spot_img
Home Blog Page 7039

ମନମୋହନ ସରକାର ତୁଳନାରେ NDA ଅମଳରେ ୫ ଗୁଣା ଅଧିକା ଚୀନ FDI

ନୂଆଦିଲ୍ଲୀ: ମୋଦି-ମନମୋହନ । କାହା ସରକାରରେ ଭାରତରେ ଅଧିକ ବିଦେଶୀ ପୁଞ୍ଜିନିବେଶ ହୋଇଛି । ଚାଇନୀଜ ଅର୍ଥନୀତିକୁ କିଏ ଯୋଗାଇଛି ବେଶୀ ଇନ୍ଧନ ? ସରକାରଙ୍କ ତଥ୍ୟ ମୁତାବକ ୨୦୧୯-୨୦ ଆର୍ଥିକ ବର୍ଷରେ ଭାରତରେ ପ୍ରତ୍ୟକ୍ଷ ବିଦେଶୀ ନିବେଶ କମିଛି । କିନ୍ତୁ ମନମୋହନ ସିଂହଙ୍କ ୟୁପିଏ ସରକାର ତୁଳନାରେ ବିଗତ ୫ ବର୍ଷର ମୋଦି ସରକାରରେ ଚୀନର FDI ପାଞ୍ଚଗୁଣା ବଢ଼ିଛି ।

ଏମିତିରେ କୁହାଯାଉଛି ଭାରତରେ ହେଉଥିବା ବିଦେଶୀ ପୁଞ୍ଜି ନିବେଶର ୫୦ ପ୍ରତିଶତ ଚୀନ କରୁଛି । ଏତିକି ନୁହେଁ ସିଙ୍ଗାପୁର ଓ ହଂକଂରେ ଚୀନ ବଡ଼ ପରିମାଣର ନିବେଶ କରୁଛି । ଗତ ଆର୍ଥିକ ବର୍ଷରେ ପାଖାପାଖି ୧୬୩. କୋଟି ଡଲାର (୧୨୨୦ କୋଟି) ଚୀନ ଭାରତରେ FDI ମାଧ୍ୟମରେ ନିବେଶ କରିଛି । ଯେତେବେଳେ କି ୨୦୧୮-୧୯ ଆର୍ଥିକ ବର୍ଷରେ ଚୀନ FDI ୨୨.୯ କୋଟି ଡଲାର ଓ ୨୦୧୭-୧୮ରେ ୩୫ କୋଟି ଡଲାର ନିବେଶ କରିଥିଲା । ଅର୍ଥାତ୍ ଗତ ୨ ବର୍ଷରେ ଚୀନରୁ ଆସୁଥିବା ବିଦେଶୀ ପୁଞ୍ଜିନିବେଶ ହ୍ରାସ ପାଇଛି ।

ଭାରତରେ ବିଦେଶୀ ପୁଞ୍ଜି ନିବେଶରେ ଚୀନ ୧୮ତମ ସ୍ଥାନରେ ରହିଛି । ସରକାରୀ ତଥ୍ୟ କହୁଛି ବିଗତ ୨୦ ବର୍ଷ ମଧ୍ୟରେ ଚୀନ ପାଖାପାଖି ୨.୪ ଅରବ ଡଲାର FDI ଦ୍ୱାରା ଭାରତରେ ନିବେଶ କରିଛି । ଯେଉଁଥିରୁ ପାଖାପାଖି ୧ ଅରବ ଡଲାର ଅଟୋ ମୋବାଇଲ୍ ସେକ୍ଟରରେ ନିବେଶ ହୋଇଛି । ଭାରତରେ FDI ନିବେଶରେ ଶୀର୍ଷରେ ମରିସସ୍ ଓ ସିଙ୍ଗାପୁର ରହିଛନ୍ତି ।

ମନମୋହନ ସିଂହଙ୍କ ନେତୃତ୍ୱାଧିନ ୟୁପିଏ ସରକାର ବେଳେ ୨୦୦୦ ମସିହାରୁ ୨୦୧୪ ମଧ୍ୟରେ FDI ମାଧ୍ୟମରେ ଚୀନ ୪୦.୨ କୋଟି ଡଲାର ନିବେଶ କରିଛି । ୨୦୧୯-୨୦ ଆର୍ଥିକ ବର୍ଷରେ ଏହା ୨.୪ ଅରବ ଡଲାରରେ ପହଞ୍ଚିଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ୟୁପିଏ ନୁହେଁ ଏନଡିଏ ଅମଳରେ ଭାରତରେ FDI ବଳରେ ଚୀନ ଅଧିକ ପୁଞ୍ଜି ଖଟାଇଛି ।

ଚୀନ୍ ସହ ଉତ୍ତେଜନା ଭିତରେ ଅଚାନକ ଲେହ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୀମାରେ ଚୀନ ସହ ବିବାଦ ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଚାନକ ଲେହ ଗସ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସିଡିଏସ୍ ଜେନେରାଲ ବିପିନ ରାୱତ ଅଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥଳ ସେନା, ବାୟୁ ସେନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବାସ୍ତବରେ ସୀମାରେ କଣ ଚାଲିଛି ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ । ପରେ ସେ ଲଦାଖ ଯିବାର କାର୍ଯ୍ୟକ୍ରମ ରହିଛି ।

ମେ ମାସରୁ LACରେ ଚୀନ ସହ ଉତ୍ତେଜନା ଲାଗି ରହିଛି । ବର୍ଡରରେ ସ୍ଥିତି ଗମ୍ଭୀର ହେଉଥିବା ବେଳେ ଦୁଇଦେଶ ସାମରିକ ଶକ୍ତି ବଢ଼ାଉଛନ୍ତି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ହଠାତ୍ ଲେହ ଗସ୍ତ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲେହ ଗସ୍ତ କରିବାର ଥିଲା । କିନ୍ତୁ ଗତକାଲି ତାଙ୍କ ଗସ୍ତ ପରିବର୍ତ୍ତନ କରାଯାଇଥିଲା । କୁହାଯାଉଥିଲା ସିଡିଏସ୍ ଜେନେରାଲ ବିପିନ ରାୱତ ହିଁ ଲେହ ଗସ୍ତ କରିବେ ।

