spot_img
Home Blog Page 7003

ରାଜ୍ୟ ବାହାରୁ ଯାଜପୁରକୁ ଆସିବା ପାଇଁ ପଞ୍ଜୀକରଣ କଲେ ୨୮ ହଜାର ଲୋକ

ଯାଜପୁର: ଯାଜପୁର ଜିଲ୍ଲାକୁ ରାଜ୍ୟ ବାହାରୁ ଆସିବା ପାଇଁ ପଂଜୀକରଣ ଚାଲିଛି। ପ୍ରାୟ ୨୮ ହଜାର ଲୋକ ୧୦ ଟି ବ୍ଲକ ସହ ୨ଟି ପୌରାଞ୍ଚଳରେ ପଞ୍ଜିକରଣ କରିଛନ୍ତି। ଲକ୍‌ଡାଉନ୍‌ ହଟିବା ପରେ ଆସିବାକୁ ଥିବା ଲୋକଙ୍କୁ ସଂଗରୋଧ ଗୃହରେ ରଖିବାକୁ ଯାଜପୁର ଜିଲ୍ଲାପାଳ ନିବେଦନ କରିଛନ୍ତି। ଏଥିସହ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ।

ଡଙ୍ଗାରେ ଚେନ୍ନାଇରୁ ଫେରିଲେ ପ୍ରବାସୀ ଓଡ଼ିଆ, କ୍ୱାରେଣ୍ଟାଇନ୍‌ରେ ରଖିବାକୁ ପ୍ରଶାସନ ପ୍ରସ୍ତୁତ

ସାଇକେଲରେ ସୁରତରୁ ଗଞ୍ଜାମ ଆସିଲେ ୩ ପ୍ରବାସୀ ଓଡ଼ିଆ

ଗଞ୍ଜାମ: ଲକ୍‌ଡାଉନ୍‌ରେ ସୁରତରୁ ସାଇକେଲରେ ୩ଜଣ ଗଞ୍ଜାମ ଆସିଛନ୍ତି। ଗଞ୍ଜାମ ଜିଲ୍ଲା ବୁଗୁଡା ବିଷ୍ଣୁଚକ୍ର ଗାଁକୁ ୩ଜଣ ଫେରିଛନ୍ତି । ପ୍ରାୟ ୧୮ଶହ କିଲୋମିଟର ସାଇକେଲ ଯାତ୍ରା କରି ବିଷ୍ଣୁଚକ୍ର ଗାଁରେ ପହଞ୍ଚିଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ସଙ୍ଗରୋଦ୍ଧ କେନ୍ଦ୍ରରେ ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି।

ଗତକାଲି ରାତି ଗୋଟାଏରେ ଡଙ୍ଗାଟି ଗଞ୍ଜାମ ଅର୍ଜିପଲ୍ଲୀ ସମୁଦ୍ର କୂଳରେ ୩୩ ଜଣ ଶ୍ରମିକ ଆସିଥିଲେ । ଚେନ୍ନାଇରୁ ଓଡିଶା ଅଭିମୁଖେ ଡଙ୍ଗା ଆସିଥିବା ବେଳେ ଏହାକୁ ମିଶାଇ ୪ଟି ଡଙ୍ଗା ଓଡ଼ିଶାରେ ପହଞ୍ଚି ଥିବା ସୂଚନା ରହିଛି । ତେବେ ଡଙ୍ଗାରେ ପହଞ୍ଚିଥିବା ଶ୍ରମିକମାନଙ୍କୁ ନିକଟସ୍ଥ କ୍ୱାରେଣ୍ଟାଇନ୍‌ ହୋମ୍‌ରେ ରଖାଯାଇଛି ।

୧୦ ଜିଲ୍ଲାକୁ ବ୍ୟାପିଛି କରୋନା ‌: ସଂକ୍ରମିତ ଜିଲ୍ଲା ମଧ୍ୟରୁ ଏବେ ୪ ଜିଲ୍ଲାରେ ନାହାନ୍ତି କୌଣସି ରୋଗୀ

