spot_img
Home Blog Page 6998

କାହା ସହ ଲଢ଼ିବେ ସରକାର: କରୋନା ନା ବିରୋଧୀ?

ଭୁବନେଶ୍ୱର: କାହା ସହ ଲଢ଼ିବେ ସରକାର । କରୋନା ସହ ନା ବିରୋଧୀଙ୍କ ସହ। ଲୋକଙ୍କ ଜୀବନ ଜୀବିକା ବଞ୍ଚାଇବାକୁ ରାଜ୍ୟ ସରକାର ଦିନରାତି ଏକ କରି ଦେଇଥିବା ବେଳେ ବିରୋଧୀ କିନ୍ତୁ ମାତିଛନ୍ତି ପ୍ରେସ୍‌ କନଫେରେନ୍‌ସ ରାଜନୀତିରେ । ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରି ରାଜନୈତିକ ଝଡ଼ ସୃଷ୍ଟି କରୁଛନ୍ତି । ଯାହା ଏବେ ଶାସକ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଲଗାତାର୍‌ ତିନିମାସ ହେଲା ଚାଲିଛି କରୋନା ଯ଼ୁଦ୍ଧ। ଏବେ ଜୁନ ଯ଼ୁଦ୍ଧକୁ ଜିତିବାକୁ ରାଜ୍ୟବାସୀଙ୍କୁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେବେ ଭାରତ ଖୋଲୁଛି ସେତେବେଳେ ଓଡ଼ିଶାରେ ପଡିଛି ତାଲା।  ଗୋଟିଏ ଲକ୍ଷ୍ୟ, କରୋନାରେ ଯେପରି କାହାର ଜୀବନ ନ ଯାଉ। ଏ କାମରେ ଲାଗିଛି ପୂରା ଶାସନ କଳ। ହେଲେ ଶାସକ ଦଳକୁ ଟେନସନ୍‌ ବିରୋଧୀ ।

ବିଭିନ୍ନ ପ୍ରସଙ୍ଗରେ ଘନଘନ ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳକୁ ଟାର୍ଗେଟ କରୁଛନ୍ତି ବିରୋଧୀ । ୨ ବିରୋଧି ବିଜେପି ଓ କଂଗ୍ରେସ କରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରଥଯାତ୍ରା, ମନ୍ଦିର ଖୋଲିବା ପ୍ରସଙ୍ଗରେ ବିଜେପି ରାଜ୍ୟ ସରକାରଙ୍କୁ  ଟାର୍ଗେଟ କରିଥିବା ବେଳେ କଂଗ୍ରେସ  ଦୁନୀତି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛି।

କରୋନା ମହାମାରୀ ସମୟରେ ବିରୋଧୀ ସରକାରଙ୍କୁ ସହଯୋଗ କରିବା ପରିବର୍ତ୍ତେ ସମାଲୋଚନା କରିବାକୁ ନାପସନ୍ଦ କରିଛି ବିଜେଡି । ଦଳ କହିଛି କୋଭିଡ଼ -୧୯କୁ ସରକାର ସଫଳତାର ସହ ମୁକାବିଲା କରୁଥିବାରୁ ବିରୋଧି ଏହାକୁ ସହି ପାରୁ ନାହାନ୍ତି । ସରକାର ଯାହା ଠିକ ତାହା କରୁଛନ୍ତି ବୋଲି ଦଳ କହିଛି । ଏହାସହ ଏ ସମୟରେ ରାଜନୀତି ନକରିବା ପାଇଁ ବିରୋଧୀଙ୍କୁ ଦଳ ପରାମର୍ଶ ଦେଇଛି।

ସଂକ୍ରମଣକୁ ରୋକିବାକୁ ସରକାର ପ୍ରସ୍ତୁତ କରିଛନ୍ତି ଶକ୍ତ ଷ୍ଟ୍ର।ଟେଜି। ବିଦେଶ ଫେରନ୍ତା ପ୍ରବାସୀଙ୍କ ପରିଚାଳନା ପାଇଁ ଲାଗିଛନ୍ତି । ହେଲେ ଯେତେବେଳେ ଜୀବନ ଜୀବିକା ବାଜିରେ ଲାଗିଛି, ସେତେବେଳେ ରାଜନୀତି କେତେ ଦୂର ଯଥାର୍ଥ, ତାକୁ ନେଇ ପ୍ରଶ୍ନ ଉଠିଛି ।

ରାଜ୍ୟ ସରକାରଙ୍କୁ ଦଇତାପତି ନିଯୋଗର ପ୍ରଶ୍ନ: କେମିତି ହେବ ରୀତିନୀତି?