ଜୁନ୍ ୧୫ରେ ଗଲବାନ ଘାଟିରେ ଭାରତ-ଚୀନ ସୈନିକ ମଧ୍ୟରେ ହିଂସାତ୍ମକ ହାତାହାତି ହୋଇଥିଲା । ଯେଉଁଥିରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିବା ବେଳେ କେତକ ଆହତ ହୋଇଥିଲେ । ଏହା ପରେ ୨ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଦୁଇ ଦେଶର ସେନା ମଧ୍ୟରେ ଆଲୋଚନା ହେଉଥିବା ବେଳେ ସ୍ଥିତି ଶାନ୍ତ ପଡ଼ିନି ।

ଚୀନ୍‌କୁ ଜବାବ୍‌ ଦେବାକୁ ଭାରତର ପ୍ରସ୍ତୁତି: ଲଦାଖ୍‌ରେ ନିୟୋଜିତ ହେଲେ ସର୍ଜିକାଲ ଷ୍ଟ୍ରାଇକ୍ ଟିମ୍

ସୁଶାନ୍ତଙ୍କୁ ତକିଆରେ ଚାପି କରାଯାଇଥିଲା ହତ୍ୟା !

ନୂଆଦିଲ୍ଲୀ: ସୁଶାନ୍ତଙ୍କ ମୃତ୍ୟୁ ନେଇ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି । ତାଙ୍କ ମୃତ୍ୟୁର ସିବିଆଇ ଅନୁସନ୍ଧାନ ପାଇଁ ସମସ୍ତେ ଦାବି କରୁଛନ୍ତି । ଅପରପକ୍ଷରେ ଜଣେ ଓକିଲ ଆୟୁଷୀ ଶର୍ମା ନିଜ ବୟାନରେ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଛି। ଏହା ପଛରେ ମହେଶ ଭଟ୍ଟ ରହିପାରନ୍ତି ବୋଲି ଆଡଭୋକେଟ୍ ଆୟୁଷୀ କହିଛନ୍ତି । ହତ୍ୟା ପରେ ମହେଶ ଭଟ୍ଟ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଡିପ୍ରେସନ୍, ଡ୍ରଗ୍ସ, କ୍ୟାରିୟର ନାଁ ଦେଇ ବଦନାମ୍ କରିବାକୁ ଚେଷ୍ଟା କରିଥିଲେ।

ପୂର୍ବରୁ ମହେଶ ଏହା ପରବୀନ ବାବିଙ୍କ ସହ ମଧ୍ୟ କରିସାରିଛନ୍ତି । ସେତେବେଳେ ପୋଲିସ ନିକଟରେଅନେକ ତଥ୍ୟ ଦର୍ଶାଇ ନିଜକୁ ରକ୍ଷା କରିଥିଲେ। ଆୟୁଷୀଙ୍କ କହିବା ଅନୁସାରେ ଯଦି ଲୋକେ ଅନୁମାନ କରୁଛନ୍ତି ଯେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଛନ୍ତି, ତେବେ ତାଙ୍କର କିଛି ପ୍ରଶ୍ନର ଉତ୍ତର ସେ ମାଗିଛନ୍ତି ।

୧-  ଯେତେବେଳେ କେହି ଆତ୍ମହତ୍ୟା କରେ, ତା’ର ବେକର ହାଉ ଭାଙ୍ଗିଯାଏ, କିନ୍ତୁ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ତାଙ୍କ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ବୋଲି କୁହାଯାଇଛି। ଯାହାକି ତକିଆରେ କାହାକୁ ମାରିବା ପାଇଁ ମଧ୍ୟ କୁହାଯାଏ  ।

୨- ଯଦି କେହି ସୁଶାନ୍ତଙ୍କ ଶରୀର ଦେଖିଥିବେ, ତେବେ ଲକ୍ଷ୍ୟ କରିଥିବେ ଯେ, ସୁଶାନ୍ତଙ୍କର ଗୋଟେ ପାଦ ଅନ୍ୟ ପାଦ ଉପରେ ଥିଲା । ଯାହା ଇଙ୍ଗିତ କରୁଛି ଯେ, କେହି ଜଣେ ତାଙ୍କ ଦୁଇ ଗୋଡକୁ ଜୋରସୋର ମାଡି ବସିଥିଲେ ।

୩- ସୁଶାନ୍ତଙ୍କ ହାତ ସମ୍ପୂର୍ଣ୍ଣ ଖୋଲା ଥିଲା । କେଉଁ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ହାତ ଖୋଲି ଆତ୍ମହତ୍ୟା କରେ ବୋଲି ଆଡଭୋକେଟ୍ ପଚାରିଛନ୍ତି । ଏହା ବ୍ୟତୀତ ସୁଶାନ୍ତଙ୍କ ଡାହାଣ ହାତରେ ଗଭୀର ଲାଲ ଚିହ୍ନ ରହିଛି ଯାହା ଅଧିକାଂଶ ଲୋକ ଦେଖି ନାହାନ୍ତି । ସେହି ଚିହ୍ନଗୁଡିକ ଦର୍ଶାଏ ଯେ କେହି ଜଣେ ଜୋରରେ ତାଙ୍କ ହାତ ଧରିଥିଲେ ।

https://twitter.com/Ayushi_Vats23/status/1273885171775762433?s=20

୪- ସୁଇସାଇଡ୍ ନୋଟ ବିନା ପୋଲିସ କିପରି ସମ୍ପୂର୍ଣ୍ଣ ଆତ୍ମହତ୍ୟା ବୋଲି କହିପାରିବ? ଏବଂ ଘଟଣାସ୍ଥଳରେ ପୋଲିସ ପାଇଥିବା ୫ ଟି ଡାଏରୀ, ବିଷୟରେ ପୋଲିସ ଏଯାଏଁ କିଛି ତଥ୍ୟ ଦେଇନାହାନ୍ତି ।

