spot_img
Home Blog Page 7009

ଧରା ପଡିବା ପରେ ବି ସେଇ ପୁରୁଣା ଦମ୍ଭ, ପୋଲିସକୁ ଦେଲା ଧମକ

ଉଜ୍ଜୈନ: କାନପୁର ସୁଟଆଉଟ୍ ମୁଖ୍ୟ  ଅଭିଯୁକ୍ତ ମଧ୍ୟପ୍ରଦେଶର ଉଜ୍ଜୈନସ୍ଥିତ ମହାକାଳେଶ୍ୱର ମନ୍ଦିରରୁ ବନ୍ଧା ହୋଇଛି । ତଥାପି ତା’ର ପୁରୁଣା ଦମ୍ଭ ଯାଇନି । ପୋଲିସ ହେପାଜତରେ ଥାଇ ସେ ପୋଲିସକୁ ଦେଇଛି । ଧମକ । ଗୁରୁବାର ଦିନ ବିକାଶ ଧରା ପଡିବା ପରେ ତାକୁ ପୋଲିସ ଭ୍ୟାନକୁ ନେଇ ଯାଉଥିବା ପୋଲିସ କର୍ମଚାରୀଙ୍କୁ ସେ ଧମକ ଦେଇଥିଲା । ଚିଲେଇକରି କହିଥିଲା ‘ମୁଁ ବିକାଶ ଦୁବେ,କାନପୁରବାଲା’ ।

ପୋଲିସକୁ ଏମିତି ଦେଲା ଧମକ

ବିକାଶ କାଳେ ଫେରାର ହୋଇଯିବ ସେଇ ଡରରେ ଦୁଇ ତିନିଜଣ ପୋଲିସ ଅଧିକାରୀ ତାକୁ ଧରିଥିଲେ । କିନ୍ତୁ ବିକାଶର ଚେହେରାରେ ଡରର ଚିହ୍ନ ନଥିଲା । ସେ ଗଡଜିତିଲା ଭଳି ଚାଲୁଥିଲା । ପୋଲିସ ଭ୍ୟାନ୍ ପାଖରେ ପହଂଚିବା ପରେ ତାକୁ ଗାଡିରେ ବସାଇବାକୁ ଚେଷ୍ଟା କରୁଥିବା ପୋଲିସ ଅଧିକାରୀଙ୍କୁ ସେ ଧମକ ଦେଇ କହିଥିଲା ଯେ, ମୁଁ କାନପୁର ବାଲା ବିକାଶ ଦୁବେ । କିନ୍ତୁ ପୋଲିସ ତା’ଧମକରେ ଡରିନଥିଲା । ତା’ ପଛରେ ଥିବା ଜଣେ ପୋଲିସ ଅଧିକାରୀ ବିକାଶକୁ ପଛପଟୁ ଭଲକରି ଚାପୁଡାଟାଏ ମାରିଥିଲେ । ଚାପୁଡା ଖାଇବା ପରେ ବିକାଶ ଦୁବେ ଚୁପ୍ ହୋଇଥିଲା ।

bikash dubey

ମୁହଁରେ ନଥିଲା ଡର

ପୋଲିସ ଅଧିକାରୀଙ୍କଠାରୁ ଚାପୁଡା ଖାଇ ବିକାଶ ଚୁପ୍ ହୋଇଥିଲା ସତ କିନ୍ତୁ ତା’ ସାମ୍ନାରେ ଛିଡା ହୋଇଥିବା ଜଣେ ଅଧିକାରୀଙ୍କୁ ସେ ଆଖି ଲାଲ କରି ଅନେଇ ଥିଲା । ବିକାଶକୁ ଦେଖି ଲାଗୁନଥିଲା ଯେ,ତା’ ମନରେ ଆଇନକୁ ନେଇ କୌଣସି ଡର ଅଛି ।

bikash arrest

ଏମିତି ଧରାପଡିଲା ବିକାଶ

କାନପୁରରେ ୮ ପୋଲିସ ଅଧିକାରୀଙ୍କ ଲାସ ବିଛେଇଥିବା ବିକାଶ ଗୁରୁବାର ଦିନ ଉଜ୍ଜୈନର ମହାକାଳ ମନ୍ଦିରରୁ ଧରାପଡିଥିଲା । ସକାଳେ ବିକାଶ ମହାକାଳ ମନ୍ଦିରରେ ପହଂଚିବା ପରେ ମୁଁ କାନପୁର ବାଲା ବିକାଶ ଦୁବେ ବୋଲି ଚିଲ୍ଲାଇ ଥିଲା । ଏହାପରେ ପୋଲିସ ପହଂଚି ତାକୁ ଗିରଫ କରିଥିଲା । ନିକଟରେ ଦିଲ୍ଲୀରୁ ବିକାଶ ଅଳ୍ପକେ ଖସି ଯାଇଥିଲା ।

ବିକାଶ ଗୋଟିଏ ଅଟୋରେ ବସି ଯାଉଥିବା ଭିଡିଓ ସାମ୍ନାକୁ ଆସିଥିଲା । ବିକାଶର ପ୍ଲାନ୍ ଉତ୍ତର ପ୍ରଦେଶ ପୋଲିସ ହାତରେ ନପଡି ଆତ୍ମସମର୍ପଣର ଥିଲା । ଏନକାଉଣ୍ଟର ଭୟରେ ସେ ମଧ୍ୟପ୍ରଦେଶ ଆସି ଜାଣିଶୁଣି ପୋଲିସକୁ ଧରା ଦେଇଛି । ତେବେ ଏବେ ସବୁଠୁ ବଡ ପ୍ରଶ୍ନ ହେଉଛି ଉତ୍ତର ପ୍ରଦେଶରୁ ମଧ୍ୟପ୍ରଦେଶ ଆସିବାରେ ତାକୁ କିଏ ସାହାଯ୍ୟ କରିଥିଲା ।

ବିକାଶକୁ ମହାକାଳ ମନ୍ଦିରରୁ ଗିରଫ କଲା ପୋଲିସ୍

ମାଆଙ୍କ କବିତା ତାଙ୍କୁ ଆଗକୁ ଯିବାକୁ ପ୍ରୋତ୍ସାହନ ଦେଇଥିଲା, ଜାଣନ୍ତୁ କଣ ଥିଲା ସେହି କବିତା ଯାହା ପାଇଁ ସେ…

ମୁମ୍ବାଇ: ବରିଷ୍ଠ ଅଭିନେତା ଜଗଦୀପ ଆଉ ଆମ ଗହଣରେ ନାହାଁନ୍ତି । ଜଗଦୀପଙ୍କ ବୁଧବାର ରାତିରେ ନିଜ ବାସଭବନରେ ନିଧନ ହୋଇଛି । ସେ ୮୧ବର୍ଷ ବୟସରେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଜଗଦୀପ ତାଙ୍କ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ କିନ୍ତୁ କେବେ ହାର ମାନିନଥିଲେ, ସେ ତାଙ୍କ ଜୀବନ ଚଲାପଥରେ ଆଗକୁ ବଢିବାରେ ଲାଗିଲେ । ଏକ ସାକ୍ଷାତକାରରେ, ସେ ତାଙ୍କ ମାଆଙ୍କ ଦ୍ୱାରା କୁହାଯାଇଥିବା କବିତା ବିଷୟରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ସେହି କବିତା ତାଙ୍କୁ କେବେ ହରାଇବାକୁ ଦେଇ ନାହିଁ ।

ମାଆଙ୍କ କବିତା ସାହାରାରେ ଜୀବନରେ କେବେ ହାରି ନଥିଲେ ସେ 

ଜଗଦୀପ କହିଥିଲେ – ମୁଁ ଜୀବନରୁ ବହୁତ କିଛି ଶିଖିଛି। ମୋ ମା ମୋତେ ବୁଝାଇ ଥିଲେ। ଥରେ ବମ୍ବେରେ ବହୁତ ଭୟଙ୍କର ଝଡ଼ ହୋଇଥିଲା । ସବୁକିଛି ଭାଙ୍ଗି ଚୁରମାର ହୋଇଯାଇଥିଲା । ଆମକୁ ଅନ୍ଧେରିରୁ ଯିବାର ଥିଲା । ଆମେ ସେହି ଝଡ଼ରେ ଚାଲି ଚାଲି ଯାଉଥିଲୁ । ଏକ ଟିଣ ପାତ୍ର ଖସି ମା’ଙ୍କ ଗୋଡରେ ବାଜିଥିଲା ଏବଂ ମାଆ ଆହତ ହୋଇଥିଲେ ।

‘ସେଠାରେ ମାଆଙ୍କ ଗୋଡରୁ ବହୁତ ଜୋରରେ ରକ୍ତ ବାହାରିଥିଲା । ଏହା ଦେଖି ମୁଁ କାନ୍ଦିବାକୁ ଲାଗିଲି । ତେଣୁ ମୋ ମା ସଙ୍ଗେ ସଙ୍ଗେ ତାଙ୍କର ଶାଢି ଚିରି ବାନ୍ଧି ଦେଇଥିଲେ । ସେପର୍ଯ୍ୟନ୍ତ ଝଡ଼ ତାର ଭୟଙ୍କର ରୂପ ଦେଖାଇ ଚାଲିଥିଲା । ସେତେବେଳେ ମୁଁ ମାଆଙ୍କୁ କହିଲି ଏଠାରେ ରହିଯିବା ଏଭଳି ପରିସ୍ଥିତିରେ ଆମେ ଆଗକୁ ଯିବା ନାହିଁ । ତେଣୁ ସେ ଏକ କବିତା ପଢିଥିଲେ । ସେ କହିଥିଲେ- ‘ ସେ ଲକ୍ଷସ୍ଥଳ କ’ଣ ଯାହା ସହଜରେ ମିଳିଯାଏ ଆଉ ସେ ରାସ୍ତା କ’ଣ ଯେଉଁଠି ଥକି ଯାଇ ବସି ପଡ଼ିବା ?’ ପୂରା ଜୀବନ ମୁଁ ଏହା ଭାବି ଆଗେଇ ଚାଲିଲି ଯେ, ନିଜର ପ୍ରତ୍ୟେକ ପଦକ୍ଷେପକୁ ଏକ ଗନ୍ତବ୍ୟସ୍ଥଳ ଭାବରେ ବିବେଚନା କରାଯିବା ଉଚିତ୍ । ଆଉ ଜଦି ତୁମେ ଏଭଳି ପରିସ୍ଥିତିରେ ଡେଇଁବା ପଡ଼ିବ ତେବେ ତୁମେ ପଡ଼ିବ ନିଶ୍ଚୟ । ଆପଣଙ୍କୁ କହିରଖୁଛୁ ଯେ, ଜଗଦୀପ ସବୁ ବେଳେ ଜଣେ ବରିଷ୍ଠ ହାସ୍ୟ ଅଭିନେତା ଭାବେ ବେସ୍ ପରିଚିତ । ସମୟ ଥିଲା ଯେତେବେଳେ ସେ ଲୋକପ୍ରିୟତାର ଶିଖରରେ ପହଞ୍ଚି ଥିଲେ ।

ରାଜ୍ୟରେ କରୋନାରେ ଆଉ ୪ ମୃତ, ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି

ଭୁବନେଶ୍ୱର: କରୋନାରେ ଆଜି ଆଉ ୪ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁସଂଖ୍ୟା ୫୨କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୪ମୃତକଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଓ ଜଣେ ଭଦ୍ରକର ବୋଲି ସୂଚନା ମିଳିଛି । ଏହାକୁ ମିଶାଇ ଗଞ୍ଜାମରେ ମୃତ୍ୟୁସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୦ ପିଜିଟଭ୍ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି ।

ଗଞ୍ଜାମର ୬୫ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି । ମହିଳା ଜଣଙ୍କ କୋଭିଡ୍ ଆକ୍ରାନ୍ତ ହେବା ସହ ମଧୁମେହ ଓ ଉଚ୍ଚରକ୍ତଚାପରେ ପିଡୀତ ଥିଲେ । ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ଏହା ସହ ମୃତକଙ୍କ ମଧ୍ୟରୁ ଆଉ ଜଣେ ୫୮ ବର୍ଷୀୟ  ମହିଳା ଯକ୍ଷ୍ମା ମେନେନଜାଇଟିସ୍ ରୋଗରେ ପୀଡିତ ଥିଲେ । କରୋନା ପାଇଁ ଚିକିତ୍ସିତ ହେଉଥିବା ବେଳେ ମହିଳା ଜଣକ ମେଡିକାଲରେ ମୃତ୍ୟୁ ବରଣ କରିଛନ୍ତି ।

ରାଜ୍ୟରୁ ଆଉ ୫୭୭ କରୋନା ପଜିଟିଭ ଚିହ୍ନଟ… କ୍ୱାରେଣ୍ଟାଇନ କେନ୍ଦ୍ରରୁ ୪୧୬, ଲୋକାଲ୍ କେସ ୧୬୧

ଗଞ୍ଜାମର ଆଉ ଜଣେ ମୃତକଙ୍କର ୬୩ ବୟସ ଥିଲା । ୬୩ ବର୍ଷୀୟ ବ୍ୟକ୍ତି ମଧୁମେହରେ ମଧ୍ୟ ପୀଡିତ ଥିଲେ ଓ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଅପରପକ୍ଷରେ ଭଦ୍ରକର ଜଣେ ୫୮ ବର୍ଷୀୟ ବ୍ୟକ୍ତି କରୋନା ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି । ସେ ମଧୁମେହ ସହ କିଡନୀ ରୋଗରେ ମଧ୍ୟ ପୀଡିତ ଥିଲେ । ଆଜି ରାଜ୍ୟର ୨୨ଜିଲ୍ଲାରୁ ଆଉ ୫୭୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪୧୬ ଓ ଲୋକାଲ୍ କେସ୍ ୧୬୧ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ୨୦୧କୁ ବୃଦ୍ଧି ପାଇଛି ।

ପିପୁଲ ଫର ସେବା ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କଲା ଜିଆରପି

ଭୁବନେଶ୍ୱର: ଫିଟୁନି ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ । ଦିନ ଗଡ଼ିବା ସହ ଆଦିତ୍ୟଙ୍କ ମୃତ୍ୟୁ ନୂଆ ନୂଆ ରହସ୍ୟ ସାମ୍ନାକୁ ଆସୁଛି । ଅଚାନକ  ସମାଜସେବୀ ତଥା ମୋଟିଭେଟରଙ୍କ ମୃତ୍ୟୁ ପରେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ଚର୍ଚ୍ଚା ଲାଗି ରହିଛି । ଆଦିତ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ  ଆସିଥିବା ବେଳେ ଏନେଇ ହତ୍ୟା ମାମଲା ରୁଜୁ କରିଛି ଜିଆରପି ।   ଆଦିତ୍ୟ କାର୍ଯ୍ୟ କରୁଥିବା ପିପୁଲ ଫର ସେବାର କର୍ମକର୍ତ୍ତାଙ୍କ ଏତଲା ଆଧାରରେ ଜିଆରପି ଏହି ମାମଲା ରୁଜ୍ଜ କରିଛି ।

https://www.youtube.com/watch?v=AgdNRHKvxKg

ଗତକାଲି ଆଦିତ୍ୟଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ତାଙ୍କ ହାତ ଲେଖା ଡାଏରୀରେ ସ୍ପଷ୍ଟ ହୋଇଥିଲା । ଯଦିଓ ସେ ଲେଖିଥିଲେ ଯେ ତାଙ୍କ ମୃତ୍ୟୁ ପାଇଁ କେହି ବି ଦାୟୀ ନୁହଁନ୍ତି ବୋଲି । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ ତାଙ୍କ ପ୍ରଂଶସକ । ଆଜି ତାଙ୍କ ପୋଷ୍ଟମୋର୍ଟମ ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ, ଅଦିତ୍ୟଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିବାରୁ ତାଙ୍କ ମୃତ୍ୟୁ ହୋଇଛି ।

ଟ୍ରେନ୍ ଲାଇନରେ ଜୀବନ ହାରିଲେ ଆଦିତ୍ୟ, ମୃତ୍ୟୁର କାରଣ ଖୋଜୁଛି ପୋଲିସ

ଗତ ମଙ୍ଗଳବାର ଦିନ ସକାଳେ ରକ୍ତାକ୍ତ ଅବସ୍ଥାରେ ଆଦିତ୍ୟଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ୍ କଡ଼ରୁ ମିଳିଥିଲା । ଫଳରେ ସୋମବାର ରାତିରେ ଆଦିତ୍ୟ ଦାଶଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ଏହାପରେ ତାଙ୍କ ମୃତ୍ୟୁ ନେଇ ନୂଆ ନୂଆ ସସପେନ୍ସ ଉପରୁ ପରଦା ଉଠିଥିଲା । ଯଦିଓ ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ବିଶ୍ଳେଷଣ କରାଯାଇଥିଲା । ଗତକାଲି ତାଙ୍କ ସୁଇସାଇଡ୍ ନୋଟ୍ ଲୋକ ଲୋଚନକୁ ଆସିଥିବା ବେଳେ ଏବେ ତାଙ୍କ ପୋଷ୍ଟମୋର୍ଟମ ରିପୋର୍ଟ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

(ଭୁବନେଶ୍ୱରରୁ ଅରୁଣ ସାହୁଙ୍କ ରିପୋର୍ଟ)

https://youtu.be/mAExwqox9M0

ରାଜ୍ୟରେ କରୋନାରେ ଆଉ ୪ ମୃତ, ମୃତ୍ୟୁସଂଖ୍ୟ ୫୨କୁ ବୃଦ୍ଧି… ୫୭୭ ପଜିଟିଭ … କ୍ୱାରେଣ୍ଟାଇନରୁ ୪୧୬, ଲୋକାଲ୍ ୧୬୧… ଗଞ୍ଜାମରୁ ସର୍ବାଧିକ ୨୬୦… ୧୧ହଜାର ଟପିଲା ସଂକ୍ରମିତ ସଂଖ୍ୟା

ରାଜ୍ୟରେ କରୋନାରେ ଆଉ ୪ ମୃତ, ମୃତ୍ୟୁସଂଖ୍ୟ ୫୨କୁ ବୃଦ୍ଧି… ୫୭୭ ପଜିଟିଭ … କ୍ବାରେଣ୍ଟାଇନରୁ ୪୧୬, ଲୋକାଲ୍ ୧୬୧… ଗଞ୍ଜାମରୁ ସର୍ବାଧିକ ୨୬୦… ୧୧ହଜାର ଟପିଲା ସଂକ୍ରମିତ ସଂଖ୍ୟା …

ରାଜ୍ୟରୁ ଆଉ ୫୭୭ କରୋନା ପଜିଟିଭ ଚିହ୍ନଟ… କ୍ୱାରେଣ୍ଟାଇନ କେନ୍ଦ୍ରରୁ ୪୧୬, ଲୋକାଲ୍ କେସ ୧୬୧

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଛି । ୨୨ଜିଲ୍ଲାରୁ ଆଉ ୫୭୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୪୧୬ ଓ ଲୋକାଲ୍ କେସ୍ ୧୬୧ ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ୨୦୧କୁ ବୃଦ୍ଧି ପାଇଛି ।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୦ ପିଜିଟଭ୍ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୮୩, ଖୋର୍ଦ୍ଧାରୁ ୫୬, କେନ୍ଦୁଝରରୁ ୪୮ ଓ ବାଲେଶ୍ୱରରୁ ୩୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତିରୁ ୧୭, ମୟୂରଭଞ୍ଜ ଓ କଟକରୁ ୧୪ଜଣ ଲେଖାଏଁ ପଜଟିଭ୍, ଯାଜପୁରରୁ ୯ ଜଣ, ଅନୁଗୁଳ ଓ ଜଗତସିଂହପୁରରୁ ୭ ଜଣ ଲେଖାଏଁ, କୋରାପୁଟରୁ ୬, ପୁରୀ ଓ ବୈାଦ୍ଧରୁ ୫ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳରୁ ୪, ସମ୍ବଲପୁର ଓ କେନ୍ଦ୍ରାପଡାରୁ ୩ଜଣ ଲେଖାଏଁ, ଭଦ୍ରକରୁ ୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡ଼ା, କନ୍ଧମାଳ, ମାଲକାନଗିରି ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି। ଏଥିସହ ରାଜ୍ୟରେ ୩୦୩ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏବେ ରାଜ୍ୟରେ ୪୧୨୮ କରୋନା ଆକ୍ଟିଭ୍ କେସ୍ ରହିଛି ।

SRCଙ୍କ ନୂଆ ଗାଇଡଲାଇନ ପରେ କଡ଼ା ହେଲା କରୋନା କଟକଣା, ବାହାଘରରେ ବରଯାତ୍ରୀଙ୍କୁ ମନା

ଭୁବନେଶ୍ୱର: କରୋନା କଟକଣା ଲାଗୁ ହେବା ପରେ ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣଙ୍କୁ ସାମିଲ୍ ହେବା ପାଇଁ ସରକାର ନିୟମ କରିଛନ୍ତି । ଏହା ସତ୍ତ୍ୱେ ନିକଟରେ ଏକ ବିବାଦୀୟ ବିବାହ ଅନୁଷ୍ଠିତ ହୋଇଥିଲା । ଏଭଳି ଏକ ଘଟଣା ଗୋପାଳପୁରରେ ଦେଖିବାକୁ ମିଳିଥିଲା । ବିବାହରେ ଏକ ବଡ ହୋଟେଲ ମାଲିକଙ୍କ ପୁଅ ବଡ ପ୍ରୋସେସନରେ ବାହାରିଥିଲେ । ନିଜ ବିବାହରେ ନିଜେ କାର ଉପରେ ଛିଡା ହୋଇ ନାଚୁଥିଲେ । ଆଉ ତାଙ୍କ ସହ ବରଯାତ୍ରୀମାନେ ମଧ୍ୟ ସବୁ କରୋନା କଟକଣାର ଖୁଲମଖୁଲା ଉଲଂଘନ କରିଥିଲେ ।

ବିନା ମାସ୍କରେ ସବୁ ନାଚୁଥିଲେ ଓ ସାମାଜିକ ଦୂରତାର ପାଳନ ମଧ୍ୟ କରିନଥିଲେ । ଅନ୍ୟ ପକ୍ଷରେ ଏହି ଭୋଜି କାର୍ଯ୍ୟକ୍ରମରେ ବ୍ରହ୍ମପୁର ନିକଟସ୍ଥ ବହୁ ଗ୍ରାମାଂଚଳରୁ ଲୋକେ ଆସି ଯୋଗ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଗୋପାଳପୁର ମେ ଫେୟାର ହୋଟେଲକୁ ଏଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସିଲ୍ କରିଛି । ଗଞ୍ଜାମର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ କୋଭିଡ୍ କଟକଣା ଭୁଲି ପୁଅ ବାହାଘରକୁ ଏହି ହୋଟେଲରେ ଧୁମଧାମରେ କରିଥିଲେ । ଉତ୍ସବରେ ଶହ ଶହ ଲୋକ ସାମିଲ୍ ହୋଇଥିଲେ ଯାହାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା ।

ତେବେ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ ନେଇ ଆହୁରି କଠୋର ହେଲେ ରାଜ୍ୟ ସରକାର । ଏଣିକି ବାହାଘରରେ ବରଯାତ୍ରୀକୁ ଅନୁମତି ମିଳିବନି । ସେହିଭଳି ପୋଲିସ ଅନୁମତି ପରେ ହିଁ ହୋଇପାରିବ ବିବାହ ଆୟୋଜନ । ସାମାଜିକ କାର୍ଯ୍ୟକ୍ରମରେ କୋଭିଡ ନିୟମ ଉଲ୍ଲଂଘନ ହେଉଥିବା ଘଟଣାକୁ ନଜରରେ ରଖି ନୂଆ ଗାଇଡଲାଇନ ଜାରି କରିଛନ୍ତି SRC । ବିବାହଘରରେ ସର୍ବାଧିକ ୫୦ଜଣଙ୍କ ଯୋଗଦାନକୁ ଅନୁମତି ଥିବା ବେଳେ ଏହାକୁ ସୁନିଶ୍ଚିତ କରିବେ ପୋଲିସ । ତେବେ କୌଣସି ବ୍ୟକ୍ତିଙ୍କ ଫ୍ଲୁ କିମ୍ବା ଶ୍ୱାସ ରୋଗ ଥିଲେ ବାହାଘରକୁ ଅନୁମତି ମିଳିବନି ବୋଲି କୁହାଯାଇଛି ।

ବିକାଶକୁ ମହାକାଳ ମନ୍ଦିରରୁ ଗିରଫ କଲା ପୋଲିସ୍

ନୂଆଦିଲ୍ଲୀ: କାନପୁର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କୁ ଶେଷରେ ଗିରଫ ହୋଇଛନ୍ତି । ପୋଲିସ ତାଙ୍କୁ ଉଜୈନରୁ ଗିରଫ କରିଛି । ସୂଚନାନୁସାରେ, ସେ ଉଜୈନର ମହାକଳ ମନ୍ଦିରରେ ସରେଣ୍ଡର କରିବାକୁ ଚାହୁଁଥିଲେ, କିନ୍ତୁ ଏହା ପୂର୍ବରୁ ପୋଲିସକି ସୂଚନା ମିଳି ଯାଇଥିଲା। ଗୋଟିଏ ଫଟୋରେ ବିକାଶ ଦୁବେ ମନ୍ଦିରରେ ବସିଥିବାର ନଜର ଆସିଛନ୍ତି। ଏବଂ ଏହାପରେ ପୋଲିସ ସୋଠାରେ ପହଞ୍ଚି ବିକାଶଙ୍କୁ ନେଇ ଯାଇଥିଲା । ମହାକଳ ମନ୍ଦିରର ସୁରକ୍ଷା କର୍ମୀ ହିଁ ପୋଲିସକୁ ସୂଚନା ଦେଇଥିଲେ । ପ୍ରାୟ ୧୦ଟି ରାଜ୍ୟର ପୋଲିସ ବିକାଶଙ୍କୁ ଖୋଜୁଥିଲା।

ବିକାଶର ଦୁଇ ସହଯୋଗୀଙ୍କ ଏନକାଉଣ୍ଟର

କାନପୁର ସୁଟଆଉଟର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେର ନିକଟତର ୨ସହଯୋଗୀଙ୍କ ଏନକାଉଣ୍ଟର କରିଛି ପୋଲିସ । ୨ ସହଯୋଗୀ ହେଲେ ପ୍ରଭାତ ମିଶ୍ରା ଓ ରଣବୀର ଶୁକ୍ଲା । ପ୍ରଭାତକୁ ଫରିଦାବାଦର ଏକ ହୋଟେଲରୁ ଗିରଫ କରିଥିଲା ପୋଲିସ ସେପଟେ ଇଟାୱାରୁ ରଣବୀର ଶୁକ୍ଲାକୁ ଗିରଫ କରାଯାଇଥିଲା । ଦୁହେଁ ପୋଲିସ କଷ୍ଟଡିରେ ଥିବା ବେଳେ ଖସିଯିବାକୁ ଚେଷ୍ଟା କରିବାରୁ ପୋଲିସ ୨ଜଣଙ୍କୁ ଏନକାଉଣ୍ଟର କରିଛି ।

ଗତକାଲି ବିକାଶ ଦୁବେର ଡାହାଣ ହାତ କୁହାଯାଉଥିବା ଅମର ଦୁବେର ଏନକାଉଣ୍ଟର କରିଥିଲା ପୋଲିସ । ସେପଟେ ବିକାଶକୁ କାବୁ କରିବାକୁ ପୋଲିସ ଚର୍ଚ୍ଚ ଅପରେସନ ଜୋରଦାର କରିଥିଲା । ଫରିଦାବାଦର ଏକ ଗେଷ୍ଟହାଉସରେ ଲୁଚିଥିବା ଖବର ପାଇଁ ଗତକାଲି ସାଧା ପୋଷାକଧାରୀ ପୋଲିସ ଛାପା ମଧ୍ୟ ମାରିଥିଲେ । ହେଲେ ବିକାଶକୁ ଧରିବାରେ ବିଫଳ ହୋଇଥିଲା ପୋଲିସ । ସେପଟେ ସିସିଟିଭି ଫୁଟେଜରେ ବିକାଶ ସେଠାରେ ଥିବା କଥା ସ୍ପଷ୍ଟ ହୋଇଥିଲା । କାନପୁରରେ ୮ ପୋଲିସଙ୍କୁ ମାରିଥିବା ବିକାଶ ଦୁବେ ପୋଲିସର ମୋଷ୍ଟ ୱାଣ୍ଟେଡ ତାଲିକାରେ ଟପରେ ଥିଲା ।

ଯେ ପର୍ଯ୍ୟନ୍ତ ଏହି ୫ଟି ରହସ୍ୟ ବିଷୟରେ ଜଣା ନ ପଡ଼ିଛି ସେପର୍ଯ୍ୟନ୍ତ ଔଷଧ ଅସମ୍ଭବ !

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ସହ ତାହାର ଲଢେଇ ଜାରି ରଖିଛି । ଏବେ ସୁଦ୍ଧା ଏକ କୋଟିରୁ ଅଧିକ ଲୋକ ଏହି ମହାମାରୀର ଶିକାର ହୋଇଛନ୍ତି । ଏଥି ସହିତ ଏହି ରୋଗରେ ପାଞ୍ଚ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ ଟିକା କିମ୍ବା ଏହାର କୌଣସି ଔଷଧ ମିଳିପାରି ନାହିଁ।

ଏହି ଭାଇରସ୍ ଆସିବାର ୬ ମାସରୁ ଅଧିକ ସମୟ ବିତିଗଲାଣି, ତଥାପି କରୋନା ବିଷୟରେ ଏପରି କିଛି ରହସ୍ୟ ଅଛି, ଯାହା ବିଷୟରେ କେହି ଏପର୍ଯ୍ୟନ୍ତ ଜାଣିନାହାଁନ୍ତି । ସାଇନସ୍ ଚେନେରାଲ ନେଚର ବିଶ୍ୱର ବୈଜ୍ଞାନିକମାନଙ୍କୁ ଦର୍ଶାଇ ଏକ ରିପୋର୍ଟ ପ୍ରକାଶ କରିଛି ଯେଉଁଥିରେ ଏହି ମହାମାରୀ ବିଷୟରେ ୫ ଟି ରହସ୍ୟ ଉଲ୍ଲେଖ କରାଯାଇଛି, ଯାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।  ତେଣୁ କୁହାଯାଉଛି, ଯେ ପର୍ଯ୍ୟନ୍ତ ଏହି ୫ଟି ପ୍ରଶ୍ନର ଉତ୍ତର ନମିଳିଛି, ଏହି ଭୂତାଣୁ ପାଇଁ ଏକ ପ୍ରଭାବୀ ସମାଧାନ ବାହାର କରିବା ଅସମ୍ଭବ ।

ଏହି ଭାଇରସ୍ କେଉଁଠୁ ଆସିଲା?

ଏହି ମାରାତ୍ମକ ଭାଇରସ୍ କେଉଁଠାରୁ ଉତ୍ପନ୍ନ ହୋଇଛି ତାହା ଏପର୍ଯ୍ୟନ୍ତ ସବୁଠାରୁ ବଡ ରହସ୍ୟ ଅଟେ । ୬ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ବୈଜ୍ଞାନିକମାନେ କୌଣସି ବି ସିଦ୍ଧାନ୍ତରେ ପହଞ୍ଚି ପାରିନାହାଁନ୍ତି ଯେ, ଏହି ଭାଇରସ୍  କେବେ, କେଉଁଠୁ ଏବଂ କେମିତି ଜନ୍ମ ହୋଇଛି । ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ ଏହା ବାଦୁଡ଼ିଙ୍କଠାରୁ ମଣିଷ ପର୍ଯ୍ୟନ୍ତ ବ୍ୟାପିଛି । ଏହା ପଛର କାରଣ RATG 13 କୁ ଦର୍ଶାଯାଇଛି ଯାହା ବାଦୁଡ଼ିମାନଙ୍କ ଠାରେ ମିଳିଥାଏ । ତଥାପି, କେତେକ ବୈଜ୍ଞାନିକ ଏହି ଦାବିକୁ ଗ୍ରହଣ କରି ନାହାଁନ୍ତି ଏବଂ ସେମାନେ ଦାବି କରିଥାନ୍ତି ଯେ ଯଦି ଏହା ହୋଇଥାନ୍ତା, ତେବେ ମଣିଷ ଏବଂ ବାଦୁଡ଼ିଙ୍କ ଜିନୋମରେ ଚାରି ପ୍ରତିଶତ ପାର୍ଥକ୍ୟ ରହି ନଥାନ୍ତା ଯିଏ ଏହି ଭାଇରସ୍ ପାଇଁ ଦାୟୀ ଅଟେ ।

ମଣିଷ ଶରୀରରେ ଭାଇରସ୍ ବିରୁଦ୍ଧରେ ପ୍ରତିକ୍ରିୟା କାହିଁକି ଭିନ୍ନ ?

କରୋନା ଭାଇରସ୍ ଦ୍ୱାରା ପ୍ରଭାବିତ ହୋଇଥିବା ସମସ୍ତ ଲୋକଙ୍କ ମଧ୍ୟରେ ଏହା ଦେଖାଯାଇଛି ଯେ, ସମାନ ବୟସ ଏବଂ ସମାନ କ୍ଷମତା ପରେ ମଧ୍ୟ ଏହି ଭାଇରସର ପ୍ରଭାବ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ଭିନ୍ନ ହୋଇଥାଏ । ଏହା ଏପର୍ଯ୍ୟନ୍ତର ଏକ ଅବୁଝା ଅଧ୍ୟାୟ କି ଏପରି କାହିଁକି ହେଉଛି । ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ବୁଝିପାରୁ ନାହାଁନ୍ତି ଭାଇରସ୍ ବିରୁଦ୍ଧରେ ବିଭିନ୍ନ ଶରୀରର ପ୍ରତିକ୍ରିୟା ପରସ୍ପରଠାରୁ ଭିନ୍ନ କାହିଁକି ? କରୋନା ସଂକ୍ରମଣରେ ଗୁରୁତର ଭାବରେ ପ୍ରଭାବିତ ହୋଇଥିବା ଇଟାଲୀ ଏବଂ ସ୍ପେନର ୪୦୦୦ ସଂକ୍ରମିତ ବ୍ୟକ୍ତିଙ୍କ ଉପରେ ଅନୁସନ୍ଧାନ ପରେ ବୈଜ୍ଞାନିକମାନେ କହିଛନ୍ତି ଯେ ଏଥିରେ ଗୋଟିଏ କିମ୍ବା ଦୁଇଟି ଅତିରିକ୍ତ ଜିନ୍ ରହିପାରେ ।

ଭାଇରସ ବିପକ୍ଷରେ ଶରୀରରେ କେତେ ଦିନ ପର୍ଯ୍ୟନ୍ତ ରହିବ ପ୍ରତିରୋଧକ କ୍ଷମତା ?

ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ବୁଝିପାରି ନାହାଁନ୍ତି ଯେ, କରୋନାରେ ସଂକ୍ରମିତ ହେବା ପରେ ରୋଗୀର ଶରୀର କେତେ ଦିନ ପର୍ଯ୍ୟନ୍ତ ଭାଇରସ୍ ବିରୁଧରେ କେତେ ସମୟ ପର୍ଯ୍ୟନ୍ତ ପ୍ରତିରୋଧକ ଶକ୍ତି ରହିବ । ଭାଇରସ୍  ଜନିତ ଅନ୍ୟ ରୋଗରେ, ଏହି କ୍ଷମତା ଶରୀରରେ କିଛି ମାସ ପର୍ଯ୍ୟନ୍ତ ରହିଥାଏ । ତେଣୁ, ଅନୁସନ୍ଧାନ ମାଧ୍ୟମରେ ବୈଜ୍ଞାନିକମାନେ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, କରୋନାରେ ସଂକ୍ରମିତ ହେବା ପରେ ରୋଗୀରେ ଉତ୍ପାଦିତ ଆଣ୍ଟିବଡିଜ କେତେ ସମୟ ପର୍ଯ୍ୟନ୍ତ ଏହି ରୋଗରୁ ଶରୀରକୁ ପ୍ରତିରୋଧକ ଶକ୍ତି ପ୍ରଦାନ କରିପାରିବ ।

ଭାଇରସ୍ କେଉଁଠି କମ୍ ଆଉ କେଉଁଠି ଅଧିକ ମାରାତ୍ମକ କାହିଁକି ?

ଦୁନିଆର ଅନେକ ଦେଶରେ ଏହି ଭାଇରସ୍ ତାର ଅତ୍ୟନ୍ତ ଭୟଙ୍କର ରୂପ ଦେଖାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି । କେତେକ ଦେଶରେ ଏହାର ପ୍ରଭାବ କମ୍ ଏପର୍ଯ୍ୟନ୍ତ କମ୍ ରହିଛି । ଏହାର କାରଣ ପାଇଁ ବୈଜ୍ଞାନିକମାନେ ଏହି ଭାଇରସର କାର୍ଯ୍ୟକଳାପକୁ ବୁଝିବାକୁ ଚେଷ୍ଟା କରୁଛନ୍ତି । ଅଞ୍ଚଳ ଅନୁଯାୟୀ ଭାଇରସ୍ ପରିବର୍ତ୍ତନକୁ ଜାଣିବାକୁ ବୈଜ୍ଞାନିକମାନେ ଅଧ୍ୟୟନ କରୁଛନ୍ତି।

କେତେ ଦିନ ଭିତରେ ଏହି ଟିକା ପ୍ରସ୍ତୁତ ହେବ ?

କରୋନା ଭାଇରସ୍ ଟିକା ବିଷୟରେ ଅନେକ ଦାବି ହୋଇଆସୁଛି, କିନ୍ତୁ ଏପର୍ଯ୍ୟନ୍ତ ଲୋକମାନେ ଜାଣି ନାହାଁନ୍ତି କେତେ ଦିନ ପର୍ଯ୍ୟନ୍ତ ଏହି ଟିକା ମିଳି ପାଇବ । କରୋନା ଟିକା ବିକଶିତ କରିବା ପାଇଁ ପ୍ରାୟ ୨୦୦ଟି ପ୍ରକଳ୍ପ ଚେଷ୍ଟା ଚଲାଛି | ସେଥିମଧ୍ୟରୁ ୨୦ଟି ପ୍ରକଳ୍ପ ମାନବ ପରୀକ୍ଷା ସ୍ତରରେ ପହଞ୍ଚିଛି । ପରୀକ୍ଷିତ ସମସ୍ତ ଟିକାଗୁଡ଼ିକରେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ସୂଚାଇ ଦେଉଛନ୍ତି ଯେ ଫୁସଫୁସକୁ ସଂକ୍ରମଣରୁ ରକ୍ଷା କରିବାରେ ଏହା ପ୍ରଭାବଶାଳୀ, କିନ୍ତୁ ଏହି ଟିକା ସଂକ୍ରମଣକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିପାରୁ ନାହିଁ ।

ଗଞ୍ଜାମ ସହରାଞ୍ଚଳରେ ଆଜିଠୁ ୧୩ ତାରିଖ ଯାଏଁ ସଟଡାଉନ୍… ପ୍ରାୟ ୭ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କରିବେ ୨ଶହ ଟିମ୍

ଗଞ୍ଜାମ: ପ୍ରତି ଦିନ ଗଞ୍ଜାମରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେଥିପାଇଁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଗଞ୍ଜାମ ସହରାଞ୍ଚଳରେ ଆଜିଠୁ ୧୩ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି । ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଓ ଜିଲ୍ଲାର ୧୬ ଏନଏସିରେ କଟକଣା ଲାଗୁ ହେବ । ଏଥିସହ ୫ଟି ବ୍ଲକ ହେଡକ୍ୱାର୍ଟର ଧରାକୋଟ, ସାନଖେମୁଣ୍ଡି, ଶେରଗଡ଼, ପାତ୍ରପୁର ଓ ଜଗନ୍ନାଥ ପ୍ରସାଦ ମଧ୍ୟ ସମ୍ପୂର୍ଣ୍ଣ ସଟଡାଉନ୍ କରାଯାଇଛି । ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ପ୍ରାୟ ୭ ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କରିବେ ।

୨୦୦ଟି ସ୍ୱାସ୍ଥ୍ୟଟିମ୍‌ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ । ଏହି ସମୟରେ କୌଣସି ଲକ୍ଷଣ ନଲୁଚାଇବାକୁ ଜିଲ୍ଲାପାଳ ଅପିଲ କରିଛନ୍ତି । ସହରାଞ୍ଚଳରେ ସର୍ଭେ ସରିବା ପରେ ଗ୍ରାମାଞ୍ଚଳରେ ସର୍ଭେ କରାଯିବ । ସଟଡାଉନରୁ ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆଯାଇଛି । କ୍ଷୀର ଗାଡ଼ି, ହସପିଟାଲ ସେବା ଓ ମେଡିସିନ୍ ଷ୍ଟୋର ଖୋଲା ରହିବ । ତେବେ ସାଧାରଣ ଲୋକଙ୍କ ପାଇଁ ସହରାଞ୍ଚଳର ସମସ୍ତ ସରକାରୀ ଅଫିସ ଓ ବ୍ୟାଙ୍କ ବନ୍ଦ ରହିବ । ସେପଟେ ଗଞ୍ଜାମ ସହ ଖୋର୍ଦ୍ଧା ଓ ନୟାଗଡ଼ର ସୀମା ସିଲ୍ କରାଯାଇଛି ।

ସେପଟେ ବୁର୍ଲା ସହର ମଧ୍ୟ ୪୮ଘଣ୍ଟା ପାଇଁ ସଟଡାଉନ । ସଂକ୍ରମଣ ରୋକିବାକୁ ନିଆଯାଇଛି ପଦକ୍ଷେପ । ବୁର୍ଲାର ପିସି ବ୍ରିଜ୍ ଛକଠାରୁ ଆରମ୍ଭ କରି ଗୋଲଗୁଣ୍ଡା ପର୍ଯ୍ୟନ୍ତ ସମ୍ପୂର୍ଣ ଭାବରେ ବନ୍ଦ ହୋଇଛି। ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସମସ୍ତ ପ୍ରକାର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ମନା ହୋଇଛି । କେବଳ ବୁର୍ଲା ଭୀମସାର ସମେତ କିଛି ଜରୁରୀ କାଳୀନ ସେବାକୁ ଛାଡି ଦେଲେ ବାକି ସମସ୍ତ ପ୍ରକାର ସେବା ପ୍ରାୟତଃ ବନ୍ଦ ରହିଛି।

ଚୀନରେ ବ୍ଲାକ ଡେଥ୍ ର ଆତଙ୍କ, କରୋନା ଓ ହନ୍ତା ଭାଇରସ ପରେ ବ୍ୟୁବୋନିକ୍ ପ୍ଲେଗ

ବୁର୍ଲା ଫାଣ୍ଡି ଛକ, ପିଜି ଛକ, ଗୋପବନ୍ଧୁ ଛକ, ବୋର୍ଡ କଲୋନୀ, ତେଲେଗୁ ପଡା, ଗୁରୁଦ୍ୱାର କଲୋନୀ, କଣ୍ଟ୍ରାକ୍ଟର କଲୋନୀ, ଗାନ୍ଧୀ ପଡା, ଭକ୍ତି ମଣ୍ଡପ ଆଦି ସ୍ଥାନକୁ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ନିଆଯାଇଛି। ସଟ ଡାଉନ ସମୟରେ ଜରୁରୀ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି ପ୍ରଶାସନ କହିଛି । ଏପରିକି ଯାତାୟତ ଉପରେ ମଧ୍ୟ ଲାଗିଛି କଟକଣା । ଆଗରୁ VSSUT କଲୋନୀ ସଟ ଡାଉନ କରାଯାଇଛି ।

(ନନ୍ଦିଘୋଷ ବ୍ୟୁରୋ ରିପୋର୍ଟ)