spot_img
Home Blog Page 6995

ଶିଳ୍ପଜଗତକୁ ମୋଦିଙ୍କ ଆହ୍ୱାନ, ସ୍ୱଦେଶୀକୁ ଅବସରରେ ପରିଣତ କରନ୍ତୁ

ନୂଆଦିଲ୍ଲୀ: କରୋନା ଭାଇରସ ମହାସଙ୍କଟ ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆନ୍ ଚେମ୍ବର ଅଫ୍ କମର୍ସ(ଆଇସିସି)ର ଏକ ବିଶେଷ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ସେ କହଛନ୍ତି ଯେ, ଦେଶକୁ ଆତ୍ମନିର୍ଭର ହେବା ପାଇଁ ସ୍ୱେଦଶୀକୁ ଅବସରରେ ପରିଣତ କରିବାକୁ ପଡିବ ।

ଆତ୍ମନିର୍ଭର ଭାରତକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଯେଉଁ ସାମଗ୍ରୀକୁ ଆମକୁ ବିଦେଶରୁ ମଗାଇବାକୁ ପଡୁଛି ସେସବୁ କେମିତି ଦେଶ ଭିତରେ ତିଆରି ହେବ ଓ ବାହାରକୁ ରପ୍ତାନୀ ହେବ ତାକୁ ନେଇ ଆମକୁ ବିଚାର କରିବାକୁ ପଡିବ । ସେ କହିଥିଲେ ଯେ, ଲୋକାଲ ପାଇଁ ଭୋକାଲ ହେବାର ଏହାହିଁ ସମୟ । ଆତ୍ମନିର୍ଭର ଭାରତ ପାଇଁ ବଡଧରଣର ସୁଧାରର ଘୋଷଣା କରାଯାଇଛି,ଏବେ ସେସବୁର କ୍ରିୟାନ୍ୱୟନର ଆବଶ୍ୟକତା ରହିଛି ।

ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଆଜି ଯେକୌଣସି କଂପାନୀ ପିଏମଓକୁ ନିଜ ସାମଗ୍ରୀ କିମ୍ବା ପ୍ରସ୍ତାବ ପଠାଇ ପାରିବେ । ଲୋକଙ୍କୁ ଜିଇଏମ୍ ସହ ଯୋଡି ହେବାକୁ ପଡିବ ,ଯେମିତି ଦେଶୀ କମ୍ପାନୀଙ୍କ ସାମଗ୍ରୀ ସରକରା କିଣି ପାରିବେ ।

 

ଲଦାଖରେ ଏବେବି ଅଛନ୍ତି ଦଶ ହଜାର ଚୀନ ସୈନିକ, ଆଜି ପୁଣି ଦୁଇ ଦେଶ ସେନାଧିକାରୀଙ୍କ ମଧ୍ୟରେ ବୈଠକ

ନୂଆଦିଲ୍ଲୀ, ୧୧/୦୬: ଲଦାଖରେ ଚୀନ ସୈନିକ ୨ରୁ ତିନି କିଲୋମିଟର ପଛକୁ ଘୁଂଚିଛନ୍ତି  ।  କିନ୍ତୁ ଏବେବି ଚୀନର ୧୦ହଜାର ସୈନ୍ୟ  ଏଲଏସି ବା ବାସ୍ତବିକ ନିୟନ୍ତ୍ରଣ ରେଖରେ ମୁତ୍ତୟନ ଅଛନ୍ତି । ତେବେ ଏହାର ଅର୍ଥ ନୁହେଁ ଭାରତୀୟ ସେନା ସେଠାରେ ନାହାନ୍ତି ।  ଚୀନ ସୈନିକଙ୍କୁ ଜବାବ ଦେବାପାଇଁ  ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ । ଏଲଏସିରେ ଭାରତର ଦଶରୁ ବାର ହଜାର ସୈନ୍ୟ ଉପସ୍ଥିତ ଅଛନ୍ତି ।  ଚୀନ୍ ଲଦାଖରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲକୁ ଅକ୍ତିଆର କରିବାକୁ ଚାହୁଁଛି । ଏନେଇ ଭାରତ ଓ ଚୀନ ମଧ୍ୟରେ ଅନେକ ଆଲୋଚନା ଆଗକୁ ବଢିଛି। ବୁଧବାର ୪ ଘଣ୍ଟା ଧରି  ଭାରତ  ଓ ଚୀନ ମଧ୍ୟରେ ମେଜର ଜେନେରାଲ୍ ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଥିଲା | ଚୀନ୍ ସହିତ ଆଜି ମଧ୍ୟ ଆଲୋଚନା ହେବ ।  କିନ୍ତୁ ଏପର୍ଯ୍ୟନ୍ତ ଆଲୋଚନାର ସ୍ଥାନ ସ୍ଥିର ହୋଇନାହିଁ। ତେବେ ଗତକାଲିର ବାର୍ତ୍ତାଳାପ ସକରାତ୍ମକ ଥିଲା ବୋଲି ସେନା ସୂତ୍ରରୁ ପ୍ରକାଶ ।

