । ରିଦ୍ଧିମା କପୁର ତାଙ୍କ ଇନଷ୍ଟାଗ୍ରାମରେ ଏନେଇ ପୋଷ୍ଟ କରିଛନ୍ତି । ରିଦ୍ଧିମା ଲେଖିଛନ୍ତି, driving home ma. enroute mumbai. । ରିଦ୍ଧିମା ମୁମ୍ବାଇ ଆସୁଥୁବା ବେଳେ ରାସ୍ତାସାରା ବାପା ଋଷି କପୁରଙ୍କୁ ମନେ ପକାଉଥିବାର ଦେଖାଯାଇଛି । ସେ ତାଙ୍କ ପୋଷ୍ଟରେ ବାରମ୍ବାର ଲେଖୁଥିଲେ ଯେ, ପାପା, ତୁମେ ମୋର ବହୁତ ମନେପଡୁଛ । ତୁମେ ପୁଣି ଫେରି ଆସନା ?

ରିଦ୍ଧିମାଙ୍କ ଏହି ପୋଷ୍ଟଗୁଡିକରେ, ସେ ତାଙ୍କ ବାପାଙ୍କୁ ଫେରି ଆସିବାକୁ ବାରମ୍ବାର ଲେଖିଛନ୍ତି । ରିଦ୍ଧିମା ବହୁତ ମନ ଦୁଃଖ କରିଛନ୍ତି । ରିଦ୍ଧିମା କପୁର ତାଙ୍କ ପିତାଙ୍କ ସହିତ ଅତି ନିକଟତର ଥିଲେ।

ରିଦ୍ଧିମା କପୁର ମୁମ୍ବାଇରେ ନ ଥିବାରୁ ବାପାଙ୍କୁ ଅନ୍ତିମ ଦର୍ଶନ କରିପାରିନଥିଲେ । ଋଷିଙ୍କ ଅନ୍ତିମ ସଂସ୍କାରର ଅନେକ ଫଟୋ ସାମ୍ନାକୁ ଆସିଛି । ସେଥିରେ ଆଲିଆ ଏବଂ ରିମା ଜୈନ ରିଦ୍ଧିମାଙ୍କୁ ଭିଡିଓ କଲ ଜରିଆରେ ଋଷିଙ୍କ ଶେଷ ଦର୍ଶନ କରାଉଛନ୍ତି । ବାପାଙ୍କ ମୃତ୍ୟୁ ପରେ ରିଦ୍ଧିମା ନିଜେ ଏବଂ ଋଷି କପୁରଙ୍କ ଏକ ଫଟୋ ସେୟାର କରି ଲେଖିଥିଲେ – ପାପା, ମୁଁ ତୁମକୁ ସବୁଦିନ ପାଇଁ ଭଲପାଇବି । ଭଗବାନ ତୁମର ଆତ୍ମାକୁ ଶାନ୍ତି ଦିଅନ୍ତୁ ମୋର ଶକ୍ତିଶାଳୀ ଯୋଦ୍ଧା  । ମୁଁ ପ୍ରତିଦିନ ତୁମକୁ ମନେ ପକାଇବି ।

ମୁଁ ପ୍ରତିଦିନ ଆପଣଙ୍କ ଭିଡିଓ କଲକୁ ବହୁତ ମନେ ପକାଇବି । ଆମେ ପୁଣିଥରେ ଭେଟିବା । ମୁଁ ତୁମକୁ ବହୁତ ଭଲ ପାଏ  । ‘ତୁମରଲ ମୁଷ୍କ । ‘

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪, କେନ୍ଦ୍ରାପଡ଼ା ହେଲା କରୋନା ମୁକ୍ତ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ଏଯାବତ ମୋଟ ୫୫ ଜଣ କରୋନା ଆକ୍ରନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି ।

