ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ବୋଲେରୋ ଗାଡ଼ିକୁ ଗୁଳିମାଡ଼ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳି ମାଡ଼ କରାଯାଇଥିବା ଦେବେନ୍ଦ୍ର ଅଭିଯୋଗ ଆଣିଛନ୍ତି । ଏଫସିଆଇ ନିକଟସ୍ଥ ଚିତ୍ରକୂଟ ସାହିରେ ଏହି ଘଟଣା ଘଟିଛି । ସନ୍ଦେହରେ ଦେଶୀ ବନ୍ଧୁକ ସହ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କର ଜୀବନ
ବୌଦ୍ଧ: ବାସୁଦେବପାଲି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବୌଦ୍ଧରୁ ସୋନପୁର ଅଭିମୁଖେ ଯାଉଥିବା ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାସୁଦେବପାଲି ମାଉଳି ମନ୍ଦିର ନିକଟରେ ଥିବା ଏକ ଗଛରେ ବାଇକଟି ପିଟି ହୋଇ ଯାଇଥିଲା ।

ଗଛରେ ପିଟି ହେବା ପରେ ଘଟଣାସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ହେଲେ ସୋନପୁର ମଝିପଡ଼ାର ଶଶୀକାନ୍ତ ବାଘ ଓ ସଜଦେବ ସିଂହ । ମନମୁଣ୍ଡା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି ।
‘ମେରା ନାମ ଜୋକର’ କି ‘ବବି’ ନୁହେଁ ଏହାପୂର୍ବରୁ ଋଷି ନଜର ଆସିଥିଲେ ଏହି ଫିଲ୍ମରେ
ମୁମ୍ବାଇ : ଋଷି କପୁରଙ୍କ ନିଧନରେ ବଲିଉଡ଼କୁ ଲାଗିଛି ବଡ଼ ଝଟକା । ଏନେଇ ମହାନାୟକ ଅମିତାଭ ବଚ୍ଚନ ନିଜ ଟ୍ୱିଟର ଆକାଉଣ୍ଟରେ ସର୍ବପ୍ରଥମେ ଖବର ଦେଇଥିଲେ । ଆଜି ସମସ୍ତେ ଏହି ବଡ଼ ଅଭିନେତାଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି । ସେ ତାଙ୍କ ଅଭିନୟ ଜରିଆରେ ସମସ୍ତ ହୃଦୟରେ ରାଜ କରି ଆସୁଥିଲେ । ଫିଲ୍ମ ମେରା ନାମ୍ ଜୋକର ହେଉ କି ତାଙ୍କ ଡେବ୍ୟୁ ଫିଲ୍ମ ବବି ହେଉ ସବୁଥିରେ ସେ ତାଙ୍କର ଛାପ ଛାଡ଼ିଛନ୍ତି ।
କେବେ ତାଙ୍କ ହସର ଦିୱାନା ଥିବା ବଲିଉଡ଼ ଆଜି ନିସ୍ତବ୍ଦ । ୪ ସେପ୍ଟେମ୍ବର ୧୯୫୨ ମସିହାରେ ଜନ୍ମ ଗ୍ରହଣ କରିଥିବା ଏହି ନାୟକ ଯେମିତି କେବଳ ଅଭିନୟ ପାଇଁ ଜନ୍ମ ନେଇଥିଲେ । ଯଦିଓ ତାଙ୍କୁ ବଲିଉଡ଼ ଆସିବାକୁ ଏତେଟା ଷ୍ଟ୍ରଗଲ କରିବାକୁ ପଡ଼ି ନଥିଲା କିନ୍ତୁ ପ୍ରଥମ ଫିଲ୍ମରେ ନେସନାଲ ଆୱାର୍ଡ ପାଇବା କିଛି କମ୍ କଥା ନଥିଲା ।