ପୁରୀ: କୋଭିଡ୍‌ କଟକଣା ଭିତରେ କେମିତି ହେବ କାଳିଆର ଯାତ୍ରା । ସ୍ନ।ନଯାତ୍ରା ପରେ ବିନା ଭକ୍ତରେ ଘୋଷଯାତ୍ରାକୁ ନେଇ ପ୍ରଶ୍ନ । ଯାତ୍ରାର ରୂପରେଖ ପ୍ରସ୍ତୁତ କରିବା ସହ ସମାଜିକ ଦୂରତା ଭିତରେ କେମିତି ହେବ ରୀତିନୀତି, ସେନେଇ ସ୍ପଷ୍ଟ କରିବାକୁ ଦାବି କରିଛି ଦଇତାପତି ନିଯୋଗ । ସେପଟେ ସୁରଖୁରୁରେ ସ୍ନ।ନଯାତ୍ରା ଶେଷ ହୋଇଥିବାରୁ ସେବାୟତଙ୍କୁ ଧନ୍ୟବାଦ ଜଣାଇଛି ଶ୍ରୀମନ୍ଦିର ପ୍ରଶାସନ ।

ବଡ଼ଦେଉଳରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ କାଳିଆ ଠାକୁର। ପହଣ୍ଡି ହେବ, ଟାହିଆ ହଲିବ। ରଥରେ ବସିବେ, ଗୁଣ୍ଡିଚା ମନ୍ଦିରକୁ ଯାତ୍ରା ବି କରିବେ। ହେଲେ ଭକ୍ତ ବିନା ଭଗବାନଙ୍କର ଚାଲିବ କି ଯାତ୍ରା ? ୧୪୪ ଧାରାରେ ସ୍ନ।ନଯାତ୍ରା ସଂପନ୍ନ ହେବା ପରେ ଏବେ ଯାତ୍ରାକୁ ନେଇ ଅନେକ ପ୍ରଶ୍ନ। ସାମାଜିକ ଦୂରତାକୁ ରକ୍ଷା କରି ବିଧି ରକ୍ଷା କରିବାକୁ କେବଳ ରଥ।ଯାତ୍ରା ହେବ ନା ସବୁ ହେବ ସ୍ୱାଭାବିକ ଢ଼ଙ୍ଗରେ, କେବଳ ସାମିଲ୍‌ ହେବେନି ଭକ୍ତ। ମହାପ୍ରଭୁଙ୍କ ଅଣସର ନୀତିରେ ସାମିଲ୍‌ ଥିବା ଦଇତାପତି ଏ ପ୍ରଶ୍ନ ପଚାରିଛନ୍ତି ରାଜ୍ୟ ସରକାରଙ୍କୁ।

ସେପଟେ ଶୃଙ୍ଖଳିତ ସ୍ନ।ନଯାତ୍ରା ପାଇଁ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ଧନ୍ୟବାଦ ଜଣାଇଛି ଶ୍ରୀମନ୍ଦିର ପ୍ରଶାସନ। ରଥଯାତ୍ରା ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟରେ ସେବାୟତଙ୍କୁ ଆଉ ୫ ହଜାର ଟଙ୍କା ସହୟତା ରାଶି ଯ଼ୋଗାଇ ଦିଆଯିବ। ଏହାସହ ୫ହଜାର ମାସ୍କ ପ୍ରସ୍ତୁତ କରି ସେବାୟତଙ୍କୁ ବଣ୍ଟାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ତେବେ ପ୍ରଶାସନିକ ପ୍ରସ୍ତୁତିକୁ ଅନୁଧ୍ୟାନ କଲେ ରଥଯାତ୍ରାର ସୁନିଶ୍ଚିତତାକୁ ଅନୁମାନ କରାଯାଉଛି। କେବଳ ଅପେକ୍ଷା, କରୋନା କଟକଣା ଭିତରେ ଏଥର କେମିତି ହେବ ରଥଯାତ୍ରା

ଚୋରି, ହତ୍ୟା, ଲୁଟ୍‌, ଛିନତାଇକୁ ନେଇ ଟେନସନରେ କମିଶନରେଟ ପୋଲିସ

ଭୁବନେଶ୍ୱର(ଅରୁଣ ସାହୁ): ପୁଣି ମାତିଲେ ଅପରାଧୀ । କୋହଳ ହେଲା କଟକଣା, ବଢ଼ିଲା ଅପରାଧ । ସପ୍ତାହେ ଭିତରେ ଚୋରି, ହତ୍ୟା, ଲୁଟ୍‌ , ଛିନତାଇକୁ ନେଇ ଟେନସନରେ କମିଶନରେଟ ପୋଲିସ । ସହରରେ ଅପରାଧୀଙ୍କ ଉପରେ ରୋକ୍ ଲଗାଇବା ପାଇଁ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।ରାଜଧାନୀରେ ଲକଡାଉନ୍‌ରେ ୱିକେଣ୍ଡ କ୍ରାଇମ୍‌ । ଆକ୍ଟିଭ୍‌ ହେଲେଣି କ୍ରିମିନାଲ୍‌ । କର୍ଫ୍ୟୁ କୋଳରେ ଲୁଟେରା ରାଜ୍‌ । କୋହଳ ହେଲା କଟକଣା, ସକ୍ରିୟ ହେଲେ ଅପରାଧୀ ଅପରାଧୀଙ୍କ ଷ୍ଟ୍ର।ଟେଜିରେ ଦିଗହରା କମିଶନରେଟ ପୋଲିସ ।ଜୁନ୍‌ ୩, ୨୦୨୦ ମାର୍କେଟ ବିଲ୍ଡିଂରୁ ରଜ ଲାଗି ସପିଂ କରି ଘରକୁ ଫେରିବା ବେଳେ, ମନଶ୍ୱିନୀ ବିଶ୍ୱାଳଙ୍କୁ ଝାମ୍ପି ନେଲେ ସୁନା ଚେନ୍‌ ।

ଜୁନ ୩, ୨୦୨୦- ରାଜୀବ ନଗରରେ ୫ ବର୍ଷର ଶିଶୁପୁତ୍ରଙ୍କୁ ପଡ଼ୋଶୀଙ୍କ ତଣ୍ଟି ଚିପି ହତ୍ୟା ।

ଜୁନ୍‌ ୭, ୨୦୨୦- ସୁନ୍ଦରପଦା ହାଇଟେକ୍‌ ପ୍ଲାଜାରୁ ସିକ୍ୟୁରିଟି ସୁପର ଭାଇଜରଙ୍କ ଅପହରଣ ।

ଜୁନ୍‌ ୮, ୨୦୨୦- ବାଲିପାଟଣା ସରପୁର ବାସନ୍ତୀ ମଞ୍ଜରୀ ପଡ଼ୋଶୀ ଘରକୁ ଯିବା ବେଳେ ତଣ୍ଟିଆ ମାରି ଦୁଇ ଲୁଟେରା ଝାମ୍ପି ନେଲେ ସୁନା ଚେନ୍‌ ।

ଜୁନ୍‌ ୧୦, ୨୦୨୦- ବରଗଡ଼ ରତ୍ନାବାଗ ଅଞ୍ଚଳରୁ ସିରିଜ ଚୋରି । ଝରକାତାଡ଼ି ମାତିଲେ କଳାକନା ବୁଲାଇଲେ ଲୁଟେରା । ଏ ସବୁ ଘଟଣାକୁ ଦେଖିଲେ ହତ୍ୟା, ଚୋରି, ଲୁଟ, ସିରିଜ ଚୋରି ଓ ଗୋ।ଷ୍ଠୀ ସଂଘର୍ଷ ବଢିଛି ।

ଲକ୍‌ଡାଉନ କଟକଣା ଯୋଗୁଁ ଲୋକେ ଘରୁ ବାହାରୁ ନଥିଲେ । କରୋନା ଭୟରେ ଅପରାଧୀ ଅଣ୍ଡର ଗ୍ରାଉଣ୍ଡ ଥିଲେ । କଟକଣା କୋହଳ ହେବା ପରେ ଦୋକାନ ବଜାର ଖୋଲା ରହିବା ପରେ ମଉକା ଦେଖି ଲୁଟେରା ମାନେ ଆରମ୍ଭ କରିଛନ୍ତି ଅପରେସନ୍ । ଲଗାତାର ଚୋରି ଘଟଣା ପରେ ପୁଣି ସହରରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଭୁବନେଶ୍ୱର ଡିସିପି କହିଛନ୍ତି ।

ଲକଡାଉନ ପରଠାରୁ ରାଜଧାନୀରେ ଅପରାଧର ଗ୍ରାଫ୍ ବଢିଛି । ସୁନ୍ଦରପଦାରେ ଡକାୟତି ଯୋଜନା କରୁଥିବା ବେଳେ ପୋଲିସ ୫ ଅଭିଯୁକ୍ତଙ୍କ କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଅଛି ।

ଫେସବୁକ୍ ପ୍ରେମ: ଛେଚା ଖାଇଲେ, ହାତ ଧରିଲେ

ଅନୁଗୁଳ: ପରକିୟା ପ୍ରୀତିରୁ ପଡ଼ିଲା ହାତଗଣ୍ଠି । ଫେସବୁକ ପ୍ରେମରୁ ହେଲା ପରିଣୟ । ଅନୈତିକ ସମ୍ପର୍କ ରଖିବାକୁ ଯାଇ ନିର୍ଧୁମ ଛେଚା ଖାଇଲେ, ହାତ ଧରିଲେ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଟାପଢୋଲ ଅଞ୍ଚଳର ଏ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି କରିଛି । ଟାପଢୋଲ ଅଞ୍ଚଳର ଜଣେ ବିବାହିତା ମହିଳା ୩ ବର୍ଷର ପୁଅ ଓ ଶାଶୂ, ଶ୍ୱଶୁରଙ୍କ ସହ ଗାଁରେ ରହୁଥିବା ବେଳେ ସ୍ୱାମୀ ବାହାରେ । ଏହାରି ଭିତରେ  ମହିଳା ଜଣଙ୍କ ଫେସବୁକରେ କିଶୋରନଗର ବ୍ଲକ ଉରୁକୁଳା ଗାଁର ଜଣେ ଯୁବକଙ୍କ ସହ କଥା ହେଉଥିଲେ । ଧୀରେ ଧୀରେ ଫେସବୁକ ବନ୍ଧୁତା ପାଲଟିଥିଲା ପ୍ରେମ ସମ୍ପର୍କ ।ସମ୍ପର୍କ ଘନିଷ୍ଠ ହେବା ସହ ଦିନ ବିତି ଚାଲିଥିଲା । ଗତ ରବିବାର ରାତିରେ ଯୁବକ ଜଣଙ୍କ ମହିଳାଙ୍କ ଘରକୁ ଆସିଥିଲେ । ଯୁବକଙ୍କୁ ଘର ଭିତରକୁ ନେଇ ଯାଇଥିଲେ ମହିଳା । ତେବେ, ବିଳମ୍ବିତ ରାତିରେ ମହିଳାଙ୍କ ଶ୍ୱଶୁର ଦୁହିଁଙ୍କୁ ଅସଂଯତ ଅବସ୍ଥାରେ ଦେଖିଥିଲେ । ପରେ ଶ୍ୱଶୁର ଦୁଇଜଣଙ୍କୁ ଘର ଭିତରେ ତାଲା ପକାଇ ଦେଇ ଘରର ଅନ୍ୟ ସଦସ୍ୟଙ୍କୁ ଡାକିଥିଲେ ।

ଏହାପରେ ଯୁବକ ଜଣଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଧୁମ ମାଡ଼ ମାରିଥିଲେ ସମସ୍ତେ । ପରେ ଘଟଣାର ଆପୋସ ସମାଧାନ କରାଯାଇଛି । ମହିଳାଙ୍କ ସହ ଯୁବକଙ୍କ ବିବାହ କରାଯାଇଛି । ଏନେଇ ଦୁଇ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି ।

ମହାଭାରତ ଯୁଦ୍ଧ ବେଳେ କ’ଣପାଇଁ ପ୍ରତିଦିନ ବାଦମ ଖାଉଥିଲେ ଭଗବାନ ଶ୍ରୀକୃଷ୍ଣ ? ଜାଣନ୍ତୁ

ମହାଭାରତ ଯୁଦ୍ଧ ଶେଷ ହେବାର ବହୁ ବର୍ଷ ବିତିଯାଇଥିଲେ ସୁଦ୍ଧା ସେତେବେଳେର କିଛି ଘଟଣା ଏବେ ବି ରହସ୍ୟ ହୋଇରହିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଜିଜ୍ଞାସା ରହିଛି । ୧୮ ଦିନ ଧରି ଚାଲିଥିବା ଏହି ଯୁଦ୍ଧରେ ବହୁ ଯୋଦ୍ଧା ଧର୍ମ ଅଧର୍ମ ନାଁରେ ଭାଗ ନେଇଥିଲେ । ଭଗବାନ ଶ୍ରୀକୃଷ୍ଣ ଏହି ମହାଯୁଦ୍ଧରେ ଏଭଳି ଅନେକ ଲୀଳା ରଚିଛନ୍ତି ଯାହା ଆଜି ବି ରହସ୍ୟ ହୋଇରହିଯାଇଛି ।

ସେମିତି ହିଁ ଏକ ଲୀଳା ହେଉଛି ଯୁଦ୍ଧ ଦିନମାନଙ୍କରେ ପ୍ରତିଦିନ ସକାଳେ ବାଦାମ୍‌ ଖାଇବା । ଏହି ରହସ୍ୟକୁ କେବଳ ଜଣେ ହିଁ ବ୍ୟକ୍ତି ଜଣାଥିଲେ ସେ ହେଉଛନ୍ତି ଉଡୁପି ରାଜା । ତେବେ ଆସନ୍ତୁ ଜାଣିବା କ’ଣ ରହିଥିଲା ଏହାର କାରଣ ।

ପ୍ରଚଳିତ କଥା ଅନୁସାରେ ଯେତେବେଳେ ମହାଭାରତ ଯୁଦ୍ଧର ଘୋଷଣା ହୋଇଥିଲା ସେତେବେଳେ ସମସ୍ତ ରାଜ୍ୟର ରାଜା ନିଜ ଇଚ୍ଛା ଅନୁଯାୟୀ କୌରବ ଏବଂ ପାଣ୍ଡବଙ୍କ ପକ୍ଷରେ ଯୋଗ ଦେଇଥିଲେ । କିନ୍ତୁ ଏମାନଙ୍କ ମଧ୍ୟରେ ଜଣେ ରାଜା ଥିଲେ ଯିଏ କୌଣସି ପକ୍ଷରେ ସାମିଲ ହୋଇନଥିଲେ, ସେ ହେଉଛନ୍ତି ଉଡୁପି ରାଜା ।

କିନ୍ତୁ ଯୁଦ୍ଧରେ ସାମିଲ ହୋଇଥିବା ଯୋଦ୍ଧାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତିର ଦାୟିତ୍ୱ ନେଇଥିଲେ ଉଡୁପି । କିନ୍ତୁ ପ୍ରତିଦିନ ସେ କେତେ ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବେ ସେ ନେଇ ଦ୍ୱନ୍ଦ୍ୱରେ ରହୁଥିଲେ  । କାହିଁକି ନା ପ୍ରତିଦିନ କେହି ନା କେହି ଯୋଦ୍ଧା ଶହୀଦ ହେଉଥିଲେ । ଯଦି ଖାଦ୍ୟ କମ୍‌ ହେଲା ଯୋଦ୍ଧା ଭୋକରେ ରହିବେ ଓ ଖାଦ୍ୟ ଅଧିକ ହେଲେ ମା’ ଅନ୍ନପୂର୍ଣ୍ଣାଙ୍କ ଅପମାନ ହେବ । ଶ୍ରୀକୃଷ୍ଣ ଉଡ଼ୁପିଙ୍କ ସମସ୍ୟାକୁ ବୁଝିଥିଲେ ଏବଂ ଏହାର ସମାଧାନ ବାହାର କରିଥିଲେ । ସେ କହିଥିଲେ ମୁଁ ଯେଉଁଦିନ ଯେତେଟି ବାଦାମ ଖାଇବି ସେତେ ହଜାର ସୈନିକଙ୍କ ମୃତ୍ୟୁ ହେବ । ଭଗବାନ ଶ୍ରୀକୃଷ୍ଣଙ୍କ ଏହି ରହସ୍ୟ ଉଡୁପି ରାଜାଙ୍କ ବ୍ୟତିତ ଅନ୍ୟ କେହି ଜାଣିନଥିଲେ ।

 

ରାଜଧାନୀରେ କରୋନାର ନୂଆ ୬ ମାମଲା, ୫ ଡାକ୍ତର ସଂକ୍ରମିତ

ଭୁବନେଶ୍ୱର: କୋଭିଡ୍ ଯୋଦ୍ଧାଙ୍କୁ ଆଟାକ୍ କରୁଛି କରୋନା । ଗୋଟିଏ ଦିନରେ ରାଜଧାନୀର ୨ଟି ହସ୍ପିଟାଲରୁ ୫ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଚାର୍ଯ୍ୟ ବିହାର ସ୍ଥିତ ଆପୋଲୋ ହସ୍ପିଟାଲରେ ଜଣଙ୍କୁ କରୋନା ହୋଇଥିବା ବେଳେ ଏମ୍ସର ୪ ଜଣଙ୍କ ଠାରେ କରୋନା ଭୂତାଣୁ ମିଳିଛି । ପୋଖରୀପୁଟ ଅଞ୍ଚଳରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆପୋଲୋ ହସ୍ପିଟାଲର ୩୮ ବର୍ଷୀୟ ପୁରୁଷ କରୋନା ସଂକ୍ରମିତ ହୋଇଛନ୍ତି । ସେହିଭଳି ଏମ୍ସର ୩୭ ବର୍ଷୀୟ ପୁରୁଷ, ୩୧ ବର୍ଷୀୟ ମହିଳା, ୩୦ ବର୍ଷୀୟ ପୁରୁଷ ଓ ୨୪ ବର୍ଷୀୟ ମହିଳା ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମ୍ସର ୪ ଡାକ୍ତର କରୋନା ସଂକ୍ରମିତ ହେବା ପରେ ୧୦ ଜଣ ଡାକ୍ତରଙ୍କୁ କର୍ତ୍ତୃପକ୍ଷ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ପୋଖରୀପୁଟ ଡିଏଭି ସ୍କୁଲ ନିକଟରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ନିକଟରେ କନ୍ଧମାଳରୁ ଫେରିଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଜୟଦେବ ବିହାର ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟର ୪୬ ବର୍ଷୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ରାଜଧାନୀରେ ଏଯାବତ୍ କରୋନାରେ ୯୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୪ ଜଣ ସୁସ୍ଥ ହୋଇଛନ୍ତି । ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ।

କରୋନା ଫାଶରେ ଡାକ୍ତର ଓ ନର୍ସ

ରଥ ନିର୍ମାଣ ସହ ସପ୍ତନାୟକଙ୍କ ସମ୍ପର୍କ କ’ଣ ?

ଜଗତରନାଥ ଜଗନ୍ନାଥ । ବର୍ଷକୁ ଥରେ ଆସନ୍ତି ଭକ୍ତଙ୍କ ଗହଣକୁ । ଭକ୍ତ ଓ ଭଗବାନଙ୍କ ମିଳନର ଏହି ପର୍ବରେ ରଥର ଭୂମିକା ଅନନ୍ୟ । ତେବେ ଏହି ରଥ ତିଆରି କରିବା ଓ ରଥକୁ ସଜାଇବା କିଛି ସହଜ କାମ ହୋଇନଥାଏ । ଏହି ରଥ ନିର୍ମାଣ ସହ ରହିଛି ସପ୍ତନାୟକଙ୍କ ସମ୍ପର୍କ । ସପ୍ତନାୟକଙ୍କୁ ମଧ୍ୟ ସପ୍ତରଥକାର ବୋଲି କୁହାଯାଇଥାଏ ।

ସପ୍ତରଥକାର କିଏ ?

ସପ୍ତରଥକାର ବା ସପ୍ତନାୟକଙ୍କ କାମ ହେଉଛି ରଥ ନିର୍ମାଣ ଓ ରଥକୁ ସଜାଇବା । ଏହି କାମକୁ କରୁଥିବା ମୁଖ୍ୟ ନାୟକ ହେଉଥନ୍ତି ରଥକାର । ଏହି ରଥକାରମାନଙ୍କୁ ପ୍ରଥମେ ୭ ଶ୍ରେଣୀରେ ବିଭକ୍ତ କରାଯାଇଥିଲା । ତେଣୁ ସେମାନଙ୍କୁ ସପ୍ତରଥକାର ବା ସପ୍ତନାୟକ ବୋଲି କୁହାଯାଇଥାଏ । ଏହି ସପ୍ତନାୟକ ହେଲଲେ

  • ଗୁଣାକାର: ଏମାନେ ରଥର ବିଭିନ୍ନ ଅଙ୍ଗ ବିଶେଷକରି ତାଳମାନ ନିର୍ଦ୍ଧାରଣ କରିଥାନ୍ତି
  • ମୁଖ୍ୟ ରଥକାର : ଏମାନେ ରଥର ମୁଖ୍ୟ ଅଂଶର ନିର୍ମାଣ କରିଥାନ୍ତି
  • ଲୌହକାର : ରଥରେ ବ୍ୟବହୃତ ହେଉଥିବା ଚକାବଳା,କୁରାଣ୍ଡିଆ,କଣ୍ଟା ଆଦି ଲୌହ ଉପାଦାନ ଓ ବଢେଇ ମହାରଣାଙ୍କ ଆବଶ୍ୟକ ସରଞ୍ଜାମ ତିଆରି କରନ୍ତି
  • ଛନ୍ଦାକାର : ଏମାନେ ରଥକାଠଗୁଡିକୁ କାନ୍ଧରେ ବୋହି ଛନ୍ଦ ଓ ଛେକାରେ ସଜାନ୍ତି
  • ରୂପାକାର : ସାରଥୀ,ଅଶ୍ୱ,ରଥପାଳ ଆଦି ରୂପ ଖୋଦନ କରନ୍ତି
  • ସୂଚିକାର : ଏମାନେ କନାରେ ରଥର ମଣ୍ଡଣି,ଚାନ୍ଦୁଆ,ନେତ ଆଦି ନିର୍ମାଣ କରନ୍ତି

ପରେ ଏମାନଙ୍କ ସହ ଜଉଶାଳିଆରଙ୍ଗତା ନାମରେ ଆଉ ଦୁଇ ଜଣ ନିଯୋଗ ଗଠିତ ହୋଇଥିଲା । ସେମାନେ ଯଥାକ୍ରମେ ଜଉଶାଳ ଦ୍ୱାରା ଅରମୁଣ୍ଡି,ଝରା,କନକ ମୁଣ୍ଡାର ରଙ୍ଗ କରନ୍ତି ଓ ରାହୁମୁଣ୍ଡ,ହଂସ ଓ ନବଗୁଞ୍ଜର ସଜାଇଥାନ୍ତି ।

 

କରୋନା ଚିକିତ୍ସା ନିମନ୍ତେ ଏହି ଔଷଧକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: କରୋନା ଭାଇସର ଚିକିତ୍ସାରେ ବ୍ୟବହୃତ ହେଉଥିବା ଆଣ୍ଟି ଭାଇରସ ମେଡିସିନ ରେମଡିସିଭିରର ମାଙ୍କଡ଼ମାନଙ୍କ ଉପରେ ଭଲ ପ୍ରଭାବ ଦେଖିବାକୁ ମିଳୁଛି । ନୂଆ ରିସର୍ଚ୍ଚ ତଥ୍ୟ ଅନୁସାରେ ଏହି ଔଷଧ ମାଙ୍କଡ଼ମାନଙ୍କ ଫୁସଫୁସ ଜନିତ ସମସ୍ୟାକୁ ରୋକିଥାଏ ।

कोरोना की जिस दवाई को भारत ने दी मंजूरी, उसे मिली बड़ी कामयाबी

ଏପ୍ରିଲ ମାସରେ ୟୁଏସ୍‌ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ପକ୍ଷରୁ ଏସମ୍ପର୍କରେ ଉଲ୍ଲେଖ ରହିଛି । ଯାହା ଏକ ପ୍ରତିଷ୍ଠିତ ମ୍ୟାଗାଜନି ପ୍ରକାଶିତ ।  ଜୁନ୍ ପହିଲା ରେମଡିସିଭିର ବ୍ୟବହାରକୁ ଡ୍ରଗ କଣ୍ଟ୍ରୋଲର ଜନରଲ ଅଫ୍‌ ଇଣ୍ଡିଆ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ଗୁରୁତରଭାବେ ଅସୁସ୍ଥ କରୋନା ରୋଗୀଙ୍କୁ ଡାକ୍ତରଙ୍କ ପକ୍ଷରୁ ଏହି ଔଷଧ ଦିଆଯାଉଛି ।

कोरोना की जिस दवाई को भारत ने दी मंजूरी, उसे मिली बड़ी कामयाबी

            ଅଧ୍ୟୟନ ଅନୁଯାୟୀ ଯେଉଁ ମାଙ୍କଡ଼ମାନଙ୍କୁ ଏହି ରେମଡିସିଭିର ଔଷଧ ଦିଆଯାଇଛି  ସେମାନଙ୍କ ଠାରେ ଶ୍ୱାସ ରୋଗର ଲକ୍ଷଣ ଦେଖାଯାଇନି । ଏହି ଔଷଧ ଫୁସ୍‌ଫୁସରେ ହୋଇଥିବା କ୍ଷତି ଭରିଥାଏ । ଅଧ୍ୟୟନ ଅନୁଯାୟୀ ରେମଡିସିଭିର ଉପଚାର ଦ୍ୱାରା ଭାଇରସ ଦ୍ୱାରା ଫୁସଫୁସ୍‌ରେ ହେଇଥିବା କ୍ଷତି ଭରିଥାଏ ।

कोरोना की जिस दवाई को भारत ने दी मंजूरी, उसे मिली बड़ी कामयाबी

ଆମେରିକା, ଭାରତ ଓ ଦକ୍ଷିଣ କୋରିଆରେ କରୋନା ଭାଇରସ ଗମ୍ଭୀରଭାବେ ଅସୁସ୍ଥ ରୋଗୀଙ୍କୁ ଏହି ଔଷଧ ଦିଆଯାଏ । କିଛି ୟୁରୋପିଓ ଦେଶମାନଙ୍କରେ ମଧ୍ୟ ଏହି ଔଷଧ ବ୍ୟବହାର କରାଯାଏ ।

ସମୁଦ୍ରରେ ନୂଆ ଆବର୍ଜନା, ଜରିମାନା ବଢ଼ାଇଲେ ପରିବେଶ ମନ୍ତ୍ରୀ

ଫ୍ରାନ୍ସ: ବିଶ୍ୱ ମହାମାରୀ ପ୍ରଭାବରେ ପ୍ରାୟ ସାରା ବିଶ୍ୱ ଥିଲା ଲକ୍‌ଡାଉନ୍‌ରେ । ତେବେ କିଛି ଜାଗରେ ଧିରେ ପରିସ୍ଥିତି ସ୍ୱାଭାବିକ ହେଉଥିବା ବେଳେ ପର୍ଯ୍ୟାୟକ୍ରମେ ହଟାଯାଉଛି ଲକ୍‌ଡାଉନ୍‌ । ଏହି ଲକ୍‌ଡାଉନ୍ ସମୟରେ ଅତ୍ୟାବଶକୀୟ ସେବା ବତୀତ ଅନ୍ୟ ସବୁ କିଛି ବନ୍ଦ ଥିଲା । ଦୋକାନ ବଜାର, ସିନେମା ହଲ୍‌, କାରଖାନା ଏଭଳି କୃଷି କାମ ବି ବନ୍ଦ ଥିଲେ । ସାରା ବିଶ୍ୱ କରୋନା ପ୍ରଭାବରେ ଭୟରେ ଘରେ ଲକ୍‌ ହୋଇଯାଇଥିଲା । ନା ଗଡ଼ୁଥିଲା ଗାଡ଼ି ନା ଉଡ଼ୁଥିଲା ବିମାନ । ଆଉ ଏଥିଲାଗି ପରିବେଷ ପ୍ରଦୂଷଣ ମଧ୍ୟ ବହୁ ମାତ୍ରାରେ କମିଯାଇଥିଲା । ନଦୀ ସମୁଦ୍ର ସବୁ କିଛି ଆପେ ଆପେ ସ୍ୱଚ୍ଛ ହେବାରେ ଲାଗିଥିଲା । କିନ୍ତୁ ଏବେ ସମୁଦ୍ର ମଧ୍ୟରେ ଦେଖିବାକୁ ମିଳିଛି ନୂଆ ପ୍ରକାର ଆବର୍ଜନା ।

Image credits: Reuters.

କରୋନାରୁ ବର୍ତ୍ତିବାକୁ ବ୍ୟବହାର କରାଯାଉଥିବା ମାସ୍କ, ପିପିଇ ଇକ୍ୟୁମେଣ୍ଟ ସବୁ ଏବେ ସମୁଦ୍ରରେ ଭାସୁଥିବା ଦେଖିବାକୁ ମିଳିଛି । ଫ୍ରାନ୍ସର ସ୍ୱେଚ୍ଛାକୃତ ସଫେଇ କର୍ମଚାରୀମାନେ ଏ କଥା ପ୍ରକାଶ କରିଛନ୍ତି ।   ଗଭୀର ସମୁଦ୍ରରେ ସଫେଇ କରୁଥିବା ବେଳେ ଏସବୁ ଦେଖଇବାକୁ ମିଳିଥିବା କହିଛନ୍ତି ସ୍ୱେଚ୍ଚାସେବୀ । ସେମାନଙ୍କ କହିବା ହେଲା ଯେ ,ଗତ ମାସେ ହେଲା ଆମେ ଏହି ମାସ୍କ ଓ ଗ୍ଳୋବସ୍ ସବୁ ଦେଖିବାକୁ ପାଉଛୁ । ଏହା ସମୁଦ୍ରରେ ଦେଖାଯାଉଥିବା ନୂଆ ଆବର୍ଜନା ବୋଲି କହିଛନ୍ତି ।

WATCH: How this 22-year-old Dutch engineer is cleaning up oceans ...

ଗତ ୮ ସପ୍ତାହର ଲକ୍‌ଡାଉନ୍‌ ପରେ ଲୋକମାନେ ବାହାରକୁ ବାହାରିଛନ୍ତି । ଘର ବାହାରକୁ ବାହାରିଲେ ଗ୍ଳୋବସ୍‌ ଓ ମାସ୍କ ସବୁ ବ୍ୟବହାର କରୁଛନ୍ତି ।  ଏବଂ ସେଗୁଡ଼ାକୁ ରାସ୍ତାଘାଟରେ ଫୋପାଡ଼ୁଛନ୍ତି । ଫଳେର ବର୍ଷା ହେବା ପରେ ସେସବୁ ଭାସିଯାଇ ସମୁଦ୍ରରେ ମିଶୁଛି ।

France's Coronavirus Death Rate Accelerates, Cases Near 100,000 ...

ତେବେ ଏହି ପରିସ୍ଥିତି ସମ୍ପର୍କରେ ଅବଗତ ହେବା ପରେ ସରକାର ଲୋକମାନଙ୍କୁ ସେମାନେ ବ୍ୟବହାର କରୁଥିବା ମାସ୍କ, ଗ୍ଳୋବସ୍‌ ସବୁ କୁ ଠିକ୍ ଭାବେ ନଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି । ତେବେ ଏଭଳି କରିବା ଦ୍ୱାରା ସଂକ୍ରମିଣ ହେବାର ଆଶଙ୍କା ଅଧିକ ବଢ଼ୁଥିବାର ଏଥିଲାଗି ଫ୍ରାନ୍ସ ସରକାରଙ୍କ ପରିବେଶ ମନ୍ତ୍ରୀ ଏଭଳି କରୁଥିବା ଲୋକଙ୍କ ଠାରୁ ଅଧିକ ସଂଖ୍ୟାରେ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  ।

ମହିଳା କୋର୍ଟର ବିଚାରପତି କୋଭିଡ୍ ସଂକ୍ରମିତ, ସିଲ୍ ହେଲା କୋର୍ଟରୁମ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ନାଲି କୋଠା ଛୁଇଁଛି କରୋନା । ଦିଲ୍ଲୀ ସାକେତ କୋର୍ଟ କମ୍ପ୍ଲେକ୍ସର ଜଣେ ବିଚାରପତି କରୋନା ଆକ୍ରାନ୍ତ ହୋଇଛନ୍ତି । ସାକେତ କୋର୍ଟ କମ୍ପ୍ଲେକ୍ସରେ ଥିବା ମହିଳା କୋର୍ଟର ବିଚାରିତି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । କରୋନାରେ ଆକ୍ରାନ୍ତ ହୋଇଥିବା ଜଜ ଜଣଙ୍କ ଜୁନ୍ ୩ରେ କୋର୍ଟକୁ ଯାଇଥିଲେ । ତାଙ୍କଠାରେ କରୋନା ଭୂତାଣୁ ମିଳିଛି ।

ମହିଳା ବିଚାରପତି କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜଜଙ୍କ କୋର୍ଟରୁମକୁ ସିଲ୍ କରାଯାଇଥି । କୋର୍ଟ ରେକର୍ଡ ଗୃହ, ବିଚାରପତିଙ୍କ ଚ୍ୟାମ୍ବରକୁ ମଧ୍ୟ ସାନିଟାଇଜ୍ କରାଯାଉଛି । ଜୁନ୍ ୩ରେ କୋର୍ଟ ଆସିଥିବା ସମସ୍ତ କର୍ମଚାରୀ ଓ ଓକିଲଙ୍କୁ ୧୪ ଦିନ ପାଇଁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ପୂର୍ବରୁ ସାକେତ କୋର୍ଟ କମ୍ପ୍ଲେକ୍ସ ରେକର୍ଡ ରୁମର ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ପୂର୍ବରୁ ରୋହିଣୀ ଜିଲ୍ଲା ଓ ଦୌରାଜଜ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ ।

ଦେଶରେ ବିପଦଜନକ ହେଉଛି କରୋନା ସ୍ଥିତି… ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