spot_img
Home Blog Page 7023

ନିରାପଦରେ ଘରକୁ ଫେରିବେ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁଁ ଗୁଜରାଟରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ଚେଷ୍ଟା ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି । ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ କିଭଳି ସୁରକ୍ଷିତ ଭାବେ ଓଡ଼ିଶା ଫେରାଇ ଆଣିବେ ସେନେଇ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ନବୀନ ।

ଆଜି ଭିଡିଓ କନ୍‌ଫରେନ୍‌ସିଂ ଯ଼ୋଗେ ଏନେଇ ନବୀନ ଆଲୋଚନା କରିଥିବା ବେଳେ ତାଙ୍କ ସହ ସଚିବ ଭିକେ ପାଣ୍ଡିଆନ୍‌ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହି ଭିଡିଓ କନ୍‌ଫରେନ୍‌ସିଂରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ଥିଲେ । ଲକ୍‌ଡାଉନ୍‌ ଯ଼ୋଗୁ ସୁରଟ ସମେତ ଗୁଜରାଟର ବହୁ ସ୍ଥାନରେ ହଜାର ହଜାର ଓଡ଼ିଆ ଶ୍ରମିକ ଫିସି ରହିଛନ୍ତି । ସେମାନଙ୍କୁ ଫେରାଇ ଆଣିବା ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଯ଼ୋଗେ ଆଲୋଚନା କରିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିବା ପରେ ଖୁବ୍‌ ଶୀଘ୍ର ଗୁଜରାଟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ଉଦ୍ଧାର କରାଯାଇପାରିବ ବୋଲି ଆଶା କରାଯାଉଛି । ଶ୍ରମିକଙ୍କୁ ଉଦ୍ଧାର କରାଯିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବ ବୋଲି ସ୍ଥିର ହୋଇଛି ।

କରୋନାକୁ ନେଇ ‘ମନ୍‌ କି ବାତ୍’‌ରେ କ’ଣ କହିଲେ ମୋଦି ?

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ବିରୋଧରେ ଲଢ଼େଇ ଜାରି ରଖିଛି । ଏହା ମଧ୍ୟରେ ଭାରତ କରୋନା ଯୁଦ୍ଧରେ ସମସ୍ତଙ୍କଠାରୁ ଆଗରେ ଥିବା ନେଇ ବିଶ୍ୱର ବଡ଼ ବଡ଼ ଦେଶ ମାନେ ସ୍ୱୀକାର କରିଛନ୍ତି ।

ତେବେ ବର୍ତ୍ତମାନ ସାରା ଭାରତ ଲକ୍‌ଡାଉନ୍‌ ସ୍ଥିତି ଦେଇ ଗତି କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ୍‌ କି ବାତ୍’‌ କାର୍ଯ୍ୟକ୍ରମ ଜରିଆରେ ପୁଣି ଦେଶବାସୀଙ୍କୁ ନିଜର‌ ମନର କଥା କହିଛନ୍ତି । ସେ ଏହି କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ଧନ୍ୟବାଦ ଦେବା ସହ ଚାଷୀ ଭାଇଙ୍କୁ ମଧ୍ୟ ଧନ୍ୟବାଦ ଜଣେଇଛନ୍ତି । ଏହା ସହ ସେ ଆଶା ରଖିଛନ୍ତି ଯେ, ଖୁବ୍‌ ଶୀଘ୍ର ପରିସ୍ଥିତି ସ୍ୱାଭାବିକ୍‌ ହେବ । ଲୋକମାନେ ସାମାଜିକ ଦୂରତା ନିୟମ ପାଳନ କରିବାକୁ ସେ ପୁଣି ନିବେଦନ କରିଛନ୍ତି । ଏହା ସହ ମୋଦି ଆହୁରି କହିଛନ୍ତି ଯେ, ଆଜି ଦେଶର ଗାଁ ଗୁଡ଼ିକ ପୁରା ବିଶ୍ୱକୁ ସାମାଜିକ ଦୂରତାର ଏକ ନୂଆ ଶିକ୍ଷା ଦେଇଛି ।

କରୋନା ଭାଇରସ୍‌ ବିରୋଧରେ ଜନତାଙ୍କ ସହ ମିଶି ପ୍ରଶାସନ ମଧ୍ୟ ଲଢେଇ ଜାରି ରଖିଛି । ଆଜି ସମସ୍ତ ଦେଶବାସୀ ଗୋଟିଏ ଲକ୍ଷ୍ୟ ନେଇ ଆଗେଇ ଚାଲିଛନ୍ତି । ଦେଶର ପ୍ରତ୍ୟେକ ନାଗରିକ ଏହି ଲଢେଇରେ ଜଣେ ଜଣେ ସିପାହୀ ବୋଲି କହିଛନ୍ତି ମୋଦି ।

