spot_img
Home Blog Page 6994

ପାନପୋଷ ବ୍ରାହ୍ଣଣୀ ସେତୁରେ ଭାଙ୍ଗିଲା ସ୍ଲାବ, ଯାତାୟାତ ବାଧାପ୍ରାପ୍ତ

ରାଉରକେଲା: ରାଉରକେଲା ପାନପୋଷ ନିକଟ ବ୍ରାହ୍ମଣୀ ସେତୁରେ ପୁଣି ଫାଟ ଦେଖାଦେଇଛି । ସେତୁରେ ୪ ଫୁଟ୍ ଲମ୍ବା, ଅଢେଇ ଫୁଟ୍ ଚଉଡ଼ାର ସ୍ଲାବ ଭାଙ୍ଗି ପଡ଼ିବାରୁ ଫାଟ ସୃଷ୍ଟି ହୋଇଛି । ସେତୁର ମଧ୍ୟ ଭାଗରେ ଫାଟ ସୃଷ୍ଟି ହୋଇଥିବାରୁ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ବ୍ରିଜର ଉଭୟ ଦିଗରେ ବହୁ ଗାଡ଼ି ଅଟକି ରହିଛି ।

NHAI ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି ମରାମତି କାମ । ପୂର୍ବରୁ ମଧ୍ୟ ବ୍ରାହ୍ମଣୀ ସେତୁରେ ଅନେକ ଥର ଛୋଟ ଛୋଟ ଫାଟ ସୃଷ୍ଟି ହୋଇଛି । ଏବଂ ଏନଏଚଆଇ ପକ୍ଷରୁ ମଧ୍ୟ ମରାମତି କାର୍ଯ୍ୟ କରାଯାଇଛି । ଅନ୍ୟପଟେ ଏହି ସେତୁ ଦୁର୍ବଳ ହୋଇଆସୁଥିବାରୁ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ କାର୍ଯ୍ୟ ପାଇଁ ବହୁବାର ଆବେଦନ କରାଯାଇଥିଲା ।

ଦ୍ୱିତୀୟ ସେତୁର ନିର୍ମାଣ ପାଇଁ ଅନୁମତି ମିଳିଥିଲା, କିନ୍ତୁ ସେତୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ତେବେ ଠିକ୍‌ ସମୟରେ ନିର୍ମାଣ କାର୍ଯ୍ୟ ଶେଷ ହେବକି ନାହିଁ ସେନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଉଛି ।

ଝାରସୁଗୁଡ଼ାରେ କରୋନା ସ୍ଥିତିର ସମୀକ୍ଷା କଲେ 5T ସଚିବ ଭି.କେ ପାଣ୍ଡିଆନ୍

ଝାରସୁଗୁଡ଼ା: କରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଝାରସୁଗୁଡ଼ାରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ ଓ ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର । ସ୍ୱତନ୍ତ୍ର ବିମାନ ଯୋଗେ ୫ଟି ସଚିବ ଭି କେ ପାଣ୍ଡିୟନ ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଥିଲେ । ପରେ ଜିଲ୍ଲା ପ୍ରଶାସନ ସହିତ କୋଭିଡ୍-୧୯ ନେଇ ପ୍ରସ୍ତୁତି ଓ କୋଭିଡ୍ ଡାକ୍ତରଖାନାର ସମୀକ୍ଷା କରିଥିଲେ ।

ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ ପରେ ୫ଟି ସଚିବ ଭି କେ ପାଣ୍ଡିୟନ ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ହେଲିକପ୍ଟର ଯୋଗେ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

ନିଦ ହଜାଇଛି ଦନ୍ତା, ଘର ଭାଙ୍ଗୁଛି ଫସଲ ନଷ୍ଟ କରୁଛି

ବଣାଇ: ଘର ଭାଙ୍ଗୁଛି ଫସଲ ଉଜାଡ଼ୁଛି । ହାତୀଙ୍କ ଭୟରେ ରାତୀ କଟୁଛି । ନା ସୁଆ ନା ଖିଆ ପିଆ, ଜୀବନକୁ ବାଜି ଲଗାଇ ବଞ୍ଚୁଛନ୍ତି ଏମାନେ । ଯେତେ ଫସଲ ଲଗାଇଲେବି ହାତୀଙ୍କ ପାଇଁ ଉଧଉନି । ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନଖଣ୍ଡ ର ସିନ୍ଦୁରକଳା ଓ ନିକ୍ତିମାଳ ଅଞ୍ଚଳରେ ଗତ କିଛି ଦିନ ହେବ ଦନ୍ତାହାତୀ ଉତ୍ପାତ ମଚାଇଛି । ଯାହାଫଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ଜଣାପଡିଛି l

ଘର ଭାଙ୍ଗି ଧାନ ଖାଇବା ସହ କ୍ଷେତରେ ପଶି  ବ୍ୟାପକ କ୍ଷୟକ୍ଷତି କରିଛି । ଏନେଇ ଅଂଚଳବାସୀ ତ୍ରାହି ତ୍ରାହି ଡାକ ଦେଇ ବନବିଭାଗ ର ଦ୍ୱାରସ୍ଥ ହୋଇଛନ୍ତି I ନିକ୍ତିମାଳ ଗ୍ରାମର ବଳରାମ କିଷାନ ଙ୍କ ପରିବା କ୍ଷେତ କୁ ଦନ୍ତାହାତୀ ଦଳିଚକଟି ନଷ୍ଟ କରିଥିବା ବେଳେ ସିନ୍ଦୁରକଳା ଗ୍ରାମର ବୁଦ୍ଧୁ କିଷାନ, ପୁନିଆ ବାଙ୍କିରା, ସୁରେଶ ମୁଣ୍ଡା ଙ୍କ ସମେତ ପ୍ରାୟ ଦଶ ଜଣ ଙ୍କ ଘର ଭାଙ୍ଗି ଦନ୍ତା ଧାନ ଚାଉଳ ଖାଇ ଯାଇଥିବା ଜଣାପଡ଼ିଛି l ଅପରପକ୍ଷରେ ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ଚାଲିଥିବା ବେଳେ ହାତୀ ଆକ୍ରମଣ କରିବାକୁ ଗୋଡାଇବା ବିଷୟ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି l

ସେପଟେ ହାତୀ ଆକ୍ରମଣରେ ମହିଳା ଗୁରୁତର । ଖୋର୍ଦ୍ଧା ହଜ ପଞ୍ଚାୟତ କାଳୁଛୁଆପାଟଣାରେ ସକାଳୁ ଜଣେ ମହିଳାଙ୍କୁ ହାତୀ ଆକ୍ରମଣ କରିଥିବା ଜଣାପଡିଛି । ଆହତ ମହିଳା ରଞ୍ଜନା ସାହୁ । ହାତୀ ଆକ୍ରମଣରେ ମହିଳା ଗୁରୁତର ହୋଇଥିବା ବେଳେ ତାଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

 

ଭୁବନେଶ୍ୱର: ରାଜ୍ୟର କରୋନା ସଂକ୍ରମିତଙ୍କ ମଧ୍ୟରୁ ୮୫ ପ୍ରତିଶତ ଆକ୍ରାନ୍ତଙ୍କ ପାଖରେ ନାହିଁ କରୋନାର କୌଣସି ଲକ୍ଷଣ । କେବଳ ୧୫ ପ୍ରତିଶତଙ୍କ ଠାରେ ଲକ୍ଷଣ ଦେଖାଯାଉଛି । ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଭୁବନେଶ୍ୱର: ରାଜ୍ୟର କରୋନା ସଂକ୍ରମିତଙ୍କ ମଧ୍ୟରୁ ୮୫ ପ୍ରତିଶତ ଆକ୍ରାନ୍ତଙ୍କ ପାଖରେ ନାହିଁ କରୋନାର କୌଣସି ଲକ୍ଷଣ । କେବଳ ୧୫ ପ୍ରତିଶତଙ୍କ ଠାରେ ଲକ୍ଷଣ ଦେଖାଯାଉଛି । ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଆମେରିକାର ଦାବି, ଚୀନର ଉହାନ ଲ୍ୟାବରୁ ବିଶ୍ୱରେ ବ୍ୟାପିଛି କରୋନା ଭାଇରସ୍‌

ଓ୍ୱାଶିଂଟନ: କରୋନା ଭାଇରସ୍ ଦୁନିଆରେ ଥମିବାର ନାଁ ନେଉନି । କାୟା ବିସ୍ତାର କରିଚାଲିଛି କରୋନା ଭାଇରସ  । ଏଥିରେ ଯଦି କୌଣସି ଦେଶ ଏହି କରାେନା ଭୁତାଣୁ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି, ତେବେ ଏହା ହେଉଛି ଆମେରିକା । ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ରହିଛି ଏବଂ ପ୍ରାୟ ୬୧ ହଜାର ଲୋକଙ୍କର ମୃତ୍ୟୁ ଘଟିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ସାମ୍ବାଦିକ ମାନେ ଏକ ପ୍ରଶ୍ନ ପଚାରିଲେ । ଯେ ଆପଣଙ୍କ ପାଖରେ ଏମିତି କଛି ପ୍ରମାଣ ଅଛି କି ଯାହା ଏହା ପ୍ରମାଣିତ କରିପାରିବ କରୋନା ଭାଇରସ  ୱୁହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିରୁ ହିଁ ଆସିଛି । ସେ ଏହି ପ୍ରଶ୍ନର ଉତ୍ତରରେ ‘ହଁ ପ୍ରମାଣ ଅଛି ବୋଲି କହିଥିଲେ । ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ପଚାରିଥିଲେ ଯେ ସେ ପ୍ରମାଣଟି କ’ଣ, ସେତେବେଳେ ଟ୍ରମ୍ପ, ‘ମୁଁ ତୁମକୁ କହି ପାରିବି ନାହିଁ’ ବୋଲି କହିଥିଲେ ।

ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୨୮କୁ ବୃଦ୍ଧି

ଉଲ୍ଲେଖନୀୟ ବିଷୟ ହେଉଛି, କରୋନାଭାଇରସ୍ ଅଭିଯୋଗ ପାଇଁ ଆମେରିକା କ୍ରମାଗତ ଭାବରେ ଚୀନ୍ ଉପରେ ଆକ୍ରମଣ କରୁଛି। ନିକଟରେ ଡୋନାଲ୍ଡ ଟ୍ରମ୍ପ କରୋନକୁ ଚଳିତ ବର୍ଷ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସହ ଯୋଡ଼ି କହିଛନ୍ତି ଯେ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ​​ଚୀନ୍ ତାଙ୍କୁ ପରାସ୍ତ କରିବା ପାଇଁ କିଛିବି କରିପାରେ । ସେ ଦାବି କରିଛନ୍ତି ଯେ ଚୀନ୍ କରୋନା ଭାଇରସ୍ ପରିସ୍ଥିତିରୁ ଯେଉଁଭଳି ଭାବରେ ମୁକୁଳିଛି ତାହାହିଁ ହେଉଛି ଏହାର ସବୁଠାରୁ ବଡ଼ ପ୍ରମାଣ । ଯେତେବେଳେ ସାରାବିଶ୍ୱ ଏଥିରେ ଯୁଝି ହେଉଛି ଏଭଳି ସମୟରେ ଚାଇନା କେମିଛି ମୁକୁଳିଲା ।

କରୋନା ସମ୍ବନ୍ଧରେ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠ କୁ ମଧ୍ୟ ଟାର୍ଗେଟ କରିଛନ୍ତି । WHO କୁ ଚୀନ୍ ହାତର ଗୋଟିଏ କାଠ କଣ୍ଡଇ ବୋଲି ବୋଲି କହିଛନ୍ତି ଟ୍ରମ୍ପ । ସେ କହିଛନ୍ତି ଯେ ଆମେରିକା ଖୁବ୍ ଶୀଘ୍ର WHO ବିରୋଧରେ କିଛି ସୁପାରିଶ ଆଣିବ ଏବଂ ତା’ପରେ ଚୀନ୍ ବିଷୟରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଟ୍ରମ୍ପ କହିଛନ୍ତି, ‘ ସେମାନେ ଆମକୁ ବିଭ୍ରାନ୍ତ କରିଛନ୍ତି । ଆମେ ଶୀଘ୍ର ଏକ ସୁପାରିଶ ଆଣିବୁ, କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ନେଇ ଆମେ ଖୁସି ନୁହଁ ବୋଲି ଟ୍ରମ୍ପ୍‌ କହିଛନ୍ତି ।

ଭାରତରେ ବ୍ୟାପୁଛି କରୋନା, ୨୪ ଘଣ୍ଟାରେ ୭୩ ସଂକ୍ରମିତ ମୃତ

ନୂଆଦିଲ୍ଲୀ: ଥମୁନି କରୋନା ସଂକ୍ରମଣ । ଦିନକୁ ଦିନ କୋଭିଡ୍-୧୯ ବ୍ୟାପିବା ସହ ଦେଶର କରୋନା ଗ୍ରାଫ୍ ବଢ଼ିବାରେ ଲାଗିଛି । ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜରାଟ ସ୍ଥିତି ଉଦବେଗଜନକ ରହିଛି । ଗତ ୨୪ ଘଣ୍ଟାରେ ଦେଶରେର ୭୩ ଜଣ କରୋନା ସଂକ୍ରମିତ ଆଖି ବୁଜିଛନ୍ତି । ୧୯୯୩ ଜଣ ନୂଆ କରୋନା ଆକ୍ରାନ୍ତ ଦେଶରେ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୫ ହଜାର ୪୩ରେ ପହଞ୍ଚିଛି । ମୋଟ ୧୧୪୭ ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଲେ ୮ ହଜାର ୮୮୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଲକଡାଉନ୍ ୨.୦ ଆସନ୍ତା ୩ ତାରିଖରେ ସରୁଛି । ସଂକ୍ରମଣ ସ୍ଥିତି ଭୟାନକ ସ୍ଥିତିରେ ଥିବା ବେଳେ ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନକୁ ଦେଖି ଲକଡାଉନ୍ କଟକଣା କୋହଳ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଦେଶରେ ୧୦ ହଜାର ୪୯୮ ସଂକ୍ରମିତଙ୍କ ସହ ଉପରେ ରହିଛି ମହାରାଷ୍ଟ୍ର । ଦ୍ୱିତୀୟରେ ୪ ହଜାର ୩୯୫ ଜଣଙ୍କ ସହ ଗୁଜରାଟ ରହିଥିବା ବେଳେ ୩ ହଜାର ୫୧୫ ସଂକ୍ରମିତଙ୍କ ସହ ତାଲିକାର ତୃତୀୟ ସର୍ବାଧିକ ସଂକ୍ରମିତ ରାଜ୍ୟରେ ଦିଲ୍ଲୀ ରହିଛି ।

ପ୍ଲାଜମା ଥେରାପିକୁ ନେଇ କୌଣସି ପ୍ରମାଣ ନାହିଁ,ଏବେ କେବଳ ଟ୍ରାଏଲ ଚାଲିଛି : କେନ୍ଦ୍ର

ରାଜ୍ୟରେ କରୋନା ସଂକ୍ରମଣ ବଢ଼ାଉଛନ୍ତି ବଙ୍ଗ ଫେରନ୍ତା

ଭୁବନେଶ୍ୱର: ଆଜି ବାଲେଶ୍ୱରରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ଜଣଙ୍କ ପଶ୍ଚିମବଙ୍ଗ ଫେରନ୍ତା । ସେ ନିକଟରେ କୋଲକାତାରୁ ଫେରିଥିଲେ । ୫୮ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ପ୍ରଶାସନ ପକ୍ଷରୁ ଜାରି ରହିଛି ।

ବାଲେଶ୍ୱରରେ ଆଜି ଜଣେ ପଜିଟିଭ୍ ଚିହ୍ନଟ ହେବା ସହ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି । ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇ ୧୪୩ ହୋଇଛି । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ରାଜ୍ୟରେ ୧୦୧ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ବିଶେଷକରି ପଶ୍ଚିମବଙ୍ଗ ଫେରନ୍ତାଙ୍କ ଠାରେ କରୋନା ଲକ୍ଷଣ ନଥିବା ବେଳେ ସେମାନେ ସଂକ୍ରମିତ ହୋଇଥିବା ଜଣାପଡ଼ୁଛି । ୨୪ ଘଣ୍ଟାରେ ଯାଜପୁରରୁ କେବଳେ ୧୭ ଜଣ ବଙ୍ଗ ଫେରନ୍ତାଙ୍କ କରୋନା ପଜିଟିଭ୍ ମିଳିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମସ୍ତ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ କୋଭିଡ୍ ଟେଷ୍ଟ କରାଇବାକୁ କହିଛି ।

ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୨୮କୁ ବୃଦ୍ଧି

ଲୁଚନ୍ତୁ ନାହିଁ, କୋଭିଡ୍ ଟେଷ୍ଟ କରି ସଂକ୍ରମଣ ରୋକନ୍ତୁ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବଢ଼ାଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା । ୨୪ ଘଣ୍ଟାରେ ଯାଜପୁରରୁ ୧୭ ପଜିଟିଭ୍ ଚିହ୍ନଟ ପରେ ଚିନ୍ତା ବଢ଼ିଛି । ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିବା ପରେ ପୁଣିଥରେ ସ୍ୱାସ୍ଥ୍ୟ ବିଭାଗ ଅପିଲ୍ କରିଛି । ଯେ କେହିବି ପଶ୍ଚିମବଙ୍ଗରୁ ଫେରିଥିଲେ, ଲକ୍ଷଣ ଥାଉ ବା ନଥାଉ ଲୁଚାନ୍ତୁ ନାହିଁ । ପ୍ରଶାସନକୁ ଜଣାଇବା ସହ ଅନ୍ୟକୁ ସଂକ୍ରମିତ କରିବାରୁ ରୋକନ୍ତୁ ।

‘ବଙ୍ଗ’ ଫେରନ୍ତା ସୁସ୍ଥ ଅନୁଭବ କରୁଥିଲେ ମଧ୍ୟ ସେମାନଙ୍କ ଦେହରେ କରୋନା ଭୂତାଣୁ ଲୁଚି ଥାଇପାରେ । ସେମାନେ କାହାରିକୁ ଅପେକ୍ଷା ନକରି ଜଣାନ୍ତୁ ଏବଂ କୋଭିଡ୍ ଟେଷ୍ଟ କରନ୍ତୁ । ସେମାନେ ଲୁଚି ରହିଲେ କରୋନା ସଂକ୍ରମଣ ବଢ଼ିବ, ଅଧିକ ଲୋକ ଆକ୍ରାନ୍ତ ହେବେ । ତେଣୁ, ସେମାନେ ଲୁଚାନ୍ତୁ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଏଥିସହ ଘରୋଇ କ୍ୱାରେଣ୍ଟାଇନ୍ ଅବା ସରକାରୀ କ୍ୱାରେଣ୍ଟାଇନରେ ପଶ୍ଚିମବଙ୍ଗ ଫେରନ୍ତା ରହିବା ପାଇଁ ସ୍ଥାନୀୟ ବିଡିଓ, ତହସିଲଦାର କିମ୍ବା ସରପଞ୍ଚଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି । କରୋନା ପରୀକ୍ଷା ମାଗଣାରେ ସରକାର କରୁଛନ୍ତି । କେହି ବି ଫ୍ଲୁ ଲକ୍ଷଣ ଜନିତ ଅସୁସ୍ଥତା ଅନୁଭବ କଲେ ୧୦୪କୁ କଲ୍ କରିବାକୁ କହିଛି ସ୍ୱାସ୍ଥ୍ୟ ବିଭାଗ ।

ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୨୮କୁ ବୃଦ୍ଧି

ସୀମାନ୍ତରେ ଆବଶ୍ୟକ ନାହିଁ ପାସ୍‌‌, କେନ୍ଦ୍ର ଗୃହମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: ବିନାଦ୍ୱିଧାରେ ଏଣିକି ଆନ୍ତଃରାଜ୍ୟରେ ଚଳାଚଳ କରିପାରିବ ଟ୍ରକ୍‌ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଟ୍ରକ୍‌ ପାଇଁ କୈାଣସି ପାସ୍‌ର ଆବଶ୍ୟକ ନାହିଁ । ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲାଙ୍କ ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁସାରେ ପାସ୍‌ର ଆବଶ୍ୟକ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଚେନ୍‌ରେ ବିଭ୍ର।ଟ ନଆସିବାକୁ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।

ଦେଶରେ ୧୨ ଦିନରେ ଦୁଇ ଗୁଣା କରୋନା ଆକ୍ରାନ୍ତ, ୩୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

କିଛି ଆନ୍ତଃରାଜ୍ୟ ସୀମାରେ ଗାଡି ପାସ୍‌ ମଗାଯାଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ସ୍ପଷ୍ଟୀକରଣ ଦେଇ ସବୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ଅଜୟ ଭାଲାଙ୍କ । ତେବେ ମାର୍ଚ ୨୫ ପ୍ରଥମ ପର୍ଯ୍ୟାୟ ଲକ୍‌ଡ଼ାଉନ ବେଳେ କେବଳ ମାଲବାହି ଟ୍ରକ୍‌ ଗୁଡ଼ିକୁ ଅନ୍ୟ ରାଜ୍ୟକୁ ଯିବାପାଇଁ ପରମିଟ୍‌ ଦିବଯାଇଥିଲା । କିନ୍ତୁ ଏବେ ଖାଲି ଟ୍ରକ ମଧ୍ୟ ବିନା ଲାଇସେନ୍ସରେ ଅନ୍ୟ ରାଜ୍ୟକୁ ବିନା ଦ୍ୱିଧାରେ ଯାହାୟତ କରିପାରିବେ ।

ଦେଶରେ ୧୨ ଦିନରେ ଦୁଇ ଗୁଣା କରୋନା ଆକ୍ରାନ୍ତ, ୩୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଚିନ୍ତା ବଢାଉଛି  କରୋନା । ଦେଶରେ ୩୪ ହଜାର ପାରକରିଛି  କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ବି ୧୧୦୦ ପାର କରି ସାରିଛି । କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ପ୍ରତିଶତ ରହିଛି ୨୫.୧୯ । ଦେଶରେ ୧୧ ଦିନରେ ଦୁଇ ଗୁଣା ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାରରୁ ଅଧିକ ଜଣଙ୍କ ପଜିଟିଭ ରିପୋର୍ଟ ଆସଛି । ସେପଟେ ମହାରାଷ୍ଟ୍ରରେ ପତିଦିନ  ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏଠାରେ ୯ ହଜାର ୯ ଶହ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗୁଜରାଟରେ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ୩୧୪ରୁ ଅଧିକ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

କରୋନା ରୋଗୀଙ୍କୁ କାଟୁ କଲାନି ପ୍ଲାଜମା ଥେରାପି, ବୁଜିଲେ ଆଖି

ଏଠାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୩୯୫ ପାରକରିଥିବା ବେଳେ  ୨୧୪ ଜଣଙ୍କ ମୃତ୍ୟୁ ହୋଇସାରିଛି । ଦିଲ୍ଲୀରେ କିନ୍ତୁ  କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ  କୈାଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଏବେବି ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୪୩୯ ରହିଛି । ସେପଟେ ରାଜସ୍ଥାନରେ ୨ ହଜାର ୫ ଶହ ପାରକରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍‌ ମୃତ୍ୟୁ ସଂଖ୍ୟା ୫୮ ରହିଛି ।

ତେବେ ଦେଶର ବିଭିନ୍ନ ସ୍ଥାନରୁ ଏବେ ପ୍ରବାସୀ ମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ନେବା ପାଇଁ ବସ୍‌ ଏବଂ ଟ୍ରେନ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ଏହି ସମୟରେ ସାମାଜିକ ଦୂରତାକୁ ନଜରରେ ରଖିବାକୁ କେନ୍ଦ୍ର ପରାମର୍ଶ ଦେଇଛି । ପ୍ରବାସୀ ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ସହ କ୍ୱାରେଣ୍ଟାଇନରେ ରଖିବା ପାଇଁ ଗୃହମନ୍ତ୍ର।ଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ରାଜ୍ୟ ସରକାରଙ୍କୁ ଯଥେଷ୍ଟ ପରିମାଣରେ ଟେଷ୍ଟ କିଟ୍‌ ଓ ପିପିଇ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ହୋଇଛି ।