ସୂଚନା ଯୋଗ୍ୟ ଯେ ଚୀନ୍ ପଛକୁ ଫେରିଛି, କିନ୍ତୁ ଏହାର ୧୦ ହଜାରରୁ ଅଧିକ ସୈନ୍ୟ ଏଲଓସିରେ ଏବେବି ନିୟୋଜିତ ଅଛନ୍ତି । ଚୀନ୍ ସୈନ୍ୟଙ୍କୁ ସାମନା କରିବାପାଇଁ  ଭାରତୀୟ ସେନା ମଧ୍ୟ ପ୍ରସ୍ତୁତ । ଚୀନ୍ ନିଜର ସେନା ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ଭାରତୀୟ ସେନା ମଧ୍ୟ ପଛକୁ ଯିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି ।  ଚୀନର କର୍ଣ୍ଣେଲ, ବ୍ରିଗେଡିୟର୍ ଏବଂ ମେଜର ଜେନେରାଲଙ୍କ ସହିତ ପେଟ୍ରୋଲିଂ ପଏଣ୍ଟ ୧୪, ୧୫ ଏବଂ ୧୭ ଉପରେ ଉପରେ ଆଲୋଚନା ହେବ  ।

ବୁଧବାର ଅନୁଷ୍ଠିତ ଏକ ବାର୍ତ୍ତାଳାପରେ ମୁଖ୍ୟ ଜେନେରାଲ୍ ସ୍ତରର ଅଧିକାରୀମାନେ ମୁହାଁମୁହିଁ ବସିଥିଲେ । ଜୁନ୍ ୬ରେ ଦୁଇ ଦେଶ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା  କିନ୍ତୁ ଚୀନର ମନୋଭାବରେ କୌଣସି ପରିବର୍ତ୍ତନ ହୋଇନାହିଁ  । ଏହି କାରଣରୁ, ପୈଂଗାଁନ୍ଗ ହ୍ରଦରେ ଉତ୍ତେଜନା ରହିଆସିଛି  ।  ପୈଂଗାଁନ୍ଗ ହ୍ରଦ ନିକଟ ଫିଙ୍ଗର ଅଞ୍ଚଳରେ ଭାରତୀୟ ପାର୍ଶ୍ୱରେ ଏକ ରାସ୍ତା ନିର୍ମାଣ କରିବାକୁ ଚୀନ୍ ରାଜି ନାହିଁ। କେବଳ ଏତିକି ନୁହେଁ, ଗାଲଭାନ ଉପତ୍ୟକାର ଡାରବୁକ୍-ଶାୟୋକ-ଦୌଲତା ବାଗ ଓଲଡି ରାସ୍ତାକୁ ସଂଯୋଗ କରୁଥିବା ଅନ୍ୟ ଏକ ରାସ୍ତା ନିର୍ମାଣରେ ମଧ୍ୟ ଚୀନ ଅସନ୍ତୁଷ୍ଟ ଅଛି ।

ଆଷାଢ ମାସରେ କେମିତି କରିବେ ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ପ୍ରସନ୍ନ, ଜାଣନ୍ତୁ