ତେବେ ଆପଣମାନେ ଭାବୁଥିବେ ମେରା ନାମ ଜୋକର ତାଙ୍କ ପ୍ରଥମ ଚଳଚିତ୍ର ଥିବ । ଏବଂ ନାୟକ ଭାବେ ପ୍ରଥମ ଡେବ୍ୟୁ ଫଲ୍ମ ବବି କିନ୍ତୁ ତା ପୂର୍ବରୁ ସେ ବଡ଼ ପରଦାରେ ନଜର ଆସି ସାରିଥିଲେ । ସେ ତାଙ୍କ ବାପାଙ୍କ ଫିଲ୍ମ ‘ଶ୍ରୀ ୪୨୦’ର ଏକ ଗୀତରେ ନଜର ଆସି ସାରିଥିଲେ । ଆଜ୍ଞା ହଁ ଋଷି ପ୍ରଥମ ଥର ପାଇଁ କ୍ୟାମେରା ଫେସ୍ କରିଥିଲେ ତାଙ୍କ ବାପାଙ୍କ ଫିଲ୍ମର ଏକ ଗୀତ ‘ପ୍ୟାର ହୁଆ ଏକ ରାର ହୁଆ’ । ଏହି ଗୀତ ସୁଟିଂ ସେଟରେ ଋଷି ଆସି ପହଞ୍ଚି ଥିଲେ ଏବଂ ସେଠାରେ ସେ ଏତେ କାନ୍ଦି ଥିଲେ ଯେ, ଫିଲ୍ମରେ ହିରୋଇନ ଥିବା ନର୍ଗୀସ ଯେତେ ଚକଲେଟ ଦେଇ ବୁଝାଇବାକୁ ଚେଷ୍ଟା କରିଥିଲେ ବି ବୁଝି ନଥିଲେ ଋଷି । ଏବଂ ତାଙ୍କୁ ବୁଝାଇବାକୁ ଯାଇ ସେହି ଗୀତର ଏକ ଛୋଟ ସିନରେ ନିଆଯାଇଥିଲା ।

ଆପଣମାନେ ଦେଖିଥିବେ ବର୍ଷାର ସେହି ଗୀତରେ ୨ଜଣ ଛୋଟ ଛୁଆଙ୍କ ସହ ସେ ଚାଲି ଚାଲି ଆସୁଛନ୍ତି ଋଷି । ତାପରେ ୧୯୭୧ରେ ମେରା ନାମ ଜୋକର ଏବଂ ତାପରେ ବବି ଜରିଆରେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ଋଷି । ଋଷିଙ୍କ ନିଧନରେ ବଲିଉଡ଼ର ଏକ ଅପୂରଣୀୟ କ୍ଷତି ।
ବଲାଙ୍ଗିରରେ ବ୍ରିଜ୍ ଭୁଶୁଡ଼ିବା ଘଟଣାର ତଦନ୍ତ ଆରମ୍ଭ
ବଲାଙ୍ଗିର: ପାଟଣାଗଡ଼ ବ୍ଲକ୍ ତମିଆ ମୁଦଲସରରେ ସୁକ୍ତେଲ୍ ନଦୀ ସେତୁ ଭୁଶୁଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । ସେତୁ ମରାମତି ବେଳେ ଗତକାଲି ଅଚାନକ ଭୁଶୁଡ଼ି ପଡ଼ିବାରୁ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ସତ୍ୟଜିତ ଚକ୍ରବର୍ତ୍ତିଙ୍କ ସହ ଅଧୀକ୍ଷଣ ଯନ୍ତ୍ରୀ ହେମନ୍ତ କୁମାର ଦତ୍ତ ଓ ପ୍ରସାଦ ମହାକୁଡ଼ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

୨୦୧୫ରୁ ନିର୍ମାଣ ଆରମ୍ଭ ହୋଇ ୨୦୧୮ରେ ଏହି ସେତୁ ସଂପୂର୍ଣ୍ଣ ହୋଇଥିଲା । ତେବେ ଦବି ଯାଇଥିବା ଗୋଟିଏ ପିଲର୍କୁ ଗତକାଲି ମରାମତି କରାଯାଉଥିବା ବେଳେ ତାହା ଭୁଶୁଡ଼ିଥିବା ଜଣାପଡିଥିଲା । ନିମ୍ନମାନର କାମ ନେଇ ପୂର୍ବରୁ ଲୋକମାନେ ଅଭିଯୋଗ କରିଥିଲେ । ତେବେ ନିମ୍ନମାନର କାମ ନେଇ ପ୍ରମାଣ ମିଳିଲେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ସତ୍ୟଜିତ ଚକ୍ରବର୍ତ୍ତି କହିଛନ୍ତି ।