୫- ସୁଶାନ୍ତଙ୍କ ମୃତ୍ୟୁର ଗୋଟେ ଦିନ ପୂର୍ବରୁ, ତାଙ୍କ ଘରେ ଥିବା ସିସିଟିଭି କ୍ୟାମେରା ନଷ୍ଟ ହୋଇଥିଲେ ମଧ୍ୟ ପୋଲିସ ଏତେ ଗଭୀର ଅନୁସନ୍ଧାନ କରୁନାହିଁ କାହିଁକି?  ଯେଉଁଠାରେ ସେଲିବ୍ରିଟିମାନେ ରୁହନ୍ତି , ସେଠାରେ ସମ୍ପୂର୍ଣ୍ଣ ସୁରକ୍ଷା ରହିବା ଉଚିତ୍ । ହେଲେ ତଥାପି ପୋଲିସ ଏହାକୁ ଅଧିକ ଧ୍ୟାନ ଦେଇନାହାନ୍ତି ।

୬- ସୁଶାନ୍ତଙ୍କ ରୁମ୍ ର ଡୁପ୍ଲିକେଟ୍ ଚାବି ହଜିବା ପଛର ରାଜ କଣ ବୋଲି ପଚାରିଛନ୍ତି ଆୟୁଷୀ ।

୭- ସୁଶାନ୍ତଙ୍କ ମୃତ୍ୟୁ ପରେ ମହେଶ ଭଟ୍ଟ ଏବଂ ମୁକେଶ ଭଟ୍ଟ ସୁଶାନ୍ତଙ୍କ ମାନସିକ ଅବସ୍ଥା ଖରାପ ହେବା ନେଇ ଅନେକ କଥା କାହିଁକି କହିଲେ? ଯଦି ସେମାନେ ଏହି ବିଷୟରେ ପ୍ରଥମରୁ ଜାଣିଥିଲେ ତାହେଲେ କୌଣସି ପଦକ୍ଷେପ ନେଇନଥିଲେ? ସେମାନେ ପୂର୍ବରୁ ମଧ୍ୟ ଏହି ବିଷୟରେ ସୋସିଆଲ ମିଡିଆରେ କେବେ କହିନଥିଲେ ତାହେଲେ ମୃତ୍ୟୁ ପରେ କାହିଁକି ?

ଆତ୍ମହତ୍ୟା ନା ହତ୍ୟା ? ସୁଶାନ୍ତ ସିଂହ ରାଜପୁତ୍ ଡେଥ୍ ମିଷ୍ଟ୍ରି ନେଇ ସୋସିଆଲ ମିଡିଆରେ ଉଠୁଛି ଏହି ୭ଟି ପ୍ରଶ୍ନ

୮- ସୁଶାନ୍ତଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ନକଲି ଆଇଡିରୁ ୩ ଟି ଟ୍ୱିଟ୍ ସାରା ଟ୍ୱିଟରରେ ପ୍ରଚାର କରାଯାଇଥିଲା।

୯- ଏହା ପରେ ସମସ୍ତେ ସଲମାନ ଖାନ, କରନ ଯୋହର ଏବଂ ବଲିଉଡ ପଛରେ ଲାଗିପଡିଲେ ସତ କିନ୍ତୁ ଏହା ପଛରେ ଜଣେ ହତ୍ୟାକାରୀ ଥାଇପାରେ ସେହି ବିଷୟରେ କେହି ଧ୍ୟାନ ଦେଇନଥିଲେ ।

୧୦- ସୁଶାନ୍ତଙ୍କର କୌଣସି ଟ୍ୱିଟ୍ ରେ ସେ ଡ୍ରଗ୍, ଡିପ୍ରେସନ୍ ଇତ୍ୟାଦି ବିଷୟରେ ଉଲ୍ଲେଖ କରାଯାଇନାହିଁ ।

ଲୋକଙ୍କ ଧ୍ୟାନ ହତ୍ୟାରୁ ହଟାଇବା ପାଇଁ ଆତ୍ମହତ୍ୟା ବିଷୟରେ ଆଲୋଚନା ହେଉଛି। ସୁଶାନ୍ତ ସିଂ ରାଜପୁତଙ୍କ ସିବିଆଇ ଅନୁସନ୍ଧାନ ପାଇଁ ଅନେକ ଦାବି କରିଛନ୍ତି । ସେହିଭଳି ଆୟୁଷୀ ମଧ୍ୟ ନିଜ ପ୍ରଶ୍ନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଅଗଷ୍ଟ ୧୫ରେ ଲଞ୍ଚ୍ ହୋଇପାରେ କରୋନା ଭ୍ୟାକ୍ସିନ୍ COVAXIN

ନୂଆଦିଲ୍ଲୀ: କରୋନା କାଳରେ ଖୁସି ଖବର । ଅଗଷ୍ଟ ୧୫ରେ ଆସିପାରେ କରୋନା ଭ୍ୟାକ୍ସିନ୍ କୋଭିକ୍ସିନ୍ । ଫାର୍ମସ୍ୟୁଟିକଲ କମ୍ପାନୀ ଭାରତ ବାୟୋଟେକ୍ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରୁଛି । ବର୍ତ୍ତମାନ ମଣିଷ ଉପରେ ଭ୍ୟାକ୍ସିନର ଟ୍ରାଏଲକୁ ଏନୁମତି ମିଳିଛି । ଆଇସିଏମଆର ସୂଚନା ପ୍ରକାରେ ଆସନ୍ତା ୭ ତାରିଖରେ ମଣିଷ ଦେହରେ ଭ୍ୟାକ୍ସିନ୍ ପରୀକ୍ଷା ନେଇ କାର୍ଯ୍ୟ ଚାଲିଛି ।