ଆଷାଢ ମାସରେ ତୀର୍ଥସ୍ଥାନ, ଜପ-ପାଠ, ଦାନ ଆଦିର ବିଶେଷ ମହତ୍ତ୍ୱ ରହିଛି । ସଂକ୍ରାନ୍ତି, ପୂର୍ଣ୍ଣମୀ ଏବଂ ଚନ୍ଦ୍ର ଗ୍ରହଣ ଭଳି ତିନୋଟି ଯାକ ସମୟରେ ଯଥା ଶକ୍ତି ଦାନ କାର୍ଯ୍ୟ କରିବା ଦରକାର । ଯେଉଁମାନେ ତୀର୍ଥ ସ୍ଥାନକୁ ନଯାଇ ପାରୁଛନ୍ତି ତାଙ୍କୁ ସେମାନେ ଘରେ ହିଁ ଦାନ କାର୍ଯ୍ୟ କରିବା ଉଚିତ୍ । ଆଷାଢ ମାସରେ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରହ୍ମଚାରୀ ରହିବା ସହ ପ୍ରତିଦିନ ଭଗବାନ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା ଅର୍ଚ୍ଚନା କଲେ ପୁଣ୍ୟ ଫଳ ମିଳିଥାଏ ।

ଏହା ବ୍ୟତୀତ ଏହି ମାସରେ ବିଷ୍ଣୁଙ୍କ ସହସ୍ର ନାମର ପାଠ କରିବା ଦରକାର ତଥା ଏକାଦଶୀ ତିଥି, ଅମାବାସ୍ୟା ତିଥି ତାଥା ପୂର୍ଣ୍ଣମୀ ତିଥିରେ ବ୍ରାହ୍ମଣଙ୍କୁ ଭୋଜନ ତଥା ଛତା, କଠଉ, ଆମଲା ଓ ଖରଭୁଜ ଆଦି ଫଳ, ବସ୍ତ୍ର ମିଷ୍ଟାର୍ଣ୍ଣକୁ ଦକ୍ଷିଣ ସହିତ ଦାନ କରନ୍ତୁ । ଏହି ପ୍ରକାର ନିୟମ ପୂର୍ବକ ଏହି ଧର୍ମ କାର୍ଯ୍ୟ କରିବା ଦ୍ୱାରା ବିଶେଷ ପୂର୍ଣ୍ଣ୍ୟ ଫଳର ପ୍ରାପ୍ତି ହୋଇଥାଏ ।

ମାସ୍କ ସ୍କାମ୍ ପ୍ରସଙ୍ଗ: କଂଗ୍ରେସ ଉପରେ ବିଜେଡିର ଆକ୍ରମଣ, ଅଦାଲତକୁ ଯିବା ପାଇଁ ଚ୍ୟାଲେଞ୍ଜ

ଭୁବନେଶ୍ୱର: ମାସ୍କ କିଣାରେ ହେରଫେର ହୋଇଛି ବୋଲି କଂଗ୍ରେସ କରିଆସୁଥିବା ଅଭିଯୋଗ ଉପରେ ଆଜି ବିଜେଡି ଉତ୍ତର ରଖିଛି । କଂଗ୍ରେସ ଘୃଣ୍ୟ ରାଜନୀତି କରୁଛି ଓ ଯଦି ସତସାହସ ଅଛି ତେବେ ଅଦାଲତକୁ ଯାଉ ବୋଲି ବିଜେଡି ଚ୍ୟାଲେଂଜ୍ କରିଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଆଜି କଂଗ୍ରେସ ଅଭିଯୋଗର ଉତ୍ତର ଦେଇ କହିଛନ୍ତି ଯେ, କରୋନା ବିରୋଧରେ ସାଢେ ୪ କୋଟି ରାଜ୍ୟବାସୀ ଲଢେଇ ଲଢୁଥିବା ବେଳେ କଂଗ୍ରେସ ଶସ୍ତା ରାଜନୀତି କରୁଛି । ଏଭଳି ରାଜନୀତି ପାଇଁ କଂଗ୍ରେସ ରାଜ୍ୟରେ ଅପ୍ରାସଙ୍ଗିକ ହୋଇପଡିଛି ବୋଲି ସେ କହିଥିଲେ ।

