ଧର୍ମଗଡ଼: ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି କରାଗଲା ସୌର ଜଳ ଯୋଗାଣ ପ୍ରକଳ୍ପ । ହେଲେ ଅଧପନ୍ତରିଆ କାମ ଯୋଗୁ ଖତ ଖାଉଛି ପ୍ରକଳ୍ପ । ଆଉ ଏବେ ବି କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକର ୨୮ ପଂଚାୟତର ୧୧୮ଟି ଗାଁ ଫ୍ଲୋରାଇଡ୍ ପ୍ରଭାବିତ ହୋଇ ରହିଛି । ଲୋକ ବାଧ୍ୟ ହୋଇ ଦୂଷିତ ପାଣି ବ୍ୟବହାର କରି ରୋଗରେ ପଡୁଛନ୍ତି ।

କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକର ୨୮ ପଞ୍ଚାୟତର ୧୧୮ଟି ଗାଁ ଫ୍ଲୋରାଇଡ୍ ପ୍ରଭାବିତ । ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଆରମ୍ଭ ହୋଇଥିଲା ସୌର ଜଳ ଯୋଗାଣ ପ୍ରକଳ୍ପ । ପ୍ରାୟ ଦୁଇ ଲକ୍ଷ ୫୦ ହଜାର ବ୍ୟୟରେ ଏହି ଗାଁ ଗୁଡିକରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇଥିଲା ।

ହେଲେ ଏତେ ସବୁ ପରେ ମଧ୍ୟ ଏହା ଲୋକଙ୍କ କାମରେ ଲାଗିପାରୁ ନାହିଁ । ସେପଟେ ଗ୍ରାମବାସୀ ବାଧ୍ୟ ହୋଇ ଫ୍ଲୋରାଇଡ୍ ମିଶା ନଳକୂଅ ପାଣି ବ୍ୟବହାର କରୁଛନ୍ତି । ଦୂଷିତ ପାଣି ବ୍ୟବହାର କରିବାରୁ ବିଭିନ୍ନ ରୋଗରେ ପଡୁଥିବା ଅଭିଯୋଗ କରିଛନ୍ତି ।

ଏ ସମସ୍ୟା ଏହି ସବୁ ଅଞ୍ଚଳରେ ଆାଜିର ନୁହେଁ । ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି । ଲୋକଙ୍କ ସୁବିଧା ପାଇଁ ଜଳ ଯୋଗାଣ କାର୍ଯ୍ୟ ଆାରମ୍ଭ ହୋଇଥିଲେ ହେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକା ଯୋଗୁ ଅକାମି ହୋଇ ପଡିରହିଛି ପ୍ରକଳ୍ପ ।

ଏନେଇ ଧର୍ମଗଡ଼ ସହକାରୀ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବାରୁ ସମସ୍ୟା ନେଇ ଅବଗତ ଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା କହି କଥାରୁ ଓହରି ଯାଇଛନ୍ତି । ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପ୍ରକଳ୍ପ ସବୁ ତିଆାରି ହେଉଛି ସତ, ହେଲେ କିଛି ଦୁର୍ନୀତିଖୋର ଅଧିକାରୀଙ୍କ ପାଇଁ ସରକାରୀ ଟଙ୍କା ପାଣିରେ ପଡିବା ହି ସାର ହେଉଛି ।








କିଛି ମାସ ପୂର୍ବେ ବହୁ ସଂଖ୍ୟକ କରୋନା ରୋଗୀଙ୍କୁ ଇରବିଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କରୋନା ରୋଗୀଙ୍କ ରିପୋର୍ଟ ସମୀକ୍ଷା କରିବା ପରେ ଏକ ମାରାତ୍ମକ ତଥ୍ୟ ଡାକ୍ତରମାନେ ଜାଣିବାକୁ ପାଇଲେ । ମାରାତ୍ମକ ଭୂତାଣୁ ମଣିଷର ପ୍ରାୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଟାର୍ଗେଟ କରୁଛି । ସିଧାସଳଖ ରୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ କ୍ଷତି ପହଞ୍ଚାଏ ଏବଂ ରକ୍ତ ଶରୀର ମଧ୍ୟରେ ଜମାଟ ବାନ୍ଧିବାକୁ ଲାଗେ । ଧିରେ ଧିରେ ହୃଦସ୍ପନ୍ଦନ ବନ୍ଦ ହେବା ସହ କିଡନୀରୁ ରକ୍ତ ପ୍ରବାହିତ ହୋଇ ଦେହରେ ଦାଗ ପଡ଼ିବା ଆରମ୍ଭ ହୋଇଥାଏ ।