ବଲିଉଡକୁ ଗ୍ରହଣ : ୨୨ ଘଣ୍ଟା ମଧ୍ୟରେ କ୍ୟାନ୍ସର ନେଲା ଦୁଇ ଜୀବନ
ମୁମ୍ବାଇ: ଲଗାତାର ଦୁଇ ଦିନ ହେବ ସକାଳେ ବଲିଉଡ ଜଗତରୁ ଦୁଃଖଦ ଖବର ଶୁଣିବାକୁ ମିଳିଛି । ଗତ କାଲି ଇରଫାନ ଖାନଙ୍କ ପରଲୋକ ପରେ ଆଜି ଋଷି କପୁର ଦୁନିଆ ଛାଡି ଚାଲିଯାଇଛନ୍ତି । ଏହି ଖବର ଉଭୟ ବଲିଉଡ ଓ ପ୍ରଶଂସକମାନଙ୍କ ପାଇଁ ବଡ ଝଟକା ଥିଲା । ଆଜି ବଲିଉଡର ଜଣାଶୁଣା ସେଲିବ୍ରିଟି ତଥା ଡଫଲିବାଲା ଆମ ସମସ୍ତଙ୍କୁ ଅଲବିଦା କହି ବିଦାୟ ନେଇଛନ୍ତି । ଗତ କାଲି ବଲିଉଡର ଅତୁଳନୀୟ ଅଭିନେତା ଇରଫାନଙ୍କର ନିଧନ ହୋଇଥିଲା । କ୍ୟାନସର ରୋଗ ସହିତ ଦୀର୍ଘ ଦିନ ଯୁଦ୍ଧ କରୁଥିବାବେଳେ ଉଭୟ କଳାକାର ଜୀବନର ଯୁଦ୍ଧରେ ହାରି ଯାଇଥିଲେ । ଦୁଇ ଦିନ ମଧ୍ୟରେ ବଲିଉଡର ଦୁଇ ଜଣ ପ୍ରତିଷ୍ଠିତ କଳାକାରଙ୍କୁ ହରାଇଛି । ତେବେ ବଲିଉଡ ପାଇଁ ଏହା ଯେ ଏକ ବଡ କ୍ଷତି ତାହା କହିଲେ କିଛି ଭୁଲ ହେବ ନାହିଁ ।

ଋଷି କପୁର ଜଣେ ଏମିତି ଅଭିନେତା ଥିଲେ ଯିଏ ସବୁବେଳେ ଖୁସିରେ ରହିବା ବିଶ୍ୱାସ ରଖିଥିଲେ । ଋଷି କପୁର ୧୯୫୨ ମସିହା ସେପ୍ଟେମ୍ବର ୪ ତାରିଖରେ ଜନ୍ମ ହୋଇଥିଲେ । ମାତ୍ର ୩ ବର୍ଷ ବୟସରେ ସେ ଅଭିନୟ ଜଗତରେ ପାଦ ଦେଇଥିଲେ । ୩ ବର୍ଷ ବୟସରେ ତାଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଥିଲା । ୧୯୫୫ ମସିହାରେ ଶିଶୁ କଳାକାର ଭାବେ ସେ ତାଙ୍କ ବାପା ରାଜ କପୁରଙ୍କ ଫଲ୍ମ ଶ୍ରୀ-୪୨୦ରେ ଅଭିନୟ ଆରମ୍ଭ କରିଥିଲେ । ଶିଶୁ କଳାକାର ଭାବେ ସେ ‘ମେରା ନାମ୍ ଜୋକର’ରେ ୧୯୭୦ ମସିହାରେ ଅଭିନୟ କରିଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଥିଲା । ୧୯୭୩ ମସିହାରେ ଋଷି କପୁର ମୁଖ୍ୟ ଭୂମିକାରେ ଫିଲ୍ମ ‘ବବି’ରେ ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ସେ ଫିଲ୍ମ ଫେୟାର ବେଷ୍ଟ ଆକ୍ଟର ପୁରସ୍କାର ପାଇଥିଲେ । ଏହାପରଠୁ ସେ କେବେ ଆଉ ପଛକୁ ଫେରି ଦେଖିନଥିଲେ । ଜାରି ରହିଥିଲା ତାଙ୍କ ଅଭିନୟର ଯାତ୍ରା । ତାଙ୍କ ଅଭିନୀତ ଶେଷ ଫିଲ୍ମ ହେଉଛି ‘ଶର୍ମାଜୀ ନମକିନ’ । ଯାହାକି ଏବେ ନିର୍ମାଣାଧୀନ ଅଛି । ଅନେକ ଲୋକପ୍ରିୟ ଫିଲ୍ମରେ ଅଭିନୟ କରିବା ସହିତ ସେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ଥିଲେ । ୬୭ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ଯେଉଁଥିପାଇଁ ସମଗ୍ର ଦେଶ ଏବେ ଶୋକ ପାଳୁଛି ।