ମାସ୍କ ସ୍କାମ୍ ଗୁଜବ

ମାସ୍କ କିଣାରେ ହେରଫେର ହୋଇଥିବା ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି । ବିଜେଡି ମୁଖପାତ୍ର କହିଥିଲେ ଯେ, ଏହା କଂଗ୍ରେସ ଦ୍ୱାରା ସୃଷ୍ଟ ଏକ ଗୁଜବ । କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ହିଁ ମାସ୍କ କିଣାଯାଇଛି । କେନ୍ଦ୍ର ସରକାର ସର୍ଜିକାଲ ମାସ୍କର ଦାମ ୧୦ ଟଙ୍କ ରଖିଥିଲେ କିନ୍ତୁ ମାସ୍କ ତିଆରି କରୁଥିବା କଂପାନୀ ଏତେ କମ ମୂଲ୍ୟରେ ଯୋଗାଣ ସମ୍ଭବ ନୁହେଁ ବୋଲି କହିଥିଲେ । ମାର୍ଚ୍ଚ ୨୧ରେ ପ୍ରତି ମାସ୍କ ମୂଲ୍ୟ ୧୦ ଟଙ୍କା ରଖିଲେ କେନ୍ଦ୍ର ସରକାର  । କିନ୍ତୁ ପରେ ୨୪ ମାର୍ଚ୍ଚରେ ମାସ୍କର ମୂଲ୍ୟ ୧୬ ଟଙ୍କାକୁ ବଢ଼ାଇଥିଲେ କେନ୍ଦ୍ର ସରକାର  । ଅନ୍ୟ ରାଜ୍ୟଗୁଡ଼ିକ ୧୬ରୁ ୨୦ ଟଙ୍କାରେ ମାସ୍କ କିଣିଛନ୍ତି ।  ଗୁଜୁରାଟ, ପଶ୍ଚିମବଙ୍ଗ ଭଳି ରାଜ୍ୟ ଓଡ଼ିଶାଠାରୁ ଅଧିକ ଟଙ୍କା ଦେଇ ମାସ୍କ କିଣିଛନ୍ତି । ଗୁଜୁରାଟ୍ ମାସ୍କ ପିଛା ୨୦ ଟଙ୍କା ଦେଇଥିବା ବେଳେ ପଶ୍ଚିମବଙ୍ଗ ୧୭ ଟଙ୍କା ଦେଇ ମାସ୍କ କିଣିଛି  । ତେବେ ଏହାର ଅର୍ଥ କ’ଣ ସେହି ରାଜ୍ୟ ସରକାର ଭୂଲ କରିଛନ୍ତି କି ? ବୋଲି  ପ୍ରଶ୍ନ କରିଥିଲେ ବିଜେଡି ମୁଖପାତ୍ର । ନିଜ ପ୍ରଶ୍ନର ଉତ୍ତର ଦେଇ ସସ୍ମିତ ପାତ୍ର କହିଥିଲେ ଯେ, କୌଣସି ରାଜ୍ୟ ଭୁଲ କରି ନାହାନ୍ତି ।

ସତସାହସ ଥିଲେ କୋର୍ଟକୁ ଯାଅ

କଂଗ୍ରେସ ଉପରେ ପାଲଟା ଆକ୍ରମଣ କରି ସସ୍ମିତ ପାତ୍ର କହିଥିଲେ ଯେ, କଂଗ୍ରେସର ଯଦି ସତସାହସ ଅଛି ତେବେ ଏହା ଆବଶ୍ୟକ ପ୍ରମାଣ ସହ ଅଦାଲତକୁ ଯାଉ । ସଜ ମାଛରେ ପୋକ ପକାଇବା କାମ କରୁଛି କଂଗ୍ରେସ  । ଭୁବନେଶ୍ୱରଠାରୁ ହାଇକୋର୍ଟର ଦୂରତା ବେସି ନୁହେଁ ତେଣୁ କଂଗ୍ରେସର ସାହସ ଥିଲେ ଅଦାଲତରେ ଗୁହାରି କରୁ । ସେ କହିଛନ୍ତି ଯେ, ମାସ୍କ କିଣା ନେଇ ସବୁ ପ୍ରକାରର ସ୍ୱଛତା ଅବଲମ୍ବନ କରାଯାଇଥିଲା ।

କରୋନା ଯୋଦ୍ଧାଙ୍କ ମନୋବଳ ଭାଙ୍ଗୁଛି କଂଗ୍ରେସ

କଂଗ୍ରେସ କରୋନା ବିରୋଧରେ ଫ୍ରଣ୍ଟଲାଇନରେ ଯେଉଁମାନେ ଯୁଦ୍ଧ ଲଢୁଛନ୍ତି ସେମାନଙ୍କ ମନୋବଳ ଭାଙ୍ଗୁଛି ବୋଲି ବିଜେଡି ମୁଖପାତ୍ର କହିଛନ୍ତି । ୨୦ ବର୍ଷ ହେଲା କଂଗ୍ରେସ ଏଭଳି ରାଜନୀତି କରି ନିଜ ପ୍ରାସଙ୍ଗିକତା ହରାଇ ବସିଛି । ସାଢେ ୪ କୋଟି ଓଡ଼ିଆ କରୋନା ବିରୋଧରେ ଯୁଦ୍ଧ ଲଢୁଥିବା ବେଳେ କଂଗ୍ରେସ ରାଜନୀତି କରୁଛି ।

ତାମିଲନାଡୁ କ’ଣ ଭାରତ ବାହାରେ ?

ମାସ୍କ ତାମିଲନାଡୁରୁ କାହିଁକି କିଣା ଗଲା ବୋଲି ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ କରିଥିବା ଅଭିଯୋଗର ଉତ୍ତର ଦେଇ ସସ୍ମିତ ପାତ୍ର ପାଲଟା ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ତାମିଲନାଡୁ କ’ଣ ଭାରତରୁ ବାହାରେ ?  ତାମିଲନାଡୁଠାରୁ ମାସ୍କ କିଣିବା ପାଇଁ କିଛି ପ୍ରତିବନ୍ଧକ ରହିଛି କି ?

 

ଶ୍ରୀମନ୍ଦିରରେ ନିଶାର୍ଦ୍ଧରେ ଦେବତାମାନେ କେଉଁଠାରେ ସଭା କରନ୍ତି ? ଜାଣନ୍ତୁ

ଶ୍ରୀଜଗନ୍ନାଥ । ଓଡ଼ିଶାର ଓ ଓଡ଼ିଆଙ୍କ ଆରାଧ୍ୟ । ଜଗନ୍ନାଥଙ୍କୁ ନେଇ ରହିଛି ଅନେକ କଥା ଓ କିମ୍ବଦନ୍ତି । ତାଙ୍କ ଦେଉଳ ଯଦି ବଡ ଦେଉଳ ତେବେ ଦାଣ୍ଡ ବଡଦାଣ୍ଡ । ସେମିତି ସେ ବିରାଜମାନ କରନ୍ତି ରତ୍ନ ମଣ୍ଡପରେ । ପୁଣି ରାତିରେ ତାଙ୍କ ସେବାର ଲାଗନ୍ତି ଦେବତା । କୁହାଯାଏ ନିଶାର୍ଦ୍ଧରେ ଦେବଲୋକରୁ ଦେବତା ଓହ୍ଲାଇ ଆସନ୍ତି ମର୍ତ୍ତ୍ୟଲୋକକୁ ଓ ଶ୍ରଜଗନ୍ନାଥ ମନ୍ଦିରରେ କରିଥାନ୍ତି ସଭା । ଦେବତାଙ୍କ ଏହି ସଭା କେଉଁଠାରେ ହୁଏ ଆସନ୍ତୁ ଜାଣିବା..