ତେବେ କେନ୍ଦ୍ରାପଡ଼ା ଜିଲ୍ଲା ଏବେ କରୋନା ମୁକ୍ତ । କେନ୍ଦ୍ରାପଡ଼ାରେ ଜଣେ କରୋନା ଆକ୍ରାନ୍ତ ଥିବା ବେଳେ ଆଜି ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । ସୁସ୍ଥ ହୋଇଥିବା ଆକ୍ରାନ୍ତ ହେଉଛନ୍ତି – କେନ୍ଦ୍ରାପଡ଼-୧, ଭୁବନେଶ୍ୱର- ୩, ବାଲେଶ୍ୱର-୩, ଭଦ୍ରକ-୭ ।

କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…

 

ମେ’୩ ପରେ କ’ଣ ରହିବ ରଣନୀତି, ମନ୍ତ୍ରୀମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: କରୋନା ସଂଙ୍କଟ ଓ ଲକ୍‌ଡାଉନ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ରେଳମନ୍ତ୍ରୀ ପୀୟୁଷ ଗୋୟଲ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସିଡିଏସ୍‌ ଜେନେରାଲ ବିପିନ୍‌ ରାୱତଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ । ଲକ୍‌ଡାଉନ୍‌ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପର୍କରେ ବୈଠକରେ ବିଶେଷ ଆଲୋଚନା କରାଯାଇଛି ।

ସୂତ୍ରରୁ ପ୍ରକାଶ ଯେ, ମେ’ ୩ ପରେ ସରକାରଙ୍କ ରଣନୀତି କ’ଣ ରହିବ ଏବଂ ମେ’ ୪ ରୁ କେଉଁ ସବୁ କ୍ଷେତ୍ରରେ ନିୟମ କୋହଳ କରାଯିବ ସେନେଇ ବୈଠକରେ ଚର୍ଚ୍ଚା କରାଯାଇଛି । ତେବେ ଆଗାମୀ ଦୁଇ ଦିନ ମଧ୍ୟରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ନୂତନ ଗାଇଡ୍‌ଲାଇନ୍‌ ପ୍ରକାଶ କରାଯାଇପାରେ ବୋଲି ସୂଚନା ରହିଛି ।

ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ମେ’ ୩ରେ ଶେଷ ହେଉଛି । ଏହା ମଧ୍ୟରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୩୫ ହଜାର ଅତିକ୍ରମ କରିସାରିଲାଣି । ଏଭଳି ପରିସ୍ଥିତିରେ ସଂକ୍ରମଣକୁ ରୋକିବା, ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି । କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିସାରିଛନ୍ତି ।

କରୋନା ସହ ଲଢ଼େଇ କରିବା ପାଇଁ ରଣନୀତିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଲକ୍‌ଡାଉନ୍‌ ଖୋଲିବା ପୂର୍ବରୁ ସାରା ଦେଶକୁ ୩ଟି ଜୋନ୍‌ରେ ବଣ୍ଟି ଦିଆଯାଇଛି । କିନ୍ତୁ ଏବେ ମେ’୩ ପରେ କେଉଁ ଜିଲ୍ଲା କେଉଁ ଜୋନ୍‌ରେ ରହିବ ସେନେଇ ଏକ ନୂଆ ତାଲିକା ପ୍ରସ୍ତୁତ କରାଯାଇଛି । ଉକ୍ତ ତାଲିକାରେ, ରେଡ୍‌ ଜୋନ୍‌ରେ ୧୩୦ଟି ଜିଲ୍ଲା ରହିଥିବା ବେଳେ ୨୮୪ଟି ଜିଲ୍ଲା ଅରେଞ୍ଜ ଜୋନ୍‌ ଓ ୩୧୯ ଜିଲ୍ଲାକୁ ଗ୍ରୀନ୍‌ ଜୋନ୍‌ରେ ରଖାଯାଇଛି । ମେଟ୍ରୋ ସହର ଗୁଡ଼ିକ ରେଡ୍‌ ଜୋନ୍‌ରେ ହିଁ ରହିବ ବୋଲି ଜଣାପଡ଼ିଛି ।