ଠିକ ସେହିଭଳି ଗତ କାଲି ଲିଜେଣ୍ଡାରି ଆକ୍ଟର ଇରଫାନ ଖାନଙ୍କ ଦେହାନ୍ତ ହୋଇଥିଲା । ୧୯୬୭ ମସିହା ଜାନୁଆରୀ ମାସ ୭ ତାରିଖ ରାଜସ୍ଥାନରେ ଜନ୍ମ ହୋଇଥିଲେ ଇର୍ଫାନ୍ । ଦିଲ୍ଲୀ ସ୍କୁଲ ଅଫ୍ ଡ୍ରାମାରୁ ଶିକ୍ଷାଗ୍ରହଣ ପରେ ୮୦ ଦଶକରେ ସେ ମୁମ୍ବାଇ ଆସିଥିଲେ । ‘ଚାଣକ୍ୟ’, ‘ବନେଗୀ ଆପ୍କୀ ବାତ୍’, ‘ଭାରତ ଏକ୍ ଖୋଜ୍’, ‘ଚନ୍ଦ୍ରକାନ୍ତା’ ଭଳି ‘ ଟିଭି ଧାରାବାହିକରୁ ଇର୍ଫାନ୍ ଖାନ୍ଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଥିଲା । ତେବେ ୧୯୮୮ ମସିହାରେ ସେ ମୀରା ନାୟାରଙ୍କ ସଲାମ୍ ବମ୍ବେ ରେ ଅଭିନୟ କରି ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ତା’ପରେ ଦର୍ଶକଙ୍କୁ ସେ ଗୋଟେ ପରେ ଗୋଟେ ଗୋଟିଏ ପରେ ଗୋଟିଏ ଐତିହାସିକ ଫିଲ୍ମ ଭେଟି ଦେଇଥିଲେ । “ହାସିଲ”, ‘ମକ୍ବୁଲ’, ‘ପିକୁ’ରେ ଅଭିନୟ ପାଇଁ ପ୍ରଶଂସା ସାଉଁଟିଥିବା ଇରଫାନ୍ ‘ପାନ୍ ସିଂ ତୋମର’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ଏହାଛଡ଼ା ‘ସ୍ଲମ୍ ଡଗ ମିଲୋନେୟାର’, ‘ଲାଇଫ୍ ଅଫ୍ ପାଇ’ରେ ତାଙ୍କ ଅଭିନୟକୁ ବେଶ୍ ପ୍ରଶଂସା ମିଳିଥିଲା। ୫୪ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଥିଲେ ।
ଋଷିଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର: ଋଷି କପୁରଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ଏଦେଶ ଜଣେ ଏଭଳି ଅଭିନେତାଙ୍କୁ ହରାଇଛି ଯାହାଙ୍କର ସ୍ଥାନ ଅପୁରଣୀୟ । କେହି କେବେ ତାଙ୍କର ସ୍ଥାନକୁ ଅକ୍ତିଆର କରିପାରିବେ ନାହିଁ । ଯାହାପାଇଁ ସେ ଫିଲ୍ମ ଦୁନିଆରେ ଅମର ହୋଇ ରହିବେ । ସେପଟେ ଋଷିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭାରତୀୟ ସିନେମା ଜଣେ ମହାନ୍ ଅଭିନେତାଙ୍କୁ ହରାଇଲା । ଅନେକ ଚଳଚ୍ଚିତ୍ରରେ ଅଭିନୟର ପଦଚିହ୍ନ ଛାଡ଼ିଯାଇଛନ୍ତି ଋଷି । ପରିବାରକୁ ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ ।
Multifaceted, endearing and lively…this was Rishi Kapoor Ji. He was a powerhouse of talent. I will always recall our interactions, even on social media. He was passionate about films and India’s progress. Anguished by his demise. Condolences to his family and fans. Om Shanti.
— Narendra Modi (@narendramodi) April 30, 2020
ଋଷିଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଋଷି ପ୍ରତିଭାର ପାଓ୍ୱାର ହାଉସ୍ ଥିଲେ ବୋଲି ମୋଦି ଟ୍ୱିଟ୍ କରିଛନ୍ତି । ଭାରତୀୟ ସିନେମା ପାଇଁ ଦୁଃଖଦ ସପ୍ତାହ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।
This is a terrible week for Indian cinema, with the passing of another legend, actor Rishi Kapoor. A wonderful actor, with a huge fan following across generations, he will be greatly missed. My condolences to his family, friends & fans all over the world, at this time of grief.
— Rahul Gandhi (@RahulGandhi) April 30, 2020
କାରଣ ଗତ କାଲି ଇର୍ଫାନ ଖାନଙ୍କ ଦେହାନ୍ତ ହୋଇଥିଲା ଆଉ ଆଜି ଋଷି କପୁରଙ୍କ ଦେହାନ୍ତ ହୋଇଛି । ଶରଦ ପାଓ୍ୱାର କହିଛନ୍ତି, ମହାନ୍ ଅଭିନେତାଙ୍କୁ ହରାଇଲା ଫିଲ୍ମ ଉଦ୍ୟୋଗ । ଋଷି କପୁରଙ୍କ ବିୟୋଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୋକ ପ୍ରକାଶ କରିଛନ୍ତି । ସେପଟେ ସ୍ତବ୍ଧ ହୋଇଛି ବଲିଉଡ୍ ।
It seems like we’re in the midst of a nightmare…just heard the depressing news of #RishiKapoor ji passing away, it’s heartbreaking. He was a legend, a great co-star and a good friend of the family. My thoughts and prayers with his family 🙏🏻
— Akshay Kumar (@akshaykumar) April 30, 2020
ଋଷି କପୁରଙ୍କ ବିୟୋଗରେ ଗଭୀର ଦୁଃଖିତ ବୋଲି ବିଗ୍ ବି ଅମିତାଭ ବଚ୍ଚନ ଟ୍ୱିଟ୍ କରିଛନ୍ତି । ଋଷିଙ୍କ ଦେହାନ୍ତରେ ଗଭୀର ମର୍ମାହତ ବୋଲି ଟ୍ୱିଟ୍ କରିଛନ୍ତି ଅକ୍ଷୟ କୁମାର, ରିତେସ ଦେସମୁଖ, ଜନ ଆବ୍ରାହାମ । ସେପଟେ କପୁର ପରିବାରକୁ ସମବେଦନା ଜଣାଇଛନ୍ତି ଅନିଲ କୁମ୍ବଲେ ।
କପୁର ଖାନଦାନର ଗେହ୍ଲାପୁଅ ଋଷି,ଯିଏ ପରେ ସିଲଭର ସ୍କିନର ଲଭର ବୟ ପାଲଟିଥିଲେ…
ମୁମ୍ବାଇ: ବର୍ଷିଆନ ଅଭିନେତା ଋଷି କପୁରଙ୍କ ସାର୍ ଏଚ୍ ଏନ୍ ହସ୍ପିଟାଲରେ ରିଲାଏନ୍ସ ଫାଉଣ୍ଡେସନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ଋଷି କପୁର କର୍କଟ ରୋଗରେ ଚିକିତ୍ସିତ ହେଉଥିଲେ । କପୁରଙ୍କ ଜନ୍ମ ୪ ସେପ୍ଟେମ୍ବର ୧୯୫୨ ମସିହାରେ ହୋଇଥିଲା । ସେ ଏକାଧାରାରେ ଜଣେ ଅଭିନେତା, ଚଳଚ୍ଚିତ୍ର ନିର୍ମାତା ଏବଂ ନିର୍ଦ୍ଦେଶକ ମଧ୍ୟ ଥିଲେ ।