ରତ୍ନ ମଣ୍ଡପ : ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିର ଉଲ୍ଲେଖ ପ୍ରକାରେ ବଡ଼ ଦେଉଳର ପ୍ଲଟ ନମ୍ବର ୧ରେ ରତ୍ନବେଦୀ ବା ରତ୍ନ ମଣ୍ଡପ ଅବସ୍ଥିତ | ଯେଉଁଥିରେ କି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ପୂର୍ବାଭିମୁଖପୂର୍ବକ ଅବସ୍ଥାନ କରିଛନ୍ତି |  ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାମକୁ ଶ୍ରୀଦେବୀ, ଶ୍ରୀସୁର୍ଦଶନ ଓ ଶ୍ରୀମାଧବ ଏବଂ ଦକ୍ଷିଣକୁ ଭୂଦେବୀ ବିରାଜମାନ କରିଛନ୍ତି | ଏହି ରତ୍ନ ମଣ୍ଡପର ଲମ୍ବା ୧୬ ଫୁଟ୍ ଓ ପ୍ରସ୍ଥ ୧୩ ଫୁଟ୍ | ରତ୍ନ ମଣ୍ଡପର ଉଚ୍ଚତା ୪ ଫୁଟ୍ ଏହାକୁ ରତ୍ନବେଦୀ, ରତ୍ନ ମଣ୍ଡପ ଓ ରତ୍ନ ସିଂହାସନ ଆଦି ନାମରେ କୁହାଯାଇଥାଏ | ପରଂବ୍ରହ୍ମରୂପୀ ଶ୍ରୀବିଗ୍ରହମାନେ ଏହି ମଣ୍ଡପ ବା ବେଦୀରେ ଅବସ୍ଥାନ କରୁଥିବାରୁ ଏହା ଅତ୍ୟନ୍ତ ପବିତ୍ରମୟ ତଥା ବ୍ରହ୍ମଶିଳାମୟ ହୋଇଛି |

ଦେବସଭା ମଣ୍ଡପ : ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ମୁତାବକ ପ୍ଲଟ ନମ୍ୱର ୩୦ରେ ଦେବସଭା ମଣ୍ଡପ ଅବସ୍ଥିତ | ମୁଖ୍ୟ ମନ୍ଦିର ସଂଲଗ୍ନ ଉତ୍ତର ପାର୍ଶ୍ୱ ତଥା ନାଭିକଟା ମଣ୍ଡପର ପଶ୍ଚିମ ଭାଗରେ ଗୋଟିଏ ବିରାଟ ମୁକ୍ତାକାଶ ଖୋଲା ମଣ୍ଡପ ରହିଅଛି | ଏହା “ଦେବସଭା ମଣ୍ଡପ” ନାମରେ କଥିତ |  ଜନଶ୍ରୁତି ଅନୁଯାୟୀ ନିଶାର୍ଦ୍ଧରେ ଏହି ସ୍ଥାନରେ ଦେବତାମାନେ ସେମାନଙ୍କର ସଭା କରିଥାନ୍ତି ।

ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସାବିତ୍ରୀ ରଥ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି । ୧୬ତମ ବିଚାରପତି ଭାବେ ଶପଥ ଗ୍ରହଣ ।

ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ସାବିତ୍ରୀ ରଥ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି । ୧୬ତମ ବିଚାରପତି ଭାବେ ଶପଥ ଗ୍ରହଣ ।

କରୋନା ସଂକଟରେ ଉଦ୍ୟୋଗ ଜଗତକୁ ମୋଦିଙ୍କ ସମ୍ବୋଧନ । ଆର୍ଥିକ ବ୍ୟବସ୍ଥା କ୍ଷେତ୍ରରେ ICCର ଯୋଗଦାନକୁ ପ୍ରଶଂସା । ସରକାର ବଦଳାଇଛନ୍ତି ଏମ୍ଏସ୍ଏମ୍ଇ ପରିଭାଷା । ଲୋକାଲ୍ ପାଇଁ ଭୋକାଲ୍ ହେବାର ସମୟ ।

କରୋନା ସଂକଟରେ ଉଦ୍ୟୋଗ ଜଗତକୁ ମୋଦିଙ୍କ ସମ୍ବୋଧନ । ଆର୍ଥିକ ବ୍ୟବସ୍ଥା କ୍ଷେତ୍ରରେ ICCର ଯୋଗଦାନକୁ ପ୍ରଶଂସା । ସରକାର ବଦଳାଇଛନ୍ତି ଏମ୍‌ଏସ୍‌ଏମ୍‌ଇ ପରିଭାଷା ।

ରାଉରକେଲା ଶବ ଶୋଭାଯାତ୍ରାରେ ନିୟମ ଉଲ୍ଲଂଘନ । ପଦାରେ ପଡ଼ିଲା ପୋଲିସ ପ୍ରଶାସନର ପାରିବାପଣିଆ । ୩ଦିନ ପରେ କାର୍ଯ୍ୟାନୁଷ୍ଠାନ କଥା କହିଲେ ପଶ୍ଚିମାଞ୍ଚଳ ଡିଆଇଜି । ଏସ୍ପିଙ୍କ ବଦଳି ଦାବି କଲା ଓକିଲ ସଂଘ ।

ରାଉରକେଲା ଶବ ଶୋଭାଯାତ୍ରାରେ ନିୟମ ଉଲ୍ଲଂଘନ । ପଦାରେ ପଡ଼ିଲା ପୋଲିସ ପ୍ରଶାସନର ପାରିବାପଣିଆ । ୩ଦିନ ପରେ କାର୍ଯ୍ୟାନୁଷ୍ଠାନ କଥା କହିଲେ ପଶ୍ଚିମାଞ୍ଚଳ ଡିଆଇଜି । ଏସ୍‌ପିଙ୍କ ବଦଳି ଦାବି କଲା ଓକିଲ ସଂଘ ।

ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ । ରାଜ୍ୟ ପରିବହନ ମନ୍ତ୍ରୀଙ୍କ ସୂଚନା । ଖୁବ୍ଶୀଘ୍ର ଏନେଇ ଜାରି ହେବ ଏସ୍ଓପି । ୧୮ରୁ DL ଓ ୨୯ରୁ LL ପାଇଁ ଆରମ୍ଭ ହେବ ଟେଷ୍ଟ ।

ଡ୍ରାଇଭିଂ ଲାଇସେନ୍‌ସ ଟେଷ୍ଟ ପାଇଁ ସ୍ଲଟ୍‌ ବୁକିଂ ଆରମ୍ଭ । ରାଜ୍ୟ ପରିବହନ ମନ୍ତ୍ରୀଙ୍କ ସୂଚନା । ଖୁବ୍‌ଶୀଘ୍ର ଏନେଇ ଜାରି ହେବ ଏସ୍‌ଓପି । ୧୮ରୁ DL  ଓ ୨୯ରୁ LL ପାଇଁ ଆରମ୍ଭ ହେବ ଟେଷ୍ଟ ।

ଆଦିବାସୀ ପିଲାଙ୍କ ଶିକ୍ଷାକ୍ଷେତ୍ରରେ ଓଡ଼ିଶାର ସଫଳତା । ପ୍ରଥମ ରାଜ୍ୟ ଭାବେ ଆଦିବାସୀ ହଷ୍ଟେଲ ପାଇଁ ହାସଲ କଲା ISO ସାର୍ଟିଫିକେଟ । କେନ୍ଦୁଝର ଓ ସମ୍ବଲପୁରରେ ୪୪ଟି ହଷ୍ଟେଲକୁ ମିଳିଲା ସ୍ୱୀକୃତି ।

ଆଦିବାସୀ ପିଲାଙ୍କ ଶିକ୍ଷାକ୍ଷେତ୍ରରେ ଓଡ଼ିଶାର ସଫଳତା । ପ୍ରଥମ ରାଜ୍ୟ ଭାବେ ଆଦିବାସୀ ହଷ୍ଟେଲ ପାଇଁ ହାସଲ କଲା ISO ସାର୍ଟିଫିକେଟ । କେନ୍ଦୁଝର ଓ ସମ୍ବଲପୁରରେ ୪୪ଟି ହଷ୍ଟେଲକୁ ମିଳିଲା ସ୍ୱୀକୃତି ।