spot_img
Home Blog Page 704

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର R&B ବିଭାଗ AEE ଦିଲୀପ କୁମାର ଚୌଧୁରୀ

ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଯନ୍ତ୍ରୀ। ବ୍ରହ୍ମପୁର R&B ବିଭାଗ AEE ଦିଲୀପ କୁମାର ଚୌଧୁରୀ । ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲୀପ କୁମାର ଚୌଧୁରୀଙ୍କ ଘରେ ରେଡ୍। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍। ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଚଢ଼ାଉ। ବ୍ରହ୍ମପୁର ଓ ଭୁବନେଶ୍ଵରରେ ଚଢ଼ାଉ ଜାରି ରହିଛି। ବ୍ରହ୍ମପୁର ସ୍ଥିତ ଅଫିସ ଓ ବାସଭବନରେ ରେଡ୍ କରୁଛି ଭିଜିଲାନ୍। ଭୁବନେଶ୍ଵର ସ୍ଥିତ ବାସଭବନରେ ରେଡ୍ ଚାଲିଛି। ରେଡରେ ୩ ଡିଏସପି, ୭ ଇନ୍ସପେକ୍ଟର ସାମିଲ । ଚଢ଼ାଉରୁ ବିଭିନ୍ନ ସ୍ଥାନରେ ଯନ୍ତ୍ରୀଙ୍କ ସମ୍ପତ୍ତି ଠାବ  ହୋଇଛି। ବ୍ରହ୍ମପୁର ଧର୍ମନଗରରେ ଏକ ଫ୍ଲାଟ୍, ବ୍ରହ୍ମପୁର ମୟୂରୀ ବିହାରରେ ଦୁଇ ମହଲା କୋଠା  ଓ ଭୁବନେଶ୍ଵର ସହିଦନଗରରେ ଫ୍ଲାଟ୍ ଠାବ ହୋଇଛି।

 

ପୋଲତଳୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳ ଛେଣ୍ଡିପଦା ଥାନା ବାଲିପଟା ଗାଁ ନିକଟସ୍ଥ ତେଲିପୋଲ ତଳୁ ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତ ଯୁବକ ହାଣ୍ଡପା ଥାନା କଣ୍ଟେଇକୁଳିଆ ଗାଁର ଦୀପକ ବାଘ  । ମୃତଦେହଟି ଶଢ଼ୀ ଯାଇଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତିକୁ ନେଇ ଏହା ହତ୍ୟା ନା ଦୁର୍ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଛେଣ୍ଡିପଦାରୁ ଜରପଡ଼ା ପୂର୍ତ୍ତ ବିଭାଗ ରାସ୍ତାର ବାଲିପଟା ଗାଁ ନିକଟସ୍ଥ ତେଲିପୋଲ ନିକଟରେ ଦୁର୍ଗନ୍ଧ ହେବାରୁ ଯୁବକଙ୍କ ଗଳିତ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ମୃତଦେହ ଠାରୁ କିଛି ଦୂରରେ ଏକ ବାଇକ ପଡିଥିବାରୁ ଏହା ହତ୍ୟା ନା ଦୁର୍ଘଟଣା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି l ଖବର ପାଇ ଛେଣ୍ଡିପଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତିକୁ ଅନୁଧ୍ୟାନ କରି ଘଟଣାର ତଦନ୍ତ ଚଳାଇଛି । ମୃତ ଯୁବକ ଜଣକ ୫ରୁ ୬ ଦିନ ହେବ ନିଖୋଜ ଥିବା ପୋଲିସ ଜାଣିବାକୁ ପାଇଛି । ନିଖୋଜ ଯୁବକ ଜଣଙ୍କ ଛେଣ୍ଡିପଦା ଅଞ୍ଚଳକୁ କାହିଁକି ଆସିଥିଲେ ଜଣାପଡ଼ିନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଦୁର୍ଘଟଣା ଜଣାପଡିବ ବୋଲି ପୋଲିସ କହିଛି ।

ସମ୍ବଲପୁର ଶୀତଳ ଷଷ୍ଠୀ : ଆଜି ବିଳମ୍ବିତ ରାତିରେ ମାତା ପାର୍ବତୀଙ୍କ ହାତ ଧରିବେ ମହାଦେବ

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାରେ ହନୁମାନ ନିଉତା ପରେ ଆଜି ଦେବ ବିବାହ । ଆଜି ବିଳମ୍ବିତ ରାତିରେ ଜଗତ ଜନନୀ ମା ପାର୍ବତୀଙ୍କ ହାତ ଧରିବେ ଦେବ ଦେବ ମହାଦେବ ସେଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଲାଣି ସମଗ୍ର ସମ୍ବଲପୁର ସହରl ଆଜି ପ୍ରଥମେ ଗଣ୍ଠାଳ ଫିଟା କାର୍ଯ୍ୟକ୍ରମ ପରେ ଚଳିତ ବର୍ଷର କନ୍ୟା ପିତାମାତା ମନ୍ଦିର ଆସି ମା ପାର୍ବତୀଙ୍କୁ ଘରକୁ ନେବେ। ଏହାପରେ କନ୍ୟା ପିତା ମାତାଙ୍କ ଘରେ ଜମିବ ତେଲ ହଳଦୀ କାର୍ଯ୍ୟକ୍ରମ। ତାପରେ ଆରମ୍ଭ ହେବ ଉତ୍ସବର ପରିବେଶ। ହଜାର ହଜାର କଳାକାରଙ୍କ ଭିଡ଼ରେ ପ୍ରକମ୍ପିତ ହେବ ସମ୍ବଲପୁର ସହର ।

ଏହି କାରଣରୁ ଗୁଜୁରାଟକୁ ହରାଇଲା ମୁମ୍ବାଇ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫ର ଏଲିମିନେଟର ମ୍ୟାଚରେ ଗୁଜୁରାଟ ଜାଏଣ୍ଟ୍ସକୁ ହରାଇ କ୍ବାଲିଫାୟର ଖେଳିବାକୁ ଉନ୍ନିତ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୨୨୮ ରନ କରିଥିବାବେଳେ ଗୁଜୁରାଟ ୨୦୮ ରନ କରିବାରେ ସକ୍ଷମ ହୋଇଥିଲା । ମୁମ୍ବାଇ ଉଚ୍ଚକୋଟିର ରଣନୀତି ପାଇଁ ବିଜୟୀ ହୋଇଛି । ମୁମ୍ବାଇର ବ୍ୟାଟ୍ସମ୍ୟାନମାନେ ନିଜର ଦମଦାର ପ୍ରଦର୍ଶନ ଦେଖାଇଥିବାବେଳେ ବୋଲରମାନେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ।

ଯଦିଓ ଏହି ବଡ଼ ସ୍କୋରକୁ ଗୁଜୁରାଟ ସହଜରେ ହାସଲ କରିବ ବୋଲି ଆଶା ରଖିଥିଲେ ପ୍ରଶଂସକ ତଥାପି ଶେଷ ସମୟରେ ମୁମ୍ବାଇର ବୋଲରମାନେ ଆଶା ଉଜ୍ଜିବିତ କରିଥିଲେ । ଶେଷ ୩ ଓଭରରେ ରନ କମେଇ ଦେଇଥିଲେ । ପ୍ରଥମରୁ ସାଇ ସୁଦର୍ଶନ ଏବଂ ଓ୍ବସିଂଟନ ସୁନ୍ଦର ଦମଦାର ବ୍ୟାଟିଂ କରି ଗୁଜୁରାଟକୁ ବିଜୟ ପଥରେ ଆଗେଇ ଦେଇଥିଲେ । ମାତ୍ର ଶେଷ ସମୟରେ ଆଉଟ୍ ହେବା ପରେ ଦଳ ପରାଜୟର ସ୍ବାଦ ଚାଖିଛି । ମୁମ୍ବାଇର ରଣନୀତି ଆଗରେ ହାର ମାନିବାକୁ ବାଧ୍ୟ ହୋଇଥିଲା ଗୁଜୁରାଟ । ଶେଷ ଓଭରରେ ୨୪ ରହିଥିଲା । ମୁମ୍ବାଇ ପାଖରେ ବୋଲିଂ କରିବା ପାଇଁ ଅଶ୍ବିନୀ କୁମାର, ପାଣ୍ଡ୍ୟା ଏବଂ ସାଣ୍ଟନରଙ୍କ ଭଳି ବୋଲର ବିକଳ୍ପ ଥିଲେ । ମାତ୍ର ମୁମ୍ବାଇ ଅଭିଜ୍ଞ ରିଚାର୍ଡ ଗ୍ଲେସନଙ୍କୁ ବୋଲିଂ ପାଇଁ ଦେଇଥିଲା । ଏଭଳି ମୁମ୍ବାଇର ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ମ୍ୟାଚ ବିଜୟର ମୁଖ୍ୟ କାରଣ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

 

ଚୋରି କରୁଥିଲା, ନିର୍ଦ୍ଧୁମ ଛେଚା ଖାଇଲା ଚୋର

ନନ୍ଦିଘୋଷ ବ୍ୟୁରୋ: ବିଚ୍ ରାସ୍ତାରେ ଚୋରକୁ ନିର୍ଧୁମ ଛେଚା । ଡେଲିଭରି ବଏଙ୍କ ପାର୍ସଲ ଚୋରି କରି ମାଡ଼ ଖାଇଲା ଦୁର୍ବୃତ୍ତ । ଅଠାନ୍ତର ଗାଁର ଦୀପକ କାଠୁଆଙ୍କର ଅନଲାଇନରେ ଏକ ପାର୍ସଲ ଆସିଥିଲା  । ଡେଲିଭରି ବଏ ଦୀପକଙ୍କୁ ଯୋଗାଯୋଗ କରି ସରିପୁର ଛକରେ ଥିବା ଏକ ଦୋକାନ ଆଗରେ ବାଇକ୍ ରଖି ଦୋକାନ ଭିତରକୁ ଯାଇଥିଲେ । ଏହି ସମୟରେ ଦୁର୍ବୃତ୍ତ ଜଣକ ବାଇକ୍ ନିକଟକୁ ଆସି ଏକ ପାରସଲ ଚୋରି କରି ନେଇ ଫେରାର୍ ହୋଇଥିଲା । ତେବେ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳକୁ ପୁଣିଥରେ ଆସିଥିଲା । ସେଠାରେ ଉପସ୍ଥିତ ଯୁବକ ଏବଂ ଡେଲିଭରି ବଏ ଚୋରକୁ ଚିହ୍ନି ଚିତ୍କାର କରିଥିଲେ । ସ୍ଥାନୀୟ ଲୋକ ଚୋରକୁ କାବୁ କରି ନିର୍ଧୁମ ଛେଚିଥିଲେ । ଘଟଣାସ୍ଥଳରେ ବାଲିପାଟଣା ପୋଲିସ ପହଁଞ୍ଚି ଦୁବୃର୍ତ୍ତକୁ ଥାନାରେ ଅଟକ ରଖିଛି ।

ଘର ଭିତରୁ ରେଞ୍ଜ ଫରେଷ୍ଟରଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ନୟାଗଡ଼ରେ ଚାଞ୍ଚଲ୍ୟ । ଘର ଭିତରୁ ପଞ୍ଚରିଡ଼ା ରେଞ୍ଜ ଫରେଷ୍ଟରଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର । ବାରମାସୀ ଦଣ୍ଡା ସ୍ଥିତ ଘରୁ ଫରେଷ୍ଟ ଶିଶିର ସାହୁଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ଏଥିରେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଘଟଣାରେ ହତ୍ୟା ନାଁ ଆତ୍ମହତ୍ୟା ତାହା ସ୍ପଷ୍ଟ ହାଇନାହିଁ । ଏହି ଘଟଣାରେ ମୃତ ଫରେଷ୍ଟରଙ୍କ ପୁଅକୁ ପୋଲିସ ପଚରାଉଚରା କରୁଛି ।

ତେବେ ଏତେ ବଡ଼ ଘଟଣା ଘଟିଥିଲେ ମଧ୍ୟ କେହି କେମିତି କିଛି ଜାଣିପାରିଲେନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ । ଶିଶିର ଏବଂ ତାଙ୍କ ସ୍ତ୍ରୀ ପୁଅ ଘରେ ଥିବା ବେଳେ ଗତ ବିଳମ୍ବିତ ରାତିରେ ହଠାତ୍ ଘରୁ ନିଆଁ ବାହାରିଥିଲା । ଘରୁ ବାହାରି ଚିତ୍କାର କରି ଘରେ ନିଆଁ ଲାଗିଯାଇଛି ବୋଲି ଲୋକଙ୍କୁ ଡାକିଥିଲେ ଶିଶିରଙ୍କ ସ୍ତ୍ରୀ । ଖବର ପାଇଁ ଫାୟାର ଟିମ ପହଞ୍ଚି ନିଆଁଙ୍କୁ ଆୟତ କରିଛି । ପୋଲିସ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ପାଇଁ ଉତ୍ସବମୁଖର ଆରଡିପୀଠ

ନନ୍ଦିଘୋଷ ବ୍ୟୁରୋ: ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ପାଇଁ ଉତ୍ସବମୁଖର ଆରଡିପୀଠ। ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଦେବଦମ୍ପତି। ବୈଦିକ ରୀତିନୀତି ଓ ଲୋକାଚାରରେ ମାନବୀୟ ଲିଳାରେ ଭାବେ ଗତକାଲି ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ ହର ଓ ମାତା ପାର୍ବତୀଙ୍କ ଚଳନ୍ତିପ୍ରତିମା ଗୌରୀଙ୍କୁ ଘଣ୍ଟାକିର୍ତ୍ତନରେ ପାଲିଙ୍କିରେ ନିଜ ଘରକୁ ନିଆଯାଇଥିଲା । ଏହାପରେ ୭ଜଣ ମହିଳାଙ୍କ ଦ୍ଵାରା ହଳଦୀ, ପଞ୍ଚାମୃତରେ ମଙ୍ଗଳକୃତ୍ୟ ନୀତି କରାଯାଇଥିଲା । ପରେ ଜାଇ ରଗଡା ଯିବା ସହ ହରଗୌରୀଙ୍କୁ ସୁସଜ୍ଜିତ କରାଯାଇ ଭୋଗ ଅର୍ପଣ କରାଯାଇଥିଲା । ଆଜି ଭୋର ୪ଟାରେ ମଣିବାବାଙ୍କ ପହଡ ଖୋଲିବା ପରେ ଦୈନନ୍ଦିନ ରୀତିନୀତି ଅନୁଯାୟୀ ମଙ୍ଗଳ ଆଳତୀ ସହ ସମସ୍ତ ସକାଳ ନୀତି ୧୦ଟା ସୁଧା ସରିବା ପରେ କନ୍ୟାପିତାଙ୍କ ଘରୁ ପବନପୁତ୍ର ହନୁମାନ ବରଧରା ରୂପେ ବରଣ କାର୍ଯ୍ୟ ନିମନ୍ତେ ବରପିତାଙ୍କ ଘରକୁ ଗମନ କରିବେ। ଏଥିପାଇଁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଅପରାହ୍ଣରେ ମଣିବାବା ଓ ମାତା ପାର୍ବତୀ ରାଜରାଜେଶ୍ଵର ଓ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେବେ ଭକ୍ତଙ୍କୁ । ସନ୍ଧ୍ୟା ୭ଟାରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହିତ ମଧ୍ୟରାତ୍ରରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ । ବାଜା, ବାଣ ରୋଷଣୀ ସହ ଲକ୍ଷାଧିକଭକ୍ତଙ୍କ ଗହଣରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ ।

ପୋଲିସ ଓ ସିଆରପିଏଫ ପକ୍ଷରୁ କମ୍ବିଂ ଅପରେସନ ସମୟରେ ବିସ୍ଫୋରଣ‌ : ସିଆରପିଏଫ ଯବାନ ଗୁରୁତର ଆହତ

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ଼ ଜରେଇକେଲା ନିକଟରେ ପୋଲିସ ଓ ସିଆରପିଏଫ ପକ୍ଷରୁ କମ୍ବିଂ ଅପରେସନ ସମୟରେ ବିସ୍ଫୋରଣ‌। ଏଥିରେ ଜଣେ ସିଆରପିଏଫ ଯବାନ ଗୁରୁତର ଆହତ ହୋଇଛନ୍ତି। ଗତ ରାତିରେ ଆହତ ସିଆରପିଏଫ ଯବାନଙ୍କୁ ରାଉରକେଲା ସହରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ସେପଟେ ସୁନ୍ଦରଗଡ଼ କେ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣି ନିକଟରୁ ୫ ହଜାର କେଜି ଓଜନର ବିସ୍ଫୋରକ ସାମଗ୍ରୀ ମାଓବାଦୀ ଲୁଟ କରିନେଇଥିବା ଅଭିଯୋଗ ପରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନ ଓ ସର୍ଚ୍ଚ ଅପରେସନକୁ ଆଜି ବି ଜୋରଦାର କରାଯାଇଛି। ଓଡିଶା ଓ ଝାଡଖଣ୍ଡ ପୋଲିସ ସହ SOG, COBRA, CRPF ଓ ଝାଡ଼ଖଣ୍ଡ ଜାଗୁଆର ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ। ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ବରେ SIT ଟିମ ଗଠନ କରାଯାଇ ଘଟଣାର ତଦନ୍ତ ଜାରି ରହିଛି। ବିସ୍ପୋରକ ସାମଗ୍ରୀ ଯାଇଥିବା ଗୋଦାମ ମାଲିକ, ଗୋଦାମ କର୍ମଚାରୀ, ପଥର ଖଣି କର୍ମଚାରୀ ଙ୍କୁ ଗତକାଲି ପୋଲିସ ପକ୍ଷରୁ ପଚରାଉଚରା କରାଯିବା ପରେ ଛାଡି ଦିଆଯାଇଥିଲା। ଆଜି ପୋଲିସ ପକ୍ଷରୁ ପୁଣିଥରେ ପଚରାଉଚରା ଆରମ୍ଭ କରିଛି। କିଛି ଗୋଦାମ କର୍ମଚାରୀ ଓ ଖଣି କର୍ମଚାରୀ ରାଜ୍ୟ ବାହାରର ହୋଇଥିବାରୁ ସେମାନଙ୍କ ମାଓବାଦୀଙ୍କ ସହ ଲିଙ୍କ ଅଛିକି ନାହିଁ ସେ ନେଇ ପଚରାଉଚରା କରାଯାଉଛି। ପଥର ଖଣିକୁ ୫ ହଜାର କେଜି ବିସ୍ପୋରକ ସାମଗ୍ରୀ ମିନି ଟ୍ରକରେ କଣ ପାଇଁ ଚାଲାଣ କରାଯାଇଥିଲା। ଖଣିରେ ଏତେ ପରିମାଣର ବିସ୍ଫୋରକ ସାମଗ୍ରୀର କଣ ଆବଶ୍ୟକତା ଥିଲା।ପୋଲିସ ଅନୁମତି ଓ ସୁରକ୍ଷା ବଳୟରେ କାହିଁକି ବିସ୍ଫୋରକ ସାମଗ୍ରୀ ଚାଲାଣ କରାଯାଇ ନଥିଲା, ସେନେଇ ତଦନ୍ତ କରାଯାଉଛି। ଏହାସହ NIA ଡ଼ିଆଇଜିଙ୍କ ନେତୃତ୍ବରେ ଏସପି ଓ ଆଡିସନାଲ ଏସପି ମଧ୍ୟ ଘଟଣାର ଅନୁସଂଧାନ ଜାରି ରଖିଛନ୍ତି।ଗତକାଲି ଡଗ ସ୍କ୍ଵାଡ୍ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି।

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ : ବାଲୁକାକଳାରେ ସଚେତନତା ବାର୍ତ୍ତା

ନନ୍ଦିଘୋଷ ବ୍ୟୁରୋ: ବିଶ୍ୱ ତମାଖୁ ବର୍ଜନ ଦିବସ । ଏହି ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଛନ୍ତି। ପୁରୀ ନୀଳାଦ୍ରି ବେଳାଭୁମି ଠାରେ ବ୍ରେକ ଦି ହ୍ୟାବିଟ ବିଫୋର୍ ଇଟ୍ ବ୍ରେକ ଫ୍ୟାମିଲିର ବାର୍ତ୍ତା ଦେଇଛନ୍ତି। ବାଲୁକା କଳାରେ ଭାବ ପ୍ରବଣତାର ଦୃଶ୍ୟ ଦର୍ଶାଯାଇଛି। ମୃତ୍ୟୁ ବରଣ କରିଥିବା ଯୁବକର ଚିତ୍ର ଯାହାର ହାଡ କଙ୍କାଳକୁ ବାଲୁକା କଳାରେ ଦର୍ଶାଯାଇଛି । ଅନ୍ୟପଟରେ ନିଜ ସ୍ବାମୀକୁ ହରାଇ ଅନ୍ଧାର ଜୀବନ ଭିତରେ ଲୁହ ଗଡ଼ାଉ ଥିବା ସ୍ତ୍ରୀ ଓ ତାର ପିଲାର ଦୃଶ୍ୟ ଦେଖାଯାଇଛି। ବିଶ୍ଵରେ ପ୍ରାୟ ୮ ମିଲିୟନ ଓ ଦେଶରେ ପ୍ରାୟ ୧ ମିଲିୟନ ଯୁବକ ତମାଖୁ ଯୋଗୁଁ ମୃତ୍ୟୁବରଣ କରୁଛନ୍ତି। ତେଣୁ ତମାଖୁ ବର୍ଜନ ବାର୍ତ୍ତା ଦେଇ ସାରା ବିଶ୍ବକୁ ତମାଖୁ ମୁକ୍ତ କରିବାକୁ କହିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକl

ଗର୍ଭବତୀ ମହିଳାମାନେ ପାରାସିଟାମଲ ଏବଂ ଆଇବୁପ୍ରୋଫେନ ଭଳି ଔଷଧ ଖାଇବା ଉଚିତ କି ?

ନନ୍ଦିଘୋଷ ବ୍ୟୁରୋ: ଗର୍ଭାବସ୍ଥା ପ୍ରତ୍ୟେକ ମହିଳାଙ୍କ ଜୀବନରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ସମୟ ମଧ୍ୟରେ କରାଯାଇଥିବା ଯେକୌଣସି କାମ ଭ୍ରୁଣର ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ। ଏହି ଅବସ୍ଥାରେ, ଡାକ୍ତରଙ୍କ ପରାମର୍ଶ ବିନା କୌଣସି ପ୍ରକାରର ଔଷଧ ଖାଇବା ଉଚିତ୍ ନୁହେଁ। ତଥାପି, କିଛି ଔଷଧ ଲୋକଙ୍କ ପାଇଁ ଦୈନନ୍ଦିନ ଅଭ୍ୟାସରେ ଆସିଯାଇଛି। ଅଧିକାଂଶ ଲୋକ ସେହି ଔଷଧଗୁଡ଼ିକ ପାଇଁ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ମଧ୍ୟ ଆବଶ୍ୟକ ମନେ କରନ୍ତି ନାହିଁ। କିନ୍ତୁ, ଗର୍ଭାବସ୍ଥାରେ ଏପରି ଭୁଲ ମା’ ଏବଂ ପିଲାର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ। ଏହି ଅବସ୍ଥାରେ ପାରାସିଟାମଲ ଏବଂ ଆଇବୁପ୍ରୋଫେନ ଭଳି ଔଷଧର କି ପ୍ରଭାବ ପଡ଼ିପାରେ ଜାଣନ୍ତୁ।

ଗର୍ଭାବସ୍ଥାରେ ମହିଳାମାନେ ପ୍ରାୟତଃ ଜ୍ୱର କିମ୍ବା ଶରୀର ଯନ୍ତ୍ରଣାର ଅଭିଯୋଗ କରନ୍ତି । ଏହା ଯେକୌଣସି କାରଣରୁ ହୋଇପାରେ। କିନ୍ତୁ ଅନେକ ସମୟରେ ମହିଳାମାନେ ଡାକ୍ତରଙ୍କ ପରାମର୍ଶ ବିନା ଅଜାଣତରେ ଔଷଧ ଖାଇଦିଅନ୍ତି। ଅନେକ ସମୟରେ ପରିବାରର ସଦସ୍ୟମାନେ ଶରୀର ଯନ୍ତ୍ରଣା କିମ୍ବା ଜ୍ୱର ପାଇଁ ପାରାସିଟାମଲ୍ କିମ୍ବା ଆଇବୁପ୍ରୋଫେନ୍ ଭଳି ଔଷଧ ମଧ୍ୟ ଦିଅନ୍ତି। ତଥାପି, ଏହି ଔଷଧଗୁଡ଼ିକ ମା’ ଏବଂ ପିଲା ଉଭୟଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ।

ଗମ୍ଭୀର ପ୍ରଭାବ ପଡ଼ିପାରେ

ଗର୍ଭାବସ୍ଥାରେ ହାଲୁକା ଜ୍ୱର କିମ୍ବା ଶରୀର ଯନ୍ତ୍ରଣା ପାଇଁ ପାରାସିଟାମଲକୁ ସୁରକ୍ଷିତ ବୋଲି ବିବେଚନା କରାଯାଏ। ତଥାପି, ଏହାକୁ ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ। ସୁପାରିଶ କରାଯାଇଥିବା ମାତ୍ରାଠାରୁ ଅଧିକ ପରିମାଣରେ ସେବନ କଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ହୋଇପାରେ। ଏହା ବ୍ୟତୀତ, ଗର୍ଭାବସ୍ଥାରେ ଆଇବୁପ୍ରୋଫେନ୍ ନେବା ଶିଶୁର ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଏହି ଔଷଧ ଖାଇବା ବିଶେଷକରି ତୃତୀୟ ତ୍ରୈମାସିକରେ, ଶିଶୁର ବୃକକ୍ ଉପରେ ପ୍ରଭାବ ପକାଇପାରେ ଏବଂ ଶିଶୁର ରକ୍ତ ପ୍ରବାହକୁ ମଧ୍ୟ ପ୍ରଭାବିତ କରିପାରେ।

ଅସୁସ୍ଥ ହେଲେ କ’ଣ କରିବେ ?

ଗର୍ଭାବସ୍ଥାରେ ଅନେକ ପ୍ରକାରର ସମସ୍ୟା ଦେଖାଦିଏ। ସମସ୍ତ ସମସ୍ୟା ଡାକ୍ତରଙ୍କୁ କହିବା ଉଚିତ। ତୁମେ ନିଜେ କୌଣସି ଔଷଧ ଖାଇବା ଉଚିତ୍ ନୁହେଁ। କେତେକ ସମୟରେ ସାଧାରଣ ଔଷଧ ମଧ୍ୟ ମା’ ଏବଂ ପିଲା ପାଇଁ ଭଲ ବୋଲି ବିବେଚନା କରାଯାଏ ନାହିଁ। ତେଣୁ, କୌଣସି ଔଷଧ ଖାଇବା ପୂର୍ବରୁ, ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଗର୍ଭାବସ୍ଥାରେ ଆଇବୁପ୍ରୋଫେନ୍, ନାପ୍ରୋକ୍ସେନ୍ ଭଳି ଔଷଧ ବ୍ୟବହାର କରିବା ଅନୁଚିତ। ଡାକ୍ତରଙ୍କ ପରାମର୍ଶ ବ୍ୟତୀତ ଅନ୍ୟ କୌଣସି ଔଷଧ ଖାଇବା ଉଚିତ୍ ନୁହେଁ।