ଭୁବନେଶ୍ୱର ମଧୁସୂଦନ ନଗରରୁ କରୋନା ପଜିଟିଭ୍‌ ଚିହ୍ନଟ…ଆକ୍ରାନ୍ତ ୭୭ ବର୍ଷୀୟ ପୁରୁଷ, ୪୧ ନମ୍ବର ଆକ୍ରାନ୍ତଙ୍କ ସଂପର୍କୀୟ

ଭୁବନେଶ୍ୱର: ଆଜି ସକାଳେ ରାଜ୍ୟରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଭୁବନେଶ୍ୱର ମଧୁସୂଦନ ନଗରରୁ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ । ଆକ୍ରାନ୍ତ ଜଣକ ୭୭ ବର୍ଷୀୟ ପୁରୁଷ । ୪୧ ନମ୍ବର ଆକ୍ରାନ୍ତଙ୍କର ସେ ନିକଟ ସଂପର୍କୀୟ ବୋଲି ଜଣା ପଡିଛି । ସେ କାହା ସଂସ୍ପର୍ଶରେ ଆସିଥିଲେ ସେନେଇ ଏବେ ତଥ୍ୟ ସଂଗ୍ରହ କରାଯାଉଛି। ଏନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି । ୧୪ ଦିନ ବ୍ୟବଧାନ ପରେ ଖୋର୍ଦ୍ଧାରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୧୧୯କୁ ବୃଦ୍ଧି ପାଇଛି।  ରାଜ୍ୟରେ ୮୦ଟି ଆକ୍ଟିଭ୍‌ କେସ ଥିବା ବେଳେ ୩୮ ଜଣ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ କରୋନା ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି।

https://nandighoshatv.com/one-corona-positive-from-khordha/

ଆଜି ପୃଥିବୀ ପାଖ ଦେଇ ଗତି କରିବ ବୃହତ ଉଲକାପିଣ୍ଡ, ଜାଣନ୍ତୁ କଣ ରହିବ ପ୍ରଭାବ

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟାର ଅପେକ୍ଷା, ଯେତେବେଳେ ପୃଥିବୀକୁ ଅତିକ୍ରମ କରି ଯିବ ଏକ ଭୟଙ୍କର ବିପର୍ଯ୍ୟୟ । ଏହି ବିପଦ ପୃଥିବୀଠାରୁ ଲକ୍ଷ ଲକ୍ଷ କିଲୋମିଟର ଦୂରରୁ ଆସୁଛି । କିନ୍ତୁ ମହାକାଶରେ ଏହି ଦୂରତା ଅଧିକ ନଥିବା ମନେ କରାଯାଉ ନାହିଁ । ସାମ୍ନାକୁ ଆସୁଥିବା ଏହି ବିପର୍ଯ୍ୟୟର ଗତି ଏକ ରକେଟ୍ ଠାରୁ ତିନି ଗୁଣ ଅଧିକ ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି ।  ଯଦି ଏହି ବେଗରେ ଯଦି ଉଲକାପିଣ୍ଡ ପୃଥିବୀ କିମ୍ବା ଅନ୍ୟ କୌଣସି ଗ୍ରହ ସହିତ ଧକ୍କା ହୁଏ, ତେବେ ଏହା ବହୁ ବିପର୍ଯ୍ୟୟ ସୃଷ୍ଟି କରିବ ।

କରୋନା ସହ କରୋନା ସହିତ ସଂଘର୍ଷ କରୁଥିବା ବିଶ୍ୱ ସାମ୍ନାରେ ଏହି ନୂତନ ଅସୁବିଧା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏଥିପାଇଁ ସାରା ବିଶ୍ୱରେ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି । ଯଦି ଏହି ଆଷ୍ଟରଏଡର ଗତିବିଧିରେ ସାମାନ୍ୟ ପରିବର୍ତ୍ତନ ଆସେ, ତେବେ ବିପଦ ଭୟଙ୍କର ହେବାର ସମ୍ଭାନା ରହିଛି ।

ପ୍ରାୟ ଦେଢ଼ ମାସ ପୂର୍ବେ ଆମେରିକାର ମହାକାଶ ଏଜେନ୍ସି ନାସା ପ୍ରକାଶ କରିଥିଲା ଯେ ଏକ ବୃହତ୍ ଗ୍ରହ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡ଼ି ଆସୁଛି। କୁହାଯାଏ ଯେ, ଏହି ଗ୍ରହ ପୃଥିବୀର ସର୍ବୋଚ୍ଚ ପର୍ବତ, ଏଭରେଷ୍ଟ ପର୍ବତଠାରୁ ଅନେକ ଗୁଣ ବଡ ଅଟେ। ଯଦି ଏହା ପୃଥିବୀର କୌଣସି ଅଂଶକୁ ଏତେ ବେଗରେ ଆଘାତ କରେ, ତେବେ ଏହା ଏକ ବଡ଼ ବିପର୍ଯ୍ୟୟ ଆଣିପାରେ । କିମ୍ବା ଏହା ଅନେକ ଦେଶକୁ ନଷ୍ଟ କରିପାରେ ।

ତେବେ ନାସା କହିଛି ଯେ ପୃଥିବୀଠାରୁ ପ୍ରାୟ ୬୩ ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବାକୁ ଯାଉଥିବା ଏହି ଉଲକାପିଣ୍ଡକୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ମହାକାଶ ବିଜ୍ଞାନରେ ଏହି ଦୂରତା ଅଧିକ ବିବେଚନା କରାଯାଏ ନାହିଁ କିନ୍ତୁ ଏହା ମଧ୍ୟ କମ୍ ନୁହେଁ ।

କରୋନା ଆକ୍ରାନ୍ତରେ ଦେଶରେ ପ୍ରଥମ ସିଆରପିଏଫ ଯବାନଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ କରୋନା କାୟା । ଧନୀ, ଗରୀବ, ଛୋଟ, ବଡ଼ କେହି କରୋନା ସଂକ୍ରମଣରୁ ବର୍ତ୍ତି ପାରିନାହାନ୍ତି । ଏଯାବତ ଦେଶରେ ୨୯,୯୭୪ ଜଣ କରୋନା ପଜିଟିଭ ଥିବା ସୂଚନା ରହିଛି । ତେବେ କରୋନା ଆକ୍ରାନ୍ତରେ ଦେଶରେ ପ୍ରଥମ ସିଆରପିଏଫ ଯବାନଙ୍କ ମୃତ୍ୟୁ । ୫ ଦିନ ତଳେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ତାଙ୍କର ଦିଲ୍ଲୀର ସଫଦରଗଂଜ ମେଡିକାଲରେ ଚିକିତ୍ସା କରାଯାଉଥିଲା ।

ଆଜି ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ଡାଇବେଟିସ୍‌ ଓ ଉଚ୍ଚ ରକ୍ତ ଚାପ ଥିଲା । ସେ ମୟୂର ବିହାର ସ୍ଥିତି ୩୧ ବାଟାଲିୟନରେ କାର୍ଯ୍ୟରତ ଥିଲେ । ସିରଆରପିଏଫରେ ଏବେ ୩୦ ଜଣ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି ।

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ…୧୧୯କୁ ବୃଦ୍ଧି ହେଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୧୧୯କୁ ବୃଦ୍ଧି ପାଇଛି କରୋନା ପଜିଟିଭଙ୍କ ସଂଖ୍ୟା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏନେଇ ସୂଚନା ଆସିଛି । ସଂକ୍ରମିତ ବ୍ୟକ୍ତି ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣା ପଡିଛି । ଏବେ ଓଡିଶାରେ ମୋଟ୍ ୮୦ଟି ଆକ୍ଟିଭ୍ କେସ ରହିଛି । ୩୮ ଜଣ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

ଗତ କାଲି ରାଜ୍ୟରେ ୭ ଜଣ କରୋନା ସଂକ୍ରମିତ ହୋଇଥିବା ଖବର ଆସିଥିଲା । ସେହି ୭ ପଜିଟିଭଙ୍କ ମଧ୍ୟରୁ ୪ ଜଣ ସୁନ୍ଦରଗଡ଼ରୁ ହୋଇଥିବା ବେଳେ ୩ ଜଣ ଭଦ୍ରକ ଜିଲ୍ଲାରୁ ବୋଲି ସୂଚନା ମିଳିଛି । ଏହାସହ ଭଦ୍ରକରେ ସର୍ବମୋଟ ୧୯ଟି ପିଜିଟିଭ କେସ ରହିଥିବା ବେଳେ ସୁନ୍ଦରଗଡ଼ରେ ବର୍ତ୍ତମାନ ସୁଦ୍ଧା ପଜିଟିଭ କେସ ୧୦କୁ ବୃଦ୍ଧି ପାଇଛି ।

ଦେଶରେ ୩୦ ହଜାର ଛୁଇଁବ ଆକ୍ରାନ୍ତଙ୍କ ସଂଖ୍ୟା…. କେବଳ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ପାର୍‌

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ। ଦେଶରେ କରୋନା ଆରାଗ୍ୟ ହାର ୨୩.୩ ପ୍ରତିଶତ ରହିଛି । ୧୭ ଜିଲ୍ଲାରେ ଗତ ୨୮ ଦିନରେ କୈାଣସି ପିଜିଟିଭ୍‌ କେସ୍‌ ଆସିନି । ଯାହିକି ଏକ ଆଶ୍ୱସ୍ଥିକର ଖବର ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ର।ୟଳର ଯୁଗ୍ମ ସଚିବ ଲବ ଅଗ୍ରଓ୍ବାଲ କହିଛନ୍ତି । ଦେଶରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯,୯୭୪ ରହିଛି । ମୋଟ୍‌ ୨୨,୦୧୦ ଟି ଆକଟିଭ୍‌ କେସ୍‌ ରହିଛି ।  ୭,୦୨୭ ଜଣ ସଂକ୍ରମିତ ସୁସ୍ଥ ହୋଇ ଭଲ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୫୪୩ ଜଣ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ର।ୟଳ ପକ୍ଷରୁ କୁହାଯାଇଛି ।

ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଏକ ହୋଇ କରୋନାର ମୁକାବିଲା କରୁଛନ୍ତି, ସେଥି ପାଇଁ ଦେଶରେ ଧିରେ ଧିରେ କରୋନା ସ୍ଥିତି ସୁଧୁରୁଛି । ଯେଉଁ ରାଜ୍ୟରେ ସ୍ଥିତି ଅଣାୟତ୍ତ ରହିଛି, ସେଠି ଲକଡାଉନ କଡାକଡି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ମହାରାଷ୍ଟ୍ରରେ ଏବେ ମଧ୍ୟ ସ୍ଥିତି ସଂଗୀନ ରହିଛି । ଡ୍ରୋନ୍‌ ମାଧ୍ୟମରେ ସମସ୍ତ ରାଜ୍ୟର ସ୍ଥିତି ଉପରେ ନଜର ରଖାଯାଇଛି । ଗୁଜରାଟର ଉଦାହରଣ ଦେଇ କେନ୍ଦ୍ର ଗହ ମନ୍ତ୍ର।ଳୟ କହିଛି, ସ୍ଥାନୀୟ ପ୍ରଶାସନ ଠିକ ଭାବେ କରୋନା ମୁକାବିଲା କରୁଛି । ପ୍ରବାସୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ସ୍ଥାନୀୟ ସରକାର ।

କର୍ମକ୍ଷେତ୍ର ଏବଂ ନିଜର ଦକ୍ଷତାକୁ ନେଇ ମାନସମ୍ମାନ ବଢିବ… ନିଜ ଲକ୍ଷ୍ୟରେ ସଫଳତା ପାଇବେ

୨୯ ଏପ୍ରିଲ୍‌, ୨୦୨୦ ମସିହା, ମେଷ ୧୭ ଦିନ

୧୯୪୨ ଶକାଦ୍ଦଃ,୧୪୨୭ ସାଲ୍‌,୨୦୭୭ ସମ୍ବତ୍‌

ବୈଶାଖ ମାସ,ଶୁକ୍ଳପକ୍ଷ,ଷଷ୍ଠୀ ତିଥି,ବୁଧବାର

ପୁର୍ନବସୁ ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର ଅବସ୍ଥାନ କରିଛନ୍ତି

ଆଜି ଯୋଗିନୀ ପଶ୍ଚିମ ଦିଗରେ ରହୁଥିବାରୁ ପଶ୍ଚିମ ଦିଗକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର- କନ୍ୟା ରାଶି ପୁରୁଷ ଓ କୁମ୍ଭରାଶି ମହିଳାଙ୍କ ପାଇଁ

ଘାତବାର- କର୍କଟ ରାଶି ମାନଙ୍କର

ଶୁଭ ସମୟ- ଦିନ ୮ଟା ଠାରୁ ଦିନ ୧୨ଟା ପର୍ଯ୍ୟନ୍ତ

ଅଶୁଭ ସମୟ- ଦିନ୧୨ଟା ଠାରୁ ଦିନ ୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ

ମେଷ ରାଶି

ଅଶ୍ୱନୀ ନକ୍ଷତ୍ର- ଆକସ୍ମିକ ଖର୍ଚ୍ଚ ବୃଦ୍ଧି ଚିନ୍ତାରେ ପକାଇବେ

ଦ୍ୱିଜା ନକ୍ଷତ୍ର- କାର୍ଯ୍ୟରେ ସଫଳତା, ପାରିବାରିକ ସହଯୋଗ ପାଇବେ

କୃତ୍ତିକାନକ୍ଷତ୍ର- ବିଳମ୍ବରେ କାର୍ଯ୍ୟ ସିଦ୍ଧି ହେବ

ଗାୟତ୍ରୀ ମନ୍ତ୍ର ୧୧ ଥର ପାଠ କରନ୍ତୁ

ବୃଷ ରାଶି

କୃତ୍ତିକା ନକ୍ଷତ୍ର- ଧୈର୍ଯ୍ୟ ରଖି କାର୍ଯ୍ୟ କରିଚାଲନ୍ତୁ

ରୋହିଣୀ ନକ୍ଷତ୍ର- ମନରେ ଉତ୍ସାହ ଯୋଗୁ ଦିନଟି ଭଲରେ କଟିବ

ମୃଗଶିରା- ଶରୀର ପ୍ରତି ବିପଦ ରହିଛି, ଘରେ ହିଁ ରୁହନ୍ତୁ

ପଶୁପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର- ଦେହ ଅସୁସ୍ଥ ଯୋଗୁ ମନରେ ଚିନ୍ତା ବଢିବ

ଆର୍ଦ୍ରା ନକ୍ଷତ୍ର- ମାନସିକ ଶାନ୍ତି ମିଳିବା ସହ ଅର୍ଥଲାଭର ଯୋଗ ରହିଛି

ପୁନର୍ବସୁ ନକ୍ଷତ୍ର- ପରିବାରର ପୂର୍ଣ୍ଣ ସହଯୋଗ ପାଇବେ

ବୁଲା କୁକୁରକୁ କିଛି ଖାଦ୍ୟ ଦିଅନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର- ପରିବାର ଏବଂ ନିଜ କାର୍ଯ୍ୟକୁ ନେଇ ଚିନ୍ତା ବଢିବ

ପୁଷ୍ୟ। ନକ୍ଷତ୍ର- ପରୋପକାର କାର୍ଯ୍ୟ କରି ପ୍ରଶଂସିତ ହେବେ

ଅଶ୍ଲେଷା ନକ୍ଷତ୍ର- ପୂଜାପାଠ,ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ

ହନୁମାନ ଚାଳିଶା ୫ ଥରପାଠ କରନ୍ତୁ

ସିଂହ ରାଶି

ମଘାନକ୍ଷତ୍ର- ଅର୍ଥ ସଂକଟ ଲାଗି ରହିବ

ପୂର୍ବା ଫାଲଗୁନୀ ନକ୍ଷତ୍ର- ନିଜର କାର୍ଯ୍ୟ ପାଇଁ ମାନସମ୍ମାନ ବଢିବ

ଉତ୍ତରା ଫାଲଗୁନୀ ନକ୍ଷତ୍ର- କିଛି ଶୁଭ ଖବର ପାଇପାରନ୍ତି

ଗୋମାତାଙ୍କୁ ରୁଟି ଖାଇବାକୁ ଦିଅନ୍ତୁ

କନ୍ୟା ରାଶି

ଉତ୍ତରା ଫାଲଗୁନୀ ନକ୍ଷତ୍ର- ପୂର୍ବରୁ ରହିଥିବା ସ୍ଥିତିରେ ପରିବର୍ତ୍ତନ ଯୋଗୁ ଖୁସିରେ ରହିବେ

ହସ୍ତା ନକ୍ଷତ୍ର- ଭଲ କାମ ପାଇଁ ଅନ୍ୟଠାରୁ ପ୍ରଶଂସା ପାଇବେ

ଚିତ୍ରା ନକ୍ଷତ୍ର- ଆଜି ଦିନରେ ଘରେ ରହି କାର୍ଯ୍ୟ କରନ୍ତୁ

ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ପାଠ କରନ୍ତୁ

ତୁଳା ରାଶି

ଚିତ୍ରା ନକ୍ଷତ୍ର- ସ୍ୱାସ୍ଥ୍ୟପୀଡା ରହିଛି, ଦିନଟି ଭଲରେ କଟିବ ନାହିଁ

ସ୍ବାତୀ ନକ୍ଷତ୍ର- କୈାଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ

ବିଶାଖା ନକ୍ଷତ୍ର- ନିଜର ମନୋକାମନା ପୂରଣ ହେବ, ସମୟ ସପକ୍ଷରେ ରହିବ

ଅସହାୟ ଗରିବ ବ୍ୟକ୍ତିକୁ ସାହାଯ୍ୟ କରନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର- କର୍ମକ୍ଷେତ୍ରରେ ଅଶୁଭ ସୂଚନା ପାଇବେ

ଅନୁରାଧା ନକ୍ଷତ୍ର- କର୍ମକ୍ଷେତ୍ର ଏବଂ ନିଜର ଦକ୍ଷତାକୁ ନେଇ ମାନସମ୍ମାନ ବଢିବ

ଜ୍ୟେଷ୍ଠା ନକ୍ଷତ୍ର- ନିଜର ଯୋଜନାରେ ସଫଳ ଯୋଗୁ ଉତ୍ସାହ ବଢିବ

ଓଁ କ୍ଳୀଂ କୃଷ୍ଣାୟ ନମଃ ମନ୍ତ୍ରକୁ ୧୦୮ ଥର ପାଠ କରନ୍ତୁ

ଧନୁ ରାଶି

ମୂଳାନକ୍ଷତ୍ର- କାର୍ଯ୍ୟରେ ବାଧା ଏବଂ ସ୍ଥିରତା ମଧ୍ୟରେ ସମୃୟ କଟିବ

ପୂର୍ବାଷାଢା ନକ୍ଷତ୍ର- ଆଶା ରଖୁଥିବା ଦିଗରୁ ଆକସ୍ମିକ ଅର୍ଥ ମିଳିବ

ଉତ୍ତରଷାଢା- ପରିବାରରେ ସମୟ ଦିଅନ୍ତୁ ଦିନଟି ଭଲରେ କଟିବ

ଓଁ ଅଚ୍ୟୁତାୟ ନମଃ ମନ୍ତ୍ରକୁ ୧୦୮ ଥର ପାଠ କରନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର- ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ, ତେଣୁ ନିଜ କଥାକୁ ନିୟନ୍ତ୍ରଣରେ ରଖନ୍ତୁ

ଶ୍ରବଣା ନକ୍ଷତ୍ର- ନିଜ ଲକ୍ଷ୍ୟରେ ସଫଳତା ପାଇବେ

ଧନିଷ୍ଠା ନକ୍ଷତ୍ର- ପୂର୍ବରୁ ଥିବା ସମସ୍ୟାର କିଛି ମାତ୍ରାରେ ସମାଧାନ ହେବ

ବୁଲା କୁକୁରକୁ ଖାଇବାକୁ ଦିଅନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର- ଈଶ୍ୱର ବିଶ୍ୱାସୀ ହେବେ, ଗହ କାର୍ଯ୍ୟରେ ଶାନ୍ତି ମିଳିବ

ଶତଭିଷା ନକ୍ଷତ୍ର- କିଛି ସମସ୍ୟା ରହିବ, ବିଚଳିତ ନ ହୋଇ ଧୈର୍ଯ୍ୟ ରଖି କାମ କରନ୍ତୁ

ପୂର୍ବାଭାଦ୍ରପଦ ନକ୍ଷତ୍ର- କର୍ମକ୍ଷେତ୍ରକୁ ନେଇ ମାନସିକ ଅଶାନ୍ତି ବଢିବ

ଓଁ ନମଃ ଶିବାୟ ମନ୍ତ୍ରକୁ ୧୦୮ ଥର ପାଠ କରନ୍ତୁ

ମୀନ ରାଶି

ପୂର୍ବାଭାଦ୍ରପଦ ନକ୍ଷତ୍ର- କିଛି ଛୋଟ ବିପଦ ରହିଛି, ଘରୁ ବାହାରନ୍ତୁ ନାହିଁ

ଉତ୍ତରାଭାଦ୍ରପଦ ନକ୍ଷତ୍ର- ଦିନଟି ଆପଣଙ୍କ ସପକ୍ଷରେ ରହୁଥିବାରୁ  ଦେହ,ମନ ଭଲ ରହିବ

ରେବତୀ ନକ୍ଷତ୍ର- ପରୋପକାର କାମରେ ସମୟ କଟିବ

ଅସହାୟ ଗରିବ ବ୍ୟକ୍ତିକୁ ସାହାଯ୍ୟ କରନ୍ତୁ

 

ଜ୍ୟୋତିର୍ବିଦ୍‌ ଡ.ଶ୍ୟାମସୁନ୍ଦର ବାଗ୍

ଯୋଗାଯୋଗ- 9938571935

 

 

 

ବାଲେଶ୍ୱରର ସୁପର୍ ସ୍ପ୍ରେଡର ପାଲଟିଛନ୍ତି ୬୧ ନମ୍ବର ରୋଗୀ,କେତେ ଜଣ ତାଙ୍କ ପାଇଁ ହୋଇଛନ୍ତି ସଂକ୍ରମିତ ?

ବାଲେଶ୍ୱର: ବାଲେଶ୍ୱରରେ ୧୬କୁ ବୃଦ୍ଧି ପାଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଏହା ଭିତରେ ଏମିତି ଗୋଟିଏ ଖବର ଆସିିଛି ଯାହା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି ।  ଜିଲ୍ଲାରେ ସୁପର ସ୍ପ୍ରେଡର ପାଲଟିଛନ୍ତି ଜଣେ ପେସେଣ୍ଟ  । ଏହି ଆକ୍ରାନ୍ତ ଜଣେ ଦି’ଜଣ ନୁହନ୍ତି ୧୧ ଜଣଙ୍କୁ ସଂକ୍ରମିତ କରିଛନ୍ତି ।  ଜିଲ୍ଲାରେ ସୁପର ସ୍ପ୍ରେଡର ପାଲଟିଥିବା ଏହି  ଆକ୍ରାନ୍ତ ହେଉଛନ୍ତି ସଂକ୍ରମିତ ସଂଖ୍ୟା-୬୧ । ଆକ୍ରାନ୍ତ ଜଣଙ୍କ ସଂସ୍ପର୍ଶରେ ଆସି କରୋନାରେ ଆକ୍ରାନ୍ତ ହୋଇଛନ୍ତି ପେସେଣ୍ଟ ନଂ-୧୦୪, ୧୦୫, ୧୦୬  ଏବଂ ୧୦୭ । ପୂର୍ବରୁ ତାଙ୍କ ସଂସ୍ପର୍ଶରେ ଆସିଥିଲେ  ୭୫,୭୬,୭୭,୭୮, ୭୯, ୮୮ ଓ ୮୯  ନମ୍ବର ଆକ୍ରାନ୍ତ । ତଥ୍ୟକୁ ମିଶାଇଲେ ମୋଟ ୧୧ ଜଣଙ୍କ ସଂପର୍କରେ ଆସିଛନ୍ତି ଆକ୍ରାନ୍ତ ଜଣଙ୍କ ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଟ୍ରାଭେଲ ହିଷ୍ଟ୍ରିରେ ଆସିଛି ଏଭଳି ତଥ୍ୟ । ନେଳିଆବାଗର ୧୦୪, ୧୦୫, ୧୦୬,୧୦୭ ନମ୍ବର ଆକ୍ରାନ୍ତ ଜଣଙ୍କ ୬୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ୨୨ ମାର୍ଚ୍ଚରୁ ୧୮ ଏପ୍ରିଲ ଯାଏ କ୍ୱାରେଣ୍ଟାଇନରେ ଥିଲେ । ପରେ ୧୯ ଏପ୍ରିଲରୁ ୨୬ ଏପ୍ରିଲ ଯାଏଁ କଣ୍ଟେନମେଣ୍ଟ ଜୋନ ସମୟରେ ଘରେ ରହିଥିଲେ ।  ୨୬ ଏପ୍ରିଲରେ ତାଙ୍କ ରିପୋର୍ଟର ପଜିଟିଭ ଆସିଥିଲା ।  ଅନ୍ୟପଟେ ପେସେଣ୍ଟ ନମ୍ବର-୭୯ଙ୍କ ସଂପର୍କରେ ଆସିଛନ୍ତି ପେସେଣ୍ଟ ନମ୍ବର-୧୦୮ । ସେ ମଧ୍ୟ ହୋମ କ୍ୱାରେଣ୍ଟାଇନ ଓ କଣ୍ଟେନମେଣ୍ଟ ଜୋନ ବେଳେ ଘରେ ରହିଥିଲେ । ପରେ ୨୬ ଏପ୍ରିଲରେ ତାଙ୍କ ରିପୋର୍ଟ ପଜିଟିଭି ଆସିଥିଲା । ସମସ୍ତଙ୍କୁ ୨୭ ଏପ୍ରିଲରେ କଟକ ଅଶ୍ୱିନୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

କରୋନା ବିରୋଧୀ ଯୁଦ୍ଧ: ଓଡ଼ିଶାରେ ହସ୍ପିଟାଲରେ ରୋବର୍ଟ ଯୋଗାଇବ ଆବଶ୍ୟକୀୟ ସାମଗ୍ରୀ !

କଟକ: କରୋନାକୁ ନେଇ ସମସ୍ତେ ଚିନ୍ତାରେ  । କେମିତି ଏହି ରୋଗକୁ ମାତ୍ ଦିଆଯିବ ସେନେଇ ଚାଲିଛି ପ୍ରୟାସ । ଏବଂ ଏଥିପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଲକଡାଉନର ସାହାରା ମଧ୍ୟ ନେଇଛନ୍ତି ।

 ଭାରତ କରୋନାକୁ  ଯଦିଓ କିଛି ମାତ୍ରାରେ ନିୟନ୍ତ୍ରଣ କରିପାରିଛି  । ତଥାପି ଏହାକୁ ନେଇ ସମସ୍ତଙ୍କ ମନରେ ଭୟ ଦେଖାଦେଇଛି । ତେବେ ଏହି ପରିସ୍ଥିତିରେ ସାମାଜିକ ଦୂରତାକୁ ବିଶେଷ ଧ୍ୟାନ ଦିଆଯାଉଛି ।

ଏହାକୁ ନଜରରେ ରଖି କଟକରେ ତିଆରି ହୋଇଛି ରୋବର୍ଟ । ରୋବର୍ଟ ହସ୍ପିଟାଲରେ ଥିବା ରୋଗୀଙ୍କ ପାଖକୁ ଯାଇ ସେମାନଙ୍କୁ ଦରକାରୀ ଜିନିଷ ଯୋଗାଇବାକୁ ସହାୟକ ହେବ । ତେବେ କଟକର ଖପୁରିଆ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ତିଆରି କରାଯାଇଛି ୨ଟି ରୋବର୍ଟ ।

ଏହି ୨ଟି ରୋବର୍ଟ କୋଭିଡ ହସ୍ପିଟାଲରେ ରୋଗୀ ଚିକିତ୍ସାରେ ସହଯୋଗ କରିବେ । ପ୍ରତିଷ୍ଠାନର ୫ଜଣ ଶିକ୍ଷକ ଓ ସାକ୍ ବୟୋଟିକ ଲାଵର ଇଂଜିନିୟର ୧୫ଦିନରେ ଏହି ରୋବର୍ଟ ତିଆରି କରି ଦେଖାଇଛନ୍ତି । ଆହୁରି ୨ଟି ରୋବର୍ଟ ତିଆରି କରିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଚିମ୍ ।