ଏହା ପରେ ଯଦି ସମସ୍ତ ପରୀକ୍ଷଣ ଠିକ୍ ହୁଏ ତେବେ ଅଗଷ୍ଟ ୧୫ ମଧ୍ୟରେ ଭ୍ୟାକ୍ସିନକୁ ଲଞ୍ଚ କରାଯିବ । ସର୍ବ ପ୍ରଥମେ ଭାରତ ବାୟୋଟିକର କରୋନା ଭ୍ୟାକ୍ସିନ୍ ମାର୍କେଟକୁ ଆସିପାରେ । ICMR ଓ ଏମ୍ସ ଡକ୍ଟର ଏଥିରେ ସାମିଲ ଅଛନ୍ତି । ଯଦି ଭ୍ୟାକ୍ସିନ୍ ପରୀକ୍ଷଣର ପ୍ରତିଟି ପର୍ଯ୍ୟାୟ ସଫଳ ରୁହେ ତେବେ ୧୫ ଅଗଷ୍ଟରେ ମାର୍କେଟରେ ଭ୍ୟାକ୍ସିନ୍ ଉପଲବ୍ଧ ହେବ । ପୂର୍ବରୁ ହାଇଦ୍ରାବାଦ ଫାର୍ମା କମ୍ପାନୀ ଭାରତ ବାୟୋଟେକ ଅନେକ ଭ୍ୟାକ୍ସିନ୍ ମଧ୍ୟ ପ୍ରସ୍ତୁତ କରିଛି ।

କରୋନା

ଭାରତ ବାୟୋଟେକ୍ କମ୍ପାନୀ ପୋଲିଓ, ରେବିଜ୍, ରୋଟାଭାଇରସ୍, ଜାପାନୀ ଇନସେଫ୍ଲାଇଟିସ୍, ଚିକନଗୁନିଆ ଓ ଜିକା ଭାଇରସର ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛି । ଏବେ କରୋନା ଭାଇରସ୍ ଭ୍ୟାକ୍ସିନ୍ ପାଇଁ ଏନରୋଲମେଣ୍ଟ ଆସନ୍ତା ୭ ତାରିଖରୁ ଆରମ୍ଭ ହେବ । ସମସ୍ତ ପର୍ଯ୍ୟାୟରେ ଟ୍ରାଏଲ ସଫଳ ହେଲେ ଅଗଷ୍ଟ ୧୫ରେ ଭ୍ୟାକ୍ସିନ୍ ଲଞ୍ଚ ହୋଇପାରେ ।

୬୦ ଅପରାଧ ଘଟାଇଥିବା ହିଷ୍ଟ୍ରୀ ସିଟର ବିକାଶ ଦୁବେ କିଏ ?

ଲକ୍ଷ୍ନୌ: ଅପରାଧର ଅନ୍ୟ ନାଁ ବିକାଶ ଦୁବେ । ଲୁଟ୍, ଡକାୟତି, ମର୍ଡର ଭଳି ଜଘନ୍ୟ ଅପରାଧରେ ଜଡ଼ିତ ବିକାଶ ଦୁବେ । ପଞ୍ଚାୟତ ନିର୍ବାଚନରୁ ଲୋକସଭା ଭୋଟିଂ ସବୁଠି ଯାହାର ଦବଦବା । ବୁଲେଟ୍ ଦେଖାଇ ବାଲାଟ ବା ଭୋଟ୍ ଗୋଟାଉଥିବା ଅପରାଧୀ । ସମାଜବାଦୀ ପାର୍ଟି, ବହୁଜନ ସମାଜ ବାଦୀ ପାର୍ଟି ଓ ବିଜେପିର ବଡ଼ ନେତାଙ୍କ ସହ ସମ୍ପର୍କ ରଖିଥିବା ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ବିକାଶ ଦୁବେ ।

୨୦୦୧ ମସିହାରେ ବିକାଶ ଦୁବେ ବିଜେପି ସରକାରର ଜଣେ ମନ୍ତ୍ରୀଙ୍କୁ ଥାନା ଭିତରେ ଗୁଳି ମାରି ହତ୍ୟା କରିଥିଲା । ହାଇ ପ୍ରୋଫାଇଲ୍ ମର୍ଡର ପରେ କୋର୍ଟରେ ଆତ୍ମସମର୍ପଣ କରିଥିଲା ବିକାଶ ଦୁବେ । ସରେଣ୍ଡରର କିଛି ମାସ ପରେ ଜାମିନରେ ବାହାରକୁ ଆସିଥିଲା । ଏହାପରେ ରାଜନେତାଙ୍କ ସହ ମିଶି ମାରିଥିଲା ରାଜନୀତିରେ ଏଣ୍ଟ୍ରି । ନଗର ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇଥିଲା । ମାୟାବତୀଙ୍କ ଶାସନ କାଳରେ ବିକାଶ ଦୁବେର ଅପରାଧ ରାଜ ବେଶ୍ ସକ୍ରିୟ ଥିଲା ।

ଥାନାରେ ମନ୍ତ୍ରୀଙ୍କୁ ହତ୍ୟା

ଏବେର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୟୁପିର ମୁଖ୍ୟମନ୍ତ୍ରୀ ଥିବାବେଳେ ବିକାଶ ଦୁବେ, ମନ୍ତ୍ରୀ ସନ୍ତୋଷ ଶୁକ୍ଳାଙ୍କୁ ହତ୍ୟା କରିଥିଲା । ୨୦୦୧ ମସିହାରେ ସନ୍ତୋଷ ଏକ ସଭାରେ ଭାଷଣ ଦେଉଥିବା ବେଳେ ସେଠାରେ ଗ୍ୟାଙ୍ଗ ସହ ପହଞ୍ଚିଥିଲା ବିକାଶ । ଗୁଳି ଚାଳନା କରିବା ପରେ ସନ୍ତୋଷ ଶୁକ୍ଳା ଜୀବନ ବଞ୍ଚାଇବାକୁ ଶିବଲି ଥାନାରେ ପଶି ଯାଇଥିଲେ । ସେଠାରେ ବିକାଶ ଲକଅପ୍ ଭିତରେ ଗୁଳିକରି ସନ୍ତୋଷ ଶୁକ୍ଳାକୁ ହତ୍ୟା କରିଥିଲା ।

ପରେ ୟୁପି ସରକାର ବିକାଶ ଦୁବେ ମୁଣ୍ଡରେ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ପୋଲିସର ଏନକାଉଣ୍ଟର ଭୟରେ ସେ ବିଜେପି ନେତାଙ୍କ ସହ ସମ୍ପର୍କ କରି କୋର୍ଟରେ ଆତ୍ମସମର୍ପଣ କରିଥିଲା । ପରେ ଜେଲରୁ ବାହାରି ଆତଙ୍କରାଜ ଚଳାଇଥିଲା ।