ଅନ୍ୟପଟେ ଡାକ୍ତରଖାନରେ ଉତ୍ତମ ଚିକିତ୍ସା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । covidwarriors.gov.in ମାଧ୍ୟମରେ ଶହେ କୋଟି ଲୋକ ଯୋଡ଼ି ହୋଇଛନ୍ତି ବୋଲି ମନ୍‌ କି ବାତ୍‌ରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କରୋନା ବିରୋଧରେ କେନ୍ଦ୍ର ଓ ରାଜ୍ୟ ସରକାର ଏକ ହୋଇ ଲଢୁଛନ୍ତି । ଲକ୍-ଡାଉନ୍ ବେଳେ ୧୦୦ରୁ ଅଧିକ ପାର୍ସଲ ଟ୍ରେନ୍ ଚାଲିଛି । ଜରୁରୀ ସାମଗ୍ରୀ ପହଞ୍ଚାଇବା ବାଇଁ ରେଳ ବିଭାଗ ମଧ୍ୟ ଅହରହ କାମ ଚଳାଇଛି । କରୋନା ସଙ୍କଟ ସମୟରେ ଆମେ ଅନ୍ୟ ଦେଶକୁ ଔଷଧ ପଠାଉଛୁ ବୋଲି ମଧ୍ୟ ମୋଦି କହିଛନ୍ତି ।

ଖାଲି ସେତିକି ନୁହେଁ ରମଜାନ୍‌ରେ ଲୋକମାନେ ଏତିକି ପ୍ରାର୍ଥନା କରନ୍ତୁ ଯେମିତି ଇଦ୍‌ ପୂର୍ବରୁ କରୋନାର ଚିହ୍ନ ବର୍ଣ୍ଣ ନଥିବ । ଆଉ ସାରା ଦେଶରେ ଧୁମ୍‌ ଧାମ୍‌ରେ ଇଦ୍‌ ପାଳନ ହେବ ।

ଘରେ ବାଦୁଡ଼ି ପଶିଯିବାରୁ ଉଡ଼ିଗଲା ଅମିତାଭଙ୍କ ହୋସ, କହିଲେ ପିଛା ଛାଡୁନି କରୋନା

ମୁମ୍ବାଇ- କରୋନା ଭାଇରସକୁ ନେଇ ଆରମ୍ଭରୁ ଏହି ଖୂର ସାମ୍ନାକୁ ଆସୁଛି ଯେ, ଏହା ବାଦୁଡ଼ି ମାଧ୍ୟମରେ ମଣିଷଙ୍କ ନିକଟରେ ବ୍ୟାପିଛି। ଏହି ଖବର ପରଠାରୁ ଲୋକମାନେ ବାଦୁଡ଼ି  ବିଷୟରେ ବହୁତ ସତର୍କ ହୋଇଯାଇଛନ୍ତି । ଏଭଳି ପରିସ୍ଥିତିରେ ଯଦି ଏକ ବଦୁଡ଼ି ଆପଣଙ୍କ ଘର ଭିତରକୁ ପଶି ଆସେ ସେତେବେଳେ ଆପଣ କଣ କରିବେ । ବୋଧହୁଏ ଆପଣ ଏ ବିଷୟରେ ଚିନ୍ତା କରି ଭୟଭୀତ ହେବେ । ବଲିଉଡ ସମ୍ରାଟ ଅମିତାଭ ବଚ୍ଚନଙ୍କ ସହ ମଧ୍ୟ ଠିକ୍ ଏହିପରି କିଛି ଘଟିଛି।

ଅମିତାଭ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଥିଲେ ଯେ ତାଙ୍କ ବଙ୍ଗଲୋର ଏକ କଠୋରି ଭିତରକୁ ଏକ ବାଦୁଡ଼ି ପଶିଆସିଥିଲା ଯାହାକୁ ବାହର କରିବା କଷ୍ଟକର ପାଠ ହୋଇପଡ଼ିଥିଲା । ଅମିତାଭ ଟ୍ୱିଟ୍ କରି କହିଛନ୍ତି, ‘ଭାଇ ଓ ଭଉଣୀ ମାନେ, ଏହି ଘଣ୍ଟାର ଖବର … ବ୍ରେକିଙ୍ଗ୍ ନ୍ୟୁଜ୍ … ଆପଣ ବିଶ୍ୱାସ କରିବେନି ମୋ ଘରର ତୃତୀୟ ମହଲାରେ ଏକ ବାଦୁଡ଼ି ମୋ କୋଠରୀରେ ପ୍ରବେଶ କରିଛି। ବହୁତ କଷ୍ଟରେ ତାଙ୍କୁ ବାହାରକୁ ବାହାର କରାଗଲା | କରୋନା ପିଛା ଛାଡ଼ୁନି ।‘

ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରହୁଥିବା ସମସ୍ତେ ଜାଣିଛନ୍ତି । ପ୍ରାୟତଃ ସେମାନେ ନିଜ ଜୀବନ ଏବଂ କ୍ୟାରିୟର ସହିତ ଜଡିତ କିଛି ଜିନିଷ ଟ୍ୱିଟରରେ ପୋଷ୍ଟ କରିଥା’ନ୍ତି | ତାଙ୍କର ପ୍ରଶଂସକମାନେ ତାଙ୍କର ପ୍ରତ୍ୟେକ ପୋଷ୍ଟକୁ ଭଲ ପାଆନ୍ତି | ବର୍ତ୍ତମାନ ଲୋକମାନେ ଏହି ଟ୍ୱିଟକୁ ମଧ୍ୟ ବହୁତ ଉପଭୋଗ କରୁଛନ୍ତି | କିଛି ଦିନ ପୂର୍ବରୁ ଅମିତାଭ ମଧ୍ୟ ଏକ ପୋଷ୍ଟ କରି କରୋନା ଭାଇରସକୁ ଧନ୍ୟବାଦ ଦେଇଥିଲେ।

 

ଜିଲ୍ଲା ଓ୍ୱାରି କରୋନା ସ୍ଥିତି ସମୀକ୍ଷା କଲେ ବିଜେଡି ଆଇଟି ଓ୍ୱିଙ୍ଗ୍‌ ମୁଖ୍ୟ ଅମର ପଟ୍ଟନାୟକ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟର ସ୍ଥିତ ସମୀକ୍ଷା କଲେ ବିଜେଡି ଆଇଟି ଓ୍ୱିଙ୍ଗ୍ ମୁଖ୍ୟ ଡାକ୍ତର ଅମର ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାର ଆଇଟି ଓ୍ୱିଙ୍ଗ୍ ସହ ସେ ଆଲୋଚନା କରିଛନ୍ତି ଅମର । ଜିଲ୍ଲା ଗୁଡ଼ିକରେ କିଭଳି ଭାବେ କରୋନା ମୁକାବିଲା କରାଯାଉଛି ସେନେଇ ବିଜେଡି ଆଇଟି ଓ୍ୱିଙ୍ଗ୍‌ ସହ ବିଶେଷ ଆଲୋଚନା କରିଛନ୍ତି । ଆଗାମୀ ଦିନରେ କରୋନା ସହ କିଭଳି ମୁକାବିଲା ଜାରି ରହିବ ସନେଇ ମଧ୍ୟ ବିଚାର ବିମର୍ଷ କରିଛନ୍ତି ।

ଲକ୍‌ଡାଉନ ସମୟରେ ଜିଲ୍ଲା ଗୁଡ଼ିକରେ ସ୍ଥିତି କିଭଳି ରହିଛି ସେନେଇ ଅନୁଧ୍ୟାନ କରିଛନ୍ତି ଅମର ପଟ୍ଟନାୟକ । ପଞ୍ଚାୟତ ଏବଂ ଓ୍ୱାର୍ଡ ସ୍ତରରେ କିଭଳି ସଚେତନତା କାର୍ଯ୍ୟକ୍ରମ ହୋଇପାରିବ ସେ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ଭିଡିଓ କନ୍‌ଫରେନ୍‌ସିଂରେ ବିଜେଡି ଆଇଟି ଓ୍ୱିଙ୍ଗ ରାଜ୍ୟ ସଂଯ଼ୋଜକ ଅମୃରେଶ ପତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ଆଜି ପବିତ୍ର ଅକ୍ଷୟ ତୃତୀୟା: ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ୱ

ନୂଆଦିଲ୍ଲୀ- ଅକ୍ଷୟ ତୃତୀୟା ଦିନ ଭଗବାନ ପର୍ଶୁରାମ ଜନ୍ମ ହୋଇଥିଲେ । ତେଣୁ ଅକ୍ଷୟ ତୃତୀୟାକୁ  ପର୍ଶୁରାମ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ। ହିନ୍ଦୁ ବିଶ୍ୱାସ ଅନୁସାରେ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ହେଉଛି ଭଗବାନ ପର୍ଶୁରାମ। ଭଗବାନ ପର୍ଶୁରାମ ଅତ୍ୟନ୍ତ ସାହସୀ, ଶକ୍ତିଶାଳୀ, ବୁଦ୍ଧିମାନ ଏବଂ ତାଙ୍କ କ୍ରୋଧ ପାଇଁ ବିଶେଷ ଭାବରେ ଜଣାଶୁଣା । ବିଶ୍ୱାସ ରହିଛି ଯେ ସେ କ୍ରୋଧରେ ଭଗବାନ ଗଣେଶଙ୍କ ଏକ ଦାନ୍ତ ଭାଙ୍ଗିଦେଇଥିଲେ।

କୁହାଯାଏ ଯେ ସମସ୍ତ ଦେବତା ଏବଂ ଦେବୀ ତାଙ୍କ କ୍ରୋଧକୁ ଭୟ କରୁଥିଲେ। ପର୍ଶୁରାମା ଭଗବାନ ଶିବଙ୍କର ଚରମ ଭକ୍ତ ଭାବରେ ପରିଗଣିତ ହୁଅନ୍ତି |

ପର୍ଶୁରାମ ଜୟନ୍ତୀ କେବେ?

ହିନ୍ଦୁ ପଚାଙ୍ଗ ଅନୁସାରେ, ପ୍ରଭୁ ପର୍ଶୁରାମ ଶୁକ୍ଲ ପକ୍ଷ ତୃତୀୟା ଅର୍ଥାତ୍ ବୈଶାଖ ମାସରେ ଜନ୍ମଗ୍ରହଣ କରିଥିଲେ | ଗ୍ରେଗୋରିୟନ କ୍ୟାଲେଣ୍ଡର ଅନୁଯାୟୀ, ତାଙ୍କର ଜନ୍ମ ବାର୍ଷିକୀ ପ୍ରତିବର୍ଷ ଏପ୍ରିଲ୍ ମାସରେ ପଡେ । ଚଳିତ ବର୍ଷ ପର୍ଶୁରାମ ଜୟନ୍ତୀ ୨୬ ଏପ୍ରିଲରେ ପଡ଼ିଛି ।

‘ମହାଭାରତ’ ଦ୍ରୌପଦୀ ରୂପା ଗାଙ୍ଗୁଲି ବିବାହ ବିଚ୍ଛେଦ ପୂର୍ବରୁ ନିଜଠୁ ୧୩ ବର୍ଷ ସାନ ବ୍ୟକ୍ତିଙ୍କ ସହ ଥିଲେ ଲିଭ୍-ଇନ୍ ରେ !

ମୁମ୍ବାଇ: କରୋନା ଜୀବାଣୁ ବିସ୍ତାର ରୋକିବା ପାଇଁ ଲକଡାଉନ୍ କୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଏହି ସମୟରେ, ପୁରୁଣା ପ୍ରସିଦ୍ଧ ଟିଭି ସିରିଏଲଗୁଡ଼ିକ ପୁଣିଥରେ ଦୁରଦର୍ଶନରେ ପ୍ରସାରିତ ହେଉଛି । ଏହି ତାଲିକାରେ ବିଆର ଚୋପ୍ରାଙ୍କ ‘ମହାଭାରତ’ର ମଧ୍ୟ ରହିଛି। ଏହି ଶୋ’କୁ ଏବେ ଦର୍ଶକଙ୍କର ବହୁତ ଭଲ ପାଇବା ମିଳୁଛି । ରୂପା ଗାଙ୍ଗୁଲି ଅନେକ ହିନ୍ଦୀ ଏବଂ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟ ପାଇଁ ସେ ଅନେକ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ । କିନ୍ତୁ ରୂପା ‘ମହାଭାରତ’ରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିବା ପରେ ଖୁବ ପ୍ରତି୍‌ଷ୍ଠା ଲାଭ କରିଥିଲେ । ମହାଭାରତରେ ରୂପା ଗାଙ୍ଗୁଲି ଦ୍ରୌପଦି ଭୂମିକାରେ ଅଭିନୟ କରିଛନ୍ତି । ତେବେ ଅଭିନେତ୍ରୀ ରୂପା ଗାଙ୍ଗୁଲିଙ୍କ ଜୀବନ ସମ୍ବନ୍ଧୀୟ କିଛି ଖାସ କଥା ଆଜିଯାଏଁ ଦର୍ଶକଙ୍କୁ ଜଣାନାହିଁ । ତେବେ ଏହି ତଥ୍ୟ ଉପରେ ନଜର ପକାନ୍ତୁ ।

‘ମହାଭାରତ’ରେ ଦ୍ରୌପଦୀ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ରୂପା ଗାଙ୍ଗୁଲିଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନ-ପତନ ହୋଇଥିଲା । ୧୯୯୨ ମସିହାରେ ରୁପା ଗାଙ୍ଗୁଲି ମେକାନିକାଲ୍ ଇଞ୍ଜିନିୟର ଧ୍ରୁବୋ ମୁଖାର୍ଜୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ସେ ନିଜ କ୍ୟାରିଅର୍ ଛାଡି ସ୍ୱାମୀ ଧ୍ରୁବୋ ମୁଖାର୍ଜୀଙ୍କ ସହ କୋଲକାତା ପଳାଇଥିଲେ । ଉଭୟଙ୍କର ଗୋଟିଏ ପୁଅ ଅଛି । କିନ୍ତୁ ବିବାହର କିଛି ବର୍ଷ ମଧ୍ୟରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଦୁହେଁ ପରସ୍ପରଙ୍କଠାରୁ ଦୂରେଇବାକୁ ଲାଗିଥିଲେ । ଶେଷରେ ବିବାହର ୧୪ ବର୍ଷ ପରେ ଦୁହେଁ ୨୦୦୭ ମସିହାରେ ଅଲଗା ହୋଇଥିଲେ। ୨୦୦୯ ମସିହା ଜାନୁଆରୀ ମାସରେ ଆନୁଷ୍ଠାନିକ ଭାବେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା ।

ବିବାହ ପରେ ରୁପା ଗାଙ୍ଗୁଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏକ ସାକ୍ଷାତକାରରେ ରୁପା ଗାଙ୍ଗୁଲି କହିଛନ୍ତି ଯେ, ସେ ଥରେ ନୁହେଁ ତିନିଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ବିବାହ ପରେ ତାଙ୍କ ସ୍ୱାମୀ ଧ୍ରୁବୋ ତାଙ୍କୁ ଘରଖର୍ଚ୍ଚ ପାଇଁ ଟଙ୍କା ମଧ୍ୟ ଦେଉନଥିଲେ। ରୂପା ଗାଙ୍ଗୁଲି ନିଜେ ଏହି ବିଷୟରେ କହିଛନ୍ତି। ଅଭିନେତ୍ରୀ କହିଥିଲେ ଯେ, ଏହି ସବୁ ଜିନିଷ ପାଇଁ ସେ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ ।ଅଧିକ ନିଦ ବଟିକା ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ତାଙ୍କୁ ପ୍ରତ୍ୟେକ ଥର ଉଦ୍ଧାର କରାଯାଇଥିଲା।

ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ସେ ନିଜଠୁ ୧୩ ବର୍ଷ ସାନ ଗାୟକ ଦିବ୍ୟେନ୍ଦୁଙ୍କ ସହିତ ମୁମ୍ବାଇରେ ତାଙ୍କ ଫ୍ଲାଟରେ ରହୁଥିଲେ। ଏହା ପରେ ଗାଙ୍ଗୁଲି ମଧ୍ୟ ଦିବ୍ୟେନ୍ଦୁଙ୍କଠାରୁ ଅଲଗା ହୋଇଥିଲେ। ହେଲେ ସେ ଯେତେବେଳେ ଦିବ୍ୟେନ୍ଦୁଙ୍କ ସହ ରହୁଥିଲେ ସେତେବେଳେ ଗାଙ୍ଗୁଲି ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇନଥିଲେ । ଟିଭି ରିଆଲିଟି ସୋ ‘ସଚ୍ଚ କାମନା’ରେ ରୂପା ଏହିସବୁ ବିଷୟରେ ପ୍ରକାଶ କରିଥିଲେ।

ସାମାଜିକ ଦୂରତା ରକ୍ଷା କରି ପାଳନ ହେବ ଶୀତଳ ଷଷ୍ଠୀ

ସମ୍ବଲପୁର: ମହାମାରୀ କରୋନା ଏବେ ସାରା ବିଶ୍ୱକୁ ନିଜ ଅକ୍ତିଆରରେ ରଖିଛି । ଭାରତ ସମେତ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେଣୁ ବିଭିନ୍ନ ଯାନି ଯାତ ଓ ପର୍ବ ପର୍ବାଣୀ ପରମ୍ପରା ମଧ୍ୟ ବନ୍ଦ ରହିଛି । ତେବେ ଳକ୍‌ଡାଉନ୍‌ ଯେଗୁଁ ଇତିହାସରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ବେଢ଼ା ଭିତରେ ଶ୍ରୀଜିଉ ଚାପ ଖେଳିବେ ଏବଂ ଅକ୍ଷୟ ତୃତୀୟର ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ ବୋଲି ନିଷ୍ପତ୍ତି ହୋଇଛି । ଠିକ୍‌ ସେହିଭଳି ସମ୍ବଲପୁରର ପ୍ରସିଦ୍ଧ ଶୖବ ପୀଠରେ ଶୀତଳଷଷ୍ଠି ଉତ୍ସବ ପାଳନ ହେବା ନେଇ ସ୍ଥିର ହୋଇଛି । ଶିବ ପାର୍ବତୀଙ୍କ ବିବାହ ଉତ୍ସବ ବା ଶୀତଳ ଷଷ୍ଠି ରୀତିନୀତି ଅନୁସାରେ ପାଳନ ହେବ ବୋଲି ନିଷ୍ପତ୍ତି ହୋଇଛି । ସାମାଜିକ ଦୂରତା ରକ୍ଷା କରି ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ଥାଳ ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ତେଣୁ ସନ୍ଧ୍ୟା ୫ଟାରେ ସହରର ଝାଡୁଆପଡା ଲୋକନାଥ ବାବା, ନନ୍ଦପଡା ବାଲୁଙ୍କେଶ୍ୱର ବାବା ଓ ମୁଦିପଡା ଜାଗେଶ୍ୱର ବାବାଙ୍କ ମନ୍ଦିରରେ ଥାଳ ଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଥାଳ ପଠାଯିବା ପରେ ମନ୍ଦିର ଭିତରେ କେବଳ ତିନି ଜଣ ସଦସ୍ୟ ରହି ଅନୁଦାନ ସଂଗ୍ରହ କରିବେ । ଏନେଇ ଶୀତଳ ଷଷ୍ଠୀ ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମନ୍ଦିରରେ ସାଧାରଣ ଲୋକଙ୍କୁ ଗହଳି ନ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଦୁଇ ବନ୍ଧୁଙ୍କ ନିଆରା ପ୍ରୟାସ, ବେଶ ବଦଳାଇ ଲୋକଙ୍କୁ କରୁଛନ୍ତି ସଚେତନ

କଳାହାଣ୍ଡି: କରୋନା ଆତଙ୍କରେ ଏବେ ସାରା ବିଶ୍ୱ ଏବେ ଆତଙ୍କିତ । କରୋନା ମୁକାବିଲା କ୍ଷେତ୍ରରେ ବଡ଼ ବଡ଼ ଅଗ୍ରଣୀ ଦେଶ ମାନେ ମଧ୍ୟ ଫେଲ୍‌ ମାରି ସାରିଲେଣି । ଏହାରି ମଧ୍ୟରେ କରୋନାର ପ୍ରଭାବ ଭାରତରେ ଏବଂ ଓଡ଼ିଶାରେ ମଧ୍ୟ ବିଶେଷ ଭାବେ ଦେଖାଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଘରେ ରହିଲେ ଲୋକେ ସୁସ୍ଥ ରହିବେ ବୋଲି ସମସ୍ତଙ୍କୁ ପରାମର୍ଶ ଦିଆଯାଉଛି ।

  Kalahandi

ତେବେ ଏହାରି ମଧ୍ୟରେ କଳାହାଣ୍ଡିର ଦୁଇ ଯୁବକ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ସେମାନେ ଦୁଇ ବନ୍ଧୁ ମିଶି ସାଇକେଲରେ ବୁଲି ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଛନ୍ତି । ଏହି ଦୁଇ ବନ୍ଧୁ ହେଲେ ନର୍ଲାର ଅରୁଣ ପ୍ରଧାନୀ ଓ ଅସୁରଗଡ଼ର ପିତାମ୍ବର ଗଉଡ଼ । ଅରୁଣ ଓ ପିତାମ୍ବର ନିଜକୁ ବିଭିନ୍ନ ବେଶରେ ସଜେଇ ଲୋକଙ୍କ ସାମ୍ନାକୁ ଯାଉଛନ୍ତି ଏବଂ ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ସଚେତନ କରୁଛନ୍ତି । ସାମାଜିକ ଦୂରତା ରକ୍ଷା କରିବାକୁ ସେମାନେ ବର୍ତ୍ତା ଦେଉଛନ୍ତି । ଏଭଳି ଦୁର୍ଦ୍ଦିନ ସମୟରେ ଦୁଇ ବନ୍ଧୁ ଗାଁ ଗାଁ ବୁଲି ଲୋକଙ୍କୁ କରୋନାରୁ ମୁକ୍ତି ପାଇଁ ସଚେତନତ କରାଉଛନ୍ତି । ବିଶେଷ କରି ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ସେ ଲୋକଙ୍କୁ ବୁଝାଉଛନ୍ତି । ଖାଲି ସେତିକି ନୁହେଁ ମାସ୍କ ବ୍ୟବହାର, ସାବୁନରେ ହାତ ଧୋଇବା ଇତ୍ୟାଦି ମଧ୍ୟ ଶିଖାଉଛନ୍ତି ।

Kalahandi

ଅନ୍ୟପଟେ ବାହାରୁ ଯଦି କେହି ନିଜ ଲୋକ ଗାଁକୁ ଆସୁଛନ୍ତି ତେବେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବା ପାଇଁ ସେ ଘର ଘର ବୁଲି ଜଣାଉଛନ୍ତି । ବିଭିନ୍ନ ଦୋକାନକୁ ଯାଇ ମଧ୍ୟ ସେହି ଦୁଇ ବନ୍ଧୁ ସାମାଜିକ ଦୂରତା ରଖିବାକୁ ବାର୍ତ୍ତା ଦେଉଛନ୍ତି । ଏପରି କି ପ୍ରଶାସନିକ ତଥ୍ୟ ସଂଗ୍ରହ ଦଳରେ ସାମିଲ ହୋଇ ଆଶା ଓ ଅଙ୍ଗନବାଡ଼ିଙ୍କୁ ମଧ୍ୟ ସହଯୋଗ କରୁଛନ୍ତି ।

Kalahandi

ଶେଷ ହେବ ୩ ଜିଲ୍ଲାର ସଟ୍‌ଡାଉନ୍‌ ଅବଧି, ହେଲେ ଲକ୍‌ଡାଉନ୍‌ କଡ଼ାକଡ଼ି

ଭୁବନେଶ୍ୱର: ଆଜି ସକାଳ ୧୦ ଟାରେ ସରିବ ୩ ଜିଲ୍ଲାର ସଟ୍‌ ଡାଉନ୍‌ ଅବଧି । ନିୟମିତ ବ୍ୟବଧାନରେ ବହୁ ମାତ୍ରାରେ କରୋନା ଆକ୍ରାନ୍ତଙ୍କ ମାମଲା ସାମ୍ନାକୁ ଆସିବାରୁ ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ୬୦ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ବନ୍ଦ ବା ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା ।

ତେବେ ଆଜି ସଟ୍‌ଡାଉନ୍‌ ଅବଧି ଶେଷ ହେଉଥିଲେ ମଧ୍ୟ ଲକ୍‌ଡାଉନ୍‌ ନିୟମ ବଳବତ୍ତର ରହିବ । କଣ୍ଟେନମେଣ୍ଟ ଜୋନ୍‌ ଗୁଡିକରେ ନିୟମ କଡ଼ାକଡ଼ି କରାଯାଇଥିବା ବେଳେ ଅନ୍ୟ ଅଞ୍ଚଳରେ କୋହଳ କରାଯିବାର ସମ୍ଭାବନା ରହିଛି । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଗୁଡିକ ଖୋଲା ରହିବ । ସଟ୍‌ଡାଉନ୍‌ର ଦ୍ୱିତୀୟ ଦିନରେ ବାଲେଶ୍ୱରର ଭୋଗରାଇ, ଜଳେଶ୍ୱର ଅଞ୍ଚଳରେ ସ୍ୱାଂବ୍‌ ସଂଗ୍ରହ କରାଯାଇଥିଲା । ଜିଲ୍ଲାର ୩୬୦ କ୍ୱାରେଣ୍ଟାଇନ ସେଣ୍ଟରରେ ୪ ହଜାରରୁ ଅଧିକ ଲୋକଙ୍କୁ ପଂଜିକୃତ କରି ରଖାଯାଇଛି । ପ୍ରତ୍ୟେକ ଜୋନ୍‌ରେ ଥିବା ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ମାନେ ନିୟମିତ ଯାଞ୍ଚ କାର୍ଯ୍ୟ ଚଳାଇଛନ୍ତି ।

ଭଦ୍ରକର ଚରମ୍ପା, ରାଜଘାଟ ଛକ, ବନ୍ତ, ଆରଡ଼ି, ବାଇପାସ ଛକରେ ବ୍ୟାରିକେଡ୍‌ କରାଯାଇ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ଏଥିସହ ଧାମନଗର ଓ ତିହିଡ଼ି ବ୍ଲକର ବିଭିନ୍ନ ଅଂଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ଜିଲ୍ଲାର ମୋଟ ୧୮ଟି ପଂଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି । ଯାଜପୁରରେ ଟ୍ରେସିଂ ଓ ସର୍ଭେ କାମ ଜାରି ରହିଛି । ଯାଜପୁରକୁ ପ୍ରବେଶ ପାଇଁ ସବୁ ରାସ୍ତା ବନ୍ଦ କରାଯାଉଛି । ଏସବୁ ଭିତରେ ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ।

ତେବେ ସଟ୍‌ଡାଉନ୍‌ ଅବଧି ମଧ୍ୟରେ ଯାଜପୁରରେ ଗତକାଲି ରାତିରେ ଆହୁରି ୬ଟି ନୂଆ ମାମଲା ସାମ୍ନାକୁ ଆସିଛି । ତେଣୁ ସଟ୍‌ଡାଉନ୍‌ ହଟାଯିବା ପରେ ମଧ୍ୟ ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ଅନୁମାନ କରାଯାଉଛି । ଲୋକଙ୍କୁ ସାମାଜିକ ଦୂତରା ରଖିବାକୁ ପରାମର୍ଶ ଦିଆଯାଉଛି । ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି କୁହାଯାଇଛି ।

ଦେଶରେ ୨୪ ଘଁଣ୍ଟା ମଧ୍ୟରେ ୧୪୯୦ଟି ନୂଆ ମାମଲା… ଆମେରିକାରେ ୯ ଲକ୍ଷ ୬୦ ହଜାରରୁ ଅଧିକ ସଂକ୍ରମିତ

ନୂଆ ଦିଲ୍ଲୀ: ବିଶ୍ୱ ବ୍ୟାପୀ ଜାରି ରହିଛି କରୋନା ଆତଙ୍କ । ୨୧୦ ରାଷ୍ଟ୍ରକୁ ଗ୍ରାସ କରିଥିବା ଭୂତାଣୁ ଏବେ ଭୟଙ୍କର ହେବାରେ ଲାଗିଛି । ୨୯ ଲକ୍ଷରୁ ଅଧିକ ଲୋକେ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହଭଳି ୮ ଲକ୍ଷ ୩୬ ହଜାର ଲୋକେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭାରତରେ ମଧ୍ୟ କାୟା ବିସ୍ତାର କରୁଛି କରୋନା । ଗତ ୨୪ ଘଣ୍ଟାରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୪୯୦ଟି ନୂଆ ମାମଲା ସାମ୍ନାକୁ ଆସିଛି । ସାରା ଦେଶରେ ମୋଟ୍‌ ୭୭୯ ଜଣକ ମୃତ୍ୟୁ ହୋଇଛି । ୨୬ ହଜାର ୨୮୩ ଜଣ ସଂକ୍ରମିତ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ର।ଳୟର ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ସର୍ବାଧିକ ୭ ହଜାର ୬୨୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୨୩ ଜଣକଙ୍କର ମୃତ୍ୟୁ ହୋଇଛି । ଏଥିସହ ୧୫ ଜଣ ବରିଷ୍ଠ ଅଧିକାରୀଙ୍କ ସହ ୯୬ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ ହୋଇଛନ୍ତି ।

ଅନ୍ୟପଟେ ଗୁଜୁରାଟରେ ୩ ହଜାର ୭୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୩୩ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ ୨ ହଜାର ୬୨୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୪ ଜଣଙ୍କର ମୃତ୍ୟୁ ହୋଇଛି । ରାଜସ୍ଥାନରେ ୨୦୮୩ ଜଣ ଆକ୍ରାନ୍ତ ହୋଇଛନ୍ତି । ମଧ୍ୟପ୍ରଦେଶ, ତାମିଲନାଡୁ, ଉତ୍ତରପ୍ରଦେଶ, ତେଲେଙ୍ଗାନାରେ ସ୍ଥିତି ଗମ୍ଭୀର ରହିଛି । ଏପଟେ କରୋନା ମୁକାବିଲା ନେଇ ପଶ୍ଚିମବଂଗ ସହ ଅସନ୍ତୁଷ୍ଟ ହୋଇଛନ୍ତି କେନ୍ଦ୍ର ସରକାର । ଲକ୍‌ଡାଉନରେ ରାଜ୍ୟ ସରକାର କେନ୍ଦ୍ରକୁ ସହାୟତା କରୁନଥିବା କହିଛନ୍ତି ।

ଆମେରିକାରେ କରୋନାର ତାଣ୍ଡବ ଅତିଶୟ ରହିଛି । ଏଠାରେ ୯ ଲକ୍ଷ ୬୦ ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଥିବାବେଳେ ୫୪ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଆମେରିକାର ପରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ସ୍ପେନ । ସ୍ପେନରେ ୨୨ ହଜାର ୫୦୦ ଜଣକ ମୃତ୍ୟୁ ହୋଇଛି । ୨ ଲକ୍ଷ ୧୯ ହଜାର ଲୋକେ ସଂକ୍ରମିତ ହୋଇଛନ୍ତି । ଇଟାଲୀରେ ୨୫ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି କରୋନା । ସଂକ୍ରମିତଙ୍କ ସଂଖ୍ୟା ଏଠାରେ ଏକ ଲକ୍ଷ ୯୨ ହଜାର ଟପିଛି ।

ଫ୍ରାନ୍ସରେ ୨୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏକ ଲକ୍ଷ ୫୯ ହଜାର ଲୋକେ ସଂକ୍ରମିତ ହୋଇଛନ୍ତି । ଜର୍ମାନୀରେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି । ଏଠାରେ ୫ ହଜାର ୭୦୦ ଲୋକଙ୍କ ମୃତ୍ୟୁ ହୋଇଛି । ଏକ ଲକ୍ଷ ୫୫ ହଜାର ଲୋକେ ସଂକ୍ରମିତ ହୋଇଛନ୍ତି । ତୁର୍କୀରେ ୨ ହଜାର ୬୦୦ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏକ ଲକ୍ଷ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଇରାନରେ ୫ ହଜାର ୫୦୦ ଲୋକଙ୍କ ଜୀବନ ନେଇଛି କରୋନା । ସେହିଭଳି ୮୮ ହଜାର ଲୋକେ ସଂକ୍ରମିତ ହୋଇଛନ୍ତି । କରୋନାର ମୁକାବିଲା କରିବା ପାଇଁ ସମସ୍ତ ଦେଶ ଏକ ହୋଇ ଏହାର ମୁକାବିଲା କରିବା ଉଚିତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ।