spot_img
Home Blog Page 6999

ଋଷି କପୁରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆରପାରିରେ ଫିଲ୍ମ ଦୁନିଆର ବର୍ଷୀଆନ୍‌ ଅଭିନେତା ଋଷି କପୁର । ସାରା ଦେଶ ଏବେ ତାଙ୍କ ବିୟୋଗରେ ମର୍ମାହତ । ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କର ଦେହାନ୍ତ ପରେ ବଡ଼ କ୍ଷତି ସହିଛି । ଋଷି କପୁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ କରିଛନ୍ତି । ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଭାରତୀୟ ସିନେମା ଜଣେ ମହାନ୍‌ ଅଭିନେତାଙ୍କୁ ହରାଇଲା’ ବୋଲି ଟୁଇଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ।

‘ଅନେକ ଚଳଚ୍ଚିତ୍ରରେ ଅଭିନୟର ପାଦଚିହ୍ନ ଛାଡ଼ିଯାଇଛନ୍ତି’ । ପରିବାରକୁ ସମବେଦନା ଜଣାଇଲେ ନବୀନ ପଟ୍ଟନାୟକ । ୬୭ ବର୍ଷ ବୟସରେ ମୁମ୍ବାଇର ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଛି । କ୍ୟାନସରରେ ଦୀର୍ଘ ଦିନ ଧରି ଋଷି କପୁର ପୀଡ଼ିତ ଥିଲେ ।

ଖୁବ୍ ଶୀଘ୍ର ଭାରତରେ ହେବ ଭ୍ୟାକ୍ସିନ୍ ପରୀକ୍ଷା, ବୈଜ୍ଞାନିକ ଦଳକୁ ମିଳିଲା ସଫଳତା

ନୂଆଦିଲ୍ଲୀ: ଭ୍ୟାକ୍ସିନ୍ ପାଇଁ ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ଅନୁସନ୍ଧାନ ବର୍ତ୍ତମାନ ପଶୁ ପରୀକ୍ଷଣ ସ୍ତରରେ ପହଞ୍ଚିଛି। ଏହି ପରୀକ୍ଷା ଗୋଟେ ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ ହେବ । ଏଥିରେ ସଫଳ ହେବା ପରେ ଏହା ମଣିଷଙ୍କ ଉପରେ ପରୀକ୍ଷା କରାଯିବ । ଭାରତୀୟ ବୈଜ୍ଞାନିକଙ୍କୁ ସମ୍ପୂର୍ଣ୍ଣ ସଫଳତା ପାଇଁ ୧୨ ରୁ ୧୮ ମାସ ସମୟ ଲାଗିପାରେ । ବିଶ୍ୱବ୍ୟାପୀ ୭୫ ଜଣ ବୈଜ୍ଞାନିକ ଦଳ ଏହି ଟିକା ପରିକ୍ଷଣରେ ଲାଗିପଡିଛନ୍ତି ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କୌଣସି ଦେଶରେ ଏହି ଟିକା ପ୍ରସ୍ତୁତ ହେଲେ ମଧ୍ୟ, ଏହାର ଉତ୍ପାଦନ ଭାରତରେ ହେବ। ସୂଚନାଯୋଗ୍ୟ ଯେ, ଭାରତ ବାୟୋଟେକ୍, କୈଡିଲା, ସିରମ୍ ଇନଷ୍ଟିଚ୍ୟୁଟ୍ ସମେତ କିଛି କମ୍ପାନୀର ବୈଜ୍ଞାନିକମାନେ ପଶୁ ପରୀକ୍ଷଣରେ ପହଞ୍ଚିଛନ୍ତି। ମନ୍ତ୍ରଣାଳୟ ଅନୁସାରେ ଭାରତରେ କରୋନା ନେଇ ଅଧ୍ୟୟନ ଆରମ୍ଭ ହୋଇସାରିଛି।

ଜଣେ ବରିଷ୍ଠ ବୈଜ୍ଞାନିକ କହିଛନ୍ତି ଯେ, ପ୍ରାୟ ୩୦ ଜଣ ଭାରତୀୟ ଓ ଆମେରିକୀୟ ବୈଜ୍ଞାନିକମାନଙ୍କ ମଧ୍ୟରେ ଗବେଷଣା ନେଇ ସହଯୋଗ ଜାରି ରହିଛି ।  ନିକଟରେ ଭାରତ ଆମେରିକାକୁ ହାଇଡ୍ରୋକ୍ସିକ୍ଲରୋକ୍ୱିନ୍ (HCQ) ଉପଲବ୍ଧ କରାଇଥିଲା । ଯେଉଁଥିରେ ସାର୍ସ କୋଭିଡ୍-୨ର ପ୍ରୋଟିନ୍ ଥିଲା । ତେବେ ବୈଜ୍ଞାନିକ ଏବଂ ବାୟୋ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ସଚିନ୍ କୁମାର କହିଛନ୍ତି ଯେ, ଏହି ଟିକା ନେଇ କିଛି କହି ହେବ ନାହିଁ ।  ପଶୁମାନଙ୍କ ଉପରେ ଏହାର ପରୀକ୍ଷଣର ଫଳାଫଳ ପରେ ହିଁ ଭ୍ୟାକ୍ସିନ ବିଷୟରେ କିଛି ତଥ୍ୟ ଦିଆଯାଇପାରିବ ।

ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ମାଙ୍କଡମାନଙ୍କ ଉପରେ ଭ୍ୟାକ୍ସିନ୍ ର କ୍ଲିନିକାଲ୍ ପରୀକ୍ଷା ସଫଳ ହୋଇଛି। ବର୍ତ୍ତମାନ, ମେ’ ମାସ ଶେଷ ସୁଦ୍ଧା, ଛଅ ହଜାର ମଣିଷଙ୍କ ଉପରେ ମଧ୍ୟ ସେମାନେ ପରୀକ୍ଷା କରିବେ । ତେବେ ନିୟାମକମାନଙ୍କ ଅନୁମତି ପରେ ଏହି ଟିକା ଚଳିତ ବର୍ଷ ସେପଟେମ୍ବର ମାସ ସୁଦ୍ଧା ବଜାରକୁ ଆସିପାରେ। ଅକ୍ସଫୋର୍ଡ ୟୁନିଭରସିଟି ମାର୍ଚ୍ଚ ମାସରେ ୬ଶହ ମକାକ ମାଙ୍କଡଙ୍କ ଉପରେ ଏହି ଟିକା ପରୀକ୍ଷା କରିଥିଲା। ଏହି ପ୍ରଜାତିର ମାଙ୍କଡ଼ ମାନବଙ୍କ ନିକଟତର ବୋଲି କୁହାଯାଏ ।

ତେବେ ଡାକ୍ତରଙ୍କ କହିବା ଅନୁସାରେ, ୨୮ ଦିନ ପରେ ଭ୍ୟାକ୍ସିନ୍ ପରୀକ୍ଷଣ ୬ଟି ମାଙ୍କଡ ସୁସ୍ଥ ଥିବାବେଳେ ଅନ୍ୟ ମାଙ୍କଡମାନେ ଅସୁସ୍ଥ ହୋଇପଡିଥିଲେ। ତେବେ କେତେକ ବିଶେଷଜ୍ଞ କହୁଛନ୍ତି ଯେ, ଏହା ମାଙ୍କଡ଼ମାନଙ୍କ ମଧ୍ୟରେ ସଫଳ ହେଲେ ମଧ୍ୟ ଏହି ଆଣ୍ଟିବଡି  ମଣିଷଙ୍କ ଶରୀରରେ ସମାନ ପ୍ରଭାବ ଦେଖାଇବ ବୋଲି କିଛି ମାନେ ନାହିଁ । କିନ୍ତୁ ଏହି ଫଳାଫଳ ପରବର୍ତ୍ତୀ ପର୍ଯ୍ୟାୟକୁ ବଢିବା ପାଇଁ  ନିଶ୍ଚିତ ଭାବରେ ସାହାସ ଦେଇଛି ।  ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ମଧ୍ୟ ଏହି ଅନୁସନ୍ଧାନରେ ଜଡିତ ।

୨୦୧୮ରୁ ଋଷି କପୁର କର୍କଟ ରୋଗରେ ପିଡ଼ିତ ଥିଲେ…

ମୁମ୍ବାଇ: ବଲିଉଡ଼ରେ ଲାଗିଛି ନଜର । ଗତକାଲି ଇରଫାନ ଖାନ୍ ଆଉ ଆଜି ଋଷି କପୁର ଦୁନିଆରୁ ନେଇଛନ୍ତି ବିଦାୟ । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

ବଲିଉଡର ବରିଷ୍ଠ ଅଭିନେତା ଋଷି କପୁର କର୍କଟ ରୋଗ ସହିତ ଦୀର୍ଘ ଦିନର ଯୁଦ୍ଧ ପରେ ଆଜି ଜୀବନର ଯୁଦ୍ଧରେ ହାରିଯାଇଛନ୍ତି । ସ୍ୱାସ୍ଥ୍ୟ ଖରାପ ହେତୁ ଋଷି କପୁରଙ୍କୁ କିଛି ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଋଷି କପୁରଙ୍କ ଦେହାନ୍ତର ଖବର ପ୍ରଥମେ ମେଗାଷ୍ଟାର ଅମିତାଭ ବଚ୍ଚନ ନିଜ ଟ୍ୱିଟର ଆକାଉଣ୍ଟରେ ଦେଇଥଲେ । ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ସେ ଚାଲିଗଲେ, ଋଷି କପୁର ଚାଲିଗଲେ, ମୁଁ ଏବେ ଭିତରୁ ଭାଙ୍ଗି ପଡ଼ିଛି ।’

ସୂଚନାନୁସାରେ, କର୍କଟ ରୋଗର ଜଟିଳତା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କୁ ପ୍ରାୟ ଏକ ସପ୍ତାହ ଧରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ, ଚିକିତ୍ସା ସମୟରେ ତାଙ୍କୁ ଭେଣ୍ଟିଲେଟରରେ ମଧ୍ୟ ଅନେକ ଥର ରଖାଯାଇଥିଲା।

ଆପଣଙ୍କୁ କହି ରଖୁଛୁ ଯେ, ସେପ୍ଟେମ୍ବର ୨୦୧୮ ରେ ଋଷି କପୁର ତାଙ୍କ କର୍କଟ ରୋଗ ବିଷୟରେ ଜାଣିଥିଲେ ଏବଂ ଏନେଇ ସେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ । ଏହା ପରେ, ଅକ୍ଟୋବର ୩, ୨୦୧୮ରେ ଋଷି କପୁରଙ୍କ କର୍କଟ ରୋଗ ହୋଇଥିବା ଜଣାପଡ଼ିଥିଲା, ଯାହା ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ତାଙ୍କ ଭାଇ ରଣଧିର କପୁରଙ୍କଠାରୁ ଜଣା ପଡ଼ିଥିଲା । ସେବେଠାରୁ ସେ କ୍ରମାଗତ ଭାବରେ କର୍କଟ ରୋଗରେ ଚିକିତ୍ସିତ ହେଉଥିଲେ । ଋଷି କପୁର ଆମେରିକାର କର୍କଟ ଡାକ୍ତରଖାନାରେ ୧୧ ମାସ ୧୧ ଦିନ ବିତାଇଲେ।

ଓଡ଼ିଆ ଛାତ୍ରଛାତ୍ରୀଙ୍କ ରାଜସ୍ଥାନ କୋଟାରୁ ଓଡ଼ିଶାକୁ ଘର ବାହୁଡ଼ା

ରାଉରକେଲା: ରାଜସ୍ଥାନ କୋଟାରୁ ଆଜି ବାହାରିବେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ । ସମସ୍ତ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଫେରାଇଆଣିବା ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଲକ ଡାଉନ ସମୟରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିବା ସହ ରାଉରକେଲା କିପରି ଫେରି ଆସିଵେ ସେନେଇ ସରକାର ଵ୍ୟଵସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ ।

ସ୍ଥାନୀୟ ପ୍ରଶାସନର ଅବହେଳାରୁ ଅନେକ ଗରିବଙ୍କ ପେଟରେ ଓଦାକନା

ତାପରେ ସରକାର ତାଙ୍କର ଅନୁରୋଧ ପରେ କେମିତି ଓଡ଼ିଶା ପେରିବେ ସେନେଇ ଗୁତ୍ୱାରୋପ କରିଥିଲେ । ଛାତ୍ରଛାତ୍ରୀ ନିଜ ନିଜ ବ୍ୟବସ୍ଥାରେ ଫେରୁଥିବା ବେଳେ ଓଡ଼ିଶା ସରକାର ଗାଡ଼ି ପରମିଟ୍‌ ଓ ଅନ୍ୟାନ୍ୟ ବ୍ୟବସ୍ଥା ଯୋଗାଇ ଦେଇଛନ୍ତି । ରାଜସ୍ଥାନ ପ୍ରଶାସନ ସହ ମଧ୍ୟ ପୂବରୁ ଏନେଇ ଆଲୋଚନା କରିଥିଲେ ରାଜ୍ୟ ସରକାର । ୯୭୫ ଜଣ ଛାଚ୍ରଛାତ୍ରୀଙ୍କ ତାଲିକା ରାଜ୍ୟସରକାର ପ୍ରସ୍ତୁତ କରିଥିବା ସୂଚନା ଦେଇଛନ୍ତି ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ଦାୟିତ୍ୱରେ ଥିବା ସାର୍ଥକ ଷଡଙ୍ଗୀ ।

ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ବଡ ଝଟକା…ଏକା କରି ଚାଲିଗଲେ ଋଷି

ସେପଟେ କୋଟାରେ ରାଉରକେଲା ସହରର ୧୧୩ଜଣ ଛାତ୍ରଛାତ୍ରୀ ଓ ଅଭିଭାବକ ଆଜି ଓଡିଶା ଫେରୁଛନ୍ତି । ଲକ ଡାଉନ ସମୟରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିବା ସହ ରାଉରକେଲା କିପରି ଫେରି ଆସିଵେ ସେନେଇ ସରକାର ଵ୍ୟଵସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ

କରୋନା ଚିହ୍ନଟ ପରେ ରାଉରକେଲାରେ କଣ୍ଟେନମେଣ୍ଟ ଜୋନ୍‌

ରାଉରକେଲା: ନାଲା ରୋଡ୍‌ ଅଞ୍ଚଳରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ତତ୍ପର ହୋଇଛି ପ୍ରଶାସନ । ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବା ବେଳେ ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି । ସେପଟେ ଏହି ଅଞ୍ଚଳରେ ୮୫ଟି ସ୍ୱାସ୍ଥ୍ୟ ବିଭାଗ ଟିମ୍‌ଙ୍କୁ ନିୟୋଜିତ କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ରକ୍ତ ନମୂନା ସଂଗ୍ରହ କରାଯାଇଛି ।

ଗତକାଲି ୪୨ଟି ନମୂନା ନେଗେଟିଭ୍‌ ରିପୋର୍ଟ ଆସିଥିବା ବେଳେ ଆଜି ଆଉ ୬୪ଟି ରକ୍ତ ନମୂନା ଟେଷ୍ଟ ପାଇଁ ପଠାଯାଇଛି । ଏହା ସହିତ ସହରର ବିଭିନ୍ନ ସ୍ଥାନକୁ ବିଶୋଧନ କରାଯାଉଛି । କଣ୍ଟେନମେଣ୍ଟ ଅଞ୍ଚଳରେ ଲୋକଙ୍କ ନିକଟକୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଉଛି ।  ଡ୍ରୋନ୍‌ ମାଧ୍ୟମରେ ଏହି ଅଞ୍ଚଳ ଗୁଡିକ ଉପରେ କଡା ନଜର ରଖାଯାଇଛି ।

ସେପଟେ ଦେବଗଡ଼ରେ ଜଣେ କରୋନା ପଜିଟିଭ ଆସିବା ପରେ ୭ଟି ଗାଁକୁ କରୋନା କଣ୍ଟେନମେଣ୍ଟ ଜୋନରେ ଘୋଷଣା କରାଯାଇଛି । ଯୁବକ ଜଣକୁ ରାଉରକେଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ କାହା କାହା ସହ ମିସିଛନ୍ତି ତାଙ୍କର ସେହି ତଥ୍ୟ ଖୋଜା ଚାଲିଛି ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ବଡ ଝଟକା…ଏକା କରି ଚାଲିଗଲେ ଋଷି

ମୁମ୍ବାଇ: ଆଉ ନାହାନ୍ତି ବଲିଉଡର ବର୍ଷିୟାନ୍‌ ଅଭିନେତା ଋଷି କପୁର। ବରିଷ୍ଠ ଅଭିନେତା ଋଷି କପୁରଙ୍କର ଆଜି ଦେହାନ୍ତ ହୋଇଛି । ତେବେ ଏହା ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏବ ବଡ କ୍ଷତି । ଗତ କାଲି ମୁମ୍ବାଇ ଡାକ୍ତରଖାନାରେ ସେ ଭର୍ତ୍ତି ହୋଇଥିଲେ । ଟୁଇଟ କରି ଅମିତାଭ ବଚ୍ଚନ ଏନେଇ ସୂଚନା ଦେଇଛନ୍ତି । ୬୭ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହି ଚାଲିଯାଇଛନ୍ତି ।

https://twitter.com/SrBachchan/status/1255709029336322048

ଋଷି କପୁର କ୍ୟାନ୍ସର ପୀଡିତ ଥିଲେ । ଗତ ବର୍ଷ ସେ ଆମେରିକାରୁ ଚିକିତ୍ସା ହୋଇ ଭାରତ ଫେରିଥିଲେ । ସମ୍ପୂର୍ଣ ସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ଭେଟେରାନ ଅଭିନେତା ଋଷି କପୁରଙ୍କ ପରଲୋକ ଦର୍ଶକଙ୍କ ପାଇଁ ବେଶ ଦୁଃଖଦର ଘଟଣା । କ୍ୟାନସରରେ ଦୀର୍ଘ ଦିନ ଧରି ଋଷି କପୁର ପୀଡ଼ିତ ଥିଲେ। ହେଲେ ଗତ କାଲି ତାଙ୍କୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବିୟୋଗରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି। ଋଷି କପୁରଙ୍କ ବିୟୋଗରେ ଗଭୀର ଦୁଃଖିତ ବୋଲି ଟ୍ବିଟ୍‌ କରିଛନ୍ତି ଅମିତାଭ ବଚ୍ଚନ୍‌।..

୪ କରୋନା ପଜିଟିଭଙ୍କ ଟ୍ରାଭେଲ ହିଷ୍ଟ୍ରି, ୩ ସଂକ୍ରମିତଙ୍କର ରହିଛି କୋଲକାତା ଲିଙ୍କ୍‌

ଭୁବନେଶ୍ୱର: ଆସିଲା ୪ କରୋନା ପଜିଟିଭଙ୍କ ଟ୍ରାଭେଲ ହିଷ୍ଟ୍ରି । ୩ ସଂକ୍ରମିତଙ୍କର ରହିଛି କୋଲକାତା କନେକ୍ସନ । ୧୧୯ ନମ୍ବର କରୋନା ଆକ୍ରାନ୍ତ ଝାରସୁଗୁଡ଼ା ବ୍ରଜରାଜନଗରର ୧୮ ବର୍ଷର ଯୁବତୀ । ଏପ୍ରିଲ ୨୨ରେ ସେ କଲିକତା ବଡ଼ବଜାରରୁ ଘରକୁ ଫେରିଥିଲେ । ୨୩ ଏପ୍ରିଲରେ ଘରେ ପହଞ୍ଚି ୨୯ ଯାଏ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ଗତକାଲି ତାଙ୍କ ସାମ୍ପୁଲ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିଲା । ତାଙ୍କୁ ରାଉରକେଲା ହାଇ-ଟେକ୍‌ କୋଭିଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସେହିପରି ୧୨୦ ନମ୍ବର କରୋନା ଆକ୍ରାନ୍ତ ଭୁବନେଶ୍ୱର ମଧୁସୂଦନନଗରର ୭୭ ବର୍ଷର ବୃଦ୍ଧ । ପୂର୍ବ ସଂକ୍ରମିତଙ୍କର ସେ ପରିବାର ସଦସ୍ୟ । ୨୨ ମାର୍ଚ୍ଚରୁ ସେ ଲକଡାଉନରେ ଘରେ ରହିଥିଲେ । ୭ ଏପ୍ରିଲରେ ତାଙ୍କ ପରିବାର ସଦସ୍ୟ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ୯ ଏପ୍ରିଲରେ ତାଙ୍କ ନମୁନା ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ୨୮ ଏପ୍ରିଲରେ ପୁଣି ସାମ୍ପୁଲ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଛି ।

ସ୍ଥାନୀୟ ପ୍ରଶାସନର ଅବହେଳାରୁ ଅନେକ ଗରିବଙ୍କ ପେଟରେ ଓଦାକନା

୧୨୧ ନମ୍ବର କରୋନା ଆକ୍ରାନ୍ତ କେନ୍ଦୁଝର ଆନନ୍ଦପୁର ପଞ୍ଚପଲ୍ଲୀର ୬୦ବର୍ଷର ବୃଦ୍ଧ । ୨୮ ମାର୍ଚ୍ଚରୁ କଲିକତା ବଡ଼ବଜାରରୁ ବାହରି ୨୯ରେ ଘରେ ପହଞ୍ଚିଥିଲେ । ୮ ଜଣ ଅନ୍ୟ ପାସେଞ୍ଜରଙ୍କ ସହ ଘରକୁ ଫେରିଥିଲେ ୧୨୧ନଂ ଆକ୍ରାନ୍ତ । ୩୧ ମାର୍ଚ୍ଚରୁ ୨୯ ଏପ୍ରିଲ ଯାଏ ଘରେ ଥିଲେ । ତାଙ୍କୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ସେହିପରି ୧୨୨ ନମ୍ବର କରୋନା ଆକ୍ରାନ୍ତ ଦେବଗଡ଼ ଜିଲ୍ଲା ବାସୁଦେବପୁର ସୁଗୁଡ଼ାର ୩୪ ବର୍ଷର ଯୁବକ । ୨୫ ଏପ୍ରିଲରେ କୋଲକାତାରୁ ରାଇଖୋଲ ଟ୍ରକ ଯୋଗେ ଆସିଥିଲେ । ରାଇଖୋଲରୁ ଘରକୁ ଚାଲିଚାଲି ଯାଇ ୨୯ରେ ଘରେ ପହଞ୍ଚିଥିଲେ । ଗତକାଲି ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ରାଉରକେଲା ହାଇ-ଟେକ୍‌ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସ୍ଥାନୀୟ ପ୍ରଶାସନର ଅବହେଳାରୁ ଅନେକ ଗରିବଙ୍କ ପେଟରେ ଓଦାକନା

ଗୋଟିଏ ପଟେ ଭୂତାଣୁ ଭୟ, ଅନ୍ୟପଟେ ପେଟରେ ଭୋକ । ସେପଟେ ଲକଡାଉନ୍‌ ପାଇଁ ସୀମାରେ ପଡିଛି ତାଲା । ଅନ୍ୟରାଜ୍ୟର ଅନେକ ଶ୍ରମିକ ରାଜ୍ୟରେ ଲକ୍‌ । ଓଡିଶା ପ୍ରଶାସନର ପରାମର୍ଶକୁ ମାନି ବିଭିନ୍ନ ସ୍କୁଲ ଓ ପଞ୍ଚାୟତରେ କ୍ୱାରେଣ୍ଟାଇନରେ ରହିଛନ୍ତି ଫସିଥିବା ଶ୍ରମିକ । ହେଲେ ସ୍ଥାନୀୟ ପ୍ରଶାସନର ଅବହେଳାରୁ ରାଜ୍ୟ ସରକାରଙ୍କ ସମସ୍ତ ବ୍ୟବସ୍ଥା ପାଲଟିଛି ଦିବାସ୍ୱପ୍ନ । ବାଟବଣା ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଜନା ।

କିଛିଦିନ ଏମାନଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଦିଆଯାଇଥିଲା ରନ୍ଧାଖାଦ୍ୟ । ହେଲେ ଏବେ ସେସବୁ ବନ୍ଦ । ଫଳରେ ଏବେ ଭୋକ ଉପାସରେ ଦିନ କାଟୁଛନ୍ତି ସୁବର୍ଣ୍ଣପୁର ସିଙ୍ଗାରୀ ପପିଲିପାଲି କ୍ୱାରେନଣ୍ଟାଇନ୍‌ ସେଣ୍ଟରରେ ଥିବା ଶ୍ରମିକ । କେବଳ ସୁବର୍ଣ୍ଣପୁର ନୂହେଁ ସୁନ୍ଦରଗଡ ଜିଲ୍ଲାରୁ ଆସିଛି ସମାନ ଅଭିଯୋଗ । ଯୋଜନା ଏଠି ବି ମଝି ବାଟରେ ହରାଇଛି ଦିଗ । ରାଜଗାଙ୍ଗପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବଣ୍ଟାଯାଉଛି ରନ୍ଧା ଖାଦ୍ୟ । ହେଲେ କିଛି ଗରିବ ଖାଦ୍ୟ ପାଉନଥିବା ଅଭିଯୋଗ ହୋଇଛି ।

ସେପଟେ ଗଞ୍ଜାମର ଖଲିକୋଟ୍‌, ତାଳପଡା ଓ ବେଲଗୁଣ୍ଠା ବ୍ଲକର ଅନେକ ଗରିବଙ୍କ ପେଟରେ ଓଦାକନା । ରନ୍ଧା ଖାଦ୍ୟ ନପାଇ ଭୋକରେ ଡହଳବିକଳ ହେଉଛନ୍ତି ଦିନମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକ ।

ଲକଡାଉନ୍‌ ବେଳେ ଗରିବ ଯେମିତି ଭୋକରେ ନରହିବେ ସେନେଇ ସମସ୍ତ ବ୍ୟବସ୍ଥା କରିଛନ୍ତି ସରକାର । ହେଲେ କିଛି ସ୍ଥାନରେ ସ୍ଥାନୀୟ ପ୍ରଶାସନର ଖାମଖିଆଲି ନୀତି ସକାଶେ ଗରିବ ଗୁରୁବା ଜଳକା ହୋଇ ଚାହିଁ ରହିଛନ୍ତି ।

ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରନ୍ତୁ, ଅର୍ଥ ସମସ୍ୟା ବଢିବ… ପୂର୍ବରୁ ଲାଗିରହିଥିବା ସମସ୍ୟାର ସମାଧାନ ହେବ

ଆଜିର ପଞ୍ଚାଙ୍ଗ

୩୦ ଏପ୍ରିଲ୍ ,୨୦୨୦ ମସିହା, ମେଷ ୧୮ ଦିନ

୧୯୪୨ ଶକାଦ୍ଦ,୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ବୈଶାଖ ମାସ, ଶୁକ୍ଳପକ୍ଷ, ସପ୍ତମୀ ତିଥି,ଗୁରୁବାର

ପୁଷ୍ୟ। ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ପୁଷ୍ୟ। ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ଘାତଚନ୍ଦ୍ର- କୈାଣସି ରାଶିର ନାହିଁ

ଘାତବାର- ତୁଳା ଓ କୁମ୍ଭ ରାଶି ମାନଙ୍କର

ଶୁଭ ସମୟ- ସକାଳ ୭ଟା ୩୦ ମିନିଟ୍‌ ଠାରୁ ଦିନ ୯ଟା

ଦିନ ୧୨ଟା ଠାରୁ ଦିନ ୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ

ଅଶୁଭ ସମୟ- ଦିନ ୧୦ଟା ୩୦ ମିନିଟ୍‌ ଠାରୁ ଦିନ ୧୨ଟା ପର୍ଯ୍ୟନ୍ତ

ମେଷ ରାଶି

ଅଶ୍ବିନୀ ମେଷ- ଆର୍ଥିକ ଚିନ୍ତାରୁ ମୁକ୍ତି ମିଳିବ, ବନ୍ଧୁଙ୍କର ସହଯୋଗ ପାଇବେ

ଦ୍ବିଜା ମେଷ- ଧନହାନୀ ପ୍ରାଣପୀଡା ପରି ପରିସ୍ଥିତି ଦେଇ ଗତି କରିବେ

କୃତ୍ତିକା ମେଷ- ପରିବାର ସହିତ ସମୟ କାଟିବେ

ମହୁ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

ବୃଷ ରାଶି

କୃତ୍ତିକା- ପଡୋଶୀଙ୍କ ସାହାଯ୍ୟ ସହଯୋଗ ପାଇବେ

ରୋହିଣୀ- ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରନ୍ତୁ, ଅର୍ଥ ସମସ୍ୟା ବଢିବ

ମୃଗଶିରା- ନିଜର ଦାୟିତ୍ୱ ବଢିବ, ସମୟ ଭଲରେ କଟିବ

ଗରିବ ବ୍ୟକ୍ତିକୁ କ୍ଷୀର ଦାନ କରନ୍ତୁ

ମିଥୁନ ରାଶି

ମଗଶିରା- ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ରହିଛି,ବ୍ୟସ୍ତତା ମଧ୍ୟରେ ସମୟ କାଟିବେ

ଆର୍ଦ୍ରା ମିଥୁନ- ଆକସ୍ମିକ ଭାବରେ ଧନହାନୀ ହୋଇଯିବ

ପୁର୍ନବସୁ- ସମାଜ କଲ୍ୟାଣ କାର୍ଯ୍ୟରେ ସମୟ କାଟିବେ

ମହାଦେବଙ୍କୁ ମିଶ୍ରି ଭୋଗ ଲଗାନ୍ତୁ

କର୍କଟ ରାଶି

ପୁର୍ନବସୁ- ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ, ସଫଳତା ପାଇବେ

ପୁଷ୍ୟ। କର୍କଟ- ନିଜ ଭୁଲ୍‌ ପାଇଁ ଅପମାନିତ ହେବେ

ଅଶ୍ଲେଷା- ପାରିବାରିକ ଶାନ୍ତି ମନୋବଳକୁ ଆହୁରି ଦୃଢ କରିବ

ଗରିବ ବ୍ୟକ୍ତିକୁ କିଛି ଖାଦ୍ୟଦାନ କରନ୍ତୁ

ସିଂହ ରାଶି

ମଘା- ପରୋପକାର କାର୍ଯ୍ୟ ପାଇଁ ମନରେ ଶାନ୍ତି ମିଳିବ

ପୂର୍ବାଫାଲଗୁନି- ଅର୍ଥ ସଂକଟ ଦେଇ ଗତି କରିବେ

ଉତ୍ତରାଫାଲ୍‌ଗୁନି- ପୂର୍ବରୁ ଲାଗିରହିଥିବା ସମସ୍ୟାର ସମାଧାନ ହେବ

ପଶୁପକ୍ଷୀଙ୍କୁ ଖାଦ୍ୟ ଦାନ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନି- କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ, ଦିନଟି ଭଲରେ କଟିବ

ହସ୍ତା କନ୍ୟା- ସ୍ୱାସ୍ଥ୍ୟ ସମସ୍ୟା ରହିଛି, ସତର୍କ ହୋଇ ଚଳନ୍ତୁ

ଚିତ୍ରା କନ୍ୟା-ଶୁଭ କାର୍ଯ୍ୟରେ ସମୟ କାଟିବେ,ସହଯୋଗ ବି ପାଇବେ

ଓଁ ନମଃ ଶିବାୟ ମନ୍ତ୍ରକୁ ଜପ କରନ୍ତୁ

ତୁଳା ରାଶି

ଚିତ୍ରା -ନିଜର ସ୍ବାର୍ଥ ପାଇଁ ମିଛ କୁହନ୍ତୁ ନାହିଁ, ବିପଦରେ ପଡିବେ

ସ୍ବାତୀ ନକ୍ଷତ୍ର- ପାରିବାରିକ ଅଶାନ୍ତି ଓ ଅର୍ଥ ସଂକଟରୁ ମୁକ୍ତି ପାଇବେ

ବିଶାଖା ନକ୍ଷତ୍ର- ଧାର୍ମିକ କାର୍ଯ୍ୟରେ ସମୟ କଟିବ

ନିଜ ପିତା,ମାତାଙ୍କର କଥାକୁ ମାନି ଚଳନ୍ତୁ

ବିଛା ରାଶି

ବିଶାଖା- ଅନ୍ୟକୁ ସାହାଯ୍ୟ ସହଯୋଗ କରନ୍ତୁ ଆତ୍ମସନ୍ତୋଷ ପାଇବେ

ଅନୁରାଧା- ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ

ଜ୍ୟେଷ୍ଠା- କାର୍ଯ୍ୟରେ ଅନେକ ସଫଳତା ପାଇବେ

ଅସହାୟ ଗରିବ ଶିଶୁଙ୍କୁ ଖାଦ୍ୟ ଦାନ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର- ବିଶ୍ୱସ୍ତ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ସହଯୋଗ ମିଳିବ

ପୂର୍ବାଷାଢା-ଧନହାନୀ, ମନସ୍ତାପ ମଧ୍ୟରେ ସମୟ କଟିବ

ଉତ୍ତରାଷାଢା- ଧୈର୍ଯ୍ୟ ରଖି ନିଜ ଚେଷ୍ଟାରେ ଆଗକୁ ବଢିଚାଲନ୍ତୁ

ହନୁମାନ ଚାଳିଶା ୩ ଥର ପାଠ କରନ୍ତୁ

ମକର ରାଶି

ଉତ୍ତରାଷାଢା- ପୁରାତନ ରୋଗରୁ ମୁକ୍ତି ପାଇବେ

ଶ୍ରବଣା- ନିଜର କଥା ଉପରେ ନିୟନ୍ତ୍ରଣ ରଖନ୍ତୁ,ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ

ଧନିଷ୍ଠା- ଦିନଟି ସୁଖଶାନ୍ତିରେ କଟିବ

ଶ୍ରୀଗଣେଶ ଭଗବାନଙ୍କୁ ବେସନ ଲଡୁ ଭୋଗ ଲଗାନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଶରୀର ପ୍ରତି ବିପଦ ଥିବାରୁ ସତର୍କ ରହି ଚଳନ୍ତୁ

ଶତଭିଷା- ପରିବାର ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ

ପୂର୍ବଭାଦ୍ରପଦ- ପରଚର୍ଚ୍ଚା ଠାରୁ ଦୁରେଇ ରୁହନ୍ତୁ

ଓଁ ନମଃ ଶିବାୟ ମନ୍ତ୍ର ୧୦୮ ଥର ଜପ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ- କାର୍ଯ୍ୟରେ ସଫଳତା ପାଇବେ,ମନରେ ଆତ୍ମବିଶ୍ବାସ ବୃଦ୍ଧି ହେବ

ଉତ୍ତରଭାଦ୍ରପଦ- ମାନସମ୍ମାନ ପରି ପରିସ୍ଥିତି ସୃଷ୍ଟି ହୋଇପାରେ

ରେବତୀ- ସନ୍ତାନମାନଙ୍କର ସଫଳତାକୁ ନେଇ ଉତ୍ସାହ ବୃଦ୍ଧି ପାଇବ

ନିଜର ଇଷ୍ଟଦେବଙ୍କୁ ପୂଜା କରନ୍ତୁ

 

ଜ୍ୟୋତିର୍ବିଦ୍‌ ଡ.ଶ୍ୟାମସୁନ୍ଦର ବାଗ୍

ଯୋଗାଯୋଗ- 9938571935

ବାଲେଶ୍ୱରକୁ ଘାରୁଛି ଫେରନ୍ତାଙ୍କ ଚିନ୍ତା, ବଢ଼ୁଛି ସଂକ୍ରମଣ

ବାଲେଶ୍ୱର: ବାଲେଶ୍ୱର ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି କଲିକତା ଫେରନ୍ତା । ଜିଲ୍ଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ରହିଛି । ଏବେବି ଜିଲ୍ଲାରେ ଶହ ଶହ ପଶ୍ଚିମବଙ୍ଗ ଫେରନ୍ତା ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୪୪୯ ଜଣଙ୍କୁ ଚିହ୍ନଟ କରି ପଞ୍ଜିକୃତ କରାଯାଇଛି ।  ସେପଟେ ଲକଡାଉନ ସରିଲେ ପଶ୍ଚିମବଙ୍ଗରୁ ଘରକୁ ଫେରିବା ପାଇଁ ୩ ହଜାରରୁ ଅଧିକ ଲୋକ ଅନଲାଇନ ଓ ଫୋନ ଯୋଗେ ନାଁ ପଞ୍ଜିକୃତ କରିଛନ୍ତି । ଯାହାଫଳରେ ବାଲେଶ୍ୱରର ସ୍ଥିତି ସାଙ୍ଘାତି ହୋଇପାରେ ବୋଲି ଆସଙ୍କା ରହିଛି ।

ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୨୮କୁ ବୃଦ୍ଧି

ଯଦି ସେମାନେ କୌଣସି ପ୍ରକାରର ସଚେତନ ନହୁଅନ୍ତି ତେବେ ରାଜ୍ୟରେ କରୋନାଙ୍କ ସଂଖ୍ୟା ବଢ଼ିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗୋଟିଏ ଟିମ୍‌ ବାଲେଶ୍ୱରରେ ପହଞ୍ଚି କଣ୍ଟେନମେଣ୍ଟ ଜୋନରୁ ସଂଗ୍ରହ କରାଯାଉଥିବା ତଥ୍ୟ ଓ ଚିକିତ୍ସା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଏଯାଏଁ ୩୦୧୪ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଛି । ତେବେ ଗତକାଲି ଚିହ୍ନଟ ହୋଇଥିବା ୭ ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି । ସୁସ୍ଥ ହୋଇଛନ୍ତି ୩୯ ଜଣ ଆକ୍ରାନ୍ତ । ତେବେ ରାଜ୍ୟରେ ମୋଟ୍‌ ୮୮ ଟି ମାମଲା ସକ୍ରିୟ ରହିଛି ।