ପୋଲିସ ଉପରେ ଅପରାଧୀଙ୍କ ହମଲା, ଡେପୁଟି ଏସପିଙ୍କ ସମେତ ୮ ସହିଦ

ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ… ସୂର୍ଯ୍ୟଙ୍କ ପାର୍ଶ୍ୱରେ ଅବସ୍ଥାନ କରିବେ ୮ ଗ୍ରହ

ଭୁବନେଶ୍ୱର: ମହାକାଶରେ ଦେଖାଯିବ ମହା ଜାଗତିକ ଦୃଶ୍ୟ । ଜୁଲାଇ ମାସ ୪ ତାରିଖରେ ଘଟିବ ମହାପୂର୍ଣ୍ଣ ଗ୍ରହ ମିଳନ । ୩୮ ବର୍ଷ ପରେ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିବ । ସୂର୍ଯ୍ୟଙ୍କର ଗୋଟିଏ ପାର୍ଶ୍ୱରେ ରହିବ ୮ଟି ଗ୍ରହ ସହ ବାମନ ଗ୍ରହ ପ୍ଲୁଟୋ । ଗ୍ରହମାନଙ୍କ ଏପରି ମିଳନ ୧୯୮୨ ଘଟିଥିଲା । ଏହାପରେ ୨୧୭୧ ଓ ୨୪୯୨ ରେ ଘଟିବ । ଇଂରାଜୀରେ ଏକାରୁ ଏକ ଗ୍ରହ ପରେଡ ବୋଲି କୁହାଯାଏ ।

ଜୁଲାଇ ୫ରେ ପଡ଼ୁଛି ଚନ୍ଦ୍ରଗ୍ରହଣ ,ଭାରତ-ଚୀନ ମଧ୍ୟରେ ସଂପର୍କ ଆହୁରି ଖରାପ ହେବ ? ଜାଣନ୍ତୁ…

ଯଦିଓ ଏହି ଶବ୍ଦର କୌଣସି ବୈଜ୍ଞାନିକ ସଂଜ୍ଞା ନାହିଁ କିନ୍ତୁ ଜ୍ୟୋତିର୍ବିଜ୍ଞାନରେ ଏହା ବହୁଳ ଭାବରେ ବ୍ୟବହୃତ ହୋଇଉଛି । ୧୮ ଏପ୍ରିଲ ୨୦୦୨ରେ ଏହି ପ୍ରକାର ଗ୍ରହର ମିଳନ ଘଟିଥିଲା । ଯେତେବେଳ ଆମେ ଖାଲି ଆଖିରେ ଦେଖିପାରୁଥିବା ୫ ଟି ଗ୍ରହ ସଂଧ୍ୟା ଆକାଶରେ ଗୋଟିଏ ଧାଡିରେ ରହିଥିଲେ । ତେବେ ଜୁଲାଇ ୪ ତାରିଖରେ ଏକ ବିରଳ ତଥା ଅନନ୍ୟ ଗ୍ରହ ମିଳନ ହେବ । ଏଥିରେ ସୌର ଜଗତର ସମସ୍ତ ୮ ଟି ଗ୍ରହ ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହଷ୍ପତି, ଶନି, ଯ଼ୁରାନ୍ସ, ନେପଚୁନ ସହ ପ୍ଲୁଟୋ ସୂର୍ଯ୍ୟଙ୍କ ପାର୍ଶ୍ୱରେ ରହିବେ ।

ଏହି ରାଶିର ଲୋକଙ୍କର ବଢିବ ଅନାବଶ୍ୟକ ଖର୍ଚ୍ଚ … ସଞ୍ଚୟରେ ହେବ ବାଧା

ଆଜିର ପଞ୍ଚାଙ୍ଗ

ଆଜି ୩ ଜୁଲାଇ ୨୦୨୦ ମସିହା ମିଥୁନ ୧୯ ଦିନ

୧୯୪୨ ଶକାବ୍ଦ, ୧୪୨୭ ସାଲ, ୨୦୭୭ ସମ୍ବତ୍‌,

ଆଷାଢ ତ୍ରୟାଦଶୀ ତିଥି, ଶୁକ୍ରବାର, ଜ୍ୟେଷ୍ଠ ନକ୍ଷତ୍ର ,ବିଛା ରାଶିରେ ଚନ୍ଦ୍ର ଅବସ୍ଥାନ କରୁଛନ୍ତି

ଯୋଗିନୀ ରହିବେ ଦକ୍ଷିଣେ ଦିଗରେ ଦିବା ୧:୨୦ ମିନିଟ ପର୍ଯ୍ୟନ୍ତ

ଏହା ପରେ ଯୋଗିନୀ ରହିବେ ପଶ୍ଚିମେ, ତେଣୁ ଆଜି ଦକ୍ଷିଣ-ପଶ୍ଚିମ ଦିଗକୁ ଯାତ୍ରା ନିଷେଧ

ଘାତଚନ୍ଦ୍ର- କନ୍ୟା ମକର ରାଶି ମହିଳାଙ୍କ ପାଇଁ ଘାତଚନ୍ଦ୍ର

ଘାତବାର- ବିଛା, ଧନୁ, ମୀନ ରାଶି ପାଇଁ ଘାତ ବାର

ଶୁଭ ସମୟ- ଦିବା ୧୨:୧୫ ମିନିଟ୍‌ ଠାରୁ ଦିବା ଦିବା ୩:୪୮ ମିନିଟ୍‌ ପର୍ଯ୍ୟନ୍ତ ଶୁଭ ସମୟ

ଅଶୁଭ ସମୟ- ଦିବା ୧୦:୩୦ ମିନିଟ୍‌ ଠାରୁ ଦିବା ୧୨ଟା ପର୍ଯ୍ୟନ୍ତ ଅଶୁଭ ସମୟ

ମେଷ ରାଶି

ଅଶ୍ୱିନୀ – କ୍ୟାରିୟର ଏବଂ ପ୍ରଫେସନକୁ ନେଇ ଉଚିତ ପଦକ୍ଷେପ ନେଇ ସଫଳ ହେବେ

ଦ୍ୱିଜା- ପୂର୍ବରୁ ଥିବା ସମସ୍ୟା ଦୂର ହେବ, ଜୀବନସାଥୀଙ୍କ ସହଯୋଗ ମିଳିବ

କୃତ୍ତିକା- ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ ସରକାରୀ କର୍ମଚାରୀଙ୍କ ପାଇଁ ଶୁଭଖବର ମିଳିବ

ଗୁଡ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

ବୃଷ ରାଶି

କୃତ୍ତିକା – ଅନାବଶ୍ୟକ ଖର୍ଚ୍ଚ ବଢିବା କାରଣରୁ ସଞ୍ଚୟ କ୍ଷେତ୍ରରେ ବାଧା ସୃଷ୍ଟି ହେବ

ରୋହିଣୀ- ଅଫିସରେ ନିଜ କାମ ପୁରା କରିବା ପାଇଁ ସହକର୍ମୀଙ୍କ ସହଯୋଗ ନେଇପାରନ୍ତି

ମୃଗଶିରା- କାର୍ଯ୍ୟ ବ୍ୟସ୍ତତାରେ ସମୟ କଟିବ, ପୂର୍ବନିର୍ଦ୍ଧାରିତ କାମକୁ ସ୍ଥଗିତ ରଖିବାକୁ ପଡିପାରେ

ପାନମଧୁରୀ ଓ ମିଶ୍ରି ଖାଇ ଜଳପାନ କରି କାର୍ଯ୍ୟ ଆରମ୍ଭ କରନ୍ତି

ମିଥୁନ ରାଶି

ମୃଗଶିରା- ସମସ୍ତ କାମ ସାବଧାନତା ହୋଇ କରିବାକୁ ପଡିବ, ବିପଦ ରହିଛି

ଆଦ୍ରା- ସକରାତ୍ମକ ବିଚାର ପାରିବାରିକ ସମ୍ପର୍କକୁ ସୁଦୃଢ କରିବ

ପୁନର୍ବସୁ- ଆପଣଙ୍କ ଅନୁଭବ ପୁରାଦିନ ଆପଣଙ୍କୁ ସଫଳତା ଆଣିଦେବ

ଗୁଜୁରାତି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

କର୍କଟ ରାଶି

ପୁନର୍ବସୁ – ଲଭ ଲାଇଫରେ ବିପଦ ଥିବାରୁ ନିଜର ନିଷ୍ପତି ପରିବର୍ତ୍ତନ କରି ପାରନ୍ତି

ପୁଷ୍ୟା- ସମାଜରେ ପ୍ରତିଷ୍ଠା , ସମ୍ମାନ ବଢିବ, ଜରୁରୀ କାମ ପୁରା ହେବା କାରଣରୁ ମନ ପ୍ରସନ୍ନ ରହିବ

ଅଶ୍ଳେଷା- ସନ୍ତାନ ପକ୍ଷକୁ ନେଇ କିଛି ଖୁସୀ ଖବର ମିଳିବ, ଭଲରେ ଦିନଟି କଟିବ

ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

ସିଂହ ରାଶି

ମଘା- ପୂର୍ବରୁ ଥିବା ସମସ୍ୟା ସମାଧାନ ହେବ , ଜୀବନସାଥୀଙ୍କ ସହଯୋଗ ମିଳିବ

ପୂର୍ବା ଫାଲଗୁନି- ସମୟ ସପକ୍ଷରେ ରହୁଥିବାରୁ ଯାହା ବି କାର୍ଯ୍ୟ କରିବେ ସଫଳ ହେବେ

ଉତ୍ତରାଫାଲଗୁନି- ସକରାତ୍ମକ ଭାବନା ନେଇ ଆଗକୁ ବଢନ୍ତୁ, ନିଜ ଚେଷ୍ଟାରେ ସଫଳ ହେବେ

ମିଠା ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

କନ୍ୟା ରାଶି

ଉତ୍ତରାଫାଲଗୁନି – କୈାଣସି ବିଷୟକୁ ନବୁଝି ଶିଘ୍ର ନିଷ୍ପତି ନିଅନ୍ତୁ ନାହିଁ , ଠକାମୀରେ ପଡିପାରନ୍ତି

ହସ୍ତା- ଅର୍ଥ ରୋଜଗାର ପାଇଁ ବଡ ଅଫର ମିଳିବ , ବନ୍ଧୁଙ୍କ ସହଯୋଗ ମିଳିବ

ଚିତ୍ରା- ବିନା ପ୍ଲାନିଂରେ କୈାଣସି ପଦକ୍ଷେପ ନିଅନ୍ତୁ ନାହିଁ, ସମସ୍ୟା ସୃଷ୍ଟି ହୋଇପାରେ

-ଫଳ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

ତୁଳା ରାଶି

ଚିତ୍ରା – ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ , ପେଟ ସମ୍ବନ୍ଧୀୟ ରୋଗ ସୃଷ୍ଟି ହୋଇପାରେ

ସ୍ୱାତୀ- ମନରେ ନୂଆ ନୂଆ ବିଚାର ଆସିବ, ନିଜକୁ ସୁସ୍ଥ ଅନୁଭବ କରିବେ

ବିଶାଖା- ଦାମ୍ପତ୍ୟ ଜୀବନକୁ ନେଇ ସମସ୍ୟା ବଢିବ କ୍ଷମାଶୀଳ ମନୋଭାବ ନେଇ ଚଳନ୍ତୁ

ମହୁ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

ବିଛା ରାଶି

ବିଶାଖା – ସଂଯମତା ରଖି କଥା କୁହନ୍ତୁ, ପରିସ୍ଥିତି ଆପଣଙ୍କ ବିପକ୍ଷରେ ରହିଛି

ଅନୁରାଧା- ଆପଣଙ୍କ ବ୍ୟବହାରରେ ପରିବର୍ତ୍ତନ ଆପଣଙ୍କୁ ସଫଳତା ଆଣିଦେବ

ଜ୍ୟେଷ୍ଠା – ଘରେ ଖୁସିର ମାହୋଲ ସୃଷ୍ଟି ହେବ, ଅନେକ ଦିନର ଆଶା ସଫଳ ହେବ

ଦହି ଓ ମିଠା ଖାଇ ଜଳପାନ କରି କାର୍ଯ୍ୟ ଆରମ୍ଭ କରନ୍ତୁ

ଧନୁ ରାଶି

ମୂଳା – ସୋସିଆଲ ମେଡିଆରେ ନିଜର ପ୍ରତିଷ୍ଠା ଓ ସମ୍ମାନ ବଢିବ, କାର୍ଯ୍ୟ କରିବା ପାଇଁ ପ୍ରେରଣା ମିଳିବ

