ଭୁବନେଶ୍ୱର: ଭୁବନେଶ୍ୱର ବିଜେପି ସଂଗଠନରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବେଆଇନ କାର୍ଯ୍ୟକୁ ଘଣ୍ଟ ଘୋଡ଼ାଇବା ପାଇଁ ବିଜେପି ନେତା ବାବୁ ସିଂହ ଆଗକୁ ଆସିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ହୋଇଯାଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।
ଭୁବନେଶ୍ୱର ବିଜେପିରେ ଏବେ ଗୋଷ୍ଠୀ ବିବାଦ ଜୋରସୋରରେ ଚାଲିଥିବା ସମସ୍ତେ ଜାଣିଛନ୍ତି । ବାବୁ ସିଂହ ହେଉଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀଙ୍କର ଏକାନ୍ତ ଅନୁଗତ । ଅପରାଜିତା ରାଜନୈତିକ ସଭା ସମିତି କରି ଜାଣିଶୁଣି କୋଭିଡ୍ ପାଇଁ ଜାରି ହୋଇଥିବା କେନ୍ଦ୍ରୀୟ ମାର୍ଗଦର୍ଶିକାକୁ ଉଲ୍ଲଂଘନ କରୁଛନ୍ତି । ଯେଉଁଥିପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଭୁବନେଶ୍ୱର ବିଜେପିରେ ଗୋଷ୍ଠୀ କନ୍ଦଳ ଏବଂ କରୋନା ମାର୍ଗଦର୍ଶିକା ଉଲ୍ଲଂଘନ ଉପରୁ ନଜର ହଟାଇବା ସହିତ ଅପରାଜିତାଙ୍କ ବେଆଇନ କାର୍ଯ୍ୟକୁ ଘଣ୍ଟ ଘୋଡାଇବା ପାଇଁ ବାବୁ ସିଂହ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ । ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୋଭିଡ୍ ସଂକ୍ରାନ୍ତୀୟ ଜାତୀୟ ମାର୍ଗଦର୍ଶିକାକୁ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବ୍ୟକ୍ତି ଯେତେ ବଡ଼ ହୁଅନ୍ତୁ ନା କାହିଁକି, କୋଭିଡ୍ ନିୟମ ଭଙ୍ଗ କଲେ ତାଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ । କିନ୍ତୁ ତାଙ୍କ ଦଳ ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜନୈତିକ ସଭା ଜରିଆରେ ବାରମ୍ବାର କୋଭିଡ ନିୟମ ଉଲ୍ଲଂଘନ କରିବାରେ ଲାଗିଛନ୍ତି ।

କରୋନା ସଂକ୍ରମିତ ଦେଶ ତାଲିକାରେ ଭାରତ ଏବେ ବିଶ୍ୱର ତୃତୀୟ ସ୍ଥାନରେ ପହଞ୍ଚିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ହୀନ ରାଜନୀତି କରିବା ବଦଳରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡଙ୍ଗୀ ତାଙ୍କର ବେଆଇନ୍ କାର୍ଯ୍ୟକଳାପ ପାଇଁ କ୍ଷମା ମାଗିବା ସହିତ କରୋନା ମୁକାବିଲା ଯୁଦ୍ଧରେ ସାମିଲ ହେବା ଲାଗି ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି ।



କାଉଣ୍ଟରର ସମସ୍ତ କର୍ମଚାରୀ ମୁହଁରେ ମାସ୍କ ପିନ୍ଧିବେ, ନିୟମିତ ବ୍ୟବଧାନରେ ସାନିଟାଇଜର ବ୍ୟବହାର କରିବେ । ଦୋକାନ ଆଗରେ ଗହଳି ରୋକିବାକୁ ବ୍ୟାରିକେଡ୍ କରାଯିବ । ସାମାଜିକ ଦୂରତା ରକ୍ଷା କରି ଲୋକଙ୍କୁ ଧାଡ଼ିରେ ଛିଡ଼ା ହେବା ପାଇଁ ବ୍ୟବସ୍ଥା କରିବେ । ଗ୍ରାହକ ମାସ୍କ ପିନ୍ଧିବା ସହ ନିର୍ଦ୍ଧାରିତ ଦୂରତା ରକ୍ଷା କରିବାକୁ ବାଧ୍ୟ । ତେବେ, ମାସ୍କ ପିନ୍ଧିନଥିବା ଓ ସାମାଜିକ ଦୂରତା ରକ୍ଷା କରୁନଥିବା ଗ୍ରାହକଙ୍କୁ ମଦ ବିକ୍ରି କରାଯିବ ନାହିଁ । ଏସବୁ ଉପରେ ସ୍ଥାନୀୟ ପୋଲିସ ସହ ଅବକାରୀ ବିଭାଗର କର୍ମଚାରୀ ନଜର ରଖିବେ । କୌଣସି ସପ୍ ନିୟମର କୋଭିଡ୍ କଟକଣାର ଉଲ୍ଲଂଘନ କଲେ ଜିଲ୍ଲାପାଳ ତାହାକୁ ବନ୍ଦ କରିପାରିବେ ।

