ଋଷି କପୁର ମୁମ୍ୱାଇରେ ଏକ ପଂଜାବୀ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଅଭିନେତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜ କପୁରଙ୍କ ଦ୍ୱିତୀୟ ପୁତ୍ର ଏବଂ ଅଭିନେତା ପୃଥ୍ୱୀରାଜ କପୁରଙ୍କ ନାତି ଥିଲେ । ସେ ତାଙ୍କ ଭାଇମାନଙ୍କ ସହିତ କ୍ୟାମ୍ପିୟନ୍ ସ୍କୁଲ୍, ମୁମ୍ବାଇ ଏବଂ ମେୟୋ କଲେଜ୍, ନିଜ ସ୍କୁଲ ଜୀବନ ଶେଷ କରିଥିଲେ । ତାଙ୍କ ଭାଇ ରାଣଧୀର କପୁର ଏବଂ ରାଜୀବ କପୁର, ମାମୁଁ, ପ୍ରେମ ନାଥ ଏବଂ ରାଜେନ୍ଦ୍ର ନାଥ, ଜେଜେ ଶଶି କପୁର ଏବଂ ଶାମି କପୁର ସମସ୍ତେ ଅଭିନେତା ଥିଲେ । ତାଙ୍କର ଦୁଇ ଭଉଣୀ ହେଉଛନ୍ତି ରିତୁ ନନ୍ଦା ଏବଂ ରିମା ।

ଋଷି କପୁର ଶିଶୁ କଳାକାର ଭାବରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ । ସେ ତାଙ୍କ ଡେବ୍ୟୁ ଫିଲ୍ମ ବବି ପାଇଁ ଫିଲ୍ମଫେୟାର ପୁରସ୍କାର ଏବଂ ୨୦୦୮ରେ ଫିଲ୍ମଫେୟାର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ସହିତ ଅନ୍ୟାନ୍ୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ମେରା ନାମ ଜୋକରରେ ତାଙ୍କର ଚମତ୍କାର ଭୂମିକା ପାଇଁ ୧୯୭୧ ରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଥିଲେ ।

ପରିବାର ଧାରାକୁ ଅନୁସରଣ କରି ସେ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କ ଜେଜେବାପା ଏବଂ ପିତାଙ୍କ ପାଇଁ ପଦାଙ୍କ ଅନୁସରଣ କରି ଋଷି ଜଣେ ସଫଳ ଅଭିନେତା ଭାବରେ ଉଭା ହୋଇଥିଲେ । ମେରା ନାମ ଜୋକର ଥିଲା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଯେଉଁଥିରେ ସେ ତାଙ୍କ ପିତାଙ୍କ ପିଲାଦିନର ଚରତ୍ରରେ ଅଭିନୟ କରିଥିଲେ । ଯିଏ କି ତାଙ୍କ କିଶୋର ଅବସ୍ଥାରେ ନିଜ ଶିକ୍ଷକଙ୍କୁ ଭଲ ପାଇବା ଆରମ୍ଭ କରେ । କିନ୍ତୁ ବବି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ୨୨ ଜାନୁଆରୀ ୧୯୮୦ ରେ ଋଷି କପୁର ଏବଂ ନୀତୁ ସିଂ ବିବାହ କରିଥିଲେ।

ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି, ରଣବୀର କପୁର ଯିଏ ଜଣେ ଅଭିନେତା ଏବଂ ରିଦ୍ଦିମା କପୁର ଯିଏ ଡ୍ରେସ ଡିଜାଇନର ବେଶ ପ୍ରସିଦ୍ଧ । କରିସ୍ମା କପୁର ଏବଂ କରୀନା କପୁର ତାଙ୍କର ଝିଆରି ।
ଋଷି କପୁରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଆରପାରିରେ ଫିଲ୍ମ ଦୁନିଆର ବର୍ଷୀଆନ୍ ଅଭିନେତା ଋଷି କପୁର । ସାରା ଦେଶ ଏବେ ତାଙ୍କ ବିୟୋଗରେ ମର୍ମାହତ । ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କର ଦେହାନ୍ତ ପରେ ବଡ଼ କ୍ଷତି ସହିଛି । ଋଷି କପୁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ କରିଛନ୍ତି । ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଭାରତୀୟ ସିନେମା ଜଣେ ମହାନ୍ ଅଭିନେତାଙ୍କୁ ହରାଇଲା’ ବୋଲି ଟୁଇଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

‘ଅନେକ ଚଳଚ୍ଚିତ୍ରରେ ଅଭିନୟର ପାଦଚିହ୍ନ ଛାଡ଼ିଯାଇଛନ୍ତି’ । ପରିବାରକୁ ସମବେଦନା ଜଣାଇଲେ ନବୀନ ପଟ୍ଟନାୟକ । ୬୭ ବର୍ଷ ବୟସରେ ମୁମ୍ବାଇର ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଛି । କ୍ୟାନସରରେ ଦୀର୍ଘ ଦିନ ଧରି ଋଷି କପୁର ପୀଡ଼ିତ ଥିଲେ ।
ଖୁବ୍ ଶୀଘ୍ର ଭାରତରେ ହେବ ଭ୍ୟାକ୍ସିନ୍ ପରୀକ୍ଷା, ବୈଜ୍ଞାନିକ ଦଳକୁ ମିଳିଲା ସଫଳତା
ନୂଆଦିଲ୍ଲୀ: ଭ୍ୟାକ୍ସିନ୍ ପାଇଁ ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ଅନୁସନ୍ଧାନ ବର୍ତ୍ତମାନ ପଶୁ ପରୀକ୍ଷଣ ସ୍ତରରେ ପହଞ୍ଚିଛି। ଏହି ପରୀକ୍ଷା ଗୋଟେ ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ ହେବ । ଏଥିରେ ସଫଳ ହେବା ପରେ ଏହା ମଣିଷଙ୍କ ଉପରେ ପରୀକ୍ଷା କରାଯିବ । ଭାରତୀୟ ବୈଜ୍ଞାନିକଙ୍କୁ ସମ୍ପୂର୍ଣ୍ଣ ସଫଳତା ପାଇଁ ୧୨ ରୁ ୧୮ ମାସ ସମୟ ଲାଗିପାରେ । ବିଶ୍ୱବ୍ୟାପୀ ୭୫ ଜଣ ବୈଜ୍ଞାନିକ ଦଳ ଏହି ଟିକା ପରିକ୍ଷଣରେ ଲାଗିପଡିଛନ୍ତି ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କୌଣସି ଦେଶରେ ଏହି ଟିକା ପ୍ରସ୍ତୁତ ହେଲେ ମଧ୍ୟ, ଏହାର ଉତ୍ପାଦନ ଭାରତରେ ହେବ। ସୂଚନାଯୋଗ୍ୟ ଯେ, ଭାରତ ବାୟୋଟେକ୍, କୈଡିଲା, ସିରମ୍ ଇନଷ୍ଟିଚ୍ୟୁଟ୍ ସମେତ କିଛି କମ୍ପାନୀର ବୈଜ୍ଞାନିକମାନେ ପଶୁ ପରୀକ୍ଷଣରେ ପହଞ୍ଚିଛନ୍ତି। ମନ୍ତ୍ରଣାଳୟ ଅନୁସାରେ ଭାରତରେ କରୋନା ନେଇ ଅଧ୍ୟୟନ ଆରମ୍ଭ ହୋଇସାରିଛି।

ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି ଯେ, ପ୍ରାୟ ୩୦ ଜଣ ଭାରତୀୟ ଓ ଆମେରିକୀୟ ବୈଜ୍ଞାନିକମାନଙ୍କ ମଧ୍ୟରେ ଗବେଷଣା ନେଇ ସହଯୋଗ ଜାରି ରହିଛି । ନିକଟରେ ଭାରତ ଆମେରିକାକୁ ହାଇଡ୍ରୋକ୍ସିକ୍ଲରୋକ୍ୱିନ୍ (HCQ) ଉପଲବ୍ଧ କରାଇଥିଲା । ଯେଉଁଥିରେ ସାର୍ସ କୋଭିଡ୍-୨ର ପ୍ରୋଟିନ୍ ଥିଲା । ତେବେ ବୈଜ୍ଞାନିକ ଏବଂ ବାୟୋ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ସଚିନ୍ କୁମାର କହିଛନ୍ତି ଯେ, ଏହି ଟିକା ନେଇ କିଛି କହି ହେବ ନାହିଁ । ପଶୁମାନଙ୍କ ଉପରେ ଏହାର ପରୀକ୍ଷଣର ଫଳାଫଳ ପରେ ହିଁ ଭ୍ୟାକ୍ସିନ ବିଷୟରେ କିଛି ତଥ୍ୟ ଦିଆଯାଇପାରିବ ।

ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ମାଙ୍କଡମାନଙ୍କ ଉପରେ ଭ୍ୟାକ୍ସିନ୍ ର କ୍ଲିନିକାଲ୍ ପରୀକ୍ଷା ସଫଳ ହୋଇଛି। ବର୍ତ୍ତମାନ, ମେ’ ମାସ ଶେଷ ସୁଦ୍ଧା, ଛଅ ହଜାର ମଣିଷଙ୍କ ଉପରେ ମଧ୍ୟ ସେମାନେ ପରୀକ୍ଷା କରିବେ । ତେବେ ନିୟାମକମାନଙ୍କ ଅନୁମତି ପରେ ଏହି ଟିକା ଚଳିତ ବର୍ଷ ସେପଟେମ୍ବର ମାସ ସୁଦ୍ଧା ବଜାରକୁ ଆସିପାରେ। ଅକ୍ସଫୋର୍ଡ ୟୁନିଭରସିଟି ମାର୍ଚ୍ଚ ମାସରେ ୬ଶହ ମକାକ ମାଙ୍କଡଙ୍କ ଉପରେ ଏହି ଟିକା ପରୀକ୍ଷା କରିଥିଲା। ଏହି ପ୍ରଜାତିର ମାଙ୍କଡ଼ ମାନବଙ୍କ ନିକଟତର ବୋଲି କୁହାଯାଏ ।

ତେବେ ଡାକ୍ତରଙ୍କ କହିବା ଅନୁସାରେ, ୨୮ ଦିନ ପରେ ଭ୍ୟାକ୍ସିନ୍ ପରୀକ୍ଷଣ ୬ଟି ମାଙ୍କଡ ସୁସ୍ଥ ଥିବାବେଳେ ଅନ୍ୟ ମାଙ୍କଡମାନେ ଅସୁସ୍ଥ ହୋଇପଡିଥିଲେ। ତେବେ କେତେକ ବିଶେଷଜ୍ଞ କହୁଛନ୍ତି ଯେ, ଏହା ମାଙ୍କଡ଼ମାନଙ୍କ ମଧ୍ୟରେ ସଫଳ ହେଲେ ମଧ୍ୟ ଏହି ଆଣ୍ଟିବଡି ମଣିଷଙ୍କ ଶରୀରରେ ସମାନ ପ୍ରଭାବ ଦେଖାଇବ ବୋଲି କିଛି ମାନେ ନାହିଁ । କିନ୍ତୁ ଏହି ଫଳାଫଳ ପରବର୍ତ୍ତୀ ପର୍ଯ୍ୟାୟକୁ ବଢିବା ପାଇଁ ନିଶ୍ଚିତ ଭାବରେ ସାହାସ ଦେଇଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଧ୍ୟ ଏହି ଅନୁସନ୍ଧାନରେ ଜଡିତ ।
୨୦୧୮ରୁ ଋଷି କପୁର କର୍କଟ ରୋଗରେ ପିଡ଼ିତ ଥିଲେ…
ମୁମ୍ବାଇ: ବଲିଉଡ଼ରେ ଲାଗିଛି ନଜର । ଗତକାଲି ଇରଫାନ ଖାନ୍ ଆଉ ଆଜି ଋଷି କପୁର ଦୁନିଆରୁ ନେଇଛନ୍ତି ବିଦାୟ । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

ବଲିଉଡର ବରିଷ୍ଠ ଅଭିନେତା ଋଷି କପୁର କର୍କଟ ରୋଗ ସହିତ ଦୀର୍ଘ ଦିନର ଯୁଦ୍ଧ ପରେ ଆଜି ଜୀବନର ଯୁଦ୍ଧରେ ହାରିଯାଇଛନ୍ତି । ସ୍ୱାସ୍ଥ୍ୟ ଖରାପ ହେତୁ ଋଷି କପୁରଙ୍କୁ କିଛି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଋଷି କପୁରଙ୍କ ଦେହାନ୍ତର ଖବର ପ୍ରଥମେ ମେଗାଷ୍ଟାର ଅମିତାଭ ବଚ୍ଚନ ନିଜ ଟ୍ୱିଟର ଆକାଉଣ୍ଟରେ ଦେଇଥଲେ । ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ସେ ଚାଲିଗଲେ, ଋଷି କପୁର ଚାଲିଗଲେ, ମୁଁ ଏବେ ଭିତରୁ ଭାଙ୍ଗି ପଡ଼ିଛି ।’

ସୂଚନାନୁସାରେ, କର୍କଟ ରୋଗର ଜଟିଳତା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କୁ ପ୍ରାୟ ଏକ ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ, ଚିକିତ୍ସା ସମୟରେ ତାଙ୍କୁ ଭେଣ୍ଟିଲେଟରରେ ମଧ୍ୟ ଅନେକ ଥର ରଖାଯାଇଥିଲା।
ଆପଣଙ୍କୁ କହି ରଖୁଛୁ ଯେ, ସେପ୍ଟେମ୍ବର ୨୦୧୮ ରେ ଋଷି କପୁର ତାଙ୍କ କର୍କଟ ରୋଗ ବିଷୟରେ ଜାଣିଥିଲେ ଏବଂ ଏନେଇ ସେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ । ଏହା ପରେ, ଅକ୍ଟୋବର ୩, ୨୦୧୮ରେ ଋଷି କପୁରଙ୍କ କର୍କଟ ରୋଗ ହୋଇଥିବା ଜଣାପଡ଼ିଥିଲା, ଯାହା ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ତାଙ୍କ ଭାଇ ରଣଧିର କପୁରଙ୍କଠାରୁ ଜଣା ପଡ଼ିଥିଲା । ସେବେଠାରୁ ସେ କ୍ରମାଗତ ଭାବରେ କର୍କଟ ରୋଗରେ ଚିକିତ୍ସିତ ହେଉଥିଲେ । ଋଷି କପୁର ଆମେରିକାର କର୍କଟ ଡାକ୍ତରଖାନାରେ ୧୧ ମାସ ୧୧ ଦିନ ବିତାଇଲେ।