ପୂର୍ବାଷାଢା- ନିଜ ବିଚାର ଧାରାରେ ପରିବର୍ତ୍ତନ ଆସିବ ଆର୍ଥିକ ସ୍ଥିତି ସୁଦୃଢ ହେବ

ଉତ୍ତରାଷାଢା- ପୁରୁଣା କଥାକୁ ନେଇ ପରିବାର ମଧ୍ୟରେ ମନାନ୍ତର ସୃଷ୍ଟିହୋଇ ପାରେ , ସଂଯମତା ରଖି ଚଳନ୍ତୁ

ଡାଲଚିନି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

ମକର ରାଶି

ଉତ୍ତରାଷାଢା – ସଂପୂର୍ଣ୍ଣ ଦିନ ପାଇଁ ଆପଣଙ୍କ ସଂଘର୍ଷ ପୂର୍ଣ୍ଣ ରହିବ , ସାବଧାନ ହୋଇ ଚଳନ୍ତୁ

ଶ୍ରବଣା- ଆଇଟି ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଆଜି ପୁରାଦିନ ଲାଭପ୍ରଦ ରହିବ

ଧନିଷ୍ଠା- ବ୍ୟବସାୟକୁ ନେଇ ଥିବା ଚିନ୍ତା ଦୁର ହେବ ଆର୍ଥିକ ସ୍ଥିତିରେ ସୁଧାର ଆସିବ

ବାଦାମ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ଅନ୍ୟର କର୍ମକୁ ନେଇ କୈାଣସି ଟିପଣି ରଖନ୍ତୁ ନାହିଁ ସମସା ସୃଷ୍ଟି ହୋଇପାରେ

ଶତଭିଷା- ଆପଣଙ୍କ ବ୍ୟବହାରରେ ଲୋକ ପ୍ରଭାବିତ ହେବେ ମନରେ ଥିବା ସନ୍ଦେହ ଦୁର ହେବ

ପୂର୍ବଭାଦ୍ରପଦ- ମନର ଭାବନା କାହାକୁ କୁହନ୍ତୁ ନାହିଁ, କାର୍ଯ୍ୟରେ ବାଧା ଆସିପାରେ

କଦଳୀ ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ- ଲଭ ଲାଇଫକୁ ନେଇ ବିବାଦୀୟ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ, ଛଳନାପୂର୍ଣ୍ଣ କଥାଠାରୁ ଦୂରେଇ ରୁହନ୍ତୁ

ଉତ୍ତରଭାଦ୍ରପଦ- ଚାକିରୀ ଆଶାୟୀ ମାନଙ୍କ ପାଇଁ ଶୁଭ ଖବର ମିଳିବ, ଦିନ ଭଲରେ କଟିବ

ରେବତୀ- ମିଡିଆ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ପାଇଁ ଦିନଟି ଲାଭ ଓ ସଫଳତାପୂର୍ଣ୍ଣ ରହିବ

ଗୁଜୁରାତି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଗ୍

ଯୋଗାଯୋଗ- ୯୯୩୮୫୭୧୯୩୫

ଆଜି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି… ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡୀଚାମୁଣ୍ଡାଙ୍କୁ କରାଯିବ ଉତ୍ସର୍ଗ

ଆଜି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି… ପାର୍ଶ୍ୱ ଦେବାଦେବୀ ଓ ଚଣ୍ଡୀଚାମୁଣ୍ଡାଙ୍କୁ କରାଯିବ ଉତ୍ସର୍ଗ

ଆଲିୟା ଭଟ୍ଟ, ମହେଶ ଓ ମୁକେଶ ଭଟ୍ଟଙ୍କ ବିରୋଧରେ ମାମଲା ରୁଜୁ

ମୁଜାଫରପୁର: ନିକଟରେ ସୁଶାନ୍ତଙ୍କ ମୃତ୍ୟୁ ପରେ ମହେଶ ଭଟ୍ଟ ଓ ମୁକେଶ ଭଟ୍ଟଙ୍କ ବିରୋଧରେ ଅନେକ ଅଭିଯୋଗ ହୋଇଛି । ମହେଶ ଭଟ୍ଟ ସୁଶାନ୍ତଙ୍କୁ ପରବିନ୍ ବାବିଙ୍କ ସହ ମଧ୍ୟ ତୁଳନା କରିଥିଲେ । ସୁଶାନ୍ତ ଦୁନିଆ ଛାଡି ଯିବା ପରେ ଏମିତି ଅନେକ ତଥ୍ୟ ସାମ୍ନାକୁ ଆସିଛି । ନେପୋଟିଜମ୍ ର ମଧ୍ୟ ଶିକାର ହୋଇଛନ୍ତି ଫିଲ୍ମମେକର ମହେଶ ଭଟ୍ଟ ।

ହେଲେ ଏବେ ଉଭୟ ଭାଇ ଓ ତାଙ୍କ ଝିଅ ନେଇ ଏକ ସଙ୍ଗୀନ ଅଭିଯୋଗ କରାଯାଇଛି । ଫିଲ୍ମ ସଡକ-୨ରେ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଅଭିନେତ୍ରୀ ଆଲିଆ ଭଟ୍ଟ, ନିର୍ଦ୍ଦେଶକ ମହେଶ ଭଟ୍ଟ ଏବଂ ମୁକେଶ ଭଟ୍ଟଙ୍କ ବିରୋଧରେ ବିହାରର ମୁଜାଫରପୁରରେ ମାମଲା ରୁଜୁ କରାଯାଇଛି ।

୨୯୫A ଏବଂ ୧୨୦ B ଧାରା ଅନୁଯାୟୀ ଆଲିଆ, ମହେଶ ଏବଂ ମୁକେଶ ଭଟ୍ଟଙ୍କ ବିରୋଧରେ ଅଭିଯୋଗ ପତ୍ର ଦାଖଲ କରାଯାଇଛି । ଫିଲ୍ମ ସଡକ-୨ ପୋଷ୍ଟରରେ କୈଲାଶ ପର୍ବତର ଚିତ୍ର ବ୍ୟବହାର କରାଯାଇଛି । ଏହା ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି।

ସଂଜୟ ଦତ୍ତ ଓ ପୂଜା ଭଟ୍ଟଙ୍କ ଫିଲ୍ମ ସଡକର ରିମେକ୍‌ ହେଉଛି ଏହି ଫିଲ୍ମ । ସଡକ ରିମେକ୍‌ରେ ସଂଜୟ ଦତ୍ତଙ୍କ ସ୍ଥାନରେ ଆଦିତ୍ୟ ରଏ କପୁର ଓ ପୂଜା ଭଟ୍ଟଙ୍କ ସ୍ଥାନରେ ତାଙ୍କ ଭଉଣୀ ଆଲିୟା ଅଭିନୟ କରିବେ। ଉଭୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଆଦିତ୍ୟ ଓ ଆଲିୟାଙ୍କ ବିପକ୍ଷରେ ସଂଜୟ ଦତ୍ତ ଓ ପୂଜା ଭଟ୍ଟ ମଧ୍ୟ ଚଳଚ୍ଚିତ୍ରରେ ଅଭିନୟ କରିବେ।

୯୦ ଦଶକରେ ରିଲିଜ ହୋଇଥିବା ଫିଲ୍ମ ସଡକ ବେଶ ହିଟ୍‌ ହୋଇଥିଲା। ସେହି ସମୟରେ ପୂଜା ଓ ସଂଜୟ ବକ୍ସଅଫିସ୍‌ରେ ଧମାଲ କରିଥିଲେ। ଏହି ଚଳଚ୍ଚିତ୍ରରେ ଜିଶୁ ସେନଗୁପ୍ତା, ମକରନ୍ଦ ଦେଶପାଣ୍ଡେ, ଗୁଲଶନ ଗ୍ରୋଭର ଏବଂ ମହମ୍ମଦ ଇକବାଲ ଖାନ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

ପୋଲିସ ଉପରେ ଅପରାଧୀଙ୍କ ହମଲା, ଡେପୁଟି ଏସପିଙ୍କ ସମେତ ୮ ସହିଦ

କାନପୁର: ବିଳମ୍ବିତ ରାତିରେ ବଡ଼ ହମଲା । ଉତ୍ତରପ୍ରଦେଶ କାନପୁରରେ ପୋଲିସ ଉପରେ ବଡ଼ ଆକ୍ରମଣ ହୋଇଛି । ହିଷ୍ଟ୍ରୀ ସିଟର ବିକାଶ ଦୁବେକୁ ଧରିବାକୁ ଯାଇଥିବା ବେଳେ ପୋଲିସ ଉପରେ ହୋଇଛି ଆକ୍ରମଣ । ସର୍ଚ୍ଚ ଅପରେସନ୍ ବେଳେ ଅପରାଧୀ ପୋଲିସ ଟିମ୍ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ । ପୋଲିସ ସେଠାରେ ପହଞ୍ଚିବା କ୍ଷଣି ଛାତ ଉପରୁ ଅନ୍ଧାଧୁନ୍ ଗୁଳି ଚାଳନା କରିଥିଲେ ଅପରାଧୀ ।

ଅପରାଧୀ-ପୋଲିସ ଗୁଳି ବିନିମୟରେ ୮ ଜଣ ପୋଲିସ ସହିଦ ହୋଇଛନ୍ତି । ଡେପୁଟି ଏସପି ଦେବେନ୍ଦ୍ର ମିଶ୍ରଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି । ୪ ଜଣ ପୋଲିସ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ SSP ଓ ଆଇଜି ପହଞ୍ଚିଛନ୍ତି । ଫରେନ୍ସିକ୍ ଟିମ୍ ତଦନ୍ତ ଜାରି ରଖିଛି । ରେଡ୍ ପାଇଁ ବିଳମ୍ବିତ ରାତିରେ ୧୫ରୁ ୧୬ ଜଣିଆ ପୋଲିସ ଟିମ୍ ହିଷ୍ଟ୍ରୀ ସିଟର ବିକାଶ ଦୁବେକୁ ଧରିବାକୁ ଛାପା ମାରିଥିଲା । ବିକାଶ ଦୁବେ ନାଁରେ ୬୦ରୁ ଅଧିକ ମାମଲା ରହିଛି ।

ପୋଲିସ ରେଡ୍ କରିଥିବା ଘରେ ବିପୁଳ ଅସ୍ତ୍ରଶସ୍ତ୍ର ମହଜୁଦ୍ ରହିଥିଲା । ଯେଉଁଥିରେ ପୋଲିସ ଉପରକୁ ଆକ୍ରମଣ କରିଥିଲେ ଅପରାଧୀ । ଏଥିସହ ପୋଲିସକୁ ରୋକିବାକୁ ଅପରାଧୀ ରାସ୍ତାରେ ଜେସିବି ମେସିନ୍ ରଖି ରୋଡ୍ ବନ୍ଦ କରି ଦେଇଥିଲେ । ପୋଲିସର ସୂତ୍ର ବି ଏହାର ପତ୍ତା କରିପାରି ନଥିଲା ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସହିଦ ପୋଲିସ କର୍ମଚାରୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହ ଉତ୍ତରପ୍ରଦେଶ ଡିଜିପି ଅଶ୍ୱସ୍ତିଙ୍କୁ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଘଟଣା ବାବଦରେ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ।